ଜ୍ଞାନ ପ୍ରବାହ (୨୪)

                  ଜ୍ଞାନ ପ୍ରବାହ (୨୪)

କପିଳମୁନି ପ୍ରକରଣ (୨) (ଜ୍ଞାନ ପ୍ରକରଣ)

ପରମାତ୍ମା ମନୁଷ୍ୟର ଘର ବା ଶରୀରକୁ ଦେଖନ୍ତି ନାହିଁ । ସେ ହୃଦୟର ବିଶାଳତାକୁ ଦେଖନ୍ତି । ମନରେ ବସା ବାନ୍ଧିଥିବା ଅହଂକାର ମମତା, ଆପଣାପର ଭାବନା ଆଦି ମନକୁ ଦୁଃଖି କରେ । ମନ ସୁଧୁରିଲେ ସବୁ କିଛି ସୁଧୁରେ । ମନ ବିଗିଡିଲେ ସବୁ ବିଗିଡେ । ଆତ୍ମାର ନିଜ ସ୍ବରୂପ ଆନନ୍ଦ ସ୍ବରୂପ ଅଟେ । ଆତ୍ମିକ ସ୍ବରୂପରେ ରହିଲେ ଆନନ୍ଦ ସ୍ବତଃ ପ୍ରାପ୍ତ ହୁଏ । ପାପ କରିବା ପାଇଁ କାହାରି ପ୍ରେରଣା ଆବଶ୍ୟକ ହୁଏ ନାହିଁ । କିନ୍ତୁ ପୁଣ୍ୟ କାମ ପାଇଁ ପ୍ରେରଣା ଦରକାର ହୁଏ । କାରଣ ମନ ସହଜରେ ଅଧୋଗାମୀ ହୋଇପାରେ । ଅନେକ ଦିନର ଦେହ ଅଭିମାନ ହେତୁ ମନ ଅଧୋଗାମୀ ହେବାରେ ଅଭ୍ୟସ୍ତ । ତାକୁ ଉଦ୍ଧ୍ୱର୍ଗାମୀ ଅର୍ଥାତ ପରମାତ୍ମାଙ୍କ ସହିତ ଯୁକ୍ତ କରାଇଲେ ଆନନ୍ଦ ମିଳେ । ପମ୍ପ ଦ୍ୱାରା ଯେପତି ଜଳ ଉପରକୁ ଉଠାଯାଏ ସେହିପରି ‘ମନ୍ମନା’ ମନ୍ତ୍ର ଦ୍ୱାରା ମନକୁ ଉଦ୍ଧ୍ୱର୍ଗାମୀ କଲେ ତାହା ବିକାର ରହିତ ହୁଏ । ଗୀତାରେ ପରମାତ୍ମା ‘ମନ୍ମନା ଭବ’ ଅର୍ଥାତ ମନକୁ ମୋଠାରେ ଲଗାଅ ମନ୍ତ୍ର ଦେଇଛନ୍ତି । ଏହା ଗୀତାର ରାଜଯୋଗ ଯୋଗ ଶକ୍ତି ଦ୍ୱାରା ମନ ଉଦ୍ଧ୍ୱର୍ଗାମୀ ହୁଏ । ଈଶ୍ୱରୀୟ ସ୍ମୃତି ବିନା ମନଶୁଦ୍ଧି ସମ୍ଭବ ନୁହେଁ । ଲୌକିକ ବାସନା ହିଁ ମନକୁ ବିକାରଗ୍ରସ୍ତ କରାଏ । ଅଲୌକିକ ବାସନା ଅର୍ଥାତ ପରମାତ୍ମାଙ୍କ ସହିତ ମିଳିତ ହେବାର ତୀବ୍ର ଇଚ୍ଛା ମନରୁ ବିକାର ସମୂହକୁ ଦୂରକରେ । ଶୁଦ୍ଧ ବାସନା ଦ୍ୱାରା ଅଶୁଦ୍ଧ ବାସନାର ନାଶ ହୁଏ ।

ଜଣେ ରାଜାଥିଲେ । ତାଙ୍କ ପାଖରେ ଏକ ଛେଳି ଥିଲା । ସେ ତାକୁ ଯେତେ ଖାଇବାକୁ ଦେଲେ ବି ତୃପ୍ତ ହେଉନଥିଲା । ରାଜା ଘୋଷଣା କଲେ ଏହି ଛେଳିକୁ ଯିଏ ପେଟ ପୁରାଇ ଖୁଆଇ ପାରିବ ମୁଁ ତାକୁ ମୋର ରାଜ୍ୟର ଅଧା ଦେଇଦେବି । ଘୋଷଣା ଶୁଣି ଜଣେ ବ୍ୟକ୍ତି ଆସିଲା, ଛେଳିକୁ ନେଇ ଜଙ୍ଗଲକୁ ଗଲା । ସାରାଦିନ ବାଛି ବାଛି କଅଁଳ ଘାସ ଛେଳିକୁ ଖାଇବାକୁ ଦେଲା । ସନ୍ଧ୍ୟା ପରେ ସେ ଛେଳିକୁ ନେଇ ରାଜ ଦରବାରରେ ପହôଲା । ରାଜା ପରୀକ୍ଷା କରିବା ପାଇଁ ଛେଳି ସାମନାରେ କଅଁଳ ଘାସ ରଖିଲେ । ଛେଳି ଖାଇବାକୁ ଲାଗିଲା ରାଜା କହିଲେ, “ଛେଳିକୁ ତୁ ପେଟ ପୁରାଇ ଖୁଆଇ ନାହୁଁ । ଅନ୍ୟଥା ସେ ଏ ଘାସ କାହିଁକି ଖାଆନ୍ତା?” ଏହିପରି ଅନେକ ବ୍ୟକ୍ତି ଆସିଲେ । ଛେଳିକୁ ନିଜ ସାଧ୍ୟ ମତେ ପେଟ ପୁରାଇ ଚରାଇଲେ । କିନ୍ତୁ ପ୍ରତିଥର ଯେତେବେଳେ ତାକୁ ଘାସ ଦିଅନ୍ତି ଛେଳି ତାହା ପୁଣି ଖାଇ ଦିଏ ।

ସାରା ରାଜ୍ୟରେ ଏହି ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ହୋଇଗଲା । ଜଣେ ମହାତ୍ମା ଏହି ଚର୍ଚ୍ଚା ଶୁଣି ଭାବିଲେ ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି । ଅନେକ ଚିନ୍ତା କଲାପରେ ସେ ରାଜ ଦରବାରରେ ଉପସ୍ଥିତ ହୋଇ ରାଜାଙ୍କୁ କହିଲେ, “ହେ ରାଜନ୍ ! ମୁଁ ଆପଣଙ୍କ ଛେଳିକୁ ପେଟ ପୁରାଇ ଖୁଆଇବି । ମୋତେ ଥରେ ସୁଯୋଗ ଦିଅନ୍ତୁ ।” ପୂର୍ବବର୍ୀ ଘଟଣା କ୍ରମେ ରାଜା ନିଶ୍ଚିନ୍ତ ଥିଲେ ଯେ ଏ ସାଧୁ ଜଣକ ବି ଅସଫଳ ହେବେ । ତଥାପି ମଧ୍ୟ ସେ ଛେଳିକୁ ଚରାଇବା ପାଇଁ ତାଙ୍କୁ ଅନୁମତି ଦେଲେ । ସାଧୁ ଜଣକ ଛେଳିକୁ ନେଇ ଜଙ୍ଗଲକୁ ଗଲେ । ଛେଳିଟି ଯେତେବେଳେ ଘାସ ଖାଇବାର ଉପକ୍ରମ କରେ ସେ ତାକୁ ବାଡିରେ ପିଟନ୍ତି । ସାରାଦିନ ସେ ଏପରି କଲେ । ଛେଳି ମନରେ ଏକ ଧାରଣା ଆସିଗଲା ଯେ ମୁଁ ଯଦି ଘାସ ଖାଇବି ତେବେ ମୋତେ ମାଡ଼ ଖାଇବାକୁ ପଡିବ ।

ସନ୍ଧ୍ୟାରେ ଛେଳି ସହ ମହାତ୍ମା ରାଜଦରବାରରେ ଉପସ୍ଥିତ ହେଲେ । ସେ କହିଲେ, “ହେ ରାଜନ୍ ! ଏହାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ପେଟ ପୁରାଇ ଖାଇବାକୁ ଦେଇଛି । ଆପଣ ପରୀକ୍ଷା କରି ପାରନ୍ତି । ରାଜା ପୂର୍ବ ପରି ଛେଳି ସାମନାରେ ଘାସ ରଖିଲେ । ଛେଳି ମନରେ ଏକ ଭୟ ଆସିଯାଇଥିଲା । ସେ ଭାବିଲା ଯେ ଘାସ ଖାଇଲେ ପୁଣି ମାଡ଼ ପଡ଼ିବ । ସେ ଘାସ ଆଡକୁ ଚାହିଁଲା ନାହିଁ ମଧ୍ୟ ।

ଏହି କାହାଣୀଟି ମନସ୍ତ୍ୱ ଉପରେ ଆଧାରିତ । ଛେଳିଟି ମନର ପ୍ରତୀକ । ଯେପରି ଛେଳି ଯେତେ ଖାଇଲେ ମଧ୍ୟ ତୃପ୍ତ ହୁଏ ନାହିଁ ମନ ମଧ୍ୟ ଭୋଗ ଦ୍ୱାରା ତୃପ୍ତ ହୁଏ ନାହିଁ । ଛେଳି ଚରାଇବାକୁ ନେଇଥିବା ମହାତ୍ମା ହେଉଛନ୍ତି ଜୀବାତ୍ମାର ପ୍ରତୀକ । ରାଜା ସ୍ବୟଂ ପରମାତ୍ମା ବାଚକ । ମନ ଯେତେବେଳେ ବିଷୟ ଭୋଗ ପ୍ରତି ଆକୃଷ୍ଟ ହେବ ସେତେବେଳେ ଈଶ୍ୱରୀୟ ଜ୍ଞାନ ରୂପୀ ବାଡି ଦ୍ୱାରା ତାକୁ ଅଙ୍କୁଶିତ କରିବାକୁ ହେବ । ମନ ସୁଧୁରିଲେ ଜୀବନ ସୁଧୁରିବ । ବିଷୟ ଭୋଗ ଦ୍ୱାରା ଜୀବାତ୍ମା ତୃପ୍ତ ହୁଏ ନାହିଁ । ତ୍ୟାଗରେ ହିଁ ତୃପ୍ତି ବିଦ୍ୟମାନ । ଦୃଢ଼ ବୈରାଗ୍ୟ, ତୀବ୍ର ଈଶ୍ୱରୀୟ ପ୍ରେମ ଓ ଈଶ୍ୱରୀୟ ଜ୍ଞାନର ଅଭ୍ୟାସ ଦ୍ୱାରା ମନ ବଶୀଭୂତ ହୁଏ । “ଜନ୍ମ ମୃତୁ୍ୟ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍ ।” ବୈରାଗ୍ୟ ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବା ଉଚିତ୍ । କାରଣ ବୈରାଗୃ୍ୟ ବିନା ଜ୍ଞାନ ପ୍ରାପ୍ତି ହୁଏ ନାହିଁ । ଜ୍ଞାନ ସିଦ୍ଧି ହେଲେ ପରମାତ୍ମାଙ୍କ ପ୍ରତି ସ୍ବତଃ ପ୍ରେମ ଜାତ ହେବ । ଈଶ୍ୱରୀୟ ଜ୍ଞାନ କହେ, ଘର ଗୃହସ୍ଥରେ ଥାଇ ମଧ୍ୟ ନିଷ୍କାମ ର୍କମ ଦ୍ୱାରା ପରମାତ୍ମାଙ୍କୁ ଅନୁଭବ କରି ହେବ । ଜ୍ଞାନ ଓ ଭକ୍ତି ପରସ୍ପର ପରିିପୂରକ । ଭକ୍ତିର ପୂର୍ଣ୍ଣତାରେ ହିଁ ଜ୍ଞାନ ସିଦ୍ଧି ହୁଏ । ଜ୍ଞାନ ଓ ଭକ୍ତି ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଅନ୍ଧ ଶ୍ରଦ୍ଧାକୁ ଭକ୍ତି କହିବା ଠିକ୍ ନୁହେଁ । କାରଣ ଏହାଦ୍ୱାରା ପରମାତ୍ମାନୁଭୁତି ହୁଏ ନାହିଁ । କେବଳ ସାମୟିକ ଆନନ୍ଦ ମିଳେ । ପରମାତ୍ମାଙ୍କୁ କେବଳ ଜ୍ଞାନ ଦ୍ୱାରା ଜାଣି ହୁଏ । ତାଙ୍କୁ ଜାଣିଲା ପରେ ହିଁ ତାଙ୍କ ପ୍ରତି ଭକ୍ତି ହୁଏ, ପ୍ରେମ ହୁଏ ଓ ମନ ତାଙ୍କ ଠାରେ ନିତ୍ୟ ଲାଖି ରହେ ।

ସଂସାରରେ ଯିଏ ଜାଗ୍ରତ ବ୍ୟକ୍ତି ସିଏ ହିଁ ପରମାତ୍ମାଙ୍କୁ ପାଏ । ଯିଏ ସମସ୍ତ ପ୍ରକାର ବିଷୟ ସୁଖ ବୁଦ୍ଧିକୁ ତ୍ୟାଗ କରି ପରମାତ୍ମାଙ୍କ ସ୍ମୃତିରେ ସତତ ନିମଜ୍ଜିତ ଥାଏ ସିଏ ହେଉଛନ୍ତି ପ୍ରକୃତରେ ଜାଗ୍ରତ ବ୍ୟକ୍ତି । ଏହି ପ୍ରସଙ୍ଗରେ ଗୋସ୍ବାମୀ ତୁଳସୀ ଦାସ କହନ୍ତି, “ଜାନିୟ ତବହି ଜୀବ ଜଗ ଜାଗା, ଜବ ସବ ବିଷୟ ବିଳାସ ବିରାଗା ।” ଅର୍ଥାତ୍ ଯେତେବେଳେ ସମସ୍ତ ବିଷୟ ବ୍ୟସନ ପ୍ରତି ବୈରାଗ୍ୟ ଉପôନ୍ନ ହୁଏ, ସେତେବେଳେ ଜୀବାତ୍ମା ଜାଗ୍ରତ ଅବସ୍ଥାରେ ଅଛି ବୋଲି ଜାଣିବ ।”

କପିଳ କହୁଛନ୍ତ, “ହେ ମାତା ଏହି ମନ ଅନାଦି କାଳରୁ ଏହିପରି ଚଳ ସ୍ବଭାବ ଯୁକ୍ତ । ସତ୍ସଙ୍ଗ ଦ୍ୱାରା ଏହାକୁ ସୁଧୁରା ଯାଇପାରେ । କାମନା-ବାସନା ତ୍ୟାଗ କଲେ ମନ ସ୍ଥିର ହୁଏ । ଜ୍ଞାନୀ ଲୋକେ ଆସକ୍ତିକୁ ବନ୍ଧନର କାରଣ ମାନନ୍ତି । କିନ୍ତୁ ପରମାତ୍ମାଙ୍କ ପ୍ରତି ଆସକ୍ତି ସମସ୍ତ ଦୁଃଖ, କଷ୍ଟ, ମୋହ ଓ ମମତାର ବନ୍ଧନରୁ ମୁକ୍ତ କରେ । ତେଣୁ ଏକ ପରମାତ୍ମାଙ୍କ ସହିତ ବୁଦ୍ଧିକୁ ଯୁକ୍ତ କରାଇବା ହେଉଛି ପ୍ରକୃତ ସତ୍ସଙ୍ଗ । ସତ୍ୟମାର୍ଗରେ ପରିଚାଳିତ ନ ହେବା ପର୍ଯ୍ୟନ୍ତ ସତ୍ ସହିତ ସଙ୍ଗ ହୁଏ ନାହିଁ । ସତ୍ସଙ୍ଗ ବିନା ସୁଖ ମିଳେ ନାହିଁ । ଯେପରି ଦୃଷ୍ଟି ସେପରି ସୃଷ୍ଟି । କ୍ରୋଧ କାରଣରୁ ଅଶୋକ ବଣରେ ଶ୍ୱେତ ପୁଷ୍ପ ମଧ୍ୟ ହନୁମାନଙ୍କୁ ରକ୍ତ ବର୍ଣ୍ଣ ଦିଶୁଥିଲା । ହନୁମାନ ବ୍ରହ୍ମଚର୍ଯ୍ୟର ପ୍ରତୀକ, ବ୍ରହ୍ମଚର୍ଯ୍ୟ ଦ୍ୱାରା ସଂସାର ସାଗର ପାର କରାଯାଇ ପାରେ । ସୀତା ପରାଭକ୍ତିର ପ୍ରତୀକ । ଅଶୋକ ବଣ ଶୋକ ରହିତ ମନର ଅବସ୍ଥା । ଯେଉଁଠି ସୀତା ସେଇଠି ଅଶୋକ ବଣ । ଯାହାର ଦୃଷ୍ଟି ଯେପରି ହେବ ତାକୁ ସୃଷ୍ଟି ସେପରି ଦେଖାଯିବ । (କ୍ରମଶଃ)

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର