ଜ୍ଞାନ ପ୍ରବାହ (୧୯)

                      ଜ୍ଞାନ ପ୍ରବାହ (୧୯)

ଏ ଦୁନିଆ ଏକ ଅନ୍ଧ ପୋଟଳୀ ଖେଳର ସମାବେଶ ଅଟେ । ଆମେ ସମସ୍ତେ ନିଜ ନିଜ ଆଖିରେ ଅନ୍ଧ ପୋଟଳୀ ବାଦ୍ଧି ପରମାତ୍ମାଙ୍କ ସହିତ ଖେଳୁଛୁଁ । ଆତ୍ମା ଏ ବିଶ୍ୱରଙ୍ଗ ମକୁ ଆସିବା ପୂର୍ବରୁ ପରମାତ୍ମାଙ୍କ ସହିତ ଏକତ୍ର ବ୍ରହ୍ମ ଲୋକରେ ଅବସ୍ଥାନ କରୁଥିଲା । ପାପ ଓ ପୁଣ୍ୟର ଫଳ ଭୋଗ କରିବା ପାଇଁ ପ୍ରତ୍ୟେକ ଆତ୍ମା ଏ ଭୌତିକ ଦୁନିଆକୁ ଆସି ଶରୀର ଧାରଣ କରିଥାନ୍ତି । ଗୀତାରେ ଭଗବାନ ସ୍ବୟଂ କହିଛନ୍ତି ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ସେହିପରି ମୃତୁ୍ୟ ପରେ ଜନ୍ମ ଅବଶ୍ୟମ୍ଭାବୀ । ଭାଗବତ ମଧ୍ୟ ଏ କଥା ସ୍ବୀକାର କରିଛ । ଜଗନ୍ନାଥ କୃତ ଓଡିଆ ଭାଗବତରେ ଏ ସମ୍ପର୍କ ରେ ଥିବା ପଂକ୍ତିଟି ହେଉଛ - “ମର୍୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ ।” ପରମାତ୍ମା ନୂତନ ସୃଷ୍ଟିରେ କର୍ମାନୁସାରେ ଆତ୍ମାଗଣଙ୍କୁ ଶରୀର ପ୍ରଦାନ କରି ସ୍ବୟଂ ନିଜର ପ୍ରିୟଧାମ ବ୍ରାହ୍ମଲୋକରେ ଆତ୍ମ ଗୋପନ କରନ୍ତି । ଆତ୍ମା ଦେହ ଅଭିମାନର ଅନ୍ଧପୋଟଳୀ ହେତୁ ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଦୃଷ୍ଟି ପ୍ରସାରିତ କରି ନ ପାରି ନିଜର ରଚୟିତାଙ୍କୁ ଏହି ଭୌତିକ ଦୁନିଆ ମଧ୍ୟରେ ହିଁ ଇତସ୍ତତଃ ଖୋଜି ବୁଲେ ।

ଭଗବାନ କହନ୍ତି, ଏ ଜଗତର ଯେତେବେଳେ ଅସ୍ତିତ୍ୱ ନ ଥିଲା, ସେତେବେଳେ ବି ମୁଁ ଥିଲି । ମହା ବିନାଶ ପରେ ବର୍ମାନର ଏ ଭୌତିକ ସୃଷ୍ଟି ଯେତେବେଳେ କାଳର କରାଳ ଗର୍ଭରେ ଲୀନ ହୋଇଯିବ ସେତେବେଳେ ମଧ୍ୟ ମୁଁ ଥିବି । ଦେହ ଅଭିମାନ ବଶତଃ ଈଶ୍ୱର ବିସ୍ମୃତ ହୋଇ ବ୍ୟକ୍ତି ଯାହା ଦେଖେ ତାହା ଅସତ୍ୟ । କାରଣ ଦେହ ବ୍ୟକ୍ତିର ପ୍ରକୃତ ସ୍ବରୂପ ନୁହେଁ । ଏହି  ସ୍ଥିତିରେ ବ୍ୟକ୍ତି ଯାହା ଦେଖେ ତାହା ମାୟାର ସ୍ବପ୍ନିଳ ସୃଷ୍ଟି । ଏହା ଅନିତ୍ୟ ଓ ଅସତ୍ୟ ଅଟେ । ମାୟା ସ୍ବୟଂ ଅସ୍ତିତ୍ୟ ରହିତ । ତଥାପି ଏହା ବ୍ୟକ୍ତିକୁ ସ୍ବପ୍ନ ବତ୍ ପ୍ରତିଭାତ ହୁଏ । ‘ଆବରଣ’ ଓ ‘ବିକ୍ଷେପ’-ଏହି ଦୁଇ ଶକ୍ତି ହେତୁ ମାୟା ସତ୍ୟ ବୋଲି ଆଭାସ ହୁଏ । ମାୟାର ଆବରଣ ଶକ୍ତି ଦ୍ୱାରା ବଶୀଭୂତ ବ୍ୟକ୍ତି ପରମାତ୍ମାଙ୍କ ବାସ୍ତବ ସ୍ବରୂପକୁ ଜାଣି ପାରେ ନାହିଁ । ବିକ୍ଷେପ ଶକ୍ତି ଦ୍ୱାରା ମାୟା ଈଶ୍ୱରୀୟ ଅଧିଷ୍ଠାନରେ ସଂସାରର ଆଭାସ କରାଏ । ପରିଣାମ ସ୍ବରୂପ  ବୁଦ୍ଧି ଈଶ୍ୱରୀୟ ସ୍ମୃତିରୁ ବିକ୍ଷେପ ହୋଇ ଭୌତିକ ସଂସାରରେ ସ୍ଥିର ହୁଏ । ଅନ୍ଧକାରର ଦୃଷ୍ଟାନ୍ତ ଦ୍ୱାରା ଏହି ସିଦ୍ଧାନ୍ତକୁ ପ୍ରମାଣ କରାଯାଇ ପାରେ । ଯାହାର ଅସ୍ତିତ୍ୱ ନାହିଁ ତାହାର ପ୍ରମାଦ ପୂର୍ଣ୍ଣ ଆଭାସ ହୁଏ । ଯାହା ନିତ୍ୟ, ସତ୍ୟ ଓ ବାସ୍ତବ ତାହା ସ୍ଥୂଳ ଚକ୍ଷୁ ଦ୍ୱାରା ପ୍ରତିଭାତ ହୁଏ ନାହିଁ ।

ଆତ୍ମ ସ୍ବରୂପର ବିସ୍ମରଣ ହେଉଛି ମାୟା । ଏହାକୁ ସ୍ବପ୍ନ ସହିତ ତୁଳନା କରାଯାଇ ପାରେ । ସ୍ବପ୍ନ ଦେଖିବା ବ୍ୟକ୍ତି ପ୍ରକୃତ ଏବଂ ବାସ୍ତବ । ସ୍ବପ୍ନ ଏକ ମିଥ୍ୟା ଆଭାସ । ସ୍ବପ୍ନରେ ଏକ ବ୍ୟକ୍ତି ଦୁଇ ପ୍ରକାର ଦେଖାଯାଏ । ତା୍ୱିକ ଦୃଷ୍ଟିରେ ଦେଖିବାକୁ ଗଲେ ସ୍ବପ୍ନର ସାକ୍ଷୀ ଓ ପ୍ରମାଣ ଏକ ଏବଂ ଅଭିନ୍ନ ଅଟେ । ଯେତେବେଳେ ସେ ଜାଗ୍ରତ ହୁଏ ସେତେବେଳେ ତା’ର ବିଶ୍ୱାସ ହୁଏ ଯେ ମୁଁ ତ ସ୍ବଗୃହରେ ବିଛଣା ଉପରେ ଶୋଇଅଛି । ସ୍ବପ୍ନର ପୁରୁଷ ଭିନ୍ନ କେହି ଅଟେ । ସେହିପରି ଏକ ବ୍ରହ୍ମ (ପରମାତ୍ମା) ମାୟା ହେତୁ ଅନେକ ରୂପରେ ପ୍ରତିଭାତ ହୁଅନ୍ତି । ମାୟାର ଅର୍ଥ ଅଜ୍ଞାନ । ମାୟା ବା ଅଜ୍ଞାନ ଦ୍ୱାରା ଗ୍ରସିତ ଆତ୍ମା ଅତୀତକୁ ଦୃଷ୍ଟିପାତ କରିବା ଅନା ବଶ୍ୟକ । ଏହି ଅଜ୍ଞାନକୁ ତତ୍କାଳିକ ବିନାଶ କରିବା ଏକାନ୍ତ ଜରୁରୀ ଅଟେ ।

ଆମେ ପରିଧାନ କରିଥିବା ବସ୍ତ୍ରରେ ଯଦି ଅସାବଧାନତା ବଶତଃ ଦାଗ ଲାଗି ଗଲା; ସେ ବିଷୟରେ ଅନାବଶ୍ୟକ ଅନ୍ୱେଷଣ ନ କରି ତାକୁ କିପରି ଶିଘ୍ରାତିଶିଘ୍ର ପରିଷ୍କାର କରି ହେବ ସେଥିପାଇଁ କାମ କରିବା ବିଧେୟ । ମାୟାକୁ କିପରି ଦୂର କରି ହେବ ସେଥିପାଇଁ ବି·ର ବିମର୍ଷ କରିବା ଅପେକ୍ଷା ଭଗବତ୍ ଆଶ୍ରୟ ନେବା ସମୟୋଚିତ କାର୍ଯ୍ୟ ହେବ । ‘ମା’ ନିଷେଧାତ୍ମକ ଏବଂ ‘ୟା’ ହକାରାତ୍ମକ । ଏଣୁ ଅସ୍ତିତ୍ୱ ନ ଥାଇ ଯାହା ଆଭାସିତ ହୁଏ ତାହା ମାୟା । ମାୟାର ତିନି ପ୍ରକାର ଭେଦ କୁହାଯାଇଛି । (୧) ସ୍ବମୋହିକା (୨) ସ୍ବଜନ ମୋହିକା (୩) ବିମୁଖ ଜନ ମୋହିକା । ଯିଏ ସତତ୍ ଈଶ୍ୱରୀୟ ସ୍ମୃତି ଯୁକ୍ତ ତାକୁ ମାୟା ସ୍ପର୍ଶ କରି ପାରେ ନାହିଁ । ମାୟା ନର୍କୀ ବତ୍ ଦେହାଭିମାନୀ ଜୀବକୁ ନ·ଏ । ଏହି ମୋହରୁ ନିଷ୍କୃତି ପାଇବା ପାଇଁ ଭଗବତ୍ ସ୍ମୃତି ରୂପକ ଝୁଲାରେ ସତତ ଝୁଲିବା ଉଚିତ । ପରମାତ୍ମା ଅଶ୍ୱାସନା ଦେଇଛନ୍ତି ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ । ଏଥିପାଇଁ ମାନବାତ୍ମା ସ୍ଥାନ, କାଳ ନିର୍ବିଶେଷରେ ଯଥାଶକ୍ତି ପାପତାପ ହରଣକାରୀ ଶ୍ରୀହରି ଅର୍ଥାତ ପରମାତ୍ମାଙ୍କ କଥା ଶ୍ରବଣ ଓ କୀର୍ନ କରିବା ସର୍ବାଦୌ ବିଧେୟ ।

ତସ୍ମାତ୍ ସର୍ବାତ୍ମନା ରାଜନ୍ ହରିଃ ସର୍ବତ୍ର ସଦା 

ଶ୍ରୋତବ୍ୟଃ କୀିର୍ଂତ ବ୍ୟଶ୍ଚ ସ୍ମର୍ବ୍ୟୋ ଭଗବାନୃଣାମ୍ ।ା

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର