ଜ୍ଞାନ ନିର୍ଝର (୩୯) ---ମନ ଉପରେ ନିୟନ୍ତ୍ରଣ

 🌸🌸🌸🌸🌸🌸🌸🌸🌸

🌼 *ଜ୍ଞାନ ନିର୍ଝର (୩୯)* 🌼

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌻🌻🌻🌻🌻🌻🌻🌻🌻

   *ମନ ଉପରେ ନିୟନ୍ତ୍ରଣ* 

🌺🌺🌺🌺🌺🌺🌺🌺🌺

ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ଉପଲବ୍ଧିର ଆଧାର ହେଉଛି ମାନସିକ ଶକ୍ତି ତେଣୁ ମନ ଉପରେ ନିୟନ୍ତ୍ରଣ ରଖିବା ଅତ୍ୟାବଶ୍ୟକ ଅଟେ । ମନ ଉପରେ ନିୟନ୍ତ୍ରଣ ରଖିଥିବା ବ୍ୟକ୍ତି ଯାହା ଇଚ୍ଛା ତାହା ପ୍ରାପ୍ତ କରିପାରନ୍ତି । ମନକୁ ନିଜ ଦାସ ରୂପେ ରଖିଥିବା ବ୍ୟକ୍ତି ପାଇଁ ଏହି ସଂସାରରେ ଅସମ୍ଭବ ବୋଲି କିଛି ନାହିଁ । ଦୁର୍ବଳ ମନା ବ୍ୟକ୍ତି ଲକ୍ଷ୍ୟ ପୂର୍ତ୍ତି କରିପାରନ୍ତି ନାହିଁ । ତେଣୁ ମନର ଦାସ ନୁହେଁ, ମନର ମାଲିକ ବନିବା ଆବଶ୍ୟକ । ଦ୍ୱିତୀୟତଃ ମନକୁ ଶକ୍ତିଶାଳୀ କରିବା ଉଚିତ । ଏଥିପାଇଁ ମନରେ ଥିବା ସମସ୍ତ ଆବିଳତାକୁ ଦୂରକରି ନିର୍ମଳ କରିବାକୁ ହେବ । ମନ ଶକ୍ତିଶାଳୀ ହେଲେ ବ୍ୟକ୍ତି ଅତ୍ୟନ୍ତ କଠିଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାକୁ ସକ୍ଷମ ହୋଇପାରେ । କିନ୍ତୁ ସମ୍ପ୍ରତି ମନୁଷ୍ୟ ମନର ଦାସ ହୋଇପଡିଛି । କାରଣ ମନର ଶକ୍ତିକୁ ପ୍ରୟୋଗ କରୁଥିବା ସତ୍ତା ବିଷୟରେ ସେ ଅନଭିଜ୍ଞ । ସେହି ସତ୍ତାକୁ ଅନୁଭବ ନ କରିବା ସମସ୍ତ ମନୁଷ୍ୟ ସମ୍ପନ୍ନ ଓ ସମ୍ପୂର୍ଣ୍ଣ ଆଦର୍ଶ ଚରିତ୍ର ନିର୍ମାଣ କରିପାରିବ ନାହିଁ । ସେହି ସତ୍ତାର ନାମ ‘ଆତ୍ମା’ । ସେ ହେଉଛି ଆମ ଶରୀର ଓ ମନର ମାଲିକ ଓ ପରମ ପିତା ପରମାତ୍ମାଙ୍କ ଅମର ସନ୍ତାନ । ଆତ୍ମା, ଯେପର୍ଯ୍ୟନ୍ତ ଶରୀର ଓ ମନ ସହିତ ସ୍ୱୀୟ ତାଦାତ୍ମ୍ୟ ବିଚ୍ଛେଦ ନ କରିଛି ସେ ପର୍ଯ୍ୟନ୍ତ ସେ ନିଜକୁ ପୃଥକ ସତ୍ତା ରୂପେ ଅନୁଭବ କରିପାରେ ନାହିଁ ।

ଯେ ପର୍ଯ୍ୟନ୍ତ ବ୍ୟକ୍ତି କେନ୍ଦି୍ରୟ ସତ୍ତା ଆତ୍ମାକୁ ନିଜଠାରୁ ପୃଥକ ଅନୁଭବ ନକରିଛି ସେ ପର୍ଯ୍ୟନ୍ତ ତା ମଧ୍ୟରେ ସକାରାତ୍ମକ ବିଚାର, ଭାବ ଓ ଅନ୍ତଃପ୍ରେରଣା ଉଦ୍ରେକ ହୁଏ ନାହିଁ । ବିଚାର ଉପରେ ପୂର୍ଣ୍ଣ ନିୟନ୍ତ୍ରଣର ଅଭାବ ହେତୁ ଅନେକଙ୍କ ଜୀବନରେ ସମରସତା ଆସେ ନାହିଁ । ସେମାନଙ୍କ ଜୀବନରେ ଅନେକ ବିସଙ୍ଗତି ଦେଖାଯାଏ । ଏହାଫଳରେ ସେମାନଙ୍କ ଜୀବନ ଦୁଃଖ, ଚିନ୍ତା, ଭୟ ଏବଂ ଅଶାନ୍ତିରେ ଅତିବାହିତ ହୁଏ । ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଜାଣି ମଧ୍ୟ ଲୋକେ ପିଅନ୍ତି । ସେମାନଙ୍କ ମଧ୍ୟରୁ କେତେକ ମଦ୍ୟପାନ ତ୍ୟାଗ କରିବା ପାଇଁ ସଂକଳ୍ପ କରନ୍ତି; କିନ୍ତୁ ତ୍ୟାଗ କରିପାରନ୍ତି ନାହିଁ । କାରଣ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥାଏ । ସେମାନଙ୍କ ମନ ଉପରେ ନିୟନ୍ତ୍ରଣ ନଥାଏ । ସଂକଳ୍ପରେ ଦୃଢ଼ତା ନ ଆସିବା ପର୍ଯ୍ୟନ୍ତ ଏହି କୁଅଭ୍ୟାସରୁ ମୁକ୍ତି ମିଳେ ନାହିଁ । କିନ୍ତୁ ଦୃଢ଼ତା ଆସିବ କେମିତି? ଦେଖାଯାଏ ଯେ ବାରମ୍ବାର ପ୍ରତିଜ୍ଞା କରି ମଧ୍ୟ ବ୍ୟକ୍ତି ଅଭ୍ୟାସ ଆଗରେ ହାର ମାନେ ।

ସଂପ୍ରତି ମାନବ ଜୀବନରେ ଦେଖାଯାଉଥିବା ବିଭିନ୍ନ ଦୁର୍ଗୁଣ ତାର ଅଭ୍ୟାସରେ ପରିଣତ ହୋଇସାରିଛି । ଶିକ୍ଷା ବା ଜ୍ଞାନ ଦ୍ୱାରା ଏଥିରୁ ମୁକୁଳିବା ସମ୍ଭବ ନୁହେଁ । କୁଅଭ୍ୟାସର କୁପରିଣତି ବିଷୟରେ ସଚେତନ ହୋଇ ଉପଯୁକ୍ତ ଜ୍ଞାନ, ସକାରାତ୍ମକ ପ୍ରେରଣା, ଉତ୍ସାହ, ସାହସ ଓ ଧୈର୍ଯ୍ୟ ସହିତ ସତତ ପ୍ରଯତ୍ନଶୀଳ ହେଲେ ସଫଳତା ସମ୍ଭବ । ଦୁର୍ଗୁଣ ଗୁଡିକୁ ସମାପ୍ତ କରି ଜୀବନରେ ସୁଗୁଣ ଧାରଣ ପାଇଁ ସଚେତନ ପ୍ରୟାସ ମଧ୍ୟ ଆବଶ୍ୟକ ଅଟେ । ଏହାର ସମାଧାନ କିମ୍ବା ଚିକିତ୍ସା ଅଧ୍ୟାତ୍ମ ଜଗତର ଯୋଗୀ-ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ । ବ୍ୟକ୍ତି ମନଠାରୁ ପୃଥକ ସତ୍ତା ଅଟେ । ପ୍ରାୟ ଲୋକମାନେ ଏକଥା ବୁଝିପାରନ୍ତି ନାହିଁ । ଯଦି କୌଣସି ରୋଗଗ୍ରସ୍ତ ବ୍ୟକ୍ତିଙ୍କ ନିକଟକୁ ଆମେ ସହାନୁଭୂତି ପ୍ରକଟ କରିବା ପାଇଁ ଯିବା, ତାଙ୍କ ହାଲ-ଚାଲ ପଚାରିବା, ତାଙ୍କୁ ସାନ୍ତ୍ୱନା ମୂଳକ ଦୁଇପଦ କଥା କହିବା, ତୁମର ଶରୀର ଠିକ୍ ନାହିଁ, ଏଥିରେ ଚିନ୍ତାର କିଛି କଥା ନାହିଁ, ଶୀଘ୍ର ଭଲ ହୋଇଯିବ ।’’ ରୋଗୀ ଜଣକ ଆମକଥା ଶୁଣି ସହାନୁଭୂତିର ଅନୁଭବ କରିବ । ଏହା ପରିବର୍ତ୍ତେ ଯଦି ତାଙ୍କୁ ଯଦି କୁହାଯାଏ ଯେ ତୁମର ମନ ଖରାପ ଅଛି, ତେବେ ସେ କ୍ରୋଧିତ ହୋଇଯିବେ । କାରଣ ଲୋକେ ମନ ଏବଂ ବୁଦ୍ଧି ସହିତ ଏତେ ତାଦାତ୍ମ୍ୟ ବା ଏକତାର ଅନୁଭବ କରନ୍ତି ଯେ ସେମାନେ ନିଜକୁ ମନଠାରୁ ପୃଥକ୍ ଆତ୍ମା ବୋଲି ବୁଝନ୍ତି ନାହିଁ । ସେମାନେ ନିଜକୁ ମନ ବୋଲି ଭାବନ୍ତି । ମନ ହେଉଛି ଆତ୍ମାର ଏକ ଶକ୍ତି; ଏହି ପୃଥକ ସତ୍ତା ବୋଧ ଜୀବନରେ ଚମକ୍ରାରିକ ରୂପାନ୍ତରଣ ଆଣିଥାଏ । ଏଥିପାଇଁ ମନର ରଚନାତ୍ମକ ତନ୍ତ୍ରକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ।

ପରିବର୍ତ୍ତନ ଓ ସୃଜନ ଶକ୍ତିର ବିକାଶ ପାଇଁ ମୌନ ନିତାନ୍ତ ଆବଶ୍ୟକ । ମନର ରଚନା ତନ୍ତ୍ରକୁ ବୁଝିବା ପାଇଁ କିଛି କ୍ଷଣ ଏକାନ୍ତରେ ମୌନର ଅଭ୍ୟାସ କରନ୍ତୁ । ଯଦି ଆମେ ଆମ ଅତୀତ ଜୀବନର ସିଂହାବଲୋକନ କରିବା ତେବେ ଦେଖିବାକୁ ପାଇବା ଯେ ଆମ ଜୀବନ ଏକ ଯନ୍ତ୍ର ତୁଲ୍ୟ ହୋଇଯାଇଛି । ଯାନ୍ତ୍ରିକ ଜୀବନର ଅର୍ଥ ହେଉଛି ଅଭ୍ୟାସର ବଶବର୍ତ୍ତୀ ହୋଇ ଅନିଚ୍ଛା ସତ୍ତ୍ବେ ମଧ୍ୟ ସେହି କର୍ମ ଓ ସଂକଳ୍ପକୁ ପୁନରାବୃତ୍ତି କରିବା । ଅନ୍ୟ ଅର୍ଥରେ ଦାସତ୍ୱର ଜୀବନ ଜିଇଁବା । ମନରେ ଥିବା ବିଷୟ ଇନ୍ଦ୍ରିୟମାନଙ୍କ ଉପରେ ପ୍ରଭାବ ପକାଏ। ଏଥିପାଇଁ ନ ଚାହୁଁଥିବା କୌଣସି କର୍ମଇନ୍ଦ୍ରିୟମାନଙ୍କ ଦ୍ୱାରା ଅଭ୍ୟାସବଶତଃ ସମ୍ପାଦିତ ହେଉଥାଏ । ଏହାର ଉତ୍ସ ହେଉଛି ମନ । ଏଥିପାଇଁ ମନର ଏହି ଯାନ୍ତ୍ରିକତାକୁ ବୁଝିବା ଆବଶ୍ୟକ ।

ବାସ୍ତବରେ ମନ ହେଉଛି ଆମର ମୁକ୍ତି ବା ଦାସତାର ଆଗମ ବିନ୍ଦୁ । ନର୍କ ଓ ସ୍ବର୍ଗର ପ୍ରବେଶ ଦ୍ୱାର ମଧ୍ୟ ଏହି ମନ ଅଟେ । ଏହାର ଯଥାର୍ଥ ଉପଯୋଗ ମନୁଷ୍ୟକୁ ଅତ୍ୟନ୍ତ ଆନନ୍ଦ ସାଗର ଅଭିମୁଖେ ନେଇଯାଏ । ଅନ୍ୟପକ୍ଷରେ ଏହାର ଅଯଥାର୍ଥ ଉପଯୋଗ ଦୁଃଖର ବିଷୟ ବୈତରଣୀରେ ଡୁବାଇ ଦିଏ । ତେଣୁ ମନ ସ୍ୱୟଂ ମିତ୍ର ନୁହେଁ କି ଶତ୍ରୁ ନୁହେଁ । ଏହା ଏକ ଉପକରଣ ମାତ୍ର । ଯଦି ଆମେ ଏହାକୁ ନିଜ ଉପକରଣ, ସାଧନ, ବାହନ ବା ଚାକର ବନାଇ ପାରିବା ତେବେ ଏହା ସଫଳତାର ଚରମ ଶିଖର ପର୍ଯ୍ୟନ୍ତ ପହଞ୍ଚିବାର ମାର୍ଗ ହୋଇପାରିବ । ମନର ଯଥାର୍ଥ ଉପଯୋଗ ଦ୍ୱାରା ବ୍ୟକ୍ତି ଏକାଗ୍ର ଚିତ୍ତ, ଏକରସ ଓ ନିଃସଂକଳ୍ପ ଅବସ୍ଥା ପ୍ରାପ୍ତ ହୋଇପାରେ । ଏହି ଅବସ୍ଥାରେ ଆତ୍ମା ମନର ଉପଯୋଗ କରି ଇନ୍ଦ୍ରିୟମାନଙ୍କ ଉପରେ ରାଜତ୍ୱ କରିଥାଏ । ଅନ୍ୟପକ୍ଷରେ ମନର ଦୁରୂପଯୋଗ ଦ୍ୱାରା ବ୍ୟକ୍ତି ବିଖଣ୍ଡିତ ଚିତ୍ତ ହୋଇ ପରସ୍ପର ବିରୋଧି ସଂକଳ୍ପ ଦ୍ୱାରା ପାଗଳ ସ୍ଥିତି ପ୍ରାପ୍ତ ହୁଏ । ଏହି ଅବସ୍ଥାରେ ଆତ୍ମା ଇନ୍ଦ୍ରିୟ ସମୂହର ଦାସ ବନିଯାଏ । ପ୍ରଥମ ଅବସ୍ଥାରେ ଆତ୍ମା ମନର ଉପଯୋଗ କରିଥିଲା ଏବଂ ଦ୍ୱିତୀୟ ଅବସ୍ଥାରେ ମନ ଆତ୍ମାର ଉପଯୋଗ କଲା ।

କାମନା ଗୁଡିକର ବିନାଶର ଅର୍ଥ ଏହା ନୁହେଁ ଯେ ଆତ୍ମାଠାରୁ ମନର ଅସ୍ତିତ୍ୱ ଲୋପ ପାଇଗଲା । ଏହାର ଅର୍ଥ ହେଉଛି ମନ କେବଳ ଏକ ଉପକରଣ ହୋଇରହିଯାଏ ଯଦ୍ୱାରା ଆତ୍ମା ମୁନିବ ସଦୃଶ ଆବଶ୍ୟକତା ଅନୁସାରେ ତାର ଉପଯୋଗ କରିପାରେ । ଏଥିପାଇଁ ଯୋଗୀ ଯେତେବେଳେ  ଆତ୍ମିକ ଭାବରେ ସ୍ଥିତ ଥାଏ ସେତେବେଳେ ମନ ଅନୁପଯୋଗୀ ଶାନ୍ତ ଅବସ୍ଥାରେ ଥାଏ । ସାଧାରଣ ଲୋକଙ୍କ ମନ ସର୍ବତୋ ଭାବେ ନାନା ପ୍ରକାର ଆକାଙ୍କ୍ଷା ଓ ଅପେକ୍ଷାରେ ପରିପୂର୍ଣ୍ଣ ଥାଏ । ପରିଣାମ ସ୍ୱରୂପ ଏହା ବିକ୍ଷୁବ୍ଧ ସାଗରର ଅନ୍ତହୀନ ତରଙ୍ଗ ସଦୃଶ ତରଙ୍ଗାୟିତ ଓ ଅଶାନ୍ତ ରହେ ଏବଂ ଆତ୍ମା ସୁଷୁପ୍ତ ମୂର୍ଚ୍ଛିତ ଅବସ୍ଥାରେ ବିଦ୍ୟମାନ ଥାଏ ।

ଜନ୍ମଜନ୍ମାନ୍ତରର ସଂସ୍କାର ବଶତଃ ବ୍ୟକ୍ତି ମନର ଦୁରୁପଯୋଗ କରିବାରେ ଅଭ୍ୟସ୍ତ ହୋଇପଡିଛି । ତେଣୁ ସେ ଦୁଃଖୀ ଓ ଅଶାନ୍ତ ରହୁଛି । ଅନ୍ୟ ଅର୍ଥରେ ମନ ଆତ୍ମାର ମାଲିକ ବନି ଯାଇଛି । ତେଣୁ ଆତ୍ମା ଦାସ ପରି ଛାୟା ସଦୃଶ ମନର ପଶ୍ଚାତନୁଗମନ କରିଆସୁଛି । ଆତ୍ମାର ଆଦେଶ ମନ ପାଳନ କରୁନାହିଁ, ତେଣୁ ବ୍ୟକ୍ତି ଜୀବନରେ ସମସ୍ତ ଅଶାନ୍ତିର କାରଣ ହେଉଛି ମନ । ଯୋଗୀଗଣ ମନକୁ ଏକ ଇନ୍ଦ୍ରିୟ ପରି ଉପଯୋଗ କରନ୍ତି । କାରଣ ମନ ହେଉଛି ଆତ୍ମାର ଏକ ସୂକ୍ଷ୍ମ ଇନ୍ଦ୍ରିୟ ଏଥିପାଇଁ ଏହା ଅବିନାଶୀ ଅଟେ ।

ମନ ଅର୍ଥାତ୍ ସ୍ମୃତି । ଆତ୍ମା କାହା ସହିତ କଥାବାର୍ତ୍ତା କଲେ ସ୍ମୃତି ଅର୍ଥାତ୍ ମନର ଆବଶ୍ୟକତା ପଡିଥାଏ । ସେ ତାକୁ ମାତ୍ର ଏକ ଉପକରଣ ସଦୃଶ ଉପଯୋଗ କରିଥାଏ । ତାର ମନ ଦର୍ପଣ ସଦୃଶ ସ୍ବଚ୍ଛ ଥାଏ । ଏହି ଅବସ୍ଥା ସେତେବେଳେ ସମ୍ଭବ ଯେତେବେଳେ ଆତ୍ମା ତାର ମୁନିବ ସ୍ୱରୂପରେ ଅବସ୍ଥାନ କରିଥାଏ । କିନ୍ତୁ ସାଧାରଣ ଲୋକଙ୍କ ମନ ଚଳଚ୍ଚିତ୍ରର ରିଲ ସଦୃଶ । ଯଦି ଆମେ କାହା ସହିତ ସାକ୍ଷାତ କରୁ ସେ ଚାଲିଯିବା ପରେ ଆମ ମନରେ ତାଙ୍କ ସହିତ ହୋଇଥିବା କଥାବାର୍ତ୍ତା ଓ ତାଙ୍କର ଚେହେରାର ସ୍ମୃତି ଚଳଚ୍ଚିତ୍ର ପରି ଚାଲୁଥାଏ । ଘଟି ଯାଇଥିବା ଅଧିକାଂଶ ଘଟଣା ଆମ ସ୍ମୃତିରେ ମୁଦ୍ରିତ ହୋଇରହିଯାଏ । ପରନ୍ତୁ ଆତ୍ମିକ ସ୍ବରୂପରେ ସ୍ଥିତ ବ୍ୟକ୍ତିଙ୍କ ମନ ଦର୍ପଣ ପରି ହୋଇଥାଏ । ତାଙ୍କ ସ୍ମୃତିରେ କୌଣସି ବିଷୟ ଲାଖି ରହେ ନାହିଁ । ତେଣୁ ମନକୁ ଆତ୍ମାର ଅଧିନସ୍ଥ କରିବା ହେଉଛି ମନୁଷ୍ୟର ସଫଳତା । ମନ ଏକ ସୂକ୍ଷ୍ମ ସତ୍ତା ଅଟେ । ଏହା ଆତ୍ମା ଓ ଶରୀର ମଧ୍ୟରେ ବିଦ୍ୟମାନ । ଏଥିପାଇଁ ମନର ପ୍ରଭାବ ଶରୀର ଉପରେ ଏବଂ ଶରୀରର ପ୍ରଭାବ ମନ ଉପରେ ପଡିଥାଏ ।

ଜାଗରୁକତା ମନର ଅଂଶବିଶେଷ ନୁହେଁ । ଏହା ମନ ଦ୍ୱାରା ପ୍ରବାହିତ ହୁଏ । ମନ ଏକ ବିଦ୍ୟୁତ ବଲ୍ ସଦୃଶ ଏବଂ ଜାଗରୁକତା ବିଦ୍ୟୁତ ଅଟେ । ଯଦି ବଲ୍ ଭାଙ୍ଗିଯାଏ । ତେବେ ବି ବିଦ୍ୟୁତ ଅତୁଟ ଥାଏ । କେବଳ ବିଦ୍ୟୁତର ଅଭିବ୍ୟକ୍ତିରେ ବାଧା ଆସେ । ନୂଆ ବଲବ ଲାଗିଲେ ପୁନଃ ବିଜୁଳି ପ୍ରବାହିତ ହୁଏ । ମନ କେବଳ ବାହନ, ଉପକରଣ ଓ ସାଧନ ଅଟେ । ଜାଗରୁକତା ତା ମାଧ୍ୟମରେ ପ୍ରବାହିତ ହୁଏ । ଯେତେବେଳେ ଦୁଇଜଣ (ଆତ୍ମା) କଥାବାର୍ତ୍ତା ହୁଅନ୍ତି ତେବେ ଉଭୟଙ୍କ ଅନ୍ତଃକରଣରୁ ପ୍ରବାହିତ ହେଉଥିବା ବାହ୍ୟ ଉର୍ଜା ପାଇଁ ମନ ମାଧ୍ୟମ ବନିଯାଏ । ମୋଟରଗାଡି ଓ ଉଡାଜାହାଜ ଭଳି ମନ ଏକ ବାହନ ମାତ୍ର । କିନ୍ତୁ କେହି ଏହାର ପୂର୍ଣ୍ଣ କ୍ଷମତାର ଉପଯୋଗ କରନ୍ତି ନାହିଁ । ଏହାର କାରଣ ହେଉଛି ସତ୍ୟ ଜ୍ଞାନର ଅଭାବ ।

ଉଡାଜାହାଜର ପଙ୍ଖା ବାହାର କରି ତାକୁ ପକ୍କା ସଡକ ଉପରେ ବସ ଭଳି ଚଳାଯାଇପାରିବ । କିନ୍ତୁ ଏହା ବିବେକ ସମ୍ମତ ନୁହେଁ । ଠିକ୍ ସେହିପରି ଆମେ ମଧ୍ୟ ବସଗାଡି ଭଳି ମନର ଉପଯୋଗ ଇଚ୍ଛା, କାମନା, ଦିବା ସ୍ୱପ୍ନ ଦେଖିବାରେ କରୁଛୁ । କିନ୍ତୁ ମନକୁ ସତ୍ୟ ଜ୍ଞାନ ଅନୁସାରେ ଉପଯୋଗ କରିବା ତେବେ ଏହା ଆତ୍ମାକୁ ସୁନ୍ଦର ଜୀବନ ଜିଇଁବା କଳା ପ୍ରତି ନେଇଯିବାରେ ଉଡାଜାହାଜ ଭଳି ବାହନର ଭୂମିକା ନିର୍ବାହ କରିବ । ଜୀବନକୁ ଉଦ୍ଧ୍ୱର୍ଗାମୀ କଳା ପ୍ରତି ଗତିଶୀଳ କରାଉଥିବା ବାହକ ବା ମାଲିକ ହେଉଛି ଆତ୍ମା । ମନ ହେଉଛି ଏହାର ବାହନ ବା ସାଧନ । ଆତ୍ମିକ ସ୍ବରୂପର ଅନୁଭବ କରିବା ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ସୀମାରେ ଏହି ଉପକରଣ (ମନ)ର ଉପଯୋଗ ବନ୍ଦ ହୋଇଯାଏ । ଏହି ଅବସ୍ଥାରେ ଆତ୍ମା କେବଳ ଚୈତନ୍ୟର ଅନୁଭବ କରେ । ଏହି ଅନୁଭବ କେତେବେଳେ ଆନନ୍ଦର, କେତେବେଳେ ପ୍ରେମର ଓ କେତେବେଳେ ଶାନ୍ତିର ହୋଇଥାଏ ।

ଆନନ୍ଦର ଏହି ଜାଗରୁକତା କ୍ଷଣରେ ଆତ୍ମା ମନର ଉପଯୋଗ ବାହନ ଭଳି କରିପାରେ । ଯେଉଁଥିରେ ମନର  ବହୁତ ପ୍ରକାର ସକାରାତ୍ମକ ଉପଯୋଗ ହୋଇପାରେ । ଆତ୍ମା ମୁନିବ ସଦୃଶ ମନ ଦ୍ୱାରା କରାଇଥାଏ । ଏଭଳି ସ୍ଥିତିରେ ଆତ୍ମା ସ୍ବରାଜ୍ୟ ଅଧିକାରୀ ବନିଯାଏ । ଉଭୟ ଶରୀର ଓ ମନ ମୁନିବ ଆତ୍ମାର ଚାକର ଓ ବାହନ ଅଟନ୍ତି । ଏହା ଅନୁଭବ କରିପାରୁ ନଥିବାରୁ ଆମେ ନିଜକୁ (ଆତ୍ମାକୁ) ବାହନ ବୋଲି ଭାବିଥାଉ । ଏହି ବାହନ ଓ ମୁନିବର ତାଦାତ୍ମ୍ୟକୁ ଛିନ୍ନ କରିବାର ବିଧି ହେଉଛି ଧ୍ୟାନ, ମୌନ ଏବଂ ସାକ୍ଷୀ ଭାବର ଅଭ୍ୟାସ । କୌଣସି ଆତ୍ମା ସମ୍ପୂର୍ଣ୍ଣ ଅବସ୍ଥା ପ୍ରାପ୍ତ କରିବା ପରେ ଶରୀରରେ ଉପସ୍ଥିତ ଥାଇ ସେବା କରିପାରେ । ମନ ସମାପ୍ତ ହୁଏ ନାହିଁ । ପରନ୍ତୁ ସାକ୍ଷୀ ଭାବର ସାଧନା ମନ ଓ ଶରୀରର ତାଦାତ୍ମ୍ୟକୁ ଛିନ୍ନ କରିଦିଏ । ଏହି ଅବସ୍ଥାରେ ଆତ୍ମା ନିଜକୁ ଓ ମନକୁ ବୁଝିପାରେ । ଉଭୟଙ୍କ ମଧ୍ୟରେ ଥିବା ସେତୁ ଭଙ୍ଗ ହୋଇଯାଏ । ମନ ଏକ ଯନ୍ତ୍ର ସଦୃଶ । ଯେପରି କୌଣସି ଯନ୍ତ୍ରର ଉପଯୋଗ କଲାବେଳେ ବ୍ୟକ୍ତି ତାର ସମଗ୍ର ଅଂଶ ପ୍ରତି ସଜାଗ ଥାଏ । କିନ୍ତୁ ସେ ସ୍ବୟଂ ଯନ୍ତ୍ର ବନିଯାଏ ନାହିଁ । ଠିକ୍ ଏହିପରି ଶରୀର ଓ ମନର ଅନେକ କାର୍ଯ୍ୟ ଆତ୍ମାର ଚାରିପଟେ ରଚନାତନ୍ତ୍ର ପରି ବିସ୍ତାର ହୋଇଛି । ଏହାରି ମଧ୍ୟରେ ଆମର ଜୀବନ ଯାପନ ପ୍ରଣାଳୀ ଦୁଇପ୍ରକାର ହୋଇପାରେ । ପ୍ରଥମତଃ ଆମେ ନିଜକୁ ରଚନା ତନ୍ତ୍ର ବୋଲି ସ୍ବୀକାର କରିବା । ଅର୍ଥାତ୍ ଆମେ ନିଜକୁ ସ୍ତ୍ରୀ, ପୁରୁଷ, ସୁନ୍ଦର, ଅସୁନ୍ଦର, ଅଫିସର, ଡାକ୍ତର, ଇଞ୍ଜିନିୟର ଆଦି ନାମରେ ପରିଚିତ କରାଇବା । ଦ୍ୱିତୀୟତଃ ଆମେ ନିଜକୁ ରଚନା ମାନି ନେବା । ଯାହାର ପରିଣାମ ଦୁଃଖ ଏବଂ ଅଶାନ୍ତିପୂର୍ଣ୍ଣ ଜୀବନ । ଏହା ହେଉଛି ସଂସାର ବନ୍ଧନ । କ୍ରିୟାଶୀଳତାର ଅନ୍ୟ ଉପାୟ ହେଉଛି ଜାଗରୁକ ହୋଇ କିମ୍ବା ଆତ୍ମିକ ସ୍ବରୂପରେ ସ୍ଥିତ ହୋଇ ନିଜକୁ ଏହି ରଚନା ତନ୍ତ୍ରରୁ ପୃଥକ ମନେକରି ଏହାର ଉପଯୋଗ କରିବା । ଏପରି ଅବସ୍ଥାରେ ଶରୀର ରୂପୀ ଯନ୍ତ୍ରରେ କୌଣସି ତ୍ରୁଟି ହେଲେ ତାହା ନିଶ୍ଚିନ୍ତ ଭାବରେ ସଜାଡି ହେବ । ବ୍ୟସ୍ତ ବା ଦୁଃଖୀ ହେବାର ଅବକାଶ ରହିବ ନାହିଁ । ଯଦି ଯନ୍ତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ବା ମୃତ୍ଯୁ ହୋଇଯାଏ ତେବେ ପରେ ନୂଆ ଜୀବନ ମିଳିବ । ତେଣୁ ସାକ୍ଷୀଦ୍ରଷ୍ଟା ଭାବରେ ଅର୍ଥାତ୍ ଜାଗରୁକତା ପୂର୍ବକ ଜୀବନ ଯାପନ କରିବା ବିଧେୟ । ଏଥିପାଇଁ ମୌନ ଏକ ବିଧି ଅଟେ ।

🌷🌷🌷🌷🌷🌷🌷🌷🌷

ଶିବ ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର-767025

ମୋବାଇଲ ନମ୍ବର-9437210296, 7609969796

🌹🌹🌹🌹🌹🌹🌹🌹🌹 🌸🌸🌸🌸🌸🌸🌸🌸🌸

🌹🌹🌹🌹🌹🌹🌹🌹🌹5

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,