ଜ୍ଞାନ ପ୍ରବାହ (୨୫)
ଜ୍ଞାନ ପ୍ରବାହ (୨୫)
ସନ୍ଥଙ୍କ ଲକ୍ଷଣ
ସନ୍ଥଙ୍କ ପ୍ରଧାନ ଲକ୍ଷଣ ହେଉଛି ତିତିକ୍ଷା । ସହନଶୀଳ ବ୍ୟକ୍ତି ହିଁ ସୁଖୀ ହୁଏ । ଅତିଶୟ ସହନ କରିବା ବ୍ୟକ୍ତି ସନ୍ଥ ବିବେଚିତ ହୁଏ । ଏହି ପ୍ରସଙ୍ଗରେ ଏକନାଥ ମହାରାଜଙ୍କ ଜୀବନର ଏକ ଘଟଣା ପ୍ରଣିଧାନ ଯୋଗ୍ୟ । ସେ ପୈଠଣରେ ରହୁଥିଲେ । ସେ ପ୍ରତ୍ୟହ ଗୋଦାବରୀ ନଦୀକୁ ସ୍ନାନ କରିବା ପାଇଁ ଯାଉଥିଲେ । ତାଙ୍କ ଯିବା ପଥରେ ଏକ ପଠାଣ ରହୁଥିଲା । ସେ ଏକନାଥଙ୍କୁ ଖୁବ୍ ଦୁଃଖ ଦେଉଥିଲା । କିନ୍ତୁ ମହାରାଜ ସବୁ କିଛି ସହି ଯାଉଥିଲେ । ସେ କେବେ ମଧ୍ୟ କ୍ରୋଧିତ ହେଉ ନ ଥିଲେ । ଦିନେ ସେହି ପଠାଣ ଏକନାଥଜୀଙ୍କୁ କ୍ରୋଧିତ କରିବା ପାଇଁ ଉପାୟ ପାôଲା । ମହାରାଜ ଯେତେବେଳେ ସ୍ନାନରୁ ଫେରୁଥାନ୍ତି ସେତେବେଳେ ସେ ତାଙ୍କ ଉପରେ ଛେପ ପକାଇଲା । ମହାରାଜ ଦ୍ୱିତୀୟ ଥର ସ୍ନାନ କରିବାକୁ ଗଲେ । ପୁନଶ୍ଚ ସେହି ପଠାଣ ମହାରାଜଙ୍କ ଉପରେ ଥୁକିଲା । ବାରମ୍ବାର ଏପରି ହେଉଥିଲା÷; କିନ୍ତୁ ଏକନାଥଜୀ କ୍ରୋଧ ପ୍ରକାଶ କରୁ ନଥିଲେ । ଗୋଦାବରୀରେ ବାରମ୍ବାର ସ୍ନାନ କରିବାର ସୁଯୋଗ ପାଉଥିବାରୁ ସେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ । ସେ ମନରେ ନିଶ୍ଚୟ କରି ନେଲେ ଯେ ପଠାଣଟି ଯେପରି ତାର ଦୁର୍ଜନତା ତ୍ୟାଗ କରୁ ନାହିଁ ସେ ମଧ୍ୟ ତାଙ୍କ ନିଜ ସଜ୍ଜନତା ତ୍ୟାଗ କରିବେ ନାହିଁ । ପଠାଣ ଏକନାଥଙ୍କ ଉପରେ ଏକଶତ ଆଠବାର ଥୁକିଲା ଏବଂ ସେତିକି ଥର ମହାରାଜ ଗୋଦାବରୀ ସ୍ନାନ କଲେ । ଶେଷରେ ପଠାଣ ଲଜ୍ଜିତ ହେଲା । ସେ ଏକନାଥଙ୍କ ପଦସ୍ପର୍ଶ କଲା ଓ କ୍ଷମା ପ୍ରାର୍ଥନା କଲା । ସେ କହିଲା, ମହାରାଜ! ଆପଣ ସନ୍ଥ ଅଟନ୍ତି । ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ । ଏକନାଥ ତା’ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଲେ, ଏଥିରେ କ୍ଷମା ମାଗିବାର କିଛି ନାହିଁ । ତୋ ପାଇଁ ହିଁ ମୋତେ ଏକଶତ ଆଠଥର ଗୋଦାବରୀ ସ୍ନାନର ପୁଣ୍ୟ ପ୍ରାପ୍ତ ହେଲା ।
ଯିଏ ଈଶ୍ୱରଙ୍କ ସହିତ ଆନ୍ତରିକ ସମ୍ବନ୍ଧ ରଖନ୍ତି ତାଙ୍କୁ ପ୍ରକୃତ ଶାନ୍ତି ମିଳେ । ଅତ୍ୟନ୍ତ ବିପିକୁ ମଧ୍ୟ ଯିଏ ଈଶ୍ୱରୀୟ ଅନୁଗ୍ରହ ମନେ କରେ ସେ ମହାନ ବୈଷ୍ଣବ ଅଟନ୍ତି । ଅନ୍ଧକାରର ଅସ୍ତିତ୍ୱ ହେତୁ ପ୍ରକାଶର ମୂଲ୍ୟ ଅଛି । ସନ୍ଥଙ୍କର ଦ୍ୱିତୀୟ ଲକ୍ଷଣ ହେଉଛି କରୁଣା ଓ ତୃତୀୟ ଲକ୍ଷଣ ହେଉଛି ସମସ୍ତଙ୍କ ପ୍ରତି ସୁହୃଦଭାବ । ଅଜାତଶତ୍ରୁ, ଶାନ୍ତ, ସରଳ ସ୍ବଭାବ ଆଦି ମଧ୍ୟ ସନ୍ଥମାନଙ୍କର ଲକ୍ଷଣ ଅଟେ । ଶାନ୍ତିର ପରୀକ୍ଷା ପ୍ରତିକୂଳ ପରିସ୍ଥିତିରେ ହୋଇଥାଏ । ପାର୍ଥିବ ଧନ ସମ୍ପି ସହିତ ମଣିଷ ନିତ୍ୟ ସମ୍ବନ୍ଧ ରଖେ । ଏହା ସହିତ ଯଦି ସେ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବ ସେ ଶାନ୍ତି ପାଇପାରିବ । ଈଶ୍ୱରଙ୍କ ପାଇଁ କିଛି ନା କିଛି ତ୍ୟାଗ କରିବା ଉଚିତ । କାରଣ ତ୍ୟାଗରେ ହିଁ ଶାନ୍ତି ଥାଏ, ଭୋଗରେ ନୁହେଁ । ସନ୍ଥ ଈଶ୍ୱରୀୟ କାର୍ଯ୍ୟ ପାଇଁ ସର୍ବସ୍ବ ତ୍ୟାଗ କରନ୍ତି । “ମତକୃତେ ତ୍ୟକ୍ତ କର୍ମଣଃ ତ୍ୟକ୍ତ ସ୍ବଜନ ବାନ୍ଧବଃ ।’’ ସନ୍ଥ ପରମାତ୍ମାଙ୍କ ପାଇଁ ସମ୍ପୂର୍ଣ୍ଣ କର୍ମ ତଥା ନିଜ ସ୍ବଜନ ସମ୍ବନ୍ଧୀଙ୍କ ତ୍ୟାଗ କରନ୍ତି । ସନ୍ଥ ପରମାତ୍ମାଙ୍କ ପାଇଁ ସାଂସାରିକ ବିଷୟ ଭୋଗକୁ ବୁଦ୍ଧି ପୂର୍ବକ ତ୍ୟାଗ କରନ୍ତି ।
ପରମାତ୍ମା ପରାୟଣ ରହି ପରମାତ୍ମାଙ୍କ କଥାର ଶ୍ରବଣ ଓ ବର୍ଣ୍ଣନା କର । ପରମାତ୍ମାଙ୍କ ଠାରେ ହିଁ ଚି ନିବେଶ କର । ତେବେ ଭକ୍ତିର ବିକାଶ ହେବ । ପରମାତ୍ମାଙ୍କ କଥା ଶ୍ରବଣରେ ଶ୍ରଦ୍ଧା ଦୃଢ଼ ହୁଏ । ତତ୍ ପଶ୍ଚାତ ପରମାତ୍ମାଙ୍କ ପ୍ରତି ଆସକ୍ତି ବଢ଼େ । ଆସକ୍ତି ବଢ଼ିଲେ ବ୍ୟସନାତ୍ମିକା ଭକ୍ତି ପ୍ରାପ୍ତ ହୁଏ । ଭକ୍ତ ଯେତେବେଳେ ବ୍ୟସନ ଭଳି ଉକ୍ରଟ ହୁଏ ସେତେବେଳେ ଈଶ୍ୱରୀୟ ସାନ୍ନିଧ୍ୟ ପ୍ରାପ୍ତ ହୁଏ । ଗୋଟିଏ କ୍ଷଣ ମଧ୍ୟ ଯିଏ ପରମାତ୍ମାଙ୍କଠାରୁ ବିଭକ୍ତ ହୁଏ ନାହିଁ ସେ ଭକ୍ତ । “ତୀବ୍ରେଣ ଭକ୍ତିଯୋଗେନ ।’’ ତୀବ୍ର ଭକ୍ତିର ଅର୍ଥ ଗୋଟିଏ କ୍ଷଣ ମଧ୍ୟ ପରମାତ୍ମାଙ୍କଠାରୁ ବିଭକ୍ତ ନ ହେବା । ଏହିପରି ପ୍ରାକୃତିକ ଗୁଣ ଗୁଡିକରୁ ନିଷ୍ପନ୍ନ ଶବ୍ଦାଦି ବିଷୟ ଗୁଡ଼ିକୁ ତ୍ୟାଗ କରି, ବୈରାଗ୍ୟ ଯୁକ୍ତ ଜ୍ଞାନ ଓ ଯୋଗ ଦ୍ୱାରା ପରମାତ୍ମାଙ୍କ ପ୍ରତି କରାଯାଇଥିବା ସୁଦୃଢ଼ ଭକ୍ତ ଦ୍ୱାରା ମନୁଷ୍ୟ ଇହଜନ୍ମରେ ସ୍ବୀୟ ଅନ୍ତରାତ୍ମା ସମାନ ପରମାତ୍ମାଙ୍କୁ ପ୍ରାପ୍ତ କରିପାରେ । ପରମାତ୍ମାଙ୍କ ପ୍ରତି ଅହୈତୁକୀ ନିଷ୍କାମ ଭାବନା ଭକ୍ତିଠାରୁ ମଧ୍ୟ ଶ୍ରେଷ୍ଠ ।
ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ମନରେ ସାଂସାରିକ ଭୋଗ ଲାଳସା ଥାଏ, ସେତେବେଳ ପର୍ଯ୍ୟନ୍ତ ତାକୁ ନିଦି୍ରତ ବୋଲି ବୁଝିବାକୁ ହେବ । ଜାଗ୍ରତ ଥିବା ବ୍ୟକ୍ତିଙ୍କୁ କେବଳ ପରମାତ୍ମା ମିଳନ୍ତି । ସୁଖ ଭୋଗର ଇଚ୍ଛା ଖୁବ୍ ଦୁଃଖଦ । ପରମାତ୍ମାଙ୍କ ଧ୍ୟାନରେ ଜଗତ ବିସ୍ମୃତ ହୋଇଗଲେ ତାଙ୍କ ସହିତ ସମ୍ବନ୍ଧ ସ୍ଥାପିତ ହୁଏ । ଧ୍ୟାନରେ ପ୍ରଥମେ ଶରୀରକୁ ତାପରେ ଚକ୍ଷୁକୁ ଏବଂ ଶେଷରେ ମନକୁ ସ୍ଥିର କରିବାକୁ ହୁଏ । ଯେତେବେଳ ପର୍ଯ୍ୟନ୍ତ ଶରୀର ଓ ଚକ୍ଷୁ ସ୍ଥିର ହୁଏ ନାହିଁ ସେତେବେଳ ପର୍ଯ୍ୟନ୍ତ ମନ ସ୍ଥିର ହୁଏ ନାହିଁ । ଧ୍ୟାନ କରିବା ଦ୍ୱାରା ମନ ସ୍ଥିର ହୁଏ । ମନ ଉପରେ ଭୂମିର ପ୍ରଭାବ ପଡେ । ତେଣୁ ଏକାନ୍ତ ଓ ପବିତ୍ର ସ୍ଥାନରେ ବସି ଧ୍ୟାନ କରିବା ଆବଶ୍ୟକ । ଧ୍ୟାନକାରୀ ପରିମିତ ମାତ୍ରାରେ ପବିତ୍ର ଭୋଜନ ଗ୍ରହଣ କରିବା ଉଚିତ । ଆହାର ସା୍ୱିକ ଏବଂ ଅଳ୍ପ ହେବା ଉଚିତ । ଅନ୍ୟଥା ବ୍ରହ୍ମଚର୍ଯ୍ୟ ପାଳନ କରିବା ସମ୍ଭବ ନୁହେଁ । ଧ୍ୟାନକାରୀ େ·ରୀ କରିବା ଉଚିତ ନୁହେଁ । ଅସ୍ତେୟମ । ମନୁଷ୍ୟ ଅନେକ ଥର ଚକ୍ଷୁ ଓ ମନ ଦ୍ୱାରା େ·ରୀ କରିଥାଏ । ପର ଦ୍ରବ୍ୟର ମାନସିକ ଚିନ୍ତନ ମଧ୍ୟ େ·ରୀ ଅଟେ । ଧ୍ୟାନ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ଅପରିହାର୍ଯ୍ୟ । ସମସ୍ତ ଇନ୍ଦି୍ରୟ ଦ୍ୱାରା ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଉଭୟ ଶାରୀରିକ ଓ ମାନସିକ ବ୍ରହ୍ମଚର୍ଯ୍ୟ ପାଳନ କରିବା ଆବଶ୍ୟକ । କାରଣ ମାନସିକ ସ୍ତରରେ ବ୍ରହ୍ମଚର୍ଯ୍ୟର ଖଣ୍ଡନ ହେଲେ ତାକୁ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ କୁହାଯାଇପାରିବ ନାହିଁ । ଗୋଟିଏ ଦିନ ବ୍ରହ୍ମଚର୍ଯ୍ୟ ଭଙ୍ଗ କଲେ ·ଳିଶ ଦିନ ପର୍ଯ୍ୟନ୍ତ ମନ ସ୍ଥିର ରହେ ନାହିଁ । ଧ୍ୟାନ ବିନା ପରମାତ୍ମାଙ୍କ ଅନୁଭବ ହୁଏ ନାହିଁ । ରାତ୍ରୀରେ ଶୋଇବା ପୂର୍ବରୁ ପରମାତ୍ମାଙ୍କ ଧ୍ୟାନ କରିବା ଉଚିତ । ମନକୁ ବାରମ୍ବାର ପରମାତ୍ମାଙ୍କ ସ୍ବରୂପରେ ସ୍ଥିର କର । ଧ୍ୟାନରେ ତନ୍ମୟତା ଆସିଲେ ସଂସାରର ବିସ୍ମରଣ ହୋଇଯାଏ । ଧ୍ୟାନରେ ଦେହାଭିମାନ ବିସ୍ମୃତ ହୋଇଯାଏ । ସଂସାରର ବିସ୍ମରଣ ହେଲେ ପରମାତ୍ମା ସ୍ମରଣରେ ଆନନ୍ଦ ମିଳେ ।
ପରମାତ୍ମା ସମସ୍ତ ଗୁଣର ମହାସାଗର । ଧ୍ୟାନ କର୍ା ଦେହାଭିମାନ ବିସ୍ମୃତ ହୋଇ ଧ୍ୟେୟ ସହିତ ଏକ ହୋଇଯିବା ଅବସ୍ଥା ହେଉଛି ଅଦ୍ୱୈତ । ପରମାତ୍ମାଙ୍କ ଚିନ୍ତନ (ଧ୍ୟାନ)ର ଚରମ ଅବସ୍ଥାରେ ଧ୍ୟାନ କର୍ା (ଧ୍ୟାତା) ର ସମସ୍ତ ଅହଂ ପଣ ଦୂର ହୋଇଯାଏ । ଧ୍ୟାତା ମଧ୍ୟରେ ଧ୍ୟେୟର ଶକ୍ତି ଓ ଗୁଣ ସାର ହୁଏ । ଯେପରି ଏକ କୀଡା ଭ୍ରମରୀର ଚିନ୍ତନ କରୁ କରୁ ସ୍ବୟଂ ଭ୍ରମରୀରେ ରୂପାନ୍ତରିତ ହୋଇଯାଏ, ସେହିପରି ଧ୍ୟାତା ସମସ୍ତ ଈଶ୍ୱରୀୟ ଗୁଣ ଓ ଶକ୍ତିର ସ୍ବରୂପ ବନିଯାଏ ।
Comments
Post a Comment