ଜ୍ଞାନ ପ୍ରବାହ (୨୧)
ଜ୍ଞାନ ପ୍ରବାହ (୨୧)
ଦୁର୍ଯେ୍ୟାଧନ ବିଦୁର ପ୍ରକରଣ ପାଣ୍ଡବମାନଙ୍କ ରାଜ୍ୟ ହରଣ କରି ନେଲା । ସେମାନେ ବନବାସ କଲେ । ସେଠାରୁ ପ୍ରତ୍ୟାବର୍ନ କରି ଯୁଧିଷ୍ଠିର ରାଜ୍ୟର ନିଜ ଭାଗ ଦାବୀ କଲେ । କିନ୍ତୁ ଧୃତରାଷ୍ଟ୍ର ଓ କୌରବମାନେ ଭାଗ ଦେବାକୁ ମନା କରି ଦେଲେ । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ତରଫରୁ ସନ୍ଧି କରିବାକୁ ଆସିଲେ । କିନ୍ତୁ କୁରୁରାଜ ତାଙ୍କ ପ୍ରସ୍ତାବକୁ କର୍ଣ୍ଣପାତ କଲେ ନାହିଁ । ବିଦୁର ମଧ୍ୟ ଧ୍ରୁତରାଷ୍ଟ୍ରଙ୍କୁ ବୁଝାଇଲେ । ସେତେବେଳେ ତାଙ୍କ ଦ୍ୱାରା ଉପଦିଷ୍ଟ ନ୍ୟାୟ ଏବଂ ଧର୍ମ ସମ୍ବନ୍ଧୀୟ ବିଷୟ ବିଦୁର ନୀତି ନାମରେ ଖ୍ୟାତ ।
ଯିଏ ଅନ୍ୟର ଧନ ଅପହରଣ କରେ, ଯା’ର ଆଖି କେବଳ ଧନ ସମ୍ପି ଉପରେ ଥାଏ, ଯିଏ ପାପୀ ପୁତ୍ର ପ୍ରତି ପ୍ରେମ ଭାବ ରଖେ ସେପରି ବ୍ୟକ୍ତି ହିଁ ଅନ୍ଧ ଧୃତରାଷ୍ଟ୍ର ।
ବିଦୁର ଧୃତରାଷ୍ଟ୍ରଙ୍କୁ କହିଲେ- “ ଦୁର୍ଯେ୍ୟାଧନ ପାପୀ ଅଟେ । ସେ ଆପଣଙ୍କ ପୁତ୍ର ନୁହେଁ ବରଂ ଆପଣଙ୍କ ପାପହିଁ ପୁତ୍ରର ରୂପ ନେଇ ଆସିଛି । ଅନେକ ସମୟରେ ଆମ ଅତୀତର ପାପ କର୍ମ ହିଁ ପୁତ୍ର ରୂପରେ ଜନ୍ମ ନିଏ ଏବଂ ଆମକୁ ଦୁଃଖ ଦିଏ । ଦୁରା·ରୀ ପୁତ୍ର ପିତାମାତାଙ୍କ ଦୁର୍ଗତିର କାରଣ ଅଟେ । ସଦା·ରୀ ପୁତ୍ର ପିତାମାତାଙ୍କ ସଦ୍ଗତି କରେ । ତେଣୁ ଦୁରା·ରୀ ପୁତ୍ରର ସଙ୍ଗ ତ୍ୟାଗ କରିବା ପାଇଁ ଶାସ୍ତ୍ର ନିର୍ଦ୍ଧେଶ ଦିଏ । ହେ ଧୃତରାଷ୍ଟ୍ର! ଦୁରା·ରୀ ଦୁର୍ଯେ୍ୟାଧନ ତୋର ବଂଶ ବିନାଶ କରିବା ପାଇଁ ଜନ୍ମ ନେଇଛ । ଆଉ ମଧ୍ୟ ତୋର ପୁତ୍ର ଦୁର୍ଯେ୍ୟାଧନ େ·ରୀ ଅଟୋ େ·ରୀ ଏବଂ ବ୍ୟଭି·ର ମହାପାପ ଅଟେ । ଏହା କ୍ଷମା ଯୋଗ୍ୟ ନୁହେଁ । ଯିଏ ପରିଶ୍ରମ ବିନା ଅନ୍ୟର ସମ୍ପି ଅପହରଣ କଲେ ସିଏ େ·ର । ମାହାଳିଆରେ କାହାଠାରୁ ଖାଇବା ଅନୁଚିତ । ପରିଶ୍ରମ ନ କହି ଯିଏ ଖାଏ ସିଏ ମଧ୍ୟ େ·ର । ତେଣୁ ତୁମେ ଦୁର୍ଯେ୍ୟାଧନର ମୋହ ତ୍ୟାଗ କର ନଚେତ ତୁମର କୌରବ ବଂଶର ବିନାଶ ଅବଶ୍ୟମ୍ଭାବୀ ।
ଧୃତରାଷ୍ଟ୍ର ଓ ବିଦୁରଙ୍କ ଏହି କଥୋପକଥନ ଭୃତ୍ୟମାନଙ୍କଠାରୁ ଶୁଣି ଦୁର୍ଯେ୍ୟାଧନ କ୍ରୋଧିତ ହୋଇଗଲା । ସେ ବିଦୁରଙ୍କୁ ରାଜସଭାକୁ ଡ଼କାଇ ଅପମାନିତ କଲା । ବିଦୁର ·ହିଁଥିଲେ ସ୍ବୀୟ ତପଃଶକ୍ତି ଦ୍ୱାରା ଦୁର୍ଯେ୍ୟାଧନଙ୍କୁ ଭସ୍ମୀଭୂତ କରି ଦେଇ ପାରିଥାନ୍ତେ । କିନ୍ତୁ ଏହା ଦ୍ୱାରା ଶକ୍ତିର ଦୁରୁପୋଯୋଗ ହୋଇଥାନ୍ତା । ଯିଏ ଶକ୍ତିର ଦୁରପଯୋଗ କରେ ସିଏ ଦୈତ୍ୟ ।ଶକ୍ତି, ସମ୍ପି ଏବଂ ସମୟର ବି·ର ପୂର୍ବକ ସଦୁପଯୋଗ କରିବା ବ୍ୟକ୍ତି ହିଁ ଦେବ ପଦଯୋଗ୍ୟ । ବିଦୁରଙ୍କ ବାର ବର୍ଷର ପତଶ୍ଚର୍ଯ୍ୟା ତାଙ୍କୁ ଅସାଧାରଣ ସହନଶକ୍ତି ପ୍ରଦାନ କରିଥିଲା । ସା୍ୱିକ ଆହାର କରୁଥିବା ବ୍ୟକ୍ତି ହିଁ ସହନ ଶକ୍ତି ପ୍ରାପ୍ତ କରିପାରେ । ବିଦୁରଜୀ ବାର ବର୍ଷ ପର୍ଯ୍ୟନ୍ତ କେବଳ ଶାଗ ଖାଇ ହିଁ ଜୀବନ ଯାପନ କରିଥିଲେ । ଆହାର ବିହାର ସା୍ୱିକ ହେଲେ ସହନଶୀଳତା ଆସେ । ତେଣୁ ଦୁର୍ଯେ୍ୟାଧନର ଅପମାନ ସୂଚକ ବଚନ ଶୁଣି ବିଦୁରଙ୍କ ମନରେ କ୍ରୋଧର ଉଦ୍ରେକ ହେଲା ନାହିଁ । ଦୁଃଖ ଏବଂ କ୍ରୋଧକୁ ସମ୍ବରଣ କରିବା ଶକ୍ତି ସା୍ୱିକ ଆହାରରୁ ମିଳେ ।
କେତେକ ଲୋକ ଅକାରଣରେ ଅନ୍ୟମାନଙ୍କୁ ନିନ୍ଦା କରନ୍ତି । ନିନ୍ଦା ନ କରି ସେମାନେ ରହି ପାରନ୍ତି ନାହିଁ । ଆମେ ଯଦି କେବେ ଏପରି ନିନ୍ଦୁକମାନଙ୍କର ନିନ୍ଦାର ସମ୍ମୁଖୀନ ହେଉଁ ତେବେ ତାହା ଚୁପ୍·ପ ଶାନ୍ତି ପୂର୍ବକ ସହିଯିବା ଉଚିତ । ସେତେବେଳେ ଆମେ ଭାବିବା ଉଚିତ ଯେ, “ଆମର ନିନ୍ଦା କରୁଥିବା ବ୍ୟକ୍ତି ଜଣକ ମିତ୍ର ଅଟେ, ଶତ୍ରୁ ନୁହେଁ । କାରଣ ଆମକୁ ସେ ଆମର କୌଣସି ନା କୌଣସି ଅବଗୁଣ ବିଷୟରେ ସଚେତନ କରାଇ ଦେଉଛି । ଏହିପରି ଚିନ୍ତନ କଲେ ମନରେ କ୍ରୋଧ ଆସିବ ନାହିଁ । ବିଶ୍ୱ କଲ୍ୟାଣର୍ଥେ ସ୍ବୟଂ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି । ତାଙ୍କୁ ମଧ୍ୟ କେତେକ ନିନ୍ଦୁକଙ୍କ ନିନ୍ଦାର ଶରବ୍ୟ ହେବାକୁ ପଡ଼େ । ବିଦୁରଜୀ ଭାବିଲେ ଏ ଦୁର୍ଯେ୍ୟାଧନ ମୋର ନିନ୍ଦା କରୁନାହିଁ । ଏହା ମୋ ପାଇଁ କୌରବମାନଙ୍କ କୁସଙ୍ଗ ତ୍ୟାଗ କରିବା ପାଇଁ ପ୍ରଭୁ ପ୍ରେରଣା ଅଟେ । ମହାପୁରୁଷମାନେ ଏହିପରି ନିନ୍ଦାର ମଧ୍ୟ ସାରତ୍ୱ ଅନ୍ୱେଷଣ କରନ୍ତି । ଯିଏ ଭଲ ଜିନିଷର ଭଲ ଦେଖେ ସେ ସାଧାରଣ ବୈଷ୍ଣବ । ଉମ ବୈଷ୍ଣବ ଖରାପ ଜିନିଷରେ ମଧ୍ୟ ଭଲ ଦେଖନ୍ତି । ପ୍ରତିକୂଳ ପରିସ୍ଥିତରେ ମଧ୍ୟ ବୈଷ୍ଣବ ପରମାତ୍ମାଙ୍କ ଅନୁଗ୍ରହ କଥା ହିଁ ଅନୁଭବ କରେ ।
ବିଦୁରଜୀ ପ୍ରଭୁ ପ୍ରେରଣା ଭାବି ତୀର୍ଥଯାତ୍ରା ପାଇଁ ପ୍ରସ୍ଥାନ କଲେ । ଧୃତରାଷ୍ଟ୍ର ଦ୍ୱାରା ପ୍ରେଷିତ ସମସ୍ତ ଧନ ସମ୍ପିକୁ ସେ ନମ୍ରତା ପୂର୍ବକ ଫେରାଇ ଦେଲେ । ଆବଶ୍ୟକତାର ବୃଦ୍ଧି ହିଁ ପାପକୁ ଜନ୍ମ ଦିଏ । ଆମେ ଆମର ଆବଶ୍ୟକତାକୁ ଯେତିକି ସଂକୁଚିତ କରି ପାରିବା ସେତିକି ପାପ ମଧ୍ୟ କମିବ । ବର୍ମାନ ସ୍ଥିତିରେ ଆମ ପାଖରେ ଯାହା ଅଛି ସେଥିରେ ଯଦି ଆମେ ସନ୍ତୁଷ୍ଟତା ଅନୁଭବ କରି ପାରୁନାହିଁ ତେବେ ତାହା ପାପ କର୍ମ ପାଇଁ ପ୍ରେରଣା ଦେବ । ତେଣୁ କୁହାଯାଇଛି ଅସନ୍ତୋଷ ଏବଂ ଲୋଭ ହିଁ ପାପର ଜନକ ଅଟେ । ଯିଏ ପାପ କରେ ନାହିଁ ପରୋକ୍ଷରେ ସେ ପୁଣ୍ୟ ହିଁ କରେ । ତେଣୁ ତୀର୍ଥଯାତ୍ରାରେ ଯେତେ କମ ଜିନିଷ ସାଙ୍ଗରେ ନେବା ସେତିକି ଭଲ । ଯାତ୍ରାର ଅର୍ଥ - ଯାତି ତ୍ରୀତି । ଇନ୍ଦି୍ରୟ ସମୂହକୁ ପ୍ରତିକୂଳ ବିଷୟ ଗୁଡ଼ିକରୁ ପ୍ରତ୍ୟାବୃ କରି ଅନୁକୂଳ ବିଷୟଗୁଡ଼ିକରେ ସଂଲଗ୍ନ କରିବା ହିଁ ଯାତ୍ରା ଅଟେ । କେବଳ ଯାତ୍ରା କଲେ ପୁଣ୍ୟ ହୋଇଯାଏ ନାହିଁ । ଯାତ୍ରା ବିଧିପୂର୍ବକ କରିବା ଉଚିତ । ଅନ୍ୟଥା ପୁଣ୍ୟ ବଦଳରେ ପାପର ବୋଝ ବୋହି ନେଇ ଆସିବା ସାର ହେବ । ଯାତ୍ରା ଆରମ୍ଭ ପୂର୍ବରୁ ଦୃଢ଼ ପ୍ରତିଜ୍ଞା କରିବା ଉଚିତ ଯେ ମୁଁ ବ୍ରହ୍ମଚର୍ଯ୍ୟ ପାଳନ କରିବି; କ୍ରୋଧ କରିବି ନାହିଁ; ମିଛ କହିବି ନାହିଁ; ବ୍ୟର୍ଥ କଥା କହିବି ନାହିଁ । ଅନ୍ୟଥା ଯେଉଁମାନେ କେବଳ ଅବସର ବିନୋଦନ ପାଇଁ ଯାତ୍ରା କରନ୍ତି ସେଥିରେ କିଛି ଲାଭ ନାହିଁ । ତୀର୍ଥଯାତ୍ରା ସମୟରେ ଉପବାସ କରିବା ବିଧେୟ । ଉପବାସରେ ସା୍ୱିକ ଭାବ ଜାଗ୍ରତ ହୁଏ । ଯେଉଁମାନେ ଉପବାସ କରି ପାରିବେ ନାହିଁ ସେମାନେ ଅଳ୍ପାହାରୀ ବା ଫଳାହାରୀ ହେବା ଉଚିତ ।ଅତିଶୟ ବିଳାସୀ ଏବଂ ପାପୀ ଲୋକମାନେ ତୀର୍ଥସ୍ଥାନରେ ରହିବା ଦ୍ୱାରା ସେଠାକାର ମହିମା ଲୁପ୍ତ ହୋଇଯାଏ । ସାଧୁ ସନ୍ଥ ତୀର୍ଥସ୍ଥାନକୁ ପବିତ୍ର କରନ୍ତି ।
ଜଗତରେ କୌଣସି ମଧ୍ୟ ସ୍ତ୍ରୀ, ପୁରୁଷ, ଜଡ଼ ବା ଚେତନ ବସ୍ତୁରେ ଆନନ୍ଦ ନାହିଁ । ଏକମାତ୍ର ପରମାତ୍ମାହିଁ ଆନନ୍ଦ ସ୍ବରୂପ । ତେଣୁ ଇନ୍ଦି୍ରୟ ସମୂହର ବିବାହ (ସମ୍ବନ୍ଧ) ପରମାତ୍ମାଙ୍କ ସହିତ କରିବା ବିଧେୟ; ବିଷୟଗୁଡ଼ିକ ସହିତ ନୁହେଁ । ପରମାତ୍ମାଙ୍କୁ ହୃଷୀକେଶ ବୋଲି କୁହାଯାଏ । ‘ହୃଷିକ’ ର ଅର୍ଥ ଇନ୍ଦି୍ରୟ ଏବଂ ‘ଈଶ୍ୱର’ ର ଅର୍ଥ ସ୍ବାମୀ ଅଟେ । ପରମାତ୍ମା ଇନ୍ଦି୍ରୟମାନଙ୍କର ସ୍ବାମୀ ଅଟନ୍ତି । କୌଣସି ପ୍ରକାରେ ସଂସାରକୁ ଭୁଲି ପରମାତ୍ମା ପ୍ରେମରେ ତନ୍ମୟ ହୋଇଯିବା ଉଚିତ । ଯେତେବେଳେ ପ୍ରଭୁ ମିଳନରେ ଉକôଣ୍ଠା ତୀବ୍ର ହୁଏ ସେତେବେଳେ ପରମାତ୍ମା ସ୍ବୟଂ ଆସି ଦର୍ଶନ ଦିଅନ୍ତି ।ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟ ଅନ୍ୟ କାହାରିର ବୋଲି ଭାବୁଥାଏ ସେତେବେଳ ପର୍ଯ୍ୟନ୍ତ ସେ ପରମାତ୍ମାଙ୍କ ହୋଇପାରେ ନାହିଁ ପରମାତ୍ମା ଯେତେବେଳେ ମନୁଷ୍ୟକୁ ଆପଣେଇ ନିଅନ୍ତି । ସେତେବେଳେ ତାଙ୍କ ପସନ୍ଦ ଅନୁସାରେ ହିଁ ସକଳ କର୍ମ ହେବା ଉଚିତ ।
ଅନ୍ତଃକରଣ ଚତୁଷ୍ଟୟର ଶୁଦ୍ଧି ହେଲେ ପରମାତ୍ମାଭୁତି ହୁଏ । ଅନ୍ତଃକରଣର ·ରୋଟି ବିଭାଗ ଅଛି । ଅନ୍ତଃକରଣ ଯେତେବେଳେ ସଂକଳ୍ପ ବିକଳ୍ପ କରେ ସେତେବେଳେ ତାକୁ ମନ କୁହାଯାଏ । ମନ ଯେତେବେଳେ କୌଣସି ନିର୍ଣ୍ଣୟ କରେ ସେତେବେଳେ ତାକୁ ବୁଦ୍ଧି କୁହାଯାଏ । ପରମାତ୍ମାଙ୍କ ଚିନ୍ତନ କଲେ ତାକୁ ଚି କୁହାଯାଏ ଏବଂ ତା’ଠାରେ ଯେତେବେଳେ କି୍ରୟାର ଅଭିମାନ ଆସେ ତେବେ ତାକୁ ଅହଂକାର କୁହାଯାଏ । ମନ, ବୁଦ୍ଧି, ଚି ଏବଂ ଅହଂକାର- ଏ ·ରୋଟିର ଶୁଦ୍ଧିକରଣ ବିନା ପରମାତ୍ମା ସାକ୍ଷାତକାର ସମ୍ଭବ ହୁଏ ନାହିଁ । ଏ ·ରୋଟିର ଶୁଦ୍ଧି ପାଇଁ ବହ୍ମଚର୍ଯ୍ୟ ପାଳନ ଏକାନ୍ତ ଆବଶ୍ୟକ ।
Comments
Post a Comment