ଜ୍ଞାନ ପ୍ରବାହ (୨୩)
ଜ୍ଞାନ ପ୍ରବାହ (୨୩)
କପିଳମୁନି ପ୍ରକରଣ (ଜ୍ଞାନ ପ୍ରକରଣ)
ତୃତୀୟ ସ୍କନ୍ଧରେ ଦୁଇଟି ପ୍ରକରଣ ଅଛି । ପୂର୍ବ ମୀମାଂସା ଓ ଉର ମୀମାଂସା । ପୂର୍ବ ମୀମାଂସାରେ ବରାହ ନାରାୟଣଙ୍କ ଅବତାର ଏବଂ ଉର ମୀମାଂସାରେ କପିଳ ନାରାୟଣଙ୍କ ଚରିତ୍ର ବର୍ଣ୍ଣିତ ହୋଇଛି । ଯଜ୍ଞ କର୍ମ ବିନା କପିଳ ନାରାୟଣଙ୍କ ବିଦ୍ୟା ବୁଦ୍ଧିରେ ସ୍ଥିର ହୁଏ ନାହିଁ । ମନ, ବଚନ ଏବଂ କାୟାରେ କାହାରିକୁ ପୀଡା ନ ଦେବା ଯଜ୍ଞ ଅଟେ । ସଦା ସର୍ବଦା ପ୍ରସନ୍ନ ରହିବା ମଧ୍ୟ ଯଜ୍ଞ ଅଟେ । ଯଜ୍ଞ ଅର୍ଥାତ୍ ସତ୍କର୍ମ ଦ୍ୱାରା ସମସ୍ତ ଇନ୍ଦ୍ରିୟ ଶୁଦ୍ଧିକରଣ କ୍ରିୟା । କଳୁଷିତ ମନ ପରମାତ୍ମାଙ୍କୁ ଅନୁଭବ କରାଇ ଦିଏ ନାହିଁ । ଆତ୍ମା ମୂଳତଃ ଜ୍ଞାନ ସ୍ବରୂପ । ତେଣୁ ତା୍ୱିକ ଦୃଷ୍ଟିରୁ କେହି ଅଜ୍ଞାନ ନୁହନ୍ତି । କିନ୍ତୁ ଜ୍ଞାନକୁ ନିରନ୍ତର ବୁଦ୍ଧିରେ ସ୍ଥିର ରଖିବା ପାଇଁ ଇନ୍ଦ୍ରିୟ ନିଗ୍ରହ ପୂର୍ବକ ସେଗୁଡିକୁ ଈଶ୍ୱରାଭିମୁଖୀ କରିବାକୁ ପଡିବ । ଅନ୍ୟଥା ଶରୀରରେ ଥିବା ନଅଟି ଛିଦ୍ର ଦେଇ ଏହି ଇନ୍ଦ୍ରିୟ ସମୂହ ଦ୍ୱାରା ଜ୍ଞାନ ବୁଦ୍ଧିରୁ ବାହାରି ଯିବ । ବିଳାସ ବ୍ୟସନରେ ଜୀବନ ଯାପନ କରୁଥିବା ମନୁଷ୍ୟର ବୁଦ୍ଧିରେ ଜ୍ଞାନ ସ୍ଥିର ହୋଇରହେ ନାହିଁ, କେବଳ ତାହା ପୁସ୍ତକ ଜ୍ଞାନ ହୋଇ ରହିଯାଏ । ଯିଏ ପୁସ୍ତକ ପଛରେ ଦୌଡେ ସେ ବିଦ୍ୱାନ । ଭକ୍ତି ପୂର୍ବକ ପରମାତ୍ମାଙ୍କ ପଛରେ ଦୌଡିବା ବ୍ୟକ୍ତି ସନ୍ଥ । ଶାସ୍ତ୍ର ପଛରେ ଦୌଡେ । ହୃଦୟରେ ସା୍ୱିକ ଭାବ ଜାଗ୍ରତ ହେଲେ ଓ ଅନ୍ତଃକରଣ ଶୁଦ୍ଧ ହୋଇଗଲେ ବୁଦ୍ଧିରେ ସ୍ବତଃ ଜ୍ଞାନ ପ୍ରକଟ ହୁଏ । ମୀରାବାଇ ଓ ତୁକାରାମ କୌଣସି ଶାସ୍ତ୍ର ପଢ଼ି ନ ଥିଲେ ବା ସେମାନଙ୍କ କେହି ଗୁରୁ ନ ଥିଲେ ।
ଉର ମୀମାଂସା ଜ୍ଞାନ ପ୍ରକରଣ ଅଟେ । କପିଳ ମୁନି ଜ୍ଞାନର ଅବତାର ଅଟନ୍ତି । କର୍ଦ୍ଧମ ଋଷି ଓ ଦେବହୁତିଙ୍କ ଘରେ କପିଳ ମୁନିଙ୍କ ଜନ୍ମ ଏକ ଆଧ୍ୟାତ୍ମିକ ରହସ୍ୟର ପ୍ରତୀକ । ଯିଏ ଇନ୍ଦ୍ରିୟ ସମୂହକୁ ଦମନ କରନ୍ତି ବା ଯିଏ ଜିତେନ୍ଦ୍ରିୟ ସିଏ କର୍ଦ୍ଧମ ଅଟନ୍ତି । କର୍ଦ୍ଧମ ହେଲେ ଯାଇ କପିଳ ଅର୍ଥାତ୍ ଜ୍ଞାନ ପ୍ରାପ୍ତି ହୁଏ । ଅନ୍ୟ ଅର୍ଥରେ ଆତ୍ମା ସତୋ ପ୍ରଧାନ ହେଲେ ସ୍ବତଃସ୍ଫୁର୍ ଭାବେ ଜ୍ଞାନ ଗଙ୍ଗାର ସ୍ଫୁରଣ ହୁଏ । ସଂଯମ ଏବଂ ସଦା·ର ଦ୍ୱାରା ସ୍ୱଗୁଣ ବୃଦ୍ଧି ହୁଏ । କର୍ଦ୍ଧମ ଋଷି ସରସ୍ବତୀ ନଦୀ ତଟରେ ତପସ୍ୟା କରୁଥିଲେ । ସରସ୍ବତୀ ସତ୍କର୍ମର ୬ ଗଙ୍ଗା ଜ୍ଞାନର ଏବଂ ଯମୁନା ଭକ୍ତିର ସ୍ବରୂପ ଅଟନ୍ତି । ସତକର୍ମ ମଧ୍ୟ ଏକ ତପସ୍ୟା । କର୍ମଯୋଗୀ ହିଁ ପରମାତ୍ମାଙ୍କୁ ସହଜରେ ପାଆନ୍ତି । ଜୀବନର ଲକ୍ଷ୍ୟ ସ୍ଥିର ହେଲେ ସଫଳତା ପଦ ଚୁମ୍ବନ କରେ । ଲକ୍ଷହୀନ ମନୁଷ୍ୟ କତ ବିହୀନ ନୌକା ସଦୃଶ । କର୍ଦ୍ଧମ ଜିତେନ୍ଦ୍ରିୟ ଥିଲେ । ଜିତେନ୍ଦ୍ରିୟ ବ୍ୟକ୍ତି ହିଁ ପରମାତ୍ମାଙ୍କୁ ପ୍ରାପ୍ତ ହୁଏ । କର୍ଦ୍ଧମଙ୍କ ତପସ୍ୟା ସଫଳ ହେଲା । ସେ ପରମାତ୍ମାଙ୍କ ସାକ୍ଷାତ୍କାର କଲେ । ସେ ଭଗବାନଙ୍କୁ କହିଲେ, ବ୍ରହ୍ମା ମୋତେ ବିବାହ ପାଇଁ ଆଜ୍ଞା ପ୍ରଦାନ କରିଛନ୍ତି । ମୋତେ ଏପରି ସ୍ତ୍ରୀ ପ୍ରଦାନ କରନ୍ତି ଯିଏ ମୋର ବୁଦ୍ଧିକୁ କେବଳ ତୁମରି ହିଁ ଚିନ୍ତନ କରିବାକୁ ପ୍ରେରିତ କରିବ । ମୋ ମନରେ କେବେ ଯଦି ପାପ ବି·ର ଆସେ ତେବେ ସେ ମୋତେ ସେଥିରୁ ନିବୃ କରାଇ ଈଶ୍ୱରୀୟ ମାର୍ଗରେ ପ୍ରେରିତ କରିବ । ମୋର ବିବାହ ବିଷୟ ସାଗରରେ ନିମଗ୍ନ ହେବା ପାଇଁ ନ ହେଉ । ମୁଁ କାମ ସୁଖ ·ହେଁ ନାହିଁ ।’’
ଶାସ୍ତ୍ରରେ ପନôୀକୁ କାମ ପନôୀ କୁହାଯାଇ ନାହିଁ । ଧର୍ମ ପନôୀ କୁହାଯାଇଛି । ସ୍ତ୍ରୀ ସଙ୍ଗ କାମ ସୁଖ ପାଇଁ ନ ହୋଇ ସତ ସଙ୍ଗ ପାଇଁ ହେବା ଉଚିତ୍ । ପନôୀ ପାପାଚରଣ ପାଇଁ ନୁହେଁ, ଧର୍ମାଚରଣ ପାଇଁ ଉଦ୍ଧିଷ୍ଟ । ଏକାକୀ ପୁରୁଷ ବା ଏକାକୀ ସ୍ତ୍ରୀ ଧର୍ମ ମାର୍ଗରେ ସହଜରେ ଅଗ୍ରସର ହୋଇପାରେ ନାହିଁ । ନାବିକ କିମ୍ବା ନୌକା କେହି ହେଲେ ଏକ ଆରେକ ବିନା ନଦୀ ପାରକରି ପାରନ୍ତି ନାହିଁ । ସ୍ତ୍ରୀ ନୌକା ଏବଂ ପୁରୁଷ ନାବିକ ଅଟେ । ଉଭୟଙ୍କୁ ଉଭୟଙ୍କ ସହାୟତା ଆବଶ୍ୟକ । ପୁରୁଷ ପାଖରେ ବିବେକ ଓ ସ୍ତ୍ରୀ ପାଖରେ ସ୍ନେହ ଥାଏ । ବିବେକ ଓ ସ୍ନେହର ମିଳନ ହେଲେ ଭକ୍ତି ପ୍ରକଟ ହୁଏ । ପୁରୁଷ ଉପାର୍ଜନ କରେ । ସେ ଜ୍ଞାନ ସ୍ବରୂପ । ସ୍ତ୍ରୀର ହୃଦୟ କୋମଳ ହେତୁ ତା’ ପାଖରେ ସମର୍ପଣ ଭାବନା ଥାଏ । ସେ କ୍ରିୟା ଶକ୍ତି ।
ପ୍ରଶ୍ନ ଉଠିପାରେ ଯେ ଏତେଦିନର ତପଶ୍ଚର୍ଯ୍ୟା ସ୍ବରୂପ ପରମାତ୍ମା ସାକ୍ଷାତକାର ସେ୍ୱ କର୍ଦ୍ଧମ ପରମାତ୍ମାଙ୍କୁ ମୁକ୍ତି ଜୀବନ୍ମୁକ୍ତି ନ ମାଗି ଏକ ଉମ ସ୍ତ୍ରୀ ପ୍ରଦାନ କରିବାକୁ କାହିଁକି କହିଲେ? କର୍ଦ୍ଧମ ଭାବିଲେ ଅନେକ ଜନ୍ମର କାମ ବାସନା ଆତ୍ମାରେ ଜମାଟ ବାନ୍ଧି ରହିଛି । ପ୍ରଥମେ ତାକୁ ସନ୍ତୁଷ୍ଟ କରି ମନୁଷ୍ୟ ଉପରେ ଥିବା ତିନି ଗ୍ରାମର ଋଣରୁ ମୁକ୍ତ ହେବା ଆବଶ୍ୟକ । ତା’ପରେ ମୁକ୍ତି କଥା ଚିନ୍ତା କରାଯାଇପାରେ । ନାରଦଙ୍କ ପ୍ରେରଣାରେ ମନୁ ମହାରାଜ ତାଙ୍କ କନ୍ୟା ଦେବହୁତିଙ୍କୁ କର୍ଦ୍ଧମଙ୍କ ସହିତ ବିବାହ କରାଇଲେ । ବିବାହ ପୂର୍ବରୁ କର୍ଦ୍ଧମ ଏକ ସର୍ ରଖିଥିଲେ ଯେ ଏକ ପୁତ୍ର ହେବା ପର୍ଯ୍ୟନ୍ତ ସେ ସ୍ତ୍ରୀ ସଙ୍ଗ କରିବେ ଓ ତାପରେ ସନ୍ୟାସ ଗ୍ରହଣ କରିବେ । ବିବାହର ପ୍ରୟୋଜନ କାମ ବିକାଶ ଓ ବିଳାସ ପାଇଁ ନହୋଇ କାମ ବିନାଶ ପାଇଁ ହେବା ଉଚିତ । କାମ ଭାବକୁ କେବଳ ଏକ ସ୍ଥାନରେ ସଂକୁଚିତ କରି, କାମର ଉପଭୋଗ ପୂର୍ବକ ତା’ର ବିନାଶ କରିବା ଗୃହସ୍ଥ ଧର୍ମର ଆଦର୍ଶ ଅଟେ । କାରଣ କାମ ପରମାତ୍ମା ମିଳନ ପାଇଁ ବିଘ୍ନକାରକ । କାମ ବ୍ୟାପକ ହେବାକୁ ·ହେଁ । ଯେଉଁଠି ସୁନ୍ଦରତା ଦେଖେ ସେଠାରେ ସେ ଉପସ୍ଥିତ ହୋଇଯାଏ । ତେଣୁ ତାକୁ ଏକ ସ୍ତ୍ରୀରେ ସଜ୍ଜିତ କରି ବିବାହ କରିବା ଉଚିତ । ବିବାହ ସମୟରେ ସାବଧାନ କୁହାଯାଏ । କାରଣ ସମସ୍ତେ ଜାଣନ୍ତି ବିବାହ ପରେ କେହି ସାବଧାନ ରହିବେ ନାହିଁ । ବିବାହ ପରେ ବା ବିବାହ ପୂର୍ବରୁ ଯିଏ ସାବଧାନ ରହେ ସିଏ ବିଜୟ ହାସଲ କରେ ।
କର୍ଦ୍ଧମ ଜୀବାତ୍ମା ଏବଂ ଦେବହୁତି ବୁଦ୍ଧିର ପ୍ରତୀକ । ଦେବହୁତି ଦେବଙ୍କୁ ଆହ୍ୱାନ କରୁଥିବା ନିଷ୍କାମ ବୁଦ୍ଧି ଅଟେ । କର୍ଦ୍ଧମ ଓ ଦେବହୁତିଙ୍କ କୋଳରେ ନଅଟି କନ୍ୟାରନô ଜନ୍ମ ନେଲେ । ଏହି ନଅଟି କନ୍ୟା ନବଧା ଭକ୍ତି ସ୍ବରୂପ । ନବଧା ଭକ୍ତି ବିନା ଜ୍ଞାନ ହୁଏ ନାହିଁ । ଶ୍ରବଣ, କୀର୍ନ, ସ୍ମରଣ, ପାଦ ସେବନ, ଅର୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ ଏବଂ ଆତ୍ମ ନିବେଦନ- ଏହି ନଅଟି ଅଙ୍ଗ ନବଧା ଭକ୍ତି ଅଟେ ।
ନବଧା ଭକ୍ତି ସିଦ୍ଧ ହେଲେ ଜ୍ଞାନ ପ୍ରାପ୍ତ ହୁଏ । ଭକ୍ତିର ଉରାବସ୍ଥା ଜ୍ଞାନ ଅଟେ । ଅପରୋକ୍ଷ ଜ୍ଞାନର ପୂର୍ବାବସ୍ଥା ଭକ୍ତି ଅଟେ । ଜ୍ଞାନର ମାଆ ହେଉଛି ଭକ୍ତି । ଭକ୍ତି ଦ୍ୱାରା ହିଁ ଜ୍ଞାନ ମିଳେ । ଭକ୍ତି ଜ୍ଞାର୍ନାୟ କଳ୍ପତେ । ଦେବହୁତିଙ୍କ ଅନସୂୟା, ଅରୁନ୍ଧତୀ ଆଦି ନଅ କନ୍ୟାଙ୍କ ପରେ କପିଳ ମୁନିଙ୍କ ଜନ୍ମ । କପିଳ ଜ୍ଞାନ ସ୍ବରୂପ । ଆଧ୍ୟାତ୍ମିକ ଅର୍ଥରେ ନବଧା ଭକ୍ତି ପରେ ଜ୍ଞାନ ପ୍ରାପ୍ତି ହେବା କଥା ଏହି ଉପଲକ୍ଷରେ କୁହାଗଲା । କପିଳଙ୍କ ଜନ୍ମ ପରେ କର୍ଦ୍ଧମ ସନ୍ୟାସ ଗ୍ରହଣ କଲେ । ସନ୍ୟାସର ଅର୍ଥ ହେଲା ପରମାତ୍ମା ପ୍ରାପ୍ତି ପାଇଁ ସମସ୍ତ ପ୍ରକାର ବିଷୟ ସୁଖକୁ ତ୍ୟାଗ କରିବା । କାମ୍ୟାନାଂ କର୍ମଣାଂ ନ୍ୟାସଂ ସନ୍ୟାସଂ କବୟୋ ବିଦୁଃ । ଯିଏ କେବଳ ଈଶ୍ୱରଙ୍କ ପାଇଁ ବେ ସିଏ ହିଁ ସନ୍ୟାସୀ ଅଟେ ।
ଦେବହୁତି କପିଳ ମୁନିଙ୍କୁ ପ·ରୁଛନ୍ତି - “ଜଗତରେ ପ୍ରକୃତ ସୁଖ କେଉଁଠି? ଜଗତରେ ପ୍ରକୃତ ଆନନ୍ଦ କେଉଁଠି? ଜଗତରେ ପ୍ରକୃତ ଆନନ୍ଦ କେଉଁଠି? ନିତ୍ୟ ଆନନ୍ଦ କେଉଁଠି? ଯେଉଁ ଆନନ୍ଦର କେବେ ଅନ୍ତ ହୁଏ ନାହିଁ ସେପରି ଆନନ୍ଦ କଥା କହ । ଅନେକ ବାର ଇନ୍ଦ୍ରିୟମାନଙ୍କର ଲାଳନ ପାଳନ କରି ମଧ୍ୟ ମଧ୍ୟ ମୋତେ ଶାନ୍ତି ମିଳି ନାହିଁ । ତେଣୁ ମୋତେ କହ ଜଗତରେ ପ୍ରକୃତ ସୁଖ, ଶାନ୍ତି, ଆନନ୍ଦ ପାଇବାର ଉପାୟ କ’ଣ?’’ କପିଳ ମୁନି ଆନନ୍ଦିତ ହୋଇ କହିଲେ, “ହେ ମାତା, କୌଣସି ଜଡ ବସ୍ତୁରେ ଆନନ୍ଦ ନ ଥାଏ । ଆନନ୍ଦ ଆତ୍ମାର ସ୍ବରୂପ ଅଟେ । ଅଜ୍ଞାନତା ବଶତଃ ଜୀବାତ୍ମା ଜଡ ବସ୍ତୁରେ ଆନନ୍ଦ ଖୋଜେ । ସାଂସାରିକ ବିଷୟ କ୍ଷଣିକ ସୁଖ ଦିଏ ସତ, କିନ୍ତୁ ଆନନ୍ଦ ଦିଏ ନାହିଁ । ଯିଏ ସୁଖ ଦିଏ, ସେହି ଶେଷରେ ଦୁଃଖ ମଧ୍ୟ ଦିଏ । କିନ୍ତୁ ପରମାତ୍ମା ସବୁବେଳେ ଆନନ୍ଦ ଦିଅନ୍ତି । ସେ ଆନନ୍ଦର ସାଗର ଅଟନ୍ତି । ସାଂସାରିକ ସୁଖ କଣ୍ଡୁୟନ ତୁଲ୍ୟ । କୁଣ୍ଡେଇ ହେଉଥିବା ପର୍ଯ୍ୟନ୍ତ ଭଲ ଲାଗେ । କିନ୍ତୁ କୁଣ୍ଡେଇ କୁଣ୍ଡେଇ ଶେଷରେ ଚମଡାରେ ଘା’ ହୋଇଯାଏ । ସେପରି ମିଠାଇ ଖାଇବାକୁ ଖୁବ୍ ମିଠା ଲାଗୁଥିଲେ ମଧ୍ୟ ତା’ର ସ୍ବାଦ ଗଳା ପର୍ଯ୍ୟନ୍ତ ରହେ । ଭୌତିକ ପଦାର୍ଥରେ ସୁଖ ନ ଥାଏ; କେବଳ ସୁଖର ଆଭାସ ମାତ୍ର ହୁଏ । ତେଣୁ ଗୀତାରେ ପରମାତ୍ମା କହନ୍ତି, “ଅନିତ୍ୟଂ ଅସୁଖଂ ଲୋକଂ ଇମଂ ପ୍ରାପ୍ୟ ଭଜସ୍ବ ମାମ୍ ।’’ ଅର୍ଥାତ୍ “ହେ ଅର୍ଜୁନ! କ୍ଷଣ ଭଙ୍ଗୁର ଏବଂ ସୁଖ ରହିତ ଏହି ଜଗତ । ତେଣୁ ମନୁଷ୍ୟ ଶରୀର ପ୍ରାପ୍ତ ହୋଇ ତୁ କେବଳ ମୋତେ ହିଁ ସ୍ମରଣ କର ।’’
ବିଷୟ ଏବଂ ଇନ୍ଦ୍ରିୟ ସଂଯୋଗ ହେତୁ ଯେଉଁ ସୁଖ ଉପôନ୍ନ ହୁଏ ତାହା ଆରମ୍ଭରେ ଅମୃତ ପରି ମନେ ହୁଏ । କିନ୍ତୁ ଏହାର ପରିଣାମ ବିଷତୁଲ୍ୟ ଅଟେ । ଏଥିପାଇଁ ଏହି ସୁଖକୁ ରାଜସ ବୋଲି କୁହାଯାଏ ।
ବିଷୟେନ୍ଦ୍ରିୟ ସଂଯୋଗ ଦ୍ୟଗ୍ରେଽଗ୍ରେମୃତୋପମମ୍ ।
ପରିଣାମେ ବିଷମିଃ ତତ୍ ସୁଖଂ ରାଜସଂ ସ୍ମୃତମ୍ ।ାଗୀ୧୮ ।ା ।ା୩୮ାା
ଇନ୍ଦ୍ରିୟମାନଙ୍କୁ ସୁଖରେ ତୃପ୍ତି ହୁଏ ନାହିଁ । ବିବେକ ରୂପୀ ଧନକୁ ଅପହରଣ କରି ଇନ୍ଦ୍ରିୟମାନେ ଜୀବାତ୍ମାକୁ ସଂସାର ରୂପୀ ଗର୍ରେ ପେଲି ଦିଅନ୍ତି । ବାହ୍ୟ ବିଷୟରେ ଆନନ୍ଦ ଓ ସୁଖ ନ ଥାଏ । ଅନ୍ତରସ୍ଥ ଆତ୍ମାରେ ହିଁ ଆନନ୍ଦ ନିତ୍ୟ ବିରାଜିତ । ତେଣୁ କପିଳ ଦେବହୁତିଙ୍କୁ କହନ୍ତି, “ହେ ମାତା, ଯଦି ଶରୀରରେ ଆନନ୍ଦ ଥାଆନ୍ତା ତେବେ ସେଥିରୁ ପ୍ରାଣ ·ଲିଗଲା ପରେ ମଧ୍ୟ ଲୋକେ ତାକୁ ଯନô ପୂର୍ବକ ସଜାଡି ରଖନ୍ତେ । ବିଷୟ ବଡ ପଦାର୍ଥରେ ଆନନ୍ଦ ଭଳି ପ୍ରତୀୟମାନ ହୁଏ । ଦୁଇଟି ଶରୀରର ସ୍ପର୍ଶରେ ସୁଖ ମିଳେ ନାହିଁ । କିନ୍ତୁ ଦୁଇଟି ପ୍ରାଣର ମିଳନରେ ଆନନ୍ଦର ଅନୁଭବ ହୁଏ । ଶୀତଳତା ଦଳର ଯେପରି ସହଜ ସ୍ବରାୂପ ସେହିପରି ଆନନ୍ଦ ଆତ୍ମାର ସହଜ ସ୍ବରୂପ ଅଟେ । ଆତ୍ମା ଓ ପରମାତ୍ମାଙ୍କ ମିଳନ ହିଁ ପରମାନନ୍ଦ ଅଟେ । ଦୃଶ୍ୟରୁ ଦୃଷ୍ଟିକୁ ଅପସାରିତ କରି ଦ୍ରଷ୍ଟାଠାରେ ନିବଦ୍ଧ କରାଗଲେ ଆନନ୍ଦ ପ୍ରାପ୍ତ ହୁଏ ।
କପିଳ କହନ୍ତି, “ହେ ମାତା! ଯଦି ବିଷୟରେ ହିଁ ଆନନ୍ଦ ଥାଆନ୍ତା ତେବେ ସମସ୍ତଙ୍କୁ ସବୁବେଳେ ଏକାଭଳି ଆନନ୍ଦ ମିଳୁଥାଆନ୍ତା । ତୃପ୍ତ ବ୍ୟକ୍ତିକୁ ଶ୍ରୀଖଣ୍ଡ ଖାଇବାକୁ ଦେଲେ ମଧ୍ୟ ସେ ପସନ୍ଦ କରେ ନାହିଁ । ରୁଗ୍ଣ ବ୍ୟକ୍ତିକୁ ଯାଚିଲେ ମଧ୍ୟ ମାଲପୁଆ ଖାଇବ ନାହିଁ । ତେଣୁ ଶ୍ରୀଖଣ୍ଡ ବା ମାଲପୁଆରେ ଆନନ୍ଦ ନାହିଁ । ଏହିପରି ବିଷୟ ମଧ୍ୟରେ ଆନନ୍ଦ ନ ଥାଏ । ଇନ୍ଦ୍ରିୟମାନଙ୍କୁ ଇଚ୍ଛାନୁସାରେ ବିଷୟ ପଦାର୍ଥ ପ୍ରାପ୍ତ ହେଲେ ସେଗୁଡ଼ିକ ଅର୍ନ୍ତମୁଖୀ ହୋଇଯାଆନ୍ତି । ଅର୍ନ୍ତମୁଖତା ହେତୁ ଆତ୍ମାର ମୂଳ ସ୍ବରୂପ ଆନନ୍ଦର ଆଭାସ ମାତ୍ର ହୁଏ । ମନ ଅର୍ନ୍ତମୁଖୀ ହେଲେ ଆନନ୍ଦ ମିଳେ । ବର୍ହିମୁଖୀ ହେଲେ ଦୁଃଖି ହୁଏ । ମନେ କରାଯାଉ ଜଣେ ବ୍ୟକ୍ତି ପରମ ତୃପ୍ତିରେ ଶ୍ରୀଖଣ୍ଡ ବା ମାଲପୁଆ ଖାଉଛି । ଏହି ସମୟରେ ଯଦି କୌଣସି ଦୁଃଖଦ ସମା·ର ମିଳେ ତେବେ ସେହି ଖାଦ୍ୟରୁ ତାକୁ ଆଉ ଆନନ୍ଦ ମିଳିବ କି? କପିଳ କହନ୍ତି, “ହେ ମାତା! ମନ ହିଁ ଜୀବର ବନ୍ଧନ ଏବଂ ମୋକ୍ଷର କାରଣ ଅଟେ । ମନ ବିଷୟରେ ଆସକ୍ତ ହୋଇଗଲେ ବନ୍ଧନର କାରଣ ହୁଏ ଏବଂ ତାହା ଯଦି ପରମାତ୍ମାଙ୍କ ଠାରେ ଆସକ୍ତ ହୋଇଯାଏ ମୋକ୍ଷର କାରଣ ହୋଇଯାଏ ।
ଚେତଃ ଖନ୍ଦ୍ୱସ୍ୟ ବନ୍ଧାୟ ମୁକ୍ତୟେ ·ତ୍ମନୋ ମତମ୍ ।ା
ଗୁଣେଷୁ ସପକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟୋ ।ା
ାାଭା-୩-୨୫-୧୫ାା
Comments
Post a Comment