ଚିନ୍ତା ଓ ଚେତନା (୭)--( ୩)ବ୍ୟବହାର ବିଜ୍ଞାନ--- ଜୀବନର ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ

🌺🌺🌺🌺🌺🌺🌺🌺🌺

🌼 ଚିନ୍ତା ଓ ଚେତନା -୭🌼

🌸🌸🌸🌸🌸🌸🌸🌸🌸

 *ବ୍ୟବହାର ବିଜ୍ଞାନ(ଭାଗ- ୩)* 

🌺🌺🌺🌺🌺🌺🌺🌺🌺

 *ଜୀବନର ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ* 

(ପୂର୍ବ ପ୍ରକାଶିତ ଉତ୍ତାରୁ)

💐💐💐💐💐💐💐💐💐

ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା

🌻🌻🌻🌻🌻🌻🌻🌻🌻

 _ମୂଳ ରଚନା:-_ 

 *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ* 

🌷🌷🌷🌷🌷🌷🌷🌷🌷

 _ସମ୍ପାଦନା ଓ ଉପସ୍ଥାପନା -_ 

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌹🌹🌹🌹🌹🌹🌹🌹🌹

(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )

🌼 *ସ୍ବାଭାବିକ ଆତ୍ମସମ୍ମାନ:* 🌼


ସ୍ବୟଂ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ପୋଷଣ କରି ବିକାଶ ଦିଗରେ ଅଗ୍ରସର ହେବା ଜୀବନର ଗତିଶୀଳତାର ପ୍ରମାଣ । ଜୀବନରେ ସମ୍ମାନକୁ ମହତ୍ତ୍ବ ପ୍ରଦାନ କରିବା ମନୁଷ୍ୟର ଗୌରବଶାଳୀ ପରମ୍ପରାର ଜୀବନ୍ତ ଉଦାହରଣ । ସାମାଜିକ ପରିବେଶ ମଧ୍ୟରେ ବ୍ୟକ୍ତିଗତ ଯୋଗଦାନର ମୂଲ୍ୟାଙ୍କନ କଲାବେଳେ ବାସ୍ତବିକ ବିଶ୍ଲେଷଣ ଦ୍ୱାରା ସ୍ବାଭାବିକ ଆତ୍ମ ସମ୍ମାନ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ସାମ୍ପ୍ରତିକ ମାନବୀୟ ମନୋସ୍ଥିତି ସନ୍ଦର୍ଭରେ ମନୋବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଏ ଯେ, ସ୍ବୟଂର ସ୍ବାଭାବିକ ଆତ୍ମସମ୍ମାନ ରକ୍ଷା କରିବାରେ ବ୍ୟକ୍ତି ଅନ୍ତତଃ ବିଫଳ ହେବାରେ ଲାଗିଛି ।

ବ୍ୟକ୍ତିଗତ ଜୀବନରେ ସମସ୍ତେ ଅନ୍ତର୍ମନର ବ୍ୟଥା ଲୁଚାଇବାର ବିଭିନ୍ନ ପ୍ରୟାସ କରୁଛନ୍ତି । କିନ୍ତୁ ଏହି ପ୍ରୟାସକୁ ନିରନ୍ତର ବଜାୟ ରଖିପାରିବା ସବୁବେଳେ ସମ୍ଭବ ହୋଇପାରୁନାହିଁ । ଏହି କଥାରେ କେହି ଦ୍ୱିମତ ହେବେ ନାହିଁ ଯେ ସାମ୍ପ୍ରତିକ ପରିପ୍ରେକ୍ଷୀରେ “ଆତ୍ମ ସମ୍ମାନ” ମନୁଷ୍ୟତାକୁ ଜୀବିତ ରଖିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର । ସାଧାରଣତଃ ବ୍ୟକ୍ତିଗତ ବ୍ୟବହାର ସମୟରେ ଅନ୍ୟମାନଙ୍କ ବିଚାର ଓ ଦୃଷ୍ଟିକୋଣକୁ ନିଜ ଆଚରଣ ସନ୍ଦର୍ଭରେ ଦେଖାଯାଇଥାଏ ।


ଅନେକ ସମୟରେ ସ୍ବାଭାବିକ ଆତ୍ମ ସମ୍ମାନର ମନୋସ୍ଥିତ ବାହ୍ୟ ଚାପକୁ ସ୍ବୀକାର କରିପାରେ ନାହିଁ ଓ କୌଣସି ନା କୌଣସି ରୂପରେ ବିରୋଧାତ୍ମକ ବ୍ୟବହାର ପ୍ରକଟ ହୋଇଯାଏ । ଯେତେବେଳେ ସ୍ବାଭାବିକ ଆତ୍ମ ସମ୍ମାନ ଉପରେ  ଅବସାଦଗ୍ରସ୍ତ ମାନସିକତା ଧୀରେ ଧୀରେ ସ୍ବୀୟ ନକାରାତ୍ମକ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କରେ, ସେତେବେଳେ ଜୀବନର ଶ୍ରେଷ୍ଠ ସମ୍ମାନ ସ୍ଥିତି ବାଧାପ୍ରାପ୍ତ ହୁଏ ।


ବ୍ୟକ୍ତିଗତ ସ୍ତରରେ ସଚେତନ ବ୍ୟବହାର ବିଧିଆଚରଣ ଦ୍ୱାରା ନିଶ୍ଚିତ ଭାବରେ ଅନ୍ତଃକରଣ ବ୍ୟଥିତ ହୁଏ ନାହିଁ । ପ୍ରତ୍ୟେକ ସ୍ଥିତିରେ ଜୀବନର ସମ୍ମାନ ବଜାୟ ରହିବା ଉଚିତ୍ । ତା’ହେଲେ ମାନବ ଜାତିର ବିକଶିତ ସ୍ବରୂପ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇପାରିବ । ପ୍ରାୟତଃ ଆନ୍ତରିକ ଦୋଦୁଲ୍ୟମାନ (ହଲଚଲ) ମନୋସ୍ଥିତି ବ୍ୟକ୍ତିକୁ ମାନସିକ ଅବସାଦ ଏବଂ ଅନ୍ତଃକରଣର ବେଦନାରୁ ମୁକ୍ତ ହେବାକୁ ଦିଏନାହିଁ ।


ସ୍ବୀୟ ଜୀବନକୁ ସମ୍ମାନ କରିବା ଓ ସମସ୍ତ ପ୍ରତିବନ୍ଧକରୁ ମୁକ୍ତ ହେବା- ଏହାକୁ ବ୍ୟକ୍ତି ନିଜର ନୈତିକ କର୍ତ୍ତବ୍ଯ ମନେ କରିବା ଉଚିତ୍ । ତେବେଯାଇ  ସେ ସ୍ବାଭାବିକ ଆତ୍ମସମ୍ମାନ ସନ୍ଦର୍ଭରେ ବ୍ୟବହାରିକ ଉତ୍ତରଦାୟିତ୍ୱ ବୋଧ ଅନୁଭବ କରିପାରିବ । ଏହିପରି ଜୀବନର ସମ୍ମାନକୁ ସ୍ବାଭାବିକ ଆତ୍ମସମ୍ମାନ ରୂପରେ ବଜାୟ ରଖିବା ପାଇଁ ନିମ୍ନଲିଖିତ ଉପାୟ ଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍:-


(କ) ଜୀବନରେ ଗତିଶୀଳତା ଅବ୍ୟାହତ ରଖିବା ପାଇଁ ସକାରାତ୍ମକ ଦୃଷ୍ଟିକୋଣ ନିର୍ମାଣ କରିବା ଉଚିତ୍ ।


(ଖ) ନୈସର୍ଗିକ ସମ୍ମାନ ସ୍ଥିତି ପାଇଁ ସତତ ବ୍ୟକ୍ତିଗତ ମୂଲ୍ୟାଙ୍କନ କରିବା ଉଚିତ୍ ।


(ଗ) ଅନ୍ତର୍ମନର ଶକ୍ତିକୁ ପ୍ରତ୍ୟକ୍ଷ କରିବା ପୂର୍ବକ ସ୍ବାଭାବିକ ଆତ୍ମସମ୍ମାନ ରକ୍ଷା କରିବା ଉଚିତ୍ ।


(ଘ) ବ୍ୟକ୍ତିଗତ ବ୍ୟବହାର ସମୟରେ ନିଜର ଦୃଷ୍ଟିକୋଣକୁ ସମୀକ୍ଷା କରିବା ପାଇଁ ପ୍ରଯତ୍ନ କରିବା ଉଚିତ୍ ।


(ଙ) ଆନ୍ତରିକ ବିରୋଧାଭାସକୁ ସମାପ୍ତ କରିବା ପାଇଁ ଅନ୍ତଃକରଣର ସ୍ବର ଶୁଣିବା ଉଚିତ୍ ।


(ଚ) ଜୀବନର ଶ୍ରେଷ୍ଠ ସମ୍ମାନ ସ୍ଥିତି ବଜାୟ ରଖିବା ପାଇଁ ଅବସାଦ ଏବଂ ଯନ୍ତ୍ରଣାରୁ ମୁକ୍ତ ହେବା ଉଚିତ୍ ।


(ଛ) ମାନବୀୟ ଉକ୍ରର୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆତ୍ମ ସମ୍ମାନର ନୈତିକ ଦାୟିତ୍ୱ ବହନ କରିବା ଉଚିତ୍ ।


 *ଅବସାଦଗ୍ରସସ୍ତ ମାନସିକତା:* 


ଜୀବନରେ ସମ୍ମାନ ବୋଧ ନିରନ୍ତର ସଚେତନ କରାଏ ଯେ ବ୍ୟକ୍ତିଗତ ଜୀବନ ଆନନ୍ଦରେ ପରିପୂର୍ଣ୍ଣ ଅଟେ । ଯଦି ମନୋସ୍ଥିତ ବିଶ୍ଲେଷଣର ଆବଶ୍ୟକତା ପଡ଼େ ତେବେ ସନ୍ତୁଷ୍ଟତା ଓ ପ୍ରସନ୍ନତା ପୂର୍ବକ ସକାରାତ୍ମକ ପରିଣାମ ସଂଘଟିତ କରିବାରେ ସକ୍ଷମ ହେବା ଆବଶ୍ୟକ । କର୍ମଜନିତ ସ୍ଥିତିକୁ ଅବଲୋକନ କଲେ ଏହି ରହସ୍ୟ ଉନ୍ମୋଚିତ ହୋଇଯାଏ ଏବଂ ସ୍ବ ମନୋଭାବ ପ୍ରକାଶିତ ହୁଏ । ଫଳରେ ମାନସିକ ଅବସ୍ଥାର ବିବିଧରୂପ ସ୍ପଷ୍ଟ ହୋଇଯାଏ । ବ୍ୟକ୍ତିର ସନ୍ତୋଷଭାବ ତା’ର କର୍ମ ପ୍ରତି ଆଦରଭାବକୁ ଅଭିବ୍ୟକ୍ତ କରେ ଯଦ୍ଦ୍ବାରା ଆନ୍ତରିକ ଆସ୍ଥାଟି କେଉଁ ସ୍ତରର ତାହା ଜଣାପଡ଼େ । କାର୍ଯ୍ୟ ସନ୍ତୁଷ୍ଟିର ସ୍ତର ହ୍ରାସ ପ୍ରାପ୍ତ ହେବା କାର୍ଯ୍ୟ ପ୍ରତି ମନ ନ ଲାଗିବା । ଯଦି ଜଣେ ପରିସ୍ଥିତି ଜନିତ ବାତାବରଣଠାରୁ ସ୍ବୟଂକୁ ପୃଥକ କରି ଦେଖେ କିମ୍ବା ପରିଣାମ ପ୍ରତି ଉଦାସୀନ ରୁହେ, ତେବେ ଏପରି ମାନସିକ ସ୍ଥିତିରୁ ମୁକ୍ତ ହେବା ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ ଅଟେ । ନକାରାତ୍ମକ ମନୋସ୍ଥିତିରୁ ମୁକ୍ତି ପାଇବା ପାଇଁ ମନୋବଳ ବଢ଼ାଇବାକୁ ପଡ଼ିଥାଏ ଯଦ୍ଦ୍ବାରା ନବୀନ ଶକ୍ତିର ସଞ୍ଚାର ହେବାକୁ ଲାଗିବ ଓ ସୃଜନାତ୍ମକ ବୈଚାରିକ ଶକ୍ତିର ନିର୍ମାଣ ହୋଇପାରିବ ।


ଜୀବନର ଆରୋହ-ଅବରୋହ (ଉତ୍ଥାନ -ପତ୍ତନ) ମଧ୍ୟରେ ଅନେକ ବିରୋଧାଭାସୀ ସ୍ଥିତି ସୃଷ୍ଟି ହୁଏ । ଏଗୁଡ଼ିକ ସହିତ ପ୍ରତିସ୍ପର୍ଦ୍ଧା କରିବା ସହଜ ନୁହେଁ । କିନ୍ତୁ ସମାଧାନ ସ୍ବରୂପ ସଂଘର୍ଷ ବ୍ୟତୀତ ଅନ୍ୟ କୌଣସି ଉପଚାର ପରିଲକ୍ଷିତ ହୁଏନାହିଁ । ଜୀବନକୁ ପୂର୍ଣ୍ଣ ସମ୍ମାନ ଦେବାର ଇଚ୍ଛା ସମସ୍ତଙ୍କ ମଧ୍ୟରେ ଥାଏ । କିନ୍ତୁ ଅବସାଦଗ୍ରସ୍ତ ମାନସିକତା ହେତୁ ଚାହିଁକରି ମଧ୍ୟ ଏପରି କରିପାରିବା ସମ୍ଭବ ହୁଏନାହିଁ ।


ବ୍ୟକ୍ତିଗତ ଜୀବନରେ ଅନେକ ସମୟରେ ନିଜର କର୍ମ ହେତୁ ଯଦି ମନ ଚିନ୍ତାଗ୍ରସ୍ତ ହୋଇ ପଡ଼େ ତେବେ ପୁନର୍ବାର ମନର ସ୍ଥିରତା ପ୍ରାପ୍ତ କରିବା ସମ୍ଭବ ହୋଇପାରେନାହିଁ । ବ୍ୟବହାର ଜନିତ ପରିବେଶର ମୂଲ୍ୟାଙ୍କନ ଦ୍ୱାରା ଜଣାପଡ଼େ ଯେ, ଯଦି କୌଣସି ବ୍ୟକ୍ତି ବ୍ୟବସ୍ଥା ଏବଂ ସ୍ଥିତିକୁ ନିଜର ଆଦର୍ଶ ବୋଲି ମାନି ଶ୍ରଦ୍ଧା, ବିଶ୍ୱାସ ତଥା ଆସ୍ଥା ପୋଷଣ କରୁଥାଏ, ଅଥଚ କୌଣସି କାରଣରୁ ଯଦି ତାହା ଖଣ୍ଡିତ ହୋଇଯାଏ ତେବେ ମନୋସ୍ଥିତିକୁ ଅବସାଦରୁ ମୁକ୍ତ କରିବା କଷ୍ଟ ଦାୟକ ହୋଇପଡ଼େ ।


ସ୍ବୟଂ ପ୍ରତି ସକାରାତ୍ମକ ମନୋଭାବ ଜାଗ୍ରତ କରିବା ସହିତ ଏକ ଆଶାବାଦୀ ଦୃଷ୍ଟିକୋଣ ବିକଶିତ କରିବାକୁ ହେବ । ଏହାଦ୍ୱାରା ଅବସାଦଗ୍ରସ୍ତ ମାନସିକତାରୁ ମୁକ୍ତହେବା ପୂର୍ବକ ଜୀବନକୁ ସମ୍ମାନ କରିପାରିବାରେ ସଫଳତା ମିଳିପାରିବ । ଏଣୁ ମନୋସ୍ଥିତିକୁ ଅବସାଦ ମୁକ୍ତ କରି ଜୀବନକୁ ସମ୍ମାନ ପ୍ରଦାନ କରିବା ପାଇଁ ନିମ୍ନଲିଖିତ ତଥ୍ୟାବଳୀ ପ୍ରତି ଧ୍ୟାନ ଦେବା ଉଚିତ୍:-


(କ) ଜୀବନର ସମ୍ମାନ ପାଇଁ ଆନନ୍ଦ ଓ ସନ୍ତୁଷ୍ଟତା

ବଜାୟ ରଖିବା ପାଇଁ ବ୍ୟବହାରିକ ଜୀବନରେ କର୍ମକୁ ଆଦର ପ୍ରଦାନ କରିବା ଉଚିତ୍ ।


(ଖ) କାର୍ଯ୍ୟ-କାରଣ ସମ୍ବନ୍ଧ ପ୍ରତି ସକାରାତ୍ମକ ଭାବ ବଜାୟ ରଖିବା  ପାଇଁ ପ୍ରୟାସ କରିବା ଉଚିତ୍ ।


(ଗ) ଅବସାଦଗ୍ରସ୍ତତାରୁ ମୁକ୍ତ ହେବାପାଇଁ ମନୋବଳ ବୃଦ୍ଧି ପାଇଁ ପ୍ରୟାସ କରିବା ଉଚିତ୍ ।


(ଘ) ସୃଜନାତ୍ମକ ବିଚାର ଶକ୍ତି ଦ୍ୱାରା ନବୀନ ଶକ୍ତି ସଞ୍ଚାର କରିବାର ପ୍ରୟାସ କରିବା ଉଚିତ୍ ।


(ଙ) ମନୋଭାବର ସକାରାତ୍ମକତା ଦ୍ୱାରା ମନର ଏକାଗ୍ରତା ବୃଦ୍ଧି କରି ଜୀବନକୁ ସମ୍ମାନ କରିବା ଉଚିତ୍ ।


🌼 *ଯନ୍ତ୍ରଣାପୂର୍ଣ୍ଣ ଅନ୍ତଃକରଣ:* 🌼


ବ୍ୟକ୍ତିଗତ ସ୍ବଭାବ ଏବଂ ସଂସ୍କାର ହେତୁ ବିପରୀତ ପରିସ୍ଥିତି ଉତ୍ପନ୍ନ ହେଲେ ସ୍ବୟଂ ସହିତ ପରିବାର ତଥା ସମାଜ ମଧ୍ୟରେ ସନ୍ତୁଳନ ବଜାୟ ରଖିବା କଷ୍ଟକର ହୋଇପଡ଼େ । ଜୀବନର ବ୍ୟାପକ ପରିବେଶରେ ମର୍ଯ୍ୟାଦା ଅନୁକୂଳ ବ୍ୟବହାରର ମାନକ ପ୍ରାୟ ସମସ୍ତ ସ୍ଥିତିରେ ସ୍ବୀକାର କରିନିଆଯାଏ । ଏହା ବ୍ୟତୀତ ସହାନୁଭୂତିର ସମ୍ଭାବନା ନଥାଏ । ସାମାଜିକ ଜୀବନ ଅନ୍ତର୍ଗତ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ହେଉଛି ସମ୍ବେଦନାର ସ୍ବରୂପ । ଏହା ଆହତ ହେଲେ ଅନ୍ତଃକରଣ ଯନ୍ତ୍ରଣାପୂର୍ଣ୍ଣ (ବେଦନାପୂର୍ଣ୍ଣ) ଅବସ୍ଥାରେ ପରିଣତ ହୋଇଯାଏ ।


ବ୍ୟକ୍ତିଗତ ଜୀବନର ନିଷ୍ଠା ଯେଉଁ ନୀତିଦ୍ୱାରା ନିର୍ଦ୍ଧାରିତ ହୁଏ ସେଥିରେ ସୈଦ୍ଧାନ୍ତିକ ଏବଂ ବ୍ୟବହାରିକ ବାଧାଗୁଡ଼ିକର ବନ୍ଧନକାରୀ ଅବରୋଧ ବିଦ୍ରୋହ ସୃଷ୍ଟି କରିଥାଏ । ଅନ୍ତତଃ ଏହା ହିଁ ବେଦନା ବା ଯନ୍ତ୍ରଣାର ରୂପ ଧାରଣ କରେ । ବାହ୍ୟ ଜଗତର ଅଭିବ୍ୟକ୍ତ ଜନିତ ବିଶିଷ୍ଟ ସ୍ଥିତିଗୁଡ଼ିକରେ କେବେ କେମିତି ଅନ୍ତଃକରଣର ବେଦନା ପରିଲକ୍ଷିତ ହୋଇଥାଏ । ଏହାକୁ ଅନାୟାସରେ କୌଣସି ଆବରଣ ଦ୍ୱାରା ଢ଼ାଙ୍କି ଦିଆଯାଇଥାଏ ।


ସାମାଜିକ ଘଟଣାବଳୀର ବିଶ୍ଲେଷଣ କରିବା ଦ୍ୱାରା ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ବ୍ୟକ୍ତିଗତ ପୀଡ଼ାକୁ ଯେତେବେଳେ ସାର୍ବଜନିକ ଅପମାନରେ ରୂପାନ୍ତରିତ କରି ଦିଆଯାଏ ସେହି ସ୍ଥିତିରେ ଅନ୍ତଃକରଣ ବେଦନାରେ ଉଚ୍ଛୁଳି ଉଠେ । ବର୍ତ୍ତମାନ ପରିପ୍ରେକ୍ଷୀରେ ମାନବ ସମାଜକୁ ବେଦନାପୂର୍ଣ୍ଣ ଅବସ୍ଥାରୁ ବାହାର କରିବା ଆବଶ୍ୟକ । ତା’ହେଲେ ସେ ଜୀବନ ପ୍ରତି ସମ୍ମାନପୂର୍ଣ୍ଣ ଦୃଷ୍ଟିକୋଣ ବିକଶିତ କରିବାକୁ ସଫଳ ହୋଇପାରିବ ।


ଯେତେବେଳେ ଏକ ମନୋବୈଜ୍ଞାନିକ ଦୃଷ୍ଟି ଦ୍ୱାରା ମାନବ ଜୀବନର ଦୁଃଖଦ ଦିଗ ଜାଣିବାର ପ୍ରୟାସ କରାଯାଇଥାଏ ସେତେବେଳେ ଅତୀତରେ ସୃଷ୍ଟି ହୋଇଥିବା ବିଭିନ୍ନ କ୍ଷତଗୁଡ଼ିକରେ ମଲମ ଲଗାଇବା ପ୍ରକ୍ରିୟା ସହିତ ଆଗେଇବାକୁ ପଡ଼ିଥାଏ । ବ୍ୟକ୍ତିଗତ ଜୀବନର ଯନ୍ତ୍ରଣାପୂର୍ଣ୍ଣ ଘଟଣାବଳୀକୁ ଜଣେ ବ୍ୟକ୍ତି ଆପଣା ସ୍ମୃତି ଭଣ୍ଡାରରେ ଏକ ଦଲିଲ ରୂପରେ ସାଇତି ରଖିଥାଏ । ଏହା କେତେବେଳେ, କୌଣସି ସ୍ଥିତି ବା ପରିସ୍ଥିତିର ପ୍ରତ୍ୟୁତ୍ତର ଦେଲାବେଳେ କାମରେ ଆସିବ ବୋଲି ସେ ଭାବିଥାଏ । ଅନ୍ତଃକରଣରୁ ସ୍ଥିତି ଯେତେବେଳେ ବେଦନା (ଯନ୍ତ୍ରଣା)ରେ ପରିପୂର୍ଣ୍ଣ ଥାଏ ସେତେବେଳେ ଅତୀତ ଏବଂ ବର୍ତ୍ତମାନ ସହିତ ଭବିଷ୍ୟତକୁ ମଧ୍ୟ ଆଧାର କରି ଜୀବନର ସମ୍ମାନକୁ ବଜାୟ ରଖିବା ନିମନ୍ତେ ଅନେକ ସନ୍ଦର୍ଭ ଏବଂ ପ୍ରଶଂସାର ଆଶ୍ରୟ ନିଆଯାଇଥାଏ ।


ଅନ୍ତଃକରଣରେ ସୂକ୍ଷ୍ମ ବେଦନା ରୂପରେ ସଞ୍ଚିତ ରହିଥିବା ବ୍ୟକ୍ତିଗତ ପୀଡ଼ାରୁ ମୁକ୍ତି ପ୍ରଦାନ କରିବା ତଥା ଜୀବନକୁ ଏକ ନୂଆ ଦିଗ୍ଦର୍ଶନ ଦେବା ପାଇଁ ମାର୍ଗଦର୍ଶନ ଓ ପରାମର୍ଶ ଦ୍ୱାରା ନିରନ୍ତର ପ୍ରୟାସ ଅବ୍ୟାହତ ରଖିବା ଅତ୍ୟନ୍ତ ଆବଶ୍ୟକ । ଯଦି ବ୍ୟକ୍ତିଗତ ମାନ୍ୟତା ସମୂହ ଏବଂ ବିଶ୍ୱାସକୁ ସ୍ଥାୟୀତ୍ୱ ପ୍ରଦାନ କରୁଥିବା ଉତ୍ସମୂଳ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳତା ମିଳିଯାଏ ତେବେ ନିଶ୍ଚିତ ଭାବରେ ଅର୍ନ୍ତଜଗତରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସମ୍ଭବ ହୋଇପାରିବ । ଏହା ଜୀବନକୁ ସମ୍ମାନିତ କରିବାରେ ସହାୟକ ସିଦ୍ଧ ହେବ । ଏହିପରି ବ୍ୟକ୍ତିଗତ ଜୀବନ ପ୍ରତି ସମ୍ମାନ ଦୃଷ୍ଟି ବଜାୟ ରଖିବା ତଥା ଅନ୍ତଃକରଣର ବେଦନାରୁ ବର୍ହିଗମନ ନିମନ୍ତେ ନିମ୍ନଲିଖିତ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍:-


(କ) ବ୍ୟକ୍ତିଗତ ଜୀବନରେ ସ୍ବୟଂ ଭିତରେ ପରିବାର ଏବଂ ସମାଜରେ ସନ୍ତୁଳନ ରକ୍ଷା ପାଇଁ ପ୍ରୟାସ କରିବା ଉଚିତ୍ । 

(ଖ) କର୍ମକ୍ଷେତ୍ରରେ ସାମାଜିକ ମର୍ଯ୍ୟାଦା ଅନୁକୂଳ ଆଚରଣ କରିବା ପାଇଁ ପ୍ରୟାସ କରିବା ଉଚିତ୍ ।


(ଗ) ସମ୍ବେଦନା ପକ୍ଷ ହୃଦୟଙ୍ଗମ ପୂର୍ବକ ବ୍ୟକ୍ତିଗତ ନିଷ୍ଠା ବଜାୟ ରଖିବାର ପ୍ରୟାସ କରିବା ଉଚିତ୍ ।


(ଘ) ସାର୍ବଜନିକ ଅଭିବ୍ୟକ୍ତି ସମୟରେ ବାକ୍ ସଂଯମ ରକ୍ଷା କରିବା ଆବଶ୍ୟକ ଯଦ୍ଦ୍ବାରା ସମ୍ମାନ ସ୍ଥିତି ଅକ୍ଷୁର୍ଣ୍ଣ ରହିବ ।


(ଙ) ବେଦନାପୂର୍ଣ୍ଣ ଅବସ୍ଥାରୁ ମୁକ୍ତି ପାଇଁ ମାର୍ଗଦର୍ଶନ ଏବଂ ପରାମର୍ଶ ଦ୍ୱାରା ପ୍ରୟାସ ଅବ୍ୟାହତ ରଖିବା ଆବଶ୍ୟକ ।


(ଚ) ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପ୍ରତି ନବୀନ ଦୃଷ୍ଟି ବିକଶିତ କରିବାର ପ୍ରୟାସ କରିବା ବାଞ୍ଛନୀୟ ।


(ଛ) ସମ୍ମାନିତ ଜୀବନ ସକାଶେ ମାନ୍ୟତାସମୂହ ଏବଂ ବିଶ୍ୱାସରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଉଚିତ୍ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,