ଚିନ୍ତା ଓ ଚେତନା (୫)ବ୍ୟବହାର ବିଜ୍ଞାନ (୧)ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା

🌹🌹🌹🌹🌹🌹🌹🌹🌹

*ଚିନ୍ତା ଓ ଚେତନା (୫)* 

 🌹🌹🌹🌹🌹🌹🌹🌹🌹

 *ବ୍ୟବହାର ବିଜ୍ଞାନ* 

🌸🌸🌸🌸🌸🌸🌸🌸🌸

 *ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା* 

🌻🌻🌻🌻🌻🌻🌻🌻🌻

ମୂଳ ରଚନା:-

 *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ* 

ସମ୍ପାଦନା ଓ ଉପସ୍ଥାପନ।-

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌺🌺🌺🌺🌺🌺🌺🌺🌺

(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )

🌹🌹🌹🌹🌹🌹🌹🌹🌹

 *ଅନ୍ତଃ କରଣର ଦୃଢ଼ତା- ଦୁର୍ବଳ ମନୋସ୍ଥିତି ଏବଂ ବାଧ୍ୟବାଧକତା ପରିସ୍ଥିତିର ଆହ୍ୱାନପୂର୍ଣ୍ଣ ସମାଧାନ* 


 *ମନୋବଳଯୁକ୍ତ ସଂକଳ୍ପିତ ପ୍ରୟାସ:-* 


ମାନବ ଜୀବନର ଗତିଶୀଳତାର କେନ୍ଦ୍ର ବିନ୍ଦୁ ହେଉଛି ତା’ର ଅନ୍ତଃକରଣର ଦୃଢ଼ତା । ଏହି ଆତ୍ମଶକ୍ତି ମାଧ୍ୟମରେ ସେ ସ୍ବୀୟ ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରୟାସ କରେ । ସାମାନ୍ୟ ଦୃଷ୍ଟିରେ ସ୍ବୀୟ କାର୍ଯ୍ୟାବଳୀର ବିଶ୍ଳେଷଣ ଦ୍ୱାରା ସଫଳତା ଓ ଅସଫଳତାର ହାର ଜଣାଯାଏ । ଅନେକ ଥର ମୂଲ୍ୟାଙ୍କନ ଓ ପରିଣାମ ମଧ୍ୟରେ ବିରୋଧାଭାଷୀ ସ୍ଥିତି ନିର୍ମିତ ହୋଇଯାଏ । ଏପରି ପରିସ୍ଥିତିରେ ବ୍ୟକ୍ତି ସ୍ବୀୟ କର୍ତ୍ତବ୍ଯ ନିରୂପଣ କରିପାରେ ନାହିଁ । ବ୍ୟକ୍ତିଗତ ଜୀବନରେ ପ୍ରାୟ କାର୍ଯ୍ୟ ଏବଂ କାରଣ ସମ୍ବନ୍ଧରେ ଗମ୍ଭୀରତା ପୂର୍ବକ ବିଚାର କରାଯାଏ । ବିବିଧ ଦୃଷ୍ଟିରୁ ମନନ ଚିନ୍ତନ ଦ୍ୱାରା ଦୁର୍ବଳ ମନୋସ୍ଥିତିର ପ୍ରସଙ୍ଗଟି ସମ୍ମୁଖକୁ ଆସେ । ମନର ଦୁର୍ବଳତା କୌଣସି କାର୍ଯ୍ୟକୁ ପୂର୍ଣ୍ଣତା ପ୍ରଦାନ ପାଇଁ ସକ୍ଷମ ହୁଏ ନାହିଁ ।


ଯେତେବେଳେ ସ୍ୱୟଂର ବିବିଧ ସ୍ବରୂପର ଅଧ୍ୟୟନ କରିବାର ସ୍ଥିତି ଉତ୍ପନ୍ନ ହୁଏ, ସେତେବେଳେ ଦୋଷାରୋପଣର କ୍ରିୟାବିଧିରୁ ବର୍ତ୍ତିବା କଠିଣ ହୋଇଥାଏ । ବିଭିନ୍ନ ପ୍ରୟାସ ସତ୍ତ୍ବେ ମଧ୍ୟ କୌଣସି ନିଶ୍ଚିତ ପରିସ୍ଥିତିର ଦ୍ୱାହି ଦେଇ ତା’ ଉପରେ ଦୋଷ ଲଦି ଦିଆଯାଏ । ଏପରି କ୍ଷେତ୍ରରେ ବିରକ୍ତି ଭାବର ବଶବର୍ତ୍ତୀ ହୋଇ ଜଣେ କହିଥାଏ ଯେ, ଆପଣ ଯଦି ମୋ ସ୍ଥାନରେ ଥାଆନ୍ତେ ତେବେ ନିଶ୍ଚିତ ସେହି ପରିସ୍ଥିତି ଆଗରେ ହାର ମାନି ଥାଆନ୍ତେ । ସାମୂହିକ ଭାବରେ ନିଷ୍ପକ୍ଷତା ପୂର୍ବକ ଯେତେବେଳେ ନିଷ୍କର୍ଷ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରୟାସ କରାଯାଏ ସେତେବେଳେ ଅନ୍ତତଃ ଏହା ସ୍ବୀକାର କରାଯାଇଥାଏ ଯେ, ଦୁର୍ବଳ ମନୋସ୍ଥିତି ଓ ବାଧ୍ୟବାଧକତା ପରିସ୍ଥିତି ବ୍ୟକ୍ତିଗତ ଅସଫଳତା ପାଇଁ ମୁଖ୍ୟତଃ ଦାୟୀ ଅଟନ୍ତି । ଜୀବନର ଉପଲବ୍ଧି ଗୁଡିକୁ ପ୍ରାପ୍ତ କରିବାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଉଛି ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ କରାଯାଉଥିବା ପ୍ରୟାସ । ଅନେକ ମନୋବୈଜ୍ଞାନିକ ଅଧ୍ୟୟନ ଦ୍ୱାରା ଏହି ସାମାଜିକ ଅବଧାରଣର ପୁଷ୍ଟି ହୋଇ ସାରିଛି । କର୍ମଗତ ପ୍ରୟାସ ଓ ବ୍ୟକ୍ତିକୁ ପ୍ରାପ୍ତ ହେଉଥିବା ସନ୍ତୁଷ୍ଟି ମଧ୍ୟ ଏହି ଅଧ୍ୟୟନର ଅନ୍ତର୍ଗତ । ଯେତେବେଳେ ବ୍ୟକ୍ତିଗତ ଜୀବନକୁ କାର୍ଯ୍ୟର ସଫଳତା ସହିତ ଯୋଡିବାର ପ୍ରଚେଷ୍ଟା କରାଯାଏ ସେତେବେଳେ ଆହ୍ୱାନପୂର୍ଣ୍ଣ ସମାଧାନର ବିକଳ୍ପ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ଥାଏ ।


ସାଧାରଣ ଉପାୟରେ କରାଯାଉଥିବା କାର୍ଯ୍ୟର ସଫଳତା ସୁନିଶ୍ଚିତ କରିବା ପାଇଁ ମନୋବଳଯୁକ୍ତ ସଂକଳ୍ପିତ ପ୍ରୟାସ ସହିତ ବିଶିଷ୍ଟ ଏବଂ ନବୀନ ଜ୍ଞାନ କୌଶଳଗୁଡିକର ଅଧିକାଧିକ ଉପଯୋଗ କରାଯିବା ଉଚିତ । ଏହିପରି ଅନ୍ତଃକରଣର ଦୃଢ଼ତା ସହ କାର୍ଯ୍ୟ ସମ୍ପାଦନ ପ୍ରବୃତ୍ତି ବିକଶିତ କରିବା ପୂର୍ବକ ମନୋବଳଯୁକ୍ତ ସଂକଳ୍ପିତ ପ୍ରୟାସ ବଜାୟ ରଖିବା ପାଇଁ ନିମ୍ନଲିଖିତ ବିଷୟଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ ।


(କ) ଆତ୍ମଶକ୍ତିକୁ ସ୍ୱୀକାର କରିବା ସ୍ବଭାବ ହେବା ଉଚିତ ।

(ଖ) ସ୍ବୟଂର ମୂଲ୍ୟାଙ୍କନର ବିଶ୍ଳେଷଣ ଧ୍ୟାନ ପୂର୍ବକ କରିବା ଉଚିତ୍ ।

(ଗ) ଅନ୍ତଃକରଣର ଦୃଢ଼ତା ପ୍ରତ୍ୟେକ ସ୍ଥିତିରେ ବଜାୟ ରଖିବା ଉଚିତ୍ ।

(ଘ) ବିରୋଧାଭାଷୀ ସ୍ଥିତିରେ ବିଚଳିତ ହେବା ଉଚିତ ନୁହେଁ ।

(ଙ) କାର୍ଯ୍ୟ ଓ କାରଣ ମଧ୍ୟରେ ଯଥାର୍ଥ ସମ୍ବନ୍ଧ ସ୍ଥାପନ କରିବା ଉଚିତ ।

(ଚ) ମନନ-ଚିନ୍ତନର ବିବିଧ ପକ୍ଷ ଉପରେ ସୂକ୍ଷ୍ମ ଦୃଷ୍ଟି ଦେବା ଉଚିତ ।

(ଛ) ଦୁର୍ବଳ ମନଃ ସ୍ଥିତିକୁ ହୃଦୟରେ ସ୍ଥାନ ଦେବା ଉଚିତ ନୁହେଁ ।

(ଜ) ଅସଫଳତା ସ୍ଥିତିରେ ଦୋଷାରୋପଣରୁ ନିବୃତ୍ତ ରହିବା ଅନୁଚିତ ।

(ଝ) ପରିସ୍ଥିତି ସହିତ ବୁଝାମଣା କରିବା ଅଭ୍ୟାସରୁ ମୁକ୍ତ ହେବା ଉଚିତ

(ଞ) ନିଷ୍ପକ୍ଷ ବିଶ୍ଳେଷଣ ପ୍ରତି ଆସ୍ଥା ବିକଶିତ କରିବା ଉଚିତ ।

(ଟ) ବିଶିଷ୍ଟ ପ୍ରୟାସ ଓ କାର୍ଯ୍ୟ ସନ୍ତୁଷ୍ଟି ମଧ୍ୟରେ ସକାରାତ୍ମକ ସମ୍ବନ୍ଧ ରହିବା ଉଚିତ୍


 *ଆଧାରଭୂତ ପରିବର୍ତ୍ତିତ ଦୃଷ୍ଟିକୋଣ:-* 

ବ୍ୟାବହାରିକ ଦୃଷ୍ଟିକୋଣ ଆଧାରରେ ବିଚାର କରିବା ଦ୍ୱାରା ଜୀବନର ସୈଦ୍ଧାନ୍ତିକ ପୃଷ୍ଠଭୂମିର ମହତ୍ତ୍ବ ବିଷୟରେ ଜ୍ଞାନ ପ୍ରାପ୍ତହୁଏ । କର୍ମଗତ କ୍ଷେତ୍ରରେ ପ୍ରବିଷ୍ଠ ହେବା ପୂର୍ବରୁ ବ୍ୟକ୍ତି ଦ୍ୱାରା ସେହି ପରିବେଶର ବିଭିନ୍ନ ସ୍ବରୂପର ଗହନ ପରୀକ୍ଷଣ କରାଯାଏ ଏବଂ ତତ୍ପଶ୍ଚାତ୍ କୌଣସି ନିର୍ଣ୍ଣୟ ନିଆଯାଏ । ଏଠାରେ ପ୍ରଶ୍ନ ଉଠେ ଯେ, କେଉଁ କାରଣରୁ ବ୍ୟକ୍ତିର ମନୋସ୍ଥିତି ଦୁର୍ବଳ ହୋଇଯାଏ ଯଦ୍ଦ୍ବାରା ସେ ଜୀବନର ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ପାଇଁ ସକ୍ଷମ ହୁଏ ନାହିଁ । ସାମାନ୍ୟ ଭାବରେ ଯେତେବେଳେ କାର୍ଯ୍ୟର ସମ୍ବନ୍ଧ ଓ ପରିଣାମର ତୁଳନାତ୍ମକ ଅଧ୍ୟୟନ କରାଯାଏ ସେତେବେଳେ ଜଣାଯାଏ ଯେ ବ୍ୟକ୍ତି ଦ୍ୱାରା କେଉଁଠି ନା କେଉଁଠି କାର୍ଯ୍ୟର ବିବିଧ ପକ୍ଷ ଓ ସ୍ବୟଂର ଦୃଷ୍ଟିକୋଣ ମଧ୍ୟରେ ଏକ ଅନ୍ତରାଳ ସୂକ୍ଷ୍ମ ରୂପରେ ନିରନ୍ତର ବିଦ୍ୟମାନ ଥିଲା । ଅନ୍ୟ ଅର୍ଥରେ  ଏହା କୁହାଯାଇପାରେ ଯେ ମନୋସ୍ଥିତି ଦ୍ୱାରା ସେହି ନିଶ୍ଚିତ ବାତାବରଣ ଏବଂ ସ୍ବୟଂର ଭୂମିକା ନିର୍ଦ୍ଧାରିତ ହୋଇପାରିନଥିବାରୁ କୌଣସି ନିଶ୍ଚିତ ଉପଲବ୍ଧି ପ୍ରାପ୍ତ ହୋଇପାରି ନଥିଲା ।


ଯଦି ଆମେ ଦୁର୍ବଳ ମନୋସ୍ଥିତିର ମୂଲ୍ୟାଙ୍କନ କରୁ ତେବେ ପୂର୍ଣ୍ଣତଃ ସ୍ପଷ୍ଟ ହୋଇଯିବ ଯେ ଏହା ଅଚାନକ କୌଣସି ବ୍ୟକ୍ତି ମଧ୍ୟରେ ଉତ୍ପନ୍ନ ହୁଏ ନାହିଁ ବରଂ କାର୍ଯ୍ୟ ପ୍ରତି ନ୍ୟୁନତମ ହେଉଥିବା ଆସ୍ଥାର ଫଳ ସ୍ବରୂପ ଧୀରେ ଧୀରେ ନିଜ ସ୍ଥାନ ତିଆରି କରିବାକୁ ଲାଗେ । ବ୍ୟକ୍ତି ସ୍ବୟଂକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରି ନଥିବାରୁ ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେବା ସ୍ଥିତିରେ ନଥାଏ ଓ ସେ କୌଣସି ବିରୋଧାଭାଷୀ ସ୍ଥିତି ସହିତ ସମ୍ବନ୍ଧ ସ୍ଥାପନ କରିଥାଏ ।


ଭୌତିକ ଜଗତରେ ଘଟୁଥିବା ବିଭିନ୍ନ ଘଟଣାବଳୀର ପ୍ରଭାବ ସମୟ ସହିତ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ନିଜ ପ୍ରଭାବ ଦେଖାଇବାକୁ ଲାଗେ । ଯାହାର ପରିଣାମ ସ୍ବରୂପ ମନୋସ୍ଥିତି ଦୁର୍ବଳ ହୋଇଯାଏ । ଏହି ପ୍ରକାର ଅବସ୍ଥାରୁ ମୁକ୍ତି ପାଇବା ପାଇଁ ଯେଉଁ ଆଧାରଭୂତ ପରିବର୍ତ୍ତିତ ଦୃଷ୍ଟିକୋଣର ଆବଶ୍ୟକତା ହୋଇଥାଏ ସେଥିରେ କାର୍ଯ୍ୟର ସ୍ଥିତିରେ ବ୍ୟବହାରିକ ପରିବର୍ତ୍ତନ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।


ଯେତେବେଳେ ପରିବର୍ତ୍ତନର ଉପଯୋଗିତାକୁ ଆତ୍ମସାତ୍ କରାଯାଏ ସେତେବେଳେ ସୁବିଧାନୁସାରେ କମ ବା ବେଶୀର ସମାବେଶ ଏକ ସ୍ବାଭାବିକ କ୍ରିୟା ହୋଇଥାଏ । ସଶକ୍ତ ମନୋସ୍ଥିତି ବଜାୟ ରଖିବା ପାଇଁ ପରିବର୍ତ୍ତିତ ବ୍ୟବସ୍ଥାରେ କାର୍ଯ୍ୟ ସନ୍ତୁଷ୍ଟି ପକ୍ଷରୁ ସ୍ବୀକାର କରିବାର ପ୍ରୟାସ କରାଯିବା ଉଚିତ । ବର୍ତ୍ତମାନ ସନ୍ଦର୍ଭରେ କୌଣସି ପରିବର୍ତ୍ତନର ସ୍ଥିତି ସ୍ବୀକାର କରିପାରୁ ନଥିବା କାରଣରୁ ସ୍ବୟଂର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ସ୍ବୀୟ ସହଭାଗିତା ଅବ୍ୟାହତ ରଖିବାର ପ୍ରୟାସ କରିବା ଉଚିତ, ଯଦ୍ଦ୍ବାରା କାର୍ଯ୍ୟ ସନ୍ତୁଷ୍ଟି ଏବଂ ମନୋସ୍ଥିତିକୁ ଦୃଢ଼ ରଖାଯାଇ ପାରିବ । ଏଣୁ ଜୀବନରେ ଶକ୍ତିଶାଳୀ ମନୋସ୍ଥିତି ନିର୍ମାଣ ହେତୁ ଦୃଷ୍ଟି କୋଣରେ ଆଧାରଭୂତ ପରିବର୍ତ୍ତନ ପାଇଁ ନିମ୍ନଲିଖିତ ବିନ୍ଦୁଗୁଡିକ ଉପରେ ଧ୍ୟାନ ରଖିବା ଉଚିତ:-

(କ) ଜୀବନରେ ସିଦ୍ଧାନ୍ତ ଏବଂ ବ୍ୟବହାରକୁ ସମାନ ରୂପରେ ମହତ୍ତ୍ବ ଦେବା ଉଚିତ୍ ।

(ଖ) କୌଣସି କାର୍ଯ୍ୟ କରିବା ପୂର୍ବରୁ ଗମ୍ଭୀର ଭାବରେ ମନନ ଚିନ୍ତନ ପୂର୍ବକ ବୁଝିବା ଉଚିତ୍ ।

(ଗ) ମନୋସ୍ଥିତିକୁ ଦୁର୍ବଳ କରୁଥିବା କାରଣଗୁଡିକର ଅନୁସନ୍ଧାନ କରିବା ଉଚିତ ।

(ଘ) ବାଧାବିଘ୍ନ ପ୍ରତି ଦୃଷ୍ଟିକୋଣରେ ନକାରାତ୍ମକ ଭାବ ଆସିବା ଉଚିତ୍ ନୁହେଁ ।

(ଙ) କାର୍ଯ୍ୟ ସ୍ଥିତି ଅନ୍ତର୍ଗତ ସମର୍ପଣ ପ୍ରବୃତ୍ତି ବିକଶିତ କରିବା ଉଚିତ୍ ।

(ଚ) ସକାରାତ୍ମକ ଭାବରେ ସ୍ବୟଂର ଭୂମିକା ନିର୍ଦ୍ଧାରଣ କରିବା ଉଚିତ୍ ।

(ଛ) କାର୍ଯ୍ୟ ପ୍ରତି ସ୍ବୟଂର ଆସ୍ଥାକୁ ସଶକ୍ତ ରଖିବା ଉଚିତ୍ ।

(ଜ) ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେବାର ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରିବା ଉଚିତ୍ ।

(ଝ) ବିଭିନ୍ନ ଘଟଣାବଳୀର ନକାରାତ୍ମକ ପ୍ରଭାବ ସ୍ବୟଂ ଉପରେ ପଡିବାକୁ ଦେବା ଅନୁଚିତ ।

(ଞ) ଆଧାରଭୂତ ପରିବର୍ତ୍ତିତ ଦୃଷ୍ଟିକୋଣକୁ କାର୍ଯ୍ୟ ସନ୍ତୁଷ୍ଟି ପରିପ୍ରେକ୍ଷୀରେ ବୁଝିବା ଉଚିତ ।

(ଟ) ସ୍ବୟଂର ବିକାଶ ସହିତ ସହଭାଗିତାର ଭାବନାକୁ ବ୍ୟାବହାରିକ ଜୀବନରେ ଆପଣେଇବା ଉଚିତ ।               (କ୍ରମଶଃ...)

💐💐💐💐💐💐💐💐💐

 ୮୬, ବି-ସେକ୍ଟର, କମଳା ନଗର, ପିପଲାନି, ବି-ଏଚ୍.ଇ.ଏଲ, ଭୋପାଲ- ୨୧,  ମଧ୍ୟପ୍ରଦେଶ,

ମୋ: ୦୯୮୨୬୪୪୯୩୮୫, ୦୯୪୦୭୫୪୭୫୧୧

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,