ଅନ୍ତର୍ଦୃଷ୍ଟି (1) ଈର୍ଷା: ଏକ ମାରାତ୍ମକ ବିଷ

 ଅନ୍ତର୍ଦୃଷ୍ଟି 

  ଈର୍ଷା: ଏକ ମାରାତ୍ମକ ବିଷ

ଡା. ସୁଧାଂଶୁ ଶେଖର ମିଶ

ମାନବ ଜୀବନରେ ଅନେକ ଉାନ-ପତନ, ସୁଖ-ଦୁଃଖ, ଲାଭ-ହାନି, ଜୟ- ପରାଜୟ ଆସିଥାଏ । ଯଦି ସେ ଧୈର୍ଯ୍ୟର ସହ ଏଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରି ଆଗକୁ ଅଗ୍ରସର ହୋଇ ଯାଏ ତେବେ ସେ ସଂସାରରେ ମହାନ ବନିଯାଏ । ଅନ୍ୟ ପକ୍ଷରେ ସେ ଯଦି ଏଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରି ପାରେ ନାହିଁ ତେବେ ତାର ଜୀବନ ନିରର୍ଥକ ହୋଇଯାଏ । ଯେପରି ବିଷ (ଚକ୍ଟଗ୍ଦସକ୍ଟଦ୍ଭ) ର ଏକ କ୍ଷୁଦ୍ର କଣିକା ଜଣକର ଜୀବନ ଲୀଳା ସମାପ୍ତ କରି ଦେଇଥାଏ ସେପରି ଦଶ ବିକାର ମଧ୍ୟରୁ ଅନ୍ୟତମ ‘ଇର୍ଷା’ ଯେତେବେଳେ ମନୁଷ୍ୟ ମନରେ ପ୍ରବେଶ  କରିଯାଏ ତେବେ ତାହା ବିଷ ପରି  ମନ ଓ ବୁଦ୍ଧିକୁ ଫମ୍ପା କରିଦିଏ । ପରିଣାମ ସ୍ବରୂପ  ଚିନ୍ତା, ଅବସାଦ, ମାନସିକ ·ପ ଆଦି ଦ୍ୱାରା ମନୁଷ୍ୟ ଆକ୍ରାନ୍ତ ହୋଇ ପଡେ ଓ ସୁଖ, ଶାନ୍ତି, ଆନନ୍ଦ ତାର ଜୀବନରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ତା’ର ମନରେ ହୀନ ଭାବନାଗୁଡ଼ିକ  ଜାଗ୍ରତ ହେବାକୁ ଲାଗେ ।

ଈର୍ଷା ବିଷାକ୍ତ କୀଟ ପରି ମାନବକୁ ଦଂଶନ କରିବାକୁ ଲାଗେ, ରକ୍ତ ଶୋଷଣ କରିବାକୁ ଲାଗେ ଯାହା ଜଣା ପଡେ ନାହିଁ ଏବଂ ଧୀରେ ଧୀରେ ମାନବ ମନକୁ ଦୁଷିତ କରିଦିଏ । ଏହି କାରଣରୁ ତା’ର ସ୍ବଭାବ ଚିଡ୍ ଚିଡା ହୋଇଯାଏ ଓ ସାମାନ୍ୟ କଥାରେ ସେ ଅନ୍ୟମାନଙ୍କ ସହିତ ଝଗଡା କରିବାକୁ ଲାଗେ ।  ଈର୍ଷା ରୂପୀ ଜୋକ ଯଦି ମନୁଷ୍ୟ ମନରେ ଲଟକି ଯାଏ ତେବେ ତାର ସବୁ ସତ୍ୟାନାଶ କରିଦିଏ । ତା’ ଜୀବନର ଉନ୍ନତି ନଷ୍ଟ ହୋଇଯାଏ । ସେ ସର୍ବଦା ପଥ ହୁଡୁଥାଏ । ତାର ମନ କେବେ ଏକାଗ୍ର ହୋଇ ପାରେ ନାହିଁ ।

ଅନେକ ଥର ଏହା ଦେଖିବାକୁ ମିଳିଥାଏ ଯେ- କାହାକୁ ଆଗକୁ ବଢ଼ିବା ଦେଖି, କିମ୍ବା କିଏ ସଫଳତାର ଶିଖରକୁ ପହୁ ଥାଏ ଅଥବା କାହାରି ସମ୍ପନ୍ନତା ଦେଖି ବା ସମ୍ମୁଖସ୍ଥ ବ୍ୟକ୍ତିଠାରୁ କୌଣସି ଆକାଙ୍କ୍ଷା ପୁରଣ ନ ହେଲେ ଈର୍ଷା ଜାତ ହୋଇଥାଏ । ଏପରି ଅନେକାନେକ କାରଣ ଅଛି । ଯେପରି ଝୁପୁଡ଼ି (କୁଡ଼ିଆ) ଘରେ ରହୁଥିବା ବ୍ୟକ୍ତି ମହଲରେ ରହୁଥିବା ବ୍ୟକ୍ତିକୁ ଦେଖି ଈର୍ଷା କରେ । ଏହା ତାର ମୁର୍ଖତା । ସେ ତା’ ଜୀବନରେ କୋଠାଘର ତ ପାଇ ପାରେ ନାହିଁ । କିନ୍ତୁ ଈର୍ଷା ରୂପୀ ଅଗ୍ନିରେ ଜଳି ପାଉଁଶ ହୋଇଯାଏ । ଅନ୍ୟପକ୍ଷରେ ମାନବ ଯଦି ଈର୍ଷା ତ୍ୟାଗ କରି ମନ ଧ୍ୟାନ ଦେଇ ପରିଶ୍ରମ କରିବ ତେବେ ସେ ଅବଶ୍ୟ ସୁଫଳତା ପ୍ରାପ୍ତ କରିବ ।  ଏହି ପରିପ୍ରେକ୍ଷୀରେ ଡେଲ୍ କାର୍ନେଗୀ କହନ୍ତି, “ଈର୍ଷା ରୂପକ ଭାଟି ଏତିକି ଗରମ କରି ନ ଦିଅ ଯଦ୍ୱାରା ତୁମେ ସ୍ବୟଂ ଜଳି ଭସ୍ମ ହୋଇଯିବ । ଗୋଲାପକୁ ଦେଖି ତା’ର କା ପ୍ରତି ଧ୍ୟାନ ନ ଦେଇ ତା’ର ସୌନ୍ଦର୍ଯ୍ୟରେ ହସିବା ଶିଖ ।” ଈର୍ଷାଠାରୁ ମୁକ୍ତ ହେବା ପାଇଁ ଏହାଠାରୁ ଆହୁରି ଶ୍ରେଷ୍ଠ ଉଦାହରଣ ଆଉ କ’ଣ ଥାଇ ପାରେ?

ଈର୍ଷା ଏକ ମାନସିକ ରୋଗ । ଏହା ଆକ୍ରାନ୍ତ ହେବାର ବହୁତ ବିଳମ୍ବରେ ଏହାର ଲକ୍ଷଣ ଜଣାପଡେ । ଯେପରି ଉଚିତ ପରୀକ୍ଷଣ ଅଭାବରୁ କ୍ୟାନସର ରୋଗ ପ୍ରାରମ୍ଭରେ ଜଣାପଡେ ନାହିଁ ଏବଂ ଏହା ଧୀରେ ଧୀରେ ଶରୀରରେ ବଢ଼ି ଅସାଧ୍ୟ ହୋଇପଡେ, ସେପରି ଈର୍ଷା ମଧ୍ୟ ଏକ ମାନସିକ କ୍ୟାନସର ସଦୃଶ । ଯଦି ମନୁଷ୍ୟ ନିଜ ମନ ଏବଂ ବି·ର ସମୂହର ସୂକ୍ଷ୍ମ ପରୀକ୍ଷଣ ନ କରେ, ତେବେ ଏହି ରୋଗ ତା’ର ଜୀବନରେ ପ୍ରବେଶ କରି ମନରେ ·ପ, ଚିଡିଚିଡା ଭାବ, ଅଶାନ୍ତ ଆଦି ଅନେକ ଦୁର୍ଗୁଣ ପ୍ରକାଶିତ ହୋଇଥାଏ । ଏଥିପାଇଁ ଈର୍ଷା ରୂପୀ ମାନସିକ କ୍ୟାନସରଠାରୁ ଦୂରେଇ ରହିବା ଉଚିତ ।

ଈର୍ଷାର ଭଗିନୀ ନିନ୍ଦା

ଈର୍ଷା ଯେତେବେଳେ ଆସେ ସେତେବେଳେ ତା’ର ଭଗିନୀ ନିନ୍ଦାକୁ ମଧ୍ୟ ସାଙ୍ଗରେ ନେଇ ଆସେ । ଈର୍ଷା କେବେ ନିଜ-ପର ଭେଦ କରେ ନାହିଁ ଏବଂ ସର୍ବଦା ନିନ୍ଦାକୁ ସାଥିରେ ଧରି ମନୁଷ୍ୟକୁ ଇତସ୍ତତଃ ଭ୍ରମିତ କରାଏ । ଈର୍ଷା ପରାୟଣ ବ୍ୟକ୍ତି ସର୍ବଦା ଅନ୍ୟର ଅବଗୁଣଗୁଡ଼ିକ ଦେଖିଥାଏ ଏବଂ ନିନ୍ଦା କରିବାରେ ଥକେ ନାହିଁ । ଯେପରି ବଗ ପକ୍ଷୀର ଦୃଷ୍ଟି ସର୍ବଦା ମାଛ ଉପରେ ନିବଦ୍ଧ ଥାଏ ସେପରି ଈର୍ଷାକୁ ବ୍ୟକ୍ତିର ଦୃଷ୍ଟିର ସମସ୍ତଙ୍କ ଦୋଷ ଦିଶୁଥାଏ । ନିନ୍ଦା କରୁଥିବା ବ୍ୟକ୍ତି ନିଜକୁ ସର୍ବଦା ନିର୍ଦୋଷ ମନେ କରେ, ଅନ୍ୟଠାରୁ ଶ୍ରେଷ୍ଠ ମନେ କରେ ଏବଂ ଅନ୍ୟମାନଙ୍କୁ ନୁ୍ୟନ ମନେ କରି ଦୋଷୀ ସାବ୍ୟସ୍ତ କରେ । ଅନ୍ୟର ଦୋଷ ଦର୍ଶନରେ ସେ ସର୍ବଦା ସମୟର ଦୁରୁପଯୋଗ କରିଥାଏ । ସେ ନିଜକୁ କେବେ ଦେଖେ ନାହିଁ ତଥା ନିଜ ବିଷୟରେ କେବେ ଚିନ୍ତାକରେ ନାହିଁ । କାରଣ ତା’ର ବୁଦ୍ଧି ଈର୍ଷାରୂପୀ ମାରାତ୍ମକ ବିଷଦ୍ୱାରା ବିଷାକ୍ତ ହୋଇଥାଏ ।

ଈର୍ଷା ଓ ନିନ୍ଦାରୁ ମୁକ୍ତି ପାଇବାର ଉପାୟ

- ମନୁଷ୍ୟକୁ ଈର୍ଷା ଓ ନିନ୍ଦାରୁ ସର୍ବଦା ଦୂର ରହିବା ଉଚିତ । ପ୍ରେମ ଓ ପାରସ୍ପରିକ ସହଯୋଗ ଦ୍ୱାରା ଈର୍ଷା ଉପରେ ବିଜୟ ପ୍ରାପ୍ତ କରାଯାଇ ପାରେ । ଅନ୍ୟମାନଙ୍କ ଗୁଣଗାନ କରିବା ଦ୍ୱାରା ନିନ୍ଦାରୁ ମୁକ୍ତି ମିଳିଥାଏ । ନଦୀ ସାଗରର ଗଭୀରତା ଓ ବିଶାଳତା ଦେଖି ଈର୍ଷା କରି ନ ଥାଏ ବରଂ ତା ସହିତ ଏକାକାର ହୋଇ ସ୍ବୟଂ ବିଶାଳ ହୋଇଯାଏ । ଏହିପରି ଏହା ଧ୍ୟାନ ରଖିବା ଉଚିତ ଯେ ଅନ୍ୟର ଉନ୍ନତି ଦେଖି, ଅନ୍ୟର ବିଜୟ ବା ସଫଳତା ଦେଖି ଈର୍ଷା ନ କରି ଖୁସି ହେବା ଉଚିତ । ସେହି ବ୍ୟକ୍ତିର ଆହୁରି ଉଲ୍ଲାସ ଓ ଉତ୍ସାହ ବୃଦ୍ଧି କରିବା  ଉଚିତ । ନିଜେ ମଧ୍ୟ ଏକ ଶ୍ରେଷ୍ଠ ଆଦର୍ଶକୁ ସମ୍ମୁଖରେ ରଖି ପରିଶ୍ରମ ପୂର୍ବକ ଉନ୍ନତି ପଥରେ ଅଗ୍ରସର ହେବା ବିଧେୟ । ଏହା ହେଉଛି ଈର୍ଷାରୁ ମୁକ୍ତ ହେବାର ସହଜ ସାଧନ ।

ଞ୍ଚ ଆମେ ଯଦି ଶ୍ରେଷ୍ଠ ଜୀବନର ଲକ୍ଷ ରଖି ଆଗକୁ ବଢ଼ିବାକୁ ପ୍ରୟାସ କରିବା ତେବେ ଦିନେ ନା ଦିନେ ତାହା ପ୍ରାପ୍ତ ହେବ । ବ୍ୟକ୍ତି ଯେତେବେଳେ ତା’ର ଇପ୍ସିତ ଲକ୍ଷ ପର୍ଯ୍ୟନ୍ତ ପହି ଯାଏ ସେତେବେଳେ ତା’ଠାରୁ ଈର୍ଷା ସ୍ବତଃ ଦୂରକୁ ପଳାୟକ କରେ । 

ଞ୍ଚ ସର୍ବଦା ସମସ୍ତଙ୍କ ପ୍ରତି ସମଭାବ ଓ ଆତ୍ମିକ ଦୃଷ୍ଟି ରଖିଲେ ଈର୍ଷା ଭାବ ସମାପ୍ତ ହୋଇଯିବ ।

ଞ୍ଚ ଈର୍ଷାରୁ ରକ୍ଷା ପାଇବା ପାଇଁ ସର୍ବଦା ଉଦାର ଚି ହୋଇ ଶ୍ରେଷ୍ଠ ସଂସ୍କାରର ସ୍ବଭାବ ନିର୍ମାଣ କରିବା ବିଧେୟ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,