ଚିନ୍ତା ଓ ଚେତନା(୯) ବ୍ୟବହାର ବିଜ୍ଞାନ(ଭାଗ-୫)ମାନବୀୟ ସମ୍ବନ୍ଧର ଆଧାର: ଭାବନା, ଅପେକ୍ଷା ଏବଂ ମାନସିକ ସ୍ତର ପ୍ରତି ସତର୍କତା ପୂର୍ଣ୍ଣ ବ୍ୟବହାର

🌻🌻🌻🌻🌻🌻🌻🌻🌻🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

   ଚିନ୍ତା ଓ ଚେତନା(୯) 

🌷🌷🌷🌷🌷🌷🌷🌷🌷🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

 ବ୍ୟବହାର ବିଜ୍ଞାନ-(ଭାଗ- ୫) 

🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

 ମାନବୀୟ ସମ୍ବନ୍ଧର ଆଧାର: ଭାବନା, ଅପେକ୍ଷା ଏବଂ ମାନସିକ ସ୍ତର ପ୍ରତି ସତର୍କତା ପୂର୍ଣ୍ଣ ବ୍ୟବହାର

(ପୂର୍ବ ପ୍ରକାଶିତ ଉତ୍ତାରୁ)

🌺🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

 ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା

🌻🌸🌺🌻🌸🌺🌻🌸🌺🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

ମୂଳ ରଚନା:-

 ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ 

🌸🌺🌸🌺🌸🌺🌸🌺🌸🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

ସମ୍ପାଦନା ଓ ଉପସ୍ଥାପନା -

 ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

🌺🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )

🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

 *ଆଧାରଭୂତ ସମ୍ବନ୍ଧ:* 

ଜୀବନରେ ବିଭିନ୍ନ ଲୋକଙ୍କ ସହିତ ସମ୍ବନ୍ଧର ମହତ୍ତ୍ବ ବୁଝିବା ପାଇଁ ସଜଗପୂର୍ଣ୍ଣ ଦୃଷ୍ଟିକୋଣ ସହିତ କାର୍ଯ୍ୟ ପ୍ରଣାଳୀ ବିକଶିତ କରିବାର ବ୍ୟାପକ ଆଧାର ବ୍ୟକ୍ତିର ବ୍ୟବହାର ଉପରେ ନିର୍ଭର କରିଥାଏ । ବ୍ୟକ୍ତିଗତ ଜୀବନର ସ୍ଥିତି ନିଜ ସମ୍ବନ୍ଧରେ କିପରି ଗତିଶୀଳ ଏହା ସାମାନ୍ୟ ବିଚାର ଦ୍ୱାରା ଜଣାଯାଇଥାଏ । ଯେତେବେଳେ ବ୍ୟକ୍ତିଗତ ଓ ସାମାଜିକ ପରିପ୍ରେକ୍ଷୀରେ ମାନବୀୟ ସମ୍ବନ୍ଧର ପ୍ରସଙ୍ଗ ଉଠେ ସେତେବେଳେ ଅନ୍ୟମାନଙ୍କୁ ହିଁ କେନ୍ଦ୍ରକରି ଚର୍ଚ୍ଚା ହୋଇଥାଏ । ପାରସ୍ପରିକ ସମ୍ବନ୍ଧରେ ଉତ୍ପନ୍ନ ହୋଇଥିବା ତିକ୍ତତା ପାଇଁ ଯେ ସେ ସ୍ବୟଂ ଉତ୍ତରଦାୟୀ ହୋଇପାରେ ଏକଥା ତା’ର ବିଚାର ପରିସରକୁ ଆସେ ନାହିଁ ।


ବ୍ୟବହାରିକତାର କଷଟିରେ ଯେତେବେଳେ ସମ୍ବନ୍ଧରେ ନିକଟତାର ଆଭାସ ହୋଇଥାଏ ସେତେବେଳେ ବ୍ୟକ୍ତି ନିଜକୁ ଏହି ପ୍ରଗାଢ଼ତାର କାରଣ ବୋଲି ଭାବିଥାଏ । ପାରସ୍ପରିକ ସମ୍ବନ୍ଧର ବିଭିନ୍ନ ପ୍ରୟାସ କରିବା ପୂର୍ବରୁ ସ୍ବୟଂର ସ୍ବୟଂ ସହିତ ସମ୍ବନ୍ଧ ହେବା ମନୋବୈଜ୍ଞାନିକ ଦୃଷ୍ଟିରୁ ଅନିବାର୍ଯ୍ୟ ଅଟେ । ପ୍ରାୟତଃ ବ୍ୟକ୍ତି ଦ୍ୱାରା ଏହା ସ୍ଥିରୀକୃତ ହୋଇଥାଏ ଯେ ସେ ନିଜ ବିଷୟରେ କ’ଣ ଭାବୁଛି? ଏବଂ ଏହି ମନନ-ଚିନ୍ତନ ପ୍ରକ୍ରିୟା ଜଗତରେ ପ୍ରକଟ ହେବା ପାଇଁ କେଉଁ ପର୍ଯ୍ୟନ୍ତ ପ୍ରସ୍ତୁତ ଅଟେ?  ଯଦି ଅନ୍ତର୍ମନର ସ୍ବୀକୃତି ସହିତ ସମ୍ବନ୍ଧିତ ସ୍ଥିତି, ଭାବ ଏବଂ ବିଚାର ସ୍ପଷ୍ଟ ଥାଏ ତେବେ ତା’ର ପ୍ରଭାବ ଜନିତ ସ୍ଥିତି ପ୍ରତି ଧ୍ୟାନ କେନ୍ଦ୍ରିତ କରି ପରିଣାମ ପର୍ଯ୍ୟନ୍ତ ପହଞ୍ଚାଯାଇପାରେ । ସ୍ବୟଂର ସମ୍ପୂର୍ଣ୍ଣ ଅଭିବ୍ୟକ୍ତିର ପ୍ରଥମ ପାବଚ୍ଛ ଅର୍ନ୍ତଜଗତର ଭାବନାତ୍ମକ ପୃଷ୍ଠଭୂମି ଉପରେ ନିର୍ଭରଶୀଳ । କାରଣ ଏହିଠାରୁ ହିଁ ବ୍ୟକ୍ତି ଭାବର ସ୍ବରୂପ ନିର୍ଦ୍ଧାରିତ ହୋଇଥାଏ ।


ଜୀବନର ବିବିଧତାରେ ସମ୍ବନ୍ଧକୁ ନେଇ ଅଧିକତମ ବାଦବିବାଦର ସ୍ଥିତି ନିର୍ମିତ ହୋଇଥାଏ ଏବଂ କାଳକ୍ରମେ ଏହା ଆରୋପ-ପ୍ରତ୍ୟାରୋପ ପର୍ଯ୍ୟନ୍ତ ପହଞ୍ଚି ସମ୍ବନ୍ଧର ବିଚ୍ଛେଦ ହୋଇଯାଏ । ସମ୍ପୂର୍ଣ୍ଣ ଘଟଣା ଚକ୍ର ଉପରେ ପଶ୍ଚାତାପ ଆସିଲା ପରେ ଏହା ସ୍ଥିର କରାଯାଇଥାଏ ଯେ ଅନ୍ତତୋଗତ୍ୱା ତ୍ରୁଟି କେଉଁଠି ଓ କାହା ଦ୍ୱାରା ହୋଇଛି ଯଦ୍ଦ୍ବାରା ଏପରି ପରିସ୍ଥିତି ଉପୁଜିଲା । ମାନବୀୟ ସମ୍ବନ୍ଧର ଗତିଶୀଳତାର କ୍ରମ ସେ ପର୍ଯ୍ୟନ୍ତ ଭଲ ଭାବରେ ଚାଲୁଥାଏ ଯେପର୍ଯ୍ୟନ୍ତ ବ୍ୟକ୍ତି ଦ୍ୱାରା ଚିନ୍ତା କରିବା ଓ ବୁଝିବା କ୍ରିୟା ବିଧି ପୂର୍ବକ ଅନୁସରଣ କରି ନିର୍ଣ୍ଣୟ ନିଆଯାଇଥାଏ ।


ବ୍ୟକ୍ତିଗତ ସମ୍ବନ୍ଧ ସ୍ଥାପନ ବା ସାମାଜିକ ସମ୍ବନ୍ଧ ନିର୍ବାହ ସମୟରେ ଅନ୍ୟମାନଙ୍କର ଭାବନା, ଆକାଙ୍କ୍ଷା ଓ ମାନସିକ ସ୍ତର ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ । ଅଧିକାଂଶ ଘଟଣାରେ ଏହା ନଜରକୁ ଆସେ ଯେ ପୂର୍ଣ୍ଣ ସତର୍କତା ସହିତ କାର୍ଯ୍ୟ ବ୍ୟବହାର ସତ୍ତ୍ବେ ମଧ୍ୟ କୌଣସି ନା କୌଣସି ପ୍ରକାରେ ଉତ୍ପନ୍ନ   ହୋଇଥିବା ସ୍ଥିତି ଦ୍ୱାରା ଅନ୍ୟମାନଙ୍କୁ ଆଘାତ ପ୍ରାପ୍ତ ହୋଇଥାଏ । ଆଧାରଭୂତ ସମ୍ବନ୍ଧର ମୂଳଦୁଆ ସେତେବେଳେ ସ୍ଥାୟୀ ଭାବରେ ଅସ୍ତିତ୍ୱରେ ରହିପାରିବ ଯେତେବେଳେ ଭାବନା ଓ ବ୍ୟବହାର ମଧ୍ୟରେ ମାନବୀୟ ପକ୍ଷକୁ ସ୍ବୀକାର କରାଯାଇଥାଏ । ଏଣୁ ଜୀବନର ବ୍ୟବହାରିକତାରେ ସକାରାତ୍ମକ ସହ ସମ୍ବନ୍ଧ ବଜାୟ ରଖିବା ପାଇଁ ସଜଗତାପୂର୍ଣ୍ଣ ବିଧି ଅନୁସରଣ ପୂର୍ବକ ନିମ୍ନଲିଖିତ ବିଷୟ ବିନ୍ଦୁ ଉପରେ ଧ୍ୟାନ ରଖିବା ବିଧେୟ:-


(କ) ସମ୍ବନ୍ଧରେ ଉତ୍ପନ୍ନ ବିରୋଧାଭାସକୁ ପାରସ୍ପରିକ ବୁଝାମଣା ମାଧ୍ୟମରେ ଦୂର କରିବାର ପ୍ରୟାସ କରିବା ଉଚିତ ।


(ଖ) ସାମାଜିକ ସମ୍ବନ୍ଧ ସ୍ଥାପନ ପୂର୍ବରୁ ନିଜର ସ୍ଥିତି ବ୍ୟାପକ ଭାବରେ ଅଧ୍ୟୟନ କରିବା ଉଚିତ ।


(ଗ) ସମ୍ବନ୍ଧ ନିର୍ବାହ ପାଇଁ ମନନ-ଚିନ୍ତନ ପ୍ରକ୍ରିୟାକୁ ବ୍ୟବହାରିକ ରୂପରେ ପୂର୍ଣ୍ଣ କରିବା ଆବଶ୍ୟକ ।


(ଘ) ସକାରାତ୍ମକ ସ୍ବୀକୃତି ସମ୍ପନ୍ନ ଭାବ ଏବଂ ବିଚାର ଅନୁସରଣ ପୂର୍ବକ ସମ୍ବନ୍ଧକୁ ଆହୁରି ଘନିଷ୍ଠ କରିବା ପାଇଁ ପ୍ରଯତ୍ନ କରିବା ଆବଶ୍ୟକ ।


(ଙ) ସମ୍ବନ୍ଧ ସ୍ଥାପନ ପାଇଁ ଭାବନା ସମୂହ ସହିତ ଆକାଙ୍କ୍ଷା ଏବଂ ମାନସିକ ସ୍ତରର ଧ୍ୟାନ ରଖିବା ଉଚିତ ।


(ଚ) ପାରସ୍ପରିକ ସମ୍ବନ୍ଧର ଭିତ୍ତି ସ୍ଥାପନ ପାଇଁ ସତର୍କ ଭାବରେ କାର୍ଯ୍ୟ ବ୍ୟବହାର କରିବା ଉଚିତ୍ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🙏🙏🙏🙏🙏🙏🙏🙏🙏

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,