ଚିନ୍ତା ଓ ଚେତନା (ଭାଗ୧୦) -ବ୍ୟବହାର ବିଜ୍ଞାନ(ଭାଗ- (୬)ମାନବୀୟ ସମ୍ବନ୍ଧର ଆଧାର: ଭାବନା, ଅପେକ୍ଷା ଏବଂ ମାନସିକ ସ୍ତର ପ୍ରତି ସତର୍କତା ପୂର୍ଣ୍ଣ ବ୍ୟବହାର

🌼🌸❤️🙏🌹🌻🌷🌺🌸💐

 *ଚିନ୍ତା ଓ ଚେତନା (ଭାଗ୧୦)* 

🙏🌹🌻🌷🌺🌸💐❤️🌼

 *ବ୍ୟବହାର ବିଜ୍ଞାନ(ଭାଗ- ୬)* 

🌻🌹🌷🌺🌸💐🌹🌻🌷

 *ମାନବୀୟ ସମ୍ବନ୍ଧର ଆଧାର: ଭାବନା, ଅପେକ୍ଷା ଏବଂ ମାନସିକ ସ୍ତର ପ୍ରତି ସତର୍କତା ପୂର୍ଣ୍ଣ ବ୍ୟବହାର* 

🌺🌸🌺🌸🌺🌸🌷🌻💐

(ପୂର୍ବ ପ୍ରକାଶିତ ଉତ୍ତାରୁ)

 *ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା* 

🌺🌺🌺🌺🌺🌺🌺🌺🌺

ମୂଳ ରଚନା:-

 *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ* 

🌻🌻🌻🌻🌻🌻🌻🌻🌻

ସମ୍ପାଦନା ଓ ଉପସ୍ଥାପନା -

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌷🌷🌷🌷🌷🌷🌷🌷🌷

(ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। )

🌹🌹🌹🌹🌹🌹🌹🌹🌹

 *ଭାବନାତ୍ମକ ନିଷ୍ଠା* 

🌹🌹🌹🌹🌹🌹🌹🌹🌹

ବ୍ୟବହାରିକ ଜଗତରେ ଯେତେବେଳେ ସମ୍ବନ୍ଧ ବିଷୟରେ କଥା ଉଠେ ସେତେବେଳେ ସମ୍ବେଦନା ଜନିତ ଭାବନାତ୍ମକ ଦିଗ ସପକ୍ଷରେ ଯୁକ୍ତି କରିବା ଆବଶ୍ୟକ ହୋଇପଡ଼େ । ମାନବତାର ରକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିର ପରମ କର୍ତ୍ତବ୍ଯ ଅଟେ । ତେଣୁ ସର୍ବ ପ୍ରଥମେ ମାନବୀୟ ଭାବନା ସମୂହକୁ ସମ୍ମାନ କରିବା ସହିତ ସେଗୁଡ଼ିକୁ ସଂରକ୍ଷଣ କରିବାର ପ୍ରୟାସ କରାଯାଇଥାଏ । ସାମାନ୍ୟତଃ ବ୍ୟକ୍ତିଗତ ଏବଂ ସାମୂହିକ ବ୍ୟବହାର ସମୟରେ ଅନ୍ତର୍ମନରେ ଏହି କଥା ବୁଝିବା ପାଇଁ ଚେଷ୍ଟା କରାଯାଇଥାଏ ଯଦ୍ଦ୍ବାରା କୌଣସି ପ୍ରକାରରେ କାହାରି ଭାବନାକୁ ଆଘାତ ନଦେବା ଭଳି ସ୍ଥିତି ବଜାୟ ରହିବ । ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ ଯେ କୌଣସି ବ୍ୟକ୍ତି ପ୍ରତି ଆନ୍ତରିକ ଶ୍ରଦ୍ଧାର ନିର୍ମାଣ ସେତେବେଳେ ହୋଇପାରେ ଯେତେବେଳେ ଉଭୟ ପକ୍ଷ ଜଣେ ଅନ୍ୟ ଜଣକ ଭାବନାକୁ ସମ୍ମାନ ଦେଇଥାଏ ।


ଏପରି ସ୍ଥିତି ବିଶ୍ୱସନୀୟତା ବିଷୟରେ ମଧ୍ୟ ଉପୁଜି ଥାଏ । ଏତତ୍ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧର ଭିତ୍ତି ପୂର୍ଣ୍ଣତଃ ବିଶ୍ୱାସ ଉପରେ ନିର୍ଭର ହୋଇଥାଏ ଏବଂ ଭାବନାତ୍ମକ ରୂପରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଭାବନାତ୍ମକ ସ୍ବରୂପର ବିବେଚନାର ସବଳ ଓ ଦୁର୍ବଳ ପକ୍ଷ ସେତେବେଳେ ପ୍ରକଟ ହୋଇଥାଏ ଯେତେବେଳେ ଜଣେ ଅନ୍ୟ ଜଣକୁ ନେଇ ବିବିଧ ପ୍ରକାର ବିଚାର ଅଭିବ୍ୟକ୍ତି କରେ । ଏହାର ଫଳ ସ୍ବରୂପ ଉଭୟ ବ୍ୟକ୍ତିଗତ ଓ ସାମୁହିକ ସ୍ତରରେ ସକାରାତ୍ମକ ଓ ନକାରାତ୍ମକ ଭାବନା ସ୍ବଭାବିକ ଭାବରେ ଉତ୍ପନ୍ନ ହୋଇଥାଏ ।


ମାନବୀୟ ସନ୍ଦର୍ଭରେ ବିଚାର କଲେ ବର୍ତ୍ତମାନ ପରିବେଶରେ ଭାବନାତ୍ମକ ନିଷ୍ଠା ବଜାୟ ରଖିବା ଏକ ବଡ ଆହ୍ୱାନ । ଅଧିକାଂଶ ବ୍ୟକ୍ତିଙ୍କ ମଧ୍ୟରେ ବିଦ୍ୟମାନ ଅସନ୍ତୋଷ ଏହାର ଦୃଷ୍ଟାନ୍ତ । ଭାବନା ପ୍ରତି ସମ୍ବେଦନଶୀଳତା ବ୍ୟକ୍ତିଗତ ସ୍ବଭାବର ଏକ ଅଂଶ ହୋଇପାରେ, କିନ୍ତୁ ନିଜର ସାମାଜିକ ସ୍ଥିତି ଅନୁସାରେ ସ୍ବାଭିମାନ ଏବଂ ଅହଂକୁ ଉପଯୋଗ କରିବା ପୂର୍ବକ ସମୟାନୁସାରେ ପ୍ରକଟ କରିବାର ଲାଳସା ସହଜ ଭାବ ସମୂହକୁ ମଧ୍ୟ ବିରୋଧାଭାସୀ କରିବାରେ ପଶ୍ଚାତ୍ପଦ ହୁଏ ନାହିଁ । ପାରସ୍ପରିକ ସମ୍ବନ୍ଧକୁ ଦୃଢ଼ କରିବାରେ ଭାବନାତ୍ମକ ନିଷ୍ଠାର ବଡ ଯୋଗଦାନ ରହିଥାଏ । ଅନ୍ୟପକ୍ଷରେ ତାହା ଏହି ଭାବନା ସମୂହର ସୁନିଶ୍ଚିତ ଧ୍ୟାନ ନ ରଖିଲେ ଗଭୀର ଆଘାତ ଦେବାରେ ବିଳମ୍ବ କରେ ନାହିଁ ।


ବ୍ୟକ୍ତିବାଦୀ ଦୃଷ୍ଟିକୋଣ ହେତୁ ମୁଁ ଓ ମୋର ବ୍ୟତୀତ ଆଉ କିଛିି ଦେଖାଯାଏ ନାହିଁ । ଏହି କାରଣରୁ ଦୈନନ୍ଦିନ ବ୍ୟବହାରରେ ଅନ୍ୟମାନଙ୍କ ଭାବନାକୁ ସମ୍ମାନ କରି ନ ପାରିବା ଘଟଣା ସମସ୍ତଙ୍କ ନଜରକୁ ଆସେ । ଭାବନାତ୍ମକ ନିଷ୍ଠାର ଉପଯୋଗିତାକୁ ସଜାଗ ଭାବରେ ଅନୁଭବ କଲେ ଏହା ଜଣାଯାଇଥାଏ ଯେ ବ୍ୟକ୍ତିର ଭାବନାକୁ ସମ୍ମାନ ବା ବିରୋଧ କରିବାର ନିୟମିତ ଗତିବିଧି ବ୍ୟତୀତ  ଉଭୟ ପକ୍ଷର ଭାବନାତ୍ମକ ସଂଘର୍ଷରୁ ଓହରି ଆସି ସମାଧାନ ଦିଗରେ ଅଗ୍ରସର ହେବାର ପ୍ରୟାସ କରିବା ବିଧେୟ ।


ସାମାଜିକ ସମ୍ବନ୍ଧ ଅନ୍ତର୍ଗତ ଭାବନାତ୍ମକ ସ୍ବରୂପର ନିଷ୍ଠା ଅକ୍ଷୁର୍ଣ୍ଣ ରଖିବା ହେତୁ ବିଶ୍ୱାସ ଯୋଗ୍ୟ ହେବାର ମାନଦଣ୍ଡ ନିର୍ଦ୍ଧାରିତ କରିବା ସହିତ ତା’ର ଦୁରୁପଯୋଗ ନହେବାର ସମ୍ଭାବନା ଉପରେ ପୂର୍ଣ୍ଣ ବିଚାର କରିବା ଉଚିତ । ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସାମୂହିକ ବ୍ୟବହାରର ସହଜ ସ୍ବୀକାରୋକ୍ତି, ଗଭୀର ଭାବନାତ୍ମକ ନିଷ୍ଠାରେ ନିହିତ ଥାଏ । ଅତି ଲଘୁ ବ୍ୟବହାରର ସମ୍ମାନଜନକ ସ୍ଥିତିରୁ ଏହା ପ୍ରକଟିତ ହୋଇଥାଏ । ଏହି ପ୍ରକାରେ ମାନବୀୟ ସମ୍ବନ୍ଧର ବ୍ୟାପକ ପକ୍ଷକୁ ଭାବନାତ୍ମକ ନିଷ୍ଠା ମାଧ୍ୟମରେ କ୍ରିୟାନ୍ୱିତ କରିବା ସମୟରେ ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ରଖିବା ବିଧେୟ:-

(କ) ବ୍ୟାବହାରିକ ଭାବରେ ସମ୍ବନ୍ଧକୁ ଭାବନାତ୍ମକ ନିଷ୍ଠା ସହିତ ସ୍ବୀକାର କରିବାର ପ୍ରୟାସ କରିବା ଉଚିତ୍ ।


(ଖ) ବ୍ୟକ୍ତିଗତ ଏବଂ ସାମୂହିକ ବ୍ୟବହାରରେ ସମ୍ବେଦନା ପକ୍ଷକୁ ପାରସ୍ପରିକ ସମ୍ମାନ ପାଇଁ ଆପଣେଇବା ଉଚିତ ।


(ଗ) ସମ୍ବନ୍ଧ ବଜାୟ ରଖିବା ପାଇଁ କାହାରି ଭାବନାକୁ ଆଘାତ ପହଞ୍ଚାଇବା ଅନୁଚିତ ।


(ଘ) ପାରସ୍ପରିକ ବ୍ୟବହାରରେ ବିଶ୍ୱସନୀୟତା ସ୍ଥିତିକୁ ଭାବନାତ୍ମକ ଦୃଷ୍ଟିରେ ବୁଝିବାର ପ୍ରୟାସ କରିବା ଉଚିତ ।


(ଙ) ଭାବନାତ୍ମକତାର ସବଳ ଏବଂ ଦୁର୍ବଳ ପକ୍ଷର ଅନୁଭବ ପୂର୍ବକ ବ୍ୟବହାର ନିର୍ଦ୍ଧାରଣ କରିବା ଉଚିତ ।


(ଚ) ସମ୍ବନ୍ଧ ଜନିତ ସ୍ବାଭିମାନ ଏବଂ ଅହଂର ବିରୋଧାଭାସ ସହିତ ଜଡିତ ଏକାଙ୍ଗୀ ଭାବରୁ ମୁକ୍ତ ହେବା ଉଚିତ ।


(ଛ) ପାରସ୍ପରିକ ସାମଞ୍ଜସ୍ୟ ଏବଂ ସମାଧାନ ଦିଗ ପ୍ରତି ଭାବନାତ୍ମକ ନିଷ୍ଠା ଆଗେଇବା ଉଚିତ । 

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🙏🙏🙏🙏🙏🙏🙏🙏🙏

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର