(୩)ଯୋଗ ସନ୍ଦେଶ--ପ୍ରତ୍ୟାହାର, ଧାରଣା ଓ ଧ୍ୟାନ

 🌹🌹🌹🌹🌹🌹🌹🌹🌹

 *ଯୋଗ ସନ୍ଦେଶ(୩)* 

🌸🌸🌸🌸🌸🌸🌸🌸🌸

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌷🌷🌷🌷🌷🌷🌷🌷🌷

 *ପ୍ରତ୍ୟାହାର, ଧାରଣା ଓ ଧ୍ୟାନ* 

🌻🌻🌻🌻🌻🌻🌻🌻🌻

ମଣିଷର ମନ ସ୍ବଭାତଃ ଚଞ୍ଚଳ ଓ ଅସ୍ଥିର । ମନକୁ ସବୁଆଠୁ ଓହରାଇ ଆଣିବା ପ୍ରକ୍ରିୟା ହେଉଛି ‘ପ୍ରତ୍ୟାହାର’ ଓ ତାକୁ କୌଣସି ଏକ ବିଷୟ ଉପରେ କେନ୍ଦ୍ରିତ କରି ସ୍ଥିର ରଖିବାର ନାମ ‘ଧ୍ୟାନ’ ।ରାଜ ଯୋଗରେ ଦେହ ସହିତ ଦେହ ସମ୍ବନ୍ଧିତ ବ୍ୟକ୍ତି,ବସ୍ତୁ ବୈଭବ, ପରିସ୍ଥିତି , ଘଟଣା   ଆଦିଠାରୁ ମନକୁ ପ୍ରତ୍ୟାହାର କରି ଆଣି ଯୋଗୀ ନିଜର ଆତ୍ମିକ ସତ୍ତାରେ ସ୍ଥିତ ରହି ପରମାତ୍ମାଙ୍କ ସହିତ ଯୁକ୍ତ କରିବାର ଅଭ୍ୟାସ କରେ । କିନ୍ତୁ ଦେଖାଯାଏ ଯେ ଅନେକ ଯୋଗାଭ୍ୟାସୀଙ୍କ ମନ ଏକାଗ୍ର ରହେ ନାହିଁ ।

ଏହାର କାରଣ ଧ୍ୟାନର ଧ୍ୟେୟ ପରମାତ୍ମାଙ୍କ ବିଷୟରେ ସ୍ପଷ୍ଟ ଞ୍ଜାନର ଅଭାବ । ପାଞ୍ଚଟି ଅନ୍ଧ ହାତୀର ବିଭିନ୍ନ ଅଙ୍ଗ ସ୍ପର୍ଶ କରି ପାଞ୍ଚ ପ୍ରକାର କଥା କହିଲା ଭଳି ପରମାତ୍ମାଙ୍କ  ବିଷୟରେ ବିଭିନ୍ନ ମତମତାନ୍ତର ରହିଛି ।ପରମାତ୍ମାଙ୍କୁ ଏକ ଭ୍ରମାତ୍ମାକ ସ୍ବରୂପ ପ୍ରଦାନ କରି ତହିଁରେ ମନ ନିବଦ୍ଧ କରିବାକୁ ଏକାଗ୍ରତା କୁହାଯିବ ନାହିଁ ।ଏହି ପରିପ୍ରେକ୍ଷୀରେ ନିମ୍ନ ଉଦାହରଣ ପ୍ରଶିଧାନ ଯୋଗ୍ୟ । କୌଣସି ଦିବ୍ୟ ଓ ଅଲୌକିକ ପୌରାଣିକ ବା ଐତିହାସିକ ବ୍ୟକ୍ତିଙ୍କୁ ଯଦି ପରମାତ୍ମାଙ୍କ ଅବତାର ରୂପେ ଗ୍ରହଣ କରି ଧ୍ୟାନ କରାଯାଏ ତେବେ ତାଙ୍କ ସହିତ ସମ୍ବନ୍ଧିତ ଦେଶ,କାଳ,ପାତ୍ର,ଘଟଣା,ପରିସ୍ଥିତି ଓ ତତ୍ କାଳୀନ ବାତାବରଣ ମାନସ ପଟଳରେ ଏକ ଚଳଚ୍ଚିତ୍ର ପରି ଉଦ୍ ଭାସିତ ହେବାକୁ ଲାଗିବ ।ଏଥି ପାଇଁ ଇଂରାଜୀରେ ଏକ ପ୍ରବାଦ ଅଛି,"There is no picture without a background " ଅର୍ଥାତ କୌଣସି ବିଷୟର ନିଶ୍ଚିତ ଭାବରେ କୌଣସି ନା କୌଣସି ପୃଷ୍ଠଭୂମି ଥାଏ ।ତେଣୁ କୌଣସି ସାଧକ ଯେତେବେଳେ ସମସ୍ତ ବିଷୟରୁ ମନକୁ ଓହରାଇ ଆଣି ଅର୍ଥାତ ପ୍ରତ୍ୟାହାର କରି ସଂପୃକ୍ତ ଧ୍ୟେୟ ବ୍ୟକ୍ତିଙ୍କ ଉପରେ ଧାରଣା ଓ ଧ୍ୟାନ ଅଭ୍ୟାସ ଆରମ୍ଭ କରନ୍ତି ତେବେ ତାଙ୍କ ମନ-ଚକ୍ଷୁରେ କେବଳ ତାଙ୍କର ଶାରୀରିକ ଆକୃତି ପ୍ରତିଭାତ ହେବ ନାହିଁ । ଏହା ସହିତ ତାଙ୍କର ଅଙ୍ଗସୌଷ୍ଠବ,ବେଶ-ପରିପାଟୀ, ପରିଧାନ କରିଥିବା ଅଳକାଂର ମଧ୍ୟ ସମ୍ମୁଖକୁ ଆସିବ । ଏହା ବ୍ୟତୀତ ତାଙ୍କ ଦେଶ,ବାସଗୃହ,ତାଙ୍କ ପରିବାର ବର୍ଗ,ତାଙ୍କର ଜୀବନଚର୍ଯା ତାଙ୍କର ଶତ୍ରୁ ଓ ମିତ୍ର ଇତ୍ୟାଦି ମଧ୍ୟ ସ୍କୃତି ପଟଳରେ  ଦୃଶ୍ୟ ହେବାକୁ ଆରମ୍ଭ ହେବ । ମନ ସେହି ଧ୍ୟେୟଙ୍କ ସହିତ ଅନନ୍ୟ (ଅନ୍ୟ +ନ) ଭାବରେ ଯୁକ୍ତ (ଏକାଗ୍ର) ହୁଏ ନାହିଁ । ତେଣୁ ଏହା ଇଶ୍ୱରୀୟ ସିଦ୍ଧାନ୍ତର ପ୍ରତିକୂଳ । ଗୀତାରେ ପାମାତ୍ମାଙ୍କୁ ଅବ୍ୟକ୍ତ , ନିରାକାର, ଅଜନ୍ତା, ଅଶରୀରୀ, ନିର୍ବିକାରୀ ଓ ବ୍ରହ୍ମଲୋକ ନିବାସୀ କୁହାଯାଇଛି । ସେହିଁ କେବଳ ଧ୍ୟାନ ବେଳେ ଏକମାତ୍ର ଧ୍ୟେୟହେବା ଉଚିତ । 


ଉପରୋକ୍ତ ଆଲୋଚନାରୁ ଆମେ ଏହି ନିଷ୍କର୍ଷରେ ପହଞ୍ଚିବା ଯେ ଜ୍ୟୋତିର୍ବିନ୍ଦୁ ସ୍ବରୂପ ପରମାତ୍ମାଙ୍କ କୌଶଳି ପ୍ରାକୃତିକ ପୃଷ୍ଠଭୂମି ନାହିଁ । ତାଙ୍କର କେହି ପିତାମାତା ନାହାନ୍ତିି । ତେଣୁ ତାଙ୍କୁ ପରମ ପିତା କୁହାଯାଏ । ତାଙ୍କ ଲୋକରେ ସୂର୍ଯ୍ୟଙ୍କ ପ୍ରକାଶ ମଧ୍ୟ ପହଞ୍ଚି ପାରେ ଯାଇଁ । କାରଣ ସେ ସର୍ବୋଚ୍ଚ।ସେଠାରେ ସର୍ବତ୍ର ପ୍ରକାଶିତ ଦିବ୍ୟ ଆଲୋକକୁ ‘ବ୍ରହ୍ମ’ ବୋଲି କୁହାଯାଇଛି । ତେଣୁ ତାଙ୍କ ସ୍ମତିହିଁ କେବଳ ଅନନ୍ୟ ଓ ଅଦ୍ୱୈତ ହେବ । ତାଙ୍କ ସ୍ମୃତିରେ  ସ୍ଥିତ ହେବାର ଅଭ୍ୟାସ କରୁଥିବା ପୁରୁଷାର୍ଥୀଙ୍କୁ ପ୍ରକୃତି ଜନ୍ୟ କୌଣସି ବିଷୟ ସ୍ମରଣ ହେବ ନାହିଁ । ଅଭ୍ୟାସ ବଳରେ ସେ ସଂସାରକୁ ବିସ୍ମରଣ ହୋଇ ପୂର୍ଣ୍ଣ ପ୍ରତ୍ୟାହାର ଅବସ୍ଥା ପ୍ରାପ୍ତ ହେବେ ଓ ତାଙ୍କ ମନ-ବୁଦ୍ଧି ସମସ୍ତ ସ୍ଥୂଳ ସୀମାରୁ ଉର୍ଦ୍ଧକୁ ଉଠି କେବଳ ସେହି ଏକ ଜ୍ୟୋତିର୍ବିନ୍ଦୁ ସ୍ମରୂପ ପରାମାତ୍ମାଙ୍କ ସହିତ ଯୁକ୍ତ ହେବ । ଏହାହିଁ ବାସ୍ତବିକ ଯୋଗ ।

🌺🌺🌺🌺🌺🌺🌺🌺🌺

ମୋ ଲେଖାଗୁଡ଼ିକ ନିୟମିତ ପଢିବା ପାଇଁ ମୋ ହ୍ବାଟସଏପ ଗୁପ " ମୋ ସାରସ୍ବତ ସଂଗ୍ରହ " ରେ ଯୋଗ ଦେବାକୁ ଅନୁରୋଧ। ଏଥିପାଇଁ  ମୋ  ନିମ୍ନ ପ୍ରଦତ୍ତ ମୋବାଇଲ ନମ୍ବରରେ ହ୍ବାଟସଏପ କରନ୍ତୁ। 

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796    

🌹🌹🌹🌹🌹🌹🌹🌹🌹

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର