ରାଜଯୋଗ ଦ୍ୱାରା ଅମ୍ଳ ପି ଓ ଗ୍ୟାସ ରୋଗର ନିରାକରଣ

 ରାଜଯୋଗ ଦ୍ୱାରା ଅମ୍ଳ ପି ଓ ଗ୍ୟାସ ରୋଗର ନିରାକରଣ

ଅମ୍ଳ ପି  ରୋଗ କଣ?

ବି ରହିବାଟା କେବଳ ଜୀବନ ନୁହେଁ । ଯେଉଁମାନେ ନିରୋଗ ଓ ସ୍ୱାସ୍ଥ୍ୟବାନ,ସେମାନେ ପ୍ରକୃତ ଜୀବନ ଜିଅନ୍ତି । ସ୍ୱାସ୍ଥ୍ୟକୁ ଅମୂଲ୍ୟ ସମ୍ପଦ କୁହାଯାଏ  । ଧର୍ମ, ଅର୍ଥ, କାମ ଓ ମୋକ୍ଷ ଲାଭ ପାଇଁ ସୁସ୍ଥ ରହିବା ଏକାନ୍ତ ପ୍ରୟୋଜନ । ଅନ୍ୟଥା ଏ ଗୁଡିକ ସୁଦୂର ପରାହତ । ସେଥପାଇଁ କୁହାଯାଏ ଶରୀରଂ ମାଦ୍ୟଂ ଖଳୁ ଧର୍ମ ସାଧନମ୍ । ଅର୍ଥାତ ସୁସ୍ଥ ଶରୀର ବିନା ଧର୍ମ ସାଧନ ସମ୍ଭବ ନୁହେଁ । ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହେ । କିନ୍ତୁ ଆଜିକାଲି ଧନ ଉପାର୍ଜନ ପ୍ରତିଯୋଗିତା ଦୌଡରେ  ମଣିଷ ଏତେ ବ୍ୟସ୍ତ ଯେ  ସମୟାନୁସାରେ ଖାଇବାକୁ ମଧ୍ୟ ତା'ର ସମୟ ନାହିଁ । ଭୌତିକ ସୁଖ ସାଧନ ଓ  ଭୋଗ ବିଳାସରେ ଆସକ୍ତ ମନୁଷ୍ୟ ଯେତେ ଅଧିକ ଉପାର୍ଜନ କଲେ ମଧ୍ୟ ତାକୁ ନିଅ ପଡୁଛି । ତା'ର ଅଭାବ କେବେ ମେୁ ନାହିଁ । ଏହା କହିଲେ ଯଥାର୍ଥ ହେବ ଯେ ଯିଏ ଯେତେ ଧନୀ ସିଏ ସେତେ ଅଭାବୀ । କାରଣ ମଣିଷର ଗୋଟିଏ ଅଭାବ ପୂରଣ ହେଲେ  ପ୍ରତି ବଦଳରେ ଆହୁରି ଶହେଟି ଆବଶ୍ୟକତା ତା'ର ଅଭାବ  ତାଲିକାରେ ଯୋଡି ହୋଇଯାଏ । ଏହାହିଁ  ମୁଖ୍ୟତଃ ପାରିବାରିକ ଓ  ସାମାଜିକ ଜୀବନରେ ଦେଖାଦେଉଥିବା ମାନସିକ ଅଶାନ୍ତି ଓ ଦୁଃଶ୍ଚିନ୍ତାର ମୂଳ କାରଣ । ପ୍ରତ୍ୟେକେ ନିଜ ନିଜ  କାଳ୍ପନିକ ଅଭାବର ଚିନ୍ତାରେ ଚିନ୍ତିତ ଓ ମାନସିକ ଚାପ ଗ୍ରସିତ । ଅତ୍ୟଧିକ ମାନସିକ ଅଶାନ୍ତି ହେଲେ ଖାଦ୍ୟ ପାକସ୍ଥଳୀରେ ଭଲ ହଜମ ନ ହୋଇ ଶୀଘ୍ର ଶୀଘ୍ର ଅନ୍ତନଳୀରେ ପ୍ରବେଶ କରେ । ଫଳରେ ହଜମ  ନ ହୋଇଥିବା ଖାଦ୍ୟ ବୃହଦନ୍ତ୍ରରେ ପ୍ରବେଶ କରେ । ଏହା ପେଟରେ ଅମ୍ଳପି ଓ ଗ୍ୟାସ ସୃଷ୍ଟି କରେ ।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଖାଦ୍ୟରେ ଯଦି ପିାଧିକ୍ୟତା ଥାଏ  ତେବେ ତାହା ବିଦଗ୍ଧ ହୋଇ ଅମ୍ଳ ପି ଓ ଗ୍ୟାସ ରୋଗ ସୃଷ୍ଟି କରିଥାଏ । କେତେକ ଖାଦ୍ୟ ଅଛି ଯାହାକୁ ଏକତ୍ର ମିଶାଇ ଖିଆଯାଏ; ତେବେ ତାହା ଦ୍ୱାରା ବିଷକ୍ରିୟା ସୃଷ୍ଟି ହୋଇ ଅମ୍ଳପି ବୃଦ୍ଧି ପାଇଁ ସାହାଯ୍ୟ କରେ । ଏହି ପରି ପରସ୍ପର ସଂଯୋଗରେ ବିରୁଦ୍ଧ କ୍ରିୟା ସୃଷ୍ଟି କରୁଥିବା ଖାଦ୍ୟ ଗୁଡିକ ହେଲା;କ୍ଷୀର ଓ ବେଲ, କ୍ଷୀର ଓ କୋଳଥ, କ୍ଷୀର ଓ ଶୁଷ୍କ ଶାଗ , ମତ୍ସ ଓ ଗୁଡ ଇତ୍ୟାଦି । ପି ବିଦଗ୍ଧ ହୋଇ ପେଟରେ ଅମ୍ଳ ରସରେ ପରିଣତ ହୋଇଥାଏ । ସେଥିପାଇଁ ବେଳେ ବେଳେ ମୁଖରେ ଅମ୍ଳ ସ୍ୱାଦ ଅନୁଭୂତ ହୁଏ ବା ଅମ୍ଳ ହାକୁଟି ଉଠେ । ଅତ୍ୟଧିକ ଉପବାସ କଲେ ମଧ୍ୟ ଅମାଶୟରୁୁ ନିଃସରିତ ହେଉଥିବା ଅମ୍ଳ ବା ହାଇଡ୍ରୋକ୍ଳୋରିକ ଏସିଡ ଏହି ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

ଗ୍ୟାସ ରୋଗ କଣ ?

ଅମ୍ଳ ପି ପରି ପେଟରେ "ଗ୍ୟାସ' ହେବା ଏକ ସାଧାରଣ ଘଟଣା । ଅନେକ ସମୟରେ ଏହା ଏପରି ଯନ୍ତ୍ରଣା ଦିଏ ଯେ "ହୃଦଘାତ'(ଐରବକ୍ସଗ୍ଧ  ବଗ୍ଧଗ୍ଧବମଳ)ର ଭ୍ରମ ସୃଷ୍ଟି କରେ । ଅନେକ ସମୟରେ ଏହା "ପେପ୍ଟିକ୍ ଅଲସର' ବା  ପିକୋଷର ରୋଗ ଭଳି ମଧ୍ୟ ଭ୍ରମ  ଲକ୍ଷଣ ପ୍ରକାଶ କରିପାରେ । ସମସ୍ତଙ୍କ ପେଟରେ ସବୁବେଳେ କିଛି ନା କିଛି ଗ୍ୟାସ ଥାଏ । ସାଧାରଣତଃ ଖାଇବା, ପିଇବା ଓ ଛେପ ଢ଼ୋକିବା ବେଳେ ବାୟୁ ଅନ୍ତନଳୀରେ ପ୍ରବେଶ କରେ । କପେ ଚା' ବା ଗ୍ଳାସେ ପାଣି ପିଇଲା ବେଳେ ତା'ର ଦୁଇଗୁଣ ପବନ  ପେଟ ଭିତରକୁ ଯାଏ । ଜଣେ ବ୍ୟକ୍ତି ହାରାହାରି ୨୦୦୦ଥର ଛେପ ଢ଼ୋକେ । ଏହି ପ୍ରକି୍ରୟାରେ ପେଟ ଭିତରେ ବାୟୁ ଜନ୍ମେ । ଆଜିକାଲି ଲୋକମାନଙ୍କର ବିଭିନ୍ନ ପ୍ରକାର ଠିପି  ବନ୍ଦ ପାନୀୟ ପିଇବାର ବଦ୍ଅଭ୍ୟାସ ଦିନକୁ ଦିନ ବଢ଼ୁଛି  । ମଦ୍ୟପାନକୁ ସମ୍ପ୍ରତି ଆଭିଜାତ୍ୟ ଓ ଆଧୁନିକତାର ପ୍ରତୀକ ବୋଲି ବିଚାର କରା ଯାଉଛି  । ଏ ସବୁ ପିିଇବା ଦ୍ୱାରା ପେଟରେ ଅଧିକ ବାୟୁ ହୋଇଥାଏ । ସିଝା ଅଣ୍ଡା, ମାଛ, ମାଂସ,  ସେଓ ଭଳି ଫଳ ମଧ୍ୟ ବାୟୁ କାରକ । ପେଟରେ ଥିବା ଗ୍ୟାସ ସାଧାରଣତଃ ହାକୁଟିରେ ପାଟି ବାଟେ ଓ ମଳଦ୍ୱାର ଦେଇ ନିର୍ଗତ ହୋଇଥାଏ । ବେଳେ ବେଳେ ଅନ୍ତନଳୀରୁ ଗ୍ୟାସ ସବୁ ରକ୍ତରେ ମିଶି ଫୁସ୍ଫୁସ୍ ବାଟ ଦେଇ  ନିଃଶ୍ୱାସରେ ବାହାରି ଥାଏ  । ଅନେକ ସମୟରେ ଅଧିକ ଗ୍ୟାସ ଥିବା  ଲୋକମାନଙ୍କ ନିଃଶ୍ୱାସ  ଓ  ମଳ ଦ୍ୱାର ଦେଇ ନିର୍ଗତ ହେଉଥିବା ବାୟୁ ଦୁର୍ଗନ୍ଧଯୁକ୍ତ   ହୁଏ  । କାରଣ ଅନ୍ତନଳୀରେ ଥିବା କେତେକ ଜୀବାଣୁ  ହଜମ ନ ହୋଇଥିବା ପୁଷ୍ଟିସାର ଖାଦ୍ୟକୁ ଭାଙ୍ଗି "ଇଣ୍ଡୋଲ'ଓ "ସ୍କାଟୋଲ'ନାମକ ଦୁଇଟି ରାସାୟନିକ ପଦାର୍ଥ ସୃଷ୍ଟି  କରନ୍ତି । ଏହି ରାସାୟନିକ ପଦାର୍ଥ ଦ୍ୱୟ ବାୟୁକୁ ଦୁର୍ଗନ୍ଧ କରାଇଥାନ୍ତି ।

କ୍ଷୀର, ଛେନା ଇତ୍ୟାଦି ଦ୍ରବ୍ୟ କେତେକ ଲୋକ ହଜମ କରି ପାରନ୍ତି ନାହିଁ ।  କ୍ଷୀରକୁ ହଜମ କରିବା ପାଇଁ ଅନ୍ତନଳୀରେ "ଲାକ୍ଟୋଜ୍' ନାମକ ଏକ ରସ ବାହାରେ । କେତେକଙ୍କ ଅନ୍ତନଳୀରେ ଏହି ରସର କ୍ଷରଣ ହୁଏ ନାହିଁ  । ତେଣୁ ସେମାନଙ୍କ ପେଟରେ କ୍ଷୀର ବା ସେହି ଜାତୀୟ ପଦାର୍ଥ ହଜମ ହୁଏ  ନାହିଁ । କ୍ଷୀରରେ ଥିବା "ଲାକ୍ଟୋଜ୍' ବୃହଦନ୍ତ୍ରରେ ପହି ବାୟୁ ସୃଷ୍ଟି  କରେ । କେତେକ ଲୋକ ଅଛନ୍ତି ପେଟରେ ଖୁବ୍ ଜୋରରେ ଗଣ୍ଠି ପକାଇ ଲୁଗା ପିନ୍ଧନ୍ତି । ସ୍ତ୍ରୀଲୋକମାନେ ସାୟା ପିନ୍ଧିଲା ବେଳେ ଜୋରରେ  ଦଉଡିକୁ ବାନ୍ଧନ୍ତି । ଏହା ଦ୍ୱାରା ମଧ୍ୟ ପେଟରେ ବାୟୁ ବୃଦ୍ଧି ହୁଏ । ବେଳେ ବେଳେ ପାକସ୍ଥଳୀରେ ଘା' ବା "ଆପେଣ୍ଡିସାଇଟିସ୍' ହେଲେ କିମ୍ବା  ହୃଦ୍େରୋଗ ହେଲେ ମଧ୍ୟ ପେଟରେ ଗ୍ୟାସ ହୋଇଥାଏ । ଏପରି କ୍ଷେତ୍ରରେ ଯଦି ପେଟର ଗ୍ୟାସ ସହିତ ଛାତି ଯନ୍ତ୍ରଣା, ପେଟ ଯନ୍ତ୍ରଣା, ଜ୍ୱର, ବାନ୍ତି କିମ୍ବା ଝାଡା ଲାଗି ରହିଲା  ବା ପଥ୍ୟାପଥ୍ୟ ପାଳନ ସହିତ ଅମ୍ଳ ନିରୋଧକ ଔଷଧ ଖାଇଲେ ମଧ୍ୟ ଗ୍ୟାସ ନ କମିଲା ତେବେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ତୁରନ୍ତ ପରାମର୍ଶ କରିବା ଉଚିତ ।

ଅମ୍ଳ ରୋଗର ଲକ୍ଷଣ:-

ଏହି ରୋଗରେ ଭୁକ୍ତ ଦ୍ରବ୍ୟ ଭଲଭାବେ ହଜମ ହୁଏ ନାହିଁ । ଏହା ଫଳରେ ଅରୁଚି, ଅଧିକ ଶୋଷ ହେବା, ଅମ୍ଳ ହାକୁଟି, ଦାନ୍ତ ଖଟା ଲାଗିବା,ଅଗ୍ନିମାନ୍ଦ୍ୟ, ସାମାନ୍ୟ ପରିଶ୍ରମରେ କ୍ଳାନ୍ତି ବୋଧ ହେବା; ଶୀତ ଶୀତ ଭାବ; ଛାତି ଓ ଗଳା ପୋଡିବା ଆଦି  ଲକ୍ଷଣ ଗୁଡିକ ପ୍ରକାଶ ପାଏ । ରୋଗ ଅତିଶୟ ପୁରୁଣା ହୋଇଥିଲେ କଣ୍ଠ, ହୃଦୟ,କୁକ୍ଷି,ହସ୍ତପଦାଦି ଶରୀରର ବିଭିନ୍ନ ଅଙ୍ଗରେ ଦାହ ହୁଏ । ଦେହରେ ଉଷ୍ଣତା ଲାଗି ରହେ । ବାରମ୍ବାର ଅମ୍ଳବାନ୍ତି ହୁଏ । ମୁଣ୍ଡରେ ସବୁବେଳେ ପୀଡା ରହେ । ଏହି ପରି ଶିରୋପୀଡାରୁ ଶୀଘ୍ର ମୁକ୍ତି ପାଇବା ପାଇଁ ସାଧାରଣତଃ ରୋଗୀମାନେ ଡାକ୍ତରଙ୍କ ବିନା ପରାମର୍ଶରେ ପୀଡା ନାଶକ ଔଷଧ ବଜାରରୁ କିଣି ଖାଇଥାନ୍ତି । ଏହା ଦ୍ୱାରା ପୀଡା ତ କିଛି ସମୟ ପାଇଁ କମିଯାଏ କିନ୍ତୁ ଅମ୍ଳ ରୋଗ ଆହୁରି ବଢ଼ିଯାଏ । ଅତ୍ୟଧିକ ଅମ୍ଳ ହେତୁ ଚର୍ମରେ ମଧ୍ୟ ବିଭିନ୍ନ ପ୍ରକାର ଉପସର୍ଗ ଦେଖାଯାଏ । ଅନେକେ ପାଗଳ ଭଳି ଅସ୍ଥିର ହୋଇ ପଡନ୍ତି ।

କଠିଣ ଶାରୀରିକ ପରିଶ୍ରମ କଲେ ଅମ୍ଳ ଓ ଗ୍ୟାସ ରୋଗ ହୁଏ ନାହିଁ   ବା ହୋଇଥିଲେ ଶୀଘ୍ର ପ୍ରଶମନ ହୁଏ । ତେଣୁ ଏହି ରୋଗୀମାନଙ୍କ ପାଇଁ ସବୁଠୁ ଭଳ ଔଷଧ ହେଲା ବ୍ୟାୟାମ ବା ଶାରୀରିକ ପରିଶ୍ରମ । ଏହା ଦ୍ୱାରା ଅନ୍ତନଳୀ ଅଧିକ ସଙ୍କୁଚିତ ଓ ପ୍ରସାରିତ ହୁଏ । ଫଳରେ ଖାଦ୍ୟ ସହଜରେ ହଜମ ହୁଏ ଓ ଅମ୍ଳ ବା ଗ୍ୟାସ ଜମି ରହେ ନାହିଁ । ପେଟରେ ତେଲ ଲଗାଇ  ଆସ୍ତେ ଆସ୍ତେ ମାଲିସ୍ କଲେ ବାୟୁଯନ୍ତ୍ରଣା କମିଯାଏ ।

ଅମ୍ଳରୋଗୀ କ'ଣ ଖାଇବେ ?

ଏହି ରୋଗୀ ମାନଙ୍କୁ ପୁରୁଣା ଉଷୁନା ଚାଉଳ, ଯବ,ଗହମ, ମୁଗ,କାକୁଡି,କଲରା,ପୋଟଳ,ଡାଳିମ୍ବ,ଅଁଳା, କା କଦଳୀ ,ସଜନା ଛୁଇଁ, ପଇଡ ପାଣି ଆଦି ଖାଇବାକୁ ଦେବା ଉଚିତ । ଖାଦ୍ୟ ଲଘୁ ଓ ସୁପାଚ୍ୟ ହେବା ଆବଶ୍ୟକ । ଖାଇବାବେଳେ ଆସ୍ତେ ଆସ୍ତେ ଖାଇବା ଓ ବହୁତ ସମୟ ଖାଦ୍ୟକୁ ଚୋବାଇ ଖାଇବା ଉଚିତ । କୌଣସି ପାନୀୟ ଦ୍ରବ୍ୟ ପିଇଲା ବେଳେ ସୁଡୁ ସୁଡୁୁ କରି ପିଇବା ଉଚିତ ନୁହେଁ । ଏହା ଦ୍ୱାରା ଗ୍ୟାସ ଅନ୍ତନଳୀରେ ପ୍ରବେଶ କରେ । 

କେଉଁ ଖାଦ୍ୟ ବର୍ଜନୀୟ ?

ଲଙ୍କା ମରିଚ, ଖଟା, ମସଲା, ଅମ୍ଳଜାତୀୟ ଖାଦ୍ୟ, ତୈଳ, ବିରି, କୋଳଥ, ମେଣ୍ଢାକ୍ଷୀର, ତୈଳାକ୍ତ ଖାଦ୍ୟ, ଲବଣ ରସଯୁକ୍ତ ଖାଦ୍ୟ, କଟୁ ଦ୍ରବ୍ୟ, ଗୁରୁପାକ ଅନ୍ନ, ଦଧି, ମାଛ, ମାଂସ, ଅଣ୍ଡା,କ୍ଷୀର, ମଦ୍ୟ ଆଦି ଖାଦ୍ୟ ଏହି ରୋଗରେ ବର୍ଜନୀୟ । ଧୂମପାନ କରୁଥିଲେ ସବୁଦିନ ପାଇଁ ଛାଡି ଦେବା ଉଚିତ । ମଳମୁତ୍ରାଦି ବେଗ ଧାରଣ  କରିବା ଅନୁଚିତ  । ସମ୍ପୁର୍ଣ୍ଣ ଉପବାସ ବା ଅନେକ  ସମୟ ଖାଲି ପେଟରେ ରହିବା ବର୍ଜନୀୟ ।

କେତେକ ଭଲ ପରିବା ଗ୍ୟାସ  ବଢ଼ାଇବାରେ ସାହାଯ୍ୟ କରନ୍ତି । ସେଗୁଡିକ ହେଲା ପିଆଜ, ବନ୍ଧାକୋବି, ଫୁଲକୋବି, ମଟର, ମୂଳା, ଶିମ୍ବ  । ଗଜାମୁଗ ଓ ଗଜାବୁଟ ମଧ୍ୟ ବାୟୁକାରକ । ଏପରି ପରିବାକୁ ଖାଇବା ପୂର୍ବରୁ ସିଝାଇ ଖାଇବା ଉଚିତ । ଶିମ୍ବକୁ ରାନ୍ଧିବା ପୂର୍ବରୁ ୫/୬ ଘା ପାଣିରେ ବୁଡାଇ ରଖିଲେ ତଥା ରାନ୍ଧିଲା ବେଳେ ୩୦ ମିନିଟ ସିଝାଇ ପାଣି କାଢ଼ି ଦେଲେ ଏହାର ବାୟୁ ଅଂଶ କଟି ଯାଏ । ଏହା ଦ୍ୱାରା ସେଥିରୁ ଭିଟାମିନ୍ ଓ ଖାଦ୍ୟସାର କମି ଯାଇ ପାରେ କିନ୍ତୁ ପୁଷ୍ଟିସାର କିମ୍ବା ତନ୍ତୁ କିଛି କମେ ନାହିଁ 

ଅମ୍ଳପି ରୋଗରେ କେତେକ ଆୟୁର୍ବେଦୀୟ ତୁଟୁୁକା:-                                                                                             ୧.ମହୁ ସହିତ ପିପ୍ପଳୀ ଚୂର୍ଣ୍ଣ ଅଥବା ସନ୍ଧ୍ୟା ସମୟରେ ପାଚିଲା କାଗିଜି ଲେମ୍ବୁ ରସରେ ଚିନି ମିଶାଇ ଖାଇଲେ ଅମ୍ଳପି ଭଲ  ହୁଏ ।୨. ପୋଟଳ ପତ୍ର, ଶୁଣ୍ଠି, ଗୁଡୁଚୀ ଓ କଟୁକୀ - ଏହାର ପାଚନ ଅମ୍ଳରୋଗରେ ବେଦନା, ଦାହ ଓ ବମନ ପ୍ରଶମିତ କରାଏ । ଏହି ପାଚନକୁ ନିୟମିତ ପ୍ରତିଦିନ ରୋଗ ଉପଶର୍ଗ ଉପଶମ ହେବା ପର୍ଯ୍ୟନ୍ତ ସେବନ କରିବା ଉଚିତ ।୩. ଗୁଡୁଚୀ, ଖଇର କାଠ, ଯଷ୍ଟି ମଧୁ ଓ ଦାରୁ ହଳଦୀର  କ୍ୱାଥରେ ମହୁ ମିଶାଇ ଖାଇଲେ ଅମ୍ଳ ରୋଗରେ ଆରାମ ମିଳେ ।୪.ହରିଡା ଓ ଦ୍ରାକ୍ଷାକୁ ମହୁ ବା ପୁରୁଣା ଗୁଡ ସହିତ ଖାଇଲେ ଅମ୍ଳ ପି ପ୍ରଶମନ ହୁଏ ।୫. ହରିଡା, ପିପ୍ପଳୀ, ଦ୍ରାକ୍ଷା,  ଚିନି, ଧନିଆ ଓ  ଦୁରଲଭା - ଏହି ସବୁକୁ ଏକତ୍ର ଗୁଣ୍ଡ କରି ମହୁ ସହିତ ଆବଶ୍ୟକ ଅନୁପାନରେ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣି ସହିତ ଖାଇଲେ ଅମ୍ଳ ପିରୋଗରେ ଉପକାର ମିଳେ ।

ରାଜଯୋଗ: -

ଯୋଗ କହିଲେ ଲୋଗେ ସାଧାରଣତଃ କୌଣସି ଶାରୀରିକ କ୍ରିୟାକୁ ବୁଝନ୍ତି । ରାଜଯୋଗ ସମ୍ପୁର୍ଣ୍ଣ ।ମାନସିକ କ୍ରିୟା । ଶାରୀରିକ କ୍ରିୟା କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ  । ଏହା ମନୋବିକାର ସମୂହକୁ ସମୂଳେ ନଷ୍ଟ କରି ପାରେ ନାହିଁ । ରାଗଯୋଗ ମଧ୍ୟରେ ସମସ୍ତ ଯୋଗ ସମାହିତ । ଏହା ଜୀବନ ଜିଇଁବାର ଏକ କଳା । ଜାତି ବର୍ଣ୍ଣ, ଧର୍ମ ସଂପ୍ରଦାୟ, ଲିଙ୍ଗ, ବୟସ ନିର୍ବିିଶେଷରେ ସମସ୍ତେ ଏହାକୁ ଅଭ୍ୟାସ କରି ପାରିବେ । ଶଯ୍ୟାଶାୟୀ ରୋଗୀ ମାନେ ମଧ୍ୟ ରାଜଯୋଗ ଅଭ୍ୟାସ କରିବାରେ କୌଣସି ବାଧା ନାହିଁ । ରାଜଯୋଗରେ ଶୁଦ୍ଧ ସା୍ୱିକ ଆହାର ଓ ସମ୍ପୁର୍ଣ୍ଣ ପବିତ୍ରତା ଉପେରେ ଗୁରୁତ୍ୱ ଦିଆଯାଏ । ଦେହ ଏବଂ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ପ୍ରତି ଆସକ୍ତିହିଁ  ସକଳ ପ୍ରକାର ମନୋବିକାର କାରଣ । ରାଜଯୋଗ ପ୍ରତ୍ୟେକ ବିଷୟରେ ଜ୍ଞାନ ପ୍ରଦାନ କରେ । ଯଥାର୍ଥ  ଜ୍ଞାନ ମଣିଷକୁ ଉମ ଜୀବନ ପାଇଁ ପ୍ରେରିତ କରେ । ଦେହ ସର୍ବସ୍ୱ ମାନବ ଭୋଗ ବିଳାସକୁ ହିଁ ସର୍ବୋମ ସୁଖ ମଣେ । କିନ୍ତୁ  ଏହି ଭ୍ରମ ତା ପାଇଁ  ଭବିଷ୍ୟତରେ ଅନେକ ଦୁଃଖର କାରଣ ହୁଏ । ତେଣୁ ରାଜଯୋଗରେ ଆତ୍ମ ତ୍ୱ ଓ ପରମାତ୍ମା ତ୍ୱର ଯଥାର୍ଥ ଶିକ୍ଷା ଦିଆଯାଏ । ଏହା ଦ୍ୱାରା ବ୍ୟକ୍ତି ଦେହ ଅଭିମାନ ତ୍ୟାଗ କରି ନିଜକୁ ଏକ ଜ୍ୟୋତିର୍ବିନ୍ଦୁ ସ୍ୱରୁପ ଆତ୍ମା ଓ ଶରୀରକୁ ତା'ର କର୍ମର ଏକ ଅସ୍ଥାୟୀ ଯାନ୍ତ୍ରିକ ମାଧ୍ୟମ ବୋଲି ଅନୁଭବ କରିବାର ଅଭ୍ୟାସ  । 

ସମ୍ପ୍ରତି ଈଶ୍ୱର, ଭଗବାନ, ଖୁଦା, ଆଲ୍ଲା ବା  ପରମାତ୍ମାଙ୍କ ଉପରେ ବିଶ୍ୱାସ କରୁଥିବା ବିଭିନ୍ନ ମତବାଦୀ ଓ ସାମ୍ପ୍ରଦାୟିକ ଗୋଷ୍ଠୀ ରହିଛନ୍ତି । ରାଜଯୋଗ କହେ, ପରମାତ୍ମା ଏକ; ସମସ୍ତ ମାନବାତ୍ମା ତାଙ୍କର ସନ୍ତାନ । ସେ ଅଜନ୍ମା, ଅକର୍ା,ଅଭୋକ୍ତା, ଅଶରୀରୀ ଓ ଜ୍ଞାନଗୁଣର ସାଗର । ମନୁଷ୍ୟାତ୍ମାମାନେ ପ ଭୂତରେ ନିର୍ମିତ ଶରୀର ଧାରଣ କରି ମାତୃ ଗର୍ଭରୁ ଜନ୍ମ ନିଅନ୍ତି । କିନ୍ତୁ ପରମାତ୍ମା ଅଜନ୍ମା ହେତୁ ମନୁଷ୍ୟାତ୍ମା ପରି ମାତୃଗର୍ଭରୁ ତାଙ୍କର ଜନ୍ମ ହୁଏ ନାହିଁ  ବା କୌଣସି ନାମ, ରୂପ ଓ ଶରୀର ଧାରଣ କରି  ଅବତାର ନିଅନ୍ତି ନାହିଁ । କଳିର ଅନ୍ତିମ ଚରଣରେ ସେ ପରକାୟା ପ୍ରବେଶ ଦ୍ୱାରା ଏକ ମାନବୀୟ ମାଧ୍ୟମ ଦ୍ୱାରା ଅବତରଣ  କରି କଳି କଳୁଷିତ ପତିତ ମାନଙ୍କୁ ଈଶ୍ୱରୀୟ ଜ୍ଞାନ ଓ  ରାଜଯୋଗ ଶିକ୍ଷା ଦ୍ୱାରା ଦିବ୍ୟ ଓ ପବିତ୍ର କରନ୍ତି । ଅନ୍ୟଥା କଳି ଯୁଗର ବିନାଶ ପରେ ସତ୍ୟ ଯୁଗର ସ୍ଥାପନା ହେବ କିପରି ? ଏହି ଜ୍ଞାନ  ବ୍ୟକ୍ତିକୁ ଶରୀର କୈନ୍ଦି୍ରକ ପରିବେର୍ ଆତ୍ମ କୈନ୍ଦି୍ରକ କରିଦିଏ । ଏହା ଦ୍ୱାରା ସେ ସମସ୍ତ ପ୍ରକାର ବାଦ ବିବାଦ; ସାମ୍ପ୍ରଦାୟିକ ଧର୍ମ ବିଶ୍ୱାସ; କର୍ମକାଣ୍ଡୀୟ ରୀତିନୀତି;  ଜାତି ଧର୍ମ, ରଙ୍ଗ, ଲିଙ୍ଗ ବୈଷମ୍ୟତା ଆଦି ବନ୍ଧନରୁ ମୁକ୍ତ ହୋଇ ନିଶ୍ଚିନ୍ତ ରହେ । ଦୁଃଶ୍ଚିନ୍ତା ହିଁ  ସମସ୍ତ ପ୍ରକାର ଦୁଃଖର କାରଣ । କୁହାଯାଏ;"" ଚିତା ଚିନ୍ତା ଦ୍ୱର୍ୟୋମଧ୍ୟେ ଚିନ୍ତା ଏବ ଗରୀୟସୀ; ଚିତା ଦହତି ସଜୀବ, ଚିନ୍ତା ଦହତି ନୀର୍ଜୀବ'' । ଏହି କାରଣରୁ ରାଜଯୋଗୀର ପାଚନ କ୍ରିୟାରେ ସହଜରେ କୌଣସି ବିକୃତି ଦେଖାଯାଏ ନାହିଁ  । ଯେଉଁମାନେ ଅନେକ ଦିନରୁ ଅମ୍ଳ ପିରୋଗରେ ଗ୍ରସିତ ସେମାନେ ଔଷଧ ସହିତ ରାଜଯୋଗ ଅଭ୍ୟାସ କଲେ ଅତି କମ ସମୟ ମଧ୍ୟରେ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ । କେବଳ ଔଷଧ ସେବନ ଦ୍ୱାରା ଏହି ରୋଗକୁ ସମ୍ପୁର୍ଣ୍ଣ ଓ ସ୍ଥାୟୀ ଭାବରେ ଆରୋଗ୍ୟ କରିବା ସମ୍ଭବ ନୁହେଁ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,