ଧରାର ଅମୃତ ମହୁ

 ଧରାର ଅମୃତ ମହୁ


           ସ୍ବର୍ଗର ଦେବତାମାନେ ଅମୃତ ଖାଇ ଅମର ହୋଇଛନ୍ତି ବୋଲି ଆମ ପୁରାଣ ଶାସ୍ତ୍ର ମାନଙ୍କରେ ଲେଖାଅଛି । କିନ୍ତୁ ପ୍ରକୃତରେ ସ୍ବର୍ଗରେ ଅମୃତ ଅଛି କି ନା ସେକଥା କେହି କହି ପାରିବେନି । ତେବେ ସ୍ବର୍ଗ ଅମୃତ କଥା ସତ ହେଉ କି ମିଛ ହେଉ, ଆମ ପୃଥିବୀରେ କିନ୍ତୁ ଗୋଟିଏ ଅମୃତ ଅଛି । ସେଇଟା ହେଲା ଆମର ଅତି ପରିଚିତ ‘ମହୁ’ ।ସମସ୍ତେ ପ୍ରାୟ ମହୁ ଦେଖିଥିବେ ଏବଂ ତା’ର ସ୍ବାଦ ·ଖିଥିବେ । ତେବେ ଏହାର ଉପକାରିତା ଯେ କେତେ ବେଶି ସେକଥା ସହଜରେ ବୁଝାଇ ହେବନି । ସେଇଥିପାଇଁ ପଣ୍ଡିତମାନେ ୟାକୁ ଧରାର ଅମୃତ ନାଁ ଦେଇଛନ୍ତି ।ମହୁକୁ ସଂସ୍କୃତରେ ମଧୁ, ଇଂରାଜୀରେ ହନି (ଐକ୍ଟଦ୍ଭରଚ୍ଚ) କୁହାଯାଏ । ଆମେ ଦେଖୁଥିବା ମହୁର ରଙ୍ଗ ସାଧାରଣତଃ କଳା ହୋଇଥାଏ । କିନ୍ତୁ ଲହୁଣୀ ପରି ଧଳା, ସୁନେଲି ଓ ଧୂସର ରଙ୍ଗର ମହୁ ମଧ୍ୟ ମିଳିଥାଏ ।

ମହୁ ପୁଣି ଏତେ ପୁରୁଣା- ପୃଥିବୀର ସୁବଠାରୁ ପ୍ରାଚୀନ ଗ୍ରନ୍ଥ ହେଉଛି ‘ଋକ୍ବେଦ’ । ସେହି ଋକ୍ବେଦରେ ଲେଖାଅଛି ଯେ, ବୈଦିକ ଯୁଗରେ ଆର୍ଯ୍ୟମାନେ ପ୍ରଚୁର ପରିମାଣରେ ମହୁ ବ୍ୟବହାର କରୁଥିଲେ । ଖ୍ରୀଷ୍ଟିଆନ ମାନଙ୍କ ଧର୍ମ ଗ୍ରନ୍ଥରେ ମଧ୍ୟ ମହୁ ଓ ମହୁମାଛି ବିଷୟରେ ଲେଖା ଅଛି । ପ୍ରାଚୀନ ଗ୍ରୀସ ଦେଶରେ ଜଣେ ଦାର୍ଶନିକ ଡେମୋକ୍ରିଟିସ୍ ମୃତୁ୍ୟପରେ ତାଙ୍କ ମୃତ ଦେହକୁ ମହୁ ଭଣ୍ଡାରରେ ବୁଡ଼ାଇ ରଖିବାକୁ ନିଜର ଶେଷ ଇଚ୍ଛା ପ୍ରକାଶ କରିଥିଲେ । ଏହିସବୁ ଘଟଣାରୁ ଜଣାଯାଏ, କାହିଁ କେଉଁ ଆଦିମ ଯୁଗର ମଣିଷ ମହୁକୁ କାମରେ ଲଗାଇ ଆସିଛି ।

ମହୁ ସଂଗ୍ରହରେ କେତେ କଷ୍ଟ- ମହୁ ଫେଣାଟିଏ ଆଖିରେ ପଡ଼ିଲା ମାତ୍ରେ । ଆମେ ତାକୁ ଭାଙ୍ଗି ଖୁବ୍ ସହଜରେ ମହୁ ପାଇଥାଉ । ହେଲେ ସେଇ ମହୁତକ ସଂଗ୍ରହ ପାଇଁ ମହୁ ମାଛିମାନଙ୍କୁ କେତେ ଯେ ପରିଶ୍ରମ କରିବାକୁ ପଡିଥାଏ, ସେକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ହିସାବ କରି ଦେଖାଯାଇଛି ଯେ, ଗୋଟିଏ ·ମଚ ମହୁ ସଂଗ୍ରହ ପାଇଁ ଗୋଟିଏ ମହୁମାଛିକୁପ୍ରାୟ ୨ଠଠଠଟି ଫୁଲ ପାଖକୁ ଯିବାକୁ ପଡିଥାଏ । କାରଣ ଗୋଟିଏ ଫୁଲରୁ ମାତ୍ର ଅଧଗ୍ରେନ୍ ମହୁ ମିଳିଥାଏ । ଗୋଟିଏ ପାଉଣ୍ଡ ମହୁ ସଂଗ୍ରହ ପାଇଁ ମହୁମାଛି ପ୍ରାୟ ୫ଠ, ଠଠଠ ମାଇଲ ବାଟ ଉଡ଼ିଥାଏ ।

ମହୁରେ କି କି ଜିନିଷ ଥାଏ- ଆମ ଦେହରେ ଯେତେ ପ୍ରକାର ଲବଣ ଜାତୀୟ ପଦାର୍ଥ ଅଛି ସେସବୁ ମହୁରେ ଥାଏ । ଡେକ୍ସଟ୍ରୋଜ (ଊରଙ୍ଘଗ୍ଧକ୍ସକ୍ଟଗ୍ଦର), ଲେଭୁଲୋଜ (ଖରଙ୍ଖଙ୍କକ୍ଷକ୍ଟହର) ଜଳ,ଆଲୁବୁମେନ, ଡେକ୍ସଟି୍ରନ, ଲୁହା, ସିଲିକା, ତମ୍ବା, ପଟାସିୟମ, ଫସଫରସ, ମାଗ୍ନେସିୟମ ଆଦି ପଦାର୍ଥ ମହୁରେ ଥାଏ । ତା’ଛଡ଼ା ଅନେକ ଫୁଲର ପରାଗରେଣୁ, ଭିଟାମିନ ‘ସି’ ଆଦି ମହୁ ସହିତ ମିଶି ରହିଥାଏ । ପୁଣି ଏଥିରେ ଏଞ୍ଜାଇମ୍ ନାମରେ ଏକ ପ୍ରକାର ପାଚକ ରସ ମିଶି ରହିଥିବାରୁ ଏହା ଶୀଘ୍ର ହଜମ ହୋଇଯାଏ ।

କାହାର କାମ କଣ- ମହୁରେ ଥିବା ଲୁହା, ସିଲିକା, ତମ୍ବା ଆଦି ଖଣିଜ ପଦାର୍ଥଗୁଡ଼ିକ ଆମ ଦେହର ରକ୍ତ ସଂ·ଳନ କାମରେ ସାହାଯ୍ୟ କରନ୍ତି । ଲେଭୁଲୋଜ ଜିନିଷଟି ଚିନିଠାରୁ ପ୍ରାୟ ଦୁଇଗୁଣ ଅଧିକ ମିଠା । ସେଇଥିପାଇଁ ମହୁ ଆମକୁ ଏତେ ମିଠା ଲାଗେ । ଲେଭୁଲୋଜ ଓ ଡେକ୍ସଟ୍ରୋଜ- ଏ ଦୁଇଟିର କାମ ହେଲା, ଆମ ଦେହରେ ଗାଇକ୍ଲୋଜେନ ନାମକ ପଦାର୍ଥ ଓ ରକ୍ତରେ ଚିନି ଜାତୀୟ ପଦାର୍ଥ ସଂଗ୍ରହ କରି ରଖିବା । ଗାଇକ୍ଲୋଜେନ ଓ ଚିନି ଜାତୀୟ ପଦାର୍ଥ ଆମ ଦେହକୁ ଶକ୍ତି ଓ ଉାପ ଯୋଗାଇଥାନ୍ତି ।

ସବୁଠୁ ଭଲ ଖାଦ୍ୟ- ଅଣ୍ଡା, ମାଛ, ମାଂସ ଆଦି ଆମେ ଯାହାକୁ ଭଲ ଖାଦ୍ୟ କହୁଛେ, ସେ ସବୁଠାରୁ ମହୁର ସ୍ଥାନ ଆହୁରି ଉଚ୍ଚରେ । ଅଢ଼େଇ ପାଉଣ୍ଡ ଦୁଧ, ଛପନ ଆଉନ୍ସ ଛେନା, ବାର ଆଉନ୍ସ ମାଂସ, ପନ୍ଦର ଆଉନ୍ସ କାହୀନ ବଡ଼ ମାଛ, ଆଠଟି କମଳା ଏବଂ ଦଶଟି ଅଣ୍ଡା- ଏସବୁରୁ ପ୍ରତ୍ୟେକଟି ଜିନିଷ ଯେତିକି ପୁଷ୍ଟିକର, ମାତ୍ର ସାତ ଆଉନ୍ସ ମହୁ ସେତିକି ପୁଷ୍ଟିକର ।

ଆପେ ଆପେ ହଜମ ହୁଏ- ଭାତ, ଡାଲି, ତରକାରୀ, ମାଛ, ମାଂସ ଆଦି ଆମେ ଯାହା ଖାଉ, ସେଗୁଡ଼ିକ ସାଙ୍ଗରେ ହଜମ ରସ ମିଶିଲେ ଯାଇ ହଜମ ହୁଏ । ତା’ପରେ ଖାଦ୍ୟର ସାର ଅଂଶ ତକ ଆମ ଦେହର ରକ୍ତ ସାଙ୍ଗରେ ମିଶି ରକ୍ତ ପାଲଟି ଯାଏ । କିନ୍ତୁ ମହୁ ପାଇଁ ହଜମ ରସ ଦରକାର ପଡ଼େନି । ପେଟ ଭିତରକୁ ଯିବା ମାତ୍ରେ, ତାହା ସିଧାସଳଖ ରକ୍ତରେ ମିଶିଯାଏ ।

ପିଲାବୁଢ଼ା ସଭିଙ୍କ ପ୍ରିୟ- ମହୁ, ପିଲା ବୁଢ଼ା ସମସ୍ତଙ୍କର ପ୍ରିୟ । ପିଲାଏ ମହୁ ଖାଇଲେ, ସେମାନଙ୍କର ଭୋକ ବଢ଼େ । ବଡମାନଙ୍କ ପାଇଁ ଏହା ଏକ ଚମକ୍ରାର ଖାଦ୍ୟ । ମହୁରେ ଥିବା ଲେଭୁଲୋଜ, ସେମାନଙ୍କ ପାଇଁ ଭାରି ଉପକାରୀ । ଖେଳାଳିମାନେ ଖେଳ ପରେ ଥକି ଯାଉଥିବାରୁ ସେମାନଙ୍କୁ ମହୁ ପଣା ପିଇବାକୁ ଦିଆଯାଏ । କାରଣ ମହୁ ପେଟ ଭିତରକୁ ଯିବା ମାତ୍ରେ ଦେହର ଶକ୍ତି ବଢ଼ାଏ । ସେଇଥିପାଇଁ ପ୍ରାଚୀନ ଯୁଗରେ ଅଲମ୍ପିକ ଖେଳାଳିମାନଙ୍କୁ ମହୁ ଖାଇବାକୁ ଦିଆଯାଉଥିଲା ।

ଚମକ୍ରାର ସାଲସା- ଏବେ ଅବଶ୍ୟ ଔଷଧ ଭିତରେ ନାନା ପ୍ରକାର ସାଲସା ବାହାରିଲାଣି, କିନ୍ତୁ ସାଲସା ହିସାବରେ ମହୁକୁ କେହି ବଳିଯାଇ ପାରିବେନି । ଏଥିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ ଥିବାରୁ ହୃଦରୋଗ ଓ ରକ୍ତ·ପ ରୋଗ ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ।

ପାକସ୍ଥଳୀର ବନ୍ଧୁ:- ଗୋଟିଏ ·ମଚ ମହୁ ଖାଇଲେ ତାହା ପାକସ୍ଥଳୀକୁ ଅନେକ ଦିନ ପାଇଁ ସତେଜ କରି ରଖେ । ଏଥିରେ ଥିବା ମାଙ୍ଗାନିଜ ଓ ଲୁହା ଅଂଶ ହଜମ କ୍ରିୟାରେ ସାହାଯ୍ୟ କରୁଥିବାରୁ ଏହାକୁ ପାକସ୍ଥଳୀର ବନ୍ଧୁ କୁହାଯାଏ ।

ମହୁ ଦୀର୍ଘଜୀବୀ କରେ- ଆୟୁର୍ବେଦ ଶାସ୍ତ୍ରରେ ଅଛି ଯେ; ମଣିଷ ଦୀର୍ଘ ଜୀବନ ଲାଭ କରିବାକୁ ଇଚ୍ଛା କରୁଥିଲେ ମହୁ ଏବଂ ଦୁଧ ଖାଇବା ଉଚିତ । ଗଣିତ ଶାସ୍ତ୍ରର ସ୍ରଷ୍ଟା ପିଥାଗୋରାସ୍ ମହୁଖାଇ ୯ଠ ବର୍ଷ ବôଥିଲେ ଏବଂ ତାଙ୍କର ବଂଶଧରମାନେ ମଧ୍ୟ ନିରାମିଷ ଖାଦ୍ୟ ସାଙ୍ଗରେ ନିୟମିତ ମହୁ ଖାଉଥିଲେ । ରୋମାନ କବି ଓଭିଡ଼ ଓ ଅଟୋମେଟିକ ଥିଓରିର ସ୍ରଷ୍ଟା ଡେମୋକ୍ରେଟିସ୍ ମଧ୍ୟ ନିୟମିତ ମହୁ ଖାଉଥିଲେ ଏବଂ ଶହେ ବର୍ଷ ଲେଖାଏଁ ବôଥିଲେ । ଔଷଧ ବିଜ୍ଞାନର ସ୍ରଷ୍ଟା ହିଗୋକେଟିସ୍ ଓ ଆରିଷ୍ଟଟଲ ମଧ୍ୟ ନିୟମିତ ମହୁ ଖାଉଥିଲେ । ପଣ୍ଡିତମାନଙ୍କ ମତରେ ମହୁ ଖାଇବା ତ ଦୂରର କଥା କେବଳ ଆଘ୍ରାଣ କଲେ ବି ଲୋକ ଦୀର୍ଘାୟୁ ହୋଇଥାଏ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,