ଧୂମପାନ ଏକ ବିନାଶକାରୀ ଅଭ୍ୟାସ

 ଧୂମପାନ ଏକ ବିନାଶକାରୀ ଅଭ୍ୟାସ

      କଲମ୍ବସଙ୍କୁ କିଏ ନଜାଣେ? ଆମେରିକା ମହାଦେଶର ସେ ପ୍ରଥମ ଆବିଷ୍କାରକ । ଜଳ ପଥରେ ସାହସିକତା ଓ ବୀରତ୍ୱ ପ୍ରଦର୍ଶନ କରି ସେ ଆଜି ଅମର । ଆମେରିକା ଆବିଷ୍କାରର ସଫଳତା କଲମ୍ବସଙ୍କୁ ଗୈାରବୋଜ୍ଜ୍ୱଳ କରିଛି ସତ କିନ୍ତୁ ଏହି ଗୈାରବକୁ କେତେକ ପରିମାଣରେ ନୁ୍ୟନ କରିଛି ଧୂଅାଁ ପତ୍ର ବ୍ୟବହାରର ବହୁଳ ପ୍ରସାର ।

ଖ୍ରୀଷ୍ଟପୁର୍ବ ୬୦୦ କିମ୍ବା ତା ପୁର୍ବରୁ ଧୁଆଁ ପତ୍ରର ବ୍ୟବହାର ଜଣାଥିଲା ।ଆମେରିକା ମହାଦେଶରେ ତିନୋଟି ଫସଲ ଅଧିକ ଉପôନ୍ନ ହୁଏ । ସେ ଗୁଡିକ ହେଲା ଗହମ,ଆଳୁ ଓ ଧୂଆଁ ପତ୍ର । ଆମେରିକାର ଆଦିମ ଅଧିବାସୀ ମାନଙ୍କ ନିକଟରେ ଧୂଆଁ ପତ୍ର ବହୁ କାଳରୁ ପରିଚିତ ।ଏହି ଗଛର ଜନ୍ମ ନେଇ ସେ ଦେଶରେ ଗୋଟିଏ ସୁନ୍ଦର ଲୋକ କଥା ରହିଛି । ବହୁ ଦିନ ତଳେ ଆମେରିକାରେ ଭୀଷଣ ଦୁର୍ଭିକ୍ଷ ଦେଖାଦେଲା । ଲୋକମାନେ ଏହି ବିପଦ ସମୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ । ଏହି ପାର୍ଥନା ଫଳରେ ଆକାଶରେ ଘନ କୃଷ୍ଣ ମେଘମାଳା ସୃଷ୍ଟି ହେଲା । ହଠାତ୍ ଏହି ମେଘଖଣ୍ଡ ଦୁଇ ଭାଗରେ ବିଭକ୍ତ ହେଲା ଓ ତା ମଧ୍ୟରୁ ଏକ ଦେବୀ ମୂିର୍ ଆବିର୍ଭୁତ ହୋଇତଳକୁ ଓହ୍ଲାଇ ଆସିଲେ । ଦେବୀ ପ୍ରାର୍ଥନା ରତ ଜନତାଙ୍କ ନିକଟକୁ ଆସି ଭଗବାନ ସେମାନଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ବୋଲି ଜଣାଇ ଅନ୍ତର୍ଦ୍ଧାନ ହେଲୋଏହି ଦେବୀ ପୃଥିବୀ ପୃଷ୍ଠରେ ଅବତରଣ କରି ଯେଉଁଠାରେ ବାମ ହାତ ରଖିଥିଲେ ସେଠାରେ ଆଳୁ,ଡାହାଣ ହାତ ରଖିଥିବା ସ୍ଥାନରେ ଗହମ ଓ ବସିଥିବା ଜାଗାରେ ସୃଷ୍ଟି ହେଲା ଧୁଆଁପତ୍ରର ଗଛ । ସେ ଦିନଠାରୁ ଆମେରିକା ମହାଦେଶ ବିଶ୍ୱରେ ଏହି ତିନି ଫସଲର ଅଧିକ ଉପôନ୍ନକାରୀ ଦେଶ ରୂପେ ପରିଗଣିତ ହେଲା ।

ଆମେରିକା ଦେଶରେ କଲମ୍ବସ ପହି ସେଠାରେ ଆଦିମ ଅଧିବାସୀଙ୍କୁ ଏକ ନଳୀ ଆଗରେ ଧୂଆଁପତ୍ର ଜାଳି ତାର ଧୂଆଁକୁ ନାକ ବାଟେ ପିଉଥିବାର ଦେଖିଲେ । କଲମ୍ବସ ବି ତାଙ୍କ ସାେଙ୍ଗ ଯୋଗ ଦେଇ ସେ ଧୂଆଁର ସ୍ବାଦ ଚାଖିଲେ । ଫେରିଲା ବେଳେ ସାଙ୍ଗରେ ଇଉରୋପ ମହାଦେଶକୁ କିଛି ଧୂଆଁ ପତ୍ର ଓ ତା’ର ମଞ୍ଜି ନେଇ ଆସିଲେ । କାଳକ୍ରମେ ଏହି ଧୂଆଁପତ୍ର ଚାଷ ଓ ବ୍ୟବହାର ବିଶ୍ୱର ଅନ୍ୟାନ୍ୟ ଦେଶକୁ ବ୍ୟାପିଗଲା ।

ଧୂଆଁପତ୍ରର ବହୁଳ ବ୍ୟବହାର ଆଜି ସୁସ୍ଥ ଜୀବନ ପ୍ରତି ବିପଦ ରୂପେ ପରିଗଣିତହେଲାଣି । ଧୁଆଁପତ୍ରର ଧୂଆଁରେ ଅନେକ ଅର୍ଦ୍ଧ କଠିନ (ଝରଜ୍ଞସ ଝକ୍ଟକ୍ଷସୟ)  କଣିକା   ରହିଛିି । 

ଏହି ଧୂଆଁରେ ନିକୋଟିନ (ଘସମକ୍ଟଗ୍ଧସଦ୍ଭ), ପିରିଡିନ (ଚଚ୍ଚକ୍ସସୟସଦ୍ଭ), ହାଇଡ୍ରୋସିଆନିକ,ଏସିଡ (ଐଉଘ), ଆମୋନିଆ, ଅଙ୍ଗାରକାମ୍ଳ ଏବଂ କାର୍ବନ ମନୋଅକସାଇଡ (ଉକ୍ଟ) ଏବଂ କେତେକ ଜୈବିକ ଅମ୍ଳ (ଙକ୍ସଶବଦ୍ଭସମ ଇମସୟ), ଆଲଡିହାଇଡ୍ (ଇକ୍ଷୟରଷଚ୍ଚୟର) ହାଉଡ୍ରୋକାର୍ବନ ଏବଂ ଅନ୍ୟ କେତେକ ଅନାବଶ୍ୟକ ପଦାର୍ଥ ରହିଛି । 

ଧୁଆଁପତ୍ରରେ ଯେତେ ଗୁଡିଏ କ୍ଷତିକାରକ ପଦାର୍ଥ ରହିଛି ତନ୍ମଧ୍ୟରେ ନିକୋଟିନ ପ୍ରଧାନ ।ନିକୋଟିନ ଏକ କଟୁ ବିଷାକ୍ତ ପଦାର୍ଥ । ନିରବଚ୍ଛିନ୍ନ ଧୂମପାନ ଅସମୟରେ ମୃତୁ୍ୟକୁ ଡାକି ଆଣେ । ଶ୍ୱାସ ନଳୀରେ କ୍ୟାନସର ଭୋଗୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଧୂମପାନ କରୁଥିବା ଲୋକଙ୍କ ମଧ୍ୟରେ ଅଧିକ । ସିଗାରେଟରୁ ଧୂଆଁ ପିଉଥିବା ଲୋକଙ୍କ ମଧ୍ୟରେ ଶ୍ୱାସ ଯନ୍ତ୍ରରେ କ୍ୟାନସର ଭୋଗୁଥିବା ବ୍ୟକ୍ତିଙ୍କ ସଂଖ୍ୟା  ଧୂମପାନ କରୁଥିବା ଲୋକଙ୍କ ମଧ୍ୟରେ ଅଧିକ । ଧୂମପାନ କ୍ୟାନସର ଛଡା ଆମର ନରମ ଓଷ୍ଠ ଦୁଇଟିର ସୌନ୍ଦର୍ଯ୍ୟ ନଷ୍ଟ କରେ ଓ ତାକୁ ରୋଗାକ୍ରାନ୍ତ କରେ । ସିଗାରେଟ ପାନ କରୁଥିବା ବ୍ୟକ୍ତି ସିଗାରେଟ ଧରୁଥିବା ଅଙ୍ଗୁଳି ଦୁଇଟିର ଅଗ୍ରଗୁଡିକୁ ତାର ସ୍ବାଭାବିକ ରଙ୍ଗରୁ ବିତ କରିଥାନ୍ତି । ଧୂମପାନ ହୃଦରୋଗ,ରକ୍ତଚାପପେପ୍ଟିକ ଅଲସର ପ୍ରଭୃତି ମାରାତ୍ମକ ରୋଗର ବେଳେବେଳେ କାରଣ ହୋଇଥାଏ । ମୁଖ ଗହ୍ୱରରେ ଦେଖା ଦେଉଥିବା କ୍ୟାନସର ରୋଗର ଉପôିର କାରଣମାନଙ୍କ ମଧ୍ୟରୁ ବହୁଳ ଧୂଆଁପତ୍ରର ବ୍ୟବହାର ଗୋଟିଏ ମୁଖ୍ୟ କାରଣ ରୂପେ  ପରିଗଣିତ । ଧୂଆଁ ପତ୍ରକୁ ଆମ ଦେଶରେ ବିଡି ସିଗାରେ, ହୁକ୍କା ଗୁଣ୍ଡି ବିଭିନ୍ନ ଜରଦା (କଡାପାନମସଲା) ଦୋକତା, ପିକା, ଗୁଡାଖୁ, ନାମ, ଖଇନି, ପ୍ରଭୃତି ରୂପେ ବନାମକରଣ ପାଇଁ ଦାୟୀ  । ସିଗାରେଟ ବା ଧୂମପାନର କ୍ଷତିକାରକ ଗୁଣ ସମ୍ବନ୍ଧରେ ଯେ ଶିକ୍ଷିତ ସମାଜ ଅଜ୍ଞ ଏପରି କହିବା ଯଥାର୍ଥ ନୁହେଁ । ତଥାପି ଦିନକୁ ଦିନ ଧୂମପାନକାରୀଙ୍କ ସଂଖ୍ୟା ବିଶ୍ୱରେ ଲୋକ ସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ବଢି ଚାଳିଛି । ଲୋକେ କାହିଁକି ଯେ ଧୂମପାନ କରନ୍ତି ଏହାର ସଠିକ କାରଣ କହିବା କଷ୍ଟକର । ଧୂମପାନ ଓ ସ୍ତନରୁ ଦୁଗ୍ଧପାନର ସ୍ନାୟବିକ ଅନୁଭୁତି (ଝଙ୍କମଳସଦ୍ଭଶ ଜରଲକ୍ଷରଙ୍ଘ) ର ସାମଞ୍ଜସ୍ୟ ଥାଇପାରେ । କେତେକ ଧୂମପାନ କାରୀ ଯୁକ୍ତି କରନ୍ତି, ନିଃସଙ୍ଗତା ଓ ମାନସିକ କ୍ଲାନ୍ତି ଅପନୋଦନ ପାଇଁ ଧୂମପାନ ଆବଶ୍ୟକ । ବ୍ୟବହାର କରନ୍ତି । ଧୂମପାନକାରୀଙ୍କ ମଧ୍ୟରେ ଆଜିକାଲି ନାରୀମାନଙ୍କ ସଂଖ୍ୟା  ଓ ଅପ୍ରାପ୍ତ ବୟସ୍କ ସ୍କୁଲପିଲାଙ୍କ ସଂଖ୍ୟା  ନଗଣ୍ୟ ନୁହେଁ । ଏହା ଏପରି ଏକ କୁଅଭ୍ୟାସ ଯେ, ମଣିଷ ସମୟେ ସମୟେ ଏହାର ଅଭାବ ଘଟିଲେ ଅନ୍ୟ ନିକଟରେ ହାତ ପତେଇବାକୁ କୁଣ୍ଠା ବୋଧ କରେନାହିଁ । ମଦ, ଗେଞ୍ଜଇ, ଅଫିମ ପରି ଧୂଆଁପତ୍ରର ବ୍ୟବହାର ଏକ ନିଶା । କଥାରେ କହନ୍ତି, “ଅଫିମିଆ ଚୋର ,ଗେଞ୍ଜଇଆ ଭୋଳ”,ଧୂଆଁ ପତ୍ର ଖାଉଥିବା ଘରେ ନିତି ଗୋଳମାଳ । ଉପରୋକ୍ତ ଉକ୍ତିରୁ ଧୂଆଁପତ୍ରର ବ୍ୟବହାର ଅଫିମ  ଗେଞ୍ଜଇ ପରି ମାଦକ ଦ୍ରବ୍ୟମାନଙ୍କ ସହିତ  ଯେ ତୁଳନୀୟ ଏହାର ଯଥାର୍ଥତା ପ୍ରତିପାଦିତ ।

ଆଜିକାଲି ସିଗାରେଟ ବା ଧୂଆଁପତ୍ରର ଅଧିକ ଚାହିଦା ତା’ର ମୂଲ୍ୟ ବୃଦ୍ଧି ଘଟାଇଛି । ଏଦିଗରେ ଅଧିକ ଖର୍ଚ୍ଚ ସାଧାରଣ ଆୟକାରୀ ବ୍ୟକ୍ତିଙ୍କ ପାଇଁ ଆଦୌ ବରଣୀୟ ନୁହେଁ । ଗରିବ ଅଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଧୂଆଁ ପତ୍ରର ଶସ୍ତା ବ୍ୟବହାର ଅଧିକ । ଗୁଣ୍ଡି,ନାସ,ଗୁଡାଖୁ, ବିଡି ଓ ଖଇନି ଇତ୍ୟାଦି ରୂପେ ସାଧାରଣତଃ ଗରିବ ଶ୍ରେଣୀର ଲୋକେ ଧୂଆଁପତ୍ରର ବ୍ୟବହାର କରିଥାନ୍ତି । ଏହିପରି ଅଶୋଧିତ ଧୂଆଁପତ୍ରର ବ୍ୟବହାର ଅଧିକ ବିପଦ ଜନକ । ସାମୟିକ ବ୍ୟବହାର କାଳକ୍ରମେ ଏହାକୁ ଚିରାଭ୍ୟାସରେ ପରିଣତ କରେ । ଜଣେ ଧୂମପାନକାରୀ ନିଜ ଜୀବଦଶାରେ ଏଦିଗରେ ଖର୍ଚ୍ଚ କରୁଥିବା ଅର୍ଥ ସାମାନ୍ୟ ନୁହେଁ । ବରଂ ଏ ଅଭ୍ୟାସରୁ ମୁକ୍ତ ପାଇଲେ ସେହି ସିତ ଅର୍ଥରେ ଜୀବନରେ ଅଧିକ କିଛି କରି ପାରନ୍ତା ।

ଏହି କ୍ଷତିକାରକ ଧୂମପାନରୁ ଲୋକଙ୍କୁ ବିରତ କରିବା ପାଇଁ ଓ ସଚେତନତା ସୃଷ୍ଟି ପାଇଁ,ସିଗାରେଟ ଖୋଳ ବା ଡବା ଉପରେ ଆଜିକାଳି ପରିସ୍କାର ରୂପେ “ଧୂମପାନ ସ୍ବାସ୍ଥ୍ୟ ପକ୍ଷରେ କ୍ଷତିକାରକ”ଲେଖା ଯାଇଛି । ଧୂମପାନ କରୁନଥିବା ବ୍ୟକ୍ତି ଯେ କ୍ୟାନସର ରୋଗରେ ଆକ୍ରାନ୍ତ ନ ହେବେ ବା ଧୂମପାନ କରୁଥିବା ସବୁଲୋକ ଯେ କ୍ୟାନସର ଭୋଗିବେ ଏପରି କହିବା ନିରର୍ଥକ । କିନ୍ତୁ ନିକୋଟିନ ଶରୀର ମଧ୍ୟରେ କ୍ୟାନସର ରୋଗର ସମ୍ଭାବନାକୁ ଅଧିକ ବଢାଇଥାଏ ।

ଧୂମପାନରକ୍ଷତିକାରିତାକୁ ଲକ୍ଷକରି କେତେକ ପ୍ରତିଷ୍ଠିତ ପତ୍ର ପତ୍ରିକା ସିଗାରେଟ ସପକ୍ଷରେ ବିଜ୍ଞାପନ ପ୍ରକାଶ ବନ୍ଦ କରି ଦେଲେଣି । ନିକୋଟିନକୁ ସାଧାରଣତଃ ଲେଡି ନିକୋଟିନ (ଖବୟଚ୍ଚ ଘସମକ୍ଟଗ୍ଧସଦ୍ଭର) ବୋଲି କହନ୍ତି । ପ୍ରଥମତଃ ଦେବୀଙ୍କ ବସିବା ସ୍ଥାନରୁ ଏହାର ଉପôି । ଦ୍ୱିତୀୟତଃ ଏହାର କବଳରେ ପଡିଲେ ଏଥିରୁ ନିସ୍ତାର ପାଇବା କଷ୍ଟକର ବରଂ ଏହା ମଣିଷକୁ ତାର ଦାସରେ ପରିଣତ କରେ । ତୃତୀୟତଃ ଦୁଷ୍ଟା ସ୍ତ୍ରୀ ପରି  ଏହା  ମଣିଷର କ୍ଷତିକାରୀ । ବୋଧହୁଏ ଉପରୋକ୍ତ ତିନୋଟି କାରଣ ନିକୋଟିନର ଏପରି ନାମକରଣ ପାଇଁ ଦାୟୀ  । ସିଗାରେଟ ବା ଧୂମପାନର କ୍ଷତିକାରକ ଗୁଣ ସମ୍ବନ୍ଧରେ ଯେ ଶିକ୍ଷିତ ସମାଜ ଅଜ୍ଞ ଏପରି କହିବା ଯଥାର୍ଥ ନୁହେଁ । ତଥାପି ଦିନକୁ ଦିନ ଧୂମପାନକାରୀଙ୍କ ସଂଖ୍ୟା ବିଶ୍ୱରେ ଲୋକ ସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ବଢି ଚାଳିଛି । ଲୋକେ କାହିଁକି ଯେ ଧୂମପାନ କରନ୍ତି ଏହାର ସଠିକ କାରଣ କହିବା କଷ୍ଟକର । ଧୂମପାନ ଓ ସ୍ତନରୁ ଦୁଗ୍ଧପାନର ସ୍ନାୟବିକ ଅନୁଭୁତି (ଝଙ୍କମଳସଦ୍ଭଶ ଜରଲକ୍ଷରଙ୍ଘ) ର ସାମଞ୍ଜସ୍ୟ ଥାଇପାରେ । କେତେକ ଧୂମପାନକାରୀ ଯୁକ୍ତି କରନ୍ତି, ନିଃସଙ୍ଗତା ଓ ମାନସିକ କ୍ଲାନ୍ତି ଅପନୋଦନ ପାଇଁ ଧୂମପାନ ଆବଶ୍ୟକ । ସିଗାରେଟ ଆଦାନ ପ୍ରଦାନ ବନ୍ଧୁତ୍ୱକୁ ନିବିଡତର କରେ ବୋଲି କେହି କେହି ଯୁକ୍ତି କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଯୁକ୍ତି ଧୂମପାନ ସପକ୍ଷରେ ଗ୍ରହଣୀୟ ନୁହେଁ ।

ସଭ୍ୟତାର ବିକାଶ ସହିତ ଜନସଂଖ୍ୟାର ବୃଦ୍ଧି  ସହିତ ପାଦ ମିଳାଇ ବିଶ୍ୱରେ ଯେ ଧୂମପାନକାରୀଙ୍କ ସଂଖ୍ୟା ହୁ ହୁ ବଢି ଚାଳିଛି ଏହା ନିଃସନ୍ଦେହରେ ପ୍ରତିପାଦିତ । ଧୂମପାନର ବ୍ୟବହାରକୁ ସୀମାବଦ୍ଧ କରିବା ପାଇଁ ଆଇନ କାନୁନର ପ୍ରଚଳନ ଅପେକ୍ଷା ଅତ୍ୟଧିକ ଜନ ଜାଗରଣ ଓ ସଚେତନତା ଏହି ବିଷମୟ ପରିଣତରୁ ବିଶ୍ୱଜନତାକୁ ରକ୍ଷା କରିବ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,