ଶ୍ରୀ ଭଗବାନୁବାଚ(୧)--ଦ୍ୱିତୀୟ ଅଧ୍ୟାୟ - ସାଂଖ୍ୟ ଯୋଗଃ
ଶ୍ରୀ ଭଗବାନୁବାଚ
(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ)
ଦ୍ୱିତୀୟ ଅଧ୍ୟାୟ
ସାଂଖ୍ୟ ଯୋଗଃ
ଅନୁବାଦ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ମୁଁ କୌଣସି କାଳରେ ଯେ ନ ଥିଲି, ତୁମେ ନଥିଲ, ଏହି ରାଜାମାନେ ଯେ ନ ଥିଲେ, ଏହା ସତ୍ୟ ନୁହେଁ । ଏହା ପରେ ମଧ୍ୟ ଆମ୍ଭେମାନେ ରହିବା ନାହିଁ, ଏକଥା ମଧ୍ୟ ନୁହେଁ ।ା୨/୧୨ାାଇନ୍ଦ୍ରିୟ ସହିତ ବିଷୟର ସଂସ୍ପର୍ଶ ହିଁ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ପ୍ରଦାନ କରେ । କିନ୍ତୁ ସେହି ସମ୍ବନ୍ଧର ସମୟାନୁସାରେ ଉତ୍ପତ୍ତି ଓ ବିନାଶ ହୁଏ; ତେଣୁ ସେମାନେ ଅନିତ୍ୟ ଅଟନ୍ତି । ସେ ସବୁକୁ ସହ୍ୟ କର । ଏହି ମାତ୍ରା ସ୍ପର୍ଶ ସବୁ(ଇନ୍ଦ୍ରିୟଶକ୍ତି ସହିତ ବିଷୟ ସଂଯୋଗମାନ) ସୁଖ ଦୁଃଖରେ ସମଭାବାପନ୍ନ ଆତ୍ମନିଷ୍ଠ ବ୍ୟକ୍ତିକୁ ପୀଡା ଦେଇ ପାରନ୍ତି ନାହିଁ । ସେ ଅମର ହେବା ପାଇଁ ଯୋଗ୍ୟ ।ା୨/୧୪-୧୫ାା ଅସତ୍ୟର (ଅନିତ୍ୟ)ସତ୍ତା ନାହିଁ ଓ ସତ୍ୟର (ନିତ୍ୟ) ବିନାଶ ନାହିଁ । ତତ୍ତ୍ବ ଜ୍ଞାନୀମାନେ ଏହିପରି ଭାବରେ ଏ ଦୁଇଟି ପଦାର୍ଥର (ସତ-ଅସତ) ତତ୍ତ୍ବ ନିର୍ଣ୍ଣୟ କରିଛନ୍ତି ।ା୧୬ାା ଯିଏ ଏହି ପରିଦୃଶ୍ୟମାନ ଜଗତରେ ବ୍ୟାପ୍ତ,ତାଙ୍କୁ ଅବିନାଶୀ ବୋଲି ଜାଣ । ଏହି ଅବିନାଶୀର ବିନାଶ କରିବାକୁ କେହି ସମର୍ଥ ନୁହନ୍ତି ।ା୧୭ାା ଏହି ଅବିନାଶୀ ଅପ୍ରମେୟ ନିତ୍ୟ ସ୍ୱରୂପ ଆତ୍ମାର ଏହି ଦେହ ସବୁ ଅନିତ୍ୟ ବୋଲି କଥିତ ହୁଏ । ଅତଏବ ହେ ଭାରତ ! ତୁମେ ଯୁଦ୍ଧ କର ।ା୧୮ ।ା ଏହି ଆତ୍ମାକୁ ଯେଉଁମାନେ ହତ୍ୟାକାରୀ ଏବଂ ବିନାଶଶୀଳ ବୋଲି ମନେ କରନ୍ତି ସେମାନେ କିଛି ଜାଣନ୍ତି ନାହିଁ । ଏହା କାହାକୁ ମାରେ ନାହିଁ କି ମରେ ନାହିଁ । ।ା୧୯ାା ଏହି ଆତ୍ମା କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ । ଏହା ଉତ୍ପନ୍ନ ହୁଏ ନାହିଁ କିମ୍ବା ଅସ୍ତିତ୍ୱକୁ ଆସେ ନାହିଁ (ବୃଦ୍ଧି ହୁଏ ନାହିଁ ) । ଏହା ଅନାଦି, ନିତ୍ୟ, ଶାଶ୍ୱତ ଓ ଜନ୍ମ ରହିତ ଅଟେ । ଶରୀର ବିନଷ୍ଟ ହେଲେ ମଧ୍ୟ ଏହାର ବିନାଶ ହୁଏ ନାହିଁ । ।ା୨୦ ।ା ଯେଉଁମାନେ ଏହି ଆତ୍ମାକୁ ଅବିନାଶୀ,ନିତ୍ୟ ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ହେ ପାର୍ଥ! ସେମାନେ କିପରି ବା କାହାକୁ ବଧ କରାଇବେ ବା ବଧ କରିବେ ? ।ା୨୧ାା ମନୁଷ୍ୟ ଯେପରି ପୁରାତନ ବସ୍ତ୍ର ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ପରିଧାନ କରେ, ସେହିପରି ଆତ୍ମା ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀର ଧାରଣ କରେ ।ା୨୨ ।ା ଏହି ଆତ୍ମାକୁ ଶସ୍ତ୍ର ଛେଦନ କରି ପାରେ ନାହିଁ ,ଅଗ୍ନି ଦହନ କରି ପାରେ ନାହିଁ ,ଜଳ ମଧ୍ୟ ଆର୍ଦ୍ର କରି ପାରେ ନାହିଁ ଏବଂ ପବନ ଶୁଷ୍କ କରିପାରେ ନାହିଁ ।ା୨୩ ।ା କାରଣ ଏହି ଆତ୍ମା ଅଛେଦ୍ୟ, ଅଦାହ୍ୟ,ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ । ଏହା ନିତ୍ୟ,ସର୍ବଗତ,ସ୍ଥିର ସ୍ୱଭାବ, ଅଚଳ ଓ ଅନାଦି ଅଟେ ।ା୨୪ ।ା ଏହି ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ବିକାର ରହିତ ବୋଲି କୁହାଯାଏ । ତେଣୁ ଏହାକୁ ଏପରି ଜାଣି ଶୋକ କରିବା ଉଚିତ ନୁହେଁ ।ା୨୫ ।ା ଏହି ଆତ୍ମାକୁ ଯେଉଁମାନେ ହତ୍ୟାକାରୀ ଏବଂ ବିନାଶଶୀଳ ବୋଲି ମନେ କରନ୍ତି ସେମାନେ କିଛି ଜାଣନ୍ତି ନାହିଁ । ଏହା କାହାକୁ ମାରେ ନାହିଁ କି ମରେ ନାହିଁ । ।ା୧୯ାା ଏହି ଆତ୍ମା କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ । ଏହା ଉତ୍ପନ୍ନ ହୋଇ ପୁନଶ୍ଚ ଅସ୍ତିତ୍ୱକୁ ଆସେ ନାହିଁ (ବୃଦ୍ଧି ହୁଏ ନାହିଁ ) । ଏହା ଅନାଦି, ନିତ୍ୟ, ଶାଶ୍ୱତ ଓ ଜନ୍ମ ରହିତ ଅଟେ । ଶରୀର ବିନଷ୍ଟ ହେଲେ ମଧ୍ୟ ଏହାର ବିନାଶ ହୁଏ ନାହିଁ । ।ା୨୦ ।ା ଯେଉଁମାନେ ଏହି ଆତ୍ମାକୁ ଅବିନାଶୀ,ନିତ୍ୟ ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ହେ ପାର୍ଥ! ସେମାନେ କିପରି ବା କାହାକୁ ବଧ କରାଇବେ ବା ବଧ କରିବେ ? ।ା୨୧ାା ମନୁଷ୍ୟ ଯେପରି ପୁରାତନ ବସ୍ତ୍ର ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ପରିଧାନ କରେ, ସେହିପରି ଆତ୍ମା ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀର ଧାରଣ କରେ ।ା୨୨ ।ା ଏହି ଆତ୍ମାକୁ ଶସ୍ତ୍ର ଛେଦନ କରି ପାରେ ନାହିଁ ,ଅଗ୍ନି ଦହନ କରି ପାରେ ନାହିଁ ,ଜଳ ମଧ୍ୟ ଆର୍ଦ୍ର କରି ପାରେ ନାହିଁ ଏବଂ ପବନ ଶୁଷ୍କ କରିପାରେ ନାହିଁ ।ା୨୩ ।ା କାରଣ ଏହି ଆତ୍ମା ଅଛେଦ୍ୟ, ଅଦାହ୍ୟ,ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ । ଏହା ନିତ୍ୟ,ସର୍ବଗତ,ସ୍ଥିର ସ୍ୱଭାବ, ଅଚଳ ଓ ଅନାଦି ଅଟେ ।ା୨୪ ।ା ଏହି ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ବିକାର ରହିତ ବୋଲି କୁହାଯାଏ । ତେଣୁ ଏହାକୁ ଏପରି ଜାଣି ଶୋକ କରିବା ଉଚିତ ନୁହେଁ ।ା୨୫ ।ା ହେ ମହାବାହୁ ! ଯଦି ତୁମେ ଏହି ଆତ୍ମାକୁ ସର୍ବଦା ଜନ୍ମ ଓ ମୃତ ହେଉଥାଏ ବୋଲି ମନେ କର , ତଥାପି ତୁମେ ଏପରି ଶୋକ କରିବା ଅନୁଚିତ ।ା୨୬ାା କାରଣ ଜନ୍ମ ହୋଇଥିବା ପ୍ରାଣୀର ମୃତ୍ୟୁ ସୁନିଶ୍ଚିତ, ଓ ମୃତ ପ୍ରାଣୀର ଜନ୍ମ ମଧ୍ୟ ନିଶ୍ଚିତ ଅଟେ । ସେହି ଦୃଷ୍ଟିରୁ ଏହି ଅନିବାର୍ଯ୍ୟ ବିଷୟରେ ଶୋକ କରିବା ସର୍ବଥା ଅନୁଚିତ ।ା୨୭ ।ା ହେ ଭାରତ ! ଏହି ସମସ୍ତ ଶରୀର ଆଦ୍ୟରେ ସ୍ୱରୂପ ରହିତ ,ମଧ୍ୟ କାଳରେ ସ୍ୱରୂପ ଯୁକ୍ତ ଓ ଅନ୍ତ ସମୟରେ ସ୍ୱରୂପ ରହିତ ଅଟେ । ଏଥିରେ ଶୋକ କରିବାର କ'ଣ ଅଛି ? ।ା୨୮ ।ା କେହି ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖେ । ସେହିପରି ଆଉ କେହି ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରେ । କେହି ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣେ ଏବଂ ଏହାକୁ ଶୁଣି ମଧ୍ୟ କେହି ଜାଣେ ନାହି ।ା୨୯ ।ା ହେ ଅର୍ଜୁନ ! ସମସ୍ତଙ୍କ ଶରୀରରେ ଏହି ଆତ୍ମା ନିତ୍ୟ ଅବଧ୍ୟ ରୂପରେ ବିରାଜିତ । ତେଣୁ କାହାରି ପାଇଁ ତୁମର ଶୋକ କରିବା ଉଚିତ ନୁହେଁ ।ା୩୦ ।ହେ ପାର୍ଥ! ଯେଉଁ ଅଜ୍ଞାନ ଲୋକମାନେ କର୍ମଫଳର ପ୍ରଶଂସାବାଚକ ବେଦ ବାକ୍ୟରେ ଆସକ୍ତ ହୋଇ""ଏହା ବ୍ୟତୀତ ଅନ୍ୟ କିଛି ନାହିଁ '' ବୋଲି ଯେଉଁସବୁ ମନୋହର ବଚନ କହନ୍ତି; ସେହି କାମନା ପରାୟଣ, ସ୍ୱର୍ଗାଭିଳାସୀମାନେ କହୁଥିବା ପୁଷ୍ପିତ ବଚନ ଜନ୍ମକର୍ମଫଳ ପ୍ରଦାୟକ ଭୋଗ ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ନାନାବିଧ କ୍ରିୟାର ବର୍ଣ୍ଣନା କରେ ।ା୪୨-୪୩ ।ା ସେଥିରେ ଅପହୃତ ଚିତ୍ତ ଭୋଗୈଶ୍ୱର୍ଯ୍ୟରେ ଏକାନ୍ତ ଆସକ୍ତ ବ୍ୟକ୍ତିମାନଙ୍କର ଏକ ନିଶ୍ଚୟାତ୍ମିକା ବୁଦ୍ଧି ଯୋଗରେ ସ୍ଥିର ରହେ ନାହିଁ ।ା୪୪ ।ାାହେ ଅର୍ଜୁନ ! ବେଦ ସମୂହ ତ୍ରିଗୁଣମୟ ଅର୍ଥାତ ସକାମ ଫଳ ପ୍ରଦାୟକ । ଅତଏବ ତୁମେ ତ୍ରିଗୁଣାତୀତ (କର୍ମ ଫଳରେ ନିସ୍ପୃହ)ହୁଅ,ଦ୍ୱନ୍ଦ(ସୁଖ ଦୁଃଖ ରାଗଦ୍ୱେଷ ଶୀତୋଷ୍ଣ ପ୍ରଭୃତି) ରହିତ ହୁଅ ; ଧୈର୍ଯ୍ୟଶାଳୀ ହୁଅ । ଯୋଗ କ୍ଷେମ ଶୂନ୍ୟ ହୁଅ ଏବଂ ଆତ୍ମବାନ ହୁଅ ( ଅର୍ଥାତ ସର୍ବଦା ଆତ୍ମିକ ସ୍ଥିତିର ଅଭ୍ୟାସ କର ) ।ା୪୫ ।ା ସର୍ବତ୍ର ଜଳପ୍ଳାବନ ହୋଇଗଲେ ସାମାନ୍ୟ ପୋଖରୀରେ (ଛୋଟ ଗାଡିଆରେ) ଯେତିକି ପରିମାଣରେ (ସ୍ନାନ ପାନାଦିର) ପ୍ରଯୋଜନ ରହେ , ବ୍ରହ୍ମନିଷ୍ଠ ବ୍ୟକ୍ତିର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଥାଏ ଅର୍ଥାତ କୌଣସି ପ୍ରୟୋଜନ ରହେ ନାହିଁ । ।ା୪୬ାା କର୍ମରେ ହିଁ ତୁମର ଅଧିକାର ଅଛି କିନ୍ତୁ ଫଳରେ କଦାପି ନୁହେଁ । ତୁମେ କର୍ମ ଫଳର ହେତୁ ଭୂତ ହୁଅ ନାହିଁ ଏବଂ କର୍ମ ନ କରିବା ପ୍ରତି ମଧ୍ୟ ତୁମର ଆସକ୍ତି ନ ହେଉ ।ା୪୭ ।ା ହେ ଧନଞ୍ଜୟ!ତୁମେ ଫଳକାମନା ପରିତ୍ୟାଗ କରି,ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ ହୋଇ ଈଶ୍ୱରୀୟ ସ୍ମୃତିରେ ସ୍ଥିତ ହୋଇ କର୍ମକର । କାରଣ ସମ ଜ୍ଞାନକୁ ହିଁ ଯୋଗ କୁହାଯାଏ ।ା୪୮ ।ା ହେ ଧନଞ୍ଜୟ ! ବୁଦ୍ଧିର ସାମ୍ୟଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିକୃଷ୍ଟ । ତୁମେ ସମବୁଦ୍ଧିର ଆଶ୍ରୟ ନିଅ । ଫଳକାମୀ ବ୍ୟକ୍ତିମାନେ ଅତ୍ୟନ୍ତ କୃପଣ ବା ଦୀନ ଅଟନ୍ତି ।ା୪୯ ।ା ସାମ୍ୟବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବା ଜ୍ଞାନ ଯୋଗୀ ଏହି ଜନ୍ମରେ ହିଁ ପାପ ଓ ପୁଣ୍ୟ ଉଭୟକୁ ତ୍ୟାଗ କରନ୍ତି । ତେଣୁ ତୁମେ ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ କର୍ମ କରିବାର ଅଭ୍ୟାସ କର । କାରଣ ଈଶ୍ୱରୀୟ ସ୍ମୃତି(ଯୋଗ)ହିଁ କର୍ମର କୁଶଳତା ।ା୫୦ ।ା ପରମାତ୍ମା ସ୍କୃତି ଯୁକ୍ତ ଜ୍ଞାନୀ ବ୍ୟକ୍ତିମାନେ କର୍ମଜନିତ ଫଳ ତ୍ୟାଗ କରି ଜନ୍ମ ବନ୍ଧନରୁ ମୁକ୍ତ ହୋଇ ପରମ ପଦ ନିଶ୍ଚିତ ଭାବରେ ଲାଭ କରନ୍ତି ।ା୫୧ ।ା ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କ ଅତିକ୍ରମ କରିବ ସେତେବେଳେ ତୁମେ ଶ୍ରୋତବ୍ୟ ଏବଂ ଶ୍ରୁତ ଶାସ୍ତ୍ର ବଚନର ବିଷୟରୁ ବୈରାଗ୍ୟ ପ୍ରାପ୍ତ ହେବ ।ା୫୨ ।ା ଯେତେବେଳେ ବେଦ ଉପନିଷଦ ଆଦି ଶାସ୍ତ୍ର ଦ୍ୱାରା ବିଭ୍ରାନ୍ତ ତୁମର ବୁଦ୍ଧି ପରମାତ୍ମା ସ୍ମୃତିରେ ନିଶ୍ଚଳ ହୋଇଯିବ ସେତେବେଳେ ତୁମେ ଯୋଗଯୁକ୍ତ ହେବ ବା ଯୋଗ ପ୍ରାପ୍ତ ହେବ ।ା୫୨ ।ାଯେତେବେଳେ ପୁରୁଷାର୍ଥୀ ମନୋଗତ ସମସ୍ତ କାମନାକୁ ପରିତ୍ୟାଗ କରିଦିଏ ଏବଂ ନିଜଠାରେ ନିଜ ଦ୍ୱାରା ହିଁ ସନ୍ତୁଷ୍ଟ ହୁଏ, ସେତେବେଳେ ତାହାକୁ ସ୍ଥିତ ପ୍ରଜ୍ଞ ବୋଲି କୁହାଯାଏ । ।୫୫ାା ଦୁଃଖ ସମୂହରେ ଅବିଚଳିତ ମନ ଏବଂ ସୁଖ ସମୂହରେ ଆକାଙ୍କ୍ଷାଶୂନ୍ୟ ତଥା ଆସକ୍ତି ,ଭୟ ଓ କ୍ରୋଧ ବିହୀନ ପୁରୁଷ ସ୍ଥିତପ୍ରଜ୍ଞ ମୁନି ବୋଲି କଥିତ ହୁଅନ୍ତି ।ା୫୬ ।ା ଯିଏ ସେହି ସେହି ଶୁଭ ଅଶୁଭକୁ ପ୍ରାପ୍ତ ହୋଇ ସମସ୍ତ ବିଷୟରେ ଅନାସକ୍ତ ରହେ, ହର୍ଷିିତ ହୁଏ ନାହିଁ ଓ ଦ୍ୱେଷ କରେ ନାହିଁ ତାହାର ବୁଦ୍ଧି ଜ୍ଞାନରେ ସ୍ଥିର ରହେ ।ା୫୭ ।ା କଇଁଛ ଯେପରି ନିଜର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗଗୁଡିକୁ ସବୁ ଆଡୁ ସଙ୍କୁତିତ କରି ନିଏ ସେହିପରି ଯେତେବେଳେ ଏହି ଆତ୍ମା ବା ପୁରୁଷ ଇନ୍ଦ୍ରିୟ ସମୂହର ବିଷୟରୁ ଇନ୍ଦ୍ରିୟମାନଙ୍କୁ ସମ୍ୟକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନିଏ ସେତେବେଳେ ତାହାର ବୁଦ୍ଧି ଜ୍ଞାନରେ ପ୍ରତିଷ୍ଠିତ ହୁଏ ବା ସ୍ଥିର ରହେ ।ା ୫୮ ।ା ଅନାହାରୀ ବ୍ୟକ୍ତିର ଇନ୍ଦ୍ରିୟଭୋଗ୍ୟ ବସ୍ତୁ ନିବୃତ୍ତ ହୋଇଥାଏ ସତ; କିନ୍ତୁ ଇନ୍ଦ୍ରିୟର ରସ ବା ଅନୁରାଗ ଦୂର ହୁଏ ନାହିଁ । ପରମାତ୍ମାଙ୍କୁ ଅନୁଭବ କରି ବା ସାକ୍ଷାତକାର କରି ଏହି ସ୍ଥିତପ୍ରଜ୍ଞ ବ୍ୟକ୍ତିର ସଂସାର ପ୍ରତି କୌଣସି ଅନୁରାଗ ରହେ ନାହିଁ ।ା୫୯ ।ା ହେ କୌନ୍ତେୟ ! ପ୍ରଚଣ୍ଡ ବା ପ୍ରମଥନଶୀଳ ଇନ୍ଦ୍ରିୟଗଣ ଯତ୍ନଶୀଳ ପୁରୁଷର ମନକୁ ମଧ୍ୟ ବଳପୂର୍ବକ ହରଣ କରି ନିଅନ୍ତି ।ା୬୦ାା ସେହି ସମସ୍ତ ଇନ୍ଦ୍ରିୟ ସମୂହକୁ ସଂଯତ କରି ମୋର ପରାୟଣ ଭକ୍ତ ଯୋଗ ଯୁକ୍ତ ରହେ ; କାରଣ ଯାହାର ଇନ୍ଦ୍ରିୟଗଣ ବଶୀଭୂତ ତାହାର ବୁଦ୍ଧି ସ୍ଥିର ଅଟେ ।ା୬୧ାା ଇନ୍ଦ୍ରିୟ ଭୋଗ୍ୟ ବସ୍ତୁଗୁଡିକୁ ଚିନ୍ତା କରୁଥିବା ପୁରୁଷର ସେହି ସବୁ ପ୍ରତି ଆସକ୍ତି ଉତ୍ପନ୍ନ ହୁଏ; ଆସକ୍ତିରୁ କାମନା ଜନ୍ମେ ; କାମନାରୁ କ୍ରୋଧ ଜାତହୁଏ ।ା୬୨ ।ା କ୍ରୋଧରୁ ବିମୂଢ଼ତା ଓ ବିମୂଢ଼ତାରୁ ସ୍ମୃତିଶକ୍ତି ଭ୍ରଷ୍ଟ ହୁଏ । ସ୍କୃତି ଭ୍ରଷ୍ଟ ହେଲେ ବୁଦ୍ଧି ନାଶ ହୁଏ । ବୁଦ୍ଧି ନାଶ ହେଲେ ମନୁଷ୍ୟର ପତନ ଘଟେ ।ା୬୩ ।ା ରାଗଦ୍ୱେଷରୁ ମୁକ୍ତ ହୋଇ ଆତ୍ମବଶୀକୃତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ଭୋଗ କରୁଥିବା ଆତ୍ମସଂଯମୀ ପୁରୁଷ ଅନ୍ତଃକରଣର ଶାନ୍ତ ସୁଖମୟ ଅବସ୍ଥାକୁ ପ୍ରାପ୍ତ କରେ । ।ା୬୪ ।ା ଏହିପରି ଅନ୍ତଃକରଣରେ ପ୍ରସନ୍ନତା ବା ନିର୍ମଳତା ପ୍ରାପ୍ତ ହେଲାପରେ ଏହି ବ୍ୟକ୍ତିର ସମସ୍ତ ଦୁଃଖ ବିନଷ୍ଟ ହୋଇଥାଏ । କାରଣ ପ୍ରସନ୍ନଚିତ୍ତ ବ୍ୟକ୍ତିର ବୁଦ୍ଧି ଶୀଘ୍ର(ପରମାତ୍ମାଙ୍କ ସ୍ମୃତିରେ) ସ୍ଥିର ହୋଇଯାଏ ।ା୬୫ାାଯୋଗ ବିହୀନ ଆତ୍ମାର ବୁଦ୍ଧି ହୁଏନାହିଁ ;ଯୋଗ ବିହୀନ ଆତ୍ମା ବା ବ୍ୟକ୍ତିର ପରମାତ୍ମା ପରାୟଣ ହୋଇ ରହିବାର ଭାବନା ରହେ ନାହିଁ ;ପରମାତ୍ମା ବିସ୍ମୃତ ବ୍ୟକ୍ତିର ଶାନ୍ତି ନ ଥାଏ ; ଅଶାନ୍ତ ବ୍ୟକ୍ତିର ସୁଖ କାହିଁ ? ।ା୬୬ାା କାରଣ ବିଷୟମାନଙ୍କରେ ବିଚରଣଶୀଳ ଇନ୍ଦ୍ରିୟ ମାନଙ୍କ ମଧ୍ୟରୁ ଯେଉଁ ଗୋଟିକରେ ମଧ୍ୟ ମନ ଅନୁଗମନ କରେ,ସେହି ଇନ୍ଦ୍ରିୟ ବା ମନ ବାୟୁ ଜଳରେ ନୌକାକୁ ଭସାଇ ନେଲାପରି ଏହି ପୁରୁଷ ବା ଆତ୍ମାର ବୁଦ୍ଧିକୁ ହରଣ କରିନିଏ ।ା୬୭ାା ହେ ମହାବାହୋ! ସେହି ହେତୁ ଯାହାର ଇନ୍ଦ୍ରିୟଗଣ ସର୍ବଥା ବିଷୟରୁ ଓ ଭୋଗରୁ ସଂଯତ(ନିଗୃହୀତ) ରହିଛି ତାହାର ବୁଦ୍ଧି ସ୍ଥିର ହୋଇ ଆତ୍ମଜ୍ଞାନରେ ସୁପ୍ରତିଷ୍ଠିତ ହୁଏ ।ା୬୮ାା ସମସ୍ତ ପ୍ରାଣୀଙ୍କର ଯାହା ରାତ୍ରି ସେଥିରେ ଆତ୍ମଜ୍ଞାନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥିବା ବ୍ୟକ୍ତି ଜାଗ୍ରତ ରହନ୍ତି ; ଯେଉଁଥିରେ ସାଧାରଣ ମନୁଷ୍ୟଗଣ ଜାଗ୍ରତ ରହନ୍ତି ଆତ୍ମନିଶ୍ଚୟ ମନନଶୀଳ ବ୍ୟକ୍ତି ପାଇଁ ତାହା ରାତ୍ରି ।ା୬୯ ।ା ଯେପରି ଜଳରାଶି ସର୍ବଦା ପରିପୂର୍ଣ୍ଣ ସ୍ଥିର ଭାବେ ଅବସ୍ଥିତ ସମୁଦ୍ରରେ ପ୍ରବେଶ କରନ୍ତି ସେହିପରି ଭୋଗ ସମୂହ ବା କାମନାଗୁଡିକ ଯେଉଁ ବ୍ୟକ୍ତି ମଧ୍ୟରେ ପ୍ରବେଶ କରେ ସେହିଁ ଶାନ୍ତି ଲାଭ କରନ୍ତି । ଭୋଗବାସନାପୂର୍ଣ୍ଣ ବ୍ୟକ୍ତି ଶାନ୍ତି ପାଏନାହିଁ । ।ା୭୦ ।ାଯେଉଁ ପୁରୁଷ ସକଳ କାମନା ତ୍ୟାଗ କରି ନଷ୍କାମ ଭାବରେ ନିର୍ମୋହ ଓ ନିରହଂକାରୀ ଜୀବନ ଯାପନ କରେ ସେ ଶାନ୍ତି ପ୍ରାପ୍ତ ହୁଏ । ।ା୭୧ ।ା ଏହା ହିଁ ସର୍ବୋଚ୍ଚ ସ୍ଥିତି ବା ବ୍ରାହ୍ମୀ ସ୍ଥିତି ।ଏହା ପ୍ରାପ୍ତ ହେଲେ କେହି ମୁହ୍ୟମାନ ହୁଏନାହିଁ ଅର୍ଥାତ ସେ ସଂସାରର ଆପାତ ଦୃଶ୍ୟ ସୁଖ ଦୁଃଖରେ ବିମୂଢ଼ ହୋଇ ବିଚଳିତ ହୁଏନାହିଁ । ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଏହି ଅବସ୍ଥାରେ ସ୍ଥିତ ହୋଇ ପରମାତ୍ମାଙ୍କ ନିବାସ ସ୍ଥଳୀ ନିର୍ବାଣ ବ୍ରହ୍ମଲୋକକୁ ପ୍ରୟାଣ କରେ ।ା ୭୨ାା
Comments
Post a Comment