ପ୍ରାଥମିକ ଚିକିତ୍ସାଳୟ ଅର୍ଥାତ ରୋଷେଇ ଘର--ଆ·ର୍ଯ୍ୟ ବାଳକୃଷ୍ଣ

 ପ୍ରାଥମିକ ଚିକିତ୍ସାଳୟ ଅର୍ଥାତ ରୋଷେଇ ଘର

ଆଚାର୍ଯ୍ୟ ବାଳକୃଷ୍ଣ 

ଜୁଆଣୀ:-

* ଯେଉଁମାନେ ମଦ ପିଅନ୍ତି । ମାତ୍ର ଏବେ ମଦ ପିଇବା ତ୍ୟାଗ କରିବାକୁ ଇଚ୍ଛୁକ ସେମାନେ ଅଧ କି.ଗ୍ରା ଜୁଆଣିକୁ ୪ଲିଟର ପାଣିରେ ଫୁଟାଇ ୨ଲିଟର ହେଲେ ଛାଣି କରି ସାଇତି ରଖିବେ । ଏହାକୁ ପ୍ରତିଦିନ ଖାଦ୍ୟର ପୂର୍ବରୁ ୧-୧ କପ ପିଇବେ । ଲିଭର ଠିକ ରହିବ ଏବଂ ମଦ ପିଇବାର ଇଚ୍ଛା କମି କମି ଯିବ ।

* ଜୁଆଣୀକୁ ଅଳ୍ପ ଭାଜି ସକାଳେ-ସନ୍ଧ୍ୟାରେ ଉଷୁମ ପାଣି ସହ ବା କ୍ଷୀର ସହ ୨-୩ ଗ୍ରାମ ନିୟମିତ ଖାଇଲେ ସର୍ଦ୍ଧି, ଥଣ୍ଡା ଓ ପେଟ ରୋଗରେ ଲାଭ ମିଳିଥାଏ ।

* ୨-୩ ଗ୍ରାମ ଜୁଆଣୀ ଚୂର୍ଣ୍ଣ ଘୋଳ ଦହି ସହ ଖାଇଲେ ପେଟର କୃମି ମରିଯାଆନ୍ତି ।

* ୧୦ ଗ୍ରାମ ଜୁଆଣୀକୁ ୧ ଲିଟର ପାଣିରେ ଫୁଟାଇ ୨୫୦ ମିଲି ରହିଲେ ଛାଣି କରି ସକାଳେ ଓ ସନ୍ଧ୍ୟାରେ ପ୍ରସୂତୀ ମହିଳାଙ୍କୁ ପିଆଇଲେ ପ୍ରସୂତି ଜନିତ ବିକାର ରହିବ ନାହିଁ । ଏହି ଯୋଗୁଁ ବର୍ଦ୍ଧିତ ଶରୀର ପୂର୍ବ ସ୍ଥିତିକୁ ଫେରି ଆସେ ।

* ୧୦ ଗ୍ରାମ ଜୁଆଣୀକୁ ଗୁଣ୍ଡ କରି ଏଥିରେ ଫାଳେ ଲେମ୍ବୁରସ ମିଶାଅ । ଏଥିରେ ଛାଂଚ (ଘୋଳ ଦହି) ଓ ୫ ଗ୍ରାମ ଫିଟିକରି ପାଉଡର ମିଶାଇ ମଲମ ପ୍ରସ୍ତୁତ କର । ଏହାକୁ ମୁଣ୍ଡ ବାଳରେ ଲଗାଇଲେ କେଶ ଦୃଢ଼ ହୁଏ ଏବଂ ଉକୁଣୀ, ନିଖ ଆଦି ମରି ଯାଆନ୍ତି ।

ଗୁଜୁରାତି:-

* ମୁହଁରେ କ୍ଷତ ହୋଇଥିଲେ ଗୁଜୁରାତିକୁ ବାଟି ମହୁ ମିଶାଇ ଲଗାଇଲେ କ୍ଷତ ଭଲ ହୋଇଯାଏ ।

୨-୩ ଗ୍ରାମ ଗୁଜୁରାତି ମିଶ୍ରି ସହ ପାଉଡର କରି ପାଣିରେ ମିଶାଇ ସେବନ କଲେ ମୂତିବାର ଯନ୍ତ୍ରଣା ବା କମ୍ ପରିସ୍ରା ହୋବର ସମସ୍ୟା ତୁରନ୍ତ ଭଲ ହୋଇଯାଏ ।

* ହିକ୍କା ବନ୍ଦ ହେଉ ନାହିଁ ତ ୨ଟି ଗୁଜୁରାତି ଓ ୩ଟି ଲବଙ୍ଗ ଚାହା ଭଳି ପାଣିରେ ସିଝାଇ ପିଇଲେ ରୋଗ ଭଲ ହୋଇଯିବ । ଯଦି ବନ୍ଦ ନ ହେବ ପ୍ରତିଦିନ ୩-୪ଥର ଏପରି କରି ଦିଅ ।

ଗୋଲ ମରିଚ:-

* କାଶ ଅଧିକ ହେଲେ ଯଦି ଶୋଇ ପାରୁ ନାହିଁ ତେବେ ୧-୨ ଗୋଲ ମରିଚ ପାଟିରେ ପୂରାଇ ରସ ଶୋଷ । କାଶ ଥମିଯିବ ଓ ଆରାମରେ ଶୋଇଯିବ । 

* କିଛି ଅଦା ଓ ୩-୪ ଗୋଲ ମରିଚ ପାଣିରେ କଡା ସିଝାଇ ପିଇଲେ କାଶରେ ତୁରନ୍ତ ଫାଇଦା ମିଳିବ । ଚାହା ପରିବର୍ତ୍ତେ ଏହାକୁ ପ୍ରୟୋଗ କର ।

* ଶୀତ ପିତ୍ତ ହେଲେ ୪-୫ ଗୋଲମରିଚ ଗୁଣ୍ଡକରି ସେଥିରେ ଏକ ଚାମଚ ଉଷୁମ ଘିଅ ଓ ଚିନି ମିଶାଇ ପିଇଲେ ଫଳ ମିଳେ ।

* କାଶ ଓ ତା ସାଥିରେ ଦୁର୍ବଳତା ଅଛି ତ ୨୦ଗ୍ରାମ ଗୋଲ ମରିଚ, ୧୦୦ ଗ୍ରାମ ବାଦାମ, ୧୫୦ ଗ୍ରାମ ଖଣ୍ଡ ସାରି କୁଟି ଗୁଣ୍ଡକରି ଶିଶିରେ ରଖ । ଉଷୁମ ପାଣି ବା ଉଷୁମ ଦୁଧ ସହ ୧ଗ୍ରାମ ଏଥିରୁ ମିଶାଇ ସକାଳେ ସଞ୍ଜରେ ସେବନ କଲେ ପୁରୁଣା କାଶ ଭଲ ହୋଇଯାଏ ଓ ଦୁର୍ବଳତା ଦୂର ହୁଏ । 

ଜିରା-:

* ଯଦି କେବେ ଝାଡା ଲାଗେ, ତେବେ ୪-୬ ଗ୍ରାମ ଜିରାକୁ ଅଳ୍ପ ଭାଜି ଚୂନ କରି ଦହି ରସ ସହ ମିଳାଇ ପିଇଲେ ତୁରନ୍ତ ଲାଭ ମିଳିଥାଏ । 

* ସମ ପରିମାଣର ଜିଲା ଓ ପାନ ମଧୁରୀ ସାମାନ୍ୟ ଭାଜି ସାମାନ୍ୟ ଗୁଣ୍ଡ କରି ୧-୧ ଚାମଚ ପାଣି ସାଥିରେ ଦିନରେ ୩-୪ ଥର ସେବନ କଲେ ପତଳା ଝାଡା ବନ୍ଦ ହୁଏ ।

* ୫-୭ ଗ୍ରାମ ଜିରାକୁ ୪୦୦ ମିଲି ପାଣିରେ ଗରମ କରି ଏକ ଚତୁର୍ଥାଂଶ ରହିଲେ ଦିନକୁ ଦୁଇଥର ପିଇଲେ ପେଟର କୃମି କରିଯାଆନ୍ତି ।

* ୩-୪ ଗ୍ରାମ ଜିରାକୁ ପାଣିରେ ଗରମ କରି, ଛାଣି କରି  ମିଶ୍ରି ମିଶାଇ ପିଇଷଲ ମୂତ୍ର ବିକାର ଓ ପ୍ରଦର ରୋଗ ଭଲ ହୁଏ ।

ଡାଲଚିନି:-

* ଡାଲଚିନି ପାଚନ ଓ ହଜମ ଶକ୍ତି ବଢ଼ାଇଥାଏ ଏବଂ ଥଣ୍ଡା, ସର୍ଦ୍ଦି, କାଶରେ ମଧ୍ୟ ଫଳପ୍ରଦ ହୁଏ ।

* ଡାଲଚିନିର ପେଷ୍ଟ କରି ଏଥିରେ ଅଦା, ଲବଙ୍ଗ ଓ ଗୁଜୁରରାତି ମିଶାଇ ପିଇଲେ ବାତଜ ଓ କଫଜ ବିକାର ଦୂର ହୁଏ ।

* ଡାଲଚିନି ଚୂର୍ଣ୍ଣରେ ମହୁ ମିଶାଇ ସେବନ କଲେ ଶ୍ୱାସ-କାଶରେ ଲାଭ ମିଲେ ।


ଧନିଆ:-

* ଶୁଖିଲା ଧନିଆକୁ ଗୁଣ୍ଡକରି ଏଥିରେ ଚାରିଗୁଣ ମିଶ୍ରି ମିଶାଇ ଶିଶିରେ ବନ୍ଦ କରି ରଖ ୧-୧ ଚାମଚ ଦୁଇଥର ପାଣି ସହ ସେବନ କଲେ ଶ୍ୱାସ କାଶରେ ଲାଭ ମିଳେ ।

* ୩-୪ ଗ୍ରାମ ଧନିଆକୁ ୪୦୦ ମିଲି ପାଣିରେ ସିଝାଇ ୧୦୦ ମିଲି ରହିଲେ, ତାକୁ ଛାଣି କରି ଶୀତଳ କର । ଏଥରେ କିଛି ମହୁ ମିଶାଇ ପିଇଲେ ରକ୍ତ ପ୍ରଦର ବା ଶରୀରରେ ହେବାକୁ ଥିବା ଗରମି ଭଲହୁଏ ।

* ଗର୍ଭାବସ୍ଥାରେ ବାନ୍ତି ବା ପିଲାଙ୍କର ବାନ୍ତି-ହେଲେ ୨-୩ ଗ୍ରାମ ଧନିଆ ଚୂନା କରି ୪୦୦ ମିଲି ପାଣିରେ ସିଜାଇ ଛାଣି ନିଅ । ଏଥିରେ କିଛି ମହୁ ମିଶାଇ ଥରକୁ ଥର ପିଇ ଚାଲ । ଏଥିରେ ବାନ୍ତି ବନ୍ଦ ହୋଇଯିବ । ଏଭଳି ପ୍ରୟୋଗରେ ପତଳା ଝାଡା ହେଉଥିଲେ ବନ୍ଦ ହେବ । 

* ୪-୫ ଗ୍ରାମ ଧନିଆ ଓ କିଛି ଧନିଆ ପତ୍ର ପେଷିକରି ମୁହଁରେ ଦେହରେ ଲଗାଇଲେ ଚେହେରା ସୁନ୍ଦର ଓ ଯୁବ ସୁଲଭ ହେବ ।

* ୨-୩ ଗ୍ରାମ ଧନିଆ ଚୂର୍ଣ୍ଣ ଥଣ୍ଡା ପାଣି ସହ ସେବନ କଲେ କାମ ବାସନା କମିଯିବ । ପ୍ରଦିନି ୫-୭ଟି ନିମ୍ବ ପତ୍ର ଚୋବାଇ ଉପରୋକ୍ତ ଧନିଆପଣି ପିଇଲେ କାମ ବାସନା ନିର୍ବାପିତ ହେବ । ଏପରି କଲେ ତୀବ୍ର ଅମ୍ଳଜା  ତୁରନ୍ତ ଶାନ୍ତ ହୋଇଯାଏ ।

ମେଥି:-

* ରାତିରେ ୧ଚାମଚ ମେଥି ୧କପ୍ ପାଣିରେ ଭିଜାଇ ରଖ । ସକାଳୁ ଏହି ପାଣିକୁ ପିଇକରି ମେଥିକୁ ଚୋବାଇ ଖାଅ । ଏହା ଦ୍ୱାରା ଖାଲି ମଧୁମେହ ନୁହେଁ, ଦୁର୍ବଳତା, ବାତରୋଗ, ହୃଦରୋଗରେ ମଧ୍ୟ ଲାଭ ମିଳିବ ।

* ମେଥି, ହଳଦୀ ଓ ଶୁଣ୍ଠିକୁ ସପରିମାଣରେ ନେଇ ଗୁଣ୍ଡକରି ସଂରକ୍ଷିତ କର । ସକାଳେ ଓ ସନ୍ଧ୍ୟାରେ ୧-୧ଚାମଚ ଗୁଣ୍ଡ ଉଷୁମ ପାଣି ବା ଉଷୁମ ଦୁଧ ସହ ସେବନ କର । ଏହା ଦ୍ୱାରା ଗଣ୍ଠି ଦରଜ ସବୁ ପ୍ରକାର ବାତରୋଗ ଏବଂ ଫୁଲାରେ ଲାଭ ମିଳେ ।

* ପୁରାତନ ଆରଥାରାଇଟିସ ରୋଗୀକୁ ଦୀର୍ଘଦିନ ଧରି ନିୟମିତ ଏହି ଚିକିତ୍ସାରେ ରଖିଲେ ଆଶାତୀତ ସୁଫଳ ମିଳେ ।

* ଆରଥାରାଇଟିସ ଓ ମଧୁମେହ ରୋଗୀଙ୍କୁ ଗଜା ହୋଇଥିବା ମେଥି ପ୍ରତିଦିନ ଖାଇବାକୁ ଦେଲେ ଲାଭ ମିଳେ ।

ସୋରିଷ:-

* ସୋରିଷକୁ ଭଲ ପେଶିକରି ଶୋଥଯୁକ୍ତ ସ୍ଥାନରେ ପଟି ବାନ୍ଧିଦେଲେ ଲାଭ ହୋଇଥାଏ ।

* ମୁଣ୍ଡ ଦରଜ ହୋଇଥିଲେ ସୋରିଷର ପେଷ୍ଟ ମଥାରେ ଲେପନ କଲେ ଶକ୍ତି ମିଳିଥାଏ ।

* ସୋରିଷ ଚୂର୍ଣ୍ଣରେ ଭିନେଗାର (ସିର୍କା) ମିଶାଇ ପିଇଲେ ଓ ଚର୍ମରୋଗରେ ଲଗାଇଲେ ଫଳପ୍ରଦ ହୁଏ ।

ଲବଙ୍ଗ:-

* ଅଚାନକ ମୁଣ୍ଡ ଦରଜ ହେଲେ ବା ଅଧକପାଳି ଦରଜ ହେଲେ ୪-୫ ଗ୍ରାମ ଲବଙ୍ଗ ଗୁଣ୍ଡ କରି ପାଣି ମିଶାଇ ମଥା (କନାପଟି)ରେ ଲଗାଇଲେ ଲାଭ ମିଳେ । 

* ଲବଙ୍ଗକୁ ଅଳ୍ପ ଭାଜି ଏହାକୁ ପାଟିରେ ପୂରାଇ ଚୁଷିଲେ ଚମତ୍କାର ଫଳ ମିଳେ ।

* ଶରୀରରେ କୌଣସି କ୍ଷତ ହେଲାତ ୫-୭ ଲବଙ୍ଗ ଓ ହଳଦୀକୁ ପେଷି କରି ଲଗାଇଲେ ଲାଭ ମିଳେ ।

* କାନ ବା ଦାନ୍ତ ବିନ୍ଧାରେ ଲବଙ୍ଗ ଗୁଣ୍ଡ ବିନ୍ଧାସ୍ଥାନରେ ଲଗାଇଲେ ପୀଡା ଶାନ୍ତ ହୋଇଯାଏ ।

ହଳଦୀ:-

* ହଳଦୀ, ଲୁଣ ଓ କିଛି ସୋରିଷ ତେଲ ମିଶାଇ  ପ୍ରତିଦିନ ଆଙ୍ଗୁଠି ଦ୍ୱାରା ଦାନ୍ତରେ ମାଲିସ କଲେ ପାଇରିଆ, ମୁଖ ଦୁର୍ଗନ୍ଧ ଓ ଦାନ୍ତ ରୋଗରେ ଲାଭ ମିଳେ ।

* ୧ଚାମଚ ହଳଦୀ ଗୁଣ୍ଡକୁ ପ୍ରତିଦିନ ୧ଗିଲାସ ଉଷୁମ ଦୁଧରେ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ସର୍ଦ୍ଦି, କାଶ ଆଦି ହୁଏ ନାହିଁ । ଶରୀରରେ ଦରଜ, ଆଘାତ ତୁରନ୍ତ ଲାଭ ମିଳେ ।

* ଅଧ ଚାମଚ ହଳଦୀକୁ ଅଳ୍ପ ଭାଜି ମହୁସହ ଖାଇଲେ ଗଲା ବସିଯିବା, କାଶ ଆଦିରେ ତୁରନ୍ତ ଲାଭ ମିଳେ ।

* ଯଦି ଶରୀରରେ କେଉଁଠି କଟିଯାଏ ବା ପୋଡିଯାଏ ହଳଦୀ ଗୁଣ୍ଡ ଲଗାଇଲେ ରକ୍ତ ସ୍ରାବ ବନ୍ଦ ହୋଇଯାଏ । ପୋଡିବାର ଫୋଟକା ହୁଏ ନାହିଁ ।

* ଶରୀର କେଉଁଠି ମୋଡ଼ି ହୋଇଗଲେ, ଗୋଟିଏ ମୋଟ ରୁଟି ତିଆରି କରି ଏଥିରେ ତେଲ ଓ ହଳଦୀ ଲଗାଇ ଗରମ  ରୁଟିକୁ ମୋଡା ସ୍ଥାନରେ ଲଗାଇ ପଟି ବାନ୍ଧି ଦେଲେ ତୁରନ୍ତ ଲାଭ ମିଳେ ।

* ଶରୀରର ଫୁନ୍ସି ହେଲେ ହଳଦୀ, ଚନ୍ଦନ ଓ ନିମ୍ବପତ୍ର ବଟା ମିଶାଇ ଲଗାଇ ଫୁନ୍ସି ଠିକ ହୋଇ ଶରୀର ଓ ଚେହେରା ସୌନ୍ଦର୍ଯ୍ୟ ବଢ଼ିଥାଏ ।

ହେଙ୍ଗୁ:-

* ହେଙ୍ଗୁକୁ ଜଳରେ ଘଷି ନାହିର ଆଖ ପାଖରେ ଲେପନ କଲେ ଅଫାରା ଓ ଦରଜ ଭଲ ହୁଏ ।

* ହେଙ୍ଗୁକୁ କ୍ଷୀର ସହ ଘଷି କରି ଛାତି ଉପରେ ଲେପନ କଲେ ସର୍ଦ୍ଦି କାଶରେ ଲାଭ ମିଳେ ।

ଅଦା:-

* ଖାଇବା ଆରମ୍ଭର ୩-୪ ଗୁଣ୍ଡା ଖାଦ୍ୟ ସହ ଅଦା ମିଶାଇ ଖାଇଲେ ଭୋକ ବଢ଼ିଥାଏ

* ୨ଚାମଚ ଅଦାରସରେ କିଛି ମହୁ ମିଶାଇ ଖାଇଲେ, ସର୍ଦ୍ଦି,କଫ, କାଶରେ ଲାଭ ମିଳିଥାଏ ।

* ଯଦି ଥଣ୍ଡାଧରି ଦାନ୍ତ ଦରଜ ଅଛି, ଏକ ଟୁକୁଡା  ଅଦାକୁ ଦାନ୍ତ ମଝିରେ ଚାପି ରଖିଲେ ତୁରନ୍ତ ଲାଭ ମିଳେ ।

* ୨-୩ ଗ୍ରାମ ଶୁଣ୍ଠି ଗୁଣ୍ଡରେ ଅଧ ବା ଏକ ଗ୍ରାମ ଡାଲଚିନି ମିଶାଇ ଦୁଧ ବା ପାଣି ଶକ୍ତି ପ୍ରଦାନ କରି ହଜମ କ୍ରିୟା ଠିକ ରଖିଥାଏ । 

* ଅଦାରସ ଓ ଲେମ୍ବୁରସ ମିଶାଇ ପିଇଲେ କ୍ଷୁଧାହୀନତା ଦୂର ହୋଇ ଭୋକ ବଢ଼ିଥାଏ ।

* ୫ଗ୍ରାମ ଅଦା ଛେଚି, ୨ଗିଲାସ  ପାଣିରେ ସିଝାଇ କିଛି ଲେମ୍ବୁ ଓ ମହୁ ମିଶାଇ ସକାଳୁ ଖାଲି ପେଟରେ ଉଷୁମ ଉଷୁମ ପିଇଲେ ମୋଟା ହେବା  କମିଯାଏ ।

ଲେମ୍ବୁ:-

* ଲେମ୍ବୁରସରେ ମହୁ ମିଶାଇ ମୁହଁରେ ଲଗାଇଲେ ମୁଖ ସୌନ୍ଦର୍ଯ୍ୟ ବଢ଼େ ।

* ଯେଉଁ ମହିଳାଙ୍କ ଅତି ରକ୍ତ ସ୍ରାବ  ବା  ରକ୍ତାର୍ଶ ସମସ୍ୟା ଅଛି, ତେବେ ଫାଳେ ଲେମ୍ବୁ ଚିପୁଡି ଉଷୁମ ଦୁଧ ଢ଼ାଳି ଦୁଧ ଛିଣ୍ଡିଗଲେ ପ୍ରଥମେ ତାକୁ ପିଇନେବ । ସକାଳେ ଖାଲି ପେଟରେ ବା ଋତୁକାଳରେ କେବେ ବି ଏଭଳି କରି ପାରିବ । ଏହା ଦ୍ୱାରା ରକ୍ତ ସ୍ରାବରେ ତୁରନ୍ତ ଲାଭ ମିଳେ । ଏହାର ପ୍ରୟୋଗ ୩-୪ ଦିନ କର । ଯଦି ପୂର୍ଣ୍ଣଲାଭ ନ ମିଳିଲା ଚିକିତ୍ସକଙ୍କୁ ଦେଖାଅ ।

* ୧୦ ମିଲି ଲେମ୍ବୁ ରସରେ ୨୦ ମିଲି ପିଆଜ ରସ ଓ ଇଚ୍ଛାନୁସାରେ ମହୁ ମିଶାଇ ପିଇଲେ ଲିଭର ରୋଗ, କ୍ଷୁଧାହୀନତା ଓ ଅଜୀର୍ଣ୍ଣ ରୋଗରେ ଲାଭ ମିଳେ । 

* ଲେମ୍ବୁରସରେ କିଛି ଅଦା ଓ କିଛି ଲୁଣ ମିଶାଇ ଖାଦ୍ୟ ସହ ଖାଇଲେ ଭୋକ ବଢ଼ିଥାଏ । ଏହାଦ୍ୱାରା ହଜମ କ୍ରିୟାରେ ସୁଧାର ଆସେ ।

* ଗାଡିରେ ଯାତ୍ରା କରିବା ସମୟରେ ବାନ୍ତି ଲାଗିଲେ ଲେମ୍ବୁ ଲୁଣ ଜିଭରେ ଲଗାଇଲେ ବାନ୍ତି ବନ୍ଦ ହୋଇଯାଏ ।

ପିଆଜ:-

* କାନ ଦରଜ ବା ନାକରେ କଞ୍ଚା ପିଆଜକୁ ସାମାନ୍ୟ ଉଷୁମ କରି ଏହାର ରସ ୪-୪ ବୁନ୍ଦା କାନ ବା ନାକରେ ପକାଇଲେ ତୁରନ୍ତ ଲାଭ ମିଳେ । 

* ଯେଉଁ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ବା ଲୁ’ର ପ୍ରଭାବ ଥାଏ ଏବଂ ଯଦି ବାଧ୍ୟ ହୋଇ ଖରାରେ ଯିବା ବା କାମ କରିବାକୁ ପଡେ ତେବେ ଗୋଟେ ପିଆଜ ପକେଟରେ ରଖିବ ବା ସୂତାରେ ବାନ୍ଧି ବେକରେ ଝୁଲାଇବା ଦ୍ୱାରା ଲୁ’ର ଭୟ ରହେ ନାହିଁ ।

* ଗୋଟିଏ ମୁଣାରେ ୮-୧୦ଟି ପିଆଜ ବାନ୍ଧି ଘରର ବାୟୁ ଚଳାଚଳ ପଥରେ ଝୁଲାଇ ଦେଲେ ଏହାର ଚଳନ୍ତି ବାୟୁ ପ୍ରବାହରେ ବ୍ୟାକକ୍ଟରିଆ ବା ଭାଇରସ ଶିଶୁମାନଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

* ଛୋଟ ମାତା ବା ବଡ ମାତା ରୋଗରେ ୧-୧ ଚାମଚ ପିଆଜ ରସ ସହ ୨-୩ଟି ଗୋଲମରିଚ ଗୁଣ୍ଡ ମିଶାଇ କିଛି ଦିନ ପାଇଁ ଦିନକୁ ୨-୩ଥର ପିଆଇଲେ ଏହା ଭଲ ହୋଇଯାଏ ଏବଂ କିଛି ଦିନପରେ ରୋଗର ସେଙ୍କତ ଦାଗ ରହେ ନାହିଁ ।

* କଞ୍ଚା ପିଆଜକୁ ଗରମ କରି ଫୋଡା ଆଦିରେ ବାନ୍ଧିଲେ ତୁରନ୍ତ ପିଡା ପ୍ରଶମିତ ହୁଏ ଏବଂ ଫୋଡା ପାଚି ଯାଇ ଏହାର ମବାଜ (ପୁଜ) ସହଜରେ ବାହାରି ଯାଏ ।

* ପେଟ ଦରଜ ହେଲେ ପାଣିରେ ପିଆଜ ରସ ଓ ଲେମ୍ବୁରସ ଏବଂ ଲୁଣ ମିଶାଇ ପିଇନିଅ । ତୁରନ୍ତ ରୋଗ ଉପଶମ ହୋଇଯିବ ।

ରସୁଣ:-

* ଗୋଟିଏ କୋଲା ରସୁଣକୁ ଟୁକୁଡା କରି ରାତିରେ ପାଣିରେ ଭିଜାଇ ରଖ ସକାଳୁ ଏହାକୁ ଖାଲି ପେଟରେ ଖାଇଲେ କୋଲେଷ୍ଟ୍ରାଲ୍, ହୃଦୟ ରୋଗ ଏବଂ ସନ୍ଧି ବାତରେ ଲାଭ ମିଳେ ।

* ୫୦ ଗ୍ରାମ ରସୁଣକୁ ଗୁଣ୍ଡ କରି ୧୦୦ଗ୍ରାମ ସୋରିଷ ତେଲ, ରାଶିତେଲ ବା ଜୈତୁକ ତେଲରେ ସିଝାଇ, ଛାଣି ରଖ । ଏହାର ପ୍ରୟୋଗରେ ସୁଜନ (ଫୁଲା) ଓ ଦରଜରେ ଲାଭ ମିଳେ । ଏହା ଅତି ଉତ୍ତମ ପ୍ରୟୋଗ ଅଟେ । 

* କାନ ଦରଜ ହେଲେ ଏହି ତେଲରୁ ୩-୩ ବୁନ୍ଦା କାନରେ ପକାଇ ପାରିବ । 

* ଯେଉଁଠାରେ ଯଥେଷ୍ଟ ଅମ୍ଳଜାନର ଅଭାବ ଅଛି, ସେଠାରେ ଏକ ରସୁଣକୁ ଡେଉଁରିଆ ସଦୃଶ ବେକରେ ଝୁଲାଇ ଦେଲେ ଉପଶମ ମିଳିଥାଏ ।

କିଛି ଅନ୍ୟାନ୍ୟ ପ୍ରୟୋଗ ବିଧି:-

* ୨-୩ ଗ୍ରାମ ଡାଲଚିନି ଓ ୨-୩ଟି ଲବଙ୍ଗକୁ ପାଣିରେ ଚାହା ପରି ଗରମ କରି ପିଇବା ଦ୍ୱାରା ହୃତ୍ପିଣ୍ଡ ବ୍ୟଥାରେ ଉପକାର ମିଳେ ତଥା ହୃତପିଣ୍ଡରେ ବଢୁଥିବା ହୃଦବାତର ଆଶଙ୍କା କମିଯାଏ । ଏହି ଚିକିତ୍ସାରେ ଭୂତାଣୁ ସଂକ୍ରମଣରେ ଲାଭ ମିଳେ

* ଗୁଜୁରାତି, ଡାଲଚିନି ଓ ଶୁଣ୍ଠିର ଚୂର୍ଣ୍ଣ ନିୟମିତ ଦୁଧରେ ବା ପାଣିରେ ମିଶାଇ ସେବନ କଲେ ହୃତ୍ପିଣ୍ଡର ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

* କଲରା, କାକୁଡ଼ି ଓ ବିଲାତି ବାଇଗଣର ତାଜା ରସ ସଂଗ୍ରହ କରି ଏକ କପ ରସ ସକାଳେ ଖାଲି ପେଟରେ ପିଇଲେ ମଧୁମେହ ରୋଗରେ ଲାଭ ମିଳେ ଏବଂ ହଜମ କ୍ରିୟା ଠିକ୍ ରହେ ।

* ଲୌକିର ତାଜାରସ ପ୍ରତିଦିନ ସକାଳୁ ପିଇଲେ ହୃତପିଣ୍ଡ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏଥିରେ ସେଓ ରସ ମିଶାଇ ପିଅ । ଏହା କୋଲେଷ୍ଟ୍ରଲ ପରିମାଣ କମ୍ କରିଥାଏ ।

* ଜ୍ୱର ବହୁତ ହେଉଥିଲେ ଆବଶ୍ୟକ ଔଷଧ ସହ ଅଧିକ ଉପଚାର ଦୃଷ୍ଟିରୁ ଲାଉକୁ ଗୋଲେଇ କରି କାଟି ପାଦ ତଳେ ଚାପି ରଖିଲେ ଜ୍ୱର ଶୀଘ୍ର ଓହ୍ଲାଇ ଯିବ ଓ ରୋଗୀକୁ ଶାନ୍ତି ମିଳିବ ।

* ଯାହାଙ୍କ ରକ୍ତହୀନତା, ଦୁର୍ବଳତା ଅଛି, ତାହାଙ୍କୁ ଡାଳିମ୍ବ, ସେଓ ସାଥୀରେ ପାଳଙ୍ଗ ରସ ପିଇଲେ ଶୀଘ୍ର ଫାଇଦା ମିଳିଥାଏ ।

* ୫-୭ଟି ବାଦାମ, ୫-୧୦ ଗ୍ରାମ ଅଖରୋଟ ତଥା ୪-୫ଟି ଗୋଲ ମରିଚକୁ ରାତିରେ ଭିଜାଇରଖ, ସକାଳୁ ଏହାକୁ ଗୁଣ୍ଡକରି ଭଲଭାବରେ ଚୋବାଇ ଖାଅ । ଏହା ଦ୍ୱାରା ସ୍ମରଣ ଶକ୍ତି ଓ ଶାରୀରିକ ଶକ୍ତି ବଢ଼ିଥାଏ ।

* ୧୦ ଗ୍ରାମ କିସମିସ ଏବଂ ୪-୫ ଅଞ୍ଜିର ତଥା ୮-୧୦ ବାଦାମକୁ ରାତିରେ ଭିଜାଇ ପ୍ରତିଦିନ ସକାଳେ ସେବନ କଲେ ଏହା ବଳ କାରକ ଏବଂ ପେଟ ରୋଗ ପାଇଁ ଲାଭ ଦାୟକ ଅଟେ ।

* ମୁନକ୍କା ଏବଂ ଅଞ୍ଜିରକୁ ଦୁଧରେ ସିଝାଇ ସେବନ କରିବା ଦ୍ୱାରା ହଜମ କ୍ରିୟାରେ ସୁଧାର ଆସେ, ବଳବୃଦ୍ଧି ହୁଏ ଏବଂ ଦୁର୍ବଳତା ଦୂରହୁଏ ।

* ଶୀତ ଋତୁରେ ଖଜୁରୀକୁ ଦୁଧରେ ସିଝାଇ ସେବନ କଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ପ୍ରଦ ଅଟେ ।

* ସକାଳୁ ଖାଲି ପେଟରେ ୫ରୁ୧୦ ତାଜା ତୁଳସୀ ପତ୍ର ପାଣି ସହ ଖାଅ ।  । ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ସର୍ଦ୍ଦି, କାଶ, ଜ୍ୱରଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ଲାଭ ଦାୟକ ଅଟେ ।

ସୌଜନ୍ୟ- ଔଷଧ ଦର୍ଶନ

ଦିବ୍ୟ ପ୍ରକାଶନ, ଦିବ୍ୟ ଯୋଗ ମନ୍ଦିର ଟ୍ରଷ୍ଟ, 

ହରିଦ୍ୱାର (ଉତ୍ତରାଖଣ୍ଡ)

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,