ଘରୋଇ ଉପ·ର

 ଘରୋଇ ଉପ·ର

ହୃଦୟ ରୋଗ, ଅମ୍ଳପୀ, ଉଦରରୋଗ, ମେଦ ବହୁଳତା ଏବଂ ମଧୁମେହ

୧) ଲାଭ ୫୦୦ ଗ୍ରାମ ସହ ୭ଟି ପୁଦିନା ପତ୍ର ଓ ୭ଟି ତୁଳସୀ ପତ୍ର ମିଶାଇ ରସ ବାହାର କରି ପ୍ରତିଦିନ ସକାଳେ ଖାଲି ପେଟରେ ପାନ କଲେ ହୃଦୟ ଧମନୀରେ ହେଉଥିବା ଅବରୋଧ ଖୋଲିଯାଏ । ଅମ୍ଳ ପୀ, ସମସ୍ତ ଉଦର ରୋଗ, କୋଲେଷ୍ଟ୍ରୋଲ, ହୃଦୟ ରୋଗ ଏବଂ ମେଦ ବହୁଳତା ପାଇଁ ଲାଭ ରସ ନିୟମିତ ପାନ କରିବା ଉଚିତ ।

୨) ସମାନ ପରିମାଣରେ ଗହମ, ·ଉଳ, ବାଜରା, ଗୋଟା ମୁଗକୁ ଅଳ୍ପ ଭାଜି ଦଲିଆ ପ୍ରସ୍ତୁତ କରିବେ ଓ ଏଥିରେ ପ୍ରତି କି.ଗ୍ରା. ଅନୁପାତରେ ୧୦ ଗ୍ରାମ ଜୁଆଣୀ ଓ ୨୫ ଗ୍ରାମ ଧଳା ରାଶି ମିଶାଇବେ । ୫୦ ଗ୍ରାମ ଦଲିଆକୁ ୪୦୦ ମିଲି ପାଣିରେ ସିଝାଇବେ । ସ୍ୱାଦ ଅନୁସାରେ ଲୁଣ ଓ କିଛି ପରିବା ମଧ୍ୟ ମିଶାଇବେ । ନିୟମିତ ଏହାକୁ ସେବନ କଲେ ମଧୁମେହ, ମେଦ ବହୁଳତା ଓ ହୃଦୟ ରୋଗରେ ଉପକାର ମିଳେ ।

୩) କାକୁଡି, କଲରା ଓ ଟମାଟୋର ରସ ମଧୁମେହ ପାଇଁ ସର୍ବଶ୍ରେଷ୍ଠ ଅଟେ । 

୪) ମେଦ ବହୁଳତା, କୋଷ୍ଠକାଠିନ୍ୟ, କୋଲେଷ୍ଟ୍ରୋଲ, ଚର୍ମରୋଗ ଏବଂ କ୍ୟାନସର ଆଦି ରୋଗରେ ଗୋମୂତ୍ର ଅର୍କ ସର୍ବଶ୍ରେଷ୍ଠ ଅଟେ ।

୫) ୫-୧୦ ଗ୍ରାମ ଅର୍ଜୁନ ଚୂର୍ଣ୍ଣକୁ ୧ କପ୍ କ୍ଷୀର ଓ ୩ କପ୍ ପାଣିରେ ସିଝାଇବେ । ୧ କପ୍ ଅବଶିଷ୍ଟ ରହିବା ପରେ ତାକୁ ଛାଣି ପ୍ରତ୍ୟହ ସକାଳେ ଖାଲି ପେଟରେ ପିଇବେ । ଏହି ଅର୍ଜୁନ କ୍ଷୀର ପାକ ଦୁର୍ବଳ ହୃଦୟ  ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ।

୬) ପ୍ରତିଦିନ ସକାଳେ ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ୧-୧ ଅଶ୍ୱଗନ୍ଧା ପତ୍ରକୁ ହାତରେ ମକଚି ଏକ ଗୋଲି କରି ଖାଦ୍ୟ ଖାଇବାର ୧ ଘା ପୂର୍ବରୁ ଖାଲି ପେଟରେ ପାଣି ସହ ସେବନ କରିବେ । ଏହାକୁ ନିୟମିତ ୧୫ ଦିନ ସେବନ କରିବା ସହିତ ନିୟମିତ ଖାଦ୍ୟ ପରିବେର୍ କେବଳ ଫଳ, ପରିବା, କ୍ଷୀର, ଚହ୍ଲା ଏବଂ ଜୁସ ଖାଇବ ୧୫ ଦିନ ଛାଡ଼ି ପୁଣି ଏହିପରି ୧୫ ଦିନ କରିବେ । ରାମଦେବଜୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ତୁଟକାର ପ୍ରୟୋଗ  କରି ଲକ୍ଷ ଲକ୍ଷ ଲୋକ ମୋଟାପଣରୁ ମୁକ୍ତି ପାଇଥିବା ସହ ସ୍ୱାସ୍ଥ୍ୟ ଲାଭ କରିଛନ୍ତି ।

୭) ଏକ ·ମଚ ତି୍ରଫଳା ଚୂର୍ଣ୍ଣକୁ ୨୦୦ ମିଲି ପାଣିରେ ରାତିରେ ଭିଜାଇ ରଖିବେ । ସକାଳେ ତାହାକୁ ସିଝାଇ ଅଧା ରହିବା ପରେ ଛାଣି ଦେବେ । ଟିକିଏ ଥଣ୍ଡା ହେବା ପରେ ୨ ·ମଚ ମହୁ ମିଶାଇ ପିଇବେ । କିଛିଦିନ ଏହାକୁ ସେବନ କଲେ କିଛି କିଲୋ ଓଜନ ନିଶ୍ଚିତ କମିବ ।

ଚକ୍ଷୁରୋଗ 

୧) ୧୦୦ ମିଲି ଗୋଲାପ ଜଳରେ ୧୦ ଗ୍ରାମ ଶୁଖିଲା ଅଁଳା ଦୁଇଦିନ ପର୍ଯ୍ୟନ୍ତ ବୁଡାଇ ରଖିବେ । ଦୁଇଦିନ ପରେ ଏହାକୁ ବାହାର କରି ୮ ପ୍ରସ୍ତ ହୋଇଥିବା କପଡାରେ ଛାଣିବେ । ତାପରେ ତାହାକୁ ଶିଶିରେ ଭରି ଦେବେ ।

୨-୨ ଟୋପା ଚକ୍ଷୁରେ ପକାଇଲେ ଅଶ୍ରୁଗ୍ରୀବାଧିକ୍ୟ, ନେତ୍ର ଲାଳିମା, ନେତ୍ରଦାହ ଏବଂ ଆଖି କୁଣ୍ଡାଇ ହେବା ଆଦିରେ ଆରାମ ମିଳେ ।

୨) ଧଳା ପିଆଜ ରସ ଓ ମହୁକୁ ସମାନ ମାତ୍ରାରେ ମିଶାଇ ୨-୨ ବୁନ୍ଦା ସକାଳ ଓ ସନ୍ଧ୍ୟାରେ ଆଖିରେ ପକାଇଲେ ଅନ୍ଧାରକଣା ରୋଗ ଦୂର ହୁଏ । ଏହା ଅପସ୍ମାର (ଐଚ୍ଚଗ୍ଦଗ୍ଧରକ୍ସସବ) ରୋଗରେ ମଧ୍ୟ ଉପକାରୀ ।

କଫଜ ରୋଗ

୧୦୦ ଗ୍ରାମ ବାଦାମ ମଞ୍ଜି, ୫୦ ଗ୍ରାମ ଝରାଗୁଡ ଓ ୨୦ ଗ୍ରାମ ଗୋଲମରିଚକୁ ଅଲଗା ଅଲଗା ଗୁଣ୍ଡ କରି ମିଶାନ୍ତୁ । ଏହାକୁ ଶୁଖିଲା ଡବା କିମ୍ବା କାଚ ଶିଶିରେ ରଖନ୍ତୁ । ଏଥିରୁ ସନ୍ଧ୍ୟା ସମୟରେ ଖାଦ୍ୟ ଖାଇବା ପରେ ଏକ ·ମଚ ଉଷୁମ କ୍ଷୀର ସହିତ ସେବନ କଲେ ଜୀର୍ଣ୍ଣ କଫ ରୋଗ, ଥଣ୍ଡା ସର୍ଦ୍ଧି, ସାଇନସ, କୋଷ୍ଠକାଠିନ୍ୟ ଏବଂ ସାଇନସ ଯୋଗୁଁ ହେଉଥିବା ମୁଣ୍ଡ ବ୍ୟଥା ମଧ୍ୟ ଦୂର ହୁଏ ।

ବି:ଦ୍ର:- ଯେଉଁ ବ୍ୟକ୍ତିମାନଙ୍କ ମଧୁମେହ ରୋଗ ଅଛି ସେମାନେ ଗୁଡର ପ୍ରୟୋଗ  କରିବା ଉଚିତ ନୁହେଁ । ଯେଉଁମାନଙ୍କ ଅମ୍ଳପିତ ଅଛି ସେମାନେ ଗୋଲମରିଚ ୧୦ ଗ୍ରାମ ବ୍ୟବହାର କରିବା ଉଚିତ ।

ନାକରୁ ରକ୍ତ ପଡିବା

୧) ଅଶ୍ୱତଥ ପତ୍ରକୁ ବାଟି ରସ ବାହାର କରିବେ । ୫-୫ ବୁନ୍ଦା ଦୁଇ ନାକ ପୁଡାରେ ପକାଇ ଦେଲେ ତୁରନ୍ତ ନାକରୁ ରକ୍ତ ପଡିବା ବନ୍ଦ ହୁଏ । ୩୦-୪୦ଟା ପତ୍ରର ରସ ବାହାର କରି ତା ସହ ମିଶି୍ର ମିଶାଇ ପିଇଲେ ଶୀଘ୍ର ଲାଭ ମିଳେ ।

୨) ରକ୍ତସ୍ରାବ ହେଉଥିଲେ ୫ ରୁ ୧୦ଟି ଅଶ୍ୱତଥ ପତ୍ରରସ ସକାଳେ ଖାଲି ପେଟରେ ପିଇଲେ ରକ୍ତସ୍ରାବରେ ଶୀଘ୍ର ଲାଭ ମିଳେ ।

୩) ୨-୩ ବୁନ୍ଦା ଦୁବଘାସ ରସ ନାକରେ ପକାଇଲେ ନାକରୁ ରକ୍ତ ପଡିବା ଶୀଘ୍ର ବନ୍ଦ ହୁଏ ।

ପୁରୁଣା କାଶ

ଏକ ଛୋଟ ଖଣ୍ଡ ମୁଲେଠି ସହ ୨ଟି ଗୋଲମରିଚ ଓ କିଛି ମିଶ୍ରି ପାଟିରେ ରଖି ଦିନରେ ଦୁଇ ତିନିଥର ଖାଲି ପେଟରେ ଚୁଚୁମିବେ । ଏହାଦ୍ୱାରା ପୁରାତନରୁ ପୁରାତନ କାଶ, ତି ଗଡ଼ ଗଡ଼ ହେବା, ସ୍ବରଭଙ୍ଗ (ତି ବସିବା) ଆଦି ତତ୍କାଳ ଉପଶମ ହୁଏ ।

ଶ୍ୱାସ, କଫ, ସାଇନସ, ପୀନସ ଓ ମୁଣ୍ଡବ୍ୟଥା

୧ ଗ୍ରାମ ରୀଠା ଚୂର୍ଣ୍ଣ, ୨-୩ ଗ୍ରାମ ତି୍ରକଟୁ ଚୂର୍ଣ୍ଣ (ସମ ପରିମାଣରେ ମିଶ୍ରତ ଶୁଣ୍ଠି, ଗୋଲମରିଚ ଓ ପିପ୍ଳୀର ଚୂର୍ଣ୍ଣ)କୁ ୫୦ ମିଲି ପାଣିରେ ପକାଇ ରଖିବେ । ସକାଳେ ପାଣିକୁ ନିଗାଡି ଗୋଟିଏ ପରିଷ୍କାର ଶିଶିରେ ରଖିବେ । ଏହି ଜଳକୁ ଖାଲି ପେଟରେ ସକାଳ ବେଳ କିଛିଦିନ ପର୍ଯ୍ୟନ୍ତ ନାକରେ ପକାଇଲେ ଭିତରେ ଜମା ହୋଇଥିବା କଫ ବାହାରକୁ ବାହାରି ଆସିବ । ଏହାଦ୍ୱାରା ନାସାରନ୍ଧ୍ର ଖୋଲି ଯିବା ସହ ମଥା ବ୍ୟଥା ମଧ୍ୟ ତୁରନ୍ତ ଭଲ ହେବ ।

କାଶ, ସର୍ଦ୍ଧି, ଥଣ୍ଡା, କଫ ଓ ଜ୍ୱର

୧) ବାସଙ୍ଗପତ୍ର ରସ ୧ ·ମଚ, ଅଦାରସ ୧ ·ମଚ ଏବଂ ମହୁ ୧ ·ମଚ ମିଶାଇ ସେବନ କଲେ ସମସ୍ତ ପ୍ରକାର କାଶରେ ଆରାମ ମିଳେ ।

୨) ୭ଟି ତୁଳସୀ ପତ୍ର ଓ ୫ଟି ଲବଙ୍ଗକୁ ଦରକୁଟା କରି ଏକ ଗିଲାସ ପାଣିରେ ସିଝାଇବେ । ଯେତେବେଳେ ପାଣି ଫୁଟି ଅଧା ହୋଇଯିବ ସେତେବେଳେ ଅଳ୍ପ ସୈନ୍ଧବଲବଣ ପକାଇ ତାକୁ ଉଷୁମ ଉଷୁମ ପିଇବ । ଏହା ପିଇବା ପରେ ଶରୀରକୁ ଘୋଡାଇ ରଖିଲେ କିଛି ସମୟ ପରେ ଝାଳ ବାହାରି ଯିବ । ଏହାଦ୍ୱାରା ଜ୍ୱର ତୁରନ୍ତ ଓହ୍ଲାଇ ଯିବ ଏବଂ ଥଣ୍ଡା, ସର୍ଦ୍ଧି, କାଶ ମଧ୍ୟ ଭଲ ହୋଇଯିବ ।

ଛୋଟ ପିଲାଙ୍କର ଥଣ୍ଡା ସର୍ଦ୍ଧି କଫରେ ତୁଳସୀ ଓ ଅଦାରସରୁ ୫-୭ ବୁନ୍ଦା ମହୁରେ ମିଶାଇ ଚଟାଇଲେ ଉପକାର ମିଳେ । ଏହା ନବାଜାତ ଶିଶୁକୁ ମଧ୍ୟ ଅଳ୍ପମାତ୍ରାରେ ଦିଆଯାଇପାରେ ।

୩) ଛୋଟ ପିପ୍ପଳୀ ଖଣ୍ଡିଏକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ଗାଈ ଦୁଗ୍ଧରେ ସିଝାଇବେ । ଏହି ସିଝା ପିପ୍ପଳୀ ଖାଇ ସେଙ୍ଗ ସେଙ୍ଗ କ୍ଷୀର ପିଇବେ । ତାପର ଦିନ ଦୁଇଖଣ୍ଡି ପିପ୍ପଲୀ କ୍ଷୀରରେ ଭଲ ଭାବରେ ସିଝାଇ ପ୍ରଥମ ପିପ୍ପଳୀ ଖାଇ ତାପରେ କ୍ଷୀର ତକ ପିଇବେ । ଏହି ପ୍ରକାରେ ୭ରୁ ୧୧ଟି ଯାଏ ପିପ୍ପଳୀ ଖାଇବେ । ପୁଣି କ୍ରମଶଃ ଗୋଟିଏ ଲେଖାଏଁ ପିପ୍ପଳୀ କମ କରି ପୂର୍ବ ବିଧି ଅନୁସାରେ ଖାଇବେ । ଏହାଦ୍ୱାରା ଅଗ୍ନିମାନ୍ଦ୍ୟ, ଗ୍ୟାସ, ବଦହଜମୀ ଆଦି ରୋଗ ଦୂର ହୁଏ । ଏହାକୁ ସକାଳେ ଖାଲି ପେଟରେ ସେବନ କରିବେ ଓ ନିରାମିଷ ଭୋଜନ କରିବେ । ଘିଅ, ତେଲ ଓ କୌଣସି ପ୍ରକାରର ଖଟା ଜିନିଷ ଖାଇବେ ନାହିଁ ।

୪) ଦମବେଲ (ଞଚ୍ଚକ୍ଷକ୍ଟକ୍ଟ୍ରଷକ୍ଟକ୍ସବସଦ୍ଭୟସମବ) ର ଗୋଟିଏ ପତ୍ର ସହ ଗୋଟିଏ ଗୋଲମରିଚ ପାନ ପରି େ·ବାଇ ଖାଲି ପେଟରେ ଖାଇବେ । ଏହିପରି ତିନିଦିନ ସେବନ କରିଲେ ଦମା ପୀଡିତ ରୋଗୀ ପ୍ରାୟ ଭଲ ହୋଇଯାନ୍ତି । ଏହାକୁ ଅବସ୍ଥା କ୍ରମରେ ୭ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରାଯାଇପାରେ । କେତେକ ରୋଗୀ ଏହାର ସେବନର ବାନ୍ତି କରିପାରନ୍ତି । ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଏହା ସ୍ବଭାବିକ ପ୍ରକି୍ରୟା ଅଟେ । ଯେତେବେଳେ ବାନ୍ତି ବାହାରିଯିବ ଆପେ ଆପେ ଭଲ ହୋଇଯିବ । ଏକମାସ ଯାଏଁ ରୋଗୀ ଘିଅ, ତେଲ, ସମସ୍ତ ପ୍ରକାର ଖଟା ଖାଦ୍ୟ ଓ ଥଣ୍ଡା ଖାଦ୍ୟ ଖାଇବା ଅନୁଚିତ ।

ଉଦରକୃମି (ଐରକ୍ଷଜ୍ଞସଦ୍ଭଗ୍ଧଷସବଗ୍ଦସଗ୍ଦ)

ପ୍ରତିଦିନ ସକାଳେ ଖାଲି ପେଟରେ ଏକ ·ମଚ ଆଡୁପତ୍ରରସ ସେବନ କରିଲେ ୪-୫ ଦିନରେ ପେଟର ସମସ୍ତ କୃମି ବାହାରି ଯିବେ । ଏକ ·ମଚ ମରୁଆ ପତ୍ର ରସରେ ଏକ ଗ୍ରାମ କଦିଲା ଚୁର୍ଣ୍ଣ ମିଶାଇ ଖାଲି ପେଟରେ ଖାଇବେ । ୪-୫ ଦିନ ଖାଇଲା ପରେ ହିଁ ପେଟରୁ ସମସ୍ତ ପ୍ରକାରର କୃମି ବାହାରିଯିବେ ମରୂଆ ପତ୍ରରେ ଅଁଳା, ଧନିଆ, କା ଲଙ୍କା ଏବଂ ସୈନ୍ଧବ ଲବଣ ମିଶାଇ ଚଟଣୀ କରି ସେବନ କଲେ ବଦହଜମୀ, ଗ୍ୟାସ, ଅଗ୍ନିମାନ୍ଦ୍ୟରେ ଉପକାର ମିଳେ ଓ ଉଦର କୃମିରୁ ରକ୍ଷା ମିଳେ ।

କୋଷ୍ଠକାଠିନ୍ୟ (ଉକ୍ଟଦ୍ଭଗ୍ଦଗ୍ଧସକ୍ଟ୍ରବଗ୍ଧସକ୍ଟଦ୍ଭ)

୧) ପ୍ରାତଃ ଭୋଜନରେ ଗୋଟିଏ ସେଓ ଓ ସନ୍ଧ୍ୟା ସମୟରେ ଭୋଜନରେ ଗୋଟିଏ ସେଓ ନିୟମିତ ରୂପରେ ଖାଇଲେ କୋଷ୍ଠକାଠିନ୍ୟ ଓ ମାଇଗ୍ରେନ୍ର ଉପଶମ ହୁଏ ।

୨) ପ୍ରାତଃ କାଳରେ ଏକ କପ ଲାଉ ରସ ପାନ କଲେ ପେଟ ସମ୍ପୂର୍ଣ୍ଣ ପରିଷ୍କାର ହୋଇଥାଏ । ଏହା ପେଟର ସମସ୍ତ ବିକାରକୁ ଦୂର କରେ ଏବଂ ଭବିଷ୍ୟତରେ ରୋଗ ହେବାରୁ ରକ୍ଷା କରେ ।

୩) ନିୟମିତ ଭାବରେ ଅମୃତଭଣ୍ଡା (ପାଚିଲା, କା) ଖାଇଲେ କୋଷ୍ଠ କାଠିନ୍ୟ ପରିସ୍ଥିତି ହୁଏ ନାହିଁ ।

୪) ଯେକୌଣସି ପ୍ରକାର କୋଷ୍ଠକାଠିନ୍ୟରେ ଅମଲତାସର ୧୦-୨୦ ଗ୍ରାମର ଗୁହ୍ୟବଳୀ ନେଲେ ଏଥିରୁ ତୁରନ୍ତ ଆରାମ ମିଳେ ।

୫) ଅଁଳା ଓ ଏଲୋଭେରା ରସର ୪-୪ ·ମଚ ମିଶାଇ ଖାଲି ପେଟରେ ଉଷୁମ ପାଣି ସହ ସେବନ କଲେ ତୁରନ୍ତ କୋଷ୍ଠ କାଠିନ୍ୟ ଦୂର ହୁଏ । ଏହି ଦୁଇଟି ରସ କୋଷ୍ଠକାଠିନ୍ୟ ଦୂର କରିବା ସହ ଶରୀରକୁ ଶକ୍ତି ଯୋଗାଏ ଏବଂ ଶରୀର କୋଷିକା କ୍ଷୟ ରୋକିବା ସହ ସୁସ୍ଥ ଓ ଦୀର୍ଘାୟୁ କରିବାରେ ସହାୟତା କରେ ।

୬) ପିଜୁଳି, ଅମୃତଭଣ୍ଡା, ସେଓ, ଗାଜର, ଲାଉ ଏବଂ ସମସ୍ତ ପ୍ରକାର ସବୁଜ ପରିବା, ମୁନକ୍କା, ଅଁଜିର ଆଦି କୋଷ୍ଠ କାଠିନ୍ୟ ଦୂର କରିବା ପାଇଁ ସାହାଯ୍ୟ କରେ । ଖାଦ୍ୟକୁ େ·ବାଇ ଖାଇବେ ଏବଂ ପ୍ରାତଃ କାଳରେ ସକାଳୁ ଉଠି ୩୦୦ ମିଲିରୁ ଏକ ଲିଟର ପର୍ଯ୍ୟନ୍ତ ଉଷୁମ ପାଣି ଖାଲି ପେଟରେ ପିଇବେ । ଯଦି ଏହି ଜଳ ତମ୍ବାପାତ୍ରରେ ରଖାଯାଇଥାଏ ତେବେ ଉମ ।

ଅର୍ଶ ଓ ଭଗନ୍ଦର (ବବାସୀର)

୧) ୧୦୦-୨୦୦ ମି.ଗ୍ରା. (ଗୋଟିଏ ବୁଟ ଆକାରର) ଦେଶୀ କର୍ପୂର ଖଣ୍ଡିଏ ପାଚିଲା କଦଳୀ ଭିତରେ ଭିର୍ କରି ଖାଲି ପେଟରେ ଥିବାବେଳେ ଗିଳି ପକାଇବ । ଗୋଟିଏ ଥର ଖାଇବା ପରେ ରକ୍ତାର୍ଶରେ ରକ୍ତସ୍ରାବ ବନ୍ଦ ହୋଇଯିବ । ରକ୍ତସ୍ରାବ ବଳ ନ େହଲେ ଉପରୋକ୍ତ ଉପ·ର ଦିନରେ ତିନିଥର କରି ତିନିଦିନ ଯାଏଁ କରିପାରନ୍ତି । ଏଥିରୁ ଅଧିକ ଥର କରିବେ ନାହିଁ । ଏହାକୁ ପ୍ରୟୋଗ କରିବା ପରେ ପାଚିଲା କଦଳୀ ଖାଇବା ନିଷେଧ ।

୨) ଏକ କପ ଉଷୁମ ଗାଈ କ୍ଷୀରରେ ଫାଳେ ଲେମ୍ବୁ ଚିପୁଡି ଦିଅ । ତାହା ଫାଟି ଯିବା ପୂର୍ବରୁ ତୁରନ୍ତ ପିଇ ଦିଅ । ଏହାଦ୍ୱାରା ରକ୍ତାର୍ଶରୁ ରକ୍ତ ତୁରନ୍ତ ବନ୍ଦ ହୋଇଥାଏ । ଏହି ପ୍ରୟୋଗକୁ ଦୁଇଥରରୁ ଅଧିକ କରିବେ ନାହିଁ ।

୩) ନଡିଆ କତାକୁ ପୋଡି ପାଉଁଶ କରି ତାକୁ ଚଲାଇ ରଖିବ । ତିନି-ତିନି ଗ୍ରାମ କରି ଏହି ପାଉଁଶକୁ ସକାଳେ ଓ ମଧ୍ୟାହ୍ନରେ ଖାଲି ପେଟରେ ଦହିପାଣି ସହ ଓ ସନ୍ଧ୍ୟାରେ ଉଷୁମ ପାଣି ସହ ସେବନ କରିବ । ଗୋଟିଏ ଥର ସେବନ କରିଲେ ହିଁ ବବାସୀରରେ ଆଶାତୀତ ଲାଭ ମିଳିଥାଏ । ମାସିକ ଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଏବଂ ଶ୍ୱେତ ପ୍ରଦରରେ ମଧ୍ୟ ଏହା ଲାଭଦାୟକ ଅଟେ । ବାନ୍ତି, ହଇଜା ଓ ହାକୁଟିରେ ଏହି ଭସ୍ମରୁ ୧-୧ ଗ୍ରାମ ମାତ୍ରାରେ ଅଳ୍ପ ଜଳ ସହ ସେବନ କଲେ ବିଶେଷ ଲାଭ ମିଳେ ।

୪) କୋୟନ ମଞ୍ଜିର ଚୂର୍ଣ୍ଣ ପ୍ରସ୍ତୁତ କରି ପ୍ରଭାତରେ ଚହ୍ଲା ସହ ଓ ସନ୍ଧ୍ୟା ସମୟରେ ଜଳ ସହ ସେବନ କଲେ ବବାସୀର ରକ୍ତସ୍ରାବ ଓ କୋଷ୍ଠକାଠିନ୍ୟରେ ଲାଭ ମିଳିଥାଏ ।

୫) ନାଗବର୍ଜାନର ୪-୪ ପତ୍ର େ·ବାଇ ଖାଇଲେ ରକ୍ତାର୍ଶ ଏବଂ ଅତି ମାସିକ ସ୍ରାବରେ ଉପକାର ମିଳେ ।

ସୁଖ ପ୍ରସବ (ଘକ୍ଟକ୍ସଜ୍ଞବକ୍ଷ ଊରକ୍ଷସଙ୍ଖରକ୍ସ)

ଅପମାରଙ୍ଗ (ଇମଷଚ୍ଚଙ୍ଗବକ୍ସଗ୍ଧଷରଗ୍ଦ ବଗ୍ଦକ୍ଟ୍ରରକ୍ସବକ୍ଷସବଦ୍ଭ) ର ମୂଳକୁ ଉପôାଟନ କରି ୩-୩ ଇର ଖଣ୍ଡ ବାଟି ଭଲ ସୂତାରେ ଗୁନ୍ଥି ମାଳା ପ୍ରସ୍ତୁତ କରିବେ । ପ୍ରସବ ପୀଡା ଆରମ୍ଭ ହେବା ମାତ୍ରେ ଏହି ମାଳାକୁ ମହିଳାଟିର ଅାରେ ବାନ୍ଧି ଦେଲେ ୫-୧୦ ମିନିଟ ମଧ୍ୟରେ ସାଧଶରଣ ପ୍ରସବ ହେବ । ଯଦି ପ୍ରସବ ସହଜ ନହୁଏ ତେବେ ଅପମାରଙ୍ଗ ମୂଳର ଚୂର୍ଣ୍ଣ ନାଭିର ·ରିପାଶ୍ୱର୍ ଓ ପେଟର  ତଳ ଅଂଶରେ ଲଗାଇ ଦିଆଯାଇପାରେ । ଏହା ବହୁ ପରୀକ୍ଷିତ ତଥା ଚମକ୍ରାରୀ ଯୋଗ ଅଟେ ଯାହା ଅନେକ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇଅଛି । ପ୍ରସବର ତୁରନ୍ତ ପରେ ପରେ ଅାରେ ବନ୍ଧା ଯାଇଥିବା ଅପମାରଙ୍ଗ ମୂଳର ଲେପ ଓ ମାଳା ବାହାର କରିଦେବେ, ନଚେତ ହାନୀ ସମ୍ଭାବନା ରହିଛି ।

ଅପମାରଙ୍ଗର ଅନ୍ୟାନ୍ୟ ପ୍ରୟୋଗ:

୧) ଅପମାରଙ୍ଗ ମୂଳ ବା ଅପମାରଙ୍ଗ ଡାଳରେ ଦାନ୍ତ ଘଷିଲେ ଦାନ୍ତ ମଜବୁତ ହୁଏ ଏବଂ ପାୟରିଆ ଆଦି ଦନ୍ତ ରୋଗରୁ ମୁକ୍ତି ମିଳେ ।

୨) ଅପମାରଙ୍ଗ ପତ୍ରକୁ ୩ଟି ଯେକୌଣସି ପ୍ରକାରର ଗଣ୍ଠି କଷ୍ଟରେ ଗଣ୍ଠିରେ ଲେପ ଦେଲେ ରୋଗୀର ବିଶେଷ ଉପକାର ମିଳେ ।

୩) ଅପମାରଙ୍ଗ ମଂଜିକୁ ·ଉଳ ପରି କ୍ଷୀରରେ ଖିରୀ ପ୍ରସ୍ତୁତ କରି ଖାଇଲେ ଉସ୍ମକ ରୋଗ ଭଲ ହୁଏ । ଯେଉଁମାନଙ୍କୁ ସର୍ବଦା ଅଧିକ କ୍ଷୁଧା ହେଉଥାଏ ସେମାନେ ଏହି ଖିରୀ ଖାଇଲେ ନିଜର ଭୋକକୁ ନିୟନ୍ତ୍ରଣ କରିପାରିବେ । କେତେକ ଯୋଗୀ ପୁରୁଷ ବହୁଦିନ ପର୍ଯ୍ୟନ୍ତ ଉପବାସ କରିବାର ଥିଲେ ତା’ ପୂର୍ବରୁ ଏହି ଅପମାରଙ୍ଗ ମଞ୍ଜିର ଖିରି ଖାଇଥାଆନ୍ତି । ଏହାଦ୍ୱାରା ସେମାନଙ୍କୁ ଭୋକ ଲାଗେ ନାହିଁ ।

ମା’ ମାନଙ୍କ ଦୁଗ୍ଧ ବର୍ଦ୍ଧନ ପାଇଁ

୧) ଯେଉଁ ମା’ ମାନଙ୍କ ସ୍ତନରୁ କ୍ଷୀର ଶୁଖି ଯାଇଥାଏ ବା କମ୍ ହୋଇଯାଇଥାଏ ସେମାନଙ୍କର ପୁନଃ ଯଥେଷ୍ଟ କ୍ଷୀର ହେବା ପାଇଁ ଶତାବରୀ ଚୂର୍ଣ୍ଣ ୩ ରୁ ୫ ଗ୍ରାମ ସକାଳ ସନ୍ଧ୍ୟାରେ ଗାଈ କ୍ଷୀର ସହ ସେବନ କରିବା ଉଚିତ । ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥାରେ ୨-୩ ଗ୍ରାମ ଶତାବରୀ ଚୂର୍ଣ୍ଣ ସେବନ କରିପାରିବେ । ଏପରି କରିବା ଦ୍ୱାରା ପ୍ରସବ ପରେ ସ୍ତନରେ କ୍ଷୀରର ଅଳ୍ପତା ହେବ ନାହିଁ । ପ୍ରସବ ପରେ ମଧ୍ୟ ମା’ ମାନେ ଶତାବରୀ ଚୂର୍ଣ୍ଣ ସେବନ ଚଳାଇ ରଖିପାରିବେ । ଏପରିକି ଗାଈ ଛେଳିଙ୍କୁ ଦୈନିକ ୫୦-୫୦ ଗ୍ରାମ ଶତାବରୀ ଚୂର୍ଣ୍ଣ ସକାଳେ ସନ୍ଧ୍ୟାରେ ଦେଲେ ସେମାନେ ଅଧିକ କ୍ଷୀର ଦେବେ ।

୨) ·ଉଳ ଓ ଧଳା ଜିରାର ଖିରୀ ପ୍ରସ୍ତୁତ କରି ଖାଇଲେ ସ୍ତନରେ ଅଧିକ କ୍ଷୀର ହୁଏ । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏକଗ୍ରାମ ଧଳାଜିରା ଚୂର୍ଣ୍ଣ ଓ ସମପରିମାଣର ମିଶ୍ରି ଏକଗ୍ଲାସ କ୍ଷୀରରେ ମିଶାଇ ପିଇଲେ ମା’ମାନଙ୍କର ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ ।

କର୍ଣ୍ଣଶୂଳ

୧) ସୁଦର୍ଶନ ଗଛର ପତ୍ରକୁ କୁଟି ବାଟି ରସ ବାହାର କରିବ । ଏହାକୁ ଉଷୁମ କରି ୨-୨ ବୁନ୍ଦା କାନରେ ଦିନକୁ ୨ ଥର ପକାଇଲେ ପ୍ରଥମ ଦିନ ହିଁ କର୍ଣ୍ଣଶୂଳରେ ଉପକାର ମିଳେ ।

୨) ପୂର୍ଣ୍ଣ ବୀଜର ପାଚିଲା ପତ୍ରକୁ କୁଟି ସ୍ବରସ ବାହାର କରି ତାର ଦୁଇ-ଦୁଇ ବୁନ୍ଦା ଉଷୁମ ରସ କାନରେ ପକାଇଲେ କର୍ଣ୍ଣଶୂଳ ଉପସମ ହୁଏ ।

୩) ତୁଳସୀ ପତ୍ରର ସ୍ବରସ ବାହାର କରି ତାକୁ ଉଷୁମ କରି ୨-୨ ବୁନ୍ଦା କାନରେ ପକାଇଲେ କର୍ଣ୍ଣସ୍ରାବ ବନ୍ଦ ହୁଏ ।

୪) ୩୦-୪୦ଟି ନିମପତ୍ର ଓ ୧୦ଟି ରସୁଣ ପାଖୁଡା ବାଟି ୫୦ ମିଲି କଟୁ ତେଲ ରାନ୍ଧି ଛାଣି କରି ରଖିବେ । ଏଥିରୁ ୪-୪ ବୁନ୍ଦା କାନରେ ପକାଇଲେ କର୍ଣ୍ଣଚୂଳ କାନରୁ ସାୟଁ ସାୟଁ ଶବ୍ଦ ବାହାରିବା, କର୍ଣ୍ଣସ୍ରାବ ଓ କର୍ଣ୍ଣ ବିଧିରତାରେ ଲାଭ ମିଳେ ।

ଦନ୍ତ ବିକାର

୧) କଦଳୀ, ସୈନ୍ଧବ ଲବଣ, ଫିଟିକିରି, ତି୍ରଫଳା, ଲିମ୍ବପତ୍ର ବା ଛାଲି,ବବୁଲ ଗଛର ଛାଲି ୧୦୦-୧୦୦ ଗ୍ରାମ ଏବଂ ଲବଙ୍ଗ ୨୦ ଗ୍ରାମ ମିଶାଇ ସବୁକୁ ଗୁଣ୍ଡ କରିବ । ସକାଳ ଓ ରାତି୍ରରେ ଶୋଇବା ପୂର୍ବରୁ ଏହି ଗୁଣ୍ଡରେ ଦନ୍ତମଞ୍ଜନ କରିବେ । ଏହାଦ୍ୱାରା ପାଇରିଆ, ମୁଖ ଦୁର୍ଗନ୍ଧ, ଥଣ୍ଡା ଓ ଉଷୁମ ପାଣି ଦାନ୍ତରେ ଲାଗିଲେ ଦାନ୍ତ କଷ୍ଟ ଇତ୍ୟାଦି ରୋଗ ଦୂର ହୁଏ ।

୨) ସୈନ୍ଧବ ଲବଣ ଓ ହଳଦୀ ସହ ସୋରିଷ ତେଲ ମିଶାଇ ଦାନ୍ତ ଉପରେ ଘଷିଲେ ପାଇରିଆ, ଦନ୍ତଶୂଳ ଆଦି ଏବଂ ମୁଖ ଗହ୍ୱର ରୋଗ ଉପଶମ ହୁଏ ।

୩) ନିୟମିତ ରୂପରେ ରାଶି ତେଲର ଗର୍ଗଲ କରିଲେ ମୁଖ ରୋଗ ତଥା ଦାନ୍ତ ରୋଗ ଉପଶମ ହୁଏ ।

୪) ପିଲାଙ୍କ ଦାନ୍ତ ବାହାରିବା ସମୟରେ ମାଢ଼ିରେ ଟାଙ୍ଗଣା ଭସ୍ମରେ ମହୁ ମିଶାଇ ଲଗାଇଲେ ସୁଗମତା ସହ ଦାନ୍ତ ବାହାରେ ।

ପଥରୀ

୧) ପ୍ରତ୍ୟେକ ଦିନ ପ୍ରାତଃ କାଳରେ ପତ୍ଥର ଚଟ୍ଟା (ଈକ୍ସଚ୍ଚକ୍ଟକ୍ଟ୍ରଷଚ୍ଚକ୍ଷକ୍ଷଙ୍କଜ୍ଞ କ୍ଟ୍ରସଦ୍ଭଦ୍ଭବଗ୍ଧଙ୍କଜ୍ଞ) (ଖକ୍ଟଦ୍ଭଳଙ୍କକ୍ସଚ୍ଛ) ର ଦୁଇ ତିନୋଟି ପତ୍ର େ·ବାଇ ଖାଆନ୍ତୁ । କିଛିଦିନ ଖାଇବା ପରେ ସମସ୍ତ ପ୍ରକାରର ଅଶ୍ମରୀ ଓ ପିାଶୟ ତଥା ମୂତ୍ର ବିକାରରେ ନିଶ୍ଚିତ ଭାବରେ ଉପକାର ମିଳିବ ।

୨) ପୀପଳଗଛ ଛାଲିକୁ ୫ ଗ୍ରାମ ଓ ଲିମ୍ବଗଛ ଛାଲି ୫ ଗ୍ରାମ, ସର୍ବକଳ୍ପ କ୍ୱାଥ ୨୦୦ ଗ୍ରାମ ଓ ବୃକକଦର କ୍ୱାଥକୁ ଏକତ୍ର ମିଶାଇ ଏହି ମିଶ୍ରଣରୁ ୧ ଗ୍ରାମ ନେବେ । ଏହାକୁ ୪୦୦ ମିଲି ପାଣଶିରେ ସିଝାଇ ୧୦୦ ମିଲି ରଖିବେ । ଏହାକୁ ଛାଣି ସକାଳ ପ୍ରାତଃ ଭୋଜନ ଓ ସନ୍ଧ୍ୟା ବେଳେ ଖାଦ୍ୟ ଖାଇବାର ୧ ଘା ପୂର୍ବରୁ ପାନ କରିବେ । ଏହାର ନିୟମିତ ପ୍ରୟୋଗରେ କିଛିଦିନ ମଧ୍ୟରେ ରକ୍ତରୁ ୟୁରିଆ ଏବଂ କି୍ରଏଟିନର ମାତ୍ରା କମିଯିବ ।

ମଧୁମେହ

୧) କାକୁଡି, କଲରା ଓ ଟମାଟୋରୁ ଗୋଟିଏ ଲେଖାଏଁ ଜୁସ କରିବେ । ସକାଳେ ଖାଲି ପେଟରେ ଏହି ଜୁସ ପିଇଲେ ମଧୁମେହରେ ଉପକାର ମିଳେ ।

୨) ଜାମୁକୋଳି ମଞ୍ଜିକୁ ପାଉଡର କରି ସକାଳ ସନ୍ଧ୍ୟା ଖାଲି ପେଟରେ ପାଣି ସହ ସେବନ କରିଲେ ମଧୁମେହ ନିୟନ୍ତ୍ରିତ ହୁଏ ।

୩) ୭ଟି ନିମ୍ବପତ୍ର ସକାଳେ ଖାଲି ପେଟରେ େ·ବାଇ ଖାଇଲେ ଅଥବା ପାଣି ସହ ଖାଇଲେ ମଧୁମେହରେ ଉପକାର ହୁଏ ।

୪) ୭ଟି ସଦାବିହାରୀ ଫୁଲ ଖାଲି ପେଟରେ ପାଣି ସହ େ·ବାଇ ଖାଇଲେ ମଧୁମେହରେ ଉପକାର ମିଳେ ।

୫) ଗି-ଜାମୁ, କୁଟକୀ, ନିମ୍ବପତ୍ର, ଚିରେଇତା, କାଲମେଘ (ଭୂଇଁନିମ୍ବ), ଶୁଖିଲା କଲରା, କଳାଜିରା, ମେଥୀ ଏ ସମସ୍ତଙ୍କୁ ସମାନ ମାତ୍ରାରେ ନେଇ ଚୁର୍ଣ୍ଣ କରି ଦେବେ । ଏହି ଚୂର୍ଣ୍ଣରୁ ୧-୧-୧ ·ମଚ ସକାଳେ ସନ୍ଧ୍ୟା ଖାଲି ପେଟରେ ପାଣି ସହ ସେବନ କରିଲେ ମଧୁମେହ ରୋଗରେ ବିଶେଷ ଉପକାର ମିଳେ ।

୬) ଅଧ·ମଚ ଲେଖାଏଁ କରଞ୍ଜ ମଂଜିଚୁର୍ଣ୍ଣ ସକାଳେ-ସନ୍ଧ୍ୟାରେ ଉଷୁମ ପାଣି ସହ ସେବନ କରିଲେ ମଧୁମେହ ରୋଗରେ ଉପକାର ମିଳେ ।

୭) ଗଙ୍ଗ ଶିଉଳୀ ଗଛର ୫ଟି ପତ୍ରକୁ କାଢ଼ା କରି ପ୍ରତ୍ୟେହ ପ୍ରାତଃ କାଳରେ ଖାଲି ପେଟରେ ପିଇଲେ ରକ୍ତର ଶର୍କରା ମାତ୍ରା ନିୟନ୍ତ୍ରିତ ରହେ ।

ବାତରୋଗ

୧) ହଳଦୀ, ମେଥିଦାନା ଓ ଶୁଣ୍ଠି ପ୍ରତ୍ୟେକରୁ ୧୦୦ ଗ୍ରାମ ଲେଖାଏଁ ଏବଂ ଅଶ୍ୱଗନ୍ଧ ଚୂର୍ଣ୍ଣ ୫୦ ଗ୍ରାମ ମାତ୍ରା ନେଇ ଚୂର୍ଣ୍ଣ କରିବେ । ଏଥିରୁ ଏକ ·ମଚ ଲେଖାଏଁ ସକାଳେ ଜଳଖିଆ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବା ପରେ ଉଷୁମ ପାଣି ସହ ସେବନ କରିବେ । ଏହାକୁ ସେବନ କରିଲେ ଗଣ୍ଠି ଦରଜ, ଗଣ୍ଠିବାତ ଅା ଦରଜ ଆଦିରେ ବିଶେଷ ଉପକାର ମିଳେ ।

୨) ମୁଥା ମୂଳକୁ ପାଉଡର କରି ପ୍ରତ୍ୟେହ ସକାଳ ସନ୍ଧ୍ୟା ଏକ ବା ୨ ଗ୍ରାମ ଲେଖାଏଁ କ୍ଷୀର ଅଥବା ପାଣି ସହ ସେବନ କରିଲେ ଆଣ୍ଠୁଗଣ୍ଠି ଦରଜ ଓ ଗଣ୍ଠିବାତରେ ଆଶ୍ଚର୍ଯ୍ୟଜନକ ଲାଭ ମିଳେ ।

୩) ନିର୍ଗୁଣ୍ଡୀ ପତ୍ରର ଚୂର୍ଣ୍ଣକୁ ଏକ·ମଚ ଲେଖାଏଁ ସକାଳ ସନ୍ଧ୍ୟା ଖାଦ୍ୟ ଖାଇବା ପରେ ଜଳ ସହ ସେବନ କରିଲେ ବାତରୋଗରେ ଉପଶମ ହୁଏ ।

୪) ଜଡାଗଛ ପତ୍ରକୁ ବାଟି ଉଷୁମ କରି ଗଣ୍ଠିମାନଙ୍କରେ ଲେପନ କଲେ ଲାଭ ମିଳେ ।

୫) ଗଙ୍ଗ ଶିଉଳୀ ଗଛର ୫ଟି ପତ୍ରରୁ କାଢ଼ା ପ୍ରସ୍ତୁତ କରି ପ୍ରାତଃ କାଳରେ ଖାଲି ପେଟରେ ପିଇଲେ ସିଆଟିକାର କଷ୍ଟ ଦୂର ହୁଏ ।

ମୁଣ୍ଡ ବିନ୍ଧା

୧) ୪-୪ ବୁନ୍ଦା ଖାି ଗାଈ ଘିଅ ନାକ ପୁଡାରେ ପକାଇଲେ ଅନିଦ୍ରା ଓ ମାଇଗ୍ରେନରେ ଲାଭ ମିଳେ ।

୨) ନିର୍ଗୁଣ୍ଡି ପତ୍ରର ସ୍ବରସ ବାହାର କରି ୪-୪ ବୁନ୍ଦା ନାକ ପୁଡାରେ ପକାଇଲେ ଶିରଶୂଳ ତଥା ମାଇଗ୍ରେନରେ ଲାଭ ମିଳେ ।

୩) ସକାଳେ ଖାଲି ବାଟରେ ଏବଂ ରାତ୍ରୀରେ ଶୋଇବା ସମୟରେ ବାଦାମ ତେଲ, ନାକରେ ପକାଇଲେ ମଥା ବ୍ୟଥା, ମାଇଗ୍ରେନ, ଅନିଦ୍ରା, ସ୍ମୃତି ଦୁର୍ବଳତା, ମଥାରେ ଭାଣିପଣ, ପକ୍ଷାଘାତ, କମ୍ପବାତ, ଡିପ୍ରେସନ ଓ ସାଇନସ ଆଦିରେ ବିଶେଷ ଲାଭ ମିଳେ ।

କେଶ ଝଡିବା ଓ ପାଚିବା

୧) ନିୟମିତ ଭାବରେ ନିଜର ଦୁଇ ହାତ ଆଙ୍ଗୁଠି ନଖ ଗୁଡିକୁ ପରସ୍ପର ସହ ୨-୩ ଥର ୫ ମିନିଟ ଘଷିବେ । ଏହି ପ୍ରୟୋଗ ନିୟମିତ ଅଭ୍ୟାସ କଲେ କେଶ ଝଡିବା ଓ ପାଚିବା ବନ୍ଦ ହୁଏ, କେଶ କଳା ଏବଂ ଘନ ହୁଏ । ଏହି ପ୍ରୟୋଗ ଦ୍ୱାରା ହଜାର ହଜାର ବଂଶାନୁକ୍ରମିକ ଚନ୍ଦା ଲୋକଙ୍କ କେଶ ଉଠିବା ଏବଂ ୭୦ ବର୍ଷ ବୃଦ୍ଧଙ୍କର ମଧ୍ୟ କେଶ କଳା ହେବା ପରୀକ୍ଷା କରି ଦେଖାଯାଇଛି ।

୨) ବିରୁଡି ବସା (ଯେଉଁଥିରୁ ବିରୁଡି ଉଡି ଯାଇଥିବେ) ରୁ ୫ ଗ୍ରାମ ଦେଶୀର ୧୦-୧୫ ପତ୍ରକୁ ଅଧଲିଟର ନଡିଆ ତେଲ ପକାଇ କମ ଜାଳି ସିଝାଇବେ । ସିଝି ସିଝି ଯେତେବେଳେ ବିରୁଡି ବସା ଖଣ୍ଡ କଳା ହୋଇଯିବ ସେତେବେଳେ ତେଲକୁ ନିଆଁରୁ ଓହ୍ଲାଇ ଥଣ୍ଡା କରି ଦେବେ । ଥଣ୍ଡା ହେଲା ପରେ ସେହି ତେଲକୁ ନିଗାଡି ଶିଶିରେ ଭରି ରଖିବେ । ପ୍ରତିଦିନ ଏହି ତେଲକୁ ଧିରେ ଧିରେ ମଥାରେ ମାଲିସ କଲେ କେଶ ଉଠିବ ।

ଶୀତପିତ (ଟକ୍ସଗ୍ଧସମବକ୍ସସବ)

୧) ୫୦ ମିଲି ନଡିଆ ତେଲ ଓ ୫ ଗ୍ରାମ ଦେଶୀ କର୍ପୁର, ଦୁଇଟିକୁ ମିଶାଇ ଶୀତ-ପି ଉପରେ ଲଗାଇଲେ ତୁରନ୍ତୁ ଆରାମ ମିଳେ ଏବଂ ଜଳାପୋଡା ଯନ୍ତ୍ରଣା ଶାନ୍ତ ହୁଏ ।

୨) ୫ଟି କଳାଗୋଲମରିଚ, ୪ ·ମଚ ଖଣ୍ଡ ସାରି ଏବଂ ୪ ·ମଚ ଦେଶୀ ଗାଈ ଘିଅକୁ ମିଶାଇ ସେବନ କଲେ ଶୀତ ପି ବା ପିକୁରାରେ ଲାଭ ମିଳେ ।

ଓଠ ଫାଟିବା

ପ୍ରତିଦିନ ସ୍ନାନ ପରେ ନାହିରେ ସୋରିଷ ତେଲ ମାଲିସ କଲେ ଓଠ ଫାଟିବା ବନ୍ଦ ହୋଇଯାଏ । ଏହା ସେଙ୍ଗ ନିଜ ଚେହେରାର ରୁକ୍ଷତା ଦୂର ହୋଇ ସୌନ୍ଦର୍ଯ୍ୟ ବଢ଼ାଇଥାଏ ।

ପାଦ ଫାଟିବା (ଉକ୍ସବମଳଗ୍ଦ କ୍ଟଲ ଐରରକ୍ଷ)

୫୦ ମିଲି ସୋରିଷ ତେଲ, ୨୫ ଗ୍ରାମ ଦେଶୀ ମହମ, ୫ ଗ୍ରାମ କର୍ପୁର ସଂଗ୍ରହ କର । ସୋରିଷ ତେଲକୁ ଗରମ କର । ତେଲ ଫୁଟିବା ଆରମ୍ଭ ହେଲେ ସେଥିରେ ଧୀରେ ଧୀରେ ମହମକୁ ମିଳାଇ ଦିଅ । ଯେତେବେଳେ ମହମ ତେଲ ସହ ପୁରା ମିଳାଇ ଯିବ ସେତେବେଳେ ତେଲ ବାସନଟି ନିଆଁରୁ ଆଣି ଥଣ୍ଡା କର । ନଖ ଉଷୁମ ଥିଲାବେଳେ ସେଥିରେ କର୍ପୂର ମିଶାଇ ଦିଅ । ଏହି ରୂପେ ପ୍ରସ୍ତୁତ ହୋଇଥିବା ମଲମକୁ ରାତିରେ ଶୋଇବା ପୂର୍ବରୁ ଫାଟ ସ୍ଥାନରେ ଲଗାଅ । ପ୍ରଥମ ଦିନରୁ ହିଁ ଆରୋଗ୍ୟ ଲକ୍ଷ୍ୟ କରିବ ।

ଚକ୍ଷବଗ୍ଧରକ୍ଷରଗ୍ଧଗ୍ଦ ବଢ଼ାଇବା ପାଇଁ

୧) ପ୍ରତିଦିନ ଖାଲି ପେଟରେ ୨୫-୫୦ ଗ୍ରାମ ଘି କୁଆଁରିର ମଞ୍ଜି ଖାଇବା ଦ୍ୱାରା କିମ୍ବା ଘି କୁଆଁରିର ରସ ପିଇବା ଦ୍ୱାରା କମ ହୋଇଥିବା ରକ୍ତ ଚକ୍ରିକା (ଚକ୍ଷବଗ୍ଧରକ୍ଷରଗ୍ଧଗ୍ଦ) ଗୁଡିକର ସଂଖ୍ୟା ବଢ଼ିଯାଏ । ଏହାର ସେବନ ଦ୍ୱାରା ସମସ୍ତ ପେଟ ବିକାର, ସ୍ତ୍ରୀମାନଙ୍କ ରୋଗ, ବାତରୋଗ, ଥାଲାସେମିୟା, ହେପାଟାଇଟିସ ‘ବି’, ପେଟ ଫୁଲିବା, ଭୋକ ନ ଲାଗିବା, ଖାଇବା ପରେ ପେଟରେ ଜ୍ୱଳନ ହେବା, ସ୍ତ୍ରୀମାନଙ୍କ ମାସିକ ଧର୍ମର ଅନିୟମିତତା, ମୂତ୍ରସ୍ରାବ ସମୟରେ ଜ୍ୱଳନ, ମୂତ୍ର ରହି ରହି ହେବା ଆଦି ରୋଗରେ ଆରାମ ମିଳେ ।

୨) ଅମୃତଭଣ୍ଡା ରସ ବାହାର କରି ୨୫-୫୦ ମିଲି ମାତ୍ରାରେ ସକାଳେ ସନ୍ଧ୍ୟାରେ ସେବନ କଲେ ଚକ୍ଷବଗ୍ଧରକ୍ଷରଗ୍ଧଗ୍ଦ ବଢ଼ିଥାଏ ।

ସୌଜନ୍ୟ-ଔଷଧ-ଦର୍ଶନ

ଦିବ୍ୟ ପ୍ରକାଶନ, ଦିବ୍ୟଯୋଗ ମନ୍ଦିର

ଟ୍ରଷ୍ଟ, ହରିଦ୍ୱାର


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,