ପ୍ରାକୃତିକ ସ୍ନାନ ଓ ସ୍ବାସ୍ଥ୍ୟ

 ପ୍ରାକୃତିକ ସ୍ନାନ ଓ ସ୍ବାସ୍ଥ୍ୟ

ପୁରାତନ କାଳରେ ଲୋକମାନେ ସ୍ବାସ୍ଥ୍ୟର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସ୍ନାନ ଦ୍ୱାରା ଶରୀ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ । ସେ ସମୟରେ ବ୍ୟକ୍ତି ପ୍ରାକୃତିକ ସାଧନା ଯଥା-ମାଲିସ, ସ୍ନାନ, ଯୋଗ ଇତ୍ୟାଦି ମାଧ୍ୟମରେ ନିଜ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁଥିଲା । ଧୀରେଧୀରେ ସମୟ ସହିତ ତାଳ ଦେଇ ମନୁଷ୍ୟ ନିଜକୁ ବଦଳାଇଲା ଏବଂ ସେଇ ପ୍ରାକୃତିକ ସାଧନ ସବୁକୁ ତ୍ୟାଗ କରି ରଚନାତ୍ମକ ସାଧନ ଉପରେ ଅଧିକ ଜୋର ଦେଲା । ଫଳରେ ମନୁଷ୍ୟର ସ୍ବାସ୍ଥ୍ୟ କ୍ଷୀଣ ହେବାକୁ ଆରମ୍ଭ କଲା; ମାତ୍ର ବର୍ମାନ ମନୁଷ୍ୟ ପୁନର୍ବାର ପ୍ରକୃତିର ସାଧନ ଉପଯୋଗ କରିବାକୁ ଆରମ୍ଭ କରିଛି । ପ୍ରାକୃତିକ ସ୍ନାନ ମଧ୍ୟ ଏହି ମଧ୍ୟରୁ ଗୋଟିଏ । ପ୍ରାକୃତିକ ସ୍ନାନ ମନୁଷ୍ୟର ସ୍ଥୂଳତା, ତ୍ୱ· ସମ୍ବନ୍ଧୀୟ ରୋଗ, ବିଭିନ୍ନ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର ସୁ·ଋତା, ହୃଦୟ ରୋଗ ଆଦି ନିମନ୍ତେ ଅତ୍ୟନ୍ତ ଲାଭପ୍ରଦ ।

କେତେ ମୁଖ୍ୟ ପ୍ରାକୃତିକ ସ୍ନାନ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।

୧) ସାଧାରଣ ଜ୍ଞାନ: ଥଣ୍ଡା ବା ଗରମ ଜଳରେ ସ୍ନାନ କରିବାକୁ ସାଧାରଣ ସ୍ନାନ କହନ୍ତି । ଏଥିରେ ଶରୀର ସ୍ବଚ୍ଛ, ତାଜା, ଫୁିର୍ଦାୟକ ରହେ । 

୨) ଫୁଆରା ସ୍ନାନ: କେତେକ ବ୍ୟକ୍ତି ନିଜ ଘରେ ଜଳ ଫୁଆରାରେ ସ୍ନାନ କରିଥାନ୍ତି । ଫୁଆରାର ପତଳା ବା ମୋଟା ଧାରା ବ୍ୟକ୍ତିର ଆଗ୍ରହ ଉପରେ ନିର୍ଭର କରେ । ଏହି ସ୍ନାନ ରକ୍ତ ପରିବହନ ଏବଂ ଶରୀରର ସ୍ଫୁିର୍ ନିମନ୍ତେ ଅତ୍ୟନ୍ତ ଉମ ।

୩) ବର୍ଷା ସ୍ନାନ:- ସମୟ ଅନୁସାରେ ବର୍ଷା ଧାରାରେ ସ୍ନାନ କରିବାକୁ ବର୍ଷା ସ୍ନାନ କୁହାଯାଏ । ଏହାଦ୍ୱାରା ଶାରୀରିକ ଶୀତଳତା ପ୍ରାପ୍ତି ହୁଏ । ଶାରୀରିକ ଲାଳସା ନିମନ୍ତେ ଏହା ଉମ ।

୪) ସୂର୍ଯ୍ୟ ସ୍ନାନ:- ଏହା ମୁଖ୍ୟ ରୂପରେ ସକାଳର ସାମାନ୍ୟ ସୂର୍ଯ୍ୟ କିରଣ ଦ୍ୱାରା ଶଈତଳ ଜଳରେ କରାଯାଇଥାଏ । ବିନା ଜଳରେ ମଧ୍ୟ ନଗ୍ନ ଦେହରେ  ସୂର୍ଯ୍ୟ କିରଣରେ ନିଜକୁ ପନ୍ଦର କୋଡ଼ିଏ ମିନିଟ ପର୍ଯ୍ୟନ୍ତ ଧରି ରଖାଯାଇପାରେ । ଏହାଦ୍ୱାରା ବିଶେଷ କରି ଭିଟାମିନ୍ ‘ଡି’ ପ୍ରାପ୍ତି ୁଏ । ଚକ୍ଷୁର ଜ୍ୟୋତି ବଢ଼େ, ରକ୍ତ ସାର ଏବଂ ପାଚନ କ୍ରିୟା ସୁ·ରୁ ରୂପରେ ସମାହିତ ହୁଏ । ସେଥି ସେଙ୍ଗ ସେଙ୍ଗ ମସ୍ତିଷ୍କ ମଧ୍ୟ ହାଲୁକା ରହେ ।

୫) ବାୟୁ ସ୍ନାନ: ବାୟୁ ସ୍ନାନ ବିଶେଷ କରି ଗ୍ରୀଷ୍ମ ସମୟରେ ଏବଂ ବସନ୍ତରେ ଜଳ ବିନା କରାଯାଇଥାଏ । ସକାଳ ·ରିଟାରୁ ଛଅଟା ପର୍ଯ୍ୟନ୍ତ, ସନ୍ଧ୍ୟା ସାତଟାରୁ ରାତ୍ରୀ ନଅଟା ପର୍ଯ୍ୟନ୍ତ କୌଣସି ଶୀତଳ, ସ୍ବଚ୍ଛ, ସୁଗନ୍ଧିତ ବନ ବା ଉଦ୍ୟାନରେ ପୋଷାକ ପରିଧାନ କରି ବା ନଗ୍ନ ଦେହରେ ସବୁଜ ତାଜା ଘାସ ଉପରେ କିମ୍ବା ପରିସ୍ଥିତି ଅନୁସାରେ ପ୍ରାୟ ଅଧ ଘାରୁ ଏକ ଘା ପର୍ଯ୍ୟନ୍ତ କରାଯାଇପାରେ । ଯୌଗିକ କ୍ରିୟାରେ ପ୍ରଣାୟାମ କ୍ରିୟା ଇତ୍ୟାଦିର ଅଭ୍ୟାସ କରାଯାଇପାରେ । ଏହି ସ୍ନାନ ଅତ୍ୟନ୍ତ ଲାଭ ଦାୟକ । ଏଥିରେ ଶରୀରର ଜଂରାଗ୍ନି ଶାନ୍ତ ହୁଏ । ପାଚନ କ୍ରିୟା ଠିକ ହୋଇ ଭୋକ ଭଲ ଭାବରେ ଲାଗେ । ହୃଦୟ ସମ୍ବନ୍ଧୀୟ ରୋଗ ଯଥା ଶ୍ୱାସ ଇତ୍ୟାଦି ଦୂର ହୋଇଥାଏ ।

୬) ଚନ୍ଦ୍ର ସ୍ନାନ:- ମୁଖ୍ୟ ରୂପରେ ଗ୍ରୀଷ୍ମ କାଳରେ ଅଧିକ ହୋଇଥାଏ । ଚନ୍ଦ୍ରମାକୁ ପଲକହୀନ ଚକ୍ଷୁରେ ·ହିଁବା ଦରକାର । ଅଧ ଘାରୁ ଏକ ଘା ପର୍ଯ୍ୟନ୍ତ ନଗ୍ନ ଦେହରେ ଏଇ ସ୍ନାନ ଆହୁରି ଭଲ । ଏହାଦ୍ୱାରା ଚକ୍ଷୁର ଜ୍ୟୋତି ବଢ଼େ, ଶରୀରକୁ ଶୀତଳତା ମିଳେ । ଏହାର ନିୟମିତ ଅଭ୍ୟାସ ମନର ଏକାଗ୍ରତା ମଧ୍ୟ ବୃଦ୍ଧି ପାଏ ।

୭) ଚିକ୍କଣ ମାଟି ସ୍ନାନ: ଚିକ୍କଣ ମାଟିକୁ ଦେହର ବାହାର ଅଂଶରେ ଭଲ ଭାବରେ ମାଲିସ୍ କରିବାକୁ ହୁଏ । ଏଇ ମାଟିରେ ଥିବା ଗନ୍ଧକ ତ୍ୱ· ନିମନ୍ତେ ଅତ୍ୟନ୍ତ ଲାଭପ୍ରଦ । ଚିକ୍କଣ ମାଟିର ସ୍ନାନ ଦ୍ୱାରା ଦେହର ସ୍ନାୟୁ ତନ୍ତ୍ରର ଦୁର୍ବଳତା ଶେଷ ହୁଏ ତଥା ଶରୀରକୁ ଶୀତଳତା ମିଳେ । ରକ୍ତ ସାର କାର୍ଯ୍ୟରେ ମଧ୍ୟ ଏହା ସହଯୋଗ କରିଥାଏ ।

୮) ବାଷ୍ପ ସ୍ନାନ: ଗୋଟାଏ ବଡ କାଠ କିମ୍ବା ଲୁହା ବାକ୍ସ ଭିତରକୁ ନଳୀ ଜରିଆରେ ବାଷ୍ପ ଅଣାଯାଏ । ସ୍ନାନ କରିବାକୁ ହେଲେ ସେଇ ବାକ୍ସ ମଧ୍ୟରେ ବସି ରହିବାକୁ ପଡେ । ବେକଠାରୁ ମୁଣ୍ଡ ପର୍ଯ୍ୟନ୍ତ ରହେ ବାହାରେ । ବ୍ୟକ୍ତିର ଆକୃତି ଅନୁସାରେ ଏଇ ବାକ୍ସ ନିର୍ମାଣ କରିବାକୁ ହୁଏ । ନିୟମିତ ଅଧଘାରୁ ଏକଘା ପର୍ଯ୍ୟନ୍ତ ଏଇଭଳି ଗରମ ବାଂଫରେ ସ୍ନାନ କରାଯାଇପାରେ । ଏହାଦ୍ୱାରା ଶରୀରର ସ୍ଥୂଳତା, ଅଧିକା ଚର୍ବି ନାଶ ପାଇଥାଏ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର