ଶ୍ରୀ ଭଗବାନୁବାଚ (୧୫/୧୭) --ସପ୍ତଦଶୋଽଧ୍ୟାୟଃ ଶ୍ରଦ୍ଧାତ୍ରୟ ବିଭାଗଯୋଗଃ

ଶ୍ରୀ ଭଗବାନୁବାଚ (୧୫/୧୭)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ସପ୍ତଦଶୋଽଧ୍ୟାୟଃ

ଶ୍ରଦ୍ଧାତ୍ରୟ ବିଭାଗଯୋଗଃ

ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ମନୁଷ୍ୟାତ୍ମାମାନଙ୍କର ସ୍ୱଭାବତଃ ତିନି ପ୍ରକାର ଶ୍ରଦ୍ଧା  ସାତ୍ତ୍ଵିକୀ, ରାଜସୀ ଓ ତାମସୀ ରହିଥାଏ । ତାହା ତୁମେ ଶୁଣ ।ା୨ାା ପ୍ରତ୍ୟେକ ମଣିଷର ଶ୍ରଦ୍ଧା ସେମାନଙ୍କ ପ୍ରକୃତି ଓ ସ୍ୱଭାବର ଅନୁସରଣ କରେ । ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରକାର ଶ୍ରଦ୍ଧା ଥାଏ । ଯା'ର ଶ୍ରଦ୍ଧା ଯେପରି ସେ ସେପରି ହୁଏ ।ା୩ାା ସାତ୍ତ୍ବିକ ସ୍ୱଭାବର ଲୋକେ ଦେବତାମାନଙ୍କର ଉପାସନା କରନ୍ତି; ରାଜସିକ ସ୍ୱଭାବର ଲୋକେ ଯକ୍ଷ ଓ ରାକ୍ଷସମାନଙ୍କ ଉପାସନା କରନ୍ତି ଏବଂ ଅନ୍ୟ ତାମସିକ ସ୍ୱଭାବ ସଂପନ୍ନ ଲୋକେ ଭୂତ-ପ୍ରେତାଦିଙ୍କ ଉପାସନା କରନ୍ତି ।ା୪ାା ଦମ୍ଭ ଓ ଅହଙ୍କାରଯୁକ୍ତ ତଥା କାମ ଓ ରାଗ(ଆସକ୍ତି)ର ବଳ (ବେଗ)ରେ ପ୍ରେରିତ ଯେଉଁ ମନୁଷ୍ୟ ଶାସ୍ତ୍ର ବିରୁଦ୍ଧ ଘୋର ତପସ୍ୟା କରନ୍ତି ; ସେହି ମୂଢ଼ଲୋକେ ଶରୀରରେ ବିଦ୍ୟମାନ ପଞ୍ଚଭୂତଗୁଡିକୁ ତଥା ଶରୀରାଭ୍ୟନ୍ତରସ୍ଥିତ ମୋତେ(ଆତ୍ମା) କଷ୍ଟ ଦିଅନ୍ତି । ଏପରି ମନୁଷ୍ୟମାନଙ୍କୁ ତୁ ଆସୁର ପ୍ରକୃତିର ବୋଲି ଜାଣ ।ା୫-୬ାା ଆୟୁ, ସାତ୍ତ୍ବିକତା, ବଳ, ସ୍ୱାସ୍ଥ୍ୟ, ମୁଖ ତଥା ରୁଚି ବୃଦ୍ଧି କରୁଥିବା ରସାଳ,ସ୍ନେହଯୁକ୍ତ, ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଏବଂ ଚିତ୍ତକୁ ସନ୍ତୋଷ ପ୍ରଦାନ କରୁଥିବା ଆହାର  ସାତ୍ତ୍ଵିକ ଲୋକମାନଙ୍କର ପ୍ରିୟ ଅଟେ ।ା୮ ।ା ଅତି କଟୁ, ଅତି ଅମ୍ଳ, ଅତି ଲବଣାକ୍ତ, ଅତି ଉଷ୍ଣ, ଅତି ତୀକ୍ଷ୍ମ, ଅତି ରୁକ୍ଷ ଏବଂ ଶରୀରରେ ପ୍ରଦାହ ଉତ୍ପନ୍ନ କରୁଥିବା ଆହାର ରାଜସ ଲୋକମାନଙ୍କର ପ୍ରିୟ ଅଟେ । ସେଗୁଡିକ ଦୁଃଖ, ଶୋକ ଏବଂ ରୋଗ ଉତ୍ପନ୍ନକାରୀ ଅଟେ ।ା୯ାା ଏକ ପ୍ରହର ପୂର୍ବରୁ ରନ୍ଧାଯାଇଥିବା ଥଣ୍ଡା ଓ ଅପରିପକ୍ୱ, ରସହୀନ, ଦୁର୍ଗନ୍ଧଯୁକ୍ତ, ପୂର୍ବଦିନର ବାସି, ଉଚ୍ଛିଷ୍ଟ ଏବଂ ଅପବିତ୍ର ଭୋଜନ ତାମସ ଲୋକମାନଙ୍କର ପ୍ରିୟ ଅଟେ ।ା୧୦ାା ଯେଉଁଥିରେ ଫଳର ଆଶା ନ ଥାଏ, ଯାହା ବିଧିପୂର୍ବକ କର୍ତ୍ତବ୍ଯ ମନେ କରି  ଓ ଏକାଗ୍ର ତଥା ସ୍ଥିର ମନରେ କରାଯାଏ, ସେହି ଯଜ୍ଞ ସାତ୍ତ୍ଵିକ ଅଟେ ।ା୧୧ାା ହେ ଭାରତ ଶ୍ରେଷ୍ଠ! ଯେଉଁ ଯଜ୍ଞ ଫଳ ପ୍ରାପ୍ତି ଉଦ୍ଦେଶରେ ଏବଂ ଦମ୍ଭପୂର୍ବକ କରାଯାଏ , ତାକୁ ତୁମେ ରାଜସ ବୋଲି ଜାଣ ।ା୧୨ାା ଯେଉଁ ଯଜ୍ଞରେ ଉପଯୁକ୍ତ ବିଧି ଅନୁସରଣ କରାଯାଏ ନାହିଁ ; ଅନ୍ନ ଦାନ ଦ୍ୱାରା ଲୋକଙ୍କୁ ତୃପ୍ତ କରାଯାଏ ନାହିଁ ; ମନ୍ତ୍ରୋଚାରଣ ହୁଏ ନାହିଁ; ଦକ୍ଷିଣା ପ୍ରଦାନ କରାଯାଏ ନାହିଁ ଓ ଶ୍ରଦ୍ଧା ନ ଥାଏ , ତାକୁ ତାମସ ଯଜ୍ଞ କୁହାଯାଏ ।ା୧୩ାା ଦେବ, ବ୍ରାହ୍ମଣ, ଗୁରୁ ଏବଂ ଜ୍ଞାନୀ ବ୍ୟକ୍ତିର ପୂଜା; ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା - ଏସବୁକୁ ଶାରୀରିକ ତପ କୁହାଯାଏ ।ା୧୪ାା ଅନୁଦ୍ବେଗକର, ସତ୍ୟ, ପ୍ରିୟ ତଥା ହିତକର ବଚନ ଏବଂ ଈଶ୍ୱରୀୟ  ଜ୍ଞାନର ପଠନ, ମନନ ଓ ଆଚରଣ- ଏସବୁକୁ ବାଚିକ ତପ କୁହାଯାଏ ।ା୧୫ାା ମନର ପ୍ରସନ୍ନତା, ସୌମ୍ୟତା, ମୌନ, ଆତ୍ମ ସଂଯମ ଏବଂ ଭାବନାର ଶୁଦ୍ଧି - ଏସବୁକୁ ମାନସିକ ତପ କୁହାଯାଏ ।ା୧୬ାା ଫଳପ୍ରାପ୍ତି ଇଚ୍ଛା ତ୍ୟାଗ ପୂର୍ବକ ପରମ ଶ୍ରଦ୍ଧା ସହିତ ଏହି ତିନି ପ୍ରକାର ତପସ୍ୟା ଯେଉଁ ବ୍ୟକ୍ତି କରନ୍ତି ତାକୁ ସାତ୍ତ୍ଵିକ ତପ କହନ୍ତି ।ା୧୭ାା ଯେଉଁ ତପସ୍ୟା ସତ୍କାର,ମାନ, ସମ୍ମାନ ଏବଂ ପୂଜା ପାଇବା ପାଇଁ ଦମ୍ଭ ପୂର୍ବକ କରାଯାଏ,  ସେହି ଅସ୍ଥିର ଓ ଅନିଶ୍ଚିତ ତପକୁ ରାଜସ କୁହାଯାଏ ।ା୧୮ାା ଯେଉଁ ତପ ନିଜକୁ କଷ୍ଟ ଦେଇ,. ଦୁରାଗ୍ରହବଶତଃ ଅଥବା ଅନ୍ୟର ବିନାଶ ପାଇଁ କରାଯାଏ , ତାହା ତାମସ ଅଟେ ।ା୧୯ାାଦାନ ଦେବା ଉଚିତ - ଏହିପରି ବିଚାର କରି ତଥା ପ୍ରତିଦାନ ଆଶା ନ ରଖି ଦେଶ, କାଳ ଓ ପାତ୍ର ଦେଖି ଯେଉଁ ଦାନ  ଦିଆଯାଏ ତାହାକୁ ସାତ୍ତ୍ଵିକ ଦାନ କୁହାଯାଏ ।ା୨୦ାା ଯେଉଁ ଦାନ ପ୍ରତ୍ୟୁପକାର ଅଥବା ଫଳ ପ୍ରାପ୍ତି ଆଶାରେ ଦୁଃଖପୂର୍ବକ ଦିଆଯାଏ ତାହାକୁ ରାଜସ ଦାନ କହନ୍ତି ।ା୨୧ାା ଯେଉଁ ଦାନ ଅଯୋଗ୍ୟ ଦେଶ ବା ସ୍ଥାନରେ, କୁସମୟରେ ଏବଂ ଅପାତ୍ରକୁ ଦିଆଯାଏ ଅଥବା ଯଥୋଚିତ ସମ୍ମାନ ନ ଦେଇ, ତିରସ୍କାରପୂର୍ବକ ଦିଆଯାଏ; ସେହି ଦାନକୁ ତାମସୀ କୁହାଯାଏ ।ା୨୨ାାଓଁ ତତ୍ ସତ୍'- ଏହପରି ତିନି ପ୍ରକାରରେ ପରମାତ୍ମାଙ୍କ ବର୍ଣ୍ଣନା କରାଯାଇଛି  ଏବଂ ସୃଷ୍ଟି ପ୍ରାରମ୍ଭରେ ତାଙ୍କ ଦ୍ୱାରା ବ୍ରାହ୍ମଣ , ବେଦ ଓ ଯଜ୍ଞ ରଚନା କରାଯାଇଥିଲା ।ା୧ାା ଏହି କାରଣରୁ ବ୍ରହ୍ମବାଦୀମାଙ୍କର ଯଜ୍ଞ,ଦାନ ଓ ତପସ୍ୟା ଆଦି କ୍ରିୟାଗୁଡିକ ସର୍ବଦା "ଓଁ' ଉଚ୍ଚାରଣ କରି ବିଧିପୂର୍ବକ ଅନୁଷ୍ଠିତ ହୁଏ ।ା ୨୪ାା ଏହା ବ୍ୟତୀତ, ମୋକ୍ଷ ଅଭିଳାଷୀ ମନୁଷ୍ୟ "ତତ୍' ଶବ୍ଦ ଉଚ୍ଚାରଣ ପୂର୍ବକ ନିଷ୍ମାମ ଭାବରେ ଯଜ୍ଞ, ତପ ତଥା ଦାନ ରୂପକ ବିବିଧ ପ୍ରକାର କ୍ରିୟାନୁଷ୍ଠାନ କରନ୍ତି ।ା୨୫ାା ସତ୍ୟ ତଥା କଲ୍ୟାଣ ଅର୍ଥରେ "ସତ' ଶବ୍ଦର ପ୍ରୟୋଗ ହୁଏ । ହେ ପାର୍ଥ ! ଶୁଭ କର୍ମମାନଙ୍କରେ ମଧ୍ୟ "ସତ' ଶବ୍ଦର ପ୍ରୟୋଗ କରାଯାଏ ।ା୨୬ାା ଯଜ୍ଞ, ତପ ଏବଂ ଦାନ ବିଷୟରେ ଥିବା ତୃଢ଼ତାକୁ ମଧ୍ୟ "ସତ୍' କୁହାଯାଏ । ଈଶ୍ୱରଙ୍କ ପାଇଁ କୃତ କର୍ମକୁ ମଧ୍ୟ ସତ୍ କୁହାଯାଏ ।ା୨୭ାା ହେ ପାର୍ଥ ! ଯେଉଁ ଯଜ୍ଞ, ଦାନ, ତପ ଅଥବା ଅନ୍ୟ କାର୍ଯ୍ୟ ଶ୍ରଦ୍ଧା ନ ଥାଇ କରାଯାଏ ତାହାକୁ ଅସତ୍ କୁହାଯାଏ । ତାହା ଦ୍ୱାରା ଇହ ଓ ପର ଉଭୟ ଲୋକରେ କୌଣସି ଲାଭ ହୁଏ ନାହିଁ ।ା୨୮ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,