ଶ୍ରୀ ଭଗବାନୁବାଚ (୧୨) -----ଚତୁର୍ଦଶୋଽଧ୍ୟାୟଃ ଗୁଣତ୍ରୟ ବିଭାଗ ଯୋଗଃ

ଶ୍ରୀ ଭଗବାନୁବାଚ (୧୨)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ଚତୁର୍ଦଶୋଽଧ୍ୟାୟଃ

ଗୁଣତ୍ରୟ ବିଭାଗ ଯୋଗଃ

ଅନୁବାଦ--ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

 ସମସ୍ତ ଜ୍ଞାନ ମଧ୍ୟରେ ଶ୍ରେଷ୍ଠ ଓ ପରମ ଜ୍ଞାନ ପୁନର୍ବାର କହୁଛି, ଯାହାକୁ ଜାଣି ସମସ୍ତ ମୁନିଗଣ ଏହି ଦେହ ବନ୍ଧନରୁ ମୁକ୍ତ ହୋଇ ପରମ ଗତି (ସିଦ୍ଧି) ପ୍ରାପ୍ତ ହୋଇଛନ୍ତି ।ା୧ାା ଯେଉଁମାନେ ଏହି ଜ୍ଞାନର ଆଶ୍ରୟ ନିଅନ୍ତି ସେମାନେ ମୋର ସଧର୍ମତା ପ୍ରାପ୍ତ ହୋଇ ସୃଷ୍ଟି ସମୟରେ ଜନ୍ମ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ବ୍ୟଥିତ ହୁଅନ୍ତି ନାହିଁ ।ା୨ାା ହେ ଭାରତ ! ପ୍ରକୃତି ମୋର ଗର୍ଭାଧାନର ସ୍ଥାନ ଅଟେ । ସେଥିରେ ମୁଁ ବୀଜ ନିକ୍ଷେପ କରେ । ତାହାଠାରୁ ସମସ୍ତ ଭୂତର ଉତ୍ପତ୍ତି  ହୁଏ ।ା ୩ ।ା ହେ କୌନ୍ତେୟ ! ସମସ୍ତ ଯୋନିରେ ଯେଉଁ  ସମସ୍ତ ଶରୀରଧାରୀ ପ୍ରାଣୀ ଉତ୍ପନ୍ନ  ହୁଅନ୍ତି ସେମାନଙ୍କ ଗର୍ଭାଧାନ ସ୍ଥାନ ହେଉଛି ପ୍ରକୃତି ଓ ମୁଁ ଗର୍ଭାଧାନକର୍ତ୍ତା ପିତା ।ା ୪ ।ାହେ ମହାବାହୁ ! ପ୍ରକୃତିରୁ ଜାତ ସତ୍ତ୍ବ,ରଜ ଓ ତମ ଏହି ଗୁଣତ୍ରୟ ଅବିନାଶୀ ଜୀବାତ୍ମାକୁ ଦେହରେ ଆବଦ୍ଧ କରି ରଖେ ।ା ୫ ।ା ହେ ନିଷ୍ପାପ ! ଏହି ଗୁଣ ସମୂହ ମଧ୍ୟରେ ସତ୍ତ୍ବ ଗୁଣ ତା'ର ନିର୍ମଳତା ପାଇଁ ଜ୍ଞାନ ପ୍ରକାଶର କାରଣ ହୁଏ ଓ ପ୍ରକୃତିରେ କୌଣସି ବ୍ୟାଧି ଓ ଯନ୍ତ୍ରଣାର ସୃଷ୍ଟି କରେ  ନାହିଁ । ତାହା ସୁଖ ଓ ଜ୍ଞାନ ପ୍ରତି ଆସକ୍ତି ଦ୍ୱାରା ବନ୍ଧନ କରେ ।ା ୬ ।ା ହେ କୌନ୍ତେୟ ! ରଜୋଗୁଣକୁ ତୁମେ  ଅନୁରାଗାତ୍ମକ ବୋଲି ଜାଣ (ଅନୁରାଗର ଆକର୍ଷଣହିଁ ଏହାର ମୂଳ ସ୍ୱରୂପ)  । ତୃଷ୍ଣା ଓ ଆସକ୍ତିରୁ ଏହାର ଉତ୍ପତ୍ତି; ତାହା ଦେହଧାରୀକୁ କର୍ମାସକ୍ତି ଦ୍ୱାରା ବନ୍ଧନ କରେ ।ା୭ ।ା ହେ ଭାରତ ! ଅଜ୍ଞାନରୁ ତମୋ ଗୁଣ ଉତ୍ପନ୍ନ ହୁଏ ଜାଣ  । ତେଣୁ ତାହା ସମସ୍ତ ଦେହଧାରୀକୁ ମୋହଗ୍ରସ୍ତ କରାଏ ଓ ପ୍ରମାଦ, ଆଳସ୍ୟ ତଥା ନିଦ୍ରା ଦ୍ୱାରା ବନ୍ଧନ କରେ ।ା ୮ ।ା ହେ ଭରତ ! ସତ୍ତ୍ବ ଗୁଣ ସୁଖରେ ଓ ରଜଗୁଣ କର୍ମରେ ଆସକ୍ତି କରେ । ପରନ୍ତୁ ତମ ଗୁଣ ଜ୍ଞାନକୁ ଆବୃତ କରି ପ୍ରମାଦରେ ସଂଯୁକ୍ତ କରେ ।ା ୯ ।ା ହେ ଭାରତ ! ସତ୍ତ୍ବ ଗୁଣ,ରଜ ଓ ତମ ଗୁଣକୁ ଅଭିଭୂତ କରି ପ୍ରବଳ ହୁଏ ; ରଜଗୁଣ,ସତ୍ତ୍ବ ଓ ତମଗୁଣକୁ ଅଭିଭୂତ କରି ପ୍ରବଳ ହୁଏ ଏବଂ ତମଗୁଣ, ସତ୍ତ୍ବ ଓ ରଜ ଗୁଣକୁ ଅଭିଭୂତ କରି ପ୍ରବଳ ହୁଏ ।ା୧୦ ।ାାସତ୍ତ୍ବ ଗୁଣ ବୃଦ୍ଧି ପାଇଥିବାବେଳେ ଯଦି ମନୁଷ୍ୟରମୃତ୍ୟୁ  ତେବେ ସେ ଶ୍ରେଷ୍ଠ ଜ୍ଞାନୀମାନଙ୍କର ନିର୍ମଳ ଲୋକଗୁଡିକୁ ପ୍ରାପ୍ତ ହୁଏ ।ା୧୪ାା ରଜୋଗୁଣ ବୃଦ୍ଧି ସମୟରେ ମୃତ୍ୟୁ ହେଲେ ବ୍ୟକ୍ତି କର୍ମସଙ୍ଗୀମାନଙ୍କ ଲୋକରେ ଜନ୍ମ ହୁଏ ଓ ତମୋଗୁଣ ବୃଦ୍ଧି କାଳରେ ମୃତ ବ୍ୟକ୍ତି ମୂଢ଼ ଯୋନିରେ ଜନ୍ମ ନିଏ ।ା୧୫ାାପୁଣ୍ୟକର୍ମର ଫଳ ସାତ୍ତ୍ବିକ ଓ ନିର୍ମଳ, ରାଜସିକ କର୍ମର ଫଳ ଦୁଃଖ ଏବଂ ତାମସିିକ କର୍ମର ଫଳ ଅଜ୍ଞାନ ବୋଲି ତତ୍ତ୍ବଦର୍ଶୀମାନେ କହନ୍ତି ।ା୧୬ାା ସତ୍ତ୍ବ ଗୁଣରୁ ଜ୍ଞାନ ଉତ୍ପନ୍ନ ହୁଏ ; ରଜୋଗୁଣରୁ ଲୋଭ ଓ ତମୋଗୁଣରୁ ପ୍ରମାଦ,ମୋହ ଓ ଅଜ୍ଞାନତା ଜାତ ହୁଏ ।ା୧୭ାା ସତ୍ତ୍ବ ଗୁଣଯୁକ୍ତ ବ୍ୟକ୍ତିଗଣ ଉଦ୍ଧ୍ୱର୍ଲୋକକୁ ଗମନ କରନ୍ତି ;ରଜୋଗୁଣଯୁକ୍ତ ମନୁଷ୍ୟ ମଧ୍ୟଲୋକରେ ଅବସ୍ଥାନ କରନ୍ତି ଏବଂ ନିକୃଷ୍ଠ ଗୁଣ ସମ୍ପନ୍ନ ତାମସିକ ଲୋକେ ଅଧୋଗତିକୁ ପ୍ରାପ୍ତ  ହୁଅନ୍ତି ।ସାକ୍ଷୀ ଦ୍ରଷ୍ଟା ହୋଇ ବ୍ୟକ୍ତି ଯେତେବେଳେ ତ୍ରିଗୁଣ ବ୍ୟତୀତ ଅନ୍ୟ କାହାକୁ କର୍ତ୍ତା  ରୂପରେ ଦେଖେ ନାହିଁ ଏବଂ ଗୁଣ ଗୁଡିକର ଉର୍ଦ୍ଧରେ ଥିବା ସତ୍ୟକୁ ଜାଣେ;ସେତେବେଳେ ସେ ମୋର ଭାବକୁ ପ୍ରାପ୍ତ ହୁଏ ।ା୧୯ାା ଦେହାଭିମାନରୁ ଉତ୍ପନ୍ନ ଏହି ତିନିଗୁଣକୁ ଅତିକ୍ରମ  କରି ଜୀବାତ୍ମା ଜନ୍ମ,ମୃତ୍ୟୁ ଓ ଜରାରୂପକ ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ଆସ୍ୱାଦନ କରେ ।ା୨୦ ।ାହେ ପାଣ୍ଡବ ! ପ୍ରକାଶ,ପ୍ରବୃତ୍ତ ଓ ମୋହ ସମୁଦିତ ହେଲେ ଯିଏ ଦ୍ୱେଷ କରେ ନାହିଁ ଅଥବା ଏସବୁ ନିବୃତ୍ତ ହେଲେ ଏଥିପାଇଁ ଇଚ୍ଛା କରେ ନାହିଁ ; ଯିଏ ଉଦାସୀନ ଭଳି ସ୍ଥିର ରହନ୍ତି, ଯିଏ ଗୁଣ ଦ୍ୱାରା  ବିଚଳିତ ହୁଅନ୍ତି ନାହିଁ,"" ଗୁଣଗୁଡିକହିଁ  ସ୍ୱ ସ୍ୱ କାର୍ଯ୍ୟରେ ପ୍ରବୃତ୍ତ  ହୁଅନ୍ତି ''- ଏହା ଭାବି ଯେ ଅବିଚଳିତ ରହନ୍ତି, ଯିଏ ସୁଖଦୁଃଖରେ ସମାନ, ସ୍ୱ ସ୍ଥିତିରେ ସ୍ଥିତ, ଯାହାଙ୍କ ନିକଟରେ  ଲୋଷ୍ଟ୍ର (ମାଟି ଟେଲା) ପ୍ରସ୍ତର ଓ ସୁବର୍ଣ୍ଣ ସମାନ ମୂଲ୍ୟ; ପ୍ରିୟ ଓ  ଅପ୍ରିୟରେ ଯାହାର ତୁଲ୍ୟ ଜ୍ଞାନ; ନିଜ ନିନ୍ଦାରେ ଓ ସ୍ତୁତିରେ ଯାହାର ସମାନ ଜ୍ଞାନ;ମାନ ଓ ଅପମାନରେ ଯିଏ ସମଭାବାପନ୍ନ, ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମଜ୍ଞାନ ଯୁକ୍ତ; ଯିଏ ନିଜେ କୌଣସି କର୍ମହିଁ ଆରମ୍ଭ କରେ ନାହିଁ,  ଏହିପରି ବୁଦ୍ଧିମାନ(ଧୀର) ବ୍ୟକ୍ତିଙ୍କୁ ଗୁଣାତୀତ କୁହାଯାଏ ।ା୨୨-୨୫ାାଯିଏ ଅବ୍ୟଭିଚାରୀ ଭକ୍ତି ଯୋଗ ଦ୍ୱାରା ମୋର ସେବା କରେ ସେ ଏହି ଗୁଣଗୁଡିକୁ ଅତିକ୍ରମ କରି ବ୍ରହ୍ମଲୋକ ପାଇଁ ଯୋଗ୍ୟ ହୁଅନ୍ତି ।ା୨୬ାାକାରଣ ମୁଁ ଅବିନାଶୀ ବ୍ରହ୍ମର,ଅମୃତର, ଶାଶ୍ୱତ ଧର୍ମର ଓ ଐକାନ୍ତିକ ସୁଖର ଭିତ୍ତିଭୂମି ଅଟେ ।ା୨୭ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   



Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,