ଶ୍ରୀ ଭଗବାନୁବାଚ (୧୩/୧୫)---- ପଞ୍ଚଦଶୋଽଧ୍ୟାୟଃ ପୁରୁଷୋତ୍ତମ ଯୋଗଃ

ଶ୍ରୀ ଭଗବାନୁବାଚ (୧୩)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ପଞ୍ଚଦଶୋଽଧ୍ୟାୟଃ

ପୁରୁଷୋତ୍ତମ  ଯୋଗଃ

ଅନୁବାଦ- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ଉର୍ଦ୍ଧମୂଳ ଓ ଅଧଃଶାଖାଯୁକ୍ତ ସଂସାର ରୂପକ ଅଶ୍ୱତ୍ଥ ବୃକ୍ଷକୁ ଅବିନାଶୀ କୁହନ୍ତି । ବେଦର ମହାବାକ୍ୟ ଗୁଡିକ ଏହାର ପତ୍ର ତୁଲ୍ୟ । ଏପରି ସଂସାର ବୃକ୍ଷକୁ ଯେ  ଜାଣନ୍ତି, ସେ ବେଦବତ୍ତା ଅଟନ୍ତି ।ା ୧ାା ଗୁଣଗୁଡିକ ଦ୍ୱାରା ପ୍ରବୃଦ୍ଧ ଓ ବିଷୟରୂପୀ ପଲ୍ଲବ ଯୁକ୍ତ ଏହି ସଂସାର ରୂପକ ଅଶ୍ୱତ୍ଥ ବୃକ୍ଷର ଶାଖାଗୁଡିକ ଅଧଃ ଓ ଉର୍ଦ୍ଧ ଭାଗରେ ବ୍ୟାପି ରହିଛି । କର୍ମବନ୍ଧନ ଉତ୍ପନ୍ନକାରୀ  ଏହାର ଚେର ସବୁ ମନୁଷ୍ୟଲୋକରେ ନିମ୍ନ ଦିଗରେ ବିସ୍ତୃତ  ହୋଇଅଛି ।ା୨ାା ଏହି ବୃକ୍ଷର ପ୍ରକୃତ ସ୍ୱରୂପ ଦୃଷ୍ଟିଗୋଚର ହୁଏ ନାହିଁ, କାରଣ ଏହାର ଆଦି, ଅନ୍ତ ଓ ସ୍ଥିତି ନାହିଁ । ଏହି ସୁଦୃଢ଼ ମୂଳଯୁକ୍ତ ସଂସାର ରୂପୀ ଅଶ୍ୱତ୍ଥ ବୃକ୍ଷକୁ ବୈରାଗ୍ୟ ରୂପକ ଶକ୍ତିଶାଳୀ ଅସ୍ତ୍ର ଦ୍ୱାରା ଛେଦନ କରି - ।ା ୩ ।ାତତ୍ପଶ୍ଚାତ୍ ସେହି ପଦ ପ୍ରାପ୍ତି ପାଇଁ ପ୍ରଯତ୍ନ  କରିବା ଉଚିତ ଯାହାକୁ ପ୍ରାପ୍ତ ହୋଇଥିବା ମନୁଷ୍ୟମାନେ ପୁନଶ୍ଚ ସଂସାରକୁ ପ୍ରତ୍ୟାବର୍ତ୍ତନ  କରନ୍ତି ନାହିଁ ।  ଯାହାଙ୍କଠାରୁ ଅନାଦିକାଳରୁ ପ୍ରଚଳିତ ସୃଷ୍ଟି ପ୍ରସାରିତ ହୋଇଛି ସେହି ଆଦି ପୁରୁଷଙ୍କଠାରେ ମୁଁ ଶରଣାପନ୍ନ ହେଉଛି ।ା୪ାା ଯେଉଁମାନେ ମାନ ଓ ମୋହକୁ ତ୍ୟାଗ କରିଛନ୍ତି; ଇନ୍ଦ୍ରିୟ ସଙ୍ଗରୂପୀ ଦୋଷଗୁଡିକରୁ ରହିତ; ନିତ୍ୟନିରନ୍ତର ଆତ୍ମିକ ସ୍ଥିତିରେ  ସ୍ଥିତ ରହି ପରମାତ୍ମାଙ୍କ ସ୍ମୃତିରେ ନିମଗ୍ନ;ଯେଉଁମାନଙ୍କ ବିଷୟକାମନା ନିବୃତ୍ତ ହୋଇଛି ଯେଉଁମାନେ ସୁଖ-ଦୁଃଖ ଦ୍ୱନ୍ଦ୍ୱରୁ ମୁକ୍ତ ସେହି ଜ୍ଞାନୀଲୋକମାନେହିଁ ଅବିନାଶୀ ପଦକୁ ପ୍ରାପ୍ତ ହୁଅନ୍ତି ।ା୫ାାମୋରହିଁ ସନାତନ ଅଂଶ ଜୀବଲୋକରେ ଜୀବରୂପରେ ପ୍ରକୃତିସ୍ଥ ପଞ୍ଚେନ୍ଦ୍ରିୟ ଓ ମନକୁ ଆକର୍ଷଣ କରେ ।ା୭ାା ପୁଷ୍ପାଦି ସ୍ଥାନରୁ ବାୟୁ ଯେପରି ଗନ୍ଧ ବହନ କରି ନେଇ ଯାଏ ସେହିପରି ଶରୀରର ସ୍ୱାମୀ ଜୀବାତ୍ମା ଯେତେବେଳେ ଶରୀର ତ୍ୟାଗ କରେ ସେତେବେଳେ ସେଠାରୁ ଇନ୍ଦ୍ରିୟମାନଙ୍କ ସହିତ ମନକୁ ନିଜ ସାଙ୍ଗରେ ନେଇ ଅନ୍ୟ ଶରୀରକୁ ଗମନ କରେ ।ା୮ାା ଏହି ଜୀବାତ୍ମା କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା, ନାସିକା ଓ ମନକୁ ଆଶ୍ରୟ କରି ବିଷୟଗୁଡିକର ସେବନ କରେ ।ା୯ାା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଗ୍ରହଣ ପୂର୍ବକ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ଭୋଗ କରୁଥିବା ତ୍ରିଗୁଣାତ୍ମିକା ଜୀବାତ୍ମାର ସ୍ୱରୂପକୁ ମୂଢ଼ଲୋକେ ଜାଣନ୍ତି ନାହିଁ ; କେବଳ ଜ୍ଞାନ ଚକ୍ଷୁ  ସମ୍ପନ୍ନ ଜ୍ଞାନୀଲୋକମାନେ ଜାଣନ୍ତି ।ା୧୦ାା ପ୍ରଚେଷ୍ଟାବାନ୍ ଯୋଗୀମାନେ ନିଜ ଶରୀରସ୍ଥ ଆତ୍ମାକୁ ଅନୁଭବ କରି ପାରନ୍ତି; କିନ୍ତୁ ଅଶୁଦ୍ଧ ଚିତ୍ତ ଅବିବେକୀ ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଆତ୍ମାନୁଭୂତି ଲାଭ କରି ପାରନ୍ତି ନାହିଁ ।ା୧୧ାାସୂର୍ଯ୍ୟର  ଜ୍ୟୋତି ସମସ୍ତ ଜଗତକୁ ଆଲାକିତ କରେ ଏବଂ ଯେଉଁ ଜ୍ୟୋତି ଚନ୍ଦ୍ରମା ଓ ଅଗ୍ନିରେ ରହିଛି ତାହାକୁ ତୁ ମୋର ଜ୍ୟୋତି ବୋଲି ଜାଣ ।ା୧୨ାା ପୃଥିବୀରେ ପ୍ରବିଷ୍ଟ ହୋଇ ସ୍ୱୀୟ ଶକ୍ତି ଦ୍ୱାରା ମୁଁ ସମସ୍ତ ପ୍ରାଣୀଙ୍କୁ ଧାରଣ କରେ ଏବଂ ରସ ଉତ୍ପନ୍ନକାରୀ ଚନ୍ଦ୍ରମା  ରୂପେ ସମସ୍ତ ବନସ୍ପତିକୁ ପରିପୁଷ୍ଟ କରେ ।ା୧୩ାା ଜଠରାଗ୍ନି ରୂପରେ ପ୍ରାଣୀମାନଙ୍କ ଦେହରେ ଆଶ୍ରୟନେଇ ମୁଁ ପ୍ରାଣ ଓ ଅପାନ ବାୟୁ ଦ୍ୱାରା ଚର୍ତୁବିଧ ଅନ୍ନକୁ  ପରିପାକ କରିଥାଏଁ ।ା୧୪ାାସମସ୍ତଙ୍କ ହୃଦୟରେ ମୁଁ ଅଧିଷ୍ଠିତ । ମୋଠାରୁହିଁ ସ୍ମୃତି, ଜ୍ଞାନ ତଥା ସେଗୁଡିକର ଅଭାବ ହୁଏ । ସମସ୍ତ ବେଦ ଦ୍ୱାରା ଜାଣିବା ଯୋଗ୍ୟ ମୁଁ ହିଁ ଅଟେ । ସମସ୍ତ ବେଦର ଜ୍ଞାତା ଓ ବେଦାନ୍ତ କର୍ତ୍ତା ମଧ୍ୟ ମୁଁ ଅଟେ ।ା୧୫ାାସଂସାରରେ କ୍ଷର(ନାଶବାନ) ଓ ଅକ୍ଷର(ଅବିନାଶୀ) ଏହିପରି ଦୁଇ ପ୍ରକାର ପୁରୁଷ ଅଛନ୍ତି । ସମସ୍ତ ଜୀବ କ୍ଷର ଏବଂ ସେମାନଙ୍କ ମଧ୍ୟରେ ସ୍ଥିତ ଆତ୍ମା ଅକ୍ଷର ବୋଲି କଥିତ ହୁଏ ।ା ୧୬ ।ା ଏମାନଙ୍କ ବ୍ୟତୀତ ଏକ ଉତ୍ତମ ପୁରୁଷ ଅଛନ୍ତି । ତାଙ୍କୁ ପରମାତ୍ମା କୁହାଯାଏ । ସେହି ଅବିନାଶୀ ଈଶ୍ୱର ତିନିଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କର  ପାଳନ କରନ୍ତି ।ା୧୭ାା ଯେହେତୁ ମୁଁ କ୍ଷରଠାରୁ ଅତୀତ ଏବଂ ଅକ୍ଷରଠାରୁ ମଧ୍ୟ ଉତ୍ତମ ଅଟେ; ତେଣୁ ବେଦରେ ଓ ସଂସାରରେ ମୁଁ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ଅଟେ ।ା୧୮ାା ହେ ଭାରତ ! ଯେଉଁ ମନୁଷ୍ୟ ମୋହ ରହିତ ହୋଇ ମୋତେ ପୁରୁଷୋତ୍ତମ ରୂପରେ ଜାଣେ ସେ ସବୁ କିଛି ଜାଣେ  ଓ ମୋତେ ପୂର୍ଣ୍ଣ ଭାବରେ ସ୍ମରଣ କରେ ।ା୧୯ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର