ଆପଣ ରୋଗର ଶିକାର ହେଉ ନାହାନ୍ତି ତ?----ଡାକ୍ତର ପୁରୁଷୋମ ପାତଞ୍ଜଳି

 ଆପଣ ରୋଗର ଶିକାର ହେଉ ନାହାନ୍ତି ତ?

ଡାକ୍ତର ପୁପୁରୁଷୋତ୍ତମ ପାତଞ୍ଜଳି

ଆମ ଦୈନିକ ଜୀବନରେ ପ୍ରାୟ ଏପରି କେତେକ ଅବସର ଆସେ ଯାହାକୁ ଆମେ ସାଧାରଣ ମନେ କରି ଘାତକ ବସ୍ତୁର ଉପଯୋଗ କରୁ; କିନ୍ତୁ ସେଗୁଡିକର ଦୁଷ୍ପରିଣାମ ଯେତେବେଳେ ସମ୍ମୁଖକୁ ଆସେ ସେତେବେଳେ ଆମେ ଚମକି ପଡୁ । ଏ ସାଧାରଣ ବସ୍ତୁ ଓ ଏହାର ପ୍ରୟୋଗ ଆମେ ସହଜ ଭାବରେ କରୁ; କିନ୍ତୁ ଆମେ କେବେ ହେଲେ ସେଗୁଡିକର ଦୁରଗାମୀ କୁପରିଣାମ କଥା କଳ୍ପନା କରୁ ନାହିଁ । ଏ ଛୋଟ ଅସାବଧାନତା ଶାରୀରିକ ସ୍ବାସ୍ଥ୍ୟ  ନିମନ୍ତେ କେବେ କେବେ ବିପଦ ସୃଷ୍ଟି କରେ, ଏ ଭୁଲ ମଧ୍ୟ ଭୁଲରେ ରୋଗକୁ ଲାଳନ ପାଳନ କରେ । ଏଣୁ ଆମେ ଛୋଟ ମନେ କରୁଥିବା ବିଷୟଗୁଡିକ ପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । 

ଅନ୍ୟର ରେଜରରେ ଦାଢି କାଟିବା

କେବେ କେବେ ଲୋକେ ଆଳସ୍ୟ ବଶତଃ ଅନ୍ୟର ରେଜରରେ ଦାଢି କାଟନ୍ତି । ଏ ଅସାବଧାନତା ଏତେ ଛୋଟ ଯେ, ଲୋକ ଏହାକୁ ରୋଗର କାରଣ ମାନିବାକୁ ମୋଟେ ପ୍ରସ୍ତୁତ ନୁହନ୍ତି;  କିନ୍ତୁ  ଏକଥା ଠିକ ଅନ୍ୟର ରେଜରରେ ଦାଢି କାଟିବା ଦ୍ୱାରା ସେ ବ୍ୟକ୍ତି ବିଶେଷଙ୍କର ରୋଗ ଜୀବାଣୁ  କାଳାନ୍ତରରେ ନିଜର ପ୍ରଭାବ ବିସ୍ତାର କରନ୍ତି ।

ଭୋଜନାଳୟରେ ନାପକିନରେ ମୁହଁ ହାତ ପୋଛିବା

ଲୋକେ ପ୍ରାୟ ଭୋଜନାଳୟରେ ନାପକିନରେ ହାତ ମୁହଁ ପୋଛି  ନିଅନ୍ତି; କିନ୍ତୁ ଏ ପଦ୍ଧତି ରୋଗକୁ ସହଜରେ ନିମନ୍ତ୍ରଣ ଦିଏ ।  ଭୋଜନାଳୟରେ ସମସ୍ତେ ନିଶ୍ଚୟ କାହାରି ଦେହରେ କିଛି ରୋଗ ଥିବ । ମୁହଁ ପୋଛିବା ବେଳେ ତାଙ୍କ ରୋଗର ଜୀବାଣୁ ନାପକିନରେ ପୋଛନ୍ତି  କୀଟାଣୁ ସହଜରେ ତାଙ୍କ ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି । 

ଅନ୍ୟର ଟୁଥ୍ ବ୍ରସରେ ଦାନ୍ତ ସଫା କରିବା

ଅନ୍ୟର ଟୁଥ୍ ବ୍ରସରେ କେବେ ହେଲେ ଦାନ୍ତ ସଫା କରିବା ଉଚିତ  ନୁହେଁ; କାରଣ ଦାନ୍ତ ଓ ମୁହିଁରେ ଥିବା ରୋଗ ଜୀବାଣୁ ବ୍ରସ କରିବା ସମୟରେ ବ୍ରସରେ ଲାଗି ରହନ୍ତି । ଅନ୍ୟ ବ୍ୟକ୍ତି ଯେତେବେଳେ ସେହି ବ୍ରସରେ ଦାନ୍ତ ସଫା କରନ୍ତି ସେତେବେଳେ ଏତିକି ଜାଣନ୍ତି ବ୍ରସ୍ ଧୂଆ ହୋଇଛି; କିନ୍ତୁ ବ୍ରସ ସଫା କରିବା ଦ୍ୱାରା ଜୀବାଣୁ ନଷ୍ଟ ହୁଅନ୍ତି ନାହିଁ । ସେମାନେ ଖାଲି  ଆଖିରେ ଦେଖାଯାଆନ୍ତି ନାହିଁ । ଏଣୁ ବ୍ରସ କରିବା ସମୟରେ ମୁହଁରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି ।

 ଅନ୍ୟର ବ୍ରା ପିନ୍ଧିବା 

ଅନେକ ଗୃହିଣୀ କେବେ କେବେ ଘରର ଅନ୍ୟ ମହିଳାଙ୍କ ‘ବ୍ରା’ ପିନ୍ଧି ନିଅନ୍ତି । ଏ ଅଭ୍ୟାସ ଭଲ ନୁହେଁ । କେବେ କେବେ ଅନ୍ୟର ରୋଗ ଜୀବାଣୁ ‘ବ୍ରା’ ମାଧ୍ୟମରେ ନିଜ ଦେହକୁ ଚାଲି ଆସନ୍ତି ।

ଅନ୍ୟର ତୌଲିୟା ବ୍ୟବହାର କରନ୍ତୁ ନାହିଁ

ନ ବୁଝି ନ ଶୁଝି ଲୋକେ ଅନ୍ୟର ଗାମୁଛା ଓ ତୌଲିୟା ବ୍ୟବହାର କରନ୍ତି । ଏପରି କରିବା ଦ୍ୱାରା ସେମାନେ ରୋଗକୁ ନିମନ୍ତ୍ରଣ ଦିଅନ୍ତି । ଆମେ ଭାବୁ ତୌଲିୟା ଧୁଆ ହୋଇଛି ଓ ସଫା ଅଛି; କିନ୍ତୁ ସଫା ଦେଖାଯାଉଥିବା ତୌଲିୟାରେ କେତେ ପ୍ରକାର ସୂକ୍ଷ୍ମ କୀଟାଣୁ ଲାଗି ଥାଆନ୍ତି । ଏଣୁ ଭୁଲରେ ବି ଅନ୍ୟର ତୌଲିୟା ବ୍ୟବହାର କରନ୍ତୁ ନାହିଁ । 

ଆମେ ଜୀବନରେ ଶତକରା ୬୦ ଭାଗ ରୋଗ ଏ ଛୋଟ ଛୋଟ କଥାକୁ ଉପକ୍ଷୋ କରିବା ଦ୍ୱାରା ହୁଏ; ଏଣୁ ଏ ଦିଗରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ ।

ସୌଜନ୍ୟ ;- ବିଜ୍ଞାନ ପ୍ରଭା ଅଷ୍ଟାମ ବର୍ଷ


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,