ଦୁଗ୍ଧ, ପ୍ରକୃତିର ଏକ ମହାନ ଦାନ----ବିଧୁ ଭୂଷଣ ରଥ

 ଦୁଗ୍ଧ, ପ୍ରକୃତିର ଏକ ମହାନ ଦାନ

ବିଧୁ ଭୂଷଣ ରଥ

ଦୁଗ୍ଧ ବା କାହାକୁ ଭଲ ନ ଲାଗେ? ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ଶକ୍ତି ଯୋଗାଇଥାଏ । ବିଭିନ୍ନ ଖାଦ୍ୟ ମଧ୍ୟରେ କ୍ଷୀର ବୋଧ ହୁଏ ମନୁଷ୍ୟକୁ ପ୍ରକୃତିର ସର୍ବଶ୍ରେଷ୍ଠ ଦାନ ଅଟେ । ଦୁଗ୍ଧରୁ ଉପôନ୍ନ ବିଭିନ୍ନ ପଦାର୍ଥ ମଧ୍ୟ ଅନ୍ୟ ଯେ କୌଣସି ସୁସ୍ବାଦୁ ଖାଦ୍ୟଠାରୁ ନିଶ୍ଚିତ ଭାବରେ ସୁସ୍ବାଦୁ ଓ ବଳକାରକ ।

ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥରେ ଶିଶୁମାନଙ୍କ ପାଇଁ ଶରୀର ବୃଦ୍ଧିକାରକ, ଯୁବକମାନଙ୍କ ପାଇଁ ଶକ୍ତି ଏବଂ ଉାପ ପ୍ରଦାନକାରୀ ତଥା ବୃଦ୍ଧମାନଙ୍କ ପାଇଁ ରୋଗହୀନ ସ୍ବାସ୍ଥ୍ୟ ପ୍ରଦାନକାରୀ ସମସ୍ତ ଭେଷଜୀୟ ପଦାର୍ଥ ବିଦ୍ୟମାନ । ସେଥିପାଇଁ କାଶ୍ୟପ ସଂହିତାରେ “କ୍ଷୀରାପôରଂ ନାସ୍ତି ଜୀବନିୟମ୍” ବୋଲି ଏହି ସା୍ୱିକ ଖାଦ୍ୟକୁ ପ୍ରଶଂସା କରାଯାଇଛି । ଆର୍ଯ୍ୟ ମନିଷୀ ଚରକ ଦୁଗ୍ଧରେ ଥିବା ପ୍ରଧାନ ଗୁଣଗୁଡ଼ିକୁ ମଧ୍ୟ ଉଲ୍ଲେଖ କରି ଯାଇଛନ୍ତି- ଯଥା, ଦୁଗ୍ଧ ସୁସ୍ବାଦୁ, ଶୀତଳ, ମୃଦୁ, ସ୍ନିଗ୍ଧ, ବହଳିଆ, ଜୀର୍ଣ୍ଣକାରୀ ଇତ୍ୟାଦି ।

ମନୁଷ୍ୟର ଖାଦ୍ୟ ଏପରି ହେବା ଦରକାର ଯେ ତହିଁରୁ ଭୋଜନରେ ସନ୍ତୋଷ ମିଳିବା ସେଙ୍ଗ ସେଙ୍ଗ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଉପାଦାନ ମଧ୍ୟ ଥିବ । ଏହିପରି ଏକ ସୁଷମ ଖାଦ୍ୟରେ ନିର୍ଦ୍ଧିଷ୍ଟ ପରିମାଣରେ ଜଳ, ଛେନା, ଶର୍କରା ଓ ସ୍ନେହସାର ଜାତୀୟ ଖାଦ୍ୟ, ଧାତବ ଲବଣ ଓ ଖାଦ୍ୟସାର ଇତ୍ୟାଦି ଆବଶ୍ୟକ । କେବଳ ଦୁଗ୍ଧରେ ଅଳ୍ପବେଶୀ ପରିମାଣରେ ଏ ସମସ୍ତ ବିଦ୍ୟମାନ । ସେଥିପାଇଁ ଜୀବ ସୃଷ୍ଟିରେ ଯେ କୌଣସି ସ୍ତନ୍ୟପାୟୀ ଶିଶୁ ଭୂମିଷ୍ଠ ହେବା ମାତ୍ରେ ତାର ପ୍ରଥମ ଖାଦ୍ୟ ସମ୍ଭାର ଅନ୍ୟ କେଉଁଠାରେ ନୁହେଁ, ପ୍ରକୃତି ତା’ର ନିଜର ଜନ୍ମ ଦାତ୍ରୀଠାରେ ହିଁ ତାହା କ୍ଷୀର ରୂପରେ ସଜାଡି ରଖିଥାଏ । ସାଧାରଣତଃ ଗାଈ ଦୁଗ୍ଧ ଓ ମା ଦୁଗ୍ଧ (ସ୍ତ୍ରୀଲୋକ)ରେ ନିମ୍ନଲିଖିତ ପଦାର୍ଥମାନ ପ୍ରତିଶତ ପରିମାଣ ତଳେ ଦିଆଗଲା-

ଖାଦ୍ୟାଂଶ ଗାଈଦୁଗ୍ଧ ମା’ ଦୁଗ୍ଧ

ଜଳ ୮୭.୨୭ ୮୭.୮୫

ଛେନା ଜାତୀୟ ୩.୩୪ ୨.୦୧

ଚର୍ବି ଜାତୀୟ ୩.୬୮ ୩.୭୪

ଶର୍କରା ୪.୯୪ ୬.୩୭

ଲବଣ ୦.୭୨ ୦.୩୦

ଏହା ବ୍ୟତୀତ ପ୍ରଚୁର ପରିମାଣରେ କ (ଇ), ଖ (ଈ) ଅଳ୍ପ ପରିମାଣରେ ଗ (ଉ), ଘ (ଊ), ଙ (ଋ) ଜାତୀୟ ଖାଦ୍ୟ ସାର (ଠସଗ୍ଧବଜ୍ଞସଦ୍ଭ), ଆମ ଶରୀରର ଦରକାରୀ କେତୋଟି ଜୀର୍ଣ୍ଣକାରୀ ରସ (ଋଦ୍ଭଚ୍ଛଚ୍ଚଜ୍ଞରଗ୍ଦ) କେତେକ ଆବଶ୍ୟକୀୟ ଜୀବାଣୁ (ଈବମଗ୍ଧରକ୍ସସବ) ତଥା କେତୋଟି ରୋଗ ନିରୋଧକ ଗୁଣ (ଇଦ୍ଭଗ୍ଧସଭକ୍ଟୟସରଗ୍ଦ) ମଧ୍ୟ ଦୁଗ୍ଧରେ ବିଦ୍ୟମାନ । 

ଜଣେ ସାଧାରଣ ଲୋକ ଦିନକୁ ୩ ଲିଟର ଜଳ ଆବଶ୍ୟକ କରେ । ସେଥିପାଇଁ ଆମ ଶରୀର ୭୦% କେବଳ ଜଳ । ଜଳ ଖାଦ୍ୟ  ସାମଗ୍ରୀର ବାହନ, ଖାଦ୍ୟ ଜୀର୍ଣ୍ଣ କରାଇବାଠାରୁ ଆରମ୍ଭ କରି ଜୀର୍ଣ୍ଣ ଖାଦ୍ୟାଂଶକୁ ଆବଶ୍ୟକ ମତେ ଶରୀରର ବିଭିନ୍ନ ଅଂଶକୁ ରକ୍ତ ସାହାଯ୍ୟରେ ବହନ କରି ନେଇ ଅନାବଶ୍ୟକ ପଦାର୍ଥକୁ ବହିଷ୍କାର କରାଇବା, ସମସ୍ତ ଜଳର କାର୍ଯ୍ୟ । ଖାଦ୍ୟ ସାମଗ୍ରୀ ଯାହା ହେଉନା କାହିିଁକି ଜଳର ଅଭାବରେ ତାହା ଶରୀରରେ ବ୍ୟବହୃତ ହୋଇ ପାରିବ ନାହିଁ । ଦୁଗ୍ଧରେ ୮୭% ଜଳ ଥିବାରୁ ଏହାକୁ ଏକ ପାନୀୟ ରୂପେ ଗ୍ରହଣ କରାଯାଏ ।

ପ୍ରତ୍ୟେକ ମୁହୂର୍ରେ ଆମ ଶରୀରରୁ ଶକ୍ତି କ୍ଷୟ ·ଲିଛି । ଆପାତତଃ ଆମେ କୌଣସି କାର୍ଯ୍ୟ କରୁ ନ ଥିଲେ ମଧ୍ୟ ଆମ ଶରୀର ଶ୍ୱାସ ଯନ୍ତ୍ର, ହୃତ ଯନ୍ତ୍ର, ପାକ ଯନ୍ତ୍ର ଆଦି ଓ ତନ୍ତ୍ରୀମାନେ ଅହରହ କାର୍ଯ୍ୟ କରୁଥାନ୍ତି । ଏହି ସମସ୍ତ ଶକ୍ତି (ଋଦ୍ଭରକ୍ସଶଚ୍ଚ) ଉାପ (ଐରବଗ୍ଧ) ଆକାରରେ କ୍ଷୟ ପ୍ରାପ୍ତ ହୁଅନ୍ତି । ତେଣୁ ଖାଦ୍ୟ ପଦାର୍ଥରୁ ସେତକ ସଂଗ୍ରହ କରିବା ଆବଶ୍ୟକ । ଏହି ହେତୁ ଶକ୍ତି ସଂଗ୍ରହ କରିବା ଖାଦ୍ୟ ପଦାର୍ଥର ଅନ୍ୟତମ ମୁଖ୍ୟ କାର୍ଯ୍ୟ । ଶରୀର ଉାପକୁ କ୍ୟାଲୋରୀ (ଉବକ୍ଷକ୍ଟକ୍ସସର) ଏକକରେ ପ୍ରକାଶ କରାଯାଏ । ଜଣେ ସାଧାରଣ କାର୍ଯ୍ୟକ୍ଷମ ଲୋକ ପାଇଁ ଦିନକୁ ହାରାହାରି ୩ ହଜାର କ୍ୟାଲୋରୀ ଶକ୍ତି ଆବଶ୍ୟକ । ଏହାର ଅଭାବରେ ସ୍ବାସ୍ଥ୍ୟ ଦୁର୍ବଳ ହୁଏ ଏବଂ ସହିବା ଶକ୍ତି କ୍ଷୀଣ ହୁଏ । ଶରୀରର ସତେଜତା ହ୍ରାସ ପାଏ । ଏକ ଲିଟର କ୍ଷୀରରୁ ପ୍ରାୟ ୬୫୦ କ୍ୟାଲୋରୀ ଶକ୍ତି ମିଳିଥାଏ । ୪ଟି ଅଣ୍ଡାରୁ ପ୍ରାୟ ୨୩୦ କ୍ୟାଲୋରୀ ଏବଂ ୨୫୦ ଗ୍ରାମ ମାଂସରୁ ୪୦୦ କ୍ୟାଲୋରୀ ଉାପ ମିଳେ । ତେଣୁ ଏଠାରେ କେବଳ ଡାଲି ଓ ·ଉଳ ଜାତୀୟ ଖାଦ୍ୟ ଛଡା ପଇସା ଅନୁପାତରେ କ୍ଷୀରରୁ ଅଧିକ ପରିମାଣରେ ଉାପ ମିଳୁଛି ବୋଲି ଆାମେ ବେଶ୍ ଅନୁଧ୍ୟାନ କରୁଅଛୁ ।

ପ୍ରୋଟିନ ବା ପୁଷ୍ଟିସାର ହିଁ ଏକମାତ୍ର ଖାଦ୍ୟର ଅଂଶ ଯାହାକି ଶରୀରର ବୃଦ୍ଧି ଓ ସୂକ୍ଷ୍ମ ତନ୍ତ୍ରୀ ଓ ଗ୍ରନ୍ଥୀମାନଙ୍କର ବିକାଶ ଘଟାଇଥାଏ । ପ୍ରୋଟିନ୍ର ପରିପୂରଣରେ ମନୁଷ୍ୟ ବୁଦ୍ଧିମାନ ହୋଇ ଉଠେ । ଏହି ପ୍ରୋଟିନ୍ ବା ପୁଷ୍ଟିସାର ମୁଖ୍ୟତଃ ଛେନା ଜାତୀୟ ଖାଦ୍ୟରେ ଭରପୁର ଥାଏ । ଶରୀର ପ୍ରତ୍ୟେକ ଜୀବ କୋଷର ଆକୃତିର ଗଠନ ପରିବର୍ନ , ପରିବର୍ଦ୍ଧନ, ଗ୍ରନ୍ଥିମାନଙ୍କର କ୍ଷରଣ ଆଦି ସମସ୍ତ କାର୍ଯ୍ୟ ଏହା ବିନା ଅସମ୍ଭବ । ଅଧିକାଂଶ ପ୍ରୋଟିନ୍ ବା ପୁଷ୍ଟିସାର ଜାତୀୟ ଖାଦ୍ୟ ମାଂସ ବା ମାଛ ପ୍ରଭୃତି ଜୈବ ପଦାର୍ଥରୁ ମିଳିଥାଏ । କିନ୍ତୁ ଛେନା ଜାତୀୟ ଖାଦ୍ୟର ପୂରଣ ଗାଈ ଦୁଗ୍ଧ ଦ୍ୱାରା ହୋଇ ପାରିବ । ତେଣୁ ପ୍ରଚୁର କ୍ଷୀର ପାନ କରୁଥିଲେ ନିରାମିଶାଷୀମାନଙ୍କର ଛେନା ଜାତୀୟ ଖାଦ୍ୟର ଅଭାବ ହେବାର କୌଣସି କାରଣ ନାହିଁ । ଶରୀର ଗଠନ ଓ ଉପôାଦନ ପାଇଁ ବହୁ ପରିମାଣରେ ପ୍ରୋଟିନ୍ ଆବଶ୍ୟକ କରୁଥିବା ଶିଶୁ, ଗର୍ଭବତୀ ଓ ଦୁଗ୍ଧବତୀ ସ୍ତ୍ରୀମାନଙ୍କର ପ୍ରଚୁର କ୍ଷୀର ଆବଶ୍ୟକ ଅଟେ । ଏହି ମହିଳାମାନଙ୍କୁ ଦୈନିକ ୫୦-୭୦ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ଦରକାର । କେବଳ ଏକ ଲିଟର ଦୁଗ୍ଧରୁ ୩୩ ଗ୍ରାମ ପ୍ରୋଟିନ୍ ମିଳିଥାଏ । ୨୫୦ ଗ୍ରାମ ମାଂସରୁ ୩୫ ଏବଂ ସେତିକି ଛେନାରୁ ପ୍ର୍ରାୟ ୬୦ ଗ୍ରାମ୍ ପ୍ରୋଟିନ୍ ମିଳେ । ମାତ୍ର ୧୦୦୦ ଗ୍ରାମ ·ଉଳ ବା ଅଟାରୁ ୧୨୦ ଗ୍ରାମ ପ୍ରୋଟିନ୍ ମିଳେ । ତେଣୁ କ୍ଷୀର ହିଁ କେବଳ ଅଳ୍ପ ପଇସାରେ ବହୁ ମାତ୍ରାରେ ପ୍ରୋଟିନ୍ ଯୋଗାଇ ପାରେ ।

ଦୁଗ୍ଧରେ ଥିବା ଶର୍କରା ଦୁଗ୍ଧକୁ ସୁସ୍ବାଦୁ ତଥା ଶକ୍ତିପୂର୍ଣ୍ଣ କରିଥାଏ । କିନ୍ତୁ ଅନ୍ୟାନ୍ୟ ଖାଦ୍ୟ ଅପେକ୍ଷା ଦୁଗ୍ଧରେ ସାଧାରଣତଃ କମ୍ ଶର୍କରା ରହିଥାଏ । ମାଂସ, ଅଣ୍ଡା ଏବଂ ମାଛ ଇତ୍ୟାଦି ଜୈବ ଖାଦ୍ୟରେ ମଧ୍ୟ ଅଳ୍ପ ପରିମାଣରେ ଶର୍କରା ଥାଏ ।

ଖାଦ୍ୟମାନଙ୍କ ମଧ୍ୟରେ ଚର୍ବି ଜାତୀୟ ଖାଦ୍ୟ ସବୁଠାରୁ ଅଧିକ ଶକ୍ତି ଉପôାଦନକାରୀ । ଏକ ଗ୍ରାମ୍ ଚର୍ବି ଜାତୀୟ ଖାଦ୍ୟ ବା ସ୍ନେହ ସାର ଜାତୀୟ ଖାଦ୍ୟରୁ ଆମେ ପ୍ରାୟ ୯.୫ କ୍ୟାଲୋରୀ ଶକ୍ତି ପାଇଥାଉ । ସ୍ନେହସାର (ୠବଗ୍ଧ) ଶରୀରର ବିଭିନ୍ନ ଅଂଶରେ ଜମା ହୋଇ ଭବିଷ୍ୟତ ପାଇଁ କାର୍ଯ୍ୟରେ ଲାଗିଥାନ୍ତି । ଆମ ଶରୀରର ଏକ ଦଶମାଂଶ ହେଲା କେବଳ ଚର୍ବି ଜାତୀୟ ପଦାର୍ଥ । ସାଧାରଣତଃ ଏକ କାର୍ଯ୍ୟକ୍ଷମ ବ୍ୟକ୍ତି ପାଇଁ ୭୦ ଗ୍ରାମ୍ ସ୍ନେହସାର ଜାତୀୟ ଖାଦ୍ୟ ଦରକାର । ଏକ ଲିଟର ଦୁଗ୍ଧରୁ ପ୍ରାୟ ୩୭ ଗ୍ରାମ, ୧୦୦ ଗ୍ରାମ୍ ଛେନା, ଲହୁଣୀ ଏବଂ ଶୁଦ୍ଧ ଘିଅରୁ ଯଥାକ୍ରମେ ପ୍ରାୟ ୨୦,୪୬ ଏବଂ ୫୫ ଗ୍ରାମ ସ୍ନେହସାର ମିଳିଥାଏ । ମାଛ, ମାଂସ ବା ଅଣ୍ଡାରୁ ଅପେକ୍ଷାକୃତ ଅଳ୍ପ ପରିମାଣରେ ଚର୍ବି ଜାତୀୟ ଖାଦ୍ୟ ମିଳେ । ତେଣୁ ମହାପୁରୁଷମାନେ କହିଛନ୍ତି “ଘୃତହୀନଂ କୁ ଭୋଜନ” । ସାଧାରଣତଃ ଅନ୍ୟ ଗାଈମାନଙ୍କ ଅପେକ୍ଷା ଜର୍ସୀ ଗାଈ ଦେଉଥିବା କ୍ଷୀରରେ ଅଧିକ ପରିମାଣରେ ସ୍ନେହସାର ରହିଥାଏ । ଏକ ଲିଟର ଜର୍ସୀ ଗାଈ କ୍ଷୀରରେ ପ୍ରାୟ ୫୪ ଗ୍ରାମ ସ୍ନେହସାର ରହିଥାଏ ।

ସ୍ନେହସାର, ଶର୍କରା, ପ୍ରୋଟିନ୍ ଇତ୍ୟାଦି ମୁଖ୍ୟ ଜାତୀୟ ଖାଦ୍ୟ ବ୍ୟତୀତ ଦୁଗ୍ଧରେ ଧାତବ ଲବଣ ମଧ୍ୟ ରହିଥାଏ । ଏହା ଶରୀର ପକ୍ଷେ ଏକାନ୍ତ ଆବଶ୍ୟକ । ଏମାନଙ୍କ ମଧ୍ୟରେ କ୍ୟାଲ୍ସିୟମ୍ (ଉବକ୍ଷମସଙ୍କଜ୍ଞ) ଏବଂ  ଫସଫରସ (ଚଷକ୍ଟଗ୍ଦଷକ୍ଟକ୍ସକ୍ଟଙ୍କଗ୍ଦ) ମୁଖ୍ୟ । ହାଡ ଓ ଦାନ୍ତକୁ ଦୃଢ଼ ରଖିବା ପାଇଁ ଏହାର କାର୍ଯ୍ୟ ପ୍ରଧାନ । ହାଡ ଓ ଦାନ୍ତର ଗଠନ ମଧ୍ୟ ଏହା ଦ୍ୱାରା ସଂପାଦିତ ହୋଇଥାଏ । ଆମର ଦିନକୁ ପ୍ରାୟ ୧ ଗ୍ରାମ କ୍ୟାଲ୍ସିୟମ୍ ଦରକାର । କିନ୍ତୁ ୧ ଲିଟର କ୍ଷୀରରୁ ୧ ଗ୍ରାମରୁ ସାମାନ୍ୟ ଅଧିକ ଓ ୧୦୦ ଗ୍ରାମ ଛେନାରୁ ୧ ଗ୍ରାମରୁ ସାମାନ୍ୟ କମ୍ ମିଳିଥାଏ । ତେଣୁ ଆମ ଶରୀର କ୍ୟାଲ୍ସିୟମ ଅଭାବ ପୂରଣ ନିମନ୍ତେ ଦୁଗ୍ଧ ନିତାନ୍ତ ପ୍ରୟୋଜନୀୟ ।

ସାଧାରଣତଃ ଏକ କାର୍ଯ୍ୟକ୍ଷମ ମନୁଷ୍ୟ ନିମନ୍ତେ ଦୈନିକ ୮୦୦ ମିଲିଗ୍ରାମ ଫସଫରସ ଦରକାର । ମାତ୍ର ଏକ ଲିଟର ଦୁଗ୍ଧକୁ ୯୦୦ ମି.ଗ୍ରା ଏବଂ ୧୦୦ ଗ୍ରାମ ଛେନାରୁ ପ୍ରାୟ ୫୦୦ ମି,ଗ୍ରା ଫସଫରସ ମିଳିଥାଏ । ଫସଫରସ ଏବଂ କ୍ୟାଲସିୟମ ଛଡା ଶରୀର ପାଇଁ ପ୍ରଯୁଜ୍ୟ ଅନ୍ୟାନ୍ୟ ଧାତବ ଲବଣ ମଧ୍ୟ  ଦୁଗ୍ଧରେ ଉଣା ଅଧିକେ ବିଦ୍ୟମାନ ।

ଶରୀର ଗଠନ ବା ଅଭିବୃଦ୍ଧି ପାଇଁ ଖାଦ୍ୟ ପ୍ରାଣ ବା ଭିଟାମିନ୍ମାନଙ୍କର ଯେତେ ଆବଶ୍ୟକତା ନାହିଁ, ଶରୀରକୁ ସୁସ୍ଥ କରିବାକୁ ସେମାନେ ହିଁ ମୁଖ୍ୟ ଉପାଦାନ । ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥରୁ ଆମେ ସହଜରେ ବହୁ ପରିମାଣରେ ଭିଟାମିନ୍ ପାଇ ପାରୁ । ଭିଟାମିନ ‘କ’ ଅଭାବରେ ମନୁଷ୍ୟ ଅନ୍ଧାରକଣା ରୋଗରେ ଆକ୍ରାନ୍ତ ହୁଏ । ଶରୀରର ଗ୍ରନ୍ଥିମାନଙ୍କର କ୍ଷରଣ ଶକ୍ତି ଓ ରୋଗ ନିରୋଧକ ଶକ୍ତି କମିଯାଏ । ଜଣେ ବୟସ୍କ ଲୋକର ଦୈନିକ ପ୍ରାୟ ୪ ହଜାର ଇରନ୍ୟାସନାଲ୍ ଇଉନିଟ ‘କ’ ଖାଦ୍ୟପ୍ରାଣ ଆବଶ୍ୟକ । କେବଳ ୧ ଲିଟର ଦୁଗ୍ଧର ଆମେ ପ୍ରାୟ୨୦୦୦ ଇଉନିଟ୍, ୧୦୦ ଗ୍ରାମ ଲହୁଣିରୁ ୩ ହଜାର ଓ ୨୦୦ ଗ୍ରାମ ଛେନା ଓ ଘିଅରୁ ଯଥାକ୍ରମେ ଦେଢ଼ ହଜାର ଓ ଏକ ହଜାର ଇଉନିଟ୍ ‘କ’ ଖାଦ୍ୟ ପ୍ରାଣ ମିଳିଥାଏ । କ୍ଷୀରରେ ‘ଖ’ ଓ ‘ଘ’ ଖାଦ୍ୟପ୍ରାଣ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । କେବଳ ‘ଖ’ ଖାଦ୍ୟ ପ୍ରାଣ କ୍ଷୀରରେ ଅଳ୍ପ ପରିମାଣରେ ଥାଏ । ଏଠାରେ ମନେ ରଖିବା ଆବଶ୍ୟକ ଯେ, କେବଳ କ୍ଷୀର ବ୍ୟତୀତ ଅନ୍ୟ କୌଣସି ଖାଦ୍ୟରେ ଏତେ ପରିମାଣରେ ଓ ବହୁ ପ୍ରକାର ଖାଦ୍ୟ ପ୍ରାଣ ଏକାଠି ମିଳେ ନାହିଁ ।

ଗାଈ, ଛେଳି, ମଇଁଷି କ୍ଷୀରର ଅନ୍ୟ ଏକ ପ୍ରଧାନ ବିଶେଷତ୍ୱ ଯେ ଏଥିରେ କେତେ ଗୁଡ଼ିଏ ଜୀର୍ଣ୍ଣକାରୀ ରସ (ଋଦ୍ଭଚ୍ଛଚ୍ଚଦ୍ଭରଗ୍ଦ) ଓ ଆମର ଉପକାର କରୁଥିବା ଜୀବାଣୁ (ଈବମଗ୍ଧରସବ) ଅଛନ୍ତି । ଡାୟାଷ୍ଟୋଜ୍ (ଊସବଗ୍ଦଗ୍ଧକ୍ଟଗ୍ଦର) ଡୋରେକ୍ଳିଡେଜ୍, କାଟାଲେଜ୍, ଲାଇପେଜ୍ (ଖସକ୍ଟ୍ରବଗ୍ଦର), ଅମାଇଲେଜ୍  (ଇଜ୍ଞସକ୍ଷବଗ୍ଦର) ଇତ୍ୟାଦି ବହୁ ଜୀର୍ଣ୍ଣକାରୀ ରସ ଦୁଗ୍ଧରେ ଅଛନ୍ତି । ଆମର କୌଣସି କ୍ଷତି ନ ଘଟାଇ ବରଂ ଉପକାର କରୁ୍ଥିବା ବହୁ ଜୀବାଣୁ ମଧ୍ୟ କ୍ଷୀରରେ ଥାଆନ୍ତି ।

ଉପରୋକ୍ତ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଯେ, ଦୁଗ୍ଧ ହିଁ ସମସ୍ତ ଖାଦ୍ୟଠାରୁ ଉକୃଷ୍ଟତମ । ତେଣୁ ଗୋପବନ୍ଧୁ ତାଙ୍କ “ଗୋ ମାହାତ୍ମ୍ୟ”ରେ ଯଥାର୍ଥରେ ବର୍ଣ୍ଣନା କରିଛନ୍ତି-

“ଯେ ନିତି ଖାଇବ ଗୋ କ୍ଷୀର, ତେବେ ଉଜ୍ଜଳ ତା’ ଶରୀର ।

ହୁଅଇ ବୁଦ୍ଧି ବିଚକ୍ଷଣ, ନ ଭୋଗେ ସେ ଦୁଃଖ କଷଣ ।

ଖାଇବ ନିତି ନିତି ଘୃତ, ମଣିବ ସେ ଯେହ୍ନେ ଅମୃତ ।”

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,