Posts

Chanakya Niti: Shortcuts to immediate Success

Chanakya Niti: Shortcuts to immediate Success How to achieve success & fame? Acharya Chanakya was a great figure, whose strength of his intellect and abilities have changed the course of Indian history. The co-founder of the Mauryan Kingdom, Chanakya was a skilled politician, an astute diplomat, as well as a renowned eminent economist. Life's struggle and experience If after all these years Chanakya’s principle and policies are relevant even today, then it is only because of his invaluable knowledge and wisdom gained through intense study, contemplation and life experiences, which was entirely free of self-interest and aimed at human welfare. Importance of Chanakya's policy Functioning of the present time’s social structure, governance of the global economy, stated policies and formulas, all prove highly effective and attributed to Chanakya’s policy. Shortcut to success by Chanakya According to Chanakya, attaining success, fame and respect...
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର  ଭୂମିକା ଶ୍ରୀମଦ୍ ଭଗବତ୍ ଗୀତା – ଅର୍ଥ ଏବଂ ମହ୍ୱ ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର (ଶ୍ରୀମତ୍) କାବି୍ୟକ ସଂକଳନ  । କେହି କେହି ଏହାର  ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କହନ୍ତି  । ଭଗବାନଙ୍କ କଥିତ ବାଣୀ  ପରମ ଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବା ହେତୁ ଏହାକୁ  ଦିବ୍ୟ-ଗୀତ ବୋଲି ମଧ୍ୟ  କୁହାଯାଇପାରେ  । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ । ଗୀତାର ସଙ୍କଳକ ବ୍ୟାସଦେବ ଈଶ୍ୱରୀୟ ବାଣୀକୁ ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ନାମିତ କରି ପରବର୍ୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି  । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜି ଏକ ସ୍ବତନ୍ତ୍ର ଗ୍ରନ୍ଥ ଭାବରେ ଆମ ପାଖରେ ଉପଲବ୍ଧ  । ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା  ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ...

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

Image
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଯୋଗାଯୋଗ : ଡାକ୍ତର ସୁଧାଂଶୁ ଶେଖର ମିଶ୍ର  ଶିବ-ଶକ୍ତି ହୋମିଓ ସେବା ସଦନ  କାଦୋପଡ଼ା ଗଳି, ବସ୍-ଷ୍ଟାଣ୍ଡ  ପାଟଣାଗଡ଼ - ୭୬୭୦୨୫, ବଲାଙ୍ଗିର, ଓଡ଼ିଶା ମୋବାଇଲ - ୯୪୩୭୨୧୦୨୯୬ ଘର - (୦୬୬୫୮) ୨୨୨୩୩୯ ସୂଚୀପତ୍ର ଭୂମିକା xxxi # ଶ୍ରୀମଦ୍ଭଗବତ୍ ଗୀତା - ଅର୍ଥ ଏବଂ ମହ�୍ୱ xxxii # ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା ଗୀତାର ମହିମା ବର୍ଣ୍ଣନା xxxiii # ପ୍ରଣିଧାନଯୋଗ୍ୟ ପ୍ରଶ୍ନ xxxiv # ସ୍ବରଚିତ ପୁସ୍ତକ ସମ୍ପର୍କରେ xxxviii # ପ୍ରଥମ ଓ ଦ୍ୱିତୀୟ ଖଣ୍ଡର ପ୍ରତ୍ୟେକ ଅଧ୍ୟାୟରେ ଥିବା ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ xlii ୧. ପ୍ରଥମ ଖଣ୍ଡ ୩-୧୧୨ # ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ ୩ # ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ଭଗବତ ଗୀତାର ଯଥାର୍ଥ ସ୍ବରୂପ ୯ # ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନରାବୃ�ି ୨୬ # ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ�୍ୱ ୪୭ # ପ�ମ ଅଧ୍ୟାୟ : ଆତ୍ମା ତ�୍ୱ ୫୨ # ଷଷ୍ଠ ଅଧ୍ୟାୟ : ପରମାତ୍ମା ତ�୍ୱ ୬୩ # ସପ୍ତମ ଅଧ୍ୟାୟ : ରାଜଯୋଗ ୮୧ ୨. ଦ୍ୱିତୀୟ ଖଣ୍ଡ ୧୧୫-୧୩୫ ପ୍ରଥମ ଅଧ୍ୟାୟ # ଅର୍ଜୁନ ବିଷାଦ ଯୋଗ ୧୧୫ # ଅର୍ଜୁନ ବିଷାଦ ଯୋଗ (ଦୁଇ) ୧୨୩ # ବିଭିନ୍ନ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ ୧୨୩ # ରଥ, ରଥି ଓ ସାରଥି ୧୨୫ # ଈଶ୍ୱରୀୟ ଦୃଷ୍ଟିକୋଣ ୧୨୬...

ସହଜ ରାଜଯୋଗ(9) --ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ-

Image
ସହଜ ରାଜଯୋଗ      ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ ନାୟମାତ୍ମା ପ୍ରବଚନେନ ଲଭ୍ୟୋ  ନ ମେଧୟା ନ ବହୁଧା ଶ୍ରୁତେନ ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ           ଆତ୍ମା ବିବୃଣତେ ତନୁସ୍ବାମ୍ ।ା କଠୋପନିଷଦର ଏହି ମନ୍ତ୍ରର ଅର୍ଥ ହେଉଛି, ପ୍ରବଚନ, ତୀବ୍ର ବୁଦ୍ଧି ଅଥବା ଶାସ୍ତ୍ରଜ୍ଞାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୁଏ ନାହିଁ । ଯାହାକୁ ତାହା ସ୍ବୟଂ ପ୍ରାପ୍ତ ହୁଏ ତା ସମ୍ମୁଖରେ ଏହା ନିଜ ସ୍ବରୂପକୁ ପ୍ରକଟ କରେ । ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ମନୁଷ୍ୟ ଆଜି ଅଶାନ୍ତ ଓ  ଦଃଖୀ ଅଟନ୍ତି । ସମସ୍ତେ ସୁଖ ଓ ଶାନ୍ତିର ଅନ୍ୱେଷଣରେ ବ୍ୟସ୍ତ । ସେମାନେ ସାଂସାରିକ ଭୌତିକ ପଦାର୍ଥ ସମୂହକୁ ସୁଖର ସାଧନ ଭାବି ତନ୍ମଧ୍ୟରେ ସୁଖ-ଶାନ୍ତି ଖୋଜି ନିରାଶ ହେଉଛନ୍ତି । କାରଣ ଭୌତିକ ପଦାର୍ଥଗୁଡିକରେ ସୁଖ-ଶାନ୍ତି ନଥାଏ । ତେଣୁ ସେଗୁଡିକରୁ ତାହା ପ୍ରାପ୍ତି ହେବ କିପରି? ମନୁଷ୍ୟ ଏକଥା ଜାଣେ ନାହିଁ ଯେ ଯାହା ସେ ବାହାରେ ଖୋଜୁଛି ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ ଅଛି । ଏ ବିଷୟରେ ଯେତେବେଳେ ମନୁଷ୍ୟର ଜ୍ଞାନୋଦୟ ହୁଏ ସେତେବେଳେ ସେ ସର୍ବଦା ନିଜ ମଧ୍ୟରେ ହିଁ ସୁଖ- ଶାନ୍ତି ଓ ଆନନ୍ଦ ଅନୁଭବ କରେ । ଏଥିପାଇଁ କୁହାଯାଇଛି ଯେ ନିଜକୁ ଜାଣ । କଦ୍ଭକ୍ଟଙ୍ଗ ଞଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକରେ ମଧ୍...

ସହଜ ରାଜଯୋଗ(8)--ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ

Image
  ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା କେତେକ ଶାସ୍ତ୍ରକାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏଣୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :- ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ                        ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି-...