ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା ଉଚିତ

ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ 

  କର୍ମ କରିବା ଉଚିତ

ଈଶ୍ୱରୀୟ କର୍ମ ଆଧାରରେ କର୍ମ କଲେ ଏହା ବ୍ୟକ୍ତିଗତ ସ୍ବାର୍ଥରେ ଜଡିତ ନଥିବାରୁ ତଥା ଜଗତ୍ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବାରୁ ଏଥିରେ ଏକ ଅର୍ନିବଚନୀୟ ଆତ୍ମତୃପ୍ତି ଓ ସନ୍ତୋଷ ଅନୁଭବ ହୁଏ । ଏହାହିଁ ଈଶ୍ୱରୋପଲବ୍ଧିର ·ବି କାଠି । ଏଭଳି ବ୍ୟକ୍ତିଙ୍କର ନିଜ ପାଇଁ କୌଣସି କର୍ମ ଅବଶେଷ ରହେ ନାହିଁ । କାରଣ ସେମାନେ ଈଶ୍ୱରୀୟ ଇଛା ଅନୁସାରେ ତାଙ୍କର (ଈଶ୍ୱରଙ୍କର) ନିମି ଭାବରେ କର୍ମ କରୁଥିବାରୁ ସେଥିରେ ତାଙ୍କର ଆସକ୍ତି ନଥାଏ । କର୍ମ ତାଙ୍କ ପାଇଁ ବନ୍ଧନ ବା ପାପର କାରଣ ହୁଏ ନାହିଁ । ଏହାହିଁ କର୍ମାତୀତ ଅବସ୍ଥା । ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବାତ୍ମାର ସକଳ ପ୍ରକାର ଅଭିଳାଷ, ଆସକ୍ତି, ଆକାଂକ୍ଷା ତିରୋହିତ ହୋଇଯାଏ । ସେମାନଙ୍କର ମନ ଏବଂ ବୁଦ୍ଧି, ଦେହ ଓ ଦୈହିକ ସମ୍ବନ୍ଧରୁ ମୁକ୍ତ ଥିବାରୁ ସେମାନେ ସର୍ବଦା ଆତ୍ମାର ସ୍ବଭାବ ସୁଲଭ ଗୁଣ ଶାନ୍ତି, ଆନନ୍ଦ, ପ୍ରେମ, ସୁଖ, ସନ୍ତୋଷ ଆଦିରେ ଭରପୁର ଥାନ୍ତି । ସେମାନେ ଏପରି ଏକ ଉଚ୍ଚତମ ସ୍ଥିତିରେ ସଦା ସର୍ବଦା ଅବସ୍ଥିତ ଥାନ୍ତି ଯେ କର୍ମର ଆଉ ପ୍ରୟୋଜନ ରହେ ନାହିଁ । ଏମାନେ ପ୍ରକୃତରେ ଜୀବନ୍ମୁକ୍ତ ଅଟନ୍ତି । କିନ୍ତୁ ଏହାର ଅର୍ଥ କର୍ମ ବିମୁଖତା ନୁହେଁ । ଏମାନେ କର୍ମ କରୁଥିଲେ ମଧ୍ୟ ସ୍ବତଃ ତାଙ୍କ ଦ୍ୱାରା କର୍ମ ହେଉଥାଏ ।
କର୍ମାତୀତ ବ୍ୟକ୍ତି ବାହ୍ୟତଃ କୌଣସି କର୍ମ କରୁନଥିଲେ ମଧ୍ୟ ତାଙ୍କ ଦ୍ୱାରା ସୂକ୍ଷ୍ମ ଭାବରେ ବିଶ୍ୱକଲ୍ୟାଣ କାର୍ଯ୍ୟ ସମ୍ପାଦନ ହେଉଥାଏ । ନିଃସ୍ବାର୍ଥ ଓ ଆସକ୍ତି ରହିତ ହୋଇ ଈଶ୍ୱରାର୍ପଣ ବୁଦ୍ଧିରେ କର୍ବ୍ୟ ଭାବନାରେ କର୍ମ କଲେ ହିଁ କର୍ମାତୀତ ଅବସ୍ଥା ବା ଶ୍ରେଷ୍ଠ ପଦ ପ୍ରାପ୍ତ ହେବ । ଜନକ ଆଦି ମହାତ୍ମାଗଣ ଏହିପରି ନିଷ୍କାମ ଅନାସକ୍ତ କର୍ମ କରି ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ । ।ା ଗୀ ୩/୨ଠ ।ା କର୍ମାତୀତ ଅବସ୍ଥା ପ୍ରାପ୍ତ ଜୀବାତ୍ମା ନିଜର ପ୍ରୟୋଜନ ପାଇଁ କୌଣସି କର୍ମ କରେ ନାହିଁ । ତା’ର ସମସ୍ତ କର୍ମ  ଲୋକଶିକ୍ଷା ପାଇଁ ଉଦ୍ଧିଷ୍ଟ । ନିଃସ୍ବାର୍ଥ କର୍ବ୍ୟ କର୍ମ ପାଳନ ଦ୍ୱାରା ସାଧାରଣ ବ୍ୟକ୍ତି ମଧ୍ୟ ଏହାଦ୍ୱାରା ଅନୁପ୍ରାଣିତ ହୋଇ ନିଜ ନିଜ ପାଇଁ ଉଦ୍ଧିଷ୍ଟ କର୍ମ କର୍ବ୍ୟ ଭାବନାରେ କରନ୍ତି । ତେଣୁ ଈଶ୍ୱରୀୟ ଜ୍ଞାନ (ଗୀତା ଜ୍ଞାନ) କର୍ମ ବିମୁଖତାର ପରିପନ୍ଥୀ । ଜ୍ଞାନ କେବଳ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ନୁହେଁ, ନିଜ ନିଜ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଈଶ୍ୱରୀୟ ଅବତରଣର ଆଭିମୁଖ୍ୟକୁ ସଫଳ ରୂପାୟନ କରିବା ପାଇଁ ଉଦ୍ଧିଷ୍ଟ । କାରଣ ମାନବାତ୍ମାଗଣଙ୍କୁ ସ୍ବଧର୍ମରେ ରହି ସ୍ବକର୍ମରେ ପ୍ରବୃ କରାଇବା ପାଇଁ ହିଁ ପରମାତ୍ମାଙ୍କୁ ଧରାବତରଣ କରିବାକୁ ପଡେ ।
ଯଦି କାହାରି ମନରେ ଏହି ପ୍ରଶ୍ନ ଆସୁଥାଏ ଯେ ସିଦ୍ଧ କର୍ମଯୋଗୀ ବା କର୍ମାତୀତ ଅବସ୍ଥାରେ ଉପନୀତ ହୋଇଥିବା ବ୍ୟକ୍ତିଙ୍କର ଈଶ୍ୱରୋପଲବ୍ଧି ହେଲା ପରେ କର୍ମରେ ଆଉ କି ପ୍ରୟୋଜନ? ଏହି ସମ୍ଭାବିତ ପ୍ରଶ୍ନକୁ ବି·ର କରି ପରମାତ୍ମା କହନ୍ତି ଏପରି ବ୍ୟକ୍ତି ଲୋକ ସଂଗ୍ରହ ବା ଲୋକ ଶିକ୍ଷା ପାଇଁ କର୍ମ କରିବା ଉଚିତ । ଏପରି ପୁରୁଷାର୍ଥୀଙ୍କ ସମଗ୍ର ବ୍ୟକ୍ତିତ୍ୱ ଈଶ୍ୱରାର୍ପିତ ହୋଇଥାଏ । ତାଙ୍କ ପାଇଁ ଗତାନୁଗତିକ ଭାବେ ପ୍ରଚଳିତ ଶାସ୍ତ୍ରୀୟ ବିଧି ନିଷେଧ ବା ସାମାଜିକ ରୀତି ନୀତି ମୂଲ୍ୟହୀନ । କାରଣ ସତ୍ୟ ସନାତନ ଧର୍ମର ପୁନଃ ସ୍ଥାପନ ପାଇଁ ସେମାନେ ନିମି ଭାବରେ ଈଶ୍ୱରୀୟ ଇଛାନୁରୂପ କାର୍ଯ୍ୟ କରନ୍ତି । ସେମାନେ ସମୟୋପଯୋଗୀ ନୂତନ ଆଦର୍ଶ ସୃଷ୍ଟି କରନ୍ତି । ସେମାନଙ୍କ ଦିବ୍ୟ ବ୍ୟକ୍ତିତ୍ୱର ପ୍ରଭାବରେ ଲୋକ ପ୍ରଭାବିତ ହୋଇ ତାଙ୍କୁ ଶ୍ରେଷ୍ଠତ୍ୱ ପ୍ରାପ୍ତି ପାଇଁ ଅନୁସରଣ କରନ୍ତି । ଏହି ପରିପ୍ରେକ୍ଷୀରେ ପରମାତ୍ମା ନିଜର ଉଦାହରଣ ଦିଅନ୍ତି । ଏପରି କୌଣସି ବସ୍ତୁ ଏ ତ୍ରିଭୁବନରେ ନାହିଁ ଯାହା ତାଙ୍କର ଅପ୍ରାପ୍ୟ ।ା ଗୀ ୩/୨୨ ।ା ତଥାପି ସେ କର୍ମର ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ପରମଧାମରୁ ଓହ୍ଲାଇ ଆସନ୍ତି ଏ ଧରାପୃଷ୍ଠକୁ । ପତିତମାନଙ୍କୁ ପାବନ କରନ୍ତି  । ଅଧର୍ମର ବିନାଶ କରି ସତ୍ୟଧର୍ମର ସ୍ଥାପନା କରନ୍ତି । ଭକ୍ତମାନଙ୍କର ମନୋବାା ପୂର୍ଣ୍ଣ କରନ୍ତି । ଏଥିରେ ତାଙ୍କର ଲାଭ ବା କ୍ଷତି କିଛି ନାହିଁ । ତଥାପି ମଧ୍ୟ ସେ ଲୋକ ସଂଗ୍ରହ ବା ଲୋକ ଶିକ୍ଷା ପାଇଁ ଏକ ମହାନ ଶିକ୍ଷକ ରୂପରେ କର୍ମ କରନ୍ତି ।
ପରମାତ୍ମାବତରଣର ଆଭିମୁଖ୍ୟ ହେଲା ଆସୁରୀ ସଂସ୍କାର ଗ୍ରସ୍ତ  ମାନବାତ୍ମାମାନଙ୍କୁ  ଗୀତାଜ୍ଞାନ ଶିକ୍ଷା ଦେଇ (ଲୋକ ସଂଗ୍ରହ) ସେମାନଙ୍କ ମଧ୍ୟରେ ଦୈବୀ ସଂସ୍କାରର ପୁର୍ନଃରୋପଣ କରିବା । ତେଣୁ ପରମାତ୍ମା ମାନବ ଶରୀର ମାଧ୍ୟମରେ ଅବତରଣ କରି ଦିବ୍ୟ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି । କର୍ମ ସହିତ ଧର୍ମ ଅଙ୍ଗାଙ୍ଗୀଭାବେ ଜଡିତ । କର୍ମ ଆଧାରରେ ଧର୍ମ ପ୍ରଷ୍ଫୁଟିତ ଓ ଫଳ ପ୍ରଦାୟକ ହୁଏ । ଅସତ୍ କର୍ମ ହିଁ ଅଧର୍ମର କାରଣ । ସତ୍କର୍ମ ଦ୍ୱାରା ସତ୍ୟଧର୍ମର ସ୍ଥାପନା ହୁଏ । ତେଣୁ ମାନବ ଶରୀରରେ ଅବତୀର୍ଣ୍ଣ ପରମାତ୍ମା ଆଳସ୍ୟ ରହିତ ହୋଇ ନିତ୍ୟ ନିରନ୍ତର ସୃଷ୍ଟି ପରିବର୍ନ (ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା) ପ୍ରକି୍ରିୟାରେ କାର୍ଯ୍ୟରତ ରହନ୍ତି । ସୃଷ୍ଟିରେ ଅବତରଣ ପୂର୍ବରୁ ମଧ୍ୟ ସେ ପରମଧାମରେ ଥାଇ ବିଭିନ୍ନ ଭକ୍ତମାନଙ୍କ ବିଭିନ୍ନ ପ୍ରକାର ମନୋକାମନା ସେମାନଙ୍କ ସାଧନା ଓ ନିଷ୍ଠା ଅନୁସାରେ ପ୍ରଦାନ କରୁଥିଲେ । ସେ ସର୍ବଦା ଚେତନଶୀଳ ଓ କର୍ମ ରତ ରହୁଥିବାରୁ ବିଶ୍ୱରେ ବିଭିନ୍ନ ସ୍ଥାନରୁ ତାଙ୍କ ସ୍ମରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ତାଙ୍କର ଭାବନା ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ପରମାତ୍ମା ଯଦି ନିଷ୍ଟ୍ରିୟ ହୋଇଯିବେ ତେବେ ସମାଜରେ ଘୋର ବିଭ୍ରାଟ ଦେଖାଦେବ । ସମାଜିକ ବିଷମତା ସୃଷ୍ଟି ହେବ । ମାନବ ସମାଜ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ।ା ଗୀ ୩/୨୪ ।ା ତେଣୁ କର୍ମ ବିନା ଅନ୍ୟ ଗତି ନାହିଁ ।
ଅଜ୍ଞାନମାନେ ବ୍ୟକ୍ତିଗତ ସ୍ବାର୍ଥ ସିଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ କରନ୍ତି । ଜ୍ଞାନୀବ୍ୟକ୍ତିମାନେ ଠିକ ସେହିପରି ଲୋକଶିକ୍ଷା ତଥା ଅଜ୍ଞାନମାନଙ୍କୁ ଈଶ୍ୱରୀୟ ମାର୍ଗରେ ପରି·ଳିତ କରିବା ପାଇଁ ଯଥାସାଧ୍ୟ କର୍ମ କରିବା ଉଚିତ । ସେମାନଙ୍କ ନିଃସ୍ବାର୍ଥ ଓ ଅନାସକ୍ତ କର୍ମ ପ୍ରବଣତା ଦେଖି ଅଜ୍ଞାନମାନେ କର୍ମର ପ୍ରକୃତ ରସ ଆସ୍ବାଦନ କରିପାରିବେ; ଆନନ୍ଦ ପାଇବେ ଏବଂ କର୍ମ କରିବା ପାଇଁ ଅନୁପ୍ରାଣିତ ହେବେ । ଜ୍ଞାନୀ ଏବଂ ଅଜ୍ଞାନ ଉଭୟଙ୍କ କର୍ମରେ ପ୍ରଭେଦ ଏତିକି ଯେ ଅଜ୍ଞାନ ନିଜ ସ୍ବାର୍ଥ ପାଇଁ କର୍ମ କରେ; ଜ୍ଞାନୀ ନିଜ ପାଇଁ କିଛି ନ କରି ଲୋକମାନଙ୍କୁ  ନିଃସ୍ବାର୍ଥ ଓ ଅନାସକ୍ତ କର୍ମର ଶିକ୍ଷା ଦେବା ପାଇଁ ଈଶ୍ୱରୀୟ ସେବାଭାବନାରେ ସତତ କର୍ମରତ ରହନ୍ତି । ସେମାନେ କେବଳ ଉପଦେଶ ଦେବା ଛଳରେ ଅଜ୍ଞାନମାନଙ୍କୁ ବୈରାଗ୍ୟ ଓ କର୍ମଯୋଗର କଥା କହନ୍ତି ନାହିଁ ।ା ଗୀ ୩/୨୬ ।ା କାରଣ ଏହାଦ୍ୱାରା ସେମାନଙ୍କ ବୁଦ୍ଧିରେ ଦ୍ୱନ୍ଦ୍ୱ ଉପôନ୍ନ ହେବ । ଏହାଦ୍ୱାରା ସେମାନେ କର୍ମ ବିମୁଖ ହୋଇ ସଂସାରର ସମ୍ମୁଖୀନ ହେବା ପରିବେର୍ ନିଷ୍କ୍ରିୟ ଓ ଉଦାସୀନ ହୋଇ ପଡିବେ । କର୍ମ ସନ୍ୟାସ ପ୍ରତି ସେମାନଙ୍କ  ଅହେତୁକ ଅନୁରାଗ ସୃଷ୍ଟି ହେବ । ଏହାଦ୍ୱାରା ସମାଜର ସାମଗ୍ରିକ ଅଭିବୃଦ୍ଧି ବ୍ୟାହତ ହେବ ।
ପରୁଷୁ ବା ଆତ୍ମା ପ୍ରକୃତିର ସହାୟତା ବିନା କୌଣସି କର୍ମ କରି ପାରିବ ନାହିଁ । ସ୍ୱ, ରଜ, ତମ ପ୍ରକୃତି ଜନିତ ଏହି ଗୁଣତ୍ରୟ ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ସମ୍ପାଦିତ ହୁଏ ଏବଂ ଆତ୍ମାରେ ଏହି କର୍ମଗୁଡିକର ଫଳ ସଂସ୍କାର ରୂପେ ପ୍ରତିଫଳିତ ହୁଏ । କିନ୍ତୁ ପୁରୁଷ ଯେତେବେଳେ ବିସ୍ମୃତି ବା ଅଜ୍ଞାନତା ହେତୁ ନିଜକୁ ଶରୀର ବୋଲି ମନେକରେ ସେତେବେଳେ ତା’ର ଅହଙ୍କାର ଉପôନ୍ନ ହୁଏ ଏବଂ ସେ ନିଜକୁ ପ୍ରତ୍ୟେକ କର୍ମର କର୍ା ବୋଲି ମନେ କରେ ।ା ଗୀ ୩/ ୨୭ ।ା ଏହା ଦ୍ୱାରା କର୍ମରେ ଆସକ୍ତି ଆସିଥାଏ । ଏହା ଯୋଗର ପରିପନ୍ଥୀ । କାରଣ ମୋହଗ୍ରସ୍ତ ଆତ୍ମା ନିଜର ବାସ୍ତବିକ ସ୍ବରୂପ ଭୁଲିଯାଇଁ “ମୁଁ ଶରୀର” ବୋଲି ନିଜକୁ ମନେ କରେ । ତେଣୁ ସମସ୍ତ କର୍ମ ସର୍ବୋତୋଭାବେ ପ୍ରକୃତିର ସ୍ୱ, ରଜ ଓ ତମ ଗୁଣ ତ୍ରୟ ଦ୍ୱାରା ହେଉଥିଲେ ମଧ୍ୟ ମିଥ୍ୟା ଅଭିମାନ ବଶତଃ ବ୍ୟକ୍ତି ନିଜକୁ କର୍ା ମନେ କରେ ।
ଅନ୍ତଃକରଣ ଶୁଦ୍ଧ ନ ହେବା ପର୍ଯ୍ୟନ୍ତ ଜ୍ଞାନ ଉଦୟ ହୁଏ ନାହିଁ । ଜ୍ଞାନର ଅଭାବର ବ୍ୟକ୍ତି ଇନ୍ଦ୍ରିୟ ଓ ଇନ୍ଦ୍ରିୟମାନଙ୍କର ଭୋଗ୍ୟ ବିଷୟମାନଙ୍କ ପ୍ରତି ଆସକ୍ତ ହୋଇ ପଡେ । ଇନ୍ଦ୍ରିୟାତୀତ ଆତ୍ମିକ ସୁଖର ଧାରଣା ସେମାନଙ୍କର ନ ଥାଏ; ସାଂସାରିକ ଭୋଗକୁହିଁ ସେମାନେ ସର୍ବୋପରି ମନେ କରନ୍ତି । ସେଥିପାଇଁ ସେମାନେ ସେଗୁଡିକ ପ୍ରାପ୍ତି ପାଇଁ ଦେବ ପୂଜା ତଥା ସ୍ଥୂଳ ଯଜ୍ଞାଦି କର୍ମକାଣ୍ଡରେ ପ୍ରବୃ ହୁଅନ୍ତି । ପ୍ରକୃତ ଜ୍ଞାନ ଅଭାବରୁ ସେମାନେ ପରମାତ୍ମା ପ୍ରାପ୍ତି ପାଇଁ କର୍ମ କରିବା ବଦଳରେ ନାଶବାନ ଭୋଗ ପ୍ରାପ୍ତି ପାଇଁ କର୍ମ କରନ୍ତି । ତଥାପି ମଧ୍ୟ ସେମାନେ ତାମସିକ ବ୍ୟକ୍ତିଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । କାରଣ ତାମସିକ ବ୍ୟକ୍ତି ଅଧର୍ମକୁ ଧର୍ମ ଓ ଧର୍ମକୁ ଅଧର୍ମ ମାନି ସେପରି ଆଚରଣ କରେ । ତେଣୁ, ଗୀତା ଅଜ୍ଞାନ ବ୍ୟକ୍ତିଙ୍କୁ ତାମସିକ ବ୍ୟକ୍ତି ଅପେକ୍ଷା ଖୁବ ଭଲ ବୋଲି ସ୍ବୀକାର କରିଛି କାରଣ ଅଜ୍ଞାନ ବ୍ୟକ୍ତିଙ୍କୁ ଯଥାର୍ଥ ଜ୍ଞାନ ପ୍ରାପ୍ତି ହେଲେ ସେମାନେ ଭୋଗ ବାସନାରୁ ନିବୃ ହୋଇ ଈଶ୍ୱରୀୟ ମାର୍ଗରେ ପରି·ଳିତ ହେବେ । ତେଣୁ ଜ୍ଞାନୀ ବ୍ୟକ୍ତି ସେମାନଙ୍କୁ ଧୈର୍ଯ୍ୟ ପୂର୍ବକ ସେମାନଙ୍କ ବିଶ୍ୱାସରେ ଆଘାତ ନ ପହାଇ ଈଶ୍ୱରୀୟ ଜ୍ଞାନର ଯଥାର୍ଥ ସ୍ବରୂପ ବୁଝାଇବା ଉଚିତ । ସେମାନଙ୍କ ସ୍ବାର୍ଥ କୈନ୍ଦ୍ରିକ କର୍ମର ଗତିକୁ ପରମାର୍ଥ ମାର୍ଗ ଆଡକୁ ଯୁକ୍ତି ପୂର୍ବକ ମୋଡି ଦେବା ଉଚିତ । ସମସ୍ତ କର୍ମକୁ ପରମାତ୍ମାର୍ପଣ କରିବା ପାଇଁ ଶିକ୍ଷା ଦେବା ଉଚିତ । ଏଥିପାଇଁ ଜ୍ଞାନୀ ବ୍ୟକ୍ତି ନିଷ୍କାମୀ, ନିରହଂଙ୍କାରୀ ଓ ସନ୍ତାପହୀନ ହେବା ଉଚିତ ଏବଂ ଯୁଦ୍ଧ ଯୁଧ୍ୟସ୍ବ ବିଗତଜ୍ୱରଃ ।ା ଗୀ ୩ା୩୦ା
ଯେଉଁମାନେ ଶ୍ରଦ୍ଧା ପୂର୍ବକ ଈଶ୍ୱରୀୟ ମହାବାକ୍ୟକୁ ଜୀବନରେ ପ୍ରୟୋଗ କରିବା ପାଇଁ କର୍ମରେ ପ୍ରବୃ ରହନ୍ତି ସେମାନଙ୍କ ଜୀବନ ଆଧ୍ୟାତ୍ମିକତା ସମ୍ପନ୍ନ । ସେମାନେ ଜ୍ଞାନୀ । ଶ୍ରଦ୍ଧା ଅନୁସାରେ ହିଁ କର୍ମରେ ସଫଳତା ଓ ବିଫଳତା ମିଳେ । ଶ୍ରଦ୍ଧା, ବିଶ୍ୱାସର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ । କୌଣସି ବିଷୟକୁ ଜୀବନରେ ଆଚରଣ କରିବାର ଦୃଢ ଆନ୍ତରିକ ସଂକଳ୍ପର ନାମ ହେଉଛି ଶ୍ରଦ୍ଧା । ତେଣୁ, ଯେଉଁମାନେ ଶ୍ରଦ୍ଧା ପୂର୍ବକ ନିଃସଂଶୟ ଓ ନିଃସଂଳ୍ପଭାବରେ  ଈଶ୍ୱରୀୟ ମତାନୁସାରେ ଜୀବନ ନିବର୍ାହ କରନ୍ତି ସେମାନେ ମଧ୍ୟ କର୍ମ ବନ୍ଧନରୁ ମୁକ୍ତ ହୁଅନ୍ତି । ଅପର ପକ୍ଷରେ ଯେଉଁମାନେ ସଂଶୟୀ ଓ ସନ୍ଦେହୀ, ଯେଉଁମାନେ ଈଶ୍ୱରୀୟ ମତରେ ମଧ୍ୟ ଦୋଷ ଦର୍ଶନ କରନ୍ତି ଏବଂ ନିଜ ପାଣ୍ଡିତ୍ୟର ଅଭିମାନ ବା ଅଜ୍ଞାନତା ବଶତଃ ତା’ର ଅନୁସରଣ କରନ୍ତି ନାହି, ସେମାନଙ୍କ କଲ୍ୟାଣ ଆଦୌ ସମ୍ଭବ ନୁହେଁ । ଏପରି ବ୍ୟକ୍ତିକୁ ଗୀତା ମୁର୍ଖ ବୋଲି କହିଛି । ଏମାନେ ଆସୁରୀ ପ୍ରବୃି ସମୂହର ବଶବର୍ୀ ହୋଇ ଅଧୋପତିତ ହୁଅନ୍ତି ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,