ଉଚ୍ଚ ରକ୍ତଚାପ ରୋଗ---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଉଚ୍ଚ ରକ୍ତଚାପ ରୋଗ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ
ପାଟଣାଗଡ
ଆଧୁନିକତା ନାମରେ ପାଶ୍ଚାତ୍ୟ ସଭ୍ୟତାର ବିକାଶ ସହିତ ମନୁଷ୍ୟ ସମାଜ ମଧ୍ୟରେ ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ସାଧାରଣତଃ ୪୦ ବର୍ଷ ବୟସପରେ ଏହି ରୋଗର ସମ୍ଭାବନା ଶତକଡା ୧୫ ପ୍ରତିଶତ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଆଜିକାଲି ୧୪/୧୫ ବର୍ଷ ବୟସର ବାଳକ ବାଳିକାମାନେ ମଧ୍ୟ ଏହି ରୋଗର ଶିକାର ହେଉଥିବା ଦେଖାଯାଏ । ଏହି ରୋଗରେ ପୀଡିତ ଶତକଡା ୧୦ ପ୍ରତିଶତ ରୋଗୀ ମାନେହିଁ କେବଳ ଡାକ୍ତରଙ୍କ ନିକଟକୁ ଚିକିସôା ପାଇଁ ଆସନ୍ତି । ଅନ୍ୟମାନେ ସ୍ୱାସ୍ଥ୍ୟ ସଚେତନତା ବା ଏହି ରୋଗର ସଠିକ ନିଦାନ ଅଭାବରୁ ଚିକିସôା (chikitsa)ପୂର୍ବରୁ ଏହାର ଘାତକ ଦୁଷ୍ପରିଣାମର ଶିକାର ହୋଇପଡନ୍ତି ।
ଚାଲିଶ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ଅନ୍ତତଃ ବର୍ଷକୁ ଥରେ ବା ଦୁଇଥର ବ୍ଳଡପ୍ରେସର ଯା କରାଇବା ଉଚିତ । ଯଥା ସମୟରେ ରୋଗ ନିଦାନ ହୋଇ ଉପଯୁକ୍ତ ଚିକିସôକଙ୍କ ଦ୍ୱାରା ଉପଚାର କରାଇଲେ ଏହା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ସୁସ୍ଥ ବ୍ୟକ୍ତି ପରି ଜୀବନଯାପନ ପୂର୍ବକ ପୂର୍ଣ୍ଣ ଆୟୁ ପ୍ରାପ୍ତ କରିପାରିବେ ।
ଉଚ୍ଚ ରକ୍ତଚାପ କଣ?
ରକ୍ତଚାପ ସାମାନ୍ୟ ଅବସ୍ଥାରେ ୧୨୦/୮୦ଜ୍ଞଜ୍ଞ/ଘଶ ଥାଏ । ଏଥିରୁ ଅଧିକ ହେଲେ ଉଚ୍ଚ ରକ୍ତଚାପ କୁହାଯାଏ ।ଏହା ଦୁଇ ପ୍ରକାର ଅଟେ - ୧. ଅପର ବା ସିଷ୍ଟୋଲିକ ହାଇପରଟେନସନ ୨. ଲୋଅର ବା ଡାୟଷ୍ଟୋଲିକ ହାଇପରଟେନସନ । ରକ୍ତଚାପ ସାମାନ୍ୟ ଅବସ୍ଥାରୁ ଅଧିକ ବା କମ୍ (୯୦/୬୦/ରୁ କମ) ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିସôା କରିବା ଉଚିତ ।ରକ୍ତଚାପ ରୋଗର ଲକ୍ଷଣ:-
୧. ଅଧିକାଂଶ ରୋଗୀମାନଙ୍କର ପ୍ରାରମ୍ଭିକ ଅବସ୍ଥାରେ କୌଣସି ରୋଗ ଲକ୍ଷଣ ପ୍ରକାଶ ପାଏ ନାହଁ । ସାଧାରଣତଃ ରକ୍ତଚାପ ରୋଗାକ୍ରାନ୍ତ ରୋଗୀମାନଙ୍କ ନିମ୍ନ ଲକ୍ଷଣାବଳୀ ପ୍ରକାଶ ପାଇଥାଏ । ଯଥା:- ବାରମ୍ବାର ମୁଣ୍ଡବ୍ୟଥା ହେବା, ମୁଣ୍ଡ ଓଜନିଆ ଲାଗିବା, ବିନାକାରଣରେ ବିରକ୍ତ ଲାଗିବା, ସାମାନ୍ୟ ଶାରୀରିକ ପରିଶ୍ରମରେ ଛାତି ଧଡ ଧଡ ହେବା,ହୃତପିଣ୍ଡରେ ପୀଡା ଅନୁଭବ ହେବା , ସଇଁ ସଇଁ ଲାଗିବା,ଆଖି ମୁହଁ ତଥା ପାଦରେ ଫୁଲା ହେବା, ମୁଣ୍ଡ ବୁଲାଇବା, ଅଚାନକ ଆଖିକୁ କମ ଦେଖାଯିବା ଇତ୍ୟାଦି ।
ରକ୍ତଚାପ ରୋଗର କାରଣ:-
ବୟସାଧିକ୍ୟ ହେତୁ ଧମନୀ କଠୋର ହେବା(ଇକ୍ସଗ୍ଧରକ୍ସସକ୍ଟ ଝମକ୍ଷରକ୍ସକ୍ଟଗ୍ଦସଗ୍ଦ), ମାନସିକ ଚାପ, ଅସନ୍ତୁଳିତ ଭୋଜନ,ଅଧିକ ଚର୍ବି ଜାତୀୟ ବା ଲୁଣିଆ ଖାଦ୍ୟ ଖାଇବା, ମେଦ ବୃଦ୍ଧି, ବ୍ୟାୟାମର ଅଭାବ,ବଂଶାନୁଗତିକ, ରକ୍ତରେ ଚର୍ବିର ପରିମାଣ ବୃଦ୍ଧି ହେବା , ଉକ୍ଟବକ୍ସମଗ୍ଧବଗ୍ଧସକ୍ଟଦ୍ଭ କ୍ଟଲ ଇକ୍ଟକ୍ସଗ୍ଧବ ବୃକକ ସମ୍ବନ୍ଧୀୟ ରୋଗ, ଋଦ୍ଭୟକ୍ଟମକ୍ସସଦ୍ଭବକ୍ଷ ୟସଗ୍ଦ-କ୍ଟକ୍ସୟରକ୍ସଗ୍ଦ,ମଦ୍ୟପାନ, ଚକ୍ସର-ରମକ୍ଷବଜ୍ଞକ୍ଟ୍ରଗ୍ଧସମ ଞକ୍ଟଙ୍ଘବରଜ୍ଞସବ(ଗର୍ଭାବସ୍ଥା କାଳୀନ ଏକ ପ୍ରକାର ରୋଗ) ଗର୍ଭନିରୋଧକ ଷ୍ଟିରୋଏଡ ଆଦି ଏଲୋପାଥିକ ଔଷଧ ସେବନ ।
ଉଚ୍ଚରକ୍ତଚାପ ରୋଗର ପରିଣାମ:-
ଉପଯୁକ୍ତ ସମୟରେ ଉଚିତ ଚିକିସôା ନ କରାଇବା ଦ୍ୱାରା ରକ୍ତ ଚାପ ରୋଗରେ ଘାତକ ପରିମାଣ ହୋଇପାରେ । ଯଥା:- ବ୍ରେନଷ୍ଟ୍ରୋକ, ବ୍ରେନ ହେମୋରେଜ, ଦୃଷ୍ଟି ଶକ୍ତି କ୍ଷୀଣ ହେବା, ହାର୍ଟ ଆଟେକ(ଗଚ୍ଚକ୍ଟମବକ୍ସୟସବକ୍ଷ ସଦ୍ଭଲବକ୍ସମଗ୍ଧସକ୍ଟଦ୍ଭ) ହୃଦୟ ସ୍ଫୀତି(ଐରବକ୍ସଗ୍ଧ ଋଦ୍ଭକ୍ଷବକ୍ସଶରଜ୍ଞରଦ୍ଭଗ୍ଧ ), ହୃଦୟ ଗତିରୋଧ(ଐରବକ୍ସଗ୍ଧ ୠବସକ୍ଷଙ୍କକ୍ସର) ମୁତ୍ରରେ ଚର୍ବି ଆସିବା , ବୃକକ ଧୀରେ ଧୀରେ ନିଷ୍କ୍ରିୟ ହୋଇ ପଡିବା, ବାରମ୍ବାର ନାକରୁ ରକ୍ତ ପଡିବା(ଋକ୍ଟ୍ରସଗ୍ଧବଙ୍ଘସଗ୍ଦ)ତେଣୁ ରକ୍ତଚାପ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଯା କରି ଚକିସôା କରିବା ବିଧେୟ ।
ରକ୍ତ ଚାପ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା:-
୧.ନିୟମିତ ନିଜର ରକ୍ତ ଚାପ ଯା କରାନ୍ତୁ । ଯୋଗ୍ୟ ଚିକିସôକଙ୍କ ପରାମର୍ଶରେ ଚିକିସôା କରାନ୍ତୁ । ପରିବାରରେ ଯଦି କେହି ରକ୍ତଚାପରେ ପୀଡିତ ଥାଆନ୍ତି ତେବେ ପରିବାରର ସମସ୍ତେ ଯା କରାଇବା ଉଚିତ । କୌଣସି ଲକ୍ଷଣ ପ୍ରକାଶ ପାଉ ନ ଥିଲେ ମଧ୍ୟ ଈଚ ସାମାନ୍ୟ ଅଛି ଭାବିବା ଠିକ ନୁହେଁ । ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ରକ୍ତଚାପ ଅଧିକ ଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ସାମାନ୍ୟ ବ୍ୟକ୍ତି ବର୍ଷକୁ ଥରେ ଓ ରୋଗୀ ୧୫ ଦିନରେ ଥରେ ଅବଶ୍ୟ ନିଜର ରକ୍ତଚାପ ଯା କରାଇବା ଉଚିତ ।୨. ସୁଷମ ଓ ନିରାମିଷ ଖାଦ୍ୟ ଖାଇବା ଉଚିତ । ଅଧିକ ଚର୍ବି, ମିଷ୍ଠାନ୍ନ ଓ ଲୁଣିଆ ଖାଦ୍ୟ ଖାଇବା ଅନୁଚିତ । ଶରୀରର ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇବା ଉଚିତ । ସ୍ୱାଦ ବା କ୍ଷୁଧା ଅନୁସାରେ ଅଧିକ ଭୋଜନ କରିବା ଅନୁଚିତ ।
୩.ନିୟମିତ ବ୍ୟାୟାମ କରନ୍ତୁ । ମନୋରଞ୍ଜନକାରୀ ଖେଳ ଏବଂ ଶିଥିଳୀକରଣ ପ୍ରକ୍ରିୟା ଦ୍ୱାରା ମାନସିକ ଚାପରୁ ମୁକ୍ତ ରହନ୍ତୁ ।
୪ ମନ ଓ ବୁଦ୍ଧିକୁ ୁଚାପ ମୁକ୍ତ କରନ୍ତୁ । ସମୟାନୁସାରେ କାର୍ଯ୍ୟ ସମ୍ପୂର୍ଣ୍ଣ ରଖନ୍ତୁ । ଦିନଚର୍ଯ୍ୟା ଯୋଜନାବଦ୍ଧ ହେବା ଉଚିତ । ନିଜକୁ ଅତ୍ୟଧିକ ବ୍ୟସ୍ତ ରଖିବା ଅନୁଚିତ ।
୫. ଉଚ୍ଚ ରକ୍ତଚାପ ରୋଗକୁ "ନୀରବ ଘାତକ'(ଝସକ୍ଷରଦ୍ଭଗ୍ଧ କସକ୍ଷକ୍ଷରକ୍ସ) କୁହାଯାଏ । ତେଣୁ ଏହି ରୋଗାକ୍ରାନ୍ତ ବ୍ୟକ୍ତିମାନେ ଆହାର , ବିହାର ଓ ଔଷଧ ସେବନରେ ଅବହେଳା କରିବା ଅନୁଚିତ । ଅନ୍ୟଥା ଘାତକ ପରିଣାମ ଭୋଗ କରିବାକୁ ପଡିପାରେ । ଥରେ ଯଦି କୌଣସି ଅଙ୍ଗ ନଷ୍ଟ ହୋଇଯାଏ ତେବେ ଏହା ପୁନର୍ବାର ଠିକ ହୋଇପାରେ ନାହିଁ । ଏଥିପାଇଁ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧ ପୂର୍ଣ୍ଣମାତ୍ରାରେ ଓ ନିୟମିତ ସେବନ ଏକାନ୍ତ ବିଧେୟ ।
୬. ଥରେ ନିର୍ବାଚିତ ଔଷଧର ମାତ୍ରା ବାରମ୍ବାର ପରିବର୍ନ କରିବାକୁ ପଡିପାରେ । ତେଣୁ କୌଣସି ଅଭିଜ୍ଞ ଡାକ୍ତରଙ୍କ ସହିତ ନିୟମିତ ଓ ସ୍ଥାୟୀ ସଂପର୍କ ରଖିବା ଉଚିତ ।
୭.ସବୁ ପ୍ରକାର ଯା ସାମାନ୍ୟ ହେଉଥିଲେ ମଧ୍ୟ ପ୍ରତି ତିନିମାସରେ ଥରେ ରକ୍ତ, ମୁତ୍ର, ବୃକକ, ହୃଦୟକୁ ଅବଶ୍ୟ ପରୀକ୍ଷା କରାଇବା ଉଚିତ । ଏହି ଯା(ଞରଗ୍ଦଗ୍ଧ) ଗୁଡିକ ମଧ୍ୟରେ ବ୍ଳଡ ୟୁରିଆ, କ୍ରେଟିନିନ, ଶୁଗର , କୋଲେଷ୍ଟେରୋଲ, ଟ୍ରାଇ ଗ୍ଳିସରାଇଡ, ହିମୋଗ୍ଳୋବିନ,ୟୁରିନ, ଇ.ସି.ଜି. ଇତ୍ୟାଦି ଅନ୍ତର୍ଭୁକ୍ତ ।ଏହା ବ୍ୟତୀତ ବର୍ଷକୁ ଥରେ ଛାତିର ଏକ୍ସରେ ତଥା ଆଖିର ପରୀକ୍ଷା କରିବା ଉଚିତ ।
୮.ମଦ୍ୟପାନ,ତମାଖୁ, ଗୁଡାଖୁ ସେବନ, ସିଗାରେଟ ଆଦି ବ୍ୟସନ ଗୁଡିକୁ ତୁରନ୍ତ ପରିତ୍ୟାଗ କରନ୍ତୁ ।
୯. ମେଦ ବୃଦ୍ଧି ଅୟୁକ୍ଷୀଣତା ଓ ଆଶୁ ମୃତ୍ୟୁର ଅଗ୍ରୀମ ସୂଚନା । ଏଥିପାଇଁ ସୁଷମ ଖାଦ୍ୟ ଓ ଉଚିତ ବ୍ୟାୟାମ ପ୍ରତି ଗମ୍ଭୀର ଭାବରେ ଧ୍ୟାନ ଦେବା ସର୍ବାଦୌ ଆବଶ୍ୟକ ।
୧୦. ଆଧ୍ୟାତ୍ମିକ ଜୀବନ ଯାପନ ଓ ସହଜ ରାଜଯୋଗ ଅଭ୍ୟାସ ଦ୍ୱାରା ଉଚ୍ଚରକ୍ତଚାପ ରୋଗର ନିୟନ୍ତ୍ରଣ ସମ୍ଭବ ବୋଲି ବୈଜ୍ଞାନିକ ପରୀକ୍ଷଣରୁ ପ୍ରମାଣିତ ହୋଇଛି । ସହଜ ରାଜଯୋଗର ବିଧି ଅଭ୍ୟାସ ଜାଣିବା ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ଦ୍ୱାରା ପରିଚାଳିତ ନିକଟସ୍ଥ ରାଜଯୋଗ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ ଏବଂ ଜ୍ଞାନ ଦର୍ପଣ ର ମଇ ୨୦୦୬ ଖଣ୍ଡ ସଂଖ୍ୟାରେ ପ୍ରକାଶିତ ""ରାଜଯୋଗ ଅଭ୍ୟାସର ସହଜ ବିଧି '' ଶୀର୍ଷକ ଲେଖା ପଢ଼ିବାକୁ ଅନୁରୋଧ ।
ରାଜଯୋଗ:-
ଆପଣଙ୍କ ବ୍ୟସ୍ତ ଜୀବନଚର୍ଯ୍ୟାରୁ ମଝିରେ ମଝିରେ କିଛି ସମୟ ବାହାର କରି ରାଜଯୋଗ ଅଭ୍ୟାସ କରନ୍ତୁ । ଆପଣ କାର୍ଯ୍ୟାଳୟରେ କାମ କରୁଥିଲେ, ବସଯାତ୍ରା କରୁଥିଲେ ବା ବିଶ୍ରାମ ନେବା ସମୟରେ ମଧ୍ୟ ଏହା କରି ପାରିବେ । ରାଜଯୋଗ ଏକ ମନୋବ୍ୟାୟାମ ଓ ମନୋଆୟାମ ଅଟେ । ଏହାଦ୍ୱାରା ଆପଣଙ୍କ ମନ ହାଲୁକ ହେବ । ଏଥିପାଇଁ ଆପଣ ଯେଉଁଠି ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିିଁକି ଶରୀରକୁ ଢ଼ିଲା ଛାଡି ଦିଅନ୍ତୁ ଏବଂ ସୁନ୍ଦର ଦୃଶ୍ୟାବଳୀର ପରିକଳ୍ପନା କରନ୍ତୁ । ଯେଉଁ ରମ୍ୟ ସ୍ଥାନ ବା ଦୃଶ୍ୟ ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଲାଗେ ତାକୁ ମନେ ପକାନ୍ତୁ । ପୃଥିବୀର ସବୁଠାରୁ ସୁନ୍ଦର ଓ ଅନୁପମ ସ୍ଥାନକୁ ସ୍ୱର୍ଗ ସହିତ ତୁଳନା କରାଯାଏ । କାରଣ ସେଠାରେ ମନ ସ୍ୱତଃ ସୁଖ, ଶାନ୍ତି, ପବିତ୍ରତାରେ ଭରପୁର ହୋଇଯାଏ । ଯେଉଁ ସୁନ୍ଦରତାର ପରିକଳ୍ପନା କରି ଆପଣ ଭାବ ବିଭୋର ହୋଇପଡନ୍ତି ତା'ଠାରୁ ସୁନ୍ଦରତମ ସା ବିଷୟରେ ଜାଣିଛନ୍ତି କି? ପୃଥିବୀରେ ଏହି ଅନୁପମ ସୌନ୍ଦର୍ଯ୍ୟର ସ୍ରଷ୍ଟା କିଏ ? ନିଜକୁ ନିଜେ ଏହି ପ୍ରଶ୍ନ କରନ୍ତୁ । ଉର ଆସିବ ପରମାତ୍ମା, ଈଶ୍ୱର, ଭଗବାନ, ଖୁଦା, ଆଲ୍ଲା ...ା ତାପରେ କଳ୍ପନା କରନ୍ତୁ ଯା'ର ରଚନା ଏପରି ସୁନ୍ଦର ସେ ସ୍ୱୟଂ କେତେ ସୁନ୍ଦର ହୋଇ ନ ଥିବେ !!! ପୁଣି ମନକୁ ମନ ପ୍ରଶ୍ନ କରନ୍ତୁ ପରମାତ୍ମା କିଏ ? ମୁଁ କିଏ ? ମୁଁ ଆସିଛି କେଉଁଠୁ ? ଶରୀର ତ୍ୟାଗ ପରେ ଯିବି କୁଆଡେ ? ପରମାତ୍ମାାଙ୍କ ସହିତ ମୋର ସମ୍ପର୍କ କଣ ? ରାଜଯୋଗ ଶିକ୍ଷା ଦିଏ ଯେ ପ୍ରତ୍ୟେକ ମନୁଷ୍ୟ ଏକ ସ୍ୱତନ୍ତ୍ର ଆତ୍ମା ଓ ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ଆତ୍ମା ଓ ପରମାତ୍ମା ଉଭୟେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ । ଆତ୍ମା, ଜନ୍ମ ମୃତ୍ୟୁ ଚକ୍ରରେ ଭ୍ରମଣ କରେ । ପରମାତ୍ମା ଅଜନ୍ମା, ଅକର୍ା, ଅଭୋକ୍ତା, ଅଶରୀରୀ ....ଏହିପରି ଈଶ୍ୱରୀୟ ଜ୍ଞାନ ଚିନ୍ତନ ଦ୍ୱାରା ମାନସିକ ଚିନ୍ତା ସ୍ୱତଃ ଅନ୍ତର୍ହିତ ହୋଇଥାଏ ।ମନକୁ ସଂସାରର ବ୍ୟକ୍ତି, ବସ୍ତ୍ୁ , ବୈଭବ, ପରିସ୍ଥିତି, ଘଟଣା ଆଦିରୁ ଓହରାଇ ନେଇ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର ହୋଇଯିବାର ନାମ ହେଉଛି ରାଜଯୋଗ । ମାନସିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ରାଜଯୋଗ ଅଭ୍ୟାସହିଁ ସର୍ବୋମ ପନ୍ଥା । ମାନସିକ ଚାପ ହେତୁ ଉପôନ୍ନ ଉଚ୍ଚ ରକ୍ତଚାପ ତଥା ଅନ୍ୟାନ୍ୟ ସମସ୍ତ ରୋଗ ରାଜଯୋଗ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ ହୋଇପାରିବ ।ଏତତ୍ବ୍ୟତୀତ ରାଜଯୋଗ ଏକ ସୁନ୍ଦର ଶାନ୍ତ ଓ ଆନନ୍ଦମୟ ସନ୍ତୁଳିତ ଜୀବନ ଜିଇଁବାର କଳା ଶିଖାଏ ।
ରାଜଯୋଗ ଅଭ୍ୟାସ ପୂର୍ବରୁ ସହଜ ପ୍ରାଣାୟାମ ବିଧି ଅନୁସରଣ କଲେ ମନ ଶୀଘ୍ର ଏକାଗ୍ର ହୋଇଯାଏ । ସହଜ ଆସନରେ ଉପବେସନ କରି ମେରୁଦଣ୍ଡକୁ ସିଧା କରନ୍ତୁ । କଛି କ୍ଷଣ ମନକୁ ନିଃଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ ଏକାଗ୍ର କରନ୍ତୁ । ଶ୍ୱାସ ନେବାବେଳେ ଧୀରେ ଧୀରେ "ଓମ' ଓ ଛାଡିବା ବେଳେ "ଶାନ୍ତି' ଶବ୍ଦ ମନେ ମନେ ଉଚ୍ଚାରଣ କରନ୍ତୁ । କଳ୍ପନା କରନ୍ତୁ ଯେ "ଓମ' ଶବ୍ଦ ସହିତ ନିଃଶ୍ୱାସ ନେବା ବେଳେ ଆପଣଙ୍କ ଶରୀରେ ଈଶ୍ୱରୀୟ ଶକ୍ତି ପ୍ରବେଶ କରୁଛି ଓ "ଶାନ୍ତି' ଶବ୍ଦ ସହ ପ୍ରଶ୍ୱାସ ଛାଡିବାବେଳେ ଆପଣଙ୍କ ଶରୀରରୁ ସମସ୍ତ ରୋଗକାରକ ମଳ ନିଃଷ୍କାସିତ ହୋଇଯାଉଛି । ଶରୀରସ୍ଥ ଜୀବକୋଷରେ ସିତ ମଳ(ଞକ୍ଟଙ୍ଘସଦ୍ଭ)ହିଁ ଶରୀରକୁ ରୋଗଗ୍ରସ୍ତ କରିବା ସହ ମନକୁ ମଧ୍ୟ ଭାରାକ୍ରାନ୍ତ କରେ । ଶରୀର ରୋଗମୁକ୍ତ ହେଲେ ମନ ସ୍ୱତଃ ପ୍ରଫୁଲ୍ଳିତ ହୁଏ । ତେଣୁ କୁହାଯାଏ""ସୁସ୍ଥ ଶରୀରରେ ସୁସ୍ଥ ମନ ନିବାସ କରେ ।'' ଐରବକ୍ଷଗ୍ଧଷଚ୍ଚ ଜ୍ଞସଦ୍ଭୟ କ୍ସରଗ୍ଦସୟରଗ୍ଦ ସଦ୍ଭ ଷରବକ୍ଷଗ୍ଧଷଚ୍ଚ ଭକ୍ଟୟଚ୍ଚ. ଚକିସôା ବିଜ୍ଞାନୀମାନଙ୍କ ମତରେ ମନୁଷ୍ୟ ଶରୀରରେ ଉପôନ୍ନ ୯୫ ପ୍ରତିଶତ ରୋଗ ମନୋଦୈହିକ କାରଣରୁ ହୁଏ । ହୋମିଓପାଥି ଚିକିସôା ବିଜ୍ଞାନର ଜନକ ଡାକ୍ତର ସାମୁଏଲ ହ୍ୟାନିମେନ କହନ୍ତି ,"" ପ୍ରତ୍ୟେକ ରୋଗ ପ୍ରଥମେ ମନରୁ ଉପôନ୍ନ ହୁଏ ଓ ପରବର୍ୀ ସମୟରେ ଶରୀରରେ ତାର ପ୍ରତିଫଳନ ଦେଖାଯାଏ '' । ତେଣୁ ଶାରୀରିକ ସୁସ୍ଥତା ଓ ମାନସିକ ପ୍ରସନ୍ନତା ପାଇଁ ରାଜଯୋଗର ଅଭ୍ୟାସ ସର୍ବାଦୌ ଆବଶ୍ୟକ ।
ାା ଓମଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment