ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା(Satta)

ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା(Satta)


କେତେକ ଶାସ୍ତ୍ର କାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏସବୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :-
ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ 
ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା
ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି- ସଂସ୍କାର ଆଦିକୁ ଗ୍ରହଣ କରି ପୁନଶ୍ଚ ଯେଉଁ ଶରୀରକୁ ପ୍ରାପ୍ତ ହୁଏ ସେଥିରେ ପ୍ରବେଶ କରେ । ଅନ୍ୟ ଅର୍ଥରେ ଜୀବାତ୍ମା ପୂର୍ବ ଜନ୍ମର ସଂସ୍କାର ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗତି କରେ ।
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ ।
                    ବିମୁଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।ା ଗୀ ୧୫/୧୦ ।ା
ଅର୍ଥାତ୍, ଜୀବାତ୍ମା କିପରି ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଗତି କରେ ଅଥବା ଶରୀରରେ ଅବସ୍ଥାନ କରୁଥିବା ଜୀବାତ୍ମା କିପରି ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ବିଷୟ ସମୁହକୁ ଉପଭୋଗ କରୁଛି - ଏକଥା ମୁର୍ଖମାନେ ବୁଝି ପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କ ଜ୍ଞାନ ଚକ୍ଷୁ ଉନ୍ମୁଳିତ ହୋଇଛି ସେମାନେ ଏସବୁ ଭଲଭାବରେ ଜାଣି ପାରନ୍ତି ।
ଏଠାରେ ଏକଥା ପ୍ରଣିଧାନଯୋଗ୍ୟ ଯେ ଯଦି ଆତ୍ମା ସମସ୍ତ ଶରୀର ବା ସମସ୍ତ ବିଶ୍ୱରେ ବ୍ୟାପକ ହୋଇଥାନ୍ତା ତେବେ ଏହିପରି ଶରୀର ତ୍ୟାଗ କରିବା କଥା କୁହାଯାଇ ନ ଥାନ୍ତା । ଆତ୍ମା ଅବିଚ୍ଛିନ୍ନ ହୋଇଥିବା ହେତୁ ସଂକୁଚିତ ହେବା ମଧ୍ୟ ସମ୍ଭବ ନୁହେଁ । ଏଥି ପାଇଁ ଆତ୍ମାକୁ ନିର୍ବିକାରୀ କୁହାଯାଇଛି । ବିକାର ଶବ୍ଦର ଅର୍ଥ ପରିବିର୍ତ ହେବା । ଏହି ଶବ୍ଦ ପ୍ରାୟତଃ ଦୁଃଖକାରକ ପରିବର୍ନ ପାଇଁ ବ୍ୟବହୃତ ହୁଏ । କେତେକ ବିକାର ପ୍ରକୃତିରେ ହୁଏ । ଆତ୍ମା ଅପରିବିର୍ତ ରହେ ଏବଂ ଏପରି କେତେ ବିକାର ଅଛି ଯାହାକି ଆତ୍ମାରେ ହୁଏ, କିନ୍ତୁ ପ୍ରକୃତି ପ୍ରଭାବିତ ହୁଏ ନାହିଁ । ଶାରିରୀକ କ୍ଷୀଣତା, ବୃଦ୍ଧି, ଜରାବସ୍ଥା, ସ୍ଥାଣୁତା ଏବଂ ବିନାଶଶୀଳତା ଆଦି ଶରୀର ଜନ୍ୟ ବିକାର । ଏହି ଦୃଷ୍ଟିରୁ ଦେଖାଗଲେ ଆତ୍ମା ନିର୍ବିକାର ଅଟେ । କାମ, କ୍ରୋଧ, ଲୋଭ, ମୋହ, ଆସକ୍ତି, ମମତ୍ୱ ଇତ୍ୟାଦି ଆତ୍ମାର ବିକାର । ଏଥିରେ ପ୍ରକୃତି ପ୍ରଭାବିତ ହୁଏ ନାହିଁ ।
ପରମାତ୍ମାଙ୍କୁ ଜ୍ଞାନ ଦାତା ବୋଲି କୁହାଯାଏ । ସେ କାହାକୁ ଜ୍ଞାନ ଦିଅନ୍ତି? ଜୀବାତ୍ମାମନଙ୍କୁ । ଧ୍ୟର୍ମଗ୍ଲାନି ସମୟରେ ପରମାତ୍ମା ଧର୍ମସ୍ଥାପନ କରିବାକୁ  ସୃଷ୍ଟିରେ ଅବତରଣ କରନ୍ତି । ଅଜ୍ଞାନତା ହେତୁ ମଣିଷ ଅର୍ଧାଚରଣ କରେ । ଜ୍ଞାନ ପ୍ରାପ୍ତ ହେଲେ ଅଧର୍ମକୁ ନିବୃ ହୋଇ ଧର୍ମ ମାର୍ଗରେ ପ୍ରବୃ ହୁଏ । ଏଠାରେ ଧର୍ମ କୌଣସି ସାଂପ୍ରଦାୟିକ ମତବାତକୁ ବୁଝାଉ ନାହିଁ । ଧର୍ମ ସ୍ଥାପନାର ଅର୍ଥ ହେଉଛି ମଣିଷ ସମାଜରେ ବ୍ୟାପକ ଭାବରେ ବୃଦ୍ଧି ପାଇଥିବା କାମ କ୍ରୋଧାଦି ମନୋବିକାର ସମୂହର ସମ୍ପୂର୍ଣ୍ଣ ବିନାଶ । କାରଣ ଏଗୁଡିକ ହିଁ ଅଧର୍ମାଚରଣର କାରଣ । ଏହି ଉଦ୍ଧେଶ୍ୟରେ ଭଗବାନ ଗୀତା ଜ୍ଞାନ ପ୍ରଦାନ କରିଛନ୍ତି । ଅର୍ଜୁନ ମାନବ ସମାଜର ପ୍ରତିନିଧି ମାତ୍ର । ଏଥିରୁ ଆତ୍ମା ଓ ପରମାତ୍ମା ଭିନ୍ନ ଭିନ୍ନ ହେବା କଥା ସ୍ପଷ୍ଟ ପ୍ରମାଣିତ । ପରମାତ୍ମା ଧର୍ମ ସ୍ଥାପନ ପାଇଁ ଅବତରଣ କରନ୍ତି । ଆତ୍ମା ଧର୍ମର ପାଳନ ବା ଉଲଙ୍ଘନ କରେ  । ତେଣୁ ଦୁହେଁ ଭିନ୍ନ ଭିନ୍ନ ସା । ଭଗବାନଙ୍କ ନିମ୍ନ କଥନରୁ ଏହା ଆହୁରି ସ୍ପଷ୍ଟ ବୁଝି ହୁଏ;
ଦ୍ୱାବିମୌ ପୁରୁଷୌ ଲୋକେ କ୍ଷର ଶ୍ଚାକ୍ଷର ଏବଚ
                                 କ୍ଷରଃ ସର୍ବାଣି ଭୁତାନି କୁଟସ୍ଥୋକ୍ଷର ଉଚ୍ୟତେ ।ା ଗୀ ୧୫/୧୬ ।ା
ଅର୍ଥାତ, ଏ ସଂସାରରେ ଦୁଇ ପ୍ରକାର ପୁରୁଷ ଅଛନ୍ତି । କ୍ଷର (ନାଶବାନ) ଓ ଅକ୍ଷର (ଅବିନାଶୀ) । ପଭୂତରେ ନିର୍ମିତ ଜୀବାତ୍ମାର ଶରୀର କ୍ଷର ଅଟେ ଏବଂ ସ୍ବୟଂ ଶରୀରସ୍ଥ ଜୀବାତ୍ମା ଅକ୍ଷର ଅଟେ ।
ଉମଃ ପୁରୁଷସ୍ତ୍ୱନ୍ୟଃ ପରମତ୍ମେତୁ୍ୟ ଦାହୃତଃ ।
                             ଯୋ ଲୋକତ୍ରୟ ମାବିଶ୍ୟ ବିଭ୍ୟର୍ତ୍ୟବ୍ୟୟ ଈଶ୍ୱରଃ ।ା ଗୀ ୧୫/୧୭ ।ା
ଅର୍ଥାତ, “ଏ ଦୁଇ ପୁରୁଷ ବ୍ୟତୀତ ଅନ୍ୟ ଜଣେ ଉମ ପୁରୁଷ ଅଛନ୍ତି । ସେ ତିନି ଲୋକରେ ପ୍ରବେଶ କରି ସମସ୍ତଙ୍କୁ ପାଳନ କରୁଛନ୍ତି । ତାଙ୍କୁ ଅବିନାଶୀ ପରମେଶ୍ୱର ଏବଂ ପରମାତ୍ମା ବୋଲି କୁହାଯାଏ । “ଏଥିରୁ ଜଣା ପଡେ ଆତ୍ମା ଅନେକ, ପରମାତ୍ମ ଏକ । ସମସ୍ତ ଆତ୍ମାଗଣଙ୍କ ମଧ୍ୟରେ ପରମାତ୍ମାଙ୍କୁ ଉମ ପୁରୁଷ, ପରମ ପୁରୁଷ, ଅଥବା ପୁରୁଷୋମ ଆଦି ବିଶେଷଣରେ ବିଭୂଷିତ କରାଯାଇଛି । ଅନ୍ୟ ଏକ ଶ୍ଲୋକରେ ସେ ନିଜେ ସମସ୍ତଙ୍କଠାରୁ ବଡ଼ ବୋଲି ଘୋଷଣା କରିଛନ୍ତି,
ମଃ ପରତରଂ ନାନ୍ୟତ୍ କିିଦସ୍ତି ଧନଞ୍ଜୟ ।
ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ । ଗୀ ୭/୭ ।ା
ଅର୍ଥାତ, “ହେ ଧନଞ୍ଜୟ! ମୋଠାରୁ ଆଉ କେହି ବଡ ନାହିଁ । ସୂତାରେ ମଣି ଗୁନ୍ଥା ହେଲା ପରି ସବୁଯାକ ମୋଠାରେ ଗୁନ୍ଥା ହୋଇଛି ।” ଏଠାରେ ଆତ୍ମା ସମୂହର ମାଳାକୁ ମଣିଗୁଡିକ ସହିତ ଉପମା ଦିଆଯାଇଛି ଏବଂ ଏ ମାଳା ମଧ୍ୟରେ ଭଗବାନ ନିଜକୁ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରିଛନ୍ତି । କାରଣ ଜୀବାତ୍ମାଗଣ ସତୋ, ରଜୋ ଓ ତମୋର ଅଧିକ ଅଟନ୍ତି । ପରମାତ୍ମା  ଏସବୁରୁ ଉଦ୍ଧ୍ୱର୍ରେ । ତାଙ୍କୁ ଯିଏ ଅବ୍ୟଭି·ରୀ ପ୍ରେମ ସହିତ ସ୍ମରଣ କରେ ସେ ଏହି ତ୍ରିଗୁଣକୁ ଅତିକ୍ରମ କରେ ।
ସ୍ୱଂ (Satwa)ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ ।
          ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ ।ା ଗୀ ୧୪/୫ ।ା
ଅର୍ଥାତ୍ ସ୍ୱ, ରଜ ଓ ତମ ଏହି ତିନିଗୁଣ ପ୍ରକୃତିରୁ ଜାତ ହୁଅନ୍ତି । ଏହି ତିନିଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖନ୍ତି ।
ମାଂ ଚ ଯୋଽବ୍ୟଭି·ରେଣ ଭକ୍ତି ଯୋଗେନ ସେବତେ ।
                        ସ ଗୁଣାନ୍ ସମତୀ ତୈ୍ୟତାନ୍ ବ୍ରହ୍ମ ଭୂୟାୟ କଳ୍ପତେ ।ା ଗୀ ୧୪/୨୬ ।ା
ଅର୍ଥାତ୍ ଯେଉଁ ବ୍ୟକ୍ତି କେବଳ ଏକମାତ୍ର ପରମାତ୍ମାଙ୍କୁ ଭକ୍ତିପୂତ ପ୍ରାଣରେ ନିରନ୍ତର ସ୍ମରଣ କରୁଥାଏ ସେ ଭୂତ ପ୍ରକୃତିର ତ୍ରିଗୁଣକୁ ଭଲ ଭାବରେ ଉଲଙ୍ଘନ କରି ତାଙ୍କ ସହିତ ସମଭାବ ହେବା ପାଇଁ ଯୋଗ୍ୟ ହୁଏ । 
ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା
                         ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତିତେ ।ାଗୀ ୭/୧୪ ।ା
ଅର୍ଥାତ, ଭୂତ ପ୍ରକୃତିର ତ୍ରିଗୁଣଯୁକ୍ତ ମୋର ଏହି ଦୈବୀ ମାୟା ଶକ୍ତିକୁ ଅତିକ୍ରମ କରିବା ବଡ଼ କଠିନ, କିନ୍ତୁ ଯେଉଁମାନେ ମୋତେ ନିରନ୍ତର ସ୍ମରଣ କରନ୍ତି ଏହାକୁ ଉଲଙ୍ଘନ କରିଯାଆନ୍ତି ।
            ଗୀତାରେ ପ୍ରତି ପଦରେ ଏପରି ଶବ୍ଦ, ଶ୍ଳୋକାଂଶ ଏବଂ ଶ୍ଳୋକ ଦେଖିବାକୁ ମିଳେ ଯେଉଁଥିରେ ଏହି ବିଷୟ ଉପରେ କୌଣସି ସନ୍ଦେହର ଅବକାଶ ନାହିଁ ଯେ ଆତ୍ମା ଏବଂ ପରମାତ୍ମା ଉଭୟେ ପୃଥକ ସା ଅଟନ୍ତି । ଆତ୍ମା ପୁତ୍ର ଓ ପରମାତ୍ମା ପିତା ଅଟନ୍ତି । ପରମାତ୍ମା ଆତ୍ମାକୁ ମୁକ୍ତି ଓ ସଦ୍ଗତି ପ୍ରଦାନ କରନ୍ତି । ଏହି ଆଲୋଚନାରୁ ଏହା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,