Posts

Showing posts from June, 2017

(୨)ଜ୍ଞାନ ପ୍ରବାହ--ଭାଗ - ଦୁଇ

🌹🌹🌹🌹🌹🌹🌹🌹🌹  🌸🌸🌸*ଜ୍ଞାନ ପ୍ରବାହ* 🌸🌸🌸 🌹🌹🌹🌹🌹🌹🌹🌹🌹 🌷🌷🌷ଭାଗ - ଦୁଇ🌷🌷🌷 🌹🌹🌹🌹🌹🌹🌹🌹🌹 ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ  🌹🌹🌹🌹🌹🌹🌹🌹🌹 ଭକ୍ତି କେବଳ ମନ୍ଦିରରେ ନୁହେଁ, ସବୁଠାରେ ହୋଇ ପାରିବ । ମନରେ ଈଶ୍ୱରୀୟ ପ୍ରେମ ବା ଭକ୍ତି ଜାଗ୍ରତ କରାଇବା ପାଇଁ ସ୍ଥାନ-କାଳର ଆବଶ୍ୟକତା ନାହିଁ । ଚବିଶ ଘଣ୍ଟା ଭକ୍ତି କରିବା ଉଚିତ୍ । ଭକ୍ତି ଓ ଭୋଗର ସମୟ ଭେଦ ରଖିଲେ ଜଣେ ଭକ୍ତି କରିପାରିବ ନାହିଁ । ସତତ ଏବଂ ନିରନ୍ତର ଭକ୍ତି କରିବା ଉଚିତ୍ । ଚବିଶ ଘଣ୍ଟା ଈଶ୍ୱରୀୟ ସ୍ମୃତିରେ ମଗ୍ନ ରହିବା ଉଚିତ୍ । ସର୍ବଦା ଈଶ୍ୱରୀୟ ସ୍ମୃତିରେ ରହିଲେ ମାୟା ସହିତ ସମ୍ବନ୍ଧ ହେବ ନାହିଁ । ଭକ୍ତିର ବିଶେଷ ସମ୍ବନ୍ଧ ମନ ସହିତ । ଯାହାଦ୍ୱାରା ମନରେ ଭକ୍ତି ହୁଏ ନାହିଁ ତା’ର ଶାରିରୀକ ସେବା କରିବାର ଆବଶ୍ୟକତା ନାହିଁ । ମାନସିକ ସେବା ଶ୍ରେଷ୍ଠ ଅଟେ । ଯଦି ଏପରି ସେବାରେ ତନ୍ମୟତା ଆସିଯାଏ ତେବେ ଜୀବ କୃତାର୍ଥ ହୋଇଯାଏ । ଭାଗବତରେ ପରମାତ୍ମାଙ୍କ ସ୍ବରୂପର ବର୍ଣ୍ଣନା କରି କୁହାଯାଇଛି-  ତାପତ୍ରୟ ବିନାଶାୟ । ଆଧ୍ୟାତ୍ମିକ, ଆଧିଦୈବିକ, ତଥା ଆଧିଭୌତିକ- ଏହି ତିନି ପ୍ରକାର ତାପରୁ ରକ୍ଷା କରିବା ପାଇଁ ପରମାତ୍ମା ହିଁ ସମର୍ଥ । ମନୁଷ୍ୟ ଦୁଃଖରେ ଈଶ୍ୱରଙ୍କୁ ସ୍ମରଣ କରେ । ଏହାଦ୍ୱାରା ତାଙ୍କ ସହିତ ତା’ର ଅନୁସଂଧାନ ହୁଏ ଓ ତାକୁ ଆନନ୍ଦ ମିଳେ । କଳିଯୁଗୀ ଜୀବର ସ୍ବଭାବ ସୁନ୍ଦର ନୁହେଁ । ପ
ମୌନ ପ୍ରାର୍ଥନା ହେ ପ୍ରଭୁ, ହେ ସର୍ବଶକ୍ତିମାନ ପରମାତ୍ମା, ଆପଣ ପରମ ପ୍ରକାଶ, ସମସ୍ତଙ୍କ କଲ୍ୟାଣକାରୀ, ପ୍ରେମମୂିର୍, ସୁଖଶାନ୍ତି ଦାତା ଆନନ୍ଦର ସାଗର ଓ ଜ୍ଞାନର ଭଣ୍ଡାର ଅଟନ୍ତି । ଆମ ଜୀବନକୁ ଆପଣଙ୍କ ପ୍ରେମମୟ ସ୍ପର୍ଶ ମିଳୁ । ଆନନ୍ଦ ଓ ଶାନ୍ତିର କିରଣ ଆମ ଉପରେ ବରଷୁ ଏବଂ ଆପଣଙ୍କ ଜ୍ଞାନ-ପ୍ରକାଶରେ ଆମର ବୁଦ୍ଧି ଦିବ୍ୟ ବନୁ । ଆପଣ ଆମ ସମସ୍ତ ଆତ୍ମାମାନଙ୍କର ମାତା-ପିତା, ବୁଦ୍ଧି, ସଖା, ସାଥୀ ସହାୟକ ଏବଂ ରକ୍ଷକ ଅଟନ୍ତି । ଏହି ନୟନ ଦ୍ୱାରା ମୁଁ ତ ଆପଣଙ୍କୁ ଦେଖି ପାରିବି ନାହିଁ, ଆପଣ ମୋତେ ଜ୍ଞାନଚକ୍ଷୁ - ଅନ୍ତର୍ଚକ୍ଷୁ ପ୍ରଦାନ କରନ୍ତୁ, ଯଦ୍ଧ୍ୱାରା ଆପଣଙ୍କ ସତ୍ୟଂ, ଶିବଂ ସୁନ୍ଦରଂ ସ୍ବରୂପକୁ ମୁଁ ହୃଦୟଙ୍ଗମ କରି ପାରିବି ଏବଂ ଏହି ଦିବ୍ୟ ସ୍ବରୂପରେ ଏକାକାର ହୋଇଯିବି । ହେ କରୁଣାସାଗର, ପ୍ରତ୍ୟେହ ପ୍ରତ୍ୟେକ କାର୍ଯ୍ୟରେ, ଦୈନନ୍ଦିନ କାର୍ଯ୍ୟ ବ୍ୟବହାରରେ ଶୟନେ, ସ୍ବପନେ ଅଥବା ଜାଗରଣେ ଆପଣଙ୍କ ସ୍ମୃତି ଦ୍ୱାରା ମୋର ଚି ପ୍ରସନ୍ନ ହୋଇଯାଉ । ପ୍ରତିଟି ଶ୍ୱାସରେ ଏବଂ ପ୍ରତିଟ ଲୋମ କୂପରେ ଆପଣଙ୍କ ଦିବ୍ୟ ସ୍ପର୍ଶ ଅନୁଭବ ହେଉ । ହେ ସଖା! ଆପଣ ମୋ ହୃଦୟ ସିଂହାସନରେ ବିରାଜମାନ କରନ୍ତୁ!!... ଆପଣ ଜ୍ୟୋତି ସ୍ବରୂପ ଓ ପ୍ରକାଶପୁଞ୍ଜ ଅଟନ୍ତି । ପତ୍ୱର ଏହି ଦେହରେ ମୁଁ ଆତ୍ମା ହେଉଛି ଚୈତନ୍ୟଶକ୍ତି, ପ୍ରକାଶ ବିନ୍ଦୁ ସ୍ବରୂପ । ହେ ପରମ ପିତା ମୋ ଉପରେ ସର୍ବଦା ପ୍ରେମ ଓ ଜ୍ଞାନର କିରଣ ବରଷୁଥାନ୍ତୁ ।

(୧)ଜ୍ଞାନ ପ୍ରବାହ--ଭାଗ - ଏକ

🌹🌹🌹🌹🌹🌹🌹🌹🌹  *🌷🌷ଜ୍ଞାନ ପ୍ରବାହ* 🌷🌷 🌹🌹🌹🌹🌹🌹🌹🌹🌹 ଡାକ୍ତର ସୁଧାଂଶୁ ଶେଖର ମିଶ୍ର ,ପାଟଣାଗଡ  🌹🌹🌹🌹🌹🌹🌹🌹🌹 *****ଭାଗ - ଏକ***** 🌹🌹🌹🌹🌹🌹🌹🌹🌹 ମନୁଷ୍ୟ ଆନନ୍ଦକୁ ବାହାରେ ଖୋଜେ । ସେ ନାରୀ ଦେହ, ଧନ ସମ୍ପତ୍ତି ଆଦିରେ ଆନନ୍ଦକୁ ଖୋଜିବୁଲେ । କିନ୍ତୁ ଆନନ୍ଦ ହେଉଛି ମାନବାତ୍ମାର ନିଜସ୍ବ ସ୍ବରୂପ । ଏ କଥା ସେ ଜାଣିନଥାଏ । ପ୍ରତ୍ୟେକଙ୍କ ମଧ୍ୟରେ ଆନନ୍ଦ ବିଦ୍ୟମାନ । ଦୁଧରେ ଥିବା ଲହୁଣି ସାଧାରଣ ଆଖିକୁ ଦେଖାଯାଏ ନାହିଁ । ଦୁଧରୁ ଦହି ତିଆରି କରି ତାକୁ ମନ୍ଥନ କଲେ ଲହୁଣି ବାହାରେ । ଠିକ୍ ଏହିପରି ମାନବକୁ ମନୋମନ୍ଥନ କରି ନିଜ ଭିତରେ ଥିବା ଆନନ୍ଦକୁ ପ୍ରକଟିତ କରିବା ଉଚିତ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ତଥାପି ମାନବାତ୍ମା ପରମାତ୍ମାଙ୍କୁ ଚିହ୍ନିବାର ପ୍ରଯତ୍ନ କରେ ନାହିଁ । ଏଣୁ ସେ ଆନନ୍ଦ ଅନୁଭବ କରିପାରିନଥାଏ । ଈଶ୍ୱର (ପରମାତ୍ମା) ଜଗତର ଉତ୍ପତ୍ତି (ସ୍ଥାପନା), ସ୍ଥିତି (ପାଳନା) ଓ ବିନାଶର କର୍ତ୍ତା ଅଟନ୍ତି । ସେ ତ୍ରିତାପ ବିନାଶ କର୍ତ୍ତା ଓ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି । ମହାବିନାଶ ସମୟରେ ପ୍ରତ୍ୟେକ ଆତ୍ମାଙ୍କୁ ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପଡିବ । ନାସ୍ତିକ ମଧ୍ୟ ଶେଷରେ କ୍ଲାନ୍ତ ହୋଇ ଶାନ୍ତି ଖୋଜେ । ଆନନ୍ଦର ଅନେକ ପ୍ରକରଣ ତୈତ୍ତରୀୟ ଉପନିଷଦରେ କୁହାଯାଇଛି । କିନ୍ତୁ ସେ ସବୁ ମଧ୍ୟରୁ ଦୁଇଟି ମୁଖ୍ୟ ଆନନ୍ଦ ହେଉଛି (୧) ସାଧନ ଜନ୍ୟ

ପରମାତ୍ମାଙ୍କ ଦିବ୍ୟନାମ ଓ ଦିବ୍ୟ ଜନ୍ମ

ପରମାତ୍ମାଙ୍କ ଦିବ୍ୟନାମ ଓ ଦିବ୍ୟ ଜନ୍ମ ପରମାତ୍ମା ଅଶରୀରୀ ହୋଇଥିବା ହେତୁ ତାଙ୍କର କୌଣସି ସଂଜ୍ଞାବାଚକ ନାମ ନାହିଁ । ତାଙ୍କର ଯାହା ସବୁ ନାମ ଅଛି ସବୁ ଗୁଣବାଚକ ବା କର୍ବ୍ୟବାଚକ । ଗୀତାରେ ପରମାତ୍ମାଙ୍କୁ ହୃଷୀକେଶ କୁହାଯାଇଛି । ହୃଷିକ୍ ଅର୍ଥାତ ଇନ୍ଦି୍ରୟ ଏବଂ ଈଶ୍ୱ ଅର୍ଥ ମାଲିକ । ଯିଏ ସମସ୍ତ ଇନ୍ଦି୍ରୟମାନଙ୍କ ସ୍ବାମୀ ଅଟନ୍ତି ସିଏ ହୃଷିକେଶ । ସେହିପରି ସେ ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବାରୁ ତାଙ୍କୁ “ଶିବ” ବୋଲି କୁହାଯାଏ । ବେଦ ଓ ଉପନିଷଦରେ ମଧ୍ୟ ପରମାତ୍ମାଙ୍କୁ ଶିବ ନାମରେ ବର୍ଣ୍ଣନା କରାଯାଇଛି । ଯଜୁର୍ବେଦରେ “ନମଃ ଶିବାୟ ଚ ଶିବ ତରାୟ ଚ (ଯଜୁ- ୧୬/୪୧) ବାକ୍ୟରେ ପରମାତ୍ମାଙ୍କୁ “ଶିବ” ବୋଲି କୁହାଯାଇଛି । ମାଣ୍ଡୁକ୍ୟ ଉପନିଷଦରେ କୁହାଯାଇଛି ଯେ ପରମାତ୍ମାଙ୍କୁ ଇନ୍ଦି୍ରୟ ସମୂହ ଦ୍ୱାରା ଦେଖାଯାଇପାରେ ନାହିଁ । ସେ ଅଚିନ୍ତ୍ୟ ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ଜାଣିବା ଯୋଗ୍ୟ ଅଟନ୍ତି, ତାଙ୍କ ନାମ ଶିବ ଅଟେ । ଯଥା:- ଅଦୃଷ୍ଟମବ୍ୟବହାର୍ଯ୍ୟମ୍ ଗ୍ରହ୍ୟମଳକ୍ଷଣମ ଚିନ୍ତ୍ୟମବ୍ୟପଦେଶ୍ୟମୈକ ତ୍ମ୍ୟପ୍ରତ୍ୟୟସାରଂ ପ୍ରପେାପଶ ମଂ ଶାନ୍ତଂ ଶିବମଦ୍ୱୈତଂ ଚତୁର୍ଥମନ୍ୟତେ ସ ଆତ୍ମା ବିଜେ୍ଞୟଃ (ମାଣ୍ଡୁକ୍ୟ ୭) । ଗୀତାରେ ପରମାତ୍ମାଙ୍କ ପାଇଁ ‘ଓଁକାର’ ନାମ ମଧ୍ୟ ବ୍ୟବହାର କରାଯାଇଛି । ଯଥା:- ୧) ଓମିତ୍ୟେକାକ୍ଷର ବ୍ରହ୍ମବ୍ୟାହରନ୍ମାମନୁସ୍ମରନ୍   (ଗୀ ୮/୧୩) ୨ ବେଦ୍ୟଂ ପବିତ୍ରମୋଂକାର ଋକ୍ସାମ ରଜୁରେବ ଚ

ମନ, ବୁଦ୍ଧି ଏବଂ ଆତ୍ମା-Dr. Sudhanshu Sekhar Mishra

ମନ, ବୁଦ୍ଧି ଏବଂ ଆତ୍ମା ଗୀତାରେ ଅନେକ ଶ୍ଳୋକରେ ଏକଥା ସ୍ପଷ୍ଟଭାବରେ କୁହାଯାଇଛି ଯେ ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ଅଟେ। ଆତ୍ମାର ସଂକଳ୍ପ ଶକ୍ତିର ନାମ ହେଉଛି ମନ ଓ ନିର୍ଣ୍ଣୟ ଶକ୍ତିର ନାମ ହେଉଛି ବୁଦ୍ଧି । କେତେକ ଟୀକାକାର ମନ, ବୁଦ୍ଧି ଏବଂ ଆତ୍ମାକୁ ଭିନ୍ନ ଭିନ୍ନ ସା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଗୀତାର ନିମ୍ନୋକ୍ତ ଶ୍ଳୋକ ସମୂହର ସୂକ୍ଷ୍ମ ବିଶ୍ଳେଷଣ କଲେ ପ୍ରକୃତ ତଥ୍ୟ ଜଣାପଡେ । ବନ୍ଧୁରାତ୍ମା ତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।                       ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେତାତ୍ମୈବ ଶତ୍ରୁ ବତ୍ ।ା ଗୀ ୬/୬ ।ା ଭାବାର୍ଥ, ଯିଏ ବୁଦ୍ଧି ଦ୍ୱାରା ମନକୁ ଜୟ କରିଛି ତାହାର ମନ ହେଉଛି ଉମ ବନ୍ଧୁ । ଯିଏ ମନକୁ ଜୟ କରି ପାରି ନାହିଁ ତାପକ୍ଷରେ ସେହି ମନହିଁ ଏକ ସାଘାଂତିକ ଶତ୍ରୁ ପରି ଆଚରଣ କରେ । ଏଠାରେ ଯେଉଁ ଆତ୍ମାକୁ ଆତ୍ମା ଦ୍ୱାରା ଜିତିବା କଥା କୁହାଯାଇଛି,ଏହାର ସ୍ପଷ୍ଟ ଅଭିପ୍ରାୟ  ମନକୁ ବୁଦ୍ଧି ଦ୍ୱାରା ଜିତିବା । ପ୍ରଥମ ଥର ଆତ୍ମା ଶବ୍ଦ ‘ମନ’ ପାଇଁ ଓ ଦ୍ୱିତୀୟ ଥର ‘ବୁଦ୍ଧି’ ପାଇଁ ପ୍ରଯୁକ୍ତ ହୋଇଛି । ଏହିପରି ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଯେ ଆତ୍ମାକୁ ଆତ୍ମା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ । ଅର୍ଥାତ ମନକୁ ବୁଦ୍ଧି ବା ବିବେକ ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ । ଇନ୍ଦି୍ରୟାଣି ପରାଣ୍ୟା ହୁରିନ୍ଦି୍ରୟେଭ୍ୟଃ ପରଂ ମନଃ ।