ମୌନ ପ୍ରାର୍ଥନା

ହେ ପ୍ରଭୁ, ହେ ସର୍ବଶକ୍ତିମାନ ପରମାତ୍ମା,

ଆପଣ ପରମ ପ୍ରକାଶ, ସମସ୍ତଙ୍କ କଲ୍ୟାଣକାରୀ, ପ୍ରେମମୂିର୍, ସୁଖଶାନ୍ତି ଦାତା ଆନନ୍ଦର ସାଗର ଓ ଜ୍ଞାନର ଭଣ୍ଡାର ଅଟନ୍ତି । ଆମ ଜୀବନକୁ ଆପଣଙ୍କ ପ୍ରେମମୟ ସ୍ପର୍ଶ ମିଳୁ । ଆନନ୍ଦ ଓ ଶାନ୍ତିର କିରଣ ଆମ ଉପରେ ବରଷୁ ଏବଂ ଆପଣଙ୍କ ଜ୍ଞାନ-ପ୍ରକାଶରେ ଆମର ବୁଦ୍ଧି ଦିବ୍ୟ ବନୁ । ଆପଣ ଆମ ସମସ୍ତ ଆତ୍ମାମାନଙ୍କର ମାତା-ପିତା, ବୁଦ୍ଧି, ସଖା, ସାଥୀ ସହାୟକ ଏବଂ ରକ୍ଷକ ଅଟନ୍ତି । ଏହି ନୟନ ଦ୍ୱାରା ମୁଁ ତ ଆପଣଙ୍କୁ ଦେଖି ପାରିବି ନାହିଁ, ଆପଣ ମୋତେ ଜ୍ଞାନଚକ୍ଷୁ - ଅନ୍ତର୍ଚକ୍ଷୁ ପ୍ରଦାନ କରନ୍ତୁ, ଯଦ୍ଧ୍ୱାରା ଆପଣଙ୍କ ସତ୍ୟଂ, ଶିବଂ ସୁନ୍ଦରଂ ସ୍ବରୂପକୁ ମୁଁ ହୃଦୟଙ୍ଗମ କରି ପାରିବି ଏବଂ ଏହି ଦିବ୍ୟ ସ୍ବରୂପରେ ଏକାକାର ହୋଇଯିବି ।
ହେ କରୁଣାସାଗର, ପ୍ରତ୍ୟେହ ପ୍ରତ୍ୟେକ କାର୍ଯ୍ୟରେ, ଦୈନନ୍ଦିନ କାର୍ଯ୍ୟ ବ୍ୟବହାରରେ ଶୟନେ, ସ୍ବପନେ ଅଥବା ଜାଗରଣେ ଆପଣଙ୍କ ସ୍ମୃତି ଦ୍ୱାରା ମୋର ଚି ପ୍ରସନ୍ନ ହୋଇଯାଉ । ପ୍ରତିଟି ଶ୍ୱାସରେ ଏବଂ ପ୍ରତିଟ ଲୋମ କୂପରେ ଆପଣଙ୍କ ଦିବ୍ୟ ସ୍ପର୍ଶ ଅନୁଭବ ହେଉ । ହେ ସଖା! ଆପଣ ମୋ ହୃଦୟ ସିଂହାସନରେ ବିରାଜମାନ କରନ୍ତୁ!!... ଆପଣ ଜ୍ୟୋତି ସ୍ବରୂପ ଓ ପ୍ରକାଶପୁଞ୍ଜ ଅଟନ୍ତି । ପତ୍ୱର ଏହି ଦେହରେ ମୁଁ ଆତ୍ମା ହେଉଛି ଚୈତନ୍ୟଶକ୍ତି, ପ୍ରକାଶ ବିନ୍ଦୁ ସ୍ବରୂପ । ହେ ପରମ ପିତା ମୋ ଉପରେ ସର୍ବଦା ପ୍ରେମ ଓ ଜ୍ଞାନର କିରଣ ବରଷୁଥାନ୍ତୁ । ହେ ମୋର ମାର୍ଗଦର୍ଶକ, ଅଜ୍ଞାନ ଅନ୍ଧକାରରୁ ମୋତେ ସତ୍ୟ ପ୍ରକାଶ ଅଭିମୁଖେ ନେଇ ·ଲନ୍ତୁ । ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ମୋତେ ବଳ ଦିଅନ୍ତୁ । ଅନ୍ୟମାନଙ୍କୁ ଦୁଃଖ-ଯନ୍ତ୍ରଣାରୁ ମୁକ୍ତ କରିପାରିବାର ଶକ୍ତି ମୋତେ ପ୍ରଦାନ କରନ୍ତୁ । ମୋର ଚତୁର୍ଦ୍ଧିଗରେ ଆଶା, ଉତ୍ସାହ-ଉଦ୍ଧୀପନା ଏବଂ ସ୍ନେହର ତରଙ୍ଗ ବିଚ୍ଛୁରିତ କରି ଏହି ଜୀବନକୁ ଯେପରି ଧନ୍ୟ କରିପାରିବି ସେହି ଶିକ୍ଷା ମୋତେ ପ୍ରଦାନ କରନ୍ତୁ, (ହେ ମୋର ସତ୍ଗୁରୁ ।)
ଜୀବନରେ କଳହ-କ୍ଲେଶ ଏବଂ ସଂଘର୍ଷରେ ମୁଁ ପରାଜିତ  ନ ହୁଏ, ଆପଣଙ୍କ କୃପା ଲବ୍ଧ ସଫଳତା ଓ ସମୃଦ୍ଧିରେ ପଥହୁଡି ନ ଯାଏଁ, ଅହଂକାର, କ୍ରୋଧ ଓ କଟୁତା ବଶତଃ କାହାରି ହୃଦୟରେ ଆଘାତ ନ ଦିଏ ଏବଂ ବୁଦ୍ଧିର ଜଡତା ହେତୁ ଆପଣଙ୍କଠାରୁ ଦୂରେଇ ନ ଯାଏ, ଏତିକି ବିବେକ ମୋତେ ଦିଅନ୍ତୁ, ହେ ମୋର ପରମ ଶିକ୍ଷକ । ସର୍ବ ଦୁଃଖ, ସଂଘର୍ଷ, ଅସୁବିଧା ଓ ପରାଜୟ ମଧ୍ୟରେ ବି ମୋର ମନରେ ଆପଣଙ୍କ ସ୍ମୃତି ଲାଖିରହୁ ଏବଂ ସବୁକୁ ଆପଣଙ୍କ କୃପାର ଫଳ ଭାବି କୌଣସି ଅଭିଯୋଗ ନ କରେଁ, ଆପଣଙ୍କ ପ୍ରେମପୂର୍ଣ୍ଣ ସ୍ମରଣରେ ତଲ୍ଲୀନ ରହେଁ, ଏପରି ସଦ୍ ବୁଦ୍ଧି ଦିଅନ୍ତୁ, ହେ ମୋର ପ୍ରିୟତମ! ମୋର ପ୍ରତ୍ୟେକ କର୍ମ ଆପଣଙ୍କ ଇଚ୍ଛା ଓ ଆଦେଶାନୁସାରେ ହେଉ, ସର୍ବଦା ମୋ ମନରେ ସମସ୍ତଙ୍କ ପ୍ରତି ଶୁଭ ଭାବନା ପ୍ରବାହିତ ହେଉଥାଉ - ଏତିକି ମୋର କାମନା ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,