ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର
 
    ଶ୍ରୀମଦ୍ଭଗବତ୍  ସୁଧାଂଶୁ ଶେଖର ମିଶ୍ର ଶ୍ରୀମଦ୍ଭଗବତ୍ ଗୀତା       ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ      ଦ୍ୱିତୀୟ ଅଧ୍ୟାୟ   ଶ୍ରୀମଦ୍ ଭଗବତ୍  ଗୀତାର ଯଥାର୍ଥ ସ୍ୱରୂପ    ଶ୍ରୀମଦ୍ଭଗବତ୍ ଗୀତା ସ୍ୱୟଂ ପରମାତ୍ମାଙ୍କ ମୁଖନିଃସୃତ ବାଣୀ ବୋଲି ସର୍ବଜନ ସ୍ବୀକୃତି  । ମାନବ ସୃଷ୍ଟିର ଏକ ବିଶେଷ ସନ୍ଧିକ୍ଷଣରେ ବା ଘୋର ଧର୍ମ ସଂକଟ କାଳରେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ଧର୍ମଭ୍ରଷ୍ଟ ମାନବ ସମାଜକୁ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ପରିପୁର୍ଣ୍ଣ ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟ ସ୍ଥାପନା ପାଇଁ ଲୁପ୍ତ ପ୍ରାୟ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ବ୍ୟାଖ୍ୟା କରନ୍ତି  । ସକାଳେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ ।ା୪/୨ାା ଏହି ଜ୍ଞାନ ଓ ଯୋଗର ଅନୁସରଣ ଦ୍ୱାରା ମାନବାତ୍ମାଗଣ ବିଷୟ ବିକାରରୁ ମୁକ୍ତ ହୋଇ ଦିବ୍ୟ ଜୀବନ ଯାପନ କରନ୍ତି  । ଏହିପରି କଳିଯୁଗୀୟ ସଂସ୍କାରର ପରିବର୍ନ ହୁଏ ଓ ମହାବିନାଶ ପରେ ସେହି ଦିବ୍ୟ ମାନବାତ୍ମାଗଣଙ୍କୁ ନେଇ ସତ୍ୟ ଯୁଗର ପ୍ରାରମ୍ଭ ହୁଏ  । କଳ୍ପର ପ୍ରଥମାର୍ଦ୍ଧ ସୃଷ୍ଟି ଚକ୍ରର ସ୍ୱର୍ଣ୍ଣିମ ଯୁଗ  । ଏହି କାଳାବଧିରେ ଜୀବାତ୍ମା ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାପୂର୍ଣ୍ଣ ଜୀବନ ଯାପନ କରୁଥିବାରୁ ପୂର୍ବ ଜନ୍ମରେ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ ଯୋଗକୁ ବିସ୍ମୃତ ହୋଇଯାଏ  । ତେଣୁ କୁହାଯାଏ,...
 
