ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର


ପ୍ରଥମ ଖଣ୍ଡ

ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ

ପ୍ରତ୍ୟେକ ପାଠ୍ୟକ୍ରମର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଥାଏ । ଡାକ୍ତର, ଇଞ୍ଜିନିୟର ବା ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିବା ବ୍ୟକ୍ତି ତତ୍ ସମ୍ପର୍କିତ ପାଠ୍ୟକ୍ରମ ଅନୁସରଣ କରେ । ଗୀତା ହେଉଛି ସାକ୍ଷାତ ପରମାତ୍ମାଙ୍କ ପ୍ରଦ ଆଧ୍ୟାତ୍ମିକ ପାଠ୍ୟକ୍ରମ । ତେଣୁ ତାହାର ଉଦ୍ଧେଶ୍ୟ ବିଷୟରେ ସମ୍ୟକ ଅବହିତ ନ ହେବା ପର୍ଯ୍ୟନ୍ତ ବ୍ୟବହାରିକ ଜୀବନରେ ଗୀତାଜ୍ଞାନକୁ ପ୍ରୟୋଗ କରିବା ସହଜସାଧ୍ୟ ନୁହେଁ । ତେଣୁ ଗୀତାର ପାଠକ ନିଜକୁ ଈଶ୍ୱରୀୟ ଜ୍ଞନର ଛାତ୍ର ରୂପେ ମନେ କରି ତାହାର ଉଦ୍ଧେଶ୍ୟ ବିଷୟରେ ପ୍ରଥମେ ଅବହିତ ହେବା ଏକାନ୍ତ ଆବଶ୍ୟକ । ତେଣୁ ପୁସ୍ତକର ସର୍ବାଗ୍ରେ ସେହି ବିଷୟରେ ଆଲୋଚନା କରାଯାଇଛି ।

ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ ଭଗବତ୍ ଗୀତାର ଯଥାର୍ଥ ସ୍ବର୍ୱପ

ବିଭିନ୍ନ ସମୟରେ ବିଭିନ୍ନ ଗ୍ରନ୍ଥାକାରଙ୍କ ହସ୍ତକ୍ଷେପ ଫଳରେ ଅନ୍ୟାନ୍ୟ ପୁରାଣ ଶାସ୍ତ୍ର ପରି ଗୀତା ମଧ୍ୟ ତା’ର ଆଦିମ ସ୍ବରୂପ ହରାଇଛି । ଏହା ଉପରେ ଅନେକ ଗବେଷଣା ହୋଇଛି; ଅନେକ ପ୍ରଶ୍ନ ଉାପନ ହୋଇଛି । ଏହି ଅଧ୍ୟାୟରେ ସେହି ବିଷୟଗୁଡିକ ଉପରେ ସବିସ୍ତାର ଆଲୋଚନା କରାଯାଇଛି ।

ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନାରାବୃି

ମହାଭାରତ ଯୁଦ୍ଧର ଐତିହାସିକତା ସମ୍ବନ୍ଧରେ ବିଭିନ୍ନ ବିଦ୍ୱାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ମହାଭାରତ ଗ୍ରନ୍ଥର ବିଷୟବସ୍ତୁ ପାଠକଲେ ଏବଂ ତାହାର ରଚନା ଶୈଳୀକୁ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ତାହା ଏକ ମହାକାବ୍ୟ; ଐତିହାସିକ ଗ୍ରନ୍ଥ ନୁହେଁ । ନିଷ୍ପକ୍ଷ ଭାବରେ ଏହି ଗ୍ରନ୍ଥ ଅଧ୍ୟୟନ କଲେ ମନରେ କେତେକ ପ୍ରଶ୍ନ ଉପôନ୍ନ ହୁଏ । ସେଗୁଡିକ ମଧ୍ୟରୁ କେତୋଟି ମୁଖ୍ୟ ପ୍ରଶ୍ନ ହେଲା; କୁରୁକ୍ଷେତ୍ର ପଡିଆର ସୀମିତ କ୍ଷେତ୍ରଫଳ ମଧ୍ୟରେ ୧୮ ଅକ୍ଷୌହିଣୀ ବିଶିଷ୍ଟ ବିଶାଳ ସେନା ବାହିନୀର ସମାଗମ କ’ଣ ସମ୍ଭବ ଥିଲା ? ପ୍ରକୃତରେ ଯଦି ଏପରି ଏକ ଯୁଦ୍ଧ ହୋଇଥିଲା ତେବେ ତାହା କେବେ ଓ କିପରି ହୋଇଥିଲା ? ଏକ ରାଜ ପରିବାର ମଧ୍ୟରେ ଉପୁଜି ଥିବା କଳହରୁ ଯେଉଁ ରକ୍ତ ରଞ୍ଜିତ ମହାବିନାଶକାରୀ ଭୟଙ୍କର ଯୁଦ୍ଧର ସୂତ୍ରପାତ  ହୋଇଥିଲା, ସେଥିରେ କ’ଣ ଭଗବାନ ପ୍ରକୃତରେ ଅର୍ଜୁନଙ୍କ ସାରଥି ରୂପରେ ଯୋଗଦେଇ ଅଂଶଗ୍ରହଣ କରିଥିଲେ ? ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରେରଣା ଦେବା କ’ଣ ଗୀତା ଜ୍ଞାନର ଉଦ୍ଧେଶ୍ୟ ଥିଲା ? ସାଂପ୍ରତିକ ବିଶ୍ୱର ପରିସ୍ଥିତି ସହ ମହାଭାରତରେ ବର୍ଣ୍ଣିତ ତତ୍କାଳୀନ ସମାଜର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ଅବିକଳ ମେଳ ଖାଉଛି । ପରମାତ୍ମା ମଧ୍ୟ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଗୀତାଜ୍ଞାନ ଶୁଣାଉଛନ୍ତି । ଏହି ଅଧ୍ୟାୟରେ ଉପର୍ଯୁ୍ୟକ୍ତ ପ୍ରଶ୍ନଗୁଡିକର ଆଲୋଚନା କରାଯିବା ସହିତ ମହାଭାରତ ଓ ଗୀତା ପ୍ରକରଣର ପୁନରାବୃି ସିଦ୍ଧାନ୍ତକୁ ଦୃଷ୍ଟାନ୍ତ ସହିତ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଛି ।

ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ୍ୱ

ବିଭିନ୍ନ ଧର୍ମା·ର୍ଯ୍ୟଗଣ ନିଜ ନିଜ ମତବାଦକୁ ଗୀତା ସମର୍ଥିତ ବୋଲି ପ୍ରମାଣ କରିବା ପାଇଁ ଭାଷ୍ୟ ରଚନା କରିଥିବାରୁ ସେମାନଙ୍କ ମଧ୍ୟରେ ମତଭିନ୍ନତା ଦେଖାଯିବା ସ୍ବଭାବିକ । ଗୀତାରେ ଥିବା ଈଶ୍ୱରୀୟ ଦର୍ଶନ ମନୁଷ୍ୟକୃତ ବାଦବିବାଦରୁ ଉଦ୍ଧ୍ୱର୍ରେ । ପରସ୍ପର ବିରୋଧୀ ମତବାଦ ଦ୍ୱାରା ମନୁଷ୍ୟର ବୁଦ୍ଧି ବିଭ୍ରାନ୍ତ ହୋଇପଡେ । ସେ କେଉଁଟିକୁ ସତ୍ୟ ବୋଲି ଗ୍ରହଣ କରିବ ବୁଝି ନ ପାରି କିଂକର୍ବ୍ୟ ବିମୂଢ଼ ହୋଇ ପଡେ । ଗୀତାରେ ଥିବା ଦାର୍ଶନିକ ତ୍ୱ ବିଷୟରେ ସମ୍ୟକ ଅବବୋଧ ବ୍ୟତୀତ ମନୁଷ୍ୟ ସଠିକ ମାର୍ଗରେ ଅଗ୍ରସର ହୋଇପାରେ ନାହିଁ । ଏହି ଅଧ୍ୟାୟରେ ଯଥା ସମ୍ଭବ ତଦ୍ ସଂପର୍କିତ ଆଲୋଚନା କରାଯାଇଛି ।

ପମ ଅଧ୍ୟାୟ : ଆତ୍ମା ତ୍ୱ

ସମଗ୍ର ଗୀତାରେ ବିକ୍ଷିପ୍ତ ଆତ୍ମା ବିଷୟକ ଅନେକ କଥା କୁହାଯାଇଛି । ସେଗୁଡିକୁ ସଂଗ୍ରହ କରି ଏଠାରେ ଏକତ୍ର ପରିବେଷଣ କରାଯାଇଛି । ଏହାଦ୍ୱାରା ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ପାଠର ପ୍ରଥମ ପାହାଚ ଆତ୍ମ ତ୍ୱ ବିଷୟରେ ଅନେକ ତଥ୍ୟ ପାଠକମାନେ ଧାରାବାହିକ ଭାବରେ ପ୍ରାପ୍ତ ହୋଇପାରିବେ । ଏଥିରେ ଆତ୍ମା ବିଷୟରେ ଥିବା ବିଭିନ୍ନ ମତ ମତାନ୍ତର ଉପରେ ଆଲୋଚନା ପୂର୍ବକ ତତ୍ ସମ୍ବନ୍ଧିତ ଗୀତାର ଦୃଷ୍ଟିକୋଣ ଆବଶ୍ୟକ ଶ୍ଳୋକ ସହ ଉପସ୍ଥାପନ କରାଯାଇଛି ।

ଷଷ୍ଠ ଅଧ୍ୟାୟ : ପରମାତ୍ମା ତ୍ୱ

ଶ୍ର୍ୀମଦ୍ ଭଗବଦ୍ଗୀତା ଏକ ଯୋଗ ଶାସ୍ତ୍ର । ଆତ୍ମା ଓ ପରମାତ୍ମାଙ୍କ ମିଳନକୁ ଯୋଗ କୁହାଯାଏ । ତେଣୁ ଉଭୟ ବିଷୟରେ ସଠିକ ଜ୍ଞାନ ଆହରଣ କରିବା ଯୋଗାଭ୍ୟାସୀ ବ୍ୟକ୍ତି ପାଇଁ ଏକାନ୍ତ ଆବଶ୍ୟକ । ପୂର୍ବ ଅଧ୍ୟାୟରେ ଯୋଗର ପ୍ରଥମ ସୋପାନ  । ଆତ୍ମା ତ୍ୱ ବିଷୟରେ ବର୍ଣ୍ଣନା କରି ସାରିଲା ପରେ ଦ୍ୱିତୀୟ ସୋପାନ ପରମାତ୍ମା ତ୍ୱ ଉପରେ ଆଲୋଚନା କରିବା ଅତ୍ୟନ୍ତ ଆବଶ୍ୟକ ମନେ ହୁଏ । ତେଣୁ ଗୀତାରେ ବିଭିନ୍ନ ଅଧ୍ୟାୟରେ ବିଭିନ୍ନ ଶ୍ଳୋକରେ ପରମାତ୍ମା ବିଷୟକ ଶ୍ଳୋକ ବା ଶ୍ଳୋକାଂଶଗୁଡିକୁ ଏହି ଅଧ୍ୟାୟରେ ଏକତ୍ର ସଂକଳନ କରି ଆଲୋଚନା କରାଯାଇଛି । ଏତଦ୍ବ୍ୟତୀତ ପରମାତ୍ମା ତ୍ୱ ବିଷୟରେ ଥିବା ବିଭିନ୍ନ ମତବାଦରୂପୀ ଅଜ୍ଞାନ ଅନ୍ଧକାରକୁ ଗୀତାଜ୍ଞାନାଲୋକ ଦ୍ୱାରା ଏଠାରେ ଦୂର କରିବାର ଯଥା ସାଧ୍ୟ ପ୍ରୟାସ କରାଯାଇଛି ।

ସପ୍ତମ ଅଧ୍ୟାୟ : ରାଜଯୋଗ

ଆତ୍ମା ଓ ପରମାତ୍ମା ବିଷୟକ ସୋପାନ ଦ୍ୱୟ ଅତିକ୍ରମ କଲାପରେ ଯୋଗାଭ୍ୟାସୀ ବ୍ୟକ୍ତି ତୃତୀୟ ସୋପାନରେ ଅବତୀର୍ଣ୍ଣ ହୁଏ  । ଏହା ହିଁ ଯୋଗ । ବିଭିନ୍ନ ଯୋଗମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ପରମାତ୍ମା ଏହାକୁ ‘ରାଜଯୋଗ’ ବୋଲି ଅଭିହିତ କରିଛନ୍ତି । କେଉଁ ଜ୍ଞାନ ଆହରଣ ଓ କେଉଁ ବିଧି ନିଷେଧଗୁଡିକର ପାଳନ କଲେ ମନୁଷ୍ୟ ଇହ ଜନ୍ମରେ ସାକ୍ଷାତ ପରମାତ୍ମାନୁଭୂତି ଲାଭ କରିପାରିବ ସେ ବିଷୟରେ ଗୀତାର ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ପରମାତ୍ମାଙ୍କ କଥିତ ତତ୍ ସମ୍ବନ୍ଧୀୟ ଶ୍ଳୋକ ଓ ଶ୍ଳୋକାଂଶଗୁଡିକୁ ଏକତ୍ର କରି ଆଲୋଚ୍ୟ ‘ରାଜଯୋଗ’ ଶୀର୍ଷକ ଅଧ୍ୟାୟରେ ସବିସ୍ତାର ବର୍ଣ୍ଣନା କରାଯାଇଛି ।
ମୋହଗ୍ରସ୍ତ, କର୍ବ୍ୟ ବିମୁଖ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧରେ ପ୍ରବୃ କରାଇବା ଉଦ୍ଧେଶ୍ୟରେ ଶ୍ରୀକୃଷ୍ଣ ସମର ଭୂଇଁରେ ଗୀତାଜ୍ଞାନ ଶୁଣାଇଥିଲେ ବୋଲି ଟୀକାକାରମାନେ ବିଶ୍ୱାସ କରି ତଦନୁଯାୟୀ ସେମାନଙ୍କ ଟୀକା ଲେଖିଛନ୍ତି । କିନ୍ତୁ ପରମାତ୍ମା ତତ୍କାଳୀନ ମାନବ ସମାଜକୁ ହିଂସା ପ୍ରଣୋଦିତ କର୍ବ୍ୟ ରୂପକ ଯୁଦ୍ଧ ପାଇଁ ନୁହେଁ, ଯୋଗ ମାର୍ଗରେ ଶତ୍ରୁ ରୂପରେ ବିଘ୍ନ ସୃଷ୍ଟି କରୁଥିବା କାମ କ୍ରୋଧାଦି ମନୋବିକାର ସମୂହ ସହିତ ଯୁଦ୍ଧ କରିବା ନିମି କହିଛନ୍ତି  । ଆବଶ୍ୟକ ଦୃଷ୍ଟାନ୍ତ ସହ ଲେଖକ ଏଠାରେ ତାହା ପ୍ରମାଣ କରିବାକୁ ଚେଷ୍ଟା କରିଛି ।

ଦ୍ୱିତୀୟ ଖଣ୍ଡ

ପ୍ରଥମ ଅଧ୍ୟାୟ : ଅର୍ଜୁନ ବିଷାଦଯୋଗ

ଶଙ୍କରା·ର୍ଯ୍ୟ ଗୀତାପ୍ରକରଣକୁ ମହାଭାରତକାଳୀନ ବୋଲି ସ୍ବୀକାର କରିଥିଲେ ମଧ୍ୟ ‘ଅର୍ଜୁନ ବିଷାଦଯୋଗ’ ଉପରେ ସେ ଟୀକା ଲେଖି ନାହାଁନ୍ତି । ଏଥିରୁ ଜଣା ପଡେ ଯେ ତାଙ୍କ ସମୟରେ ଉପଲବ୍ଧ ଗୀତାରେ ଏହି ଅଧ୍ୟାୟ ନ ଥିଲା ବା ସେ ଏହାକୁ କ୍ଷେପକ ମନେ କରି ଏଡାଇ ଯାଇଛନ୍ତି । ପ୍ରଥମ ଖଣ୍ଡରେ ଗୀତା, ମହାଭାରତର ଅଂଶ ବିଶେଷ ନୁହେଁ ବୋଲି ପ୍ରମାଣ କରାଯାଇଛି । ତେଣୁ ଏଠାରେ କୌଣସି ଆଲୋଚନାର ଆବଶ୍ୟକତା ନ ଥିଲା । କିନ୍ତୁ ବିଷାଦଯୋଗ ପ୍ରଚ୍ଛଦରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ଉଦ୍ଘାଟନ କରି ନଥିଲେ ଗୀତାର ଅଠରଗୋଟି ଯୋଗ ସମ୍ପୂର୍ଣ୍ଣ ହୋଇ ନ ଥାନ୍ତା ଓ ପୁସ୍ତକଟି ଅସମ୍ପୂର୍ଣ୍ଣ ରହିଯାଇଥା’ନ୍ତା । ଗୀତାରେ ବିଷାଦ ମଧ୍ୟ ଏକ ଯୋଗ । ସଂସାରରେ ଧର୍ମଗ୍ଳାନି ହେଲେ ସମଗ୍ର ମାନବ ସମାଜ ବିଷାଦଗ୍ରସ୍ତ ହୋଇ ପଡନ୍ତି । ଏହିପରି ଏକ ଘଡିସନ୍ଧି ମୁହୂର୍ରେ ପରମାତ୍ମା ଧରାବତରଣ କରି ଗୀତାଜ୍ଞାନ ଶୁଣାଇଥାନ୍ତି । ବିଷାଦରୁ ଗୀତାଜ୍ଞାନର ସୂତ୍ରପାତ ହୋଇଥିବାରୁ ଏହା ହେଉଛି ଗୀତାର ଆଧାର । ତେଣୁ ଏହି ଅଧ୍ୟାୟରେ ଅର୍ଜୁନଙ୍କ ବିଷାଦକୁ ସମଗ୍ର ମାନବ ଜାତିର ବିଷାଦର ଦ୍ୟୋତକ ରୂପେ ବର୍ଣ୍ଣନା କରାଯାଇଛି ।
ଏହି ଭୂମିକା ଲେଖିଲାବେଳେ ବିଷାଦଯୋଗ ସନ୍ଦର୍ଭରେ ଲେଖକ ମନରେ କିଛି ନୂଆ ଭାବ ସୃଷ୍ଟି ହେଲା । ତେଣୁ ତାକୁ ଏହି ଅଧ୍ୟାୟରେ “ଅର୍ଜୁନ ବିଷାଦଯୋଗ” (ଦୁଇ) ରୂପେ ସଂଯୋଗ କରାଯାଇଛି । ଏଥିରେ ଅର୍ଜୁନ ବିଷାଦଯୋଗ ସମ୍ବନ୍ଧରେ କେତେକ ବିଦ୍ୱାନଙ୍କ ମତ, ଈଶ୍ୱରୀୟ ଦୃଷ୍ଟିକୋଣ ଓ ଗୀତାରେ ବର୍ଣ୍ଣିତ ନାମଗୁଡ଼ିକର ଗୁଣବାଚକ ଅର୍ଥ ଉପରେ ବି·ର କରାଯାଇଛି ।

ଦ୍ୱିତୀୟ ଅଧ୍ୟାୟ : ସାଂଖ୍ୟଯୋଗ

ଅଧିକାଂଶ ଭାଷ୍ୟକାର ଶଙ୍କରଙ୍କ ମାୟାବାଦକୁ ଅନୁସରଣ କରି ଗୀତାର ଟୀକା ଲେଖିଛନ୍ତି । କିନ୍ତୁ ଲେଖକ ଏହି ଅଧ୍ୟାୟରେ ତାକୁ ସପ୍ରମାଣ ଖଣ୍ଡନ କରିବାର ଧୃଷ୍ଟତା କରିଛି । ମାୟାବାଦ ଅନୁସାରେ “ଆତ୍ମା ମାୟାଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି । ମୁକ୍ତି ପାଇଲା ପରେ ଆତ୍ମା ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ତା’ର ସ୍ବତନ୍ତ୍ର ସା ହାରାଇଥାଏ । ....... ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ସଂସାର ଓ ଶରୀରରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ଇତ୍ୟାଦି ।” କିନ୍ତୁ ଗୀତାରେ ପରମାତ୍ମା ମାୟାବାଦକୁ ସମର୍ଥନ କରିନାହାନ୍ତି ବୋଲି ଲେଖକ ପ୍ରମାଣ କରିଛି । ଏହି ଅଧ୍ୟାୟର ୨୪ଶ ଶ୍ଳୋକରେ ଆତ୍ମାକୁ ସର୍ବଗତ କୁହାଯାଇଛି । ପ୍ରାଚୀନ ଭାଷ୍ୟକାରମାନେ ଏହାର ଆକ୍ଷରିକ ଅର୍ଥ ଗ୍ରହଣକରି ଆତ୍ମାକୁ ସର୍ବବ୍ୟାପୀ କହିଛନ୍ତି । ସେହି ଯୁକ୍ତିକୁ ମଧ୍ୟ ଏଠାରେ ଖଣ୍ଡନ କରାଯାଇଛି ।
ଏହି ଅଧ୍ୟାୟର ୩୧ଶ ଶ୍ଳୋକରୁ ୩୮ଶ ଶ୍ଳୋକ ପର୍ଯ୍ୟନ୍ତ ଆଠଟି ଶ୍ଲୋକରେ ଥିବା କ୍ଷତ୍ରିୟର କର୍ମ ଓ ଧର୍ମ ବିଷୟକ ଆଲୋଚନାକୁ ଅପ୍ରାସଙ୍ଗିକ ଓ ପ୍ରକ୍ଷିପ୍ତ ବୋଲି ଲେଖକ ନିଜ ଅଭିମତ ଦେଇଛି । ଏହି ଅଧ୍ୟାୟରେ ଭାଷ୍ୟକାରଗଣ ବ୍ରହ୍ମକୁ ପରମାତ୍ମା ପର୍ଯ୍ୟାୟବାଚୀ ରୂପେ ସ୍ବୀକାର ପୂର୍ବକ ସମସ୍ତ କର୍ମ ତ୍ୟାଗ କରି ବ୍ରହ୍ମରୂପରେ ସ୍ଥିତ ହୋଇଯିବାକୁ ‘ବ୍ରାହ୍ମୀସ୍ଥିତି’ ବୋଲି ବର୍ଣ୍ଣନା କରିଛନ୍ତି । ଏଠାରେ ଲେଖକ ବ୍ରହ୍ମକୁ ଏକ ସୂଷ୍ମ ପ୍ରକାଶ ତ୍ୱ ଏବଂ ପରମାତ୍ମାଙ୍କୁ ବ୍ରହ୍ମଲୋକ ନିବାସୀ ସର୍ବୋଚ୍ଚ ସା ରୂପେ ଯୁକ୍ତି ସହିତ ଉପସ୍ଥାପନ କରିଛି ।
ଏହି ଅଧ୍ୟାୟରେ ଈଶ୍ୱରୀୟ ଜ୍ଞାନ ଆଧାରିତ ମୁଖ୍ୟ ୫୦ଟି ଶ୍ଳୋକକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟଗୁଡିକ କୌଣସି ଆଧ୍ୟାମିôକ ବିଷୟକୁ ସୂଚିତ କରୁ ନ ଥିବାରୁ ବାଦ ଦିଆଯାଇଛି । ଗୀତାରେ ସାଂଖ୍ୟଯୋଗର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମୁଖ୍ୟତଃ ୧୨ଟି ଆଧ୍ୟାମିôକ ବିଷୟକୁ କେନ୍ଦ୍ର କରି ଶ୍ଳୋକ କ୍ରମ ଅନୁସାରେ ଆଲୋଚନା କରାଯାଇଛି । ସେଗୁଡିକ ହେଲା, ଆତ୍ମାର ନିତ୍ୟତ୍ୱ ନିରୂପଣ (ଶ୍ଳୋକ-୧୨), ଇନ୍ଦ୍ରିୟ ଓ ବିଷୟ ସମୂହ ସଂଯୋଗର ଅନିତ୍ୱ ନିରୂପଣ (ଶ୍ଳୋ-୧୪-୧୫), ସତ୍-ଅସତ୍ର ନିର୍ଣ୍ଣୟ ଓ ତା’ର ସ୍ବରୂପ (ଶ୍ଳୋ-୧୬-୧୮), ଆତ୍ମାର ସ୍ବରୂପ (ଶ୍ଳୋ-୧୯-୨୫), ଶରୀର ଅନିତ୍ୟ, ଶୋକ ଅନୁଚିତ (ଶ୍ଳୋ ୨୬-୩୦), ନିଷ୍କାମ କର୍ମଯୋଗ ଓ ତା’ର ମହ୍ୱ (ଶ୍ଳୋକ୩୯-୪୦), ସକାମୀ (କର୍ମକାଣ୍ଡୀ) ପୁରୁଷମାନଙ୍କ ସ୍ବଭାବ (ଶ୍ଳୋ ୪୨-୪୪), ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ (ଶ୍ଳୋ ୪୫-୫୦), ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ ଅଟେ (ଶ୍ଳୋ ୫୧-୫୩), ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା (ଶ୍ଳୋ ୫୫-୬୧), ବିଷୟ ଚିନ୍ତନହିଁ ଅଧୋଃପତନର କାରଣ (ଶ୍ଳୋ୬୨-୭୦), ବ୍ରାହ୍ମୀ ସ୍ଥିତି (ଶ୍ଳୋ ୭୧-୭୨) ।
ପାଠକମାନଙ୍କୁ ଅତି ସଂକ୍ଷେପରେ ସାଂଖ୍ୟଯୋଗ ଉପରେ ଧାରଣା ଦେବାକୁ ଏହି ଅଧ୍ୟାୟର ସାରାଂଶ ସ୍ବରୂପ ଏକ ପରିଶିଷ୍ଟ ବ୍ୟାଖ୍ୟା ଯୋଗ କରାଯାଇଅଛି ।

ତୃତୀୟ ଅଧ୍ୟାୟ : କର୍ମଯୋଗ

କେତେକ ଭାଷ୍ୟକାର ଗୀତାର କର୍ମଯୋଗକୁ ପ୍ରାଚୀନ ସାଂଖ୍ୟମତ ଅନୁସାରେ ଭାଷ୍ୟ ଲେଖିଛନ୍ତି । ପ୍ରାଚୀନ ସାଂଖ୍ୟବାଦୀମାନେ କେବଳ ଜ୍ଞାନକୁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବା ମାର୍ଗ ବୋଲି ମନେକରି କର୍ମ ସନ୍ନ୍ୟାସର ସମର୍ଥନ କରନ୍ତି । କିନ୍ତୁ ଗୀତାରେ ଜ୍ଞାନର ଉଦ୍ଧେଶ୍ୟ କର୍ମ ବିମୁଖତା ନୁହେଁ ବୋଲି ଲେଖକ ଏହି ଅଧ୍ୟାୟରେ ପ୍ରତିପାଦନ କରିବାକୁ ପ୍ରୟାସ କରିଛି । ଏହି ଅଧ୍ୟାୟରେ ଥିବା ଯଜ୍ଞ, ବ୍ରହ୍ମ, ଇନ୍ଦ୍ର, ବ୍ରହ୍ମା ଆଦି ଶବ୍ଦର ଅର୍ଥକୁ ପ୍ରାଚୀନ ଟୀକାକାରଗଣ ପୌରାଣିକ ଦୃଷ୍ଟିକୋଣରୁ ଆଲୋଚନା କରିଛନ୍ତି । କିନ୍ତୁ ସାକ୍ଷାତ ପରମାତ୍ମାଙ୍କ ଦୃଷ୍ଟିରେ ଏହାର ଅର୍ଥ କ’ଣ  ତାହା ଉପରେ ଲେଖକ ଆଲୋକପାତ କରିଛି ।
ଏହି ଅଧ୍ୟାୟରେ ସାଂଖ୍ୟଯୋଗ ଓ କର୍ମଯୋଗକୁ ପରସ୍ପର ପରିପୂରକ ବୋଲି ଆଲୋଚନା କରାଯାଇଛି । କର୍ମକୁ ଯୋଗରେ କିପରି ରୂପାନ୍ତର କରାଯାଇପାରିବ ତହା ପ୍ରତିପାଦନ କରିବା ପାଇଁ ମୋଟ ୪୦ଟି ଶ୍ଳୋକକୁ ଚୟନ କରାଯାଇ କ୍ରମାନୁସାରେ ଛଅଟି ଶୀର୍ଷକ ଉପରେ ବ୍ୟାଖ୍ୟା କରାଯାଇଅଛି  । ସେଗୁଡିକ ହେଲା – ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ (ଶ୍ଳେ ୩-୮), ଯଜ୍ଞ ଓ କର୍ମଚକ୍ର (ଶ୍ଳୋକ-୧୬), ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା (ଶ୍ଳୋ ୧୭-୨୪), ଜ୍ଞାନୀ ଓ ଅଜ୍ଞାନଙ୍କ ମଧ୍ୟରେ ପ୍ରଭେଦ (ଶ୍ଳୋ ୨୫-୩୦) ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର (ଶ୍ଳୋ ୩୩-୩୫) ଓ ପାପର କର୍ା ଓ ତା’ର ବିନାଶର ଉପାୟ (ଶ୍ଳୋ ୩୭-୪୩) ।

ଚତୁର୍ଥ ଅଧ୍ୟାୟ : ଜ୍ଞାନଯୋଗ

ସାଧାରଣତଃ ପାରମ୍ପାରିକ ଭାବେ ବିଶ୍ୱାସ କରାଯାଇ ଆସୁଛି ଯେ ଧର୍ମର ଗ୍ଳାନି ହେଲେ ପରମାତ୍ମା ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ଯୁଗେ ଯୁଗେ ଅବତରଣ କରନ୍ତି । ଚର୍ଚ୍ଚିତ ଅଧ୍ୟାୟର ଅଷ୍ଟମ ଶ୍ଳୋକ “ପରିତ୍ରାଣାୟ ସାଧୁନାଂ .......”ର ଦୃଷ୍ଟାନ୍ତ ଦେଇ ଏକଥା ଟୀକାକାରଗଣ ପ୍ରମାଣ କରନ୍ତି । କିନ୍ତୁ ପରମାତ୍ମା ଅବତାର ନୁହଁନ୍ତି, ଅବତରଣ କରନ୍ତି ବୋଲି ଲେଖକ ଯୁକ୍ତି ପୂର୍ବକ ଦର୍ଶାଇଛି । ପରମାତ୍ମାଙ୍କ ଦିବ୍ୟଜନ୍ମ ଓ ଦିବ୍ୟ କର୍ମ ସମ୍ବନ୍ଧରେ ଭ୍ରାନ୍ତ ଧାରଣାହିଁ କର୍ମ ସନ୍ନ୍ୟାସର ଜନ୍ମଦାତା ବୋଲି ଏଠାରେ ଆଲୋଚନା କରାଯାଇଅଛି । ଏହି ଅଧ୍ୟାୟରେ ବର୍ଣ୍ଣିତ ଯଜ୍ଞକୁ କେହି କେହି ବୈଦିକ କର୍ମକାଣ୍ଡୀୟ ଯଜ୍ଞ ରୂପେ ବ୍ୟାଖ୍ୟା କରନ୍ତି । କିନ୍ତୁ ଲେଖକ ଏହାକୁ ଆତ୍ମାର ଆଭ୍ୟନ୍ତରୀଣ କ୍ରିୟା ରୂପେ ପ୍ରତିପାଦନ କରିଛି ।
ଏହି ଅଧ୍ୟାୟରୁ ମୋଟ ୩୮ଟି ଶ୍ଳୋକ ଚୟନ କରି ସେଗୁଡିକୁ ପାଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରାଯାଇଛି । ସେହି ଶୀର୍ଷକଗୁଡ଼ିକର ନାମ ହେଲା : ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ (ଶ୍ଳୋ ୫-୧୦), ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା - ନିଷ୍କାମ କର୍ମଯୋଗ (ଶ୍ଳୋ ୧୧-୧୮), ନିଷ୍କାମ କର୍ମଯୋଗୀର ଆଚରଣ (ଶ୍ଳୋ ୧୯-୨୩), ଭିନ୍ନ ଭିନ୍ନ ଯଜ୍ଞର ଆଧ୍ୟାମିôକ ସ୍ବରୂପ (ଶ୍ଳୋ ୨୪-୩୩), ଓ ଈଶ୍ୱରୀୟ ଜ୍ଞାନର ଉପାଦେୟତା (ଶ୍ଳୋ୩୪-୪୨) ।

ପମ ଅଧ୍ୟାୟ : କର୍ମ ସନ୍ୟାସ ଯୋଗ

ସ୍ବୟଂକୁ ବ୍ରହ୍ମ ମନେ କରିବା ଓ ବ୍ରହ୍ମରେ ଲୀନ ହୋଇଯିବାକୁ ନିର୍ବାଣ ବା ମୋକ୍ଷ ବୋଲି ବୈଦାନ୍ତିକ ଦର୍ଶନ କହେ । କିନ୍ତୁ ଏହା ଗୀତା ସମର୍ଥିତ ନୁହେଁ ବୋଲି ଲେଖକ ଏହି ଅଧ୍ୟାୟରେ ନିଜର ସ୍ବତନ୍ତ୍ର ବି·ର ପ୍ରକଟ କରିଛି । ସ୍ବକୀୟ ସ୍ବତନ୍ତ୍ର ବୋଧଜ୍ଞାନ ଆଧାରରେ କର୍ମସନ୍ନ୍ୟାସ ଯୋଗରେ ପ୍ରତିପାଦିତ ବିଷୟ ବସ୍ତୁକୁ ବ୍ୟାଖ୍ୟା କରିବାକୁ ଯାଇ ଲେଖକ ଏଥିରୁ ମୋଟ ୨୮ଟି ଶ୍ଳୋକ ଗ୍ରହଣ କରି ·ରୋଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରିଛି । ସେଗୁଡ଼ିକ ହେଲା : ସନ୍ନ୍ୟାସ  ଓ କର୍ମଯୋଗ ମଧ୍ୟରେ କିଏ ଶ୍ରେଷ୍ଠ ? (ଶ୍ଳୋ ୨-୬), କର୍ମଯୋଗୀର ବିଶେଷତା (ଶ୍ଳୋ ୭-୧୩), ପରମାତ୍ମା ପାପ ବା ପୁଣ୍ୟର କର୍ା ନୁହନ୍ତି (ଶ୍ଳୋ ୧୪-୧୭) ଏବଂ ଜ୍ଞାନୀ ଓ ଯୋଗୀର ସ୍ବଭାବ ଓ ଲକ୍ଷଣ (ଶ୍ଳୋ ୧୮-୧୯) ।

ଷଷ୍ଠ ଅଧ୍ୟାୟ : ଅଭ୍ୟାସ (ଧ୍ୟାନ) ଯୋଗ

ଉପନିଷଦ ଓ ବେଦାନ୍ତରେ କର୍ମକୁ ଜ୍ଞାନର ଅନ୍ତରାୟ ମନେକରି କର୍ମ ସନ୍ନ୍ୟାସ ଉପରେ ପ୍ରାଧାନ୍ୟ ଦିଆଯାଇଛି । କିନ୍ତୁ ଗୀତାର ମୌଳିକ ଜ୍ଞାନର ସୂଷ୍ମ ପ୍ରଣିଧାନ କଲେ ଜଣାଯାଏ ଯେ ଜ୍ଞାନ ହେଉଛି କର୍ମର ଭିି । ଈଶ୍ୱରୀୟ ପ୍ରେମ ଓ ଭକ୍ତି ହେଉଛିିଁ ସମସ୍ତ ଯୋଗର ପରିଣତି । ଆଭ୍ୟନ୍ତରୀଣ ତ୍ୟାଗ ହିଁ ପ୍ରକୃତ ସନ୍ନ୍ୟାସ, ବାହ୍ୟତ୍ୟାଗ ନୁହେଁ । ଆଭ୍ୟନ୍ତରୀଣ ଆତ୍ମ ଶକ୍ତି ଦ୍ୱାରା କାମ କ୍ରୋଧକୁ ଜୟ କରିବାକୁ ହେବ । ଏହା ହେଉଛି ସଂଯମର ଯଥାର୍ଥ ରୂପ । ଆଭ୍ୟନ୍ତରୀଣ ତ୍ୟାଗ ଅଭ୍ୟାସ କରି କର୍ମ କରିବାହିଁ ସିଦ୍ଧି ଓ ମୁକ୍ତି ଲାଭର ସହଜ ପନ୍ଥା । ମନ ସ୍ଥିର ଓ ନୀରବ ହେଲେ ଅନ୍ତରସ୍ଥ ଆତ୍ମାକୁ ଅନୁଭବ କରିହୁଏ । ସ୍ବଭାବତଃ ଚଳ ମନକୁ ଶାନ୍ତ କରିବା ସହଜ ନ ହେଲେ ମଧ୍ୟ ଦୃଢ଼ତାର ସହିତ ଅଭ୍ୟାସ କଲେ ଏହା କ୍ରମଶଃ ସଂଯମିତ ଓ ନୀରବ ହୁଏ । ସଂଯମ, ଶ୍ରଦ୍ଧା ଓ ଉପଯୁକ୍ତ ବିଧି ଅନୁସରଣ ପୂର୍ବକ ନିରନ୍ତର ଅଭ୍ୟାସ ହିଁ ସିଦ୍ଧି ପ୍ରଦାନ କରେ । ନିଜସ୍ବ ବି·ର ଶୈଳୀରେ ଉପର୍ଯୁ୍ୟକ୍ତ ବିଷୟଗୁଡିକୁ ପ୍ରାଞ୍ଜଳ ଭାବରେ ଏହି ଅଧ୍ୟାୟରେ ଥିବା ବିଭିନ୍ନ ଶୀର୍ଷକରେ ବୁଝାଇବାକୁ ପ୍ରୟାସ କରାଯାଇଛି ।
ଏହି ଅଧ୍ୟାୟରୁ ମୋଟ ·ଳିଶ ଗୋଟି ଶ୍ଳୋକ ନିର୍ବାଚନ କରି ସେଗୁଡିକୁ ଛ’ଅଟି ଆଧ୍ୟାତ୍ମିକ ବିଷୟରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା : ଯୋଗାରୂଢ଼ ପୁରୁଷ ଓ କର୍ମଯୋଗୀଙ୍କର ଲକ୍ଷଣ (ଶ୍ଳୋ ୧-୯), ଧ୍ୟାନଯୋଗର ଆସନ ଓ ବିଧି (ଶ୍ଳୋ ୧୦-୧୭), ଧ୍ୟାନଯୋଗର ସାଧନ ଓ ସିଦ୍ଧି (ଶ୍ଳୋ ୧୮-୨୬), ଧ୍ୟାନଯୋଗୀମାନଙ୍କର ଅନୁଭବ (ଶ୍ଳୋ ୨୭-୩୨), ମନ ନିଗ୍ରହର କୌଶଳ (ଶ୍ଳୋ ୩୫-୩୬) ଓ ଯୋଗଭ୍ରଷ୍ଟର ଗତି (ଶ୍ଳୋ ୪୦-୪୫) ।

ସପ୍ତମ ଅଧ୍ୟାୟ : ଜ୍ଞାନ - ବିଜ୍ଞାନଯୋଗ

ବୈଦାନ୍ତିକ ଦର୍ଶନ ଆଧାରରେ ଏହି ଅଧ୍ୟାୟର କେତେକ ଶ୍ଳୋକର ବ୍ୟାଖ୍ୟା କରିବାକୁ ଯାଇ ଭାଷ୍ୟକାରମାନେ କହନ୍ତି ଯେ ଏହି ବିଶ୍ୱ ହେଉଛି ପ୍ରପ ଅଜ୍ଞାନତା ଓ ମାୟାର ଖେଳଘର । ଏହି ସଂସାରରେ ବାରମ୍ବାର ଆବାଗମନ ଚକ୍ରରେ (ଜନ୍ମ-ମୃତୁ୍ୟ ଚକ୍ର) ନ ଆସିବା ହିଁ ମୁକ୍ତି । ଜଗତ ମିଥ୍ୟା, ଭ୍ରାନ୍ତି । ଗୀତାର ମୌଳିକ ଜ୍ଞାନର ଉପସ୍ଥାପନା ପୂର୍ବକ ଲେଖକ ସ୍ପଷ୍ଟ କରିଛି ଯେ ଉପରୋକ୍ତ ବି·ର ଈଶ୍ୱରୀୟ ମତର ପରିପନ୍ଥୀ । ଏତଦ୍ବ୍ୟତୀତ ଏହି ଅଧ୍ୟାୟରେ ଅବତାର ଓ ଅବତରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ।
ଏହି ଅଧ୍ୟାୟରେ ତିରିଶଟି ଶ୍ଳୋକକୁ ପାଟି ବଭାଗରେ ବିଭକ୍ତ କରାଯାଇ ଜ୍ଞାନ ଓ ବିଜ୍ଞାନ ସମ୍ବନ୍ଧିତ ବିଭିନ୍ନ ଦୃଷ୍ଟିକୋଣ ଉପରେ ଯଥା ସମ୍ଭବ ଆଲୋଚନା କରାଯାଇଛି । ଶ୍ଳୋକ କ୍ରମରେ ଯେଉଁ ଆଧ୍ୟାତ୍ମିକ ବିଷୟଗୁଡିକର ଶୀର୍ଷକ ଉପସ୍ଥାପନ କରାଯାଇଛି ସେଗୁଡ଼ିକ ହେଲା : ବିଜ୍ଞାନ ସହିତ ଜ୍ଞାନର ବର୍ଣ୍ଣନା (ଶ୍ଳୋ ୧-୭), ପରମାତ୍ମା ବୀଜ ସ୍ବରୂପ (ଶ୍ଳୋ ୧୩-୧୯), ଦେବ ଉପସାକମାନେ କେବଳ ଭାବନାର ଫଳ ପାଆନ୍ତି (ଶ୍ଳୋ ୨୦-୨୩), ପରମାତ୍ମାଙ୍କ ସର୍ବୋମ ପରମ ସ୍ବରୂପ (ଶ୍ଳୋ ୨୪-୩୦) ।

ଅଷ୍ଟମ ଅଧ୍ୟାୟ : ଅକ୍ଷର ବ୍ରହ୍ମଯୋଗ

ଏହି ଅଧ୍ୟାୟରେ ଅଧ୍ୟାତ୍ମ, ଅଧିଭୂତ, ଅଧିଦେବ ଓ ଅଧିଯଜ୍ଞର ଈଶ୍ୱରୀୟ ଜ୍ଞାନ ସମ୍ମତ ଅର୍ଥ ପ୍ରକଟ କରାଯାଇଛି । ରୁଢ଼ିବାଦୀମାନଙ୍କ ଦ୍ୱାରା ହୁଏତ ଏହା ଅସ୍ବୀକୃତ ହୋଇପାରେ । କିନ୍ତୁ ସଂପ୍ରତି ପରମାତ୍ମାଙ୍କ ଧରାବତରଣ ପରିପ୍ରେକ୍ଷୀରେ ବି·ର କଲେ ଲେଖକ ସହିତ ପାଠକଗଣ ଏକମତ ହେବେ । ଉପର୍ଯୁ୍ୟକ୍ତ ବିଷୟର ସଂକ୍ଷିପ୍ତ ଟୀପ୍ପଣୀ ନିମ୍ନରେ ପ୍ରଦତ୍ତ ହେଲା ।
ପରମାତ୍ମା ସ୍ବୟଂ ସମ୍ପୂର୍ଣ୍ଣ ହୋଇଥିବାରୁ ଅବିଭାଜ୍ୟ । ତେଣୁ ଆତ୍ମାକୁ ପରମାତ୍ମାଙ୍କଠାରୁ ବିଭାଜିତ ଏକ ଅଂଶ ରୂପରେ ଅର୍ଥ କରିବା ଠିକ ନୁହେଁ । ପରମାତ୍ମାଙ୍କ ଯେଉଁ ଗୁଣାତ୍ମକ ସ୍ବଭାବ ବା ସ୍ବରୂପ ଚୈତନ୍ୟ ରୂପରେ ଜୀବ ମଧ୍ୟରେ ଅବସ୍ଥିତ ତାକୁ ‘ଅଧ୍ୟାତ୍ମ’ ବା ‘ଜୀବାତ୍ମା’ କୁହାଯାଏ । କର୍ମ ଦ୍ୱାରା ସ୍ବଭାବର ପରିବର୍ନମୟ ବିକାଶର ଫଳ ସ୍ବରୂପ ଯାହା କିଛି ସୃଷ୍ଟି ହୋଇଛି (କ୍ଷରଭାବଃ) ତାହାହିଁ ‘ଅଧିଭୂତ’ । କ୍ଷରଶୀଳ ଶରୀର ‘ଅଧିଭୂତ’ । ପ୍ରଜାପିତା ବ୍ରହ୍ମାହିଁ ‘ଅଧିଦେବ’ । ପରମାତ୍ମା ବ୍ରହ୍ମା ଶରୀର ମଧ୍ୟରେ ଥାଇ ଗୀତାଜ୍ଞାନ ଶୁଣାଉଥିବାରୁ କହୁଛନ୍ତି ଏହି ଦେହରେ (ବ୍ରହ୍ମାଙ୍କ) ମୁଁ ହିଁ ‘ଅଧିଯଜ୍ଞ’ । ଅଧିଦେବଙ୍କ ମଧ୍ୟରେ ଅବତରିତ ଅଧିଯଜ୍ଞଙ୍କ ନିର୍ଦ୍ଧେଶିତ ମାର୍ଗରେ ପରି·ଳିତ ହୋଇ ମଣିଷ ଯେଉଁ କର୍ମ କରେ ସେ ସବୁ ଯଜ୍ଞରେ ପରିଣତ ହୋଇଯାଏ । ଏତଦ୍ବ୍ୟତୀତ ବ୍ରହ୍ମାଙ୍କ ଦିବସ ଓ ରାତ୍ର, ଶୁକ୍ଳମାର୍ଗ ଓ କୃଷ୍ଣମାର୍ଗ ଆଦି ବିଷୟରେ ମଧ୍ୟ ଲେଖକ ଏଠାରେ ବିବେକ ସମ୍ମତ ଯୁକ୍ତି ପ୍ରଦାନ କରିଛି ।
ଏହି ଅଧ୍ୟାୟରୁ ମୋଟ ୨୬ଶ ଗୋଟି ଶ୍ଳୋକକୁ ଆଲୋଚନା ପରିସରଭୁକ୍ତ କରାଯାଇଛି । ଶ୍ଳୋକ କ୍ରମରେ ଯେଉଁ ପାଟି ବିଷୟ ଉପରେ ବ୍ୟାଖ୍ୟା କରାଯାଇଛି ସେଗୁଡ଼ିକ ହେଲା : ବ୍ରହ୍ମ, ଅଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞର ତ୍ୱ ନିରୂପଣ (ଶ୍ଳୋ ୩-୭), ଅଭ୍ୟାସ ଯୋଗର ବିଧି ଓ ସିଦ୍ଧି (ଶ୍ଳୋ ୮-୧୬), ବ୍ରହ୍ମାଙ୍କ ଦିବସ ଓ ରାତ୍ର ଏବଂ ତହିଁରେ ସୃଷ୍ଟି ଓ ପ୍ରଳୟ (ଶ୍ଳୋ ୧୭-୧୯), ଜଗତର ପରମତ୍ୱ, ଜୀବର ପରମାଗତି ଓ ପରମେଶ୍ୱର ପ୍ରାପ୍ତି (ଶ୍ଳୋ ୨୦-୨୧) ଏବଂ ଶୁକ୍ଳମାର୍ଗ ଓ କୃଷ୍ଣମାର୍ଗ; ମରଣୋର ଜୀବର ଗତି (ଶ୍ଳୋ ୨୩-୨୮) ।

ନବମ ଅଧ୍ୟାୟ : ଜ୍ଞାନ - ରାଜବିଦ୍ୟା ରାଜଗୁହ୍ୟଯୋଗ

ଏହି ଅଧ୍ୟାୟର ଚତୁର୍ଥ ଶ୍ଳୋକ “ମୟା ତଦମିମଂ ସର୍ବଂ .....”ରେ ପରମାତ୍ମା ସ୍ପଷ୍ଟ ଭାବରେ ନିଜକୁ ସର୍ବବ୍ୟାପୀ ନୁହନ୍ତି ବୋଲି କହିଥିଲେ ମଧ୍ୟ ଅଧିକାଂଶ ଟୀକାକାର ଏକଥାର ବିପରୀତ ଅର୍ଥ କରିଛନ୍ତି । ବୈଦାନ୍ତିକ ଦୃଷ୍ଟାନ୍ତ ଓ ବ୍ୟକ୍ତିଗତ ସିଦ୍ଧାନ୍ତ ମଧ୍ୟରେ ଗୀତାର ମୌଳିକ ତ୍ୱ ଗୌଣ  ହୋଇଯାଇଛି । ଈଶ୍ୱରୀୟ ଜ୍ଞାନ ଆଧାରରେ ଲେଖକ ପରମାତ୍ମାଙ୍କ ବିଷୟରେ ଥିବା ବିଭିନ୍ନ ଭ୍ରମ ଧାରଣାକୁ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରିଛି । ପ୍ରଚଳିତ ଲୋକ ମତ ଓ ବିଶ୍ୱାସ ଅନୁସାରେ ପରମାତ୍ମାଙ୍କ ଇଚ୍ଛା ବିନା ଗଛପତ୍ର ମଧ୍ୟ ହଲେ ନାହିଁ । ଏହି ପାରମ୍ପାରିକ ବିଶ୍ୱାସ ଅନୁସାରେ ଟୀକାକାରମାନେ ଏହି ଅଧ୍ୟାୟର ଦଶମ ଶ୍ଳୋକର ଅର୍ଥ କରିଛନ୍ତି । କିନ୍ତୁ ଏହା ପରମାତ୍ମାଙ୍କ କାମ ନୁହେଁ, ପ୍ରକୃତିର କାମ । ତାଙ୍କ ଅଧ୍ୟକ୍ଷତାରେ ପ୍ରକୃତିର ସମସ୍ତ କାମ ହେଉଥିଲେ ମଧ୍ୟ ସେ ନିଷ୍ପକ୍ଷ ରହନ୍ତି । ପ୍ରକୃତିର କୌଣସି କାର୍ଯ୍ୟରେ ସେ ହସ୍ତକ୍ଷେପ କରନ୍ତି ନାହିଁ । ଏକଥାକୁ ଲେଖକ ଏଠାରେ ଯୁକ୍ତି ପୂର୍ବକ ଉପସ୍ଥାପନା କରିଛି ।
ଏହି ଅଧ୍ୟାୟର ଆରମ୍ଭରୁ କ୍ରମାନୁସାରେ ମୋଟ ୩୪ ଗୋଟି ଶ୍ଳୋକକୁ ଛଅଟି ବିଭାଗରେ ବିଭକ୍ତ କରାଯାଇ ଆଲୋଚନା କରାଯାଇଛି । ସେହି ବିଷୟ ଗୁଡିକର ଶୀର୍ଷକ ହେଲା, ଈଶ୍ୱରୀୟ ଜ୍ଞାନ ଓ ଐଶ୍ୱରୀକ ଯୋଗ ସାମର୍ଥ୍ୟ (ଶ୍ଳୋ ୧-୬), ସୃଷ୍ଟିରେ ପ୍ରାଣୀମାନଙ୍କର ଉପôି ଓ ବିନାଶ (ଶ୍ଳୋ ୭-୧୦), ଆସୁରୀ ଓ ଦୈବୀ ପ୍ରକୃତି ସମ୍ପନ୍ନ ବ୍ୟକ୍ତିର ସ୍ବରୂପ (ଶ୍ଳୋ ୧୧-୧୫), ପରମାତ୍ମା ସର୍ବୋପରି (ଶ୍ଳୋ ୧୬-୧୯) ସକାମ ଓ ନିଷ୍କାମ ଉପାସନାର ଫଳ (ଶ୍ଳୋ ୨୦-୨୫) ଓ ପରମାତ୍ମା ଭକ୍ତିକୁ ଦେଖନ୍ତି ବ୍ୟକ୍ତିକୁ (ଭକ୍ତକୁ) ନୁହେଁ (ଶ୍ଳେ ୨୬-୩୪) ।

ଦଶମୋଧ୍ୟାୟ ଅଧ୍ୟାୟ : ବିଭୂତିଯୋଗ

ବିଭୂତି ଯୋଗ ଆଧାରରେ କେତେକ ଭାଷ୍ୟକାର ପରମାତ୍ମାଙ୍କ ସର୍ବବ୍ୟାପକତା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଥିରେ ତାଙ୍କର ସର୍ବବ୍ୟାପକତା ଅପେକ୍ଷା ସର୍ବ ସମର୍ଥତା, ସର୍ବଶକ୍ତିମାନତା ଓ ସର୍ବୋଚ୍ଚତାହିଁ ପ୍ରମାଣିତ ହେଉଛି ବୋଲି ଲେଖକ ପ୍ରତିପାଦନ କରିଅଛି । କାରଣ ମନୁଷ୍ୟଠାରେ ଯେଉଁ ବିଶେଷତ୍ୱ ଓ ବିଲକ୍ଷଣ ଦେଖାଯାଏ ତାହା ଈଶ୍ୱରୀୟ ବିଭୂତିର କାଣି·ଏ ମାତ୍ର । ତେଣୁ ବିଭୂତିଗୁଡ଼ିକ ମଧ୍ୟରେ ବ୍ୟକ୍ତି ବା ପଦାର୍ଥର ଦର୍ଶନ ନ କରି ପରମାତ୍ମାଙ୍କ ସ୍ମରଣ କରିବା ଉଚିତ ବୋଲି ଲେଖକ ନିଜର ବକ୍ତବ୍ୟ ଉପସ୍ଥାପନା କରିଅଛି ।
ଏହି ଅଧ୍ୟାୟରେ କେବଳ ପ୍ରଥମ ଏଗାର ଗୋଟି ଶ୍ଳୋକକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇ ତିନିଗୋଟି ବିଭାଗରେ ବ୍ୟାଖ୍ୟା କରାଯାଇଅଛି । ପ୍ରଥମ ତିନିଟି ଶ୍ଳୋକରେ ପରମାତ୍ମା ପରିଚୟ ଦ୍ୱାରା ପ୍ରାପ୍ତି, ପରବର୍ୀ ·ରିଗୋଟି ଶ୍ଳୋକରେ ଈଶ୍ୱରୀୟ ବିଭୂତି ଓ ଯୋଗ ସାମର୍ଥ୍ୟ ଏବଂ ଶେଷ ·ରିଗୋଟି ଶ୍ଳୋକରେ ଜ୍ଞାନଯୁକ୍ତ ଭକ୍ତି ଦ୍ୱାରା ପ୍ରାପ୍ତି ବିଷୟରେ ସବିସ୍ତାର ଆଲୋଚନା କରାଯାଇଅଛି । ଅଧ୍ୟାୟର ଶେଷ ଭାଗରେ ଏହି ପ୍ରକରଣକୁ ଆହୁରି ଭଲଭାବରେ ବୁଝିବା ପାଇଁ “ବିଭୂତିଯୋଗ – ଏକ ଅଧ୍ୟୟନ” ଶୀର୍ଷକ ପ୍ରବନ୍ଧ ଦିଆଯାଇଅଛି ।

ଏକାଦଶ ଅଧ୍ୟାୟ : ବିଶ୍ୱରୂପ ଦର୍ଶନଯୋଗ

ଏହି ଅଧ୍ୟାୟରେ ଶ୍ଳୋକାନୁସାରେ ବିଷୟ ନିର୍ଣ୍ଣୟ ପୂର୍ବକ ବ୍ୟାଖ୍ୟା କରାଯାଇନାହିଁ । କାରଣ ସମଗ୍ର ଅଧ୍ୟାୟଟି କେବଳ ବିଶ୍ୱରୂପ ଦର୍ଶନ ଉପରେ ଆଧାରିତ । ତେଣୁ “ବିଶ୍ୱରୂପ ଦର୍ଶନଯୋଗ – ଏକ ତା୍ୱିକ ଅଧ୍ୟୟନ” ଶୀର୍ଷକରେ ଏହି ଅଧ୍ୟାୟରେ ଥିବା ଅନ୍ତର୍ନିହିତ ଭାବ ସମୂହକୁ ଭାଷାରେ ଆବଦ୍ଧ କରି ଉପସ୍ଥାପନ କରାଯାଇଅଛି । ଏଠାରେ ପରମାତ୍ମାଙ୍କୁ ଯେଉଁ ରୂପରେ ଅର୍ଜୁନ ଦର୍ଶନ କଲେ ତାହା ତାଙ୍କର ପୂର୍ବାଗ୍ରହ ଜନିତ ଭାବନାର ଅଭିବ୍ୟକ୍ତି ବୋଲି ଲେଖକ ଦୃଷ୍ଟାନ୍ତ ସହ ଆଲୋଚନା କରିଛି । ଏହି କ୍ଷୁଦ୍ର ପ୍ରବନ୍ଧଟିକୁ ନିଷ୍ପକ୍ଷ ଭାବରେ ଅଧ୍ୟୟନ କଲେ ପାଠକେ ଏହି ଅଧ୍ୟାୟର ଅର୍ନ୍ତନିହିତ ଭାବ ବୁଝି ପାରିବେ ଏବଂ ପରବର୍ୀ ଭକ୍ତିଯୋଗ ସୋପାନରେ ଅବତୀର୍ଣ୍ଣ ହେବେ ।

ଦ୍ୱାଦଶ ଅଧ୍ୟାୟ : ଭକ୍ତିଯୋଗ

ଏହି ଅଧ୍ୟାୟରେ ଭକ୍ତି, ସାଜୁଯ୍ୟ ମୁକ୍ତି ଓ ସାଲୋକ୍ୟ ମୁକ୍ତିର ଈଶ୍ୱରୀୟ ଜ୍ଞାନ ସମର୍ଥିତ ପରିଭାଷା ଦିଆଯାଇଛି । ମୋଟ ଅଠର ଗୋଟି ଶ୍ଳୋକକୁ ·ରି ଗୋଟି ବିଭାଗରେ ବିଭକ୍ତ କରି ଭକ୍ତିଯୋଗର ସମ୍ପୂର୍ଣ୍ଣ ବିଷୟବସ୍ତୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରାଯାଇଅଛି । ଆଲୋଚ୍ୟ ବିଷୟରେ ଶୀର୍ଷକଗୁଡିକ ହେଲା, ରାଜଯୋଗ ହିଁ ଈଶ୍ୱର ପ୍ରାପ୍ତିର ଏକମାତ୍ର ଆଧାର (ଶ୍ଳୋ ୨-୪), ପରମାତ୍ମା ହିଁ ଏକମାତ୍ର ଉଦ୍ଧାର କର୍ା (ଶ୍ଳୋ ୫-୭), ଯୋଗାଭ୍ୟାସର ଉପାୟ (ଶ୍ଳୋ ୮-୧୨) ଓ ପରମାତ୍ମାଙ୍କ ପ୍ରିୟ ଯୋଗସିଦ୍ଧ ବ୍ୟକ୍ତିର ଲକ୍ଷଣ (ଶ୍ଳୋ ୧୩-୧୯) ।

ତ୍ରୟୋଦଶ ଅଧ୍ୟାୟ : କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗ

ଆତ୍ମାନୁଭୂତି ବିନା ପରମାତ୍ମାନୁଭୁତି ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଦୈହିକ ନୁହେଁ, ମନୋମିଳନ ହୁଏ । ଏଥିପାଇଁ ପ୍ରଥମେ ଆତ୍ମାକୁ ଦେହାଭିମାନରୁ ମୁକ୍ତ ହେବାକୁ ପଡ଼େ । ଏହି ଅଧ୍ୟାୟରେ ଶରୀରକୁ କ୍ଷେତ୍ର, ଆତ୍ମାକୁ କ୍ଷେତ୍ରଜ୍ଞ ଓ ପରମାତ୍ମାଙ୍କୁ ଜେ୍ଞୟ ରୂପରେ ଦର୍ଶାଇଛି । ଏହି ତିନିଗୋଟି ବିଷୟ ଜାଣିବା ହିଁ ପ୍ରକୃତ ଜ୍ଞାନ । ତେଣୁ ଏହି ଜ୍ଞାନ ପ୍ରାପ୍ତ ହେବାର କାରଣଗୁଡିକ ମଧ୍ୟ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି । ଉପଲବ୍ଧ ଭାଷ୍ୟଗଡ଼ିକ ମଧ୍ୟରୁ କେତେକ ସଂକ୍ଷିପ୍ତ ହୋଇଥିବାରୁ ବୋଧଗମ୍ୟ ହୁଏ ନାହିଁ । ଅନ୍ୟକେତେକ ବୈଦାନ୍ତିକ ଦୃଷ୍ଟାନ୍ତ ଏବଂ ବ୍ୟକ୍ତିଗତ ମତ ଦ୍ୱାରା ବିସ୍ତୃତ ହୋଇଥିବାରୁ ଦୁର୍ବୋଧ୍ୟ ମନେ ହୁଏ । ତେଣୁ ଲେଖକ ସାଧାରଣ ପାଠକମାନଙ୍କ ବୁଝିବା ଭଳି ସରଳ ଓ ସାବଲୀଳ ଭାଷାରେ ଏହି ଅଧ୍ୟାୟର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛି ।
ଆଲୋଚ୍ୟ ଅଧ୍ୟାୟର ବିଷୟ ଆଲୋଚନା ପାଇଁ ମୋଟ ୩୨ ଗୋଟି ଶ୍ଳୋକ ନିଆଯାଇଅଛି । ଆଲୋଚିତ ବିଷୟଗୁଡିକର ଶୀର୍ଷକ ହେଲା : କ୍ଷେତ୍ର ଓ କ୍ଷେତ୍ରଜ୍ଞର ବିଭାଗ (ଶ୍ଳୋ ୧), କ୍ଷେତ୍ରଜ୍ଞର ସ୍ବରୂପ (ଶ୍ଳୋ ୩-୬), ଜ୍ଞାନର ସ୍ବରୂପ ଓ ଲକ୍ଷଣ (ଶ୍ଳୋ ୭-୧୧), ଜେ୍ଞୟର ସ୍ବରୂପ ଓ ଲକ୍ଷଣ (ଶ୍ଳୋ ୧୨-୧୭), ପ୍ରକୃତି ପୁରୁଷଠାରୁ ଉପôନ୍ନ ସଂସାରର ସ୍ବରୂପ (ଶ୍ଳୋ ୧୯-୨୧), ପୁରୁଷର ପ୍ରକୃତ ସ୍ବରୂପ (ଶ୍ଳୋ ୨୨-୨୩), ଆତ୍ମଜ୍ଞାନର ମାର୍ଗ (ଶ୍ଳୋ ୨୪-୨୫), କ୍ଷେତ୍ର କ୍ଷେତ୍ରଜ୍ଞ ସଂଯୋଗରୁ ସ୍ଥାବର ଓ ଜଙ୍ଗମର ସୃଷ୍ଟି (ଶ୍ଳୋ ୨୬), ଯଥାର୍ଥ ଦୃଷ୍ଟି (ଶ୍ଳୋ ୨୭-୩୦) ଓ ଆତ୍ମା ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୩୧-୩୩) ।

ଚତୁର୍ଦ୍ଧଶ ଅଧ୍ୟାୟ : ଗୁଣତ୍ରୟ ବିଭାଗ ଯୋଗ

ତ୍ରିଗୁଣାତୀତ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ସାକ୍ଷାତକାର ମିଳେ ନାହିଁ । ଏଥିପାଇଁ ରାଜଯୋଗହିଁ ଏକମାତ୍ର ଅବଲମ୍ବନ । ଗୁଣମାନଙ୍କର ସ୍ବରୂପ, କାର୍ଯ୍ୟ ଓ ଲକ୍ଷଣ ତଥା ସେଗୁଡିକର ପ୍ରଭାବରେ ପ୍ରଭାବିତ ମନୁଷ୍ୟର ଆଚରଣ ଆଦି ବିଷୟରେ ସମ୍ୟକ ଜ୍ଞାନ ପ୍ରାପ୍ତ ହେଲେ ଗୁଣାତୀତ ହେବାର ସାଧନା ସହଜ ହୋଇଯାଏ  । ଏତଦ୍ ବିଷୟକ ଜ୍ଞାନ ପରମ ସିଦ୍ଧି ପ୍ରଦାୟକ ହୋଇଥିବାରୁ ପରମାତ୍ମା ଏହାକୁ ଶ୍ରେଷ୍ଠ ଓ ପରମ ଜ୍ଞାନ ବୋଲି କହିଛନ୍ତି । କେବଳ ଜ୍ଞାନକୁ ଜାଣିଲେ ହେବ ନାହିଁ, ଏହାର ପ୍ରୟୋଗ ବିଧି ମଧ୍ୟ ଜାଣିବା ଆବଶ୍ୟକ । ବିଧି ବିନା ସିଦ୍ଧି ମିଳେ ନାହିଁ । ଅନେକ ବିଦ୍ୱାନଙ୍କ ବ୍ୟାଖ୍ୟ ପାଣ୍ଡିତ୍ୟପୂର୍ଣ୍ଣ, କିନ୍ତୁ ତାହା ପ୍ରୟୋଗାତ୍ମକ ହୋଇ ନଥିବାରୁ ଦୁର୍ବୋଧ୍ୟ ମନେ ହୁଏ । ତେଣୁ ଲେଖକ ଅନ୍ୟାନ୍ୟ ଅଧ୍ୟାୟ ଭଳି ଏହି ଅଧ୍ୟାୟରେ ଥିବା ଜଟିଳ ପୌରାଣିକ ଶବ୍ଦାବଳୀ, ଯଥା,  ସର୍ଗ, ପ୍ରଳୟ, ଯୋନି, ବ୍ରହ୍ମ, ବୀଜ, ସ୍ୱ, ରଜ, ତମ ଆଦିର ଯଥାସମ୍ଭବ ସରଳତା ପୂର୍ବକ ବ୍ୟାଖ୍ୟା କରିଅଛି । ଏହାଦ୍ୱାରା ରାଜଯୋଗ ଅଭ୍ୟାସ ପାଇଁ ଇଚ୍ଛୁକ ପାଠକ ନିଜ ବ୍ୟବହାରିକ ଜୀବନରେ ଆଲୋଚ୍ୟ ଜ୍ଞାନକୁ ଜୀବନରେ ପ୍ରୟୋଗ କରିପାରିବ ।
ଏହି ଅଧ୍ୟାୟରେ ମୋଟ ୨୬ ଗୋଟି ଶ୍ଳୋକକୁ ବିଷୟକ୍ରମେ ୧୦ଗୋଟି ଶୀର୍ଷକରେ ବିଭକ୍ତ କରାଯାଇଅଛି । ଶ୍ଳୋକାନୁକ୍ରମରେ ସେଗୁଡ଼ିକ ହେଲା : ଈଶ୍ୱରୀୟ ଜ୍ଞାନର ମହିମା (ଶ୍ଳୋ ୧-୨), ପ୍ରକୃତି ଓ ପୁରୁଷର ସଂଯୋଗରୁ ଜଗତର ଉପôି (ଶ୍ଳୋ ୩-୪), ସ୍ୱ, ରଜ ଏବଂ ତମଗୁଣର ସ୍ବରୂପ ଓ କାର୍ଯ୍ୟ (ଶ୍ଳୋ ୫-୧୦), ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣଗୁଡିକର ଲକ୍ଷଣ (ଶ୍ଳୋ ୧୧-୧୩), ମୃତୁ୍ୟ ସମୟରେ ବୃଦ୍ଧିପ୍ରାପ୍ତ ଗୁଣ ଜନିତ ବୃିଗୁଡିକର ଫଳ (ଶ୍ଳୋ ୧୪-୧୫), ସା୍ୱିକ, ରାଜସ ଓ ତାମସ କର୍ମର ଫଳ (ଶ୍ଳୋ ୧୬-୧୮), ଭଗବତ୍ ପ୍ରାପ୍ତିର ଉପାୟ (ଶ୍ଳୋ ୧୯-୨୦), ତ୍ରିଗୁଣାତୀତ ମନୁଷ୍ୟର ଲକ୍ଷଣ ଓ ଆଚରଣ (ଶ୍ଳୋ ୨୨-୨୫), ଗୁଣାତୀତ ହେବାର ଉପାୟ (ଶ୍ଳୋ୨୬) ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୨୭) ।
ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣଗୁଡ଼ିକର ଲକ୍ଷଣ (ଶ୍ଳେ ୧୧-୧୩) ଓ ପରମାତ୍ମାଙ୍କ ସ୍ବରୂପ (ଶ୍ଳୋ ୨୭) – ଏହି ଦୁଇଟି ବିଷୟର ବ୍ୟାଖ୍ୟା ଲେଖି ସାରିଲା ପରେ ଆଉ କିଛି ନୂତନ ଭାବ ମନରେ ଉପôନ୍ନ ହେବାରୁ ତାହା ପରିଶିଷ୍ଟ ରୂପରେ ଦିଆଯାଇଛି ।

ପଦଶ  ଅଧ୍ୟାୟ : ପୁରୁଷୋମ ଯୋଗ

ଉପନିଷଦ ଓ ପୁରାଣରେ ସଂସାରକୁ ଅଶ୍ୱ ବୃକ୍ଷ ରୂପେ ତୁଳନା କରାଯାଇଅଛି । ମାୟାବାଦ ଦ୍ୱାରା ପ୍ରଭାବିତ ଭାଷ୍ୟକାରଗଣ ସଂସାରକୁ ଏକ ଭ୍ରମ ବା ସ୍ବପ୍ନବତ୍ ଅଳୀକ ଓ ମରୁଭୂମିର ମରୀଚିକା ସଦୃଶ ଅବାସ୍ତବ ମନେ କରନ୍ତି । କେତେକ ଯୁକ୍ତି କରିଛନ୍ତି ଯେ ନଦୀ ଜଳରେ ଦେଖାଯାଉଥିବା ପାଶ୍ୱର୍ବର୍ୀ ବୃକ୍ଷର ପ୍ରତିବିମ୍ବ ଭଳି ଏ ସଂସାର ଅବାସ୍ତବ । କିନ୍ତୁ ଗୀତାଜ୍ଞାନ ଆଧାରରେ ଲେଖକ ସଂସାରକୁ ସତ୍ୟ ଓ ବାସ୍ତବ ବୋଲି ପ୍ରତିପାଦନ କରିଛି । କାରଣ ଏହାର ଇତିହାସ ଓ ଭୂଗୋଳ ଏକ ନିର୍ଦ୍ଧିଷ୍ଟ ନିୟମ ଦ୍ୱାରା ପରି·ଳିତ । ଏହି ସଂସାର ଏକ ସ୍ଥାୟୀ ରଙ୍ଗମ । ଏଠାରେ ଆତ୍ମା ନିଜ ନିଜ କର୍ମଫଳ ଅନୁସାରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ବିଶ୍ୱନାଟକରେ (ଡକ୍ଟକ୍ସକ୍ଷୟ ଊକ୍ସବଜ୍ଞବ) ଅଂଶ ଗ୍ରହଣ କରେ । ଏଠାରେ ସ୍ବୟଂ ପରମାତ୍ମା ମଧ୍ୟ ‘ଶାଶ୍ୱତ ଧର୍ମ ଗୋପ୍ତା’ ଭୂମିକାରେ ମନୁଷ୍ୟ ଶରୀର ଆଧାର ନେଇ ଅବତରଣ କରନ୍ତି । ଏହିପରି େଲଖକ ସାଧାରଣ ପାଠକମାନଙ୍କ ବୁଝିବା ଭଳି ଈଶ୍ୱରୀୟ ଜ୍ଞାନ ଆଧାରିତ ଯୁକ୍ତି ଦ୍ୱାରା ସଂସାର ସମ୍ବନ୍ଧୀୟ ସମସ୍ତ ଭ୍ରମ ଦୂର କରିବାକୁ ଚେଷ୍ଟା କରିଅଛି । କାରଣ ସଂସାର ବିଷୟରେ ସମ୍ୟକ ଜ୍ଞାନ ଅଭାବ ହେତୁ ଏହାକୁ ତ୍ୟାଗ କରି କର୍ବ୍ୟ ବିମୁଖ ମଣିଷ କର୍ମ ସନ୍ନ୍ୟାସ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରେ । ଏହି ଅଧ୍ୟାୟର ବିଭିନ୍ନ ଆଧ୍ୟାତ୍ମିକ ବିଷୟ ବସ୍ତୁ ଉପରେ ବ୍ୟାଖ୍ୟା ଲେଖିବା ବେଳେ ଲେଖକ ଯଥାସମ୍ଭବ ଗୀତାର ମୌଳିକ ଜ୍ଞାନର ଆଧାରରେ ସେଗୁଡିକୁ ପ୍ରତିପାଦନ କରିବାକୁ ପ୍ରୟାସ କରିଛି ।
ଏହି ଅଧ୍ୟାୟରେ ମୋଟ ଉଣେଇଶ ଗୋଟି ଶ୍ଳୋକକୁ କ୍ରମାନୁସାରେ ଛଅଗୋଟି ବିଭାଗରେ ବିଭକ୍ତ କରି ଆଲୋଚନା କରାଯାଇଅଛି । ସେହି ବିଷୟ ଗୁଡିକର ଶୀର୍ଷକ ହେଉଛି, ସଂସାର ରୂପକ ଅଶ୍ୱତ୍ୱ ବୃକ୍ଷ (ଶ୍ଳୋ ୧-୩); ପରମ ପଦ (ଶ୍ଳୋ ୪-୬); ଜୀବାତ୍ମା (ଶ୍ଳୋ ୭-୧୧); ପରମାତ୍ମାଙ୍କ ପ୍ରଭାବ (ଶ୍ଳୋ ୧୨-୧୫); କ୍ଷର ଓ ଅକ୍ଷର ପୁରୁଷର ସ୍ବଭାବ (ଶ୍ଳୋ ୧୬) ଓ ପରମାତ୍ମାହିଁ ପୁରୁଷୋମ (ଶ୍ଳୋ ୧୭-୧୯) ।

ଷୋଡଶ ଅଧ୍ୟାୟ : ଦୈବାସୁର-ସମ୍ପଦଯୋଗ

ଏହି ଅଧ୍ୟାୟରେ ଦୈବୀ ସମ୍ପଦ ଓ ଆସୁରୀ ସମ୍ପଦ ଅନୁର୍ଭୁକ୍ତ ଗୁଣଗୁଡିକ ବିଷୟରେ ସବିସ୍ତାର ଆଲୋଚନା କରାଯାଇଅଛି । କଳିଯୁଗୀୟ ମଣିଷ ମଧ୍ୟରେ ଗୁଣଗୁଡିକର ତାରତମ୍ୟ ଅନୁସାରେ ଏହି ଉଭୟ ସମ୍ପଦ କମ୍ ବା ଅଧିକ ଥାଏ । ଉଭୟ ସମ୍ପଦର ଗୁଣଗୁଡ଼ିକୁ ସମ୍ୟକ ଭାବରେ ଅବହିତ ହେଲେ ମନୁଷ୍ୟ କେଉଁ ସମ୍ପଦର କେତେ ପରିମାଣ ତା’ର ସଂସ୍କାର ଭଣ୍ଡାରରେ ଗଚ୍ଛିତ ରହିଅଛି ଜାଣିପାରିବ । ଧାନ ଓ ଅଗାଡି (ଅନାବଶ୍ୟକ ଶସ୍ୟ ବୀଜ) ମଧ୍ୟରେ ପ୍ରଭେଦ ଜାଣିଥିବା ବ୍ୟକ୍ତି ଯେପରି ଧାନରୁ ଅଗାଡିଗୁଡିକୁ ବାଛି ପରିଷ୍କାର କରିଦିଏ, ସେହିପରି ଭଗବତ୍ ପ୍ରେମୀ ବ୍ୟକ୍ତି ନିଜ ମଧ୍ୟରେ ଥିବା ଆସୁରୀ ସମ୍ପଦଗୁଡିକୁ ତ୍ୟାଗ କରେ । ଏହି କଥାକୁ ଦୃଷ୍ଟିରେ ରଖି ବ୍ୟାଖ୍ୟାଗୁଡିକୁ ଯେତେ ସମ୍ଭବ ପ୍ରଭାବଶାଳୀ କରିବାକୁ ଚେଷ୍ଟା କରାଯାଇଅଛି ଯେପରି ପାଠକ ମନରେ ଭଗବତ୍ ପ୍ରେମ ସୃଷ୍ଟି ହେବ ଓ ସେ ଆସୁରୀ ଗୁଣଗୁଡିକୁ ତ୍ୟାଗ କରି ଦୈବୀ ଗୁଣଗୁଡ଼ିକୁ ଆହରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବ ।
ଏହି ଅଧ୍ୟାୟରେ ଆଲୋଚନା ପାଇଁ ମୋଟ ଅଠରଗୋଟି ଶ୍ଳୋକ ଚୟନ କରାଯାଇଅଛି । ଶ୍ଳୋକ କ୍ରମରେ ଯେଉଁ ·ରିଗୋଟି ବିଷୟ ନିର୍ଣ୍ଣୟ କରାଯାଇଅଛି ସେଗୁଡ଼ିକ ହେଉଛି : ଦୈବୀ ସମ୍ପଦ (ଶ୍ଳୋ୧-୩), ଆସୁରୀ ସମ୍ପଦ (ଶ୍ଳୋ ୪), ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଆଚରଣ (ଶ୍ଳୋ ୭-୧୮) ଓ ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଗତି (ଶ୍ଳୋ ୧୯-୨୦) ।

ସପ୍ତଦଶ  ଅଧ୍ୟାୟ : ଶ୍ରଦ୍ଧାତ୍ରୟ ବିଭାଗଯୋଗ

ଖୁବ୍ କ୍ୱଚିତ ଭାଷ୍ୟକାର ବୈଦାନ୍ତିକ ସିଦ୍ଧାନ୍ତ, ପୌରାଣିକ ଦର୍ଶନ ଓ ସାମ୍ପ୍ରଦାୟିକ ମତବାଦର ଉଦ୍ଧ୍ୱର୍ରେ ରହି ଗୀତାର ଭାଷ୍ୟ ରଚନା କରିଥିବା ଜଣାଯାଏ । ପୂର୍ବାଗ୍ରହ ବଶତଃ କେତେକ ଭାଷ୍ୟକାର ଦେବ ଶବ୍ଦକୁ ବ୍ରହ୍ମା, ବିଷ୍ଣୁ, ଶଙ୍କର, ଇନ୍ଦ୍ରାଦି ଦେବଗଣଙ୍କ ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରିଛନ୍ତି । ସେହିପରି ଯକ୍ଷ, ରକ୍ଷ, ଗନ୍ଧର୍ବ ଆଦି ଶବ୍ଦର ଅର୍ଥ ପୁରାଣ ବର୍ଣ୍ଣିତ ଜାତି ବିଶେଷ ରୂପେ ବର୍ଣ୍ଣନା କରିଛନ୍ତି । ‘ଯଜନ୍ତେ’ ପଦର ଅର୍ଥ ପୂଜା କରିବା ଓ ଶାସ୍ତ୍ରର ଅର୍ଥ ହିନ୍ଦୁମାନଙ୍କର ଧାର୍ମିକ ଗ୍ରନ୍ଥଗୁଡ଼ିକ ରୂପରେ ଅର୍ଥ କରି ବ୍ୟାଖ୍ୟା କରିଛନ୍ତି । ଏହାଦ୍ୱାରା ସେମାନେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନ ସଂଗ୍ରହ ‘ଗୀତା’କୁ ଓ ଏହାର ପ୍ରବକ୍ତା ଉଭୟଙ୍କୁ ସାଂପ୍ରଦାୟିକତାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲେଖକ ଏହି ଅଧ୍ୟାୟରେ ଥିବା ଉପର୍ଯୁ୍ୟକ୍ତ ଶବ୍ଦାବଳୀ ତଥା ଅନ୍ୟାନ୍ୟ ବିଷୟ ସମୂହକୁ ଈଶ୍ୱରୀୟ ଜ୍ଞାନ ଆଧାରରେ ବ୍ୟାଖ୍ୟା କରିଛି । ଏହାଦ୍ୱାରା ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଉଭୟଙ୍କୁ (ଗୀତା ଓ ଗୀତାର ଭଗବାନଙ୍କୁ) ନିର୍ବିବାଦରେ ଗ୍ରହଣ କରିପାରିବେ ।
ଏହି ଅଧ୍ୟାୟର ମୋଟ ୨୬ଗୋଟି ଶ୍ଳୋକ ନିର୍ବାଚନ କରି କ୍ରମାନୁସାରେ ସେଗୁଡିକୁ ଛଅଟି ବିଭାଗରେ ବିଭକ୍ତ କରାଯାଇଛି । ସେହି ବିଷୟର ଶୀର୍ଷକଗୁଡ଼ିକ ହେଲା : ତିନି ପ୍ରକାର ଶ୍ରଦ୍ଧା ଓ ତଦନୁସାରେ ଉପାସନା (ଶ୍ଳୋ ୨-୬), ତିନିପ୍ରକାର ଆହାର (ଶ୍ଳୋ ୮-୧୦), ତିନି ପ୍ରକାର ଯଜ୍ଞ (ଶ୍ଳୋ ୧୧-୧୩), ତିନି ପ୍ରକାର ତପସ୍ୟା (ଶ୍ଳୋ ୧୪-୧୯), ତିନି ପ୍ରକାର ଦାନ (ଶ୍ଳୋ ୨୦-୨୨) ଏବଂ ‘ଓଁ’, ‘ତତ୍’ ଓ ‘ସତ୍’ ଶବ୍ଦର ପ୍ରୟୋଗ (ଶ୍ଳୋ ୨୩-୨୮) ।

ଅଷ୍ଟାଦଶ  ଅଧ୍ୟାୟ : ମୋକ୍ଷଯୋଗ

ସନ୍ନ୍ୟାସ ଓ ତ୍ୟାଗର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ତେଣୁ ଲେଖକ ଗୀତାର ମୌଳିକ ଜ୍ଞାନ ଆଧାରରେ ଏହାର ଯଥାର୍ଥ ଅର୍ଥ ନିରୂପଣ କରିବାର ପ୍ରୟାସ କରିଛି । ଲେଖକଙ୍କ ମତରେ ନିୟତ କର୍ମର ଅର୍ଥ ଶାସ୍ତ୍ରୋକ୍ତ ନିତ୍ୟକର୍ମ ନୁହେଁ; ଏହାର ଯଥାର୍ଥ ଅର୍ଥ ହେଉଛି ଯଥାଯଥ ଭାବରେ ନିୟନ୍ତ୍ରିତ କର୍ମ  (ଞଷର କ୍ସସଶଷଗ୍ଧକ୍ଷଚ୍ଚ କ୍ସରଶଙ୍କକ୍ଷବଗ୍ଧରୟ ବମଗ୍ଧସକ୍ଟଦ୍ଭ) । ସର୍ବଭୂତେଷୁ ଯେନୈକଂ... (ଗୀ ୧୮/୨୦) ଶ୍ଳୋକ ଆଧାରରେ ଅନେକ ଟୀକାକାର ପରମାତ୍ମାଙ୍କୁ ସର୍ବବ୍ୟାପକ ବୋଲି ପ୍ରମାଣ କରିଛନ୍ତି । କିନ୍ତୁ ଲେଖକ ଏଠାରେ ଏହି ସିଦ୍ଧାନ୍ତକୁ ଭାବ ପ୍ରଧାନ ବୋଲି ଆଲୋଚନା କରିଛି । ଏହିପରି ଆଲୋଚ୍ୟ ଅଧ୍ୟାୟରେ ବର୍ଣ୍ଣିତ ବିଭିନ୍ନ ଆଧ୍ୟାତ୍ମିକ ଶବ୍ଦ ଓ ବିଷୟଗୁଡ଼ିକୁ ଯୁଗପୋଯୋଗୀ ଓ ବିବେକ ସମ୍ମତ ଅର୍ଥରେ ବ୍ୟାଖ୍ୟା କରାଯାଇଅଛି । ନିଷ୍ପକ୍ଷ ପାଠକମାନଙ୍କ ଦ୍ୱାରା ଏହି ବ୍ୟାଖ୍ୟା ଅବଶ୍ୟ ଆଦୃତ ହେବ ବୋଲି ଲେଖକର ବିଶ୍ୱାସ ।
ଏହି ଅଧ୍ୟାୟର ମୋଟ ୫୬ଗୋଟି ଶ୍ଳୋକକୁ କ୍ରମାନୁସାରେ ତେରଗୋଟି ଆଧ୍ୟାମିôକ ଶୀର୍ଷକରେ ଆଲୋଚନା କରାଯାଇଅଛି । ସେଗୁଡ଼ିକ ହେଉଛି : ତିନି ପ୍ରକାର ତ୍ୟାଗ (ଶ୍ଳୋ ୪-୯), ତ୍ୟାଗୀର ଲକ୍ଷଣ ଓ ଆଚରଣ (୧୦-୧୨), କର୍ମର ପ କାରଣ (ଶ୍ଳୋ ୧୩-୧୫), କର୍ମର କର୍ା ଓ ପ୍ରେରକ (ଶ୍ଳୋ ୧୬-୧୮), ତିନି ପ୍ରକାର ଜ୍ଞାନ (ଶ୍ଳୋ ୨୦-୨୨), ତିନି ପ୍ରକାର କର୍ମ (ଶ୍ଳୋ ୨୩-୨୫), ତିନି ପ୍ରକାର କର୍ା (ଶ୍ଳୋ ୨୬-୨୮) ତିନି ପ୍ରକାର ବୁଦ୍ଧି ଓ ଧୃତି (ଶ୍ଳୋ ୨୯-୩୫), ତିନି ପ୍ରକାର ସୁଖ (ଶ୍ଳୋ ୩୬-୩୯), ବ୍ରାହ୍ମଣାଦି ଚର୍ତୁବର୍ଣ୍ଣର କର୍ମ (ଶ୍ଳୋ ୪୧-୪୪), ସ୍ବଧର୍ମ ଓ ପରଧର୍ମ (ଶ୍ଳୋ ୪୫-୪୮), ଜ୍ଞାନ ଯୋଗ ଦ୍ୱାରା ଈଶ୍ୱର ପ୍ରାପ୍ତି (ଶ୍ଳୋ ୪୯-୫୫) ଏବଂ ଯୋଗର ସରଳ ବିଧି-ସମର୍ପଣ (ଶ୍ଳୋ ୫୬-୬୬) ।

ଉପସଂହାର

ଶଙ୍କରା·ର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଅଦ୍ୟାବଧି ଯେତେ ଜଣ ପ୍ରମୁଖ ଭାଷ୍ୟକାର ଗୀତା ଉପରେ ନିଜ ନିଜ ଭାଷ୍ୟ ରଚନା କରିଛନ୍ତି ସେମାନେ ସ୍ବକୀୟ ମତବାଦକୁ ଗୀତା ସମର୍ଥିତ ବୋଲି ପ୍ରତିପାଦନ କରିବାକୁ ଯାଇଛନ୍ତି । ମାତ୍ର ଏହି ଲେଖକ ଗୀତା ମଧ୍ୟରେ ଥିବା ଈଶ୍ୱରୀୟ ଜ୍ଞାନର କେବଳ ଅନ୍ୱେଷଣ କରିଅଛି । ଏଥିପାଇଁ ସେ ଧରାପୃଷ୍ଠରେ ଅବତରଣ କରିଥିବା ପରମାତ୍ମା ଶିବ କୁର୍କ ଈଶ୍ୱରୀୟ ଜ୍ଞାନକୁ ଆଧାର ରୂପେ ଗ୍ରହଣ କରି ଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମାତ୍ର କରିଛି । ଏଠାରେ ସ୍ମରଣ ରଖିବା ଉଚିତ ହେବ ଯେ ମାନବୀୟ ମତ ଅନେକ ସମୟରେ ସାଂପ୍ରଦାୟିକ ବି·ରଧାରା ଉପରେ ପର୍ଯ୍ୟବସିତ ହୋଇଥାଏ । କିନ୍ତୁ ଈଶ୍ୱରୀୟ ମତ ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ଗ୍ରହଣ ଯୋଗ୍ୟ ହୋଇପାରେ । ଏହି ଦୃଷ୍ଟିରୁ ପୁସ୍ତକଟି ରଚନା କରାଯାଇଛି ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,