(୭)ବନ୍ଧାକୋବି ରସ କ୍ୟାନସର ଓ ଘା ଭଲ କରେ

 

ସ୍ବାସ୍ଥ୍ୟ ସୁରକ୍ଷା(୭)

ବନ୍ଧାକୋବି ରସ

କ୍ୟାନସର ଓ ଘା ଭଲ କରେ

ଭାରତରେ ସର୍ବତ୍ର ମିଳୁଥିବା ବନ୍ଧାକୋବି ରସରେ କ୍ୟାନସର ଓ ଘା’ଭଲ କରିବାର କ୍ଷମତା ରହିଛି । ମହାତ୍ମା ଫୁଲେ କୃଷି ବିଶ୍ୱ ବିଦ୍ୟାଳୟର କୁଳପତି ଡ଼କ୍ଟର ବି.ଡ଼ି.କେ ସାଲୁଙ୍ଖେ ବହୁ ପରୀକ୍ଷା ନିରୀକ୍ଷା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।

ଡ଼କ୍ଟର ସାଲୁଙ୍ଖେଙ୍କ  ଅନୁସାରେ ଧଳା ମୂଷା ଉପରେ ଏ ପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଥିଲା । ସେମାନଙ୍କୁ ବନ୍ଧାକୋବି ରସ ଖାଇବାକୁ ଦିଆଯିବା ପରେ ସେମାନଙ୍କର କ୍ୟାନସର ଓ ଅଲସର ରୋଗ ଭଲ ହୋଇଗଲା । 

ପ୍ରତିଦିନ ସକାଳୁ ଖାଲି ପେଟରେ ଅଧକପ ବନ୍ଧାକୋବି ରସ ଖାଇଲେ ବ୍ୟକ୍ତି କୋଲାଇଟ୍ସ, ରକ୍ତ ଝରୁଥିବା ଘା’ ଓ ପ୍ରାରମ୍ଭିକ କ୍ୟାନସର ରୋଗରୁ ମୁକ୍ତି ଲାଭ କରିପାରିବ ।

ଡ଼କ୍ଟର ସାଲୁଙ୍ଖେ କିଛି ଦିନ ନିମନ୍ତେ ଆମେରିକାର ଭଟା ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିଲେ । ସେ ଭାରତକୁ ଫେରି ଏ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା ଆରମ୍ଭ କଲେ । ସେ କହନ୍ତି ମୂଷାଙ୍କୁ ବାଲି ଖୁଆଇ ସେମାନଙ୍କ ଦେହରେ ଅଲସର ସୃଷ୍ଟି କରିଥିଲେ । ସେମାନଙ୍କର ଆନ୍ତରିକ ରକ୍ତ ସ୍ରାବ ହେବା ପର୍ଯ୍ୟନ୍ତ ଏହା ଖାଇବାକୁ ଦିଆଯାଉଥିଲା । କିନ୍ତୁ ନିୟମିତ ବନ୍ଧାକୋବି ରସ ସେମାନଙ୍କୁ ଖାଇବାକୁ ଦିଆଯିବା ଫଳରେ ସେମାନଙ୍କର ଆନ୍ତରିକ ରକ୍ତସ୍ରାବ ବନ୍ଦ୍ ହୋଇଯିବା ସଙ୍ଗେ ସଙ୍ଗେ ଘା’ ମଧ୍ୟ ଶୁଖିଗଲା । 

ମୂଷାକୁ ଇଂରେଜକସନ ଦିଆଯାଇ ସେମାନଙ୍କ ଦୈନିକ କ୍ୟାନସର ଅବସ୍ଥା ମଧ୍ୟ ସୃଷ୍ଟି କରାଯାଇଥିଲା । କିନ୍ତୁ ସେମାନଙ୍କର ଦୈନିକ ଖାଦ୍ୟର ଏକ ପଞ୍ଚମାଂଶ ବନ୍ଧା କୋବି ରସ  ଦେବା ଫଳରେ ସେ ବ୍ୟବସ୍ଥା ମଧ୍ୟ ଦୂର ହୋଇଗଲା ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,