(୮)ସଦାବିହାରୀ

 ସଦାବିହାରୀ

କର୍କଟ ରୋଗର ଚିକିତ୍ସା ନିମନ୍ତେ ଶତାବ୍ଦୀ ଧରି ବୃକ୍ଷଲତାର ଉପଯୋଗ କରାଯାଉଛି । ସଦାବିହାରୀ ତନ୍ମମଧ୍ୟରୁ ଅନ୍ୟତମ । ଚିକିତ୍ସା ବିଜ୍ଞାନୀମାନେ ଏହି ବୃକ୍ଷର ସାରତତ୍ତ୍ଵ ବ୍ୟବହାର କରି କର୍କଟ ରୋଗରେ ଆଶ୍ଚର୍ଯ୍ୟଜନକ ଫଳ ପାଇଥିବା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ସମ୍ବାଦରେ ଜଣାପଡ଼ୁଛି । କିଛି ବର୍ଷ ତଳେ ତାମିଲ ଭାଷାର ଏକ ଆୟୁର୍ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ମତାମତ  ଅନୁସାରେ ଦକ୍ଷିଣ ଭିଏତନମର ଡାକ୍ତରମାନେ କର୍କଟ ରୋଗ ପୀଡ଼ିତ ଏକ ଯୁବକକୁ ସଦାବିହାରୀର ପୁରା ଗଛର ସାରତତ୍ତ୍ବ ଦେଲେ ଏବଂ ଆଶ୍ଚର୍ଯ୍ୟର ବିଷୟ ମାତ୍ର ପନ୍ଦର ଦିନ ମଧ୍ୟରେ ଉକ୍ତ ଯୁବକ ପୂର୍ଣ୍ଣ ନିରୋଗ ହୋଇଯିବାର ଦେଖାଗଲା ।

ଭଣ୍ଡାରକର ଅନୁସନ୍ଧାନଶାଳା, ପୁନେର ଡ଼ା.ଆର୍.ବି. ନାରାୟଣ ଭାରତୀୟ ତଥା ବିଦେଶୀ ଔଷଧ ଉପଯୋଗୀ ବନସ୍ପତି ଏବଂ ଛଅଟି ପାରମ୍ପରିକ ଆୟୁର୍ବୈଜ୍ଞାନିକ ପଦ୍ଧତିରେ (ଯଥା: ଆୟୁର୍ବେଦ, ସିଦ୍ଧ, ୟୁନାନୀ, ଏଲୋପାଥି, ହୋମିଓପାଥି ତଥା ଚୀନା) ସେ ସବୁର ଉପଯୋଗ ଉପରେ ବିଶେଷ ଅନୁସନ୍ଧାନ କରିଛନ୍ତି । ଆୟୁର୍ବେଦରେ ସୁଶ୍ରୁତ ତଥା ଚରକ ସଦାବିହାରୀର ଚର୍ଚ୍ଚା କରି ନାହାନ୍ତି । ପରନ୍ତୁ ସିଦ୍ଧ ପ୍ରଣାଳୀ ଏଇ ଗଛର ଉପଯୋଗ ସଂପର୍କରେ କହିଛି ଏବଂ ଏହାର ନାମ ରଖିଛି ନିତ୍ୟ କଲ୍ୟାଣୀ । ଏହି ପ୍ରଣାଳୀ ଅନୁସାରେ ରକ୍ତ କ୍ୟାନସର ନିମନ୍ତେ ଏଇ ଗଛ ଉପଯୋଗୀ ।

ପୁନେର ଆୟୁର୍ବେଦାଚାର୍ଯ୍ୟ ଶ୍ରୀମତୀ ନିର୍ମଳା ରଜୱାଡ଼େ ମଧ୍ୟ କହିଛନ୍ତି ଯେ ଆୟୁର୍ବେଦର କୌଣସି ଗ୍ରନ୍ଥରେ ଏହାର ଉଲ୍ଲେଖ ନାହିଁ । ସମ୍ଭବତଃ ସଦାବିହାରୀର ଉଦ୍ଭବ ମାଡାଗାସ୍କରରେ ହୋଇଛି । ଦକ୍ଷିଣ ଆଫ୍ରିକା ଏବଂ ଭାରତର ଅନେକ କ୍ଷେତ୍ରରେ ମଧୁମେହର ଲୋକ ପ୍ରଚଳିତ ଔଷଧ ରୂପରେ ଏହାର ଖ୍ୟାତି ଦ୍ୱାରା ପ୍ରଲୋଭିତ ହୋଇ କାନାଡ଼ା ଏବଂ ଆମେରିକାର ବୈଜ୍ଞାନିକମାନେ ସ୍ବତନ୍ତ୍ର ଗବେଷଣା ଆରମ୍ଭ କଲେ । ଏହାର ପରିଣାମ ସ୍ବରୂପ କର୍କଟ ଔଷଧ ଭାବରେ ଦୁଇ ଆଲକାଲୟଡ଼୍କୁ ଅଲଗା କରାଯାଇ ପାରିଲା ।

ସଦାବିହାରୀ ସାରା ଭାରତରେ ଉପଲବ୍ଧ । ବିଶେଷ କରି ଦକ୍ଷିଣ ଭାରତରେ, ଆମେରିକା ତଥା ୟୁରୋପକୁ ଏହାର ରପ୍ତାନୀ କରିବା ଉଦ୍ଧେଶ୍ୟରେ ନିୟମିତ ରୂପେ ଚାଷ କରାଯାଉଛି । ବର୍ତ୍ତମାନ ଏଇ ଗଛର ମୂଳ ଅଂଶ ଅଧିକରୁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି । କାରଣ ହେଲା, ସଂପ୍ରତି ୟୁରୋପରେ ରକ୍ତଚାପ କମାଇବା, ନିଦ୍ରାଦାୟକ ଏବଂ ଶାନ୍ତି ପ୍ରଦାୟକ ଗୁଣ ବିଶିଷ୍ଟ ଆଲକାଲୟେଡ଼ର ଚାହିଦା ବୃଦ୍ଧି ପାଉଛି ଏବଂ ଏଇ ସଦାବିହାରୀର ମୂଳରୁ ସେ ପ୍ରକାରର ଆଲକାଲୟେଡ଼୍ ବହୁମାତ୍ରାରେ ପ୍ରାପ୍ତ କରାଯାଇ ପାରୁଛି ।

ଆୟୁର୍ବେଦ ଦୃଷ୍ଟିରେ ପ୍ରତ୍ୟେକ ବନସ୍ପତିରେ ରସ, ଗୁଣ, ବୀର୍ଯ୍ୟ ବିପାକ ଏବଂ ପ୍ରଭାବ, ଏହି ପାପାଞ୍ଚଟି ତଥ୍ୟ ପରିଲକ୍ଷିତ ହୋଇଥାଏ । ସଦାବିହାରୀ ସ୍ବାଦରେ କଡ଼ା ହେବା ଯୋଗୁଁ ବାୟୁ ଏବଂ ଅଗ୍ନି ପ୍ରଧାନ ହୋଇଥାଏ । ଏହା ଦ୍ୱାରା ବାୟୁ ଏବଂ ପିତ୍ତକୁ ବଢ଼ାଏ ଏବଂ ପାଚକାଗ୍ନିକୁ ପ୍ରଦୀପ୍ତ କରେ । ଏହି ବନସ୍ପତି ଯାଦୁ, କୁଷ୍ଠ ଆଦି ରୋଗ ପାଇଁ ମଧ୍ୟ ଲାଭପ୍ରଦ । ସ୍ବାଦ କଡ଼ା ହେବା ଯୋଗୁଁ ମଧୁମେହ ପରି ଭୟଙ୍କର ରୋଗ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଥାଏ । ଏହାର ମୂଳ ଶାମକ ହୋଇଥିବାରୁ କେନ୍ଦ୍ରୀୟ ନାଡ଼ିତନ୍ତ୍ରକୁ ଶାନ୍ତ କରାଇ ବିଭିନ୍ନ ପ୍ରକାର ବ୍ୟଥା ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ ଆସିଥିବା ଫୁଲା ବା ଲାଲିମା ଉପରେ ଏହାର ପତ୍ର ଚୁରି ଲେପ ଦେଲେ ଲାଭ ହୋଇଥାଏ ।

ଏଥିରେ କେତେକ ବିଷ ଅଂଶ ମଧ୍ୟ ରହିଛି । ଆୟୁର୍ବେଦର ସିଦ୍ଧାନ୍ତ ଅନୁସାରେ “ବିଷସ୍ୟ ବିଷମ୍ ଔଷଧମ୍’’ ଅର୍ଥାତ ବିଷକୁ ବିଷ ନଷ୍ଟ କରିଥାଏ, ଏଇ ଆଧାର ଉପରେ ଏହି ବନସ୍ପତି କର୍କଟ ଭଳି ବିଷାକ୍ତ ରୋଗକୁ ମଧ୍ୟ ନଷ୍ଟ କରିବାରେ ସହାୟକ ହୋଇଥାଏ ।

(ସଂଗୃହୀତ)

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର