ଶ୍ରୀ ଭଗବାନୁବାଚ (୯) ---ଦଶମୋଽଧ୍ୟାୟଃ ବିଭୂତି ଯୋଗଃ

ଶ୍ରୀ ଭଗବାନୁବାଚ (୯)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ଦଶମୋଽଧ୍ୟାୟଃ

ବିଭୂତି ଯୋଗଃ


 ହେ ମହାବାହୁ ! ପୁନରାୟ ମୋର ପରମ ବାକ୍ୟ ଶ୍ରବଣ କର । ଏହି ଆନନ୍ଦ ପ୍ରଦାୟକ କଥା ତୁମର କଲ୍ୟାଣ ପାଇଁ କହିବି ।ା୧ାା ଦେବତା ଓ ମହର୍ଷିଗଣ ମୋର ଉତ୍ପତ୍ତି  ଜାଣନ୍ତି  ନାହିଁ ; କାରଣ ମୁଁ ଦେବତା ଓ ମହର୍ଷିମାନଙ୍କର ଉତ୍ପତ୍ତି  ସ୍ଥଳ(ଆଦି) ।ା୨ାା ଯିଏ ମୋତେ ଜନ୍ମ ରହିତ  ଅନାଦି ଏବଂ ସମସ୍ତ ଜଗତ ଓ ମନୁଷ୍ୟମାନଙ୍କର ଈଶ୍ୱର ବୋଲି ଜାଣେ ସେ ମର ଜୀବମାନଙ୍କ ମଧ୍ୟରେ ମୋହ ଶୂନ୍ୟ ହୋଇ ବାସ କରେ (ଅସଂମୂଢ଼ଃ) ଏବଂ ସମସ୍ତ ପାପ ଓ ଅଶୁଭରୁ ପରିତ୍ରାଣ ପାଏ ।ା୩ାାବୁଦ୍ଧି,ଜ୍ଞାନ,ଅଜ୍ଞାନ ଜନିତ ମୋହରୁ ମୁକ୍ତି ,କ୍ଷମା, ସତ୍ୟ, ଦମ(ବାହ୍ୟେନ୍ଦ୍ରିୟ ଦମନ) ଶମ, ଆଭ୍ୟନ୍ତରୀଣ ଇନ୍ଦ୍ରୀୟଗୁଡିକର ଦମନ) ସୁଖ, ଦୁଃଖ, ଜନ୍ମ, ମୁତୁ୍ୟ, ଭୟ, ଅଭୟ, ଅହିଂସା, ସମତା, ତୁଷ୍ଟି(ସନ୍ତୋଷ), ତପ, ଦାନ, ଯଶ,ଅଯଶ - ପ୍ରାଣୀମାନଙ୍କର ଏହି ସବୁ ବିବିଧ ଭାବ ମୋଠାରୁ ଉତ୍ପନ୍ନ ହୁଅନ୍ତି ।ା୪-୫ାା ସପ୍ତ ପ୍ରାଚୀନ ମହର୍ଷି  ଏବଂ ଚାରିଜଣ ମନୁ (ଏମାନେ ସମସ୍ତେ ) ମୋର ଅଧ୍ୟାତ୍ମ ପ୍ରଭାବଯୁକ୍ତ ସଂକଳ୍ପ ମାତ୍ରରୁ ଉତ୍ପନ୍ନ , ଜଗତର ଏହି ସମସ୍ତ ଜୀବାତ୍ମା ମୋର ସନ୍ତାନ ସନ୍ତତି ।ା୬ାା ଯିଏ ମୋର ଏହି ବିଭୂତି ଓ ଯୋଗକୁ ଯଥାର୍ଥ ରୂପେ ଜାଣନ୍ତି ସେ ନିଶ୍ଚଳ ଯୋଗ ଦ୍ୱାରା ମୋ ସହିତ ଯୁକ୍ତ ହୁଅନ୍ତି । ଏଥିରେ କୌଣସି ସଂଶୟ ନାହିଁ ।ା୭ାା ମୁଁ ହିଁ ସର୍ବ ବସ୍ତୁର ଉତ୍ପତ୍ତିର ହେତୁ , ମୋଠାରୁ ସମସ୍ତ ପ୍ରବର୍ତ୍ତିତ ହୁଏ (କ୍ରିୟା ଓ ଗତିର ବିକାଶ ପାଇଁ ଅଗ୍ରସର ହୁଏ ) - ଏହା ଉପଲବ୍ଧି କରି ଜ୍ଞାନୀମାନେ ଭକ୍ତିଭାବାପନ୍ନ ହୋଇ ମୋତେ ସ୍ମରଣ କରନ୍ତି ।ା୮ାା ଯେଉଁ ଆତ୍ମା ମାନେ ମୋ ସ୍ମୃତିରେ ତଲ୍ଳୀନ ଥାନ୍ତି(ମଚ୍ଚିତ୍ତ)  ଓ ଯେଉଁମାନଙ୍କର ପ୍ରାଣ ମୋଠାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ(ମଦଗତପ୍ରାଣା) ସେମାନେ ମୋର ଜ୍ଞାନ ପରସ୍ପରକୁ ବୁଝାଇ ଓ ମୋ ବିଷୟକ କଥା କହି ନିତ୍ୟ ତୃପ୍ତି ଓ ଆନନ୍ଦ ଲାଭ କରନ୍ତି ।ା୯ାା ଏହିପରି ମୋ ସହିତ ନିତ୍ୟ ଯୋଗଯୁକ୍ତ ଓ ଭକ୍ତିପୂର୍ବକ ସ୍ମରଣ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ସେହି ବୁଦ୍ଧିଯୋଗ ପ୍ରଦାନ କରେ ଯାହାଦ୍ୱାରା ସେମାନେ ମୋତେ ପ୍ରାପ୍ତ ହୁଅନ୍ତି ।ା୧୦ାା ସେମାନଙ୍କ ପ୍ରତି କୃପାବଶତଃହିଁ ମୁଁ ସେମାନଙ୍କ ଆତ୍ମାରେ ଅଧିଷ୍ଠିତ ହୋଇ (ଚିତ୍ତ ବୃତ୍ତିରେ ପ୍ରବେଶ କରି) ସମୁଜ୍ଜ୍ୱଳ ଜ୍ଞାନ ପ୍ରଦୀପ ଦ୍ୱାରା ଅଜ୍ଞାନ ଜନିତ ଅନ୍ଧାରକୁ ବିନାଶ କରେ ।ା୧ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,