11 ଚତୁର୍ଥ ଅଧ୍ୟାୟ ।ା ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ଆତ୍ମାର ପରିଚୟ
ାା ଚତୁର୍ଥ ଅଧ୍ୟାୟ ।ା
ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ
ଆତ୍ମାର ପରିଚୟ
ମୁଁ କିଏ?- ଜୀବନର ପ୍ରଥମ ପ୍ରହେଳିକା
ଜୀବନର ପ୍ରଥମ ପ୍ରହେଳିକା କ’ଣ ଯାହାକୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ବୁଝି ପାରି ନାହିଁ । ବିଦ୍ୱାନ, ପଣ୍ଡିତ ଓ ବୈଜ୍ଞାନିକଗଣ ମଧ୍ୟ ସେହି ପ୍ରହେଳିକାକୁ ବୁଝି ନ ପାରି ସେଥିରେ ଛନ୍ଦି ହେଉଛନ୍ତି । ସମଗ୍ର ଦିନ ଆମେ ‘ମୁଁ’ ଓ ‘ମୋର’ ବୋଲି କହିଥାଉ । କିନ୍ତୁ ଜୀବିତାବସ୍ଥାରେ ମୋର ବୋଲି ଦାବି କରୁଥିବା କୌଣସି ବ୍ୟକ୍ତି, ବସ୍ତୁ ବା ବୈଭବ ମୃତୁ୍ୟ ସମୟରେ ଆମ ସେଙ୍ଗ ଯାଏ ନାହିଁ । ଆମକୁ ଏକାକୀ ହିଁଏହି ମର ସଂସାରରୁ ବିଦାୟ ନେବାକୁ ହୁଏ । ତଥାପି ମଧ୍ୟ ମନୁଷ୍ୟ ‘ମୁଁ’ ର ରହସ୍ୟ ଭେଦ କରି ପାରୁ ନାହିଁ ।
ମୁଁ କିଏ?- ଏହା ଜାଣିବା କାହିଁକି ଆବଶ୍ୟକ
ଆମେ କାହିଁକି ନିଜକୁ ଜାଣିବା ଆବଶ୍ୟକ? ହିନ୍ଦୁ ସଂସ୍କୃତିରେ ଜନ୍ମିତ ଶିଶୁର ଜିଭରେ ମହୁ ଦ୍ୱାରା ‘ଓମ’ ଲେଖା ଯାଏ । ଏପରିି କାହିଁକି କରାଯାଏ? ଏହା ଦ୍ୱାରା ଶିଶୁକୁ ପଚରାଯାଏ ତୁ କିଏ? କିନ୍ତୁ ବଡ ହେଲା ପରେ ମଧ୍ୟ ସେ ଓମର ଅର୍ଥ ଜାଣେ ନାହିଁ । ତେଣୁ ଏହି ରହସ୍ୟ ଉଦ୍ଘାଟନ ଆବଶ୍ୟକ ।
ମୁଁ କିଏ? ଏକ ଆତ୍ମା ଅଟେ
ସାଧାରଣତଃ ଆମେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ମୋର ବୋଲି କହିଥାଉ । ଯଥା: ମୋର ଆଖି, ମୋର କାନ, ମୋର ଶରୀର ଇତ୍ୟାଦି । ଏଥିରୁ ଏହା ସ୍ପଷ୍ଟ ଯେ ମୋର ଶରୀର ବା ତା’ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଠାରୁ ‘ମୁଁ’ ଭିନ୍ନ ଅଟେ । ତେବେ ‘ମୁଁ’ କିଏ? ‘ମୋର’ କହୁଥିବା ଏହି ‘ମୁଁ’ ସାଟି ଯେପର୍ଯ୍ୟନ୍ତ ଶରୀରରେ ବିଦ୍ୟମାନ ଥାଏ ସେପର୍ଯ୍ୟନ୍ତ ସାଧାରଣ କାଟିଏ ଫୋଡି ହୋଇଗଲେ ଆମକୁ କଷ୍ଟ ଅନୁଭବ ହୁଏ । କିନ୍ତୁ ଏହା ଯେତେବେଳେ ଶରୀର ତ୍ୟାଗ କରେ ସେତେବେଳେ କିଛି ଅନୁଭବ ହୁଏ ନାହିଁ । ଶବ ବ୍ୟବଚ୍ଛେଦ ସମୟରେ ମଧ୍ୟ କିଛି ଜଣା ପଡେ ନାହିଁ । କେଉଁ ଶକ୍ତି ·ଲିଗଲା ଯାହାଦ୍ୱାରା ଶରୀରକୁ ଖଣ୍ଡ ବିଖଣ୍ଡିତ କଲେ ମଧ୍ୟ କୌଣସି ପ୍ରତିକି୍ରୟା ପ୍ରକାଶ ପାଉ ନାହିଁ ।
ଅସାବଧାନତାବଶତଃ କୌଣସି ଗରମ ବସ୍ତୁରେ ଆମର ହାତ ସ୍ପର୍ଶ ହୋଇଗଲେ ଆମକୁ ଜ୍ୱଳନ ହୁଏ । କିନ୍ତୁ ମୃତୁ୍ୟ ପରେ ଆମ ଶରୀରକୁ ପୋଡି ଦିଆଯାଏ, ତଥାପି ମଧ୍ୟ କିଛି ଅନୁଭବ ହୁଏ ନାହିଁ । ଏଥିରୁ ସିଦ୍ଧ ହୁଏ ଯେ କୌଣସି ଏକ ଚୈତନ୍ୟ ସା ଆମ ମଧ୍ୟରେ ବିଦ୍ୟମାନ, ଯିଏ ଆମକୁ ଅନୁଭବ ପ୍ରଦାନ କରୁଛି । ଯେତେବେଳ ପର୍ଯ୍ୟନ୍ତ ସେହି ସା ଶରୀରରେ ଥିଲା ପୂଜା ଆଦି ପବିତ୍ର କର୍ମ ସମ୍ପାଦନ କରୁଥିଲା । ଶରୀର ତ୍ୟାଗ କଲାପରେ ସେହି ଶରୀର ଅପବିତ୍ର ହୋଇଯାଏ । ଅବଶ୍ୟ ତାହା ଏକ ପବିତ୍ର ଶକ୍ତି ଅଟେ ଯିଏ ଅନୁଭବ କରାଉଥିଲା, ଶକ୍ତି ପ୍ରଦାନ କରାଉଥିଲା, ଚଳ ପ୍ରଚଳନ କରାଉଥିଲା, ଶରୀରର ବୃଦ୍ଧି ଓ ବିକାଶ କରାଉଥିଲା । ‘ମୁଁ’ ହେଉଛି ସେହି ଚୈତନ୍ୟ ସା ଯାହାର ଅଭାବରେ ଶରୀରର କୌଣସି ମହ୍ୱ ନାହିଁ ।
ସାଧାରଣତଃ କାହାକୁ ଯଦି ପଚରାଯାଏ ଯେ ଆପଣ କିଏ, ତେବେ ସେ ତାଙ୍କର ନାମ, ବ୍ୟବସାୟ ଆଦିର ପରିଚୟ ଦେଇଥାନ୍ତି । ବ୍ୟକ୍ତି ଯେଉଁ ଚେତନାରେ ଥାଏ ତାହାହିଁ କହିଥାଏ । କେହି କହି ପାରନ୍ତି ଯେ ମୁଁ ମନୁଷ୍ୟାତ୍ମା । କିନ୍ତୁ ଆପଣ ଏହି ମନୁଷ୍ୟ ଶରୀର ରୂପୀ ଖୋଲପା ଧାରଣ କରିଛନ୍ତି । କିଛି ସମୟ ପରେ ଏହା ବି ·ଲି ଯିବ । ଯେତେବେଳେ ଆପଣ ଶରୀର ଧାରଣ କରି ନ ଥିଲେ ସେତେବେଳେ ବି ଆପଣ ବିଦ୍ୟମାନ ଥିଲେ । ତେବେ ସେ କିଏ? ସକ୍ରେଟିସ ତାଙ୍କର ମୃତୁ୍ୟକାଳୀନ ଅନୁଭବରେ କହିଥିଲେ, ଗଚ୍ଚ କ୍ଷରଶଗ୍ଦ ବକ୍ସର ଊରବୟ ଈଙ୍କଗ୍ଧ ଓ ବଜ୍ଞ ଝଗ୍ଧସକ୍ଷକ୍ଷ ଇକ୍ଷସଙ୍ଖର, ଏହାର ଅର୍ଥ କ’ଣ? ଏଥିରୁ ଏହା ସିଦ୍ଧି ହୁଏ ଯେ ଶରୀର ମଧ୍ୟରେ ଏପରି ଏକ ଶକ୍ତି ଅଛି ଯାହା କେବେ ମରେ ନାହିଁ । ସେହି ଶକ୍ତିକୁ ହିଁ ଆଧ୍ୟାତ୍ମିକ ଭାଷାରେ ‘ଆତ୍ମା’ କୁହାଯାଏ । କେତେକ ଲୋକ ତାହାକୁ ‘ଶକ୍ତି’ (ଋଦ୍ଭରକ୍ସଶଚ୍ଚ) କହନ୍ତି, କେତେକ ‘ପ୍ରକାଶ’ ଓ ଅନ୍ୟ କେତେକ ଝଗ୍ଧବକ୍ସ କହନ୍ତି ।
ଏପରି ବି କେତେକ ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ‘ଆତ୍ମା’ ବୋଲି କିଛି ନାହିଁ । ସବୁକିଛି ମସ୍ତିଷ୍କର କାମ । କିନ୍ତୁ ସଂପ୍ରତି ଆମେରିକାର ଚିକିସôା ବିଜ୍ଞାନୀମାନେ ପ୍ରମାଣ କରିଛନ୍ତି ଯେ ଆତ୍ମାର ଅସ୍ତିତ୍ୱ ଅଛି ଯିଏ ଶରୀରରେ ପ୍ରବେଶ କରେ ଓ ଶରୀର ତ୍ୟାଗ କରେ । ମନୁଷ୍ୟର ମସ୍ତିଷ୍କ ଏକ କମ୍ପୁଟର ପରି କାର୍ଯ୍ୟ କରେ । ପ୍ରଣିଧାନଯୋଗ୍ୟ ବିଷୟ ଏହି ଯେ ମନୁଷ୍ୟରୁ ମନୁଷ୍ୟର ସୃଷ୍ଟି, କମ୍ପୁଟରରୁ କମ୍ପୁଟର ଜନ୍ମ ହୁଏ ନାହିଁ । କମ୍ପୁଟର ପାଇଁ ଜଣେ ·ଳକର ଆବଶ୍ୟକତା ହୁଏ । ମସ୍ତିଷ୍କ ମାଧ୍ୟମରେ ଆତ୍ମାହିଁ ଶରୀରକୁ ବିଭିନ୍ନ ସମ୍ବାଦ ପ୍ରେରଣ କରିଥାଏ । ତେଣୁ ଆତ୍ମା ହେଉଛି ମସ୍ତିଷ୍କକୁ ପ୍ରୋଗ୍ରାମ ଦେଉଥିବା ପରି·ଳକ ।
ମନୁଷ୍ୟାତ୍ମା = ଜଡ଼ ଶରୀର + ଚୈତନ୍ୟ ଆତ୍ମା
ଶରୀର ଓ ଚୈତନ୍ୟ ଆତ୍ମା- ଏହି ଦୁଇଟି ଉପାଦାନରେ ମନୁଷ୍ୟାତ୍ମା ନିିର୍ମିତ । ଶରୀର ହେଉଛି ପା ତ୍ୱରେ ନିର୍ମିତ ଏକ ପୁଳିକା ମାତ୍ର । ସେହି ପ ତ୍ୱ ହେଉଛି ଜଳ, ବାୟୁ, ଆକାଶ, ପୃଥ୍ୱୀ ଓ ଅଗ୍ନି । ଜୀବନ ନିର୍ବାହ କରିବା ପାଇଁ ଶରୀର ଏହି ପା ତ୍ୱ ଅବଶ୍ୟକ କରେ । ବି ରହିବା ପାଇଁ ଅମ୍ଳଜାନ ଦରକାର । ଅନ୍ୟ କୌଣସି ଗ୍ୟାସ ଏହାର ପରିପୂରକ ହୋଇ ପାରିବ ନାହିଁ । ଶରୀରରେ ୬୦-୭୦ ପ୍ରତିଶତ ହେଉଛି ଜଳର ଅଂଶ । ଏହାର କୌଣସି ବିକଳ୍ପ ନାହିଁ । ପ୍ରକୃତି ସଂସାରର ପ୍ରତ୍ୟେକ ପ୍ରାଣୀ ପାଇଁ ଏହି ପା ତ୍ୱ ସମାନ ଭାବରେ ନିର୍ମାଣ କରିଛି । କୌଣସି ପ୍ରାଣୀ ବିଶେଷ ପାଇଁ ଭେଦଭାବ ରଖି ନାହିଁ । ଯେତେବେଳେ ଚୈତନ୍ୟ ଆତ୍ମା ପ ତ୍ୱରେ ନିର୍ମିତ ଶରୀରରେ ପ୍ରବେଶ କରେ ସେତେବେଳେ ସେ ଜୀବାତ୍ମା ନାମରେ ନାମିତ ହୁଏ । ଆତ୍ମାର କି୍ରୟାଶୀଳତା ପାଇଁ ଶରୀର ଆବଶ୍ୟକ । ଅନ୍ୟପକ୍ଷରେ ଆତ୍ମା ବିନା ଶରୀର ମୂଲ୍ୟହୀନ । ଉଭୟ ଉଭୟଙ୍କ ପରିପୂରକ । ଶରୀର ସହିତ ଆତ୍ମାର ସମ୍ବନ୍ଧ ହେଲେ ଜୀବନ ହୁଏ । କେବଳ ଶରୀର କିମ୍ବା କେବଳ ଆତ୍ମା ଦ୍ୱାରା ଜୀବନ ସମ୍ଭବ ନୁହେଁ । ସେଥିପାଇଁ ଯେପରି ଆତ୍ମା ସେପରି ଶରୀର ହୁଏ ।
ଆତ୍ମାର ସ୍ବରୂପ
ଶ୍ରୀମଦ୍ ଭଗବତ୍ଗୀତାରେ ଆତ୍ମାର ସ୍ବରୂପ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଏହା ଅଜର, ଅମର ଓ ଅବିନାଶୀ । ଏହାକୁ ଅଗ୍ନି ଦାହ କରି ପାରେ ନାହିଁ, ବାୟୁ ଉଡାଇ ପାରେ ନାହିଁ, ଜଳ ଆର୍ଦ୍ର କରିପାରେ ନାହିଁ ତଥା ଶସ୍ତ୍ର ଦ୍ୱାରା ଏହାକୁ ହତ୍ୟା କରାଯାଇ ପାରେ ନାହିଁ । ସମୟକ୍ରମେ ଶରୀରର ବାର୍ଦ୍ଧକ୍ୟ ଅବସ୍ଥା ଆସେ, କିନ୍ତୁ ତଦାଶ୍ରିତ ଆତ୍ମା ଅପ୍ରଭାବିତ ରହେ । ତେଣୁ ଏହା ଅଜର । ଅର୍ଥାତ ଏହାର ଜରାବସ୍ଥା ନାହିଁ । ଆତ୍ମାର ଶରୀର ତ୍ୟାଗକୁ ମୃତୁ୍ୟ କୁହାଯାଏ । ଏହି ମୃତୁ୍ୟ ଶାରୀରିକ ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଯାଏ । ତା’ର କୌଣସି କାଳରେ ମଧ୍ୟ ବିନାଶ ହେଉ ନ ଥିବାରୁ ଏହା ଅବିନାଶୀ ଏବଂ ଅମର । ଆତ୍ମା ସତ୍- ଚିତ୍ ଓ ଆନନ୍ଦ ସ୍ବରୂପ ।
ଆତ୍ମାର ତିନୋଟି ଶକ୍ତି ହେଉଛି ମନ, ବୁଦ୍ଧି ଓ ସଂସ୍କାର । ଯେଉଁ ଶକ୍ତି ଦ୍ୱାରା ଆତ୍ମା ଚିନ୍ତନ କରେ ବା ସଂକଳ୍ପ କରେ ତାହା ମନ ନାମରେ ନାମିତ । ନିର୍ଣ୍ଣୟ ନେବା ଶକ୍ତିକୁ ବୁଦ୍ଧି କୁହାଯାଏ । ଆତ୍ମା ଉପରେ କର୍ମର ପ୍ରଭାବକୁ ସଂସ୍କାର କୁହାଯାଏ । ଏଠାରେ ଧ୍ୟାନ ଦେବା କଥା ଏହି ଯେ ମନ, ବୁଦ୍ଧି ଓ ସଂସ୍କାର ଆତ୍ମାଠାରୁ ଭିନ୍ନ ନୁହେଁ । ଏହା ଆତ୍ମାର ତିନୋଟି ଭିନ୍ନ ଭିନ୍ନ ବିଭାଗ । ଆତ୍ମା ଶାଶ୍ୱତ ହୋଇଥିବାରୁ ଏହି ତିନି ଶକ୍ତି ମଧ୍ୟ ଶାଶ୍ୱତ । ଆତ୍ମା କଣ ବୁଝିବାକୁ ହେଲେ ଏହି ତିନି ଶକ୍ତି ବିଷୟରେ ଗହନ ଅଧ୍ୟୟନ ଆବଶ୍ୟକ ।
ଆତ୍ମାର ସଂକଳ୍ପ ଶକ୍ତି- ମନ
ମନ ବିଷୟରେ ବହୁତ ଅପବାଦ ଶୁଣିବାକୁ ମିଳେ । କେହି କେହି କହନ୍ତି ମନ ବଡ ଦୁଷ୍ଟ, ମନ ବଡ ପାପୀ । ମନ ବହୁତ ଖରାପ । ମନ ବଡ ନୀଚ, ମନ ବଡ ଚଳ ଇତ୍ୟାଦି । ଅନ୍ୟ କେହି ମନକୁ ଘୋଡା ସହିତ ତୁଳନା କରନ୍ତି । ପ୍ରକୃତରେ ଏହି ସବୁ ହେଉଛି ମନ ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ । ମନର ଅଦ୍ଭୁତ କ୍ଷମତା ଅଛି । ମନର ଶକ୍ତିକୁ ଯଥାର୍ଥ ଉପଯୋଗ କରି ଜଣେ ଅସାଧ୍ୟ ସାଧନ କରି ପାରିବ । କିନ୍ତୁ ଆଜିକାଲି ମନର ସମସ୍ତ ଶକ୍ତି ବ୍ୟର୍ଥ ଯାଉଥିବାରୁ ବ୍ୟକ୍ତି ତାର ଜୀବନରେ ଖୁବ୍ କମ ଏହାର ପ୍ରୟୋଗ କରିବାକୁ ସକ୍ଷମ ହୋଇପାରୁଛି । ଆତ୍ମା ମଧ୍ୟରେ ଯାହା ପୂର୍ବରୁ ଅଭିଲିଖି୍ତ ହୋଇଥାଏ ସସବୁ ମନ ମାଧ୍ୟମରେ ଅଭିବ୍ୟକ୍ତ ହୁଏ । ଏହି ଅଭିବ୍ୟକ୍ତିକୁ ବି·ର, ସଂକଳ୍ପ, ଇଛା ଆଦି କୁହାଯାଏ । ମନ ଏକ ଚଳଚ୍ଚିତ୍ର ପରଦା ଭଳି । ଯେଉଁ ବିଷୟରେ ମନର ବିଶେଷ ରୁଚି ଥାଏ ତାକୁ ସେ ଏକ ଦୃଶ୍ୟ ରୂପ ପ୍ରଦାନ କରି ଦେଖି ପାରେ । ସମସ୍ତ ବି·ରର ଉସô ହେଉଛି ମନ ।
ମନର ଗତି ଖୁବ୍ ତୀବ୍ର । ଖୁବ୍ ଧୀର ଗତିରେ ବି ଯଦି ମନ ଗତି କରେ ତେବେ ମଧ୍ୟ ମନ ମଧ୍ୟରେ ଅତି କମରେ ଏକ ମିନିଟରେ ୩୦ରୁ୩୫ ବି·ର ଉପôନ୍ନ ହୋଇଥାଏ । ଏଥିରୁ ଅନୁମେୟ ମନ ଦିନ ଯାକ ହଜାର ହଜାର ସଂଖ୍ୟାରେ ବି·ର ଉପôନ୍ନ କରିଥାଏ । ମନ ମଧ୍ୟରେ ଆସୁଥିବା ବି·ର ସମ୍ୂହକୁ ମୁଖ୍ୟତଃ ·ରି ପ୍ରକାରରେ ବିଭକ୍ତ କରାଯାଇ ପାରେ । ସେଗୁଡିକ ହେଲା,
କ) ସକାରାତ୍ମକ ବି·ର (ଚକ୍ଟଗ୍ଦସଗ୍ଧସଙ୍ଖର ଗ୍ଧଷକ୍ଟଙ୍କଶଷଗ୍ଧ):
ଏଭଳି ବି·ର ବ୍ୟକ୍ତିଗତ ସ୍ବାର୍ଥ ସହିତ ଜଡିତ ନ ଥାଏ । ଏଗୁଡିକ ମୁଲ୍ୟବୋଧ ଭିିକ ବି·ର ଅଟନ୍ତି । ଶ୍ରେଷ୍ଠ ଚିନ୍ତନ ସକାରାତ୍ମକ ବି·ରର ଅନ୍ତର୍ଭୁକ୍ତ । ଏଥିରେ ନକାରାତ୍ମକତାର ଅଂଶ ଆଦୌ ନ ଥାଏ ।
ଖ) ଆବଶ୍ୟକ ବି·ର (ଘରମରଗ୍ଦଗ୍ଦବକ୍ସଚ୍ଚ ଗ୍ଧଷକ୍ଟଙ୍କଶଷଗ୍ଧ):
ଶରୀର ନିର୍ବାହ ତଥା ନିତ୍ୟ ନୈମିିକ କର୍ମ ସହିତ ଏହି ବି·ର ସଂପୃକ୍ତ ।
ଗ) ନକାରାତ୍ମକ ବି·ର (ଘରଶବଗ୍ଧସଙ୍ଖର ଗ୍ଧଷକ୍ଟଙ୍କଶଷଗ୍ଧ):-
ସମସ୍ତ ପ୍ରକାର ଖରାପ ବି·ର ଏହାର ଅନ୍ତର୍ଗତ । କାମ କ୍ରୋଧାଦି ବିକାରର ବଶୀଭୂତ ହେଲେ ମନୁଷ୍ୟ ମନରେ ନକରାତ୍ମକ ବି·ର ଉପôନ୍ନ ହୁଏ । ଏହାର ପରିଣାମ ସ୍ବରୂପ ମନୁଷ୍ୟ ପାପ କର୍ମ କରିଥାଏ ।
ଘ) ବ୍ୟର୍ଥ ବି·ର (ଡବଗ୍ଦଗ୍ଧର ଗ୍ଧଷକ୍ଟଙ୍କଶଷଗ୍ଧଗ୍ଦ):-
ଯେତେବେଳେ ମନ ପାଇଁ କିଛି ଭାବିବା ବିଷୟ ନ ଥାଏ ସେତେବେଳେ ଏହା ଅତୀତକୁ ·ଲିଯାଏ । ଅତୀତର କୌଣସି ବିଫଳତା ବା ଖରାପ କର୍ମ ବିଷୟରେ ସେ ଭାବିବା ଆରମ୍ଭ କରି ଦିଏ । ଏପରି କରିଥିଲେ ସେପରି ହୋଇ ନ ଥାନ୍ତା, ସେତେବେଳେ ଟିକିଏ ସତର୍କ ହୋଇଥିଲେ ବର୍ମାନ ଏପରି ଦୁଃଖ ଭୋଗିବାକୁ ପଡି ନ ଥାନ୍ତା, ଅମୁକ ବ୍ୟକ୍ତି ଏପରି କରି ନଥିଲେ ଭଲ ହୋଇ ନ ଥାନ୍ତା ଇତ୍ୟାଦି । ଯାହା ବିତିଯାଇଛି ସେ ବିଷୟରେ ଭାବିବା ଦ୍ୱାରା କିଛି ଲାଭ ହୁଏ ନାହିଁ । ତେଣୁ ବିତି ଯାଇଥିବା କଥାକୁ ସ୍ମରଣ କରି ବାରମ୍ବାର ଚିନ୍ତନ କରିବା ହେଉଛି ବ୍ୟର୍ଥ ବି·ର । ଅତୀତରେ କୌଣସି ଭୁଲ କର୍ମ ବା ତା’ର ପରିଣାମ ବିଷୟରେ ବାରମ୍ବାର ଚିନ୍ତା କରିବା ଦ୍ୱାରା ମନ ଦୁର୍ବଳ ହୋଇଯାଏ । ଅତୀତର କୌଣସି ଅନୁଭୂତିକୁ ଶିକ୍ଷା ରୂପେ ଗ୍ରହଣ କରି ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଅବ୍ୟାହତ ରଖିବା ଦ୍ୱାରା ବ୍ୟକ୍ତି ସଫଳତାର ଶୀର୍ଷତମ ସୋପାନରେ ପହି ପାରେ ।
ଏହିପରି ·ରି ପ୍ରକାର ବି·ର ସାରା ଦିନ ଆମ ମନରେ ଆସେ । ସବୁଠାରୁ ବେଶୀ କେଉଁ ବି·ର ଆସେ? ଆତ୍ମାନୁଶୀଳନ କଲେ ଆମେ ଜାଣି ପାରିବା ଯେ ବ୍ୟର୍ଥ ଓ ନକାରାତ୍ମକ ବି·ର ଆମ ମନରେ ସବୁଠାରୁ ବେଶୀ ଆସେ । ସକରାତ୍ମକ ବି·ର ଖୁବ୍ କମ ଆସେ । ଏଥିପାଇଁ ଶାନ୍ତି, ସୁଖ, ପ୍ରେମ, ଆନନ୍ଦ ଆଦିର ଅନୁଭବ ହେଉ ନାହିଁ । ଏହି ଅନୁଭବ ପାଇଁ ସର୍ବପ୍ରଥମେ ଆମ ମନରୁ ନକାରାତ୍ମକ ଓ ବ୍ୟର୍ଥ ବି·ର ସମୂହକୁ ଦ୍ୱର କରିବାକୁ ପଡିବ । ବର୍ମାନ ସମୟରେ ଏହା କଷ୍ଟକର ମନେ ହୋଇପାରେ । କିନ୍ତୁ ଧୈର୍ଯ୍ୟ ଓ ଆତ୍ମ ବିଶ୍ୱାସର ସହିତ ଉଦ୍ୟମ ଅବ୍ୟାହତ ରଖିଲେ ଏଗୁଡିକ ଧୀରେ ଧୀରେ ଅପସରି ଯିବେ । କିନ୍ତୁ ବିଡମ୍ବନା ଏହି ଯେ କ୍ୱଚିତ ବ୍ୟକ୍ତି ଏଥି ପ୍ରତି ସଚେତନ । ତେଣୁ ଅଧିକାଂଶ ବ୍ୟକ୍ତିଙ୍କ ମନ ଦିନକୁ ଦିନ ଦୁର୍ବଳ ହୋଇ ପଡୁଛି । ଏହି ମାନସିକ ଦୁର୍ବଳତା ହେତୁ ବ୍ୟକ୍ତି କୌଣସି ବିଷୟରେ ମନକୁ ଏକାଗ୍ର କରି ପାରେ ନାହିଁ । ତାର ସ୍ମରଣ ଶକ୍ତି ହ୍ରାସ ପାଏ । ଛୋଟ ଛୋଟ କଥାରେ ସେ କ୍ରୋଧିତ ହୋଇ ପଡେ ଏବଂ ତାର ସହନ ଶକ୍ତି କମିଯାଏ । ମନ ଦୁର୍ବଳ ହେଲେ ଛୋଟ ଛୋଟ କଥାରେ ଚିନ୍ତିତ ହୋଇ ପଡେ । ଏହାର ପରିମାଣ ସ୍ବରୂପ ମନରେ ·ପ ସୃଷ୍ଟି ହୁଏ । ମନ ·ପ ଗ୍ରସ୍ତ ହେଲେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଏପରି ସ୍ଥିତିରେ ବ୍ୟକ୍ତି କର୍ବ୍ୟାକର୍ବ୍ୟ ନିର୍ଣ୍ଣୟ କରିପାରେ ନାହିଁ । ତେଣୁ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇଯାଏ । ସଂପ୍ରତି ଅଧିକାଂଶ ଲୋକଙ୍କ ମନ ଦୁର୍ବଳ । ଦୁର୍ବଳମନା ବ୍ୟକ୍ତି ନିଜକୁ ଠିକ ଉପଦେଶ ଦେଇ ପାରେ ନାହିଁ, ଅନ୍ୟମାନଙ୍କୁ ବା କିପରି ଦେବ? ଦୁର୍ବଳ ମନକୁ ସଶକ୍ତ କରିବା ପାଇଁ ନକାରାତ୍ମକ ଓ ବ୍ୟର୍ଥ ସଂକଳ୍ପଗୁଡିକୁ ପରିବର୍ନ କରିବାକୁ ହେବ । ପ୍ରବାଦ ଅଛି, ବ୍ୟକ୍ତି ଯେପରି ଚିନ୍ତା କରେ ସେପରି ହୋଇଯାଏ । ଇଗ୍ଦ ଚ୍ଚକ୍ଟଙ୍କ ଗ୍ଧଷସଦ୍ଭଳ ଗ୍ଦକ୍ଟ ଚ୍ଚକ୍ଟଙ୍କ ଭରମକ୍ଟଜ୍ଞର. ବି·ର ଦ୍ୱାରା ଜୀବନ ନିର୍ମାଣ ହୁଏ । ଯେଉଁଠି ବି·ର ନକାରାତ୍ମକ ଓ ବ୍ୟର୍ଥ ସେଇଠି ଜୀବନର ସ୍ତର କିପରି ହେବ? ଏଥିପାଇଁ ବ୍ୟକ୍ତି ଜୀବନରେ ସନ୍ତୁଷ୍ଟତା ଅନୁଭବ କରୁନାହିଁ ଏବଂ ଉଦ୍ଧେଶ୍ୟ ଓ ଅର୍ଥପୂର୍ଣ୍ଣ ଜୀବନ ଯାପନ କରିବାରେ ସକ୍ଷମ ହେଉ ନାହିଁ ।
ରାଜଯୋଗ ଦ୍ୱାରା ବି·ରର ସ୍ତର ଉକôୃଷ୍ଟ ହୁଏ । ଜୀବନ ଅର୍ଥପୂର୍ଣ୍ଣ ହୁଏ ଓ ସନ୍ତୁଷ୍ଟତା ଅନୁଭବ ହୁଏ । ବ୍ୟକ୍ତି ଭାବିବାକୁ ଲାଗେ ଯେ ତା’ର ଜୀବନ ବ୍ୟର୍ଥ ଯାଇନି ସଫଳ ହୋଇଛି ।
ଆତ୍ମାର ନିର୍ଣ୍ଣୟ ଶକ୍ତି- ବୁଦ୍ଧି
ମନ ଦ୍ୱାରା ଉପôନ୍ନ ହେଉଥିବା ସଂକଳ୍ପ ଓ ବି·ରକୁ ବୁଝିବାର କ୍ଷମତା ହେଉଛି ବୁଦ୍ଧି । ସେଥିପାଇଁ କୁହାଯାଏ ବୁଝି ବି·ରି କାର୍ଯ୍ୟ କଲେ ପ୍ରମାଦ ନ ପଡଇ ଭଲେ । ଭାବିବା କାମ ମନ କରେ ଓ ବୁଝିବା କାମ ବୁଦ୍ଧି କରେ । ଅନେକ ସମୟରେ ଆମେ ବହୁତ କିଛି ଭାବିଥାଉ । କିନ୍ତୁ ବୁଦ୍ଧି ଠିକ ନିର୍ଣ୍ଣୟ କରି ନ ପାରିଲେ ଦ୍ୱନ୍ଦ୍ୱରେ ପଡିଯାଉ । ଓଦ୍ଭଗ୍ଧରକ୍ଷକ୍ଷରମଗ୍ଧ ସଗ୍ଦ ଗ୍ଧଷର ଜ୍ଞକ୍ଟଗ୍ଦଗ୍ଧ ମକ୍ସଙ୍କମସବକ୍ଷ ୠବମଙ୍କକ୍ଷଗ୍ଧଚ୍ଚ କ୍ଟଲ ଗ୍ଧଷର ଝରକ୍ଷଲ. ମନୁଷ୍ୟର ସବୁଠାରୁ ବଡ ଶକ୍ତି ହେଉଛି ବୁଦ୍ଧି । ମନ ଯଦି ଘୋଡା ହୁଏ, ତାର ଲଗାମ ହେଉଛି ବୁଦ୍ଧି । ବୁଦ୍ଧି ଠିକ ନ ଥିଲେ ଭୁଲ ନିର୍ଣ୍ଣୟ ନିଏ । ଏହାର ପରିଣାମ ସ୍ବରୂପ ଜୀବନ ଦୁଃଖପୂର୍ଣ୍ଣ ହୁଏ । କୃତ କର୍ମ ପାଇଁ ପଶ୍ଚାାପ କରିବାକୁ ପଡେ । ବୁଦ୍ଧିର ଗତି ଧୀମା ହେଲେ ବ୍ୟକ୍ତି ଯାହା ଭାବେ ସେହି ହିସାବରେ କର୍ମ କରେ । କର୍ମର ପରିଣାମ ଆସିଲା ପରେ ବୁଦ୍ଧି ବୁଝିପାରେ ଯେ ଏପରି ନ କରି ସେପରି କରିଥିଲେ ଭଲ ହୋଇଥାନ୍ତା । ମନ ଦ୍ୱାରା ପ୍ରଭାବିତ ହେବା ଦ୍ୱାରା ବୁଦ୍ଧି ମନ୍ଦ (ଝକ୍ଷକ୍ଟଙ୍ଗ) ହୋଇଯାଏ । ମନର ନକାରାତ୍ମକ ଓ ବ୍ୟର୍ଥ ସଂକଳ୍ପ ଦ୍ୱାରା ବୁଦ୍ଧି ପ୍ରଭାବିତ ହେଲେ ଭୁଲ ନିର୍ଣ୍ଣୟ କରେ । ଏହାର ପରିଣାମ ସ୍ବରୂପ ବ୍ୟକ୍ତି ଦୁଃଖ ଓ ଅଶାନ୍ତି ଭୋଗ କରେ ।
ଆତ୍ମାର ଶକ୍ତି-ସଂସ୍କାର
ଆମେ ଯାହା କର୍ମ କରୁ ଆତ୍ମା ଉପରେ ତାର ପ୍ରଭାବ ପଡେ । କର୍ମର ଏହି ପ୍ରଭାବକୁ ସଂସ୍କାର କୁହାଯାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିର ସଂସ୍କାର ଭିନ୍ନ ଭିନ୍ନ । ସଂସାରର ସମସ୍ତ ମନୁଷ୍ୟ ପରସ୍ପରଠାରୁ ପୃଥକ । ଏହି ବିଭେଦତାର କାରଣ ହେଉଛି ସଂସ୍କାର । ପ୍ରତ୍ୟେକ ବ୍ୟକ୍ତିର କର୍ମ ଭିନ୍ନ ଭିନ୍ନ ହୋଇଥିବାରୁ ସଂସ୍କାରରେ ଭିନ୍ନତା ଦେଖାଯାଏ । ସଂସ୍କାର ଅନୁସାରେ ବ୍ୟକ୍ତିର ସ୍ବଭାବ ହୁଏ । ଏହି ସ୍ବଭାବ ସଂସ୍କାର ହେତୁ ଗୋଟିଏ ବ୍ୟକ୍ତିର ରୂପ ଗୁଣ ଅନ୍ୟଠାରୁ ଭିନ୍ନ ହୁଏ ।
ସାଧାରଣତଃ ସଂସ୍କାରକୁ ପା ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା;
କ) ମୂଳ ସଂସ୍କାର:
ଆତ୍ମା ଯେତେବେଳେ ସର୍ବପ୍ରଥମେ ଏହି ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଶରୀର ଧାରଣା କଲା ସେତେବେଳେ ସେ ମୂଳ ସଂସ୍କାର ନେଇ ଆସିଥିଲା ।
ଖ) ପୂର୍ବ ଜନ୍ମ ସଂସ୍କାର:
ପ୍ରତ୍ୟେକ ଆତ୍ମା ତାର ପୂର୍ବ ଜନ୍ମର ସଂସ୍କାର ନେଇ ଆସିଥାଏ । ସେଥିପାଇଁ ଗୋଟିଏ ପରିବାରର ଭାଇ-ଭଉଣୀମାନଙ୍କ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୁଏ । ବେଳେବେଳେ ଖବରକାଗଜରେ ବିଚକ୍ଷଣ ପ୍ରତିଭାଶାଳୀ ପିଲାମାନଙ୍କ କଥା ପ୍ରକାଶିତ ହୁଏ । ପୂର୍ବ ଜନ୍ମର ସଂସ୍କାର ହେତୁ ଏହି ବିଚକ୍ଷଣତା ଦେଖାଯାଏ ।
ଗ) ଆନୁବଂଶିକ ସଂସ୍କାର
କେତେକଙ୍କ ମଧ୍ୟରେ ମା’ର, କେତେଙ୍କ ମଧ୍ୟରେ ବାପାଙ୍କର ଓ ଅନ୍ୟ କେତେଙ୍କ ମଧ୍ୟରେ ପିତାମହ ବା ପ୍ରପିତାମହଙ୍କ ସଂସ୍କାର ଦେଖିବାକୁ ମିଳେ । ଜଣକର ରୂପ ଗୁଣ ଓ ସ୍ବଭାବ ଦେଖି ଲୋକେ କହୁଥିବା ଦେଖାଯାଏ, ଇଏ ତ ତା’ବାପା, ମାଆ କିମ୍ବା ଜେଜେର ସଂସ୍କାର ନେଇ ଆସିଛି । ଘ) ସଙ୍ଗ ଜନିତ ସଂସ୍କାର
ଇଂରାଜୀରେ ଏକ ପ୍ରବାଦ ଅଛି, ଇ ଜ୍ଞବଦ୍ଭ ସଗ୍ଦ ଳଦ୍ଭକ୍ଟଙ୍ଗଦ୍ଭ ଭଚ୍ଚ ଗ୍ଧଷର ମକ୍ଟଜ୍ଞକ୍ଟ୍ରବକ୍ସଚ୍ଚ ଷର ଳରରକ୍ଟ୍ରଗ୍ଦ, ଯେପରି ସଙ୍ଗ ସେପରି ରଙ୍ଗ । ଅନେକ ସମୟରେ ଦେଖାଯାଏ ଯେ ଅତି ସମ୍ଭ୍ରାନ୍ତ ପରିବାରର ପିଲାମାନେ କୁସଙ୍ଗରେ ପଡି ବଦନାମ ହୋଇଯାଆନ୍ତି । ପିତା ମାତା ତଥା ମିତ୍ର ସମ୍ବନ୍ଧୀମାନଙ୍କ ସମସ୍ତ ପ୍ରକାର ପ୍ରୟାସ ସେ୍ୱ ସେହି ପିଲାମାନେ କୁ-ସଙ୍ଗ ପରିହାର କରନ୍ତି ନାହିଁ । ସେମାନଙ୍କୁ ଯଦି ବିଶେଷ ଜୋର ଦିଆଯାଏ ତେବେ ସେମାନେ ଘର ପରିବାର ଛାଡିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରନ୍ତି ନାହିଁ ।
ତ) ଇଚ୍ଛା ଶକ୍ତି ଜାଗ୍ରତ କରିବାର ସଂସ୍କାର
ପୂର୍ବଜନ୍ମ ସଂସ୍କାର, ଆନୁବଂଶିକ ସଂସ୍କାର ଓ ସଙ୍ଗ ଜନିତ ସଂସ୍କାରରୁ ମୁକ୍ତ ହେବାର ଏକ ମାତ୍ର ଉପାୟ ହେଉଛି ଇଚ୍ଛା ଶକ୍ତିର ଜାଗୃତି । ଏହା ମଧ୍ୟ ଏକ ସଂସ୍କାର । ଏହି ସଂସ୍କାରର ଅଭାବ ହେତୁ ଆଜି ବ୍ୟକ୍ତି ନିଜକୁ ପରିବର୍ନ କରି ପାରୁ ନାହିଁ । ଇଚ୍ଛା ଶକ୍ତି ଜାଗ୍ରତ ହୋଇଗଲେ ବ୍ୟକ୍ତି ଅସମ୍ଭବ କରି ପାରିବ ।
ଇଂରାଜୀରେ ଏକ ପ୍ରବାଦ ଅଛି, ଇଗ୍ଦ ଚ୍ଚକ୍ଟଙ୍କ ଞଷସଦ୍ଭଳ ଝକ୍ଟ ଚ୍ଚକ୍ଟଙ୍କ ଭରମକ୍ଟଜ୍ଞର ମଣିଷ ଯେପରି ଚିନ୍ତା କରେ ସେପରି ହୋଇପାରେ । ସେ ଦେବତା ହେବ ବା ଦାନବ ହେବ ତାହା ନିର୍ଭର କରେ ତାର ବି·ରର ପ୍ରକାର ଉପରେ । ତେଣୁ ବି·ର ଏକ ଶକ୍ତି । ବି·ର ଶକ୍ତିକୁ ସକାରାତ୍ମକ ଦିଗରେ ପ୍ରବାହିତ କରାଇଲେ ବ୍ୟକ୍ତି ମଧ୍ୟରେ ସୁପ୍ତ ଥିବା ‘ଇଛା ଶକ୍ତି’ ଜାଗ୍ରତ ହୋଇଥାଏ । ଏଥିପାଇଁ ବୟସ କୌଣସି ବାଧକ ହୁଏ ନାହିଁ । ନଅ ବର୍ଷର ବାଳକ ନରେନ୍ଦ୍ର ଇଛା ଶକ୍ତିର ଜାଗୃତି ଦ୍ୱାରା ସ୍ବାମୀ ବିବେକାନନ୍ଦ ବନି ଗଲା । ପଚିଶ ବର୍ଷ ବୟସରେ ମୋହନ ଦାସ କରମ ·ନ୍ଦ ଗାନ୍ଧୀ ନିଜର ଇଛା ଶକ୍ତିର ଜାଗୃତି ଫଳରେ ମହାତ୍ମା ପଦବାଚ୍ୟ ହୋଇ ପାରିଲେ । ଏହିପରି ଅନେକ ଉଦାହରଣ ଇତିହାସର ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।
ଆତ୍ମାର ସ୍ଥାନ
ଶରୀରରେ ଆତ୍ମାର ସ୍ଥାନ ବିଷୟରେ ଅନେକ ମତ ମତାନ୍ତର ଦେଖିବାକୁ ମିଳେ । ତନ୍ମଧ୍ୟରୁ ଦୁଇଟି ପ୍ରମୁଖ ମତ ବିଶେଷ ଭାବରେ ଆଲୋଚିତ ହୁଏ । କେହି କେହି ଆତ୍ମାକୁ ଦୃଦୟରେ ଅବସ୍ଥିତ ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହାକୁ ଶରୀରରେ ସର୍ବତ୍ର ବିରାଜମାନ ବୋଲି କହନ୍ତି । ଚିକିସôା ବିଜ୍ଞାନ ଅନୁସାରେ ଦୃଦୟର କାମ ହେଉଛି ଶରୀର ମଧ୍ୟରେ ରକ୍ତ ସାଳନରେ ସାହାଯ୍ୟ କରିବା । ଅନ୍ୟ ଅର୍ଥରେ ଏହା ଏକ ପମ୍ପର କାମ କରେ । ଶଲ୍ୟ ଚିକିସôା ଦ୍ୱାରା ହୃଦୟ ପ୍ରତ୍ୟାରୋପଣ ହୋଇପାରେ । ଯଦି ହୃଦୟରେ ଆତ୍ମା ଅବସ୍ଥାନ କରୁଥାନ୍ତା ତେବେ ହୃଦୟ ପରିବର୍ନ ହେଲେ ବ୍ୟକ୍ତିର ବି·ର ଓ ସଂସ୍କାରର ମଧ୍ୟ ପରିବର୍ନ ହୁଅନ୍ତା, କିନ୍ତୁ ଏପରି ହୁଏ ନାହିଁ । ସେହିପରି ଆତ୍ମାକୁ ଶରୀର ମଧ୍ୟରେ ସର୍ବବ୍ୟାପକ କହିବା ମଧ୍ୟ ଏକ ଅବୈଜ୍ଞାନିକ ବି·ର ।
ଆତ୍ମା ଆମର ଭୃକୃଟି ମଧ୍ୟରେ ଅବସ୍ଥାନ କରେ । ଏହା ହେଉଛି ଆମ ମସ୍ତିଷ୍କ ମଧ୍ୟରେ ଥିବା ହାୟପୋଥେଲମସ୍ (ଐଚ୍ଚକ୍ଟ୍ରକ୍ଟଗ୍ଧଷବକ୍ଷବଜ୍ଞଙ୍କଗ୍ଦ) ଏବଂ ପିଟୁ୍ୟଟରୀ ଗ୍ଲାଣ୍ଡ (ଚସଗ୍ଧଙ୍କଗ୍ଧବକ୍ସଚ୍ଚ ଶକ୍ଷବଦ୍ଭୟ) ର ମଧ୍ୟବର୍ୀ ସ୍ଥାନ । ଏହା ବିଜ୍ଞାନ ସମ୍ମତ ମଧ୍ୟ । କାରଣ ଆମର ମସ୍ତିଷ୍କ ହେଉଛି ଏକ ନିୟନ୍ତ୍ରଣ କକ୍ଷ ସଦୃଶ । ଏହା ସମଗ୍ର ଶରୀରକୁ ବାର୍ା ପହାଇବା କାମ କରେ । ଆତ୍ମା ହେଉଛି ନିୟନ୍ତ୍ରକ ବା କର୍ା । ମସ୍ତିଷ୍କ ଦ୍ୱାରା ଏହା ଆମ ଶରୀରର ସମସ୍ତ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟକୁ ନିୟନ୍ତ୍ରଣ କରେ ।
କଠୋପନିଷଦରେ ଶରୀରକୁ ଏକ ରଥ ଓ ଆତ୍ମାକୁ ‘ରଥି’ (·ଳକ) ରୂପେ ବର୍ଣ୍ଣନା କରାଯାଇଛି । ଆଧୁନିକ କାଳରେ ରଥ ପରିବେର୍ ଆମେ ମୋଟର ଯାନର ଉଦାହରଣ ଦେଇ ପାରିବା । ·ଳକ ସର୍ବଦା ଆଗ ସିଟ୍ରେ ବସେ । କାରଣ ଏହି ସ୍ଥାନରୁ ସେ ସହଜ ଭାବରେ ଗାଡିକୁ ନିୟନ୍ତ୍ରଣ କରି ପାରେ, ସୁଗମତା ପୂର୍ବକ ରାସ୍ତାରେ ଖାଲ ଢିପ ସ୍ଥିତିକୁ ଦେଖିପାରେ, କୌଣସି ମୋଡ ଆସିଲେ ଗାଡିକୁ ନିରାପଦ ଭାବରେ ମୋଡି ପାରେ ।
ଭାରତ ବର୍ଷରେ ଭୃକୁଟୀ ମଧ୍ୟବର୍ୀ ସ୍ଥାନରେ ତିଳକ ଲଗାଇବାର ପରମ୍ପରା ରହିଛି । କାରଣ ଏହି ସ୍ଥାନରେ ହିଁ ଆତ୍ମାର ଅବସ୍ଥାନ । ଚନ୍ଦନ ତିଳକ ଆମକୁ ଆତ୍ମାର ସ୍ମୃତି ପ୍ରଦାନ କରେ । ଆମେ ଯେତେବେଳେ ମନ୍ଦିରକୁ ଯାଉଁ ଚମଡା ନିର୍ମିତ ବସ୍ତୁ ବାହାରେ ରଖି ଦେଉଁ । ତା’ପରେ ଚନ୍ଦନ ଟୀକା ଲଗାଉ ଓ ଠାକୁରଙ୍କୁ ପ୍ରାର୍ଥନା କରୁଁ । ଆମର ଏଇ ଶରୀର ବି ତ ଚମଡାରେ ନିର୍ମିତ । ଏହି ଚମଡାକୁ ନେଇ ଆମେ କେତେ ଅଭିମାନ କରୁଁ । ତେଣୁ କେବଳ ସ୍ଥୂଳ ଭାବରେ ଚମଡା ନିର୍ମିତ ବସ୍ତୁ ଉତାରି ମନ୍ଦିର ବାହାରେ ରଖିଦେଲେ ହେବ ନାହିଁ, ଦେହାଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ହଁ ଠାକୁରଙ୍କ ସମ୍ମୁଖକୁ ଯିବାକୁ ହେବ । ତେବେ ଯାଇ ଆମର ଠାକୁର ଦର୍ଶନ ଫଳପ୍ରଦ ହେବ ।
ଆତ୍ମାର ରୂପ
ଆତ୍ମାର ରୂପ ହେଉଛି ଜ୍ୟୋର୍ତିବିନ୍ଦୁ ସ୍ବରୂପ, ଏହା ସ୍ଥୂଳ ଚକ୍ଷୁ ଦ୍ୱାରା ଦୃଶ୍ୟମାନ ନୁହେଁ । ଏହାକୁ କେବଳ ଅନୁଭବ କରାଯାଇ ପାରେ । ଏହାକୁ ଏକ ବତୀର ଶିଖା ରୂପରେ ତୁଳନା କରାଯାଇ ପାରେ ।
ଆତ୍ମାର ଗୁଣ
ଯେପରି ଶରୀର ନିର୍ବାହ ପାଇଁ ପ ତ୍ୱର ଆବଶ୍ୟକତା ରହିଛି, ସେପରି ଆତ୍ମା ତା’ର ଅସ୍ତିତ୍ୱ ପ୍ରକଟ କରିବା ପାଇଁ ସାତଟି ଗୁଣ ଉପରେ ନିର୍ଭର କରେ । ଅନ୍ୟ ଅର୍ଥରେ କହିଲେ ଆତ୍ମା ହେଉଛ ସାତଟି ଗୁଣର ସାର । ପା ତ୍ୱରୁ କୌଣସି ଏକ ତ୍ୱର ଅଭାବ ହେଲେ ଜୀବନ ଧାରଣ ଦୁର୍ବିସହ ହୋଇଯାଏ । ସେପରି ଆତ୍ମାରେ ମଧ୍ୟ କୌଣସି ଏକ ଗୁଣର ଅଭାବ ହେଲେ ମନରେ ହତାଶା ଭାବ ସୃଷ୍ଟି ହୁଏ । ଆଜି ସଂସାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମାର ସାତଟି ଗୁଣ ମଧ୍ୟରୁ ଏକ ବା ଏକାଧିକ ଗୁଣର ଅଭାବ ପରିଲକ୍ଷିତ ହୁଏ । ତେଣୁ ସଂସାରରେ ସର୍ବତ୍ର କଳହ, କ୍ଲେଶ, ନିରାଶା, ଦୁଃଖ, ଅଶାନ୍ତି, ଭୟ, ଅସନ୍ତୋଷ ଆଦି ବ୍ୟାପକ ଭାବରେ ଦେଖିବାକୁ ମିଳୁଛି ।
ଆତ୍ମାର ସାତ ଗୁଣଗୁଡିକ ହେଉଛ-ଶାନ୍ତି, ସୁଖ, ଆନନ୍ଦ, ପ୍ରେମ, ଜ୍ଞାନ, ଶକ୍ତି ଏବଂ ପବିତ୍ରତା । ଏଗୁଡିକ ଆତ୍ମାର ମୌଳିକ ଗୁଣ ।
ଶାନ୍ତି: ପ୍ରତ୍ୟେକ ମଣିଷ ଶାନ୍ତି ·ହେଁ । କୌଣସି ବ୍ୟକ୍ତି ୩୬ ପ୍ରକାର ବ୍ୟଞ୍ଜନ ଯୁକ୍ତ ଭୋଜନ ଖାଉଥିଲା ବେଳେ ଯଦି କେହି ଅଶାନ୍ତି ପରିସ୍ଥିତି ସୃଷ୍ଟି କରେ ତେବେ ତା’ର ଖାଇବାରେ ଆଉ ମନ ବଳେ ନାହିଁ । ଅର୍ଥାତ ଶରୀର ପୋଷଣ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଠାରୁ ମଧ୍ୟ ମଣିଷ ଶାନ୍ତିକୁ ଅଧିକ ଗୁରୁତ୍ୱ ଦେଇଥାଏ । କେହି ମଧ୍ୟ ଅହୋରାତ୍ର କ୍ରୋଧ କରି ରହିପାରେ ନାହିଁ, କିଛି ସମୟ ପରେ କ୍ରୋଧ ଶାନ୍ତ ହୋଇଯାଏ । କାରଣ ଶାନ୍ତି ହେଉଛି ମାନବାତ୍ମାର ମୌଳିକ ସ୍ବଭାବ ବା ସ୍ବଧର୍ମ ।
ସୁଖ: ପ୍ରତ୍ୟେକେ ସୁଖ ·ହାନ୍ତି । କେହିବି ଦୁଃଖ କାମନା କରନ୍ତି ନାହିଁ ।
ଆନନ୍ଦ: ଆନନ୍ଦ ପାଇବାକୁ ବ୍ୟକ୍ତି ବିଭିନ୍ନ ଉପାୟ କରେ । କାରଣ କେହି ମଧ୍ୟ ନିରାନନ୍ଦ ପସନ୍ଦ କରନ୍ତି ନାହିଁ ।
ପ୍ରେମ: କେହି ଘୃଣା ·ହାନ୍ତି ନାହିଁ, ପ୍ରତ୍ୟେକ ପ୍ରେମ ·ହାନ୍ତି । ତେଣୁ ପ୍ରେମପୂର୍ଣ୍ଣ ବ୍ୟବହାର ସମସ୍ତଙ୍କୁ ଭଲ ଲାଗେ । କୌଣସିି କାଳରେ ମଧ୍ୟ କେହି ପ୍ରେମ ବିନା ରହିବା ପସନ୍ଦ କରନ୍ତି ନାହିଁ । ସେଥିପାଇଁ କୁହାଯାଏ, “ପ୍ରିୟ ବାକ୍ୟ ପ୍ରଦାନେନ ତୁଷ୍ୟନ୍ତି ସର୍ବ ଜନ୍ତବଃ ।”
ଜ୍ଞାନ: ଜ୍ଞାନ ମଧ୍ୟ ସମସ୍ତେ ·ହାନ୍ତି, ତେଣୁ ମଣିଷ ପ୍ରାର୍ଥନା କରେ, “ତମଽସୋମାଂ ଜ୍ୟୋର୍ତିଗମୟ” -ଅର୍ଥାତ ହେ ଭଗବାନ ଅଜ୍ଞାନତାରୁ ମୋତେ ଜ୍ଞାନ ଆଡକୁ ନେଇ ·ଲ । “ଗୀତା କହେ, “ଜ୍ଞାନେନ ହୀନା ପଶୁଭି ସମାନା” । ଅର୍ଥାତ ଜ୍ଞାନ ହୀନ ବ୍ୟକ୍ତି ପଶୁ ତୁଲ୍ୟ । ଏଠାରେ ଏକ ଧ୍ୟାନ ଦେବା ଯୋଗ୍ୟ ବିଷୟ ଏହି ଯେ ଆଜି ସଂସାରରେ ଅସଂଖ୍ୟ ପୁସ୍ତକ ପ୍ରକାଶିତ ହୋଇଛି । ଭାରତରେ ଶାସ୍ତ୍ର ପୁରାଣର ଅଭାବ ନାହିଁ । ଏଠାରେ ଅନେକ ସନ୍ଥ ଓ ମହାତ୍ମାମାନେ ମଧ୍ୟ ନିଜ ନିଜ ଅନୁଭବରୁ ଜ୍ଞାନ ବିିତରଣ କରୁଛନ୍ତି । ତଥାପି ମଧ୍ୟ ମନୁଷ୍ୟ ଭଗବାନଙ୍କୁ ଅଜ୍ଞାନତାରୁ ଜ୍ଞାନ ଆଡକୁ ନେଇ ଯିବା ପାଇଁ ପ୍ରାର୍ଥନା କରେ । କାରଣ ସେ ଯେଉଁ ଜ୍ଞାନ ·ହୁଁଛି ତାହା ଶାସ୍ତ୍ର ପୁରାଣ ବା ମଣିଷ ମଧ୍ୟରେ ଖୋଜି ପାଉ ନାହିଁ । ଯଦି ପୃଥିବୀର ସମସ୍ତ ଜ୍ଞାନଯୁକ୍ତ ପୁସ୍ତକ ଏକତ୍ର କରି ସେଥିରେ ଅଗ୍ନି ସଂଯୋଗ କରି ଦିଆଯାଏ ତେବେ ଆମେ ଦେଖିବା ଗ୍ଧଷର ଷରବଗ୍ଧ ସଗ୍ଦ ଜ୍ଞକ୍ଟକ୍ସର ଗ୍ଧଷବଦ୍ଭ କ୍ଷସଶଷଗ୍ଧ ଅର୍ଥାତ ପ୍ରକାଶ ତୁଳନାରେ ଅଧିକ ଉାପ ସୃଷ୍ଟି ହେବ । ଆଜି ମନୁଷ୍ୟର ଅବସ୍ଥା ମଧ୍ୟ ସେହିପରି । ସେ ଯେତିକି ଯେତିକି ଜ୍ଞାନ ଅର୍ଜନ କରି ·ଲିଛି ତା’ ମଧ୍ୟରେ ସେତିକି ଅଭିମାନର ଉାପ ବୃଦ୍ଧି ପାଉଛି ସିନା ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରକାଶ ଅନୁଭୁତ ହେଉ ନାହିଁ ।
ଶକ୍ତି:- ଏହା ହେଉଛି ଆତ୍ମିକ ଶକ୍ତି ଯାହା ମନୁଷ୍ୟର ଇଚ୍ଛାଶକ୍ତିର ବୃଦ୍ଧି କରେ । ସଂପ୍ରତି ଆତ୍ମା ଶକ୍ତିହୀନ ହେବାରୁ ବ୍ୟକ୍ତି ମନୋବିକାର ଉପରେ ବିଜୟ ପ୍ରାପ୍ତ କରିବାରେ ଅସମର୍ଥ ହେଉଛି ।
ପବିତ୍ରତା:- ପ୍ରତ୍ୟେକ ବ୍ୟକ୍ତି ପବିତ୍ରତା ·ହାନ୍ତି । ତେଣୁ ମନୋବିକାର ବଶତଃ କୌଣସି ଭୁଲ କର୍ମ କଲେ ମନରେ ଗ୍ଲାନି ଆସେ । ଦୁଇଜଣ ସାଙ୍ଗ ମଧ୍ୟରେ ଜଣେ ଯଦି ଅନ୍ୟକୁ ପ୍ରତାରଣା କରେ ତେବେ ସେ ଦୁହିଁଙ୍କ ବନ୍ଧୁତା ତୁଟିଯାଏ । କାରଣ କୌଣସି ପ୍ରତାରକ ବା ଦୁଷ୍ଟ ବୁଦ୍ଧି ବ୍ୟକ୍ତି ସହିତ ସମ୍ବନ୍ଧ ରଖିବା ସହଜ ବୋଧ ହୁଏ ନାହିଁ । କାରଣ ପବିତ୍ରତା ବା ଶୁଦ୍ଧତା ଆତ୍ମାର ମୌଳିକ ଗୁଣ ।
ଉପର୍ଯୁ୍ୟକ୍ତ ସାତଗୁଣରୁ କୌଣସି ଗୋଟିଏ ଗୁଣ ମଧ୍ୟ ଯଦି ଊଣା ହୋଇଯାଏ ବ୍ୟକ୍ତି ମଧ୍ୟରେ ହତାଶା ଓ ନିରାଶା ଭାବ ଉପôନ୍ନ ହୁଏ । ସବୁକିଛି ଥାଇ ମଧ୍ୟ ଯଦି ପ୍ରେମ ନାହିଁ ତେବେ ଜୀବନ ନୀରସ ବୋଧ ହୁଏ । ବିବାର ସ୍ପୃହା ରହେ ନାହିଁ । ପ୍ରେମପୂର୍ଣ୍ଣ ବାର୍ା ଦ୍ୱାରା ସହଜରେ ସମ୍ବନ୍ଧ ସମ୍ପର୍କରେ ଆସୁଥିବା ଲୋକମାନଙ୍କୁ ବଶ କରାଯାଇ ପାରେ । ସମସ୍ତେ ·ହାନ୍ତି ସୁଖ ଓ ଶାନ୍ତିରେ ରହିବାକୁ । କିନ୍ତୁ ଜଣେ ଅନ୍ୟ ଜଣକୁ ସୁଖ ଓ ଶାନ୍ତି ଦେବାକୁ ଅସମର୍ଥ । କାରଣ କାହାରି ପାଖରେ ଏହା ନାହିଁ । କିନ୍ତୁ ସଂସାରର ଚିରନ୍ତନ ନିୟମ ହେଲା ଆମେ ଯାହା ଅନ୍ୟକୁ ଦେବା ତାହାହିଁ ପାଇବା । ଆମେ ଖୁସି ·ହୁଁଥିଲେ ପ୍ରଥମେ ଆମକୁ ଏହା ଅନ୍ୟମାନଙ୍କୁ ଦେବାକୁ ପଡିବ । ସମ୍ମାନ ପାଇବାକୁ ·ହୁଁଥିଲେ ସମ୍ମାନ ଦେବାକୁ ପଡିବ । ସେହି ପରି ଯଦି ଆମେ କାହାକୁ ଗାଳି ଦେବା ଆମକୁ ପ୍ରତିବଦଳରେ ତାହା ମିଳିବ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହା ଯେ ସାତଗୁଣର ପ୍ରାପ୍ତି ପାଇଁ ହିଁ ମନୁଷ୍ୟ ସଂସାରରେ ବିଭିନ୍ନ କର୍ମରେ ଲିପ୍ତ ହୁଏ । ମଣିଷ କାହିଁକି ଧନ ଅର୍ଜନ କରେ? ସୁଖ-ଶାନ୍ତିରେ ଜୀବନ ଯାପନ କରିବା ପାଇଁ । କେହି କେହି ଆନନ୍ଦ ପାଇବା ପାଇଁ ସମାଜ ସେବା କରନ୍ତି । ସେହିପରି ବ୍ୟକ୍ତିି ମାନସିକ ଶୁଦ୍ଧିକରଣ ପାଇଁ ଭକ୍ତି ଓ ଜ୍ଞାନ ପ୍ରାପ୍ତି ପାଇଁ ଅଧ୍ୟୟନ କରେ । କିନ୍ତୁ ବିଡମ୍ବନା ଏହି ଯେ ସବୁ ପ୍ରୟାସ ସେ୍ୱ ମନୁଷ୍ୟ ଈପ୍ସିତ ସୁଖ-ଶାନ୍ତି-ଆନନ୍ଦ, ଜ୍ଞାନ ଆଦି ପାଉ ନାହିଁ । ଏଥିପାଇଁ ତ ସେ ଭଗବାନଙ୍କୁ ପ୍ରାର୍ଥନା କରେ । ଯେତେବେଳେ ମନୁଷ୍ୟ ନିଜ ପ୍ରୟାସରେ ବିଫଳ ହୁଏ ସେତେବେଳେ ଭଗବାନଙ୍କ କଥା ମନେ କରେ । ବିଧିର ବିଧାନ ବଡ ବିଚିତ୍ର । ପାତ୍ରତା ଓ ଯୋଗ୍ୟତା ଅନୁସାରେ ହିଁ ଭଗବାନ ମନୁଷ୍ୟର ଇଛା ପୂରଣ କରନ୍ତି । ସେଥିପାଇଁ ବିଧିର ଅନୁସରଣ କରିବାକୁ ହୁଏ । ଭଗବାନ (ପରମାତ୍ମା) ସମସ୍ତ ଗୁଣର ମହା ସମୁଦ୍ର ହେଲେ ମଧ୍ୟ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ ନ କରିବା ପର୍ଯ୍ୟନ୍ତ କେବଳ ମାଗିଲେ କିଛିି ପ୍ରାପ୍ତି ହୁଏ ନାହିଁ । ତେଣୁ ସୁଖ-ଶାନ୍ତି ଆଦି ·ହୁଁଥିବା ବ୍ୟକ୍ତିଙ୍କୁ ପରମାତ୍ମାଙ୍କ ସହିତ ସମ୍ପର୍କ ଯୋଡିବାକୁ ହେବ । ରାଜଯୋଗ ହିଁ ଏହି ବିଧି ଶିଖାଏ । ରାଜଯୋଗର ପ୍ରଥମ ସୋପାନ ହେଉଛି ଆତ୍ମାନୁଭୂତି । କାରଣ ଆତ୍ମାନୁଭୂତି ବିନା ପରମାତ୍ମାନୁଭୂତି ହୁଏ ନାହିଁ ।
ଆତ୍ମାର କର୍ବ୍ୟ
ଏ ସୃଷ୍ଟି ହେଉଛି ଏକ ରଙ୍ଗ ମ । ଏଠାରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ବସ୍ତ୍ର ଧାରଣ କରି ନିଜ ନିଜ ଭୂମିକା ଅନୁରୂପ ଅଭିନୟ କରନ୍ତି ।
ଆତ୍ମା ଆସିଛି କେଉଁଠୁ
ବର୍ମାନ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ଆତ୍ମା ଯଦି ଏ ସୃଷ୍ଟି ରଙ୍ଗ ମରେ ଅଭିନୟ କରିବାକୁ ଆସିଛି, ତେବେ ଆସିଛି କେଉଁଠୁ? ତା’ର ମୂଳ ଓ ସ୍ଥାୟୀ ବାସସ୍ଥାନ କେଉଁଠି ? ଅଭିନୟ ସମାପ୍ତ ପରେ ସେ ଫେରିଯିବ କେଉଁଠିକି? ଏ ପ୍ରଶ୍ନର ସଠିକ ଉର ପାଇଁ ତିନି ଲୋକ ବିଷୟରେ ଜାଣିବା ଆବଶ୍ୟକ । ଏ ତିନିଲୋକ ହେଉଛି ସାକାରୀ ମନୁଷ୍ୟ ଲୋକ, ସୂକ୍ଷ୍ମ ଲୋକ ଓ ନିରାକାରୀ ଲୋକ ବା ପରମଧାମ ।
ସାକାରୀ ମନୁଷ୍ୟ ଲୋକ
ଆମେ ବସବାସ କରୁଥିବା ଏହି ପୃଥିବୀ ହେଉଛି ସାକାରୀ ମନୁଷ୍ୟ ଲୋକ । ଏହା ପ ତ୍ୱରେ ନିର୍ମିତ । ଉଦ୍ଧ୍ୱର୍ରେ ଏହାର ସୀମା ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣ ପର୍ଯ୍ୟନ୍ତ ସୀମିତ । ଏହାକୁ ହିଁ ବିଶ୍ୱ ରଙ୍ଗ ମ କୁହାଯାଏ । କାରଣ ଏଠାରେ ମନୁଷ୍ୟାତ୍ମା ପ ଭୂତରେ ନିର୍ମିତ ଶରୀର ରୂପୀ ବସ୍ତ୍ର ଧାରଣ କରି ନିଜ ନିଜ ପାଇଁ ଉଦ୍ଧିଷ୍ଟ ଭୂମିକାରେ ଅଭିନୟ କରେ । ଏଠାରେ ମନୁଷ୍ୟାତ୍ମାର କର୍ମାନୁସାରେ ଫଳ ମିଳେ ଓ ତଦନୁସାରେ ତା ଅଭିନୟ ସ୍ଥିରୀକୃତ ହୁଏ । ଏହା ଏକ ଶାଶ୍ୱତ ନିୟମ ଅନୁସାରେ ପରି·ଳିତ ହେଉଥିବାରୁ ସ୍ବୟଂକ୍ରିୟ ପ୍ରକି୍ରୟା ଅଟେ । ତେଣୁ ଲୋକେ କହନ୍ତି, “ ଯେମିତି କର୍ମକୁ ସେମିତି ଫଳ, ଦେଖି ଶୁଣି ଭାଇ ସଂସାରେ ଚଳ ।” ଏହି କର୍ମଫଳ ଅନୁସାରେ ମନୁଷ୍ୟ ସୁଖ ବା ଦୁଃଖ ଭୋଗ କରେ । ଏ ସୃଷ୍ଟି ନାଟକ ଅବିନାଶୀ ଅଟେ । କେଉଁ ଆବହମାନ କାଳରୁ ଏହା ନିରନ୍ତର ·ଲି ଆସୁଛି । ଶେକ୍ସପିଅର ଏହି ସୃଷ୍ଟି ନାଟକ ବିଷୟରେ କହନ୍ତି;
ଖସଲର ସଗ୍ଦ ୟକ୍ସବଜ୍ଞବ,ଙ୍ଗକ୍ଟକ୍ସକ୍ଷୟ ସଗ୍ଦ ଗ୍ଦଗ୍ଧବଶର,
ଜ୍ଞବଦ୍ଭ ସଗ୍ଦ ବମଗ୍ଧକ୍ଟକ୍ସ ବଦ୍ଭୟ ଏକ୍ଟୟ ସଗ୍ଦ ୟସକ୍ସରମଗ୍ଧକ୍ଟକ୍ସ.
ସୂକ୍ଷ୍ମଲୋକ
ସ୍ଥୂଳ ଲୋକ ଉପରେ ସୂକ୍ଷ୍ମଲୋକ ଅବସ୍ଥିତ । ଭକ୍ତି ଗ୍ରନ୍ଥମାନଙ୍କରେ ଏହାକୁ “ସୂକ୍ଷ୍ମ ଦେବ ଲୋକ” ବୋଲି ବର୍ଣ୍ଣନା କରାଯାଇଛି । ଏଠାରେ ଦେବତା ବା ସୂକ୍ଷ୍ମ ଶରୀରଧାରୀ ଆତ୍ମାଗଣ ବାସ କରନ୍ତି । ଏଠାରେ ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ନିବାସ କରନ୍ତି । ଏମାନଙ୍କର ମନୁଷ୍ୟ ପରି ହାଡ-ମାଂସର ଶରୀର ନ ଥାଏ । ସୂକ୍ଷ୍ମଲୋକ ନିବାସୀ ଆତ୍ମାଗଣଙ୍କ ଶରୀର ସୂକ୍ଷ୍ମ ପ୍ରକାଶ ତ୍ୱରେ ନିର୍ମିତ । ତେଣୁ ସେମାନେ ସ୍ଥୂଳ ଚକ୍ଷୁ ଦ୍ୱାରା ଦେଖାଯାଆନ୍ତି ନାହିଁ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ଲୋକରେ କୌଣସି ଶବ୍ଦ ନ ଥାଏ ।, ପ୍ରତ୍ୟେକ କାର୍ଯ୍ୟ ଇଙ୍ଗିତ ଦ୍ୱାରା ହୋଇଥାଏ । ତେଣୁ ଏହାକୁ ଗକ୍ଟଙ୍ଖସ ଙ୍ଗକ୍ଟକ୍ସକ୍ଷୟ ମଧ୍ୟ କୁହାଯାଏ ।
ନିରାକାରୀ ଲୋକ/ ପରମଧାମ
ସୂକ୍ଷ୍ମଲୋକଠାରୁ ବହୁ ଉଦ୍ଧ୍ୱର୍ରେ ଲାଲ ପ୍ରକାଶ ଦ୍ୱାରା ପରିବ୍ୟାପ୍ତ ଏକ ଲୋକ ଅଛି । ଶାସ୍ତ୍ରମାନଙ୍କରେ ଏହି ଲୋକକୁ ବ୍ରହ୍ମମହତ୍ୱ, ପରଲୋକ ଅଥବା ବ୍ରହ୍ମଲୋକ କୁହାଯାଏ । ଗୀତାରେ ଏହାକୁ ପରମଧାମ, ଶାନ୍ତିଧାମ ଓ ମୋକ୍ଷଧାମ କୁହାଯାଇଛି । କେହି କେହି ଏହାକୁ ଶାନ୍ତିଧାମ, ନିର୍ବାଣ ଧାମ, ସଚ୍ ଖଣ୍ଡ, ରୁହାନି ଦୁନିଆ (ଆତ୍ମାମାନଙ୍କ ଦୁନିଆ) ମଧ୍ୟ କହନ୍ତି । ମୁସଲିମ୍ମାନେ ଏହାକୁ ସପ୍ତମ ଆକାଶ (ସାତବାଁ ଆସମାନ) କହୁଥିବା ବେଳେ ଖ୍ରୀଷ୍ଟିୟାନମାନେ କହନ୍ତି ଐସଶଷରଗ୍ଦଗ୍ଧ ଷରବଙ୍ଖରଦ୍ଭକ୍ଷଚ୍ଚ ଇଭକ୍ଟୟର । ଆମ ବ୍ରହ୍ମା କୁମାର/ କୁମାରୀମାନଙ୍କ ଭାଷାରେ ଏହା ହେଉଛି ଆମର ସ୍ବଧାମ ବା ନିଜ ଘର । ଜଣେ ସମଗ୍ର ବିଶ୍ୱ ଭ୍ରମଣ କରି ଓ ଭଲ ଭଲ ହୋଟେଲରେ ରହି ଘରକୁ ଫେରି ଯେଉଁ ଶାନ୍ତି, ଆରାମ ଓ ସୁଖ ପାଏ ତଥା ନିଶ୍ଚିନ୍ତରେ ନିଦ୍ରା ଯାଏ ତାହା ଆଉ କେଉଁଠି ମିଳେ ନାହିଁ । ଏହି ବ୍ରହ୍ମାଣ୍ଡ ହେଉଛି ଆତ୍ମାମାନଙ୍କର ନିଜ ଘର । କାରଣ ଏଠାରେ ଆତ୍ମାମାନଙ୍କର ପରମ ପିତା ପରମାତ୍ମା ବାସ କରନ୍ତି । ଏଠାରେ ସ୍ଥୂଳ କିମ୍ବା ସୂକ୍ଷ୍ମ ଶରୀର ନ ଥାଏ । ଆଉ ମଧ୍ୟ ଏଠାରେ ସଂକଳ୍ପ, ବଚନ ଓ କର୍ମ ମଧ୍ୟ ନ ଥାଏ । ଏହିଠାରୁ ହିଁ ଆମେ ଆତ୍ମାଗଣ ଏହି ସୃଷ୍ଟିକୁ ନିଜ ନିଜ ଭୂମିକା ପ୍ରଦର୍ଶନ କରିବାକୁ ଆସିଛୁ ଏବଂ ନାଟକ ପୁରା ହେଲେ ସେଠାକୁ ହିଁ ଫେରିଯିବା ।
ଆତ୍ମା ସହିତ ସମ୍ବନ୍ଧିତ ପ୍ରଚଳିତ ମାନ୍ୟତା ବିଷୟରେ ସ୍ପଷ୍ଟୀକରଣ:
କ) ଆତ୍ମା ପରମାତ୍ମାଙ୍କ ଅଂଶ ବିଶେଷ, ଆତ୍ମା ପରମାତ୍ମା ସହିତ ଲୀନ ହୋଇଯାଏ ।
ଯେପରି ସମୁଦ୍ରରୁ ବୁଦ୍ବୁଦ୍ (ଜଳସ୍ଫୋଟକ) ସୃଷ୍ଟି ହୁଏ ଓ ପୁଣି ତାହା ସେହି ସମୁଦ୍ର ଜଳରେ ଲୀନ ହୋଇଯାଏ, ସେହିପରି ଆତ୍ମା ପରମାତ୍ମାଙ୍କଠାରୁ ଉପôନ୍ନ ହୋଇ ତାଙ୍କଠାରେ ହିଁ ସମାପ୍ତ ହୋଇଯାଏ । ଏହା ଏକ ଅବୈଜ୍ଞାନିକ ଯୁକ୍ତି । ପ୍ରକୃତରେ ଆତ୍ମା ପରମାତ୍ମାଙ୍କ ବଂଶ, ଅଂଶ ନୁହେଁ । ଆତ୍ମା ଅବିନାଶୀ ହୋଇଥିବାରୁ ଏହା ପରତ୍ମାଙ୍କଠାରୁ ଉପôନ୍ନ ହୋଇଛି ବା ଏହା ପରମାତ୍ମାଙ୍କ ଏକ ବିଚ୍ଛିନ୍ନ ଅଂଶ କହିବା ଯଥାର୍ଥ ମନେ ହୁଏ ନାହିଁ । କାରଣ ଯାହା ଅବିନାଶୀ ତାର ଉପôି ବା ବିନାଶ ନାହିଁ । ପୁନଶ୍ଚ ପରମାତ୍ମା ମଧ୍ୟ ଅବିନାଶୀ ଓ ଅଚ୍ଛେଦ୍ୟ । ତେଣୁ ଆତ୍ମାକୁ ତାଙ୍କଠାରୁ ଛେଦିତ ହୋଇ ଉପôନ୍ନ ହୋଇଥିବା ଅଂଶ ବିଶେଷ ବୋଲି କିପରି କହିବା? ଯଦି ମାନି ନିଆ ଯାଏ ଯେ ପରମାତ୍ମା ନିଜ ଇଛାରେ ନିଜକୁ ବହୁଧା ବିଭକ୍ତ କରି ଆତ୍ମାମାନଙ୍କୁ ସୃଷ୍ଟି କଲେ ତେବେ ପ୍ରତ୍ୟେକ ଆତ୍ମାଠାରେ ପରମାତ୍ମାଙ୍କ ଗୁଣ ରହିବା କଥା । ପରମାତ୍ମାଙ୍କୁ କୃପାନିଧାନ, ସର୍ବ ଗୁଣର ସାଗର, ଦୟା ସାଗର ଆଦି ବିଶେଷଣରେ ବିଭୂଷିତ କରାଯାଏ । ଅନ୍ୟପକ୍ଷରେ ଆତ୍ମାକୁ ପାପାତ୍ମା, ଦୁଷ୍ଟାତ୍ମା, ପୁଣ୍ୟାତ୍ମା ଆଦି ବିଶେଷଣ ପ୍ରଦାନ କରାଯାଏ । ବିଜ୍ଞାନ ଅନୁସାରେ କୌଣସି ପଦାର୍ଥର ଖଣ୍ଡିତାଂଶରେ ତାହା ଯେତେ ସୂକ୍ଷ୍ମ ହେଉ ନା କାହିଁକି ଉକ୍ତ ପଦାର୍ଥର ଗୁଣ ଧର୍ମ ଦେଖିବାକୁ ମିଳେ । ସେହି ଦୃଷ୍ଟିରୁ ଆତ୍ମା ପରମାତ୍ମାଙ୍କ ଖଣ୍ଡିତାଂଶ ହୋଇଥିଲେ ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଭଳି ଗୁଣଧର୍ମ ପ୍ରକାଶ କରନ୍ତେ । ଏହା ହେଲେ ପରମାତ୍ମା ଏକ ନ ହୋଇ ଅନେକ ହୋଇଯିବେ । ବାସ୍ତବରେ ଆତ୍ମା ହେଉଛି ପରମାତ୍ମାଙ୍କ ସନ୍ତାନ । ତେଣୁ ତାଙ୍କର କିଛି ଗୁଣ ପ୍ରତ୍ୟେକ ଆତ୍ମାଠାରେ ବିଭିନ୍ନ ହାରରେ ଥାଏ । ପରମାତ୍ମା ଜ୍ଞାନ ଓ ଗୁଣର ସାଗର ହେଲେ ଆତ୍ମା ସ୍ବରୂପ ମାତ୍ର । ପରମାତ୍ମା ଏକ, ଆତ୍ମା ଅନେକ । ଆତ୍ମା ଓ ପରମାତ୍ମା ଏକତ୍ର ବ୍ରହ୍ମଲୋକରେ ନିବାସ କରନ୍ତି । ଆତ୍ମା କର୍ମଫଳ ଭୋଗ କରିବାକୁ ଜନ୍ମ ନିଏ, କିନ୍ତୁ, ପରମାତ୍ମା ଅଜନ୍ମା । ମହାବିନାଶ ପରେ ସମସ୍ତ ଆତ୍ମା ପୁନଃ ବ୍ରହ୍ମଲୋକକୁ ପ୍ରତ୍ୟାବର୍ନ କରନ୍ତି । ଏଥିପାଇଁ ଆତ୍ମାକୁ ବ୍ରହ୍ମରେ ଲୀନ ହୋଇଯାଏ ବୋଲି କରିବା ମଧ୍ୟ ଯଥାର୍ଥ ନୁହେଁ । କୌଣସି ବସ୍ତୁ ଅନ୍ୟ କୌଣସି ବସ୍ତୁରେ ଲୀନ ହୋଇଗଲେ ଉଭୟ ମଧ୍ୟରୁ କୌଣସି ଗୋଟିକର ଅସ୍ତିତ୍ୱ ଲୋପ ପାଇ ଯାଏ । ବ୍ରହ୍ମ ଏକ ଜଡ ତ୍ୱ । ଆତ୍ମା ଚୈତନ୍ୟ ହୋଇଥିବାରୁ ଏହା ଏକ ଜଡ ତ୍ୱରେ ଲୀନ ହେବା ସମ୍ଭବ ନୁହେଁ । ଏହି ଦୃଷ୍ଟିରୁ ଆତ୍ମା ଯଦି ପରମାତ୍ମା ଓ ବ୍ରହ୍ମ ସହିତ ଲୀନ ହେଉଥାନ୍ତା ତେବେ ତା’ର ଅସ୍ତିତ୍ୱ ସମାପ୍ତ ହୋଇଯାଆନ୍ତା । କିନ୍ତୁ ଏହା ହୁଏ ନାହିଁ, ଆତ୍ମା ସୃଷ୍ଟି ପ୍ରାରମ୍ଭରେ ପୁଣି ତା’ର ପ୍ରାରବ୍ଧ କର୍ମଫଳ ସହିତ ଜନ୍ମ ନିଏ । ସୃଷ୍ଟିକୁ ଆସିବା ପୂର୍ବରୁ ଏହା ବ୍ରହ୍ମଲୋକରେ ବୀଜ ରୂପ ଅବସ୍ଥାରେ ଥାଏ । ଥରେ ସୃଷ୍ଟିରେ ଜନ୍ମ ନେଲେ ମହାବିନାଶ ପର୍ଯ୍ୟନ୍ତ ଆବାଗମନ ଚକ୍ରରେ ଘୁରୁଥାଏ । ଏ ସୃଷ୍ଟି ଏକ ରଙ୍ଗ ମ ହେଲେ ଆତ୍ମାଗଣ ହେଉଛନ୍ତି ଅଂଶ ଗ୍ରହଣ କାରୀ ।
ଖ) ଆତ୍ମା ନିର୍ଲେପ ଅଟେ
ଗୋଟିଏ ପକ୍ଷରେ କୁହାଯାଏ ଯେ ଆତ୍ମା ୮୪ ଲକ୍ଷ ଯୋନିରେ ଜନ୍ମ ଗ୍ରହଣ କରେ । ଯଦି କୌଣସି ଆତ୍ମା ପାପ କର୍ମ କରେ ତେବେ ତା’ର ଫଳ ସ୍ବରୂପ ତାକୁ ପଶୁ ଯୋନିରେ ଜନ୍ମ ନେବାକୁ ପଡେ । ଏପରି ଶାସ୍ତ୍ରରେ ବର୍ଣ୍ଣନା ଅଛି । କେତେକ କହନ୍ତି ଯଦି କାହାରି େ·ରୀ କରିବା ସଂସ୍କାର ଥାଏ ତେବେ ତାଙ୍କୁ ବିରାଡି ଜନ୍ମ ମିଳେ । ତାକୁ ଏପରି ତା’ର ପୂର୍ବଜନ୍ମର ପାପ କର୍ମର ଫଳ ମିଳିଥାଏ । ଯଦି କୌଣସି ବ୍ୟକ୍ତି ଭୁଲ କରେ ତେବେ ତାକୁ ଦଣ୍ଡ ଦିଆଯାଏ । କାହିଁକି? ତାକୁ ସଂଶୋଧନ କରିବା ପାଇଁ ନା ତାକୁ ଆହୁରି ଖରାପ କରିବା ପାଇଁ ? ଯଦି ତେବେ ସେହି ଆତ୍ମା ସୁଧୁରିବ ନା ଆହୁରି ବିଗିଡିବ? ବାସ୍ତବରେ ପରି ହୁଏ ନାହିଁ । କୁହାଯାଏ ମାନବ ଜନ୍ମ ହୀରା ତୁଲ୍ୟ । ଏହି ପ୍ରସଙ୍ଗରେ ହିନ୍ଦିରେ ନିମ୍ନ ଉକ୍ତି ପ୍ରଣିଧାନଯୋଗ୍ୟ ।
ପାପ କି ଗଠରୀ ଶିଶ ପର, ଅନ୍ତ ସମୟ ପଛତାୟେଁ,
ହୀରା ଜନ୍ମ ମନୁଷ୍ୟ କା’ କୌଡି ତୁଲ୍ୟ ଗବାୟେଁ ।
ଏଠାରେ ଆଉ ଏକ କଥା ବି·ରଣୀୟ ଯେ ସମଗ୍ର ପୃଥିବୀରେ ୮୪ ଲକ୍ଷ ଯୋନିର ଅସ୍ତିତ୍ୱ ହିଁ ନାହିଁ । ଏତେ ସଂଖ୍ୟକ ଯୋନି ମନୁଷ୍ୟର କଳ୍ପନାରେ ସମ୍ଭବ ହୋଇ ପାରେ, କିନ୍ତୁ ଏହା ବାସ୍ତବ ନୁହେଁ । ଭାରତ ହେଉଛି ଦେବତାମାନଙ୍କ ବା ପୁଣ୍ୟ ଆତ୍ମାମାନଙ୍କ ଭୂମି । ଏ ଦେଶ ପ୍ରଥମେ ସ୍ବର୍ଗ ଥିଲା । ଯେତେବେଳେ ମନୁଷ୍ୟ ସମାଜରେ ପାପ ପ୍ରବୃିର ଉଦୟ ହେବାକୁ ଲାଗିଲା ସେତେବେଳେ ମନୁଷ୍ୟକୁ ପାପ କର୍ମରୁ ନିବୃ କରିବା ପାଇଁ ମୁନି ଋଷିମାନେ କହିଲେ, “ଯଦି ପାପ କର୍ମ କରିବୁ ତେବେ ପଶୁଯୋନି ପାଇବୁ” । ଏହା ସମୟ କ୍ରମେ ଏକ ଲୋକ ବିଶ୍ୱାସରେ ପରିଣତ ହୋଇଗଲା । ଏହାକୁ ଶାସ୍ତ୍ରୀୟ ସିଦ୍ଧାନ୍ତ ରୂପେ ଲୋକେ ଗ୍ରହଣ କଲେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ସିଦ୍ଧାନ୍ତ । ମନୁଷ୍ୟ ଯାହାବି ପାପ କର୍ମ କରିଥାଉ ନା କାହିଁକି ତାକୁ ପରବର୍ୀ ଜନ୍ମରେ ମନୁଷ୍ୟ ଯୋନି ହିଁ ପ୍ରାପ୍ତ ହୁଏ । ତାକୁ ତାର କର୍ମ ଅନୁସାରେ ଧନୀ ବା ଦରିଦ୍ର, ପୁଣ୍ୟାତ୍ମା ପାପାତ୍ମା, ଶିକ୍ଷିତ ବା ଅଶିକ୍ଷିତ, ଉଚ୍ଚ ବର୍ଣ୍ଣ- ନୀଚ ବର୍ଣ୍ଣ ଆଦି ପରିବାରରେ ଜନ୍ମ ମିଳେ । ସେ ପ୍ରାରବ୍ଧ ଭୋଗ କରିବାକୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ମଧ୍ୟ ପଶୁ ତୁଲ୍ୟ କର୍ମ କରେ । କେତେକ ଆତ୍ମା ବିକଳାଙ୍ଗ ହୋଇ ଜନ୍ମ ହୁଅନ୍ତି । କେହି କେହି ଗୋଟିଏ ଓଳି ମୁଠାଏ ଖାଇବାକୁ ମଧ୍ୟ ପାଆନ୍ତି ନାହିଁ । କେହି ବୁଦ୍ଧିମାନ ହୁଏ ତ ଅନ୍ୟ କେହି ମାନସିକ ବିକଳାଙ୍ଗ ହୁଏ । ଏହି ସବୁ କର୍ମର ହିଁ ତ ପରିଣାମ ।
ଉପର୍ଯୁ୍ୟକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଆତ୍ମା ନିର୍ଲେପ ନୁହେଁ, ତାକୁ କର୍ମର ପ୍ରଭାବ ପଡେ । କର୍ମ ଆଧାରରେ ହିଁ ମନୁଷ୍ୟକୁ ମହାତ୍ମା, ପୁଣ୍ୟାତ୍ମା, ପାପାତ୍ମା, ଦେବାତ୍ମା, ଧର୍ମାତ୍ମା ଆଦି କୁହାଯାଏ । ଶରୀରର କୌଣସି ଆଘାତ ଆତ୍ମାରେ ଅନୁଭବ ହୁଏ । କାରଣ ଆତ୍ମାର ଅନୁଭବ ଶକ୍ତି ଅଛି । ପ୍ରତ୍ୟେକ କର୍ମର କର୍ା ଆତ୍ମା । ତେଣୁ ତା’ର ପରିଣାମ ଆତ୍ମାକୁ ହିଁ ଭୋଗିବାକୁ ପଡେ । ଏହାହିଁ କର୍ମର ବୈଜ୍ଞାନିକ ସିଦ୍ଧାନ୍ତ । ଆତ୍ମା ପୂର୍ବଜନ୍ମର ସଂସ୍କାର ନେଇ ଆସିଥାଏ ଏବଂ ଇହ ଜନ୍ମର କର୍ମର ସଂସ୍କାର ନେଇ ପରବର୍ୀ ଜନ୍ମ ଗ୍ରହଣ କରେ । ତେଣୁ କୌଣସି ଦୁଃଖ -କଷ୍ଟ ଅସହ୍ୟ ହେଲେ ଲୋକଙ୍କ ମୁହଁରୁ ସ୍ବତଃ ବାହାରି ପଡେ, କେଜାଣି କେଉଁ ଜନ୍ମର ପାପ କର୍ମର ଫଳ ମୁଁ ଭୋଗ କରୁଛି । ମନୁଷ୍ୟର ଏହି ପଶ୍ଚାାପ ହିଁତ ତା ପାଇଁ ପ୍ରାୟଶ୍ଚିତର ମାର୍ଗ ପ୍ରଶସ୍ତ କରେ ଓ ସେ ତା’ର ପରବର୍ୀ ଜନ୍ମକୁ ଉନ୍ନତ କରିବା ପାଇଁ ପ୍ରେରଣା ପାଏ । ପଶୁର କୌଣସି ଦୁଃଖ କଷ୍ଟ ପାଇଁ କୌଣସି ମାନସିକ ପ୍ରତିକ୍ରିୟା ନ ଥାଏ । ତେଣୁ ତା’ ପାଇଁ ଦଣ୍ଡ ଅର୍ଥହୀନ ।
Comments
Post a Comment