(12) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ପରମାତ୍ମାଙ୍କ ପରିଚୟ

 ାା ପ୍ରଥମ ଅଧ୍ୟାୟ ।ା

ଗୀତା ସନ୍ଦର୍ଭରେ ପରମାତ୍ମାଙ୍କ ପରିଚୟ

ପରମାତ୍ମାଙ୍କ ଦିବ୍ୟନାମ ଓ ଦିବ୍ୟ ଜନ୍ମ

ପରମାତ୍ମା ଅଶରୀରୀ ହୋଇଥିବା ହେତୁ ତାଙ୍କର କୌଣସି ସଂଜ୍ଞାବାଚକ ନାମ ନାହିଁ । ତାଙ୍କର ଯାହା ସବୁ ନାମ ଅଛି ସବୁ ଗୁଣବାଚକ ବା କର୍ବ୍ୟବାଚକ । ଗୀତାରେ ପରମାତ୍ମାଙ୍କୁ ହୃଷୀକେଶ କୁହାଯାଇଛି । ହୃଷିକ୍ ଅର୍ଥାତ ଇନ୍ଦି୍ରୟ ଏବଂ ଈଶ ଅର୍ଥ ମାଲିକ । ଯିଏ ସମସ୍ତ ଇନ୍ଦି୍ରୟମାନଙ୍କ ସ୍ବାମୀ ଅଟନ୍ତି ସିଏ ହୃଷିକେଶ । ସେହିପରି ସେ ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବାରୁ ତାଙ୍କୁ “ଶିବ” ବୋଲି କୁହାଯାଏ । ବେଦ ଓ ଉପନିଷଦରେ ମଧ୍ୟ ପରମାତ୍ମାଙ୍କୁ ଶିବ ନାମରେ ବର୍ଣ୍ଣନା କରାଯାଇଛି । ଯଜୁର୍ବେଦରେ “ନମଃ ଶିବାୟ ଚ ଶିବ ତରାୟ ଚ (ଯଜୁ- ୧୬/୪୧) ବାକ୍ୟରେ ପରମାତ୍ମାଙ୍କୁ “ଶିବ” ବୋଲି କୁହାଯାଇଛି । ମାଣ୍ଡୁକ୍ୟ ଉପନିଷଦରେ କୁହାଯାଇଛି ଯେ ପରମାତ୍ମାଙ୍କୁ ଇନ୍ଦି୍ରୟ ସମୂହ ଦ୍ୱାରା ଦେଖାଯାଇପାରେ ନାହିଁ । ସେ ଅଚିନ୍ତ୍ୟ ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ଜାଣିବା ଯୋଗ୍ୟ ଅଟନ୍ତି, ତାଙ୍କ ନାମ ଶିବ ଅଟେ । ଯଥା:- ଅଦୃଷ୍ଟମବ୍ୟବହାର୍ଯ୍ୟମ୍ ଗ୍ରହ୍ୟମଳକ୍ଷଣମ ଚିନ୍ତ୍ୟମବ୍ୟପଦେଶ୍ୟମୈକ ତ୍ମ୍ୟପ୍ରତ୍ୟୟସାରଂ ପ୍ରପେାପଶମଂ ଶାନ୍ତଂ ଶିବମଦ୍ୱୈତଂ ଚତୁର୍ଥମନ୍ୟତେ ସ ଆତ୍ମା ବିଜେ୍ଞୟଃ (ମାଣ୍ଡୁକ୍ୟ ୭) । ଗୀତାରେ ପରମାତ୍ମାଙ୍କ ପାଇଁ ‘ଓଁକାର’ ନାମ ମଧ୍ୟ ବ୍ୟବହାର କରାଯାଇଛି । ଯଥା:- 

୧) ଓମିତ୍ୟେକାକ୍ଷର ବ୍ରହ୍ମବ୍ୟାହରନ୍ମାମନୁସ୍ମରନ୍   (ଗୀ ୮/୧୩)

ବେଦ୍ୟଂ ପବିତ୍ରମୋଂକାର ଋକ୍ସାମ ରଜୁରେବ ଚ   (ଗୀ ୯/୧୭)

ଓଁ ତସôଦିତି ନିର୍ଦେଶୋ ବ୍ରହ୍ମଣସ୍ତ୍ରିବିଧଂ ସ୍ମୃତଃ ।

ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।   (ଗୀ ୧୭/୨୩)

  ଭାରତରେ ଓଁକାରେଶ୍ୱର ନାମରେ ଅନେକ ଶିବ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । କେତେକ ବିଦ୍ୱାନ ଓମ ଶବ୍ଦକୁ ବ୍ରହ୍ମା, ବିଷ୍ଣୁ, ଏବଂ ଶଙ୍କରଙ୍କ ରଚୟିତା ପରମାତ୍ମାଙ୍କ ବାଚକ ମାନନ୍ତି । ଯଥା:- 

ଅକାରୋ ବିଷ୍ଣୁଋଦ୍ଧିଷ୍ଟ ଉକାରସ୍ତୁ ମହେଶ୍ୱରଃ ।

ମକାରସ୍ତୁ ସ୍ମୁତୋ ବ୍ରହ୍ମା ପ୍ରଣବସ୍ତୁ ତ୍ରୟାତ୍ମକଃ ।

ଗୀତାରେ ବିଭିନ୍ନ ସ୍ଥାନରେ ପରମାତ୍ମାଙ୍କ ପାଇଁ ବିଭିନ୍ନ କର୍ବ୍ୟବାଚକ ନାମର ବ୍ୟବହାର କରାଯାଇଛି । ଯଥା:- ସୁହୃତ୍ (୯/୧୮) ଏବଂ (୫/୨୯), ପୁରୁଷୋମ, ଭୁତଭାବନ, ଭୁତେଶ, ଦେବଦେଦ, ଜଗପôତେ (୧୦/୧୫) ଜନାର୍ଦ୍ଧନ (୧୦/୧୮), ଭଗବାନ୍ (୧୦/୧୭), ହୃଷୀକେଶ (୨/୯- ୧୦), ଅରିସୁଦନ (୨/୪) ଇତ୍ୟାଦି । କିନ୍ତୁ ପରମାତ୍ମାଙ୍କ ପାଇଁ ‘ଶିବ’ ନାମଟି ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏଥିପାଇଁ ଶିବ ମନ୍ଦିରର ମୁଖ୍ୟ ଦ୍ୱାରରେ ପ୍ରାୟତଃ ‘ଶିବ ପରମାତ୍ମାନେ ନମଃ’ ବାକ୍ୟ ଲେଖାଥିବା ଦେଖାଯାଏ । ‘ପରମାତ୍ମା’ ଶବ୍ଦ ଆଉ କୌଣସି ନାମ ସହିତ ଯୁକ୍ତ ହୋଇଥିବା କ୍ୱଚିତ ଦେଖାଯାଏ ।

ଗୀତା କହେ ପରମାତ୍ମାଙ୍କ କର୍ମ ଜନ୍ୟ ଶରୀର ନାହିଁ । ତେଣୁ ତାଙ୍କୁ କୌଣସି କର୍ମର ବନ୍ଧନ ନାହିଁ । ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ (ଗୀ ୯/୯) । ମାନବ ନିଜର ପାପ ବା ପୁଣ୍ୟ କର୍ମ ଫଳ ଭୋଗ କରିବା ପାଇଁ ଭଲ ବା ମନ୍ଦ ଘରେ ଜନ୍ମ ନିଏ । ଜନ୍ମ ହେଲେ ମୃତୁ୍ୟ ଅନିର୍ବାର୍ଯ୍ୟ । ଗୀତାରେ ପରମାତ୍ମାଙ୍କୁ  ଅଜନ୍ମା, ଅକର୍ା, ଅଭୋକ୍ତା । ଅଶରୀରୀ ବୋଲି କୁହାଯାଇଛି । ଏହା ବ୍ୟତୀତ ପରମାତ୍ମା ସ୍ବୟଂ କହନ୍ତି,

ପିତାହମସ୍ୟ ଜଗତୋ ମାତାଧାତା ପିତାମହଃ

ବେଦ୍ୟଂ ପବିତ୍ରମୋକାଂର ଋକ୍ ସାମ ଯଜୁରେବ ଚ

ଗତିଭର୍ା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।

ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ ।  (ଗୀ ୯/୧୭-୧୮)

ଅର୍ଥାତ୍, ମୁଁ ଏହି ସମଗ୍ର ଜଗତର ପିତା, ଧାତା, ମାତା, ପିତାମହ, ଗତି, ଭର୍ା, ପ୍ରଭୁ,  ସାକ୍ଷୀ, ନିବାସ, ଆଶ୍ରୟ, ସୁହୃତ, ଉପôି, ପ୍ରଳୟ, ସ୍ଥାନ, ନିଧାନ ଏବଂ ଅବିନାଶୀ ବୀଜ ସ୍ବରୂପ ଅଟେ ।

ଏଠାରେ ପ୍ରଶ୍ନ ଉଠେ ଯେ ଯିଏ ସମସ୍ତ ସୃଷ୍ଟିର ବୀଜ ରୂପ ଅଟନ୍ତି ତାଙ୍କର ଜନ୍ମ କିପରି ହୁଏ? ସେ କିପରି ଏ ଧରାପୃଷ୍ଠରେ ଅବଚରଣ କରି ଅଧର୍ମର ବିନାଶ ଓ ଧର୍ମର ସ୍ଥାପନ କରନ୍ତି? ସେ କୌଣସି ମଣିଷ ଔରସରୁ ମାତୃ ଗର୍ଭର ଆଶ୍ରୟ ନେଇ ଜନ୍ମ ହୁଅନ୍ତି କି? ଏହି ପ୍ରଶ୍ନର ସମାଧାନ କରିବାକୁ ଯାଇ ପରମାତ୍ମା ସ୍ବୟଂ କହିଛନ୍ତି, “ଜନ୍ମ କର୍ମ ଚ ମେ ଦିବ୍ୟ...” । ଗୀ ୪/୯ । ଅର୍ଥାତ ମୋର ଜନ୍ମ ଓ କର୍ମ ଦିବ୍ୟ ଅଟେ । ଦିବ୍ୟ ଜନ୍ମର ଅର୍ଥ ସାଧାରଣ ମାନବ ପରି ସେ ମାତୃଭର୍ଗରୁ ଜନ୍ମ ହୁଅନ୍ତି ନାହିଁ । କାରଣ ସେ ଜନ୍ମମୁତୁ୍ୟରୁ ସର୍ବଥା ଉଦ୍ଧ୍ୱର୍ରେ । ସେ ଅଜ ଓ ଅବିନାଶୀ । “ଯୋ ମାମଜମନାଦିଂ ଚ ବେି ଲୋକ ମହେଶ୍ୱରମ୍” । ଗୀ- ୧୦/୩ । କିନ୍ତୁ ସେ ଅଜ ଓ ଅନିବାଶୀ ସ୍ବରୂପ ହୋଇଥିଲେ ମଧ୍ୟ ତଥା ପ୍ରାଣୀମାନଙ୍କ ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧୀନ କରି ନିଜର ଯୋଗ ଶକ୍ତି ବା ଜ୍ଞାନ ବଳରେ ପ୍ରକଟ ହୁଅନ୍ତି । ନିମ୍ନ ଶ୍ଳୋକରୁ ଏହାର ପ୍ରମାଣ ମିଳେ ।

ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍ ।

ପ୍ରକୃତିଂ ସ୍ବାମଧିଷ୍ଠାୟ ସମ୍ଭବାତ୍ମାତ୍ମମାୟୟା ।    ।ା ଗୀ ୪/୬ ।ା

ଉପର୍ଯୁ୍ୟକ୍ତ ଆଲୋଚନାରୁ ଜଣାଯାଏ ଯେ ପରମାତ୍ମା ପ୍ରକୃତିକୁ ବଶ କରି ନିଜ ଯୋଗ ଶକ୍ତି ଦ୍ୱାରା ସୃଷ୍ଟିରେ ପ୍ରକଟ ହୁଅନ୍ତି । ଏହାହିଁ ତାଙ୍କର ଦିବ୍ୟ ଜନ୍ମ । ଏହା କୌଣସି ଅବତାରବାଦକୁ ସମର୍ଥନ କରୁ ନାହିଁ । ତାଙ୍କ ଦିବ୍ୟ ଜନ୍ମ ସହିତ ଦିବ୍ୟ କର୍ମ ଜଡିତ । ସାଧାରଣ ମାନବାତ୍ମା ପରି ସେ କର୍ମଫଳ ଭୋଗ କରିବାକୁ ଜନ୍ମ ହୁଅନ୍ତି ନାହିଁ । କିନ୍ତୁ ସେ ଏକ ମାନବ ଶରୀର ଆଧାର ନେଇ ସୃଷ୍ଟିରେ ଅବତରଣ କରନ୍ତି ଏବଂ  ଧର୍ମ ସଂସ୍ଥାପନ ପାଇଁ (ଗୀ ୪/୭-୮) ମନୁଷ୍ୟ ସମାଜକୁ ଜ୍ଞାନ ଓ ଯୋଗ  ପ୍ରଦାନ କରନ୍ତି । କିନ୍ତୁ ମନୁଷ୍ୟ ନିଜର ମୁର୍ଖତା ବଶତଃ ତାଙ୍କୁ ଚିହ୍ନ ନ ପାରି ଏକ ସାଧାରଣ ମନୁଷ୍ୟ ଭାବି ଅବଜ୍ଞା କରେ । ଗୀତାର ନିମ୍ନ ଶ୍ଳୋକ ଦ୍ୱୟକୁ ବିଶ୍ଳେଷଣ କଲେ ଏହି ତଥ୍ୟର ସଂକେତ ମିଳେ । 

ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁ ମାଶ୍ରିତମ୍ ।

ପରଂଭାବମଜାନନ୍ତୋ ମମ  ଭୂତ ମହେଶ୍ୱରମ୍ ।   ଗୀ ୯/୧୧ ।

ଅର୍ଥ: ମୂର୍ଖ ଲୋକେ ସମସ୍ତ ପ୍ରାଣୀଙ୍କର ମହାନ ଈଶ୍ୱର ରୂପକ ମୋର ପରମଭାବକୁ  ନ ଜାଣି ମୋତେ ମାନବ ଶରୀର ଧାରୀ ମନେ କରି ଅବଜ୍ଞା କରନ୍ତି ।

ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।

ପରଂ ଭାବମଜାନନ୍ତୋ ମମାବ୍ୟୟମନୁମମ୍ ।   ଗୀ ୭/୨୪ ।

ଅର୍ଥ: ଅପରିଣତ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ମୋର ନିତ୍ୟ ସର୍ବୋମ ପରମ ସ୍ବରୂପକୁ ନ ଜାଣି ଅବ୍ୟକ୍ତ ସ୍ବରୂପ ମୋତେ  ବ୍ୟକ୍ତ ଶରୀରଧାରୀ  ବୋଲି ମନେ କରନ୍ତି ।

ଉପର୍ଯୁ୍ୟକ୍ତ ଶ୍ଳୋକ ଦ୍ୱୟରୁ ଏକଥା ସ୍ପଷ୍ଟ ହୁଏ ଯେ ଧର୍ମ ସଂସ୍ଥାପନ ପାଇଁ ପରମାତ୍ମାଙ୍କୁ ଏକ ମାନବ ଶରୀରର ଆଶ୍ରୟ ନେଇ ଅବତରଣ କରିବାକୁ ହୁଏ । କାରଣ ସେ ଅବ୍ୟକ୍ତ ସ୍ବରୂପ । ଜ୍ଞାନ ଓ ଯୋଗ ଶିଖାଇବାକୁ ମାନବ ଶରୀର ହିଁ ଉପଯୁକ୍ତ ।  ମହାବିନାଶର ଅବ୍ୟବହିତ ପୂର୍ବରୁ ବା ନୂତନ ସୃଷ୍ଟିର ପ୍ରାକକାଳରେ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି ।  ସୃଷ୍ଟି ରଚନା ପାଇଁ ସେ ପ୍ରଥମେ ବ୍ରହ୍ମାଙ୍କୁ ସୃଷ୍ଟି କରନ୍ତି ଓ ତାଙ୍କ ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ଶ୍ୱେତାଶ୍ୱତ ରୋପନିଷଦରେ ଏହାର ସଂକେତ ମିଳେ । ଯଥା:- 

ଯୋ ବ୍ରାହ୍ମଣଂ ବିଦଧାତି ପୂର୍ବମ୍ । ଯୋ ବୈ ବେଦାଂଶ୍ଚ ପ୍ରହିଣୋତି ତସ୍ମୈ ।

ତଂ ହ ଦେବମାତ୍ମବୁଦ୍ଧି ପ୍ରକାଶମ୍ । ମୁମୁକ୍ଷୁ ର୍ବୈ ଶରଣମହମ ପ୍ରପଦ୍ୟେ ।

(ଶ୍ୱେତାଶ୍ୱତରୋପନିଷଦ- ଅ୬, ଶ୍ଳୋ ୧୮)

ଅର୍ଥ: ସୃଷ୍ଟି ପ୍ରାରମ୍ଭରେ ଯିଏ ବ୍ରହ୍ମାଙ୍କୁ ଉପôନ୍ନ କରିଥିଲେ ଏବଂ ତାଙ୍କ ସମ୍ମୁଖରେ ବେଦ ସମୂହକୁ (ଜ୍ଞାନ) ପ୍ରକାଶିତ କରିଥିଲେ, ସେହି ଆତ୍ମ ବୁଦ୍ଧି ପ୍ରକାଶଦେବଙ୍କ (ପରମାତ୍ମା) ନିକଟରେ ମୁଁ ମୁମୁକ୍ଷୁ ଶରଣ ଯାଉଛି ।

ଗୀତାରେ ମଧ୍ୟ ପରମାତ୍ମାଙ୍କୁ ବ୍ରହ୍ମାଙ୍କର ସୃଷ୍ଟି କର୍ା (ବ୍ରହ୍ମଣୋଽପ୍ୟାଦିକେର୍- ୧୧/୩୭), ଆଦିଦେବ (ତ୍ୱାମାଦି ଦେବଃ.... ୧୧/୩୮ ଓ ଅହମାଦିର୍ହି ଦେବାନାଂ... ୧ଠ/୨) ଏବଂ ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ..... ୧୧/୩୯) ବୋଲି କୁହାଯାଇଛି ।

ଯଜୁର୍ବେଦରେ ପରମାତ୍ମାଙ୍କ ମୁଖ କମଳରୁ ବ୍ରାହ୍ମଣମାନଙ୍କ ଉପôି ହୋଇଛି ବୋଲି କୁହାଯାଏ । ବ୍ରାହ୍ମଣୋଽସ୍ୟ  ମୁଖ ମାସିଦ୍ବାହୁ ରାଜନ୍ୟଃ କୃତଃ । ଯଜୁ ୩୧/୧୧ । ଏଠାରେ ବି·ରଣୀୟ ଯେ ପରମାତ୍ମା ଅଶରୀରୀ । ତାଙ୍କ ବିଭିନ୍ନ ଅବୟବରୁ ବ୍ରାହ୍ମଣାଦି ଚତୁବର୍ଣ୍ଣ କିପରି ସୃଷ୍ଟି ହେଲେ? କୌଣସି ବ୍ୟକ୍ତିର ମୁଖ ହେଉଛି ତାର ଭାବ ପ୍ରକାଶର ମାଧ୍ୟମ । ଏଠାରେ ଏହା ବୁଝିବାକୁ ହେବ ଯେ ପରମାତ୍ମା ଯେଉଁ ଶରୀର ମାଧ୍ୟମରେ ଅବତରଣ କରନ୍ତି ତା’ର ମୁଖ ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ସେହି ଜ୍ଞାନମାର୍ଗ ଅନୁସରଣ କରି ଯେଉଁ ମନୁଷ୍ୟମାନେ ନିଜ ଜୀବନକୁ ପରିବର୍ନ କରନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯାଏ । ଅସତମାର୍ଗରେ ପରି·ଳିତ କୌଣସି ବ୍ୟକ୍ତି ମଧ୍ୟରେ ଯଦି ଅଲୌକିକ ପରିବର୍ନ ଆସିଯାଏ ଓ ସେ ସତପଥରେ ·ଲିବା ଆରମ୍ଭ କରିଦିଏ ଲୋକେ କହନ୍ତି ତାର ନୂତନ ଜନ୍ମ ହୋଇଛି । ପରମାତ୍ମାଙ୍କ ଅବତରଣର ଉଦ୍ଧେଶ୍ୟ ଅଧର୍ମର ବିନାଶ, ଅଧର୍ମୀ ବ୍ୟକ୍ତିମାନଙ୍କର ନୁହେଁ । କଳ୍ପର ଅନ୍ତିମ ସମୟରେ ଅର୍ଥାତ୍ କଳିଯୁଗର ଶେଷ ପର୍ଯ୍ୟାୟରେ ପରମାତ୍ମା ସୃଷ୍ଟିରେ ଆବିର୍ଭାବ ହୋଇ ନୂତନ ସୃଷ୍ଟି ସର୍ଜନା କରନ୍ତି । କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୌ ବିସୃଜାମ୍ୟହମ । (ଗୀ୯/୭) । କାରଣ ଏହି ସମୟାବଧି ହେଉଛି ଧର୍ମଗ୍ଳାନିର ଚରମ ଅବସ୍ଥା । ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ପରମାତ୍ମା ମାଧ୍ୟମ ରୂପେ ଯେଉଁ ବ୍ୟକ୍ତିର ଶରୀରକୁ ବ୍ୟବାହାର କରନ୍ତି ତାର କର୍ବ୍ୟ ବାଚକ ନାମ ହେଉଛି ପ୍ରଜାପିତା ବ୍ରହ୍ମା ଓ ବ୍ରହ୍ମା ମୁଖ କମଳରୁ ନିସୃତ ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରି·ଳିତ ନର-ନାରୀମାନଙ୍କୁ ବ୍ରହ୍ମାଣ ଓ ବ୍ରାହ୍ମଣୀ କୁହାଯାଏ । ଏହିମାନଙ୍କ ମାଧ୍ୟମରେ ବ୍ରହ୍ମା ନୂତନ ସୃଷ୍ଟି ଅର୍ଥାତ ନୂତନ ଯୁଗ (ସତ୍ୟଯୁଗ)ର ସର୍ଜନା କରନ୍ତି । ପରମାତ୍ମା ଏହିପରି ଭାବରେ ଧର୍ମ ସଂସ୍ଥାପନ (ଅର୍ଥାତ ସତ୍ୟଯୁଗର ପୁନର୍ସ୍ଥାପନା) ପାଇଁ ସୃଷ୍ଟିରେ ଦିବ୍ୟ ଜନ୍ମ (ଅବତରଣ) ନିଅନ୍ତି । ପରମାତ୍ମାଙ୍କ ଏହି ଅଲୌକିକ, ଅବ୍ୟକ୍ତ ଏବଂ ଅନୁପମ ଜନ୍ମ ରୀତିକୁ ଦେବତା (ସତ୍ୟଯୁଗୀୟ ବ୍ୟକ୍ତି) ଓ ମହର୍ଷି (ଦ୍ୱାପର ଓ କଳିଯୁଗୀୟ ବିଦ୍ୱାନ) କେହି ଜାଣି ପାରନ୍ତି ନାହିଁ; କାରଣ ସେ ସମସ୍ତଙ୍କର ଆଦି ଅଟନ୍ତି । ଯଥା-

ନମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।

ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।   (ଗୀ ୧୦/୨ ।)

ପରମାତ୍ମାଙ୍କ ଆକାର

ପରମାତ୍ମାଙ୍କ ରୂପ କାୟିକ ଅଥବା ଶାରୀରିକ ହୋଇ ନ ଥିବାରୁ ତାଙ୍କୁ  “ଅଶରୀରୀ” କୁହାଯାଏ । ଆତ୍ମାଗଣଙ୍କୁ “ଶରୀର” କୁହାଯାଏ ।  କାରଣ ସେମାନଙ୍କର ନିଜ ନିଜ ଶରୀର ଅଛି । “ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ୟୋକ୍ତାଃ ଶରୀରିଣଃ” (ଗୀ ୨/୧୮) । ଯାହାର କୌଣସି ସ୍ଥୂଳ ଶରୀର ଅଛି ଏବଂ ଯାହାର ସ୍ଥୂଳ ଶାରୀରିକ ଆକୃତି ଅଛି, ତାକୁ ‘ସାକାର’ କୁହାଯାଏ । ସେହି ଦୃଷ୍ଟିରୁ ମଣିଷକୁ ସାକାର କୁହାଯିବ । ଯାହାର ସୂକ୍ଷ୍ମ ଶରୀର ଅଛି ତାକୁ “ସୂକ୍ଷ୍ମାକାର” ବା “ଦେବାକାର” କୁହାଯାଏ । ଯେହେତୁ ପରମାତ୍ମାଙ୍କ କୌଣସି ଶରୀର ନାହିଁ, ତେଣୁ ତାଙ୍କୁ ‘ସାକାର’ ବା ‘ଦେବାକାର’ ନ କହି ‘ନିରାକାର’ କୁହାଯାଏ । ଏଠାରେ ‘ନିରାକାର’ର ଅର୍ଥ ଏହା ନୁହେଁ ଯେ ପରମାତ୍ମାଙ୍କ କୌଣସି ଆକାର ନାହିଁ । କୌଣସି ବିଶେଷଣ ଅନ୍ୟ କୌଣସି ବିଶେଷଣ ଅପେକ୍ଷା ଅଥବା ତୁଳନାରେ ପ୍ରଯୁକ୍ତ ହୁଏ ଯେପରି ‘ବୃହତ୍’ କୌଣସି ‘କ୍ଷୁଦ୍ର’ର  ତୁଳନାରେ ହିଁ ‘ବୃହତ୍’ କଥିତ ହୁଏ । ସେହିପରି  “ନିରାକାର” ଶବ୍ଦ ମଧ୍ୟ “ସାକାର” ବା ‘ଦେବାକାର’ ତୁଳନାରେ ବିଶେଷଣ ରୂପରେ ପ୍ରଯୁକ୍ତ ହୁଏ । ପୁନଶ୍ଚ ପରମାତ୍ମାଙ୍କ ରୂପ ବିନ୍ଦୁ ସ୍ବରୂପ ହୋଇଥିବାରୁ ଏବଂ ବିନ୍ଦୁର କୌଣସି ଜ୍ୟାମିତିକ ପରିମାପ ହେଉ ନ ଥିବାରୁ ତାଙ୍କୁ ସେହି ଅର୍ଥରେ “ନିରାକାର” ବୋଲି କୁହାଯାଏ । ବିନ୍ଦୁର କୌଣସି ବାହୁ ନାହିଁ, କୌଣସି କୋଣ ନାହିଁ, ତେଣୁ ତାହା ଆୟତାକାର, ବର୍ଗାକାର ବା ବୃାକାରରେ ପରିଗଣିତ ହୁଏ ନାହିଁ । ବିନ୍ଦୁର କୌଣସି ଆକାର ନ ଥିବାରୁ ରେଖା ଗଣିତ ଅନୁସାରେ ମଧ୍ୟ ତାକୁ ‘ନିରାକାର’ କହିବା ଯୁକ୍ତିଯୁକ୍ତ ଅଟେ ।

ପରମାତ୍ମାଙ୍କ ଏହି ରୂପ ଅପରିବର୍ନୀୟ ଅଟେ । ଏହା ସୂକ୍ଷ୍ମାତିସୂକ୍ଷ୍ମା ହୋଇଥିବାରୁ ଅବିନାଶୀ ଏବଂ ଅବିଭାଜ୍ୟ ଅଟେ । ଏହି ରୂପର କୌଣସି ଅଙ୍ଗ ବା ଅଂଶ ନାହିଁ । ଏହା କ୍ଷୀଣ ହୁଏ ନାହିଁ ବା ବୃଦ୍ଧି ମଧ୍ୟ ପାଏ ନାହିଁ । ଏହା ଜରାମୃତୁ୍ୟର ଅଧିନ ନୁହେଁ ଏବଂ ପ୍ରକୃତିର ପରିବର୍ନରେ ଏହା ପ୍ରଭାବିତ ହୁଏ ନାହିଁ । ପତଞ୍ଜଳୀ ଯୋଗଦର୍ଶ ନକହନ୍ତି ।

୧) କ୍ଳେଶ କର୍ମ ବିପାକାଶୟେର ପରାମୃଷ୍ଟଃ ।

ପୁରୁଷ ବିଶେଷ ଈଶ୍ୱରଃ ।(ଯୋଗ ଦର୍ଶନ ୧/୨୧)

୨) ସ ପୂର୍ବେଷାମପି ଗୁରୁଃ କାଳେନାନଚ୍ଛେଦାତ୍ । (ଯୋ: ଦ ୧/୨୬)

୩) ଦେଶବଦ୍ଧଶ୍ଚିତସ୍ୟ ଧାରଣା

ତତ୍ରପ୍ରତ୍ୟୟୈକତା ନତାଧ୍ୟାନମ୍ ।    (ଯୋ: ବ ୩/୧-୨)

ଅର୍ଥାତ୍, ପରମାତ୍ମା କାଳର ପ୍ରଭାବରୁ ମୁକ୍ତ ଏକ ପୁରୁଷ ବିଶେଷ ଅଟନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ପତଞ୍ଜଳି ପରମାତ୍ମାଙ୍କୁ ସର୍ବବ୍ୟାପକ ବୋଲି ମାନି ନାହାନ୍ତି । ଯଦି ପରମାତ୍ମାଙ୍କୁ “ପୁରୁଷ ବିଶେଷ” ବା ପୁରୁଷୋମ ନ ମାନି ସର୍ବବ୍ୟାପକ ବୋଲି ସ୍ବୀକାର କରାଯିବ ତେବେ ତାଙ୍କରଠାରେ ମନ ଏକାଗ୍ର ହୋଇ ପାରିବ ନାହିଁ । କାରଣ ଯୋଗାଭ୍ୟାସବେଳେ ମନକୁ ଏକ ଦେଶ ବିଶେଷରେ ହିଁ ସ୍ଥିର କରିବାକୁ ହୁଏ । ଏହାହିଁ ପତଞ୍ଜଳିଙ୍କ ଯୋଗଦର୍ଶନ ଅନୁସାରେ “ଧାରଣା” ଏବଂ “ଧ୍ୟାନ” । ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଭଗବାନ ବାରମ୍ବାର ତାଙ୍କ ସହିତ ମନକୁ ଯୁକ୍ତ କରିବା କଥା କହିଛନ୍ତି । ଗୀତା ବସ୍ତୁତଃ ଏକ ଯୋଗ ଶାସ୍ତ୍ର ହୋଇଥିବାରୁ ଏଥିରେ ପରମାତ୍ମାଙ୍କୁ “ପରମ ପୁରୁଷ” (ପୁରୁଷ ବିଶେଷ) ରୂପେ ସ୍ବୀକାର କରାଯାଇଛି । ଅନ୍ୟଥା ତାଙ୍କ ସହିତ ମନ ଓ ବୁଦ୍ଧିକୁ କିପରି ଯୁକ୍ତ କରାଯାଇ ପାରିବ?

ଉପର୍ଯୁ୍ୟକ୍ତ ପରିପ୍ରେକ୍ଷୀରେ ଗୀତାର କେତୋଟି ଶ୍ଳୋକ ଉପରେ ଆଲୋଚନା ପ୍ରାସଙ୍ଗିକ ମନେ ହୁଏ ।


୧) ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।

ପରଂଭାବମଜାନନ୍ତୋ ମମାବ୍ୟୟମନୁମମ୍ ।ା    ଗୀ ୭/୨୪ ।

ଅର୍ଥ: ଅଳ୍ପବୁଦ୍ଧି ସଂପନ୍ନ ଲୋକେ ମୋର ସୂକ୍ଷ୍ମତମ ଅବିନାଶୀ ପରମ ଭାବକୁ ନ ଜାଣି ତଥା ମୋତେ ଅବ୍ୟକ୍ତ ନ ଜାଣି ସେମାନେ ଭାବନ୍ତି ଯେ ମୁଁ ଏହି ବ୍ୟକ୍ତିତ୍ୱ ଧାରଣା କରିଛି ଅର୍ଥାତ୍  ଇନ୍ଦ୍ରିୟଗୋଚର ଅଟେ ।

୨) ପରସ୍ତାସ୍ମାୁ ଭାବୋଽନ୍ୟୋଽବ୍ୟକ୍ତୋଽସôକ୍ତାତ୍ମନାତନଃ

ଯଃ ସ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁନ ବିନଶ୍ୟତି ।    ଗୀ ୮/୨୦ ।

ଅର୍ଥ: ପରନ୍ତୁ ସେହି ଅବ୍ୟକ୍ତ ଅପେକ୍ଷା ମଧ୍ୟ ଅନ୍ୟ ଏକ ଉଚ୍ଚତର ଦିବ୍ୟ ସା ଅଛି ଯିଏ କି ଶାଶ୍ୱତ ଏବଂ ଅବ୍ୟକ୍ତ ଭାବ ଅଟନ୍ତି । ସମସ୍ତ ଜଗତ ଧ୍ୱଂସ ହେଲେ ମଧ୍ୟ ସେ ବିନଷ୍ଟ ହୁଅନ୍ତି ନାହିଁ ।

ଅବ୍ୟକ୍ତୋଽକ୍ଷର ଇତୁ୍ୟକ୍ତସ୍ତମାହୁଃ ପରମାଂଗତିମ୍

ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।    ଗୀ ୮/୨୧ ।

ଅର୍ଥ: ସେହି ପରମଧାମକୁ ଅବ୍ୟକ୍ତ ଓ ଅବିନାଶୀ ବୋଲି କୁହାଯାଏ । ତାହା ପରମଗତି ବା ଅନ୍ତିମ ଲକ୍ଷ୍ୟସ୍ଥଳ ଅଟେ । ଯେଉଁ ଅବ୍ୟକ୍ତ ସନାତନ ଭାବକୁ ପ୍ରାପ୍ତ ହେଲେ ମନୁଷ୍ୟ ଆଉ ଫେରେ ନାହିଁ ତାହାହିଁ ମୋର ପରମଧାମ ଅଟେ ।

୪) ମମଯୋନିର୍ମହଦ୍ବ୍ରହ୍ମ ତସ୍ମିନ ଗର୍ଭ ଦଧାମ୍ୟହମ୍ ।

ସମ୍ଭବଃ ସର୍ବଭୂତାନାଂ ତତୋ ଭବତି ଭାରତ ।    ଗୀ ୧୪/୩ ।

ଅର୍ଥ: ହେ ଅର୍ଜୁନ । ମୋର ବ୍ରହ୍ମ ମହତ୍ୱ ହେଉଛି ଯୋନି । ମୁଁ ସେଥିରେ ଗର୍ଭ ଅର୍ଥାତ ଚୈତନ୍ୟ ଆତ୍ମାରୂପ ବୀଜକୁ ସ୍ଥାପନ କରେ । ତେଣୁ ସମସ୍ତ ଜୀବମାନଙ୍କ ଉପôି ହୁଏ ।

୫) ନ ତଦଭାସୟତେ ସୂର୍ଯେ୍ୟା ନ ଶଶାେଙ୍କା ନ ପାବକଃ

ଯଦଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।   ଗୀ ୧୫/୬ ।

ଅର୍ଥ: ତାହାକୁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ପ୍ରକାଶିତ କରି ପାରନ୍ତି ନାହିଁ । ଯାହା ପ୍ରାପ୍ତ ହେଲେ  ବା ଯେଉଁଠିକି ଗଲେ ମଣିଷ ଆଉ ଫେରି ଆସେ ନାହିଁ ତାହା ମୋର ପରମଧାମ ଅଟେ ।

୬) ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।

ଜ୍ଞାନଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍  । ଗୀ ୧୩/୧୭ ।

ଅର୍ଥ: ସେ ଜ୍ୟୋତିମାନଙ୍କର ମଧ୍ୟ ଜ୍ୟୋତି ଅଟନ୍ତି ଏବଂ ତାଙ୍କୁ ଅନ୍ଧକାରର ଅତି ଉଦ୍ଧ୍ୱର୍ରେ ବୋଲି କୁହାଯାଏ । ସେହି ପରମାତ୍ମା ଜ୍ଞାନ (ବୋଧସ୍ବରୂପ), ଜେ୍ଞୟ (ଜାଣିବା ଯୋଗ୍ୟ) ଏବଂ ଜ୍ଞାନଗମ୍ୟ (ଜ୍ଞାନ ସାହାଯ୍ୟରେ ପ୍ରାପ୍ୟ) ଅଟନ୍ତି । ସେ ସମସ୍ତଙ୍କ ହୃଦୟରେ ଅବସ୍ଥିତ ଅଛନ୍ତି ।

ଉପର୍ଯୁ୍ୟକ୍ତ ଶ୍ଳୋକମାନଙ୍କରଠାରୁ ସୂଚନା ମିଳେ ଯେ ପରମାତ୍ମା ଅବ୍ୟକ୍ତ ଅଟନ୍ତି । (୭/୨୪) । ସେ ଅବ୍ୟକ୍ତ ଧାମ ବା ପରମଧାମରୁ ଏ ବିଶ୍ୱକୁ ଆସନ୍ତି (୧୪/୩) । ପରମଧାମ ଏହି ସଂସାରର ଆକାଶ ତ୍ୱରୁ ଉଦ୍ଧ୍ୱର୍ରେ ଥିବାରୁ ତାହାକୁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ପ୍ରକାଶ କରି ପାରନ୍ତି ନାହିଁ (୧୫/୬) ପରମାତ୍ମା ଜ୍ୟୋତିମାନଙ୍କର ମଧ୍ୟ ଜ୍ୟୋତି ଅଟନ୍ତି (୧୩/୧୭) । ତାଙ୍କ ସେହି ପରମଧାମରେ ଅବ୍ୟକ୍ତ ବ୍ରହ୍ମ ନାମକ ପ୍ରକାଶ ଅଛି । ସେ ଅଚିନ୍ତ୍ୟ ସମୟ ମଧ୍ୟରେ ସର୍ବତ୍ର ପହି ପାରନ୍ତି । କାରଣ ପ୍ରକୃତିର କୌଣସି ତ୍ୱ ତାଙ୍କ ଗତି ପଥରେ ବାଧକ ନୁହନ୍ତି । ଆଉ ମଧ୍ୟ ଶରୀର ବା କର୍ମ ବନ୍ଧନ ରୂପକ ବାଧା ତାଙ୍କ ପାଇଁ ନାହିଁ । ପରସ୍ପରଠାରୁ ଲକ୍ଷ ଲକ୍ଷ ମାଇଲ ଦ୍ୱରରେ ଥିଲେ ମଧ୍ୟ ଅନେକ ବ୍ୟକ୍ତି ସେହି ଏକା ସମୟରେ ନିଜ ନିଜ ସ୍ଥାନରେ ଥାଇ ପରମାତ୍ମାଙ୍କୁ ଅନୁଭବ କରି ପାରନ୍ତି । ତାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ପାରିବେ । କାରଣ ପରମାତ୍ମା ସଦା ସର୍ବଦା ମୁକ୍ତ ଅଟନ୍ତି । ସେ ଯୋଗେଶ୍ୱର ଓ ପରମ ପ୍ରଭାବଶାଳୀ ଅଟନ୍ତି । ତାଙ୍କ ସମ୍ମୁଖରେ ସବୁ କିଛି ପ୍ରତ୍ୟକ୍ଷ ଅଟେ ।

ପରମାତ୍ମାଙ୍କ ଦିବ୍ୟରୂପ

ଗୀତାରେ ଅର୍ଜୁନ ଭଗବାନଙ୍କ ସ୍ବରୂପ ବର୍ଣ୍ଣନା କରିବାକୁ ଯାଇ ତାଙ୍କୁ ଅନାଦିମଧ୍ୟାନ୍ତମ (ଗୀ ୧୧/୧୯) ବୋଲି କହିଛନ୍ତି । ଏହାର ଅର୍ଥ ଆଦି, ଅନ୍ତ ଏବଂ ମଧ୍ୟ ରହିତ । ତା’ହେଲେ କ’ଣ ପରମାତ୍ମାଙ୍କ କୌଣସି ରୂପ  ନାହିଁ । ଯଦି ରୂପହୀନ ତେବେ ଯୋଗୀଜନ କିପରି ତାଙ୍କୁ ଜ୍ଞାନ ଚକ୍ଷୁ ଦ୍ୱାରା ଅନୁଭବ କରି ପାରିବେ? ସ୍ବୟଂ ଅର୍ଜୁନ ମଧ୍ୟ ଭଗବାନଙ୍କ ରୂପ ନେଇ ସନ୍ଦିହାନ ଥିଲେ । ତେଣୁ ସେ ପ·ରିଛନ୍ତି-

କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ ।

କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।  ଗୀ ୧୦/୧୭ ।

ଅର୍ଥ: ହେ ଯୋଗେଶ୍ୱର! ମୁଁ ଆପଣଙ୍କୁ କିପରି ଜାଣିବି? କିପରି ଆପଣଙ୍କ ସ୍ବରୂପକୁ ମନନ- ଚିନ୍ତନ କରିବି? ହେ ଭଗବାନ! କେଉଁ କେଉଁ ଭାବରେ ମୁଁ ଆପଣଙ୍କ ସହିତ ଯୋଗଯୁକ୍ତ ହେବି? (ଅର୍ଥାତ କି କି ପ୍ରକାର ରୂପରେ ମୁଁ ଆପଣଙ୍କୁ ଚିନ୍ତା କରିବି?)

ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କ ଦିବ୍ୟରୂପ ବିଷୟରେ ସମ୍ୟକ (ସଂପୂର୍ଣ୍ଣ) ଜ୍ଞାନ ନିତାନ୍ତ ଆବଶ୍ୟକ । ଗୀତାରେ ସାକ୍ଷାତ ଭଗବାନଙ୍କ କଥିତ ନିଜ ଦିବ୍ୟରୂପ ବିଷୟରେ ବର୍ଣ୍ଣିତ କେତୋଟି ପ୍ରମୁଖ ଶ୍ଳୋକ ଉପରେ ଆଲୋଚନା ଏଠାରେ ପ୍ରାସଙ୍ଗିକ ମନେ ହୁଏ ।

କବିଂପୁରାଣମନୁ ଶାସିତାରମଣୋରଣୀୟାଂ ସମନୁସ୍ମରେଦ୍ ଯଃ ।

ସର୍ବସ୍ୟଧାତାରମ ଚିନ୍ତ୍ୟରୂପ ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ ।(ଗୀ-୮/୯)

ଅର୍ଥ: ଯିଏ ସର୍ବଜ୍ଞ, ପୁରାତନ, ସମସ୍ତଙ୍କ ନିୟନ୍ତ୍ରଣକାରୀ, ଅଣୁଠାରୁ ମଧ୍ୟ ଆହୁରି ସୂକ୍ଷ୍ମ ସ୍ବରୂପ ଅଟନ୍ତି; ସମସ୍ତଙ୍କ ପାଳନ କର୍ା; ଅଚିନ୍ତ୍ୟ ସ୍ବରୂପ (ଅର୍ଥାତ ସ୍ଥୂଳ ବୃଦ୍ଧି ଦ୍ୱାରା ଯାହାଙ୍କୁ ଧାରଣା କରି ହୁଏ  ନାହିଁ), ସୂର୍ଯ୍ୟ ସଦୃଶ ସ୍ବର୍ଣ୍ଣିମ ରକ୍ତିମ ଜ୍ୟୋର୍ତିସ୍ବରୂପ; ଅବିଦ୍ୟାର ବହୁଊଦ୍ଧ୍ୱର୍ରେ ଅବସ୍ଥିତ  ସଚ୍ଚିଦାନନ୍ଦ ସ୍ବରୂପ ପରମାତ୍ମାଙ୍କୁ ସ୍ମରଣ କରେ,-

ଉପର୍ଯୁ୍ୟକ୍ତ ଶ୍ଳୋକରେ ପରମାତ୍ମାଙ୍କୁ ସ୍ମରଣ କରିବାର ବିଧି ବର୍ଣ୍ଣିତ ହୋଇଛି । କେହି କେହି ପରମାତ୍ମାଙ୍କୁ ନିର୍ବିଶେଷ ବା ଶୂନ୍ୟ କହନ୍ତି । କିନ୍ତୁ କୌଣସି ଶୂନ୍ୟ ବା  ନିର୍ବିଶେଷ ଉପରେ କିପରି ଧ୍ୟାନ କରିହେବ? ଆଲୋଚ୍ୟ ଶ୍ଳୋକ ପ୍ରମାଣ କରେ ଯେ ପରମାତ୍ମା ନିର୍ବିଶେଷ ତଥା ସର୍ବବ୍ୟାପକ ତ୍ୱ ନୁହନ୍ତି । ସେ ଏକ ଏବଂ ଅଦ୍ୱିତୀୟ । ସେ ପରମ  ପୁରୁଷ, ଅତି ପ୍ରାଚୀନ ଓ ସମସ୍ତଙ୍କ ନିୟନ୍ତ୍ରଣକାରୀ ଅଟନ୍ତି । ସେ ଅଣୁଠାରୁ ବି ଆହୁରି ସୂକ୍ଷ୍ମତର ଅଟନ୍ତି । ସେ ସମସ୍ତଙ୍କ ପାଳନ କର୍ା ଅଟନ୍ତି । ତାଙ୍କୁ ସ୍ଥୂଳ ବୁଦ୍ଧିଦ୍ୱାରା ଜାଣି ହୁଏ ନାହିଁ । ସେ ସମସ୍ତ ପ୍ରକାର ଭୌତିକ ଧାରଣାର ଉର୍ଦ୍ଧରେ ଅବସ୍ଥିତ । ସେ ଅଚିନ୍ତ୍ୟ ଅର୍ଥାତ ଭୌତିକ ଜଗତର ଉର୍ଦ୍ଧରେ । ଭୌତିକ ଜଗତର କୌଣସି ଯୁକ୍ତି ତର୍କ ଏବଂ ଦାର୍ଶନିକ ଚିନ୍ତାଧାରା ଦ୍ୱାରା ତାଙ୍କର କଳ୍ପନା କରାଯାଇ ନ ପାରେ । ସେ ସୂର୍ଯ୍ୟ ସଦୃଶ ସ୍ବର୍ଣ୍ଣିମ ରକ୍ତାଭ ଜ୍ୟୋର୍ତିବିନ୍ଦୁ ସ୍ବରୂପ । ସେ ସତ୍-ଚିତ୍ ଆନନ୍ଦ ସ୍ବରୂପ । ସେ ଅବିଦ୍ୟା ଅର୍ଥାତ ଭୂତ ପ୍ରକୃତିର ବହୁ ଉଦ୍ଧ୍ୱର୍ରେ ଅବସ୍ଥିତ ।

ଉପର୍ଯୁ୍ୟକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ଆତ୍ମାମାନଙ୍କ ପରି ପରମାତ୍ମା ମଧ୍ୟ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଅଟନ୍ତି । ଏଥିପାଇଁ ତାଙ୍କୁ “ଅଚିନ୍ତ୍ୟ” ତଥା “ଅଣୁଠାରୁ ମଧ୍ୟ କ୍ଷୁଦ୍ରତର” ବୋଲି କୁହାଯାଇଛି । ସେଥିପାଇଁ ହିଁ ତାଙ୍କୁ ଅବିଭାଜ୍ୟ କୁହାଯାଏ । ଗୁଣରେ ସେ ଅତ୍ୟନ୍ତ ମହନୀୟ ହେଲେ ହେଁ ପରିମାଣରେ ଅତି ସ୍ବକ୍ଷ୍ମାତିସୂକ୍ଷ୍ମ ବିନ୍ଦୁରୂପ ଅଟନ୍ତି । ପରମାତ୍ମାଙ୍କ ଏହି ରୂପର ବୃହତ ପ୍ରତିମା ଭାରତରେ ଶିବ-ଲିଙ୍ଗ (ଲିଙ୍ଗର ଅର୍ଥ ପ୍ରତୀକ ବା ଚିହ୍ନ) ରୂପରେ ମନ୍ଦିରମାନଙ୍କରେ ପୂଜିତ ହୁଏ । ଆମର ଅନେକ ଧାର୍ମିକ ଗ୍ରନ୍ଥ ସମୂହରେ ପରମାତ୍ମାଙ୍କୁ “ଜ୍ୟୋତିର୍ମୟ ଅଣ୍ଡ”, “ବିଦୁ୍ୟତ ପୁରୁଷ” ଇତ୍ୟାଦି କୁହାଯାଇଛି । ମନୁ ସ୍ମୃତି କହନ୍ତି-

“ତଦଣ୍ଡମଭବଦ୍ଧୈମଂ ସହସ୍ରାଂଶୁ ସମ ପ୍ରଭମ୍” (ମନୁ ୧/୯) ଅର୍ଥାତ (ସୃଷ୍ଟି ଆରମ୍ଭରେ) ଗୋଟିଏ ଅଣ୍ଡ ପ୍ରକଟ ହେଲା; ତାହା ସହସ୍ର ସୂର୍ଯ୍ୟ ସମ ତେଜସ୍ବୀ ଏବଂ ପ୍ରକାଶମାନ ଥିଲା ।

ଯଜୁର୍ବେଦ ଅନୁସାରେ, “ସର୍ବୈନିମେଷା ଜଜ୍ଞିରେ ବିଦୁ୍ୟତ ପୁରୁଷାଦଧି” । (ଯଜୁ ୩୨/୨) ଅର୍ଥାତ ସେହି ବିଦୁ୍ୟତ ପୁରୁଷ ପ୍ରକଟ ହେଲେ ଯାହା ଦ୍ୱାରା ନିମେଷ, କଳା ଆଦିର ପ୍ରାରମ୍ଭ ହେଲା ।

ଶିବ ପୁରାଣ ଅନୁସାରେ-

ଜ୍ୟୋତିର୍ଲିଙ୍ଗଂ ତଦୋପôନ୍ନମାବର୍ୟେ ମଧ୍ୟେ ଅଦ୍ଭୂତମ୍ ।

ଜ୍ୱାଳାମାଳା ସହସ୍ରାଢ଼୍ୟଂ କାଳାନଳଚୟୋପମମ୍ ।

କ୍ଷୟ ବୃଦ୍ଧି ବିନିର୍ମୁକ୍ତମାଦିମଧ୍ୟାନ୍ତ ବର୍ଜିତମ୍ ।

ଅନୌପମ୍ୟମ ନିଦି୍ର୍ରଷ୍ଟମବକ୍ତ ବିଶ୍ୱ ସମ୍ଭବମ୍ ।

(ଧର୍ମ ସଂହିତା ଅ ୨, ଶ୍ଳୋକ ୬୩-୬୪)

ଅର୍ଥାତ କଳିଯୁଗର ଅନ୍ତ ସମୟରେ ପ୍ରଳୟ କାଳରେ ଏକ ଅଦ୍ଭୂତ ଜ୍ୟୋର୍ତିଲିଙ୍ଗ ପ୍ରକଟ ହେଲେ । ସେ ପ୍ରଳୟାଗ୍ନି ସମାନ ଜ୍ୱାଳାମାନ ଅଥବା ତେଜୋମୟ ଥିଲେ । ସେ କ୍ଷୟ ହେଉ ନ ଥିଲେ  ବା ବୃଦ୍ଧି ହେଉ ନ ଥିଲେ; ସେ ଅନୁପମ ଥିଲେ, ଅବ୍ୟକ୍ତ ଥିଲେ ଏବଂ ତାଙ୍କ ଦ୍ୱାରା ହିଁ ସୃଷ୍ଟିର ଆରମ୍ଭ ହେଲା ।

ଖ୍ରୀଷ୍ଟିୟାନମାନଙ୍କ ଧର୍ମଗ୍ରନ୍ଥ ବାଇବଲ ତୋରେତ (ଅ-୧ ଶ୍ଳୋକ ୨-୪)ରେ ଈଶ୍ୱରଙ୍କ ଆତ୍ମାକୁ ଜଳ ଉପରେ ଭାସୁଥିଲା ବୋଲି କୁହାଯାଇଛି । ତୋରେତ (ଙକ୍ଷୟ ଞରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ)କୁ ମୁସଲମାନମାନେ ମଧ୍ୟ ମାନନ୍ତି । ସେମାନେ ଖୁଦାଙ୍କୁ “ନୁର” ବୋଲି କହନ୍ତି ଏବଂ ତାଙ୍କୁ ପମ ଆକାଶ ବା ସ୍ବର୍ଗରେ ଅବସ୍ଥିତ ବୋଲି ବିଶ୍ୱାସ କହନ୍ତି । ଏଥିରୁ ସ୍ପଷ୍ଟ ଯେ ଏକଦା ପରମାତ୍ମାଙ୍କୁ ସମସ୍ତ ଧର୍ମର ଲୋକେ ସର୍ବବ୍ୟାପକ ତ୍ୱ ନ ମାନି ଜ୍ୟୋତି ସ୍ବରୂପ ଏବଂ ଦିବ୍ୟ ରୂପ ସମ୍ପନ୍ନ ବୋଲି ମାନୁଥିଲେ । ପରମାତ୍ମାଙ୍କ ଏହି ରୂପ ଆତ୍ମିକ ଅଟେ । ତେଣୁ କୁହାଯାଇଛି;-

୧) ବିନ ପଗ ଚଲଇ ସୁନଇ ବିନ କାନା

ବିନ କର କରମ କରଇ ବିଧି ନାନା ।

୨) ଅପାଣିପାଦୌ ଜବନୋ ଗ୍ରହିତା

ପଶତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ ।

ସ ବେି ବେଦ୍ୟଂ ନ ଚ ତସ୍ୟାସ୍ତି ବେା

ତମାହୁରଗ୍ରୟଂ ପୁରୁଷଃ ମହାନତମ୍ । (ଶ୍ୱେ.ଉ- ୩/୧୬୯)

ଅର୍ଥାତ ପରମାତ୍ମାଙ୍କ ଚକ୍ଷୁ ନାହିଁ କିନ୍ତୁ ସେ ଦେଖି ପାରନ୍ତି; ତାଙ୍କର (ଶାରୀରିକ) କାନ ନାହିଁ ଅଥଚ ସେ ଶୁଣି ପାରନ୍ତି; ତାଙ୍କର (କାୟିକ) ପାଦ ନାହିଁ ପରନ୍ତୁ ସେ ·ଲି ପାରନ୍ତି (ଗତି କରିପାରନ୍ତି) । ପରମାତ୍ମାଙ୍କ ଏହି ରୂପ ସ୍ତ୍ରୀ ବା ପୁରୁଷ କାହାରି ପରି ନୁହେଁ । ଏଣୁ ତାଙ୍କୁ ଜ୍ୟୋର୍ତିଲିଙ୍ଗ କୁହାଯାଏ । “ଲିଙ୍ଗ”ର ଅର୍ଥ “ଚିହ୍ନ” ଅଥବା ଲକ୍ଷଣ ଅଟେ । ବୈଶେଷିକ ଦର୍ଶନରେ କୁହାଯାଇଛି- “ଇଛା ଦ୍ୱେଷ ପ୍ରଯନô ସୁଖ ଦୁଃଖ ଜ୍ଞାନ୍ୟୋତ୍ମନୋ ଲିଙ୍ଗମ୍ ।” (ବୈ. ୨/୨/୧୦) ଅର୍ଥାତ ଇଛା, ଦ୍ୱେଷ, ପ୍ରଯନô, ସୁଖ, ଦୁଃଖ ଏବଂ ଜ୍ଞାନ- ଏହା ଆତ୍ମାର ଲକ୍ଷଣ । ନ୍ୟାୟ ଦର୍ଶନ କହେ- “ଯୁଗପଜ୍ ଜ୍ଞାନାନୁପ ପିର୍ମନସୋ ଲିଙ୍ଗମ୍” (ନ୍ୟାୟଦ. ୧/୧୬) ଅର୍ଥାତ ଏକ ସମୟରେ ଅନେକ ବସ୍ତୁରୁ ଜ୍ଞାନ ନ ହେବା ମନର ଲିଙ୍ଗ (ଲକ୍ଷଣ) ଅଟେ । ଶିବ ପୁରାଣରେ ମଧ୍ୟ କୁହାଯାଇଛି,- “ଲୀନାର୍ଥ ଗମକଂ ଚିହ୍ନଂ ଲିଙ୍ଗମିତ୍ୟ-ଭିଧୀୟତେ” (ଶିବପୁରାଣ, ବିଦ୍ଧ୍ୟେଶ୍ୱରୀ ସଂହିତା- ୧୬/୧୦୬) ଆର୍ଥାତ ଅବ୍ୟକ୍ତ ଅବସ୍ଥା ସଂପନ୍ନ ସା ବା ବସ୍ତୁର ଚିହ୍ନ ବା  ବୋଧକାରୀକୁ “ଲିଙ୍ଗ”  କୁହାଯାଏ । ଏହିପରି ଅନେକ ପୌରାଣିକ ଗ୍ରନ୍ଥଗୁଡିକରେ ଲିଙ୍ଗ ଶବ୍ଦକୁ ଲକ୍ଷଣ ବା ଚିହ୍ନ ଅର୍ଥରେ ପ୍ରୟୋଗ କରାଯାଇଛି ।

ପରମାତ୍ମାଙ୍କ ସ୍ବରୂପ

ପରମାତ୍ମାଙ୍କ ଅସ୍ତିତ୍ୱ ଏପରି ଯେ ଆମେ ତାଙ୍କୁ ଇନ୍ଦ୍ରିୟ ସମୂହ ଦ୍ୱାରା ଜାଣିପାରିବା ନାହିଁ ବା ତାଙ୍କ ବିଷୟରେ ପ୍ରକୃତ ତଥ୍ୟ ଅନ୍ୱେଷଣ କରି ତାଙ୍କୁ ଠିକ୍ ଭାବରେ ଚିହ୍ନିପାରିବା ନାହିଁ । ସେ ଇନ୍ଦ୍ରିୟାତୀତ । ତେଣୁ ଗୀତାରେ ଆତ୍ମା ବିଷୟରେ ବ୍ୟାପକ ଜ୍ଞାନ ପ୍ରଦାନ କରାଯାଇଛି । କାରଣ ଆତ୍ମା ନିଶ୍ଚୟ ବୁଦ୍ଧି ହିଁ ପରମାତ୍ମାଙ୍କୁ ସହଜରେ ଅନୁଭବ କରିପାରେ । ଗୀତାର ମୁଖ୍ୟ ବିଷୟ ହେଲା ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରିବା । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ପରମାତ୍ମା ସ୍ବରୂପର ଜ୍ଞାନ ପ୍ରାପ୍ତ ହେବା ଏକାନ୍ତ ଅପରିହାର୍ଯ୍ୟ । ଅନ୍ୟଥା ମାନବ ତାଙ୍କର ଶରଣାଗତ ହୋଇପାରିବ ନାହିଁ । ଯିଏ ପରମାତ୍ମାଙ୍କୁ ନିଜର ମନ ବୁଦ୍ଧି ସଂପୂର୍ଣ୍ଣ ସମର୍ପଣ ନ କରିଛି ସିଏ ତାଙ୍କ ପ୍ରଦର୍ଶିତ ମାର୍ଗରେ ପରି·ଳିତ ହୋଇପାରିବ ନାହିଁ । ପରମାତ୍ମା ବିଷୟକ ସତ୍ୟ ଜ୍ଞାନ ପ୍ରାପ୍ତ ନହେବା ପର୍ଯ୍ୟନ୍ତ ଆମେ ତାଙ୍କୁ ପ୍ରତ୍ୟକ୍ଷ କରିପାରିବା ନାହିଁ । ପ୍ରତ୍ୟକ୍ଷ ଅନୁଭବ ବିନା ଆମେ ଈଶ୍ୱରାଜ୍ଞା ପାଳନ କରିବାକୁ ଅସମର୍ଥ ହେବା ।

ବର୍ମାନ ପର୍ଯ୍ୟନ୍ତ ଯାହା ବି ବେଦାଦି ଶାସ୍ତ୍ର ପୁରାଣ ଆମ ପାଖରେ ଉପଲବ୍ଧ କେଉଁଠାରେ ହେଲେ ପରମାତ୍ମାଙ୍କ ସତ୍ୟ ପରିଚୟ ସମ୍ୟକ ବର୍ଣ୍ଣନା ଦେଖିବାକୁ ମିଳେ ନାହିଁ । ଅନେକ ସିଦ୍ଧ ସାଧକ, ମୁନିଋଷି ଜ୍ଞାନୀ ପଣ୍ଡିତଗଣ ମଧ୍ୟ ଏ ବିଷୟରେ ବିଭିନ୍ନ ମତ ପୋଷଣ କରନ୍ତି । ଶ୍ରୀମତ୍ ଭଗବତଗୀତା ସାକ୍ଷାତ ପରମାତ୍ମାଙ୍କ ମୁଖ ନିଃସୃତ ବାଣୀ ବୋଲି ସର୍ବଜନ ସ୍ବୀକୃତ । ଏଥିରେ ପରମାତ୍ମା ସ୍ବୟଂ ନିଜ ସ୍ବରୂପ ବିଷୟରେ ବର୍ଣ୍ଣନା କରିଛନ୍ତି । କିନ୍ତୁ ବିଭିନ୍ନ ଟୀକାକାର ନିଜ ନିଜ ମତବାଦକୁ ସିଦ୍ଧ କରିବା ପାଇଁ ପରମାତ୍ମାଙ୍କ କଥନ ଉପରେ ଭିନ୍ନ ଭିନ୍ନ ଟୀକା ପ୍ରସ୍ତୁତ କରିଛନ୍ତି । ତେଣୁ କୁହାଯାଇଛି;-

ଶ୍ରୁତିୟୋ ବିଭିନ୍ନ ସ୍ମୃତିଶ୍ଚ ଭିନ୍ନା

ନାନା ମୁନିନାଂ ମତୟଶ୍ଚଭିନ୍ନା ।

ନ ଏକ ଋଷିଃ ଯସ୍ୟ ମତୟ ପ୍ରମାଣ ।

ଧର୍ମସ୍ୟ ତ୍ୱ ନିହିତ ଗୁହାୟାଂ

ମହାଜନ ଯେନ ଗତସ୍ୟ ପନ୍ଥା ।ା

ଗୀତାରେ ପ୍ରାୟ ୧ଠଠଟି ଶ୍ଳୋକ ପରମାତ୍ମାଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଛି । କୌଣସି ଟୀକାର ଆଶ୍ରୟ ନ ନେଇ ନିରପେକ୍ଷ ଭାବରେ ସେଗୁଡ଼ିକୁ ସୂକ୍ଷ୍ମ ଅଧ୍ୟୟନ କଲେ ପରମାତ୍ମାଙ୍କ ଯଥାର୍ଥ ସ୍ବରୂପ ବିଷୟରେ ସ୍ପଷ୍ଟ ଧାରଣା ମିଳେ । ଏହି ପରିପ୍ରେକ୍ଷୀରେ କେତୋଟି ପ୍ରମୁଖ ଶ୍ଲୋକ ପ୍ରଣିଧାନ ଯୋଗ୍ୟ ।

ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।

ଅହଂ ଆଦିହିଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।ା ଗୀ- ୧ଠ/୨ ।ା

ଅର୍ଥ:- ଦେବତାଗଣ କିମ୍ବା ମହର୍ଷୀଗଣ କେହି ମୋର ପ୍ରକୃତ ସ୍ବରୂପକୁ ଜାଣନ୍ତି ନାହିଁ । କାରଣ, ମୁଁ ସର୍ବ ପ୍ରକାରେ ଦେବତା ଓ ମହର୍ଷୀମାନଙ୍କର ଆଦି କାରଣ ଅଟେ ।

ବେଦାହଂ ସମତୀତାନି ବର୍ତମାନାନି ·ର୍ଜୁନ ।

ଭବିଷ୍ୟାଣି ଚ ଭୂତାନି ମାଂ ତୁ ନ ବେଦ କଶ୍ଚନ ।ା ଗୀ-୭/୨୬ ।ା 

ଅର୍ଥ: ହେ ଅର୍ଜୁନ! ଅତୀତର ସମସ୍ତ ଘଟଣାବଳୀ; ବର୍ମାନ ଯାହା ଘଟୁଛି ଏବଂ ଭବିଷ୍ୟତରେ ଯାହା ଘଟିବ- ସେ ସବୁ ମୁଁ ଜାଣେ । ଆଉ ମଧ୍ୟ ସମସ୍ତ ଜୀବଗଣଙ୍କୁ ମୁଁ ଜାଣେ; କିନ୍ତୁ ମୋତେ କେହି ଜାଣନ୍ତି ନାହିଁ ।

ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ

ନ ତୁ ମାମଭିଜାନନ୍ତି ତେ୍ୱନାତଶ୍ଚୟବନ୍ତି ତେ ।ାଗୀ-୯/୨୪ାା

ଅର୍ଥ: ମୁଁ ହେଉଛି ସମସ୍ତ ଯଜ୍ଞର ଭୋକ୍ତା ଏବଂ ପ୍ରଭୁ ମଧ୍ୟ । କିନ୍ତୁ ଯେଉଁମାନେ ମୋର ସତ୍ୟ ସ୍ବରୂପକୁ ଜାଣିପାରନ୍ତି ନାହିଁ ସେମାନେ ଅଧୋପତିତ ହୁଅନ୍ତି ।

ଏହି ଶ୍ଳୋକର ପୂର୍ବରୁ ପରମାତ୍ମା କହିଛନ୍ତି ଯେ ଯେଉଁମାନେ ବିଭିନ୍ନ ଦେବୀ ଦେବତାଙ୍କୁ ପୂଜନ କରନ୍ତି  ବାସ୍ତବରେ ତାହା ମୋ ପ୍ରତି ପ୍ରଜୁଜ୍ୟ, କିନ୍ତୁ ମୋର ସତ୍ୟ ସ୍ବରୂପ ବା ପରିଚୟ ସେମାନେ ଜାଣି ନ ଥିବାରୁ ସେହି ପୂଜା ଅବିଧି ଅଟେ । ଏଠାରେ ଯଜ୍ଞ ଶବ୍ଦ ପାରମ୍ପାରିକ ଅର୍ଥରେ ବ୍ୟବହୃତ ହୋଇ ନାହିଁ । ଜ୍ଞାନ ଓ ଯୋଗର ସମନ୍ୱୟ ହେଉଛି ଯଜ୍ଞ । ଯୋଗ ରୂପକ ଅଗ୍ନିରେ ଜ୍ଞାନ ରୂପକ ଘୃତ ଢ଼ାଳିଲେ ଯେଉଁ ଯଜ୍ଞାଗ୍ନି ପ୍ରଜ୍ଜ୍ୱଳିତ ହୁଏ ସେଥିରେ ଜନ୍ମ ଜନ୍ମାନ୍ତରର ପାପରାଶି ଭସ୍ମୀଭୂତ ହୋଇଯାଏ । ଏଠାରେ ଭୋକ୍ତାର ସ୍ଥୂଳ ଅର୍ଥ ଉପଭୋଗକାରୀ ବା ଭକ୍ଷଣକାରୀ ଅର୍ଥରେ ଗ୍ରହଣ ନ କରି ଅଧିକାରୀ ବା ଗ୍ରହୀତା ଅର୍ଥରେ ଗ୍ରହଣ କରେ ପ୍ରାସଙ୍ଗିକ ହେବ । କାରଣ ଏହି ଅଧ୍ୟାୟର ( ନବମ)୨୨ଶ୍ଳୋକରେ ପରମାତ୍ମା କହିଛନ୍ତି । ଯେଉଁମାନେ ମୋତେ ଅନନ୍ୟ ଭାବରେ ନିରନ୍ତର ଚିନ୍ତନ କରି ସ୍ବ ପୁରୁଷାର୍ଥରେ ରତ ହୁଅନ୍ତି ସେହି ନିତ୍ୟ ଯୋଗଯୁକ୍ତ ପୁରୁଷମାନଙ୍କୁ ମୁଁ ଯୋଗ ଓ କ୍ଷେମ ପ୍ରଦାନ କରେ । ପରମାତ୍ମାଙ୍କ ସତ୍ୟ ସ୍ବରୂପକୁ ପ୍ରାପ୍ତ ହେବାର ନାମ ଯୋଗ ଅଟେ ଏବଂ ତାଙ୍କ (ପରମାତ୍ମାଙ୍କ)ଠାରୁ ପ୍ରାପ୍ତ ହୋଇଥିବା ଈଶ୍ୱରୀୟ ସମ୍ପଦର ରକ୍ଷାର ନାମ କ୍ଷେମ ଅଟେ । ତେଣୁ ଏଠାରେ ଯଜ୍ଞ ଶବ୍ଦ ସ୍ଥୂଳ ଅର୍ଥରେ ବ୍ୟବହାର କରାଯାଇ ନାହିଁ । ପରମାତ୍ମା ସ୍ବୟଂ ଏହି ଯଜ୍ଞର ରଚୟିତା ହେତୁ ତା’ର ସ୍ବାମୀ ଅଟନ୍ତି । 

ସର୍ବ ମେଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।

ନହିତେ ଭଗବାନ୍ ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।ା ଗୀ ୧୦/୧୪ ।ା

ଅର୍ଥ, ହେ କେଶବ! ଆପଣ ମୋତେ ଯାହା ସବୁ କହୁଛନ୍ତି ସେ ସବୁ କଥାକୁ ମୁଁ ସତ୍ୟ ବୋଲି ଗ୍ରହଣ କରି ନେଇଛି । ହେ ଭଗବାନ୍! ଦେବତାମାନେ କିମ୍ବା ଦାନବମାନେ କେହି ହେଲେ ମଧ୍ୟ ଆପଣଙ୍କ ପ୍ରକୃତ ପରିଚୟ ଜାଣନ୍ତି ନାହିଁ ।

ସ୍ବୟମେବାତ୍ମ ନାତ୍ମାନଂ ବେତ୍ଥ ତ୍ୱଂ ପୁରୁଷୋମ ।

ଭୂତଭାବନ ଭୂତେଶ ଦେବ ଦେବ ଜଗତ୍ପତେ ।ା ଗୀ ୧୦/୧୫ ।ା

ଅର୍ଥ, ହେ ସମସ୍ତ ଜୀବାତ୍ମା ମାନଙ୍କର ଉତ୍ଥାନର ମୂଳ କାରଣ! ପ୍ରତ୍ୟେକ ଜୀବତ୍ମାର ଈଶ୍ୱର! ସମସ୍ତ ଦେବତାଙ୍କ ପ୍ରଭୁ! ହେ ଜଗତର ସ୍ବାମୀ! ହେ ସମସ୍ତ ପୁରୁଷ(ଜୀବାତ୍ମା) ମାନଙ୍କ ମଧ୍ୟରେ ଉମ (ଅର୍ଥାତ୍ ପରମାତ୍ମା)! ଆପଣିହିଁ ଆପଣଙ୍କୁ ଜାଣନ୍ତି ।

ବକ୍ତୁ ମର୍ହସ୍ୟ ଶେଷେଣ ଦିବ୍ୟାହ୍ୟାତ୍ମ ବିଭୂତୟଃ ।

ଯାଭି ର୍ବିଭୂତି ଲୋକାନ ମାଂ ସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।ା ଗୀ ୧୦/୧୬ ।ା

ଅର୍ଥ, ଆପଣହିଁ  ନିଜର ପରିଚୟ ଏବଂନିଜର ଦିବ୍ୟ ବିଭୂତି ସମ୍ବହକୁ ସ୍ବୟଂ କରିବାକୁ ଯୋଗ୍ୟ ଅଟନ୍ତି । ଏହି ଦିବ୍ୟ  ବିଭୂତି ବାଐଶ୍ୱର୍ଯ୍ୟ ଦ୍ୱାରାହିଁ ଆପଣ ଲୋକ ସମୂହଙ୍କ ସ୍ମୃତି ମଧ୍ୟରେ ଅବସ୍ଥାନ କରନ୍ତି ।

ପୂର୍ବରୁ ପରମାତ୍ମା କହି ସାରିଛନ୍ତି ମୋର ପରିଚୟ ମୋ ବ୍ୟତୀତ କେହି ଜାଣନ୍ତି ନାହିଁ । ତାଙ୍କର ଦିବ୍ୟଐଶ୍ୱର୍ଯ୍ୟ ସମୂହକୁ ମଧ୍ୟ ତାଙ୍କ ବ୍ୟତୀତ ଆଉ କେହି କହିବା ପାଇଁ ଯୋଗ୍ୟ ନୁହନ୍ତି । ଏ ଶ୍ଳୋକରୁ ଜଣା ପଡୁଛି ଯେ ବର୍ମାନ ପର୍ଯ୍ୟନ୍ତ ଅର୍ଜୁନ ପରମାତ୍ମାଙ୍କ ସ୍ବରୂପକୁ କିଛି ବୁଝି ପାରିଛନ୍ତି । ତେଣୁ ତାଙ୍କ  ମନରେ ଆହୁରି ଅଧିକ ଜାଣିବା ପାଇଁ ଜିଜ୍ଞାସା ସୃଷ୍ଟି ହୋଇଛି । ପରମାତ୍ମା ମଧ୍ୟ ଆତ୍ମା ଭଳି ଜ୍ୟୋର୍ତିବିନ୍ଦୁ ସ୍ବରୂପ -ଅଶରୀରୀ । ସେ ଜ୍ଞାନର ସାଗର, ପବିତ୍ରତାର ସାଗର ଓ ସବୁ ଗୁଣର ସାଗର । ସେ ଅଜନ୍ମା, ଅକର୍ା ଓ ଅଭୋକ୍ତା  । ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଦ୍ୱାରାହିଁ ସେ ଲୋକସମୂହଙ୍କ ମଧ୍ୟରେ ବିଦ୍ୟମାନ ।

ଉପର୍ଯୁ୍ୟକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ  ଯେ ପରମାତ୍ମାଙ୍କ ବିଷୟରେ ଯେଉଁ ସବୁ  ମତବାଦ ପ୍ରଚଳିତ ସେଗୁଡିକ କଳ୍ପନା ପ୍ରସୂତ । ଅର୍ଜୁନଙ୍କୁ ମାଧ୍ୟମ କରି  ଗୀତାରେ ପରମାତ୍ମାଙ୍କ ଯେଉଁ ସ୍ବରୂପ, ଦିବ୍ୟ ରୂପ, ଆକାର, ଆଦି ବର୍ଣ୍ଣନା କରାଯାଇଛି ତାହାହିଁ ଯଥାର୍ଥ କାରଣ ଗୀତା ହେଉଛି ସାକ୍ଷାତ ପରମାତ୍ମାଙ୍କ ପ୍ରଦ ଜ୍ଞାନ । ତାଙ୍କ ସ୍ବରୂପ ସହିତ ସମ୍ବନ୍ଧିତ କେତୋଟି ଶ୍ଳୋକ ନିମ୍ନରେ ପ୍ରଦାନ କରାଗଲା ।

ଯସ୍ମାତ୍କ୍ଷର ମତୀତୋଽହମକ୍ଷରାଦଷି େ·ମଃ ।

ଅତୋଽସ୍ଥି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋମଃ ।ା ଗୀ ୧୫/୧୮ ।ା

ଅର୍ଥ, ଯେହେତୁ ମୁଁ ବିନାଶଶୀଳ ପଭୂତ ନିର୍ମିତ ଶରୀର ଏବଂ ଅବିନାଶ ଆତ୍ମାଠାରୁ ଉଦ୍ଧ୍ୱର୍ରେ ଅବସ୍ଥିତ ଏବଂ ଯେହେତୁ ମୁଁ ସର୍ବୋମ ଅଟେ; ତେଣୁ ଉଭୟ ପୃଥିବୀ ଏବଂ ବେଦରେ ମୋତେ ପୁରୁଷ (ଜୀବାତ୍ମା) ମାନଙ୍କ ମଧ୍ୟରେ ଉମ ବୋଲି ପ୍ରସିଦ୍ଧି ମିଲିଛି । (ଅର୍ଥାତ ମୁଁ ପୁରୁଷୋମ ନାମରେ ଖ୍ୟାତ ଅଟେ)

ଏଠାରେ ପରମାତ୍ମା ସ୍ବୟଂ ନିଜେ ତାଙ୍କର ସ୍ବରୂପ ବର୍ଣ୍ଣନା କରିଛନ୍ତି । ସେ ସମସ୍ତ ଆତ୍ମାମାନଙ୍କଠାରୁ ପରମ,  ଉମ ଅଥବା ଶ୍ରେଷ୍ଠ ଅଟନ୍ତି । ତେଣୁ ତାଙ୍କୁ ପରମ ପୁରୁଷ, ପୁରୁଷୋମ ଅଥବା ଦିବ୍ୟ ପୁରୁଷ ବୋଲି କୁହାଯାଇଛି । ଯେପରି କାହାକୁ ମହାତ୍ମା କହିବାର ଅଭିପ୍ରାୟ ସେ ଅନ୍ୟମାନଙ୍କଠାରୁ ପବିତ୍ରତା ଏବଂ ସଦ୍ଗୁଣରେ ମହାନ୍ ଅଟେ । ସେହିପରି ପରମାତ୍ମାଙ୍କୁ ସମସ୍ତ ଆତ୍ମାଗଣଙ୍କ ତୁଳନାରେ ଜ୍ଞାନ, ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି ଇତ୍ୟାଦି ଦୃଷ୍ଟି କୋଣରୁ ଉମ ହୋଇଥିବା ହେତୁ “ପୁରୁଷୋମ” ଅଥବା “ପରମ ପୁରୁଷ” ର ସଂଜ୍ଞା ଦିଆଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ କି ଆତ୍ମାମାନେ ଅନେକ ଅଟନ୍ତି ଏବଂ ସେମାନଙ୍କ ନିଜ ନିଜ ଅସ୍ତିତ୍ୱ ମଧ୍ୟ ଅନାଦି, ଅବିନାଶୀ ଏବଂ ନିତ୍ୟ ଅଟେ ଏବଂ ପରମାତ୍ମା ଏହି ସମସ୍ତଙ୍କଠାରୁ ପୃଥକ ଓ ସଦା ସର୍ବଦା ମହାନ ଅଟନ୍ତି । ତାଙ୍କ ପରି ଆଉ ଅନ୍ୟ କେହି ଦ୍ୱିତୀୟ ନାହିଁ । ଏହି ଦୃଷ୍ଟିକାରଣରୁ  ସେ ଏକ, ଅନୁପମେୟ ଏବଂ ପରମ ଶ୍ଳାଘ୍ୟ ଅଟନ୍ତି । ଏଠାରେ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୁଏ ଯେ ପରମାତ୍ମା ପରିମାଣରେ ଅନନ୍ତ ନୁହନ୍ତି । ସେ କାଳ ଦୃଷ୍ଟିରୁ ଅନନ୍ତ ଅଟନ୍ତି । ଅନାଦି ମଧ୍ୟାନ୍ତମ ନନ୍ତବୀର୍ଯ୍ୟମ୍ । ଗୀ ୧୧/୧୯ ।ା

ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ ରହସ୍ୟ

ପରମାତ୍ମା ସାଧାରଣ ମାନବାତ୍ମା ପରି ମାତୃ ଗର୍ଭରେ ଜନ୍ମ ନିଅନ୍ତି ନାହିଁ । କାରଣ ମାତୃ ଗର୍ଭରୁ ଜନ୍ମ ହେଲା ମାତ୍ରକେ ଜୀବାତ୍ମା  ପ୍ରକୃତି ଦ୍ୱାରା ବଶୀଭୂତ ହୋଇ କର୍ମ  କରିବାକୁ ବାଧ୍ୟ ହେବ । ଜନ୍ମ ନେଲେ ମୃତ୍ୟୁ ମଧ୍ୟ ତା' ପାଇଁ ଆସିବ । ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ । ""ମର୍୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ'' । କିନ୍ତୁ ପରମାତ୍ମା ତ ଜନ୍ମ ମରଣର ଉଦ୍ଧ୍ୱର୍ରେ । ତେଣୁ ପ୍ରକୃତି ଜନ୍ୟ ଶରୀର ଧାରଣ କରି ସେ ଜନ୍ମ ହୁୁଅନ୍ତି ନାହିଁ; ବରଂ ନିଜ ଈଶ୍ୱରୀୟ ଶକ୍ତି ବଳରେ ଅନ୍ୟ ଏକ ଶରୀର ମାଧ୍ୟମରେ ପରକାୟା ପ୍ରବେଶ ଦ୍ୱାରା ଦିବ୍ୟ ଅବତରଣ କରନ୍ତି । ତେଣୁ ସମସ୍ତେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ ।

ଧର୍ମ କୌଣସି ମତବାଦ ବା କର୍ମକାଣ୍ଡକୁ ବୁଝାଏ ନାହିଁ । ଧର୍ମ ଯେତେବେଳେ ସାମ୍ପ୍ରଦାୟିକତାର ରୂପ ନିଏ ସେତେବେଳେ ଧର୍ମର ଗ୍ଳାନି ହୁଏ । ଧର୍ମ ହେଉଛି ବାହ୍ୟ ଓ ଆଭ୍ୟନ୍ତରୀଣ ଜୀବନ ଯାପନ ପ୍ରଣାଳୀ । ଏହା କୌଣସି ପୂଜା ପଦ୍ଧତି ନୁହେଁ । ଏହା ହେଉଛି ଜୀବନକୁ ଗଢ଼ି ତୋଳିବାର ଏକ ନୀତି,ଯଦ୍ଧ୍ୱାରା ଆମେ ନିଜର ବାସ୍ତବିକ ସ୍ୱରୂପ ଉପଲବ୍ଧି କରି (ସ୍ମୃତି ଲବ୍ଧା) ଏକ ଦିବ୍ୟ ଜୀବନ ଲାଭ କରି ପାରିବା । ପରମାତ୍ମା ଏହିପରି ଏକ ଧର୍ମର ପ୍ରତିଷ୍ଠା ପାଇଁ ଅବତରଣ କରନ୍ତି । ମନୁଷ୍ୟ ମଧ୍ୟରେ ଥିବା ସମସ୍ତ ପ୍ରକାର କୁସଂସ୍କାର ଓ ପାପ ପ୍ରବୃିକୁ ଦୂରକରି ସେମାନଙ୍କୁ ପୁନଶ୍ଚ ସତ୍ୟ ଧର୍ମ ମାର୍ଗରେ ପରିଚାଳିତ କରି ଏକ ସ୍ୱର୍ଣ୍ଣିମ ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠାର ପଥ ପ୍ରଶସ୍ତ କରନ୍ତି ।

ସାଧୁମାନଙ୍କୁ ପରିତ୍ରାଣ, ଅଧର୍ମର ବିନାଶ ତଥା ଧର୍ମ ସଂସ୍ଥାପନ – ଏହି ତିନୋଟି କାରଣରୁ ପରମାତ୍ମାଙ୍କୁ ମାନବ ଦେହରେ ଅବତରଣ କରିବାକୁ ପଡ଼େ । ସମାଜର ଧାର୍ମିକ, ରାଜନୈତିକ, ସମାଜିକ ସ୍ତରର ପୁରୋଭାଗରେ ଥିବା ବ୍ୟକ୍ତିମାନେ ପ୍ରଥମେ କାମ କ୍ରୋଧାଦି ବିକାର ଦ୍ୱାରା ବଶୀଭୂତ ହୋଇ ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ ହୋଇ ପଡନ୍ତି । ସେମାନଙ୍କୁ ଦେଖି ସମାଜର ସାଧାରଣ ବ୍ୟକ୍ତି ତଦନୁରୂପ ଆଚରଣ କରନ୍ତି । ଏହିପରି ଏକ ଧର୍ମ ସଙ୍କଟ ବେଳାରେ ହିଁ ପରମାତ୍ମାଙ୍କ ଅବତରଣ ହୁଏ । ସେ ପ୍ରାଚୀନତମ ଜ୍ଞାନ ଓ ଯୋଗର (କର୍ମଯୋଗ) ଶିକ୍ଷା ଦେଇ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କଳିଯୁଗୀୟ ଆସୁରୀ ସଂସ୍କାରଗୁଡିକ ଦୂର କରନ୍ତି ଓ ସେମାନଙ୍କ ମଧ୍ୟରେ ଦୈବୀ ସଂସ୍କାର ସାର କରନ୍ତି । ଏଥିପାଇଁ କୁହାଯାଏ ଯେ, ପରମାତ୍ମା ସାଧୁମାନଙ୍କୁ ପରିତ୍ରାଣ କରନ୍ତି ଅର୍ଥାତ ସେମାନଙ୍କ ମଧ୍ୟରେ ଥିବା ଦୁଷ୍କୃତି (ଅଧର୍ମ)ର ବିନାଶ କରି ସେମାନଙ୍କୁ ପୁନଶ୍ଚ ଜ୍ଞାନଯୋଗ ମାର୍ଗରେ ପରିଚାଳିତ କରନ୍ତି । ଏହାଦ୍ୱାରା ସେମାନଙ୍କର ପରିତ୍ରାଣ ହୁଏ ଅର୍ଥାତ କଲ୍ୟାଣ ହୁଏ । ସୃଷ୍ଟିରେ ପ୍ରତ୍ୟକ୍ଷ ଅନୁଭବ ବିନା ମାନବର ଦିବ୍ୟ ଜନ୍ମ ସମ୍ଭବ ନୁହେଁ । ଜୀବନରେ ଦିବ୍ୟତା ନ ଆସିବା ପର୍ଯ୍ୟନ୍ତ ଧର୍ମ ସଂସ୍ଥାପନ ସମ୍ଭବ ନୁହେଁ । ଯେଉଁମାନେ ପରମାତ୍ମାଙ୍କ ଅବତରଣର ରହସ୍ୟକୁ ବୁଝି ପାରନ୍ତି ସେମାନେ ପ୍ରକୃତରେ ପ୍ରତ୍ୟକ୍ଷ ଈଶ୍ୱରୀୟ ବରଦାନ ଲାଭ କରିପାରନ୍ତି ।

ପରମାତ୍ମାଙ୍କୁ ଜାଣିବା ମାନବ ଜୀବନର ଶ୍ରେଷ୍ଠ କଲ୍ୟାଣ । କେବଳ ତାଙ୍କୁ ତ୍ୱ ଜ୍ଞାନ ଆଧାରରେ ଧ୍ୟାନ କଲେ ହେବ ନାହିଁ । ମାନବ ଦେହ ଆଧାରରେ ସେ ଦିବ୍ୟ ଜନ୍ମ(ଅବତରଣ) ନେଇ ଯେଉଁ ଦିବ୍ୟ କର୍ମ ସମ୍ପାଦନ କରୁଛନ୍ତି ତାହାର ଗୁଢ଼ ରହସ୍ୟ ବୁଝିବାକୁ ହେବ । ଦିବ୍ୟ ଜନ୍ମର ରହସ୍ୟ ବୁଝିଲେ ଆମେ ଦିବ୍ୟ ଭାବ ପ୍ରାପ୍ତ ହେବା; ଦିବ୍ୟ କର୍ମର ରହସ୍ୟ ଜାଣିଲେ ଆମେ ସେହି ପଥରେ ପରିଚାଳିତ ହୋଇ ମୁକ୍ତି ଓ ଜୀବନ୍ମୁକ୍ତି ଲାଭ  କରିବା । ମାନବ ମଧ୍ୟରେ ଦିବ୍ୟ ସଂସ୍କାର ରୋପଣ କରିବା ତଥା ଦିବ୍ୟ କର୍ମର ସ୍ୱରୂପ ପ୍ରଦର୍ଶନ  କରାଇବା ପାଇଁ ପରମାତ୍ମା ମାନବ ଶରୀର ଆଧାରରେ  ଅବରତଣ କରନ୍ତି । ଯିଏ ତାଙ୍କର ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ ଜାଣିପାରେ ସେ ତାଙ୍କ ସ୍ମୃତିରେ ତନ୍ମୟ ହୋଇଯାଏ; ତାଙ୍କ ଆଶ୍ରୟ ନିଏ; ତାଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇ ପବିତ୍ର ଜୀବନ ଦ୍ୱାରା ଆସୁରୀ ସଂସ୍କାରକୁ ପରିବର୍ନ କରେ; ସର୍ବଦା ଭଗବତ୍ ଭାବରେ ପ୍ରଭାବିତ ହୋଇ ଦିବ୍ୟ ଶାନ୍ତି ଓ ଆନନ୍ଦ ଲାଭ କରେ । (ଗୀ- ୪/୫-୧୦)

ପରମାତ୍ମା ପାପ ବା ପୁଣ୍ୟର କର୍ା ନୁହନ୍ତ

ପ୍ରକୃତି ବା ସଂସ୍କାର ଦ୍ୱାରା ବଶୀଭୂତ ହୋଇ ମନୁଷ୍ୟ ଭଲ ବା ମନ୍ଦ କର୍ମ କରେ । କର୍ମ ଫଳ ଆଧାରରେ ସେ ପୁଣ୍ୟାତ୍ମା ବା ପାପାତ୍ମା ରୂପେ ବିବେଚିତ ହୁଏ । ଆତ୍ମାରେ ମୁଦ୍ରିତ ଥିବା ପୂର୍ବ ବା ବର୍ମାନର କର୍ମ ଫଳହିଁ ତା'ର ଇନ୍ଦ୍ରିୟମାନଙ୍କୁ ଅନୁରୂପ କର୍ମରେ ପ୍ରବୃ ହେବାକୁ ପ୍ରେରିତ କରେ । ତେଣୁ ବସ୍ତୁତଃ ପ୍ରତ୍ୟେକ ମନୁଷ୍ୟାତ୍ମାର କୌଣସି କର୍ମର ପ୍ରେରକ ପରମାତ୍ମା ନୁହନ୍ତି ।

ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ଦେହ ଅଭିମାନ ହେତୁ ମନୁଷ୍ୟ  ଅନ୍ତରସ୍ଥ ଆତ୍ମାକୁ ଚିହ୍ନି ପାରେ ନାହିଁ । ତେଣୁ କର୍ମରେ ତା'ର ଅଭିମାନ ଆସେ । ଅଭିମାନ ଆସକ୍ତିକୁ ଜନ୍ମ ଦିଏ । ଦେହ ଅଭିମାନ ହେଉଛି ଅଜ୍ଞାନ । କାରଣ ବ୍ୟକ୍ତି ସ୍ୱୟଂ ଶରୀର ନୁହେଁ; ସେ ଏକ ଚିନ୍ମୟ ଆତ୍ମା । ଆତ୍ମବିସ୍ମୃତ ହେତୁ ସେ ପରମାତ୍ମାଙ୍କୁ ମଧ୍ୟ ଜାଣିପାରେ ନାହିଁ ଓ ତାଙ୍କ ବିଷୟରେ ବିଭିନ୍ନ ଭ୍ରମାତ୍ମକ ଧାରଣା ପୋଷଣ କରେ । ସେ ନିଜକୁ ବ୍ରହ୍ମ ସ୍ୱରୂପ ମନେ କରେ ବା ନିଜ ମଧ୍ୟରେ ପରମାତ୍ମାଙ୍କ ଅବସ୍ଥାନକୁ ସ୍ୱୀକାର କରି ତାଙ୍କୁ ପାପ ପୁଣ୍ୟର ଅଧିକାରୀ ବୋଲି ମନେ କରେ । କିନ୍ତୁ ମନୁଷ୍ୟର କୌଣସି କର୍ମର ଶୁଭାଶୁଭ ଫଳର ପ୍ରେରକ ବା ଅଧିକାରୀ ପରମାତ୍ମା ନୁହନ୍ତି । ଅଜ୍ଞାନବଶତଃ ମନୁଷ୍ୟ ନିଜ ଅନ୍ତରସ୍ଥ  ଆତ୍ମାର ପ୍ରକୃତ ସ୍ୱରୂପ ନ ଜାଣି ଏହିପରି ବିମୂଢ଼ ହୋଇପଡେ । ଆତ୍ମା ଅନାଦି ଓ ଶାଶ୍ୱତ ହୋଇଥିବାରୁ ଏହା ମଧ୍ୟରେ ଆତ୍ମଜ୍ଞାନ ସୁପ୍ତ ଅବସ୍ଥାରେ ଅବସ୍ଥିତ ଥାଏ । ତାହା ପ୍ରାକୃତ ଅଜ୍ଞାନ ବା ଦେହାଭିମାନ ଦ୍ୱାରା ବିସ୍ମୃତ ହୋଇ ଯାଇଥାଏ । ଈଶ୍ୱରୀୟ ଜ୍ଞାନର ନିରନ୍ତର ଅଭ୍ୟାସ ଦ୍ୱାରା ଆତ୍ମସ୍ମୃତି ଜାଗ୍ରତ ହୁଏ । ଏହା ଦ୍ୱାରା ସ୍ୱତଃସ୍ପୂର୍ ଭାବରେ ଆତ୍ମାରେ ଜ୍ଞାନର ସ୍ଫୁରଣ ହୁଏ । ମେଘମୁକ୍ତ ଆକାଶରେ ସୂର୍ଯ୍ୟଙ୍କ ଭଳି ଯୋଗୀ ପରମାତ୍ମାଙ୍କୁ ଅନୁଭବ କରିପାରେ । ତେଣୁ ବୁଦ୍ଧିର ଯୁକ୍ତି ତର୍କ ଦ୍ୱାରା ଜ୍ଞାନ ଲବ୍ଧ ନୁହେଁ । ଏହା ନିରନ୍ତର ଅଭ୍ୟାସ କଲେହିଁ ଅନ୍ତରରୁ ଆପେ ଆପେ ସ୍ଫୁରିତ ହୁଏ । ଏହାହିଁ ମୁକ୍ତିର ସୁଗମ ପନ୍ଥା । ପରମାତ୍ମାଙ୍କ ସହିତ ସତତ ଯୋଗଯୁକ୍ତ ହୋଇ ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହେଲେ ମାନବ ସମସ୍ତ ପାପରୁ ମୁକ୍ତ ହୁଏ ଓ ଶେଷରେ ତାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରେ । ଏହାକୁ  "ମୁକ୍ତି' କୁହାଯାଏ ।  (ଗୀ-୫/୧୪-୧୨)

ପରମାତ୍ମା ବୀଜ ସ୍ୱରୂପ

ପରମାତ୍ମା କିପରି ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ ଓ ସର୍ବଗୁଣର ମୂଳକେନ୍ଦ୍ର ତାହା ଗୀତାରେ ବିଭିନ୍ନ ଦୃଷ୍ଟାନ୍ତ ଦ୍ୱାରା ଦର୍ଶାଯାଇଛି । କିନ୍ତୁ କେତେକ ଏହାର ଅର୍ଥ କରିବାକୁ ଯାଇ ପରମାତ୍ମାଙ୍କୁ ସଜୀବ ଓ ନିର୍ଜୀବ ଉଭୟ ମଧ୍ୟରେ ବିଦ୍ୟମାନ ବୋଲି ବର୍ଣ୍ଣନା କରନ୍ତି । ଏହା ଭ୍ରମାତ୍ମକ । ଜଣେ ବ୍ୟକ୍ତିକୁ ପୁରୁଷ ବ୍ୟାଘ୍ର କହିବାର ତାପôର୍ଯ୍ୟ ଏହା ନୁହେଁ ଯେ ତା'ମଧ୍ୟରେ କୌଣସି ବ୍ୟାଘ୍ରର ଅସ୍ତିତ୍ୱ ଅଛି । ଏହାର ଅର୍ଥ ଏକ ଶକ୍ତିଶାଳୀ ପୁରୁଷକୁ ବୁଝାଉଛି । ସେହିପରି ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ଅର୍ଥାତ ସେ ସମସ୍ତ ମାନବାତ୍ମାଙ୍କର ଆତ୍ମିକ ପିତା ଅଟନ୍ତି । ଗୀତାରେ ଏପରି ଅନେକ ଶ୍ଳୋକ ଦେଖାଯାଏ ଯାହାର ଆକ୍ଷରିକ ଅର୍ଥ  କରିବା ଅପେକ୍ଷା ଭାବାତ୍ମକ ଅର୍ଥ କରିବା ବେଶୀ ପ୍ରାସଙ୍ଗିକ ।

ଏକ ମୂଳ ସନାତନ ସତ୍ୟ ହେଉଛି ପ୍ରକୃତିର ଶକ୍ତି । ତାହାକୁ ଜୀବାତ୍ମା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ବିଭିନ୍ନ ଭାବରେ ଅନୁଭବ କରେ । ଇନ୍ଦି୍ରୟମାନଙ୍କର ଯେଉଁ ସୂକ୍ଷ୍ମ  ଅଧ୍ୟାତ୍ମ ଶକ୍ତି ତାହା ସନାତନ ଶକ୍ତିର ଅଂଶ । ପ୍ରତ୍ୟେକ ଇନ୍ଦ୍ରିୟର ଶୁଦ୍ଧ ସାରେ ସେହି ଭଗବତ୍ ପ୍ରକୃତି ବିଦ୍ୟମାନ । ଇନ୍ଦି୍ରୟ, ଜୀବନ, ଜ୍ୟୋତି, ବୁଦ୍ଧି, ତେଜ, ପୌରୁଷ ବା ତପଃ ଶକ୍ତିର ଯେଉଁ ବାହ୍ୟ ବ୍ୟକ୍ତ ଭାବ ଓ ବିକାଶ, ତାହା ପରା ପ୍ରକୃତିର ଯଥାର୍ଥ ସ୍ୱରୂପ ନୁହେଁ । ଯେତେବେଳେ ଆତ୍ମାର ଜ୍ୟୋତି ଓ ଶକ୍ତି ଶୁଦ୍ଧ ସ୍ୱରୂପରେ ଅଭିବ୍ୟକ୍ତ ହୁଏ  ସେତେବେଳେ ତାହା ଆଧ୍ୟାତ୍ମ ପ୍ରକୃତି ରୂପରେ କଥିିତ ହୁଏ । ସେହି ଶକ୍ତି ଓ ଜ୍ୟୋତି ହିଁ ସନାତନ ବୀଜ,ତାହାଠାରୁ ହିଁ ଆଉ ସବୁକିଛି ଉଦ୍ଭୁତ ଓ ବିକଶିତ ହୋଇଛି ।

ଅଧ୍ୟାତ୍ମ ପ୍ରକୃତିରେ ଯାହା ଶୁଦ୍ଧ ବଳ, ଶୁଦ୍ଧ କାମ ତାହାହିଁ ନିମ୍ନ ପ୍ରକୃତିରେ ବିକୃତ ଓ ଅଶୁଦ୍ଧ ହୋଇପଡେ । ଆମକୁ ଆମର ନୀଚ ପ୍ରକୃତିର ଅଶୁଦ୍ଧତା ସମୂହକୁ ଦୂର କରି ଉଦ୍ଧ୍ୱର୍ ଅଧ୍ୟାତ୍ମ ପ୍ରକୃତିରେ ପ୍ରତିଷ୍ଠିତ ହେବାକୁ ହେବ । ଗୀତାରେ ଧର୍ମର ଏକ ନବୀନତମ ବ୍ୟାଖ୍ୟା କରା ଯାଇଛି ଯାହା ଅନୁସାରେ ଧର୍ମ ଶବ୍ଦର ଅଧ୍ୟାତ୍ମ ଅର୍ଥ ହେଉଛି ସ୍ୱଭାବ ଦ୍ୱାରା ନିୟତ କର୍ମ । ସ୍ୱଭାବ ଅର୍ଥ ଆତ୍ମାର ମୂଳ ଭାବ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ, ପବିତ୍ର ସ୍ୱରୂପ, ଶାନ୍ତି ସ୍ୱରୂପ, ଆନନ୍ଦ ସ୍ୱରୂପ, ପ୍ରେମ ସ୍ୱରୂପ । ଏସବୁ ଜୀବାତ୍ମାର ଅଧ୍ୟାତ୍ମ ପ୍ରକୃତି । ଉଦ୍ଧ୍ୱର୍ ଅଧ୍ୟାତ୍ମ ପ୍ରକୃତିରୁ ସ୍ୱତଃସ୍ଫୁର୍ ଭାବରେ ଉତ୍ସାରିତ ହେଉଥିବା କାମନା ଓ ମନୁଷ୍ୟ ମଧ୍ୟରେ ଯାହା ପରମାତ୍ମାଙ୍କ ଆତ୍ମ ଭୋଗେଚ୍ଛା, ତାହାହିଁ ଧର୍ମର  ଅବିରୋଧୀ କାମନା । ତେଣୁ ଏହାର ଅର୍ଥ ଶାସ୍ତ୍ର ବିହିତ ସା୍ୱିକ କାମନାକୁ ବୁଝାଏ ନାହିଁ । 

ପରମାତ୍ମା ସା୍ୱିକ, ରାଜସିକ ଓ ତାମସିକ ଭାବ ତ୍ରୟର ଅତୀତ ଅଟନ୍ତି । ତାଙ୍କର ଯେଉଁ ସତ୍ୟ ପରା ଅଧ୍ୟାତ୍ମ ପ୍ରକୃତି ତାହା ଏହି ସବୁ ମଧ୍ୟରେ ଆବଦ୍ଧ ନୁହେଁ । ଏହିସବୁ କେବଳ ପ୍ରତିଭାସିକ ବ୍ୟାପାର । ଦେହ ଅଭିମାନରୁ ସୃଷ୍ଟ ଅହଙ୍କାର ଓ ଅଜ୍ଞାନର କ୍ରିୟା ଦ୍ୱାରା ଏହା ପ୍ରତିଭାସିତ  ହୁଏ । ଅଜ୍ଞାନତା ଆମକୁ ପ୍ରତ୍ୟେକ ବିଷୟ ଓଲଟା ଓ ବିକୃତ ଭାବରେ ଦେଖାଏ ।  (ଗୀ ୭/୮-୧୨)

ପରମାତ୍ମା ସର୍ବୋପରି

         କର୍ମର ପଥ ଭକ୍ତି ଓ ଆତ୍ମ ସମର୍ପଣରେ ପରିଣତ ହୁଏ । କାରଣ ଏଥିରେ ଯୋଗୀ ତା'ର ସମସ୍ତ ସଂକଳ୍ପ ଓ କର୍ମକୁ ଯଜ୍ଞରୂପେ ଏକ ପରମାତ୍ମାଙ୍କୁ ଅର୍ପଣ କରେ । ଆଭ୍ୟନ୍ତରୀଣ ଯଜ୍ଞ ପ୍ରକୃତ ଯଜ୍ଞ । ସେଠାରେ ସ୍ୱୟଂ ପରମାତ୍ମା ହୁଅନ୍ତି ଯଜ୍ଞ, ଯଜ୍ଞର ପ୍ରତ୍ୟେକ କ୍ରିୟା, ଉପକରଣ ଓ ହୋମାଗ୍ନି । କାରଣ ଆମ ହୃଦୟରେ ଯେଉଁ ଭଗବତ୍ମୁଖୀ ସଂକଳ୍ପ, ଉର୍ଦ୍ଧମୁଖୀ ଅଭୀପ୍ସା; ତାହା ହେଉଛି ଅଗ୍ନି । ଏହି ଯଜ୍ଞ ହେଉଛି ଏକାଦିକ୍ରମେ କର୍ମ, ଭକ୍ତି ଓ ଜ୍ଞାନର ସମନ୍ୱୟ । ପରମାତ୍ମା ହେଉଛନ୍ତି ସର୍ବାତ୍ମାଙ୍କ ପିତା, ସମସ୍ତଙ୍କ ଈଶ୍ୱର (ଧାତା), ଆଦିଦେବ ପ୍ରଜାପିତା ବ୍ରହ୍ମାଙ୍କ ପିତା ହିସାବରେ ସମସ୍ତ ପ୍ରଜାଙ୍କର ପିତାମହ, ସକଳ ବାକ୍ୟ ଓ ଚିନ୍ତାର ଶାଶ୍ୱତ ବୀଜ ସ୍ୱରୂପ (ଓଁକାର) ଓ ଜ୍ଞାନର ସାଗର ଅଟନ୍ତି । ବେଦ, ଉପନିଷଦ ପୁରାଣ ଆଦି ସେହି ଜ୍ଞାନ ସିନ୍ଧୁର ଏକ ବିନ୍ଦୁ ମାତ୍ର । ଯେଉଁ ବ୍ୟକ୍ତି ପରମାତ୍ମାଙ୍କୁ ଏହିପରି ଭାବରେ ଜାଣି ତାଙ୍କୁ ନିତ୍ୟ ନିରନ୍ତର ଶ୍ରଦ୍ଧାର ସହିତ ସ୍ମରଣ କରେ, ତାହାର ସମସ୍ତ ଜୀବନକର୍ମକୁ ଏକ ମହାନ୍ ଆତ୍ମ ନିବେଦନରେ ଶାଶ୍ୱତ ପୁରୁଷ ପରମାତ୍ମାଙ୍କୁ ଅର୍ପଣ କରେ । ତାପାଇଁ ପରମାତ୍ମାହିଁ ସର୍ବସ୍ୱ; ବାକି ସବୁ ତାଙ୍କର ହିଁ ଅବଦାନ ।

ଜ୍ଞାନୀ ଯୋଗୀ ପାଇଁ ପରମାତ୍ମା ହେଉଛନ୍ତି ସବୁ କିଛି । ସେହିଁ ତାଙ୍କ ଧ୍ୟେୟ ଓ ଧ୍ୟାନ; ବନ୍ଧୁ, ସଖା, ସହୋଦର । ତାଙ୍କ ମନରେ ସବୁବେଳେ ଝଙ୍କୃତ ହେଉଥାଏ, ""ତ୍ୱମେବ ମାତାଶ୍ଚ ପିତା ତ୍ୱମେବ; ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ, ତ୍ୱମେବ ବିଦ୍ୟାଂ ଦ୍ରବିଣଂ ତ୍ୱମେବ, ତ୍ୱମେବ ସର୍ବଂ ମମ ଦେବ ଦେବ ।ା'' ଏହି ଭାବରେ ଯିଏ ପରମାତ୍ମାଙ୍କୁ ଜାଣେ, ସେହିଁ ଶାଶ୍ୱତଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରେ । ତାକୁ କୌଣସି ପ୍ରକାର ଭୟ ବିଚଳିତ କରିପାରେ ନାହିଁ । ତାଙ୍କ ପାଇଁ ପରମାତ୍ମା ହେଉଛନ୍ତି ପଥ ଓ ଗନ୍ତବ୍ୟ ସ୍ଥଳ । ସେହି ପଥରେ କୌଣସି ପ୍ରତ୍ୟବାୟ ନାହିଁ । ସୁନିୟନ୍ତ୍ରିତ ପଦକ୍ଷେପ ଦ୍ୱାରା ତା'ର ଲକ୍ଷ୍ୟ ପ୍ରାପ୍ତିର ପଥ ହୁଏ ନିଷ୍କକକ ଓ ସୁଗମ ।

ସକାମୀ ମଣିଷ ତା'ର ବିଭିନ୍ନ କାମନାର ପୂର୍ି ପାଇଁ ଯଜ୍ଞ କରେ ଓ ପ୍ରକୃତିର ବିଭିନ୍ନ ତ୍ୱଠାରୁ ଚମକ୍ରାରୀ ଶକ୍ତି ପ୍ରାପ୍ତି ପାଇଁ କଠୋର ତପସ୍ୟା କରେ । କେହି କେହି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ରୌଦ୍ର ତାପରେ ବସି ତାଙ୍କୁ ପ୍ରାର୍ଥନା କରନ୍ତି । ଅନ୍ୟ କେହି ନିଜ ଚାରିପଟେ ନିଆଁ ଜାଳି ସାଧନା କରନ୍ତି । କେତେକଙ୍କୁ ତାଙ୍କର ତପନିଷ୍ଠାର ଫଳ ସ୍ୱରୂପ କିଛି କିଛି ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥାଏ । ସେମାନେ ସଂପୃକ୍ତ ତ୍ୱ ଉପାସନାରୁ ତାହା ପ୍ରାପ୍ତ ହେଲା ବୋଲି ମନେ କରନ୍ତି । ସେହିପରି ବିଭିନ୍ନ କାମନା ରଖି ଦେବୀ ଦେବତାଙ୍କ ଉପାସନା କରାଯାଏ । ସଂଯୋଗବଶତଃ ବା ତାଙ୍କ ଦୃଢ଼ ନିଷ୍ଠାର ପରିଣାମ ସ୍ୱରୂପ ଅଥବା ପୂର୍ବ ଜନ୍ମର ପ୍ରାରବ୍ଧ କର୍ମ ଫଳ ହେତୁ ଯେଉଁମାନଙ୍କ ମନୋକାମନା ପୂରଣ ହୋଇଯାଏ; ତାହାକୁ ସେମାନେ ସେହି ଦେବୀଦେବତାଙ୍କ  ଆଶୀର୍ବାଦରୁ ହେଲା ବୋଲି ମନେ କରନ୍ତି । ଏହିପରି ଆଶୁଫଳ ପ୍ରାପ୍ତି ପାଇଁ ବା ନିଜ ମଧ୍ୟରେ ଥିବା ଭୋଗ ଲାଳସା ପୂର୍ି ପାଇଁ ମଣିଷ ପରମାତ୍ମାଙ୍କୁ ଭୁଲି କର୍ମକାଣ୍ଡୀୟ ରୀତିରେ ଦେବ ଉପାସନାରେ ପ୍ରବୃ ହୁଏ । କିନ୍ତୁ ଏହାଦ୍ୱାରା ମଣିଷ ଅନେକ ସମୟରେ ବିପଥଗାମୀ ହୋଇଯାଏ  ଓ ବିକର୍ମ ଜନିତ ସଂସ୍କାର ତା'ର ଆତ୍ମାରେ ଜମା ହୋଇ ବୃଦ୍ଧି ପାଉଥାଏ । ଏହାହିଁ ଧର୍ମ ଗ୍ଲାନିର ମୂଳ କାରଣ । ତେଣୁ ସର୍ବଶ୍ରେଷ୍ଠ ଓ ସର୍ବ ଶକ୍ତିମାନ ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡି ତାଙ୍କ ସହିତ ବୁଦ୍ଧିକୁ ଯୁକ୍ତ କଲେ ସମସ୍ତ ପାପ ବିନଷ୍ଟ ହେବ । (ଗୀ- ୯/୧୬-୧୯)

ପରମାତ୍ମା ପରିଚୟ ଦ୍ୱାରା ପ୍ରାପ୍ତି 

ପରମାତ୍ମାଙ୍କ ପ୍ରତି ପ୍ରେମ, ପ୍ରୀତିପୂର୍ବକ ତାଙ୍କର ସ୍ମରଣ ଓ କେବଳ ତାଙ୍କଠାରେହିଁ ଆନନ୍ଦ ଅନୁଭବ କରିବା ହେଉଛି ପ୍ରକୃତ ଈଶ୍ୱରୀୟ ଭକ୍ତି । ମନୁଷ୍ୟତ୍ମାଠାରେ ଯେତେବେଳେ ଏହିପରି ଅବ୍ୟଭିଚାରୀଈଶ୍ୱରୀୟ ପ୍ରେମ ଜାଗ୍ରତ ହୁଏ ସେତେବେଳେ ସେ ପରମାତ୍ମାଙ୍କଠାରୁ ସାକ୍ଷାତ ଉପଦେଶ ପ୍ରାପ୍ତ ହେବାର ଯୋଗ୍ୟତା ପ୍ରାପ୍ତ ହୁଏ । ଏପରି ବ୍ୟକ୍ତି ସ୍ୱତଃଈଶ୍ୱରୀୟ ଅନୁକମ୍ପାପ୍ରାପ୍ତ ହୁଅନ୍ତି । କୌଣସି କଥାରେ ତାଙ୍କର ଲେଶ ମାତ୍ର ସନ୍ଦେହ ରହେ ନାହିଁ । 

ପରମାତ୍ମାଙ୍କ ଅବତରଣ ଅତି ଗୋପନୀୟ ଭାବରେ ହୁଏ । ସେ ମାନବ ଶରୀର ମାଧ୍ୟମରେ ମାନବାତ୍ମାଙ୍କ କଲ୍ୟାଣ ପାଇଁ ଈଶ୍ୱରୀୟ ଜ୍ଞାନ ଉପଦେଶ ଦିଅନ୍ତି । ଏହା ବେଦ, ଉପନିଷଦ, ବ୍ରହ୍ମସୂତ୍ର ଓ ଅଷ୍ଟାଦଶ ପୁରାଣାଦିରେ ବର୍ଣ୍ଣିତ ମାନବୀୟ ଜ୍ଞାନଠାରୁ ଅତି ଶ୍ରେଷ୍ଠ ଓ ସ୍ପଷ୍ଟ । ପରମଂ ବଚଃ । ଈଶ୍ୱରୀୟ ଜ୍ଞାନ ଜାତି, ବଣ୍ଣ,ର୍ ଧର୍ମ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ । ପରମାତ୍ମା ସର୍ବାତ୍ମାଙ୍କର ପରମପିତା, ପରମ ଶିକ୍ଷକ ଓ ପରମ ସତ୍ଗୁରୁ ହୋଇଥିବାରୁ ଯେଉଁମାନେ ତାଙ୍କୁ ଏହି ତିନୋଟି ସମ୍ବନ୍ଧରେ ସ୍ୱୀକାର କରନ୍ତି । ସେମାନେ ତାଙ୍କର କଲ୍ୟାଣକାରୀ ଜ୍ଞାନ ଶୁଣିବାର ସୌଭାଗ୍ୟ ପାଆନ୍ତି । ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନର ଯାଦୁକରୀ ଶକ୍ତିରେ ସାଧାରଣ ମଣିଷ ଦେବୀ ଦେବତା ସ୍ତରକୁ ଉନ୍ନୀତ ହୋଇଯାଏ । ପତିତ ମାନବାତ୍ମାମାନଙ୍କୁ ପୁନଶ୍ଚ ପବିତ୍ର ଦେବୀ ଦେବତା ସ୍ୱରୂପ ପ୍ରଦାନ କରିବା ପାଇଁ ପତିତ ଦୁନିଆରେ (କଳିଯୁଗ) ପରମାତ୍ମାଙ୍କ ଅବତରଣ ହୁଏ । ତେଣୁ ତାଙ୍କୁ ପତିତପାବନ କୁହାଯାଏ । ଈଶ୍ୱରୀୟ ଜ୍ଞାନ କଳି କଳୁଷିତ ମନୁଷ୍ୟାତ୍ମାର କଳ୍ମଷ ବିନାଶ କରେ ଓ ସତ୍ୟଯୁଗୀୟ ଦେବୀ ଦେବତା ସ୍ୱରୂପ ହେବାରେ ଯୋଗ୍ୟତା ପ୍ରଦାନ କରେ । ଦେବଲୋକରେ ପରମାତ୍ମାଙ୍କ ଅବତରଣର ଆବଶ୍ୟକତା ନ ଥିବାରୁ ଦେବତାମାନେ ତାଙ୍କୁ ଜାଣି ନ ଥାନ୍ତି । ଦ୍ୱାପର ଯୁଗରୁ ବିଭିନ୍ନ ଧର୍ମ ପୁସ୍ତକଗୁଡିକର ରଚନା ଆରମ୍ଭ ହେଲା । ପ୍ରାଚୀନ ମହର୍ଷିଗଣ ମଧ୍ୟ ପରମାତ୍ମା ତ୍ୱକୁ ଯଥାର୍ଥ ଭାବରେ ଜାଣି ନ ଥିଲେ । ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବରୁ ବିଭିନ୍ନ ପ୍ରକାର ମତବାଦ ଓ ଧର୍ମ ସଂପ୍ରଦାୟ ସୃଷ୍ଟି ହେଲା ।

ପରମାତ୍ମା ବିଷୟକ ଯଥାର୍ଥ ଜ୍ଞାନ ଅଭାବରୁ ମନୁଷ୍ୟ ପାପାଚରଣରେ ଲିପ୍ତ ହୁଏ । ସଂସାରରେ ସାଧାରଣତଃ ଦେଖାଯାଏ ଯେ ପିତୃମାତୃ ପରିଚୟହୀନ ବ୍ୟକ୍ତି ସମାଜରେ ଉପେକ୍ଷିତ ହୁଏ ଓ ଉପଯୁକ୍ତ ସ୍ନେହ ଏବଂ ପାଳନ ଅଭାବରୁ ବିପଥଗାମୀ ହୁଏ । ମାତାପିତାଙ୍କଠାରୁ ବ୍ୟକ୍ତି ଯେତିକି ସ୍ନେହ ପାଏ ଅନ୍ୟ କାହାରିଠାରୁ ପ୍ରାୟତଃ ସେତିକି ପାଏ ନାହିଁ । ନିଜର ପିତୃ ପରିଚୟ,ବଂଶ ପରିଚୟ ଜଣକ ମଧ୍ୟରେ ସ୍ୱାଭିମାନ ସୃଷ୍ଟି କରେ । ଅନେକ ସମୟରେ ଏହା ବ୍ୟକ୍ତିକୁ ପାପାଚରଣରେ ପ୍ରବୃ ହେବା ପାଇଁ ଅଙ୍କୁଶ ସଦୃଶ କାମ କରେ । ଲୋକଲଜ୍ୟା ଭୟ ହେତୁ ହେଉ ବା ବଂଶର ଗୌରବରେ କାଳିମା ଲାଗିବା ଭୟରୁ ହେଉ ବ୍ୟକ୍ତି କୁକର୍ମ ପ୍ରତି ସଜାଗ ରହିବାକୁ ବାଧ୍ୟ ହୁଏ । ସେହିପରି ଆତ୍ମାମାନଙ୍କର ପରମପିତା ହେଉଛନ୍ତି ପରମାତ୍ମା । ତାଙ୍କ ବିଷୟରେ ଯିଏ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ଜାଣି ନିଜର ଆତ୍ମିକ ପିତା ଭାବରେ ସ୍ୱୀକାର କରି ନିଏ ସେ ମହାନ୍ ହୋଇଯାଏ । ବ୍ୟକ୍ତି ଦେହ ଅଭିମାନ ତ୍ୟାଗ ନ କଲା ପର୍ଯ୍ୟନ୍ତ ପରମାତ୍ମାଙ୍କୁ ପିତା ସ୍ୱରୂପରେ ଅନୁଭବ କରିପାରେ ନାହିଁ । କାରଣ ପରମାତ୍ମା ମଧ୍ୟ ଆତ୍ମା ଭଳି ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ଆତ୍ମାକୁ ଦୈ÷ହିକ ଆସକ୍ତିରୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସେ ପରମାତ୍ମାନୁଭୂତି କରି ପାରେ ନାହିଁ । ଦେହ ଅଭିମାନୀ ବ୍ୟକ୍ତି ସୂକ୍ଷ୍ମ ରୂପର ଚିନ୍ତା କରିପାରେ ନାହିଁ । ତେଣୁ ପରମାତ୍ମାଙ୍କୁ ବିଭିନ୍ନ ଶାରୀରିକ ରୂପ ପ୍ରଦାନ କରି ଉପାସନା କରେ । ସାକାର ଉପାସନାରେ ପିତାପୁତ୍ରର ସମ୍ବନ୍ଧ ଅପେକ୍ଷା ପୂଜ୍ୟପୂଜାରୀର ଭାବ ଅଧିକ ଥାଏ । ଈଶ୍ୱରୀୟ ସନ୍ତାନ ହିସାବରେ ନିଜ ମଧ୍ୟରେ ଶ୍ରେଷ୍ଠ ଭାବ ଆସିବା ଅପେକ୍ଷା ଏକ ପୂଜାରୀ, ଉପାସକ ବା ଭକ୍ତର ଦୈନ୍ୟତା ତା'ମଧ୍ୟରେ ଉପôନ୍ନ ହୁଏ । ନିଜକୁ ସେ ଦୀନ, ହୀନ, ଅଧମ, ପାପୀ ବୋଲି ଭାବି ପରମାତ୍ମାଙ୍କ କୃପା ଭିକ୍ଷା କରେ । ମେଁ ମୁରୁଖ ଖଲ କାମୀ ପାପ ହରୋ ଦେବା.... ।ା କିନ୍ତୁ ନିଜକୁ ଯିଏ ପରମାତ୍ମାଙ୍କ ସନ୍ତାନ ବୋଲି ହୃଦୟ ସହିତ ଗ୍ରହଣ କରିନିଏ ତା'ମଧ୍ୟରେ ଈଶ୍ୱରୀୟ ଗୁଣଗୁଡିକର ବିକାଶ ହୁଏ । ଉରାଧିକାରୀ ସ୍ୱରେ ସେ ସବୁକିଛି ତାଙ୍କଠାରୁ ସ୍ୱତଃ ପାଇଯାଏ । ଧନଂ ଦେହି, ଯଶଂ ଦେହି, ବିଦ୍ୟାଂ ଦେହୀ ଏହିପରି ମାଗିବାର ପ୍ରବୃି ତା'ଠାରୁ ଚାଲିଯାଏ । ଯେଉଁଠି ଦିବ୍ୟତା, ଶ୍ରେଷ୍ଠତା, ମହାନତା, ସମ୍ପନ୍ନତା, ସମ୍ପୂର୍ଣ୍ଣତା ଆଦି ସକାରାତ୍ମକ ଈଶ୍ୱରୀୟ ଗୁଣର ବିକାଶ ହୁଏ ସେଇଠି ନକାରାତ୍ମକ ଭାବନା ଧୀରେ ଧୀରେ ଅପସାରିତ ହୁଏ । ତେଣୁ ଗୀତାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ମଧ୍ୟରେ ସୁଯୋଗ ପାଇଲେ ପରମାତ୍ମା ମଣିଷର ପରମାତ୍ମା ବିଷୟକ ଅଜ୍ଞାନତା ଦୂର କରିବା ପାଇଁ ବାରମ୍ବାର ନିଜର ପ୍ରକୃତ ପରିଚୟ ଦେବାକୁ କୁଣ୍ଠିତ ହୋଇ ନାହାନ୍ତି । ସେ ଅଜ,ଅନାଦି ଓ ସମସ୍ତ ଲୋକର ମହାନ ଈଶ୍ୱର ଅଟନ୍ତି । ସେହିଁ ସର୍ବୋପରି । ବ୍ୟକ୍ତି ଯେପର୍ଯ୍ୟନ୍ତ ନିଜର ଅନାଦି ଆତ୍ମିକ ସ୍ୱରୂପରେ ସ୍ଥିତ ନ ହୋଇଛି ସେପର୍ଯ୍ୟନ୍ତ ପରମାତ୍ମାଙ୍କ ଅନାଦିତ୍ୱ ଅନୁଭବ କରିବ କିପରି? ପରମାତ୍ମାଙ୍କ ପ୍ରକୃତ ତ୍ୱ ଜାଣିବା ଦ୍ୱାରା ବ୍ୟକ୍ତିର ମୂଢ଼ତା ଓ ପାପ ଦୂରୀଭୂତ ହୁଏ ।   (ଗୀ- ୧ଠ/୧-୩)

ପରମାତ୍ମାଙ୍କ ଦିବ୍ୟସ୍ୱରୂପ

ଅବିନାଶୀ ବ୍ରହ୍ମ, ଅମୃତ, ଶାଶ୍ୱତ ଧର୍ମ ଓ ଐକାନ୍ତିକ ସୁଖର ଆଶ୍ରୟ ହେଉଛନ୍ତି ପରମାତ୍ମା । ""ମୁଁ ଅବିନାଶୀ ବ୍ରହ୍ମର ଆଶ୍ରୟ'' – ପରମାତ୍ମାଙ୍କ ଏହି କଥନରୁ ଦୁଇଟି କଥା ବୁଝାଯାଉଛି । ପ୍ରଥମତଃ, ସେ ନିଜକୁ ବ୍ରହ୍ମଠାରୁ ପୃଥକ ଦର୍ଶାଇଛନ୍ତି । କେତେକ ଟୀକାକାର ଏଠାରେ ପରମାତ୍ମା ଓ ବ୍ରହ୍ମଙ୍କ ଅଭିନ୍ନତା ପ୍ରତିପାଦନ କରନ୍ତି । କିନ୍ତୁ ଆଶ୍ରିତ ଓ ଆଶ୍ରୟଦାତା କିପରି ଏକ ଓ ଅଭିନ୍ନ ହେବେ ତାହା ବିଚାର୍ଯ୍ୟ । ଏଠାରେ ପରମାତ୍ମା ନିଜକୁ ବ୍ରହ୍ମର ଆଶ୍ରୟଦାତା ରୂପେ ଉଲ୍ଲେଖ କରିଛନ୍ତି । ବ୍ରହ୍ମ ହେଉଛି ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ଏବଂ ପରମାତ୍ମା ହେଉଛନ୍ତି ଏହାର ସ୍ୱାମୀ । ପରମାତ୍ମାଙ୍କ ନିବାସ ସ୍ଥାନ ପରମଧାମକୁ ମଧ୍ୟ ବ୍ରହ୍ମଲୋକ କୁହାଯାଏ । କାରଣ ଏଠାରେ ସର୍ବତ୍ର ବ୍ରହ୍ମ ମହ୍ୱ ପରିବ୍ୟାପ୍ତ । ""ସର୍ବମିଦଂ ଖଲୁ ବ୍ରହ୍ମ ''– ଏହା ପରମଧାମ ପାଇଁ ଉଦ୍ଧିଷ୍ଟ; ଭୂଲୋକ ପାଇଁ ନୁହେଁ । ଏହି ଦୃଷ୍ଟିରୁ ବ୍ରହ୍ମ ହେଉଛି ପରମାତ୍ମାଙ୍କ ବାସସ୍ଥାନ । ତେଣୁ ବ୍ରହ୍ମ ଓ ପରମାତ୍ମାଙ୍କ ମଧ୍ୟରେ ଗୃହ ଓ ଗୃହମାଲିକର ସମ୍ପର୍କ । ଏପରି ସ୍ଥଳେ ଉଭୟଙ୍କ ମଧ୍ୟରେ ଐକ୍ୟତା ପ୍ରତିପାଦନ କରିବା କେତେ ବିବେକ ସମ୍ମତ ତାହା ପ୍ରଣିଧାନଯୋଗ୍ୟ । ବ୍ରହ୍ମକୁ ଅବିନାଶୀ କହି ପରମାତ୍ମା ନିଜର ଅବ୍ୟୟତ୍ୱ ବିଷୟରେ ସ୍ପଷ୍ଟ କରିଛନ୍ତି । କାରଣ ଯିଏ ବ୍ରହ୍ମ ପରି ଅବିନାଶୀ ମହ୍ୱର ସ୍ୱାମୀ, ସେ କିପରି ବା ବିନାଶୀ ହେବେ?

“ମୁଁ ଅମୃତର ଆଶ୍ରୟ” - ଏହି ବାକ୍ୟରୁ ପରମାତ୍ମା ନିଜକୁ ଅମର ବୋଲି କହୁଛନ୍ତି । ଯେଉଁ ମାନବାତ୍ମା ତାଙ୍କୁ ଅବ୍ୟଭିଚାରୀ ଭକ୍ତି ଯୋଗରେ ସ୍ମରଣ କରେ ସେ ସ୍ୱୟଂ ଅମର ହୋଇଯାଏ । କାରଣ ପରମାତ୍ମା ସ୍ୱୟଂ ଅମୃତର ଭଣ୍ଡାର । ଜ୍ଞାନକୁ ଅମୃତର ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରାଯାଏ । ତେଣୁ ଅମୃତର ଅର୍ଥ ଜ୍ଞାନ ରୂପରେ ଗ୍ରହଣ କରିବାକୁ ହେବ । ପରମାତ୍ମା ଜ୍ଞାନର ମହାସାଗର । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଆଧାରରେ ମନୁଷ୍ୟାତ୍ମା ଅମର ପଦ ବା ଦେବ ପଦ ପ୍ରାପ୍ତ ହୁଏ ।

ପରମାତ୍ମା ସନାତନ ଧର୍ମର ଆଧାର । ତେଣୁ ତାଙ୍କୁ ଏକାଦଶ ଅଧ୍ୟାୟରେ ଶାଶ୍ୱତ ଧର୍ମର ରକ୍ଷକ(ଶାଶ୍ୱତ ଧର୍ମଗୋପ୍ତା ୧୧/୧୮) ବୋଲି କୁହାଯାଇଛି । ଯେତେବେଳେ ଏହି ସନାତନ ଧର୍ମ ମାର୍ଗରୁ ବିଚୁ୍ୟତ ମାନବ ସମାଜ ବିଭିନ୍ନ ସମ୍ପ୍ରଦାୟରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ କଳହ କରନ୍ତି ସେତେବେଳେ ଏହାର ପୁନର୍ସ୍ଥାପନ ପାଇଁ ସେ ଧରାପୃଷ୍ଠରେ ଅବତରଣ କରନ୍ତି । (ଗୀ-୪/୮)

ଯାହା ପାଇଲେ ମାନବାତ୍ମା ଆଉ କୌଣସିଠାରୁ ସୁଖ ପ୍ରାପ୍ତିର କାମନା କରେ ନାହିଁ ତାହା ହେଉଛି ଐକାନ୍ତିକ ସୁଖ । ଏହାର କ୍ଷୟ ନ ଥିବାରୁ ଏହାକୁ ପମ ଅଧ୍ୟାୟର ଏକବିଂଶ ଶ୍ଳୋକରେ "ଅକ୍ଷୟ ସୁଖ' ବୋଲି ବର୍ଣ୍ଣନା କରାଯାଇଛି । ଏହି ଐକାନ୍ତିକ ସୁଖକୁ ଷଷ୍ଠ ଅଧ୍ୟାୟର ଏକବିଂଶ ଶ୍ଳୋକରେ "ଆତ୍ୟନ୍ତିକ ସୁଖ' ଓ ଅଷ୍ଟାଦଶ ଶ୍ଳୋକରେ "ଅତ୍ୟନ୍ତ ସୁଖ' ନାମରେ ବର୍ଣ୍ଣନା କରାଯାଇଛି । ଏହିପରି ସୁଖର ଏକମାତ୍ର ଆଧାର ହେଉଛନ୍ତି ପରମାତ୍ମା । ଯେଉଁ ବ୍ୟକ୍ତି ପରମାତ୍ମାଙ୍କୁ ପ୍ରାପ୍ତ ହୋଇଛି ତା'ପାଇଁ ସାଂସାରିକ ସମସ୍ତ ସୁଖ ଅସାର । ପୂର୍ବଶ୍ଳୋକରେ ଏହିପରି ସ୍ୱରୂପଯୁକ୍ତ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଅବ୍ୟଭିଚାରୀ ଭକ୍ତି ଯୋଗର ଅନୁସରଣ କରିବାକୁ କୁହାଯାଇଛି ।

        ପରମାତ୍ମା ସାଧର୍ମ୍ୟ ଲାଭ, ସାରେ ଓ ପ୍ରକୃତିରେ ତାଙ୍କ ସହିତ ଏକ ହେବା – ଗୀତା ଅନୁସାରେ ଏହା ହେଉଛି ଅମୃତତ୍ୱ ବା ପରମ ସିଦ୍ଧି । ଯେଉଁ ଜ୍ଞାନ ଦ୍ୱାରା ଏହି ସିଦ୍ଧି ଲାଭ କରାଯାଏ ତାକୁ ଶ୍ରେଷ୍ଠ ଜ୍ଞାନ କୁହାଯାଏ । ତ୍ରୟୋଦଶ ଅଧ୍ୟାୟରେ ପୁରୁଷ ଓ ପ୍ରକୃତି ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରାଯାଇଛି ଯାହା ଜୀବାତ୍ମା ଓ ପରମାତ୍ମା ମଧ୍ୟରେ ଥିବା ଭେଦକୁ ସୂଚିତ କରେ । ଜୀବାତ୍ମା ପ୍ରକୃତିର ଗୁଣଗୁଡିକୁ ଭୋଗ କରି ବଦ୍ଧ ହୁଏ । କିନ୍ତୁ ପରମାତ୍ମା ଅଭୋକ୍ତା, ଅକର୍ା ।

ମନୁଷ୍ୟ ଯେଉଁ ଅଜ୍ଞାନ ଆବେଗରେ ନାନା ପ୍ରକାର ବାସନା ତୃପ୍ତି ପାଇଁ ଧାବିତ ହୁଏ ତାହାର ମୂଳ ହେଉଛି ରଜୋଗୁଣ । ଏହାର ଫଳ ହେଉଛି କର୍ମର ନିଶା । ଏହା ସବୁ ପ୍ରକାର ଦୁଃଖ ଓ ଅଶାନ୍ତିର କାରଣ । ଏଥିରେ ଜ୍ଞାନର ଅଭାବ ଥାଏ । ରଜୋଗୁଣୀ ବ୍ୟକ୍ତିର ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ତୀବ୍ର ଅଭିଳାଷ ଥାଏ । କିନ୍ତୁ ତାହା ଯଥାର୍ଥ ଭାବରେ କିପରି ପାଇବାକୁ ହେବ ବା ଯଥାର୍ଥ ଭାବରେ ଭୋଗ କରିବାକୁ ହେବ ତା'ର ନିଗୂଢ଼ ରହସ୍ୟ ସେ ଜାଣେ ନାହିଁ । ସ୍ୱଗୁଣ ଠିକ ଏହାର ବିପରୀତ । ଏହା ଜ୍ଞାନ, ସୁଖ ଓ ଶାନ୍ତି ନେଇ ଆସେ । ଏଥିରେ ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତିର ଅଭିଳାଷ କିମ୍ବା ଦ୍ୱେଷ ନ ଥାଏ । ତଥାପି ମଧ୍ୟ ରଜୋଗୁଣ ଓ ତମୋଗୁଣ ପରି ଏହା ବନ୍ଧନର କାରଣ ହୋଇପାରେ । ଜ୍ଞାନୀ ବ୍ୟକ୍ତି ଅହଙ୍କାର ଓ ଅଭିମାନର ବଶବର୍ୀ ହେଲେ ତାହା ତାଙ୍କ ପାଇଁ ବନ୍ଧନର କାରଣ ହୁଏ । ତମୋଗୁଣ ହେଉଛି ସ୍ୱ ଓ ରଜଃ ଉଭୟର ବିପରୀତ । ଏଥିରେ ଉଭୟ ଜ୍ଞାନ ଓ କର୍ମ ପ୍ରବୃିର ଅଭାବ ଥାଏ ।

ପରମାତ୍ମାଙ୍କ ସ୍ୱରୂପ ଅନୁଭବ କରିବାକୁ ହେଲେ ତ୍ରିଗୁଣର କ୍ରିୟାରୁ ନିଜକୁ ମୁକ୍ତ ରଖିବାକୁ ହେବ । ରାଜସିକ ଓ ତାମସିକ କର୍ମରେ କୌଣସି ଲାଭ ନାହିଁ । ଏହାର ଫଳ ଦୁଃଖ କାରକ । ସା୍ୱିକ କର୍ମର ଫଳ ସୁଖମୟ । କିନ୍ତୁ ସେଥିରୁ ମଧ୍ୟ ଆସକ୍ତି ପରିତ୍ୟାଗ କରିବାକୁ ହେବ । କେବଳ କର୍ମର ଫଳ ନୁହେଁ; କର୍ମର ଆସକ୍ତି ପରିତ୍ୟାଗ କରିବାକୁ ହେବ । ସା୍ୱିକ, ରାଜସିକ ବା ତାମସିକ ଗୁଣ ଯାହାବି ହେଉନା କାହିଁକି ଯେଉଁଠି ଆସକ୍ତି ଥାଏ ତାହା ଅବଶ୍ୟ ବନ୍ଧନର କାରଣ ହୁଏ । କର୍ମର ନିଶା ହେଉଛି ତାମସିକ ଆସକ୍ତି ଏବଂ ସତ୍କର୍ମ ପ୍ରତି ପୁଣ୍ୟବାନ ଲୋକର ଯେଉଁ ଆକର୍ଷଣ ତାହା ସା୍ୱିକ ଆସକ୍ତି । ଏଥିରୁ ମୁକ୍ତ ହେବାର ଏକମାତ୍ର ଉପାୟ ହେଉଛି ସମସ୍ତ କର୍ମ ପରମାତ୍ମାର୍ପଣ ପୂର୍ବକ ତାଙ୍କ ଇଚ୍ଛାରେ ନିଷ୍କାମ ଓ ସମତାପୂର୍ଣ୍ଣ ଏକ ଯନ୍ତ୍ର ହେବା ।

ସୁଖ- ଦୁଃଖ, ଆଶା-ନିରାଶା, ଜୟ-ପରାଜୟ – ଏହିପରି ଦ୍ୱନ୍ଦ୍ୱପୂର୍ଣ୍ଣ ସାଧାରଣ ଜୀବନ ପ୍ରତି ମନୁଷ୍ୟର ଯେଉଁ ତୀବ୍ର ଆସକ୍ତି ତାହା ରାଜସିକ ବୃି । ଏହା ତାମସିକ ବୃି ଅପେକ୍ଷା ଶ୍ରେଷ୍ଠ । କାରଣ ତାମସିକତାର ବଶବର୍ୀ ମନୁଷ୍ୟ ଜୀବନ ଓ କର୍ମରେ ଉତ୍ସାହହୀନ ହୋଇ ଅଧୋଗତି ପ୍ରାପ୍ତ ହୁଏ । କର୍ମ ପ୍ରବୃି ମାନବ ଜୀବନରେ ସମସ୍ତ ଶକ୍ତିର ବିକାଶ ଘଟାଏ । ଏହି ବିକାଶ ପ୍ରକ୍ରିୟା ସା୍ୱିକ ଜୀବନ ଯାପନରେ ସମ୍ପୂର୍ଣ୍ଣ ହୁଏ । ମନୁଷ୍ୟ ଯଦି ଚିରକାଳ ରାଜସିକ ସ୍ତରରେ ସ୍ଥିର ରହେ ତେବେ ଆତ୍ମିକ ସ୍ତରରେ ତା'ର ବିକାଶ ପୂର୍ଣ୍ଣ ହେବ ନାହିଁ । ଏହାଦ୍ୱାରା ମାନବ ଜୀବନର ପରମ ଲକ୍ଷ୍ୟ ସିଦ୍ଧ ହେବ ନାହିଁ । ସେଥିପାଇଁ ସା୍ୱିକତାର ବିକାଶ କରି ଓ ଗୁଣାତୀତ ହୋଇ ପରମାତ୍ମାଙ୍କ ସାଧର୍ମ୍ୟ ଲାଭ କରିବାକୁ ହେବ ।

ଗୁଣାତୀତ ବ୍ୟକ୍ତି ଗୁଣାତ୍ମିକା ପ୍ରକୃତିର ଉଦ୍ଧ୍ୱର୍ରେ ଏକ ଉଚ୍ଚତର ଚୈତନ୍ୟରେ ପ୍ରତିଷ୍ଠିତ ଥାଆନ୍ତି । ସେହି ଉଦ୍ଧ୍ୱର୍ ସ୍ତରରେ ଥାଇ ସେ ଦେଖନ୍ତି ଯେ ପ୍ରକୃତିର ଗୁଣ ସମୂହ ସବୁ କରୁଛି । ଜୀବନର ସୁଖ-ଦୁଃଖ, ଝଡ-ଝଞ୍ଜା, ଶାନ୍ତି-ଅଶାନ୍ତି – ଏସବୁ ପ୍ରକୃତିର ଖେଳ । ସେ ଏସବୁର ଉଦ୍ଧ୍ୱର୍ରେ ରହି ନିଜକୁ ଅଟଳ, ଅକ୍ଷର ଓ ଶାଶ୍ୱତ ଆତ୍ମା ମନେ କରନ୍ତି । ଏହା ହେଉଛି ବ୍ରାହ୍ମୀ ସ୍ଥିତିର ନୈବ୍ୟକ୍ତିକତା । କିନ୍ତୁ ଯୋଗ ସାଧନାର ଏହା ଚରମ ଲକ୍ଷ୍ୟ ନୁହେଁ । ଯେ ପର୍ଯ୍ୟନ୍ତ ଆତ୍ମା ପରମାତ୍ମାଙ୍କ ସାଧର୍ମ୍ୟ ଲାଭ ନ କରିଛି ସେ ପର୍ଯ୍ୟନ୍ତ ତା'ର ଯୋଗ ଅସମ୍ପୂର୍ଣ୍ଣ । ତେଣୁ ପରମାତ୍ମାଙ୍କ ସ୍ୱରୂପ କଥନ ପରେ ଗୀତା ଏହି ଅଧ୍ୟାୟର ପରିସମାପ୍ତି କରିଛି । (ଗୀ-୧୪-୨୭)

ପରମାତ୍ମା ହିଁ ଏକମାତ୍ର ଉଦ୍ଧାର କର୍ା

ଦେହାଭିମାନୀ ବ୍ୟକ୍ତି ପରମାତ୍ମାଙ୍କୁ ଯଥାର୍ଥ ସ୍ୱରୂପରେ ସ୍ମରଣ କରିପାରନ୍ତି ନାହିଁ । ବେଦାଦି ଗ୍ରନ୍ଥରେ ପରମାତ୍ମାଙ୍କୁ ଅବ୍ୟକ୍ତ ବୋଲି କୁହାଯାଇଛି, କେବଳ ତାହା ପଢ଼ି ଶୁଣି  ତାଙ୍କ ଅବ୍ୟକ୍ତ ରୂପର ଧ୍ୟାନ କଲେ ମଧ୍ୟ ତାଙ୍କୁ ସହଜରେ ପାଇ ହୁଏନାହିଁ । ପ୍ରାଚୀନ ମୁନିଋଷିଗଣ ଅନେକ କଷ୍ଟସାଧ୍ୟ ସାଧନା କରି ମଧ୍ୟ ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ପାରି ନଥିଲେ । ଏଥିପାଇଁ ପରମାତ୍ମାଙ୍କ ବିଭିନ୍ନ ସାକାର ରୂପର ପରିକଳ୍ପନା କରାଯାଇ ତାଙ୍କ ଅବତାର ରୂପରେ ସେମାନଙ୍କର ଉପାସନା କରିବାର ବିଧି ବର୍ଣ୍ଣନା କରାଯାଇଛି । କିନ୍ତୁ ଗୀତାର ସୂକ୍ଷ୍ମ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଏଥିରେ ଅବତାରବାଦ ନାହିଁ; ବରଂ ପରମାତ୍ମାଙ୍କ ଅବତରଣ କଥା କୁହାଯାଇଛି । ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବରୁ ଧର୍ମରେ ଗ୍ଳାନି ହୁଏ ଓ ଏଥିପାଇଁ ତାଙ୍କୁ ଅବତରଣ କରିବାକୁ ପଡିଥାଏ । ପରମାତ୍ମାଙ୍କ ବିନା ତାଙ୍କର ପରିଚୟ ଦେବାକୁ କିଏ ବା ସମର୍ଥ? ତାଙ୍କ ଅବତରଣ ପରେ ଗତାନୁଗତିକ ଧର୍ମଗ୍ରନ୍ଥଗୁଡିକର ଆବଶ୍ୟକତା ପଡେ ନାହିଁ । ପରମାତ୍ମା ସାକ୍ଷାତ ଶିକ୍ଷକ ଭାବରେ ଯେଉଁଠି ଅବତୀର୍ଣ୍ଣ ହୋଇ ଜ୍ଞାନ ପ୍ରଦାନ କରନ୍ତି ସେଇଠି ତାଙ୍କୁ ପାଇବାରେ ଅସୁବିଧା କେଉଁଠି ? ତାଙ୍କ ପ୍ରଦ ଶିକ୍ଷା ଅନୁସରଣ କରିବା ଦ୍ୱାରା କେବଳ ତାଙ୍କୁ ସହଜରେ ପାଇହୁଏ; ତାଙ୍କୁ ଜାଣିହୁଏ ।

ଭବସାଗରରୁ ପାର ହେବା ପାଇଁ ପରମାତ୍ମାଙ୍କୁ ନାବିକ ରୂପେ ଗ୍ରହଣ କରିବାକୁ ହେବ । ତାଙ୍କ ନିର୍ଦ୍ଧେଶ ଅନୁସାରେ ସମସ୍ତ କର୍ମ କରିବାକୁ ପଡ଼ିବ । କର୍ୃତ୍ୱାଭିମାନ ତ୍ୟାଗ କରିବାହିଁ ତାଙ୍କ ନିକଟରେ ସମସ୍ତ କର୍ମ ଅର୍ପଣ କରିବା । ଏହା କର୍ମତ୍ୟାଗ ନୁହେଁ । କର୍ବ୍ୟ ଦୃଷ୍ଟିରୁ ନିଜକୁ ଈଶ୍ୱରଙ୍କଦ୍ୱାରା ନିଯୁକ୍ତ ଭାବି ତାଙ୍କ ଆଦେଶ ଅନୁରୂପ କର୍ମ କରିବା ହେଉଛି ନିଷ୍କାମ କର୍ମ । ଏହା ଈଶ୍ୱର ପରାୟଣତା । ସମ୍ପୂର୍ଣ୍ଣ ଈଶ୍ୱର ପରାୟଣ ନ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ଅନନ୍ୟ ଯୋଗ ସମ୍ଭବ ନୁହେଁ । ଅନ୍ୟ କୌଣସି ବିଷୟରେ ଚି ନିବେଶ ନ କରି କେବଳ ପରମାତ୍ମାଙ୍କ ଚିନ୍ତନ କରୁଥିବା ବ୍ୟକ୍ତିଙ୍କ ପାଇଁ ମୃତୁ୍ୟ ରୂପକ ସଂସାର ସାଗର ପାର ହେବା ପାଇଁ କୌଣସି କଷ୍ଟ ହୁଏ ନାହିଁ । ପରମାତ୍ମାଙ୍କ ଅବତରଣ ପରେ ମହାବିନାଶ କାର୍ଯ୍ୟ ତ୍ୱରାନ୍ୱିତ ହୁଏ । ମହାବିନାଶ ପୂର୍ବରୁ ଆତ୍ମାର ସମସ୍ତ ଆସୁରୀ ପ୍ରବୃି ତ୍ୟାଗ କରିବାକୁ ହେବ । ଏଥିପାଇଁ ପରମାତ୍ମାଙ୍କ ସହିତ ସତତ ମନକୁ ଯୁକ୍ତ କରିବା ଆବଶ୍ୟକ । ଅନ୍ୟଥା ଆତ୍ମାର ମଳିନତା ପରିଷ୍କୃତ ହେବ ନାହିଁ । (ଗୀ-୧୨/୫-୭)

ପରମାତ୍ମାଙ୍କ ପ୍ରଭାବ

ଯାହାଠାରୁ ଲାଭ ଓ ସୁଖ ମିଳେ ତା'ପ୍ରତି ମନରେ ଆକର୍ଷଣ ସୃଷ୍ଟି ହୁଏ । ନିଜଠାରୁ ଶକ୍ତିଶାଳୀ ବା ପ୍ରଭାବଶାଳୀ ବ୍ୟକ୍ତି ବା ସା ପ୍ରତି ମନରେ ଭୟ ବା ଭକ୍ତି ହୁଏ । ବେଦର ଉପାସନା କାଣ୍ଡରେ ଥିବା ବିଭିନ୍ନ ମନ୍ତ୍ରଗୁଡିକ ମନୁଷ୍ୟ ମନରେ ପ୍ରକୃତି ପ୍ରତି ଥିବା ଭୟ ବା ଭକ୍ତିର ଅଭିବ୍ୟକ୍ତି ମାତ୍ର । ସେଥିରେ ଅଗ୍ନି, ବରୁଣ, ଇନ୍ଦ୍ର, ଯମ, ବାୟୁ, ସୂର୍ଯ୍ୟ, ପୃଥିବୀ ଆଦିଙ୍କୁ ପ୍ରକୃତି ଦ୍ୱାରା ସମ୍ପାଦିତ ବିଭିନ୍ନ କ୍ରିୟାର ଦେବତା ରୂପେ ବର୍ଣ୍ଣନା କରି ପ୍ରାର୍ଥନା କରାଯାଇଛି । ବେଦୋକ୍ତ ମନ୍ତ୍ର ସାହାଯ୍ୟରେ ସଂପୃକ୍ତ ଦେବତାମାନଙ୍କୁ ସନ୍ତୁଷ୍ଟ କରି ନିଜ ଅଭିଷ୍ଟ ସାଧନ ପାଇଁ ମଣିଷ ହୋମ ଯଜ୍ଞର ଅନୁଷ୍ଠାନ କରେ । ସାଧାରଣ ଲୋକ ବୈଦିକ ମନ୍ତ୍ର ଜାଣେ ନାହିଁ । ଏହାର ସୁଯୋଗ ନେଇ ପୁରୋହିତ ବର୍ଗ କର୍ମକାଣ୍ଡକୁ ନିଜର ଜୀବିକା ରୂପେ ଗ୍ରହଣ କଲେ । ସେଥିପାଇଁ ବ୍ରାହ୍ମଣ ବ୍ୟତୀତ ଅନ୍ୟମାନଙ୍କ ପାଇଁ ବେଦପାଠକୁ ନିଷିଦ୍ଧ କରି ଦିଆଗଲା । ପୁରୋହିତ ବର୍ଗଙ୍କ ଲୋଭନୀୟ ପ୍ରଚାର ଦ୍ୱାରା ମାନବ ସମାଜରେ କର୍ମକାଣ୍ଡର ବହୁଳ ପ୍ରସାର ହେଲା । ଲୋକେ କର୍ମ(ପୁରୁଷାର୍ଥ) ଅପେକ୍ଷା କର୍ମକାଣ୍ଡ ଉପରେ ଅଧିକ ନିର୍ଭରଶୀଳ ହେଲେ । ଏପରିକି ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ, ଝିଅ ପାଇଁ ଭଲ ପାତ୍ରଟିଏ ମିଳିବା ପାଇଁ; କୌଣସି ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ; ଶତ୍ରୁର ବିନାଶ ପାଇଁ; ବ୍ୟବସାୟରେ ଅଧିକରୁ ଅଧିକ ଲାଭ ପାଇବା ପାଇଁ, ମାଲିମୋକଦମାରେ ନିଜ ସପକ୍ଷରେ ଡିଗ୍ରୀ ପାଇବା ପାଇଁ; ଚୋର ପୋଲିସଠାରୁ ରକ୍ଷା ପାଇବା ପାଇଁ; ପୋଲିସ ବା ଅନ୍ୟ କର୍ମଚାରୀ ଲା ନେଇ ଧରା ନ ପଡିବା ପାଇଁ; ନେତା ଭୋଟ ପାଇଁ; ଚାଷୀ ଭଲ ବର୍ଷା ପାଇଁ; ଛାତ୍ର ଭଲ ଡିଭିଜନରେ ପାସ କରିବା ପାଇଁ ଏବଂ ବେକାର ବ୍ୟକ୍ତି ଚାକିରୀ ପାଇଁ ପ୍ରତ୍ୟେକ କଥାରେ ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କର୍ମ କାଣ୍ଡୀୟ ରୀତିନୀତିର ଜାଲରେ ମଣିଷ ଛନ୍ଦି ହୋଇ ପଡିଲା । ଗୀତା ବେଦୋକ୍ତ ଏହି କ୍ରିୟାବହୁଳ କର୍ମକାଣ୍ଡର ମୃଦୁ ଭର୍ତ୍ସନା କରିଛି । ଗୀତାରେ ପରମାତ୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ କର୍ମକାଣ୍ଡ ସମ୍ମତ ପୂଜାପାଠ ହେଉଛି ସମ୍ପୁର୍ଣ୍ଣ ଅବିଧି । ମଣିଷ ମନରେ ଥିବା ଭକ୍ତି ଦେଖି ସେ ହିଁ ସେମାନଙ୍କୁ ଯଥାଯୋଗ୍ୟ ଫଳ ପ୍ରଦାନ କରନ୍ତି । କର୍ମକାଣ୍ଡୀୟ ରୀତିନୀତିରେ ଆସକ୍ତ ମନୁଷ୍ୟର ବୁଦ୍ଧିକୁ ପରମାତ୍ମାଭିମୁଖୀ କରାଇବା ପାଇଁ ପରମାତ୍ମା ଏଠାରେ ନିଜର ପ୍ରଭାବଗୁଡ଼ିକର ବର୍ଣ୍ଣନା କରିଛନ୍ତି ।

ଦେହାଭିମାନୀ ବ୍ୟକ୍ତିର ବୁଦ୍ଧି ଇନ୍ଦ୍ରିୟ ଗ୍ରାହ୍ୟ ବିଷୟ ବସ୍ତୁ,ଘଟଣା ଓ କ୍ରିୟା ପର୍ଯ୍ୟନ୍ତ ସୀମିତ ରହେ । ସେମାନେ ଦେହାଭ୍ୟନ୍ତରସ୍ଥ ଚିନ୍ମୟ ସା ଆତ୍ମାକୁ ଅନୁଭବ କରିପାରନ୍ତି ନାହିଁ । ସେମାନଙ୍କର ପ୍ରକୃତି ସହିତ ତାଦାତ୍ମ୍ୟ ରହୁଥିବାରୁ ପ୍ରକୃତିର ସମସ୍ତ କାର୍ଯ୍ୟକଳାପକୁ କେବଳ ସ୍ଥୂଳ ଦୃଷ୍ଟିରେ ଦେଖନ୍ତି । ଜଡ ପ୍ରକୃତିର ଅନ୍ତରାଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଶକ୍ତିର ଯଥାର୍ଥ ସ୍ୱରୂପ ବିଷୟରେ ସେମାନେ ଜାଣି ପାରନ୍ତି ନାହିଁ । ବିଜ୍ଞାନ କେବଳ ପ୍ରକୃତିର ଭୌତିକ ଶକ୍ତିକୁ ଆବିଷ୍କାର କରି ଉପଯୋଗ କରି ପାରିଛି । ପ୍ରକୃତିର ବିଚିତ୍ର ଲୀଳା ସବୁକୁ ଆଜି ମଧ୍ୟ ବିଜ୍ଞାନ ବୁଝିବାକୁ ଅସମର୍ଥ । ପ୍ରକୃତି ମଧ୍ୟରେ ସଙ୍ଘଟିତ ଅନେକ ଅଦ୍ଭୁତ କ୍ରିୟାକଳାପ ଦେଖି ମନୁଷ୍ୟ ସେ ସବୁକୁ ଈଶ୍ୱରୀୟ ଲୀଳା ବୋଲି ମନେ କଲା । ଏହା ଉପରେ ଗଭୀର ଚିନ୍ତନ ଚାଲିଲା । ବିଭିନ୍ନ ବ୍ୟକ୍ତି ବିଭିନ୍ନ ସିଦ୍ଧାନ୍ତରେ ପହିଲେ । ମଣିଷର ଭାବନାତ୍ମକ ଅଭିବ୍ୟକ୍ତି ଯେତେବେଳେ ଶବ୍ଦରେ ପ୍ରକାଶ ପାଏ ତାହା ଅଧିକାଂଶ ସମୟରେ କାବ୍ୟାତ୍ମକ ହୋଇଥାଏ । ଜଣେ ଦାର୍ଶନିକ କବିଙ୍କ ମତରେ କବିତାର ପରିଭାଷା ହେଉଛି ମଣିଷର ସ୍ୱତଃସ୍ଫୁର୍ ଶକ୍ତିଶାଳୀ ଭାବ ପ୍ରବାହ । ଚକ୍ଟରଗ୍ଧକ୍ସଚ୍ଚ ସଗ୍ଦ ଗ୍ଧଷର ଗ୍ଦକ୍ଟ୍ରକ୍ଟଦ୍ଭଗ୍ଧବଦ୍ଭରକ୍ଟଙ୍କଗ୍ଦ କ୍ଟଙ୍ଖରକ୍ସଲକ୍ଷକ୍ଟଙ୍ଗ କ୍ଟଲ କ୍ଟ୍ରକ୍ଟଙ୍ଗରକ୍ସଲଙ୍କକ୍ଷ ଲରରକ୍ଷସଦ୍ଭଶ. ଏହି ଦୃଷ୍ଟିରୁ ବୈଦିକ ସାହିତ୍ୟ ହେଉଛି ତତ୍କାଳୀନ ମୁନିଋଷିମାନଙ୍କ ମନୋଭାବର କାବି୍ୟକ ରୂପାନ୍ତର ମାତ୍ର । ସେଥିରେ ବୈଦିକ ଋଷିଗଣ ଈଶ୍ୱରଙ୍କ ବିଷୟରେ ନିଜ ନିଜ ଅନୁଭବ ବ୍ୟକ୍ତ କରିଛନ୍ତି । ସମସ୍ତେ ନିଜ ନିଜ ଅନୁସାରେ ପରମାତ୍ମାନ୍ୱେଷଣ କରିଛନ୍ତି; କିନ୍ତୁ କେହି ତାଙ୍କ ପର୍ଯ୍ୟନ୍ତ ପହି ପାରି ନାହାନ୍ତି । ତେଣୁ ସମସ୍ତଙ୍କ ମତ ଭିନ୍ନ ଭିନ୍ନ ହୋଇଛି । ""ବେଦା ବିଭିନ୍ନା ଶ୍ରୁତି ବିଭିନ୍ନା ନ ଏକ ମୁନି ଯସ୍ୟ ମତ ନ ଭିନ୍ନ ।'' କିନ୍ତୁ ଗୀତା ହେଉଛି ସାକ୍ଷାତ୍ ପରମାତ୍ମାଙ୍କ ବାଣୀ । ବୈଦିକ ସାହିତ୍ୟ ପରମାତ୍ମାଙ୍କ ସଠିକ ପରିଚୟ ଦେଇ ପାରିଲା ନାହିଁ ବୋଲି ଧର୍ମରେ ଗ୍ଳାନି ଦେଖାଦେଲା । ସେଥିପାଇଁ ମଣିଷର ସମସ୍ତ ଭ୍ରାନ୍ତିକୁ ଦୂର କରିବା ପାଇଁ ସାକ୍ଷାତ ପରମାତ୍ମାଙ୍କୁ ଭୂପୃଷ୍ଠରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ (ଗୀତା) ଦେବାକୁ ପଡ଼ିଲା । ସାକ୍ଷାତ୍ କଥୟତ ସ୍ୱୟଂ । ବୈଦିକ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଥିବା ବିଦ୍ୱାନମାନଙ୍କ ଦ୍ୱାରା ଗୀତା ଯେତେବେଳେ ସଙ୍କଳିତ ହୋଇ ଗ୍ରନ୍ଥ ରୂପ ନେଲା ବା ଆଧୁନିକ ଯୁଗରେ ପୁସ୍ତକ ରୂପେ ମୁଦ୍ରିତ ହେଲା, ସେହି ସମୟରେ ଅନେକ ନୂତନ ଶ୍ଳୋକ ଏଥିରେ ପ୍ରକ୍ଷିପ୍ତ କରାଗଲା ଓ କିଛି ମୂଳ ଶ୍ଲୋକକୁ ବାଦ ଦିଆଗଲା । ବୈଦିକ ସାହିତ୍ୟ ଦ୍ୱାରା ପ୍ରଭାବିତ ବିଦ୍ୱାନମାନେ ନିଜ ନିଜ ବିଚାରଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଗୀତାର ଭାଷ୍ୟ ରଚନା କରିଥିବାରୁ ଅନେକ ସ୍ଥାନରେ ସେମାନେ ଏହାର ମୌଳିକ ସତ୍ୟଠାରୁ ବହୁତ ଦୂରକୁ ଚାଲିଯାଇଥିବା ଲକ୍ଷ୍ୟ କରାଯାଏ । ଈଶ୍ୱରୀୟ ଦୃଷ୍ଟିକୋଣ ବିନା ଗୀତାକୁ ଠିକ୍ ଭାବରେ ବୁଝିହେବ ନାହିଁ । ""ଗୀତା ସୁଗୀତା କର୍ବ୍ୟଂ.. ।’’

ବୈଦିକ ବିଚାରଧାରା ଦ୍ୱାରା ପ୍ରଭାବିତ ଅନେକ କ୍ଷେପକ ଶ୍ଳୋକ ଗୀତାରେ ସନ୍ନିବେଶିତ କରାଯାଇଛି ଯାହା ନିମ୍ନ କେତୋଟି ଉଦାହରଣରୁ ସ୍ପଷ୍ଟ ବୁଝି ହେବ । ଆଲୋଚ୍ୟ ପ୍ରସଙ୍ଗରେ""ଯଦାଦିତ୍ୟଗତଂ ......ାା ଗୀ-୧୫/୧୨ ।ା ଶ୍ଳୋକଟି ମୁଣ୍ଡକ ଉପନିଷଦର ""ତମେବ ଭାନ୍ତମନୁଭାତି ସର୍ବ ତସ୍ୟ ଭାସା ସର୍ବମିଦଂ ବିଭାତି ''– ।ା ମୁ.୨/୨/୧୦ ।ା ବାକ୍ୟର ଭାବରୁ ଆନୀତ । ""ଗାମାବିଶ୍ୟ ତ ଭୁତାନି....... ।ା ଗୀ-୧୫/୧୩ ।ା ଶ୍ଳୋକଟି ଯର୍ଜୁବେଦର ""ଯେନ ଦୌରୁଦ୍ୟା ପୃଥିବୀ ତ ଦୃଢ଼ା......... ''ା ଯଜୁ ୩୨/୬ ।ା ମନ୍ତ୍ରର ଭାବରୁ ନିଆଯାଇଛି । ""ଅହଂ ବୈଶ୍ୱାନରୋ .....''ାାଗୀ-୧୫/୧୪ାା ଶ୍ଳୋକଟି ବୃହଦାରଣ୍ୟକ ଉପନିଷଦର ""ଅୟମଗ୍ନି ବୈଶ୍ୱାନରୋ ଯୋଽୟମନ୍ତଃ ପୁରୁଷେ ଯେନେଦମନ୍ନଂ ପଚ୍ୟତେ ଯଦିଦମଦ୍ୟତେ ...''ା ବୃହଦାରଣ୍ୟକ ।ା୫/୯/୧ାାବାକ୍ୟର ରୂପାନ୍ତର ମାତ୍ର । ଟୀକାକାରମାନେ ଏହି ଶ୍ଳୋକଗୁଡିକୁ ଉପରୋକ୍ତ ଦୃଷ୍ଟାନ୍ତ ଅନୁସାରେ ବୈଦିକ ବିଚାରଧାରା ଛାୟାରେ ହିଁ ବ୍ୟାଖ୍ୟା କରିଛନ୍ତି । ଗୀତାର ମୌଳିକତାକୁ ଦୃଷ୍ଟିରେ ରଖି ବିଚାର କଲେ ଆଲୋଚ୍ୟ ଶ୍ଳୋକ ତ୍ରୟର ଆଭିମୁଖ୍ୟ ହେଲା ମଣିଷର ବୁଦ୍ଧିକୁ ପ୍ରକୃତିରୁ ଅପସାରଣ କରି ପରମାତ୍ମାଭିମୁଖୀ କରାଇବା । ସୂର୍ଯ୍ୟଙ୍କ ପ୍ରକାଶ ଶକ୍ତି, ଅଗ୍ନିର ଦାହିକା ଶକ୍ତି ଓ ପାଚନ ଶକ୍ତି, ଚନ୍ଦ୍ରଙ୍କର ପ୍ରକାଶିକା ଓ ପୋଷଣ ଶକ୍ତି, ପୃଥିବୀର ଧାରଣ ଓ ସୃଜନୀ ଶକ୍ତି ହେତୁ ମନୁଷ୍ୟ ସେମାନଙ୍କ ପୂଜା ଉପାସନା କରେ । ଏଠାରେ ପରମାତ୍ମାଙ୍କ କହିବା ଅନୁସାରେ ଏ ଶକ୍ତି ଏମାନଙ୍କ ନିଜସ୍ୱ ନୁହେଁ । ଏ ସମସ୍ତେ ତାଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ତେଣୁ ଭୌତିକ ବସ୍ତୁ ଓ କ୍ରିୟାକଳାପରୁ ମନକୁ ଅପସାରଣ କରି ସମସ୍ତ ଶକ୍ତିର ଉତ୍ସ ପରମାତ୍ମାଙ୍କୁ କେବଳ ସ୍ମରଣ କରିବା ଉଚିତ ।

“ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟଃ”– ଏହାର ଆକ୍ଷରିକ ଅନୁବାଦ ହେଲା, ""ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ ।’’ ଅନେକ ବ୍ୟାଖ୍ୟାକାର ଏହାକୁ ଏପରି ଅର୍ଥ କରିଥାନ୍ତି । କେତେକ ଉପନିଷଦରେ ମଧ୍ୟ ଏହାର ସମାନାର୍ଥ ବାଚକ ଶ୍ଳୋକ ଦେଖାଯାଏ । “ଦ୍ୱା ସୁପର୍ଣ୍ଣା ସଜୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତୋ ।” (ମୁଣ୍ଡକ ୩/୧/୧;ଶ୍ୱେତାଶ୍ୱେତର ୪/୬) କିନ୍ତୁ ଏହାର ଆକ୍ଷରିକ ଅର୍ଥ ଗ୍ରହଣ କରିବା ବିବେକ ସମ୍ମତ ମନେ ହୁଏ ନାହିଁ । କାରଣ ଏଠାରେ ହୃଦୟ ଶବ୍ଦକୁ ମଣିଷ ଶରୀରର କୌଣସି ଅଙ୍ଗ ବିଶେଷ ଅର୍ଥରେ ଗ୍ରହଣ କରାଯାଇ ନ ପାରେ । କେତେକ ଏହି ଶ୍ଳୋକର ଉଦାହରଣ ପ୍ରସ୍ତୁତ କରି ପରମାତ୍ମାଙ୍କ ସର୍ବବ୍ୟାପକତାକୁ ପ୍ରମାଣ କରିଥାନ୍ତି । ସୂକ୍ଷ୍ମଭାବରେ ଅନୁଶୀଳନ କଲେ ଉଭୟ କଥା (ପରମାତ୍ମାଙ୍କ ସମସ୍ତଙ୍କ ହୃଦୟରେ ବିରାଜିତ ଓ ସର୍ବବ୍ୟାପକ) ପରସ୍ପର ବିରୋଧୀ । ପରମାତ୍ମା ଯଦି କେବଳ ସମସ୍ତଙ୍କ ହୃଦୟରେ ବିରାଜିତ, ତେବେ ଏହା ପରୋକ୍ଷରେ ସୂଚିତ କରେ ଯେ ସେ ଅନ୍ୟତ୍ର କେଉଁଠି ନାହାନ୍ତି । ତେଣୁ ଏଠାରେ "ହୃଦୟ' ଶବ୍ଦକୁ "ହୃଦ୍ପିଣ୍ଡ'(ଐରବକ୍ସଗ୍ଧ) ଅର୍ଥରେ ଗ୍ରହଣ କରିବା ଠିକ ହେବ ନାହିଁ । ଓଡିଆରେ "ହୃଦୟ' ଶବ୍ଦ ଏବଂ ଇଂରାଜୀରେ "ଐରବକ୍ସଗ୍ଧ'ଶବ୍ଦ କେବଳ ପ୍ରାଣୀମାନଙ୍କ ଅଙ୍ଗବିଶେଷକୁ ନ ବୁଝାଇ ସ୍ଥଳ ବିଶେଷରେ ବିଭିନ୍ନ ଅର୍ଥ ପ୍ରକାଶ କରେ । ""ସହରର ଠିକ ମଝିରେ ମୋର ଘର ଅଛି ।'' ଏହି ବାକ୍ୟର ଇଂରାଜୀ ଅନୁବାଦ ହେବ – “ଗଚ୍ଚ ଷକ୍ଟଙ୍କଗ୍ଦର ସଗ୍ଦ ଗ୍ଦସଗ୍ଧଙ୍କବଗ୍ଧରୟ ସଦ୍ଭ ଗ୍ଧଷର ଷରବକ୍ସଗ୍ଧ କ୍ଟଲ ଗ୍ଧଷର ଗ୍ଧକ୍ଟଙ୍ଗଦ୍ଭ.” । କେତେକ ସ୍ଥଳରେ "ହୃଦୟ' ଶବ୍ଦକୁ "ମନ'ର ପର୍ଯ୍ୟାୟବାଚୀ ରୂପେ ବ୍ୟବହାର କରାଯାଏ । ""ତୁମର ଏ କଥା ମୋର ହୃଦୟକୁ ଖୁବ ବାଧିଲା''; ""ତୁମକୁ ମୁଁ କିପରି ଭୁଲିବି; ତୁମେ ତ ମୋର ହୃଦୟରେ ସଦା ବିରାଜିତ''; ଇତ୍ୟାଦି । ତେଣୁ "ହୃଦୟ' ଶବ୍ଦର ଆକ୍ଷରିକ ଅର୍ଥ କରିବା ଅପ୍ରସାଙ୍ଗିକ ମନେ ହୁଏ । ଏକ ପ୍ରସଙ୍ଗରେ ଭଗବାନ ନାରଦକୁ କହିଛନ୍ତି; ""ନାହଂ ତିଷ୍ଠାମି ବୈକୁଣ୍ଠେ,ଯୋଗୀନାଂ ହୃଦୟେ ନ ଚ .....ା'' ଅର୍ଥାତ ମୁଁ ବୈକୁଣ୍ଠ ଓ ଯୋଗୀମାନଙ୍କ ହୃଦୟରେ ନ ଥାଏ । ଏହି ବାକ୍ୟ ""ସର୍ବସ୍ୟ ଚାହଂ ହୃଦି ସନ୍ନବିଷ୍ଟୋ'' ଶ୍ଳୋକଟିର ବିରୋଧାତ୍ମକ ଅଟେ । ପରମାତ୍ମାଙ୍କ କେଉଁ କଥାକୁ ସତ୍ୟ ବୋଲି ଗ୍ରହଣ କରାଯିବ? ଗୀତା ପରମାତ୍ମାଙ୍କ ସ୍ୱକଥିତ ବାଣୀ । ଈଶ୍ୱରୀୟ ବାଣୀ ସଙ୍ଗୀତର ମଧୂର ରାଗିଣୀ ପରି ସିଧା ସଳଖ ହୃଦୟକୁ ସ୍ପର୍ଶ କରେ ଏବଂ ଏକ ଅନିର୍ବଚନୀୟ ପୁଲକରେ ମନ ପୁଲକିତ ହୋଇଉଠେ । ଏଥିପାଇଁ ଏହାକୁ "ଗୀତା' କୁହାଯାଏ । ତାଙ୍କର ବାଣୀ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ସେ ସତ୍ୟ ସନାତନ ଧର୍ମର ସଂସ୍ଥାପକ । ଶାଶ୍ୱତ ଧର୍ମଗୋପ୍ତା । କଳିଯୁଗୀୟ କୌଣସି ଧର୍ମ ସମ୍ପ୍ରଦାୟ ଦ୍ୱାରା ଅନୁସୃତ ଧର୍ମ ପୁସ୍ତକ ଆଧାରରେ ସେ ଜ୍ଞାନ ଶୁଣାନ୍ତି ନାହିଁ । ତେଣୁ ଉପନିଷଦୀୟ ଦୃଷ୍ଟିକୋଣ ଅନୁସାରେ "ଗୀତା' ପାଠ ଘୋର ଅନର୍ଥର କାରଣ । ଏହି ହେତୁ ଏଠାରେ "ହୃଦୟ' ଶବ୍ଦକୁ ମଣିଷ ମନର ଭାବନା ଅର୍ଥରେ ଗ୍ରହଣ କଲେ ପ୍ରାସଙ୍ଗିକ ହେବ । "ହୃଦୟ' ଏକ ଦର୍ପଣ ଭଳି । ହୃଦୟ ନିର୍ମଳ ହେଲେ ବ୍ୟକ୍ତି ପରମାତ୍ମାଙ୍କୁ ଅନୁଭବ କରିପାରେ । ଅନନ୍ୟ ପ୍ରେମ ଓ ଅବ୍ୟଭିଚାରୀ ଭକ୍ତି ଦ୍ୱାରା ଯୋଗୀ ତାଙ୍କୁ ନିଜ ହୃଦୟ ସିଂହାସନରେ ବସାଏ । ଅର୍ଥାତ ତା'ର ମନ ଓ ବୁଦ୍ଧି ନିତ୍ୟ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ଥାଏ । 

ସ୍ମୃତି, ଜ୍ଞାନ ଓ ବିସ୍ମୃତି (ଅପୋହନ) ଏ ତିନୋଟି ଶକ୍ତିର ଉତ୍ସ ମଧ୍ୟ ପରମାତ୍ମା । ସ୍ମୃତି ଶକ୍ତି ହେତୁ ମଣିଷ ଅତୀତର ଅନେକ କଥା ମନେ ରଖି ପାରେ । ଏହା ଜ୍ଞାନର ବିକାଶ କରାଏ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ତେଣୁ ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତି ପ୍ରକୃତ ଜ୍ଞାନୀ ପଦବାଚ୍ୟ । ମନୁଷ୍ୟର ସ୍ମୃତି ଶକ୍ତି ଜାଗ୍ରତ ନ ହେବା ପର୍ଯ୍ୟନ୍ତ ସେ ସତ୍ୟ ଓ ଅସତ୍ୟର ପ୍ରଭେଦ ଜାଣିପାରେ ନାହିଁ । ପୁରାତନ ବିଷୟ ସ୍ମୃତି ହୁଏ । ଯେଉଁ ବ୍ୟକ୍ତି, ବସ୍ତୁ ବା ଘଟଣା ସହିତ ଏକଦା ମଣିଷର ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଥିଲା; କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେଗୁଡିକ ସହିତ ଆଉ ତା'ର କୌଣସି ସମ୍ବନ୍ଧ ନ ରହି ବର୍ମାନ ସ୍ମରଣ ହେଉ ନାହିଁ; ଏହି ବିସ୍ମରଣ ପ୍ରକ୍ରିୟାକୁ "ବିସ୍ମୃତି' କୁହାଯାଏ । ମନୁଷ୍ୟାତ୍ମା ବାରମ୍ବାର ସୃଷ୍ଟିରେ ଦେହଧାରଣ କରି ନିଜର ମୂଳ ସ୍ୱରୂପକୁ ଭୁଲିଯାଏ । ଗୋଟିଏ ଜନ୍ମର କଥା ପର ଜନ୍ମକୁ ସ୍ମରଣ ହୁଏ ନାର୍ହିଁ । ବିସ୍ମୃତିହିଁ ଅଜ୍ଞାନ ଓ ମୋହର କାରଣ । ସମସ୍ତ ମନୁଷ୍ୟାତ୍ମାମାନଙ୍କ କଲ୍ୟାଣ ପାଇଁ ପରମାତ୍ମା ଈଶ୍ୱରୀୟ ଜ୍ଞାନ ବିତରଣ କରୁଥିଲେ ମଧ୍ୟ ପ୍ରତ୍ୟେକେ ନିଜ ନିଜ ପୂର୍ବ ସ୍ମୃତି ଅନୁସାରେ ଏହା ଆହରଣ କରିପାରନ୍ତି । ଶିକ୍ଷକ ଶ୍ରେଣୀରେ ସମସ୍ତଙ୍କୁ ସମାନ ଭାବରେ ବିଦ୍ୟା ଦାନ କରୁଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରମାନେ ସମାନ ଫଳ ପାଆନ୍ତି ନାହିଁ । ଏହା ହେଉଛି "ସ୍ମୃତି' ଓ "ବିସ୍ମୃତି'ର ଖେଳ । ସୃଷ୍ଟି ଚକ୍ର ଅବିନାଶୀ । ଏଠାରେ ନୂଆ କିଛି ହୁଏ ନାହିଁ । ଆଜି ଯାହା ବର୍ମାନ ଉପସ୍ଥିତ ତାହା ପୁରାତନର ପୁନରାବୃି ମାତ୍ର । ଆତ୍ମବିସ୍ମୃତ ମନୁଷ୍ୟର ସ୍ମୃତି ଫେରାଇ ଆଣିବା ପାଇଁ ପରମାତ୍ମା ଭୂପୃଷ୍ଠରେ ଅବତରଣ କରନ୍ତି । ତେଣୁ ତାଙ୍କୁ ଜ୍ଞାନଦାତା ନ କହି "ସ୍ମୃତିଦାତା' କହିଲେ ଅଧିକ ପ୍ରାସଙ୍ଗିକ ହେବ । ""ନଷ୍ଟମୋହା ସ୍ମୃତିଲବ୍ଧା......''ାା ଗୀ-୧୮/୭୩ ।ା ପ୍ରକାଶର ଆବିର୍ଭାବରେ ଯେପରି ଅନ୍ଧକାର ତିରୋହିତ ହୋଇଯାଏ ସେହିପରି ମଣିଷର "ସ୍ମୃତି' ଉଦୟ ହେଲେ ତା'ର ସମସ୍ତ ଅଜ୍ଞାନତା ଓ ମୋହ ଦୂରୀଭୂତ ହୁଏ । ଶୃଗାଳ ଦଳରେ ପରିପାଳିତ ସିଂହ ଶାବକର ସ୍ମୃତି ଫେରି ଆସିବା ପରେ ତା' ମଧ୍ୟରେ ଥିବା ଶୃଗାଳର ଆଚରଣ ପରିବର୍ନ ହୋଇଗଲା । ସେହିପରି ମନୁଷ୍ୟ ଯେତେବେଳେ ନିଜର ସତ୍ୟଯୁଗୀ ଓ ତ୍ରେତାଯୁଗୀ ଦୈବୀ ଜୀବନର ସ୍ମୃତି ଫେରିପାଏ ସେତେବେଳେ ତା ମଧ୍ୟରେ ଥିବା ସମସ୍ତ ଆସୁରିକ ସଂସ୍କାର ଲୁପ୍ତ ହୋଇଯାଏ ଓ ସେ ପୁନର୍ବାର ନିଜ ଜୀବନକୁ ଦିବ୍ୟ କରି ଗଢ଼ି ତୋଳେ । "ସ୍ମୃତି ଶକ୍ତି' ପରି "ବିସ୍ମୃତି ଶକ୍ତି' ମଧ୍ୟ ମଣିଷ ପାଇଁ କଲ୍ୟାଣ ପ୍ରଦ । ଯଦି ମଣିଷର ଏହି "ବିସ୍ମୃତି ଶକ୍ତି' ନ ଥାନ୍ତା ତେବେ ତା'ର ଜୀବନ ଦୁର୍ବିସହ ହୋଇପଡ଼ନ୍ତା । "ସ୍ମୃତି' ଓ "ବିସ୍ମୃତି' ସମାନ୍ତରାଳ ଭାବରେ କାମ କରେ । ଦେହର "ବିସ୍ମୃତି' ହେଲେ ଆତ୍ମିକ "ସ୍ମୃତି' ଜାଗ୍ରତ ହୁଏ, ତେଣୁ କୁହାଯାଇଛି,""ମଃ ସ୍ମୃତି ର୍ଜ୍ଞାନମପୋହନଂ ଚ'’ାା ଗୀ-୧୫/୧୫ାା

ବେଦ ଶବ୍ଦ ଜ୍ଞାନାର୍ଥ ବାଚକ । କେବଳ କେତେକ ସଂସ୍କୃତ ଶ୍ଳୋକର ସମାହାରକୁ "ବେଦ' କୁହାଯାଇ ପାରିବ ନାହିଁ । ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟାତ୍ମା ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ଅନୁଭବ କରିପାରେ ତାହା "ବେଦ' ପଦବାଚ୍ୟ । ପରମାତ୍ମାଙ୍କୁ କେବଳ ଜ୍ଞାନ ଦ୍ୱାରା ଜାଣି ହୁଏ । ଜ୍ଞାନ ଜେ୍ଞୟଂ । ଶାସ୍ତ୍ରବାଦୀମାନେ ନିଜ ନିଜ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ ପାଇଁ ବୈଦିକ ଜ୍ଞାନକୁ ଶସ୍ତ୍ର ପରି ବ୍ୟବହାର କରନ୍ତି । ବେଦ ଓ ଶାସ୍ତ୍ରଗୁଡ଼ିକ ମନୁଷ୍ୟକୃତ ହୋଇଥିବାରୁ ପରସ୍ପରର ବିରୋଧୀ । ଏହା ମନୁଷ୍ୟର ବୁଦ୍ଧିକୁ ବିଭ୍ରାନ୍ତ କରିଦିଏ ଓ ସେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ ନାହିଁ । ""ଶ୍ରୁତିବିପ୍ରତିପନ୍ନା ....''ାା ଗୀ-୨/୫୩ ।ା ତେଣୁ ବେଦରେ ଥିବା ପୁଷ୍ପିତ ବଚନରେ (ମନୋହର) ପ୍ରଭାବିତ ନ ହୋଇ ବୁଦ୍ଧିକୁ ପରମାତ୍ମାଭିମୁଖୀ କରାଇବା ଉତିତ । ଯାମିମାଂ ପୁଷ୍ପିତାଂ ବାଚଂ .....''ାା ଗୀ-୨/୪୧ ।ା କାରଣ ପରମାତ୍ମା ସମସ୍ତ ବେଦର ଜେ୍ଞୟ ତ୍ୱ, ଜ୍ଞାତା ଓ ତ୍ୱ ନିର୍ଣ୍ଣାୟକ ଅଟନ୍ତି । ""ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ବେଦାନ୍ତକୃତ୍ବେଦବିଦେବ ଚାହମ୍''

ାା ଗୀ ୧୫/୧୨-୧୫ ।ା

ପରମାତ୍ମା ହିଁ ପୁରୁଷୋମ

ପରମାତ୍ମାଙ୍କ ଯଥାର୍ଥ ପରିଚୟ ଜାଣିବା ପୂର୍ବରୁ ବ୍ୟକ୍ତି ପ୍ରଥମେ ନିଜକୁ ଚିହ୍ନିବା ଉଚିତ ।’’ ମୁଁ ଏକ ଆତ୍ମା; ଶରୀରଠାରୁ ଭିନ୍ନ ଏକ ଚୈତନ୍ୟ ସା'' – ଏହା ଅନୁଭବ ହୋଇଗଲା ପରେ ପରମାତ୍ମାଙ୍କୁ ଚିହ୍ନିବା ସହଜ ହୋଇଯାଏ । ପୂର୍ବରୁ "କ୍ଷର' ଓ "ଅକ୍ଷର' ଦୁଇଟି ପୁରୁଷ କଥା କୁହାଯାଇଥିଲା । "କ୍ଷର' ଶବ୍ଦ ଶରୀର ଓ ସଂସାର ଏବଂ "ଅକ୍ଷର' ଶବ୍ଦ ଜୀବାତ୍ମାର ପର୍ଯ୍ୟାୟବାଚୀ । ଏ ଦୁଇଟିରୁ ଭିନ୍ନ ଆଉ ଜଣେ ଉମ ପୁରୁଷ ଅଛନ୍ତି । ସେ ହେଉଛନ୍ତି ପରମାତ୍ମା । ସେ ସମସ୍ତ ଆତ୍ମାମାନଙ୍କ ମଧ୍ୟରେ ପରମ ହୋଇଥିବାରୁ ତାଙ୍କୁ "ପରମାତ୍ମା' କୁହାଯାଏ । କେତେକ ବିଦ୍ୱାନ କହନ୍ତି ଏହି ତୃତୀୟ ପୁରୁଷଟି ସମସ୍ତ ଜୀବଙ୍କ ଆତ୍ମା ହୋଇଥିବାରୁ ପରମାତ୍ମା ଅଟନ୍ତି । ଏଠାରେ ମନରେ ପ୍ରଶ୍ନ ଉଠେ ଯଦି ସମସ୍ତ ଜୀବର ଆତ୍ମା ରୂପରେ ପରମାତ୍ମା ବିଦ୍ୟମାନ ତେବେ ଜୀବାତ୍ମାର କୌଣସି ସ୍ୱତନ୍ତ୍ର ସା ଓ ବ୍ୟକ୍ତିତ୍ୱ ନାହିଁ ବୋଲି ବୁଝିବାକୁ ହେବ । ଏହା ଅଦ୍ୱେତବାଦୀ ବିଚାରଧାରା । ଗୀତା ଏହି ବିଚାରଧାରାର ପକ୍ଷପାତୀ ନୁହେଁ । ଆଲୋଚ୍ୟ ପ୍ରସଙ୍ଗରେ "କ୍ଷର' ଓ "ଅକ୍ଷର' ଏ ଉଭୟଠାରୁ ପରମାତ୍ମାଙ୍କୁ ଭିନ୍ନ ଓ ଉମ ବୋଲି ପ୍ରତିପାଦନ କରାଯାଇଛି । ପୂର୍ବ କଥିତ ଦୁଇ ପୁରୁଷଙ୍କଠାରୁ ଉମ ହୋଇଥିବାରୁ ସେ ହେଉଛନ୍ତି ପୁରୁଷୋମ । ସେ ମନୁଷ୍ୟଲୋକ, ସୂକ୍ଷ୍ମ ଲୋକ ଓ ବ୍ରହ୍ମଲୋକର ନିୟାମକ ହୋଇଥିବାରୁ ତାଙ୍କୁ ତୈଲୋକେଶ୍ୱର କୁହାଯାଏ । ତେଣୁ "ଈଶ୍ୱର' ଶବ୍ଦ ମଧ୍ୟ ସେହି ଏକ ପରମାତ୍ମା ଓ ପୁରୁଷୋମ ବାଚକ । କେହି କେହି ପରମାତ୍ମା ଶବ୍ଦକୁ ନିର୍ଗୁଣ ଓ ନିରାକାର, ଈଶ୍ୱର ଶବ୍ଦକୁ ସଗୁଣ ଓ ସାକାର ଏବଂ ପୁରୁଷୋମ ଶବ୍ଦକୁ ନିର୍ଗୁଣ, ସଗୁଣ, ନିରାକାର ଓ ସାକାର – ଏସମସ୍ତଙ୍କର ବାଚକ ବୋଲି ବ୍ୟାଖ୍ୟା କରିଛନ୍ତି । ଏହା ଏକ ଅଦଭୁତ ପରିକଳ୍ପନା ପରି ମନେ ହୁଏ ।

“ଯୋ ଲୋକ ତ୍ରୟମାବିଶ୍ୟ ବିଭର୍୍ୟବ୍ୟୟ ଈଶ୍ୱରଃ”– ଏହାର ଆକ୍ଷରିକ ଅନୁବାଦ ହେଲା, ଅବିନାଶୀ ଈଶ୍ୱର ତିନି ଲୋକରେ ପ୍ରବେଶ କରି ଭରଣ ପୋଷଣ କରନ୍ତି । ଏଠାରେ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଉପଲବ୍ଧ କରାଇବାକୁ ଭରଣପୋଷଣ(ବିଭର୍ି) ଅର୍ଥରେ ଗ୍ରହଣ କରିବା ଉଚିତ ନୁହେଁ । ଶରୀର ଓ ସଂସାରର ସମସ୍ତ କି୍ରୟାକଳାପ ଏବଂ ଆବଶ୍ୟକତା ପ୍ରକୃତି ଦ୍ୱାରା ସମ୍ପାଦିତ ହୁଏ । ସପ୍ତମ ଅଧ୍ୟାୟରେ "ପରା' ଓ "ଅପରା' ପ୍ରକୃତି ବିଷୟରେ ବର୍ଣ୍ଣନା କରାଯାଇଛି (୭/୪-୫) । ପରମାତ୍ମାଙ୍କ ଅପରାଶକ୍ତି ଦ୍ୱାରା ପ୍ରକୃତିର ସମସ୍ତ କାର୍ଯ୍ୟ ସ୍ୱୟଂକ୍ରିୟ ଭାବରେ ହୁଏ । ପ୍ରକୃତିର କୌଣସି କାର୍ଯ୍ୟରେ ପରମାତ୍ମା ହସ୍ତକ୍ଷେପ କରନ୍ତି ନାହିଁ । ଏଠାରେ "ଅପରା'କୁ "କ୍ଷର' ଓ "ପରା'କୁ "ଅକ୍ଷର' ଭାବରେ ବର୍ଣ୍ଣନା କରି ପରମାତ୍ମା ନିଜକୁ ଏ ଦୁଇଠାରୁ ପୃଥକ ଓ ଉମ ବୋଲି ବର୍ଣ୍ଣନା କରିଛନ୍ତି । ସେ ତିନିଲୋକର "ଈଶ୍ୱର' ଓ ସେଗୁଡିକର ଉଦ୍ଧ୍ୱର୍ରେ ଅବସ୍ଥାନ କରୁଥିବାରୁ ଯେତେବେଳେ ଯେଉଁ ସ୍ଥାନକୁ ଇଚ୍ଛା ଯାଇ ପାରନ୍ତି । କାରଣ ସେ ସର୍ବ ସମର୍ଥ; ସଦା ମୁକ୍ତ ଓ ସର୍ବଶକ୍ତିମାନ ଅଟନ୍ତି । ସମସ୍ତ ଲୋକରେ ସେ ଅବାଧ ପ୍ରବେଶ କରି ପାରୁଥିବାରୁ ତାଙ୍କୁ ସର୍ବତ୍ର ସାମାନ ଭାବେ ନିତ୍ୟ ବ୍ୟାପ୍ତ କହିବା ଠିକ ନୁହେଁ । ଅନ୍ତରୀକ୍ଷ ଓ ପୃଥିବୀର ସର୍ବତ୍ର ସୂର୍ଯ୍ୟକିରଣ ପ୍ରବେଶ କରିପାରେ । ଏହାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ପ୍ରତ୍ୟକ୍ଷ ରୂପେ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ ।

ପରମାତ୍ମା ଅଜନ୍ମା ଓ ଅଶରୀରୀ । ତେଣୁ ସେ ଅନ୍ୟ ଏକ ମନୁଷ୍ୟ ଶରୀରରେ ଅବତରଣ କରି କଳି କଳୁଷିତ ପତିତ ମନୁଷ୍ୟାତ୍ମାମାନଙ୍କୁ ଈଶ୍ୱରୀୟ ଜ୍ଞାନ(ଗୀତା ଜ୍ଞାନ) ଓ ରାଜଯୋଗ ଶିକ୍ଷା ଦେଇ ପବିତ୍ର କରନ୍ତି । ଜନ୍ମଜନ୍ମାନ୍ତର ଧରି ଗତାନୁଗତିକ ମାନବୀୟ ମତବାଦ ଦ୍ୱାରା ଅଭ୍ୟସ୍ତ ମଣିଷର ମନ ଓ ବୁଦ୍ଧି ହଠାତ ଈଶ୍ୱରୀୟ ଜ୍ଞାନର ଧାରଣା କରିପାରେ ନାହିଁ । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରକୃତରେ ଯେଉଁମାନେ ପରମାତ୍ମାନ୍ୱେଷଣରେ ରତ ଥାଆନ୍ତି ସେମାନେ କୌତୁହଳ ବଶତଃ ବା ପରୀକ୍ଷା କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଆହରଣ କରନ୍ତି । ଈଶ୍ୱରୀୟ ମାର୍ଗ ଅନୁସରଣ କରି ସେମାନେ ଯେତେବେଳେ ଏକ ସାଧାରଣ ମନୁଷ୍ୟ ଶରୀରରେ ଅବତରିତ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରନ୍ତି; ସଙ୍କଟ ସମୟରେ ତାଙ୍କଠାରୁ ଉଚିତ ମାର୍ଗଦର୍ଶନ ପାଆନ୍ତି; ସେତେବେଳେ ସେମାନେ ସମସ୍ତ ସଂଶୟ ଓ ପୂର୍ବାଗ୍ରହରୁ ମୁକ୍ତ ହୋଇ ଯାଆନ୍ତି । ଅନେକ ଜନ୍ମର ଜ୍ଞାନ ପିପାସୁ ଆତ୍ମା ଜ୍ଞାନାମୃତ ପାନ କରି ତୃପ୍ତ ହୁଏ । ଆସୁରୀ ସଂସ୍କାର ଦ୍ୱାରା ବଶୀଭୂତ ଆତ୍ମାଗଣ ମୋହମୁକ୍ତ (ମୋକ୍ଷ) ହୁଅନ୍ତି । ଈଶ୍ୱରୀୟ ଜ୍ଞାନ ହେଉଛି ଆତ୍ମାର ସୁଷମ ଖାଦ୍ୟ ସଦୃଶ । ମନ ଦ୍ୱାରା ଜ୍ଞାନର ଚର୍ବଣ (ମନ୍ଥନ) ହୁଏ । ବୁଦ୍ଧି ରୂପକ ଜଠରରେ ଏହା ପରିପକ୍ୱ ହୁଏ । ଯୋଗ ରୂପକ ଅଗ୍ନି ଦ୍ୱାରା ଜ୍ଞାନର ପାଚନ ହୁଏ । ଜ୍ଞାନ ଠିକ ଭାବରେ ହଜମ ହେଲେ ଯାଇ ତାହା ଆତ୍ମାକୁ ସୁସ୍ଥ, ସବଳ ଓ ପବିତ୍ର କରାଏ । କେବଳ ପଠନ ଓ ଶ୍ରବଣ ଦ୍ୱାରା ଜ୍ଞାନ ଆହରଣ କରି ମଣିଷ ଜ୍ଞାନୀ ହୋଇଯାଏ ନାହିଁ । ପରମାତ୍ମାଙ୍କ ପ୍ରତ୍ୟକ୍ଷ ତ୍ୱାବଧାନ ବିନା ମନୁଷ୍ୟ ମଧ୍ୟରେ ଥିବା ଜନ୍ମଜନ୍ମାନ୍ତର କୁସଂସ୍କାର ଦୂର ହେବା ସମ୍ଭବ ନୁହେଁ । ସେଥିପାଇଁ ତାଙ୍କୁ ଭୂପୃଷ୍ଠରେ ଅବତରଣ କରି ମାନବାତ୍ମାମାନଙ୍କୁ ପିତା ତୁଲ୍ୟ ସ୍ନେହପୂର୍ଣ୍ଣ ପାଳନା, ଶିକ୍ଷକ ଭାବରେ ଈଶ୍ୱରୀୟ ଜ୍ଞାନ ଶିକ୍ଷା ଓ ଗୁରୁ ରୂପରେ ମୁକ୍ତି ଏବଂ ଜୀବନ୍ମୁକ୍ତିର ମାର୍ଗ ପ୍ରଦର୍ଶନ କରିବାକୁ ପଡ଼େ । ଏହାର ପରିଣାମ ସ୍ୱରୂପ ସୃଷ୍ଟିରେ ଦୈବୀ ସଂସ୍କୃତିର ଅୟମାରମ୍ଭ ହୁଏ ଏବଂ ମାନବାତ୍ମାଗଣ ପରବର୍ୀ ନୂତନ କଳ୍ପର ଅର୍ଦ୍ଧେକ ସମୟ ସ୍ୱର୍ଗୀୟ ସୁଖ ଭୋଗ କରନ୍ତି । ପରମାତ୍ମା ଏହିପରି ଜ୍ଞାନର ପାଳନା (ବିଭିର୍) ଦେଉଥିବାରୁ ତାଙ୍କୁ "ଈଶ୍ୱର'(ପାଳନ କର୍ା) କୁହାଯାଏ ।ା ଗୀ-୧୫/୧୭ ।ା

ପରମାତ୍ମା କ୍ଷରରୁ ଅତୀତ । କ୍ଷରମ୍ ଅତୀତଃ । ଏଥିରୁ ସ୍ପଷ୍ଟ ହୁଏ ଯେ ସେ ଶରୀର ଧାରଣ କରି ସାଧାରଣ ଜୀବ ପରି ମାତୃଗର୍ଭରୁ ଜନ୍ମ ହୁଅନ୍ତି ନାହିଁ । ଏଠାରେ ପୁରାଣ ବର୍ଣ୍ଣିତ ଅବତାର ବାଦର ଖଣ୍ଡନ ହେଉଛି । ପାପ ବା ପୂଣ୍ୟକର୍ମର ଫଳ ଭୋଗ କରିବାକୁ ଜୀବାତ୍ମାକୁ ଶରୀର ଧାରଣ କରିବାକୁ ପଡେ । ଶରୀର ଧାରଣ କଲେ ଆତ୍ମା କର୍ମ ନ କରି ରହିପାରେ ନାହିଁ । ପରମାତ୍ମା, କର୍ମ, ଅକର୍ମ ଓ ବିକର୍ମର ଉଦ୍ଧ୍ୱର୍ରେ । ତେଣୁ ସେ ଅକ୍ଷରରୁ ମଧ୍ୟ ଉମ ଅଟନ୍ତି । ଅକ୍ଷରାତ୍ ଉମଃ । ଏହା ପ୍ରମାଣିତ କରେ ଯେ ଆତ୍ମା ଓ ପରମାତ୍ମା ଉଭୟେ ପୃଥକ ଓ ଭିନ୍ନ ଭିନ୍ନ ସା ଅଟନ୍ତି । ଉଭୟଙ୍କ ଅସ୍ତିତ୍ୱ ଓ ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ଭିନ୍ନ । ପରମାତ୍ମାଙ୍କ ଏହି କଥନ ମାୟାବାଦକୁ ଭୁଲ ପ୍ରମାଣ କରେ ।

କ୍ଷରରୁ ଅତୀତ ଓ ଅକ୍ଷରରୁ ଉମ ହୋଇଥିବା ହେତୁ ପରମାତ୍ମାଙ୍କୁ "ପୁରୁଷୋମ' କୁହାଯାଏ । ଏହା ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତକୁ ଖଣ୍ଡନ କରେ । ଦୁଇଟି ସା ପୃଥକ ଓ ଭିନ୍ନ ହେଲେ ଯାଇ ଗୋଟିଏ ଅନ୍ୟଟିରୁ ଅତୀତ ଓ ଉମ ହୋଇ ପାରିବ । ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ କେତେକ ବିଶେଷ ପାର୍ଥକ୍ୟ ରହିଛି । ଆତ୍ମା, କର୍ମଫଳ ଭୋଗ କରିବା ପାଇଁ ଶରୀର ଧାରଣ କରେ । ପରମାତ୍ମା ଅନ୍ୟ ଜଣକ ଶରୀର ମାଧ୍ୟମରେ ଅବତରଣ କରନ୍ତି । ଆତ୍ମା ପ୍ରକୃତି ଦ୍ୱାରା ବଶୀଭୂତ ହୋଇ (ଗୀ-୧୫/୭) ଜନ୍ମ ନିଏ (ଗୀ-୮/୧୯) । ପରମାତ୍ମା ପ୍ରକୃତିକୁ ଅଧୀନ କରି (ଗୀ-୪/୬;୯/୯) ଅବତରଣ କରନ୍ତି । ପରମାତ୍ମା ଜ୍ଞାନ ଓ ଗୁଣର ସିନ୍ଧୁ; ଆତ୍ମା କେବଳ ବିନ୍ଦୁ ମାତ୍ର । ଆତ୍ମା ପାପ କର୍ମ କରି ପତିତ ହୁଏ । ପରମାତ୍ମା ପତିତ ଆତ୍ମାକୁ ପବିତ୍ର କରୁଥିବାରୁ ପତିତପାବନ ଅଟନ୍ତି । ଆତ୍ମା ସହିତ ପରମାତ୍ମାଙ୍କ କିଛି ସମାନତା ମଧ୍ୟ ଅଛି । ପରମାତ୍ମା ପରି ଆତ୍ମା ମଧ୍ୟ ଅଜର, ଅମର, ଅକ୍ଷର, ଅବିନାଶୀ ଓ ଜ୍ୟୋତିର୍ବିନ୍ଦୁ ସ୍ୱରୂପ । ତେଣୁ ତାଙ୍କୁ ଅକ୍ଷରରୁ ଅତୀତ କୁହାଯାଇନାହିଁ । ଆତ୍ମା ଅପେକ୍ଷା ସେ ସର୍ବୋମ ହୋଇଥିବାରୁ ତାଙ୍କୁ ପୁରୁଷୋମ କୁହାଯାଇଛି ।

ପରମାତ୍ମାଙ୍କୁ ଜାଣିବା ପାଇଁ ଶରୀର ଓ ସଂସାର ପ୍ରତି ଥିବା ମୋହକୁ ତ୍ୟାଗ କରିବା ଉଚିତ । ମୋହ ରହିତ ବ୍ୟକ୍ତି (ଅସମ୍ମୂଢ଼ଃ) ପରମାତ୍ମାଙ୍କ ପୁରୁଷୋମ ସ୍ୱରୂପକୁ ଜାଣିପାରେ । ଏହିପରି ବ୍ୟକ୍ତିି ଯଥାର୍ଥରେ ସର୍ବଜ୍ଞ । କ୍ଷରରୁ ଅତୀତ ଓ ଅକ୍ଷରରୁ ଉମ ସର୍ବଜନ ବନ୍ଦ୍ୟ ପୁରୁଷୋମ ପରମାତ୍ମାଙ୍କୁ ଯିଏ ସର୍ବତୋଭାବେ ଜାଣିଛି ତା'ର ଆଉ ଜାଣିବାକୁ ବାକି କିଛି ନ ଥାଏ । ପରମାତ୍ମାଙ୍କ ବାସ୍ତବିକ ସ୍ୱରୂପ ଜାଣି ନ ଥିବାରୁ ମନୁଷ୍ୟ ସମାଜ ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟରେ ବହୁଧା ବିଭକ୍ତ ହୋଇଛି । ପରମାତ୍ମାଙ୍କୁ କ୍ଷରରୁ ଅତୀତ(ଦେହାତୀତ) ଜାଣିବା ଦ୍ୱାରା ମନୁଷ୍ୟର ବୁଦ୍ଧିରେ ଗତାନୁଗତିକ ଭାବରେ ତାଙ୍କ ବିଷୟରେ ଯେଉଁ ଭ୍ରମ ଧାରଣା ଥାଏ ତାହା ଦୂର ହୋଇଯାଏ । ସମସ୍ତ ବାଦ ବିବାଦର ବହୁ ଉଦ୍ଧ୍ୱର୍କୁ ସେ ଉଠିଯାଏ । କ୍ଷରରୁ ମନ ନିବୃ ହୋଇଗଲେ କେବଳ ତା'ର ଅକ୍ଷର ସ୍ୱରୂପ ଅବଶେଷ ରହିଯାଏ । ଏପରି ସ୍ଥିତିରେ ମନୁଷ୍ୟର ବୁଦ୍ଧି କେବଳ ଏକ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହେ ।

କଳ୍ପର ଅନ୍ତିମ ପର୍ଯ୍ୟାୟରେ ଧର୍ମ ସଂସ୍ଥାପନ ପାଇଁ ପରମାତ୍ମା ଏକ ସାଧାରଣ ମନୁଷ୍ୟ ଶରୀର ମାଧ୍ୟମରେ ଅବତରଣ କରନ୍ତି । ମନୁଷ୍ୟ ଶରୀରରେ ଆଶ୍ରିତ (ମାନୁଷୀତନୁମାଶ୍ରିତଂ) ପରମାତ୍ମା ହେଉଛନ୍ତି ଗୀତାର ପୁରୁଷୋମ । ଏହି ସମୟକୁ ପୁରୁଷୋମ ସଙ୍ଗମ ଯୁଗ କୁହାଯାଏ । କାରଣ ଏହି ସମୟରେ ମନୁଷ୍ୟ ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ଅର୍ଥାତ ପୁରୁଷୋମ ସ୍ୱରୂପ ହୋଇଥାଏ । (ଗୀ- ୧୫/୧୭-୧୯)

ପରମାତ୍ମାଙ୍କ ସର୍ବୋମ ପରମ ସ୍ୱରୂପ

    ପରମାତ୍ମା ଅଶରୀରୀ ହୋଇଥିବାରୁ  ତାଙ୍କୁ ସ୍ଥୂଳ ନେତ୍ରରେ ଦେଖି ହୁଏ ନାହିଁ । ତେଣୁ ତାଙ୍କୁ ଅବ୍ୟକ୍ତ ସ୍ୱରୂପ କୁହାଯାଏ । କିନ୍ତୁ ଧର୍ମଗ୍ଳାନି ସମୟରେ ତାଙ୍କୁ ଏକ ମାନବ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡେ । ଯେଉଁମାନେ ପରମାତ୍ମାଙ୍କ ପରମ ସ୍ୱରୂପ ଅବ୍ୟକ୍ତ ଭାବକୁ ଜାଣି ନ ଥାନ୍ତି ସେମାନଙ୍କ ମନରେ ପ୍ରଶ୍ନ ଉଠେ ଯେ ଏହି ସାଧାରଣ ବ୍ୟକ୍ତି ଜଣକ କିପରି ପରମାତ୍ମା ହୋଇପାରିବ? ଅବ୍ୟକ୍ତ ସ୍ୱରୂପ ପରମାତ୍ମାଙ୍କୁ ଅନୁଭବ କରିବା ପାଇଁ ଆମକୁ ଅବ୍ୟକ୍ତ ସ୍ଥିତି ବା ଆତ୍ମିକ ସ୍ଥିତିରେ ନିଜକୁ ପ୍ରତିଷ୍ଠିତ କରିବାକୁ ପଡିବ । ଦେହାଭିମାନୀ ଅପରିଣତ ବୁଦ୍ଧିଯୁକ୍ତ ବ୍ୟକ୍ତିମାନେ ପ୍ର୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ଶାରୀରିକ ଦୃଷ୍ଟିକୋଣରୁ ଦେଖନ୍ତି । ତେଣୁ ସେମାନେ ପରମାତ୍ମାଙ୍କୁ ମଧ୍ୟ ଶାରୀରିକ ଆକୃତିରେ ପରିକଳ୍ପନା କରନ୍ତି । ଏଥିପାଇଁ ପୁରାଣମାନଙ୍କରେ ପରମାତ୍ମାଙ୍କ ଅନେକ ଅବତାର କଥା କୁହାଯାଇଛି । କିନ୍ତୁ ଗୀତା ସ୍ପଷ୍ଟ କରି ଦେଇଛି ଯେ ପରମାତ୍ମା ଅବତାର ନିଅନ୍ତି ନାହିଁ; ସେ ଅବତରଣ କରନ୍ତି । ମହାତ୍ମା ଏବଂ ଦେବତାମାନଙ୍କର ଅବତାର ହୁଏ । ଅବତାରରେ ସଂପୃକ୍ତ ଆତ୍ମା ମାତୃ ଗର୍ଭରେ ସ୍ୱଇଚ୍ଛାରେ ପ୍ରବେଶ କରେ, ଦଶମାସ ଗର୍ଭରେ ରହେ, ଜନ୍ମ ହୁଏ  । ଶୈଶବ, ବାଲ୍ୟ, କିଶୋର, ପ୍ରୌଢ଼ ଓ ବୃଦ୍ଧାବସ୍ଥା ପ୍ରାପ୍ତ ହୋଇ ଶେଷରେ ଶରୀର ତ୍ୟାଗ କରେ । ଏକ ବିଶେଷ ଉଦ୍ଧେଶ୍ୟ ସାଧନ ପାଇଁ ବିଶେଷ ଆତ୍ମାମାନେ ଅବତାର ନିଅନ୍ତି । ଏହି ସୃଷ୍ଟି ରଙ୍ଗମରେ ସେମାନଙ୍କର ଏକ ନିର୍ଦ୍ଧିଷ୍ଟ ଭୂମିକା ଥାଏ । ସେଥିପାଇଁ ସେମାନେ ସମୟାନୁକ୍ରମେ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ନାମ ଓ ରୂପ ଧାରଣ କରି ଜନ୍ମ ନିଅନ୍ତି । ଏହି ଆତ୍ମାମାନେ ସେମାନଙ୍କ ଭୂମିକା ସମାପ୍ତ ହୋଇଗଲା ପରେ ଶରୀର ତ୍ୟାଗ କରନ୍ତି । ସୃଷ୍ଟିଚକ୍ରରେ ପୁନର୍ବାର ତାଙ୍କର ଅବତାର ସମୟ ନ ଆସିବା ପର୍ଯ୍ୟନ୍ତ ସେମାନେ ପରମଧାମ ବା ମୁକ୍ତିଧାମରେ ଆତ୍ମା ରୂପରେ ଅବସ୍ଥାନ କରିଥାନ୍ତି । ଆତ୍ମା ଥରେ ଶରୀର ଧାରଣ କରି ସୃଷ୍ଟିରେ ଜନ୍ମ ନେଲେ, ମହାବିନାଶ ପର୍ଯ୍ୟନ୍ତ ଆବାଗମନ (ଜନ୍ମ ମୃତୁ୍ୟ) ଚକ୍ର୍ରରୁ ମୁକ୍ତ ହୋଇପାରେ ନାହିଁ । ଶଙ୍କରାଚାର୍ଯ୍ୟ, ବୁଦ୍ଧଦେବ, ମହାବୀର, ଯୀଶୁଖ୍ରୀଷ୍ଟ, ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରଷଗଣ ତଥା ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତିି ଦେବାତ୍ମାଗଣ ଅବତାର ହୋଇ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପରମାତ୍ମା କଳ୍ପର ଅନ୍ତିମ ସମୟରେ ସତ୍ୟଯୁଗ ବା ସ୍ୱର୍ଗୀୟ ସାମ୍ରାଜ୍ୟର ପୁନଃ ସ୍ଥାପନା ପାଇଁ ଏକ ସାଧାରଣ ମାନବ ତନୁ ଆଶ୍ରୟ କରି ଅବତରଣ କରନ୍ତି । ଏହି ଶରୀରରେ ପରମାତ୍ମା ସଦା ସର୍ବଦା ଅବସ୍ଥାନ କରନ୍ତି ନାହିଁ । ପରକାୟା ପ୍ରବେଶ ରୀତିରେ ସଂପୃକ୍ତ ବ୍ୟକ୍ତିର ଶରୀର ମାଧ୍ୟମରେ ପ୍ରତ୍ୟହ କିଛି ସମୟ ଅବତରଣ କରି ଜ୍ଞାନ ଶୁଣାଇ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ଏହା ହେଉଛି ଅବତାର ଓ ଅବତରଣ ମଧ୍ୟରେ ପାର୍ଥକ୍ୟ ।

ପରମାତ୍ମାଙ୍କ ଅବତରଣ ସିଦ୍ଧ କରେ ଯେ ସେ ଜନ୍ମ ରହିତ ଓ ଅକ୍ଷୟ ଅଟନ୍ତି । ଶରୀର କ୍ଷୟଶୀଳ; ମାତ୍ର ଆତ୍ମା ଅଜର, ଅମର, ଅବିନାଶୀ । ପରମାତ୍ମା  ଆତ୍ମାମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତାଙ୍କର ବା କ୍ଷୟ ହେବ କିପରି ? ଯିଏ ଅବ୍ୟକ୍ତ ସ୍ୱରୂପ, ସିଏ କେବଳ ଅଜର ଓ ଅବିନାଶୀ ହୋଇପାରେ । ପରମାତ୍ମା ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଅନ୍ତି ନାହିଁ । ଯେଉଁମାନେ ପରମାତ୍ମାଙ୍କ ଅବତରଣ ରହସ୍ୟ ବୁଝିପାରନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ପାଇ ଯା'ର ବୁଦ୍ଧି ନେତ୍ର ଉନ୍ମୀଳିତ ହୋଇଛି ସେହିଁ ତାଙ୍କୁ ଦେଖିପାରେ, ଅନୁଭବ କରିପାରେ ଏବଂ ତାଙ୍କ ସହିତ ସର୍ବ ସମ୍ବନ୍ଧର ଅନୁଭବ କରିପାରେ । ଦେହାଭିମାନୀ ମୂଢ଼ ସ୍ୱଭାବଯୁକ୍ତ ଅଜ୍ଞାନ ବ୍ୟକ୍ତି ପରମାତ୍ମାଙ୍କ ଏହି ନିତ୍ୟ ସର୍ବୋମ ପରମ ସ୍ୱରୂପକୁ ଜାଣି ପାରନ୍ତି ନାହିଁ । ତେଣୁ ବିଭିନ୍ନ ଦେବୀ ଦେବତା ବା ଅବତାରୀ ପୁରୁଷମାନଙ୍କୁ ଉପାସନା କରି ନିଜ ନିଜ ଶ୍ରଦ୍ଧା ଅନୁରୂପ କ୍ଷଣସ୍ଥାୟୀ ଫଳ ପାଇ ସନ୍ତୁଷ୍ଟ ରହନ୍ତି । (ଗୀ- ୭/୨୪-୩ଠ)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର