(13) ାା ଦ୍ୱିତୀୟ ଅଧ୍ୟାୟ ।ା ରାଜଯୋଗ ପାଇଁ ପରମାତ୍ମାଙ୍କ ଯଥାର୍ଥ ପରିଚୟ ଆବଶ୍ୟକ କାହିଁକି
ାା ଦ୍ୱିତୀୟ ଅଧ୍ୟାୟ ।ା
ରାଜଯୋଗ ପାଇଁ ପରମାତ୍ମାଙ୍କ ଯଥାର୍ଥ ପରିଚୟ ଆବଶ୍ୟକ କାହିଁକି
ଉପକ୍ରମଣିକା:
ସଂସାରରେ ଦୁଇ ପ୍ରକାର ଲୋକ ଦେଖାଯାନ୍ତି; ଆସ୍ତିକ ଓ ନାସ୍ତିକ । ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ବୀକାର କରି ତାଙ୍କ ଉପରେ ଆସ୍ଥା ରଖୁଥିବା ବ୍ୟକ୍ତିଙ୍କୁ “ଆସ୍ତିକ” କୁହାଯାଏ । ଏହାର ବିପରୀତ ବ୍ୟକ୍ତି “ନାସ୍ତିକ” ପଦବାଚ୍ୟ । ସଂସାରରେ ଈଶ୍ୱରଙ୍କ ପ୍ରତି ଆସ୍ଥାକୁ କେନ୍ଦ୍ର କରି ହେଉଥିବା ବହୁବିଧ ଧାର୍ମିକ କାର୍ଯ୍ୟକଳାପଗୁଡିକୁ ଦେଖି ଜଣେ କହିପାରେ ଯେ “ଆସ୍ତିକ” ମାନେ ସଂଖ୍ୟା ଗରିଷ୍ଠ ଅଟନ୍ତି । କିନ୍ତୁ ଏ ପ୍ରଶ୍ନର ଉର କାହାରି ପାଖରେ ନାହିଁ ଯେ ଅଧିକାଂଶ ମନୁଷ୍ୟ ପରମାତ୍ମାଙ୍କ ପ୍ରତି ଆସ୍ଥା ରଖିଥିବା ସେ୍ୱ ମଧ୍ୟ ସଂସାରରେ ଧର୍ମ ପରିବେର୍ ଦିନକୁ ଦିନ କାହିଁକି ଅଧର୍ମ ବୃଦ୍ଧି ପାଇ ·ଲିଛି? ତେଣୁ ବର୍ମାନ “ଆସ୍ତିକ” ଶବ୍ଦର ପ୍ରଚଳିତ ପରିଭାଷା ଉପରେ ପୁର୍ନବି·ର ହେବା ଆବଶ୍ୟକ ମନେ ହୁଏ । କେବଳ ପରମାତ୍ମାଙ୍କୁ ମାନିବା ପର୍ଯ୍ୟାପ୍ତ ନୁହେଁ । ଜଣେ ଯଦି ପରମାତ୍ମାଙ୍କୁ ମାନେ; କିନ୍ତୁ ତାଙ୍କ ଯଥାର୍ଥ ନାମ, ରୂପ, ଗୁଣ, ଧାମ, ଧରାପୃଷ୍ଠରେ ଆବିର୍ଭାବ ସମୟ ଓ ଦିବ୍ୟ କର୍ବ୍ୟ ଜାଣେ ନାହିଁ, ତେବେ ତା’ର ମାନିବା ବା ନ ମାନିବା ସମାନ କଥା । ସେ ମଧ୍ୟ ନାସ୍ତିକ ଶ୍ରେଣୀ ପର୍ଯ୍ୟାୟଭୁକ୍ତ ହେବ ।
ଅନେକ ଭଗବତ୍ ଭକ୍ତଙ୍କୁ ଏହା କହୁଥିବା ଶୁଣାଯାଏ ଯେ ସେମାନେ ଭଗବାନଙ୍କୁ ଧ୍ୟାନ କରିବା ପାଇଁ ପ୍ରୟାସ କରନ୍ତି; କିନ୍ତୁ ତାଙ୍କଠାରେ ମନ ସ୍ଥିର ରହେ ନାହିଁ । ଏହାର ଏକମାତ୍ର କାରଣ ହେଲା ଯେ ସେମାନଙ୍କୁ ପରମାତ୍ମାଙ୍କ ଯଥାର୍ଥ ପରିଚୟ ମିଳି ନାହିଁ । କୌଣସି ଅଜ୍ଞାତ ସା ସହିତ ମନ-ବୁଦ୍ଧି କିପରି ଏକାଗ୍ର ହୋଇ ପାରିବ? ଏଥିପାଇଁ ଭକ୍ତିମାର୍ଗରେ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର ରଖିବା ଉଦ୍ଧେଶ୍ୟରେ ମନ୍ତ୍ର ଜପ, ମାଳା ଜପ, ଆରତୀ, କୀର୍ନ୍ୟ, ଭଗବତ୍ କଥା, ସମାଧି, ପ୍ରଣାୟାମ ଆଦି ଅନେକ ପ୍ରକାର କୃତ୍ରିମ ଉପାୟର ପ୍ରଚଳନ ହୋଇଛି । କିନ୍ତୁ ଏହା ସେ୍ୱ ମଧ୍ୟ ଜଣେ ଭକ୍ତର ମନ ଅନନ୍ୟ ଭାବରେ ପରମାତ୍ମାଙ୍କ ସହିତ ତଲ୍ଲୀକ ହେଉଥିବାର ଦୃଷ୍ଟାନ୍ତ ବିରଳ । ଯେଉଁ ବ୍ୟକ୍ତି ଏହା ଜାଣେ ନାହିଁ ଯେ ପରମାତ୍ମା କିଏ, ସେ କିପରି ପରମାତ୍ମାଙ୍କୁ ଅବିଚଳିତ ଭାବରେ ଧ୍ୟାନ କରିପାରିବ? ଯେଉଁ କନ୍ୟାର ନିର୍ବନ୍ଧ ହୋଇ ନାହିଁ ସେ କିପରି ତା’ର ଭାବି ପତିକୁ ସ୍ମରଣ କରି ପାରିବ? ଜଣେ କନ୍ୟାପିତା ତାଙ୍କ ଭାବି ଜାମାତାଙ୍କ ନାମ, ଧାମ, କାମ, ବଂଶ ପରିଚୟ ଆଦି ବିଷୟରେ ସଂପୂର୍ଣ୍ଣ ଜାଣିବା ପରେ ନିଜ କନ୍ୟା ସହିତ ନିର୍ବନ୍ଧ ପାଇଁ ସ୍ବୀକୃତି ଦିଅନ୍ତି । ତା’ପରେ ଯାଇ କନ୍ୟା ତା’ର ଭାବି ପତି ବିଷୟରେ ଜାଣେ, ତାଙ୍କୁ ହୃଦୟରେ ସ୍ଥାନ ଦିଏ । ଧାର୍ମିକ କି୍ରୟାକଳାପ ଦ୍ୱାରା ଭକ୍ତର ମନ- ବୁଦ୍ଧି ପରମାତ୍ମାଙ୍କ ସହିତ ନୁହେଁ, ତା ଦ୍ୱାରା ଆଚରିତ ସେହି କର୍ମରେ ଲିପ୍ତ ଥାଏ । ଗୀତାରେ ସ୍ପଷ୍ଟଭାବରେ କୁହାଯାଉଛି ଯେ ବେଦ, ଅଧ୍ୟୟନ, ଜପ- ତପ, ଦାନ- ପୁଣ୍ୟ, କର୍ମକାଣ୍ଡ ଆଦି ଦ୍ୱାରା ପରମାତ୍ମା ପ୍ରାପ୍ତି ହୁଏ ନାହିଁ । ତଥାପି ମଧ୍ୟ ମନୁଷ୍ୟ ଭଗବାନଙ୍କ ଦ୍ୱାରା ନିଷିଦ୍ଧ ଏହି କୃତ୍ରିମ ଉପାୟ ଅବଲମ୍ବନ କରୁଛି । ଏହାଠାରୁ ଆଶ୍ଚର୍ଯ୍ୟ ଆଉ କ’ଣ ଥାଇ ପାରେ?
ପରମାତ୍ମାଙ୍କ ସ୍ବରୂପର ବାସ୍ତବିକ ଜ୍ଞାନ ଅଭାବରେ ବର୍ମାନ କଳିଯୁଗରେ ତାଙ୍କ ସମ୍ବନ୍ଧରେ ଅନେକ ମତ ପ୍ରଚଳିତ । କେତେକ ପରମାତ୍ମାଙ୍କୁ ନିରାକାର ମାନନ୍ତି । ଏହି ଦୃଷ୍ଟିରୁ ତାଙ୍କୁ ନାମ- ରୂପ ଶୂନ୍ୟ ବୋଲି ଯୁକ୍ତି କରନ୍ତି । ଅନ୍ୟ କେତେକ ପରମାତ୍ମାଙ୍କୁ ଅଜର, ଅମର ଓ ଅଜନ୍ମା ମାନନ୍ତି; କିନ୍ତୁ ଏହା ସହିତ ଶ୍ରୀକୃଷ୍ଣ, ଶ୍ରୀରାମ ଆଦି ଶରୀରଧାରୀ ଦେବତାଙ୍କୁ ପରମାତ୍ମାଙ୍କ ଅବତାର ମାନି ତାଙ୍କ ପ୍ରତିମା ବା ପ୍ରତିଛବିକୁ ପୂଜା କରନ୍ତି । ଗୀତାରେ ଭଗବାନ ସ୍ପଷ୍ଟ କହିଛନ୍ତି ଯେ ଯେଉଁ ଭକ୍ତ ଶ୍ରଦ୍ଧା ସମ୍ପନ୍ନ ହୋଇ ଦେବଗଣଙ୍କୁ (ପରମାତ୍ମାଙ୍କ) ସ୍ବରୂପ ମାନି ପୂଜା କରନ୍ତି, ତାହା ବିଧି ସଙ୍ଗତ ନୁହେଁ ଅର୍ଥାତ ଅବିଧି ପୂର୍ବକ ସେମାନେ ପୂଜା କରନ୍ତି । ଉପରୋକ୍ତ ମତବାଦୀମାନଙ୍କ ମଧ୍ୟରେ କେତେକ ଅଛନ୍ତି ଯେଉଁମାନେ ଆତ୍ମାକୁ ପରମାତ୍ମା ମାନି ପ୍ରତ୍ୟେକ ମନୁଷ୍ୟକୁ ପରମାତ୍ମାଙ୍କ ରୂପ ବୋଲି ବିଶ୍ୱାସ କରନ୍ତି । ଅନ୍ୟ କେତେକ ଏହି ଭୂତ ପ୍ରକୃତିର ସମସ୍ତ ସ୍ଥାବର ଓ ଜଙ୍ଗମ ମଧ୍ୟରେ ସର୍ବତ୍ର ପରମାତ୍ମାଙ୍କ ଅସ୍ତିତ୍ୱ ଅଛି ବୋଲି ପ୍ର·ର କରନ୍ତି । ସେମାନେ ମସô, କଚ୍ଛପ, ବାରାହ ଆଦି ପଶୁଯୋନିରେ ପରମାତ୍ମା ଅବତରିତ ହୋଇ ଦୁଷ୍ଟମାନଙ୍କୁ ସଂହାର କରିଥିବା କଥା ପୌରାଣିକ ଆଖ୍ୟାନ ମାଧ୍ୟମରେ ବ୍ୟାଖ୍ୟାନ କରିଛନ୍ତି । ଏହିପରି ପରସ୍ପର ବିରୋଧୀ ମତବାଦ କଦାପି ସତ୍ୟ ହୋଇ ନପାରେ । ପରମାତ୍ମା ଏକ ଓ ଅଦ୍ୱିତୀୟ । ତେଣୁ ତାଙ୍କ ସତ୍ୟ ପରିଚୟ ମଧ୍ୟ ଏକ ଓ ନିର୍ବିବାଦୀୟ ହେବା ଉଚିତ ।
ପରମାତ୍ମା ସର୍ବବ୍ୟାପକ ସିଦ୍ଧାନ୍ତ ପ୍ରଚଳନ ମାନବ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି । ଏହା ଦ୍ୱାରା କ୍ରମଶଃ ମାନବ ସମାଜରେ ନାସ୍ତିକତା ବୃଦ୍ଧି ପାଇଛି । ଈଶ୍ୱର ବିମୁଖତା ଆଧ୍ୟାତ୍ମିକ ଶକ୍ତି ହ୍ରାସର ମୂଳ କାରଣ । ଆଧ୍ୟାତ୍ମିକ ପୁରୁଷାର୍ଥର ସର୍ବୋଚ୍ଛ ଅବସ୍ଥା ହେଉଛି ପରମାତ୍ମାନୁଭୂତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଯେ ପରମାତ୍ମାଙ୍କୁ ସର୍ବବ୍ୟାପୀ ମାନି ନିଜକୁ ବ୍ରହ୍ମାଜ୍ଞାନୀ ବୋଲାଉଥିବା ଲୋକମାନେ ମଧ୍ୟ ପରମାତ୍ମାନୁଭୂତି ପାଇଁ ନାନା ପ୍ରକାର ସାଧନା କରନ୍ତି । ଭଜନ କିମ୍ବା ପ୍ରାର୍ଥନା ସମୟରେ ଲୋକେ ପରମାତ୍ମାଙ୍କୁ “ଆପଣ” ବା “ସେ” ସମ୍ବୋଧନ କରନ୍ତି । ଏଭଳି ସମ୍ବୋଧନ କେବଳ କୌଣସି ଏକକ ସା ପାଇଁ ସମ୍ଭବ; ସର୍ବଗତ ସର୍ବତ୍ର ପରିବ୍ୟାପ୍ତ ଅସୀମ ଅନନ୍ତ ସା ପାଇଁ ଏହା ସମ୍ଭବ ନୁହେଁ । ପରମାତ୍ମାଙ୍କୁ “ସେ” ବା “ଆପଣ” ବୋଲି କହୁଥିବା ବାଲା ସ୍ବୟଂ କିଏ? ସମଗ୍ର ଜୀବନ ପରମାତ୍ମାନ୍ୱେଷଣରେ ବ୍ୟତୀତ କରିଥିବା ଅନେକ ମୁନି-ଋଷିଗଣ ଶେଷ ପର୍ଯ୍ୟନ୍ତ ପରମାତ୍ମାନୁଭୂତି କରି ନ ପାରି ନେତି ନେତିରେ ତାଙ୍କର ବକ୍ତବ୍ୟ ସମାପ୍ତ କରିଛନ୍ତି । ନେତି ଅର୍ଥାତ ନ ଇତି- ଏହା ନୁହେଁ । ତେଣୁ ପରମାତ୍ମାଙ୍କ ସ୍ବରୂପ ବିଷୟରେ ପ୍ରଚଳିତ ମତ- ମତାନ୍ତରକୁ ଅନ୍ଧମାନଙ୍କ ହାତୀ ଦେଖା ଅନୁଭବ ସହିତ ତୁଳନା କରାଯାଇ ପାରେ । ଯେଉଁ ମନୁଷ୍ୟ ନିଜ ପୂର୍ବ ଜନ୍ମ ବିଷୟରେ ଜାଣେ ନାହିଁ ସେ ପରମାତ୍ମାଙ୍କ ବିଷୟରେ ସଠିକ କଥା କିପରି ଜାଣି ପାରିବ? ଅତଃ ପରମାତ୍ମାଙ୍କୁ ନିଜ ପରିଚୟ ଦେବା ପାଇଁ ସୃଷ୍ଟିରେ ଅବତରିତ ହେବାକୁ ପଡେ ।
ଧାର୍ମିକ ଗ୍ରନ୍ଥଗୁଡିକରେ ପରମାତ୍ମାଙ୍କ ସ୍ବରୂପ ସମ୍ବନ୍ଧୀୟ ପରସ୍ପର ବିରୋଧୀ ସିଦ୍ଧାନ୍ତଗୁଡିକର ଉଲ୍ଲେଖ ହୋଇଛି । ଏଗୁଡିକ ଅଧ୍ୟୟନ କରି ଜନମାନସ ବିଭ୍ରାନ୍ତ ହୋଇ ପଡିଛି । ଅନେକ ବି·ରଶୀଳ ଓ ବିବେକବାନ ବ୍ୟକ୍ତି ମଧ୍ୟ ପରମାତ୍ମାଙ୍କ ସ୍ବରୂପ ବିଷୟରେ ଯଥାର୍ଥ ନିଷ୍କର୍ପରେ ଉପନୀତ ହୋଇ ପାରନ୍ତି ନାହିଁ । ଏପରି କ୍ଷେତ୍ରରେ ସାଧାରଣ ଲୋକଙ୍କ ମନୋସ୍ଥିତ ସହଜରେ ଅନୁମେୟ । ଶ୍ରୀମଦ୍ ଭଗବତ୍ ଗୀତା ବହୁଜନ ମାନ୍ୟ ହୋଇଥିବାରୁ ଏହାକୁ ଏକ ପ୍ରାମାଣିକ ଗ୍ରନ୍ଥ ରୂପେ ଭାରତର ପ୍ରତ୍ୟେକ ମତାବଲମ୍ବୀ ସ୍ବୀକାର କରନ୍ତି । ଏଥିରେ ପରମାତ୍ମା ସାକ୍ଷାତ ନିଜ ସ୍ବରୂପ ବିଷୟରେ କହିଛନ୍ତି, “ମୁ ଏହି ଜଗତରେ ବ୍ୟାପକ ନୁହେଁ କି ଏହି ଜଗତ ମୋ ମଧ୍ୟରେ ବ୍ୟାପକ ନୁହେଁ । ମୁଁ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମଣ୍ଡଳଠାରୁ ମଧ୍ୟ ବହୁତ ଉଦ୍ଧ୍ୱର୍ରେ ଥିବା ସ୍ବୟଂ ପ୍ରକାଶ ତ୍ୱରେ (ବ୍ରହ୍ମଲୋକ, ପରଲୋକ) ବାସ କରେ । ଏଥିରେ ସ୍ପଷ୍ଟ ହୁଏ ଯେ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି । କିନ୍ତୁ ପ୍ରାୟ ସମସ୍ତ ଟୀକାକାର ଗୀତାର ଶ୍ଲୋକଗୁଡିକୁ ପୂର୍ବ ପ୍ରଚଳିତ ଧାର୍ମିକ ବିଶ୍ୱାସ ଆଧାରରେ ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତ ସପକ୍ଷରେ ବ୍ୟାଖ୍ୟା କରିଛନ୍ତି । ଏଠାରେ ବି·ରଣୀୟ ଯେ ଧର୍ମ ସଂସ୍ଥାପନ ପାଇଁ ପରମାତ୍ମାଙ୍କ ଅବତରଣ ଓ ଏଥିପାଇଁ ଗୀତାଜ୍ଞାନ ପ୍ରଦାନ- ଏ ଉଭୟ ତଥ୍ୟ ଯଦି ସତ୍ୟ ତେବେ ଏହା କ’ଣ ପରମାତ୍ମାଙ୍କ ସର୍ବବ୍ୟାପକ ମନ୍ତବ୍ୟକୁ ଭୁଲ ପ୍ରମାଣିତ କରୁ ନାହିଁ? ଯିଏ ସର୍ବତ୍ର ବିଦ୍ୟମାନ ତାକୁ ପୁଣି ଧରାପୃଷ୍ଠରେ ଅବତରିତ ହେବାର ଆବଶ୍ୟକ କ’ଣ? ଯିଏ ପୂର୍ବରୁ ସର୍ବସ୍ଥାନ ଓ ସର୍ବ ଆତ୍ମାରେ ଅବସ୍ଥିତ ସିଏ ପୁଣି କେଉଁଠୁ ଆସିବେ ଓ କେଉଁଠି ଅବତରିତ ହେବେ? ଯଦି ସେ ଗୋଟିଏ ସ୍ଥାନରେ ଅବତରିତ ହୋଇ ଯାଆନ୍ତିି ପୁଣି ସେହି ସମୟରେ ଅନ୍ୟ ସ୍ଥାନରେ କିପରି ବ୍ୟାପକ ହୋଇ ପାରିବେ? ଏହା ଏକ ଅସମ୍ଭବ ବ୍ୟାପାର । ପୁନଶ୍ଚ ସର୍ବବ୍ୟାପୀ ସା ଅଂଶରେ ବିଭାଜିତ ହେବା ଅସମ୍ଭବ । ତେଣୁ ପରମାତ୍ମା ଅଂଶାବତାର ରୂପେ ମଧ୍ୟ ସୃଷ୍ଟିରେ ଆବିର୍ଭାବ ହେବା କଥା ବିବେକ ସମ୍ମତ ମନେ ହୁଏ ନାହିଁ । ପରମାତ୍ମା ଧର୍ମରାଜ, ସତ୍ୟ ସ୍ବରୂପ, ସତ୍ୟ ବିଧାତା ଓ ସର୍ବଶକ୍ତିମାନ । ଏଥିପାଇଁ କ’ଣ କେବଳ ସେ ଅଯଥାର୍ଥ କର୍ମ କରି ତଥା ନିଜ ପ୍ରଣୀତ ନିୟମଗୁଡିକୁ ଉଲ୍ଲଙ୍ଘନ କରି ନିଜର ସର୍ବ ସମର୍ଥତାର ପରାକାଷ୍ଠା ଦେଖାଇବେ? ଏହା ଆଦୌ ଈଶ୍ୱରୀୟ ଜ୍ଞାନ ସମ୍ମତ ନୁହେଁ । ଏଥିରୁ ଜଣାଯାଏ ଯେ ମନୁଷ୍ୟକୁ ପରମାତ୍ମାଙ୍କ ଯଥାର୍ଥ ପରିଚୟ ମିଳି ନାହିଁ । ତଥାପି ସେ ଏହି ବାସ୍ତବିକତା ସ୍ବୀକାର କରିବାକୁ ସାହସ ମଧ୍ୟ କରିପାରୁ ନାହିଁ ।
ବର୍ମାନ ସମଗ୍ର ସଂସାରରେ କଳିଯୁଗର ସାମ୍ରାଜ୍ୟ ସ୍ଥାପିତ । ଏହା ହେଉଛି ଅଜ୍ଞାନତା ଓ ଅଧର୍ମର କାଳଖଣ୍ଡ । ଏଠାରେ ସର୍ବତ୍ର ଅଜ୍ଞାନ ଓ ଅଧର୍ମ ପରିବ୍ୟାପ୍ତ, ପରମାତ୍ମା ନୁହନ୍ତି । ବର୍ମାନ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରିତ ପରମାତ୍ମା କହନ୍ତି, ହେ ବସô! ମୁଁ ସର୍ବବ୍ୟାପୀ ନୁହେଁ । ମୁଁ ପରମଧାମ ନିବାସୀ । ମୁଁ ବର୍ମାନ ଏହି କଳିଯୁଗୀୟ ସାମ୍ରାଜ୍ୟକୁ ବିନାଶ କରି ସତ୍ୟଯୁଗୀୟ ସାମ୍ରାଜ୍ୟ ସ୍ଥାପନା ପାଇଁ ଏହି ବ୍ରହ୍ମା ଶରୀରରେ ଅବତରଣ କରି ସାରିଛି । ଏହି ପରିପ୍ରେକ୍ଷୀରେ ପରମାତ୍ମାଙ୍କ ସ୍ବକଥିତ ଜ୍ଞାନ ଆଧାରରେ ପ୍ରଚଳିତ ସର୍ବବ୍ୟାପକ ସିଦ୍ଧାନ୍ତର ଖଣ୍ଡନ ପାଇଁ କେତେକ ତଥ୍ୟ ପ୍ରଦାନ କରିବା ପ୍ରାସଙ୍ଗିକ ମନେ ହୁଏ ।
ପରମ- ଆତ୍ମା, ସର୍ବବ୍ୟାପୀ କିପରି?
ପରମାତ୍ମାଙ୍କ ସାକୁ ବିଶ୍ୱାସ କରୁଥିବା ସମସ୍ତ ଧର୍ମାବଲମ୍ବୀ ଏ କଥାରେ ଏକମତ ଯେ ଈଶ୍ୱର ଏକ ପରମ- ଆତ୍ମା ଓ ଜ୍ଞାନର ମହାସାଗର ଅଟନ୍ତି । ଏହା ସେ୍ୱ ମଧ୍ୟ ତାଙ୍କୁ ସର୍ବ- ବ୍ୟାପୀ କହନ୍ତି । ଏଠାରେ ଏ କଥା ବି·ରଣୀୟ ଯେ ଜ୍ଞାନ ଓ ବୁଦ୍ଧି କେବଳ କୌଣସି ଚୈତନ୍ୟ ସା ବା ଆତ୍ମା ମଧ୍ୟରେ ସମ୍ଭବ । ପରମାତ୍ମାଙ୍କୁ ବୁଦ୍ଧିମାନମାନଙ୍କର ବୁଦ୍ଧି, ସର୍ବଜ୍ଞ ଓ ତ୍ରିକାଳଦର୍ଶୀ କୁହାଯାଏ । ତେଣୁ ସେ ଅବଶ୍ୟ ଏକ ଚୈତନ୍ୟ- ଆତ୍ମା ଅଟନ୍ତି, ଏହା ବ୍ୟତୀତ ଆଉ କିଛି ନୁହେଁ । ପରମାତ୍ମାର ଅର୍ଥ ପରମ (ଶ୍ରେଷ୍ଠ) ଆତ୍ମା । ଅର୍ଥାତ ସମସ୍ତ ଆତ୍ମାଗଣଙ୍କ ମଧ୍ୟରେ ସେ ଶ୍ରେଷ୍ଠ । ଏଥିରୁ ଏହା ସିଦ୍ଧ ହୁଏ ଯେ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ଆତ୍ମାଗଣ ମଧ୍ୟ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ସେ ‘ପରମ’ ଅଟନ୍ତି । ସୃଷ୍ଟିରେ କୋଟି କୋଟି ଆତ୍ମା ଏବଂ ଅନେକ ମହାତ୍ମା (ମହାନ ଆତ୍ମା) ଅଛନ୍ତି । ସେ ସମସ୍ତଙ୍କ ମଧ୍ୟରୁ ଈଶ୍ୱରଙ୍କୁ ଏଥିପାଇଁ ଶ୍ରେଷ୍ଠ କୁହାଗଲା ଯେ ତାଙ୍କ ପରି ସର୍ବଗୁଣ ଓ ସର୍ବଶକ୍ତି ସମ୍ପନ୍ନ ଆଉ ଦ୍ୱିତୀୟ କେହି ନାହାନ୍ତି । ତେଣୁ ସେ ଅନନ୍ୟ ଓ ଏକ ଆତ୍ମା ଅଟନ୍ତି । ଜୀବ ଜଗତର ସମସ୍ତ ଆତ୍ମାଙ୍କଠାରୁ ଭିନ୍ନ ଯେଉଁ ପରମ ଆତ୍ମା ସେ କିପରି ସମସ୍ତଙ୍କ ମଧ୍ୟରେ ବ୍ୟାପକ ହୋଇ ପାରିବେ? ଏଥିରୁ ଏହା ପ୍ରମାଣିତ ଯେ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି ।
ପରମାତ୍ମା ଚୈତନ୍ୟ ସ୍ବରୂପ ହୋଇଥିବାରୁ ଜଡ଼ ବସ୍ତୁରେ ବ୍ୟାପକ ନୁହନ୍ତି:
ଏହି ସୃଷ୍ଟିରେ ଆତ୍ମା ଓ ପରମାତ୍ମା ବ୍ୟତୀତ ଆଉ ଏକ ସା ବିଦ୍ୟମାନ । ଏହାକୁ ‘ପ୍ରକୃତି’ କୁହାଯାଏ । ପୃଥ୍ୱୀ, ଜଳ, ଅଗ୍ନି, ବାୟୁ ଓ ଆକାଶ- ଏହି ପ ତ୍ୱରେ ନିର୍ମିତ ଏ ପ୍ରକୃତି ଜଡ ସ୍ବରୂପ । ପ୍ରକୃତିି ସୃଷ୍ଟ ବସ୍ତୁ ସମୂହ ମନ- ବୁଦ୍ଧି ରହିତ ହୁଏ । ପରମାତ୍ମା “ସତ- ଚିତ- ଆନନ୍ଦ” ସ୍ବରୂପ । ତେଣୁ ମନ ଓ ବୁଦ୍ଧି ସଂପନ୍ନ । ଅନ୍ୟଥା ସେ ଗୀତା ଜ୍ଞାନ ଦାତା କିପରି ହେବେ? ଯଦି ଚୈତନ୍ୟ ସ୍ବରୂପ ପରମାତ୍ମା ପ୍ରକୃତି କୃତ ସମସ୍ତ ଜଡ଼ ପଦାର୍ଥରେ ବ୍ୟାପକ ତେବେ ସମଗ୍ର ବ୍ରହ୍ମାଣ୍ଡରେ କୌଣସି ବସ୍ତୁ ଅଚେତନ ବା ଜଡ ହେବା କଥା ନୁହେଁ । ଜଡ ଶରୀରରୁ ଆତ୍ମା ·ଲିଗଲା ପରେ ମଧ୍ୟ ଶରୀରରେ ପରମାତ୍ମା ବ୍ୟାପକ ହେବାରୁ ଏହାର ଚୈତନ୍ୟ ନଷ୍ଟ ନ ହେବା କଥା । କିନ୍ତୁ ଏହା ହୁଏ ନାହିଁ । ତେଣୁ ପରମାତ୍ମା ସର୍ବବ୍ୟାପୀ ନୁହେଁ ।
ପରମାତ୍ମା ପରମ ପିତା ହୋଇଥିବାରୁ ସର୍ବବ୍ୟାପକ ହୋଇ ନ ପାରନ୍ତି:
ପ୍ରାୟ ସମସ୍ତେ ପରମାତ୍ମାଙ୍କୁ ସର୍ବାତ୍ମାଙ୍କକ ପିତା ବୋଲି ମାନନ୍ତି । ପ୍ରତ୍ୟେକ ମନୁଷ୍ୟର ଶାରୀରିକ ପିତା ଭିନ୍ନ ଭିନ୍ନ; କିନ୍ତୁ ସମସ୍ତେ ପରମାତ୍ମାଙ୍କୁ ନିଜ ନିଜର ଆତ୍ମିକ ପିତା ବୋଲି ମାନୁଥିବାରୁ ତାଙ୍କୁ ପରମ ପିତା କୁହାଯାଏ । ସାଧାରଣତଃ ଜଣକର ଚେହେରା, ହାବ- ଭାବ, ·ଲିଚଳନ ଓ ଗୁଣ ସ୍ବଭାବ ତାର ଶାରୀରିକ ପିତା ସହିତ ମେଳ ଖାଇଥାଏ । ସେହି ପିତାର ବିଭିନ୍ନ ସନ୍ତାନମାନଙ୍କ ମଧ୍ୟରେ ଏହି ସମାନତାରେ ତାରତମ୍ୟ ମଧ୍ୟ ଦେଖାଯାଏ । କିନ୍ତୁ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତା’ ପିତା ଭଳି ହେବା ସମ୍ଭବ ନୁହେଁ । ପୁତ୍ର, ପିତାର ଅଂଶ ଓ ବଂଶ ହୋଇଥିଲେ ମଧ୍ୟ ଭଉୟେ ସମାନ ନୁହନ୍ତି । ପିତା ନିଜ ପୁତ୍ରଠାରେ ବ୍ୟାପକ ହୁଏ ନାହିଁ । ଠିକ ଏହି ପ୍ରକାରେ ପରମପିତା ପରମାତ୍ମା ମଧ୍ୟ ନିଜ ନିଜ ବଂଶାବଳୀ (ଚକ୍ସକ୍ଟଶବରଦ୍ଭଚ୍ଚ) ମନୁଷ୍ୟମାନଙ୍କ ମଧ୍ୟରେ ବ୍ୟାପକ ନୁହନ୍ତି । ପରମାତ୍ମା ପରମ ପିତା ମାନୁଥିବାରୁ ହିଁ ପ୍ରତ୍ୟେକ ମନୁଷ୍ୟାତ୍ମାଙ୍କ ମଧ୍ୟରେ ଭାଇ- ଭାଇ ସମ୍ବନ୍ଧ ରହିଛି । ଏହି ଆଧାରରେ ବିଶ୍ୱ ଭ୍ରାତୃତ୍ୱ (ଡକ୍ଟକ୍ସକ୍ଷୟ ଐଙ୍କଜ୍ଞବଦ୍ଭ ଈକ୍ସକ୍ଟଗ୍ଧଷରକ୍ସ ଷକ୍ଟକ୍ଟୟ) ବା ବସୁଧୈବ କୁଟୁମ୍ବକମ୍ କଥା କୁହାଯାଇଛି । ଯଦି ପରମାତ୍ମା ସର୍ବବ୍ୟାପୀ ହୋଇଥାନ୍ତେ ତେବେ ଏହି ସମ୍ପର୍କ ଭାଇ- ଭାଇ ନ ହୋଇ ପିତା- ପିତା ହୋଇଥାନ୍ତା ଯାହାକି ସର୍ବାଦୌ ଅନୁଚିତ ଓ ଅଯଥାର୍ଥ କଥା । ଏଥିରୁ ସ୍ପଷ୍ଟ ଯେ ପରମାତ୍ମା ସର୍ବବ୍ୟାପକ ନୁହନ୍ତି ।
ସ୍ରଷ୍ଟା ସୃଷ୍ଟି ମଧ୍ୟରେ ପାର୍ଥକ୍ୟ
ପରମାତ୍ମାଙ୍କୁ ବିଶ୍ୱ- ସ୍ରଷ୍ଟା କୁହାଯାଏ । ସ୍ରଷ୍ଟା ନିଜ ସୃଷ୍ଟିଠାରୁ ଭିନ୍ନ ଅଟେ । ସୃଷ୍ଟି ଓ ସ୍ରଷ୍ଟାକୁ ଏକ ଓ ଅଭିନ୍ନ ମାନିବା ମୂର୍ଖତାର ପରିଚୟ । କୌଣସି ସୁନ୍ଦର ମୂିର୍କୁ ଦେଖି ଜଣେ ତା’ର ନିର୍ମାତାର ବୁଦ୍ଧି ଓ କାରୀଗରୀ କୌଶଳର ପ୍ରଶଂସା କରିଥାଏ । ମୂିର୍ ମଧ୍ୟରେ ମୂିର୍କାର ବ୍ୟାପକ ନଥାଏ । କୌଣସି ରଚନା ମଧ୍ୟରେ ତା’ର ରଚୟିତାର ଯୋଗ୍ୟତା ବ୍ୟାପକ ଥାଏ; କିନ୍ତୁ ସ୍ବୟଂ ରଚୟିତା ତା’ମଧ୍ୟରେ ବ୍ୟାପକ ନଥାଏ । ଠିକ ସେହିପରି ପରମାତ୍ମାଙ୍କ ଏହି ସୃଷ୍ଟି ରୂପୀ ଅଦଭୂତ ରଚନା ମଧ୍ୟରେ ବିଦ୍ୟମାନ ଚମକôାରୀ ବସ୍ତୁ ସମୂହକୁ ଦେଖି ମନରେ ସ୍ବତଃ ବି·ର ଆସେ “ଜିସକା ରଚନା ଇତନା ସୁନ୍ଦର ୱହ କିତନା ସୁନ୍ଦର ହୋଗା” । ଏଠାରେ ଉଭୟ ରଚନା ଓ ରଚୟିତା ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ । ଏଥିରୁ ଏହା ପ୍ରମାଣିତ ହୁଏ ଯେ ମନୁଷ୍ୟ ସୃଷ୍ଟିର ରଚୟିତା ପରମାତ୍ମା ତାଙ୍କ ରଚନା ମଧ୍ୟରେ ବ୍ୟାପକ ନୁହନ୍ତି ।
ପରମାତ୍ମା ଧର୍ମରାଜ ହୋଇଥିବାରୁ ସର୍ବବ୍ୟାପୀ ନୁହଁନ୍ତି
ସମସ୍ତ ଧର୍ମରେ ପରମାତ୍ମାଙ୍କୁ ଧର୍ମରାଜ ବା ନ୍ୟାୟ କର୍ା ବୋଲି ମାନନ୍ତି । ଏଥିରୁ ପରମାତ୍ମାଙ୍କ ଏହି କର୍ବ୍ୟ ସୂଚିତ ହେଉଛି ଯେ ସେ ମନୁଷ୍ୟାତ୍ମାମାନଙ୍କୁ ସେମାନଙ୍କ ପାପକର୍ମ ପାଇଁ ଦଣ୍ଡ ଦିଅନ୍ତି । ଏଠାରେ ବି·ରଣୀୟ ଯେ ଦଣ୍ଡ ଦାତା ଦଣ୍ଡ ଗ୍ରହୀତା ଏକ ଓ ଅଭିନ୍ନ କିପରି ହୋଇପାରିବେ । ପରମାତ୍ମା ଯଦି ସର୍ବବ୍ୟାପୀ ତେବେ କୌଣସି ପାପ କର୍ମର ପରିଣାମ ପାଇଁ ସେ ଉର ଦାୟୀ ହୁଅନ୍ତେ । କାରଣ ଧର୍ମା·ର୍ଯ୍ୟଙ୍କ ମତରେ ସେ ହିଁ ସମସ୍ତ କର୍ମର ନିୟନ୍ତା ଓ ତାଙ୍କ ଇଚ୍ଛା ବିନା ପୃଥିବୀରେ କୌଣସି କର୍ମ ସମ୍ପାଦନ ହୁଏ ନାହିଁ । ଏପରିିକି ଗଛର ପତ୍ର ମଧ୍ୟ ହଲେ ନାହିଁ । ଶ୍ରୀମଦ୍ଭଗବତ୍ ଗୀତାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ସେ ପରମ ଧାମ ନିବାସୀ ଓ ଧର୍ମ ଗ୍ଲାନି ସମୟରେ ସେ ଧରାପୃଷ୍ଠରେ ଅବତରଣ କରନ୍ତି । ସେ ମାନବୀୟ ଶରୀର ଧାରଣ କରି ଅବତୀର୍ଣ୍ଣି ହୋଇଥିଲେ ମଧ୍ୟ କେତେକ ମୂଢ ମତି ତାଙ୍କୁ ଜାଣନ୍ତି ନାହିଁ ଓ ତାଙ୍କ ଆଜ୍ଞାକୁ ଅବଜ୍ଞା କରନ୍ତି । “ଅବଜାନନ୍ତି ମାଂ ମୂଢାଃ ମାନୁଷ୍ୟ ତନୁମାଶ୍ରିତଂ ।” ଯିଏ ଆଜ୍ଞା ଦିଅନ୍ତି ଓ ଯିଏ ତାଙ୍କ ଆଜ୍ଞାକୁ ଉଲଂଙ୍ଗନ କରେ ବା ଯାହାକୁ ସେ ଆଜ୍ଞା ଦିଅନ୍ତି-ଉଭୟେ ଭିନ୍ନ ଭିନ୍ନ ସା ଅଟନ୍ତି । ଯଦି ପରମାତ୍ମା ସର୍ବବ୍ୟାପୀ ହୋଇଥାନ୍ତେ ତେବେ ସଂସାରରେ ସଂଘଟିତ ସମସ୍ତ ହିଂସା, ଯୁଦ୍ଧ, ଅନ୍ୟାୟ, ଭ୍ରଷ୍ଟା·ର ଆଦିର ସେ କର୍ା ଓ କାରଣ ହୁଅନ୍ତେ । ପରମାତ୍ମା ପତିତ-ପାବନ, ଜ୍ଞାନ ପ୍ରେମ, ଶାନ୍ତି ଦାତା । ସେ କିପରି କାମ, କ୍ରୋଧ, ଲୋଭ ଆଦି ବିକାର ଗ୍ରସ୍ତ ହୋଇ ହୋଇ ଏପରି ପାପ କର୍ମ କରିବେ? ତେଣୁ ପରମାତ୍ମାଙ୍କୁ ସର୍ବବ୍ୟାପୀ ମାନିବା ବା କହିବା ଏକ ଭ୍ରାନ୍ତ ସିଦ୍ଧାନ୍ତ ।
ପରମାତ୍ମାଙ୍କ ଗୁଣଗୁଡିକ ମଧ୍ୟ ସର୍ବବ୍ୟାପୀ ନୁହେଁ:
ଯେଉଁ ବସ୍ତୁ ଯେଉଁଠାରେ ବିଦ୍ୟମାନ ସେଠାରେ ତାର ଗୁଣ ମଧ୍ୟ ଅବଶ୍ୟ ଉପସ୍ଥିତ ଥାଏ । ଉଦାହରଣ ସ୍ବରୂପ ଯେଉଁଠାରେ ନିଆଁ ଥାଏ ସେଠାରେ ଉାପ ନିଶ୍ଚୟ ରହିବ । କାରଣ ନିଆଁର ଗୁଣ ଉାପ । ପରମାତ୍ମା ଜ୍ଞାନର ସାଗର, ଶାନ୍ତିର ସାଗର, ପ୍ରେମର ସାଗର ଓ ଆନନ୍ଦର ସାଗର । ଯଦି ସେ ପ୍ରତ୍ୟେକ ସ୍ଥାନରେ ବ୍ୟାପକ ତେବେ ତାଙ୍କ ଏହି ଗୁଣଗୁଡିକ ମଧ୍ୟ ପ୍ରତ୍ୟେକଙ୍କଠାରେ ରହିବା ଉଚିତ । ପରନ୍ତୁ ସଂପ୍ରତି କଳିଯୁଗରେ ଦିବ୍ୟଗୁଣ ତ ଦୂରର କଥା ମାନବୀୟ ମୂଲ୍ୟ ମଧ୍ୟ ଖୁବ୍ କ୍ୱଚିତ ଦେଖାଯାଏ । ଏଥିରୁ ସ୍ପଷ୍ଟ ଯେ ପରମାତ୍ମା ସର୍ବବ୍ୟାପୀ ନୁହନ୍ତି ।
ସର୍ବଜ୍ଞତା ପାଇଁ ପରମାତ୍ମାଙ୍କୁ ସର୍ବବ୍ୟାପୀ ହେବା ଆବଶ୍ୟକ ନୁହେଁ
କେତେକ ଧର୍ମା·ର୍ଯ୍ୟ କହନ୍ତି ପରମାତ୍ମା ଯେହେତୁ ସର୍ବତ୍ର ବିଦ୍ୟମାନ ତେଣୁ ସେ ସବୁକଥା ଜାଣନ୍ତି । ଅର୍ଥାତ୍ ପରମାତ୍ମାଙ୍କ ସର୍ବଜ୍ଞତାର ଦ୍ୱାହି ଦେଇ ସେମାନେ ତାଙ୍କର ସର୍ବବ୍ୟାପକତା ସପକ୍ଷରେ ତର୍କ କରନ୍ତି । କିନ୍ତୁ ଏହି ତର୍କ ବିବେକ ସଙ୍ଗତ ନୁହେଁ । ପରମାତ୍ମା ତ୍ରିକାଳଦର୍ଶୀ । ସେ କାଳର ଅଧୀନ ନୁହନ୍ତି । ତାଙ୍କୁ ସଂସାରର ସମସ୍ତ ଘଟଣା ଜାଣିବା ପାଇଁ ସର୍ବତ୍ର ବ୍ୟାପକ ହୋଇ ରହିବାର ଆବଶ୍ୟକତା ନାହିଁ । ପରମାତ୍ମାଙ୍କୁ ସର୍ବବ୍ୟାପୀ ମାନିବା ଦ୍ୱାରା ତାଙ୍କ ସହିତ ଯୋଗର ଆଧାର ନଷ୍ଟ ହୋଇଯିବ ଓ ମାନବ ପରମାତ୍ମାଙ୍କଠାରୁ ସୁଖ, ଶାନ୍ତି, ଆନନ୍ଦ, ଜ୍ଞାନ ଆଦି ଈଶ୍ୱରୀୟ ସମ୍ପି ପାଇବା ଅଧିକାରରୁ ବିତ ହୋଇଯିବ ।
ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କ ଯଥାର୍ଥ ପରିଚୟ ଜାଣିବା ନିତାନ୍ତ ଆବଶ୍ୟକ । ତାଙ୍କ ବିଷୟରେ ଭ୍ରାନ୍ତ ଧାରଣା ହେତୁ ପଥଭ୍ରଷ୍ଟ ମାନବ ସମାଜକୁ ନିଜର ସତ୍ୟ ପରିଚୟ ଓ ପ୍ରଦାନ ପାଇଁ ସେ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କରି ସାରିଛନ୍ତିି । ସତ୍ୟ ଯୁଗର ପୁନଃସ୍ଥାପନା ପାଇଁ ସେ ସହଯୋଗ କାମନା କରୁଛନ୍ତି । ତାଙ୍କଠାରୁ ତାଙ୍କ ସତ୍ୟ ପରିଚୟ ଜାଣି ତାଙ୍କ ସହିତ ଯୋଗଯୁକ୍ତ ହୋଇ ଈଶ୍ୱରୀୟ ବରଦାନ ପାଇବାର ମାହେନ୍ଦ୍ର ବେଳା ବର୍ମାନ ଉପସ୍ଥିତ । ସର୍ବଶେଷ ଓ ସବିସ୍ତାର ଜ୍ଞାନ ଓ ପ୍ରତ୍ୟକ୍ଷ ଯୋଗ ତାଲିମ ପାଇଁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଯେକୌଣସି ସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ ।
Comments
Post a Comment