(14) ।ା ତୃତୀୟ ଅଧ୍ୟାୟ ।ା ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ପରମାତ୍ମାଙ୍କ ସତ୍ୟ ପରିଚୟ
।ା ତୃତୀୟ ଅଧ୍ୟାୟ ।ା
ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ପରମାତ୍ମାଙ୍କ ସତ୍ୟ ପରିଚୟ
୧. ପରମାତ୍ମାଙ୍କ ବିଷୟରେ କେତେକ ମାନ୍ୟତା
ସଂସାରର କିଛି ଲୋକ ମନେ କରନ୍ତି ଏକ୍ଟୟ ସଗ୍ଦ ଜ୍ଞକ୍ଟଗ୍ଦଗ୍ଧ ଉକ୍ଟଜ୍ଞକ୍ଟ୍ରକ୍ଷସମବଗ୍ଧରୟ କ୍ଟ୍ରରକ୍ସଗ୍ଦକ୍ଟଦ୍ଭବକ୍ଷସଗ୍ଧଚ୍ଚ ଗ୍ଧକ୍ଟ ଙ୍କଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟ ଅର୍ଥାତ୍ ପରମାତ୍ମାଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଜଟିଳ । ସେ ମନୁଷ୍ୟ ଦ୍ୱାରା ବୋଧଗମ୍ୟ ନୁହନ୍ତି । କେତେକ ବିଦ୍ୱାନ ଶାସ୍ତ୍ରୋକ୍ତ ସିଦ୍ଧାନ୍ତ ଅନୁସାରେ ପରମାତ୍ମାଙ୍କୁ ନେତି-ନେତି କହନ୍ତି । ଅର୍ଥାତ୍ ପରମାତ୍ମା ମାନବୀୟ ଜ୍ଞାନର ଉଦ୍ଧ୍ୱର୍ରେ, ତାଙ୍କର କୌଣସି ଅନ୍ତ ନାହିଁ । ଯେପରି କୌଣସି ପୁତ୍ର ସ୍ବୀୟ ପିତାର ସଂପୂର୍ଣ୍ଣ ପରିଚୟ ସ୍ବୟଂ ପିତାଙ୍କଠାରୁ ପ୍ରତ୍ୟକ୍ଷ ଶୁଣିବା ପରେ ଜାଣିବାକୁ ସକ୍ଷମ ହୋଇଥାଏ ସେହିପରି ପରମାତ୍ମା ସ୍ବୟଂ ଧରାରେ ଅବତରଣ କରି ନିଜ ସମ୍ପୂର୍ଣ୍ଣ ପରିଚୟ ପ୍ରଦାନ କଲାପରେ ହିଁ ମାନବାତ୍ମାଗଣ ତାଙ୍କୁ ଜାଣିପାରନ୍ତି, ଅନ୍ୟଥା ନୁହେଁ । ଗୀତାରେ ମଧ୍ୟ ଏକଥା ସ୍ବୟଂ ପରମାତ୍ମା ସ୍ପଷ୍ଟ କରିଛନ୍ତି । ତଥାପି ମଧ୍ୟ ସଂସାରରେ ପରମାତ୍ମାଙ୍କ ସମ୍ବନ୍ଧରେ କେତେକ ଭ୍ରମାତ୍ମକ ସିଦ୍ଧାନ୍ତ ପ୍ରଚଳିତ ଥିବା ଦେଖାଯାଏ, ସେଗୁଡ଼ିକ ହେଲା-
କ)ପ୍ରକୃତି ହିଁ ପରମାତ୍ମା ଖ) ଆତ୍ମା ହିଁ ପରମାତ୍ମା (ସମୁଦ୍ରର ଜଳସ୍ଫୋଟକ ସମୁଦ୍ରକୁ ସୃଷ୍ଟି ହୋଇ ଯେପରି ସମୁଦ୍ରରେ ପୁଣି ଲୀନ ହୋଇଯାଏ, ସେହିପରି ଆତ୍ମା ମଧ୍ୟ ପରମାତ୍ମା ସହିତ ମିଶିଯାଏ ।) ଗ) ବ୍ରହ୍ମ ହିଁ ଈଶ୍ୱର ଘ) ପରମାତ୍ମା ସର୍ବବ୍ୟାପୀ ଙ) ପରମାତ୍ମା ନିରାକାର ଚ)ସଂସାରରେ ଅବତରିତ ସମସ୍ତ ଇଷ୍ଟ ଦେବତା ପରମାତ୍ମାଙ୍କ ଅବତାର ଛ) ପରମାତ୍ମାଙ୍କ କୌଣସି ଅସ୍ତିତ୍ୱ ହିଁ ନାହିଁ । ଉପର୍ଯୁ୍ୟକ୍ତ ଭ୍ରମ ଦୂର କରିବା ପାଇଁ ନିମ୍ନରେ କେତୋଟି ଈଶ୍ୱରୀୟ ଜ୍ଞାନର ବିନ୍ଦୁ ରଖାଯାଇଛି ।
୨. ପରମାତ୍ମା ସତ୍ୟ ଅଟନ୍ତି, ସତ୍ୟ ସର୍ବଦା ଏକ ଅଟେ
ଏକ୍ଟୟ ସଗ୍ଦ ଗ୍ଧକ୍ସଙ୍କଗ୍ଧଷ, ଗ୍ଧକ୍ସଙ୍କଗ୍ଧଷ ସଗ୍ଦ ବକ୍ଷଙ୍ଗବଚ୍ଚଗ୍ଦ କ୍ଟଦ୍ଭର. ପରମାତ୍ମାଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ରଖିବା ଏକ ବୌଦ୍ଧିକ କଳ୍ପନା ବ୍ୟତୀତ ଆଉ କିଛି ନୁହେଁ । ଏହି ପ୍ରସଙ୍ଗରେ ନିମ୍ନ ପ୍ରଦ କାହାଣୀ ପ୍ରଣିଧାନ ଯୋଗ୍ୟ ।
·ରୋଟି ଅନ୍ଧକୁ ଗୋଟିଏ ହାତୀ ସମ୍ମୁଖରେ ରଖି ତାର ସ୍ବରୂପ କିପରି ବର୍ଣ୍ଣନା କରିବାକୁ କୁହାଗଲା । ସେମାନଙ୍କ ମଧ୍ୟରୁ ଜଣେ ହାତୀର ଗୋଡକୁ ସ୍ପର୍ଶ କଲା ଓ କହିଲା ଖମ୍ବ ସ୍ବରୂପ । ଦ୍ୱିତୀୟ ଜଣକ ଅଣ୍ଡାଳି ଅଣ୍ଡାଳି ପେଟକୁ ସ୍ପର୍ଶ କଲା ଓ କହିଲା ପ୍ରାଚୀର ସ୍ବରୂପ । ତୃତୀୟ ଜଣକ ହାତୀର ଲାଞ୍ଜ ଧରି କହିଲା ଏହା ରଜ୍ଜୁ ସ୍ବରୂପ । ଚତୁର୍ଥ ଜଣକ କାନକୁ ସ୍ପର୍ଶ କଲା ଓ କହିଲା କୁଲା ପରି । ପରମାତ୍ମାଙ୍କ ବିଷୟରେ ମନୁଷ୍ୟ ନିଜ ନିଜ ବୁଦ୍ଧି ଆଧାରରେ ଯେପରି କଳ୍ପନା କଲା ସେପରି ବର୍ଣ୍ଣନା କଲା । ଏହିପରି ପରମାତ୍ମାଙ୍କ ବିଷୟରେ ମତ ମତାନ୍ତର ସୃଷ୍ଟି ହେଲା । ପରମାତ୍ମାଙ୍କ ସତ୍ୟ ସ୍ବରୂପ ପରଖିବା ପାଇଁ ନିମ୍ନ ପାଟି ବିଷୟ ଆବଶ୍ୟକ ।
କ) ଯିଏ ସର୍ବ ଧର୍ମମାନ୍ୟ:
ପରମାତ୍ମା କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମ ବିଶେଷଙ୍କ ନୁହଁନ୍ତି । ସମସ୍ତ ଧର୍ମର ଲୋକେ ଯେଉଁ ଏକ ସର୍ବୋଚ୍ଚ ସାଙ୍କୁ ବିଶ୍ୱାସ କରନ୍ତି ସେ ହିଁ ପରମାତ୍ମା ପଦବାଚ୍ୟ ।
ଖ) ଯିଏ ସର୍ବୋଚ୍ଚ:
ପରମାତ୍ମା ସର୍ବୋଚ୍ଚ । କାରଣ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ଉପରେ ଆଉ କେହି ନାହିଁ । ସେ ଅଶରୀରୀ ହୋଇଥିବାରୁ ତାଙ୍କର ମାତା-ପିତା, ଗୁରୁ, ଶିକ୍ଷକ ଆଦି କେହି ନାହାନ୍ତି ।
ଗ) ଯିଏ ସର୍ବୋପରି:
ଯିଏ ସାପେକ୍ଷ ବିଷୟରୁ ବହୁ ଉଦ୍ଧ୍ୱର୍ରେ ସେ ପରମାତ୍ମା ପଦବାଚ୍ୟ । ଜନ୍ମ-ମରଣ, ଲାଭ-ହାନି, ମାନ-ଅପମାନ ଆଦି ଦ୍ୱନ୍ଦାତ୍ମକ ବିଷୟର ସେ ବର୍ହିଭୂତ । ଆତ୍ମା ଭଳି ସେ ଜନ୍ମ-ମରଣ ଚକ୍ରରେ ଆସନ୍ତି ନାହିଁ । ଗୀତା ଅନୁସାରେ ପରମାତ୍ମା ଅଜନ୍ମା ଏବଂ କାଳର ମଧ୍ୟ କାଳ ମହାକାଳ ଅଟନ୍ତି । ସେ କର୍ମ ବନ୍ଧନରୁ ମୁକ୍ତ । ସେ ଅକର୍ା ଓ ଅଭୋକ୍ତା । ସେ ପାପ-ପୁଣ୍ୟ ଓ ସୁଖ-ଦୁଃଖ ଚକ୍ରରୁ ଉର୍ଦ୍ଧ୍ୱରେ । କାରଣ ସେ ଦୁଃଖହର୍ା ଓ ସୁଖ କର୍ା ।
ଘ) ଯିଏ ସର୍ବଜ୍ଞ:
ଯିଏ ତ୍ରିକାଳଦର୍ଶୀ, ତ୍ରିନେତ୍ରୀ, ଯିଏ ମନୁଷ୍ୟମାନଙ୍କୁ ଜ୍ଞାନ ଚକ୍ଷୁ ପ୍ରଦାନ କରନ୍ତି ଏବଂ ତ୍ରିଲୋକର ସ୍ବାମୀ ଅଟନ୍ତି ସେ ହିଁ ପରମାତ୍ମା ପଦବାଚ୍ୟ । ପରମାତ୍ମା ସର୍ବଜ୍ଞାତା ଅଟନ୍ତି । ଅର୍ଥାତ୍ ସେ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ । ସେ ସଂସାରର ସମସ୍ତ ସନାତନ ଶକ୍ତିକୁ ଜାଣନ୍ତି; ତେଣୁ ତାଙ୍କୁ ସର୍ବଜ୍ଞ କୁହାଯାଏ । ଆତ୍ମା ସ୍ମୃତି-ବିସ୍ମୃତିରେ ଆସୁଥିବାରୁ ତାକୁ ଅଳ୍ପଜ୍ଞ କୁହାଯାଏ । ଅପର ପକ୍ଷରେ ପରମାତ୍ମା ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତକୁ ଜାଣନ୍ତି । ତେଣୁ ସେ ସର୍ବଜ୍ଞ ।
ଙ) ଯିଏ ଅନନ୍ତ, ସମରସ ଓ ଅପରିବର୍ନଶୀଳ ଅଟନ୍ତି:
ଯିଏ ସମସ୍ତ ଗୁଣରେ ଅନନ୍ତ, ଯିଏ ସର୍ବଦା ନିଜ ପରିସ୍ଥିତି, ଗୁଣ ଏବଂ ପରମ କର୍ବ୍ୟରେ ସମରସ ଓ ଅପରିବର୍ନଶୀଳ ରହନ୍ତି ସେ ପରମାତ୍ମ ପଦବାଚ୍ୟ । ଆତ୍ମାମାନଙ୍କ ମଧ୍ୟରେ ଗୁଣ ଓ ସ୍ଥିତିରେ ପରିବର୍ନ ହେଉଥାଏ । ସଂସାରର ଏହା ନିୟମ ଯେ ପ୍ରତ୍ୟେକ ପୁରୁଣା ଜିନିଷ ନୂଆ ଓ ନୂଆ ଜିନିଷ ପୁରୁଣା ହୁଏ ।
୩)ସତ୍ୟ ପରମାତ୍ମାଙ୍କୁ ଯା କରିବା ପାଇଁ ଉପରୋକ୍ତ ଜ୍ଞାନବିନ୍ଦୁର ପ୍ରୟୋଗ:
କ) ପ୍ରକୃତି ହିଁ ଈଶ୍ୱର: ଏହି ମାନ୍ୟତା ସମସ୍ତ ଧର୍ମାବଲମ୍ବୀମାନଙ୍କ ପାଇଁ ସ୍ବୀକାର୍ଯ୍ୟ ନୁହେଁ । କବିମାନେ ପ୍ରକୃତିକୁ ଈଶ୍ୱରଙ୍କ ଦ୍ୱାରା ଅଙ୍କିତ (ରଚିତ) ଏକ ସୁନ୍ଦର ଚିତ୍ର ରୂପେ ବର୍ଣ୍ଣନା କରି କାବ୍ୟ ଲେଖନ୍ତି । ଅର୍ଥାତ୍ ଈଶ୍ୱର ହେଉଛନ୍ତି ଚିତ୍ରକାର ଓ ପ୍ରକୃତି ହେଉଛି ଚିତ୍ର । ଚିତ୍ରକାର ଓ ଚିତ୍ର ଏକ ନୁହଁନ୍ତି । ତେଣୁ ପ୍ରକୃତିକୁ ଈଶ୍ୱର ମାନିବା ଭ୍ରମାତ୍ମକ । ପ୍ରକୃତି ପରିବର୍ନଶୀଳ । ବିଭିନ୍ନ କାଳଖଣ୍ଡରେ ପ୍ରକୃତିର ଅବସ୍ଥା ଭିନ୍ନ ଭିନ୍ନ ଥାଏ । ଏହି ଅନୁସାରେ ବର୍ଷକୁ ଛଅଟି ଋତୁରେ ବିଭକ୍ତ କରାଯାଇଛି । କିନ୍ତୁ ପରମାତ୍ମା ଅପରିବର୍ନୀୟ । କଳିଯୁଗୀୟ ପ୍ରକୃତି ଦୁଃଖ ଦାୟୀ । କେତେବେଳେ ଅତିବୃଷ୍ଟି ହେତୁ ନଦୀ ବଢ଼ି ହୋଇ ଧନ ଜୀବନ ନାଶ ହୁଏ ତ କେତେବେଳେ ଅନାବୃଷ୍ଟି ହେତୁ ଲୋକେ ଖାଦ୍ୟ ଶସ୍ୟ ଓ ଜଳ ସଂକଟରେ ତ୍ରାହି ତ୍ରାହି କରନ୍ତି । ଏହା ବ୍ୟତୀତ ଭୂମିକମ୍ପ, ମହାବାତ୍ୟା, ସାମୁଦ୍ରିକ ଝଡ଼ ଆଦି ପ୍ରାକୃତିକ ବିପର୍ଯ୍ୟୟ ହେତୁ ମଣିଷ ଘୋର ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଥାଏ । ତେଣୁ ପ୍ରକୃତିକୁ ଈଶ୍ୱରଙ୍କ ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରାଯାଇପାରିବ ନାହିଁ । କାରଣ ଈଶ୍ୱର ସୁଖଦାୟକ, ଦୁଃଖଦାୟକ ନୁହନ୍ତି । ବର୍ମାନ ପ୍ରକୃତି ତ ବିନାଶକାରୀ କାମ କରୁଛି; କିନ୍ତୁ ଈଶ୍ୱର ସର୍ବଦା କଲ୍ୟାଣକାରୀ । ତେଣୁ ପ୍ରକୃତିକୁ ଈଶ୍ୱର କହିବା ସତ୍ୟର ଅପଳାପ ମାତ୍ର ।
ଖ) ଆତ୍ମା ହିଁ ପରମାତ୍ମା ଅଟନ୍ତି:
ଏହି ମାନ୍ୟତା ମଧ୍ୟ ଉପର୍ଯୁ୍ୟକ୍ତ ଜ୍ଞାନ ବିନ୍ଦୁ ଆଧାରରେ ସତ୍ୟ ସିଦ୍ଧ ହେଉନାହିଁ । ଆତ୍ମାକୁ ପରମାତ୍ମା ରୂପରେ ସମସ୍ତ ଧର୍ମାବଳମ୍ବୀ ସ୍ବୀକାର କରିବେ ନାହିଁ । ଆତ୍ମାକୁ ସର୍ବୋଚ୍ଚ ଶକ୍ତିଶାଳୀ ମଧ୍ୟ କୁହାଯାଇ ପାରିବ ନାହିଁ । ପରମାତ୍ମାଙ୍କୁ ସମସ୍ତଙ୍କ ମାତା, ପିତା, ଗୁରୁ, ସଖା ଆଦି ରୂପରେ ପ୍ରାର୍ଥନା କରାଯାଏ । ତ୍ୱମେବ ମାତାଶ୍ଚ ପିତା ତ୍ୱମେବ.... । ପରମାତ୍ମା ଶବ୍ଦ କୌଣସି ପଦ, ପଦବୀ ବା ଡିଗ୍ରୀ ନୁହେଁ । ରଚନା (ପୁତ୍ର)କେବେ ହେଲେ ମଧ୍ୟ ନିଜର ରଚୟିତା (ପିତା) ହୋଇପାରିବ ନାହିଁ । ହଁ, ପୁରୁଷାର୍ଥ ବଳରେ ପିତା ସମକକ୍ଷ ହୋଇପାରେ । ସେହିପରି ଆତ୍ମା ପୁରୁଷାର୍ଥ ବଳରେ ମହାତ୍ମା, ଦେବାତ୍ମା, ପୁଣ୍ୟାତ୍ମା, ଧର୍ମାତ୍ମା ଆଦି ବିଶେଷଣରେ ବିଶେଷିତ ହୋଇପାରେ । କିନ୍ତୁ କୌଣସି ପ୍ରକାରେ ପରମାତ୍ମା ପଦବାଚ୍ୟ ହୋଇପାରିବ ନାହିଁ । ପରମାତ୍ମା ଏକ; କିନ୍ତୁ ଆତ୍ମା ଅନେକ । ତେଣୁ ଆତ୍ମା ଓ ପରମାତ୍ମାଙ୍କୁ ଏକ ଓ ଅଭିନ୍ନ ମାନିବା ବିବେକ ସମ୍ମତ ନୁହେଁ ।
ଗ) ବ୍ରହ୍ମ ହିଁ ଈଶ୍ୱର ଅଟନ୍ତି:
ଏହି ମାନ୍ୟତା ମଧ୍ୟ ଠିକ୍ ମନେ ହୁଏ ନାହିଁ । କାରଣ ବ୍ରହ୍ମ ହେଉଛି ଜଡ଼ ତ୍ୱ । ଏହା ପରମାତ୍ମାଙ୍କ ନିବାସ ସ୍ଥାନ । ସେଥିପାଇଁ ପରମାତ୍ମାଙ୍କୁ ପାରବ୍ରହ୍ମ (ପରଂବ୍ରହ୍ମ) ପରମେଶ୍ୱର, ଅର୍ଥାତ୍ ବ୍ରହ୍ମଠାରୁ ଶ୍ରେଷ୍ଠ ବା ଭିନ୍ନ ପରମ ସା କୁହାଯାଇଛି । ଯେପରି ଗୃହ ଓ ଗୃହ ସ୍ବାମୀ ଭିନ୍ନ ଅଟନ୍ତି, ସେହିପରି ପରମାତ୍ମା ମଧ୍ୟ ବ୍ରହ୍ମଠାରୁ ପୃଥକ ଅଟନ୍ତି । ପରମାତ୍ମା ସ୍ବୟଂ ବ୍ରହ୍ମ ନୁହନ୍ତି । ସେ ବ୍ରହ୍ମଲୋକ ନିବାସୀ ଅଟନ୍ତି ।
ଘ) ଈଶ୍ୱର ସର୍ବବ୍ୟାପୀ ଅଟନ୍ତି:
ସୂକ୍ଷ୍ମ ଅନୁଶୀଳନ କଲେ ଏହି ମାନ୍ୟତା ମଧ୍ୟ ଯୁକ୍ତି ଯୁକ୍ତ ନୁହେଁ । ଏହା ଭାବନାତ୍ମକ ସତ୍ୟ କିନ୍ତୁ ସୈଦ୍ଧାନ୍ତିକ ନୁହେଁ । ପ୍ରକୃତ ଭକ୍ତ କେବେହେଲେ ନିଜକୁ ଏକାକୀ ମନେ କରେ ନାହିଁ । ସେ ସବୁବେଳେ ମନେ କରେ ପରମାତ୍ମା (ଭଗବାନ) ତା’ ସଙ୍ଗରେ ଅଛନ୍ତି । ତା’ର ଅର୍ଥ ନୁହେଁ ଭଗବାନ ତା’ ମଧ୍ୟରେ ବିଦ୍ୟମାନ ଅଛନ୍ତି । ରଚନା ମଧ୍ୟରେ ରଚୟିତା କିପରି ବ୍ୟାପକ ରହିବ? ଏହା ଏକ ଅବାସ୍ତବ କଳ୍ପନା । ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଯଦି ଈଶ୍ୱର ପରିବ୍ୟାପ୍ତ ତେବେ ସତ୍ ବା ଅସତ୍ କର୍ମର ପରିଣାମରେ ଉଭୟ ସମ ପରିମାଣରେ ଭାଗୀଦାର ହୁଅନ୍ତେ । ଯଦି ପରମାତ୍ମା ମନୁଷ୍ୟ ମଧ୍ୟରେ ଅବସ୍ଥାନ କରି ତାକୁ ଯନ୍ତ୍ରବତ୍ ପରି·ଳନା କରୁଛନ୍ତି ତେବେ କୌଣସି ଅପରାଧ ପାଇଁ କେବଳ ସଂପୃକ୍ତ ଅପରାଧିକୁ କାହିଁକି ଉରଦାୟୀ କରାଯିବ? ଅଗ୍ନିର ସଂସ୍ପର୍ଶରେ ଆସିଲେ ଗୋଟିଏ ଲୌହଖଣ୍ଡ ତାର ଗୁଣ ଧାରଣ କରିଥାଏ । ତେବେ ମନୁଷ୍ୟ ମଧ୍ୟରେ ଈଶ୍ୱରଙ୍କ ବିଦ୍ୟମାନତା ସେ୍ୱ ମଧ୍ୟ ତା’ ମଧ୍ୟରେ ଈଶ୍ୱରତ୍ୱର ପରିପ୍ରକାଶ କାହିଁକି ହେଉ ନାହିଁ? ସୂର୍ଯ୍ୟ ଏକ; କିନ୍ତୁ ପୃଥିବୀର ସର୍ବତ୍ର ତାଙ୍କର କିରଣ ପଡେ । କୌଣସି ସ୍ଥାନରେ ସୂର୍ଯ୍ୟ କିରଣର ଉପସ୍ଥିତି ଦେଖି ଏହା କୁହାଯାଇ ପାରିବ ନାହିଁ ଯେ ସେଠାରେ ସାକ୍ଷାତ ସୂର୍ଯ୍ୟ ବିଦ୍ୟମାନ ଅଛନ୍ତି । ସେହି ପରି ଜଣେ ମନୁଷ୍ୟାତ୍ମାଠାରେ ଈଶ୍ୱରୀୟ ଗୁଣ ଦର୍ଶନ କରି ତାଙ୍କୁ ଈଶ୍ୱରଙ୍କ ସାକାର ରୂପ କହିବା ଠିକ ହେବ ନାହିଁ । ପୁତ୍ରକୁ ପିତାର ମାନ୍ୟତା, ବା ପୁତ୍ର ମଧ୍ୟରେ ପିତାର ବିଦ୍ୟମାନତା ଏକ ଅବାସ୍ତବ ପରିକଳ୍ପନା ମାତ୍ର, ପୁତ୍ର ଯେପରି ପିତାର ବଂଶ, ସେହିପରି ଆତ୍ମା ପରମାତ୍ମାଙ୍କ ବଂଶ, ଅଂଶ ନୁହେଁ । ତେଣୁ ସର୍ବବ୍ୟାପକ ସିଦ୍ଧାନ୍ତ ଈଶ୍ୱର ପ୍ରେମାସିକ୍ତ ଭାବୁକ ମନର ପରିକଳ୍ପନା; ବାସ୍ତବତା ନୁହେଁ ।
ସର୍ବ ବ୍ୟାପକତା ଭାବନା ପଛରେ ଦୁଇଟି କାରଣ ରହିଛି; ସ୍ନେହ (ପ୍ରେମ) ଓ ଭୟ । ଅନେକ ଭକ୍ତ ନିଜ ନିଜ ଈଷ୍ଟଦେବଙ୍କୁ ସର୍ବତ୍ର ଦର୍ଶନ କରିବାର ପୌରାଣିକ ଓ ଐତିହାସିକ ଦୃଷ୍ଟାନ୍ତ ରହିଛି । ମୀରାବାଈଙ୍କ ଉଦାହରଣ ନିଆଯାଉ । ସେ କୃଷ୍ଣଙ୍କୁ ଅତିଶୟ ପ୍ରେମ କରୁଥିଲେ । ତେଣୁ କହୁଥିଲେ, ହେ ପ୍ରଭୁ ଯେଉଁଆଡ଼େ ଦେଖୁଛି କେବଳ ତୁମେ ହିଁ ଦିଶୁଛ । ମଣିଷର ମାନସପଟଳରେ ଯାହା ଗଭୀର ଭାବରେ ଅଙ୍କିତ ହୋଇଥାଏ ତାହା ତାକୁ ଦୃଶ୍ୟ ହୁଏ । ସେହିପରି ମନୁଷ୍ୟକୁ ପାପ କର୍ମରୁ ବିରତ କରିବା ପାଇଁ ମଧ୍ୟଯୁଗୀୟ ମୁନି ଋଷିଗଣ କହିଲେ- “ହେ ମନୁଷ୍ୟ, ତୁ ଯେତେବେଳେ ପାପ କର୍ମ କରୁଛୁ ତୁ ଏପରି ଭାବ ନାହିଁ ଯେ ତାହା କେହି ଦେଖୁ ନାହିଁ । ପରମାତ୍ମା ସବୁ ଜାଗାରେ ଅଛନ୍ତି । ତେଣୁ ତୁ ଯେତିକି ଗୋପନୀୟ ଭାବରେ ପାପ କଲେ ମଧ୍ୟ ସେ ସବୁ ଦେଖୁଛନ୍ତି ଓ ତଦନୁରୂପ ସେ ଶାସ୍ତି ବିଧାନ କରିବେ ।’’ ଘରେ ଯେତେବେଳେ ଛୋଟ ପିଲା ଅମାନିଆ ହୁଏ ତେବେ ବାପା-ମା’ ତାକୁ ଡରାଇ କହନ୍ତି- ବାବନାଭୁତ ଆସିବ ଓ ତୋତେ ନେଇଯିବ । ସେହି ପିଲା ବଡ ହେଲେ ଆଉ ବାବନା ଭୂତକୁ ଡରେ ନାହିଁ, ସେ ବୁଝିଯାଏ ଯେ ତାହା ଏକ ଅବାସ୍ତବତା । ବର୍ମାନ ବୈଜ୍ଞାନିକ ଆବିଷ୍କାର ହେତୁ ମନୁଷ୍ୟର ବୁଦ୍ଧି ବିକଶିତ ହୋଇଗଲାଣି । ତେଣୁ ବର୍ମାନ ପରିପ୍ରେକ୍ଷୀରେ ସେହି ମଧ୍ୟଯୁଗୀୟ ସର୍ବବ୍ୟାପକ ସିଦ୍ଧାନ୍ତ ଅପ୍ରାସଙ୍ଗିକ ମନେ ହୁଏ । କାରଣ ଏହା ବୈଜ୍ଞାନିକ ଯୁକ୍ତି ବା ଜ୍ଞାନ ସମ୍ମତ ନୁହେଁ । ଏହାକୁ କେବଳ ଭାବନାତ୍ମକ ସତ୍ୟ ରୂପେ ଗ୍ରହଣ କରାଯାଇପାରେ ।
ଙ) ଈଶ୍ୱର ନିରାକାର:
ଈଶ୍ୱରଙ୍କୁ ପ୍ରାୟ ସମସ୍ତେ ନିରାକାର ବୋଲି ମାନନ୍ତି । ବୈଦିକ ସିଦ୍ଧାନ୍ତ ଅନୁସାରେ ଈଶ୍ୱର ନାମ ଓ ରୂପ ହୀନ ହୋଇଥିବାରୁ ନିରାକାର ଅଟନ୍ତି । କିନ୍ତୁ ଏହା ଯୁକ୍ତି ସମ୍ମତ ନୁହେଁ । ଯାହାର ଅସ୍ତିତ୍ୱ ଅଛି ତାହାର ନାମ ଓ ରୂପ ଅବଶ୍ୟ ଅଛି । ନାମ ଓ ରୂପହୀନ କୌଣସି ବସ୍ତୁର ଅସ୍ତିତ୍ୱ ଅସମ୍ଭବ । ବାୟୁ ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ତାର ମଧ୍ୟ ସ୍ବରୂପ ଅଛି । ଜଣେ ଚିତ୍ରକାର ଘୂର୍ଣ୍ଣିବାତ୍ୟାକୁ ଜୀବନ୍ତ ଭାବରେ ଚିତ୍ରଣ କରିପାରେ । ଶାନ୍ତ ବାୟୁମଣ୍ଡଳକୁ ମଧ୍ୟ ଚିତ୍ର ରୂପେ ପ୍ରଦର୍ଶନ କରିଥାଏ । ପରମାତ୍ମା ଅଶରୀରୀ ହୋଇଥିବାରୁ ତାଙ୍କର କୌଣସି କାୟିକ ନାମ ଓ ରୂପ ନାହିଁ । ସେ ସର୍ବାତ୍ମାଙ୍କ ପିତା ହୋଇଥିବାରୁ ପରମାତ୍ମା ନାମରେ କଥିତ । ଆତ୍ମା ଭଳି ସେ ମଧ୍ୟ ସୂକ୍ଷ୍ମ ବିନ୍ଦୁ ସ୍ବରୂପ । ପରମାତ୍ମା ମଧ୍ୟ ଆତ୍ମା ସ୍ବରୂପ । ଆତ୍ମାଠାରୁ ଜ୍ଞାନ ଓ ଗୁଣରେ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରମ ବିଶେଷଣରେ ବିଶେଷିତ କରାଯାଇଛି । ପରମାତ୍ମା କଲ୍ୟାଣକାରୀ ହୋଇଥିବାରୁ ତାଙ୍କର କର୍ବ୍ୟ ବାଚକ ନାମ ହେଉଛି ଶିବ । ପରମାତ୍ମା ଶିବ ହେଉଛନ୍ତି ସର୍ବ ଧର୍ମ ମାନ୍ୟ । କାରଣ ସମସ୍ତ ଧର୍ମରେ ଈଶ୍ୱରଙ୍କୁ ନିରାକାର ବୋଲି ସ୍ବୀକାର କରାଯାଏ ।
୪) ଜ୍ଞାନର ସମସ୍ତ ବିନ୍ଦୁ ପରମାତ୍ମା ଶିବଙ୍କ ପ୍ରତି ପ୍ରଜୁଯ୍ୟ
କ) ଭାରତର ପୁରପଲ୍ଲୀରେ ନିରାକାର ଶିବଙ୍କ ମନ୍ଦିର ଦେଖିବାକୁ ମିଳେ । ନିରାକାର ଶିବଙ୍କୁ ସ୍ଥୂଳ ରୂପରେ ପୂଜା କରିବା ପାଇଁ ଅଣ୍ଡାକୃତି ରୂପ ଦିଆଯାଇଛି । ଅନ୍ୟ ଦୃଷ୍ଟିରେ ଏହା ‘ଜ୍ୟୋତି’ର ଆକୃତି । ତେଣୁ ପରମାତ୍ମା ଶିବଙ୍କ ପ୍ରତିମାକୁ ‘ଜ୍ୟୋର୍ତିଲିଙ୍ଗମ’ ନାମରେ ନାମିତ କରାଯାଏ । ‘ଲିଙ୍ଗ’ର ଅର୍ଥ ହେଉଛି ‘ଚିହ୍ନ’ । ଭାରତର ଉରରେ ଅମରନାଥ, ଦକ୍ଷିଣରେ ରାମେଶ୍ୱରମ, ପୂର୍ବରେ କାଶୀ ବିଶ୍ୱନାଥ, ପଶ୍ଚିମରେ ସୋମନାଥ, ମଥୁରା ବୃନ୍ଦାବନରେ ଗୋପେଶ୍ୱରମ୍, ନେପାଳରେ ପଶୁପତିନାଥ ଆଦି ନାମରେ ଶିବଙ୍କୁ ଉପାସନା କରାଯାଏ ।
ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଯେ ଭାରତରେ ବିଭିନ୍ନ ନାମରେ ପୂଜିତ ଶିବଙ୍କ ସହିତ ପୌରାଣିକ କାହାଣୀ ଜଡିତ । ରାମାୟଣ ଅନୁସାରେ ରାବଣ ସହିତ ଯୁଦ୍ଧ କରିବା ପୂର୍ବରୁ ରାମ ଶିବଙ୍କ ଉପାସନା କରିଥିଲେ । ତେଣୁ ଦକ୍ଷିଣରେ ତାଙ୍କୁ ରାମେଶ୍ୱରମ୍ ଅର୍ଥାତ୍ ରାମଙ୍କ ଈଶ୍ୱର ବୋଲି କୁହାଯାଏ । ସେହିପରି ମହାଭାରତ ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ଦ୍ୱାରା ଶିବଙ୍କ ପୂଜା କରାଇଥିଲେ । ତେଣୁ କୁରୁକ୍ଷେତ୍ର ସ୍ଥିତ ଶିବ ମନ୍ଦିରକୁ “ସ୍ଥାନେଶ୍ୱର” କୁହାଯାଏ ।
ପ୍ରାୟତଃ ଶିବ ମନ୍ଦିର କୌଣସି ପାହାଡ ବା ଉଚ୍ଚ ସ୍ଥାନରେ ନିର୍ମିତ ହୋଇଥାଏ । ଏହା ତାଙ୍କର ସର୍ବୋଚ୍ଚତାକୁ ଦର୍ଶାଏ । ଶିବଲିଙ୍ଗକୁ କୌଣସି ଆସନରେ ସ୍ଥାପିତ ନକରି ଭୂଗର୍ଭରେ ସ୍ଥାପନ କରାଯାଇଥାଏ । ଦେବତାମାନଙ୍କୁ ଆସନରେ ସ୍ଥାପନ କରାଯାଇଥାଏ । ଅର୍ଥାତ୍ ଶିବ ଗୁପ୍ତ ବା ଅପ୍ରତ୍ୟକ୍ଷ ରୂପରେ ରହି ଦେବତାମାନଙ୍କୁ ପ୍ରତ୍ୟକ୍ଷ କରନ୍ତି । ଏହି ନିର୍ମାଣତାହିଁ ତାଙ୍କ ସର୍ବଶ୍ରେଷ୍ଠର ପରି·ୟକ । ଭାରତରେ ଥିବା ପ୍ରତ୍ୟେକ ଶିବ ମନ୍ଦିରର ନାମ ଶେଷରେ ‘ନାଥ‘ ଶବ୍ଦ ସଂଯୁକ୍ତ ହୋଇଥିବା ଦେଖାଯାଏ । କାରଣ ସେ ସମସ୍ତଙ୍କ ନାଥ ଈଶ୍ୱର ଅଟନ୍ତି ।
ଭାରତୀୟ ପୌରାଣିକ ଗ୍ରନ୍ଥମାନଙ୍କରେ ଶିବ ଓ ଶଙ୍କରଙ୍କୁ ଏକ ବୋଲି ବର୍ଣ୍ଣନା କରାଯାଇଛି । ଏହା ପ୍ରମାଦ ପୂର୍ଣ୍ଣ । ନାମ, କର୍ବ୍ୟ ଓ ସ୍ବରୂପ ଦୃଷ୍ଟିରୁ ଉଭୟେ ଭିନ୍ନ ଅଟନ୍ତି । ଶଙ୍କରଙ୍କୁ ସର୍ବଦା ତପସ୍ୟାରତ ଅବସ୍ଥାରେ ଦେଖାଯାଏ । ସେ କାହାକୁ ତପସ୍ୟା କରନ୍ତି? ଅନେକ ଚିତ୍ରରେ ଶଙ୍କରଙ୍କ ସମ୍ମୁଖରେ ଶିବ ଲିଙ୍ଗ ଦେଖାଯାଇଥାଏ । ଏହା ଶଙ୍କରଙ୍କ ଶିବଙ୍କୁ ଉପାସନା କରିବାର ପ୍ରତୀକ । ଶଙ୍କର ଶିବଙ୍କୁ ଉପାସନା କରିବାର ଆବଶ୍ୟକତା କାହିଁକି ପଡିଲା? କାରଣ ଶଙ୍କରଙ୍କ ଉପରେ ବିନାଶର କର୍ବ୍ୟ ନ୍ୟସ୍ତ କରାଯାଇଛି । ଏତେ ବଡ ସଂସାରକୁ ବିନାଶ କରିବା ପାଇଁ ଆବଶ୍ୟକ ପ୍ରଚଣ୍ଡ ଶକ୍ତି । ଏହି ଶକ୍ତି କେବଳ ଶକ୍ତିର ମହାସାଗର ଶିବଙ୍କଠାରୁ ହିଁ ପ୍ରାପ୍ତ ହୋଇପାରେ । ତେଣୁ ଶଙ୍କର ଶିବଙ୍କୁ ଧ୍ୟାନ କରି ଏହି ଶକ୍ତି ପ୍ରାପ୍ତ ହୋଇଥିଲେ । ଶିବ ଲିଙ୍ଗ ସମ୍ମୁଖରେ ତପସ୍ୟାରତ ଶଙ୍କରଙ୍କ ଚିତ୍ରରୁ ଏହା ପ୍ରତିପାଦିତ ହୁଏ ।
ନିରାକାରୀ ଶିବ ସର୍ବ ଧର୍ମ ମାନ୍ୟ । ମୁସଲମାନ ଧର୍ମରେ ମୂିର୍ ପୂଜାର ସ୍ବୀକୃତି ନାହିଁ । କିନ୍ତୁ ମକ୍କାରେ ଏକ ଶିବ ଲିଙ୍ଗ ଆକୃତିର ପ୍ରସ୍ତର ଖଣ୍ଡକୁ ସେମାନେ ଖୁବ୍ ସମ୍ମାନ କରନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ଶୁଣାଯାଏ । ପରମାତ୍ମା ବା ଆଲ୍ଲାଙ୍କୁ ନେଇ ଯେତେବେଳେ ମୁସଲମାନମାନଙ୍କ ମଧ୍ୟରେ ମତଭେଦ ଦେଖାଦେଲା ସେତେବେଳେ ଏକ ଆକାଶବାଣୀ ଦ୍ୱାରା ସେମାନଙ୍କୁ ପରସ୍ପର ମଧ୍ୟରେ କଳହ ନ କରିବାକୁ ନିର୍ଦ୍ଧେଶ ମିଳିଲା ଓ ଏକ ପ୍ରସ୍ତରଖଣ୍ଡ ଆକାଶରୁ ଖସିଲା । ଏହା ପ୍ରଥମେ ଧବଳ ବର୍ଣ୍ଣ ଥିଲା । କିନ୍ତୁ ଲୋକଙ୍କ ପାପ ପ୍ରକ୍ଷ୍ୟାଳନ କରି କରି ତାହା କୃଷ୍ଣ ବର୍ଣ୍ଣ ରୂପ ଧାରଣ କଲା । ଏହି ପ୍ରସ୍ତର ଖଣ୍ଡ ସଙ୍ଗ-ଏ-ଅସବଦ୍ ଓ ନୁରେ-ଇଲ୍ଲାହୀ ନାମରେ ପ୍ରସିଦ୍ଧ । ନୁରର ଅର୍ଥ ପ୍ରକାଶ ବା ଜ୍ୟୋତି । ହିନ୍ଦୁମାନେ ମଧ୍ୟ ପରମାତ୍ମାଙ୍କୁ ଜ୍ୟୋତିର୍ଲିଙ୍ଗ ରୂପରେ ପୂଜା କରନ୍ତି । ତେଣୁ ଉଭୟ ଧର୍ମରେ ସେହି ଏକ ଶିବଙ୍କୁ ହିଁ ଉପାସନା କରାଯାଏ ।
ଗୀତାରେ ମଧ୍ୟ ପରମାତ୍ମାଙ୍କୁ ନିରାକାରୀ (ଅବ୍ୟକ୍ତ) ବୋଲି ବର୍ଣ୍ଣନା କରାଯାଇଛି । ଏଥିରେ ପରମାତ୍ମାଙ୍କ ସ୍ବରୂପ ବିଷୟରେ ଯେଉଁ ସବୁ ତଥ୍ୟ ପ୍ରଦାନ କରାଯାଉଛି ତାହା ନିରାକାରୀ, ଅଜନ୍ମା,ଅକର୍ା, ଶିବଙ୍କ ପାଇଁ ପ୍ରଜୁଯ୍ୟ ।
ଜାପାନରେ ବୌଦ୍ଧ ଧର୍ମ ଅନ୍ତର୍ଗତ ଶିନ୍ତୋନିଜମ (ଝଷସଦ୍ଭଗ୍ଧକ୍ଟଦ୍ଭସଗ୍ଦଜ୍ଞ) ନାମକ ଏକ ସମ୍ପ୍ରଦାୟର ଲୋକ ଗୋଟିଏ ଥାଳିରେ ଏକ ଲାଲ ରଙ୍ଗର ପ୍ରସ୍ତୁରକୁ ୩ ଫୁଟ ଉଚ୍ଚ ସ୍ଥାନରେ ରଖି ୩ ଫୁଟ ଦୂରରେ ବସି ଧ୍ୟାନ କରନ୍ତି । ଏହାର ନାମ ଚିନକୋନସେକି (ଉଷସଦ୍ଭଳକ୍ଟଦ୍ଭଗ୍ଦରଳସ) ଜାପାନୀ ଭାଷାରେ ଏହାର ନାମ ଶାନ୍ତି ଦାତା (ଏସଙ୍ଖରକ୍ସ କ୍ଟଲ କ୍ଟ୍ରରବମର) । ସେମାନେ ଏହି ପ୍ରସ୍ତରକୁ ଶାନ୍ତି ଦାତା ଭଗବାନଙ୍କ ପ୍ରତୀକ ରୂପେ ଗ୍ରହଣ କରିି ଧ୍ୟାନ କରନ୍ତି । ଖ୍ରୀଷ୍ଟୀୟାନ ଧର୍ମର ଧର୍ମ ଗ୍ରନ୍ଥ ବାଇବେଲରେ (ଙକ୍ଷୟ ଞରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ)ରେ ଉଲ୍ଲେଖ ଅଛି ଯେ ମୁଷାଙ୍କୁ ପରମ ପ୍ରକାଶର ସାକ୍ଷାତକାର ହୋଇଥିଲା । ସେ ନିଜ ନାମ “ଜେହୋବା’’ ବୋଲି ଘୋଷଣା କରିଥିଲେ ଓ ତାଙ୍କର ଆଦେଶ ସମସ୍ତଙ୍କୁ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହା ଦଶ ସିଦ୍ଧାନ୍ତ (ଞରଦ୍ଭ ମକ୍ଟଜ୍ଞଜ୍ଞବଦ୍ଭୟଜ୍ଞରଦ୍ଭଗ୍ଧଗ୍ଦ) ରୂପେ ଙକ୍ଷୟ ଞରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ ରେ ଲିଖିତ । ଯୀଶୁଖ୍ରୀଷ୍ଟ କହିଥିଲେ ଏକ୍ଟୟ ସଗ୍ଦ କ୍ଷସଶଷଗ୍ଧ- ଓ ବଜ୍ଞ ଗ୍ଦକ୍ଟଦ୍ଭ କ୍ଟଲ ଏକ୍ଟୟ.
ବିଭିନ୍ନ ଧର୍ମରେ ପରମାତ୍ମାଙ୍କ ରୂପକୁ ନେଇ ମଧ୍ୟ ଏକମତ ଦେଖାଯାଏ । ଖ୍ରୀଷ୍ଟାୟାନ ଧର୍ମରେ ପରମାତ୍ମାଙ୍କୁ ଖସଶଷଗ୍ଧ କୁହାଯାଇଛି । ହିନ୍ଦୁ ଧର୍ମରେ ପରମାତ୍ମାଙ୍କ ପ୍ରତୀକ ରୂପେ ଜ୍ୟୋର୍ତିଲିଙ୍ଗମର ଉପାସନା କରାଯାଏ । ମୁସଲମାନ ଧର୍ମରେ ପରମାତ୍ମାଙ୍କୁ ନୁରେ ଇଲାହୀ କୁହାଯାଏ । ଶିଖ୍ ଧର୍ମରେ ପରମାତ୍ମାଙ୍କୁ ଏକ ଓଁକାର, ନିରାକାର, ନିର୍ବେର, ସତ୍ନାମ, ଅକାଳମୂର୍, ଅଜୋନି ବୋଲି କୁହାଯାଇଛି । ଶିବଙ୍କୁ ଶମ୍ଭୁ ବୋଲି କୁହାଯାଏ । ଶମ୍ଭୁର ଅର୍ଥ ସ୍ବୟଂଭୁ । ଅର୍ଥାତ୍ ଯାହାଙ୍କୁ କେହି ରଚନା କରିନାହିଁ । ସେ ଆଦି, ମଧ୍ୟ ଓ ଅନ୍ତ ରହିତ ।
ପରମାତ୍ମାଙ୍କ ନିବାସ ସ୍ଥାନ ବିଷୟରେ ବିଭିନ୍ନ ଧର୍ମମାନଙ୍କରେ ସ୍ପଷ୍ଟ ଧାରଣା ନାହିଁ । ତେଣୁ ତାଙ୍କୁ ସର୍ବବ୍ୟାପୀ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ବିପଦ ପଡିଲେ ସମସ୍ତେ ଉପରକୁ ହାତ ନିର୍ଦ୍ଧେଶ କରି କହନ୍ତି “ସେହି ଉପରବାଲା ରକ୍ଷା କରିବ’’ । ଲୋକଙ୍କ ଅବଚେତନ ମନରେ ପରମାତ୍ମା ଉପରେ (ଅର୍ଥାତ୍ ଏ ଭୂଲୋକର ଅତି ଉଦ୍ଧ୍ୱର୍ରେ) ରହନ୍ତି ବୋଲି ଏକ ଧାରଣା ରହିଛି । ଏହାହିଁ ସତ୍ୟ । ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତ ମନୁଷ୍ୟ ମନର ଭାବନାତ୍ମକ ପରିପ୍ରକାଶ ମାତ୍ର । ଏହା ବ୍ୟବହାରିକ ସତ୍ୟ ନୁହେଁ । ଗୀତାରେ ପରମାତ୍ମାଙ୍କୁ ପରମଧାମ ନିବାସୀ ବୋଲି କୁହାଯାଇଛି । ଯାର ସ୍ବତନ୍ତ୍ର ଧାମ ଅଛି ସେ ସର୍ବତ୍ର କିପରି ବ୍ୟାପକ ଭାବରେ ଅବସ୍ଥାନ କରିବେ? ସୂର୍ଯ୍ୟ ଚନ୍ଦ୍ର ତାରାଗଣଙ୍କଠାରୁ ମଧ୍ୟ ଅତି ଉଦ୍ଧ୍ୱର୍ରେ ବ୍ରହ୍ମତ୍ୱରେ ପରିପୂର୍ଣ୍ଣ ଏକ ଲୋକ ଅଛି । ଆତ୍ମାମାନଙ୍କ ସହ ପରମାତ୍ମା ସେଠାରେ ବାସ କରନ୍ତି । ନିଜ ନିଜ କର୍ମଫଳ ଭୋଗିବାକୁ ଆତ୍ମାମାନେ ନିଜ ପାଇଁ ନିର୍ଦ୍ଧିଷ୍ଟ ସମୟରେ ଏ ଧରାପୃଷ୍ଠକୁ ଆସନ୍ତି । ସୃଷ୍ଟିରେ ଅଧର୍ମ ଚରମ ସୀମାରେ ପହôଲେ ସତ୍ୟ ଧର୍ମର ସ୍ଥାପନା ପାଇଁ ପରମାତ୍ମା ପରମଧାମରୁ ଏ ଧରାପୃଷ୍ଠରେ ଅବତରଣ କରନ୍ତି ।
ପରମାତ୍ମାଙ୍କ କର୍ବ୍ୟ (ତ୍ରିମୂିର୍)
ପୂର୍ବରୁ ପରମାତ୍ମାଙ୍କ ପରିଚୟ ସମ୍ବନ୍ଧିତ ·ରୋଟି ବିନ୍ଦୁ ଉପରେ ଆଲୋଚନା କରାଯାଇଥିଲା । ବର୍ମାନ ପରମାତ୍ମାଙ୍କ ପରିଚୟର ପମ ବିନ୍ଦୁ ଉପରେ ଆଲୋଚନା କରିବା । ପରମାତ୍ମାଙ୍କ କର୍ବ୍ୟ ମନୁଷ୍ୟାତ୍ମା ପରି ସାମାନ୍ୟ ନୁହେଁ; ତାଙ୍କ କର୍ବ୍ୟ ଦିବ୍ୟ ଅଟେ । ପରମାତ୍ମା ସ୍ବୟଂ ନିରାକାର ହୋଇଥିବାରୁ ତିନି ସୂକ୍ଷ୍ମ ଦେବତାଙ୍କ ଦ୍ୱାରା ତିନି ଦିବ୍ୟ କର୍ବ୍ୟ କରାନ୍ତି । ସେହି ତିନି ଦିବ୍ୟ କର୍ବ୍ୟ ହେଲା; ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନା ଓ ଶଙ୍କର ଦ୍ୱାରା ମହାବିନାଶ ।
ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ପରମାତ୍ମା ଆତ୍ମାମାନଙ୍କୁ ସୃଷ୍ଟି କରି ନାହାନ୍ତି । କାରଣ ଆତ୍ମା ହେଉଛି ଅଜର, ଅମର ଓ ଅବିନାଶୀ । ତଥାପି ମଧ୍ୟ ପରମାତ୍ମାଙ୍କୁ ସୃଷ୍ଟି କର୍ା କାହିଁକି କୁହାଯାଏ? ସ୍ବର୍ଣ୍ଣକାର ସୁବର୍ଣ୍ଣ ତିଆରି କରେ ନାହିଁ, ମୃିକାରୁ ବିଭିନ୍ନ ପ୍ରକାର ବାସନ ତିଆରି କରେ । ତଥାପି ମଧ୍ୟ ଏହି କଳାକାରମାନଙ୍କୁ ଅଳଙ୍କାର ଓ ବାସନର ସୃଷ୍ଟିକର୍ା କୁହାଯାଏ । ସେହିପରି ପରମାତ୍ମା ତମୋଗୁଣୀ ଆତ୍ମାମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରି ସ୍ୱଗୁଣରେ ପରିବର୍ନ କରୁଥିବାରୁ ତାଙ୍କୁ ସୃଷ୍ଟିକର୍ା କୁହାଯାଇଥାଏ ।
ଆତ୍ମା ଓ ପରମାତ୍ମାଙ୍କ ବ୍ୟତୀତ ଏ ସୃଷ୍ଟିର ପା ତ୍ୱ ମଧ୍ୟ ଶାଶ୍ୱତ ଅଟେ । ଏହି ତ୍ରୟର ବିନାଶ ହୁଏ ନାହିଁ । ତେବେ ପରମାତ୍ମା ଶଙ୍କରଙ୍କ ଦ୍ୱାରା ବିନାଶ କରନ୍ତି ବୋଲି କହିବାର ତାପôର୍ଯ୍ୟ କ’ଣ? ନୂତନ ଦୁନିଆ ସ୍ଥାପନା ପାଇଁ ପୁରୁଣା ଦୁନିଆର ବିନାଶ ଅପରିହାର୍ଯ୍ୟ । ସେହିପରି ନୂଆ ଧର୍ମ ସ୍ଥାପନା ପାଇଁ ଅଧର୍ମର ବିନାଶ କରିବା ମଧ୍ୟ ଆବଶ୍ୟକ । କୌଣସି ବିଷୟ ଅତି ହୋଇଗଲେ ତା’ର ଇତି (ଅନ୍ତ) ହେବା ଏକ ଶାଶ୍ୱତ ନିୟମ । ତେଣୁ ପରମାତ୍ମାଙ୍କ ତିନି କର୍ବ୍ୟରେ ରଚନା ସମାହିତ ।
ପରମାତ୍ମା କିପରି ସ୍ଥାପନା କାର୍ଯ୍ୟ କରନ୍ତି?:
ସ୍ଥାପନାର ଅର୍ଥ ହେଉଛି ଆତ୍ମାମାନଙ୍କ ମଧ୍ୟରେ ଶ୍ରେଷ୍ଠ ସଂସ୍କାର ରୋପଣ । ନୂତନ ସତ୍ୟଯୁଗୀୟ ଦୁନିଆର ସ୍ଥାପନା ଅର୍ଥାତ୍ ମନୁଷ୍ୟ ମଧ୍ୟରେ ନୂତନ ଦୈବୀଗୁଣଗୁଡ଼ିକର ବିକାଶ । ପରମାତ୍ମା ମନୁଷ୍ୟାତ୍ମାମାନଙ୍କୁ ଆଦେଶ କରନ୍ତି । ଯେଉଁମାନେ ପରମାତ୍ମାଙ୍କ ଅବତରଣର ରହସ୍ୟ ବୁଝି ତାଙ୍କ ଆଦେଶ ପାଳନ କରନ୍ତି ସେମାନଙ୍କ ମଧ୍ୟରେ ଦୈବୀଗୁଣଗୁଡ଼ିକର ସାର ହୁଏ । ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ଦେବକୂଳ ଆତ୍ମାଗଣ ତାଙ୍କ ଜ୍ଞାନ ଗ୍ରହଣ କରି ନିଜ ସଂସ୍କାର ପରିବର୍ନ କରନ୍ତି । ଏଥିପାଇଁ ପ୍ରଜାପିତା ବ୍ରହ୍ମାଙ୍କୁ ରଚୟିତା କୁହାଯାଏ ।
ଦିବ୍ୟ ଗୁଣାବଳୀର ବିକାଶ ହେଲେ ପୁରୁଣା ଅର୍ଥାତ ଆସୁରୀ ସଂସ୍କାରଗୁଡ଼ିକର ସ୍ବତଃ ବିନାଶ ହୋଇଯାଏ । ହଠକ୍ରିୟା ଦ୍ୱାରା ସଂସ୍କାର ବିନାଶ ହୁଏ ନାହିଁ । ଏଠାରେ କେସେଟ ରେକର୍ଡିଂର ଉଦାହରଣ ନିଆଯାଇପାରେ । କେସେଟରେ ନୂଆ ବିଷୟ ରେକର୍ଡିଂ କଲେ ଆପେ ଆପେ ପୁରୁଣା ବିଷୟ ଲିଭି ଯାଏ । ଠିକ୍ ସେହିପରି ଆତ୍ମାରେ ନୂତନ ଦୈବୀ ସଂସ୍କାର ରୋପଣ କରାଗଲେ ଆପେ ଆପେ ପୁରୁଣା ସଂସ୍କାର ଲୋପ ପାଇଯାଏ । ତେଣୁ ପୁରୁଣା ସଂସ୍କାର ଦୂର କରିବାର ଶ୍ରମ ନ କରି କେବଳ ନୂତନ ସଂସ୍କାର ଧାରଣ କରିବାର ନିରନ୍ତର ପ୍ରୟାସ କରିବାକୁ ହେବ ।
ବିନାଶ କାର୍ଯ୍ୟ କିପରି ହୁଏ?
ଅଣୁ ଯୁଦ୍ଧ (ଇଗ୍ଧକ୍ଟଜ୍ଞସମ ଙ୍ଗବକ୍ସ), ଗୃହଯୁଦ୍ଧ (ଉସଙ୍ଖସକ୍ଷ ଙ୍ଗବକ୍ସ) ଏବଂ ପ୍ରାକୃତିକ ବିପର୍ଯ୍ୟୟ (ଘବଗ୍ଧଙ୍କକ୍ସବକ୍ଷ ଉବକ୍ଷବଜ୍ଞସଗ୍ଧସରଗ୍ଦ)- ଏହିପରି ତିନି ପ୍ରକାର କ୍ରିୟା ଦ୍ୱାରା ବିନାଶ ହୋଇଥାଏ । ବିନାଶ ପରେ ସତ୍ୟଯୁଗର ଅୟମାରମ୍ଭ ହେବ । ବିନାଶ ପୂର୍ବରୁ ହିଁ ସତ୍ୟଯୁଗୀୟ ସାମ୍ରାଜ୍ୟ ସ୍ଥାପନାର କାର୍ଯ୍ୟ ଆରମ୍ଭ ହୋଇଥାଏ । ବିନାଶ ଅବଶ୍ୟମ୍ଭାବୀ । ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ବର୍ମାନ ପରମାତ୍ମାଙ୍କ ଅବତରଣ ହିଁ ଏହି କଥାକୁ ପ୍ରମାଣିତ କରେ । ପୁରୁଣା ଘର ଭାଙ୍ଗିବା ପୂର୍ବରୁ ନୂତନ ଘର ତିଆରି କରାଯାଏ । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସତ୍ୟଯୁଗୀୟ ଦୁନିଆର ସ୍ଥାପନା ହିଁ ଆଗାମୀ ମହାବିନାଶର ସ୍ପଷ୍ଟ ସୂଚନା । ପରମାତ୍ମା ସତର୍କ କରୁଛନ୍ତି, “ହେ ଆତ୍ମାଗଣ, ବର୍ମାନ ସୁଧୁରି ଯାଅ, ଏବେ ବି ବେଳ ଅଛି । ମନେରଖ ଏବେ ନୁହେଁ ତ କେବେ ନୁହେଁ । ଘକ୍ଟଙ୍ଗ କ୍ଟକ୍ସ ଘରଙ୍ଖରକ୍ସ । ପୁରାତନର ବିନାଶରେ ନୂତନର ନିର୍ମାଣ । ଏହା ସଂସାରର ଏକ ଶାଶ୍ୱତ ନିୟମ । ତେଣୁ ନୂତନ ଯୁଗରେ ପଦାର୍ପଣ କରିବାକୁ ଇଚ୍ଛୁକ ଆତ୍ମାଗଣ ପ୍ରସ୍ତୁତ ହୁଅ ଓ ପ୍ରସ୍ତୁତିରେ ଲାଗିଯାଅ ।’’ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରିତ ପରମାତ୍ମା ଶିବଙ୍କ ଏହି ସତର୍କବାଣୀ ତାପôର୍ଯ୍ୟପୂର୍ଣ୍ଣ । ଆଗାମୀ ଦୁନିଆ ପାଇଁ ପ୍ରସ୍ତୁତି କିପରି କରିବା? ଆମେ ବର୍ମାନର ଏ ଶରୀର ସହ ନୂତନ ଯୁଗରେ ପଦାର୍ପଣ କରିପାରିବା ନାହିଁ । ଆମ ସହିତ ଏ ଜନ୍ମର କୋଠାବାଡି ଓ ଧନ ସମ୍ପି ମଧ୍ୟ ଯିବ ନାହିଁ । ତେବେ କ’ଣ ସାଙ୍ଗରେ ଯିବ? ଶ୍ରେଷ୍ଠ କର୍ମର ଫଳ । ଶ୍ରେଷ୍ଠ କର୍ମର ପଥ ପ୍ରଦର୍ଶନ ପାଇଁ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କୁ ଆମ ସମ୍ମୁଖରେ ଏକ ଆଦର୍ଶ ରୂପେ ସ୍ଥାପନା କରିଛନ୍ତି । ତାଙ୍କ ଦ୍ୱାରା ଜ୍ଞାନ ପ୍ରଦାନ କରୁଛନ୍ତି । ତାଙ୍କ ଆଦେଶଗୁଡିକୁ ମନେରଖି ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାର ନାମ ରାଜଯୋଗ । ଏହାଦ୍ୱାରା ମନୁଷ୍ୟାତ୍ମାର ସମସ୍ତ ପାପ କର୍ମର ଫଳ ଭସ୍ମୀଭୂତ ହୋଇ ଦିବ୍ୟ ସଂସ୍କାରର ସୃଜନ ହୁଏ ।
ପ୍ରଜାପିତା ବ୍ରହ୍ମା କିଏ?-
ତ୍ରିମୂିର୍ ବ୍ରହ୍ମା: ଲୋକେ ମନେ କରନ୍ତି ବ୍ରହ୍ମାଙ୍କ ତିନି ମୁଖ । କ’ଣ କୌଣସି ମନୁଷ୍ୟର ତିନୋଟି ମୁଖ ସମ୍ଭବ? ଏହା ପ୍ରତୀକାତ୍ମକ । ପରମାତ୍ମା ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ଏ ତିନି ଦେବତାଙ୍କ ରଚୟିତା । ବ୍ରହ୍ମା ଏ ତ୍ରିମୂିର୍ ମଧ୍ୟରୁ ଜଣେ ହୋଇଥିବାରୁ ତାଙ୍କୁ ଲୋକେ ଏପରି କହନ୍ତି ।
ଚତୁରାନନ ବ୍ରହ୍ମା: ପରମାତ୍ମାଙ୍କ ସନ୍ଦେଶ ବ୍ରହ୍ମା ମାଧ୍ୟମରେ ହିଁ ଚତୁର୍ଦ୍ଧିଗରେ ପ୍ରସାରିତ ହୁଏ ତେଣୁ ତାଙ୍କୁ ଚତୁରାନନ କୁହାଯାଏ ।
ପାନନ ବ୍ରହ୍ମା: ବ୍ରହ୍ମାର ଆତ୍ମା ପା ଯୁଗ ଅତିକ୍ରମ କରୁଥିବାରୁ ତାଙ୍କୁ ପାନନ କୁହାଯାଏ ।
ପ୍ରଜାପିତା ବ୍ରହ୍ମା: ପରମାତ୍ମା ଯେଉଁ ଶରୀର ମାଧ୍ୟମରେ ଅବତରଣ କରନ୍ତି ତାକୁ ପ୍ରଜାପିତା ବ୍ରହ୍ମା ନାମରେ ନାମିତ କରନ୍ତି । ପରମାତ୍ମାବତରଣ ପୂର୍ବରୁ ପ୍ରଜାପିତା ବ୍ରହ୍ମାର ଲୌକିକ ନାମ ଥିଲା ଦାଦା ଲେଖରାଜ । ସେ କରାଚିରେ ରହୁଥିଲେ । ୧୯୩୬ ମସିହାର କଥା । ସେତେବେଳେ ତାଙ୍କୁ ପ୍ରାୟ ୬ଠ ବର୍ଷ ବୟସ । ତାଙ୍କ ଘରେ ପ୍ରତିଦିନ ସତସଙ୍ଗ ହେଉଥିଲା । ଦିନେ ତାଙ୍କ ଘରେ ସତସଙ୍ଗରେ ବସିଥିବା ବେଳେ ସେ କୌଣସି ବାହ୍ୟ ଶକ୍ତି ଦ୍ୱାରା ଆକର୍ଷିତ ହୋଇ ନିଜ ଶୟନ କକ୍ଷକୁ ·ଲିଗଲେ । ଏହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କଲା । କାରଣ ବାବା କେବେହେଲେ ସତସଙ୍ଗ ମଝିରୁ ଉଠି ଯାଆନ୍ତି ନାହିଁ । ତାଙ୍କର ଜଣେ ଦୁଇଜଣ ସମ୍ବନ୍ଧୀୟ ଦାଦାଙ୍କ ଶୟନ କକ୍ଷରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେ ଅର୍ଦ୍ଧ ନିମିଳିତ ଚକ୍ଷୁରେ ବସିଛନ୍ତି । ତାଙ୍କ ଚତୁର୍ଦ୍ଧିଗରେ ଏକ ପ୍ରକାଶ ପିଣ୍ଡ ବିଚ୍ଛୁରିତ ହେଉଥିଲା ଓ ନିମ୍ନ ମତେ ଧ୍ୱନି ଶୁଣାଯାଉଥିଲା-
ନିଜାନନ୍ଦ ସ୍ବରୂପମ୍ ଶିବୋଽହମ
ଜ୍ଞାନାନନ୍ଦ ସ୍ବରୂପମ୍ ଶିବୋଽହମ
ପ୍ରକାଶମ୍ ସ୍ବରୂପମ୍ ଶିବୋଽହମ ।
ଦାଦା ଖୁବ୍ ବିଶାଳୀ ଥିଲେ । ସେ କେବେହେଲେ ମଦ ମାଂସ ସ୍ପର୍ଶ କରି ନଥିଲେ । ସେ ଦାନଶୀଳ ଥିଲେ । ପ୍ରତ୍ୟହ ସୁବର୍ଣ୍ଣ ଦାନ କରୁଥିଲେ । ସେ ଦୟାଶୀଳ ମଧ୍ୟ ଥିଲେ । ସେ କେବେ ମଧ୍ୟ କକ୍ଟେଲ ପାର୍ଟିରେ ଯୋଗ ଦେଉ ନଥିଲେ କି ନିଜ ଘରେ ଏପରି ପାର୍ଟିର ଆୟୋଜନ କରୁ ନ ଥିଲେ । ସେ ଶ୍ରୀ ନାରାୟଣଙ୍କୁ ଖୁବ ଭକ୍ତି କରୁଥିଲେ । ପ୍ରତ୍ୟହ ଗୀତା ଅଧ୍ୟୟନ କରୁଥିଲେ । ଏପରି ଅବସ୍ଥାରେ ପରମାତ୍ମାଙ୍କ ସାକ୍ଷାତକାର ହେଲା । ଥରେ ମୁମ୍ବାଇରେ ଥିଲାବେଳେ ତାଙ୍କୁ ବିଷ୍ଣୁ ଚତୁର୍ଭୁଜଙ୍କ ସାକ୍ଷାତକାର ହୋଇଥିଲା । ଆଉ ଦିନେ କଲିକତା ପ୍ରବାସ ବେଳେ ବିନାଶ ଓ ସ୍ଥାପନାର ସାକ୍ଷାତକାର ହୋଇଥିଲା । ଧୀରେ ଧୀରେ ତାଙ୍କ ମଧ୍ୟରେ ଈଶ୍ୱରୀୟ ଜ୍ଞାନ ଓ ଆଭିମୁଖ୍ୟ ସ୍ପଷ୍ଟ ହେବାକୁ ଲାଗିଲା । ସେ ଜାଣି ପାରିଲେ ଯେ ପରମାତ୍ମା ଶିବ ତାଙ୍କ ମାଧ୍ୟମରେ ସତ୍ୟଯୁଗୀୟ ଦୁନିଆ ସ୍ଥାପନା ପାଇଁ ଅବତରଣ କରୁଛନ୍ତି । ସେ ସତସଙ୍ଗ କରିବାକୁ ଲାଗିଲେ । ପ୍ରାରମ୍ଭରେ ସେ ଓମ ଧ୍ୱନି ଉଚ୍ଚାରଣ କରୁଥିଲେ । ତାଙ୍କ ସତସଙ୍ଗରେ ଯୋଗ ଦେଉଥିବା ଅନେକ ଶ୍ରୋତାଙ୍କୁ କୃଷ୍ଣ କିମ୍ବା ଚତୁର୍ଭୁଜ ବିଷ୍ଣୁଙ୍କ ସାକ୍ଷାତକାର ହେଉଥିଲା । ତାଙ୍କ ସତସଙ୍ଗ ‘ଓମ ମଣ୍ଡଳୀ’ ନାମରେ ପରିଚିତ ହେଲା । ୧୯୫ଠ ମସିହାରେ କରାଚିରୁ ଆବୁ ପର୍ବତକୁ ସ୍ଥାନାନ୍ତରିତ ହେଲେ । ପରମାତ୍ମାଙ୍କ ପ୍ରେରଣା କ୍ରମେ ଓମ ମଣ୍ଡଳୀର ନାମ ପରିବର୍ନ ହୋଇ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ହେଲା । ୧୯୫୧ ମସିହାରେ ପ୍ରଥମେ ଦିଲ୍ଲୀଠାରେ ସେବା କେନ୍ଦ୍ର ଖୋଲାଗଲା ।
ଶଙ୍କର କିଏ?
ଶଙ୍କର ଆମ ତପସ୍ୟାର ପ୍ରତୀକ । ଶାସ୍ତ୍ରରେ କୁହାଯାଇଛି ଯେ ଶଙ୍କରଙ୍କ ତୃତୀୟ ନେତ୍ର ଖୋଲିଲେ ବିନାଶ ହୁଏ । କିନ୍ତୁ ଏହା ତପସ୍ୟାର ପ୍ରତୀକ । ଆମ ଆତ୍ମାମାନଙ୍କୁ ଜ୍ଞାନର ଦିବ୍ୟ ନେତ୍ର ମିଳିଛି । ବୁଦ୍ଧିରେ ତାହା ସ୍ପଷ୍ଟ ହେଲେ ଆମେ ଜୀବନରେ ଧାରଣ ପୂର୍ବକ ତପସ୍ୟା କରିଥାଉ । କାମ, କ୍ରୋଧ ଆଦି ମନୋବିକାରଗୁଡ଼ିକୁ ସମୂଳେ ଧ୍ୱଂସ କରିବା ହେଉଛି ଆମ ତପସ୍ୟା । ଜ୍ଞାନର ଧାରଣା ହେବା ସେଙ୍ଗ ସେଙ୍ଗ ଅଜ୍ଞାନତାର ବିନାଶ ହୁଏ । ଶଙ୍କର କୌଣସି ମନୁଷ୍ୟ ନୁହନ୍ତି । ସେ ଆମ ସମସ୍ତଙ୍କ ତପସ୍ୟାର ପ୍ରତୀକ । ଆମକୁ ତାଙ୍କ ପରି ତପସ୍ବୀ ମୂର୍ ହେବାକୁ ପଡ଼ିବ ।
ଶଙ୍କରଙ୍କ ଅଳଙ୍କାର-
ମୃଗଛାଲ: ଏହା ଉପରେ ବସି ତପସ୍ୟା କରାଯାଏ । ଏହା ତପସ୍ୟାର ପ୍ରତୀକ ।
ଡମରୁ: କଥିତ ଅଛି, “ଶଙ୍କରକା ଡମରୁ ଡମ ଡମ ବୋଲେ, ଆଗମ-ନିଗମ କେ ଭେଦ ଖୋଲେ’’ ଅର୍ଥାତ୍ ଆତ୍ମାଗଣ ଏ ସଂସାରକୁ କିପରି ଆସନ୍ତି ଓ ଏ ସଂସାରରୁ କିପରି ଯାଆନ୍ତି- ଏହାର ରହସ୍ୟ ପରମାତ୍ମା ଉଦ୍ଘାଟନ କରନ୍ତି ।
ତ୍ରିଶୁଳ: ଏହା ତିନି ପ୍ରକାର ବିନାଶକୁ ସୂଚିତ କରେ । ୧) ଅଣୁ ଯୁଦ୍ଧ (ଇଗ୍ଧକ୍ଟଜ୍ଞସମ ଙ୍ଗବକ୍ସ) ୨) ଗୃହଯୁଦ୍ଧ (ଉସଙ୍ଖସକ୍ଷ ଙ୍ଗବକ୍ସ) ୩) ପ୍ରାକୃତିକ ବିପର୍ଯ୍ୟୟ (ଘବଗ୍ଧଙ୍କକ୍ସବକ୍ଷ ମବକ୍ଷବଜ୍ଞସଗ୍ଧସରଗ୍ଦ) ତ୍ରିଶୂଳ ଏହାର ପ୍ରତୀକ ।
ସର୍ପ: ବିକାର ସମୂହକୁ ବଶୀଭୂତ କରିବାର ପ୍ରତୀକ
ଚନ୍ଦ୍ରମା: ସମ୍ପୂର୍ଣ୍ଣତା ଓ ଶୀତଳତାର ପ୍ରତୀକ
ନୀଳକଣ୍ଠ: ପରମାତ୍ମା ଆମର ବିକାର ରୂପୀ ବିଷକୁ ହରଣ କରନ୍ତି ।
ଜଟାରେ ଗଙ୍ଗା: ପରମାତ୍ମା ଶିବ ବ୍ରହ୍ମାଙ୍କ ମସ୍ତକରେ ବିରାଜମାନ ହୋଇ ଜ୍ଞାନର ଗଙ୍ଗା ପ୍ରବାହିତ କରନ୍ତି ।
ତାଣ୍ଡବ ନୃତ୍ୟ: ମନ ମଧ୍ୟରେ ଉପôନ୍ନ ହେଉଥିବା ଦ୍ୱନ୍ଦ୍ୱର ପ୍ରତୀକ
ଭସ୍ମ: ଦେହ ଅଭିମାନ ସମାପ୍ତ କରିବାର ପ୍ରତୀକ
ବସ୍ତ୍ରହୀନତା: ଅଶରୀରୀର ପ୍ରତୀକ ।
ବିଷ୍ଣୁ କିଏ?
ଯିଏ ବିଷ ରହିତ ସେ ବିଷ୍ଣୁ । ଲକ୍ଷ୍ମୀ ଏବଂ ନାରାୟଣଙ୍କ ଯୁଗଳ ସ୍ବରୂପ ।
ବିଷ୍ଣୁଙ୍କ ଅଳଙ୍କାର
ଗଦା: ବିକାର ଉପରେ ବିଜୟ ପ୍ରାପ୍ତିର ପ୍ରତୀକ । ଏଥିପାଇଁ ଗଦାକୁ ନିମ୍ନାଭିମୁଖୀ ଦେଖାଯାଏ ।
ସ୍ବଦର୍ଶନ ଚକ୍ର: କାଳଚକ୍ରରେ ଆତ୍ମାର ଯାତ୍ରାର ବୋଧ କରାଏ । ସ୍ବଦର୍ଶନର ଅର୍ଥ ହେଲା ଯେ ମୁଁ ଆତ୍ମା କ’ଣ ଥିଲି?
ଶଙ୍ଖ: ପରମାତ୍ମାଙ୍କ ସନ୍ଦେଶ ଚତୁର୍ଦ୍ଧିଗରେ ପହୁଁାଇବା ଅର୍ଥର ଦ୍ୟୋତକ ।
ପଦ୍ମ: ଘର ଗୃହସ୍ଥରେ ରହି ଅନାସକ୍ତ ରହିବାକୁ ବୁଝାଏ । ଏହା ପବିତ୍ରତାର ପ୍ରତୀକ । ଯେପରି ପଦ୍ମଫୁଲ କାଦୁଅରେ ଉପôନ୍ନ ହୋଇ ମଧ୍ୟ ନିର୍ଲିପ୍ତ ଓ ଆକର୍ଷଣୀୟ ହୋଇଥାଏ ସେହିପରି ସଂସାରରେ ଥାଇ ମଧ୍ୟ ଆମକୁ ଅନାସକ୍ତ ଓ ପବିତ୍ର ଜୀବନ ଯାପନ କରିବାକୁ ହେବ । ପରମାତ୍ମା କହିଛନ୍ତି ଯେ ପବିତ୍ରତା ବିନା ସମ୍ପୂର୍ଣ୍ଣତା ପ୍ରାପ୍ତି ସମ୍ଭବ ନୁହେଁ ।
କ୍ରାଉନ/ଡବଲତାଜ- ଲାଇଟ ଓ ମାଇଟର ତାଜ
ମାଳା-
୮ମ ମାଳା, ୧ଠ୮ ର ମାଳା, ୧୬୧ଠ୮ର ମାଳା
ଆପଣ କେଉଁମାଳାର ଦାନା ବନିବେ?
(ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରଚଳିତ ସାପ୍ତାହିକ ପାଠ୍ୟକ୍ରମ ଆଧାରରେ ପ୍ରସ୍ତୁତ)
Comments
Post a Comment