(15) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ରାଜଯୋଗ
ାା ପ୍ରଥମ ଅଧ୍ୟାୟ ।ା
ଗୀତା ସନ୍ଦର୍ଭରେ ରାଜଯୋଗ
ଗୀତାର ମୁଖ୍ୟ ପ୍ରୟୋଜନ
ତପସ୍ବୀଭ୍ୟେଽଧିକୋ ଯୋଗୀ ଜ୍ଞାନିଭ୍ୟୋପି ମତୋଽଧିକଃ
କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାତ୍ ଯୋଗୀ ଭବାର୍ଜୁନ ।(ଗୀ ୬/୪୬)
ଅର୍ଥ: ଯୋଗୀ ତପସ୍ବୀମାନଙ୍କଠାରୁ ଶ୍ରେଷ୍ଠ ଅଟେ ଏବଂ ବେଦାଦି ଶାସ୍ତ୍ର ଜ୍ଞାତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ; ସକାମ କର୍ମ କରୁଥିବା ବ୍ୟକ୍ତିମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ଏଥିପାଇଁ ହେ ଅର୍ଜୁନ ତୁ ଯୋଗୀ ହୁଅ ।
ଏଠାରେ କେବଳ ତପଶ୍ଚର୍ଯ୍ୟା ଆଚରଣ କରୁଥିବା ତପସ୍ବୀ, କେବଳ ବେଦାଦି ଶାସ୍ତ୍ରରେ ପାଣ୍ଡିତ୍ୟ ଥିବା ଜ୍ଞାନୀ ଏବଂ ସକାମ କର୍ମ କରୁଥିବା ବ୍ୟକ୍ତି (କର୍ମି) ମାନଙ୍କଠାରୁ ମଧ୍ୟ ଯୋଗୀକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଏହି ଶ୍ଳୋକରେ ସ୍ପଷ୍ଟ କୁହାଯାଇଛି ଯେ, ତପସ୍ବୀ ଓ ଜ୍ଞାନୀମାନଙ୍କ ପାଇଁ ‘ଯୋଗୀ’ ଶବ୍ଦ ଉଦ୍ଧିଷ୍ଟ ନୁହେଁ । ଯୋଗୀ ଏ ତିନି ଜଣଙ୍କଠାରୁ ଭିନ୍ନ ଅଟନ୍ତି । ଏଠାରେ ଗୀତାର ସ୍ପଷ୍ଟ ନିର୍ଦ୍ଧେଶ ହେଲା “ଯୋଗୀ” ହୁଅ ।
ଯୋଗୀ କିପରି ହେବା ଉଚିତ?
ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବଚ ।
ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଃ କ୍ଷମା ।ା (ଗୀ ୧୨/୧୩)
ଅର୍ଥ: ଯେଉଁ ବ୍ୟକ୍ତି କୌଣସି ପ୍ରାଣୀ ପ୍ରତି ଦ୍ୱେଷଭାବ ରଖେ ନାହିଁ, ସ୍ବାର୍ଥ ରହିତ ସମସ୍ତଙ୍କ ପ୍ରେମୀ ଏବଂ କରୁଣାଯୁକ୍ତ, ମମତା ଏବଂ ଅହଂକାର ରହିତ, ସୁଖ ଦୁଃଖ ପ୍ରାପ୍ତିରେ ସମାନ ଏବଂ କ୍ଷମାବାନ ଅଟେ ।
ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ
ମୟର୍ପିତ ମନୋବୁଦ୍ଧିର୍ୟୋମ ଦ୍ଭକ୍ତିଃ ସମେପି୍ରୟଃ । (ଗୀ ୧୨/୧୪) ।
ଅର୍ଥ: ନିରନ୍ତର ଲାଭ ହାନି ଆଦିରେ ସନ୍ତୁଷ୍ଟ ଥିବା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ବ୍ୟକ୍ତି ଯନôଶୀଳ ଦୃଢ଼ନିଶ୍ଚୟକାରୀ ଏବଂ ଯିଏ ମୋତେ ମନ (ଆତ୍ମାର ସଂକଳ୍ପ ଶକ୍ତି) ଓ ବୁଦ୍ଧି (ଆତ୍ମାର ନିର୍ଣ୍ଣୟ ଶକ୍ତି) ଅର୍ପିତ କରି ଦେଇଛି ସେହିଁ ମୋର ଭକ୍ତ ଏବଂ ପି୍ରୟ ଅଟେ ।
ଯସ୍ମାନ୍ନୋଦ୍ବିଜତେ ଲୋକେଲୋକାନ୍ନୋଦ୍ ବିଜତେ ଚ ଯଃ
ହର୍ଷାମର୍ଷ ଭୟୋଦ୍ବେଗୈର୍ମୁକ୍ତୋ ଯଃ ସଚମେ ପ୍ରିୟଃ (ଗୀ ୧୨/୧୫) ।
ଅର୍ଥ: ଯାହାଦ୍ୱାରା କୌଣସି ଜୀବ ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ଏବଂ ଯିଏ (ସ୍ବୟଂ ମଧ୍ୟ) କୌଣସି ଜୀବ ଦ୍ୱାରା ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ତଥା ଯିଏ ହର୍ଷ, ଅମର୍ଷ (ଅନ୍ୟର ଉନ୍ନତି ଦେଖି ଦୁଃଖୀ ହେବା) ଭୟ, ଉଦ୍ବେଗାଦି ରହିତ ଅଟେ ସେହି ଭକ୍ତ ମୋର ପ୍ରିୟ ଅଟେ ।
ଅନପେକ୍ଷଃ ଶୁଚିର୍ଦଷ ଉଦାସୀନୋ ଗତବ୍ୟଥଃ ।
ସର୍ବାରମ୍ଭ ପରିତ୍ୟାଗୀ ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ । (ଗୀ ୧୨/୧୬) ।
ଅର୍ଥ: ଯେଉଁ ପୁରୁଷ କାହାରି ଆବଶ୍ୟକତା ରଖେ ନାହିଁ ଅଥବା ଆକାଙ୍କ୍ଷା ରହିତ ତଥା କାୟମନୋବାକ୍ୟରେ ଶୁଦ୍ଧ, ଚତୁର (ଅର୍ଥାତ ଯେଉଁ କାମ ପାଇଁ ଆସିଥିଲା ତାକୁ ପୂର୍ଣ୍ଣ କରିସାରିଛି), ପକ୍ଷପାତ ରହିତ ଏବଂ ଦୁଃଖ ସମୂହରୁ ମୁକ୍ତ ହୋଇଛି, ସେହି ପରିଗ୍ରହ ଯୁକ୍ତ ସମସ୍ତ ପ୍ରାରମ୍ଭଗୁଡିକର ପରିତ୍ୟାଗକାରୀ ମୋର ଭକ୍ତ ମୋତେ ପ୍ରିୟ ଅଟେ ।
ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଂକ୍ଷତି ।
ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ୍ ଯଃ ସ ମେ ପ୍ରିୟଃ । (ଗୀ ୧୨/୧୭) ।
ଅର୍ଥ: ଯିଏ ହର୍ଷିତ ହୁଏ ନାହିଁ, ଦ୍ୱେଷ କରେ ନାହିଁ, ଅନୁଶୋଚନା କରେ ନାହିଁ, ଆକାଙ୍କ୍ଷା ରଖେ ନାହିଁ ଏବଂ ଯିଏ ଶୁଭ ଅଶୁଭ ସମ୍ପୂର୍ଣ୍ଣ ଫଳ ତ୍ୟାଗୀ ଅଟେ ସେହି ଭକ୍ତିଯୁକ୍ତ ପୁରୁଷ ମୋର ପ୍ରିୟ ଅଟେ ।
ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।
ଶୀତୋଷ୍ଣ ସୁଖ ଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ । (ଗୀ ୧୨/୧୮)
ଅର୍ଥ: ଯିଏ ଶତ୍ରୁ ମିତ୍ରଠାରେ ଏବଂ ମାନ ଅପମାନରେ ସମ (ଅଟେ) ତଥା ଶୀତ ଗ୍ରୀଷ୍ମ ଓ ସୁଖ ଦୁଃଖରେ ସମାନ ଏବଂ ଆସକ୍ତ ରହିତ (ଅଟେ)-
ତୁଲ୍ୟ ନିନ୍ଦାସ୍ତୁତି ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।
ଅନିକେତଃ ସ୍ଥିର ମତିର୍ଭକ୍ତିମାନ୍ମେ ପି୍ରୟୋ ନରଃ ।ା ଗୀ-୧୨/୧୯ ।ା
ଅର୍ଥ: ନିନ୍ଦାସ୍ତୁତି ଉଭୟରେ ସମାନ ସ୍ଥିତି ଯୁକ୍ତ, ମନନଶୀଳ (ପରମାତ୍ମାଙ୍କ ସ୍ବରୂପକୁ ଯିଏ ନିରନ୍ତର ମନନ କରେ), ଯେ କୌଣସି ପ୍ରକାରେ ଶରୀରର ନିର୍ବାହ ହେଲେ ମଧ୍ୟ ସନ୍ତୁଷ୍ଟ ଭକ୍ତିମାନ ପୁରୁଷ ମୋର ପ୍ରିୟ ଅଟେ ।
ସାରାଂଶରେ, ଯିଏ ସର୍ବଭୂତରେ ଦ୍ୱେଷ ରହିତ, ସମସ୍ତଙ୍କ ପ୍ରତି ମିତ୍ର ଓ ଦୟାଳୁ , ମମତା ଓ ଅହଂଙ୍କାର ଶୂନ୍ୟ, ସୁଖ ଦୁଃଖରେ ସମାନ, କ୍ଷମାଶୀଳ, ସନ୍ତୁଷ୍ଟ, ନିତ୍ୟଯୋଗୀ, ସଂଯତମନୋବୃି, ଆତ୍ମ ତ୍ୱରେ ଦୃଢ଼ ନିଶ୍ଚୟ, ଈଶ୍ୱରଙ୍କଠାରେ ମନବୁଦ୍ଧି ବରାବର ଲଗାଇଥାନ୍ତି, ଯାହାଙ୍କଠାରୁ ସଂସାରର ଲୋକେ ଉଦ୍ବେଗ, ଭୟ, ଆଶଙ୍କା, କ୍ଷୋଭ ପାଆନ୍ତି ନାହିଁ, ଯେ ନିଜେ ମଧ୍ୟ ସଂସାରର ଲୋକଙ୍କଠାରୁ ସେସବୁ ପାଆନ୍ତି ନାହିଁ, ଯେ ହର୍ଷ, ଅମର୍ଷ, ଭୟ, ଉଦ୍ବେଗରୁ ମୁକ୍ତ, ଲବ୍ଧାର୍ଥରେ ମଧ୍ୟ ନିଃସ୍ପୃହ, ବାହ୍ୟ ଅଭ୍ୟନ୍ତର ସବୁ ପବିତ୍ର, ନିରଳସ ଅର୍ଥାତ ଯେତେ କାମ ପଡିଲେ ମଧ୍ୟ ଶୀଘ୍ର ନିଷ୍ପନ୍ନକାରୀ, ଶତ୍ରୁ ମିତ୍ର ପକ୍ଷପାତ ନ କରିବା ବ୍ୟକ୍ତି, ନିନ୍ଦାସ୍ତୁତି ସୁଖ ଦୁଃଖରେ ଗତ ଭୟ, ଫଳଲାଭାର୍ଥ କାମ୍ୟ କର୍ମ ତ୍ୟାଗୀ, ଯିଏ ଇଷ୍ଟ ପାଇଲେ ହୃଷ୍ଟ ହୁଏ ନାହିଁ, ଅନିଷ୍ଟ ଘଟିଲେ ଦ୍ୱେଷ ବା ବିରକ୍ତ ହୁଏ ନାହିଁ, ପ୍ରିୟ ବିୟୋଗରେ ଶୋଚନା କରେ ନାହିଁ, ଶୁଭ ଅଶୁଭ ସମ୍ପୂର୍ଣ୍ଣ ଫଳତ୍ୟାଗୀ, ଯିଏ ଶତ୍ରୁ ତଥା ମିତ୍ରରେ ସମଭାବ ରଖେ, ମାନ ଓ ଅପମାନରେ ସମାନ ରହେ, ଯିଏ ଶୀତ, ଉଷ୍ଣ, ସୁଖ, ସୁଃଖରେ ସମାନ ଅଟେ, କାହାରି ସଙ୍ଗ କରେ ନାହିଁ ଅର୍ଥାତ୍ ଏକାନ୍ତ ରହେ, ଯିଏ ନିନ୍ଦା ସ୍ତୁତିରେ ସମାନ ସ୍ଥିତି ଯୁକ୍ତ, ମନନଶୀଳ, ଯେ କୌଣସି ପ୍ରକାରେ ଶରୀର ନିର୍ବାହ ହେଲେ ମଧ୍ୟ ସନ୍ତୁଷ୍ଟ ଅଟେ ଏବଂ ଯିଏ ରହୁଥିବା ସ୍ଥାନରେ ମମତା ରଖେ ନାହିଁ, ସେହି ସ୍ଥିର ବୁଦ୍ଧି ଯୁକ୍ତ ଭକ୍ତିମାନ ପୁରୁଷ ପରମାତ୍ମାଙ୍କ ପ୍ରିୟ ଅଟନ୍ତି ।
ଉପର୍ଯୁ୍ୟକ୍ତ ବର୍ଣ୍ଣନାରୁ ଏହା ସ୍ପଷ୍ଟ ହୁଏ ଯେ ଗୀତା ମାନବ ସମାଜକୁ ଯୋଗୀ ହେବାକୁ ନିର୍ଦ୍ଧେଶ ଦିଏ । ତେଣୁ ଯୋଗୀର ଲକ୍ଷଣ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରିଛି । ଗୀତାଜ୍ଞାନ ପ୍ରଦାନର ପ୍ରୟୋଜନ ବିଷୟରେ ମନନ କଲା ବେଳେ କେତେକ ଶ୍ଳୋକ ମଧ୍ୟ ଚିନ୍ତନର ପରିସରକୁ ଆସେ ଯେଉଁଥିରେ ଭଗବାନ ଯୋଗଯୁକ୍ତ ଅଥବା ସ୍ଥିତପ୍ରଜ୍ଞ ମାନବର ଲକ୍ଷଣ ବ୍ୟାଖ୍ୟା କରିଛନ୍ତି । ସେଗୁଡିକ ହେଲା-
ତାନି ସର୍ବାଣି ସଂଯମ ଯୁକ୍ତ ଆସୀତ ମପôରଃ ।
ବଶେ ହି ଯସ୍ୟେନ୍ଦ୍ରିୟାଣି ତସ୍ୟପ୍ରଜ୍ଞା ପ୍ରତିଷ୍ଠିତ ।ା (ଗୀ ୨/୬୧) ।
ଅର୍ଥାତ- ଯେଉଁ ଯୋଗୀ ନିମଗ୍ନ କରେ ତା’ର ବୁଦ୍ଧି ସ୍ଥିର ରହେ,
ତସ୍ମାଦ୍ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀକ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ ।ା (ଗୀ ୨/୬୮) ।
ଅର୍ଥାତ୍- ହେ ମହାବାହୋ! ଯେଉଁ ପୁରୁଷାର୍ଥୀର ଇନ୍ଦି୍ରୟଗଣ ବିଷୟାସକ୍ତ ହୁଏ ନାହିଁ ତା’ର ବୁଦ୍ଧି ସ୍ଥିର ରହେ ।
ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ର୍ବିଶିଷ୍ୟତେ ।
ପ୍ରିୟୋହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।ା (ଗୀ ୭/୧୭)
ଅର୍ଥାତ୍- ଯେଉଁ ପୁରୁଷାର୍ଥୀ ଯୋଗୀ ମୋତେ ନିଶ୍ଚଳ ଅନନ୍ୟ ପ୍ରେମ କରେ ସେହିଁ ଅତି ଉମ ଅଟେ । କାରଣ ଜ୍ଞାନ ଦ୍ୱାରା ଜାଣି ପାରୁଥିବା ଜ୍ଞାନୀମାନଙ୍କୁ ମୁଁ ଅତ୍ୟନ୍ତ ପ୍ରିୟ ଅଟେ । ଆଉ ମଧ୍ୟ ସେପରି ଜ୍ଞାନୀ ମୋର ଅତ୍ୟନ୍ତ ପ୍ରିୟ ଅଟେ ।
ଉଦାରାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍ ।
ଆସ୍ଥିତଃ ସହି ଯୁକ୍ତାତ୍ମା ମାମେବାନୁମାଂ ଗତିମ୍ ।ା (ଗୀ ୭/୧୮) ।
ଅର୍ଥାତ୍, ଏସମସ୍ତ ହିଁ ଶ୍ରେଷ୍ଠ ଅଟନ୍ତି । ମୋ ମତରେ ଜ୍ଞାନୀ ମୋର ସ୍ବରୂପ ଅଟେ । କାହିଁକି ନା ସେହି ସ୍ଥିର ବୁଦ୍ଧି ଆତ୍ମା ଅତି ଉମ ଗତି ସ୍ବରୂପ ମୋଠାରେ ହିଁ ଆଶ୍ରିତ ହୁଏ ।
ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।
ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେହିତମ୍ । (ଗୀ ୧୮/୬୪) ।
ଅର୍ଥାତ୍, ମୋର ଅତି ଗୋପନୀୟ କଥାକୁ ଆଉ ଥରେ ଶୁଣ । ତୁ ମୋର ଅତିଶୟ ମିତ୍ର ହୋଇଥିବାରୁ ତୋର ମଙ୍ଗଳ ପାଇଁ ହିଁ ଏହି ହିତକାରୀ କଥା ତୋତେ କହିବି ।
ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ଯେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।ା (ଗୀ ୧୦/୧)
ଅର୍ଥାତ୍, ହେ ମହାବୀର! ତଥାପି ସୁଦ୍ଧା ତୁ ମୋର ପରମ କଥା ଶୁଣ । ତୁ ମୋର ଅତି ପ୍ରିୟ ହୋଇଥିବା ହେତୁ ତୋର ହିତ କାମନା କରି ମୁଁ ତୋତେ ଏହା କହିବି ।
ଉପର୍ଯୁ୍ୟକ୍ତ ଶ୍ଳୋକ ସମୂହରୁ ଜଣାପଡେ ଯେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ମାନବ ସମାଜକୁ ଯୋଗଯୁକ୍ତ ଅଥବା ସ୍ଥିତ ପ୍ରଜ୍ଞ ହେବାକୁ ନିଦ୍ଧେର୍ଶ ଦେଇଛନ୍ତି । ଯୋଗୀ ଆତ୍ମା ପରମାତ୍ମାଙ୍କ ପି୍ରୟ ଅଟେ । କାରଣ ଯୋଗୀ କର୍ମେନ୍ଦି୍ରୟ ଉପରେ ସଂପୂର୍ଣ୍ଣ ବିଜୟ ପ୍ରାପ୍ତ କରେ; ଇଛା, ତୃଷ୍ଣା ରହିତ ହୋଇଯାଏ; ନିନ୍ଦା, ସ୍ତୁତି, ହାନି ଲାଭ, ସଫଳତା ବିଫଳତା ଉଭୟରେ ସମାନ ରହେ । ତାର କେହି ଶତ୍ରୁ ନ ଥାନ୍ତି ଓ କାହା ପ୍ରତି ତାର ଆସକ୍ତି ରହେ ନାହିଁ । ତା’ର ଚି ଦ୍ୱେଷ ରହିତ, ସନ୍ତୁଷ୍ଟ, ନିର୍ବିକାର, ନିଶ୍ଚଳ ଏବଂ ନିର୍ମଳ ରହେ । ସେ ଭଗବାନଙ୍କ ଆତ୍ମା ସଦୃଶ ଅଟେ । ଅର୍ଜୁନ ଭଗବାନଙ୍କ ପ୍ରିୟ ସଖା ହୋଇଥିବାରୁ ସେ ତାଙ୍କୁ ଅତି ଗୁହ୍ୟ, ଗୋପନୀୟ ଓ ଉମ ଜ୍ଞାନ ଶୁଣାଇଛନ୍ତି । ଭଗବାନଙ୍କୁ ଯୋଗୀ ଏବଂ ଜ୍ଞାନୀ ବ୍ୟକ୍ତି ହିଁ ପ୍ରିୟ ଅଟନ୍ତି । ତେଣୁ ମନୋବିକାର ଉପରେ ବିଜୟ ପ୍ରାପ୍ତ ପୁର୍ବକ ମନକୁ ପରମାତ୍ମାଙ୍କ ସହିତ ସତତ ଯୋଗଯୁକ୍ତ ରଖିବା ପାଇଁ ଗୀତାରେ ଭଗବାନ ନିର୍ଦ୍ଧେଶ ଦେଇଛନ୍ତି, ଏହାହିଁ ଗୀତାର ମୁଖ୍ୟ ପ୍ରୟୋଜନ ।
ଗୀତାର ପ୍ରୟୋଜନ; ଯୋଗ ନା ଯୁଦ୍ଧ?
ସଂପ୍ରତି ଉପଲବ୍ଧ ୭ଠଠଶ୍ଳୋକ ବିଶିଷ୍ଟ ଗୀତାରେ ପ୍ରାୟ ୧୫-୨୦ଟି ଶ୍ଳୋକ ଯୁଦ୍ଧ ସହିତ ସମ୍ପର୍କିତ ବୋଲି ଜଣାପଡେ । କିନ୍ତୁ ଏହି ଶ୍ଳୋକଗୁଡିକୁ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କଲେ ଏଗୁଡିକରୁ କୌଣସି ହିଂସ୍ରକ ଯୁଦ୍ଧର ସୂଚନା ମିଳେ ନାହିଁ । ଗୀତା ହେଉଛି ସମସ୍ତ ବେଦ ଓ ଉପନିଷଦର ସାର ଏବଂ ଏହା ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ । ମନୋବିକାର ସମୂହ ଦ୍ୱାରା ପୀଡିତ ମାନବର ଆତ୍ମାକୁ ସ୍ବଚ୍ଛ ଓ ପବିତ୍ର କରି ପରମାତ୍ମାଙ୍କ ସହିତ ଯୋଡିବା ହେଉଛି ଗୀତାର ମୁଖ୍ୟ ପ୍ରୟୋଜନ । ଏହି ପ୍ରକି୍ରୟାକୁ ଗୀତାରେ ଯୋଗ ବୋଲି କୁହାଯାଇଛି । ଯୋଗ ମାର୍ଗରେ ସାଧକକୁ ଭୀଷଣ ମନୋସଂଗ୍ରାମର ସମ୍ମୁଖୀନ ହେବାକୁ ହୁଏ । ମୋହାଭିଭୂତ ମଣିଷ କିଂକର୍ବ୍ୟ ବିମୂଢ଼ ହୋଇ ପଡେ । କେବଳ ଯୋଗମାର୍ଗରେ ନୁହେଁ, ସାମାଜିକ ଜୀବନରେ ମଧ୍ୟ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଏପରି ଏକ ସନ୍ଧି କ୍ଷଣ ଉପସ୍ଥିତ ହୁଏ, ସେତେବେଳେ ସେ କ’ଣ କରିବ ବୁଝି ପାରେ ନାହିଁ । ଏପରି ମନୁଷ୍ୟମାନଙ୍କୁ ଗୀତାହିଁ କେବଳ ସଠିକ ମାର୍ଗ ଦର୍ଶନ କରିବାକୁ ସମର୍ଥ । ନିମ୍ନଲିଖିତ ଶ୍ଳୋକଗୁଡିକର ବିଶ୍ଳେଷଣ କଲେ ଆମେ ଜାଣିପାରିବା ଯେ ଗୀତା ମନୋବିକାର ସହିତ ଯୁଦ୍ଧ କରିବା କଥା କହିଛି ।
ଏବଂ ବୁଦ୍ଧେଃ ପରଂବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନ ମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମ ରୂପଂ ଦୂରାସଦମ୍ । ଗୀ ୩/୪୩ ।
“ହେ ମହାବାହୁ! କାମ ହିଁ ମନୁଷ୍ୟର ଦୁର୍ଜୟ ଶତ୍ରୁ ଅଟେ; ତୁ ଜ୍ଞାନ (ବୁଦ୍ଧି) ଦ୍ୱାରା ମନକୁ ବଶୀଭୂତ କରି ଏହି ଶତ୍ରୁକୁ ବିନାଶ କର ।” ଏଠାରେ ମନକୁ ସଂଯମ କରିବା ତଥା କାମ ରୂପୀ ଶତ୍ରୁକୁ ବିନାଶ କରିବା ପ୍ରସଙ୍ଗରେ ମହାବାହୁ ଶବ୍ଦର ପ୍ରୟୋଗ କରାଯାଇଛି । ଏଠାରେ ଯୁଦ୍ଧ କଥା କୌଣସି ହିଂସକ ବିଷୟ ନୁହେଁ ବା କୌଣସି ମନୁଷ୍ୟ ଶତ୍ରୁ ଆଦିଙ୍କୁ ବଧ କରିବା କଥା କୁହାଯାଉ ନାହିଁ, ବରଂ ମନରେ ଉପôନ୍ନ ହେଉଥିବା କାମ ବାସନା ସମୁହକୁ ଜ୍ଞାନ ବା ବୁଦ୍ଧି ଦ୍ୱାରା ମାରିବା ଅର୍ଥକୁ ବୁଝାଉଛି ।
ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା ।
କାମରୂପେଣ କୌନ୍ତେୟ ଦୁଷ୍ପୂରେଣାନଳେନ ଚ । ଗୀ ୩/୩୯ ।ା
“ହେ କୌନ୍ତେୟ! କାମ ବାସନା ଜ୍ଞାନୀମାନଙ୍କ ନିତ୍ୟ ଶତ୍ରୁ ଅଟେ । ଏହା ଜ୍ଞାନକୁ ଆଚ୍ଛାଦିତ କରିଦିଏ । ଏହା ଅନଳ ବା ଅଗ୍ନି ପରି ସଦା ଅତୃପ୍ତ ଅଟେ” ।
କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଭବଃ ।
ମହାଶନୋ ମହାପାପ୍ଳା ବିଦ୍ଧ୍ୟେନମିହ ବୈରିଣମ୍ । ଗୀ ୩/୩୭ ।
“ରଜୋଗୁଣରୁ ଉପôନ୍ନ ହୋଇଥିବା ଏହି କାମ ହିଁ କ୍ରୋଧ ଅଟେ । ଏହାହିଁ ମହାଅଶନ ଅର୍ଥାତ ଅଗ୍ନି ସଦୃଶ ଭୋଗ ଦ୍ୱାରା ତୃପ୍ତ ହେଉ ନ ଥିବା ବଡ ପାପୀ ଅଟେ । ଏହାକୁ ହିଁ ତୁ ଶତ୍ରୁ ବୋଲି ଜାଣ” ।
ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବେର୍ତାତ୍ମୈବ ଶତ୍ରୁବତ୍ । ଗୀ ୬/୬ ।
“ଯିଏ ନିଜେ ନିଜକୁ ଜିତିଛି ସିଏ ନିଜେ ନିଜର ମିତ୍ର ଅଟେ ଏବଂ ଯିଏ ନିଜେ ନିଜକୁ ଜିତି ନାହିଁ ତା’ର ଆତ୍ମା ତା’ର ଶତ୍ରୁ ଅଟେ” ।
ସୁହନ୍ମି ତ୍ରାର୍ଯୁଦାସୀ ନ ମଧ୍ୟସ୍ଥ ଦ୍ୱେଷ୍ୟ ବନ୍ଧୁଷୁ ।
ସାଧୁଷ୍ୱପି ଚ ପାପେଷୁ ସମବୁଦ୍ଧି ର୍ବିଶିଷ୍ୟତେ । ଗୀ ୬/୯ ।
“ଯେଉଁ ପୁରୁଷ ସୁହୃତ୍, ମିତ୍ର, ଶତ୍ରୁ, ଉଦାସୀନ, ମଧ୍ୟସ୍ଥ, ଦ୍ୱେଷୀ, ଏବଂ ବନ୍ଧୁଗଣଙ୍କଠାରେ ତଥା ଧର୍ମାତ୍ମା ଓ ପାପୀଗଣଙ୍କଠାରେ ମଧ୍ୟ ସମାନ ଭାବ ପ୍ରଦର୍ଶନ କରେ ସେ ହିଁ ଅତି ଶ୍ରେଷ୍ଠ ଅଟେ” ।
ସମଗ୍ର ଗୀତାକୁ ଆମୂଳଚୁଳ ପାଠ କଲେ କୌଣସି ହିଂସା ଉଦ୍ରେକକାରୀ ଅସ୍ତ୍ର ଶସ୍ତ୍ରର ଉଲ୍ଲେଖ ଦେଖିବାକୁ ମିଳେ ନାହିଁ । ଏହା ଏକ ଯୋଗ ଶାସ୍ତ୍ର ହୋଇଥିବା ହେତୁ ତଥା ଯୋଗମାର୍ଗରେ ଆମର ମନୋବିକାର ସମୂହ ହିଁ ଶତ୍ରୁ ଭଳି ଆମ ପାଇଁ ବିଘ୍ନ କାରକ ଏବଂ ପୀଡାକାରକ ହେଉଥିବାରୁ ଏଥିରେ ମନୋବିକାର ବିରୁଦ୍ଧରେ ଯୁଦ୍ଧ କରିବା କଥା କୁହାଯାଇଛି । ସେଥିପାଇଁ ଭଗବାନ କହିଛନ୍ତି,-
ତସ୍ମାତ୍ ଜ୍ଞାନସଂଭୂତଂ ହୃତ୍ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିେ୍ୱନଂ ସଂଶୟଂ ଯୋଗମାତିଷ୍ଠୋିଷ୍ଠ ଭାରତ । ଗୀ ୪/୪୨ ।
“ହେ ଅର୍ଜୁନ, ତୁ ସମତ୍ୱ ବୁଦ୍ଧି ରୂପୀ ଯୋଗରେ ସ୍ଥିତ ହୁଅ ଏବଂ ଅଜ୍ଞାନରୁ ଉପôନ୍ନ ହେଉଥିବା ସଂଶୟକୁ ଜ୍ଞାନ ରୂପୀ ଖଡ୍ଗ ଦ୍ୱାରା ଛେଦନ କରିବା ପାଇଁ (ଯୁଦ୍ଧ ହେତୁ) ଛିଡା ହୁଅ” ।
ଦୈନନ୍ଦିନ ଜୀବନ ଯାତ୍ରାରେ ଆମକୁ ବିଭିନ୍ନ ପ୍ରକାର ବାଧା ବିଘ୍ନ ଓ ଅନ୍ତଦ୍ୱର୍ନ୍ଦର ସମ୍ମୁଖୀନ ହେବାକୁ ପଡେ । ଅନେକ ସମୟରେ ଆମେ କର୍ବ୍ୟାକର୍ବ୍ୟ ନିରୂପଣରେ ଅସମର୍ଥ ହେଉଁ । ଏଭଳି ଏକ ସୂକ୍ଷ୍ମ ଯୁଦ୍ଧରେ ବିଜୟ ଲାଭ କରିବା ପାଇଁ ଭଗବାନ କହୁଛନ୍ତି,-
ସୁଖ ଦୁଃଖ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ
ତତୋ ଯୁଦ୍ଧାୟ ଯୁଜ୍ୟସ୍ବ ନୈବଂ ପାପମବାପସ୍ୟସି । ଗୀ ୨/୩୮ ।
ଏଷାତେଽଭିହିତା ସାଂଖୈ ବୁଦ୍ଧିର୍ଯୋଗେ ତ୍ୱିମାଂଶୃଣୁ ।
ବୁଦ୍ଧ୍ୟାଯୁକ୍ତୋ ଯଥା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।ଗୀ ୨/୩୯ ।
“ତୁ ସୁଖ ଦୁଃଖ, ଲାଭ ହାନି ଏବଂ ଜୟ ପରାଜୟକୁ ସମାନ ଭାବି ଯୁଦ୍ଧ କର” । ଭଗବାନ ମନର ଏହି ଦୋଦୁଲ୍ୟମାନ ତରଙ୍ଗ ସହିତ ଯୁଦ୍ଧ କରିବା ପ୍ରଣାଳୀକୁ “ଜ୍ଞାନଯୋଗ”, ବୁଦ୍ଧିଯୋଗ” ଅଥବା “ସଂଖ୍ୟାଯୋଗ”ର ବିଧି ବୋଲି କହିଛନ୍ତି । ସେ କହନ୍ତି ଯେ ଏପ୍ରକାର ବୁଦ୍ଧିକୁ ଯୋଗଯୁକ୍ତ କରାଇବା ଦ୍ୱାରା ତୁମର କର୍ମ ବନ୍ଧନ ଛିନ୍ନ ହୋଇଯିବ । ସ୍ଥୂଳ ରୀତିରେ କାହାକୁ ହତ୍ୟା କଲେ ତ ମନୁଷ୍ୟର କର୍ମ ବନ୍ଧନ ଜାତ ହୁଏ । କିନ୍ତୁ ବୁଦ୍ଧି ଦ୍ୱାରା ମୋହ ମମତାକୁ ବିନାଶ କଲେ ପାପ ହୁଏ ନାହିଁ ଏବଂ କର୍ମ ବନ୍ଧନ ମଧ୍ୟ ନାଶ ହୁଏ । ଏଣୁ ଭଗବାନ ମନର ବିକ୍ଷେପତା ସହିତ ଯୁଦ୍ଧ କରି ଜୟ ପରାଜୟ ଏବଂ ହାନି ଲାଭ ଭାବନାରୁ ମୁକ୍ତ ହେବାକୁ କହିଛନ୍ତି ।
ମୟି ସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀ ର୍ନିର୍ମମୋଭୁତ୍ୱା ଯୁଦ୍ଧ୍ୟସ୍ବ ବିଗତ ଜ୍ୱରଃ । ଗୀ ୩/୩୦ ।
“ହେ ବସô! ତୁ ନିଜର ସମସ୍ତ କର୍ମ ମୋତେ ସମର୍ପଣ କରି, ଆଶା-ତୃଷ୍ଣା ରହିତ ହୋଇ ଆତ୍ମା ନିଶ୍ଚୟ ପୂର୍ବକ କ୍ରୋଧ ତ୍ୟାଗ କରି ଯୁଦ୍ଧ କର” । ଏଥିରୁ ସ୍ପଷ୍ଟ ଜଣା ପଡେ ଯେ ଆଶା, ତୃଷ୍ଣା, କ୍ରୋଧାଦିକୁ ତ୍ୟାଗ କରିବା ରୂପକ ଏହା ଅର୍ନ୍ତଯୁଦ୍ଧ ଅଟେ । ପୁନଶ୍ଚ ଭଗବାନ କହୁଛନ୍ତି-
ତସ୍ମାତ୍ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ୍ୟ ଚ ।
ମୟି ଅର୍ପିତ ମନୋବୁଦ୍ଧିର୍ମାମେ ବୈଷ୍ୟ ସଂଶୟମ୍ ।ଗୀ ୮/୭ ।
“ହେ ବସô, ତୁ ସଦା ସର୍ବଦା ମୋର ସ୍ମୃତିରେ ରହି ଏବଂ ମନ ବୁଦ୍ଧିକୁ ମୋତେ ଅର୍ପଣ କରି ଯୁଦ୍ଧ କର” । ଏଠାରେ ଏହା ବି·ରଣୀୟ ଯେ ପରମାତ୍ମାଙ୍କୁ ମନ ବୁଦ୍ଧି ଅର୍ପଣ କରି ତାଙ୍କ ସ୍ମୃତିରେ ସ୍ଥିତ ହେବା ହିଁ ତ ଯୋଗ ଅଟେ ଏବଂ ଯୋଗ ଦ୍ୱାରା ମନୁଷ୍ୟର ମନ ପବିତ୍ର ହୁଏ । ଯୁଦ୍ଧ କ୍ଷେତ୍ର ବିଷୟରେ ଭଗବାନ କହନ୍ତିି-
ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।
ଏତଦ୍ଧ୍ୟୋବେି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତତ୍ବିଦଃ ।ଗୀ ୧୩/୧ ।
“ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର ବୋଲି କୁହାଯାଏ ଏବଂ ଏହାକୁ ଯିଏ ଜାଣିଛି ତାକୁ କ୍ଷେତ୍ରଜ୍ଞ ବୋଲି ସେହି ତ୍ୱକୁ ଜାଣିଥିବା ଜ୍ଞାନୀଲୋକ କହନ୍ତି” । ଯୁଦ୍ଧ ମନୋବିକାର ସହିତ ହେଉଥିବାରୁ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ଏଠାରେ ଯୁଦ୍ଧ କ୍ଷେତ୍ରଟି କେଉଁଟି? କେଉଁ କ୍ଷେତ୍ରରେ ଦଣ୍ଡାୟମାନ ହୋଇ ଜଣେ ଯୁଦ୍ଧ କରିବ? ତାହା ହେଉଛି ଆମର ଏ ଶରୀର । ଯେପରି କ୍ଷେତରେ ବୁଣା ହୋଇଥିବା ବୀଜ ଅନୁରୂପ ଫସଲ ସମୟାନୁସାରେ ଉପôନ୍ନ ହୁଏ ସେହିପରି ଏହି ଶରୀର ରୂପୀ କ୍ଷେତ୍ରରେ ଆମର ଜନ୍ମଜନ୍ମାନ୍ତରର କର୍ମର ଫଳ ସଂସ୍କାର ରୂପରେ ସମୟାନୁସାରେ ପ୍ରକଟିତ ହୁଏ । ସଂସ୍କାର ବିକୃତ ହେଲେ କାମ କ୍ରୋଧାଦି ମନୋବିକାର ରୂପରେ ମାନବାତ୍ମାକୁ ପୀଡିତ କରେ ।
ଶ୍ରୀମଦ୍ ଭଗବତ ଗୀତାରେ ଯୁଦ୍ଧକୁ ଧର୍ମ ଯୁଦ୍ଧ ନାମରେ ଅଭିହିତ କରାଯାଇଛି । ଧର୍ମ ହିଂସା ଉଦ୍ରେକକାରୀ ନୁହେଁ । ଗୀତା ଏକ ଯୋଗ ଶାସ୍ତ୍ର ହୋଇଥିବାରୁ ଏଥିରେ ଥିବା ଯୁଦ୍ଧକୁ ସ୍ଥୂଳ ଅର୍ଥରେ ଗ୍ରହଣ ନ କରି ଏହାକୁ ଇନ୍ଦ୍ରିୟ ଏବଂ ମନ ଉପରେ ବିଜୟ ପ୍ରାପ୍ତି ପାଇଁ ଯୋଗୀର ମନୋସଂଗ୍ରାମ ବୋଲି ବୁଝିବାକୁ ହେବ । ଏକଥା ଭଗବାନଙ୍କ ନିମ୍ନଲିଖିତ ମହାବାକ୍ୟଗୁଡିକରୁ ସ୍ପଷ୍ଟ ଜଣାପଡେ ।
ଯତତୋହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦି୍ରୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନଃ । ଗୀ ୨/୬୦ ।
“ହେ ଅର୍ଜୁନ; ଯନô କରୁଥିଲେ ସୁଦ୍ଧା ବୁଦ୍ଧିମାନ ପୁରୁଷର ମନକୁ ପ୍ରମଥନଶୀଳ (ମନ୍ଥନ) ଇନ୍ଦ୍ରିୟଗଣ ବଳକôାର କରି ହରଣ କରନ୍ତି” । ଅର୍ଥାତ ଇନ୍ଦି୍ରୟରୂପୀ ଶତ୍ରୁମାନଙ୍କ ଦ୍ୱାରା ବଡ଼ ବଡ଼ ବୁଦ୍ଧିମାନ (ଯୋଦ୍ଧା) ମଧ୍ୟ ପରାଜିତ ହୁଅନ୍ତି । ଏଠାରେ ରକ୍ତ ରଞ୍ଜିତ ହିଂସ୍ରକ ଯୁଦ୍ଧର ପ୍ରସଙ୍ଗ ନାହିଁ । ବରଂ ଯୋଗୀ ହେବା ପାଇଁ, ନିଦ୍ରାଜିତ ହେବା ପାଇଁ, ତଥା କାମ ରୂପୀ ମହାଶତ୍ରୁକୁ ବଧ କରିବା କଥା କୁହାଯାଇଛି ଏବଂ ଏହି କାର୍ଯ୍ୟକୁ ଧର୍ମ ଯୁଦ୍ଧ ବୋଲି ନାମିତ କରାଯାଇଛି । ଭଗବାନ ଅର୍ଜୁନଙ୍କୁ ସାବଧାନ କରାଇଛନ୍ତି,
ଅଥଚେ୍ୱମିମଂ ଧର୍ମ୍ୟଂ ସଂଗ୍ରାମ ନ କରିଷ୍ୟସି ।
ତତଃ ସ୍ବଧର୍ମଂ କୀିର୍ ଚହିତ୍ୱା ପାପମବାପ୍ସ୍ୟସି । ଗୀ ୨/୩୩ ।
“ଯଦି ତୁ ଏହି ଧର୍ମ ଯୁଦ୍ଧ କରିବୁ ନାହିଁ ତା ହେଲେ ତୋତେ ସ୍ବଧର୍ମ ଓ କୀିର୍ ପ୍ରାପ୍ତ ହେବ ନାହିଁ ଏବଂ ତୋତେ ପାପ ଲାଗିବ ।” ଏଠାରେ ସ୍ବଧର୍ମକୁ ଆତ୍ମାର ସ୍ବରୂପ ବୋଲି ବୁଝିବାକୁ ହେବ । ଆତ୍ମା ମୂଳ ସ୍ବରୂପରେ ପବିତ୍ର ଓ ଶାନ୍ତ ଅଟେ । ଆତ୍ମା ଯେତେବେଳେ ପରଧର୍ମ ଅର୍ଥାତ ପ୍ରକୃତି ଜନ୍ୟ କାମ କ୍ରୋଧାଦି ଶାରୀରିକ ଧର୍ମକୁ ଗ୍ରହଣ କରେ ସେତେବେଳେ ତା’ଦ୍ୱାରା ପାପ କର୍ମ ହୁଏ ।
ଉପର୍ଯୁ୍ୟକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ଗୀତାର ମୁଖ୍ୟ ପ୍ରୟୋଜନ ଯୋଗ, ଯୁଦ୍ଧ ନୁହେଁ । ଗୀତାରେ ବ୍ୟବହୃତ ହୋଇଥିବା ‘ଯୁଦ୍ଧ’ ଶବ୍ଦ “ମନୋସଂଗ୍ରାମ”ର ଦ୍ୟୋତକ । କାରଣ ଯୋଗମାର୍ଗରେ ହିଂସା, ଦ୍ୱେଷ, କାମ, କ୍ରୋଧ, ଅହଂକାର ଆଦି ପ୍ରତିବନ୍ଧକ ସୃଷ୍ଟି କରନ୍ତି ଏବଂ ଯୋଗୀକୁ ଏସବୁ ତ୍ୟାଗ କରି ଅହିଂସା ପାଳନ କରିବାକୁ ପଡେ । ଜନ୍ମ ଜନ୍ମାନ୍ତରର ସଂସ୍କାର ହେତୁ ଆତ୍ମାରେ ଏହା ଏତେ ଗଭୀର ଭାବରେ ମୁଦ୍ରିତ ହୋଇ ଥାଏ ଯେ ସେସବୁକୁ ସମ୍ପୂର୍ଣ୍ଣ ବିନାଶ କରିବା ପାଇଁ କଠୋର ମାନସିକ ସଂଘର୍ଷ କରିବାକୁ ପଡେ । ତେଣୁ ଯେଉଁ ଯୁଦ୍ଧ କଥା ଗୀତା କହେ ତାହା ମଳ ରହିତ ଅର୍ଥାତ୍ ମନୋବିକାରରୁ ମୁକ୍ତ ହୋଇ ପବିତ୍ର ହେବା ପାଇଁ । ଏହା ହିଂସା ଆଚରଣ କରି କାହାରିକୁ ଶସ୍ତ୍ର ଦ୍ୱାରା ନିହତ କରିବା ପାଇଁ ପ୍ରେରିତ କରୁ ନାହିଁ । ଗୀତାରେ କାମ,କ୍ରୋଧ ଏବଂ ଲୋଭକୁ ନରକର ଦ୍ୱାର ବୋଲି କୁହାଯାଇଛି । ତେଣୁ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯୁଦ୍ଧ ଦ୍ୱାରା ଯେଉଁ ସ୍ବର୍ଗ ପ୍ରାପ୍ତି କଥା (ଗୀ ୨/୩, ଗୀ ୨/୩୭) କହିଛନ୍ତି ତାହା ହିଂସାତ୍ମକ ଅଥବା କ୍ରୋଧମୂଳକ ହୋଇ ନ ପାରେ । ଏହି ପ୍ରସଙ୍ଗରେ ଯେଉଁଠି କ୍ଷତି୍ରୟ ଶବ୍ଦର ପ୍ରୟୋଗ ହୋଇଛି, ତାହା ମଧ୍ୟ ଜନ୍ମ ଆଧାରିତ କୌଣସି ଜାତି ବାଚକ ନୁହେଁ । ଏଠାରେ କ୍ଷତି୍ରୟ ଶବ୍ଦ ଦ୍ୱାରା ମାୟା ଅଥବା ମନୋବିକାର ସହିତ ଯୁଦ୍ଧ କରୁଥିବା ପୁରୁଷାର୍ଥୀ ଯୋଗୀ ପାଇଁ ବ୍ୟବହାର କରାଯାଇଛି ବୋଲି ଗ୍ରହଣ କରିବା ବିବେକ ସମ୍ମତ ମନେ ହୁଏ ।
ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ
ଯୋଗର ମୁଖ୍ୟ ଉଦ୍ଧେଶ୍ୟ ହେଲା ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିବା । ଭଗବତ୍ ପ୍ରାପ୍ତି ପାଇଁ କର୍ମ ପ୍ରତିବନ୍ଧକ ହୁଏ ନାହିଁ । ଯେଉଁମାନେ ପରମାତ୍ମା ସହିତ ଯୋଗ ଯୁକ୍ତ ହୋଇ ଫଳପ୍ରାପ୍ତି ଆଶା ନ ରଖି କର୍ମ କରନ୍ତି ସେମାନେ ମାନବ ଜୀବନରେ ସମସ୍ତ ସୁଖ ଦୁଃଖକୁ ଅତିକ୍ରମ କରି ପରମ ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି । ପ୍ରାଚୀନ ଶାସ୍ତ୍ର ବଚନର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୁଏ । ସେମାନେ ପରସ୍ପର ବିପରୀତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଏହାଦ୍ୱାରା ମଣିଷର ବୁଦ୍ଧି ବିଭ୍ରାନ୍ତ ହୋଇ ଉଠେ । କିନ୍ତୁ ସେ ଯେତେବେଳେ ଶ୍ରୁତ କିମ୍ବା ଅଶ୍ରୁତ ସମସ୍ତ ଶାସ୍ତ୍ର ପରିତ୍ୟାଗ କରି ପରମାତ୍ମା ସ୍ମୃତିରେ ନିଷ୍କାମ ଭାବରେ କର୍ବ୍ୟ କର୍ମ କରି ·ଲେ ସେତେବେଳେ ସେ ନିଜେ ନଜ ଅନୁଭବରୁ ପ୍ରାପ୍ତ ଉପଲବ୍ଧି ଦ୍ୱାରାହିଁ ସତ୍ୟ ଅସତ୍ୟର ବିଭେଦ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ । ଜ୍ଞାନୀ ପାଇଁ ବେଦର ଆବଶ୍ୟକତା ନାହିଁ । କାରଣ ବେଦ, ଉପନିଷଦ ଶାସ୍ତ୍ରାଦିର ପରସ୍ପର ବିରୋଧି ଶ୍ଳୋକ, ଭାଷାଟୀକା ଦ୍ୱାରା ମଣିଷର ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ ଏବଂ ତଦ୍ୱାରା ତା’ର ପୁରୁଷାର୍ଥ ବାଧାପ୍ରାପ୍ତ ହୁଏ । କିନ୍ତୁ ସେ ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ ସେତେବେଳେ ତାକୁ ସମସ୍ତ ଈଶ୍ୱରୀୟ ବିଭୂତି ପ୍ରାପ୍ତ ହୁଏ ।
ମାୟାବାଦୀ କର୍ମ ସନ୍ୟାସୀଗଣ କର୍ମକୁ ଜନ୍ମ ରୂପକ ବନ୍ଧନର କାରଣ ମନେ କରନ୍ତି । ଏହିପରି ପ୍ର·ରରେ ବିଭ୍ରାନ୍ତ ହୋଇ ବା ଭୟ ହେତୁ ଅନେକ ଘର ସଂସାର ତ୍ୟାଗ କରନ୍ତି । ଏହି ତ୍ୟାଗରେ ଭୟ ପ୍ରଧାନ ଓ ଭକ୍ତି ଗୌଣ ହୋଇଯାଏ । ଭୟ ଏକ ମନୋବିକାର । ଭଗବତ୍ ପ୍ରାପ୍ତି ପାଇଁ ସମସ୍ତ ମନୋବିକାର ତ୍ୟାଗ କରିବା ଆବଶ୍ୟକ । ଏଥିପାଇଁ ସଂସାର ଓ କର୍ମ ବାଧକ ନୁହେଁ । କର୍ମ ଓ କର୍ମଫଳରେ ଆସକ୍ତି ହିଁ ମଣିଷକୁ ବନ୍ଧନରେ ପକାଏ । ଜନ୍ମ ମଧ୍ୟ ବନ୍ଧନ ନୁହେଁ । ମୋହ, ମମତା, ଆସକ୍ତି ଆଦିକୁ ରଜ୍ଜୁ ସହିତ ତୁଳନା କରାଯାଏ । କାରଣ ଏହି ଅଦୃଶ୍ୟ ସୂକ୍ଷ୍ମ ରଜ୍ଜୁରେ ବାନ୍ଧି ହୋଇଥିବା ବ୍ୟକ୍ତି ସହଜରେ ବନ୍ଧନମୁକ୍ତ ହୋଇ ପାରେ ନାହିଁ । ଦେହାଭିମାନୀ ବ୍ୟକ୍ତି ଜୀବନକୁ ବନ୍ଧନ ମନେ କରେ । ଦେହୀ ଅଭିମାନୀ ଜୀବନ୍ମୁକ୍ତ ଅଟେ । ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦି ସହିତ ତାଙ୍କର ଆସକ୍ତି କିମ୍ବା ଦ୍ୱେଷ ଆଦୌ ନ ଥାଏ । ଏପରି ସମବୁଦ୍ଧି ଯୁକ୍ତ ମନୀଷୀମାନଙ୍କୁ ଗୀତାରେ ଭଗବାନ ସ୍ଥିତପ୍ରଜ୍ଞର ଆଖ୍ୟା ଦେଇଛନ୍ତି (ଗୀ-୨/୫୫-୬୧) । ସେମାନେ ଘର ଗୃହସ୍ଥରେ ଥାଇ ଏକ ନ୍ୟାସୀ ସଦୃଶ ସମସ୍ତ କର୍ମ ସମ୍ପାଦନ କରନ୍ତି । ପରମାତ୍ମା ଏପରି ବ୍ୟକ୍ତିମାନଙ୍କୁ ପ୍ରକୃତ ସନ୍ୟାସୀ ବୋଲି କହିଛନ୍ତି । ସେମାନଙ୍କ ଇହ ଜନ୍ମ ପାପ ରହିତ ହୁଏ ଓ ପର ଜନ୍ମ ଦିବ୍ୟ ହୁଏ (ଅନାମୟମ ପଦମ୍) ।
ମୋହ ଏକ ପାଶ ପରି ମନୁଷ୍ୟକୁ ସଂସାର ସହିତ ବାନ୍ଧି ରଖେ । ଏହା ଏକ ପରଳ ସଦୃଶ ତା’ର ଜ୍ଞାନ ଚକ୍ଷୁକୁ ଆବୃ କରେ । ତେଣୁ ମଣିଷ ନିତ୍ୟ-ଅନିତ୍ୟ ଏବଂ ସତ୍ୟ-ଅସତ୍ୟର ଭେଦ ନିର୍ଣ୍ଣୟ କରି ପାରେ ନାହିଁ । ମୋହ ମୋକ୍ଷର ବାଧକ । ମୋହ କ୍ଷୟ ହେଲେ ମୋକ୍ଷ ପ୍ରାପ୍ତି ହୁଏ । ମୋହବଶତଃ ସେ ବେଦୋକ୍ତ ସକାମ କର୍ମ ଜାଲରେ ବାନ୍ଧି ହୁଏ । ମରୁଭୂମିରେ ତୃଷାର୍ ପଥିକ ତୃଷା ନିବାରଣ ପାଇଁ ଜଳ ଭ୍ରମରେ ମରୀଚିକା ପଛରେ ଗୋଡାଇ ପଥ ଭ୍ରଷ୍ଟ ହୁଏ । ସେହିପରି ମୋହାନ୍ଧ ବ୍ୟକ୍ତି ସଂସାରରେ ଅଳୀକ ଭୋଗ-ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ନାନାବିଧ କର୍ମ କରି ଅଧୋଗାମୀ ହୁଏ । ମୋହ ବ୍ୟକ୍ତିକୁ କର୍ବ୍ୟ ବିମୁଖ କରାଏ । ଈଶ୍ୱରୀୟ ମାର୍ଗରେ ·ଲିବା ପାଇଁ ଏହା ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରେ । ପବିତ୍ରତା, ଶୁଦ୍ଧ ଅନ୍ନ ଭୋଜନ, ସତ୍ସଙ୍ଗ ଓ ଦିବ୍ୟଗୁଣ ଧାରଣ-ଏହି ·ରୋଟି ଚକ ବିଶିଷ୍ଟ ପୁରୁଷାର୍ଥ ଯାନ ଆରୋହଣ କଲେ ବ୍ୟକ୍ତି ପରମାତ୍ମାଙ୍କ ପାଖରେ ପହେ । ମୋହ ଏହି ପୁରୁଷାର୍ଥ ଯାନର ଅଗ୍ରଗତିରେ ବାଧା ସୃଷ୍ଟି କରେ । ମୋହ ପଙ୍କରେ ବୁଦ୍ଧି ରୂପୀ ପାଦ ପଡିଲେ ଅଧୋପତନ ସୁନିଶ୍ଚିତ । ମୋହାଭିଭୂତ ବ୍ୟକ୍ତି ରୁଢ଼ିବାଦୀ ହାୁଏ । ଶାସ୍ତ୍ରାଧ୍ୟୟନ ଓ ଶ୍ରବଣ ଦ୍ୱାରା ଲବ୍ଧ ଜ୍ଞାନ ଭିନ୍ନ ସେ ନୂତନ କିଛି ଗ୍ରହଣ କରି ପାରେ ନାହିଁ । ମୋହ ତା’ର ବୁଦ୍ଧିକୁ କ୍ଷୀଣ କରି ଦିଏ । ମୋହ ବଶତଃ ଅର୍ଜୁନ ମଧ୍ୟ କର୍ବ୍ୟ ବିମୁଖ ହୋଇ ପଡିଥିଲେ । ଜ୍ଞାନର ମହାସମୁଦ୍ର ପରମାତ୍ମାଙ୍କ ବଚନକୁ ସେ ବେଦାଦି ଶାସ୍ତ୍ରୀୟ ଜ୍ଞାନ ଦ୍ୱାରା ଖଣ୍ଡନ କରିବାକୁ ମଧ୍ୟ କୁଣ୍ଠିତ ହୋଇ ନ ଥିଲେ । ଯେତେବେଳେ ତାଙ୍କର ମୋହ ଭଙ୍ଗ ହେଲା ସେତେବେଳେ ସେ କହିଲେ ।
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ ପ୍ରସାଦାନ୍ମୟା ଚୁ୍ୟତ ।
ସ୍ଥିତୋସ୍ମି ଗତ ସନ୍ଦେହଃ କରିଷ୍ୟେ ବଚନଂ ତବ ।ା ଗୀ ୧୮/୭୩ ।ା
(ଅର୍ଥ:- ହେ ଅଚୁ୍ୟତ! ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା; ସ୍ମୃତି ଫେରି ପାଇଲି ଏବଂ ସନ୍ଦେହ ରହିତ ହୋଇଗଲି । ବର୍ମାନ ମୁଁ ତୁମର ବଚନ ପାଳନ କରିବାକୁ ପ୍ରସ୍ତୁତ)
ମୋହ ମୁକ୍ତ ହେଲେ ମନୁଷ୍ୟ ଶ୍ରୁତ (ବର୍ମାନ ପର୍ଯ୍ୟନ୍ତ ଶୁଣିଥିବା) ଓ ଶ୍ରୋତବ୍ୟ (ଆଗକୁ ଆହୁରି ଶୁଣିବାକୁ ବାକିଥିବା) ଶାସ୍ତ୍ର ବଚନର ବିଷୟରୁ ବୈରାଗ୍ୟ ପ୍ରାପ୍ତ ହୁଏ । ଅନେକ କଥା ପଢ଼ିଶୁଣି ତା’ର ମନ-ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ । ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ଓ ଋଷିମାନଙ୍କ ବଚନରେ ମତ ଭିନ୍ନତା ଦେଖାଯାଏ । ସାଧାରଣ ମଣିଷ କେଉଁ ବଚନକୁ ପ୍ରମାଣ ସ୍ବରୂପ ଗ୍ରହଣ କରିବ ଜାଣି ପାରେ ନାହିଁ । ତା’ର ବୁଦ୍ଧି ବିଚଳିତ ହୋଇ ପଡେ । ଅସ୍ଥିର ବୁଦ୍ଧି ହେତୁ ସେ ପରମାତ୍ମାଙ୍କ ସହିତ ଯୋଗ ଯୁକ୍ତ ହୋଇ ପାରେ ନାହିଁ । ପରମାତ୍ମାଙ୍କଠାରେ ବୁଦ୍ଧିର ସ୍ଥିରତାକୁ ସମାଧି କୁହାଯାଏ । ବୁଦ୍ଧି ସଂଶୟ ରହିତ ହେଲେ ସ୍ଥିର ହୁଏ । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ପର୍ଯ୍ୟନ୍ତ ବୁଦ୍ଧିରେ ସ୍ଥିରତା ଆସେ ନାହିଁ । ଶଙ୍କରା·ର୍ଯ୍ୟଙ୍କ ମତରେ ଚିର ସମାଧାନ ହେବାହିଁ ସମାଧି । ସମାଧିୟତେ ଚିମ ଅସ୍ମିନ୍ ଇତି ସମାଧିଃ । ଶାସ୍ତ୍ରୀୟ ମତ ଭେଦ ହେତୁ ମନରେ ସଂଶୟ ଉପôନ୍ନ ହୁଏ । ଈଶ୍ୱରୀୟ ଜ୍ଞାନ ଅନୁସରଣ କଲେ ମନ ସଂଶୟ ରହିତ ହୁଏ । ମନ ସଂଶୟ ବା ପ୍ରଶ୍ନ ରହିତ ହେଲେ ପ୍ରସନ୍ନ ଓ ଏକାଗ୍ର ହୋଇ ବୁଦ୍ଧି ପରମାତ୍ମାଙ୍କଠାରେ ଅଚଳ ହୋଇଯାଏ । ସେତେବେଳେ ଯୋଗ ପ୍ରାପ୍ତ ହୁଏ ।
ବିଦ୍ୱାନମାନେ ‘ଯୋଗ’ ପଦର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି । ଶଙ୍କରା·ର୍ଯ୍ୟଙ୍କ ମତରେ ବିବେକରୂପ ବୁଦ୍ଧିକୁ ପ୍ରାପ୍ତ ହେବାହିଁ ଯୋଗ ଅଟେ । ବିବେକ ପ୍ରଜ୍ଞା ସମାଧିଂ ପ୍ରାପ୍ୟସି, ମଧୁସୂଦନ ସ୍ବାମୀଙ୍କ ମତରେ ଜୀବ ଓ ପରମାତ୍ମା ମଧ୍ୟରେ ଏକତ୍ୱ ବୋଧର ନାମ ଯୋଗ । ଯୋଗଂ ଜୀବପର ମାତ୍ମୈକ ଲକ୍ଷଣଂ ତ୍ୱ ମସ୍ୟାଦି ବାକ୍ୟଜନ୍ୟମଖଣ୍ଡ ସାକ୍ଷାତକାଂର ସର୍ବଯୋଗ ଫଳଂ ଅବାପ୍ୟସି । ଜୀବର ଅଳ୍ପଜ୍ଞତା ଓ ପରମାତ୍ମାଙ୍କ ସର୍ବଜ୍ଞତା - ଏହି ଭେଦ ବୁଦ୍ଧି ତ୍ୟାଗ କରି ଜୀବାତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ବୋଲି ଗ୍ରହଣ କରିବାର ନାମ ଯୋଗ । ଏହାହିଁ ଏଠାରେ ମଧୂସୂଦନ ସ୍ବାମୀଜୀଙ୍କ ଭାଷାର ତାପôର୍ଯ୍ୟ । ନିଷ୍ପକ୍ଷ ଅନୁଶୀଳନ କଲେ ଜଣାଯାଏ ଯେ ଶଙ୍କରଙ୍କ ମାୟାବାଦକୁ ଗୀତା ଗ୍ରହଣ କରି ନାହିଁ । ପରମାତ୍ମାଙ୍କ କଥନ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ତାଙ୍କ ମତରେ ଆତ୍ମା ଓ ପରମାତ୍ମା ଉଭୟ ପୃଥକ ଓ ଭିନ୍ନ ସା । ମନ ଓ ବୁଦ୍ଧିକୁ ପରମାତ୍ମାଙ୍କ ସହିତ ଏକାଗ୍ର କରିବାର ନାମ ଯୋଗ । ଅନ୍ୟ ଅର୍ଥରେ ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନକୁ ଯୋଗ କୁହାଯାଏ । ଏହି ପରିପ୍ରେକ୍ଷୀରେ ଯୋଗ ଯୁକ୍ତାତ୍ମା (ଗୀ ୬/୧୯),ଯୋଗ ବିମାଃ (ଗୀ ୧୨/୧), ଯୋଗସଂଜ୍ଞିତଂ (ଗୀ ୬/୨୩); ଯୋଗ ସଂନ୍ୟସ୍ତ କର୍ମଣି (୪/୪୧), ଯୋଗ ସଂସିଦ୍ଧଃ (ଗୀ ୪/୩୮); ଯୋଗ ସଂସିଦ୍ଧିଂ (ଗୀ ୬/୩୭); ଯୋଗ ସେବୟା (ଗୀ ୬/୨ଠ); ଯୋଗସ୍ଥ (ଗୀ ୨/୪୮); ଯୋଗସ୍ୟ (ଗୀ ୬/୪୪); ଯୋଗଂ (ଗୀ ୨/୫୩) ଇତ୍ୟାଦି ଶ୍ଲୋକଗୁଡ଼ିକ ପ୍ରଣିଧାନ ଯୋଗ୍ୟ । ଏଥିରୁ ପ୍ରମାଣିତ ଯେ ଗୀତା ମାୟାବାଦୀମାନଙ୍କର ‘ତ୍ୱମସି’ ବା “ଆତ୍ମା-ପରମାତ୍ମା ଏକ ଓ ଅଭିନ୍ନ” ସିଦ୍ଧାନ୍ତ ଗ୍ରହଣ କରି ନାହିଁ ।
ପରମାତ୍ମାଙ୍କ ସହିତ ମନକୁ ସ୍ଥିର କରି ବୁଦ୍ଧି ଦ୍ୱାରା ତାଙ୍କୁ ନିତ୍ୟ ନିରନ୍ତର ଅନୁଭବ କରିବା ହେଉଛି ଉଚ୍ଚକୋଟୀର ଯୋଗ । କିନ୍ତୁ ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । ପ୍ରଥମ ପର୍ଯ୍ୟାୟ ହେଉଛି ଅଭ୍ୟାସ ଯୋଗ । ଏହି ପର୍ଯ୍ୟାୟରେ ପରମାତ୍ମାଙ୍କୁ ପାଇବାର ତୀବ୍ର ଅଭିଳାଷ ରଖି ଆତ୍ମିକ ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହୁଏ । ଏହି ବିଧି ଅନୁସରଣକାରୀମାନେ ବ୍ରାହ୍ମ ମୁହୂର୍ରୁ ଶଯ୍ୟା ତ୍ୟାଗ କରି ସ୍ନାନ ଶୌ·ଦି ସମାପନ କରିବେ ଓ ସହଜ ଆସନରେ ଉପବେଶନ ପୂର୍ବକ ନିଜକୁ ଦେହଠାରୁ ପୃଥକ୍ ଏକ ଚୈତନ୍ୟ ସା ଆତ୍ମା ବୋଲି ମନେ କରିବେ । କଳ୍ପନା ଦ୍ୱାରା ଆତ୍ମାକୁ ଶରୀରଠାରୁ ପୃଥକ କରି ଚନ୍ଦ୍ର ସୂର୍ଯ୍ୟ ତାରାଗଣଙ୍କଠାରୁ ଉଦ୍ଧ୍ୱର୍ରେ ଥିବା ଅଖଣ୍ଡ ବ୍ରହ୍ମ ମହତ୍ୱରେ ପରିପୂର୍ଣ୍ଣ ପରମଧାମ ନିବାସୀ ପରମାତ୍ମାଙ୍କ ସହିତ ମିଳିତ ହେବା ପାଇଁ ବୁଦ୍ଧିକୁ ଉଦ୍ଧ୍ୱର୍ଗାମୀ କରାଇବେ । ଏହିପରି ଅଭ୍ୟାସ ଇନ୍ଦି୍ରୟମାନଙ୍କୁ ଶୋଧନ କରି ଶାରୀରିକ ଆକର୍ଷଣରୁ ମୁକ୍ତ କରେ । ତେଣୁ ପରମାତ୍ମା କହନ୍ତି, “ଯଦି ତୁ ତୋର ମନ ମୋଠାରେ ସ୍ଥିର ରଖିବାକୁ ସମର୍ଥ ହେଉ ନାହୁଁ ତେବେ “ଅଭ୍ୟାସ ଯୋଗ” ଦ୍ୱାରା ମୋତେ ପ୍ରାପ୍ତ କରିବାର ତୀବ୍ର ଅଭିଳାଷ ପୋଷଣ କର । ଅଥ ଚିଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ । ଅଭ୍ୟାସ ଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।ା ଗୀ ୧୨/୯ ।ା ପରମାତ୍ମାଙ୍କ ସହିତ ଏକାତ୍ମତା ଆସିଗଲା ପରେ ଯୋଗୀକୁ ଅତି ଉମ ଆନନ୍ଦ ପ୍ରାପ୍ତ ହୁଏ । ଯଦି ଯୋଗରୁ ଆନନ୍ଦ ମିଳୁ ନାହିଁ ବୋଲି କେହି କୁହନ୍ତି ତେବେ ତାଙ୍କ ଅଭ୍ୟାସ ବିଧିରେ ନିଶ୍ଚୟ କେଉଁଠି ତ୍ରୁଟି ରହି ଯାଇଛି ବୋଲି ବୁଝିବାକୁ ହେବ । ପ୍ରକୃତ ବିଧି ଅନୁସରଣ ନ କରିବା ପର୍ଯ୍ୟନ୍ତ ଯୋଗରେ ସିଦ୍ଧି ମିଳେ ନାହିଁ । ଯାହାର ମନ ନିଶ୍ଚଳ ଓ ଶାନ୍ତ ନୁହେଁ, ସିଏ ସଂପୂର୍ଣ୍ଣ ପାପ ରହିତ ହୋଇ ନାହିଁ । ଯାହାର ରଜୋଗୁଣ ଶାନ୍ତ ହୋଇ ଯାଇଛି ଏବଂ ଯିଏ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ଯାଇଛି । ସେପରି ଯୋଗୀକୁ ହିଁ ପରମ ଆନନ୍ଦ ମିଳେ । ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖ ମୁମମ୍ । ଉପୈତି ଶାନ୍ତ ରଜସଂ ବ୍ରହ୍ମ ଭୂତମ କଳ୍ମଷମ୍ ।ା ଗୀ ୬/୨୭ ।ା
ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା - ""ରାଜଯୋଗ''
ମାନବାତ୍ମା ନିଜ ନିଜ ପ୍ରକୃତି ଅନୁସାରେ ପରମାତ୍ମା ପ୍ରାପ୍ତି ପଥ ବାଛି ନିଏ । ପରମାତ୍ମାଙ୍କୁ ଯିଏ ଯେପରି ଭାବରେ ବୁଝି ପାରିଛି ସିଏ ସେପରି ଭାବରେ ତାଙ୍କୁ ପାଏ । ପରମାତ୍ମାଙ୍କ ଦିବ୍ୟ କର୍ମକୁ ଯିଏ ବୁଝିପାରେ ସେ ସେହି ପଥରେ ପରିଚାଳିତ ହୁଏ । ପରମାତ୍ମା ମଧ୍ୟ ତାକୁ ସେହି ଭାବରେ ବା‚ିତ ଫଳ ପ୍ରଦାନ କରନ୍ତି । ଅଧିକାଂଶ ଲୋକ ସେମାନଙ୍କ ମଧ୍ୟରେ ଭାଗବତ ପ୍ରକୃତିର ବିକାଶ ଚାହାନ୍ତି ନାହିଁ । ଅପର ପକ୍ଷରେ ସେମାନେ ସାଂସାରିକ କର୍ମର ସଫଳତା ପାଇଁ ଦେବତାମାନଙ୍କ ଉପାସନା କରନ୍ତି । ଏହିପରି ଜ୍ଞାନଶୂନ୍ୟ ସକାମ କର୍ମର ସଫଳତା ଶୀଘ୍ର ପ୍ରାପ୍ତ ହୁଏ । କିନ୍ତୁ ଜ୍ଞାନର ସହିତ ପରମାତ୍ମାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହୋଇ ନିଜ ମଧ୍ୟରେ ଦିବ୍ୟଗୁଣ ବିକାଶ କରିବା କଷ୍ଟକର ବ୍ୟାପାର । ଏହାଦ୍ୱାରା ଉଚ୍ଚତର ପ୍ରାରବ୍ଧ ପ୍ରାପ୍ତି ହୁଏ ।
ମାନବ ସହଜରେ ଦିବ୍ୟ କର୍ମର ନୀତି ଗ୍ରହଣ କରିପାରେ ନାହିଁ । ସେଥିପାଇଁ ପରମାତ୍ମା ଗୁଣ ଅନୁସାରେ କର୍ମର ବିଭାଗ କରିଛନ୍ତିି । ନିଜ ନିଜ ପ୍ରକୃତି ଅନୁସାରେ କର୍ମ କରିବା ସମସ୍ତଙ୍କ ପକ୍ଷରେ ସହଜ ସାଧ୍ୟ । ଏହିପରି କର୍ମ କରି ମାନବ ନିଜ ମଧ୍ୟରେ ଆଧ୍ୟାତ୍ମିକ ବିକାଶ କରି ପାରିବ । ବର୍ମାନ ଯେଉଁ ଜାତିଭେଦ ସମାଜରେ ପ୍ରଚଳିତ ତାହା ଜନ୍ମ ଅନୁସାରେ କର୍ମର ବ୍ୟବସ୍ଥା ହେତୁ; ଗୁଣ ଅନୁସାରେ ନୁହେଁ । ତେଣୁ ଏହା ଈଶ୍ୱରୀୟ ବିଧାନର ପରିପନ୍ଥୀ । ପରମାତ୍ମା ମାନବ ଶରୀର ଆଧାରରେ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି; କିନ୍ତୁ ସେ ପ୍ରକୃତି ଦ୍ୱାରା ବଶୀଭୂତ ହୁଅନ୍ତି ନାହିଁ । ତାଙ୍କ ଇଚ୍ଛା ଅନୁସାରେ ପ୍ରକୃତି ସମସ୍ତ କର୍ମ ସମ୍ପାଦନ କରେ; କିନ୍ତୁ ସେ କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ । ତାଙ୍କ ଦ୍ୱାରା ଚର୍ତୁବର୍ଣ୍ଣ ସୃଷ୍ଟି ହୋଇଥିଲେ ମଧ୍ୟ ସେ ସେଥିରେ ଆବଦ୍ଧ ହୁଅନ୍ତି ନାହିଁ । ସକଳ କର୍ମର କର୍ା ହୋଇ ମଧ୍ୟ ସେ ଅକର୍ା ।
ପରମାତ୍ମାଙ୍କୁ ଜାଣିବା ମାନବ ପକ୍ଷରେ ପରମ କଲ୍ୟାଣ କାରକ । କିନ୍ତୁ ତାଙ୍କୁ କେବଳ ତାଙ୍କ ସ୍ୱରୂପରେ ଜାଣିବା ଯଥେଷ୍ଟ ନୁହେଁ । ଭୂପୃଷ୍ଠରେ ତାଙ୍କ ଦିବ୍ୟ ଅବତରଣ ଓ ଦିବ୍ୟକର୍ମର ମର୍ମ ଜାଣିବା ଏକାନ୍ତ ଆବଶ୍ୟକ । କାରଣ ଈଶ୍ୱରୀୟ ଅବତରଣର ପ୍ରତ୍ୟକ୍ଷତା ବିନା କର୍ମରେ ଦିବ୍ୟତା ଆସିବ ନାହିଁ । ପରମାତ୍ମା ଶରୀର ଧାରଣ କରି ଜନ୍ମ ହେଉ ନଥିବାରୁ ସେ ଯେଉଁ ଶରୀର ଆଧାରରେ ଅବତରଣ କରନ୍ତି ଓ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି ସେଥିରେ ତାଙ୍କର କୌଣସି ଆସକ୍ତି ନଥାଏ । ଏହିପରି ଯିଏ ତାଙ୍କୁ ଜାଣିପାରେ ସେ ମଧ୍ୟ କର୍ମରେ ବାନ୍ଧି ହୁଏ ନାହିଁ ।
ପ୍ରାଚୀନ କାଳରେ କର୍ମଯୋଗୀମାନେ ପରମାତ୍ମାଙ୍କ ଏହି ଦିବ୍ୟ ଅବତରଣ ଓ ଦିବ୍ୟକର୍ମର ରହସ୍ୟ ଜାଣିଥିଲେ । ସୁତରାଂ ସେମାନେ ସେହି ଅନୁରୂପ କର୍ମରେ ପ୍ରବୃ ହୋଇଥିଲେ । ସେମାନେ କର୍ମ ତ୍ୟାଗ କରି ସନ୍ନ୍ୟାସୀମାନଙ୍କ ପରି ବଣ ଜଙ୍ଗଲକୁ ପଳାୟନ କରି ନ ଥିଲେ । ସେମାନେ ଜାଣିଥିଲେ ଯେ କର୍ମ ସନ୍ନ୍ୟାସ ଦ୍ୱାରା ଈଶ୍ୱର ପ୍ରାପ୍ତି ସହଜ ସୁଲଭ ନୁହେଁ । ତେଣୁ ଶରୀରର ବନ୍ଧନରୁ ମୁକ୍ତ ହୋଇ ଅନାସକ୍ତ ଭାବରେ କର୍ମ କରି ସେମାନେ ମୁକ୍ତି ଓ ଜୀବନମୁକ୍ତି ପାଇଥିଲେ । ଏହିପରି କର୍ମ ଆଚରଣ କରିବା ପାଇଁ ପରମାତ୍ମା ଅର୍ଜୁନଙ୍କ ମାଧ୍ୟମରେ ମାନବାତ୍ମାମାନଙ୍କୁ ଉପଦେଶ ଦେଉଛନ୍ତି ।
ସଂସାରରେ ପରମାତ୍ମାଙ୍କ ଅବତରଣ ସମୟରେ କର୍ମ ସମ୍ବନ୍ଧରେ ଦେଶ, କାଳ, ପାତ୍ର ଅନୁସାରେ ବିଭିନ୍ନ ପ୍ରକାର ମତ ଓ ଆଦର୍ଶ ପ୍ରଚଳିତ ହେଉଥାଏ । ସେଥିରେ କୌଣସି ସ୍ଥାୟୀ ନୀତି ନିୟମ ନଥାଏ । ଲୋକେ ଗତାନୁଗତିକ ଭାବେ ଏହି ଆଦର୍ଶକୁ ଅନ୍ଧଭାବରେ ଅନୁସରଣ କରନ୍ତି । ଏହାଦ୍ୱାରା ସମାଜରେ ବିଭ୍ରାଟଜନକ ପରିସ୍ଥିତି ସୃଷ୍ଟି ହୁଏ । ଏହା ଚିନ୍ତାଶୀଳ ବ୍ୟକ୍ତିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ । ସେମାନେ କର୍ମକୁ ବନ୍ଧନର କାରଣ ବୋଲି ଭ୍ରାନ୍ତ ଧାରଣା ପୋଷଣ କରନ୍ତି । ଏହି ଭ୍ରାନ୍ତ ଧାରଣା ହିଁ କର୍ମ ସନ୍ନ୍ୟାସ ବା ନିଷ୍କ୍ରିୟତାର ଜନ୍ମଦାତା । କିନ୍ତୁ ପ୍ରକୃତ ପକ୍ଷରେ ଏହା ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତିର ମାର୍ଗ ନୁହେଁ । କର୍ମ ଓ ଅକର୍ମ କ'ଣ – ଏହା ମାନବ ସମାଜକୁ ବୁଝାଇବା ପାଇଁ ପରମାତ୍ମାଙ୍କୁ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡ଼େ ।
ଯିଏ ସାମାଜିକ, ନୈତିକ, ମାନସିକ ଆଦର୍ଶ ଓ ବିଧି ନିଷେଧ ଦ୍ୱାରା କର୍ମର ବିଚାର କରେ ସେ କେବଳ ବାହି୍ୟକ ଓ ଅବାନ୍ତର ବିଚାର କରେ । କର୍ମର ନିଗୂଢ଼ ତ୍ୱର ସନ୍ଧାନ ସେ ପାଏ ନାହିଁ । ସେଥିପାଇଁ ପ୍ରତି ପଦକ୍ଷେପରେ ତା'ର ଭୁଲ ଭ୍ରାନ୍ତି ହୁଏ । ଗୀତା କର୍ମର ଭଲ ଓ ମନ୍ଦର କୌଣସି ବାହି୍ୟକ ଲକ୍ଷଣ କହି ନାହିଁ । ଏହା କର୍ମ ପଛରେ ଥିବା ମାନସିକ ଓ ଆଧ୍ୟାତ୍ମିକ ଭାବ ଉପରେ ଗୁରୁତ୍ୱ ଦେଇଛି ।
ମନୁଷ୍ୟ କର୍ମ ପରିତ୍ୟାଗ କରି ଯେତେ ନିଶ୍ଚଳ ହୋଇ ରହିଲେ ମଧ୍ୟ ଅବିରାମ ପ୍ରକୃତିର କର୍ମ ଚାଲୁଥାଏ । ତେଣୁ କର୍ମ ପରିତ୍ୟାଗ କରିବା ଅପେକ୍ଷା ଦେହ ଅଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ନିରନ୍ତର ରହି ଈଶ୍ୱର ଇଚ୍ଛା ଅନୁସାରେ କର୍ମ କଲେ ତାହା ବନ୍ଧନର କାରଣ ହୁଏ ନାହିଁ । ""ମୋର ସମସ୍ତ କର୍ମର ଅଧୀଶ୍ୱର ପରମାତ୍ମା; ମୁଁ କେବଳ ନିମି ମାତ୍ର''– ଏହି ସ୍ମୃତିରେ ରହି ପରମାର୍ଥ ପାଇଁ କର୍ମ କରିବା ହିଁ ଦିବ୍ୟ କର୍ମର ଲକ୍ଷଣ ।
(ଗୀ ୪/୧୧-୧୮)
ରାଜଯୋଗୀର ଆଚରଣ
ସାଧାରଣ ଲୋକଙ୍କ ପରି ଯୋଗୀ ବ୍ୟକ୍ତି ମଧ୍ୟ ସମସ୍ତ କର୍ମ କରନ୍ତି; ମାତ୍ର ତାଙ୍କର କର୍ମ ଆସକ୍ତି ରହିତ ହୋଇଥାଏ । ଯୋଗୀ ଆତ୍ମାର କର୍ୃତ୍ୱାଭିମାନ ନ ଥିବାରୁ ସେ କାମନା ବାସନାରୁ ମୁକ୍ତ ରହନ୍ତି । ତେଣୁ ତାଙ୍କର ସମସ୍ତ କର୍ମ ଉମ ରୂପେ ସମ୍ପାଦିତ ହୁଏ । ଯୋଗୀ ବ୍ୟକ୍ତିର ମନ ବାସନାଶୂନ୍ୟ ହୋଇଥିବାରୁ ଶାନ୍ତ, ସ୍ଥିର ଏବଂ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର ରହେ । ତେଣୁ କାମୀ ବ୍ୟକ୍ତି ଅପେକ୍ଷା ଯୋଗୀର କର୍ମ ସର୍ବାଙ୍ଗ ସୁନ୍ଦର ଓ ସହଜସାଧ୍ୟ ମନେ ହୁଏ । ଯୋଗୀର ନିଜ ପାଇଁ କିଛି କରିବାର ନ ଥିବାରୁ ଓ ସେ ଈଶ୍ୱରୀୟ ଇଚ୍ଛା ଅନୁରୂପ କର୍ମ କରୁଥିବାରୁ ତା'ର କର୍ମରେ କୁଶଳତା ଆସିଥାଏ । ଯୋଗଃ କର୍ମସୁ କୌଶଳମ୍ । ସେ କାହାରି ଉପରେ ନିର୍ଭରଶୀଳ ହୁୁଅନ୍ତି ନାହିଁ ତଥା ନିମି ଭାବରେ କର୍ମ କରି ଚାଲନ୍ତି । ସେ ଭାବନ୍ତି ନାହିଁ ଯେ ଏ କାମଟି ମୁଁ କରୁଛି । ତାଙ୍କର କର୍ୃତ୍ୱାଭିମାନ ନ ଥିବାରୁ ଈଶ୍ୱରୀୟ ଶକ୍ତି ବଳରେ ତାଙ୍କ ଦ୍ୱାରା ପ୍ରତ୍ୟେକ କର୍ମ ସମ୍ପାଦିତ ହେଉଛି ବୋଲି ସେ ମନେ କରନ୍ତି ଯୋଗୀ ବ୍ୟକ୍ତିର କୌଣସି ଆଶା ଆକାଙ୍କ୍ଷା ନ ଥାଏ । ସତ୍ ଉପାୟରେ ଯାହା ଅର୍ଜନ କରନ୍ତି ସେଥିରେ ସେ ସନ୍ତୁଷ୍ଟ ରହନ୍ତି । ତାଙ୍କ ପାଖରେ ଯାହା ଧନ ସମ୍ପି ଥାଏ ତାକୁ ମଧ୍ୟ ନିଜର ଭାବନ୍ତି ନାହିଁ । ସେ ନିଜର ବ୍ୟକ୍ତିଗତ ସୁଖ ସୁବିଧା ପାଇଁ କାହାରିଠାରୁ କୌଣସି ଧନ ସମ୍ପି ଗ୍ରହଣ କରନ୍ତି ନାହିଁ । ମାନସିକ ସ୍ତରରେ ସେ ସମ୍ପୂର୍ଣ୍ଣ ସଂଯମଶୀଳ । କୌଣସି ବାହ୍ୟ ବ୍ୟକ୍ତି ବା ବସ୍ତୁର ସ୍ପର୍ଶ ତାଙ୍କ ମନରେ ବିକ୍ଷୋଭ ସୃଷ୍ଟି କରିପାରେ ନାହିଁ । ସମସ୍ତ ପାପର ମୂଳ ମାନସିକ ବିକ୍ଷେପରୁ ସେ ମୁକ୍ତ ଥାଆନ୍ତି । ଏହିପରି ବ୍ୟକ୍ତିହିଁ ନିମି ଭାବରେ ଈଶ୍ୱରୀୟ ଇଚ୍ଛା ଅନୁରୂପ ଯନ୍ତ୍ରବତ କର୍ମ କରିବାକୁ ସମର୍ଥ । ତାଙ୍କ ଦ୍ୱାରା ସମ୍ପାଦିତ ସମସ୍ତ କର୍ମ ବନ୍ଧନମୁକ୍ତ ଓ ପାପ ରହିତ ।
ସକାମ ବ୍ୟକ୍ତି କର୍ମର ଶୁଭାଶୁଭ ପରିଣାମ ଦ୍ୱାରା ପ୍ରଭାବିତ ହୁଅନ୍ତି । କିନ୍ତୁ ନିଷ୍କାମ କର୍ମଯୋଗୀ ପାଇଁ ଶୁଭାଶୁଭର କୌଣସି ପ୍ରଭେଦ ନ ଥାଏ । କାରଣ ତା'ର ପ୍ରତ୍ୟେକ କର୍ମ ଈଶ୍ୱରେଚ୍ଛା ଅନୁସାରେ ହେଉଥିବାରୁ ତା'ର ପରିଣାମ ପ୍ରତି ସେ ନିଶ୍ଚିନ୍ତ ଥାଆନ୍ତି । ବ୍ୟକ୍ତିଗତ ଭାବରେ ତାଙ୍କର କାହା ପ୍ରତି ଦ୍ୱେଷ ବା ଶତ୍ରୁତା ନ ଥାଏ । ନିନ୍ଦା, ସ୍ତୁତି, ମାନ ଅପମାନରେ ସେ ସମଭାବାପନ୍ନ ହୁଅନ୍ତି । ତାଙ୍କ ଦ୍ୱାରା ପରମାତ୍ମା କେଉଁ କର୍ମ କରାଇବାକୁ ଚାହୁଛନ୍ତି ସେଥିପ୍ରତି ସେ ସତର୍କ ଥାନ୍ତି ଓ ଫଳାଫଳ ଈଶ୍ୱରାର୍ପିତ କରି ସେ ନିଜକୁ କର୍ମରେ ବ୍ୟସ୍ତ ରଖନ୍ତି । ଯୋଗୀ ସତତ ଆତ୍ମିକ ସ୍ମୃତିରେ ରହୁଥିବାରୁ ସର୍ବଦା ସେ ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ମଧ୍ୟରେ ଅବସ୍ଥାନ କରନ୍ତି । ଆତ୍ମା ମୂଳତଃ ଶାନ୍ତ ଓ ଆନନ୍ଦ ସ୍ୱରୂପ । ତେଣୁ ଯୋଗୀ କୌଣସି ବାହ୍ୟ ବସ୍ତୁରେ ଆନନ୍ଦ ଓ ଶାନ୍ତି ଖୋଜେ ନାହିଁ । କାରଣ ଏହା ତାଙ୍କର ସ୍ୱତଃସିଦ୍ଧ ସ୍ୱରୂପ ଅଟେ । ଯେତେବେଳେ ବ୍ୟକ୍ତି ଦେହାଭିମାନରୁ ମୁକ୍ତ ଓ ଆସକ୍ତି ଶୂନ୍ୟ ହୋଇଯାଏ ସେତେବେଳେ ତା'ର ଆତ୍ମଜ୍ଞାନ ସୁପ୍ରତିଷ୍ଠିତ ହୁଏ । ଏହିପରି ବ୍ୟକ୍ତି ଅହଙ୍କାର ଶୂନ୍ୟ ହୋଇ ତାଙ୍କର ସମସ୍ତ କର୍ମକୁ ଯଜ୍ଞ ରୂପରେ ସମ୍ପାଦନ କରି ପାରନ୍ତି । ତାଙ୍କର ପ୍ରତ୍ୟେକ କର୍ମ ଈଶ୍ୱରୀୟ ମର୍ଯ୍ୟାଦା ସମ୍ପନ୍ନ ହୁଏ । ସେ ସମସ୍ତ ଈଶ୍ୱରୀୟ ସମ୍ପି ଓ ଶକ୍ତିର ଅଧିକାରୀ ହୁଅନ୍ତି ଏବଂ ପରମାତ୍ମାଙ୍କ ଇଚ୍ଛା ଅନୁରୂପ ସମସ୍ତ କାର୍ଯ୍ୟ ନିମି ଭାବରେ ସମ୍ପାଦନ କରନ୍ତି । ତରଙ୍ଗ ଯେପରି ସମୁଦ୍ରର ଗଭୀରତମ ପ୍ରଦେଶକୁ ସ୍ପର୍ଶ କରି ପାରେ ନାହିଁ ଠିକ ସେହିପରି ଯୋଗୀ ଈଶ୍ୱରୀୟ ସ୍ମୃତିରେ ଅନନ୍ତ ଗଭୀରତା ମଧ୍ୟରେ ନିମଗ୍ନ ରହୁଥିବାରୁ କର୍ମର କୌଣସି ପ୍ରତିକ୍ରିୟା ତାଙ୍କୁ ହଲଚଲ କରି ନ ପାରି ତାଙ୍କ ମଧ୍ୟରେ ବିଲୀନ ହୋଇଯାଏ ।
(ଗୀ ୪-୧୯-୨୩)
ରାଜଯୋଗୀର ବିଶେଷତା
ସର୍ବାତ୍ମାଙ୍କ ପିତା ପରାମାତ୍ମାଙ୍କ ସହିିତ ଯେଉଁ ବ୍ୟକ୍ତି ଯୋଗଯୁକ୍ତ ହୋଇ ଯାଆନ୍ତି, ପରୋକ୍ଷ ଭାବରେ ସେ ସର୍ବ ଭୂତରେ ଏକାତ୍ମତା ଲାଭ କରନ୍ତି । କାରଣ ପରମାତ୍ମା ଜ୍ଞାନ ଓ ଗୁଣର ସାଗର ହୋଇଥିବାରୁ ତାଙ୍କ ସହିତ ଯୁକ୍ତ ଯୋଗୀ କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । କର୍ମ କରି ମଧ୍ୟ ସେ ଅଲିପ୍ତ ରହନ୍ତି । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ସେ ସକଳ ବନ୍ଧନରୁ ମୁକ୍ତ ହୁଅନ୍ତି । ତାଙ୍କର ସେହି ମୁକ୍ତି କର୍ମର ପ୍ରତିବନ୍ଧକ ହୁଏ ନାହିଁ । ତାଙ୍କୁ କୌଣସି କର୍ମ, ବନ୍ଧନ କରିପାରେ ନାହିଁ । ସେ ଶରୀର ସହିତ ସମ୍ବନ୍ଧ ବିଚ୍ଛେଦ କରି ଆତ୍ମିକ ସ୍ୱରୂପରେ ସକଳ କର୍ମ କରନ୍ତି । ସେ ଶରୀର ମଧ୍ୟରେ ବିରାଜିତ ଏକ ପୃଥକ ସା ରୂପେ ନିଜକୁ ଅନୁଭବ କରନ୍ତି । ତାଙ୍କରି ନିର୍ଦ୍ଧେଶ ମତେ ଶରୀରସ୍ଥ ଇନ୍ଦ୍ରିୟ ସକଳ ଭୃତ୍ୟ ରୂପରେ ବିଭିନ୍ନ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରନ୍ତି । ସେହି କର୍ମରେ କେବଳ ତାଙ୍କର ସମ୍ମତି ଅଛି; କିନ୍ତୁ ସେଥିରେ ସେ ଆସକ୍ତ ନୁହନ୍ତି ।
ଅଜ୍ଞାନତା ଦ୍ୱାରା ଅହଙ୍କାର ଜାତ ହୁଏ । ଅହଙ୍କାର ଯୁକ୍ତ କର୍ମ ଅାସକ୍ତି ଓ ବାସନାକୁ ଜନ୍ମ ଦିଏ । ଏହାର ପରିଣାମ ସ୍ୱରୂପ ପାପର ଉଦ୍ଭବ ହୁଏ । ଜ୍ଞାନଯୁକ୍ତ କର୍ମରେ ଅହଙ୍କାର ବା ଦେହ ଅଭିମାନ ଅଭାବରୁ ଆସକ୍ତି ନ ଥାଏ । ତେଣୁ ଏହା ପାପର କାରଣ ହୁଏ ନାହିଁ । ଫଳାସକ୍ତି ନ ରଖି କର୍ମ କଲେ ମନ, ବୁଦ୍ଧି ଓ ସଂସ୍କାର ଶୁଦ୍ଧି ହୁଏ ତଥା କର୍ମେନ୍ଦ୍ରିୟଗୁଡିକର ବିକାଶ ହୁଏ । ଏହା ଦ୍ୱାରା ଆତ୍ମା ଦିବ୍ୟଗୁଣ ଧାରଣ କରିବାକୁ ସକ୍ଷମ ହୁଏ । ଏହାହିଁ କର୍ମ ଯୋଗର ସାର୍ଥକତା ।
ପରମାତ୍ମା ଶାନ୍ତିର ସାଗର । ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ସହିତ ଯୁକ୍ତ ନୁହେଁ ସେ ଫଳ ଲାଭ ଆଶାରେ କର୍ମ କରେ ଏବଂ ବାସନା ଜାଲରେ ବାନ୍ଧି ହୋଇ ଅଶେଷ ଅଶାନ୍ତି ଭୋଗ କରୁଥାଏ । ଯୋଗୀ ଆତ୍ମା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପରମ ଶାନ୍ତି ଲାଭ କରେ । ସେ ପ୍ରକୃତିକୁ ସମ୍ପୂର୍ଣ୍ଣଭାବେ ବଶୀଭୂତ କରି ଏହି ଦେହରେ ହିଁ ପରମ ଆନନ୍ଦରେ ବାସ କରେ । ସେ ମାନସିକ ସ୍ତରରେ ସମସ୍ତ କର୍ମ ପ୍ରତି ଆସକ୍ତି ତ୍ୟାଗ କରେ ଓ କର୍ମରେ ପ୍ରବୃ ରହି ମଧ୍ୟ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ହୋଇପାରେ । (ଗୀ ୫/୭-୧୩)
ରାଜଯୋଗୀର ସ୍ୱଭାବ ଓ ଲକ୍ଷଣ
ଜ୍ଞାନୀ ପାଖରେ ଭେଦ ବୁଦ୍ଧି ନ ଥାଏ । ସେ ପ୍ରତ୍ୟେକ ଭୂତ ପ୍ରାଣୀଙ୍କୁ ଶାରୀରିକ ରୂପରେ ନ ଦେଖି ଆତ୍ମା ରୂପରେ ଦେଖେ । ପ୍ରତ୍ୟେକ ଆତ୍ମା, ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ସେ ସମସ୍ତଙ୍କୁ ଭ୍ରାତୃବତ୍ ବିଚାର କରି ସେମାନଙ୍କ ପ୍ରତି ସମମଭାବାପନ୍ନ ହୁଏ । ଦେହ ଅଭିମାନ ବା ଅଜ୍ଞାନତା କାରଣରୁ ବାସନା ବା ତଦ୍ଜନିତ କ୍ରିୟା ପ୍ରତିକ୍ରିୟା ସୃଷ୍ଟି ହୁଏ । ଜ୍ଞାନ ବ୍ୟକ୍ତିକୁ ଦେହୀ ଅଭିମାନୀ କରାଏ । ତେଣୁ ସେ ଦେହଜ ସମସ୍ତ ପ୍ରକୃତିର ଉଦ୍ଧ୍ୱର୍କୁ ଉଠି ଦେହାତୀତ ଆତ୍ମିକ ସାରେ ସଦା ସର୍ବଦା ସ୍ଥିତ ରହେ । ଏହିପରି ଅବସ୍ଥାରେ ସର୍ବଦା ଅବସ୍ଥାନ କରୁଥିବା ବ୍ୟକ୍ତିର କର୍ମ ତ୍ରୁଟି ଶୂନ୍ୟ ହୁଏ । ସର୍ବଭୂତରେ ସେ ନିଜ ପରି କେବଳ ଆତ୍ମ ସାର ଅନୁଭବ କରୁଥିବାରୁ ତା ମଧ୍ୟରେ ଅହଙ୍କାର ଆସେ ନାହିଁ । ତେଣୁ ପାପ ମଧ୍ୟ ହୁଏ ନାହିଁ । ଏହିପରି ଭାବରେ ସେ ସଂସାରକୁ ଜୟ କରି ଶେଷ ପର୍ଯ୍ୟନ୍ତ ବୁଦ୍ଧିକୁ ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କ ସହିତ ସ୍ଥିର ରଖିପାରେ ।
ଯେଉଁଠି ଜ୍ଞାନ ଥାଏ ସେଇଠି ସମତା ନିଶ୍ଚୟ ଥାଏ । ପ୍ରକୃତ ଜ୍ଞାନର ଅଭାବରେ ବ୍ୟକ୍ତି, ସୁଖ-ଦୁଃଖ, ଶୁଭ ଅଶୁଭ, ଲାଭକ୍ଷତି ପ୍ରଭୃତି ଦ୍ୱନ୍ଦ୍ୱରେ ବିଚଳିତ ହୋଇପଡେ । ଜ୍ଞାନ ଦ୍ୱାରା ଅହଙ୍କାର ବା ଦେହ ଅଭିମାନ ଦୂର ହେଲେ ବ୍ୟକ୍ତି ତା'ର ମୂଳ ସ୍ୱରୂପ ଆତ୍ମାରେ ବୁଦ୍ଧିକୁ ନିଶ୍ଚୟ କରେ । ଆତ୍ମା ନିଶ୍ଚୟ ବୁଦ୍ଧି ପରମାତ୍ମା ମିଳନର ପରମ ଆନନ୍ଦରେ ମଗ୍ନ ରହେ । ଏହିପରି ସ୍ଥିତିରେ ସଂସାରର କୌଣସି ପ୍ରିୟ ବା ଅପ୍ରିୟ ଭେଦ ତା' ପାଖରେ ରହେ ନାହିଁ । କାମକ୍ରୋଧାଦି ବିକାର ସମୂହରୁ ମୁକ୍ତ ହୋଇ ନ ପାରିଲେ ପ୍ର୍ରକୃତ ସୁଖ ପ୍ରାପ୍ତି ସମ୍ଭବ ନୁହେଁ । ଅନାସକ୍ତ ଭାବହିଁ ଏହି ବିକାର ସମୂହ ଉପରେ ବିଜୟ ପ୍ରାପ୍ତିର ପଥ ପ୍ରଶସ୍ତ କରେ । ଏ ଜଗତ କ୍ଷଣଭଙ୍ଗୁର । ମଣିଷର ଅଦମ୍ୟ ବିଷୟ ବାସନା ସାଂସାରିକ ଭୋଗ୍ୟ ବସ୍ତୁ ଦ୍ୱାରା ପରିତୃପ୍ତ ହୋଇପାରେ ନାହିଁ । ତେଣୁ ଜ୍ଞାନୀ ଲୋକେ ଏହି ବାହ୍ୟ ବିଷୟ ବସ୍ତୁର ଆକର୍ଷଣରୁ ନିଜକୁ ଦୂରେଇ ରଖନ୍ତି । ସେମାନେ ଅନାସକ୍ତ ଭାବେ କର୍ବ୍ୟ ଭାବନାରେ କେବଳ କର୍ମ କରିଯାନ୍ତି ।
କୌଣସି ଭୋଗ୍ୟ ପଦାର୍ଥରୁ କାମ କ୍ରୋଧର ଉପôି ହୁଏ ନାହିଁ । ଏହି ଭୋଗ୍ୟ ପଦାର୍ଥ ସମୂହକୁ ଜନ୍ମଜନ୍ମାନ୍ତର ଧରି ଭୋଗ କରିଆସୁଥିବା ହେତୁ ଆତ୍ମାରେ ଯେଉଁ ସଂସ୍କାର ମୁଦ୍ରିତ ହୋଇ ଯାଇଥାଏ ତାହାହିଁ ଏ ଜନ୍ମରେ ସେଗୁଡ଼ିକ ଦର୍ଶନ ମାତ୍ରେ ସେଥିପ୍ରତି ତା' ମନରେ ଆସକ୍ତି ଉପôନ୍ନ କରାଏ । ତେଣୁ ଯେତେ ପ୍ରଯନô କଲେ ମଧ୍ୟ ମାନବାତ୍ମା କାମକ୍ରୋଧାଦି ବେଗକୁ ସମ୍ପୂର୍ଣ୍ଣ ବନ୍ଦ କରି ପାରିବ ନାହିଁ । ଏହା ଆସିବ ହିଁ ଆସିବ, କିନ୍ତୁ ଜ୍ଞାନ ଦ୍ୱାରା ଏହି ବେଗକୁ ସହ୍ୟ କରିବାକୁ ପଡ଼ିବ । ଦୃଢ଼ ସଂକଳ୍ପ ଶକ୍ତି ଦ୍ୱାରା ଏହି ବିକାର ସମୂହର ବେଗରେ ଈଶ୍ୱରୀୟ ମାର୍ଗରୁ ପତିତ ନ ହେବା ହେଉଛି ପ୍ରକୃତ ଯୋଗୀର ଲକ୍ଷଣ । ପରମାତ୍ମାଙ୍କ ଅବତରଣ କଳ୍ପର ଅନ୍ତିମ ସମୟରେ ହେଉଥିବାରୁ ଏହା ପ୍ରତ୍ୟେକ ଆତ୍ମାର ଅନ୍ତିମ ଜନ୍ମ । ତେଣୁ ଏହି ଜନ୍ମରେ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଅନ୍ୟଥା ଏହିପରି ସୁଯୋଗ ଆଉ କେବେ ପ୍ରାପ୍ତ ହେବ ନାହିଁ ।
ନିର୍ବାଣ ଅର୍ଥାତ ବାଣୀ ଜଗତରୁ ସମସ୍ତ ସମ୍ପର୍କ ଛିନ୍ନ କରି ଆତ୍ମାର ମୂଳ ନିବାସ ସ୍ଥଳୀ ନିର୍ବାଣ ଧାମରେ ସତତ ମନ ବୁଦ୍ଧିକୁ ସ୍ଥିର ରଖିବା । ଏହା ପ ତ୍ୱରେ ନିର୍ମିିତ ସ୍ଥୂଳ ଜଗତଠାରୁ ଏକ ଉଚ୍ଚତର ସ୍ଥାନ । ଏହା ବ୍ରହ୍ମ ମହତ୍ୱରେ ନିର୍ମିତ । ଏଠାରେ ପରମାତ୍ମାଙ୍କ ସହିତ ଆତ୍ମା ତା'ର ମୂଳ ସ୍ୱରୂପରେ (ପବିତ୍ରତା, ଜ୍ଞାନ, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଓ ଶକ୍ତି) ଅବସ୍ଥାନ କରେ । ଆତ୍ମିକ ସ୍ୱରୂପରେ ଯୋଗୀ ଏଠାରେ ପରମାତ୍ମାଙ୍କ ସହିତ ମିଳିତ ହୁଏ ଓ ତାଙ୍କଠାରୁ ଶକ୍ତି ଆହରଣ କରେ । ସେ ସ୍ଥୂଳ ଜଗତରେ ଶରୀର ଦ୍ୱାରା ବିଭିନ୍ନ କର୍ମ ନିର୍ବାହ କରୁଥିଲେ ମଧ୍ୟ ମାନସିକ ବା ବୌଦ୍ଧିକ ସ୍ତରରେ ବିଦେହୀ ଅବସ୍ଥାରେ ପରମାତ୍ମାଙ୍କ ସାମୀପ୍ୟ ସତତ ଅନୁଭବ କରୁଥାଏ । ଗୀତା ନିର୍ବାଣର ଅର୍ଥ ଆତ୍ମାକୁ ବ୍ରହ୍ମମହତ୍ୱରେ ଲୀନ ହେବା ଅର୍ଥରେ ବୁଝେ ନାହିଁ । ଏହା ପ୍ରଚଳିତ ବିଶ୍ୱାସକୁ ଖଣ୍ଡନ ପୂର୍ବକ ଏକ ଉଚ୍ଚତର ସତ୍ୟର ସନ୍ଧାନ ଦେଇଛି । ବ୍ରହ୍ମ ଏକ ମହତ୍ୱ । ଏହା ପଭୂତଠାରୁ ଭିନ୍ନ ଏକ ଷଷ୍ଠ ତ୍ୱ । ତ୍ୱ ମାତ୍ରକେ ଜଡ । ପ୍ରଚଳିତ ବିଶ୍ୱାସରେ ବ୍ରହ୍ମ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ । ପରମାତ୍ମା ହେଉଛନ୍ତି ଚୈତନ୍ୟ ସ୍ବରୂପ । କିନ୍ତୁ ବ୍ରହ୍ମ ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ହୋଇଥିବା କାରଣରୁ ଜଡ଼ ସ୍ୱରୂପ ଅଟେ । ଏହା ହେଉଛି ଉଭୟ ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥଳୀ । ତେଣୁ ପରମାତ୍ମାଙ୍କୁ ପାର ବ୍ରହ୍ମ ପରମେଶ୍ୱର ବୋଲି କୁହାଯାଏ । ଆତ୍ମା ଯେତେବେଳେ ସମସ୍ତ ପାପରୁ ମୁକ୍ତ ହୋଇଯାଏ, ସେତେବେଳେ ତା'ର ଦେହ ଅଭିମାନ ଦୂର ହୋଇଯାଏ । ସେ ଦେହ ଓ ଆତ୍ମାର ପ୍ରଭେଦ ଅନୁଭବ କରିପାରେ । ନିଜକୁ ସେ ଆତ୍ମା ଅନୁଭବ କରୁଥିବାରୁ ସର୍ବଦା ତା'ର ମୂଳ ସ୍ୱରୂପରେ ଅବସ୍ଥାନ କରେ । ଫଳରେ ସେ ଏହି ଲୋକରେ ସମସ୍ତ କର୍ମ କରୁଥିଲେ ମଧ୍ୟ ତା'ର ମୂଳ ବାସସ୍ଥାନ ବ୍ରହ୍ମଲୋକରେ ବୁଦ୍ଧିକୁ ସ୍ଥିର ରଖିପାରେ । ଏହିପରି ଯେଉଁମାନେ ବୁଦ୍ଧି ଦ୍ୱାରା ବ୍ରହ୍ମଲୋକରେ ବିଚରଣ କରି ପାରନ୍ତି ସେମାନେ ଜୀବନରେ ଥାଇ ମଧ୍ୟ ମୁକ୍ତ ରହନ୍ତି । ଏହିପରି ଜ୍ଞାନୀ ଓ ଯୋଗୀ ବ୍ୟକ୍ତି ବ୍ରହ୍ମନିର୍ବାଣ ପାଇଥାନ୍ତି ।
ଯେଉଁମାନେ ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି ବା ବସ୍ତୁ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ନିଜକୁ ତଥା ସମ୍ବନ୍ଧ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ନରନାରୀଙ୍କୁ ଆତ୍ମା ବୋଲି ମନେ କରନ୍ତି ସେମାନେ ନିର୍ବାଣତ୍ୱ ପ୍ରାପ୍ତ ହୋଇଛନ୍ତି ବୋଲି ବୁଝିବାକୁ ହେବ । କାରଣ ଆତ୍ମାର ଅନ୍ତିମ ଗତି ବା ଲକ୍ଷ୍ୟ ହେଉଛି ନିର୍ବାଣଧାମକୁ ଯାତ୍ରା । ମହାବିନାଶ ପରେ ପ୍ରତ୍ୟେକ ମନୁଷ୍ୟାତ୍ମାଙ୍କୁ ସେମାନଙ୍କ ମୂଳ ବାସସ୍ଥାନ ନିର୍ବାଣଧାମ ବା ପରମଧାମ ବା ମୁକ୍ତିଧାମ ବା ବ୍ରହ୍ମଲୋକକୁ ଫେରିବାକୁ ହେବ । ଏହାହିଁ ମୁକ୍ତି । ମହାବିନାଶ ପୂର୍ବରୁ ମୁକ୍ତିଧାମ ପ୍ରସ୍ଥାନ ସର୍ବାଦୌ ଅସମ୍ଭବ । ଆତ୍ମା ଯେ ପର୍ଯ୍ୟନ୍ତ ସ୍ୱଚ୍ଛ ଓ ପବିତ୍ର ନ ହୋଇଛି ମୁକ୍ତି ବା ନିର୍ବାଣ ଲାଭ ହୁଏ ନାହିଁ । ଯୋଗୀ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ସକଳ ପାପରୁ ମୁକ୍ତ ହୁଏ । ଅନ୍ୟମାନେ ଦଣ୍ଡିତ ହୋଇ ସେମାନଙ୍କ ପାପର ପ୍ରାୟଶ୍ଚି କରନ୍ତି । ତେଣୁ ଯେଉଁ ବ୍ୟକ୍ତି(ଯୋଗୀ) ପରମାତ୍ମା ଅବତରଣର ଆଭିମୁଖ୍ୟ ବୁଝି ପାରି ଈଶ୍ୱରୀୟ ଜ୍ଞାନ ଆଧାରରେ କାମ କ୍ରୋଧାଦି ବିକାରରୁ ମୁକ୍ତ ହୁଅନ୍ତି, ସିଏ ନିକଟ ଭବିଷ୍ୟତରେ ଯେଉଁ ମହାବିନାଶ ସଂଘଟିତ ହେବ ସେତେବେଳେ ବିନା କଷ୍ଟରେ ଖୁସିର ସହିତ ପରମାତ୍ମାଙ୍କ ସହିତ ସାଥୀ ହୋଇ ସ୍ୱଧାମକୁ (ପରମାଧାମ) ପ୍ରତ୍ୟାବର୍ନ କରିପାରିବେ ।
ଗୀତାରେ ପରମାତ୍ମା ଯେଉଁ ଯୋଗର ବର୍ଣ୍ଣନା କରିଛନ୍ତି ତାହା ରାଜଯୋଗ ନାମରେ ପ୍ରଖ୍ୟାତ । ଏଥିରେ ଚିବୃି ନିରୋଧ, ପ୍ରାଣାୟାମ,ପ୍ରତ୍ୟାହାର ଆଦି ଯୋଗର ସମସ୍ତ ଅଙ୍ଗର ସମନ୍ୱୟ ଘଟିଛି । ପରମାତ୍ମା ଏହାକୁ ମୁକ୍ତି ଜୀବନ୍ମୁକ୍ତି ପ୍ରାପ୍ତିର ଏକ ବିଶେଷ ପନ୍ଥା ବୋଲି କହିଛନ୍ତି । ପ୍ରଚଳିତ ବିଶ୍ୱାସ ଅନୁସାରେ ଆତ୍ମା ପରମାତ୍ମାରେ ବା ବ୍ରହ୍ମରେ ଲୀନ ହୋଇଯିବା ଓ ଆଉଥରେ ଜନ୍ମ ଗ୍ରହଣ ନ କରିବାହିଁ ହେଉଛି ମୋକ୍ଷ । ପରମାତ୍ମା ଏହି ଭ୍ରମର ନିବାରଣ କରିଛନ୍ତି । ଆତ୍ମାରେ ଥିବା ସମସ୍ତ ବିକାରୀ ସଂସ୍କାରର ବିନାଶ କରି ବିଦେହୀ ସ୍ଥିତିରେ ରହିବାହିଁ ପ୍ରକୃତ ମୋକ୍ଷ । ମୋହ କ୍ଷୟ ହିଁ ମୋକ୍ଷ ଅଟେ । ପରମାତ୍ମା ସକଳ ଯଜ୍ଞ ଓ ତପସ୍ୟାର ଭୋକ୍ତା । ସେ ସମସ୍ତ ଜଗତର ମହେଶ୍ୱର; ଅତଏବ ସାଂସାରିକ ସମସ୍ତ ବନ୍ଧନରୁ ମୁକ୍ତ । ପତିତ ଦୁନିଆକୁ ଉଦ୍ଧାର କରିବା ପାଇଁ ସେ ମାନବ ଶରୀର ମାଧ୍ୟମରେ ଅବତୀର୍ଣ୍ଣ ହୁଅନ୍ତି । ସେ ସମସ୍ତଙ୍କ ମିତ୍ର । ପ୍ରକୃତ ଜ୍ଞାନୀ ଓ ଯୋଗୀ ପରମାତ୍ମାଙ୍କ ସ୍ୱରୂପକୁ ଜାଣିଥାଏ । ତେଣୁ ସେ ତାଙ୍କ ସହିିତ ତାଦାତ୍ମ୍ୟ ହୋଇ ପରମ ଶାନ୍ତି ଲାଭ କରେ । (ଗୀ ୫/୧୮-୧୯)
ରାଜଯୋଗର ଆସନ ଓ ବିଧି
ଚଳ ମନକୁ ବଶୀଭୂତ କରିବାକୁ ହେଲେ ନିରନ୍ତର ଆତ୍ମାକୁ ପରମାତ୍ମାଙ୍କ ସହିତ ଯୁକ୍ତ କରାଇବାକୁ ପଡିବ । ଏଥିପାଇଁ ତାକୁ ଏକାନ୍ତ ସ୍ଥାନରେ ବସି ମନକୁ ଏକ ପରମାତ୍ମାଙ୍କଠାରେ ମଗ୍ନ କରିଦେବାକୁ ପଡ଼ିବ । ସମସ୍ତ ଭୌତିକ ସୁଖ କାମନାକୁ ପରିହାର କରିବାକୁ ପଡିବ । କାରଣ ଏହାହିଁ ଦେହ ଅଭିମାନର ମୂଳ କାରଣ । ମନର ସମସ୍ତ ପ୍ରକାର କ୍ରିୟାକୁ ସଂଯତ କରି ତାହାକୁ ଗୋଟିଏ ମାତ୍ର ବିଷୟରେ ନିବିଷ୍ଟ କରିବା ହେଉଛି ଚିବୃି ନିରୋଧ । ଏହା ରାଜଯୋଗ ଏବଂ ଆତ୍ମଶୁଦ୍ଧିର ଏକ ନିଶ୍ଚିତ ପନ୍ଥା । କାମନା ବାସନାଦି ଯୁକ୍ତ ଚି ଯେଉଁ ବିକ୍ଷୋଭ ସୃଷ୍ଟି କରେ ତାହା ଅଶୁଦ୍ଧି । ଯୋଗାଭ୍ୟାସ ଦ୍ୱାରା ଏହି ବିକ୍ଷୋଭ ଦୂର ହୁଏ । ଅନ୍ତଃକରଣ ସ୍ଥିର ଶାନ୍ତ ଶୁଦ୍ଧ ହୋଇ ଉଠେ ଏବଂ ଏହିପରି ଆତ୍ମଶୁଦ୍ଧି ଦ୍ୱାରା ମନୁଷ୍ୟ ପରମ ଗତି ଲାଭ କରେ ।
ରାଜଯୋଗର ପଦ୍ଧତି ଅନୁଯାୟୀ ସିଧା ଓ ସ୍ଥିର ହୋଇ ବସି କିପରି ଭାବରେ ମନ ସଂଯମ ଅଭ୍ୟାସ କରିବାକୁ ହେବ ତାହା ଉପରୋକ୍ତ ୧୩-୧୪ ଶ୍ଳୋକରେ କୁହାଯାଇଛି । ଏହିପରି ସଂଯତ ମନକୁ ସମଗ୍ରଭାବେ ଈଶ୍ୱରାଭିମୁଖୀ କରିବାକୁ ହେବ । ତା'ହେଲେ କାମନାବାସନାଦି ବିକ୍ଷୋଭ ବିଲୀନ ହୋଇ ବୁଦ୍ଧି ପରମାତ୍ମା ମିଳନ ସୁଖରେ ନିମଜ୍ଜିତ ହୋଇଯିବ । ନିର୍ବାଣର ଅବିଚଳ ଶାନ୍ତି ଲାଭ କରିବା ହେଉଛି ଏହି ଯୋଗ ସାଧନାର ଲକ୍ଷ୍ୟ । କିନ୍ତୁ ଏହା ବୁଦ୍ଧଦେବଙ୍କ ନିର୍ବାଣ ପରି ଶୂନ୍ୟରେ ବିଲୟ ହେବା ନୁହେଁ । ପରମାତ୍ମା ଏକମାତ୍ର ଏହି ପରମ ଶାନ୍ତିର ଭିି । ସଂସାର ତ୍ୟାଗ, କର୍ମତ୍ୟାଗ କରିବା ଯୋଗର ଲକ୍ଷ୍ୟ ନୁହେଁ । ଶରୀରର କୃଚ୍ଛ୍ରତା ସାଧନା କରି ମଧ୍ୟ ଏହି ଯୋଗ ହୁଏ ନାହିଁ । ଆହାର, ବିହାର ନିଦ୍ରା, କର୍ମାଦି ପରିତ୍ୟାଗ କରିବା ମଧ୍ୟ ପ୍ରକୃତ ଯୋଗ ମାର୍ଗ ନୁହେଁ । ଅପର ପକ୍ଷରେ ଏସବୁ ଅତି ମାତ୍ରାରେ କରିବା ମଧ୍ୟ ଅନୁଚିତ । ସମସ୍ତ ବିଷୟରେ ସଂଯତ ଓ ମିତାଚାରୀ ହୋଇ ଯୋଗ ଅଭ୍ୟାସ କରିବାକୁ ହେବ ।
ଯୁକ୍ତ ଅର୍ଥାତ ପରିମିତ ସାଧାରଣତଃ ଏହିପରି ଭାବରେ ଏହାର ବ୍ୟାଖ୍ୟା କରାଯାଏ କିନ୍ତୁ ଶେଷ ପର୍ଯ୍ୟନ୍ତ ଯୋଗୀକୁ ଅନ୍ୟ ଏକ ଅର୍ଥରେ ଯୁକ୍ତ ହେବାକୁ ହେବ । ତାହା ହେଉଛି ଆତ୍ମିକ ସ୍ମୃତିରେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା । ଗୀତାର ଅନ୍ୟ ସବୁ ସ୍ଥାନରେ ଯୁକ୍ତ ଶବ୍ଦ ଏହି ଅର୍ଥରେ ବ୍ୟବହୃତ ହୋଇଛି । କୌଣସି ନିର୍ଦ୍ଧିଷ୍ଟ ସମୟରେ ନିର୍ଜନରେ ବସି ମନଃ ସଂଯମ ଅଭ୍ୟାସ କରିବା ପ୍ରାଥମିକ ପ୍ରୟୋଜନ; କିନ୍ତୁ ଯେତେବେଳେ ଯୋଗ ଲାଭ କରାଯାଏ ସେତେବେଳେ ଆହାର ବିହାର ଆଦି ସମସ୍ତ ବିଷୟ ପରମାତ୍ମାଙ୍କ ସହିତ ଯୁକ୍ତ ହୁଏ । ସେତେବେଳେ ପରମାତ୍ମା ସବୁକିଛି ବୋଲି ଅନୁଭବ ହୁଏ । ଜୀବନ ଓ କର୍ମର ସମସ୍ତ ପ୍ରୟୋଜନ କେବଳ ପରମାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ ହୋଇଯାଏ । (ଗୀ ୬/୧୦-୧୭)
ରାଜଯୋଗର ସାଧନା ଓ ସିଦ୍ଧି
ବାସନା, ଅହଙ୍କାର, ବ୍ୟକ୍ତିଗତ ସଂକଳ୍ପ ଏବଂ ମାନସିକ ଚିନ୍ତା – ଏହି ସମସ୍ତ ପ୍ରେରଣାରୁ କର୍ମ ଉଦ୍ଭୁତ ହୁଏ । କିନ୍ତୁ ଯେତେବେଳେ ଅହଂ ଲୁପ୍ତ ହୁଏ, ଯୋଗୀ ପରମାତ୍ମା ମିଳନରେ ତନ୍ମୟ ହୋଇଯାଏ; ତାଙ୍କ ସହିତ ତାଦାତ୍ମ୍ୟ ହୋଇଯାଏ ସେତେବେଳେ ସେ ଚେତନାର ଉଦ୍ଧ୍ୱର୍ ସ୍ତରରେ ଅବସ୍ଥାନ କରୁଥାଏ । ଏହି ଅବସ୍ଥାରେ ଜ୍ଞାନ, ସଂକଳ୍ପ ଓ କର୍ମ ସ୍ୱତଃସ୍ଫୁର୍ ଭାବେ ଉତ୍ସାରିତ ହୁଏ ଏବଂ ମାନସିକ ଇଚ୍ଛା ଶକ୍ତି ଅପେକ୍ଷା ମହର ଏକ ଶକ୍ତି ସେହି ଯୋଗୀର ସକଳ କର୍ମ ସମ୍ପାଦନ କରିଦିଏ ଏବଂ କର୍ମ ଫଳ ପ୍ରଦାନ କରେ । ମନ ସ୍ଥିର ଓ ନୀରବ ହେଲେ ଅନ୍ତରସ୍ଥ ଆତ୍ମାକୁ ଅନୁଭବ କରି ହୁଏ । ସେତେବେଳେ ଆତ୍ମା ମନର ଚିନ୍ତା ବା ଅହଂଭାବ ଦ୍ୱାରା ବିକୃତ ଭାବେ ଦୃଷ୍ଟ ହୁଏ ନାହିଁ, ଆତ୍ମା ଆତ୍ମାର ଦ୍ୱାରାହିଁ ନିଜ ସ୍ୱରୂପରେ ଅନୁଭୂତ ହୁଏ ଏବଂ ଜୀବ ନିଜର ବାସ୍ତବିକ ସ୍ୱରୂପ ଓ ପ୍ରକୃତ ସୁଖର ଅନୁଭବରେ ପରିତୃପ୍ତ ହୋଇଯାଏ । ଏହିପରି ଅବସ୍ଥାରେ ମନର ସଂକଳ୍ପ ବିକଳ୍ପ ପ୍ରକ୍ରିୟା ସ୍ଥିର ହୋଇଯାଏ । ମନର ଏହି ଅବସ୍ଥାକୁ ବାୟୁପ୍ରବାହ ଶୂନ୍ୟ ସ୍ଥାନରେ ନିଶ୍ଚଳ ଦୀପ ଶିଖା ସହିତ ତୁଳନା କରାଯାଇ ପାରେ । ଧ୍ୟାନଯୋଗର ସାଧନା ଦ୍ୱାରା ଯୋଗୀ ତା'ର ମନକୁ ଏହିପରି ନିଶ୍ଚଳ ସ୍ତରକୁ ପହାଇ ପାରିଲେ ନିର୍ବାଣର ପରମ ଶାନ୍ତି ଲାଭ କରିପାରେ ।
ଯୋଗୀ ସର୍ବଦା ନିରତିଶୟ ଆଭ୍ୟନ୍ତରୀଣ ସୁଖ ଲାଭ କରନ୍ତି । ତାହା ମନ ଓ ଇନ୍ଦ୍ରିୟର ବିକ୍ଷୋଭପୂର୍ଣ୍ଣ ସୁଖ ନୁହେଁ । ସେ ସର୍ବଦା ଆଭ୍ୟନ୍ତରୀଣ ଶାନ୍ତି ଓ ପ୍ରସନ୍ନତା ଅନୁଭବ କରୁଥାନ୍ତି । ସେହି ଅବସ୍ଥାରେ ସେ ମନର ସମସ୍ତ ପ୍ରକାର ଚଳତାରୁ ମୁକ୍ତ ହୁଅନ୍ତି । ସେତେବେଳେ ତାଙ୍କର ଆତ୍ମିକ ସ୍ଥିତିରୁ ସ୍ଖଳିତ ହେବାର କୌଣସି ସମ୍ଭାବନା ନ ଥାଏ । ବାହ୍ୟ ଜଗତରୁ ଆମର ସମସ୍ତ ମାନସିକ ଦୁଃଖର ଉଦ୍ଗମ ହୁଏ । କିନ୍ତୁ ମନରେ ବାହ୍ୟ ବସ୍ତୁର ସ୍ପର୍ଶ ଯେଉଁସବୁ ପ୍ରତିକ୍ରିୟା ସୃଷ୍ଟି କରେ ଯୋଗୀ ସେ ସବୁରୁୁ ମୁକ୍ତ ରହେ । ସେ ଯେଉଁ ସୁଖ ଲାଭ କରନ୍ତି ତାହା ସ୍ୱ ପ୍ରତିଷ୍ଠିତ ଓ ଆଭ୍ୟନ୍ତରୀଣ । ତାହା କୌଣସି ବାହ୍ୟ ଦୁର୍ଘଟଣା ବା ଦୁଃଖରେ କ୍ଷୁଣ୍ଣ ହୁଏ ନାହିଁ । ଏହାର ତୁଳନାରେ ସମସ୍ତ ଭୌତିକ ଐଶ୍ୱର୍ଯ୍ୟ ଓ ସୁଖ ଅତି ତୁଚ୍ଛ ମନେହୁଏ । ବାହ୍ୟ ବସ୍ତୁର ସଂସ୍ପର୍ଶ ଦ୍ୱାରା ମନରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା, ଆବେଗ ଓ ଚିନ୍ତାଗୁଡିକୁ ଶାନ୍ତ କରିବାକୁ ପଡିବ । ଏହାର ମୂଳ କାରଣ ହେଲା ଆମର କାମନା ବାସନା । ଏଥିପାଇଁ ଏଗୁଡିକୁ ପରିତ୍ୟାଗ କରିବା ସହିତ ଉଚ୍ଛୃଙ୍ଖଳ ଇନ୍ଦ୍ରିୟମାନଙ୍କୁ ବିଷୟ ଭୋଗରୁ ନିବୃ କରିବା ବିଧେୟ । ତା'ପରେ ମନକୁ ବୁଦ୍ଧି ଦ୍ୱାରା ସ୍ଥିର ରଖି ଅର୍ନ୍ତମୁଖୀ କରାଇବାକୁ ପଡିବ । ସ୍ୱଭାବତଃ ଚଳ ମନକୁ ଶାନ୍ତ କରିବା ସହଜ ନ ହେଲେ ମଧ୍ୟ ଦୃଢ଼ତାର ସହିତ ଅଭ୍ୟାସ କଲେ ଏହା କ୍ରମଶଃ ସଂଯମ ଓ ନୀରବ ହୁଏ । (ଗୀ ୬/୧୮-୨୬)
ରାଜଯୋଗୀମାନଙ୍କ ଅନୁୁଭବ
ମନ ଯେତେେବେଳେ ସମ୍ପୁର୍ଣ୍ଣ ଭାବରେ ଶାନ୍ତ ହୁଏ ସେତେବେଳେ ଆତ୍ମା ପରମାତ୍ମାଙ୍କ ସାମୀପ୍ୟ ଲାଭ କରେ । ଆତ୍ମା ତା'ର ମୂଳ ସ୍ୱରୂପରେ ରହିଲେ ପରମାତ୍ମାଙ୍କ ସହିତ ସ୍ୱତଃ ଯୁକ୍ତ ହୋଇଥାଏ । ଏହି ପରମାତ୍ମାନୁଭୂତି ରୂପ ପରମ ସୁଖ ଉପଭୋଗ କରିବା ପାଇଁ ଯୋଗୀକୁ ବଣ ବା ପର୍ବତ ଗୁହାରେ ବାସ କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ତାଙ୍କୁ ଅହଂତ୍ୱକୁ ତ୍ୟାଗ କରିବାକୁ ପଡିବ । ଅହଙ୍କାର ମୁକ୍ତ ବ୍ୟକ୍ତି ସ୍ୱତଃ ଆତ୍ମିକ ସ୍ଥିତିରେ ଅବସ୍ଥାନ କରେ । ସେ ସର୍ବଦା ଉଦ୍ଧ୍ୱର୍ାଭିମୁଖୀ ଦିବ୍ୟ ଚେତନାରେ ରହି ସଂସାରର ସମସ୍ତ ଜୀବ ଓ ବସ୍ତୁକୁ ଏକ ନୂତନ ଦୃଷ୍ଟିରେ ଦେଖି କର୍ମ କରେ । ସେ ଆତ୍ମିକ ଦୃଷ୍ଟିରେ ସମସ୍ତଙ୍କୁ ଭ୍ରାତୃବତ୍ ଜ୍ଞାନ କରେ । କାରଣ ତା'ଦୃଷ୍ଟିରେ ଶରୀର ଜଡ । ସେ ପରମାତ୍ମାଙ୍କୁ ପ୍ରେମ କରୁଥିବାରୁ ଜୀବାତ୍ମାମାନଙ୍କୁ ତାଙ୍କର ସନ୍ତାନ ଭାବି ପ୍ରେମ କରେ । ଏହି ଭଲ ପାଇବାରେ ଦୋଷ ନାହିଁ; କୌଣସି ଭୟ ବା ଆଶଙ୍କା ମଧ୍ୟ ନାହିଁ । ଏହାହିଁ ଗୀତାର ସାର । ଈଶ୍ୱରୀୟ ପ୍ରେମ ଓ ଭକ୍ତି ହେଉଛି ସମସ୍ତ ଯୋଗର ପରିଣତି । ଏହାଠାରୁ ଗଭୀରତମ ମହର ବିଶ୍ୱ ପ୍ରେମର ଆଦର୍ଶ ଆଉ କୌଣସି ଦର୍ଶନ ଶାସ୍ତ୍ରରେ ବା ଅନ୍ୟ ଧର୍ମମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହିପରି ଯୋଗସିଦ୍ଧ ବ୍ୟକ୍ତି ସଂସାରର ସମସ୍ତ କର୍ମ କରୁଥିଲେ ମଧ୍ୟ ପୁନରାୟ ଅଜ୍ଞାନରେ ପତିିତ ହୋଇ ତାଙ୍କର କଠିଣ ସାଧନାର ସମସ୍ତ ଫଳ ହରାଇବାର କୌଣସି ସମ୍ଭାବନା ବା ଆଶଙ୍କା ନ ଥାଏ । ଉପନିଷଦ ଓ ବେଦାନ୍ତରେ ମଧ୍ୟ ଏଭଳି ଶିକ୍ଷା ଦିଆଯାଇଛି । କିନ୍ତୁ ସେଗୁଡିକରେ କର୍ମକୁ ଜ୍ଞାନର ଅନ୍ତରାୟ ବୋଲି ମନେ କରି କର୍ମ ସନ୍ୟାସ ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସ୍ଥଳେ ଗୀତା ଜ୍ଞାନକୁ କର୍ମର ଭିି ଭାବରେ ସ୍ୱୀକାର କରିଛି । ଏହି ପୃଥିବୀରେ ହିଁ ଅଧ୍ୟାତ୍ମ ପ୍ରକୃତିର ବିକାଶ ଘଟାଇ ବର୍ମାନ ଜୀବନକୁ ଦିବ୍ୟ କରି ଗଢ଼ି ତୋଳିବାର ଏକ ମହାନ ବ୍ୟବହାରିକ ଶିକ୍ଷା ଗୀତାର ମୌଳିକ ପ୍ରଭେଦ । ତେଣୁ ଗୀତାକୁ ସର୍ବଶାସ୍ତ୍ର ଶିରୋମଣିର ମର୍ଯ୍ୟାଦା ପ୍ରଦାନ କରାଯାଇଛି । (ଗୀ ୬/୨୭-୩୨)
ରାଜଯୋଗରେ ମନ ନିଗ୍ରହର କୌଶଳ
ଆତ୍ମାରେ ମନକୁ ନିବଦ୍ଧ ରଖି ସ୍ଥାୟୀ ଭାବରେ ସମତ୍ୱରେ ପ୍ରତିଷ୍ଠିତ ରଖିବାକୁ ହେବ । ଏହାହିଁ ଗୀତାର ଯୋଗ । କିନ୍ତୁ ମନ ସ୍ୱଭାବତଃ ଚଳ । ବାହ୍ୟ ବସ୍ତୁର ସ୍ପର୍ଶରେ ଆସିଲେ ମନର ଉର୍ଦ୍ଧାଭିମୁଖୀ ସ୍ଥିତିର (ଯୋଗସ୍ଥିତି) ସ୍ଖଳନ ହୋଇପାରେ ଏବଂ ଏହାଦ୍ୱାରା ବ୍ୟକ୍ତି ଦୁୁଃଖ, ଶୋକାଦିରେ ପୁନଃ ଆକ୍ରାନ୍ତ ହୋଇପାରେ । ସାଧନା ମାର୍ଗରେ ସାଧକକୁ ଅନେକ ସମୟରେ ମନର ଏହି ବାସ୍ତବିକ ସ୍ଥିତି ସହିତ ମୁକାବିଲା କରିବାକୁ ପଡ଼େ । ସେ ଓ ଚଳ ହେଲେ ମଧ୍ୟ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ତାହାକୁ ବଶୀଭୂତ କରାଯାଇ ପାରିବ । ତେଣୁ ଏହି କାର୍ଯ୍ୟ ଦୁଃସାଧ୍ୟ ବୋଲି କୌଣସି ସାଧକ(ପୁରୁଷାର୍ଥୀ)ଙ୍କୁ ସାଧନା ପଥରୁ ଭୟଭୀତ ହୋଇ ପଶ୍ଚାତପଦ ହେବା ସର୍ବାଦୌ ଅନୁଚିତ । ଗୀତା ଅନୁସାରେ ଚି ସଂଯମର ପ୍ରକୃଷ୍ଟ ଉପାୟ ହେଉଛି କର୍ମଯୋଗ ବା ରାଜଯୋଗ । ତାହା ସହିତ ଆବଶ୍ୟକ ବୈରାଗ୍ୟ । ଭୋଗ ବାସନାର ଅନୁସରଣ ଦ୍ୱାରା ପ୍ରକୃତ ଶାନ୍ତି ଓ ଆନନ୍ଦ ଲାଭ କରାଯାଇ ପାରେ ନାହିଁ । ତେଣୁ ଆସକ୍ତି ପରିତ୍ୟାଗ କରିବା ସର୍ବୋମ ପନ୍ଥା । କାମ କ୍ରୋଧାାଦିର ବେଗ ସମ୍ବରଣ ବ୍ୟତୀତ ଯୋଗ ସାଧନା ସମ୍ଭବ ନୁହେଁ । ସଂଯମ ପରାୟଣତା, ଶ୍ରଦ୍ଧା ଓ ଉପଯୁକ୍ତ ବିଧି ଅନୁସରଣ ପୂର୍ବକ ନିରନ୍ତର ଅଭ୍ୟାସ ହିଁ ଯୋଗରେ ସିଦ୍ଧି ପ୍ରଦାନ କରେ ।
(ଗୀ ୬/୩୫-୩୬)
ରାଜଯୋଗର ବିଧି ଓ ସିଦ୍ଧି
ବାରମ୍ବାର ଆବାଗମନ ଚକ୍ରରେ ଆସି ଜୀବତ୍ମା ତା'ନିଜର ଆତ୍ମିକ ସ୍ୱରୂପ ବିସ୍ମୃତ ହୋଇ ଦେହ ସର୍ବସ୍ୱ ହୋଇ ପଡେ । ତେଣୁ ତା'ର ବୁଦ୍ଧି ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ବ୍ୟତୀତ ସହଜରେ ଅନ୍ୟ କିଛି ଚିନ୍ତା କରିପାରେ ନାହିଁ । ଈଶ୍ୱରୀୟ ଜ୍ଞାନ ଆଧାରରେ ଆମେ ଯଦିଓ ଜାଣିଛେ ଯେ ଦେହ ଆମର ପ୍ରକୃତ ପରିଚୟ ନୁହେଁ, ଏହା ଦେହାଭ୍ୟନ୍ତରସ୍ଥ ଆତ୍ମାର କର୍ମ କରିବାର ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର; ଆମେ ପ୍ରତ୍ୟେକ ଜଣେ ଜଣେ ଆତ୍ମା, ପରମାତ୍ମାଙ୍କ ସନ୍ତାନ; କିନ୍ତୁ ଅନେକ ଜନ୍ମର ସଂସ୍କାର ବଶତଃ ଏହି ଜ୍ଞାନ ବୁଦ୍ଧି ଦ୍ୱାରା ସହଜରେ ଅନୁଭବ ହୋଇପାରେ ନାହିଁ । ଏଥିପାଇଁ ବାରମ୍ବାର ଅଭ୍ୟାସ କରିବା ଆବଶ୍ୟକ । ଅଭ୍ୟାସ ଦ୍ୱାରା ନିଜକୁ ଆତ୍ମା ମନେକରି ନିରନ୍ତର ପରମାତ୍ମାଙ୍କୁ ସ୍ମରଣ (ଅନୁଚିନ୍ତୟନ) କରିବା ପ୍ରକି୍ରୟାକୁ "ଅଭ୍ୟାସ ଯୋଗ' କୁହାଯାଏ । "ଯୋଗ' ଅର୍ଥାତ ଦୁଇଟି ବସ୍ତୁ ବା ସାର ମିଳନ । ବ୍ୟକ୍ତି ଦେହ ଅଭିମାନ ତ୍ୟାଗ କରି ଆତ୍ମିକ ସ୍ତରରେ ପରମାତ୍ମାଙ୍କୁ ସର୍ବୋତ ଭାବେ ଅନୁଭବ କରିବାର ନାମ ହେଉଛି ଯୋଗ । ଏହିପରି ଅଭ୍ୟାସ କରୁଥିଲେ ମୃତ୍ୟୁ ସମୟରେ ପରମାତ୍ମାଙ୍କ ସ୍ମୃତିରେ ଆତ୍ମା ଶରୀର ତ୍ୟାଗ କରେ ଓ ପରବର୍ୀ ଜନ୍ମରେ ଦିବ୍ୟ ପଦର ଅଧିକାରୀ ହୁଏ ।
କୌଣସି ବ୍ୟକ୍ତିର ସଠିକ ପରିଚୟ ନ ଥିଲେ ତାଙ୍କୁ ସାକ୍ଷାତ କରିବା ବା ସ୍ମରଣ କରିବା ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କର ପ୍ରକୃତ ପରିଚୟ ଓ ଦିବ୍ୟ ସ୍ୱରୂପ ଜାଣିବା ଏକାନ୍ତ ଆବଶ୍ୟକ । ପରମାତ୍ମା ପୁରୁଷ(ଆତ୍ମା)ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରମପୁରୁଷ ବା ପୁରୁଷୋମ ବୋଲି କୁହାଯାଏ । ପୁରୁଷ ଅର୍ଥାତ ଯେଉଁ ଚୈତନ୍ୟ ସା ହେହ ରୂପକ ପୁରରେ ଅବସ୍ଥାନ କରେ । ପରମାତ୍ମାଙ୍କ ନିଜସ୍ୱ କୌଣସି ଶରୀର ନାହିଁ ବା ସେ ଆତ୍ମା ପରି ଶରୀର ଧାରଣ କରି ଜନ୍ମ ଗ୍ରହଣ କରନ୍ତି ନାହିଁ । ସେ ଜ୍ଞାନର ସାଗର, ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ-ତିନି କାଳର ଜ୍ଞାତା । ତେଣୁ ତାଙ୍କୁ ସର୍ବଜ୍ଞ (କବିମ୍) କୁହାଯାଏ । ସେ ଅବିନାଶୀ, କ୍ଷୟ ରହିତ ଓ ସବୁକାଳରେ ବିଦ୍ୟମାନ । ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ସନାତନ; ତେଣୁ ଅତି ପ୍ରାଚୀନ (ପୁରାଣମ୍) । ସେ ସର୍ବାତ୍ମାଙ୍କ ପିତା, ତାଙ୍କ ଅଧୀନରେ ପ୍ରକୃତି କାର୍ଯ୍ୟ କରେ । ସେ ସର୍ବଶକ୍ତିମାନ ଓ ସମସ୍ତଙ୍କ ନିୟନ୍ତା (ଅନୁଶାସିତାରମ୍) ଅଟନ୍ତି । ସେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ, ଅଣୁଠାରୁ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ (ଅଣୋରଣୀୟାଂସମ୍) । ସେ ଆତ୍ମାମାନଙ୍କର ପାଳନ ଓ ପୋଷଣ କର୍ା (ସର୍ବସ୍ୟଧାତାରମ୍) ମଧ୍ୟ । ଏହାର ଅର୍ଥ ସ୍ଥୂଳ ଶରୀରକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଦେଇ ପାଳନ ପୋଷଣ କରିବା ନୁହେଁ । ସେ ଜ୍ଞାନ ଦ୍ୱାରା ଆତ୍ମାକୁ ପାଳନ କରନ୍ତି ଓ ତାଙ୍କୁ ଅନୁକ୍ଷଣ ସ୍ମରଣ କରୁଥିବା ବ୍ୟକ୍ତିଙ୍କୁ ଈଶ୍ୱରୀୟ ଶକ୍ତି ଦ୍ୱାରା ପୋଷଣ କରନ୍ତି । ତାଙ୍କୁ ପାଇଥିବା ବ୍ୟକ୍ତିପାଖରୁ ଅଜ୍ଞାନ ଅନ୍ଧକାର ସମ୍ପୂର୍ଣ୍ଣ ତିରୋହିତ ହୋଇଯାଏ । ସେ ଅଜ୍ଞାନ ଅନ୍ଧକାରର ବହୁତ ଦୂରରେ । ତମସଃ ପରସ୍ତାତ । କାରଣ ସେ ସ୍ୱୟଂ ହେଉଛନ୍ତି ଜ୍ଞାନ ସୂର୍ଯ୍ୟ । ସେ ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ସ୍ଥୂଳ ବୁଦ୍ଧି ବା ମନ ଦ୍ୱାରା ଅଗ୍ରାହ୍ୟ, ତେଣୁ ଅଚିନ୍ତ୍ୟ (ଅଚିନ୍ତ୍ୟରୂପମ୍) । ସେ କେବଳ ଦିବ୍ୟ ଚକ୍ଷୁ ବା ଜ୍ଞାନଚକ୍ଷୁ ଦ୍ୱାରା ପ୍ରତିଭାତ ହୁଅନ୍ତି । ଜ୍ଞାନ ଜେ୍ଞୟଂ । ନିଜର ସମସ୍ତ ପ୍ରାଣ କୌଣସି ବ୍ୟକ୍ତିର ସଠିକ ପରିଚୟ ନ ଥିଲେ ତାଙ୍କୁ ସାକ୍ଷାତ କରିବା ବା ସ୍ମରଣ କରିବା ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କର ପ୍ରକୃତ ପରିଚୟ ଓ ଦିବ୍ୟ ସ୍ୱରୂପ ଜାଣିବା ଏକାନ୍ତ ଆବଶ୍ୟକ । ପରମାତ୍ମା ପୁରୁଷ(ଆତ୍ମା)ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରମପୁରୁଷ ବା ପୁରୁଷୋମ ବୋଲି କୁହାଯାଏ । ପୁରୁଷ ଅର୍ଥାତ ଯେଉଁ ଚୈତନ୍ୟ ସା ହେହ ରୂପକ ପୁରରେ ଅବସ୍ଥାନ କରେ । ପରମାତ୍ମାଙ୍କ ନିଜସ୍ୱ କୌଣସି ଶରୀର ନାହିଁ ବା ସେ ଆତ୍ମା ପରି ଶରୀର ଧାରଣ କରି ଜନ୍ମ ଗ୍ରହଣ କରନ୍ତି ନାହିଁ । ସେ ଜ୍ଞାନର ସାଗର, ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ-ତିନି କାଳର ଜ୍ଞାତା । ତେଣୁ ତାଙ୍କୁ ସର୍ବଜ୍ଞ (କବିମ୍) କୁହାଯାଏ । ସେ ଅବିନାଶୀ, କ୍ଷୟ ରହିତ ଓ ସବୁକାଳରେ ବିଦ୍ୟମାନ । ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ସନାତନ; ତେଣୁ ଅତି ପ୍ରାଚୀନ (ପୁରାଣମ୍) । ସେ ସର୍ବାତ୍ମାଙ୍କ ପିତା, ତାଙ୍କ ଅଧୀନରେ ପ୍ରକୃତି କାର୍ଯ୍ୟ କରେ । ସେ ସର୍ବଶକ୍ତିମାନ ଓ ସମସ୍ତଙ୍କ ନିୟନ୍ତା (ଅନୁଶାସିତାରମ୍) ଅଟନ୍ତି । ସେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ, ଅଣୁଠାରୁ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ (ଅଣୋରଣୀୟାଂସମ୍) । ସେ ଆତ୍ମାମାନଙ୍କର ପାଳନ ଓ ପୋଷଣ କର୍ା (ସର୍ବସ୍ୟଧାତାରମ୍) ମଧ୍ୟ । ଏହାର ଅର୍ଥ ସ୍ଥୂଳ ଶରୀରକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଦେଇ ପାଳନ ପୋଷଣ କରିବା ନୁହେଁ । ସେ ଜ୍ଞାନ ଦ୍ୱାରା ଆତ୍ମାକୁ ପାଳନ କରନ୍ତି ଓ ତାଙ୍କୁ ଅନୁକ୍ଷଣ ସ୍ମରଣ କରୁଥିବା ବ୍ୟକ୍ତିଙ୍କୁ ଈଶ୍ୱରୀୟ ଶକ୍ତି ଦ୍ୱାରା ପୋଷଣ କରନ୍ତି । ତାଙ୍କୁ ପାଇଥିବା ବ୍ୟକ୍ତିପାଖରୁ ଅଜ୍ଞାନ ଅନ୍ଧକାର ସମ୍ପୂର୍ଣ୍ଣ ତିରୋହିତ ହୋଇଯାଏ । ସେ ଅଜ୍ଞାନ ଅନ୍ଧକାରର ବହୁତ ଦୂରରେ । ତମସଃ ପରସ୍ତାତ । କାରଣ ସେ ସ୍ୱୟଂ ହେଉଛନ୍ତି ଜ୍ଞାନ ସୂର୍ଯ୍ୟ । ସେ ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ସ୍ଥୂଳ ବୁଦ୍ଧି ବା ମନ ଦ୍ୱାରା ଅଗ୍ରାହ୍ୟ, ତେଣୁ ଅଚିନ୍ତ୍ୟ (ଅଚିନ୍ତ୍ୟରୂପମ୍) । ସେ କେବଳ ଦିବ୍ୟ ଚକ୍ଷୁ ବା ଜ୍ଞାନଚକ୍ଷୁ ଦ୍ୱାରା ପ୍ରତିଭାତ ହୁଅନ୍ତି । ଜ୍ଞାନ ଜେ୍ଞୟଂ । ନିଜର ସମସ୍ତ ପ୍ରାଣ ସାକୁ ଭୃକୁଟୀ ମଧ୍ୟରେ କେନ୍ଦ୍ରୀଭୂତ କରି ଅବିଚଳିତ ମନରେ ପରମାତ୍ମାଙ୍କ ସ୍ୱରୂପ ଚିନ୍ତନ ପୂର୍ବକ ଶରୀର ତ୍ୟାଗ କଲେ ମନୁଷ୍ୟ ଦିବ୍ୟ ପଦର ଅଧିକାରୀ ହୁଏ ।
ଈଶ୍ୱରୀୟ ଜ୍ଞାନକୁ ଯଥାର୍ଥ ଭାବରେ ବୁଝିପାରିଥିବା ବ୍ୟକ୍ତିହିଁ ବେଦଜ୍ଞ । ବେଦ ଜ୍ଞାନାର୍ଥବୋଧକ । ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିଥିବା ସେହି ଜ୍ଞାନୀ ବ୍ୟକ୍ତିଗଣ ତାଙ୍କୁ ଅବିନାଶୀ ବୋଲି କହିଥାନ୍ତି । ତାଙ୍କୁ ଅନୁଭବ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଆସକ୍ତି ତ୍ୟାଗ କରିବା ଆବଶ୍ୟକ । ଯେଉଁମାନେ ଦେହାଭିମାନରୁ ମୁକ୍ତ ହୋଇ ଅନାସକ୍ତ ଭାବରେ ପରମାତ୍ମାଙ୍କୁ ସ୍ମରଣ କରନ୍ତି ସେମାନଙ୍କ ଅନ୍ତଃକରଣ ଶୁଦ୍ଧ ହୋଇଯାଏ । ସେମାନେ କର୍ବ୍ୟକର୍ମରେ ପ୍ରବୃ ଥାଇ ମଧ୍ୟ ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ଥାଆନ୍ତି । ଏଥିପାଇଁ ଘର ଗୃହସ୍ଥ ତ୍ୟାଗ କରି ସନ୍ୟାସ ଗ୍ରହଣର ଆବଶ୍ୟକତା ନାହିଁ । କିନ୍ତୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡିବ । ମନ, ବଚନ ଓ କର୍ମରେ ମୈଥୁନ କ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବାହିଁ ବ୍ରହ୍ମଚର୍ଯ୍ୟ । ""କର୍ମଣା ମନସା ବାଚା ସର୍ବାବସ୍ଥାସୁ ସର୍ବଦା । ସର୍ବତ୍ର ମୈଥୁନତ୍ୟାଗୋ ବ୍ରହ୍ମଚର୍ଯ୍ୟ ପ୍ରଚକ୍ଷତେ ।'' ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ସମସ୍ତ କାମନା ବାସନା ସହଜରେ ବିନଷ୍ଟ ହୁଏ ଓ ମନ ଉଦ୍ଧ୍ୱର୍ଗାମୀ ହୁଏ ।
ପ୍ରାଚୀନ କାଳରେ ମୁନି ଋଷିମାନେ ଶରୀର ତ୍ୟାଗ ସମୟରେ ସମ୍ପୂର୍ଣ୍ଣ ଭାବରେ ଇନ୍ଦି୍ରୟଗୁଡିକୁ ନିରୋଧ କରି, ମନକୁ ଏକ ପରମାତ୍ମାଙ୍କଠାରେ ଏକାଗ୍ର କରି, ସମସ୍ତ ପ୍ରାଣ ଶକ୍ତିକୁ ଭୃକୁଟୀରେ କେନ୍ଦି୍ରତ କରି, ପରମାତ୍ମାଙ୍କୁ "ଓମ' ସ୍ୱରୂପରେ ଚିନ୍ତା କରି ଶରୀର ତ୍ୟାଗ କରୁଥିଲେ । କିନ୍ତୁ ଏହା କେବଳ ହଠଯୋଗୀଙ୍କ ପାଇଁ ସମ୍ଭବ । ସାଧାରଣ ଲୋକଙ୍କ ପାଇଁ ଏହି ଯୌଗିକ କ୍ରିୟା କଠିଣ ବ୍ୟାପାର । ଗୀତାଜ୍ଞାନ କର୍ମଯୋଗୀ ଓ ଘର ଗୃହସ୍ଥରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ଧର୍ମ ସଂସ୍ଥାପନ ପାଇଁ ପରମାତ୍ମାଙ୍କ ଅବତରଣ ହେଉଥିବାରୁ ସେ ସର୍ବସାଧାରଣଙ୍କ ପାଇଁ ସୁବୋଧ୍ୟ ଜ୍ଞାନ ଓ ସହଜ ଯୋଗ ଶିକ୍ଷା ଦିଅନ୍ତି ।
ବୈଦାନ୍ତିକ ଓ ପୌରାଣିକ ଗ୍ରନ୍ଥମାନଙ୍କରେ ଈଶ୍ୱର ଉପାସନାର ଭିନ୍ନ ଭିନ୍ନ ପ୍ରକରଣର ବର୍ଣ୍ଣନା ଦେଖାଯାଏ । ସେଗୁଡିକ ହେଲା ସଗୁଣ ସାକାର ଅବତାର, ସଗୁଣ ନିରାକାର ଈଶ୍ୱର ଓ ନିର୍ଗୁଣ ନିରାକାର ବ୍ରହ୍ମଙ୍କ ଉପାସନା ପ୍ରକରଣ । ବସ୍ତୁତଃ ପରମାତ୍ମା ଜ୍ଞାନ ଓ ଗୁଣର ସାଗର ତଥା ଅଜନ୍ମା ଓ ଅଶରୀରୀ । ତେଣୁ ସଗୁଣ ଓ ସାକାର ରୂପରେ ଧରାପୃଷ୍ଠରେ ପରମାତ୍ମାଙ୍କ ଜନ୍ମ ଗ୍ରହଣ ସିଦ୍ଧାନ୍ତ ଗୀତା ଜ୍ଞାନର ବିରୋଧୀ ଅଟେ । ସେହିପରି ନିର୍ଗୁଣ ଓ ନିରାକାର ଶବ୍ଦକୁ ଯଥାକ୍ରମେ ଗୁଣହୀନ, ରୂପହୀନ ଅର୍ଥରେ ଗ୍ରହଣ କରିବା ଏକ ଭାବୁକ ମନର ଦାର୍ଶନିକ ଚିନ୍ତା ହୋଇପାରେ; କିନ୍ତୁ ଏହା ହେଉଛି ପ୍ରମାଦପୂର୍ଣ୍ଣ । ପରମାତ୍ମା ସର୍ବଗୁଣର ସାଗର । ଅସୀମ ଗୁଣର ଅଧିକାରୀ ହୋଇଥିବା ହେତୁ ତାହା ଅବର୍ଣ୍ଣନୀୟ । ଏହି ଦୃଷ୍ଟିରୁ ତାଙ୍କୁ ନିର୍ଗୁଣ କୁହାଯାଏ । ନିର୍ଗୁଣ ଅର୍ଥାତ ଯାହାଙ୍କ ଗୁଣ ନିଃଶେଷ ହୁଏ ନାହିଁ । ତାଙ୍କର ରୂପ ଅଣୁଠାରୁ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ, ଆଦିତ୍ୟ ବର୍ଣ୍ଣ ଓ ପ୍ରକାଶ ସ୍ୱରୂପ ଅଟେ । ଅତଏବ ସେ ଆକାର ରହିତ ନୁହନ୍ତି । ତାଙ୍କର ସୂକ୍ଷ୍ମରୂପ ଇନ୍ଦ୍ରିୟ ଗ୍ରାହ୍ୟ ହୋଇ ନ ଥିବାରୁ ତାଙ୍କୁ ନିରାକାର କୁହାଯାଏ । ବ୍ରହ୍ମ ହେଉଛି ଏକ ସୁକ୍ଷ୍ମ ପ୍ରକାଶ ତ୍ୱ । ତେଣୁ ଏହା ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ନୁହେଁ । ବ୍ରହ୍ମ ମହ୍ୱରେ ନିର୍ମିିିତ ପରମଧାମରେ ପରମାତ୍ମା ଆତ୍ମାମାନଙ୍କ ସହ ନିବାସ କରନ୍ତି । ଏଠାରୁ ଆତ୍ମାଗଣ ନିଜ ନିଜ କର୍ମ ଆଧାରରେ ପର୍ଯ୍ୟାୟକ୍ରମେ ଭୂପୃଷ୍ଠରେ ଶରୀର ଧାରଣ କରି ଜନ୍ମ ନିଅନ୍ତି । ଥରେ ଆତ୍ମା ପୃଥିବୀରେ ଜନ୍ମ ନେଲେ କଳ୍ପଶେଷ ପର୍ଯ୍ୟନ୍ତ ସେ ଆବାଗମନ ଚକ୍ରରୁ ମୁକ୍ତ ହୋଇ ପରମଧାମ ଯାଇ ପାରେ ନାହିଁ । ଏଥିପାଇଁ ପରମାତ୍ମାଙ୍କୁ କଳ୍ପର ଅନ୍ତିମ କ୍ଷଣରେ ଭୂପୃଷ୍ଠରେ ଅବତରଣ କରିବାକୁ ପଡେ । କାରଣ ଏହାହିଁ ଧର୍ମ ଗ୍ଳାନିର ପ୍ରକୃଷ୍ଠ ସମୟ । ପରମାତ୍ମାଙ୍କୁ ଜାଣି ତାଙ୍କ ପ୍ରଦର୍ଶିତ ମାର୍ଗରେ ଅନୁସରଣ କରିବା ବ୍ୟକ୍ତି ମୁକ୍ତି ଜୀବନ୍ମୁକ୍ତି ପାଏ । ଅନ୍ୟମାନେ ଦଣ୍ଡିତ ହୋଇ ପଶ୍ଚାାପ କରନ୍ତି । ମହାବିନାଶ ପରେ ସମସ୍ତ ଆତ୍ମାଙ୍କୁ ନେଇ ପରମାତ୍ମା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି ।
ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନକୁ ସୂକ୍ଷ୍ମ ଅନୁଶୀଳନ କଲେ ବୁଦ୍ଧିର ଭେଦ ଉପôନ୍ନ ହୁଏ ନାହିଁ । ଭେଦ ବୁଦ୍ଧି ମନରେ ବିକ୍ଷେପ ସୃଷ୍ଟି କରେ । ପ୍ରତି ମୁହୂର୍ରେ ଅନନ୍ୟ ଚିରେ ପରମାତ୍ମାଙ୍କୁ ସ୍ମରଣ କରିବାକୁ ପଡିବ । ସମସ୍ତ ଜୀବନକୁ ତାଙ୍କ ସହିତ ନିରବଚ୍ଛିନ୍ନ ଯୋଗରେ ପରିଣତ କରିବାକୁ ପଡିବ । ଯିଏ ଏହା କରନ୍ତି ତାଙ୍କ ପକ୍ଷରେ ପରମାତ୍ମା ସହଜ ସୁଲଭ । ସେ ପରମ ସିଦ୍ଧି ଲାଭ କରି ମହାତ୍ମା ପଦବାଚ୍ୟ ହୁଅନ୍ତି । ସେମାନେ ଦୁଃଖାଳୟ ଓ ଅଶାଶ୍ୱତ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ । ସେମାନେ ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । କିଛି ସମୟ ସେମାନେ ସେଠାରେ ବିଶ୍ରାମ ନେଇ ସମୟାନୁକ୍ରମେ ନିଜ ନିଜ ପ୍ରାରବ୍ଧ କର୍ମଫଳ ଭୋଗ କରିବାକୁ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ସତ୍ୟଯୁଗୀୟ ଦୈବୀ ଦୁନିଆରେ ଜନ୍ମ ନିଅନ୍ତି । ଏହି ଜନ୍ମ ସୁଖମୟ ଓ ଶାଶ୍ୱତ ହୁଏ । କାରଣ ଆତ୍ମା ସମ୍ପୂର୍ଣ୍ଣ ଦେହାଭିମାନୀ ତଥା କର୍ମେନ୍ଦ୍ରିୟମାନଙ୍କ ପ୍ରଭାବରୁ ମୁକ୍ତ ଥାଏ । ସେମାନଙ୍କ ପାଇଁ ମୃତ୍ୟୁ ନିରର୍ଥକ । କାରଣ ସେମାନେ ନିଜ ଇଚ୍ଛାରେ ଅମୈଥୁନୀ ଜନ୍ମ ନିଅନ୍ତି ଓ ନିଜ ଇଚ୍ଛାରେ ଶରୀର ତ୍ୟାଗ କରି ତାଙ୍କ ପାଇଁ ନିର୍ଦ୍ଧିଷ୍ଟ ପରବର୍ୀ ଶରୀରକୁ ଗମନ କରନ୍ତି । ଶରୀର ତ୍ୟାଗ ପ୍ରକ୍ରିୟା ଦୁଃଖପୂର୍ଣ୍ଣ ହୁଏନାହିଁ । କାରଣ ଶରୀର ପ୍ରତି ତାଙ୍କର ଆସକ୍ତି ନଥାଏ ।
ବ୍ରହ୍ମା, ବିଷ୍ଣୁ ଓ ଶଙ୍କର – ଏ ତି୍ରଦେବଙ୍କ ଦ୍ୱାରା ପରମାତ୍ମା ଯଥାକ୍ରମେ ସୃଷ୍ଟି, ପାଳନ ଓ ବିନାଶ ତିନି ଦିବ୍ୟ କର୍ବ୍ୟ ସମ୍ପନ୍ନ କରାନ୍ତି । ସୃଷ୍ଟିରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ପରେ ପରେ ଏହି ତ୍ରିଦେବ ସକ୍ରିୟ ହୋଇ ପଡନ୍ତି । ଏମାନେ ସୂକ୍ଷ୍ମଲୋକ ନିବାସୀ । । ଅନ୍ତରୀକ୍ଷର ଅନେକ ଉର୍ଦ୍ଧରେ ଥିବା ଏହି ସୂକ୍ଷ୍ମଲୋକର ଆହୁରି ଉଦ୍ଧ୍ୱର୍ରେ ପରମାତ୍ମା ପରମ ଧାମରେ ନିବାସ କରନ୍ତି । ସ୍ବର୍ଣ୍ଣିମ ରକ୍ତିମ ଆଭାଯୁକ୍ତ ସୂକ୍ଷ୍ମ ପ୍ରକାଶ ତ୍ୱ ଦ୍ୱାରା ପରମଧାମ ନିର୍ମିତ । ଏହାକୁ ବ୍ରହ୍ମ ମହ୍ୱ କୁହାଯାଏ । ଏହା ବଳୟାକାରରେ ପରିବ୍ୟାପ୍ତ ଥିବାରୁ ଏହାକୁ ଗୋଲକପୁରୀ ମଧ୍ୟ କୁହାଯାଏ । ଭୂଲୋକ ଓ ପରମଧାମ ମଧ୍ୟରେ ସୂକ୍ଷ୍ମଲୋକ ଏକ ସେତୁ ପରି କାମ କରେ । ସୃଷ୍ଟି ରଙ୍ଗ ମରେ ଅଭିନୟ ପାଇଁ ଯେଉଁ ଆତ୍ମା ଅବତରଣ କରେ ଏହି ସୂକ୍ଷ୍ମପୁରୀରେ ସୁକ୍ଷ୍ମ ଶରୀର ଧାରଣ କରିହିଁ ଭୂପୃଷ୍ଠରେ ଜନ୍ମ ହୁଏ ଏବଂ ତା'ର ଅଭିନୟ ସମାପ୍ତ ହେଲେ ସ୍ଥୂଳ ଶରୀର ତ୍ୟାଗ କରି ପୁନଶ୍ଚ ଏଠାକୁ ସୂକ୍ଷ୍ମ ଶରୀରରେ ଫେରିଆସେ । ସ୍ଥୂଳ ଜଗତରୁ ସୂକ୍ଷ୍ମ ଲୋକକୁ ଆସିବା ପାଇଁ ଏହି ସୂକ୍ଷ୍ମ ଶରୀର ଏକ ଯାନ କାମ କରେ । ମହାବିନାଶ ପରେ ସମସ୍ତ ଆତ୍ମା ଏହି ସୂକ୍ଷ୍ମଲୋକରେ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସୂକ୍ଷ୍ମ ଶରୀର ରୂପୀ ଯାନକୁ ତ୍ୟାଗ କରି ମୂଳ ରୂପରେ ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ସାକାର ଭୂମିକା ପରିସମାପ୍ତି ହେବା ପରେ ସେ ଏହି ସୂକ୍ଷ୍ମଲୋକରେ ସୂକ୍ଷ୍ମଶରୀର ଧାରଣ କରି ମହାବିନାଶ ପର୍ଯ୍ୟନ୍ତ ଅବ୍ୟକ୍ତ ରୂପରେ ତାଙ୍କର ସ୍ଥାପନା କାର୍ଯ୍ୟକୁ ଅବ୍ୟାହତ ରଖନ୍ତି । ମୃତୁ୍ୟ ପରେ ସୂକ୍ଷ୍ମଶରୀର ଧାରଣ କରି ଆତ୍ମା ଏଠାକୁ ଆସେ ଓ ତା'ର ପରବର୍ୀ ଜନ୍ମ ପାଇଁ ନିର୍ଦ୍ଧିଷ୍ଟ ଶରୀର ସଂରଚନା ସମ୍ପନ୍ନ ହୋଇ ସାରିଲେ ସୂକ୍ଷ୍ମ ଶରୀର ସହିତ ସେହି ଶରୀରରେ ପ୍ରବେଶ କରେ । ମହାବିନାଶ ପର୍ଯ୍ୟନ୍ତ ଏହି ଆବାଗମନ ଚକ୍ର ଚାଲୁ ରହେ । ତେଣୁ ପ୍ରତ୍ୟେକ ଲୋକ ପୁନରାବର୍ୀ ହେବା ସୃଷ୍ଟିଚକ୍ରର ରହସ୍ୟ । ପରମାତ୍ମା ସୃଷ୍ଟିରେ ଅବତରଣ ନ କରିବା ପର୍ଯ୍ୟନ୍ତ କେହି ତାଙ୍କୁ ଜାଣି ନଥାନ୍ତି । ଯେଉଁମାନେ ଈଶ୍ୱରୀୟ ଅବତରଣର ରହସ୍ୟ ବୁଝି ସାକ୍ଷାତ ତାଙ୍କ ଦ୍ୱାରା ନିର୍ଦ୍ଧେଶିତ ମାର୍ଗରେ ନିଜର ସମଗ୍ର ଜୀବନକୁ ବିନିଯୋଗ କରନ୍ତି ସେମାନେ ହେଉଛନ୍ତି ପ୍ରକୃତ ଯୋଗୀ । ଏହିପରି ମହାତ୍ମା ବ୍ୟକ୍ତିଙ୍କ ପୁନଶ୍ଚ ଏହି ଦୁଃଖମୟ କଳିଯୁଗୀୟ ଦୁନିଆରେ ପୁନର୍ଜନ୍ମ ହୁଏ ନାହିଁ ।
(ଗୀ ୮/୮-୧୬)
ରାଜଯୋଗ ହିଁ ଈଶ୍ୱର ପ୍ରାପ୍ତିର ଏକମାତ୍ର ଆଧାର
ପରମାତ୍ମାବତରଣର ମୁଖ୍ୟ ଉଦ୍ଧେଶ୍ୟ ହେଲା ମନୁଷ୍ୟ ସମାଜକୁ ଯଥାର୍ଥ ଜ୍ଞାନ ପ୍ରଦାନ କରି ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଅଜ୍ଞାନ ଅନ୍ଧକାରକୁ ଦୂର କରିବା । ପରମାତ୍ମାଙ୍କ ବିଷୟରେ ଯଥାର୍ଥ ଜ୍ଞାନ ଥାଇ ମଧ୍ୟ ତାଙ୍କୁ ଅନେକ ସମୟରେ ଅନୁଭବ କରିହୁଏ ନାହିଁ । ଅନେକ ଜନ୍ମର ଦେହାଭିମାନ ଏଥିରେ ବାଧା ସୃଷ୍ଟି କରେ । ତେଣୁ ଈଶ୍ୱରୀୟ ଜ୍ଞାନକୁ ଯଥାର୍ଥ ଭାବରେ ବୁଝି ତାକୁ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରୟୋଗ କରିବାକୁ ହେବ । ଏହି ପ୍ରୟୋଗ ବା ଅଭ୍ୟାସର ନାମ ରାଜଯୋଗ । ଯୋଗାଭ୍ୟାସ ବେଳେ ଜନ୍ମ ଜନ୍ମାନ୍ତରର ମନୋବିକାର ସମୂହ ପ୍ରବଳ ହୋଇ ଉଠନ୍ତି ଏବଂ ପରମାତ୍ମାଙ୍କ ସହିତ ମନକୁ ସତତଯୁକ୍ତ ରଖିବାର ପ୍ରୟାସରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ଏହା ହେଉଛି ମାୟା । ଅନେକ ଜନ୍ମର ପାପ ବା ପୂଣ୍ୟର ଫଳ ଆତ୍ମାରେ ସୁପ୍ତ ଭାବରେ ଥାଏ । ଜ୍ଞାନ ଜଳ ଓ ଯୋଗ ଉାପରେ ଏଗୁଡ଼ିକ ଅଙ୍କୁରି ଉଠନ୍ତି । ପୂଣ୍ୟ ଫଳର ପ୍ରଭାବ ମନରେ ଦିବ୍ୟତା, ଆନନ୍ଦ, ସୁଖ, ଶାନ୍ତି ସୃଷ୍ଟି କରେ । ପାପ କର୍ମର ଫଳ ମନୁଷ୍ୟ ମଧ୍ୟରେ ଆସୁରୀ ସଂସ୍କାର ଉଦ୍ରେକ କରାଏ । ମନରେ ଉଦ୍ବେଗ, ଅଶାନ୍ତି, କାମକ୍ରୋଧାଦି ବିକାର ସମୂହ ଉପôନ୍ନ ହେଲେ ବୁଝିବା ଉଚିତ ଯେ ତାହା ହେଉଛି କେଉଁ ଜନ୍ମର ପାପ କର୍ମର ଫଳ । ଯୋଗାବସ୍ଥାରେ,ସାକ୍ଷାତକାର ରୂପରେ ଏବଂ ନିଦ୍ରିତାବସ୍ଥାରେ ସ୍ୱପ୍ନ ରୂପରେ ଏହା ବ୍ୟାପକ ରୂପ ଧାରଣ କରି ମୂର୍ିମନ୍ତ ହୋଇପଡେ । ଏଥିରେ ଭୟଭୀତ ହେବା ଆଦୌ ଉଚିତ ନୁହେଁ । କାରଣ ଏହାର ଉପସ୍ଥିତି ଅସ୍ଥାୟୀ ମାତ୍ର । ଏପରି ସ୍ଥଳେ ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମ ମଣିଷକୁ ପ୍ରକୃତ ରାସ୍ତା ଦେଖାଏ । ଈଶ୍ୱରଙ୍କ ପ୍ରତି ଅନନ୍ୟ ଭକ୍ତି ମଣିଷର ଦିବ୍ୟ ଚକ୍ଷୁ ବା ଜ୍ଞାନ ନେତ୍ରକୁ ଉନ୍ମୀଳିତ କରେ । ଏହାଦ୍ୱାରା ସତ୍ୟ ଓ ଅସତ୍ୟର ଭେଦ ଓ ପରମାତ୍ମାଙ୍କୁ ଯଥାର୍ଥ ରୂପରେ ଜାଣି ହୁଏ । ତେଣୁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ । ଜ୍ଞାନ ପରମାତ୍ମା ପ୍ରାପ୍ତି ପାଇଁ ମାର୍ଗକୁ ଆଲୋକିତ କରାଏ,ଯଦ୍ୱାରା ବ୍ୟକ୍ତି ସୁଗମତା ପୂର୍ବକ ଆଗେଇ ଯାଇପାରିବ । ଅନନ୍ୟ ଭକ୍ତି ଏହି ରାସ୍ତାରେ ଆଗେଇ ଯିବା ପାଇଁ ପ୍ରେରଣା ଦିଏ; ମନରେ ସାହସ ଭରି ଦିଏ ଏବଂ ବିଶ୍ୱାସକୁ ଦୃଢ଼ୀଭୂତ କରେ । ତେଣୁ ଗୀତାରେ ଜ୍ଞାନ ଓ ଭକ୍ତ୍ିର ସମନ୍ୱୟ ଘଟିଛି ।
ପ୍ରାଚୀନ ବିଶ୍ୱାସ ଅନୁସାରେ ଜ୍ଞାନ ଓ ଯୋଗର ଲକ୍ଷ୍ୟ ହେଉଛି ବ୍ରହ୍ମ ମଧ୍ୟରେ ଜୀବର ବ୍ୟକ୍ତିଗତ ସା(ଆତ୍ମା)କୁ ଲୀନ କରିଦେବା । ଏହା ପୌରାଣିକ ମତରେ ସାଜୁଯ୍ୟ ମୁକ୍ତି । ଏହା ଦ୍ୱାରା ଆତ୍ମାର ଆଉ ପୁନର୍ଜନ୍ମ ହୁଏ ନାହିଁ । ଗୀତାର ମୁକ୍ତି ସେହି ପ୍ରକାର ନୁହେଁ । ବ୍ରହ୍ମ ଏକ ମହତ୍ୱ; ତେଣୁ ଏହା ଜଡ । ଏହା ପରମାତ୍ମାଙ୍କ ନିବାସ ସ୍ଥଳୀ । ଆତ୍ମା ଓ ପରମାତ୍ମା ଭିନ୍ନ ଭିନ୍ନ ସା । ଆତ୍ମା ବ୍ରହ୍ମଲୋକରୁ ଆସି ଭୂପୃଷ୍ଠରେ କର୍ମଫଳ ଭୋଗ କରିବା ପାଇଁ ଦେହ ଧାରଣ କରେ । କିନ୍ତୁ ବାରମ୍ବାର ଆବାଗମନ ଚକ୍ରରେ ଆସୁଥିବାରୁ ଦେହ ପ୍ରତି ତାର ଆସକ୍ତି ବଢ଼ିଯାଏ । ସେ ନିଜକୁ ଦେହଠାରୁ ପୃଥକ ଏକ ସା ମନେ କରି ପାରେ ନାହିଁ । ସେଥିପାଇଁ ପରମାତ୍ମାଙ୍କୁ ଅବତରଣ ପୂର୍ବକ ଆତ୍ମା ଓ ପରମାତ୍ମା ବିଷୟକ ଜ୍ଞାନ ଦେବାକୁ ପଡେ । ବ୍ୟକ୍ତ୍ି ତା'ର ମୂଳ ସାରେ(ଆତ୍ମିକ ସ୍ୱରୂପରେ) ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ଶରୀର ତ୍ୟାଗ ପୂର୍ବକ ତାଙ୍କ ସହିତ ବ୍ରହ୍ମଲୋକକୁ ପ୍ରତ୍ୟାବର୍ନ କରେ । ଏହା ସାଯୁଜ୍ୟ ମୁକ୍ତି । ଅବ୍ୟକ୍ତ ପରମାତ୍ମାଙ୍କ ଅବତରଣ ରହସ୍ୟ ଜାଣି ଏହି ଲୋକରେ ତାଙ୍କ ସହିତ ଯଥାର୍ଥ ସମ୍ବନ୍ଧ ରଖି ଆନନ୍ଦ ପୂର୍ବକ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ବିସ୍ମୃତ ହୋଇ ରହିବା ହେଉଛି ସାଲୋକ୍ୟ ମୁକ୍ତି । ମୟେବ ନିବସିସ୍ୟସି । ଏଠାରେ ବ୍ୟକ୍ତି ଦେହାଦି ବନ୍ଧନରୁ ମୁକ୍ତ ହୋଇ ତା'ର ମୂଳ ସ୍ୱରୂପରେ ପରମାତ୍ମାଙ୍କୁ ସାକ୍ଷାତ କରି ତାଙ୍କର ସମୀପତାକୁ ଅନୁଭବ କରେ ଓ ଅନନ୍ୟ ପ୍ରେମ ଏବଂ ଭକ୍ତିରେ ତାଙ୍କ ସହିତ ଏକାକାର ହୋଇଯାଏ । ବ୍ୟକ୍ତି ଶରୀର ମଧ୍ୟରେ ଅବତରିତ ପରମାତ୍ମାଙ୍କ ଅବ୍ୟକ୍ତ ସ୍ୱରୂପ ସହିତ ଏକ ଭାବାପନ୍ନ ନହେବା ପର୍ଯ୍ୟନ୍ତ ସେ ଅନନ୍ୟ ଭାବରେ ତାଙ୍କୁ ସ୍ମରଣ କରି ପାରିବ ନାହିଁ । ତେଣୁ ପରମାତ୍ମା କହନ୍ତି ""ମୋର ଭାବରେ ସ୍ଥିତ ହୁଅ''ା ""ମଦ୍ଭାବମାଗତାଃ''
ଜୀବର ସମ୍ପୂର୍ଣ୍ଣ ମୁକ୍ତାବସ୍ଥା ହେଉଛି ପରମାତ୍ମା ସଦୃଶ । ପରମାତ୍ମା ଅଚିନ୍ତ୍ୟ, ସଦା ସମ୍ପୂର୍ଣ୍ଣ, ଅଦୃଶ୍ୟ, ନିର୍ବିକାର, ଅଚଳ, ଧ୍ରୁବ, ଅକ୍ଷର ଓ ଅବ୍ୟକ୍ତ । ଜୀବାତ୍ମାର ମଧ୍ୟ ସେହି ସବୁ ଲକ୍ଷଣ ଗୀତାରେ ବର୍ଣ୍ଣିତ ହୋଇଛି : ଯଥା ଅଚିନ୍ତ୍ୟ (୨/୧୫), କୂଟସ୍ଥ (ନିିର୍ବିକାରୀ) (୧୫/୧୬): ଅଚଳ (୨/୧୪) ଅକ୍ଷର (୧୫/୧୬;୧୮), ଅବ୍ୟକ୍ତ (୨/୧୫) । ତେଣୁ ଆତ୍ମିକ ସ୍ଥିତି ପ୍ରାପ୍ତ ହେଲେ ବ୍ୟକ୍ତିର ପରମାତ୍ମାଙ୍କ ସହିତ ସାଧର୍ମ୍ୟ ହୋଇଯାଏ । ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।ା୧୪/୨ାା ଝକ୍ଟଙ୍କକ୍ଷ ଉକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ଖରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଆତ୍ମାନୁଭୁତି, ପରମାତ୍ମାନୁଭୁତି ପାଇଁ ପଥ ପ୍ରଶସ୍ତ କରେ । ଏଥିପାଇଁ ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବଶୀଭୂତ କରିବାକୁ ପଡିବ । ଇନ୍ଦ୍ରିୟମାନେ ଦେହାଭିମାନର ମୂଳ କାରଣ । ଆତ୍ମା ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଗ୍ରାହ୍ୟ : ତେଣୁ ତାକୁ ଅଚିନ୍ତ୍ୟ (୨/୨୫) କୁହାଯାଇଛି । ଆତ୍ମ ବିସ୍ମୃତିହିଁ ବ୍ୟକ୍ତିକୁ ପରମାତ୍ମା ବିମୁଖ କରାଏ । ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତିର ବୁଦ୍ଧି ବିଷମତା ଦୋଷରେ ଦୁଷିତ ହୁଏନାହିଁ । ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ମନୋନିବେଶ କରିବା ପାଇଁ ବ୍ୟକ୍ତିକୁ ସମବୁଦ୍ଧି ସମ୍ପନ୍ନ ହେବା ଆବଶ୍ୟକ । ବିସ୍ମୃତିହିଁ ବ୍ୟକ୍ତିକୁ ପରମାତ୍ମା ବିମୁଖ କରାଏ । ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତିର ବୁଦ୍ଧି ବିଷମତା ଦୋଷରେ ଦୁଷିତ ହୁଏନାହିଁ । ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ମନୋନିବେଶ କରିବା ପାଇଁ ବ୍ୟକ୍ତିକୁ ସମବୁଦ୍ଧି ସମ୍ପନ୍ନ ହେବା ଆବଶ୍ୟକ । (ଗୀ ୧୨/୨-୪)
ରାଜଯୋଗ ଅଭ୍ୟାସର ଉପାୟ
ଅନେକେ ମନ ଓ ବୁଦ୍ଧିକୁ ଆତ୍ମାଠାରୁ ଭିନ୍ନ ବୋଲି ଭାବନ୍ତି; କିନ୍ତୁ ପ୍ରକୃତରେ ତାହା ନୁହେଁ । ମନ ଓ ବୁଦ୍ଧି ଅତ୍ମାର ଭିନ୍ନ ଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ମାତ୍ର । ଆତ୍ମାର ସଂକଳ୍ପ ଶକ୍ତିର ନାମ ମନ ଓ ନିର୍ଣ୍ଣୟ ଶକ୍ତିର ନାମ ବୁଦ୍ଧି । ମନ ଓ ବୁଦ୍ଧିର ଉପଯୋଗ ଦ୍ୱାରା ବ୍ୟକ୍ତି ନିଜକୁ ଦେହଠାରୁ ପୃଥକ ଏକ ସା ବୋଲି ଅନୁଭବ କରିପାରେ । ଏହା ହେଉଛି ଆତ୍ମ ସାକ୍ଷାତ୍କାର । ବ୍ୟକ୍ତି ନିଜ ଆତ୍ମ ସ୍ୱରୂପରେ ସ୍ଥିତ ହେଲେ, ତା'ମନର ଚଳତା ସ୍ଥିର ହୋଇଯାଏ । କାରଣ ଦେହ ଅଭିମାନ ଦ୍ୱାରା ମନ ସାଂସାରିକ ବିଷୟ ବସ୍ତୁରେ ନିରନ୍ତର ଗତିଶୀଳ ହେଉଥାଏ । ଶରୀର ଓ ସଂସାର ଏକ ଜାତୀୟ । ଉଭୟେ ସେହି ପ ତ୍ୱରୁ ସୃଷ୍ଟ । ତେଣୁ ପରିବର୍ନଶୀଳ । ଆତ୍ମା ଓ ପରମାତ୍ମା ଉଭୟେ ଚୈତନ୍ୟ ସ୍ୱରୂପ, ପରମଧାମ ନିବାସୀ, ଅବିନାଶୀ ଓ ଅପରିବର୍ନୀୟ । ଆତ୍ମା ପରମାତ୍ମାଙ୍କ ସନ୍ତାନ । ଏହି ସବୁ ଦୃଷ୍ଟିରୁ ଏହି ଦୁହିଁଙ୍କ ମଧ୍ୟରେ ସଜାତୀୟତା ରହିଛି । ଏହି କାରଣରୁ ବ୍ୟକ୍ତି ଦେହ ଅଭିମାନଗ୍ରସ୍ତ ହେଲେ ତା'ର ମନ ସଂସାରରେ ବିଚରଣ କରେ ଓ ଆତ୍ମିକ ସ୍ୱରୂପରେ ସ୍ଥିତ ହେଲେ ତା'ର ମନ ପରମାତ୍ମାଙ୍କଠାରେ ସ୍ଥିର ହୋଇଯାଏ । ମନ ସ୍ଥିର ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କଠାରେ ବୁଦ୍ଧି ନିବେଶ ହୋଇପାରେ ନାହିଁ । ଅନ୍ୟ ଅର୍ଥରେ ସଂସାରର ପ୍ରତ୍ୟେକ ବିଷୟରୁ ମନକୁ ପ୍ରତ୍ୟାହୃତ କରି କେବଳ ନିଜ ଆତ୍ମାରେ କେନ୍ଦ୍ରିଭୂତ କଲେ ବୁଦ୍ଧି ପରମାତ୍ମାଙ୍କ ସହିତ ଯୁକ୍ତ ହେବାରେ କୌଣସି ବାଧା ରହେ ନାହିଁ । ""ନିବସିଷ୍ୟସି ମଯ୍ୟେବ'' ।ା୮ାା
ଅନେକ ସମୟରେ ମନ ସାଂସାରିକ ବିଷୟ ବୈଭବରୁ ପ୍ରତ୍ୟାହୃତ ହୋଇ ପରମାତ୍ମାଙ୍କ ସହିତ ନିବେଶ ହୋଇପାରେ ନାହିଁ । ଏପରି ବ୍ୟକ୍ତ୍ି ଅଭ୍ୟାସଯୋଗ ଦ୍ୱାରା ପରମାତ୍ମା ପ୍ରାପ୍ତିର ତୀବ୍ର ଅଭିଳାଷ ପୋଷଣ କରିବା ଉଚିତ । ମନକୁ ବଳପୂର୍ବକ ଶରୀର ଓ ସଂସାରରୁ ନିବୃ କରାଇବାର ଅଭ୍ୟାସ କରିବା ପରିବେର୍ ବ୍ୟକ୍ତି ନିଜକୁ ଈଶ୍ୱରୀୟ କାର୍ଯ୍ୟରେ ନିଯୁକ୍ତ ରଖିବା ଉଚିତ । ନିଜର ଆତ୍ମିକ ସ୍ୱରୂପର ଚିନ୍ତନ, ପରମାତ୍ମାଙ୍କ ସ୍ୱରୂପର ଚିନ୍ତନ, ଈଶ୍ୱରୀୟ ଜ୍ଞାନ ପଠନ, ଶ୍ରବଣ ଓ କଥନ ଆଦିର ନିରନ୍ତର ଅଭ୍ୟାସ ଦ୍ୱାରା ଅନ୍ତଃକରଣ କ୍ରମଶଃ ଶୁଦ୍ଧ ହୁଏ । ଶୁଦ୍ଧ ଅନ୍ତଃକରଣ ମନରେ ପରମାତ୍ମା ମିଳନ ପାଇଁ ବ୍ୟାକୁଳତା ସୃଷ୍ଟି କରେ । ସଜାତୀୟତାରେ ଆକର୍ଷଣ ଓ ବିଜାତୀୟତାରେ ବିକର୍ଷଣ, ହେଉଛି ପ୍ରକୃତିର ନିୟମ । ବ୍ୟକ୍ତି ସାଂସାରିକ କର୍ମରେ ନିଜକୁ ସବୁବେଳେ ବ୍ୟସ୍ତ ରଖିଲେ ମନ ସେଥିରେ ଆସକ୍ତ ହୋଇ ପଡ଼େ । ଅପରପକ୍ଷରେ ବ୍ୟକ୍ତି ନିଜକୁ ଈଶ୍ୱରୀୟ କାର୍ଯ୍ୟରେ ବ୍ୟସ୍ତ ରଖିଲେ ମନ ସଂସାର ପ୍ରତି ଅନାସକ୍ତ ପୂର୍ବକ ପରମାତ୍ମାଭିମୁଖୀ ହୋଇଯାଏ । ପ୍ରତ୍ୟେକ କାର୍ଯ୍ୟ ପରମାତ୍ମା ମିଳନର ଆକାଙ୍କ୍ଷା ରଖି ଅନୁଷ୍ଠିତ ହେଉଥିବାରୁ ଏହାକୁ ""ଅଭ୍ୟାସଯୋଗ'' କୁହାଯାଏ ।
କେତେକଙ୍କ ପାଇଁ ""ଅଭ୍ୟାସଯୋଗ'' ମଧ୍ୟ କଠିଣ ହୋଇପାରେ । କାରଣ ଏହା ଦ୍ୱାରା ନୂଆ କାମର ଅଭ୍ୟାସ କରିବାକୁ ପଡେ । କିନ୍ତୁ କର୍ମ ମଣିଷର ସ୍ୱଭାବିକ ଅଭ୍ୟାସ । କର୍ମ ନକରି କେହି ହେଲେ କ୍ଷଣେ ମଧ୍ୟ ରହି ପାରିବେ ନାହିଁ । କର୍ମର ଧାରାକୁ ପରିବର୍ନ କରିବାକୁ ହେବ । ଈଶ୍ୱରୀୟ ଜ୍ଞାନ ପ୍ରାପ୍ତି ପୂର୍ବରୁ ବ୍ୟକ୍ତ୍ିର ସମସ୍ତ କର୍ମ ସାଂସାରିକ ସୁଖ ପ୍ରାପ୍ତି ପାଇଁ ସାଧିତ ହେଉଥିଲା । ପରମାତ୍ମାଙ୍କୁ ଜାଣିଲା ପରେ ପ୍ରତ୍ୟେକ କର୍ମ କେବଳ ତାଙ୍କ ଉଦ୍ଧେଶ୍ୟରେ ଅନୁଷ୍ଠିତ ହେବା ଉଚିତ । ଖାଇବା ଏକ କର୍ମ । ଜିହ୍ୱା ଲାଳସାର ପରିତୃପ୍ତି ପାଇଁ ମଣିଷ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଏ । ସେ ଭାବେ ଖାଇବା ପାଇଁ ସେ ବି ରହିଛି । କିନ୍ତୁ ଜ୍ଞାନୀ ବିବା ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଏ ଏବଂ ଯାହା ଖାଏ ତାହା ପରମାତ୍ମାଙ୍କୁ ଅର୍ପଣ କରି ଖାଏ । କେବଳ ଜୀବନକୁ ଉପଭୋଗ କରିବା ପାଇଁ ବି ରହିବା ତା'ର ଉଦ୍ଧେଶ୍ୟ ନୁହେଁ । ତା'ର ଜୀବନର ଏକମାତ୍ର ଉଦ୍ଧେଶ୍ୟ ହେଲା ସୁଚାରୁ ରୂପେ ଈଶ୍ୱରୀୟ କାର୍ଯ୍ୟର ସମ୍ପାଦନ । ସେଥିପାଇଁ ସେ ବେ ଓ ବିବା ପାଇଁ ସେ ଖାଏ । ଏହି ପରି ଖାଇବା ଭଳି ସାଧାରଣ କର୍ମ ମଧ୍ୟ ଈଶ୍ୱରୀୟ କାର୍ଯ୍ୟରେ ପରିବିର୍ତ ହୋଇଯାଏ । ଯେଉଁଠି ଶରୀର ଓ ସଂସାର ବ୍ୟକ୍ତିର ଉଦ୍ଧେଶ୍ୟ ନଥାଏ, ସେଇଠି ନିଷିଦ୍ଧ କର୍ମ ହେଉନଥିବାରୁ ପ୍ରତ୍ୟେକ କର୍ମ ଈଶ୍ୱରୀୟ ଅର୍ଥରେ ସମ୍ପାଦିତ ହୁଏ । ଯା'ର ପ୍ରତ୍ୟେକ କର୍ମ ନିଜ ପାଇଁ ବା ସଂସାର ପାଇଁ ନ ହୋଇ ଈଶ୍ୱରୀୟ ଆଦେଶ ଅନୁସାରେ ଅନ୍ୟର କଲ୍ୟାଣ ପାଇଁ ସମ୍ପାଦିତ ହୁଏ ତା'ର ମନ ବୁଦ୍ଧି ଯେ ସର୍ବଦା ସେହି ଏକ ପରମାତ୍ମାଙ୍କଠାରେ ଯୁକ୍ତ ହୋଇ ରହିବ ଏଥିରେ ସନ୍ଦେହ ନାହିଁ । ପ୍ରାପ୍ତି ଏକ; କିନ୍ତୁ ସାଧନା ବା ପୁରୁଷାର୍ଥର ପ୍ରଣାଳୀ ଭିନ୍ନ । କେତେକ ବ୍ୟକ୍ତି ସ୍ୱାଭାବିକ ଭାବେ ଈଶ୍ୱରଙ୍କୁ ପ୍ରେମ କରି ପାରନ୍ତି ନାହିଁ । ସେମାନେ କର୍ମରେ ଅତ୍ୟଧିକ ଶ୍ରଦ୍ଧା ଓ ରୁଚି ରଖନ୍ତି । ସେମାନଙ୍କ ପାଇଁ କର୍ମହିଁ ଭଗବାନ । କିନ୍ତୁ ସ୍ୱାଭାବିକ ଈଶ୍ୱର ପ୍ରେମର ଅଭାବ ହେତୁ ସେମାନଙ୍କ ପ୍ରତ୍ୟେକ କର୍ମ ଭଗବତ୍ ପ୍ରୀତ୍ୟର୍ଥେ ହୋଇପାରେ ନାହିଁ । ସେମାନେ ମଧ୍ୟ ସୁଗମତା ପୂର୍ବକ ପରମାତ୍ମାଙ୍କୁ ପାଇ ପାରିବେ । ଏଥିପାଇଁ ସେମାନଙ୍କୁ ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କରିବାକୁ ପଡିବ । କର୍ମର ଫଳେଚ୍ଛାହିଁ ଆସକ୍ତିର କାରଣ । ଦେହ ଅଭିମାନ ତ୍ୟାଗ କରି ଆତ୍ମସ୍ଥ ହୋଇ (ଯତାତ୍ମବାନ୍) କର୍ବ୍ୟ ଦୃଷ୍ଟିରୁ କର୍ମ କଲେ ସେଥିରେ ବନ୍ଧନ ଭୟ ନଥାଏ । ଆତ୍ମସ୍ଥ ବ୍ୟକ୍ତି ସ୍ୱୀୟ ମନ ବୁଦ୍ଧି ଓ ଇନ୍ଦ୍ରିୟାଦିକୁ ସଂଯମିତ କରିପାରେ । ଏହାଦ୍ୱାରା ତା'ମନରେ ବିଷୟ ଚିନ୍ତନ ହ୍ରାସ ପାଏ । ଅନାସକ୍ତ ହୋଇ କର୍ବ୍ୟ କର୍ମ ସମ୍ପାଦନ କଲେ ମଧ୍ୟ ବ୍ୟକ୍ତି ଯୋଗାରୁଢ଼ ହୋଇପାରେ ଏବଂ ଏଥିରୁ ପ୍ରାପ୍ତ ଶାନ୍ତି ଦ୍ୱାରା ସେ ପରମାତ୍ମାନୁଭୂତି ଲାଭ କରି ପାରେ । ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ । ଯୋଗାରୂଢ଼ସ୍ୟ ତସ÷୍ୟବ ଶମଃ କାରଣମୁତ୍ୟତେ ।ା୬/୩ାା ଅର୍ଥାତ ଯୋଗାରୂଢ଼ ଅଭିଳାଷୀ ମୁନିର କର୍ମହିଁ ସିଦ୍ଧି ଲାଭର କାରଣ ବୋଲି କୁହାଯାଇଛି ଏବଂ ସେହି ଯୋଗାରୂଢ଼ ମନୁଷ୍ୟକୁ ଯେଉଁ ଶାନ୍ତି ପ୍ରାପ୍ତ ହୁଏ ତାହା ପରମାତ୍ମା ପ୍ରାପ୍ତିର କାରଣ ବୋଲି କଥିତ ହୁଏ ।ା୬/୩ାା ଯଦି ବ୍ୟକ୍ତି ଈଶ୍ୱରୀୟ ସେବା ଭାବରେ ସମସ୍ତ କର୍ମକୁ ରୂପାନ୍ତରିତ କରିପାରେ ନାହିଁ, ତେବେ ତାଙ୍କ ଦ୍ୱାରା ସମ୍ପାଦିତ ପ୍ରତ୍ୟେକ କର୍ମର ପରିଣାମ ପ୍ରତି ନିସ୍ପୃହ ରହିବା ଉଚିତ । ଏହାଦ୍ୱାରା ତାଙ୍କ ବିଷୟ ଭୋଗ କାମନା ନଷ୍ଟ ହେବ । ଯାହାଙ୍କ ମନରେ କାମ ନଥାଏ, ତାଙ୍କ ମନରେ ରାମ ଅର୍ଥାତ ପରମାତ୍ମାହିଁ ବିରାଜିତ ଥାନ୍ତି ।
ପତଞ୍ଜଳି ଯୋଗ ଦର୍ଶନ ଅନୁସାରେ କୌଣସି ଏକ ବିଷୟରେ ସ୍ଥିରତା ବା ସ୍ଥିତି ନିମି ବାରମ୍ବାର ପ୍ରଯନô କରିବାର ନାମ "ଅଭ୍ୟାସ' । ""ଶ୍ରେୟୋ ହି ଜ୍ଞାନମଭ୍ୟାସାତ୍'' (ଯୋଗଦର୍ଶନ୧/୧୩) । ଉଦାହରଣ ସ୍ୱରୂପ ଚଳ ମନକୁ ସ୍ଥିର କରିବା ପାଇଁ ଯେଉଁ ଆସନ, ପ୍ରାଣାୟମ, ଯମ, ନିୟମାଦି କ୍ରିୟା କରାଯାଏ ତାହା ହେଉଛି ଅଭ୍ୟାସ । ଏଥିରେ ଆତ୍ମା,ପରମାତ୍ମା,ସୃଷ୍ଟିଚକ୍ର ଆଦିର ଜ୍ଞାନ ନଥାଏ । ଜ୍ଞାନ ଦ୍ୱାରା ବ୍ୟକ୍ତ୍ି ନିତ୍ୟ ଅନିତ୍ୟର ଭେଦ କରିପାରେ ଏବଂ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ପ୍ରତି ତା'ର ଅଭିରୁଚି ବୃଦ୍ଧିପାଏ । ଜ୍ଞାନ ବିନା ପରମାତ୍ମାଙ୍କୁ ଜାଣି ହୁଏ ନାହିଁ । ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବା ପାଇଁ ଜ୍ଞାନ ପ୍ରେରଣା ଦିଏ । ତେଣୁ ଜ୍ଞାନ ବିହୀନ ଅଭ୍ୟାସ ଅପେକ୍ଷା, ଅଭ୍ୟାସ ବିହୀନ ଜ୍ଞାନ ଶ୍ରେଷ୍ଠ । କିନ୍ତୁ କେବଳ ଜ୍ଞାନ ଦ୍ୱାରା ପରମାତ୍ମାଙ୍କୁ ଅନୁଭବ କରି ହୁଏ ନାହିଁ । ଏଥିପାଇଁ ମନର ଏକାଗ୍ରତା ଏକାନ୍ତ ଆବଶ୍ୟକ । ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପର ପରିଚୟ ମିଳେ । ଏହି ସ୍ୱରୂପକୁ ଅନୁଭବ କରିବା ପାଇଁ ମନକୁ ଏକାଗ୍ର କରିବା କ୍ରିୟାର ନାମ ଧ୍ୟାନ । ଧ୍ୟାନ ଦ୍ୱାରା ମନ ନିୟନ୍ତ୍ରଣ ହୁଏ ଓ ଶକ୍ତିଶାଳୀ ହୁଏ । ମନର ସହଜାତ ପ୍ରବୃି ହେଲା ଚଳତା, ବିସ୍ତାରତା । ଚଳତା ଦ୍ୱାରା ମାନସିକ ଶକ୍ତି ହ୍ରାସ ହୁଏ । ସୂର୍ଯ୍ୟକିରଣରେ ଉାପ ଥାଏ; କିନ୍ତୁ ତାହା ଦହନ କରିପାରେ ନାହିଁ । କିନ୍ତୁ ଉଳ ଯବକାଚ (ଉକ୍ଟଦ୍ଭମବଙ୍ଖର ଖରଦ୍ଭଗ୍ଦର) ଦ୍ୱାରା ସୂର୍ଯ୍ୟକିରଣକୁ ଏକତ୍ର କଲେ ସେଥିରେ ଦାହିକା ଶକ୍ତି ଉପôନ୍ନ ହୁଏ । ମନକୁ ମଧ୍ୟ ଧ୍ୟାନ ଦ୍ୱାରା ନିୟନ୍ତ୍ରଣ କଲେ ତା ମଧ୍ୟରେ ଅସାଧାରଣ ଶକ୍ତି ଉପôନ୍ନ ହୋଇପାରେ ଓ ଜଣେ ବ୍ୟକ୍ତି ଶାସ୍ତ୍ରାଦି ଅଧ୍ୟୟନ ନ କରି ମଧ୍ୟ ଯଥାର୍ଥ ଜ୍ଞାନ ଲାଭ କରିପାରେ; କାରଣ ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ଧ୍ୟାନ ଦ୍ୱାରା ଏହି ଜ୍ଞାନର ବିକାଶ କରାଯାଇପାରେ । ତେଣୁ ଅଧ୍ୟୟନ ବା ଶ୍ରବଣରୁ ପ୍ରାପ୍ତ ଜ୍ଞାନ ଅପେକ୍ଷା ଧ୍ୟାନ ଶ୍ରେଷ୍ଠ । କିନ୍ତୁ ଅଭ୍ୟାସ, ଜ୍ଞାନ ଓ ଧ୍ୟାନଠାରୁ କର୍ମରେ ଥିବା ଫଳାସକ୍ତି ତ୍ୟାଗ ହେଉଛି ଶ୍ରେଷ୍ଠ । କାରଣ ଫଳାସକ୍ତି ସମସ୍ତ ବନ୍ଧନର କାରଣ । ଧ୍ୟାନରେ ମନକୁ ବିଷୟ, ବସ୍ତୁ, ବ୍ୟକ୍ତି, ବା ବୈଭବରୁ ନିଗ୍ରହ କରି ଏକାଗ୍ରତା ଅଭ୍ୟାସ କରିବାକୁ ପଡେ । କିନ୍ତୁ ଯେଉଁ ବ୍ୟକ୍ତିର ଏସବୁ ପ୍ରତି ଆସକ୍ତି ନାହିଁ ସେ ଇଚ୍ଛା କଲେ ମନକୁ ଏକାଗ୍ର କରି ପାରନ୍ତି ଓ ଧ୍ୟାନସ୍ଥ ହୋଇ ପାରନ୍ତି । କର୍ମରେ ଫଳେଚ୍ଛା ନ ରଖିବାହିଁ ଗୀତାର କର୍ମଯୋଗ । କର୍ମଯୋଗୀ ସ୍ଥିତପ୍ରଜ୍ଞ (୨/୫୫) ହୋଇଥାନ୍ତି । ସେ ସହଜ ବା ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇ ପାରନ୍ତି । ତେଣୁ କର୍ମଫଳ ଆଶା ତ୍ୟାଗ କରିବା ହେଉଛି ଶ୍ରେଷ୍ଠ । କାରଣ ଏହା ଦ୍ୱାରା ତତ୍କ୍ଷଣାତ୍ ପରମ ଶାନ୍ତି ପ୍ରାପ୍ତ ହୁଏ । (ଗୀ ୧୨/୮-୧୨)
ରାଜଯୋଗ ସିଦ୍ଧ ବ୍ୟକ୍ତିର ଲକ୍ଷଣ
ପରମାତ୍ମା ସ୍ୱୟଂ ସମ୍ପୂର୍ଣ୍ଣ, ସର୍ବ ଗୁଣର ସାଗର । ତେଣୁ ମନୁୁଷ୍ୟାତ୍ମା ତାଙ୍କୁ ସ୍ମରଣ କରେ । ପରମାତ୍ମାଙ୍କୁ ସ୍ମରଣ କରୁ କରୁ ଆତ୍ମା ମଧ୍ୟରେ ତାଙ୍କ ସମସ୍ତ ଗୁଣାବଳୀର ବିକାଶ ହେବାକୁ ଲାଗେ । ମନୁଷ୍ୟାତ୍ମା ୧୬ କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ଓ ସର୍ବଗୁଣ ସମ୍ପନ୍ନ ହୋଇଯାଏ । କେଉଁ କେଉଁ ଲକ୍ଷଣଗୁଡିକ ପ୍ରକାଶ ପାଇଲେ ବ୍ୟକ୍ତି ପୁରୁଷାର୍ଥର ଚରମ ସୀମାରେ ପହେ ଓ ପରମାତ୍ମାଙ୍କ ପ୍ରିୟ ଭାଜନ ହେବାର ଯୋଗ୍ୟତା ହାସଲ କରିପାରେ ତାହା ଦ୍ୱାଦଶ ଅଧ୍ୟାୟର ୧୩ଶରୁ ୧୯ଶ ଶ୍ଳୋକ ମଧ୍ୟରେ ବର୍ଣ୍ଣନା କରାଯାଇଛି ।
ପରମାତ୍ମା ପରାୟଣ ବ୍ୟକ୍ତି ଶତ୍ରୁ ପ୍ରତି ମଧ୍ୟ ଦ୍ୱେଷ ଭାବ ନ ରଖି ମିତ୍ରବତ୍ ବ୍ୟବହାର କରନ୍ତି । ନିନ୍ଦୁକକୁ ମଧ୍ୟ ସେ ନିଜର ପରମ ମିତ୍ର ବୋଲି ମନେ କରନ୍ତି । କାରଣ ନିନ୍ଦୁକ ବ୍ୟକ୍ତି ଯେଉଁ ବିଷୟରେ ନିନ୍ଦା କରନ୍ତି ସେଥିପ୍ରତି ସଚେତନ ବା ସତର୍କ ରହିବାକୁ ପରୋକ୍ଷ ଭାବରେ ସେ ଅବକାଶ ଦିଅନ୍ତି । କାହାରିଠାରୁ ନିଜର ନିନ୍ଦା ଶୁଣି ସେଥିରେ କ୍ଷୁଣ୍ଣ ନ ହୋଇ ବା ନିନ୍ଦୁକ ପ୍ରତି ଶତ୍ରୁଭାବ ନ ରଖି ବ୍ୟକ୍ତି ନିଜ ଦୋଷ ତ୍ରୁଟି ପ୍ରତି ସଚେତନ ହେବା ଉଚିତ । ଏହାଦ୍ୱାରା ସହନଶୀଳତା ଗୁଣର ବିକାଶ ହୁଏ । ନିଜର କୌଣସି ଦୋଷ ନ ଥାଇ ମଧ୍ୟ ଯଦି କିଏ ଅସୂୟା ଭାବ ପୋଷଣ କରି ନିନ୍ଦା କରୁଥାଏ ବା କୌଣସି ଅନିଷ୍ଟ କର୍ମ କରୁଥାଏ ତାକୁ ଉଦାରତା ସହିତ କ୍ଷମା କରିଦେବା ଉଚିତ । ନିଜର ସମସ୍ତ ସାମର୍ଥ୍ୟ ଥାଇ ମଧ୍ୟ ଅନିଷ୍ଟକାରୀକୁ କୌଣସି ଦଣ୍ଡ ବିଧାନ ନ କରିିବା ହେଉଛି କ୍ଷମାଭାବ । ""ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ... ।’’ ଯିଏ ସମସ୍ତ ପ୍ରାଣୀଙ୍କ ପ୍ରତି ଦ୍ୱେଷଭାବଶୂନ୍ୟ ତା' ନିକଟରେ ମିତ୍ର ଓ ଦୟାଳୁ ଭାବର ଉପôନ୍ନ ହେବା ସମ୍ଭବ । ଅଦ୍ୱେଷ୍ଟ ସର୍ବଭୂତାନଂ ମୈତ୍ରଃ କରୁଣ ଏବ ଚ । ଦ୍ୱେଷ ଭାବ ଶୂନ୍ୟ ହେଲେ ଯାଇ ମନ ଓ ବୁଦ୍ଧି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପାରିବ । ମନର ସାଧାରଣ ସ୍ଥିତିରେ ଅପକାରୀ ଓ ଉପକାରୀ ଉଭୟ ବେଶୀ ମନେ ପଡ଼ନ୍ତି । ତେଣୁ ଅପକାରୀ ପ୍ରତି ଦ୍ୱେଷ ଶୂନ୍ୟ ହେବା ସହିତ ମିତ୍ର ଓ କରୁଣାଭାବ ତଥା ଉପକାରୀ ପ୍ରତି ଅନାସକ୍ତ ଭାବ ମନକୁ ସହଜ ଓ ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୁକ୍ତ କରାଏ । ପୁରୁଷାର୍ଥ ମାର୍ଗରେ ମମତା ଓ ଅହଙ୍କାର ଏହି ଦୁଇଟି ବିକାର ମନୁଷ୍ୟାତ୍ମାକୁ ଈଶ୍ୱର ବିମୁଖ କରାଏ । ଦେହ ସହିତ ଦେହ ସମ୍ପର୍କିତ ବ୍ୟକ୍ତି, ବସ୍ତୁ ବା ବୈଭବ ପ୍ରତି ଥିବା ମମତା (ମୋରଭାବ) ବ୍ୟକ୍ତିକୁ ସଂସାର ସହିତ ବାନ୍ଧି ରଖେ । ଏଥିରୁ ଅହଙ୍କାର ଜାତ ହୁଏ । ଏସବୁ ଜାଣି ଜ୍ଞାନୀ ବ୍ୟକ୍ତି ମମତା ରହିତ ଓ ଅହଙ୍କାର ଶୂନ୍ୟ ହୋଇ ଯାଆନ୍ତି । ନିରହଙ୍କାରୀ ଓ ମମତା ରହିତ ବ୍ୟକ୍ତି ଅନନ୍ୟ ଭାବରେ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରି ପାରେ । ଜୀବନ ଯାତ୍ରାରେ ବ୍ୟକ୍ତି କେତେବେଳେ ଅନୁକୂଳ ପରିସ୍ଥିତି ଓ କେତେବେଳେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଏ । ଅନୁକୂଳ ପରିସ୍ଥିତି ମନରେ ରାଗ ଓ ହର୍ଷ ଭାବ ଏବଂ ପ୍ରତିକୂଳ ପରିସ୍ଥିତି ଦ୍ୱେଷ ଓ ଶୋକ ଭାବ ଉପôନ୍ନ କରାଏ । ଏହା ମଧ୍ୟ ଏକ ପ୍ରକାର ବିକାର ଓ ବନ୍ଧନର କାରଣ । ତେଣୁ ଅନୁକୂଳ ବା ପ୍ରତିକୂଳ ଉଭୟ ପରିସ୍ଥିତିରେ ଅନ୍ତଃକରଣରେ ହର୍ଷଶୋକାଦି ବିକାର ଉପôନ୍ନ ହେବାକୁ ଦେବା ଉଚିତ ନୁହେଁ । ଦୁଃଖେଷୁ ଅନୁଦ୍ବିଗ୍ନମନା ସୁଖେଷୁ ବିଗତ ସ୍ପୃହା ।
ଅନନ୍ୟ ପ୍ରେମ ପୂର୍ବକ ଯେଉଁ ଜ୍ଞାନୀବ୍ୟକ୍ତିର ବୁଦ୍ଧି ପରମାତ୍ମାଙ୍କ ସହିତ ସଂଲଗ୍ନ ଥାଏ ସେ ହେଉଛି ପ୍ରକୃତ ଯୋଗୀ । ପରମାତ୍ମାଙ୍କଠାରୁ ତାଙ୍କୁ ସମସ୍ତ ପ୍ରାପ୍ତିର ଅନୁଭବ ହୁଏ । ତେଣୁ ସେ ନିରନ୍ତର ସନ୍ତୁଷ୍ଟ ରହନ୍ତି । କାମ୍ୟ ବସ୍ତୁର ପ୍ରାପ୍ତିରେ ବ୍ୟକ୍ତି ସନ୍ତୁଷ୍ଟ ହୁଏ ଓ ତା'ର ଅଭାବରେ ଅସନ୍ତୁଷ୍ଟ ହୁଏ । ସାଂସାରିକ ବିଷୟ ବସ୍ତୁ ଅନିତ୍ୟ; ଏଥିରୁ ଯେଉଁ ସନ୍ତୋଷ ଜାତ ହୁଏ ତାହା କ୍ଷଣିକ ତଥା ଅସ୍ଥାୟୀ । କାରଣ କାମନାର ପୂିର୍ ହେଉଥିବା ପର୍ଯ୍ୟନ୍ତ ବ୍ୟକ୍ତି ସନ୍ତୋଷ ଲାଭ କରେ ଏବଂ ତା'ର ଅଭାବରେ ପୁନଃ ଅସନ୍ତୁଷ୍ଟ ରହେ । କିନ୍ତୁ ଯୋଗୀ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ବୁଦ୍ଧି ଦ୍ୱାରା ତ୍ୟାଗ କରି ନିଜକୁ ଆତ୍ମା ବୋଲି ମନେ କରୁଥିବାରୁ ସେ ସର୍ବଦା ଇନ୍ଦ୍ରିୟ ସଂଯମୀ (ଯତାତ୍ମା) ହୁଅନ୍ତି । ଆତ୍ମା ସ୍ୱୟଂ ନିତ୍ୟ । ତେଣୁ ନିତ୍ୟ ପରମାତ୍ମାଙ୍କ ସହିତ ସେ ନିରନ୍ତର ଯୋଗଯୁକ୍ତ ରହି ପାରେ ଓ ତାଙ୍କଠାରୁ ଯେଉର୍ଁ ପରମାନନ୍ଦ ମିଳେ ସେଥିରୁ ତାକୁ ବାସ୍ତବିକ ଓ ସ୍ଥାୟୀ ସନ୍ତୋଷ ପ୍ରାପ୍ତ ହୁଏ । ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହୋଇଯାଏ । ସଂସାରର କୌଣସି ଘଟଣା, ପରିସ୍ଥିତି, ପଦାର୍ଥରେ ତାଙ୍କର ସନ୍ତୋଷର ଅଭାବ ରହେ ନାହିଁ । କାରଣ ସେ ଜାଣନ୍ତି ଏଗୁଡିକ ଅନିତ୍ୟ । ତେଣୁ ପରମାତ୍ମାଙ୍କଠାରେ ତାଙ୍କ ଦୃଢ଼ ନିଶ୍ଚୟ ଭାବ ଥାଏ । ସେ ଅନିତ୍ୟ ଶରୀରଠାରୁ ନିଜକୁ ପୃଥକ ଅନୁଭବ କରି ଆତ୍ମିକ ସ୍ୱରୂପରେ ନିତ୍ୟ ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପରେ ସ୍ୱୀୟ ବୁଦ୍ଧିକୁ ନିରନ୍ତର ସ୍ଥିର ରଖିଥାନ୍ତି । ପରମାତ୍ମାଙ୍କୁ ସେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରନ୍ତି । ତେଣୁ ତାଙ୍କ ମନରେ କୌଣସି ସଂଶୟ ନଥାଏ । ସଂଶୟ ଯୁକ୍ତ ବୁଦ୍ଧି ଅସ୍ଥିର ହୁଏ । ଅନିତ୍ୟ ଓ ପରିବର୍ନଶୀଳ ସଂସାର ସହିତ ଯୋଗୀର କୌଣସି ସମ୍ବନ୍ଧ ନଥାଏ । ଯୋଗୀ ମନ ବୁଦ୍ଧି ସହିତ ସ୍ୱୟଂକୁ ସମ୍ପୂର୍ଣ୍ଣ ଭାବରେ ପରମାତ୍ମାଙ୍କଠାରେ ସମର୍ପଣ କରିଦେଇଥାଏ । ପରମାତ୍ମାଙ୍କଠାରେ ଅହେତୁକ ଓ ଅନନ୍ୟ ପ୍ରେମ ଥିବାରୁ ମନ ତାଙ୍କଠାରେ ସ୍ୱାଭାବିକ ଭାବରେ ସ୍ଥିର ରହେ । ଏହି ପରି ଯୋଗୀ ବ୍ୟକ୍ତି ପରମାତ୍ମାଙ୍କ ପରମ ପ୍ରିୟ ଅଟନ୍ତି ।
ଯେଉଁ ବ୍ୟକ୍ତିର ମନ ଓ ବୁଦ୍ଧି ସର୍ବୋତଭାବେ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଥାଏ ସେ ସ୍ୱାଭାବିକ ଭାବରେ ଅନ୍ୟମାନଙ୍କ ସେବା ଓ କଲ୍ୟାଣକର କର୍ମରେ ତପôର ହୋଇଥାନ୍ତି । ସେ ନିଜ ଜ୍ଞାତସାରରେ କାହାରିକୁ ଦୁଃଖ, ସନ୍ତାପ, ଭୟ ବା କ୍ଷୋଭ କରେ ନାହିଁ । ତାଙ୍କର ପ୍ରତ୍ୟେକ କ୍ରିୟା କର୍ମ କେବଳ ପରମାତ୍ମାଙ୍କ ଇଚ୍ଛା ଅନୁସାରେ ସମ୍ପନ୍ନ ହୁଏ । ତେଣୁ ସେ କେବେ କାହାରି ଉଦ୍ବେଗର କାରଣ ହୁଅନ୍ତି ନାହିଁ । ଯଦି କୌଣସି କାରଣ ବଶତଃ କାହାରି ଉଦ୍ବେଗ ଜାତ ହୁଏ ତାର ମୂଳ କାରଣ ହେଉଛି ସଂପୃକ୍ତ ବ୍ୟକ୍ତିର ଅଜ୍ଞାନତା ଜନିତ ରାଗ, ଦ୍ୱେଷ ବା ଈର୍ଷା । ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ଜ୍ଞାନୀ ବ୍ୟକ୍ତି ଶତ୍ରୁ ଓ ମିତ୍ର ଉଭୟଙ୍କଠାରେ ସମବୁଦ୍ଧିଯୁକ୍ତ ଅଟନ୍ତି । ତଥାପି ପୂର୍ବ ଜନ୍ମର ପ୍ରାରବ୍ଧ ଫଳ ଅନୁସାରେ ବେଳେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଦୁର୍ବ୍ୟବହାର ବା ଦୁଃଖ ମିଳେ । କିନ୍ତୁ ପରମାତ୍ମାଙ୍କ ସହିତ ତାଙ୍କର ନିତ୍ୟ ସମ୍ବନ୍ଧ ସ୍ଥାପନ ହୋଇଥିବା ହେତୁ ତାଙ୍କୁ ମହାଦୁଃଖ ମଧ୍ୟ ବିଚଳିତ କରିପାରେ ନାହିଁ । ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ (୬/୨୨) । ତେଣୁ ଜ୍ଞାନୀ ବ୍ୟକ୍ତି କୌଣସି ପ୍ରାଣୀ ଦ୍ୱାରା ଉଦ୍ବିଗ୍ନମନା ହୁଅନ୍ତି ନାହିଁ । ମନର ଅସ୍ଥିର ଭାବକୁ ଉଦ୍ବେଗ କୁହାଯାଏ । ଏହା ପରେଚ୍ଛା, ଅନିଚ୍ଛା ଓ ସ୍ୱେଚ୍ଛାକୃତ ହୋଇପାରେ । ସମସ୍ତ ପ୍ରକାର ଚେଷ୍ଟା ସେ୍ୱ କୌଣସି କାର୍ଯ୍ୟରେ ଅକୃତକାର୍ଯ୍ୟ ହେଲେ ତଦ୍ୱାରା ମନ ଉଦ୍ବିଗ୍ନ ହୋଇପଡେ । ନିଜର କୌଣସି କର୍ୃତ୍ୱ ବା ଭୂମିକା ନ ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲକ୍ଷ୍ୟ ପ୍ରାପ୍ତିରେ ବାଧା ଉପôନ୍ନ ହୁଏ । ଏହା ଅନିଚ୍ଛାକୃତ ହେଲେ ମଧ୍ୟ ମନ ବ୍ୟଥିତ ହୋଇପଡେ । ପରମାତ୍ମାଙ୍କ ପ୍ରତି ଦୃଢ଼ ନିଶ୍ଚୟ ଥିବା ବ୍ୟକ୍ତି (ଜ୍ଞାନୀ) ଏ ସମସ୍ତ ଉଦ୍ବେଗରୁ ସର୍ବଥା ମୁକ୍ତ ଥାଆନ୍ତି ।
ପୁରୁଷାର୍ଥୀର ଜୀବନରେ ହର୍ଷ ଅମର୍ଷ ଓ ଭୟ ବିଘ୍ନ କାରକ । ମନୋନୁକୂଳ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଓ ଘଟଣାରେ ବ୍ୟକ୍ତି ମନରେ ହର୍ଷ ଭାବ ଉପôନ୍ନ ହୁଏ । ଏହା ମଧ୍ୟ ଏକ ପ୍ରକାର ବିକାର । କାରଣ ଏହାର ଅଭାବରେ ମନରେ ଦୁଃଖ ବା ବିଷାଦ ସୃଷ୍ଟି ହୁଏ । ତେଣୁ ସୁଖ ବା ଦୁଃଖ ଉଭୟ ସ୍ଥିତିରେ ବିଚଳିତ ହେବା ଉଚିତ ନୁହେଁ । ନିଜ ଅପେକ୍ଷା ଅନ୍ୟଠାରେ ବେଶୀ ସୁଖ, ସୁବିଧା, ମାନ ସମ୍ମାନ, ଧନ, ଜ୍ଞାନ ଦେଖି କେହି କେହି ଈର୍ଷାନ୍ୱିତ ହୋଇ ପଡନ୍ତି । ସେମାନେ ଅନ୍ୟର ଉନ୍ନତି ସହ୍ୟ କରି ପାରନ୍ତି ନାହିଁ । ଅନ୍ୟର ଉକ୍ରର୍ଷ ସହି ନ ପାରିବାକୁ"ଅମର୍ଷ'କୁହାଯାଏ । ବେଳେବେଳେ ଜ୍ଞାନୀମାନଙ୍କଠାରେ ମଧ୍ୟ ଏହି ସୂକ୍ଷ୍ମ ବିକାର ଦେଖିବାକୁ ମିଳେ । ଯେଉଁ ବ୍ୟକ୍ତି, ବସ୍ତୁ,; ବୈଭବ ବା ବିଷୟରେ ମନ ଆସକ୍ତ ହୋଇଯାଏ ସେଗୁଡିକର ବିୟୋଗ ବା ଅଭାବ ଆଶଙ୍କାରେ ତା'ମନରେ ଭୟ ସୃଷ୍ଟି ହୁଏ । ଅନ୍ୟାୟ ଓ ଅଧର୍ମ ଉପାୟରେ ଅର୍ଜିତ ବା ପ୍ରାପ୍ତ ଦୁଃଖପ୍ରଦ ପଦାର୍ଥ ସମୂହ ଏବଂ ଧନ ସମ୍ପି ଦ୍ୱାରା ମଧ୍ୟ ବ୍ୟକ୍ତି ସର୍ବଦା ଭୟଭୀତ ରହେ । ଦେହାଭିମାନୀ ବ୍ୟକ୍ତି ସର୍ବଦା ମୃତୁ୍ୟ ଭୟ କରେ । କିନ୍ତୁ ପରମାତ୍ମାଭିମାନୀ ଜ୍ଞାନୀ ବ୍ୟକ୍ତି ହର୍ଷ,ଅମର୍ଷ ଓ ଭୟ ଏ ତିନି ବିକାରରୁ ମୁକ୍ତ ଥାଆନ୍ତି । ସେ ସର୍ବାନ୍ତଃକରଣରେ କେବଳ ଏକ ପରମାତ୍ମାଙ୍କୁ ପ୍ରେମ କରନ୍ତି; ତେଣୁ ପରମାତ୍ମା ମଧ୍ୟ ତାଙ୍କୁ ପ୍ରେମ କରନ୍ତି । ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।ା୭/୧୭ାା
ପରମାତ୍ମାନୁରାଗୀ ଯୋଗୀ କୌଣସି ବ୍ୟକ୍ତି, ବସ୍ତୁ, ପଦାର୍ଥ, ପରିସ୍ଥିତି ଓ ବୈଭବ ପ୍ରତି ଅପେକ୍ଷା ରଖନ୍ତି ନାହିଁ । ତାଙ୍କ ପାଇଁ ପରମାତ୍ମାହିଁ ସବୁ କିଛି । ପରମାତ୍ମାଙ୍କୁ ପ୍ରାପ୍ତ ହେଲା ପରେ ତାଙ୍କର ସମସ୍ତ ଆବଶ୍ୟକତା ଶୂନ୍ୟ ହୋଇଯାଏ । ସେ ମନେ କରନ୍ତି, ""ପାନା ଥା ଯୋ ପା ଲିୟା ଔର ବାକି କ୍ୟା ରହା ?'' ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କାହାରିଠାରୁ କୌଣସି ଅନୁକୂଳତା କାମନା କରନ୍ତି ନାହିଁ । କାରଣ ପରମାତ୍ମାଙ୍କ ପ୍ରତି ତାଙ୍କର ଅଖଣ୍ଡ ବିଶ୍ୱାସ ଥାଏ । ଶରୀର ନିର୍ବାହ ପାଇଁ ଆବଶ୍ୟକ ପଦାର୍ଥଗୁଡିକ ପାଇବା ମଧ୍ୟ ସେ କାହା ଉପରେ ନିର୍ଭର କରନ୍ତି ନାହିଁ । କାରଣ ସେ ଜାଣନ୍ତି ଯେ, କୌଣସି ଇଚ୍ଛା, ସ୍ପୃହା ବା ସଂକଳ୍ପ ନ କଲେ ମଧ୍ୟ ପ୍ରାରବ୍ଧ ଅନୁସାରେ ସମସ୍ତ କ୍ରିୟା ଆପଣାଛାଏଁ ହେବ । ଜୀବନ ନିର୍ବାହ ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ତାଙ୍କୁ ଅଯାଚିତ ଭାବରେ ପ୍ରାପ୍ତ ହୁଏ । ହିନ୍ଦିରେ ଏକ ଉକ୍ତି ପ୍ରଚଳିତ ଅଛି; ""ବିନ୍ ମାଁଗେ ମୋତି ମିଲେ, ମାଁଗେ ନ ମିଲେ ଭିଖ୍ ।'' ଅନପେକ୍ଷ(ଅପେକ୍ଷାଶୂନ୍ୟ) ବ୍ୟକ୍ତିମାନଙ୍କ ପାଇଁ ଏହି ଉକ୍ତି ପ୍ରଜୁଜ୍ୟ ।
ଶରୀର, ମନ, ବଚନ, କର୍ମରେ ସମ୍ପୁର୍ଣ୍ଣ ପବିତ୍ରତା ପାଳନ ବିନା ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ଥିବାରୁ ତାଙ୍କ ଅନ୍ତଃକରଣ କାମକ୍ରୋଧାଦି ବିକାରଗୁଡିକ ଦ୍ୱାରା ଦୂଷିତ ହୁଏ ନାହିଁ । ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମଭାବ ହେତୁ ତାଙ୍କ ମନ, ବୁଦ୍ଧି, ଇନ୍ଦ୍ରିୟ, ଆଚାର, ବ୍ୟବହାର ଏବଂ ଶରୀରାଦି ପବିତ୍ର ହୋଇଯାଏ । ଏପରି ବ୍ୟକ୍ତିଙ୍କ ବାଣୀ, ସ୍ପର୍ଶ, ଦର୍ଶନ ମଧ୍ୟ ଅନ୍ୟମାନଙ୍କ ମନରେ ପବିତ୍ର ଭାବ ସାର କରେ । ମାନବ ଜୀବନର ଏକମାତ୍ର ଉଦ୍ଧେଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି । ସଂସାର ଓ ସାଂସାରିକ ଭୋଗ୍ୟ ପଦାର୍ଥଗୁଡିକର ଅନିତ୍ୟତାକୁ ହୃଦୟଙ୍ଗମ କରି ସ୍ୱୀୟ ପବିତ୍ରତାର ପରାକାଷ୍ଠାରେ ନିଜ ଜୀବନକାଳରେ ପରମାତ୍ମାଙ୍କୁ ଯେଉଁମାନେ ପ୍ରାପ୍ତ ହୋଇ ପାରିଛନ୍ତି ସେମାନେ ପ୍ରକୃତରେ ଦକ୍ଷ ବା ଚତୁର ପଦବାଚ୍ୟ ହୁଅନ୍ତି । ମଣିଷ ଶରୀର ବିନାଶୀ ଓ ଅନିତ୍ୟ । ଏହି ଶରୀରରେ ଯିଏ ଅବିନାଶୀ ଓ ସତ୍ୟ ସ୍ୱରୂପ ପରମାତ୍ମାଙ୍କୁ ପ୍ରାପ୍ତ ହୋଇପାରିଛନ୍ତି ସେମାନେ ଯଥାର୍ଥରେ ବିବେକୀ ଓ ଚତୁର ବ୍ୟକ୍ତି । ଏକଥା ଶ୍ରୀମଦ୍ଭାଗବତରେ ମଧ୍ୟ ଉଲ୍ଲେଖ ହୋଇଛି ।
ଏଷା ବୁଦ୍ଧିମତାଂ ବୁଦ୍ଧିର୍ମନୀଷା ଚ ମନୀଷିଣାମ୍ ।
ଯତ୍ସତ୍ୟମନୃତେନେହ ମେର୍୍ୟନାପ୍ନୋତି ମାମୃତମ୍ ।ା
।ା ଶ୍ରୀମଭା.୧୧/୭୯/୨୨ାା
(ସାଂସାରିକ ବସ୍ତୁ,ବୈଭବ, ମାନସମ୍ମାନ, ପଦପଦବୀ ପ୍ରଭୃତିରେ ଦକ୍ଷତା ମନୁଷ୍ୟ ମନ ମଧ୍ୟରେ ଅହଙ୍କାର ଓ ଅଭିମାନ ସୃଷ୍ଟି କରି ପରିଣାମରେ ତା'ର ପତନର କାରଣ ହୁଏ । ତେଣୁ ଯାହା ପାଇଲେ ଆଉ କୌଣସି ପଦାର୍ଥ ପାଇବାର ଆକାଙ୍କ୍ଷା ମଧ୍ୟ ରହେ ନାହିଁ ତାହା ପ୍ରାପ୍ତି ପାଇଁ ନିଜକୁ ସଂମ୍ପୂର୍ଣ୍ଣ ସମର୍ପିତ କରିବାରେ ଚତୁରତାର ପରାକାଷ୍ଠା ନିହିତ ।)
ପରମାତ୍ମା ପ୍ରାପ୍ତ ବ୍ୟକ୍ତି ସର୍ବଦା ଉଦାସୀନ ରହନ୍ତି । ଉଦାସୀନର ଆଭିଧାନିକ ଅର୍ଥ ତଟସ୍ଥ ବା ପକ୍ଷପାତିତା ରହିତ । ଯଦି କୌଣସି ବ୍ୟକ୍ତି ବିବାଦ ସମୟରେ, ନ୍ୟାୟାଳୟରେ ସାକ୍ଷ୍ୟ ଦେବାବେଳେ ନିଜର ଜ୍ଞାତି କୁଟୁମ୍ବ ବା ଉପକାରୀଙ୍କ ସପକ୍ଷରେ ମିଥ୍ୟା ସାକ୍ଷ୍ୟ ଦେଇ ସାହାଯ୍ୟ କରିବାର ପ୍ରୟାସ କରନ୍ତି ତା'ହେଲେ ସେହି କର୍ମକୁ ଅନ୍ୟାୟପୂର୍ଣ୍ଣ ପକ୍ଷପାତିତା କୁହାଯାଏ । କିନ୍ତୁ ପରମାତ୍ମାଙ୍କ ପ୍ରିୟ ବ୍ୟକ୍ତି ସର୍ବଦା ସତ୍ୟପରାୟଣ ହୋଇଥିବାରୁ ଶତ୍ରୁ ଓ ମିତ୍ର ଉଭୟଙ୍କଠାରେ ସମଭାବ ରଖନ୍ତି । ଅପକାରୀ ପ୍ରତି ତାଙ୍କ ଅନ୍ତଃକରଣରେ ସାମାନ୍ୟ ମାତ୍ର ଦ୍ୱେଷଭାବ ମଧ୍ୟ ଥାଏ ନାହିଁ । କାରଣ ଶତ୍ରୁ ମିତ୍ର ଭାବ ଶାରୀରିକ ସମ୍ବନ୍ଧରୁ ସୃଷ୍ଟି ହୁଏ । କିନ୍ତୁ ପରମାତ୍ମା ପରାୟଣ ବ୍ୟକ୍ତି ସର୍ବଥା ଦେହାଭିମାନରୁ ମୁକ୍ତ ଥିବାରୁ ପ୍ରତ୍ୟେକ ମନୁଷ୍ୟକୁ ଆତ୍ମା ରୂପରେ ଦେଖନ୍ତି । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ପରସ୍ପରଙ୍କୁ ଭାଇ ଭାଇ ଦୃଷ୍ଟିରେ ଦେଖନ୍ତି । ତେଣୁ କାହାରି ପ୍ରତି ତାଙ୍କର ଶତ୍ରୁ ମିତ୍ର ଭେଦଭାବ ରହି ନ ଥିବାରୁ ସେ ସର୍ବଦା ପକ୍ଷପାତିତାଶୂନ୍ୟ ରହନ୍ତି ।
ସଂସାର ପ୍ରତି ଆସକ୍ତି ହେଉଛି ସମସ୍ତ ଦୁଃଖର କାରଣ । ଶାରୀରିକ ଦୃଷ୍ଟିରେ ବ୍ୟକ୍ତି ସୁଖ ଓ ଦୁଃଖ ପ୍ରଭେଦ ମଧ୍ୟରେ ବିଚାର କରେ । ମନୋନୁକୂଳ ବା ଇପ୍ସିତ ବ୍ୟକ୍ତି, ବସ୍ତୁ, ବୈଭବ, ପରିସ୍ଥିତି ବା ଘଟଣା ବ୍ୟକ୍ତିକୁ ସୁଖ ପ୍ରଦାନ କରେ ଏବଂ ଏହାର ଅଭାବରେ ସେ ଦୁଃଖୀ ହୋଇ ପଡ଼େ । ଅନୁକୂଳ ପରିସ୍ଥିତି ମନରେ ଆନନ୍ଦ ଓ ପ୍ରତିକୂଳ ପରିସ୍ଥିତି ମନରେ ଦୁଃଖ ଜାତ କରାଏ । ସୁତରାଂ ରାଗ, ଦ୍ୱେଷ, ହର୍ଷ, ବିଷାଦ ଯୋଗୁ ମନର ଅସ୍ଥିର ଭାବକୁ ବ୍ୟଥା କୁହାଯାଏ । ଯୋଗୀର ମନ ଓ ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହୁଥିବାରୁ ସେ ସମସ୍ତ ପ୍ରକାର ସାଂସାରିକ ବ୍ୟଥାରୁ ମୁକ୍ତ ଥାଏ । ପରମାତ୍ମାନୁରାଗୀ ବ୍ୟକ୍ତିଙ୍କ କୃର୍ତ୍ୱାଭିମାନ ନ ଥିବାରୁ ସେ ""ସର୍ବାରମ୍ଭ ପରିତ୍ୟାଗୀ'' ଅଟନ୍ତି । ସାଂସାରିକ ବିଷୟ ଭୋଗ କାମନାରେ ମଣିଷ ଯେଉଁ ନୂଆ ନୂଆ କର୍ମର ଉଦ୍ୟମ କରେ ତାକୁ "ଆରମ୍ଭ' କୁହାଯାଏ । ଏଥିରେ ଶାରୀରିକ ସୁଖର ପ୍ରାଧାନ୍ୟ ଥିବାରୁ ଅଭିମାନ ବଶତଃ ମଣିଷ ତା'ପାଖରେ ଥିବା ଧନ ସମ୍ପି ବାସଗୃହ ଆଦିର ସ୍ୱାମୀ ବୋଲି ନିଜକୁ ମନେ କରେ । ତେଣୁ ଏହାର କ୍ଷୟ କ୍ଷତିରେ ଦୁଃଖୀ ହୁଏ । କିନ୍ତୁ ଯିଏ ପ୍ରକୃତ ପରମାତ୍ମା ପ୍ରେମୀ ସେ ନିଜର ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ବା ମାନ ସମ୍ମାନ ପ୍ରାପ୍ତି ପାଇଁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ନାହିଁ । ତାଙ୍କର ପ୍ରତ୍ୟେକ କର୍ମ କେବଳ ବିଶ୍ୱ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥାଏ ଓ ପ୍ରତ୍ୟେକ କର୍ମ ପରମାତ୍ମାଙ୍କ ନିମି ଭାବରେ ସମ୍ପାଦନ କରୁଥିବାରୁ ସେଥିରେ ତାଙ୍କ କର୍ା ଭାବ ମଧ୍ୟ ନ ଥାଏ ।
ପରମାତ୍ମା ପ୍ରାପ୍ତି ହେଲା ପରେ ବ୍ୟକ୍ତିର ହର୍ଷ, ଦ୍ୱେଷ, ରାଗ ଓ ଶୋକ ଏହି ଚର୍ତୁବିଧ ବିକାର ନଷ୍ଟ ହୋଇଯାଏ ଏବଂ ସେ ଶୁଭାଶୁଭ ସମସ୍ତ କର୍ମର ଉଦ୍ଧ୍ୱର୍କୁ ଚାଲିଯାଆନ୍ତି । ପ୍ରିୟ ବସ୍ତୁର ପ୍ରାପ୍ତି ଏବଂ ଅପ୍ରିୟ ବସ୍ତୁର ବିୟୋଗରେ "ହର୍ଷ' ହୁଏ । ଅପର ପକ୍ଷରେ ପ୍ର୍ରିୟ ବସ୍ତୁର ବିୟୋଗ ଓ ଅପ୍ରିୟ ବସ୍ତୁର ପ୍ରାପ୍ତିରେ ଶୋକ ହୁଏ । ରାଗ, ଦ୍ୱେଷହିଁ ହର୍ଷ ଓ ଶୋକର କାରଣ । ପ୍ରିୟ ବସ୍ତୁ ପ୍ରତି ଅନୁରାଗ ଓ ଅପ୍ରିୟ ବସ୍ତୁ ପ୍ରତି ଦ୍ୱେଷ ହୁଏ । ଏଗୁଡିକ ଅଜ୍ଞାନତାରୁ ଉପôନ୍ନ । ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କୁ ପ୍ରାପ୍ତ ବ୍ୟକ୍ତି ଏହି ଅଜ୍ଞାନ ଅନ୍ଧକାରରୁ ସର୍ବଥା ମୁକ୍ତ । ସାଂସାରିକ କୌଣସି ବିଷୟ ପ୍ରାପ୍ତିର କାମନା ତାଙ୍କର ନ ଥାଏ । ତେଣୁ ସେ ରାଗ ଦ୍ୱେଷରୁ ସମ୍ପୁର୍ଣ୍ଣ ମୁକ୍ତ ଥାନ୍ତି । ଯାହାର ଅନ୍ତଃକରଣରେ ଜ୍ଞାନ ସୂର୍ଯ୍ୟ ସଦା ପ୍ରକାଶମାନ ତାଙ୍କଠାରେ ଅଜ୍ଞାନ ଅନ୍ଧକାର ରହିବ ବା କିପରି ? ସେ ଉପରୋକ୍ତ ଚାରୋଟି ବିକାରରୁ ମୁକ୍ତ ଥିବାରୁ କୌଣସି କର୍ମ ତାଙ୍କ ପାଇଁ ବନ୍ଧନର କାରଣ ହୁଏ ନାହିଁ । ତାଙ୍କ ଦ୍ୱାରା ଅଶୁଭ କର୍ମ ହେବାର ସମ୍ଭାବନା ନ ଥାଏ । ତାଙ୍କର ପ୍ରତ୍ୟେକ କର୍ମ ଶୁଭ ହୋଇଥାଏ । ସ୍ୱାଭାବିକ ଭାବରେ ତାଙ୍କ ଦ୍ୱାରା ଶୁଭ କର୍ମ ଯେପରି ଆଚରିତ ହୁଏ ସେହିପରି ଅଶୁଭ କର୍ମ ତ୍ୟାଜ୍ୟ ହୋଇଥାଏ । ସେଥିରେ ତାଙ୍କର ରାଗ ବା ଦ୍ୱେଷର ଚିହ୍ନ ମଧ୍ୟ ନଥାଏ । ସେହିପରି ଭକ୍ତିମାନ ବ୍ୟକ୍ତିଙ୍କୁ ଶୁଭାଶୁଭ ପରିତ୍ୟାଗୀ ବୋଲି କୁହାଯାଏ । ପରମାତ୍ମାଙ୍କୁ ଅନନ୍ୟ ଭାବରେ ପ୍ରେମ କରୁଥିବା ଏହିପରି ଯୋଗୀ ବ୍ୟକ୍ତି ତାଙ୍କର ଅତି ପ୍ରିୟ ହୁଅନ୍ତି ।
ପରମାତ୍ମାନୁରାଗୀ ଜ୍ଞାନୀ ବ୍ୟକ୍ତି ତାଙ୍କ ପ୍ରଶଂସକ, ସମର୍ଥକ ଓ ଉପକାରୀମାନଙ୍କୁ ଯେପରି ମିତ୍ରତା ପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି ସେପରି ନିନ୍ଦୁକ, ଅପକାରୀ ଓ ବିରୋଧୀମାନଙ୍କ ପ୍ରତି କୌଣସି ଦ୍ୱେଷ ଭାବନା ନ ରଖି ମିତ୍ରବତ୍ ବ୍ୟବହାର କରନ୍ତି । ତାଙ୍କର କାହାପ୍ରତି କୌଣସି ପକ୍ଷପାତୀ ବିଚାର ନ ଥାଏ । କାରଣ ତାଙ୍କ ମଧ୍ୟରେ ରାଗ ଦ୍ୱେଷର ସର୍ବଥା ଅଭାବ ଥାଏ । ରାଗଦ୍ୱେଷ ଥିବା ପର୍ଯ୍ୟନ୍ତ ସମତା ଆସେ ନାହିଁ । ସମତା ବିନା ଯୋଗ ସିଦ୍ଧି ହୁଏ ନାହିଁ । ପରମାତ୍ମା ପ୍ରାପ୍ତିର ଏକମାତ୍ର ମାଧ୍ୟମ ହେଉଛି ଯୋଗ । ମନ, ବୁଦ୍ଧି, ବଚନ ଓ କର୍ମରେ ନିରନ୍ତର ଈଶ୍ୱରୀୟ ସ୍ମୃତି ସମ୍ପନ୍ନ ହୋଇ ରହିବାର ନାମ ଯୋଗ । ଏହିପରି ଯୋଗୀ ବ୍ୟକ୍ତିଙ୍କୁ ହୁଏତ ସଂସାରର କେହି କେହି ଅଜ୍ଞାନତା ବଶତଃ ବା ଈର୍ଷାନ୍ୱିତ ହୋଇ ନିନ୍ଦା, କୁତ୍ସାରଟନା, ଭର୍ସନା, ଅସହଯୋଗ ବା କ୍ଷତି କରନ୍ତି । କିନ୍ତୁ ଯୋଗୀ ବ୍ୟକ୍ତି ଏହାଦ୍ୱାରା ବ୍ୟଥିତ ହୁଅନ୍ତି ନାହିଁ ବା ଶତ୍ରୁତା ଆଚରଣକାରୀ ପ୍ରତି ଦ୍ୱେଷ ଭାବ ପୋଷଣ କରନ୍ତି ନାହିଁ । କାରଣ ସେ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧର ଉଦ୍ଧ୍ୱର୍କୁ ଉଠିଯାଇଥାନ୍ତି । ତାଙ୍କ ଦୃଷ୍ଟିରେ ସମସ୍ତ ଦେହଧାରୀ ଏକ ଏକ ଚୈତନ୍ୟ ଆତ୍ମା ଓ ପରମାତ୍ମାଙ୍କ ସନ୍ତାନ । ଶରୀର ସହିତ ତାଙ୍କର ଆସକ୍ତି ରହୁ ନଥିବାରୁ ମାନ, ଅପମାନ, ଶୀତ-ଉଷ୍ଣ, ସୁଖ-ଦୁଃଖ, ନିନ୍ଦା-ସ୍ତୁତି ଆଦି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ମଧ୍ୟ ସେ ରାଗଦ୍ୱେଷର ପ୍ରଭାବରେ ନ ଆସି ସର୍ବଦା ସମ ରହନ୍ତି । ତାଙ୍କ ଅନ୍ତଃକରଣରେ ବିଷମତାର ଅଣୁମାତ୍ର ଅଂଶ ମଧ୍ୟ ନଥାଏ ।
ଉପର୍ଯୁକ୍ତ ଲକ୍ଷଣଯୁକ୍ତ ବ୍ୟକ୍ତି ପ୍ରକୃତରେ ମୌନୀ ପଦବାଚ୍ୟ । ମୌନୀର ଅର୍ଥ ମନନଶୀଳ । କେବଳ ପାଟି ଦ୍ୱାରା କୌଣସି କଥାବାର୍ା ନ କରିବା ମୌନ ନୁହେଁ । ଏହା କେବଳ ବାଚିକ ମୌନ । ମଣିଷର ମନ ଭିତରେ ଅବିରତ କଥାବାର୍ା ଚାଲୁଥାଏ । ଅନବରତ ବିଷୟ ଚିନ୍ତନହିଁ ମନର ବାଣୀ । ମନକୁ ବିଷୟ ଚିନ୍ତନରୁ ଓହରାଇ ନେଇ କେବଳ ଈଶ୍ୱରୀୟ ଜ୍ଞାନ ଓ ପରମାତ୍ମାଙ୍କ ସ୍ୱରୂପର ମନନ କରିବା ହେଉଛି ଯଥାର୍ଥ ମୌନତା । ବାଚିକ ମୌନ ସର୍ବଦା ସମ୍ଭବ ନୁହେଁ । ପାଟି ବନ୍ଦ ରଖିଲେ ଈଶ୍ୱରୀୟ ଜ୍ଞାନ ପ୍ରଚାର ପ୍ରସାର ଓ ବାଚିକ ସେବା ହୋଇ ପାରିବ ନାହିଁ । ତେଣୁ ଯିଏ ସାଂସାରିକ ବିଷୟ ବସ୍ତୁ, ବୈଭବ ଜନିତ ସଂକଳ୍ପ ବିକଳ୍ପ ଗୁଡିକର କୋଳାହଳରୁ ମନକୁ ମୁକ୍ତ ରଖି ପରମାତ୍ମାଭିମୁଖୀ କରାଇଛି ସେହିଁ ପ୍ରକୃତ ମୌନୀ ବା ମୁନି ।
ଯେଉଁ ବ୍ୟକ୍ତି ଅନନ୍ୟ ଭାବରେ ଈଶ୍ୱରୀୟ ଜ୍ଞାନ ଓ ସ୍ୱରୂପ ମନନ ତଥା ସେବାରେ ସର୍ବଦା ତପôର ଥାନ୍ତି ସେ ନିଜର ବ୍ୟକ୍ତିଗତ ଶରୀର ନିର୍ବାହ ହେତୁ ଯେତେବେଳେ ଯାହା କିଛି ସ୍ୱାଭାବିକ ଭାବରେ ପ୍ରାପ୍ତ ହୋଇଥାନ୍ତି ସେଥିରେ ସନ୍ତୁଷ୍ଟ ରହନ୍ତି । ଏପରି ବ୍ୟକ୍ତି କେବେ କୌଣସି ଅଭାବ ଅନୁଭବ କରନ୍ତି ନାହିଁ । କାରଣ ତାଙ୍କର ଭରଣ ପୋଷଣ ଦାୟିତ୍ୱ ପରମାତ୍ମାଙ୍କ ଉପରକୁ ଚାଲିଯାଏ । ତାଙ୍କର ସାଂସାରିକ ଭୋଗ ବିଳାସ ପ୍ରତି କୌଣସି କାମନା ନ ଥିବାରୁ ସେ ପାର୍ଥିବ ଧନ ସମ୍ପି ଅର୍ଜନରେ ସମୟ ନଷ୍ଟ କରନ୍ତି ନାହିଁ । ସହଜ ଓ ସ୍ୱାଭାବିକ କର୍ମ ଦ୍ୱାରା ପ୍ରାରବ୍ଧାନୁସାରେ ଶରୀର ଭରଣ ପୋଷଣ ପାଇଁ ତାଙ୍କୁ ଯାହା ମିଳେ ସେଥିରେ ସେ ସନ୍ତୁଷ୍ଟ ହୁଅନ୍ତି । ଏହି ସନ୍ତୁଷ୍ଟି ପ୍ରତ୍ୟେକ ଅନୁକୂଳ ବା ପ୍ରତିକୂଳ ପରିସ୍ଥିତିରେ ତାଙ୍କ ସମତାକୁ ବଜାୟ ରଖେ । ଘର ସଂସାର କରି ମଧ୍ୟ ସଂସାର ବା ନିଜ ବାସଗୃହ ପ୍ରତି ତାଙ୍କର କୌଣସି ମୋହ ମମତା ନ ଥାଏ । ତେଣୁ ତାଙ୍କୁ "ଅନିକେତ' କୁହାଯାଏ । ଏହାର ଆକ୍ଷରିକ ଅର୍ଥ ଯାହାର କୌଣସି ବାସଗୃହ ନାହିଁ । କେବଳ ଗୃହ ତ୍ୟାଗ କଲେ କେହି ସନ୍ନ୍ୟାସୀ ହୋଇଯାଏ ନାହିଁ । ଅନେକ ସମୟରେ ଗୃହତ୍ୟାଗୀ ସନ୍ନ୍ୟାସୀମାନଙ୍କ ପାଇଁ "ଅନିକେତ' ଶବ୍ଦର ପ୍ରୟୋଗ କରାଯାଏ । କିନ୍ତୁ ଗୀତା ଅନୁସାରେ ଯିଏ ଘର ବା ସଂସାରରେ ଥାଇ ମଧ୍ୟ ନିଜ ମନରୁ ଆସକ୍ତି ତ୍ୟାଗ କରିଛି ସିଏ ହିଁ ପ୍ରକୃତ ଗୃହତ୍ୟାଗୀ ଓ "ଅନିକେତ' ପଦବାଚ୍ୟ । ପରମାତ୍ମାଙ୍କ ପ୍ରତ୍ୟକ୍ଷ ଅନୁଭବ ଥିବାରୁ ତାଙ୍କର ବିଶ୍ୱାସ ଦୃଢ଼ ଏବଂ ନିଶ୍ଚୟ, ଅଟଳ ଓ ନିଶ୍ଚଳ ହୁଏ । ବିଷୟ ବିକାରରେ ସେ ବଶୀଭୂତ ହେଉ ନଥିବାରୁ ତାଙ୍କର ମନ ଈଶ୍ୱରୀୟ ସ୍ମୃତିରୁ ବିଚଳିତ ହୁଏ ନାହିଁ । ତେଣୁ ତାଙ୍କୁ ସ୍ଥିର ମତି କୁହାଯାଏ । ସେପରି ବ୍ୟକ୍ତିହିଁ ପ୍ରକୃତରେ ଭକ୍ତିମାନ ଓ ପରମାତ୍ମାଙ୍କ ପ୍ରିୟ ଅଟନ୍ତି ।
ଆଭ୍ୟନ୍ତରୀଣ ତ୍ୟାଗ ହେଉଛି ପ୍ରକୃତ ସନ୍ନ୍ୟାସ, ବାହ୍ୟ ତ୍ୟାଗ ନୁହେଁ । ଗୀତା ବାରମ୍ବାର ଏକଥା କହି ଆସୁଛି । ମନ ସ୍ତରରୁ ବାସନାର ସନ୍ନ୍ୟାସ ବା ତ୍ୟାଗହିଁ ପ୍ରକୃତ ସନ୍ୟାସ ଏବଂ ତାହାହିଁ ପ୍ରକୃତ ଯୋଗ । ଯେଉଁମାନେ ବାସନାକୁ ତ୍ୟାଗ କରିଛନ୍ତି ସେମାନେ ପକୃତ ସନ୍ନ୍ୟାସୀ ଓ ଯୋଗୀ । ଆଭ୍ୟନ୍ତରୀଣ ତ୍ୟାଗ ଅଭ୍ୟାସ କରି କରି କର୍ମ କରିବା ହେଉଛି ସିଦ୍ଧି ଓ ମୁକ୍ତିଲାଭର ସହଜ ପନ୍ଥା; ସିଦ୍ଧିଲାଭ ପରେ ମୁକ୍ତ ପୁରୁଷ ଶାନ୍ତ, ଆତ୍ମ ପ୍ରତିଷ୍ଠା ପ୍ରାପ୍ତ ହୋଇ ପୂର୍ଣ୍ଣ ସମତାର ସହିତ କର୍ମ ସମ୍ପାଦନ କରେ । ମୁକ୍ତ ପୁରୁଷର କର୍ମର ଏହାହିଁ ଧାରା, ସେ ଆସକ୍ତି ଶୂନ୍ୟ ହୋଇ, ଅହଂଭାବାତ୍ମକ ବ୍ୟକ୍ତିଗତ ଆଶା ଆକାଙ୍କ୍ଷା ବର୍ଜିତ ହୋଇ ସକଳ କର୍ମ ସମ୍ପାଦନା କରେ । ଉଚ୍ଛୃଙ୍ଖଳ ଭୋଗ ଦ୍ୱାରା ଅଥବା କଠୋର ନିଗ୍ରହ ଦ୍ୱାରା ନିଜକୁ ଅବସନ୍ନ କଲେ ନିଜେ ନିଜ ପ୍ରତି ଶତ୍ରୁତା ସାଧନ କରିବା ହୁଏ । ଆଭ୍ୟନ୍ତରୀଣ ଆତ୍ମଶକ୍ତି ଦ୍ୱାରା କାମକ୍ରୋଧକୁ ଜୟ କରିବାକୁ ହେବ । ଏହା ହେଉଛି ସଂଯମର ଯଥାର୍ଥ ରୂପ । ଯେଉଁ ବ୍ୟକ୍ତି ଆତ୍ମ ଶକ୍ତି ଦ୍ୱାରା ସ୍ୱୀୟ ବିକାର ସମୂହ ଉପରେ ବିଜୟ ପ୍ର୍ରାପ୍ତ କରିଛି ସେ ନିଜେ ନିଜର ବନ୍ଧୁ । କିନ୍ତୁ ଯା'ର ଆତ୍ମ ଶକ୍ତି କ୍ଷୀଣ ଓ ଯେଉଁ ଆତ୍ମା ବିକାର ଗ୍ରସ୍ତ ସେ ନିଜେହିଁ ନିଜର ଶତ୍ରୁ । କାରଣ; ସେ ନିଜେ କେବଳ ନିଜର କ୍ଷତି ସାଧନ କରେ । ଦେହାଭିମାନ ତ୍ୟାଗକରି ସତତ ଆତ୍ମିକ ସ୍ଥିତିରେ ରହିବା ଅଭ୍ୟାସ ମୁକ୍ତି ଜୀବନମୁକ୍ତିର ପଥ ପ୍ରଶସ୍ତ କରେ ।
ଯୋଗୀ ଯେତେବେଳେ ଦେହ ସହିତ ଦେହର ସମସ୍ତ ସମ୍ପର୍କ ଭୁଲି ଏକ ପରମାତ୍ମାଙ୍କ ସହିତ ମନ ବୁଦ୍ଧିକୁ ସ୍ଥିର ରଖେ ସେତେବେଳେ ସମସ୍ତ ବିଷୟରେ ସଂଶୟ ରହିତ ହୋଇ ଜ୍ଞାନ ସ୍ୱରୂପ ହୋଇ ଯାଆନ୍ତି; ତାଙ୍କର କୌଣସି କାମନା ରହେ ନାହିଁ । ଅଜ୍ଞାନତାର ଲେଶ ମାତ୍ର ତାଙ୍କ ପାଖରେ ନ ଥାଏ । ବ୍ୟକ୍ତି ଓ ବସ୍ତୁର ଆକର୍ଷଣ ତାଙ୍କୁ ସ୍ପର୍ଶ କରିପାରେ ନାହିଁ । ଶୀତ ଉଷ୍ଣ, ସୁଖ ଦୁଃଖ, ମାନ ଅପମାନରେ ତ ସେ ସମଦର୍ଶୀ ହୁଅନ୍ତି; ଏତଦ୍ବ୍ୟତୀତ ସାଂସାରିକ ଯେକୌଣସି ମୂଲ୍ୟବାନ ବସ୍ତୁ ମଧ୍ୟ ତାଙ୍କ ପାଇଁ ଇଟା ପଥର ପରି ମୂଲ୍ୟହୀନ ହୋଇଯାଏ । ଏହିପରି ବ୍ୟକ୍ତି ପ୍ରକୃତରେ ତାଙ୍କ ଜୀବନ କାଳରେ ପରମାତ୍ମାଙ୍କୁ ପାଇଥାନ୍ତି । ସେ ଦେଖନ୍ତି ଶତ୍ରୁ ମିତ୍ର ଇତ୍ୟାଦି ସମ୍ବନ୍ଧ କ୍ଷଣସ୍ଥାୟୀ । ପରିବର୍ନଶୀଳ ଜୀବନଧାରାରୁ ଉଦ୍ଭୁତ । ମନୁଷ୍ୟମାନେ ଯେଉଁ ବିଦ୍ୟା, ଶୁଚିତା, ସାଧୁତାକୁ ନେଇ ଗର୍ବ କରନ୍ତି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରଭେଦ ବିଚାର କରନ୍ତି; ସମଦୃଷ୍ଟି ସମ୍ପନ୍ନ ଯୋଗୀବ୍ୟକ୍ତି ସେ ସବୁରେ ବିଭ୍ରାନ୍ତ ହୁଅନ୍ତି ନାହିଁ । ତାଙ୍କ ନିକଟେରେ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ ଏବଂ ପତିତ ଚଣ୍ଡାଳ ଉଭୟ ବିବେଚିତ ହୁଅନ୍ତି ସମାନ । ଏପରି ବ୍ୟକ୍ତି ଯୋଗାରୂଢ଼ ପଦବାଚ୍ୟ ହୋଇଥାନ୍ତି । ସମତ୍ୱଂ ଯୋଗ ଉଚ୍ୟତେ । (ଗୀ-୧୨/୧୩-୧୯)
ରାଜଯୋଗର ସରଳ ବିଧି – "ସମର୍ପଣ'
ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ ହିଁ ଗୀତାର ଯୋଗ । ଦାନ, ଧର୍ମ ଓ ଉପଭୋଗ ବିନା ଯେପରି ସିତ ଧନ ବ୍ୟର୍ଥ ସେପରି ପ୍ରୟୋଗ ବିହୀନ ଜ୍ଞାନ ନିରର୍ଥକ । ଜ୍ଞାନର ସିଦ୍ଧାନ୍ତଗୁଡିକ ଅଧ୍ୟୟନ କରି ଜାଣିଗଲେ ଜଣେ ବୈଜ୍ଞାନିକ ହୋଇଯାଏ ନାହିଁ । ଗବେଷଣା ଦ୍ୱାରା କେବଳ ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକର ସତ୍ୟାସତ୍ୟ ବୁଝିହୁଏ । ମନୁଷ୍ୟ ଜୀବନ ହେଉଛି ଏକ ବିରାଟ ପ୍ରୟୋଗଶାଳା । ଆତ୍ମତ୍ୱ, ପରମାତ୍ମାତ୍ୱ ଓ ସୃଷ୍ଟିତ୍ୱ ବିଷୟରେ ମନୁଷ୍ୟ ନିଜ ବିଚାର ଅନୁରୂପ ଅନେକ ଗୁଡ଼ିଏ ସିଦ୍ଧାନ୍ତ ରଚନା କରିଛି । କିନ୍ତୁ, ସତ୍ୟ ଜ୍ଞାନ ଅଭାବରେ ସେଗୁଡିକ ମଧ୍ୟରେ ବିରୋଧାଭାସ ଦେଖାଯାଏ । ଈଶ୍ୱରଙ୍କ ପ୍ରତି ଥିବା ବିଶ୍ୱାସ, ନିଷ୍ଠା, ଶ୍ରଦ୍ଧା, ଭକ୍ତି ହେତୁ ମନୁଷ୍ୟ ଈଶ୍ୱରୀୟ ସାକୁ ଅନୁଭବ କରିଛି; କିନ୍ତୁ ତାଙ୍କ ବିଷୟରେ ଯଥାର୍ଥ ଜ୍ଞାନ ପାଇ ପାରିନାହିଁ । ପରମାତ୍ମା ଅନ୍ୱେଷଣରେ ମନୁଷ୍ୟ ବ୍ରହ୍ମଲୋକ ପର୍ଯ୍ୟନ୍ତ ପହି ପାରିଛି; କିନ୍ତୁ ଯଥାର୍ଥ ଜ୍ଞାନ ଅଭାବରେ ସେ ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରି ପାରିନାହିଁ । କାରଣ ମନୁଷ୍ୟ ନିଜ ନିଜ ବୁଦ୍ଧି ଆଧାରରେ ପରମାତ୍ମା ବିଷୟକ ସିଦ୍ଧାନ୍ତରେ ଉପନୀତ ହୋଇଛି । ଧର୍ମ ସ୍ଥାପକ, ସମାଜ ସଂସ୍କାରକ, ସାଧୁ, ସନ୍ଥ, ବିଦ୍ୱାନମାନଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ମତବାଦ ମଧ୍ୟରୁ ସାଧାରଣ ମନୁଷ୍ୟ କେଉଁଟିକୁ ସତ୍ୟ ରୂପେ ସ୍ୱୀକାର କରି ଆଧ୍ୟାତ୍ମିକ ମାର୍ଗରେ ଆଗେଇ ଚାଲିବ ତାହା ନିର୍ଣ୍ଣୟ କରି ପାରେନାହିଁ । ଏହା ହିଁ ମନୁଷ୍ୟର ଚାରିତ୍ରିକ ଅଧୋପତନର କାରଣ । ପତିତ ମନୁଷ୍ୟକୁ ପବିତ୍ର କରିବାକୁ ସାକ୍ଷାତ ପରମାତ୍ମାଙ୍କୁ ସୃଷ୍ଟିରେ ଅବତରଣ କରିବାକୁ ହୁଏ । କାରଣ ତାଙ୍କ ବିନା ତାଙ୍କ ବିଷୟରେ କିଏ ବା ଯଥାର୍ଥ ଭାବରେ କହି ପାରିବ ? ତାଙ୍କ ଦ୍ୱାରା କଥିତ ଜ୍ଞାନ ଦ୍ୱାରା ମନୁଷ୍ୟ ତାଙ୍କୁ ଜାଣିପାରେ ଓ ତାଙ୍କ ସହିତ ଯୋଗଯୁକ୍ତ ହୋଇପାରେ । ପୂର୍ବରୁ ଯୋଗ ବିଷୟକ ଅନେକ ସିଦ୍ଧାନ୍ତ ଓ ପ୍ରୟୋଗ ବିଧି ପରମାତ୍ମା ବର୍ଣ୍ଣନା କରି ସାରିଛନ୍ତି । ଆଲୋଚ୍ୟ ପ୍ରକରଣରେ ସେ ପୂର୍ବକଥିତ ଜ୍ଞାନର ନିଷ୍କର୍ଷ ସ୍ୱରୂପ ଯୋଗର ସରଳ ବିଧି – "ସମର୍ପଣ' ବିଷୟରେ କହି ତାଙ୍କ ବକ୍ତବ୍ୟର ଉପସଂହାର କରିଛନ୍ତି ।
ପୂର୍ବରୁ ସ୍ୱକର୍ମକୁ ସ୍ୱଧର୍ମ ବୋଲି କୁହାଯାଇଛି । ଏହି ସ୍ୱଧର୍ମ ଯଦି ଈଶ୍ୱରୀୟ ଜ୍ଞାନ ଅନୁରୂପ ନିୟନ୍ତ୍ରିତ ହୋଇ ପାଳିତ ହୁଏ ତାହା ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତିର କାରଣ ହୁଏ । ସୃଷ୍ଟିରେ ଈଶ୍ୱରୀୟ ଅବତରଣର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଅନୁଭବ କରି ତାଙ୍କ ଇଚ୍ଛା ଅନୁରୂପ ନିଜର ତନୁ, ମନ, ଧନ, ସମୟ ଓ ସଂକଳ୍ପ – ସବୁକିଛି ମାନବ କଲ୍ୟାଣରେ ବିନିଯୋଗ କରିବା ହେଉଛି ପ୍ରକୃତ ସମର୍ପଣ । ଏପରି ଆଚରଣ କଲେ ପରମାତ୍ମା ପରାୟଣ ବ୍ୟକ୍ତିର କର୍ୃତ୍ୱାଭିମାନ ରହେ ନାହିଁ । ସେ ସମସ୍ତ କର୍ମ ବନ୍ଧନରୁ ମୁକ୍ତ ହୁଏ । କାରଣ ସେ ନିଜକୁ ଈଶ୍ୱରୀୟ କର୍ମର ଏକ ଯାନ୍ତ୍ରିକ ମାଧ୍ୟମ ବୋଲି ମନେ କରେ । ସେ ସମସ୍ତ କର୍ମ ଓ କର୍ମର ଫଳ ପରମାତ୍ମାଙ୍କୁ ସମର୍ପଣ ପୂର୍ବକ ନିମି ଭାବରେ କରି ଯାଏ । ଏହା ହିଁ କର୍ମଯୋଗର ଲକ୍ଷଣ । ତା'ର କିଛି କାମନା ନଥାଏ; କିନ୍ତୁ ଈଶ୍ୱରୀୟ ଅନୁକମ୍ପା ବଶତଃ ତାକୁ ଶାଶ୍ୱତ ଅବିନାଶୀ ପଦ ପ୍ରାପ୍ତ ହୁଏ । ଶାଶ୍ୱତଂ ପଦମବ୍ୟୟମ । ପରମ ପଦର ଅର୍ଥ ପରମାତ୍ମା, ପରମଧାମ, ସତ୍ୟଲୋକ, ବୈକୁଣ୍ଠଲୋକ, ଗୋଲୋକ, ମୁକ୍ତି ବୋଲି ବିଭିନ୍ନ ଟୀକାକାର ବ୍ୟାଖ୍ୟା କରିଛନ୍ତି । କିନ୍ତୁ ସେମାନଙ୍କର ବ୍ୟାଖ୍ୟା ପରସ୍ପର ବିରୋଧୀ ଥିବା ହେତୁ ଗ୍ରହଣୀୟ ନୁହେଁ ।
ପତିିତ ମନୁଷ୍ୟାତ୍ମାକୁ ପବିତ୍ର କରିବା ପାଇଁ ପତିତ ଦୁନିଅାଁରେ ପରମାତ୍ମାଙ୍କୁ ଅବତୀର୍ଣ୍ଣ ହେବାକୁ ପଡେ । ପରମାତ୍ମାବତରଣ ପରେ ତାଙ୍କ ଅନ୍ୱେଷଣର ଆବଶ୍ୟକତା ନ ଥାଏ । ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଯୋଗ ଆଧାରରେ ତାଙ୍କୁ ସହଜରେ ଜାଣି ହେଉଥିବାରୁ ସେ ଜୀବନର ଲକ୍ଷ୍ୟ ନୁହନ୍ତି । କାରଣ ତାଙ୍କୁ ନଜାଣିବା ପର୍ଯ୍ୟନ୍ତ ମନୁଷ୍ୟ କିପରି ତାଙ୍କ ସହିତ ଯୋଗ ସମ୍ପର୍କ ସ୍ଥାପନ କରି ପାରିବ ? ପରମାତ୍ମାଙ୍କୁ ଅବଜ୍ଞା କରୁଥିବା ମୂଢ଼ ବ୍ୟକ୍ତିମାନେ ମଧ୍ୟ ଧର୍ମରାଜ ଦ୍ୱାରା ଦଣ୍ଡିତ ହୋଇ ମହାବିନାଶ ପରେ ପରମଧାମକୁ ଫେରି ଯାଆନ୍ତି । ଦିବସାନ୍ତେ ପକ୍ଷୀ ଯେପରି ନୀଡକୁ ଫେରି ଆସେ ସେହିପରି କଳ୍ପାନ୍ତରେ ପ୍ରତ୍ୟେକ ଆତ୍ମା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ଏହା ଏକ ଶାଶ୍ୱତ ନିୟମ । ତେଣୁ ପରମ ଧାମ ପ୍ରାପ୍ତି ମଧ୍ୟ ମାନବ ପାଇଁ ଅବ୍ୟୟ ପଦ ନୁହେଁ । ଗୀତା ଅନୁସାରେ ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ; ମୃତୁ୍ୟପରେ ଜନ୍ମ ମଧ୍ୟ ଅବଶ୍ୟମ୍ଭାବୀ । ଏହି ଦୃଷ୍ଟିରୁ ମୁକ୍ତି ମଧ୍ୟ ମନୁଷ୍ୟ ଜୀବନର ଏକମାତ୍ର ଧ୍ୟେୟ ନୁହେଁ । ନିଷ୍କାମ ହେଉ ବା ସକାମ ହେଉ କର୍ମ କରିବା ମାତ୍ରେ ତା'ର ଫଳ ଭୋଗ କରିବାକୁ ପଡେ । ସକାମ କର୍ମ ମନୁଷ୍ୟକୁ ବନ୍ଧନରେ ପକାଏ । ନିଷ୍କାମ କର୍ମ ଦ୍ୱାରା ମନୁଷ୍ୟ ମନୋବିକାରରୁ ମୁକ୍ତ ହୋଇ ଶୁଦ୍ଧ ପବିତ୍ର ହୁଏ ଏବଂ ପରବର୍ୀ ସତ୍ୟଯୁଗରେ ସର୍ବୋଚ୍ଚ ପଦ ପାଇବାକୁ ଯୋଗ୍ୟ ହୁଏ । ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ପଦ ପାଇବା ହେଉଛି ପରମ ପଦ । ସତ୍ୟଯୁଗୀୟ ଲକ୍ଷ୍ମୀନାରାୟଣଙ୍କୁ ଆଜି କଳିଯୁଗର ଏହି ଅନ୍ତିମ କ୍ଷଣରେ ମଧ୍ୟ ମନୁଷ୍ୟ ଅତ୍ୟନ୍ତ ଭକ୍ତି ପୂର୍ବକ ପୂଜାର୍ଚ୍ଚନା କରେ । ହିନ୍ଦିରେ ଏକ ପ୍ରବାଦ ଅଛି, ""ନର ଐସା କରନି କରେ ଯୋ ନାରାୟଣ ବନ୍ ଯାଏ; ନାରୀ ଐସା କରନି କରେ ଯୋ ଲକ୍ଷ୍ମୀ ବନ୍ ଯାଏ ।'' ଶ୍ରୀଲକ୍ଷ୍ମୀ ଓ ଶ୍ରୀ ନାରାୟଣ ହେଉଛନ୍ତି ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ବା ସର୍ବୋଚ୍ଚ ପଦ । ଏହା ଶାଶ୍ୱତ ଏବଂ ଅବ୍ୟୟ ।
ପରମାତ୍ମାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବାକୁ ହେଲେ ଚାରୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ । ସମର୍ପଣ ହେଉଛି ଏକ ମାନସିକ କ୍ରିୟା । କର୍ୃତ୍ୱାଭିମାନ ହେତୁ କର୍ମ ଜନିତ ପରିଣାମରେ ରାଗ ବା ଦ୍ୱେଷ ଉପôନ୍ନ ହୁଏ । କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ମାନସିକ ସ୍ତରରେ ସମସ୍ତ କର୍ମ ପରମାତ୍ମାଙ୍କୁ ଅର୍ପଣ କରିବାକୁ ହେବ । ""ଚେତସା ସର୍ବ କର୍ମାଣି ମୟି ସନ୍ନ୍ୟସ୍ୟ'' । ଏହା ଦ୍ୱାରା କର୍ମ ଓ କର୍ମଫଳ ପ୍ରତି ଆସକ୍ତି ସ୍ୱତଃ ଚାଲିଯିବ ଓ ସଫଳତା-ବିଫଳତା,ଜୟ-ପରାଜୟ, ଲାଭ-କ୍ଷତି ଏହିପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ବୁଦ୍ଧି ସ୍ଥିର ରହିବ । ବୁଦ୍ଧିଯୋଗମୁପାଶ୍ରିତ୍ୟ । ବୁଦ୍ଧିରେ ସମତା ଆସିଗଲେ ଚି ସର୍ବଦା ସ୍ୱତଃ ଛିନ୍ନ ହୋଇଯାଏ । ଜଳରେ ପଦ୍ମ ପତ୍ର ପରି ସଂସାରରେ ଥାଇ ମଧ୍ୟ ଜୀବାତ୍ମା ନିର୍ଲିପ୍ତ ରହେ । ଈଶ୍ୱରୀୟ ସ୍ମୃତି, ଈଶ୍ୱରୀୟ ଆଭିମୁଖ୍ୟର ପରିପୁର୍ି ହିଁ ଏହିପରି ବ୍ୟକ୍ତିର ପରମ ଲକ୍ଷ୍ୟ ହୋଇଥାଏ । ଈଶ୍ୱରୀୟ ମହାବାକ୍ୟ ତାଙ୍କ ପାଇଁ ଆଦେଶ ସ୍ବରୂପ । ଈଶ୍ୱରୀୟ ସ୍ମୃତି, ଈଶ୍ୱରୀୟ ସେବା, ଈଶ୍ୱରୀୟ ମର୍ଯ୍ୟାଦା, ଈଶ୍ୱରୀୟ କାର୍ଯ୍ୟ ଆଦି ତାଙ୍କର ଏକମାତ୍ର ଧ୍ୟେୟ ହୁଏ । ସେ କାୟମନୋବାକ୍ୟରେ ଈଶ୍ୱରପରାୟଣ ହୋଇଯାଆନ୍ତି । ମପôରଃ ।
ଗୀତାର ଅଠର ଅଧ୍ୟାୟ ଅନ୍ତର୍ଗତ ୫୬ ରୁ ୬୫ ଶ୍ଳୋକ ପର୍ଯ୍ୟନ୍ତ ପରମାତ୍ମା ଯେପରି ଓଜସ୍ୱିନୀ ଭାଷାରେ ଯୋଗର ସରଳ ବିଧି ଶିକ୍ଷା ଦେଇଛନ୍ତି ତଦ୍ୱାରା ମନୁଷ୍ୟମାନଙ୍କ ପ୍ରତି ଥିବା ତାଙ୍କର ପୂର୍ଣ୍ଣତମ, ଘନିଷ୍ଠତମ ଓ ଜୀବନ୍ତ ସମ୍ବନ୍ଧର ପରିଚୟ ମିଳେ । ଏହା ହିଁ ସୃଷ୍ଟିରେ ପରମାତ୍ମାଙ୍କ ସାକ୍ଷାତ ଆର୍ବିଭାବ ବିଷୟକୁ ସୂଚିତ କରେ । ବେଦ, ପୁରାଣ, ଉପନିଷଦ ଆଦିରେ ବର୍ଣ୍ଣିତ ସର୍ବବ୍ୟାପକ ବ୍ରହ୍ମ ସହିତ ଏପରି ସମ୍ବନ୍ଧ ଏବଂ ପରମ ଆଶ୍ୱାସନା ବାଣୀ କଦାପି ସମ୍ଭବ ନୁହେଁ । ସେହି ପରବ୍ରହ୍ମ ପରମେଶ୍ୱର ହିଁ ସର୍ବାତ୍ମାଙ୍କ ପରମପିତା, ପରମ ଶିକ୍ଷକ, ପରମ ଗୁରୁ, ପରମ ବନ୍ଧୁ ଓ ସର୍ବ କର୍ମର ଅଧୀଶ୍ୱର ଅଟନ୍ତି । ତାଙ୍କ ନିକଟରେ ପରମ ଯୋଗୀ ନିଜକୁ ସର୍ବୋତଭାବରେ ସମର୍ପଣ କରିଦିଏ । ତାର ନିଜ ଇଚ୍ଛା ବୋଲି ଆଉ କିଛି ରହେ ନାହିଁ । ତା'ଦ୍ୱାରା କ୍ରିୟାନ୍ୱିତ ପ୍ରତ୍ୟେକ କର୍ମର ପ୍ରେରଣା ଆସେ ଇଚ୍ଛାମୟଙ୍କଠାରୁ । ଯେତେବେଳେ ଅହଂର ସମ୍ପୂର୍ଣ୍ଣ ଲୟ ହୁଏ ସେତେବେଳେ ପରମାତ୍ମାଙ୍କ ସହିତ ଗଭୀରତମ ମଧୁରତମ ଆତ୍ମିକ ସମ୍ବନ୍ଧ ସ୍ଥାପନ ହୁଏ । ଏହା ବ୍ରହ୍ମ ମଧ୍ୟରେ ବ୍ୟକ୍ତିଗତ ସାର ନିର୍ବାଣ ନୁହେଁ । ଏହା ହେଉଛି ପରମାତ୍ମାଙ୍କ ମଧ୍ୟରେ ଅହଂ ଓ ଅଜ୍ଞାନର ନିର୍ବାଣ । ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପିତ ହୋଇଗଲେ ଆତ୍ମା ମଧ୍ୟରେ ଆଚ୍ଛାଦିତ ସମସ୍ତ ଅଜ୍ଞାନ ଅନ୍ଧକାର ଦୁରୀଭୂତ ହୋଇଯାଏ ।
""ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ'' । ଯିଏ ନିଜର ତନୁ, ମନ, ଧନ ସବୁକିଛି ପରମାତ୍ମାର୍ପଣ କରିଦିଅନ୍ତି ତା'ର ରକ୍ଷାର ଭାର ସ୍ୱୟଂ ପରମାତ୍ମା ବହନ କରନ୍ତି । ଯୋଗକ୍ଷେମଂ ବହାମ୍ୟହମ୍ ।ା୯/୨୨ାା ଯୋଗ ମାର୍ଗରେ ନାନା ପ୍ରକାର ବାଧା ବିଘ୍ନ ଆସେ; କିନ୍ତୁ ଯେଉଁ ଯୋଗୀର ମନ ପରମାତ୍ମାଙ୍କ ନିକଟରେ ଅବିଚଳିତ ରହେ ସେ ସମସ୍ତ ବାଧା ବିଘ୍ନ, ଦୁଃଖ-ଶୋକାଦିକୁ ଅତିକ୍ରମ କରିଯାଆନ୍ତି । କୃର୍ତ୍ୱାଭିମାନ ରହିତ ଓ ଈଶ୍ୱରୀୟ ସ୍ମୃତିରେ ନିମଜ୍ଜିତ ହୋଇ କର୍ମ କରିବା ଦ୍ୱାରା ବୁଦ୍ଧିରେ ବିକ୍ଷେପ ଆସେ ନାହିଁ । ସାଂସାରିକ କୌଣସି ଚିନ୍ତା ମନରେ ପ୍ରବେଶ ହେବାକୁ ନ ଦେଇ କାୟମନୋବାକ୍ୟରେ ପରମାତ୍ମାଙ୍କୁ ଚିନ୍ତନ କରିବା ଦ୍ୱାରା ସ୍ୱତଃ ତାଙ୍କର ଅନୁଗ୍ରହ ପ୍ରାପ୍ତ ହୁଏ । ଈଶ୍ୱରୀୟ ଅନୁକମ୍ପା ପ୍ରାପ୍ତ ବ୍ୟକ୍ତି ପୁରୁଷାର୍ଥ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବାଧା ବିଘ୍ନଗୁଡିକୁ ତୃଣବତ ପଦଦଳିତ କରି ଲକ୍ଷ୍ୟ ଅଭିମୁଖେ ଆଗେଇ ଚାଲନ୍ତି । ଜ୍ଞାନ ଓ ଯୋଗମାର୍ଗରେ ଅହଙ୍କାର ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ । ସମର୍ପଣ ମନୁଷ୍ୟକୁ ହାଲୁକା କରି ଉଦ୍ଧ୍ୱାର୍ଭିମୁଖୀ କରାଏ । ଅହଙ୍କାରଠାରୁ ଭାରୀ ବସ୍ତୁ ସଂସାରରେ ଅନ୍ୟକିଛି ନାହିଁ । ଅହଙ୍କାରର କାରଣ ହେଉଛି ମୂଢ଼ତା ବା ଅଜ୍ଞାନତା । ମୂଢ଼ ବ୍ୟକ୍ତି ଈଶ୍ୱରୀୟ ଆଜ୍ଞାକୁ ଅବଜ୍ଞା କରେ । ଅବଜାନନ୍ତି ମା ମୂଢ଼ାଃ... ।ାଗୀ୯/୧୧ାା ଅହଙ୍କାର ବଶବର୍ୀ ହୋଇ ଯିଏ ପରମାତ୍ମାଙ୍କ ଦ୍ୱାରା ନିର୍ଦ୍ଧେଶିତ ମାର୍ଗ ଅବଲମ୍ବନ କରନ୍ତି ନାହିଁ, ତାଙ୍କର ଅଧଃପତନ ଘଟେ । ଜୀବନ ସଂଗ୍ରାମରେ ପରାଙ୍ମୁଖ ବ୍ୟକ୍ତି ଶାସ୍ତ୍ର ପୁରାଣର ଦ୍ୱାହି ଦେଇ କର୍ମ ସନ୍ନ୍ୟାସ ମାର୍ଗ ଅବଲମ୍ବନ କରନ୍ତି । ମନୁଷ୍ୟକୃତ ଶାସ୍ତ୍ରଜ୍ଞାନ ବ୍ୟକ୍ତି ମଧ୍ୟରେ ଅହଙ୍କାର ଉପôନ୍ନ କରାଏ । ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ନିରହଙ୍କାରୀ କରେ । ଶରୀରାଭ୍ୟନ୍ତରସ୍ଥ ଅସଂଖ୍ୟ ଜୀବକୋଷଗୁଡିକର ନିରନ୍ତର କ୍ରିୟାଶୀଳତା ହେତୁ ହିଁ ଜୀବନର ଅସ୍ତିତ୍ୱ ସମ୍ଭବ । କର୍ମବିନା ଜୀବନ ନିରର୍ଥକ । କର୍ମ ହେଉଛି ମାନବ ଜୀବନର ମାପଦଣ୍ଡ । କର୍ମ କରିବା ପାଇଁ ଆତ୍ମା ପରମଧାମରୁ ଏହି ସୃଷ୍ଟିକୁ ଆସି ଶରୀର ଧାରଣ କରିଛି । ଆତ୍ମା ଏକ ଚୈତନ୍ୟ ସା ରୂପେ ଶରୀରଧାରୀ ମନୁଷ୍ୟତ୍ମାକୁ କର୍ମ ପ୍ରବଣ କରାଏ । କର୍ମ ପ୍ରବଣତା ହେଉଛି ମନୁଷ୍ୟର ପ୍ରକୃତିଗତ । ତେଣୁ ସେ ଅରଣ୍ୟରେ ଥାଉ ବା ଗିରିକନ୍ଦରରେ ରହୁ ପ୍ରକୃତି ବଶତଃ କର୍ମ କରିବାକୁ ବାଧ୍ୟ । ଯେଉଁ ମନୁଷ୍ୟ ମିଥ୍ୟା ଜ୍ଞାନର ବଶବର୍ୀ ହୋଇ କର୍ମକ୍ଷେତ୍ରରୁ ପଳାୟନ କରେ ତା'ର ପତନ ସୁନିଶ୍ଚିତ । କାରଣ ତା'ର କର୍ମ ତ୍ୟାଗ ପଛରେ ଅଜ୍ଞତା ଓ ଅହଙ୍କାର ହିଁ ପ୍ରେରକ ହୋଇଥାଏ ।
ଆତ୍ମା ରୂପକ ରଥୀ ଶରୀର ରୂପକ ରଥକୁ ନିଜ ଇଚ୍ଛାନୁସାରେ ଚାଳନ କରେ । ଆତ୍ମାର ସଂଯୋଗ ହେଲେ ଜୀବ ଚୈତନ୍ୟ ଲାଭକରି ଗତିଶୀଳ ହୁଏ; କର୍ମ କରେ ଓ କର୍ମଫଳ ଭୋଗ କରେ । ଏହା ହେଉଛି ଚିରନ୍ତନ ଈଶ୍ୱରୀୟ ବିଧାନ । ଏଥିପାଇଁ ପରମାତ୍ମାଙ୍କୁ ପ୍ରାଣୀମାନଙ୍କ ମଧ୍ୟରେ ପରିବ୍ୟାପ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆତ୍ମା ସ୍ୱୀୟ କର୍ମଫଳ ବା ସଂସ୍କାର ଅଧୀନସ୍ଥ ହୋଇ ସୁଖ ବା ଦୁଃଖ ଭୋଗ କରେ । ତେଣୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକ ପରମାତ୍ମା ହଁ ଆତ୍ମା ରୂପରେ ବିରାଜମାନ ହୋଇ ସେମାନଙ୍କୁ ସାଳିତ କରୁଛନ୍ତି କହିବା ଯୁକ୍ତି ସଙ୍ଗତ ମନେ ହୁଏ ନାହିଁ । ଯେଉଁମାନେ ଆତ୍ମା ଓ ପରମାତ୍ମାଙ୍କୁ ଏକ ଓ ଅଦ୍ୱିତୀୟ ମନେ କରନ୍ତି ସେମାନେ ଏହିପରି ତର୍କ କରନ୍ତି । କିନ୍ତୁ ଗୀତା ଆତ୍ମା ଓ ପରମାତ୍ମାଙ୍କୁ ପୃଥକ ସା ରୂପେ ନିରୂପଣ କରିଛି । କାରଣ ଏହା ଏକ ଯୋଗ ଶାସ୍ତ୍ର । ଦୁଇଟି ଭିନ୍ନ ସାର ମିଳନକୁ ଯୋଗ କୁହାଯାଏ । ପତିତ ଆତ୍ମାକୁ ପବିତ୍ର କରିବା ପାଇଁ ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି । ଯେଉଁମାନେ ତାଙ୍କୁ ଚିହ୍ନି ପାରି ନିଜ ବୁଦ୍ଧି ଡୋରି ତାଙ୍କ ହାତରେ ନ୍ୟସ୍ତ କରନ୍ତି ଅର୍ଥାତ ତାଙ୍କୁ ନିଜର ସାରଥି ରୂପରେ ସ୍ୱୀକାର କରନ୍ତି ସେମାନଙ୍କ ଜୀବନ ଯାତ୍ରା ସୁଗମ ହୁଏ । ସେମାନଙ୍କ ହୃଦୟ ସିଂହାସନରେ ପରମାତ୍ମା ଅଧିଷ୍ଠିତ ହୋଇ ସେମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରନ୍ତି । ନିଜ ମନ ଓ ବୁଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରାର୍ପିତ କରିବା ହେଉଛି ତାଙ୍କ ନିକଟରେ ସର୍ବଭାବରେ ଶରଣାପନ୍ନ ହେବା । ଏହିପରି ସମର୍ପିତ ବ୍ୟକ୍ତି ଈଶ୍ୱରୀୟ କୃପାର ଅଧିକାରୀ ହୁଅନ୍ତି ଏବଂ ଇହ ଜନ୍ମରେ ପରାଶାନ୍ତି ଓ ପରଜନ୍ମରେ ଶାଶ୍ୱତ ପଦ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ।
ପରମାତ୍ମାବତରଣ ପୂର୍ବରୁ ତାଙ୍କ ବିଷୟରେ ନାନା ପ୍ରକାର ମତମତାନ୍ତର ପ୍ରଚଳିତ ଥାଏ । ଏହା ପରମାତ୍ମାଙ୍କ ବିଷୟରେ ମନୁଷ୍ୟର ଅଜ୍ଞତା ପ୍ରମାଣ କରେ । ଏଥିପାଇଁ ପରମାତ୍ମାଙ୍କୁ ସାକ୍ଷାତ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରିବାକୁ ପଡେ ।ଏହା ମନୁଷ୍ୟକୃତ ଶାସ୍ତ୍ରୀୟ ଜ୍ଞାନର ବହିର୍ଭୂତ ହୋଇଥିବାରୁ ଏହାକୁ ଗୁହ୍ୟରୁ ଗୁହ୍ୟତର ବୋଲି କୁହାଯାଇଛି । ପୂର୍ବାଗ୍ରହ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଏହା ମନୁଷ୍ୟର ବୋଧଗମ୍ୟ ହୁଏ ନାହିଁ । ମନୁଷ୍ୟକୃତ କୌଣସି ମତବାଦ ଦ୍ୱାରା ପ୍ରଭାବିତ ନ ହୋଇ ଯେଉଁମାନେ ନିଷ୍ପକ୍ଷ ଭାବରେ ମନ ବୁଦ୍ଧିକୁ ଈଶ୍ୱରାର୍ପିତ କରି ଏହାର ସୂକ୍ଷ୍ମ ଅନୁଶୀଳନ କରନ୍ତି, ସେମାନେ ସ୍ୱଇଚ୍ଛାରେ ଈଶ୍ୱରୀୟ ମାର୍ଗ ଅନୁସରଣ କରନ୍ତି । ଗୀତା ଅନ୍ଧ ଭକ୍ତିର ସମର୍ଥକ ନୁହେଁ । ଜ୍ଞାନ ବିନା ଭକ୍ତି ଅନ୍ଧ । ଭକ୍ତି ବିନା ଜ୍ଞାନ ନୀରସ । ଗୀତାରେ ଜ୍ଞାନଯୁକ୍ତ ଭକ୍ତି କଥା କୁହାଯାଇଛି । ଜ୍ଞାନରେ ଭାବ ପ୍ରବଣତାର ସ୍ଥାନ ନାହିଁ । ମୋହର ଅନ୍ୟ ନାମ ଭାବପ୍ରବଣତା ଏବଂ ଏହାର ମୂଳ କାରଣ ଅଜ୍ଞାନତା । ତେଣୁ ପରମାତ୍ମା କହନ୍ତି, ""ମୋ ଦ୍ୱାରା କଥିତ ଜ୍ଞାନକୁ ଭଲଭାବରେ ମନନ ଚିନ୍ତନ କର; ତାପରେ ତୁମକୁ ଯାହା ଭଲ ଲାଗିବ ତାହା କର ।'' ବିମୃଣୈତବଶେଷେଣ ଯଥେଚ୍ଛସି ତଥା କୁରୁ ।ାଗୀ-୧୮/୬୩ ।ା
ପରମାତ୍ମାଙ୍କ ଦ୍ୱାରା କଥିତ ପ୍ରତ୍ୟେକ ମହାବାକ୍ୟ ଅତ୍ୟନ୍ତ ଗୂଢ଼ ଅର୍ଥଯୁକ୍ତ ଓ ରହସ୍ୟମୟ । କାରଣ ଏହା ପ୍ରଚଳିତ ଲୋକ ବିଶ୍ୱାସ ଓ ଶାସ୍ତ୍ରାଦି ଜ୍ଞାନର ବହିର୍ଭୂତ ଅଟେ । ରୁଢ଼ିବାଦୀ ମନୁଷ୍ୟ ପାଇଁ ଏହା ବୋଧଗମ୍ୟ ନୁହେଁ । ଏଭଳି ମନୁଷ୍ୟକୁ ଗୀତାରେ ମୂଢ଼, ଅବିବେକୀ, ନିର୍ବୋଧ ଆଦି ଶବ୍ଦରେ ଭର୍ସନା କରାଯାଇଛି । ଗୀତା ଜ୍ଞାନ ବା ଈଶ୍ୱରୀୟ ମହାବାକ୍ୟରେ ଥିବା ନିଗୂଢ଼ ତ୍ୱକୁ ବୁଝିବା ପାଇଁ ହେଲେ ପୂର୍ବାଗ୍ରହ ଶୂନ୍ୟ ଅବୋଧ ଶିଶୁ ଭଳି ନିରଭିମାନୀ ହେବା ଉଚିତ । ନିଜ ବକ୍ତବ୍ୟର ଗୁରୁତ୍ୱ ପ୍ରତିପାଦନ କରିବାକୁ ଯାଇ ପରମାତ୍ମା ଗୁହ୍ୟତମ(୯/୧); ରାଜ ଗୁହ୍ୟମ(୯/୨) ପରମ ବଚନ (୧୦/୧); ସର୍ବ ଗୁହ୍ୟତମ(୧୧/୬୪) ପଦ ଗୁଡିକର ବ୍ୟବହାର କରିଛନ୍ତି । ସାଧାରଣତଃ ଦେଖାଯାଏ ଯେ ଶ୍ରେଣୀ ପ୍ରକୋଷ୍ଠେରେ ଶିକ୍ଷକ କୌଣସି ଗୂଢ଼ ବିଷୟ ଉପସ୍ଥାପନ କରିବା ପୂର୍ବରୁ ଛାତ୍ରମାନଙ୍କୁ ""ଧ୍ୟାନ ଦିଅ''(ଇଗ୍ଧଗ୍ଧରଦ୍ଭଗ୍ଧସକ୍ଟଦ୍ଭ ଚକ୍ଷରବଗ୍ଦର), ""ମନ ଦେଇ ଶୁଣ''(ଖସଗ୍ଦଗ୍ଧରଦ୍ଭ ଜ୍ଞର ମବକ୍ସରଲଙ୍କକ୍ଷକ୍ଷଚ୍ଚ) ଆଦି ବ୍ୟାକ୍ୟାଂଶ ବ୍ୟବହାର କରନ୍ତି । ପରମାତ୍ମା ହେଉଛନ୍ତି ପରମ ଶିକ୍ଷକ । ସେ ମାନବ ସମାଜକୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ (ରାଜ ବିଦ୍ୟା) ଶିକ୍ଷା ଦେବା ପାଇଁ ସୃଷ୍ଟିରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ନିଜର ପ୍ରିୟ ଆତ୍ମିକ ସନ୍ତାନମାନଙ୍କର କଲ୍ୟାଣ ଚାହାନ୍ତି । ତେଣୁ ଯେଉଁ ବିଷୟ ପ୍ରତ୍ୟେକ ଆତ୍ମା ପାଇଁ କଲ୍ୟାଣପ୍ରଦ ଏବଂ ଯେଉଁ ଜ୍ଞାନ ଅଭାବରେ ମନୁଷ୍ୟ ଆଜି ପତିିତ ହୋଇଛି ତାହା ସେ ଅତ୍ୟନ୍ତ ସ୍ନେହ ବଶତଃ କହିବାକୁ ଚାହାନ୍ତି । ""ଯେହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା'' ।ା ଗୀ ୧୦/୧ାା ଓ” ଇଷ୍ଟୋସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ '' ।ା୧୮/୬୪ାା ଏହି ମହାବାକ୍ୟ ଦ୍ୱୟରୁ ପରମାତ୍ମାଙ୍କ ମନୁଷ୍ୟମାନଙ୍କ ପ୍ରତି ଥିବା ଅତ୍ୟନ୍ତ ସ୍ନେହର ଝଲକ ମିଳେ । ଗୀତାଜ୍ଞାନ (ଈଶ୍ୱରୀୟ ମହାବାକ୍ୟ) ମନୁଷ୍ୟକୃତ ସାଂପ୍ରଦାୟିକ ମତବାଦର ଉଦ୍ଧ୍ୱର୍ରେ । ପରମାତ୍ମା କୌଣସି ସାଂପ୍ରଦାୟିକ ମତବାଦ ପ୍ରଣୟନ କରିବାକୁ ସୃଷ୍ଟିରେ ଆବିର୍ଭାବ ହୁଅନ୍ତି ନାହିଁ । ତେଣୁ ସାଂପ୍ରଦାୟିକ ମତବାଦ, ଲୋକାଚାର, ଦେଶାଚାର, ଶାସ୍ତ୍ରଜ୍ଞାନରୁ ଉଦ୍ଧ୍ୱର୍କୁ ଉଠି ନିଷ୍ପକ୍ଷ ଓ ନିଃସନ୍ଦେହ ହୋଇ ଈଶ୍ୱରୀୟ ଜ୍ଞାନକୁ ଅନୁସରଣ କଲେ ତାହା ପ୍ରତ୍ୟେକ ମାନବାତ୍ମାଙ୍କ ପରମପଦ ପ୍ରାପ୍ତିର କାରଣ ହେବ ।
ପରମାତ୍ମାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅଭାବ ହେତୁ ବେଦାଦି ଶାସ୍ତ୍ର ପୁରାଣରେ ମନୁଷ୍ୟ ତାଙ୍କୁ ଏକ ଲୋକାତୀତ ରହସ୍ୟ ରୂପରେ ବର୍ଣ୍ଣନା କରିଛି । ପରମାତ୍ମା ଯେତେବେଳେ ସୃଷ୍ଟିରେ ସାକ୍ଷାତ ପ୍ରକଟ ହୁଅନ୍ତି ସେତେବେଳେ ସେ ନିଜକୁ ପ୍ରତ୍ୟେକ ମନୁଷ୍ୟାତ୍ମାର ପରମପିତା ପରମ ଶିକ୍ଷକ ଓ ପରମ ଗୁରୁ ରୂପରେ ପରିଚୟ ଦିଅନ୍ତି । ସେ ମାନବାତ୍ମାମାନଙ୍କୁ ଆଦେଶ ଦିଅନ୍ତି – ""ମୋର ଭକ୍ତ ହୁଅ, ମୋଠାରେ ମନୋନିବେଶ କର । ମୋର ଉପାସକ ହୁଅ । ମୋତେ ନମସ୍କାର କର ଏବଂ ସମସ୍ତ ଧର୍ମ ପରିତ୍ୟାଗ କରି ମୋର ଶରଣାପନ୍ନ ହୁଅ । ଏପରି କରିବା ଦ୍ୱାରା ତୁମେ ସମସ୍ତ ପାପରୁ ମୁକ୍ତ ହୋଇ ମୋତେ ପ୍ରାପ୍ତ ହେବ ।'' ଏହା ହେଉଛି ପରମାତ୍ମାଙ୍କ ପରମ ଆଶ୍ୱାସନା (ମା ଶୁଚଃ ୧୮/୬୬) ଓ ଦୃଢ଼ ପ୍ରତିଜ୍ଞା (ସତ୍ୟଂତେ ପ୍ରତିଜାନେ....୧୮/୬୫) । ଏହା ହେଉଛି ପରମାତ୍ମାଙ୍କ ଦ୍ୱାର କଥିତ ଗୁହ୍ୟରୁ ଗୁହ୍ୟତର ଜ୍ଞାନ (୧୮/୬୩) ଏବଂ ସବୁଠାରୁ ଗୁହ୍ୟତମ ବଚନ (୧୮/୬୪) । ପରମାତ୍ମା ହେଉଛନ୍ତି ଆମର ପାରଲୌକିକ ପିତା । ତାଙ୍କୁ ପରମପିତା ରୂପରେ ଭକ୍ତି କଲେ ଶକ୍ତି ମିଳେ । ଈଶ୍ୱରୀୟ ମହାବାକ୍ୟକୁ ନିଃସନ୍ଦେହରେ ଓ ନିର୍ବିବାଦେରେ ପ୍ରେମପୂର୍ବକ ପାଳନ କରିବା ହେଉଛି ଯଥାର୍ଥ ପରମାତ୍ମା ଭକ୍ତି । ରାମାୟଣ ଗ୍ରନ୍ଥ ଅନୁସାରେ ପିତୃସତ୍ୟ ପାଳନ କରିବାକୁ ରାମଚନ୍ଦ୍ର ସହର୍ଷ ୧୪ ବର୍ଷ ବନବାସ କରିଥିଲେ । ଏଭଳି ପିତୃଭକ୍ତିର ପଟାନ୍ତର ନାହିଁ । ପରମାତ୍ମାଙ୍କୁ ପରମ ପିତା ମାନିବାର ଅର୍ଥ ଜାତି, ବର୍ଣ୍ଣ, ଭାଷା, ରାଷ୍ଟ୍ରୀୟତା ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କୁ ନିଜର ଆତ୍ମିକ ଭାଇ ମନେ କରିବା । କାରଣ ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ପ୍ରତ୍ୟେକ ମାନବାତ୍ମା ପରସ୍ପର ଭାଇଭାଇ । ଏହିପରି ବିଶ୍ୱ ଭ୍ରାତୃତ୍ୱ ଭାବନା ଦ୍ୱାରା ସମଗ୍ର ବସୁଧା ଏକ କୁଟୁମ୍ବରେ ପରିଣତ ହେବ । ବସୁଧୈବ କୁଟୁମ୍ବକମ୍ । ଏହାହିଁ ହେଉଛି ଯଥାର୍ଥରେ ଈଶ୍ୱର ଭକ୍ତି । ପରମାତ୍ମା ପରମ ଶିକ୍ଷକ ରୂପରେ ଜ୍ଞାନ ପ୍ରଦାନ କରନ୍ତି । "ମନ୍ମନା'ର ଅର୍ଥ ସାକ୍ଷାତ ତାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନର ମନନ କରି ତାଙ୍କୁ ଯଥା ସମୟରେ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା । ସଂସାର ହେଉଛି ଏକ ପରୀକ୍ଷାଗାର ଓ ପ୍ରୟୋଗ ଶାଳା । ସାଂସାରିକ ଜୀବନରେ ମନୁଷ୍ୟ ଅନେକ ବିଷମ ପରୀକ୍ଷାର ସମ୍ମୁଖୀନ ହୁଏ । ଉପଯୁକ୍ତ ଶିକ୍ଷାର ଅଭାବରେ ସେ କିଂକର୍ବ୍ୟ ବିମୂଢ଼ ହୋଇ ପଡେ । ଏପରି ସମୟରେ ଈଶ୍ୱରୀୟ ଶିକ୍ଷା ମନୁଷ୍ୟର ସମସ୍ତ ପ୍ରକାର ସମସ୍ୟାର ସମାଧାନ କରେ ଓ ସେ ଲକ୍ଷ୍ୟ ପ୍ରାପ୍ତିରେ କୃତକାର୍ଯ୍ୟ ହୁଏ । "ମଦ୍ୟାଜୀ' ବା ମୋର ଉପାସକ ହୁଅର ଅର୍ଥ ହେଉଛି ପରମ ସଦଗୁରୁ ପରମାତ୍ମାଙ୍କ ସେବା କାର୍ଯ୍ୟରେ ତନୁ, ମନ, ଧନ ସହିତ ନିଜକୁ ସମର୍ପିତ କରିବା । ଗୁରୁ ତାଙ୍କ ଶିଷ୍ୟକୁ ସତ୍ ମାର୍ଗରେ ପରିଚାଳିତ ହେବାକୁ ଉପଦେଶ ଦିଅନ୍ତି । ପରମାତ୍ମା ହେଉଛନ୍ତି ଗୁରୁମାନଙ୍କର ଗୁରୁ; ତେଣୁ ସେ ଗୁରୁ ଶ୍ରେଷ୍ଠ । ମାନବ ସମାଜକୁ ସତ୍ ମାର୍ଗରେ ପରିଚାଳିତ କରିବା ପାଇଁ ସେ ପାପମୟ ସଂସାରରେ ଅବତୀର୍ଣ୍ଣ ହୁଅନ୍ତି । ତେଣୁ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ହେଉଛି ସର୍ବ ଶ୍ରେଷ୍ଠ ଉପାସନା । ପରମାତ୍ମାଙ୍କ ସହିତ ଆତ୍ମିକ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କାମ କ୍ରୋଧାଦି ସମସ୍ତ ମନୋବିକାର ଦୂରୀଭୂତ ହୋଇଯାଏ । ସ୍ୱ ପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନର ଆଧାର େହବା ହେଉଛି ଈଶ୍ୱରୀୟ ସେବା । ଏହିପରି ସତ୍ପିତା, ସତ୍ଶିକ୍ଷକ ଓ ସତ୍ଗୁରୁଙ୍କୁ ନମସ୍କାର କରିବା ଉଚିତ । ଯୋଡ ହସ୍ତରେ ନମସ୍କାର କରାଯାଏ । ହସ୍ତ ହେଉଛି କ୍ରିୟା ଶକ୍ତିର ପ୍ରତୀକ । ନମସ୍କାର ହେଉଛି ନମ୍ରତା ଓ ସମର୍ପଣ ସୂଚକ । ନିରହଙ୍କାର, ନିରଭିମାନୀ, ନିର୍ବିକାରୀ ଓ ନିମି ଭାବରେ ପରମାର୍ଥ ପାଇଁ କର୍ମ କରିବା ହେଉଛି ପରମାତ୍ମାଙ୍କ ପ୍ରତି ଯଥାର୍ଥ ନମସ୍କାର ।
ସମସ୍ତ ଧର୍ମ ପରିତ୍ୟାଗ ପୂର୍ବକ ସର୍ବତୋଭାବରେ ପରମାତ୍ମାଙ୍କ ଶରଣାପନ୍ନ ହେବା ଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ । ଏଥିରେ ସନ୍ଦେହର କୌଣସି କାରଣ ନାହିଁ । ଆଲୋଚ୍ୟ ପ୍ରକରଣରେ ଏହା ହେଉଛି ଶେଷ କଥା । ପୂର୍ବରୁ ସ୍ୱଧର୍ମ ଅର୍ଥ ନିୟତ କର୍ମ ବୋଲି କୁହାଯାଇଛି । ଗୀତାରେ କର୍ମ ତ୍ୟାଗ କଥା କେଉଁଠି ମଧ୍ୟ କୁହାଯାଇ ନାହିଁ । ତେଣୁ ""ସର୍ବଧର୍ମାନ୍ ପରିତ୍ୟଜ୍ୟର'' ଅର୍ଥ କର୍ମ ତ୍ୟାଗ ବୋଲି ଯେଉଁମାନେ ଅର୍ଥ କରନ୍ତି ସେମାନେ ଗୀତାକୁ ଭଲଭାବରେ ବୁଝି ପାରି ନାହାନ୍ତି ବୋଲି ମନେ ହୁଏ । ଏପରି ଅର୍ଥ ଏଠାରେ କଦାପି ପ୍ରଯୁଜ୍ୟ ନୁହେଁ । ସ୍ୱଧର୍ମ ପାଳନ କଲେ ମନୁଷ୍ୟ ପୁଣ୍ୟବାନ ହୁଏ । ଅନ୍ୟପକ୍ଷରେ ସମସ୍ତ ଧର୍ମର ପରିତ୍ୟାଗ ଦ୍ୱାରା ପାପକ୍ଷୟ ହୁଏ ବୋଲି କୁହାଯାଇଛି । ଏଠାରେ ଏହା ପ୍ରଣିଧାନ ଯୋଗ୍ୟ ଯେ ଉକ୍ତ ମହାବାକ୍ୟରେ "ଧର୍ମ' ଶବ୍ଦ ପୂର୍ବରୁ "ସ୍ୱ' ପରିବେର୍ "ସର୍ବ' ପଦ ଯୁକ୍ତ ହୋଇଛି । ଈଶ୍ୱରୀୟ ଅବତରଣ କରିବା ପୂର୍ବରୁ ମନୁଷ୍ୟ ଯେଉଁସବୁ କର୍ମକାଣ୍ଡୀୟ ରୀତି-ନୀତି ଦେଶାଚାର, ଲୋକାଚାରକୁ ଧର୍ମ ନାମରେ ପାଳନ କରୁଥିଲା ସେ ସବୁକୁ ପରମାତ୍ମା ଏଠାରେ "ସର୍ବ ଧର୍ମାନ୍ ' ବୋଲି କହିଛନ୍ତି । ପୂର୍ବରୁ ସେ କର୍ମକାଣ୍ଡୀୟ ପୂଜା ବିଧିକୁ "ଅବିଧି' ବୋଲି କହିଥିଲେ । ଯଜନ୍ତ୍ୟ ବିିଧିପୂର୍ବକମ୍ । ସେଗୁଡିକ ପାଳନ ଦ୍ୱାରା ମନୁଷ୍ୟ କ୍ରମଶଃ ପତିିତ ହୋଇ ଆସିଛି । ତେଣୁ ମନୁଷ୍ୟକୃତ ସମସ୍ତ ସାଂପ୍ରଦାୟିକ ଧର୍ମକୁ ପରିତ୍ୟାଗ କରି ଧର୍ମ ସଂସ୍ଥାପନ ପାଇଁ ସାକ୍ଷାତ ଅବତୀର୍ଣ୍ଣ ପରମାତ୍ମାଙ୍କ ଶରଣାପନ୍ନ ହେବା ପାଇଁ ଗୀତା ନିର୍ଦ୍ଧେଶ ଦିଏ । ତମେବ ଶରଣଂ ଗଚ୍ଛ ..... ।ା୧୮/୬୨ାା ଏହା ଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ପରାଶକ୍ତି ଓ ଅବିନାଶୀ ପରମ ପଦ ପ୍ରାପ୍ତ ହୁଏ ।
ସ୍ୱଧର୍ମ ପାଳନ ଓ ପରଧର୍ମ ତ୍ୟାଗ କରିବା ଉଚିତ ବୋଲି ଗୀତା କହେ । କାମ କ୍ରୋଧାଦି ଦୈହିକ ଧର୍ମ ଓ ଉପାସନା ଭେଦରେ ବିଭିନ୍ନ ସାଂପ୍ରଦାୟିକ ଧର୍ମ ହେଉଛି ଆତ୍ମା ପାଇଁ ପରଧର୍ମ । ଯାହା ସ୍ୱଭାବ ଦ୍ୱାରା ନିୟତ ନୁହେଁ ତାହା ମଧ୍ୟ ପରଧର୍ମ । ""ସର୍ବ ଧର୍ମାନ୍ ପରିତ୍ୟଜ୍ୟ'' ବାକ୍ୟରେ ପରଧର୍ମ ତ୍ୟାଗ କରିବା ପାଇଁ କୁହାଯାଇଛି । ଦେହ ଅଭିମାନ ବଶତଃ ମନୁଷ୍ୟ ପାପକର୍ମରେ ଲିପ୍ତ ହୁଏ । ତେଣୁ ଦେହାଭିମାନ ତ୍ୟାଗ ନ କରିବା ପର୍ଯ୍ୟନ୍ତ ପାପମୁକ୍ତ ହେବା ସମ୍ଭବ ନୁହେଁ । ଦେହ ଅଭିମାନ ହେତୁ ମନୁଷ୍ୟ ସର୍ବତୋ ଭାବରେ ପରମାତ୍ମାଙ୍କ ଶରଣାପନ୍ନ ହୋଇପାରେ ନାହିଁ । ପରମାତ୍ମା ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ମନୋମିଳନ ସମ୍ଭବ । ତେଣୁ ମନୁଷ୍ୟକୁ ଦେହ ସହିତ ସମସ୍ତ ପ୍ରକାର ଦୈହିକ ସମ୍ବନ୍ଧରୁ ଉଦ୍ଧ୍ୱର୍କୁ ଉଠି ଆତ୍ମିକ ସ୍ବରୂପରେ (ସ୍ବଧର୍ମରେ) ସ୍ଥିତ ହେବାକୁ ପଡିବ । ଆତ୍ମ ସଚେତନା ହିଁ ପରମାତ୍ମା ଅନୁଭୂତି ପାଇଁ ପଥ ପ୍ରଦର୍ଶନ କରେ । (ଝକ୍ଟଙ୍କକ୍ଷ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ)
(ଗୀ ୧୮/୫୬-୬୬)
Comments
Post a Comment