(16) ାା ଦ୍ୱିତୀୟ ଅଧ୍ୟାୟ ।ା ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ

 ାା ଦ୍ୱିତୀୟ ଅଧ୍ୟାୟ ।ା

ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ

ରାଜଯୋଗର ଅର୍ଥ:

ଯୋଗର ଆକ୍ଷରିକ ଅର୍ଥ ହେଉଛି ଯୁକ୍ତ କରିବା, ଯୁକ୍ତ ହେବା ବା ଯୋଡ଼ିବା । ଏହାର ବିପରୀତ ଶବ୍ଦ ବିଯୋଗର ଅର୍ଥ ହେଉଛି ବିୟୋଗ, ବିଯୁକ୍ତ, ପୃଥକ ହେବା ବା ଅଲଗା ହେବା । ଯୋଗ ପାଇଁ ଦୁଇଟି ପୃଥକ ଅସ୍ତିତ୍ୱ ବା ସା ହେବା ଅନିବାର୍ଯ୍ୟ । ଏଥିପାଇଁ ରାଜଯୋଗରେ ଆତ୍ମା ଓ ପରମାତ୍ମା ବିଷୟକ ଜ୍ଞାନ ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇଥାଏ । କାରଣ ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନକୁ ହିଁ ରାଜଯୋଗ କୁହାଯାଏ । ରାଜଯୋଗ ଦ୍ୱାରା ଆତ୍ମା ସ୍ବୀୟ ପୂର୍ବ ଜନ୍ମର ପାପ କର୍ମଗୁଡ଼ିକୁ ଦଗ୍ଧ କରିବା ପୂର୍ବକ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ନିଜ ମୌଳିକ ଦିବ୍ୟ ଗୁଣାବଳୀ ପୁନର୍ବାର ପ୍ରାପ୍ତ କରିପାରେ ।

ରାଜଯୋଗର ଆଧାର

ରାଜଯୋଗର ଅଭ୍ୟାସ ·ରୋଟି ପ୍ରମୁଖ ବିଷୟ ଉପରେ ନିର୍ଭର କରିଥାଏ । 

୧) ଜ୍ଞାନ ୨) ନିଶ୍ଚୟ ୩) ସମ୍ବନ୍ଧ ୪) ସ୍ନେହାସିକ୍ତ ସ୍ମୃତି ।

୧) ଜ୍ଞାନ: ସମସ୍ତ ସମ୍ବନ୍ଧ ଓ ସ୍ମୃତିର ଆଧାର ହେଉଛି ଜ୍ଞାନ । ସାଂସାରିକ ଜୀବନରେ ମଧ୍ୟ ପାରସ୍ପରିକ ପରିଚୟ ଓ ଭାବର ଆଦାନ ପ୍ରଦାନ ଦ୍ୱାରା ମିତ୍ରତା, ପ୍ରେମ ତଥା ସମ୍ବନ୍ଧ-ସମ୍ପର୍କ ସ୍ଥାପିତ ହୋଇଥାଏ । ଅଭିଜ୍ଞାନ (ଉକ୍ଟଦ୍ଭଶଦ୍ଭସଗ୍ଧସକ୍ଟଦ୍ଭ) ଓ ସମ୍ବନ୍ଧ ଅନ୍ୟୋନ୍ୟାଶ୍ରିତ ଅଟନ୍ତି । ରାଜଯୋଗରେ ଧ୍ୟାତା (ଯୋଗାଭ୍ୟାସୀ ଆତ୍ମା) ଓ ଧ୍ୟେୟ (ଯେଉଁ ପରମାତ୍ମାଙ୍କୁ ଧ୍ୟାନ କରାଯାଏ) ଏହି ଉଭୟଙ୍କ ବିଷୟରେ ଜାଣିବା ଅନିବାର୍ଯ୍ୟ ଅଟେ । ଅନ୍ୟଥା ଉଭୟଙ୍କ ମଧ୍ୟରେ ପ୍ରଭାବଶାଳୀ ସମ୍ବନ୍ଧ ସ୍ଥାପନା ସମ୍ଭବ ନୁହେଁ ।

ଆତ୍ମାର ପରିଭାଷା:

ଅକ୍ସଫୋର୍ଡ ଶବ୍ଦ କୋଷ ଅନୁସାରେ ଆତ୍ମା ଏକ ଅଶରୀରୀ ସା ମନ, ଆନ୍ତରିକ ସ୍ବରୂପ, ଆନ୍ତରିକ ଅହଂ, ଆନ୍ତରିକ ସା, ସତ୍ୟ ସା, ଆବଶ୍ୟକ ପ୍ରକୃତି, ଜୀବନୀ ଶକ୍ତି, ଆନ୍ତରିକ ସ୍ତ୍ରୀ,/ପୁରୁଷ, ପରିଚୟ, ବ୍ୟକ୍ତିତ୍ୱ, ଶୃଙ୍ଗାର, ବ୍ୟକ୍ତିଗତବାଦ ଏବଂ ଅବଚେତନ ।

ଆତ୍ମା କ’ଣ:

ମନ, ବୁଦ୍ଧି ଓ ସଂସ୍କାର ହେଉଛି ଆତ୍ମାର ତିନୋଟି ଶକ୍ତି । ଆତ୍ମାର ବି·ର ଶକ୍ତିର ନାମ ‘ମନ’ । ମନ ରୂପୀ ଶକ୍ତି ଦ୍ୱାରା ମନୁଷ୍ୟ କଳ୍ପନା କରେ, ଚିନ୍ତା କରେ ଓ ବି·ର କରେ । ବୁଦ୍ଧି ହେଉଛି ଆତ୍ମାର ତର୍କ ଓ ପରଖିବା ଶକ୍ତିର ନାମ । ଚିହ୍ନିବା, ବୁଝିବା, ସ୍ମୃତି, ତର୍କ, ବିଶ୍ଳେଷଣ ଏବଂ ନିର୍ଣ୍ଣୟ ନେବା ବୁଦ୍ଧିର କାମ । ମନୁଷ୍ୟ କରିଥିବା କର୍ମର ପରିଣାମ ସ୍ବରୂପ ଆତ୍ମା ଉପରେ ପଡୁଥିବା ପ୍ରଭାବର ନାମ ହେଉଛିି ସଂସ୍କାର । ସଂସ୍କାର ହେଉଛି ଧାରଣା, ଅଭିରୁଚି, ସଂବେଗ, ଭାବନା, ଦୃଷ୍ଟିକୋଣ, ସ୍ବଭାବ, ବ୍ୟକ୍ତିଗତ ବିଶେଷତା ତଥା ଅଭ୍ୟାସଗୁଡ଼ିକର ସମୁହ ଯାହା ଉପରେ ଆତ୍ମାର ବି·ର ଆଧାରିତ ହୋଇଥାଏ ।

ଶରୀର ମଧ୍ୟରେ ଆତ୍ମାର ସ୍ଥାନ:

ଆତ୍ମା ହେଉଛି ପ୍ରକାଶ ଓ ଶକ୍ତିର ଏକ ଅତ୍ୟନ୍ତ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଯାହା ମସ୍ତକ ସ୍ଥିତ ଭୃକୁଟି (ଦୁଇ ଭ୍ରୁଲତା) ମଧ୍ୟରେ ଅବସ୍ଥାନ କରେ ।

ଆତ୍ମାମାନଙ୍କର ଲୋକ:

ଆତ୍ମାର ମୂଳ ବାସ ସ୍ଥାନ ହେଉଛି ‘ପରଲୋକ ବା ପରମଧାମ’ । ଏହି ସ୍ଥାନରୁ ଆତ୍ମାଗଣ ନିଜ ନିଜ ଭୂମିକା ନିର୍ବାହ କରିବା ପାଇଁ ଏହି ସାକାର ସୃଷ୍ଟିରେ ଅବତୀର୍ଣ୍ଣ ହୋଇ ମାତୃଗର୍ଭରେ ପ୍ରବେଶ କରି ଶରୀର ଧାରଣ କରନ୍ତି । ଏହି ଉଚ୍ଚତମ ସ୍ଥାନ ସୂର୍ଯ୍ୟ ତଥା ତାରାଗଣଠାରୁ ମଧ୍ୟ ବହୁ ଉଦ୍ଧ୍ୱର୍ରେ ଅବସ୍ଥିତ ।

ଆତ୍ମାର ମୂଳ ସ୍ବଭାବ:  

ଆତ୍ମାର ମୂଳ ସଂସ୍କାର ହେଉଛି ଶାନ୍ତି, ଆନନ୍ଦ, ଜ୍ଞାନ, ପ୍ରେମ, ପବିତ୍ରତା ଓ ଶକ୍ତି । କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର- ଏହି ପ ବିକାର ଦ୍ୱାରା ବଶୀଭୂତ ହେବା କାରଣରୁ ଆତ୍ମା ତା’ର ମୂଳ ଗୁଣଗୁଡ଼ିକ ହରାଇ ବସେ । ଏହି ପା ବିକାରର ଉପôି ଦେହ ଅଭିମାନରୁ ହୋଇଥାଏ ।

ଆତ୍ମାର ପୁନର୍ଜନ୍ମ:

୧. ଗୋଟିଏ ଶରୀର ତ୍ୟାଗ କଲାପରେ ଆତ୍ମା ଅନ୍ୟ ଜନ୍ମ ନେଇଥାଏ ।

୨. ଆତ୍ମା ଶାଶ୍ୱତ ଓ ଅମର ଅଟେ । ଶରୀର ନଶ୍ୱର ଅଟେ । ଏହା ପ୍ରମାଣ କରେ ଯେ ଆତ୍ମା ପୁନର୍ଜନ୍ମ- ମରଣ ଚକ୍ରରେ ଆସିଥାଏ ।

୩. କର୍ମ ସିଦ୍ଧାନ୍ତ ଅନୁସାରେ ମନୁଷ୍ୟ ନିଜ କର୍ମ ଅନୁରୂପ ଫଳ ଭୋଗ କରିଥାଏ ।

୪. ଅନେକ ବାଳକ/ବାଳିକାମାନଙ୍କ ପୂର୍ବଜନ୍ମର ସ୍ପଷ୍ଟ ସ୍ମୃତି ଥିବାର ଦୃଷ୍ଟାନ୍ତଗୁଡ଼ିକ ପ୍ରମାଣିତ ହୋଇସାରିଛି । ଏହା ଆତ୍ମାର ପୁନର୍ଜନ୍ମର ସତ୍ୟତାକୁ ପୁଷ୍ଟି କରେ ।

୫. ସାଧାରଣତଃ ଦେଖାଯାଏ ଯେ ଜନ୍ମର କିଛି କ୍ଷଣ ପରେ ଶିଶୁ କେତେବେଳେ କାନ୍ଦିଥାଏ ତ ପୁଣି କେତେବେଳେ ହସିଥାଏ ବା କାନ୍ଦିବା ପରେ ପରେ ହସିବା ପ୍ରାରମ୍ଭ କରିଦିଏ । ଏହି ପ୍ରତିକ୍ରିୟା ପୂର୍ବଜନ୍ମର ଘଟଣାବଳୀର ସ୍ମୃତି ଜନିତ ଅଟେ ।

୬. କେତେକ ବ୍ୟକ୍ତି ବାଲ୍ୟକାଳରୁ ହିଁ କୌଣସି ବିିଶେଷ କଳାରେ ଅସାଧାରଣ କୌଶଳ ପ୍ରାପ୍ତ ହୋଇଥାନ୍ତି । ପୂର୍ବଜନ୍ମରେ ସେହି କଳାରେ ସେ ପ୍ରଶିକ୍ଷିତ ହୋଇଥିବା ହେତୁ  ଏପରି ହୋଇଥାଏ ।

୭. ଆତ୍ମାଗୁଡ଼ିକ ଅନାଦି ଓ ଅବିନାଶୀ ଅଟନ୍ତି । ସେମାନଙ୍କ ସଂଖ୍ୟା ନିର୍ଦ୍ଧିଷ୍ଟ । ତାହା ବଢ଼େ ନାହିଁ କି କମେ ନାହିଁ । କିନ୍ତୁ ବିଶ୍ୱରେ ଜନସଂଖ୍ୟା ନିରନ୍ତର ବୃଦ୍ଧି ପାଇ ଆସୁଛି । ଜନସଂଖ୍ୟା ବୃଦ୍ଧି ମଧ୍ୟ ଏହା ସଂକେତ ଦିଏ ଯେ ପରମଧାମରୁ ଯେଉଁ ଆତ୍ମାଗଣ ପୃଥିବୀକୁ ଆସୁଛନ୍ତି ସେମାନଙ୍କର ପୁନର୍ଜନ୍ମ ହୋଇ ·ଲିଛି ।

ପରମାତ୍ମା-  

ଇଂରାଜୀରେ ପରମାତ୍ମାଙ୍କୁ ଗଡ (ଏକ୍ଟୟ) କୁହାଯାଏ । ଅକ୍ସଫୋର୍ଡ ଶବ୍ଦକୋଷ ଅନୁସାରେ ଏକ୍ଟୟ (ସର୍ବୋଚ୍ଚ ସା) ହେଉଛନ୍ତି, ପରମ ମାନବ ଅଥବା ପାରଲୌକିକ ସା ଯିଏ କି ବ୍ରହ୍ମାଣ୍ଡର ନିର୍ମାଣ ଏବଂ ଏହାର ସାଳକ ଅଟନ୍ତି ।

ପରମାତ୍ମାଙ୍କ ସତ୍ୟ ପରିଚୟ:

ପରମାତ୍ମା ନିରାକାର ଅଟନ୍ତି । ଏହାର ଅର୍ଥ ନୁହେଁ ଯେ ତାଙ୍କର କୌଣସି ରୂପ ନାହିଁ । ଯେଉଁ ବସ୍ତୁର ଅସ୍ତିତ୍ୱ ଥାଏ ତା’ର ରୂପ ବା ଆକାର ଅବଶ୍ୟ ଥାଏ । ପ୍ରତ୍ୟେକ ବସ୍ତୁର କିଛି ଗୁଣ ଅଥବା ବିଶେଷତା ଥାଏ । ତାହା ନିରାକାର ଅଟେ । ଗୋଟିଏ ଫୁଲରୁ ନିର୍ଗତ ସୁଗନ୍ଧି ଆକାର ହୀନ ହୋଇଥାଏ । କିନ୍ତୁ ଯେଉଁଥିରୁ ତାହା ବାହାରେ ତା’ର ଆକାର ଥାଏ । ନିରାକାର ଏକ ସାପେକ୍ଷ ଶବ୍ଦ ଅଟେ । ପରମାତ୍ମା ମନୁଷ୍ୟାତ୍ମା ସଦୃଶ ଅତ୍ୟନ୍ତ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଅଟନ୍ତି । ସେ ଭୌତିକ କିମ୍ବା ସୂକ୍ଷ୍ମ ଆକାରରେ ପଦାର୍ଥଗୁଡ଼ିକ ତୁଳନାରେ ନିରାକାର ଅଟନ୍ତି । ଶିବଲିଙ୍ଗ ପରମାତ୍ମାଙ୍କ ଅଣ୍ଡାକାର ଆକୃତିର ପ୍ରତୀକ ଅଟେ । ପରମାତ୍ମାଙ୍କ ସ୍ବଘୋଷିତ ନାମ ଶିବ ଅଟେ । ଶିବର ଅର୍ଥ ସଦା କଲ୍ୟାଣକାରୀ । ପରମାତ୍ମା ଆତ୍ମାମାନଙ୍କ ସହିତ ପରମଧାମରେ ରହନ୍ତି । ଏହି ପରମଧାମ ଚନ୍ଦ୍ର, ସୂର୍ଯ୍ୟ ଏବଂ ତାରାମଣ୍ଡଳ ତଥା ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ ସୂକ୍ଷ୍ମଲୋକଠାରୁ ମଧ୍ୟ ଉଦ୍ଧ୍ୱର୍ରେ ଅବସ୍ଥିତ । ପରମାତ୍ମା ସର୍ବବ୍ୟାପୀ ନୁହନ୍ତି । ଯଦି ପରମାତ୍ମାଙ୍କୁ ସର୍ବତ୍ର ବିରାଜମାନ ବୋଲି ସ୍ବୀକାର କରାଯାଏ । ତେବେ ଯୋଗ ଅର୍ଥହୀନ ହୋଇଯିବ । କାରଣ ଯୋଗର ଅର୍ଥ ହେଉଛି ଦୁଇଟି ପୃଥକ ଅସ୍ତିତ୍ୱ ଅର୍ଥାତ୍ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ମିଳନ ।

ପରମାତ୍ମା ଜ୍ଞାନ, ଶାନ୍ତି, ପ୍ରେମ, ଆନନ୍ଦ, ପବିତ୍ରତା ଓ ଶକ୍ତିର ସାଗର ଅଟନ୍ତି । ସେ ଅଜନ୍ମା, ଅକର୍ା, ଅଭୋକ୍ତା ଓ ସର୍ବଶକ୍ତିମାନ ଅଟନ୍ତି । ସେ ଅବିନାଶୀ ପରମ ପିତା, ପରମ ଶିକ୍ଷକ ତଥା ସଦ୍ଗୁରୁ ଅଟନ୍ତି । ପିତା ରୂପରେ ପରମାତ୍ମା ସମସ୍ତ ମାନବତାକୁ ଆଧ୍ୟାତ୍ମିକ ଜନ୍ମ ଦିଅନ୍ତି ଓ ସେମାନଙ୍କୁ ଦୈବୀ ସାମ୍ରାଜ୍ୟ ପ୍ରଦାନ କରନ୍ତି । ପରମ ଶିକ୍ଷକ ରୂପରେ ସେ ପୃଥିବୀରେ ଅତି ଧର୍ମଗ୍ଳାନି ସମୟରେ ମନୁଷ୍ୟର ବୁଦ୍ଧିକୁ ଦିବ୍ୟ ଗଢ଼ିି ତୋଳିବା ପାଇଁ ଅବତରଣ କରନ୍ତି । ସେ ନିଜ ତଥା ନିଜ ସୃଷ୍ଟି ରୂପୀ ରଚନା ବିଷୟରେ ଜ୍ଞାନ ପ୍ରଦାନ କରନ୍ତି ତଥା ରାଜଯୋଗର ବିଧି ଶିକ୍ଷା ଦିଅନ୍ତି । ସେ ସଦ୍ଗୁରୁ ରୂପରେ ସମସ୍ତ ମନୁଷ୍ୟାତ୍ମାମାନଙ୍କୁ ମୁକ୍ତି ପ୍ରଦାନ ପୂର୍ବକ ସେମାନଙ୍କ ମୂଳ ନିବାସ ସ୍ଥାନ ପରମଧାମ (ଶାନ୍ତିଧାମ, ଆତ୍ମାଲୋକ)କୁ ନେଇ ଯାଆନ୍ତି ।

ପରମାତ୍ମାଙ୍କ ତିନି କର୍ବ୍ୟ ହେଉଛି- ସ୍ଥାପନା, ପାଳନା ଓ ବିନାଶ । ସ୍ଥାପନା ନୂଆ ପବିତ୍ର ଦୈବୀ ସୃଷ୍ଟିର; ବିନାଶ, ପୁରୁଣା ପତିତ ଆସୁରୀ ସୃଷ୍ଟିର ତଥା ପାଳନା ନବ ନିର୍ମିତ ଦୈବୀ ସୃଷ୍ଟିର । ପରମାତ୍ମା ପ୍ରତ୍ୟେକ କଳ୍ପ (ଏକ ସୃଷ୍ଟି ଚକ୍ର)ର ଅନ୍ତିମ ସମୟରେ ଉପରୋକ୍ତ ତିନି ଦିବ୍ୟ କର୍ବ୍ୟ ସମ୍ପାଦନ ପାଇଁ ଦିବ୍ୟ ଅବତରଣ (ଦିବ୍ୟଜନ୍ମ) ନିଅନ୍ତି ।

ନିଶ୍ଚୟ- ଜ୍ଞାନ ସତ୍ୟ ମାର୍ଗକୁ ଆଲୋକିତ କରି ପଥ-ପ୍ରଦର୍ଶନ କରେ । ନିଶ୍ଚୟ ସାହସ, ଉଲ୍ଲାସ ଓ ମନୋବଳ ପ୍ରଦାନ କରେ ଯଦ୍ଧ୍ୱାରା ବ୍ୟକ୍ତି ସତ୍ୟ ମାର୍ଗରେ ଆସୁଥିବା ବାଧାବିିଘ୍ନଗୁଡ଼ିକୁ  ପ୍ରତିହତ କରି ଉତ୍ସାହ ପୂର୍ବକ ଆଗରୁ ବଢ଼ି·ଲେ । ଲକ୍ଷ୍ୟ ପ୍ରାପ୍ତି ପାଇଁ ‘ନିଶ୍ଚୟ’ ଏକାନ୍ତ ଆବଶ୍ୟକ । ନିଶ୍ଚୟ ଦୃଢ଼ ହେବାର ଆଧାର ହେଉଛି ଅନୁଭବ । ଈଶ୍ୱରୀୟ ଜ୍ଞାନ ମାର୍ଗରେ ·ଲୁଥିବା ବ୍ୟକ୍ତି ମଧ୍ୟରେ ଜ୍ଞାନର ସତ୍ୟତା ଯେତିକି ଅନୁଭବ ହେଉଥାଏ ସେତିକି ତା’ର ନିଶ୍ଚୟ ଦୃଢ଼ ହେଉଥାଏ । ଜ୍ଞାନମାର୍ଗରେ ଅନ୍ଧବିଶ୍ୱାସର କୌଣସି ସ୍ଥାନ ନାହିଁ । ଦୃଢ଼ ବିଶ୍ୱାସ ଦ୍ୱାରା ହିଁ ବିଜୟ ପ୍ରାପ୍ତ ହୋଇଥାଏ । ନିଶ୍ଚୟ ବୁଦ୍ଧି ବିଜୟତି ।

ସମ୍ବନ୍ଧ- ରାଜଯୋଗରେ ଈଶ୍ୱରୀୟ ସ୍ମୃତି ହେଉଛି ସର୍ବୋପରି । ସମ୍ବନ୍ଧର ସମୀପତା ଓ ଘନିଷ୍ଠତା ଉପରେ ଈଶ୍ୱରୀୟ ସ୍ମୃତିର ଗହନତା ନିର୍ଭର କରେ । ବ୍ୟକ୍ତିର ଅଧିକାର ଏବଂ ବିଶେଷ ସୁବିଧା ତା’ର ସମ୍ବନ୍ଧ ଉପରେ ଆଧାରିତ ହୋଇଥାଏ । ସମ୍ବନ୍ଧ ବିନା ସମର୍ଥ ବ୍ୟକ୍ତିଠାରୁ ମଧ୍ୟ ବା‚ିତ ଲାଭ ପ୍ରାପ୍ତି ହୋଇପାରେ ନାହିଁ । ଯଦି ସମ୍ବନ୍ଧ ଥାଏ ତେବେ ତାଙ୍କୁ ସ୍ବତଃ ସମସ୍ତ ପ୍ରାପ୍ତି ହୋଇଯିବ । ପରମାତ୍ମା ମନୁଷ୍ୟର ପରମ ହିତୈଷୀ, ମିତ୍ର ଓ ସମ୍ବନ୍ଧୀ ଅଟନ୍ତି । ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ମନୁଷ୍ୟକୁ କେବଳ ଲାଭ ହିଁ ହୋଇଥାଏ । କୌଣସି କ୍ଷତି ହୁଏ ନାହିଁ । କାରଣ ସେ ପୂର୍ଣ୍ଣତୟା ନିଷ୍କାମ, ନିରପେକ୍ଷ, ସର୍ବଶକ୍ତିମାନ, ଶାଶ୍ୱତ ଏବଂ ଚିରନ୍ତନ ଅଟନ୍ତି ।

ସ୍ନେହାସିକ୍ତ ସ୍ମୃତି:  ପରମାତ୍ମା ଏକ ସୂକ୍ଷ୍ମାତିସୂକ୍ଷ୍ମ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ଅଟନ୍ତି । ଭୌତିକ ଇନ୍ଦ୍ରିୟ ସମୂହ ମାଧ୍ୟମରେ ତାଙ୍କୁ ଜାଣି ହୁଏ ନାହିଁ । ଅର୍ଥାତ୍ ସେ ଇନ୍ଦ୍ରିୟାତୀତ । ଏଥିପାଇଁ କୌଣସି ସ୍ଥୂଳ ମାଧ୍ୟମ ଦ୍ୱାରା ତାଙ୍କ ସହିତ ସମ୍ପର୍କ ସ୍ଥାପିତ କରିବା ଅସମ୍ଭବ ଅଟେ । ପରମାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ କେବଳ ସଂକଳ୍ପ ଶକ୍ତି ହିଁ ଏକମାତ୍ର ମାଧ୍ୟମ । ଏହା ଏକ ଆଧ୍ୟାତ୍ମିକ ଶକ୍ତି ଅଟେ । ପରମାତ୍ମା ସ୍ମୃତିର ଆଧାର । ଯେପର୍ଯ୍ୟନ୍ତ ଅତି ସ୍ନେହ ଓ ଈଶ୍ୱରୀୟ ଜ୍ଞାନଯୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କ ସହିତ ମାନସିକ ସ୍ତରରେ ସମ୍ବନ୍ଧ ସ୍ଥାପନ ସମ୍ଭବ ନୁହେଁ । ଜ୍ଞାନର ପ୍ରକାଶ ସଂକଳ୍ପକୁ ପରମାତ୍ମାଭିମୁଖୀ ହେବା ପାଇଁ ମାର୍ଗଦର୍ଶନ କରେ ଓ ଅତ୍ୟନ୍ତ ପ୍ରେମ ଶକ୍ତି ଦ୍ୱାରା ତା’ର ଗତି ସାଳିତ ହୁଏ । ପରମାତ୍ମା ସହିତ ଆତ୍ମାର ମିଳନକୁ ଯୋଗ କୁହାଯାଏ । ପ୍ରେମ ବିନା ଏହି ମିଳନ ସମ୍ଭବ ନୁହେଁ । ରାଜଯୋଗ ମନୁଷ୍ୟର ପ୍ରେମକୁ ପବିତ୍ର ଓ ଆତ୍ମିକ କରିଥାଏ ଓ ଏହାକୁ ସୀମା ସରହଦରୁ ମୁକ୍ତ କରିଦିଏ । ଅର୍ଥାତ୍ ଜଣେ ରାଜଯୋଗୀ ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ, ରାଷ୍ଟ୍ରୀୟତା, ଲିଙ୍ଗ, ଶତ୍ରୁ, ମିତ୍ର ଆଦି ସାଂସାରିକ ସମ୍ବନ୍ଧର ବନ୍ଧନରୁ ମୁକ୍ତ ହୋଇ ସମଗ୍ର ବିଶ୍ୱକୁ ନିଜର କୁଟୁମ୍ବ ବୋଲି ମନେ କରେ । ସଂକ୍ଷେପରେ କହିବାକୁ ଗଲେ ପରମାତ୍ମାଙ୍କ ସ୍ନେହାସିକ୍ତ ସ୍ମୃତି ହିଁ ଯୋଗ ଅଟେ ।

ଆତ୍ମା ଓ ଶରୀର ମଧ୍ୟରେ ସମ୍ବନ୍ଧ:

ଯୋଗାଭ୍ୟାସ ସମୟରେ ଆତ୍ମାକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ସା ମନେକରି ଆତ୍ମାଭିମାନୀ ତଥା ବିଦେହୀ  ସ୍ଥିତିର ଅଭ୍ୟାସ କରାଯାଏ । ଆତ୍ମା ଯେତେବେଳେ ଶରୀରରେ ପ୍ରବେଶ କରେ ସେତେବେଳେ ତାକୁ ଜୀବାତ୍ମା କୁହାଯାଏ । ଆତ୍ମାର ସଂଯୋଗରେ ଶରୀର (ଜୀବ) କ୍ରିୟାଶୀଳ ହୁଏ ଓ ବିୟୋଗରେ ନିଷ୍କ୍ରିୟ ହୋଇଯାଏ । କ୍ରିୟାଶୀଳ ହେବା ପାଇଁ ଶରୀର ଓ ଆତ୍ମା ଉଭୟେ ଜଣେ ଅନ୍ୟ ଜଣକ ଉପରେ ଆଶ୍ରିତ ଅଟନ୍ତି । ଏହି ଆଧାରରେ ଗୋଟିଏ ବର୍ଗର ଲୋକେ ଆତ୍ମାକୁ ଓ ଅନ୍ୟ ବର୍ଗର ଲୋକେ ଶରୀରକୁ ପ୍ରମୁଖ ମନେ କରନ୍ତି । ପ୍ରଥମ ବର୍ଗଙ୍କ ମାନ୍ୟତା ଅନୁସାରେ ଆତ୍ମାର ଶୁଦ୍ଧତା ଅଶୁଦ୍ଧତା ହେତୁ ହିଁ ଶରୀର ଦ୍ୱାରା ବ୍ୟକ୍ତି ସୁଖ ବା ଦୁଃଖ ଭୋଗ କରେ । ତେଣୁ ଆତ୍ମା ପ୍ରମୁଖ ଅଟେ । ଅନ୍ୟ ବର୍ଗର ଲୋକେ କହନ୍ତି “ଶରୀରମାଦ୍ୟଂ ଖଳୁ ଧର୍ମ ସାଧନଂ ।’’ ଅର୍ଥାତ୍ ପ୍ରଥମେ ଶରୀରକୁ ଠିକ୍ ରଖ, ତାପରେ ଧର୍ମ କର୍ମ କରିବ । ଏହି ବି·ରଧାରାର ବର୍ଗ ଭୌତିକବାଦୀ ଅଟନ୍ତି । ଆତ୍ମା ବିଷୟରେ ସେମାନେ ଜାଣନ୍ତି ନାହିଁ । ଏଥିପାଇଁ ଉଭୟ ବର୍ଗ ମଧ୍ୟରେ ମତ ଭିନ୍ନତା ଦେଖାଯାଏ ।

ମନୁଷ୍ୟ ମଧ୍ୟରେ ଯେଉଁ “ମନ’’, “ବୁଦ୍ଧି’’ ଓ “ସଂସ୍କାର’’ ଅଛି, ତା’ ପାଇଁ ସାମୁହିକ ରୂପରେ ଆତ୍ମା ଶବ୍ଦ ପ୍ରୟୋଗ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ନିକଟରେ ଏହା ଅଛି । ମନୁଷ୍ୟର କ୍ରିୟାକଳାପଗୁଡ଼ିକରେ ଏମାନଙ୍କର ସ୍ଥାନ ପ୍ରମୁଖ । ଏଥିପାଇଁ ମନୁଷ୍ୟର ବ୍ୟକ୍ତିତ୍ୱରେ ଆତ୍ମାର ପ୍ରମୁଖ ସ୍ଥାନ ଅଟେ । ପୌରାଣିକ ଗ୍ରନ୍ଥଗୁଡ଼ିକରେ ଆତ୍ମାକୁ ଅକର୍ା, ଅଭୋକ୍ତା ଓ କେବଳ ଦ୍ରଷ୍ଟା ବୋଲି କୁହାଯାଇଛି । ଏଥିପାଇଁ ଆତ୍ମା ବିଷୟରେ ଲୋକମାନଙ୍କ ମଧ୍ୟରେ ଏକ ଭ୍ରମ ଧାରଣା ପ୍ରଚଳିତ  । ଏହି ଭ୍ରାନ୍ତ ବି·ର ସନ୍ଦର୍ଭରେ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ଯେ ଆତ୍ମା ଓ ଶରୀର ପରସ୍ପର କେଉଁ ସହଯୋଗ ଓ ସମ୍ବନ୍ଧରେ କାମ କରନ୍ତି ଓ ଏମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କ ଅଧିକାର କ୍ଷେତ୍ର କ’ଣ ।

ମନ ଓ ବୁଦ୍ଧିର ସଂକଳ୍ପ ବିକଳ୍ପ ଏବଂ ପ୍ରତ୍ୟକ୍ଷ ତଥା ଅପ୍ରତ୍ୟକ୍ଷ ନିର୍ଣ୍ଣୟ ଆଧାରରେ ମନୁଷ୍ୟ ନିଜ କର୍ମ କରିଥାଏ । ସଂସ୍କାର ଅନୁରୂପ ମନରେ ସଂକଳ୍ପ-ବିକଳ୍ପ ସମୂହ ସୃଷ୍ଟି ହୋଇଥାଏ । ବୁଦ୍ଧିର ନିର୍ଣ୍ଣୟ ଅନୁସାରେ କର୍ମ ସକାରାତ୍ମକ ଅଥବା ନକାରାତ୍ମକ ହୋଇଥାଏ ଏବଂ ତଦନୁରୂପ ହିଁ ତାକୁ ସୁଖ-ଦୁଃଖ, ଶାନ୍ତି-ଅଶାନ୍ତିର ଅନୁଭୂତି ହୁଏ । ଏହି ଅନୁଭବ ଆତ୍ମା ହିଁ କରେ,  ଶରୀର ନୁହେଁ । ଶରୀର ପାଇଁ ଶାନ୍ତି ଓ ଅଶାନ୍ତି ଶବ୍ଦର ପ୍ରୟୋଗ ହୁଏ ନାହିଁ । ଶରୀରର କୌଣସି ମଧ୍ୟ ଜ୍ଞାନେନ୍ଦ୍ରିୟ ଅଥବା କର୍ମେନ୍ଦ୍ରିୟ ଦ୍ୱାରା ପ୍ରାପ୍ତ ସୁଖର ଅନୁଭବ ମନକୁ ହୁଏ । ମନୁଷ୍ୟ ଯାହା ବି କର୍ମ କରେ ତା’ ପଛରେ ବୁଦ୍ଧିର ଆଜ୍ଞା ଆବଶ୍ୟକ ଅଟେ । ଅତଃ କର୍ା ଓ ଭୋକ୍ତା ଆତ୍ମା ହିଁ ଅଟେ । ଶରୀର କେବଳ ମାଧ୍ୟମର କାମ କରେ ।

ଯେଉଁ ପରି ଆତ୍ମାର ପ୍ରଭାବ ଶରୀର ଉପରେ ପଡେ ସେହିପରି ଶରୀରର ପ୍ରଭାବ ମଧ୍ୟ ଆତ୍ମା ଉପରେ ପଡିଥାଏ । କଥିତ ଅଛି ସୁସ୍ଥ ଶରୀରରେ ସୁସ୍ଥ ଆତ୍ମା ବାସ କରେ । ଆତ୍ମା ଓ ଶରୀରର ପ୍ରଭାବ ଏକର ଅନ୍ୟ ଉପରେ ପାରସ୍ପରିକ ବୃାକାର ରୂପରେ ହୋଇଥାଏ । ପା ବିକାର ପ୍ରଭାବରେ ଆତ୍ମା ଦୁଷିତ ହେବା ଦ୍ୱାରା ଶରୀର ଦୁଷିତ ହୋଇଥାଏ ଏବଂ ଶରୀରର ସମ୍ବନ୍ଧରେ ଆସୁଥିବା ବସ୍ତୁ ଓ ବ୍ୟକ୍ତି ମଧ୍ୟ ଦୁଃଖ ପ୍ରଦାୟକ ଅଟନ୍ତି । ଏହି ଦୁଃଖରେ ମନୁଷ୍ୟ ସ୍ବୀୟ ମାନସିକ ସନ୍ତୁଳନ ହରାଇ ଆହୁରି ନିଜ ଆତ୍ମାକୁ ପତିତ ବନାଏ । ଏହା ଏକ ଠସମସକ୍ଟଙ୍କଗ୍ଦ ମସକ୍ସମକ୍ଷର ରୂପରେ ·ଲୁଥାଏ ଓ ମନୁଷ୍ୟ ପତନ ଅଭିମୁଖେ ଖସିବାକୁ ଲାଗେ । ସମାଜ କ୍ରମାନ୍ୱୟରେ ସତ୍ୟଯୁଗ, ତ୍ରେତା, ଦ୍ୱାପର ଓ ଅନ୍ତତଃ କଳିଯୁଗ ଆଡକୁ ଅଗ୍ରସର ହେଉଥାଏ, ପତନର ଏହି ଚରମ ସୀମାରେ ସର୍ବ ପ୍ରଥମେ ଆତ୍ମାକୁହିଁ ଠିକ୍ ହେବାକୁ ପଡେ । ଚରିତ୍ର ସଂଶୋଧନର ଆବଶ୍ୟକତା ସର୍ବୋପରି ହୋଇଥାଏ । କାରଣ ଅନା·ର, ଅତ୍ୟା·ର, ମିଥ୍ୟା, ବେଇମାନୀ, ଆର୍ଥିକ-ସାମାଜିକ ଅସମାନତା ଆଦି ଚରିତ୍ରହୀନତା ହେତୁ ଉପôନ୍ନ ହୋଇ ମନୁଷ୍ୟକୁ ଦୁଃଖୀ ବନାଏ ତଥା ଭୋଜନ, ବସ୍ତ୍ର ଓ ବାସଗୃହର ସମସ୍ୟା ଉପôନ୍ନ କରେ । ଜୀବନ ନିର୍ବାହ ପାଇଁ ଶାରୀରିକ ଆବଶ୍ୟକତାଗୁଡ଼ିକର ମହ୍ୱକୁ ଉପେକ୍ଷା କରାଯାଇ ନପାରେ । ତେଣୁ ସେହି ଆବଶ୍ୟକତାଗୁଡିକର ପୁିର୍ ପାଇଁ ଓ ପୁିର୍ରେ ସନ୍ତୋଷ (ଝବଗ୍ଧସଗ୍ଦଲବମଗ୍ଧସକ୍ଟଦ୍ଭ) ପାଇବା ପାଇଁ ଆତ୍ମାକୁ ବଳବାନ ଓ ଚରିତ୍ରବାନ ବନାଇବାକୁ ହେବ । ରାଜ୍ୟ (ଶରୀର)କୁ ଠିକ୍ କରିବା ପାଇଁ ରାଜା (ଆତ୍ମା)କୁ ଠିକ୍ କରିବାକୁ ପଡ଼ିବ ।

ରାଜଯୋଗର ଅଧ୍ୟୟନ ବିଷୟ-

ଜ୍ଞାନ, ଧ୍ୟାନ (ଈଶ୍ୱରୀୟ ସ୍ମୃତି), ଧାରଣା ଓ ସେବା- ଏହି ·ରି ବିଷୟର ଅଧ୍ୟୟନ ହିଁ ରାଜଯୋଗ ଅଟେ ।

ଜ୍ଞାନ: ଜ୍ଞାନକୁ ପ୍ରକାଶ ସହିତ ତୁଳନା କରାଯାଏ । କାରଣ ଅଜ୍ଞାନ ରୂପକ ଅନ୍ଧକାରକୁ ଜ୍ଞାନର ପ୍ରକାଶ ହିଁ ଦୂର କରିପାରେ । ଜ୍ଞାନ ‘ସ୍ବ’ ତଥା ‘ସ୍ବ’ର ପରମ ପିତା ପରମାତ୍ମାଙ୍କ ପରିଚୟ ପ୍ରଦାନ କରେ । ଜ୍ଞାନ ମନୁଷ୍ୟର ଭ୍ରାନ୍ତି ଏବଂ ଅନ୍ଧବିଶ୍ୱାସଗୁଡ଼ିକୁ ମଧ୍ୟ ସମାପ୍ତ କରେ । ଏହା ମନୁଷ୍ୟକୁ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାର ବିଧି ବତାଏ । ଜ୍ଞାନହୀନ ବ୍ୟକ୍ତି ପଶୁ ସମାନ । ଜ୍ଞାନ ବିନା ମନୁଷ୍ୟ ନିଜର ଲକ୍ଷ୍ୟ ସ୍ଥିର କରିପାରେ ନାହିଁ । ଅଜ୍ଞାନତାହିଁ ସମସ୍ତ ଦୁଃଖର କାରଣ । ଜ୍ଞାନ ମନୁଷ୍ୟକୁ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧି ପ୍ରଦାନ କରେ । ଜ୍ଞାନ ବିନା ଆତ୍ମୋନ୍ନତି ସମ୍ଭବ ନୁହେଁ । ଶେଷରେ ଜ୍ଞାନ ଆମକୁ ଶ୍ରେଷ୍ଠ କର୍ମ ଅକର୍ମ ଏବଂ ପାପ କର୍ମ ତଥା ସଂସାରର ବାସ୍ତବିକ ଦିଗ ବିଷୟରେ ସୂଚନା ପ୍ରଦାନ କରେ ।

ଧ୍ୟାନ (ଈଶ୍ୱରୀୟ ସ୍ମୃତି)- ଧ୍ୟାନ ସହିତ ଯୋଗ ଶବ୍ଦ ଯୁକ୍ତ କରାଯାଏ । ପରମାତ୍ମାଙ୍କୁ ସ୍ମରଣ କରିବା ଯୋଗ ଅଟେ । ଈଶ୍ୱରୀୟ ସ୍ମୃତିର ଆଧାର ହେଉଛି ପ୍ରେମ । ପ୍ରେମ ବିନା ଯୋଗ ଅସମ୍ଭବ । ପ୍ରେମ ହିଁ ଯୋଗର ପ୍ରାଣ ଅଟେ । ଯାହାଙ୍କ ପ୍ରତି ପ୍ରେମ ଥାଏ ତାଙ୍କ ସ୍ମୃତି ମନୁଷ୍ୟ ମନରେ ସ୍ବତଃ ଲାଖି ରହେ । ଧ୍ୟାନ ବା ସ୍ମୃତି ଏକ ଆଧ୍ୟାତ୍ମିକ ଯାତ୍ରା ଅଟେ । ଏହା ଆମକୁ ଅନ୍ତର୍ଜଗତ, ପରମଧାମ (ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥାନ) ତଥା ସତ୍ୟଯୁଗ ଅଭିମୁଖେ ଯାତ୍ରା କରାଏ ।

ଧାରଣା: ପରମାତ୍ମା ସମସ୍ତ ଗୁଣର ମହାସାଗର । ତେଣୁ ତାଙ୍କ ଧ୍ୟାନ କରିବା ଦ୍ୱାରା ସ୍ବତଃ ଦିବ୍ୟଗୁଣଗୁଡ଼ିକର ଧାରଣା ହେବାକୁ ଲାଗେ । ପରମାତ୍ମା ସତ୍-ଚିତ୍-ଆନନ୍ଦ ସ୍ବରୂପ । ତାଙ୍କ ସଂଗର ରଙ୍ଗ ଲାଗେ । ପରମାତ୍ମାଙ୍କ ସହିତ ବୁଦ୍ଧିର ସଂଗ ହିଁ ତ ଯୋଗ ଅଟେ । ରାଜଯୋଗ ଅଧ୍ୟୟନ ସମୟରେ ଯେଉଁ ଜ୍ଞାନ ଦିଆଯାଏ ସେଗୁଡ଼ିକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାର ନାମ ଧାରଣା ।

ସେବା: ଏଠାରେ ସେବାର ଆଧ୍ୟାତ୍ମିକ ଅର୍ଥ ଗ୍ରହଣ କରାଯାଇଛି । ରାଜଯୋଗୀ ସେବା ବିନା ରହିପାରେ ନାହିଁ । ସେବାଭାବ ମନୁଷ୍ୟକୁ ବିନମ୍ର ବନାଏ; ଜ୍ଞାନ, ଯୋଗ ପାଇଁ ପ୍ରେରିତ କରେ, ଯୋଗ ଦ୍ୱାରା ଦୈବୀ ସମ୍ପଦରେ ବ୍ୟକ୍ତି ପରିପୂର୍ଣ୍ଣ ହୁଏ । ଯିଏ ପରିପୂର୍ଣ୍ଣ ସିଏ ଦାନ ବିନା ରହିପାରେ ନାହିଁ । ରାଜଯୋଗୀ ଜ୍ଞାନ ଦାନ, ସମୟ ଦାନ, ସଂକଳ୍ପ ଦାନ, ଓ ଧନଦାନ କେବଳ ଈଶ୍ୱରୀୟ ସେବା ପାଇଁ କରେ । ସେ ପରମାତ୍ମାଙ୍କୁ ହିଁ ସବୁକିଛିି ମନେ କରି ସ୍ବୟଂକୁ ତାଙ୍କ ସେବା ପାଇଁ ସମର୍ପଣ କରିଦିଏ । ଯେଉଁଠାରେ ପ୍ରେମ ଭାବ ଥାଏ ସେଠାରେ ସମର୍ପଣ ଭାବ ସ୍ବତଃ ଆସିଯାଏ । ଏପରି ବ୍ୟକ୍ତି ମନ-ବଚନ ଓ କର୍ମ ଦ୍ୱାରା ପରମାତ୍ମାଙ୍କ ଇଛା ଅନୁସାରେ କର୍ମ କରେ ।

ରାଜଯୋଗର ବିଧି- 

କଥିତ ଅଛି ବିଧି ବିନା ସିଦ୍ଧି ପ୍ରାପ୍ତ ହୁଏ ନାହିଁ । ବିଧି ଅନୁସାରେ ରାଜଯୋଗ ଅଭ୍ୟାସ ନ କଲେ ଅନୁଭବ ବା ସିଦ୍ଧି ପ୍ରାପ୍ତିରେ ବାଧା ଉପôନ୍ନ ହୁଏ । ନିମ୍ନରେ ରାଜଯୋଗ ଅଭ୍ୟାସ ପାଇଁ ବିଧାନ ଓ ବିଧି ବିଷୟରେ ସଂକ୍ଷିପ୍ତ ଆଲୋଚନା କରାଯାଇଛି ।

ଯୋଗ ପାଇଁ ବିଧାନ-

ଆସନ: ଆପଣ ଯେଉଁ ଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ କଷ୍ଟ ଅନୁଭବ ନକରି ବସି ପାରିବେ ସେପରି ବସନ୍ତୁ । ଦେହକୁ ଭୁଲିବା ଅଭ୍ୟାସ ପରିବେର୍ ମନକୁ ନିଜ ସ୍ବରୂପରେ ସ୍ଥିତ କରିବା ହେଉଛି ରାଜଯୋଗର ଆସନ ।

ସ୍ଥାନ: ଯୋଗାଭ୍ୟାସ ପାଇଁ ସାଧାରଣତଃ ନିର୍ଜନ ସ୍ଥାନର ଆବଶ୍ୟକତା ହୋଇଥାଏ । ଏହି ସଂସାରରେ କେଉଁଠି ହେଲେ ଏପରି ସ୍ଥାନ ନାହିଁ । ଯେପର୍ଯ୍ୟନ୍ତ ମନ ସଂସାର ସହିତ ସଂପୃକ୍ତ ଥାଏ ସେପର୍ଯ୍ୟନ୍ତ ମନ ଏକାଗ୍ର ହେବନାହିଁ । ଏଥିପାଇଁ ମନକୁ ବ୍ରହ୍ମଲୋକ (ପରମଧାମ)ରେ ସ୍ଥିର କରିବା ହିଁ ବାସ୍ତବରେ ନିର୍ଜନ । କାରଣ ସେଠାରେ କୌଣସି ପ୍ରକାର ହଲଚଲ, କୋଳାହଳ, ପରିବର୍ନ ଓ ଦୁଷ୍ଟତା ନଥାଏ । ସେଠାରେ ସର୍ବତ୍ର ଅଖଣ୍ଡ ଶାନ୍ତି ହିଁ ବିରାଜମାନ ଥାଏ ।

ଏକାନ୍ତ: କୌଣସି ଏକାନ୍ତ ସ୍ଥାନରେ ବସି ମଧ୍ୟ ଯଦି ମନ ଦେହ ସହିତ ସମ୍ବନ୍ଧିତ ବିଷୟ, ବସ୍ତୁ, ବୈଭବ, ପରିସ୍ଥିତି, ଘଟଣା ଆଦିର ଚିନ୍ତନ କରୁଥାଏ । ତେବେ ସେହି ଏକାନ୍ତର କୌଣସି ମହ୍ୱ ନାହିଁ । ଐକାନ୍ତିକ ସ୍ମୃତି ଅର୍ଥାତ୍ ଏକ ପରମାତ୍ମାଙ୍କ ସ୍ମୃତିରେ ମନକୁ ଅନ୍ତ କରିଦେବାହିଁ ବାସ୍ତବରେ ମନର ଏକାନ୍ତ ଅବସ୍ଥା ।

ନେତ୍ର: ରାଜଯୋଗରେ ଆଖି ବନ୍ଦ କରି ଯୋଗ କରାଯାଏ ନାହିଁ । କାରଣ ଆଖି ବନ୍ଦ କରିବା ଦ୍ୱାରା ବ୍ୟକ୍ତି ଧୀରେ ଧୀରେ ନିଦ୍ରାସକ୍ତ ହୋଇଯାଏ । ନିଦ୍ରା ଏକ ମନୋବିକାର ଅଟେ । ସ୍ଥୂଳ ଚକ୍ଷୁ ବନ୍ଦ କରିଦେଲେ ମନ-ଚକ୍ଷୁ ବିଷୟ ଓ ବ୍ୟକ୍ତି ସମୂହଙ୍କ ଚିନ୍ତନ କରିବାକୁ ଲାଗେ । ରାଜଯୋଗରେ ଦିନ ତମାମ ନିଜ କାର୍ଯ୍ୟ ବ୍ୟବହାର ସମୟରେ ମଧ୍ୟ ପରମପିତା ପରମାତ୍ମାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କରିବା ବିଧି ଅଛି । ଏଥିପାଇଁ ଆଖି ଖୋଲା ରଖି ଯୋଗାଭ୍ୟାସ କରିବା ଉଚିତ ।

ରାଜଯୋଗର ଅଭ୍ୟାସ-  

ମନକୁ ପରମପିତା ପରମାତ୍ମାଙ୍କ ଅନନ୍ୟ ସ୍ମୃତିରେ ଏକାଗ୍ର କରିବା ଅଥବା ମନକୁ ପରମପିତା ପରମାତ୍ମାଙ୍କ ସହ ଯୁକ୍ତ କରିବା ପାଇଁ ଆତ୍ମା-ପରମାତ୍ମା, ପରମଧାମ ଆଦି ଆଧ୍ୟାତ୍ମିକ ଜ୍ଞାନ ଯୁକ୍ତ ସଂକଳ୍ପ ମନରେ ଉପôନ୍ନ କରିବାକୁ ପଡିଥାଏ । ସହଜରେ ଅଭ୍ୟାସ କରିବା ପାଇଁ ନିମ୍ନରେ କେତୋଟି ସଂକଳ୍ପ ଦିଆଯାଇଛି ।

ମୁଁ ଏକ ଆତ୍ମା..... ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ ଅଟେ.... ମୁଁ ଆତ୍ମା କର୍ମଫଳ ଭୋଗ କରିବା ନିମନ୍ତେ ମୋର ମୂଳ ନିବାସ ସ୍ଥାନ ପରମଧାମରୁ ଏହି ସୃଷ୍ଟିରେ ଅବତୀର୍ଣ୍ଣ ହୋଇଛି..... ।

ଆତ୍ମ ସ୍ଥିତି ରାଜଯୋଗ ସିଢ଼ିର ପ୍ରଥମ ସୋପାନ । ଦେହାଭିମାନୀ ବ୍ୟକ୍ତି ଭୌତିକ ବସ୍ତୁ ସମୂହ ପଛରେ ଭ୍ରମିତ ହୁଅନ୍ତି । ସେମାନେ ସାଂସାରିକ ଆକର୍ଷଣର ସରହଦରୁ ଉପରକୁ ଉଠିପାରନ୍ତି ନାହିଁ । କିନ୍ତୁ ଜଣେ ରାଜଯୋଗୀଙ୍କ ସଂକଳ୍ପ ଅନାୟାସରେ ସେହି ସୀମାକୁ ଡେଇଁଯାଏ ଓ ସିଧା ପରମଧାମରେ ପହô ପରମାତ୍ମା ଶିବଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ ।

ଆତ୍ମାକୁ ପବିିତ୍ର ବନାଇବା ପାଇଁ ଆବଶ୍ୟକ ସର୍ବ ଶକ୍ତି ଦିବ୍ୟଗୁଣ ଓ ଜ୍ଞାନର ଶାଶ୍ୱତ ସ୍ରୋତ ପରମାତ୍ମା ଅଟନ୍ତି । ପରମାତ୍ମାଙ୍କଠାରୁ ଆତ୍ମା ମଧ୍ୟରେ ଏହି  ଗୁଣଗୁଡ଼ିକର ଅନ୍ତଃ ପ୍ରବାହ ସେତେବେଳେ ହୋଇଥାଏ ଯେତେବେଳେ ଆତ୍ମା, ପରମାତ୍ମା- ସ୍ମୃତି ମାଧ୍ୟମରେ ତାଙ୍କ ସହିତ ଆତ୍ମିକ ସମ୍ପର୍କ ସ୍ଥାପନ କରିଥାଏ । ଆତ୍ମ ନିଶ୍ଚୟ ସ୍ଥିତିରେ ରହି ପରମାତ୍ମାଙ୍କୁ ସ୍ମରଣ କରିବାର ନାମ ରାଜଯୋଗ ଅଟେ ।

ରାଜଯୋଗୀ ବ୍ୟର୍ଥ ଓ ଅନାବଶ୍ୟକ ସାଂସାରିକ କ୍ରିୟା-କଳାପଗୁଡ଼ିକରୁ ପ୍ରତ୍ୟାହାର କରି କେବଳ ଦୈବୀ ଗୁଣାବଳୀ ରୂପକ ଅମୂଲ୍ୟ ଓ ଅବିନାଶୀ ରନôଗୁଡ଼ିକୁ ଅଧିକରୁ ଅଧିକ ସୟ କରିବାରେ ରତ ରହେ । ତା’ ଦ୍ୱାରା ଏହି ପ୍ରତ୍ୟହରଣର ତାପôର୍ଯ୍ୟ କର୍ମ ତ୍ୟାଗ ନୁହେଁ । ରାଜଯୋଗୀ ଏକ କର୍ମଯୋଗୀ ହୋଇଥାଏ । ସେ ପାପ କର୍ମଗୁଡ଼ିକରୁ ନିବୃ ହୋଇ ସଦା ସର୍ବଦା ପୁଣ୍ୟ ଫଳ ବୃଦ୍ଧି ପାଇଁ ସତ୍କର୍ମରେ ପ୍ରବୃ ରହନ୍ତି ।

ରାଜଯୋଗର ସବୁଠାରୁ ପ୍ରାମାଣିକ ଗ୍ରନ୍ଥ ହେଉଛି ଶ୍ରୀମଦ୍ଭଗବତ୍ ଗୀତା । ଏହା ସାକ୍ଷାତ ପରମାତ୍ମାଙ୍କ ମୁଖାରବିନ୍ଦରୁ ନିସୃତ ବୋଲି ବିଶ୍ୱାସ କରାଯାଏ । ଗୀତାରେ ଭଗବାନଙ୍କ ଅନୁସାରେ ଯୋଗର ଅର୍ଥ ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରିବା । (ଗୀ୬/୧ଠ, ୬/୧୫, ୬/୧୯, ୬/୨୮, ୭/୧) । ପତଞ୍ଜଳୀଙ୍କ ଅନୁସାରେ “ଯୁଜ୍ ସମାଧୌ’’ ଧାତୁରୁ ଯୋଗ ଶବ୍ଦ ନିଷ୍ପନ୍ନ ହୋଇଛି । ପରମାତ୍ମାଙ୍କ ସ୍ମୃତିରେ ଯେତେବେଳେ ମନ ନିଶ୍ଚଳ ହୋଇଯାଏ ସେହି ମାନସିକ ସ୍ଥିତିର ନାମ ସମାଧି ଅଟେ । ଏହି ପରିପ୍ରେକ୍ଷୀରେ ଏହା ଜାଣିବା ଅତ୍ୟାବଶ୍ୟକ ଅଟେ ଯେ ଯୋଗଯୁକ୍ତ ହେବାକୁ ·ହୁଁଥିବା ବ୍ୟକ୍ତି ସ୍ବୟଂ କିଏ ଓ ଯାହା ସହିତ ଯୁକ୍ତ ହେବକୁ ·ହୁଁଛି ତାଙ୍କ ସ୍ବରୂପ ତଥା ତାଙ୍କ ସହିତ ନିଜ ସମ୍ବନ୍ଧର ପରିଚୟ କ’ଣ । ଅନ୍ୟଥା ଯୋଗ ଯଥାର୍ଥ ରୀତି ସମ୍ପନ୍ନ ହୋଇପାରିବ ନାହିଁ । ପୂର୍ବରୁ କୁହାଯାଇଛି ଯେ ରାଜଯୋଗର ଅର୍ଥ ନିଜ ଆତ୍ମିକ ସ୍ବରୂପରେ ସ୍ଥିତ ହୋଇ ପରମାତ୍ମାଙ୍କ ସହିତ ମନୋମିଳନ ମନାଇବା । ତାଙ୍କ ସହିତ ନ ମିଶିବା ପର୍ଯ୍ୟନ୍ତ ମିଳନ ହୁଏ ନାହିଁ । କାହା ସହିତ ସାକ୍ଷାତ କରିବା ପାଇଁ ତାଙ୍କ ନାମ, ରୂପ, ଧାମ, କର୍ବ୍ୟ ଆଦିର ପରିଚୟ ଆବଶ୍ୟକ । ଅତଃ ଆତ୍ମା-ପରମାତ୍ମାଙ୍କ ବିଷୟରେ ସମସ୍ତ ଜ୍ଞାନ ଆହରଣ କରିବା ଅପରିହାର୍ଯ୍ୟ । ରାଜଯୋଗ ଜ୍ଞାନ ଆଧାରିତ ହୋଇଥିବାରୁ ଏହାକୁ ଜ୍ଞାନଯୋଗ ବା ବୁଦ୍ଧିଯୋଗ ମଧ୍ୟ କୁହାଯାଏ ।

ଯୋଗ ମଧ୍ୟ ବିଜ୍ଞାନ ପରି ପ୍ରୟୋଗାତ୍ମକ । ବିଜ୍ଞାନରେ ଯେଉଁ ବିଷୟରେ ପରୀକ୍ଷା କରିବାକୁ ହୋଇଥାଏ ତତ୍ ସମ୍ବନ୍ଧିତ ଜ୍ଞାନ (ଞଷରକ୍ଟକ୍ସରଗ୍ଧସମବକ୍ଷ ଳଦ୍ଭକ୍ଟଙ୍ଗକ୍ଷରୟଶର) କିମ୍ବା ସ୍ବୀକୃତ ତଥ୍ୟ (ଊବଗ୍ଧବ) ହେଉଛି ଆତ୍ମା, ପରମାତ୍ମା ତଥା ଅଧ୍ୟାତ୍ମିକ ଜ୍ଞାନ । ସଂସାର ସମ୍ବନ୍ଧୀୟ ଅନାବଶ୍ୟକ ସଂକଳ୍ପଗୁଡ଼ିକରୁ ମନକୁ ନିବୃ କରି ଉପରୋକ୍ତ ତ୍ୱରେ ନିଜ ମନକୁ ନିବେଶ କରିବା ହେଉଛି ଯୋଗର ପ୍ରୟୋଗ ।

ଯୋଗ ଏକ ଗଣିତ ମଧ୍ୟ । ଗାଣିତିକ ପ୍ରଶ୍ନ ସମାଧାନ ପାଇଁ କେତେକ ସ୍ବୀକୃତ ତଥ୍ୟ ଜ୍ଞାତ ହେବା ଜରୁରୀ ଅଟେ । ଉଦାହରଣ ସ୍ବରୂପ ଆମେ ବ୍ୟାଙ୍କରେ କିଛି ଧନ ନିବେଶ କରିଛେ । ଆମକୁ ଆମର ମୂଳ ଧନ ଉପରେ କେତେ ସୁଧ ମିଳିବ ଏହାର ଆକଳନ କିପରି କରାଯାଏ ଜାଣିବା ପାଇଁ ଗାଣିତିକ ସୂତ୍ରର ସାହାଯ୍ୟ ନେବାକୁ ପଡିଥାଏ । ସୂତ୍ରଟି ହେଉଛି; ଓ= ଚଙ୍ଘଜଙ୍ଘଞ/୧୦୦  । ଏଠାରେ ଓ = ଓଦ୍ଭଗ୍ଧରକ୍ସରଗ୍ଦଗ୍ଧ (ସୁଧ), ଚ=ଚକ୍ସସଦ୍ଭମସକ୍ଟ୍ରବକ୍ଷ (ମୂଳଧନ), ଞ = ଞସଜ୍ଞର (ନିବେଶ ସମୟ), ଜ = ଜବଗ୍ଧର କ୍ଟଲ ସଦ୍ଭଗ୍ଧରକ୍ସରଗ୍ଦଗ୍ଧ (ସୁଧଦର) । ସୁଧ ଜାଣିବା ପାଇଁ ମୂଳଧନ, ସୁଧଦର ଓ କେତେ ସମୟରୁ ନିବେଶ କରାଯାଇଛି ସେ ସବୁ ତଥ୍ୟ (ଊବଗ୍ଧବ) ଜାଣିବା ଜରୁରୀ । ଏହା ଜାଣିବା ପରେ ମନକୁ ସେହି ସ୍ବୀକୃତ ତଥ୍ୟଗୁଡ଼ିକ ଓ ବିଧି (ୠକ୍ଟକ୍ସଜ୍ଞଙ୍କକ୍ଷବ)ଉପରେ ଏକାଗ୍ର କରିବାକୁ ହୋଇଥାଏ । ଅନ୍ୟଥା ପରିଣାମ ଭୁଲ ହେବାର ସମ୍ଭାବନା ଥାଏ ।

ଠିକ୍ ସେହିପରି ଯୋଗାଭ୍ୟାସୀଙ୍କୁ ଯୋଗର ବାସ୍ତବ ପରିଣାମ ପ୍ରାପ୍ତ କରିବା ପାଇଁ କେତେକ ସ୍ବୀକୃତ ତଥ୍ୟ ବିଷୟରେ ଜ୍ଞାନ ଆହରଣ କରିବା ପରମାବଶ୍ୟକ ଅଟେ । ଯେତେବେଳେ ତାଙ୍କୁ ଆତ୍ମା, ପରମାତ୍ମା ତଥା ଆଧ୍ୟାତ୍ମିକ ଜ୍ଞାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରାପ୍ତ ହୋଇଯିବ, ସେତେବେଳେ ତାଙ୍କ ମନ ଦୈହିକ ସମ୍ବନ୍ଧୀ ଓ ବିଷୟମାନଙ୍କ ସ୍ମୃତିରୁ ନିବୃ ହୋଇ ନିିଜ ସ୍ବରୂପ ତଥା ପରମ ପିତା ପରମାତ୍ମାଙ୍କ ସ୍ମୃତିରେ ସ୍ଥିତ ହେବାକୁ ଲାଗିବ । ଅବଶ୍ୟ ଏଥିପାଇଁ ନିରନ୍ତର ଅଭ୍ୟାସ କରିବାକୁ ପଡିଥାଏ । ଏହାର ପରିଣାମ ସ୍ବରୂପ ତାଙ୍କୁ କ୍ରମଶଃ ଅନୁଭବ ହେବାକୁ ଲାଗେ ଯେ ଆତ୍ମା କ’ଣ, ଶାନ୍ତି, ଶକ୍ତି ଇତ୍ୟାଦି କ’ଣ.... ଏହିପରି ମନନ ଚିନ୍ତନରେ ମଗ୍ନ ହୋଇ ଅନୁଭବ ସମ୍ପନ୍ନ ହେବାକୁ ଯୋଗ ସାଧନା କୁହାଯାଏ ।

ରାଜଯୋଗରେ ସହଜ ସ୍ଥିତି-

ରାଜଯୋଗରେ କର୍ମ ଓ ଯୋଗର ସମନ୍ୱୟ ହୋଇଛି । ଏଥିପାଇଁ ଏହା କର୍ମଯୋଗ ମଧ୍ୟ ଅଟେ । ହଠ ଯୋଗରେ କର୍ମକୁ ବନ୍ଧନର କାରଣ ମନେ କରି ତାହାର ସମ୍ପୂର୍ଣ୍ଣ ତ୍ୟାଗ କଥା କୁହାଯାଇଛି । କିନ୍ତୁ ରାଜଯୋଗ କହେ ଯେ ଈଶ୍ୱରୀୟ ସ୍ମୃତି ସମ୍ପନ୍ନ ହୋଇ ଅନାସକ୍ତ ଭାବରେ, ସାକ୍ଷୀ ଦ୍ରଷ୍ଟା ପୂର୍ବକ ତଥା କର୍ବ୍ୟ ମନେ କରି କର୍ମ କରିବା ଦ୍ୱାରା ସେହି କର୍ମ ମଧ୍ୟ ଯୋଗ ହୋଇଯାଏ । କର୍ମ ବିନା ମନୁଷ୍ୟ ଏକ କ୍ଷଣ ମଧ୍ୟ ରହିପାରେ ନାହିଁ । ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ । (ଗୀ-୩/୫) । ଖାଇବା, ପିଇବା, ·ଲିବା, ବୁଲିବା, ଦେଖିବା, ଶ୍ୱାସ-ପ୍ରଶ୍ୱାସ ନେବା, ମଳମୁତ୍ର ତ୍ୟାଗ କରିବା ଇତ୍ୟାଦି ଏକ ଏକ କର୍ମ ଅଟେ । ଏଥିପାଇଁ ରାଜଯୋଗ କହେ ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ପ୍ରତି କ୍ଷଣ ଈଶ୍ୱରୀୟ ସ୍ମୃତିରେ ଆମର ସ୍ଥିତି ଅବ୍ୟାହତ ରହିବା ଉଚିତ । କର୍ମ କରି ମଧ୍ୟ ଈଶ୍ୱରୀୟ ସ୍ମୃତି କିପରି ବଜାୟ ରହିବ ସେଥିପାଇଁ ମହାନ ରାଜଯୋଗୀ ଜଗଦୀଶ ଚନ୍ଦ୍ର ହସିଜା ତାଙ୍କ ରଚିତ ପୁସ୍ତକ ଜ୍ଞାନ ନିଧିରେ ଯେଉଁ କେତୋଟି ଜ୍ଞାନ ବିନ୍ଦୁ ଉପରେ ଚର୍ଚ୍ଚା କରିଛନ୍ତି ତା’ର ସାରାଂଶ ନିମ୍ନରେ ଦିଆଯାଇଛି ।

୧) କର୍ମର ସମ୍ବନ୍ଧ ପ୍ରୟୋଜନ ସହିତ ଥାଏ ।

ଯେତେବେଳେ ଆମେ କୌଣସି କର୍ମ କରୁଥାଉ ସେତେବେଳେ ତାହା କରିବା ପଛରେ ଥିବା ଲକ୍ଷ୍ୟର ସ୍ମୃତି ଆମ ବୁଦ୍ଧିରେ ଲାଖି ରହିଥାଏ । ମନରେ କୌଣସି ପ୍ରୟୋଜନ ନ ଥାଇ କୌଣସି ବ୍ୟକ୍ତି କୌଣସି କର୍ମ କରିପାରେ ନାହିଁ । ସମସ୍ତ କାର୍ଯ୍ୟ କୌଣସି ନା କୌଣସି ପ୍ରକାରର ସୁଖ ଓ ଶାନ୍ତି ଅଥବା ପଦ ଏବଂ ପ୍ରତିଷ୍ଠା ପ୍ରାପ୍ତି ପାଇଁ କରାଯାଇଥାଏ । ଲକ୍ଷ୍ୟ ଓ ପ୍ରାପ୍ତି ସର୍ବଦା ମନୁଷ୍ୟକୁ କାର୍ଯ୍ୟ ପାଇଁ ପ୍ରେରିତ କରିଥାଏ ।

୨) ଆମେ ଯାହାର, ଯାହା ପାଇଁ ଓ ଯାର ନିରୀକ୍ଷଣରେ କାର୍ଯ୍ୟ କରିଥାଉଁ, ତାଙ୍କରି ମଧ୍ୟ ସ୍ମୃତି ଆମର ରହିଥାଏ ।

ସର୍ବଦା ଏହି କଥା ସ୍ମରଣ ରଖ ଯେ ମୁଁ ଭଗବାନ (ପରମାତ୍ମା)ଙ୍କ ଆଜ୍ଞାନୁସାରେ କାର୍ଯ୍ୟ କରୁଛି । ଏହି ପ୍ରକାରେ ଲୌକିକ କାର୍ଯ୍ୟରେ ମଧ୍ୟ ଅଲୌକିକତା ଆସିଯିବ ଓ ଆତ୍ମିକ ପିତା (ପରମାତ୍ମା)ଙ୍କ ସ୍ମୃତି ଅବ୍ୟାହତ ରହିବ । ସହଜ ସ୍ମୃତିର ଏହା ଏକ ଉପାୟ ।

୩) ସ୍ମୃତି ଓ ପ୍ରବୃିର ସମ୍ବନ୍ଧ

କାର୍ଯ୍ୟ କରୁଥିବା ବେଳେ ମନୁଷ୍ୟକୁ ମଝିରେ ମଝିରେ ନାନା ପ୍ରକାର କଥା ମନେ ପଡେ । ସେଗୁଡ଼ିକରେ ମଧ୍ୟ କୌଣସି ନା କୌଣସି ବ୍ୟକ୍ତି ଓ ସମ୍ବନ୍ଧର ସ୍ମୃତି ସନ୍ନିହିତ ଥାଏ । ସ୍ମୃତି ବିନା ପ୍ରବୃି ହୋଇପାରେ ନାହିଁ । ସମ୍ବନ୍ଧ ନ ହେଲେ ମନୁଷ୍ୟର ମନ ସ୍ବତଃ ଏକ ସ୍ଥାନରେ ଜଡିତ ରହିବ । ସ୍ମୃତି ହିଁ ମନୁଷ୍ୟର ବୃିର ଉପôାଦକ ଅଟେ । ଯଦି ଆମେ ଆତ୍ମା ହିସାବରେ ପରମାତ୍ମାଙ୍କ ସହିତ ନିଜର ସର୍ବ ସମ୍ବନ୍ଧ ସ୍ବୀକାର କରିନେବା ତେବେ ଆମକୁ ସେହି ଏକ ପରମପିତା ହିଁ ମନେ ପଡୁଥିବେ । ଅନ୍ୟଥା ଏହା ନିଶ୍ଚିତ ଅଟେ ଯେ ଅନ୍ୟାନ୍ୟ ଦୈହିକ ସମ୍ବନ୍ଧଗୁଡ଼ିକ ସ୍ମୃତିକୁ ଆସିବେ । “ତ୍ୱମେବ ମାତାଶ୍ଚପିତା......’’ ଏହି ଶ୍ଳୋକର ସାର ସ୍ମୃତିରେ ସମାହିତ କରିବା କର୍ମଯୋଗୀ ପାଇଁ ଅତ୍ୟନ୍ତ ଆବଶ୍ୟକ । 

୪) ସାହଚର୍ଯ୍ୟର ନିୟମ

କାରଣ ଓ କାର୍ଯ୍ୟ ସମ୍ବନ୍ଧ: ବୀଜ ଓ ବୃକ୍ଷ ମଧ୍ୟରେ ରଚୟିତା ଓ ରଚନାର ସମ୍ପର୍କ । କୌଣସିି ବୃକ୍ଷକୁ ଦେଖିଲେ ତା’ର ବୀଜ ସ୍ବତଃ ଆମ ସ୍ମୃତିରେ ଆସେ । ଅନ୍ୟ ଅର୍ଥରେ ରଚନାକୁ ଦେଖିଲେ ତା’ର ରଚୟିତା ଆପେ ଆପେ ସ୍ମୃତି ଗୋଚର ହୁଅନ୍ତି । ସାରା ଦିନ ଯେଉଁ ବିଶ୍ୱକୁ ଆମେ ସମ୍ମୁଖରେ ଦେଖୁଁ ତାହାକୁ ମଧ୍ୟ ଏକ ବୃକ୍ଷ ସହିତ ତୁଳନା କରାଯାଇପାରେ ଯା’ର ରଚୟିତା ହେଉଛନ୍ତି ସ୍ବୟଂ ପରମାତ୍ମା । ତେଣୁ ବିଶ୍ୱକୁ ବୃକ୍ଷ ରୂପେ ଦର୍ଶନ କଲେ ତା’ର ରଚୟିତା ମଧ୍ୟ ସହଜରେ ମନେ ପଡିଯିବେ ।

ସ୍ଥାନ ହେତୁ ସାହଚର୍ଯ୍ୟ:

କୌଣସି ସ୍ଥାନର ନାମ ସହିତ ସେଠାକାର ବିଶିଷ୍ଟ ବ୍ୟକ୍ତି ତଥା ସ୍ମୃତିଗୃହ ସ୍ବତଃ ମନେ ପଡିଯାଏ । ପରମାତ୍ମା ପରମଧାମ ନିବାସୀ । ଯେତେବେଳେ ସର୍ବୋଚ୍ଚ, ସର୍ବୋପରି, ପରମଧାମ, ବ୍ରହ୍ମଲୋକ ଆଦି ନାମ ଆମେ ଉଚ୍ଚାରଣ କରୁ ବା ସ୍ମରଣ କରୁ ସେତେବେଳେ ସହଜ ଓ ସ୍ବଭାବିକ ଭାବରେ ପରମାତ୍ମା ମନେ ପଡିଯାଆନ୍ତି ।

ସାଦୃଶ୍ୟ ନିୟମ:

କୌଣସି ନାମ ଉଚ୍ଚାରଣ କଲେ ସେହି ନାମର ଏକ ବା ଏକାଧିକ ବ୍ୟକ୍ତି ମନେ ପଡିଯାନ୍ତି । ସେହିପରି ଶିବ, ଅମରନାଥ, ସୋମନାଥ, ତ୍ରିଲୋକାନାଥ ଆଦି ନାମ ଶୁଣି ପରମାତ୍ମାଙ୍କ ନାମ ମନେ ପଡିବା ସ୍ବଭାବିକ ।

ବିରୋଧୀ ଅଥବା ବିପରୀତ ସ୍ମୃତିର ନିୟମ:

ପରମାତ୍ମାଙ୍କୁ ଦୁଃଖ ହର୍ା, ଜ୍ଞାନ ଦାତା, ପତିତ ପାବନ, ମୁକ୍ତି ଦାତା, ସନାତନ ଧର୍ମ ସ୍ଥାପକ ଆଦି କୁହାଯାଏ । ଯେତେବେଳେ ମନୁଷ୍ୟ ଦୁଃଖ, ଅଜ୍ଞାନାନ୍ଧକାର, ପତନ, ଧର୍ମଗ୍ଳାନି, ବନ୍ଧନ ଆଦିର ସମ୍ମୁଖୀନ ହୁଏ ସେତେବେଳେ ସେଗୁଡିକରୁ ଉଦ୍ଧାର କରିବା ପାଇଁ ଏକମାତ୍ର ସମର୍ଥ ପରମାତ୍ମାଙ୍କ ସ୍ମୃତି ଆସିବା ସ୍ବଭାବିକ ଅଟେ ।

ସମୟ ଜନିତ ସାହଚର୍ଯ୍ୟ ତଥା ଅନୁକ୍ରମର ନିୟମ:

କୌଣସି ବିଶେଷ ତିଥି ଉପଗତ ହେଲେ ସେହିଦିନ ଜନ୍ମିତ ବ୍ୟକ୍ତି ମନେ ପଡନ୍ତି । ଗ୍ରୀଷ୍ମ ଋତୁ ଆସିଲେ ଆମ୍ବ କଥା ମନେ ପଡେ ଏବଂ ତା’ପରେ ଆସିବାକୁ ଥିବା ଝଡ଼ ବର୍ଷାର ଅନୁକ୍ରମ ମନେ ପଡେ । ପ୍ରାତଃ ପା ଘା ସମୟରେ ଅନୁକ୍ରମ ନିୟମ ଅନୁସାରେ ସୂର୍ଯେ୍ୟାଦୟର ସଂକଳ୍ପ ମନରେ ଆସେ । ଏହିପରି କଳିଯୁଗର ଲକ୍ଷଣ ଦେଖି, ବିନାଶ ସାମଗ୍ରୀ ଦେଖି, ପତନର ପରାକାଷ୍ଠା ଦେଖି, ଚରିତ୍ରର ଭ୍ରଷ୍ଟତା ଦେଖି ପରମାତ୍ମାଙ୍କ ସ୍ମୃତି ତୀବ୍ର ହେବା ଏକାନ୍ତ ଆବଶ୍ୟକ ।

ରାଜଯୋଗର ମାନସିକ ଭୂମିକା-

ରାଜଯୋଗ ଏକ ମାନସିକ ପ୍ରକ୍ରିୟା । ଯୋଗରେ ସ୍ଥିତ ହେବା ପାଇଁ ଓ ଜୀବନରେ ବାସ୍ତବିକ ସୁଖ-ଶାନ୍ତି ଅନୁଭବ କରିବା ପାଇଁ ମୁଖ୍ୟତଃ ଛଅଟି ବିଷୟ ଆବଶ୍ୟକ ହୋଇଥାଏ ।

ନିଶ୍ଚୟ:

ମନୁଷ୍ୟର ନିିଶ୍ଚୟ ତା’ର ମନ, ବଚନ ଓ କର୍ମର ପରି·ଳକ ବା ନିୟନ୍ତ୍ରକ ଅଟେ । ମନୁଷ୍ୟ ଯେତେବେଳେ ଯୋଗୀ ଜୀବନକୁ ହିଁ ନିଜ ଲକ୍ଷ୍ୟ ନିଶ୍ଚୟ କରେ ସେତେବେଳେ ସେ ଯୋଗରେ ବା‚ିତ ସଫଳତା ପ୍ରାପ୍ତ କରିପାରେ । ଏଥିପାଇଁ ତାଙ୍କୁ ନିମ୍ନଲିଖିତ ପାଟି ବିଷୟରେ ନିଶ୍ଚୟ ହେବା ଆବଶ୍ୟକ ।

୧. ବିଷୟ ବିକାର ସମ୍ପନ୍ନ ଜୀବନରେ ପ୍ରକୃତ ସୁଖ ନାହିଁ ।

୨. ପରମାତ୍ମା ଓ ତାଙ୍କଠାରୁ ପ୍ରାପ୍ତି ପାଇଁ ଅଟଳ ନିଶ୍ଚୟ ।

୩. ପବିତ୍ରତା ଓ ଶାନ୍ତି ହିଁ ଆତ୍ମାର ସ୍ବଧର୍ମ ।

୪. ପରମାତ୍ମା କର୍ୃକ ସତ୍ୟଯୁଗୀୟ ସୃଷ୍ଟି ସୁଖ ପ୍ରଦାୟକ- ଏହି ବିଷୟରେ ଅଟଳ ବିଶ୍ୱାସ ।

୫. ପରିବର୍ନ ଓ ପରିଣାମରେ ନିଶ୍ଚୟ

ସମର୍ପଣମୟତା-

ସାଂସାରିକ ବିଷୟ ବସ୍ତୁ ପ୍ରତି ଆସକ୍ତି ହେତୁ ଯୋଗରେ ମାନସିକ ଏକାଗ୍ରତା ବାଧକ ଅଟେ । ଏଥିପାଇଁ ତନୁ, ମନ, ଧନ, ସବୁ କିଛି ପରମାତ୍ମାଙ୍କୁ ସମର୍ପଣ କରିଦେବା ଉଚିତ । ଏହାଦ୍ୱାରା ଆସକ୍ତି ଦୂର ହୁଏ ଓ ବୁଦ୍ଧିରେ ପରମାତ୍ମାଙ୍କ ସ୍ମୃତି ଦୃଢ଼ ହୁଏ ।

ବୁଦ୍ଧିର ସନ୍ତୁଳନ ଓ ସ୍ମୃତି-

ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହେବା ରାଜଯୋଗ ଅଟେ । ସ୍ମୃତି ସହିତ ସ୍ଥିତି, ବୃି ଓ କୃତିର ସମ୍ବନ୍ଧ ରହିଛି । ସ୍ମୃତି ଦ୍ୱାରା ହିଁ ପରମାତ୍ମାଙ୍କ ଆଶ୍ରୟ ପ୍ରାପ୍ତ ହୁଏ । ସ୍ମୃତି ହେତୁ ସହନଶୀଳତା ଗୁଣର ଧାରଣା ହୋଇଥାଏ । ସ୍ମୃତି ଦ୍ୱାରା ସତ୍ୟ ସ୍ବରୂପ ପରମାତ୍ମାଙ୍କ ସଙ୍ଗ ଲାଭ ହୁଏ । ସ୍ମୃତି ଏପରି ଏକ ମାଧ୍ୟମ ଯଦ୍ୱାରା ମନୁଷ୍ୟକୁ ସର୍ବ ଶକ୍ତିବାନ୍ ପରାମାତ୍ମାଙ୍କଠାରୁ ଶକ୍ତି ମଧ୍ୟ ମିଳିଥାଏ । ଏହି ଶକ୍ତି ପ୍ରାପ୍ତ ମନୁଷ୍ୟର ଜନ୍ମ-ଜନ୍ମାନ୍ତରର ପାପ କର୍ମ ରୂପକ ବିଷାଣୁ ଦଗ୍ଧ ହୋଇଯାଏ ।

ଆହାର ଶୁଦ୍ଧି:

ମନୁଷ୍ୟର ବି·ର ସହିତ ଆହାରର ସମ୍ବନ୍ଧ ଅତ୍ୟନ୍ତ ନିବିଡ । ତେଣୁ କୁହାଯାଏ, “ଯେପରି ଅନ୍ନ ସେପରି ମନ ।’’ ସା୍ୱିକ ଆହାର ସେବନ କରିବା ଦ୍ୱାରା ସ୍ୱଗୁଣୀ ବିଷୟ ସମୂହ ପ୍ରତି ମନ ଏକାଗ୍ର ହୁଏ ।

ସରଳତା ଓ ସମତ୍ୱ:

ଯୋଗ ପାଇଁ ମନର ସରଳତା ଅତ୍ୟନ୍ତ ଆବଶ୍ୟକ । ମନର ନିଃସଂକଳ୍ପ ସ୍ଥିତି ପାଇଁ ସରଳତା ସହାୟକ ହୁଏ । ସରଳଚି ବ୍ୟକ୍ତିି ମାନସିକ ବିକ୍ଷେପରୁ ମୁକ୍ତ ହୋଇ ସହଜରେ ଯୋଗଯୁକ୍ତ ହୋଇପାରେ । ମନର କୁଟିଳତା ଯୋଗ ପାଇଁ ବାଧକ । ସରଳତା ଦ୍ୱାରା ହିଁ ସଫଳତା ମିଳିଥାଏ ।

ବ୍ରହ୍ମଚର୍ଯ୍ୟ:

ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ସ୍ବଭାବରେ ସମତ୍ୱ ଆସେ । ସ୍ମୃତି ସ୍ଥିର ହୁଏ ଓ ସହନଶୀଳତା ଆସେ ।

ଯୋଗାଭ୍ୟାସର ବିଧି:

ରାଜଯୋଗ ଅଭ୍ୟାସ ପାଇଁ ବ୍ରହ୍ମ ମୁହୂର୍ ସମୟ (ପ୍ରାତଃ ୩ ରୁ ୪ଘା) ସର୍ବଶ୍ରେଷ୍ଠ । ଏହି ସମୟରେ ବାତାବରଣ ଶାନ୍ତ ଓ ମନ ସତେଜ ଥାଏ । ନିଜ ଘରର କୌଣସି ସ୍ବଚ୍ଛ ଓ ସ୍ଥାନକୁ ଯୋଗାଭ୍ୟାସ ପାଇଁ ଚୟନ କରନ୍ତୁ । ବସିବା ସ୍ଥାନରେ ଯଥା ସମ୍ଭବ ନରମ ଓ ଆରାମ ଦାୟକ ଆସନ ବିଛାନ୍ତୁ । ପବିତ୍ର ବାତାବରଣ ପାଇଁ ସୁଗନ୍ଧିତ ଧୂପକାଠି ଜଳାନ୍ତୁ । ଏହାଦ୍ୱାରା ଆପଣଙ୍କ ମନୋସ୍ଥିତି ଆଧ୍ୟାତ୍ମିକ ପୁରୁଷାର୍ଥ ପାଇଁ ଅନୁକୂଳ ସ୍ଥିତି ଯୁକ୍ତ ହେବ । ବ୍ରହ୍ମ ମୁହୂର୍ ବା ରାତ୍ରୀ ସମୟରେ ଯୋଗାଭ୍ୟାସ ସ୍ଥାନକୁ ଲୋହିତ ବର୍ଣ୍ଣ ପ୍ରକାଶରେ ଆଲୋକିତ କରନ୍ତୁ । ଏହା ପରମଧାମର ପୀତ-ଲୋହିତ ବ୍ରହ୍ମ ତ୍ୱର ସ୍ମୃତି ପାଇଁ ସହାୟକ ହେବ । ଯଦି ମନ ଅସ୍ଥିର ହୁଏ ତେବେ ଏକାଗ୍ରତା ପାଇଁ ପ୍ରଭୁ ପ୍ରେମ ଉଦ୍ରେକକାରୀ ଗୀତ ବା ସଂଗୀତର ରେକର୍ଡ ବଜାଇବା ଆବଶ୍ୟକ । ଏହାଦ୍ୱାରା ଯୋଗାନୁକୂଳ ମନୋଦଶା ହେବା ସରଳ ହୋଇଯାଏ । ବର୍ମାନ ସ୍ବଭାବିକ ଓ ସହଜ ଭାବରେ ବସନ୍ତୁ ଓ ଶରୀରକୁ ଭୁଲି ଯାଆନ୍ତୁ । ମନରେ ପ୍ରେମ ଭାବ ଉପôନ୍ନ କରନ୍ତୁ । ଏହା ମନକୁ ଶାନ୍ତ ଓ ଏକାଗ୍ର କରିବ । ବର୍ମାନ ନିମ୍ନ ପ୍ରକାରେ ମନନ (ଗରୟସଗ୍ଧବଗ୍ଧସକ୍ଟଦ୍ଭ) ପ୍ରାରମ୍ଭ କରନ୍ତୁ ।

ମୁଁ ଏକ ଆତ୍ମା ଅଟେ..... ଏକ ଚୈତନ୍ୟ ଶକ୍ତି ଅଟେ... ମୁଁ ପ୍ରକାଶ ସ୍ବରୂପ ଅଟେ.... ଏକ ତାରକା ସ୍ବରୂପ ଜାଜ୍ୱଲ୍ୟମାନ ଜ୍ୟୋତି ଅଟେ.....ମୁଁ ବାସ୍ତବରେ ଶାନ୍ତି ସ୍ବରୂପ ଓ ଆଦି ସ୍ବରୂପରେ ପବିତ୍ର ଅଟେ......ମୁଁ ଅଜର......ଅମର ଓ ଅବିନାଶୀ ଅଟେ..... । ମୁଁ ପ ତ୍ୱରେ ନିର୍ମିତ ଏହି ଦେହ ଓ ପ୍ରକୃତିରୁ ସୃଷ୍ଟ ଜଗତରୁ ପୃଥକ ଅଟେ.....ମୁଁ କର୍ମାତୀତ ଅଟେ.....ମୁଁ ସୂର୍ଯ୍ୟ ଓ ତାରାଗଣଠାରୁ ମଧ୍ୟ ଉଚ୍ଚରେ ଥିବା ବ୍ରହ୍ମ ଜ୍ୟୋତିରେ  ଉଦ୍ଭାସିତ ପରମଧାମରୁ ଏହି ସୃଷ୍ଟିକୁ ଆସିଛି.....ବର୍ମାନ ମୋତେ ସେଠାକୁ ଯିବାକୁ ହେବ..... ।

ଏହି ପ୍ରକାର ଆତ୍ମ ଚିନ୍ତନ କରିବା ପୂର୍ବକ ମନକୁ ସୂର୍ଯ୍ୟ ଓ ତାରାଗଣ ତଥା ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ଅବ୍ୟକ୍ତ ପ୍ରକାଶ ଲୋକଠାରୁ ଉଦ୍ଧ୍ୱର୍ରେ ଥିବା ପରମଧାମ (ବ୍ରହ୍ମଲୋକ) ପର୍ଯ୍ୟନ୍ତ ନେଇ ·ଲନ୍ତୁ ଓ ମନ ରୂପକ ନେତ୍ର ଦ୍ୱାରା ସେଠାରେ ସର୍ବତ୍ର ପରିବ୍ୟାପ୍ତ ପୀତ-ଲୋହିତ ରଙ୍ଗଯୁକ୍ତ ସୂକ୍ଷ୍ମାତିସୂକ୍ଷ୍ମ ଦିବ୍ୟ ପ୍ରକାଶକୁ (ବ୍ରହ୍ମତ୍ୱ) ଅବଲୋକନ କରି ନିମ୍ନ ପ୍ରକାରେ ଆତ୍ମ-ଚିନ୍ତନ କରନ୍ତୁ ।

ବାସ୍ତବରେ ମୁଁ ଏହି ବ୍ରହ୍ମଲୋକ ନିବାସୀ ଅଟେ । ଏହି ଅଖଣ୍ଡ ଜ୍ୟୋତି ସମ୍ପନ୍ନ ଧାମରୁ ଅବତରଣ କରି ମୁଁ ଏହି ସୃଷ୍ଟି ରଙ୍ଗ ମରେ ପଦାର୍ପଣ କରିଥିଲି.....ମୁଁ ଜନ୍ମ ଜନ୍ମାନ୍ତର ଏଠାରେ ବିଭିନ୍ନ ନାମ ରୂପର ଶରୀର ଧାରଣ ପୂର୍ବକ ବିଶ୍ୱ ନାଟକରେ ଅଂଶ ଗ୍ରହଣ କରିଛି.....ବର୍ମାନ ମୋତେ ପୁନଃ ଏହି ଜ୍ୟୋତି ଦେଶକୁ ପ୍ରତ୍ୟାବର୍ନ କରିବାକୁ ହେବ...... ଆହା ! ପତ୍ୱରୁ ଉଦ୍ଧ୍ୱର୍ରେ ଥିବା ଏହି ଲୋକରେ ଶାନ୍ତି......ପବିତ୍ରତା .....ପ୍ରକାଶ....ନିଃସଂକଳ୍ପତା ବିରାଜିତ । ମୁଁ ମଧ୍ୟ ଦେହଠାରୁ ଭିନ୍ନ......ନିଜ ଆଦି ସ୍ବରୂପରେ କର୍ମାତୀତ ଅଟେ....ଏବଂ ଏକ ଜ୍ୟୋତିର୍ବିନ୍ଦୁ ଅଟେ....ଶାନ୍ତ ଅଟେ....ଶୁଦ୍ଧ ଅଟେ..... ଏକ ଶକ୍ତି ଅଟେ......ପ୍ରକାଶ କଣିକା ଅଟେ..... ।

ବର୍ମାନ ଏହି ପୀତ-ଲୋହିତ ବ୍ରହ୍ମତ୍ୱରେ ନିଜ ମାନସ ଚକ୍ଷୁ ଦ୍ୱାରା, ନିଜ ପ୍ରିୟତମ ପ୍ରଭୁ, ପରମ ପ୍ରେମ ପରମପିତା, ଜ୍ୟୋତିର୍ବିନ୍ଦୁ ସ୍ବରୂପ ପରମାତ୍ମା ଶିବଙ୍କୁ ଅବଲୋକନ କରି ମନରେ ନିମ୍ନ ସଂକଳ୍ପ ଉପôନ୍ନ କରି ସମ୍ବୋଧନ କରନ୍ତୁ ।

ପରମ ପ୍ରିୟତମ ଶିବ ବାବା! ଆପଣ ଶାନ୍ତିର ସାଗର......ଆନନ୍ଦର ସାଗର....ପ୍ରେମର ସାଗର....ସର୍ବ ଶକ୍ତିମାନ....ପତିତପାବନ......ଦୁଃଖ-ହର୍ା ଓ ସୁଖକର୍ା.....ଜ୍ୟୋର୍ତି ସ୍ବରୂପ ଅଟନ୍ତି । ଆହା! ଆପଣଙ୍କଠାରୁ ତେଜ ଓ ଓଜ ନିର୍ଗତ ହୋଇ ମୋ ଭିତରେ ପ୍ରବେଶ କରୁଛି.....ପୁଣି ଏହା ମୋଠାରୁ ଚତୁର୍ଦ୍ଧିଗରେ ବିଚ୍ଛୁରିତ ହେଉଛି....ସତେ ଯେପରି ମୁଁ ସେହି ପ୍ରକାଶ ଓ ଶକ୍ତିରେ ସ୍ନାନ କରୁଛି.... ମୋର ଚତୁର୍ଦ୍ଧିଗରେ ତାହା ଏକ ବଳୟ ପରି ମୋତେ ଘେରି ରହିଛି.....ମୋର ଜୀବନ ଧନ୍ୟ ହୋଇଗଲା..... । ଶିବ ବାବା ! ମୁଁ ଅତ୍ୟନ୍ତ ସୌଭାଗ୍ୟଶାଳୀ....... କାରଣ ଆପଣଙ୍କ ସହ ମୋର ପ୍ରେମ ସମ୍ପର୍କ ଅତି ନିିବିଡ...... ଶିବ ବାବା! ଆପଣ ମୋତେ ନିଜର ପରିଚୟ ପ୍ରଦାନ କରି ମୋର ଜୀବନକୁ ପରିବର୍ନ କରିଦେଲେ.... ଆପଣଙ୍କ ସ୍ମୃତି ସତେ କେତେ ଆନନ୍ଦଦାୟକ!.... ଆପଣଙ୍କ ସ୍ମୃତିରେ କେତେ ମଧୁରତା.... । ଆପଣ ହିଁ ମୋର ମାତା-ପିତା, ଶିକ୍ଷକ ସଦ୍ଗୁରୁ, ସଖା ଓ ବନ୍ଧୁ.... ଆପଣ ମୋର କଲ୍ୟାଣକାରୀ... ଆପଣ ମୋତେ ପତିତରୁ ପାବନ କରୁଛନ୍ତି...... ଆପଣ ମୋର ସର୍ବସ୍ବ... ଆପଣ ଏକମାତ୍ର ମୋର ପ୍ରିୟ ମିତ୍ର ମୋ ମନର ମିତ.... । ଆହା! ମୋର ଜନ୍ମ-ଜନ୍ମାନ୍ତରର ପାପ ଦଗ୍ଧ ହେଉଛି.... ମୋତେ ହାଲୁକା ଲାଗୁଛି......ମୋ ମଧ୍ୟରେ ଶକ୍ତି ସରଣ ହେଉଛି....ଆହା...ଆହା.... । ମୁଁ ତ୍ରିଲୋକୀନାଥ, ସର୍ବଶକ୍ତିମାନ ପରମପିତା ପରମାତ୍ମାଙ୍କ ଅମର ସନ୍ତାନ ଅଟେ..... ଜ୍ୟୋର୍ତିସ୍ବରୂପ ଅଟେ.... ବିନ୍ଦୁ ରୂପ ଅଟେ..... । ଏହିଭଳି ମାନସିକ ସ୍ଥିତିରେ ସ୍ଥିତ ହୋଇଯାଆନ୍ତୁ ।

ଏହିପରି ପ୍ରିୟତମ ପ୍ରଭୁଙ୍କ ମନନ-ଚିନ୍ତନ କରୁଁ କରୁଁ ଅଥବା ତାଙ୍କ ସହିତ ଆତ୍ମିକ ବାର୍ାଳାପ କରୁଁ କରୁଁ, ଏହି ଶୁଦ୍ଧ ସଂକଳ୍ପ ସମୂହର ପାବଚ୍ଛ ଆରୋହଣ କରୁଁ କରୁଁ, ଭାବ ବିଭୋର ହୋଇ ମନକୁ ବ୍ରହ୍ମ ଜ୍ୟୋତି ବଳୟ ମଧ୍ୟରେ ସ୍ଥିତ ଜ୍ୟୋର୍ତିବିନ୍ଦୁ ପରମପିତା ଶିବ ପରମାତ୍ମାଙ୍କ ଉପରେ ଏକାଗ୍ର କରନ୍ତୁ ଓ ତାଙ୍କୁ ଅନୁଭବ (ଜରବକ୍ଷସଗ୍ଦବଗ୍ଧସକ୍ଟଦ୍ଭ) କରନ୍ତୁ । ପରମାତ୍ମାଙ୍କ ମିଳନର ଆନନ୍ଦରେ ମଗ୍ନ ହୋଇ ଯାଆନ୍ତୁ । ଅନୁଭବ କରନ୍ତୁ ଯେ ଆଜି ତାଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୋଇ ଆପଣଙ୍କ ଜୀବନ ଧନ୍ୟ ହୋଇଯାଇଛି । ଆପଣଙ୍କୁ ଅପରିମିତ ଅବିନାଶୀ ଅଲୌକିକ ଦୈବୀ ସମ୍ପଦ ପ୍ରାପ୍ତ ହୋଇଛି । ଆପଣଙ୍କୁ ଯାହା ପାଇବାକୁ ବାକି ଥିଲା ତାହା ମିଳିଯାଇଛି । କୌଣସି ବସ୍ତୁ ଆଉ ଆପଣଙ୍କ ପାଇଁ ଅପ୍ରାପ୍ୟ ନାହିଁ । ଏହିଭଳି ମନୋସ୍ଥିତ ଯୁକ୍ତ ହୋଇ ନିଜର ଆତ୍ମିକ ସ୍ବରୂପର ପୁନଃ ପୁନଃ ଚିନ୍ତନ କରନ୍ତୁ ।

ସ୍ଥିରତା:

ଏହି ପ୍ରକାର ଅନୁଭବ କରୁଁକରୁଁ ତନ୍ମୟତା (ଇଭଗ୍ଦକ୍ଟକ୍ସକ୍ଟ୍ରଗ୍ଧସକ୍ଟଦ୍ଭ) ତଥା ଅନନ୍ୟ ସ୍ମୃତି ଅଥବା ପରମାତ୍ମା ପ୍ରେମରେ ତଲ୍ଲୀନତା (ଝକ୍ଟବଳରୟ ସଦ୍ଭ କ୍ଷକ୍ଟଙ୍ଖର) ପୂର୍ବକ ଭାବ ବିଭୋର ହୋଇଯିବା ଉଚିତ । ଏପରି ଅଭ୍ୟାସ ସମୟରେ ବେଳେବେଳେ ମନରେ ଅନାୟାସ ଅନେକ ବ୍ୟର୍ଥ ସଂକଳ୍ପ ଆସିଯାଇଥାଏ । ଏଥିପାଇଁ ଚିନ୍ତା କରିବା ଅନାବଶ୍ୟକ । ନିରାଶ ନହୋଇ ମନକୁ ହାଲୁକା ରଖନ୍ତୁ । ପୂର୍ବବତ୍ ଈଶ୍ୱରୀୟ ଚିନ୍ତନର ଅଭ୍ୟାସ କରନ୍ତୁ । ବ୍ୟର୍ଥ ସଂକଳ୍ପ ସମୂହ କେବଳ ସମର୍ଥ ସଂକଳ୍ପ ସମୂହ ଦ୍ୱାରା ନିରସ୍ତ ହୁଏ । ଜନ୍ମ ଜନ୍ମାନ୍ତରର ପାପ କର୍ମର ପରିଣାମ ସ୍ବରୂପ ଆତ୍ମାରେ ସôତ ସଂସ୍କାର ହେତୁ ଯୋଗାଭ୍ୟାସ ବେଳେ ବିକୃତ ଓ ବ୍ୟର୍ଥ ସଂକଳ୍ପ ମନରେ ଅଙ୍କୁରିତ ହୋଇଥାଏ । ଏହା ଶୁଭ ଲକ୍ଷଣ । ଏଗୁଡ଼ିକ ଗୁରୁତ୍ୱ ନଦେଇ ଉପେକ୍ଷା କଲେ ସେହି ଅବସ୍ଥାରେ ହିଁ ନଷ୍ଟ ହୋଇଯିବେ । ଅନ୍ୟଥା ପଲ୍ଲବିତ ହୋଇ ବୃଦ୍ଧି ପାଇବେ ଓ କ୍ରମେ କ୍ରମେ ବିଶାଳ ଦ୍ରୁମରେ ପରିିଣତ ହେବେ । ବୀଜରୁ ବୃକ୍ଷ ଓ ବୃକ୍ଷରୁ ବୀଜ ନ୍ୟାୟରେ ଏହି ଚକ୍ର ଅନନ୍ତ ସମୟ ପର୍ଯ୍ୟନ୍ତ ·ଲିଥିବ । ଏଗୁଡ଼ିକରୁ ମୁକ୍ତି ପାଇବା ପାଇଁ ତ ଆମେ ଈଶ୍ୱରୀୟ ଜ୍ଞାନ ଆଧାରରେ ଯୋଗାଭ୍ୟାସ କରୁଛୁ । ତେଣୁ ଯେତେବେଳେ ଏହିଭଳି ବ୍ୟର୍ଥ ଓ ନକାରାତ୍ମକ ସଂକଳ୍ପ ସମୂହ ମନରେ ଅନାୟାସ ଉପôନ୍ନ ହୁଏ ସେଗୁଡ଼ିକ ସ୍ଥାନରେ ଜ୍ଞାନଯୁକ୍ତ ସଂକଳ୍ପଗୁଡ଼ିକର ଅଭ୍ୟାସ ଆରମ୍ଭ କରନ୍ତୁ । ଦେଖିବେ ଖୁବ୍ ଅଳ୍ପ ସମୟରେ ଆପଣଙ୍କ ମନ ସ୍ଥିର ହୋଇଯିବ ।

ଅଶୁଦ୍ଧ ସଂକଳ୍ପଗୁଡିକର ନିବାରଣ-

ଆମର ଯୋଗାଭ୍ୟାସ ଯେତେବେଳେ ତୀବ୍ର ହେବାକୁ ଲାଗେ ସେତେବେଳେ ଆତ୍ମାରେ ଜନ୍ମ ଜନ୍ମାନ୍ତରରୁ ସôତ ତମୋଗୁଣୀ ସଂସ୍କାର ଢ଼ିଲା ପଡିବା ହେତୁ ବାହାରି ଆସେ । ତାହା ଅଶୁଦ୍ଧ ସଂକଳ୍ପଗୁଡ଼ିକର ରୂପ ଧାରଣ କରି ଯୋଗାଭ୍ୟାସରେ ବାଧା ଉପôନ୍ନ କରେ । ସେହି ଅଶୁଦ୍ଧ ସଂକଳ୍ପଗୁଡ଼ିିକ କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଆଦି ମନୋବିକାରଗୁଡ଼ିକ ସହିତ ସମ୍ବନ୍ଧିତ ଥାଆନ୍ତି । ଏଗୁଡ଼ିକ ପାଇଁ ଜ୍ଞାନଯୁକ୍ତ ଚିନ୍ତନ ହୋଇପାରେ ନାହିଁ, ମନ ଆଲୋଡିତ ହୋଇଯାଏ, ଚି ଚିନ୍ତାରେ ଭାରି ହୋଇଯାଏ ଏବଂ ଆଳସ୍ୟ, ଉଦ୍ବେଗ ଆଦି ମାନସିକ ଲକ୍ଷଣଗୁଡ଼ିକ ପ୍ରକାଶ ପାଏ । ଏପରି ପରିସ୍ଥିତିରେ ମନରେ ଉପôନ୍ନ ହେଉଥିବା ଅଶୁଦ୍ଧ ସଂକଳ୍ପଗୁଡ଼ିକ କେଉଁ କେଉଁ ମନୋବିକାର ସହିତ ସମ୍ବନ୍ଧିତ ଚିହ୍ନୋଟ କରନ୍ତୁ ଓ ସେଗୁଡ଼ିକର ନିବାରଣ ପାଇଁ ତତ୍ ସମ୍ବନ୍ଧିତ ଜ୍ଞାନ ବିନ୍ଦୁଗୁଡ଼ିିକର ମନନ କରନ୍ତୁ । ଏହି ପ୍ରକାର ନିରନ୍ତର ଯୋଗାଭ୍ୟାସ ଦ୍ୱାରା ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ସେହି ଅଶୁଦ୍ଧ ସଂସ୍କାର କ୍ରମଶଃ ହ୍ରାସ ପାଇବାକୁ ଲାଗିବ ଓ ଶେଷରେ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ ।

ମନେ ରଖନ୍ତୁ କେବେ ହେଲେ ନିଜ ପୁରୁଷାର୍ଥରେ ନିରାଶ  ହେବେ ନାହିଁ । ନିରାଶା ଦ୍ୱାରା ଆଳସ୍ୟ ଓ ପ୍ରମାଦ ଆସିଥାଏ । ଏହାର କୁପରିଣାମ ସ୍ବରୂପ ବ୍ୟକ୍ତି ଯୋଗାଭ୍ୟାସ ତ୍ୟାଗ କରିଥାଏ । ଏହା ଖୁବ୍ କ୍ଷତିକାରକ । ପୁରୁଷାର୍ଥ କେବେ ନିଷ୍ଫଳ ହୁଏ ନାହିଁ । ତେଣୁ ନିରାଶ ହେବା ଅନାବଶ୍ୟକ । କର୍ମର ବିନାଶ ନାହିଁ । କର୍ମ ଅନୁରୂପ ଭଲ ବା ମନ୍ଦ ଫଳ ଅବଶ୍ୟ ମିଳେ । ତେଣୁ ଆମର ପୁରୁଷାର୍ଥର ପ୍ରଭାବ ଦିନେ ଦିନେ ନା ନିଶ୍ଚୟ ପଡିବ । ଏହି ଆଶା ଓ ଭରସାରେ ପ୍ରତ୍ୟହ ଯୋଗାଭ୍ୟାସ କରିବା ଉଚିତ ।

ମନ ଉପରେ ଦିନଚର୍ଯ୍ୟାର ପ୍ରଭାବ-

ମନୁଷ୍ୟ ଦିନସାରା ଯେଉଁ କର୍ମ କରେ, ଯେଉଁ ବି·ର କରେ ଯେଉଁ ସ୍ମୃତିରେ ରହେ, ଯୋଗାଭ୍ୟାସ ବେଳେ ମଧ୍ୟ ସେସବୁ ମନରେ ଉଦ୍ଭାସିତ ହୁଏ । ଏହାଦ୍ୱାରା ମନ ଏକାଗ୍ର ହୋଇପାରେ ନାହିଁ । ତେଣୁ ଯେପର୍ଯ୍ୟନ୍ତ ଆମେ ସାରା ଦିନ ନିଜର କର୍ବ୍ୟ କର୍ମ କରିବା ସମୟରେ ସାକ୍ଷୀ ବା ତଟସ୍ଥ ଭାବ ପୋଷଣ ନକରିବା ସେପର୍ଯ୍ୟନ୍ତ ଆମେ ପ୍ରଗାଢ଼ ଯୋଗ-ସ୍ଥିତି (ଚକ୍ସକ୍ଟଲକ୍ଟଙ୍କଦ୍ଭୟ ବଦ୍ଭୟ ୟରରକ୍ଟ୍ର ଜ୍ଞରୟସଗ୍ଧବଗ୍ଧସକ୍ଟଦ୍ଭ) ଆହରଣ କରିବା ସମ୍ଭବ ନୁହେଁ ।

ଜୀବନ ନିର୍ବାହ ପାଇଁ କର୍ମ କରିବା ଅପରିହାର୍ଯ୍ୟ । ଅନ୍ୟମାନଙ୍କ ଦୟା ଓ ଦାନରେ ବôବା ଏକ ଯୋଗୀ ପକ୍ଷରେ ସର୍ବଥା ଅନୁଚିତ । ଆଉ ମଧ୍ୟ କର୍ମ ନକରି କେହି ରହିପାରେ ନାହିଁ । ତେଣୁ ନିଜକୁ ନ୍ୟାସୀ (ଞକ୍ସଙ୍କଗ୍ଦଗ୍ଧରର) ମନେ କରି ସମସ୍ତ କାର୍ଯ୍ୟ ନିର୍ବାହ କଲେ ମନରେ ଆସକ୍ତି ରହିବ ନାହିଁ । ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ସମୟରେ ମନରେ ନିମ୍ନ ପ୍ରକାର ସଂକଳ୍ପଗୁଡ଼ିକ ଉପôନ୍ନ କଲେ ନିମି ବା ନ୍ୟାସୀଭାବ (ଞକ୍ସଙ୍କଗ୍ଦଗ୍ଧରରଗ୍ଦଷସକ୍ଟ୍ର) ଜାଗ୍ରତ ହେବ । ଯଥା:- ମୋର ସମସ୍ତ କାର୍ଯ୍ୟର ପରି·ଳକ ହେଉଛନ୍ତି ପରମାତ୍ମା...... ସେ ହିଁଁ ମୋର ମାଲିକ..... ମୋର ସମସ୍ତ କର୍ମର ପରିଣାମ ପାଇଁ ମୁଁ ତାଙ୍କ ପାଖରେ ଉରଦାୟୀ..... ପୂର୍ବ ସ୍ଥିରୀକୃତ ଭୂମିକା ନିର୍ବାହ କରିବା ପାଇଁ ମୁଁ ଏ ସୃଷ୍ଟି ରଙ୍ଗମକୁ ଅଭିନୟ କରିବାକୁ ଆସିଛି....... ପରମାତ୍ମା ହିଁ ଏ ବିଶ୍ୱ ନାଟକର ନିର୍ଦ୍ଧେଶକ, ନିର୍ମାତା ଓ ପ୍ରାୟୋଜକ.... ସେହିଁ ସବୁକିଛି । କଳ୍ପ-କଳ୍ପାନ୍ତର ମୁଁ ଏହି ସୃଷ୍ଟି ରଙ୍ଗମରେ ମୋ ପାଇଁ ଉଦ୍ଧିଷ୍ଟ ଭୂମିକାରେ ଅଂଶଗ୍ରହଣ କରିଆସିଛି...... ମୋର ମିତ୍ର ସମ୍ବନ୍ଧୀ ମଧ୍ୟ ଏ ବିଶ୍ୱ ନାଟକରେ ମୋର ସହ-ଅଭିନେତା (ଉକ୍ଟ-ବମଗ୍ଧକ୍ଟକ୍ସ) ଅଟନ୍ତି । ବର୍ମାନ ଆମେ ସମସ୍ତେ ଏ ବିଶ୍ୱ ନାଟକର ଶେଷ ଅଙ୍କର ଶେଷ ଦୃଶ୍ୟରେ ଅଭିନୟ କରୁଛ.....ଅଳ୍ପ ସମୟରେ ଏହା ସମାପ୍ତ ହେବ ଓ ଆମେ ସମସ୍ତେ ଏଠାରୁ ବିଦାୟ ନେଇ ନିଜ ମୂଳ ବାସସ୍ଥାନକୁ ବାହୁଡି ଯିବୁ । ଏହିପରି ସାକ୍ଷୀ ଓ ଦ୍ରଷ୍ଟା ହୋଇ ଅନାସକ୍ତ ଭାବରେ କର୍ମ କରିବା ଦ୍ୱାରା ତଥା ନିଜକୁ ଏ ଦୁନିଆରେ ଏକ ଅତିଥି ବା ଯାତ୍ରୀ ମନେ କରିବା ଦ୍ୱାରା ଆମର ମାନସିକ ସ୍ଥିତି ଯୋଗାଭ୍ୟାସ ପାଇଁ ଅନୁକୂଳ ହୁଏ ।

ଏତଦ୍ବ୍ୟତୀତ ଦିନଯାକ ନିଜ କାର୍ଯ୍ୟରୁ କିଛି ସମୟ ବାହାର କରି ମଝିରେ ମଝିରେ ତଥା ଅବସର ସମୟରେ ଅନେକ ଥର ଅତିକମରେ ଦୁଇ-ତିନି ମିନିଟ ପାଇଁ ପରମାତ୍ମାଙ୍କ ପ୍ରତି ମନରେ ପ୍ରେମ ଭାବ ଉପôନ୍ନ କରି ତାଙ୍କୁ ସ୍ମରଣ କରିବା ଉଚିତ । ମନର ସା୍ୱିକ ଭାବ ପାଇଁ ଶୁଦ୍ଧ ଓ ଶାକାହାରୀ ଅନ୍ନ ଗ୍ରହଣ କରିବା ବିଧେୟ । କାରଣ ଅନ୍ନର ପ୍ରଭାବ ମନ ଉପରେ, ପାଣିର ପ୍ରଭାବ ବାଣୀ ଉପରେ ଓ ସ୍ଥାନର ପ୍ରଭାବ କାର୍ଯ୍ୟ ଉପରେ ପଡିଥାଏ । 

ଯୋଗମାର୍ଗରେ ·ରି ଲକ୍ଷଣ:

ବର୍ମାନ ଆମେ ସମସ୍ତେ କଳି କଳୁଷିତ ତମୋ ପ୍ରଧାନ ସଂସାରରେ ଅବସ୍ଥାନ କରୁଛୁ । ରାଜଯୋଗର ଉଦ୍ଧେଶ୍ୟ ହେଉଛି ତମୋପ୍ରଧାନ ଅବସ୍ଥାରୁ ସ୍ୱ ପ୍ରଧାନ ଅବସ୍ଥା ଅଭିମୁଖେ ଅଗ୍ରସର ହେବା । ସ୍ୱ ପ୍ରଧାନ ଅବସ୍ଥା ପର୍ଯ୍ୟନ୍ତ ପହôବା ପାଇଁ ଆମକୁ ତମୋପ୍ରଧାନରୁ ଆରମ୍ଭ କରି ତମୋଗୁଣୀ, ରଜ ପ୍ରଧାନ, ସାମାନ୍ୟ ରାଜଗୁଣୀ ଓ ସାମାନ୍ୟ ସ୍ୱଗୁଣୀ ଅବସ୍ଥାଗୁଡ଼ିକୁ ଅତିକ୍ରମ କରିବାକୁ ହେବ ।

ତମୋଗୁଣୀ ଅବସ୍ଥାର ଲକ୍ଷଣ:

ବିକାର ସମ୍ପନ୍ନ, ଶ୍ରଦ୍ଧାହୀନ, ଅବିବେକୀ, ମିଥ୍ୟା ଜ୍ଞାନ ଦ୍ୱାରା ଭ୍ରମିତ, ଅଶାନ୍ତ, ମାନସିକ ଚଳତା, ଯୋଗରେ ମାନସିକ ଅସ୍ଥିରତା, ମନରେ ସାଂସାରିକ ସଂକଳ୍ପ-ବିକଳ୍ପର ଭାର, ନାସ୍ତିକ, ସଂପୂର୍ଣ୍ଣ ଭୌତିକ-ବାଦୀ, ଠିକ୍ ନିର୍ଣ୍ଣୟ ନେବା ପାଇଁ ଅକ୍ଷମ, ଆଳସ୍ୟ, ଲଜ୍ଜ୍ୟା, ତୃଷ୍ଣା, କାମନା ଓ ଦମ୍ଭ ଇତ୍ୟାଦି ତମୋଗୁଣୀ ଅବସ୍ଥାର ଲକ୍ଷଣ । ରାଜଯୋଗ ଅଭ୍ୟାସର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତ୍ୟେକ ରାଜଯୋଗୀ ଏହି ଅବସ୍ଥା ମଧ୍ୟରେ ଗତି କରନ୍ତି । ଏହି ଅବସ୍ଥା ପରିବର୍ନ ପାଇଁ କାହାକୁ କମ ଦିନ ଲାଗେ ତ କାହାକୁ ଦୀର୍ଘ ଦିନ ଲାଗିଥାଏ ।

ରଜୋଗୁଣୀ ଅବସ୍ଥାର ଲକ୍ଷଣ:

ମନ କେତେବେଳେ ଶାନ୍ତ ଓ କେତେବେଳେ ଅଶାନ୍ତ, କେତେବେଳେ ଯୋଗମାର୍ଗରେ ଉତ୍ସାହ ଓ ଉଦ୍ଧୀପନା ପୂର୍ବକ ·ଲେ ତ କେତେବେଳେ ନିରୁତ୍ସାହ ଓ ଅଶାନ୍ତ ହୋଇଉଠେ । ଯୋଗାଭ୍ୟାସ ସମୟରେ ଦୈହିକ ସମ୍ବନ୍ଧଗୁଡ଼ିକ ଓ ଭୋଗ ସମୂହର ସ୍ମୃତି ତଥା ଲୌକିକ ବ୍ୟବହାରର ସ୍ମୃତି ବିଘ୍ନ ସୃଷ୍ଟି କରେ; କେତେବେଳେ ଜ୍ଞାନର ଚିନ୍ତନରେ ବିବେକ ଚେଇଁ ଉଠେ ଏବଂ ଅକର୍ବ୍ୟ କର୍ମ କରିଥିବା ହେତୁ ମନରେ ଗ୍ଳାନି ଉପôନ୍ନ ହୁଏ । ପଶ୍ଚାତାପ ସେ୍ୱ ମଧ୍ୟ ପରିବର୍ନ ହୁଏ ନାହିଁ; ପୁନଃ ପୁନଃ ଭୁଲଗୁଡ଼ିକର ପୁନରାବୃି ହୁଏ । ଅଧିକାଂଶ ସମୟ ଦେହ ଅଭିମାନ ରହେ ।

ରଜୋପ୍ରଧାନ ଅବସ୍ଥା:

ଚି ପ୍ରାୟ ପ୍ରସନ୍ନ ରହେ । ବିକାର ସମୂହରୁ ନିବୃି, ମନ ଭଗବାନ ଏବଂ ତାଙ୍କ ସ୍ୱ ପ୍ରଧାନ ସୃଷ୍ଟି ବିଷୟରେ ବେଶୀ ଚିନ୍ତନ କରେ; ତମୋ ପ୍ରଧାନ ଇହ ଦୁନିଆ ପ୍ରତି ମନରେ ବୈରାଗ୍ୟ ଭାବ ଆସେ । ଅଧିକାଂଶ ସମୟ ମନ ଆତ୍ମିକ ସ୍ମୃତିରେ ରହେ, ଧୀରେ ଧୀରେ ମନର ଅବସ୍ଥା ସ୍ଥିର ହେବାକୁ ଲାଗେ, ସଂକଳ୍ପଗୁଡ଼ିକର ବେଗ ଖୁବ୍ ହ୍ରାସ ହେବାକୁ ଲାଗେ, ଯୋଗାଭ୍ୟାସ ବେଳେ ବିକାରଯୁକ୍ତ ସଂକଳ୍ପ ମନକୁ ଅସ୍ଥିର କରେ ନାହିଁ; ଯୋଗାବସ୍ଥା ସ୍ବଭାବିକ ହେବାକୁ ଲାଗେ ।

ସ୍ୱଗୁଣୀ ଅବସ୍ଥା:

ଅକର୍ବ୍ୟ ପ୍ରତି ମନ ବଳେ ନାହିଁ, ବ୍ୟର୍ଥ ସଂକଳ୍ପ ଉପôନ୍ନ ହୁଏ ନାହିଁ । ମନ ଗମ୍ଭୀରତା, ସହନଶୀଳତା, ଉଦାରତା, ସନ୍ତୋଷ, ସ୍ଥିରତା, ଶୀତଳତା, ପବିତ୍ରତା ପ୍ରଧାନ ହୋଇଯାଏ । ଚି ଦେହାଭିମାନ ରହିତ; ହାଲୁକା, ମଧୁର, ପ୍ରିୟ, ଅନାସକ୍ତ ଓ ହର୍ଷିତ ହୁଏ । କର୍ମରେ କୁଶଳତା, ସ୍ବଭାବରେ ସୌଜନ୍ୟତା, କର୍ବ୍ୟରେ ସତ୍ୟତା, ପ୍ରତ୍ୟକ୍ଷତା ଓ ଦୃଷ୍ଟିରେ ପବିତ୍ରତା ଆସିଯାଏ । ଏହି ଅବସ୍ଥାରେ ଯୋଗ-ନିଷ୍ଠାରେ ମନରେ ଜ୍ଞାନଯୁକ୍ତ ସଂକଳ୍ପ ·ଲୁଥିଲେ ମଧ୍ୟ ନିଷ୍ଠା ସ୍ବଭାବିକ ହୋଇଯାଏ । ଏକାଗ୍ରତା ବଢ଼ିବାକୁ ଲାଗେ ।

ସ୍ୱ ପ୍ରଧାନ ଅବସ୍ଥାର ଲକ୍ଷଣ:

ଆତ୍ମାରେ ପରମାତ୍ମାଙ୍କ ସ୍ମୃତି ସ୍ଥିର ଓ ନିଶ୍ଚୟ ସ୍ବଭାବିକ ହୋଇଯାଏ । ଆତ୍ମା ଦିବ୍ୟଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ଦୈବୀ ମର୍ଯ୍ୟାଦା ଯୁକ୍ତ, ସୂକ୍ଷ୍ମ ଅବସ୍ଥାରେ ସ୍ଥିତ, ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ, କର୍ବ୍ୟ କର୍ମରେ କମଳ ପୁଷ୍ପ ସମ ଅଲିପ୍ତତା, ମୁଖମଣ୍ଡଳ ସର୍ବଦା ସ୍ମିତ ହାସ୍ୟ ଓ ଦିବ୍ୟତାରେ ଉଦ୍ଭାସିତ; ସମସ୍ତ ପ୍ରକାର ଦ୍ୱନ୍ଦ୍ୱ ଭାବରୁ ମୁକ୍ତ; ଏଭଳି ଅବସ୍ଥା ଯୁକ୍ତ ବ୍ୟକ୍ତିଙ୍କୁ ଦେଖିଲେ ମନେ ହୁଏ ସତେ ଯେପରି ସେ ବିଶେଷ କାର୍ଯ୍ୟ କରିବା ପାଇଁ ଦେବଲୋକରୁ ଏ ତମୋପ୍ରଧାନ ସଂସାରରେ ଆବିର୍ଭାବ ହୋଇଛନ୍ତି । ଏହା ହେଉଛି ଯୋଗ ମାର୍ଗର ଅନ୍ତିମ ସୋପାନ । ଏହି ସ୍ଥିତିରେ ବିକାରଯୁକ୍ତ ସଂକଳ୍ପ ଆଦୌ ରହେ ନାହିଁ । ଏହା ସମ୍ପୂର୍ଣ୍ଣ ନିର୍ବିକାରୀ ଅବସ୍ଥା ।

ଯୋଗ ମାର୍ଗରେ ·ରିଟି ମୁଖ୍ୟ ବିିଘ୍ନ:

ଯୋଗ ମାର୍ଗରେ ଅନ୍ତିମ ଲକ୍ଷ୍ୟ ପର୍ଯ୍ୟନ୍ତ ପହôବା ପାଇଁ ଅନେକ ପ୍ରକାର ବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ଏଗୁଡ଼ିକର ଚିହ୍ନୋଟ ହେବା ଆବଶ୍ୟକ । ସେଗୁଡ଼ିକ ମଧ୍ୟରୁ ·ରିଟି ମୁଖ୍ୟ ବିଘ୍ନର ଆଲୋଚନା ଏଠାରେ କରାଯାଇଛି । ସେଗୁଡ଼ିକ ହେଲା କ) ମିଥ୍ୟା ଜ୍ଞାନ ଖ) ବିକଳ୍ପ ଗ) ପ୍ରତ୍ୟକ୍ଷ, ଅନୁମାନ ଇତ୍ୟାଦି ଘ) ସ୍ମୃତି ।

କ) ମିଥ୍ୟା ଜ୍ଞାନ:

ପରମତ, ସାଂପ୍ରଦାୟିକ ଶାସ୍ତ୍ର ମତ, ମନ ମତ, ଦେହ ଅଭିମାନ- ଏ ସମସ୍ତ ମିଥ୍ୟା ଜ୍ଞାନର ଭିନ୍ନ ଭିନ୍ନ ରୂପ । ମିଥ୍ୟା ଜ୍ଞାନ ଦ୍ୱାରା ସଂଶୟ ଜାତ ହୁଏ । ସଂଶୟ ହେଲେ ଈଶ୍ୱରଙ୍କ ଅବଜ୍ଞା, ଈଶ୍ୱରୀୟ କାର୍ଯ୍ୟରେ ଅବହେଳା ଓ ତଦ୍ୱାରା ମନୋବିକାର ସମୂହ ଦ୍ୱାରା ଆକ୍ରାନ୍ତ ହୋଇ ମନୁଷ୍ୟ ଯୋଗ ଭ୍ରଷ୍ଟ ହୁଏ ।

ଖ) ବିକଳ୍ପ:

ଜନ୍ମ-ଜନ୍ମାନ୍ତର ଧରି ବିଷୟ ସମୂହ ପ୍ରତି ଆସକ୍ତି, ପାପ କର୍ମ ଜନିତ ସଂସ୍କାର ଓ ସେଗୁଡ଼ିକ ପ୍ରତି ମନର ଆକର୍ଷଣ, ଶୁଣିଥିବା ଅପବିତ୍ର କଥାଗୁଡ଼ିକର ଅନାୟାସ ସ୍ମୃତି ଇତ୍ୟାଦିକୁ ବିକଳ୍ପ କୁହାଯାଏ । ଏହି ବିଘ୍ନଗୁଡ଼ିକର ମୂଳୋପôାଟନ ପାଇଁ ନିତ୍ୟ-ନିରନ୍ତର ସତସଙ୍ଗ, ଈଶ୍ୱରୀୟ ସ୍ମୃତି, ଯୋଗାଭ୍ୟାସ ଇତ୍ୟାଦି କରଣୀୟ ।

ଗ) ପ୍ରତ୍ୟକ୍ଷ, ଅନୁମାନ ଇତ୍ୟାଦି

ଅଶୁଭ ଦେଖିବା, ଶୁଣିବା ଓ ତାକୁ ଦେଖି ମନରେ ଅଶୁଦ୍ଧ ସଂକଳ୍ପ ଚଲାଇବା ଅଥବା ଶୁଭ ଦେଖି ମଧ୍ୟ ଅଶୁଭ ଅନୁମାନ କରିବା ତମୋଗୁଣ ପ୍ରବୃି ଅଟେ । ଏଥିପାଇଁ ବିକାର ସମ୍ପନ୍ନ ବ୍ୟକ୍ତିମାନଙ୍କ ସାହଚର୍ଯ୍ୟ ଇତ୍ୟାଦି  ଆବଶ୍ୟକ ।

ଘ) ସ୍ମୃତି:

ପୂର୍ବରୁ ଥିବା ବିକାର ସମୂହ ଜନିତ ଅନୁଭବର ସ୍ମୃତି ଦ୍ୱାରା ମନ ଦୁଷିତ ହେବା ମଧ୍ୟ ଯୋଗରେ ବିଘ୍ନକାରକ ଅଟେ । ଏତଦ୍ବ୍ୟତୀତ ପୂର୍ବର କୌଣସି ଦୁଃଖ ଅଶାନ୍ତିର ସ୍ମରଣ କରିବା ମଧ୍ୟ ଆନନ୍ଦଦାୟକ ହୁଏ ନାହିଁ ।  ଏହା ମଧ୍ୟ ବିକଳ୍ପ ଅଟେ ।

ଯୋଗାବସ୍ଥାର ବିଭିନ୍ନ ଅବସ୍ଥା:

କ) ଲଗ୍ନ ଅବସ୍ଥା

ଏହା ରାଜଯୋଗର ପ୍ରାରମ୍ଭିକ ଅବସ୍ଥା । ରାଜଯୋଗୀ ଯେତେବେଳେ ଯୋଗରେ ବସେ ସେତେବେଳେ ସେ ନିଜ ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରିବାକୁ ପ୍ରଯନô କରେ । ରାଜଯୋଗ ଅଭ୍ୟାସ ପୂର୍ବରୁ ଆତ୍ମା, ପରମାତ୍ମା ଓ ଯୋଗର ଉଦ୍ଧେଶ୍ୟ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ଆହରଣ କରିବା ଅନିବାର୍ଯ୍ୟ । ଏତଦ୍ ବିଷୟକ ଆବଶ୍ୟକ ଜ୍ଞାନ ଥିଲେ ମଧ୍ୟ ଯୋଗର ପ୍ରାରମ୍ଭରେ ସଂପୃକ୍ତ ଯୋଗୀର ଜନ୍ମ ଜନ୍ମାନ୍ତରର ସଂସ୍କାର ତଥା ମନର ଚଳ ବୃିଗୁଡ଼ିକ ବାଧା ଉପôନ୍ନ କରନ୍ତି । ତା’ ସେ୍ୱ ମଧ୍ୟ ସେ ନିଜେ ପ୍ରୟାସ ଅବ୍ୟାହତ ରଖେ ।

ଖ) ମନନ ଅବସ୍ଥା

ଯେତେବେଳେ ପରମାତ୍ମା ସ୍ମୃତି ପାଇଁ ମନରେ ତୀବ୍ର ଅଭୀପ୍ସା ହୁଏ ଅର୍ଥାତ୍ ମନ କୌଣସି ପ୍ରକାର ବାଧା ବିଘ୍ନରେ ନିରୁତ୍ସାହିତ ନହୋଇ ସତତ ଈଶ୍ୱରୀୟ ସ୍ମୃତି ଅଭ୍ୟାସରେ ରତ ରହିବା ପରେ ମନନ ଅବସ୍ଥାରେ ଉପନୀତ ହୁଏ । ମନକୁ ସଂକଳ୍ପ ଶୂନ୍ୟ କଲେ ତାହା ଇତସ୍ତତଃ ଭ୍ରମିତ ହୁଏ । ସେଥିପାଇଁ ତାକୁ ଈଶ୍ୱରୀୟ ଜ୍ଞାନର ମନ୍ଥନ ତଥା ପରମାତ୍ମାଙ୍କ ସ୍ବରୂପ ମନନ-ଚିନ୍ତନରେ ନିଯୁକ୍ତ କରାଯାଏ । ଯୋଗର ପ୍ରାରମ୍ଭିକ ଅବସ୍ଥାରେ ମନରେ ଅଶୁଦ୍ଧ ସଂକଳ୍ପ ଆସିଥାଏ । ଏହାର ନିରାକରଣ ପାଇଁ ମନକୁ ଜ୍ଞାନ ଯୁକ୍ତ ସଂକଳ୍ପ ସମୂହରେ ବ୍ୟସ୍ତ ରଖିବା ଆବଶ୍ୟକ । ଯଥା:- ମୁଁ ଏକ ଆତ୍ମା ଅଟେ.....ମୁଁ ଆତ୍ମା ଏକ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଅଟେ..... ମୁଁ ପରମଧାମରୁ ଏଠାକୁ ଆସିଛି...... ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ ଅଟେ.....ଇତ୍ୟାଦି । ଏହିପରି ଆତ୍ମା ତଥା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନର ମନନ କରିବା, ସେହି ଜ୍ଞାନରେ ରମଣ କରିବା, ତା’ର ବିଶ୍ଳେଷଣ କରିବା, ତା’ର ଅର୍ଥ ସ୍ବରୂପରେ ଅବସ୍ଥାନ କରିବା ପାଇଁ ପ୍ରୟାସ କରିବା, ତା’ର ଗୂଢ଼ ଭାବରେ ଆତ୍ମସ୍ଥ ହୋଇଯିବା- ଏହା ହେଉଛିି ଯୋଗର ଦ୍ୱିତୀୟ ଅବସ୍ଥା ।

ଗ) ମଗ୍ନାବସ୍ଥା:

ଏହି ଅବସ୍ଥାରେ ଯୋଗାଭ୍ୟାସ ପାଇଁ ବସିବା ମାତ୍ରେ ଅଳ୍ପ ଅଧ୍ୟବସାୟ ଦ୍ୱାରା ମନ ପରମାତ୍ମା-ସ୍ମୃତିରେ ମଗ୍ନ ହୋଇଯାଏ । ବର୍ମାନ ଜ୍ଞାନର ଅଧିକ ମନନ କରିବା ଆବଶ୍ୟକ ହୁଏ ନାହିଁ । ଯୋଗୀ ଯୋଗାଭ୍ୟାସ ପାଇଁ ସଂକଳ୍ପ ନେବା କ୍ଷଣି ପରମାତ୍ମାଙ୍କ ସ୍ବରୂପରେ ସ୍ଥିତ ହୋଇଯାଏ । ଏହି ଅବସ୍ଥାରେ ଯୋଗୀଙ୍କୁ ବହୁତ ଦିବ୍ୟ ଅନୁଭବ ହୋଇଯାଏ ଓ ଆତ୍ମା ସ୍ୱ ପ୍ରଧାନ ଅବସ୍ଥାରେ ଉପନୀତ ହୋଇଥାଏ ।

ଘ) ବିନ୍ଦୁ-ରୂପ ସ୍ଥିତି:

ଏହି ଅବସ୍ଥାରେ ମନୁଷ୍ୟ ଆତ୍ମାଭିମାନୀ (ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ) ସ୍ଥିତି, ସ୍ବଭାବିକ ହର୍ଷ ଓ ଅନାବିଳ ଶାନ୍ତି ପ୍ରାପ୍ତ କରିଥାଏ । ସେ ପରମାତ୍ମାଙ୍କ ସ୍ମୃତିରେ ଏପରି ତନ୍ମୟ ହୋଇଯାଏ ଯେ ତାକୁ ନିଜ ଶରୀର ଓ ଶରୀର ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଆଦିର କୌଣସି ଆଭାସ ହୁଏ ନାହିଁ । ଏହା ସମ୍ପୂର୍ଣ୍ଣ ଏକାଗ୍ରତା ବା ପରମାତ୍ମାଙ୍କ ସହିତ ଏକାତ୍ମତାର ଅବସ୍ଥା । ଏହାକୁ ସମାଧି ଅବସ୍ଥା ମଧ୍ୟ କୁହାଯାଇପାରେ । ଏହି ଅବସ୍ଥାରେ ଆତ୍ମା ମଧ୍ୟରେ ପ୍ରଚଣ୍ଡ ଶକ୍ତି ଓ ଦିବ୍ୟ ତେଜ ଉପôନ୍ନ ହୁଏ । ଏହାକୁ ଦିବ୍ୟାଗ୍ନି ବା ଯୋଗାଗ୍ନି କୁହାଯାଏ । ଏହି ଯୋଗାଗ୍ନିର କ୍ଷଣିକ ସ୍ଫୁରଣ ମଧ୍ୟ ଜନ୍ମ ଜନ୍ମାନ୍ତରର ପାପ କର୍ମ ଜନିତ ବିକାରୀ ସଂସ୍କାର ସମୂହକୁ ଦଗ୍ଧ କରି ଦିଏ ଓ ଯୋଗୀ ସମସ୍ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇଯାଏ ।

ରାଜଯୋଗ ପାଇଁ ଦିନ-ଚର୍ଯ୍ୟା ଓ ଆତ୍ମ ନିରୀକ୍ଷଣ ବିଧି:

ରାଜଯୋଗ ଅଭ୍ୟାସ ଦ୍ୱାରା ଅନେକ ଲୋକ ଉପକୃତ ହୋଇଛନ୍ତି । ତଥାପି ମଧ୍ୟ କେତେକ ରାଜଯୋଗ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅପେକ୍ଷିତ ପରିବର୍ନ ଆସି ନଥିବା ଦେଖାଯାଏ । ସୂକ୍ଷ୍ମ ଅନୁଧ୍ୟାନ ଦ୍ୱାରା ଜଣାଯାଇଛି ଯେ ସେମାନେ ରାଜଯୋଗର ବିଧିଗୁଡ଼ିକ ଆନ୍ତରିକ ଭାବେ ନିୟମ ପୂର୍ବକ ଅନୁସରଣ କରି ନାହାନ୍ତି । ତେଣୁ ନିମ୍ନରେ ପାଟି ପ୍ରମୁଖ କାରଣ ଉପରେ ଆଲୋଚନା କରାଯାଇଛି । ଏଗୁଡ଼ିକ ନିଷ୍ଠାପୂର୍ବକ ଅନୁସରଣ କଲେ ଜଣେ ରାଜଯୋଗୀ ସହଜରେ ସଫଳତା ପ୍ରାପ୍ତ କରିପାରନ୍ତି ।

କ) ଚର୍ଯ୍ୟା:

ଏହା ଅନ୍ତର୍ଗତ ଦିନଚର୍ଯ୍ୟା, ସାଂଧ୍ୟଚର୍ଯ୍ୟା ଓ ରାତ୍ରିଚର୍ଯ୍ୟା ସମ୍ମିଳିତ । ଚର୍ଯ୍ୟା ନିୟମିତ, ସନ୍ତୁଳିତ ଏବଂ ଜ୍ଞାନାନୁକୂଳ ନ ହେଲେ ଆଧ୍ୟାତ୍ମିକ ଅଧ୍ୟବସାୟରେ ଶିଥିଳତା ଆସିଥାଏ । ନିମ୍ନରେ ଚର୍ଯ୍ୟା ସମ୍ବନ୍ଧୀୟ କେତେକ ଆବଶ୍ୟକ ଦିଗ ଉପରେ ଆଲୋଚନା କରାଯାଇଛି ।

ଉଚିତ ସମୟ ଓ ଉଚିତ ମନୋସ୍ଥିତିରେ ନିଦ୍ରା ଯିବା:

ରାତ୍ରିରେ ଶୋଇବା ପାଇଁ ୧ଠଘା ସମୟ ହେଉଛି ଉପଯୁକ୍ତ । କାରଣ ଏ ସମୟରେ ଶୋଇଲେ ବ୍ୟକ୍ତି ପ୍ରାତଃ ୪ଘାରେ ନିରଳସ ଭାବରେ ନିଦ୍ରା ତ୍ୟାଗ କରିପାରେ । ସେହି ସମୟ ନିର୍ଜନ, ଶାନ୍ତ ଓ ସ୍ୱଗୁଣୀ  ବାତାବରଣ ଯୋଗାଭ୍ୟାସ ପାଇଁ ସର୍ବୋମ । ଯଦି କିଏ ୧ଠଘା ପରିବେର୍ ବିଳମ୍ବରେ ଶୁଏ ତେବେ ପ୍ରାତଃ ମଧ୍ୟ ବିଳମ୍ବରେ ଉଠିବ । ଅନ୍ୟଥା ତାକୁ ଦିନଯାକ କ୍ଳାନ୍ତି ଆଳସ୍ୟ ଓ ନିିଦୁଆ ଅନୁଭବ ହେବ । ଏହାର ପ୍ରଭାବ ତା’ର ସମଗ୍ର ଦିନଚର୍ଯ୍ୟା ଉପରେ ପଡିଥାଏ ।

ରାତ୍ରି ନିଦ୍ରା ପାଇଁ ମାନସିକ ପ୍ରସ୍ତୁତି ଜ୍ଞାନାନୁକୂଳ ହେବା ଉଚିତ । ଶୟନ ଶଯ୍ୟା ଉପରେ ବସି ପ୍ରଥମେ କିଛି ସମୟ ପରମପିତା ପରମାତ୍ମାଙ୍କ ମଧୁର ସ୍ମୃତିର ଅଭ୍ୟାସ କରିବା ଉଚିତ । ତତ୍ପଶ୍ଚାତ ବିଶ୍ରାମ (ନିଦ୍ରା) ପାଇଁ ତାଙ୍କ ଆଜ୍ଞା ନେଇ ଆତ୍ମିକ ସ୍ଥିତିରେ ଶୟନ କରିବା ଉଚିତ । ଏପରି ଶୟନ କରୁଥିବା ଯୋଗୀଙ୍କ ନିଦ୍ରା ମଧ୍ୟ ସ୍ୱଗୁଣୀ ବା ଯୋଗ ନିଦ୍ରା ହୋଇଥାଏ ।

ପ୍ରାତଃ ନିଦ୍ରା ତ୍ୟାଗ ସମୟ ପାଇଁ ବିଧି ବିଧାନ:

ପ୍ରାତଃ ନିଦ୍ରା ତ୍ୟାଗ ସେଙ୍ଗ ସେଙ୍ଗ ପରମାତ୍ମାଙ୍କୁ କିଛି ସମୟ ସ୍ମରଣ କରି ନିଜ ଦିନଚର୍ଯ୍ୟା ଆରମ୍ଭ କରିବା ବିଧେୟ । ଶଯ୍ୟା ତ୍ୟାଗ ପୂର୍ବରୁ ପ୍ରତିଜ୍ଞା କରିବା ଉଚିତ ଯେ ଆଜି ଦିନଚର୍ଯ୍ୟା ଗତକାଲିଠାରୁ ଅଧିକ ଠିକ୍ ରହିବ । ପ୍ରାତଃ କାଳରେ ମନ ସ୍ୱଗୁଣୀ ଅବସ୍ଥାରେ ତଥା ଫୁିର୍ ଓ ସନ୍ତୁଷ୍ଟ ଥାଏ । ଏହି ସମୟରେ ପ୍ରତିଜ୍ଞା ବା ଶୁଭ ସଂକଳ୍ପ କରିବା ବହୁତ ଲାଭ ଦାୟକ ହୋଇଥାଏ । କାରଣ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ ପୂର୍ବରୁ ନିଜ ମନକୁ ଏକ ଲକ୍ଷ୍ୟ ପ୍ରାପ୍ତ ହେବା ସହିତ ମନୋବଳ ବୃଦ୍ଧି ହୋଇଥାଏ ।

ଦିନ ତମାମ ଅତିକମ୍ରେ ସାତଥର ବିଶେଷ ଯୋଗାଭ୍ୟାସ:

ବ୍ୟକ୍ତି ନିଜ କାର୍ଯ୍ୟ ବ୍ୟବହାରରେ ଅତ୍ୟନ୍ତ ବ୍ୟସ୍ତ ରହୁଥିବା ହେତୁ ତା’ର ପୁରୁଷାର୍ଥ ତୀବ୍ର ହୋଇପାରେ ନାହିଁ । ଏଥିପାଇଁ ଦିନ ମଧ୍ୟରେ ଅତିକମ୍ରେ ସାତଥର କିଛି ସମୟ ଈଶ୍ୱରୀୟ ସ୍ମୃତି ପାଇଁ ନିର୍ଦ୍ଧିଷ୍ଟ କରିବା ଉଚିତ । ଏହା ବ୍ୟତୀତ ଭୋଜନ କରିବାର କିଛି ସମୟ ପୂର୍ବରୁ ଏବଂ ଭୋଜନ କରିବା ସମୟରେ କିଛି ସମୟ ଈଶ୍ୱରୀୟ ସ୍ମୃତିରେ ରହିବା ଦ୍ୱାରା ଅବ୍ୟକ୍ତ ମନୋସ୍ଥିତି ବଜାୟ ରହେ । କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ସ୍ବସ୍ଥିତି ଓ ଈଶ୍ୱରୀୟ ସ୍ମୃତିରେ ରହିବାର ପୁରୁଷାର୍ଥ କରିବା ଉଚିତ୍ ।

ଖ) ନିଜ ଉପରେ ଅଙ୍କୁଶ ରଖିବା ପାଇଁ ବ୍ୟକ୍ତି ଚୟନ:

ଯୋଗାଭ୍ୟାସୀ ବ୍ୟକ୍ତି ସମଭାବାପନ୍ନ କୌଣସି ଅନୁଭବୀ ଓ ନିର୍ଦ୍ଧୋଷ ବ୍ୟକ୍ତିର ଚୟନ କରିବା ଉଚିତ ଯାହାଙ୍କ ନିକଟରେ ସେ ନିଜର ମନୋସ୍ଥିତି ବିଷୟ ଖୋଲାଖୋଲି କହିପାରିବେ । ଏହାଦ୍ୱାରା ତାଙ୍କଠାରୁ ଉଚିତ ଦିଗ୍-ଦର୍ଶନ ପ୍ରାପ୍ତ ହୋଇପାରିବ । ଉରୋର ଉନ୍ନତି ·ହୁଁଥିବା ବ୍ୟକ୍ତିଙ୍କୁ ଏପରି ନିଜ ଉପରେ ଅଙ୍କୁଶ ରଖିବା ବାଲା ବ୍ୟଙ୍କିଙ୍କ ସହିତ ସମ୍ପର୍କ ବଜାୟ ରଖିବା ଉଚିତ ।

ଗ) ମାନ, ମର୍ଯ୍ୟାଦା, ନାମ, ଯଶ ଆଦି ପ୍ରାପ୍ତି ଆକାଂକ୍ଷା:

ଈଶ୍ୱରୀୟ ସେବା ଫଳ ସ୍ବରୂପ ନାମ ଓ ଯଶ ପାଇବାର ଆକାଂକ୍ଷା ପୁରୁଷାର୍ଥରେ ବହୁତ ବଡ ପ୍ରତିରୋଧକ ହୋଇଥାଏ । ଏଥିପାଇଁ ପ୍ରତ୍ୟେକ ରାଜଯୋଗାଭ୍ୟାସୀଙ୍କୁ ନମ୍ର ଭାବାପନ୍ନ ହୋଇ ନିଜକୁ ଜଣେ ସେବାଧାରୀ ବା ସେବାର ନିମି ସାଧନ ମନେ କରି ସେବା କାର୍ଯ୍ୟ କରିବା ଉଚିତ । ସ୍ବୟଂକୁ ଜଣେ କୁଶଳ ଓ ଯୋଗ୍ୟ କାର୍ଯ୍ୟ କର୍ା ମାନିବା ଅହଂକାରର ପରି·ୟକ । ଆମର ସେବା କାର୍ଯ୍ୟ ବ୍ୟକ୍ତିଗତ ପୁରୁଷାର୍ଥର ବାଧକ ନହେଉ । ଅଧିକ ଯଶ ପ୍ରାପ୍ତି ଲାଳସା ଆମକୁ ଅଧିକ କାର୍ଯ୍ୟ କରିବା ପାଇଁ ପ୍ରେରିତ କରେ । ଏଥିପାଇଁ ମଝିରେ ମଝିରେ ନିଜ ଅବସ୍ଥାର ଯା କରିବା ଉଚିତ ।

ଘ) କ୍ଳାନ୍ତି ଓ ଆରାମ ପ୍ରେମୀ:

ରାଜଯୋଗ ଏକ ଆଧ୍ୟାତ୍ମିକ ଯାତ୍ରୀ । ବ୍ୟକ୍ତି ଏହି ରାସ୍ତାରେ ·ଲୁଁ ·ଲୁଁ କିମ୍ବା ସର୍ବୋଚ୍ଚ ଲକ୍ଷ୍ୟ ରୂପକ ସିଢ଼ି ଚଢ଼ୁଁ ଚଢ଼ୁଁ କିଛି ସମୟ ପରେ କ୍ଳାନ୍ତ ହୋଇପଡ଼େ ବା କଷ୍ଟ ଅନୁଭବ କରେ । ଏହାର ପରିଣାମ ସ୍ବରୂପ ସେ ବିଘ୍ନଗୁଡ଼ିକର ସମ୍ମୁଖୀନ ହେବାର ସାହସ ତ୍ୟାଗ କରେ । ଜୀବନରେ ନୀରସତା ଅନୁଭବ କରିବାକୁ ଲାଗେ ଅଥବା ନବୀନତା, ପ୍ରଗତି ଆଦି ନଦେଖି ନିରୁତ୍ସାହିତ ହୋଇପଡ଼େ ।

ବିଘ୍ନର ସମ୍ମୁଖୀନ ହେଲେ ଉଦ୍ବିଗ୍ନ ହେବା  ମାନସିକ ଅବସ୍ଥାର ଏକ ତ୍ରୁଟି । ତିଳକୁ ତାଳ ମନେ କରିବା ଅଥବା ସୋରିଷକୁ ପାହାଡ ମନେ କରି ତାକୁ ଅତିକ୍ରମର ସାହସ ନ କରିବା  ବ୍ୟକ୍ତିର ଦୃଷ୍ଟି ଦୋଷ । ଏଣୁ ପୁରୁଷାର୍ଥ ମାର୍ଗରେ ଆସୁଥିବା କୌଣସି ସମସ୍ୟାକୁ ବିଘ୍ନ ନଭାବି ଖେଳ ରୂପେ ଗ୍ରହଣ କରି ଅଥବା ଲକ୍ଷ୍ୟ ପର୍ଯ୍ୟନ୍ତ ପହôବା ପାଇଁ ଏକ ସେତୁ  ରୂପେ ମନେ କରି ତା’ ଉପରେ ନିର୍ଭର ପୂର୍ବକ ଅଗ୍ରସର ହେବା ।

ଙ) ଆହାର, ବିହାର ଓ ବ୍ୟବହାର ଉପରେ ପୁରା ଧ୍ୟାନ ଦେବା: 

ଗୁରୁପାକ ଭୋଜନ ଏବଂ ଦିନରେ ଅନେକ ଥର ଖାଇବାର ଅଭ୍ୟାସ ଆଳସ୍ୟ କାରକ ଅଟେ । ଖାଦ୍ୟ ପଦାର୍ଥ ପ୍ରତି ଆକର୍ଷଣ କର୍ମେନ୍ଦ୍ରିୟର ଅଧୀନତା ହେତୁ ହୋଇଥାଏ । ଏହା ମଧ୍ୟ ପ୍ରକୃତି ପ୍ରତି ଅନ୍ୟ ଏକ ଆକର୍ଷଣ । ଭୋଜନ ଲୋଲୁପତା, ପାନୀୟ ପ୍ରତି ତୃଷ୍ଣା ଏବଂ ସ୍ବାଦର ଅଧୀନତା ମଧ୍ୟ ଏକ ପ୍ରକାର ବର୍ହିମୁଖତା ଅଟେ । ଏହା ଦେହାଭିମାନର ଏକ ରୂପାନ୍ତର ଯାହାକି ମନୁଷ୍ୟକୁ ବାରମ୍ବାର ସ୍ଥୂଳତା ଅଭିମୁଖେ ନେଇଯାଏ । ତେଣୁ ଜଣେ ଯୋଗୀ ସା୍ୱିକ ଭୋଜନ କରିବା ସହ ଅନାବଶ୍ୟକ ତଥା ବାରମ୍ବାର ଖାଇବା ଅଭ୍ୟାସରୁ ନିବୃ ହେବା ଉଚିତ ।

ରାଜଯୋଗୀ ନିଜ ଘରେ ପବିତ୍ର ବାତାବରଣ ସୃଷ୍ଟି କରିବା ଉଚିତ । ତା’ର ବିହାର (ଘର) ଯେତିକି ସାଧା ସିଧା, ସା୍ୱିକ, ସ୍ବଚ୍ଛ ଓ ଅଧ୍ୟାତ୍ମମୟ ହେବ ସେତିକି ଭଲ । ଏହା ସହିତ ପାରସ୍ପରିକ ବ୍ୟବହାରରେ ଯେମିତି କୌଣସି ପ୍ରକାର ସନ୍ଦେହ, ଆଶଙ୍କା ଓ ବିଭେଦ ସୃଷ୍ଟି ନହେବ ସେଥିପ୍ରତି ଧ୍ୟାନ ରଖିବା ଉଚିତ । ଏଥିପାଇଁ ଅନ୍ୟମାନଙ୍କ ସହିତ ନିଜର ବ୍ୟବହାର ସରଳ, ମଧୁର, ନମ୍ର, ସ୍ନେହଯୁକ୍ତ, ସହାନୁଭୂତି ପୂର୍ଣ୍ଣ, ସହନଶୀଳ, ସମ୍ମାନଜନକ, ସହଯୋଗ ସମ୍ପନ୍ନ ଓ ଅମାୟିକ ହେବା ଉଚିତ । ଘୃଣା, ଦ୍ୱେଷ, ପ୍ରତିଶୋଧ ପରାୟଣତା, ନିନ୍ଦା, ଶତ୍ରୁତା, ବିରୋଧ ଆଦି ନକାରାତ୍ମକ ପ୍ରବୃିଗୁଡିକରୁ ନିବୃ ହେବା ଉଚିତ୍ ।

ରାଜଯୋଗରେ ଆସୁଥିବା ବିଘ୍ନଗୁଡ଼ିିକର କାରଣ ଓ ନିବାରଣ:

ରାଜଯୋଗ ଏକ ଆଧ୍ୟାତ୍ମିକ ପୁରୁଷାର୍ଥ ଅଟେ । ଯୋଗାଭ୍ୟାସୀମାନେ ମୁଖ୍ୟତଃ ଆଠ ପ୍ରକାର ବିଘ୍ନର ସମ୍ମୁଖୀନ ହୁଅନ୍ତି । ସେଗୁଡ଼ିକ ହେଲେ; ୧) କୌଣସି କାର୍ଯ୍ୟରେ ଗମ୍ଭୀର ଭାବର ଅଭାବ ୨) ସଂଶୟ ୩) ବ୍ୟର୍ଥ ସଂକଳ୍ପ ଓ କୁ-ସଂସ୍କାରର ଉଦୟ ୪) ବିକଟ ପରିସ୍ଥିତି ଓ ସମସ୍ୟା ୫) କ୍ଳାନ୍ତି ଓ ଉତ୍ସାହହୀନତା ୬) ପୂର୍ବ କର୍ମର ପ୍ରଭାବ ଓ ଅନ୍ୟମାନଙ୍କ ବିରୋଧାତ୍ମକ ବ୍ୟବହାର ୭) ମାନସିକ ଦଣ୍ଡ ଓ ୮) ବ୍ୟାଧି ।

ପ୍ରତ୍ୟେକ ରାଜଯୋଗୀଙ୍କୁ ଏହି ବିଘ୍ନଗୁଡ଼ିକୁ ଅତିକ୍ରମ କରିବାର ବିଧି ଜାଣିବା ଆବଶ୍ୟକ । ଯଦି ଯୋଗ ମାର୍ଗରେ ସମ୍ମୁଖୀନ ହେବାକୁ ଥିବା ବିଘ୍ନଗୁଡ଼ିକ ବିଷୟରେ ସେ ପ୍ରଥମରୁ ଅବଗତ ଥିବେ ତେବେ, ତଦନୁସାରେ ମାନସିକ ପ୍ରସ୍ତୁତି କରିପାରିବେ । ଏହି ବିଘ୍ନ ଯୋଗୀ ପାଇଁ ପରୀକ୍ଷା ପତ୍ର ତୁଲ୍ୟ ଅଟେ । କାରଣ ରାଜଯୋଗ ଏକ ଆଧ୍ୟାତ୍ମିକ ଶିକ୍ଷା ମଧ୍ୟ ଅଟେ । ପରୀକ୍ଷା ବିନା ପାଠ ପଢ଼ାର କୌଣସି ମୁଲ୍ୟ ନାହିଁ । ରାଜଯୋଗୀ ଏକଥା ସର୍ବଦା ସ୍ମରଣ ରଖିବା ଉଚିତ ଯେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ରାଜଯୋଗ ଶିକ୍ଷା ଦିଆଯାଉଛି । ଏଥିପାଇଁ ସେ ଦୃଢ଼ ନିଶ୍ଚିତ ହେବା ଉଚିତ ଯେ ସର୍ବ ସମର୍ଥ ପରମାତ୍ମାଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ତାଙ୍କୁ ମିଳୁଛି ଯଦ୍ୱାରା ସେ ପ୍ରତ୍ୟେକ ବିଘ୍ନଗୁଡ଼ିକୁ ଅକ୍ଳେଶରେ ଅତିକ୍ରମ କରି ଈପ୍ସିତ ଲକ୍ଷ୍ୟ ପ୍ରାପ୍ତ ହେବେ ।

୧) କୌଣସି କାର୍ଯ୍ୟରେ ଗମ୍ଭୀର ଭାବର ଅଭାବ:

ଦୈନନ୍ଦିନ ଜୀବନରେ ଜାଣତରେ ବା ଅଜାଣତରେ କିଛିି ଭୁଲ କାମ ହୋଇଯାଏ । ବ୍ୟକ୍ତି ଏହା ଅନୁଭବ ମଧ୍ୟ କରେ । କିନ୍ତୁ ଏଭଳି ଭୁଲଗୁଡିକୁ ସାମାନ୍ୟ ବା ସ୍ବଭାବିକ ମନେ କରେ । ତେଣୁ ତାହା ସେ ବାରମ୍ବାର କରୁଥାଏ । କେତେକ ରାଜଯୋଗୀ ନିର୍ଦ୍ଧିଷ୍ଟ ସମୟରେ ନିୟମିତ ଯୋଗାଭ୍ୟାସ କରନ୍ତି ନାହିଁ । ଏହି ଅନିୟମିତତା ସପକ୍ଷରେ ସେମାନେ ଅନେକ ଯୁକ୍ତି ବାଢ଼ନ୍ତି । ଅନ୍ୟ କେତେକ ଅଛନ୍ତି କିଛିଦିନ ଯୋଗ ସାଧନା ବଡ ନିଷ୍ଠା ପୂର୍ବକ କରନ୍ତି । କିନ୍ତୁ ବିକାର ବଶତଃ ତାହା ହଠାତ୍ ତ୍ୟାଗ କରି ଭୋଗ ବିଳାସରେ ଲିପ୍ତ ହୋଇଯାନ୍ତି । କେହି କେହି ଅଛନ୍ତି କୌଣସି ଦାୟିତ୍ୱକୁ ତପôରତା ପୂର୍ବକ ନିର୍ବାହ କରନ୍ତି ନାହିଁ । ଏହି ହେତୁ ସେମାନଙ୍କ କାର୍ଯ୍ୟରେ ଅନେକ ତ୍ରୁଟି ଦେଖାଯାଏ । ତଥାପି ସୁଦ୍ଧା ସେଗୁଡ଼ିିକୁ ସୁଧାରିବା ପାଇଁ ସେମାନେ ଯନôବାନ ହୁଅନ୍ତି ନାହିଁ । ଏହିସବୁ ହେଉଛି ମନୁଷ୍ୟର କୌଣସି କାର୍ଯ୍ୟରେ ଗମ୍ଭୀର ଭାବର ଅଭାବ । ଏହାକୁ ତାର ଖାମଖିଆଲି ଓ ବେଢ଼ଙ୍ଗ  ପଣିଆ  ମଧ୍ୟ କୁହାଯାଇପାରେ । ଏଭଳି ପ୍ରବୃି କେବଳ ଯୋଗ ମାର୍ଗରେ ନୁହେଁ ସାଧାରଣ ଜୀବନରେ ମଧ୍ୟ ବହୁତ କ୍ଷତିକାରକ ହୋଇଥାଏ ।

କୌଣସି ପରିସ୍ଥିତିରେ ମଧ୍ୟ ଆମକୁ ସା୍ୱିକ ବନାଉଥିବା ନିୟମଗୁଡ଼ିକୁ ତ୍ୟାଗ କରିବା ଉଚିତ ନୁହେଁ । କୌଣସି ଭୁଲ ଅଥବା ଅନିୟମିତତାକୁ ସାମାନ୍ୟ ଭାବି ଚଳେଇ ଦେବା ଅନୁଚିତ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କିମ୍ବା ଲଜ୍ଜ୍ୟା ଏବଂ ସଂକୋଚବଶତଃ ନିଜ ଲକ୍ଷ୍ୟ ପଥରୁ ବିଚୁ୍ୟତ ହେବା ଠିକ୍ ନୁହେଁ । ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ କ୍ଷେତ୍ରରେ, ଯାତ୍ରା କାଳରେ ଯୋଗାଭ୍ୟାସ, ସ୍ବଭାବର ଦିବ୍ୟତା, ଜ୍ଞାନାଧ୍ୟୟନ ଓ ନିତ୍ୟ ପୁରୁଷାର୍ଥକୁ ତ୍ୟାଗ କରିବା ଆଦୌ  ଉଚିତ ନୁହେଁ । ପ୍ରତି ମୁହୂର୍କୁ ଅନ୍ତିମ ମୁହୂର୍ ମନେ କରି ନିଜ କର୍ବ୍ୟ ପଥରେ ଅଗ୍ରସର ହେବା ଉଚିତ । ସମୟର ପୁନରାବର୍ନ ନିୟମ ଅନୁସାରେ ଯାହା  ଆମେ ଭଲ ବା ମନ୍ଦ କର୍ମର୍ କରିବା ତାହା ପୁନଶ୍ଚ ଆଗାମୀ କଳ୍ପରେ ପୁନରାବୃି ହେବ । ଉପରୋକ୍ତ ସମସ୍ତ ବିଷୟକୁ ଗମ୍ଭୀରତା ପୂର୍ବକ ବୁଦ୍ଧିରେ ଧାରଣ କଲେ ଯୋଗମାର୍ଗ ସହଜ ଓ ସ୍ବଭାବିକ ମନେ ହୋଇଥାଏ ।

୨) ସଂଶୟ:

ଗୀତାରେ କୁହାଯାଇଛି; ‘ସଂଶୟାତ୍ମା ବିନଶ୍ୟତି’ ଅର୍ଥାତ୍  ଯେଉଁ ରାଜଯୋଗୀ ପୁରୁଷାର୍ଥ ମାର୍ଗରେ ·ଲୁ ·ଲୁ ସଂଶୟଗ୍ରସ୍ତ ହୋଇଯାଏ ତା’ର ଆଧ୍ୟାତ୍ମିକ ପତନ ବା ମୃତୁ୍ୟ ହୁଏ । ଶ୍ରଦ୍ଧାର ଅଭାବରେ ସଂଶୟ ଉପôନ୍ନ ହୁଏ । ଶ୍ରଦ୍ଧାର ଆଧାର ହେଉଛିି ନିଶ୍ଚୟ । ଅନ୍ୟମାନଙ୍କ ପ୍ରଭାବରେ ଆସିବା ଦ୍ୱାରା ଏବଂ ଜ୍ଞାନର ନୁ୍ୟନତା ହେତୁ ସଂଶୟର ବୀଜାରୋପଣ ହୋଇଥାଏ । ଯଦି କେବେ ମନରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପôନ୍ନ ହୁଏ, ତେବେ ବୁଝିବାକୁ ହେବ ଯେ ସଂଶୟର ଅଙ୍କୁର ହେଉଛି । ଏପରି ପରିସ୍ଥିତିରେ କୌଣସି ଅନୁଭବୀ ବ୍ୟକ୍ତି ସମ୍ମୁଖରେ ନିଜର ସ୍ଥିତିକୁ ଖୋଲାଖୋଲି ରଖିବା ଉଚିତ ଓ ତାଙ୍କ ଦ୍ୱାରା ପ୍ରଦ ସମାଧାନ ମାର୍ଗରେ ନିିଶ୍ଚୟ ପୂର୍ବକ ·ଲିବା ଆବଶ୍ୟକ ।

୩) ବ୍ୟର୍ଥ ସଂକଳ୍ପ ବା କୁ-ସଂସ୍କାରର ଉଦୟ:

ପୁରୁଣା ଅଶୁଦ୍ଧ ସଂସ୍କାରଗୁଡ଼ିକୁ ସମ୍ପୂର୍ଣ୍ଣ ବିନଷ୍ଟ କରିବାର ସାଧନ ହେଉଛି ଯୋଗ । ଏଥିପାଇଁ ଯୋଗାଭ୍ୟାସ ଯେତିକି ଗଭୀର ହେଉଥାଏ ସେତିକି ବ୍ୟର୍ଥ ସଂକଳ୍ପ ଅଥବା କୁସଂସ୍କାରଗୁଡ଼ିକ ଉଦୟ ହେଉଥାନ୍ତି । ଏହି ସଂସ୍କାରଗୁଡ଼ିକ ଜାଗୃତ ହେବା ଦ୍ୱାରା ଜଣାଯାଏ ଯେ ମନରେ ପୁରୁଣା ମଳ ଅଛି ଓ ସେଗୁଡ଼ିକ ପରିଷ୍କାର କରିବା ଆବଶ୍ୟକ ଅଟେ । ଏହି ମନୋବିକାରଗୁଡ଼ିକ ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ହେଉଛିି ଯୋଗ । ଏଥିପାଇଁ ମନରେ ଅଶୁଦ୍ଧ ସଂସ୍କାରଗୁଡ଼ିିକର ବେଗ ଯେତେ ବି ପ୍ରବଳ ହେଉ ନା କାହିଁକି ଆମକୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜ୍ଞାନ ରୂପକ ସୁଦର୍ଶନ ଚକ୍ର ପ୍ରୟୋଗ କରି ସେଗୁଡ଼ିକର ବିନାଶ କରିବା ଉଚିତ ।

୪) ବିକଟ ପରିସ୍ଥିତି ଅଥବା ସମସ୍ୟା:

ରାଜଯୋଗ ଏକ ଆଧ୍ୟାତ୍ମିକ ଯାତ୍ରା । ଏହି ଯାତ୍ରାରେ ଅନାୟାସ ବେଳେବେଳେ ବିକଟ ପରିସ୍ଥିତି ଅଥବା ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡେ । ଏଥିରେ ଘାବରେଇ ଯାଇ କେତେକ ରାଜଯୋଗୀ ଯୋଗାଭ୍ୟାସ ତ୍ୟାଗ କରନ୍ତି । ଏପରି ପରିସ୍ଥିିତିରେ ସ୍ମରଣ ରଖିବା ଉଚିତ ଯେ ତାହା ଆମ ନିଜର ହିଁ ପୂର୍ବ କର୍ମର ଫଳ ଅଟେ । ଯଦି ଆମେ ସେଥିପାଇଁ ଯୋଗାଭ୍ୟାସ ତ୍ୟାଗ କରିଦେବା ତେବେ ସ୍ଥିତି ଓ ପରିସ୍ଥିତି ସୁଧୁରିବ କିପରି? ଆମକୁ ମନେ ରଖିବାକୁ ହେବ ଯେ ଜ୍ଞାନର ନୁ୍ୟନତା ହେତୁ ଏବଂ ମନ ଉପରେ ନିୟନ୍ତ୍ରଣ ନଥିବାରୁ ପରିସ୍ଥିତି ବିକଟ ରୂପ ଧାରଣ କରି ସମ୍ମୁଖକୁ ଆସେ । ଏଣୁ ଏପରି ପରିସ୍ଥିତିକୁ ଆତ୍ମିକ ସ୍ଥିତିରେ ରହି ଅତିକ୍ରମ କରିବାକୁ ହେବ ।

୫) କ୍ଳାନ୍ତି, ଉତ୍ସାହହୀନତା ଅଥବା ଅରୁଚି:

ଯୋଗାଭ୍ୟାସ କରୁଁ କରୁଁ ବେଳେ ବେଳେ ଯୋଗୀର ମନ ଥକିଯାଏ ଓ ତା’ର ଉତ୍ସାହ କମିଯାଏ । ଯୋଗାଭ୍ୟାସରେ ତା’ର ଅରୁଚି ଉପôନ୍ନ ହୋଇଯାଏ ଓ ସେ ନିତ୍ୟ-ପ୍ରତିଦିନ ବ୍ରହ୍ମ ମୁହୂର୍ରେ ଉଠିବା, ସ୍ନାନ, କରିବା, ନିୟମ ପାଳନ କରିବା ଆଦିପ୍ରତି ଉଦାସୀନତା ଅନୁଭବ କରେ । ତା’ ମନରେ ଅନେକାନେକ ସଂଶୟାତ୍ମକ ପ୍ରଶ୍ନ ଉପôନ୍ନ ହୁଏ । ଏପରି ପରିସ୍ଥିତିରେ ପୂର୍ବାପେକ୍ଷା ଅଧିକ ତୀବ୍ର ପୁରୁଷାର୍ଥ ଆବଶ୍ୟକ ହୋଇଥାଏ । କାରଣ ଏହା ତା’ର କଡା ସଂସ୍କାରର ଲକ୍ଷଣ । ମନରେ ବିଶ୍ୱାସ ଉପôନ୍ନ କରିବା ଉଚିତ୍ ଯେ ଅଭ୍ୟାସ କରୁଁ କରୁଁ ଦିନେ ନା ଦିନେ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ତେଣୁ ଧୈର୍ଯ୍ୟହରା ନହୋଇ ସତତ, ନିରନ୍ତର, ପୁରୁଷାର୍ଥ ମାର୍ଗରେ ·ଲୁଥିଲେ ଦିନେ ନା ଦିନେ ଅବଶ୍ୟ ଲକ୍ଷ୍ୟ ପ୍ରାପ୍ତ ହେବ । କାରଣ ଆମର ମାର୍ଗ ଦର୍ଶକ ହେଉଛନ୍ତି ସର୍ବ ସମର୍ଥ ଓ ସମ୍ପୂର୍ଣ୍ଣ ଜ୍ଞାନବାନ ପରମାତ୍ମା ।

୬) ପୂର୍ବ କର୍ମର ପ୍ରଭାବ ତଥା ଅନ୍ୟମାନଙ୍କ ବିରୋଧାତ୍ମକ ବ୍ୟବହାର:

କର୍ମ ସିଦ୍ଧାନ୍ତ ଅନୁସାରେ ମନୁଷ୍ୟର ଇହ ଜନ୍ମର ସୁଖ-ଦୁଃଖର ସମ୍ବନ୍ଧ ପୂର୍ବ ଜନ୍ମ ସହିତ ସମ୍ବନ୍ଧିତ ଅଟେ । କର୍ମଫଳ ଭୋଗ କରିବା ପାଇଁ ହିଁ ମନୁଷ୍ୟର ପୁନର୍ଜନ୍ମ ହୋଇଥାଏ । ଏଥିପାଇଁ ଏହି ଜନ୍ମରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲେ ନିରାଶ ନହୋଇ ନିଜ ପୁରୁଷାର୍ଥରେ ଲାଗି ରହିବା ଉଚିତ୍ । ଏକଥା ସର୍ବଦା ସ୍ମରଣ ରଖିବା ଉଚିତ ଯେ ଯିଏ କରିବ ସିଏ ପାଇବ ।’’ କର୍ମ ଅବିନାଶୀ ଅଟେ । ଆମ ପୁରୁଷାର୍ଥ ହିଁ ଆମର ସହାୟକ ହେବ । ବର୍ମାନ ସମ୍ମୁଖୀନ ହୋଇଥିବା କଷ୍ଟଗୁଡ଼ିକୁ ଅତିକ୍ରମ କରି ଆମେ ଯେତେବେଳେ ସଫଳତା ଲାଭ କରିବା ତେବେ ଲୋକେ ଆମ ପ୍ରଶଂସାରେ ଶତମୁଖ ହେବେ ।

୭) ମାନସିକ ଦଣ୍ଡ:

ମନୁଷ୍ୟ ଯେତେବେଳେ କୌଣସି ନକାରାତ୍ମକ କର୍ମ କରେ ସେତେବେଳେ ଏହାର ପ୍ରଭାବ ହେତୁ ତା’ର ବୁଦ୍ଧିର ଶକ୍ତି କ୍ଷୀଣ ହୋଇଯାଏ । ସେ ଉଚିତ ନିର୍ଣ୍ଣୟ ନେଇପାରେ ନାହିଁ । କାରଣ ବୁଦ୍ଧି ଦ୍ୱନ୍ଦ୍ୱ ଗ୍ରସ୍ତ ହୋଇପଡ଼େ । ଏପରି ପରିସ୍ଥିତିରେ ତା’ର ଖୁସି ଅନ୍ତର୍ହିତ ହୋଇଯାଏ । ଯୋଗ ମାର୍ଗରେ ଏହା ଏକ ବହୁତ ବଡ ବିଘ୍ନ । ଏ ପରିସ୍ଥିତି ଉପôନ୍ନ ହେଲେ ସଂପୃକ୍ତ ବ୍ୟକ୍ତି କୌଣସି ଅନୁଭବୀ ବ୍ୟକ୍ତି ସହିତ ନିଜ ମନକଥା ଖୋଲି କହିବା ଉଚିତ । ପଶ୍ଚାାପ ହେଉଛି ପ୍ରକୃତ ପ୍ରାୟଶ୍ଚିତ । ପଶ୍ଚାାପର ଅର୍ଥ ଆଗକୁ ସେହି ଭୁଲର ପୁନରାବୃି ନ କରିବା । ସକାରାତ୍ମକ କର୍ମ କରି ·ଲିଥିଲେ ନକାରାତ୍ମକ କର୍ମର ପରିଣାମର ନିବାରଣ ହେବାକୁ ଲାଗେ ।

୮) ବ୍ୟାଧି କିମ୍ବା ଶାରୀରିକ ଶିଥିଳତା

ଶରୀରକୁ ରୋଗର ଘର ବୋଲି କୁହାଯାଏ । ଶରୀରଃ ରୋଗମାଳୟମ୍ । ବୟସ ବଢ଼ିବା ସହିତ ଶରୀରର ଓଜ ଓ ତେଜ ମଧ୍ୟ କ୍ଷୀଣ ହେବାକୁ ଲାଗେ । ଶାରୀରିକ ଓ ମାନସିକ ଶିଥିଳତା ହେତୁ କର୍ମରେ ପୂର୍ବ ଭଳି ସ୍ଫୁିର୍ ରହେ ନାହିଁ । ଏହା ଏକ ପ୍ରାକୃତିକ ନିୟମ । ଜରାବସ୍ଥା ଅଲଙ୍ଘନୀୟ । କିନ୍ତୁ ଏହି ଶାରୀରିକ ବ୍ୟାଧି ତଥା ପରିବର୍ନ ଦ୍ୱାରା ଆମର ମନ ପ୍ରଭାବିତ ହେବା ଉଚିତ ନୁହେଁ । ମନରେ ଏହି ବି·ର ଉପôନ୍ନ କରିବା ଉଚିତ ଯେ ଯାହା ଅନିବାର୍ଯ୍ୟ ଅଟେ, ଯାହା ଆମର ସାମର୍ଥ୍ୟ ବାହାରେ ସେ ବିଷୟରେ ନକାରାତ୍ମକ ବି·ର ପୋଷଣ କରି ନିଜର ସୁଖ ଶାନ୍ତି କାହିଁକି ନଷ୍ଟ କରିବି? ଏହି ବ୍ୟାଧି ସମୂହ ମଧ୍ୟ ଆମର ପରୀକ୍ଷା ନେବାକୁ ଆସିଛି । ଏହା ଦ୍ୱାରା ଆମର ପ୍ରାରବ୍ଧ କ୍ଷୀଣ ହେଉଛି ।  ଅର୍ଥାତ୍ ପୂର୍ବ ଜନ୍ମର ସôତ ପାପ କର୍ମର ଫଳ ଇହ ଜନ୍ମରେ ଭୋଗ ହେବା ଦ୍ୱାରା ଧୀରେ ଧୀରେ ଲାଘବ ହେଉଛି । ଏହିପରି ସକାରାତ୍ମକ ଚିନ୍ତନ ଆମ ମଧ୍ୟରେ ସ୍ଫୁିର୍ ଜାତ କରି ଆଗକୁ ବଢ଼ିବା ପାଇଁ ଶକ୍ତି ପ୍ରଦାନ କରେ ।

ରାଜଯୋଗ ଦ୍ୱାରା ପ୍ରାପ୍ତି:

କ) ଆତ୍ମାର ଶୁଦ୍ଧିିକରଣ:

ଗହନ ଯୋଗାଭ୍ୟାସ ଦ୍ୱାରା ପ୍ରବଳ ଆଧ୍ୟାତ୍ମିକ ଉର୍ଜା ଉପôନ୍ନ ହୋଇଥାଏ । ଏହାକୁ ଯୋଗାଗ୍ନି କୁହାଯାଏ । ଯେପରି ଅଶୁଦ୍ଧ ସୁବର୍ଣ୍ଣ ଅଗ୍ନିରେ ଦଗ୍ଧ ହୋଇ ଶୁଦ୍ଧ ହୋଇଯାଏ ସେହିପରି ଯୋଗାଗ୍ନି ଦ୍ୱାରା ଆତ୍ମାରେ ସôତ ଜନ୍ମ ଜନ୍ମାନ୍ତରର ଅଶୁଦ୍ଧ ସଂସ୍କାର ଜଳିପୋଡ଼ି ପାଉଁଶ ହୋଇଯାଏ ଓ ଆତ୍ମା ଶୁଦ୍ଧ, ପବିତ୍ର, ନିର୍ମଳ ହୁଏ ।

ଖ) ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି:

·ରିତ୍ରିକ ପତନର କାରଣ ହେଉଛି ଆଧ୍ୟାତ୍ମିକ ଶକ୍ତିର ଅଭାବ । ଆଧ୍ୟାତ୍ମିକ ଶକ୍ତିଗୁଡ଼ିକ ମଧ୍ୟରୁ ନିମ୍ନଲିଖିତ ଶକ୍ତି ପ୍ରମୁଖ । ସେଗୁଡ଼ିକ ହେଲେ- ଜ୍ଞାନ ଶକ୍ତି, ବିବେକ ଶକ୍ତି, ଯୋଗ ଶକ୍ତି, ପବିତ୍ରତା ଶକ୍ତି ଓ ଧର୍ମ (ଧାରଣା) ଶକ୍ତି । ଏ ସମସ୍ତ ଶକ୍ତି ସର୍ବଶକ୍ତିବାନ ପରମପିତା ପରମାତ୍ମାଙ୍କଠାରୁ ପ୍ରାପ୍ତ ହୋଇଥାଏ । ରାଜଯୋଗୀ ୰ଜଗଦୀଶ ଚନ୍ଦ୍ର ହାସିଜା କହନ୍ତି- “ଧର୍ମ ମାର୍ଗରେ ·ଲିବା ପାଇଁ ମଧ୍ୟ ମନୁଷ୍ୟକୁ ଶକ୍ତି ଆବଶ୍ୟକ ହୋଇଥାଏ, କାରଣ ସେଥିରେ ଅନେକ ବାଧା ବିଘ୍ନ ଆସିଥାଏ । ମନୁଷ୍ୟକୁ  ସେହି ଶକ୍ତି ଅଥବା ଆଶୟ ଯଦି ନ ମିଳେ ତେବେ ସେ ଜ୍ଞାନ, ଯୋଗ, ପବିତ୍ରତା, ଅଥବା ଧର୍ମ ମାର୍ଗରେ ଅଗ୍ରସର ହୋଇପାରେ ନାହିଁ ଓ ତା’ର ଧାରଣା ଦୃଢ଼ ଅଥବା ପକ୍କା ହୋଇପାରିବ ନାହିଁ ।’’

ଯେପରି ବିଜୁଳି ଶକ୍ତି ପାୱାର ହାଉସ (ଚକ୍ଟଙ୍ଗରକ୍ସ ଐକ୍ଟଙ୍କଗ୍ଦର) ରୁ ମିଳିପାରେ, ଠିକ ସେହିପରି ଆତ୍ମିକ ଶକ୍ତି ମଧ୍ୟ ପରମାତ୍ମାଙ୍କଠାରୁ ପ୍ରାପ୍ତ ହୋଇପାରେ । ପରମାତ୍ମାଙ୍କଠାରୁ ଶକ୍ତି ଆହରଣ କରିବା ପାଇଁ ଯୋଗ ହେଉଛି ଏକମାତ୍ର ମାଧ୍ୟମ । ଯୋଗ ଦ୍ୱାରା ଶକ୍ତି କିପରି ପ୍ରାପ୍ତ ହୁଏ ଏ ବିଷୟରେ ରାଜଯୋଗୀ ଶିରୋମଣି ୰ଜଗଦୀଶ ଚନ୍ଦ୍ର ହାସିଜା କହନ୍ତି- “ଯୋଗକୁ ଲାଇଟ (ଖସଶଷଗ୍ଧ) ଓ ମାଇଟ (ଗସଶଷଗ୍ଧ) ଏହି ଅର୍ଥରେ କୁହାଯାଇଥାଏ ଯେ ତଦ୍ଧ୍ୱାରା ପରମାତ୍ମାଙ୍କ ସହିତ ସମ୍ବନ୍ଧ ଦ୍ୱାରା ଆତ୍ମାକୁ ପ୍ରକାଶ ଓ ଶକ୍ତି ପ୍ରାପ୍ତ ହୋଇଥାଏ । ଜ୍ଞାନ ଦ୍ୱାରା ମନୁଷ୍ୟକୁ ମୁକ୍ତି (ଢ଼ଙ୍ଗ, ପ୍ରଣାଳୀ) ରୂପକ ଶକ୍ତି ମିଳେ । ପରନ୍ତୁ ଯୋଗ ଦ୍ୱାରା ତ ମନୁଷ୍ୟ ପରମାତ୍ମାଙ୍କ ସହିତ “ଯୁକ୍ତ’’ ହୋଇଯାଏ ଓ ଯୁକ୍ତ ହେବା ହେତୁ  ତାକୁ ମୁକ୍ତି ଜୀବନ୍ମୁକ୍ତି ରୂପକ ଶକ୍ତି ମିଳେ । ଜ୍ଞାନ ଦ୍ୱାରା ମନୁଷ୍ୟ ପରିସ୍ଥିତି, ପୁରୁଷ ଓ ପୁରୁଷାର୍ଥକୁ ଠିକ୍ ଭାବରେ ସମ୍ପନ୍ନ କରିପାରେ, ଏତଦ୍ବ୍ୟତୀତ ଠିକ୍ ଭାବରେ କର୍ବ୍ୟ ମଧ୍ୟ ସମ୍ପାଦନ କରିପାରେ; ପରନ୍ତୁ ଯୋଗ ଦ୍ୱାରା ମନୁଷ୍ୟ ସ୍ବୟଂକୁ ବିଦେହୀ ଅନୁଭବ କରି ପ୍ରକାଶ ସ୍ବରୂପ ଓ ହାଲୁକା ଅନୁଭବ କରିଥାଏ । ତାକୁ କର୍ମଗୁଡ଼ିକର ବୋଝ ଅନୁଭବ ହୁଏ ନାହିଁ ଓ ନିଜ ପୂର୍ବ ସଂସ୍କାର ଅଥବା ସଂକଳ୍ପ ଆକର୍ଷଣ କରେ ନାହିଁ, ବରଂ ସେ ସେଗୁଡ଼ିକରୁ ମୁକ୍ତି ପାଇବାର ଶକ୍ତି ବା ସ୍ଥିତି ପ୍ରାପ୍ତ କରିପାରିଥାଏ ।’’

ଗ) ରାଜଯୋଗ ଦ୍ୱାରା ସିଦ୍ଧିଗୁଡ଼ିକର ପ୍ରାପ୍ତି:

ରାଜଯୋଗୀ ନିଜକୁ ଦେହଠାରୁ ପୃଥକ, ବାୟୁ ଭଳି ହାଲୁକା, ଆତ୍ମିକ ଶକ୍ତି ସମ୍ପନ୍ନ, ହର୍ଷ ଓ ଆନନ୍ଦ ବିଭୋର, ଈଶ୍ୱରୀୟ ସ୍ମୃତି ଜନିତ ମାଦକତାରେ ଭୋଳ ଅନୁଭବ କରିଥାନ୍ତି । ଅନ୍ୟମାନଙ୍କ ପ୍ରତି ତାଙ୍କ ମନରେ ସହାନୁଭୂତି, ସ୍ନେହ ତଥା ସୌହାର୍ଦ୍ଧ ଅନୁଭବ ହୋଇଥାଏ ।

ରାଜଯୋଗ ଦ୍ୱାରା ମନୋବଳ (ଡସକ୍ଷକ୍ଷ ଚକ୍ଟଙ୍ଗରକ୍ସ) ଖୁବ୍ ବୃଦ୍ଧି ପାଏ । ରାଜଯୋଗୀ ସର୍ବଦା ଉଲ୍ଲାସ ଅନୁଭବ କରନ୍ତି । ସେ ପ୍ରତ୍ୟେକ ପରିସ୍ଥିତିରେ ସମରସ ଅବସ୍ଥାରେ ସ୍ଥିତ ଥାଆନ୍ତି । ତାଙ୍କ ମଧ୍ୟରେ ଦିବ୍ୟଗୁଣ ସମୂହ ତଥା ପବିତ୍ରତା ଉଦୟ ହୋଇଥାଏ । ରାଜଯୋଗୀ ସ୍ଥିତପ୍ରଜ୍ଞ ଓ ସ୍ଥିର ବୁଦ୍ଧି (ଋକ୍ତଙ୍କରଦ୍ଭସବସଗ୍ଧଚ୍ଚ) ହୁଅନ୍ତି । ସେ ଅନେକ ବାଧା ବିଘ୍ନଗୁଡ଼ିକର ସମ୍ମୁଖୀନ ହେଲେ ମଧ୍ୟ ବ୍ୟସ୍ତ ଓ ବିଚଳିତ ହୁଅନ୍ତି ନାହିଁ । ସେ ସଂସାରର ମାନ ମର୍ଯ୍ୟାଦା ଓ ଖାଦ୍ୟ ପାନୀୟକୁ ବିଶେଷ ମହ୍ୱ ଦିଅନ୍ତି ନାହିଁ ।

ରାଜଯୋଗୀ ସର୍ବଦା ସକ୍ରିୟ, ସତର୍କ ଓ ବିନୟୀ ଏବଂ ସମୟାନୁସାରେ ପରିବର୍ନଶୀଳ (ଋକ୍ଷବଗ୍ଦଗ୍ଧସମ) ହୁଅନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟ କ୍ଷମତା ଏବଂ କୁଶଳତା ବୃଦ୍ଧିପାଏ । ସେ ସତ୍ୟତା ଏବଂ ସଦା·ର ଭାବନାରେ ପରିପୂର୍ଣ୍ଣ ରହନ୍ତି । ସେ ସିନେମା, ଫେଶନ ତଥା ମାଦକଦ୍ରବ୍ୟ ଆଦି ବ୍ୟସନରୁ ମୁକ୍ତ ଥାଆନ୍ତି । ସେ ବ୍ୟର୍ଥ ଚିନ୍ତନ ଓ କୌଣସି ନକାରାତ୍ମକ ଚିନ୍ତା କରନ୍ତି ନାହିଁ ।

ରାଜଯୋଗ ଦ୍ୱାରା ଅଷ୍ଟଶକ୍ତିର ପ୍ରାପ୍ତି:

ବିଧିପୂର୍ବକ ଓ ନିୟମିତ ରାଜଯୋଗ ଅଭ୍ୟାସ କରିବା ଦ୍ୱାରା ନିମ୍ନ ଶକ୍ତିଗୁଡ଼ିକ ପ୍ରାପ୍ତ ହୋଇଥାଏ ।

୧) ଦେହଠାରୁ ପୃଥକ ହେବାର ଶକ୍ତି:

ଏହି ଶକ୍ତିଦ୍ୱାରା ରାଜଯୋଗୀ ବିସ୍ତାରକୁ ସଂକୀର୍ଣ୍ଣ କରିବା ସାମର୍ଥ୍ୟ ଲାଭ କରେ । ଏହି ଶକ୍ତି ଆଧାରରେ ଯୋଗୀ ଅନ୍ତର୍ମନର ଗଭୀରତମ ପ୍ରଦେଶ ପର୍ଯ୍ୟନ୍ତ ଗତି କରିପାରେ । ଏହାଦ୍ୱାରା ଦେହ ତଥା ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ, ପରିସ୍ଥିତି ଓ ଘଟଣା ଆଦିରୁ ମନ ଓହରି ସ୍ବୀୟ ଚେତନା ଉପରେ କେନ୍ଦ୍ରିତ ହୋଇଥାଏ । ଏଠାରେ କଇଁଛର ଉଦାହରଣ ଦିଆଯାଇପାରେ । ଯୋଗୀ କଇଁଛ ସଦୃଶ ଯେତେବେଳେ ଆବଶ୍ୟକ ହୁଏ ସ୍ବୀୟ କର୍ମେନ୍ଦ୍ରିୟଗୁଡ଼ିକର ଉପଯୋଗ କରେ ଓ ଯେତେବେଳେ ଆବଶ୍ୟକ ନ ଥାଏ ସେତେବେଳେ ସେଗୁଡ଼ିକୁ ଅପସାରଣ କରିନିଏ । ଅନ୍ୟ ଅର୍ଥରେ ସେ ନିଜ କର୍ମେନ୍ଦ୍ରିୟ ସମୂହ ଦ୍ୱାରା ବଶୀଭୂତ ହୁଏ ନାହିଁ । ଏଥିପାଇଁ ସେ ବ୍ୟର୍ଥ ବୈ·ରିକ ଶୃଙ୍ଖଳାରୁ ନିଷ୍କୃତି ପାଏ ଓ ଯେତେବେଳେ ·ହେଁ ଦେହଠାରୁ ପୃଥକ ହୋଇପାରେ । ଏହି ଶକ୍ତି ପ୍ରୟୋଗ ଦ୍ୱାରା ଯୋଗୀ ସ୍ବୟଂକୁ ପୁନଃ ·ର୍ଜ (ଉଷବକ୍ସଶର) କରିନିଏ ଓ ନିଜ ଶକ୍ତିର ସୟ କରୁଥାଏ ।

୨) ସଂକଳ୍ପ ସମୂହକୁ ଅପସାରଣ କରିବା ଶକ୍ତି:

ମୃତୁ୍ୟ ଓ ବିନାଶ ଅ·ନକ ଆସିବ- ଏହି ବିଷୟରେ ରାଜଯୋଗୀର କୌଣସି ସନ୍ଦେହ ନଥାଏ । ଏହି ଶକ୍ତି ପ୍ରୟୋଗ କରି ସେ କୌଣସି ମଧ୍ୟ ଅପ୍ରତ୍ୟାଶିତ ପରିସ୍ଥିତି ଅଥବା ଦୁର୍ଘଟଣାର ସମ୍ମୁଖୀନ ହୋଇପାରେ । ସେ ଯେ କୌଣସି ସମୟରେ ମଧ୍ୟ ତା’ ଉପରେ ନ୍ୟସ୍ତ କର୍ବ୍ୟ କର୍ମ  କରିବାକୁ ପ୍ରସ୍ତୁତ ଥାଏ । ଏହି ଶକ୍ତିକୁ “ଉପଲବ୍ଧତା’’ କିମ୍ବା “ଉପଯୁକ୍ତତା’’ ନାମରେ ନାମିତ କରାଯାଇପାରେ । କାରଣ ଏହି ଶକ୍ତି ସମ୍ପନ୍ନ ବ୍ୟକ୍ତି ନିକଟରେ ସବୁକିଛି ଉପଲବ୍ଧ ଥାଏ; ତାଙ୍କ ଲକ୍ଷ୍ୟ ସ୍ପଷ୍ଟ ଅଟେ । ସେ ଉପଯୁକ୍ତ ନିର୍ଣ୍ଣୟ ନେବା ପାଇଁ ସମର୍ଥ ଅଟନ୍ତି । ସେ ବିତି ଯାଇଥିବା ଘଟଣା ବିଷୟରେ ବ୍ୟର୍ଥ ବି·ର କରି ସମୟ ନଷ୍ଟ କରନ୍ତି ନାହିଁ । ସେ ବିଗତ ଘଟଣାର ଅନୁଭବ ଦ୍ୱାରା ଭବିିଷ୍ୟତର ସର୍ବୋମ ନିର୍ମାଣ କରନ୍ତି ।

୩) ସହନ ଶକ୍ତି:

ଏହି ଆନ୍ତରିକ ଶକ୍ତି ପ୍ରାପ୍ତ କରିବା ଦ୍ୱାରା ବ୍ୟକ୍ତି କୌଣସି ମଧ୍ୟ ପରିସ୍ଥିତିରେ ସମରସ ଅବସ୍ଥା ବଜାୟ ରଖିପାରିବ । ସେ ନିନ୍ଦା, ସ୍ତୁତି, ଜୟ-ପରାଜୟ, ସୁଖ-ଦୁଃଖ, ମାନ-ଅପମାନ ଆଦି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ସମାନ ରହେ । ଏଥିପାଇଁ ଗୀତାରେ କୁହାଯାଇଛି- “ସମତ୍ୱଂ ଯୋଗ ଉଚ୍ୟତେ’’ । ସହନଶକ୍ତି ଦ୍ୱାରା ସାହସ ଉପôନ୍ନ ହୁଏ । ଏହାଦ୍ୱାରା ମନୁଷ୍ୟ ରଚନାତ୍ମକ ଭାବରେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବା ପୂର୍ବକ ପ୍ରତ୍ୟେକ ସ୍ଥିତି ଏବଂ ବ୍ୟକ୍ତି ଦ୍ୱାରା ସମ୍ମାନ ପୂର୍ବକ କାମ ହାସଲ କରିପାରେ । ଏହି ଶକ୍ତି ପରିପ୍ରେକ୍ଷୀରେ ଫଳରେ ପରିପୂର୍ଣ୍ଣ ବୃକ୍ଷର ଦୃଷ୍ଟାନ୍ତ ନିଆଯାଇପାରେ ଯିଏ କି ଟେକା ଫିଙ୍ଗୁଥିବା ବ୍ୟକ୍ତିକୁ ତା’ର ସୁମିଷ୍ଟ ଫଳ ପ୍ରଦାନ କରିଥାଏ । ଯେତେବେଳେ ଆମର କେହି କ୍ଷତି ପହୁାଏ, ଯେତେବେଳେ ଆମେ କୌଣସି ବିକଟ ପରିସ୍ଥିତିରେ ଫସି ଯାଉଁ, ଯେତେବେଳେ ଆମକୁ କେହି ବ୍ୟର୍ଥ ନିନ୍ଦା କରେ, ଯେତେବେଳେ ଆମକୁ ନିଜ ପଦ ମର୍ଯ୍ୟାଦା ଅନୁରୂପ ଅପେକ୍ଷିତ ସମ୍ମାନ ଓ ବ୍ୟବହାର ମିଳେ ନାହିଁ ସେତେବେଳେ ଏହି ଶକ୍ତି ପ୍ରକଟ ହୋଇଥାଏ ଓ ଆମେ ସେପରି ପରିସ୍ଥିତି ପ୍ରତି ଅନାସକ୍ତ ହୋଇଯାଉଁ ।

୪) ଅନ୍ତର୍କରଣୀୟ ଶକ୍ତି:

ଏହି ଶକ୍ତି ପ୍ରାପ୍ତ ବ୍ୟକ୍ତି ଅନ୍ୟ ସହିତ ନିଜକୁ ଖାପ ଖୁଆଇ ଚଳିପାରେ, କାରଣ ଏହି ଶକ୍ତି ସମ୍ପନ୍ନ ବ୍ୟକ୍ତି ଶିଷ୍ଟା·ରଶୀଳ, ନମନୀୟ ଓ ନମ୍ର ସ୍ବଭାବର ହୁଅନ୍ତି । ନିଜଠାରୁ ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ସମ୍ମାନ ଓ ଆଦର ପୂର୍ବକ ବ୍ୟବହାର କରନ୍ତି । ସେ କାହାରିକୁ ନିଜଠାରୁ ନିକୃଷ୍ଟ ମନେ କରନ୍ତି ନାହିଁ । ଏହି ଶକ୍ତି ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ନମନୀୟତା ଥାଏ କିନ୍ତୁ ସେ ଦୁର୍ବଳ ନୁହନ୍ତି । ସେ କୌଣସି ନକାରାତ୍ମକ ପରିସ୍ଥିତିରେ ସଂଘର୍ଷ କରିବା ପରିବେର୍ ସହି ଯାଆନ୍ତି ଏବଂ ସେହି ସମୟ ଅତିକ୍ରାନ୍ତ ହେଲା ପରେ ପୁନଃ ନିଜର ବାସ୍ତବିକ ସ୍ଥିତିକୁ ଫେରି ଆସନ୍ତି । ଏପରି ବ୍ୟକ୍ତି ସର୍ବଦା ସନ୍ତୁଷ୍ଟ ଓ ପ୍ରସନ୍ନ ରହନ୍ତି ଏବଂ ତାଙ୍କ ସମ୍ବନ୍ଧ ଓ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ସମ୍ମାନ ଓ ପ୍ରଶଂସା ଲାଭ କରନ୍ତି । ସମୟର ଆବଶ୍ୟକତାକୁ ଅନୁଭବ କରି ସେ ନଇଁ ପଡିବାକୁ କୁଣ୍ଠିତ ହୁଅନ୍ତି ନାହିଁ; କିନ୍ତୁ ନିଜ ସିଦ୍ଧାନ୍ତ ଓ ଲକ୍ଷ୍ୟରୁ ବିଚୁ୍ୟତ ହୁଅନ୍ତି ନାହିଁ । ତାଙ୍କ ହୃଦୟ ସମୁଦ୍ର ପରି ବିଶାଳ । ସମୁଦ୍ର ସମସ୍ତ ନଦୀକୁ ନିଜ ମଧ୍ୟରେ ସ୍ଥାନ ଦିଏ; କିନ୍ତୁ ସେଗୁଡ଼ିକର ଗୁଣ ଦ୍ୱାରା ପ୍ରଭାବିତ ହୁଏ ନାହିଁ । ସେହିଭଳି ରାଜଯୋଗରୁ ପ୍ରାପ୍ତ ଅନ୍ତର୍କରଣୀୟ ଶକ୍ତିଦ୍ୱାରା ଜଣେ ନିନ୍ଦା ଓ ସ୍ତୁତିକୁ ସମାନ ଭାବରେ ଗ୍ରହଣ କରେ ଓ ନିସ୍ପୃହ ତଥା ଦ୍ୱେଷ ରହିତ ହୋଇ ନିଜ ସିଦ୍ଧାନ୍ତକୁ ପାଥେୟ କରି ଲକ୍ଷ୍ୟ ଅଭିମୁଖେ ଦୃଢ଼ତା ସହ ଆଗେଇଯାଏ ।

୫. ପରଖିବା ଶକ୍ତି

ପରଖିବା ଶକ୍ତି ବଳରେ ଜଣେ ହୀରା ବ୍ୟବସାୟୀ ପଥର ଓ ହୀରା ମଧ୍ୟରେ ପାର୍ଥକ୍ୟ ଜାଣିପାରେ । ରାଜଯୋଗ ଦ୍ୱାରା ପ୍ରାପ୍ତ ଏହି ପରଖିବା ଶକ୍ତି ହେତୁ ଜଣେ ରାଜଯୋଗୀ ଲାଭ ଏବଂ କ୍ଷତି ମଧ୍ୟରେ ପ୍ରଭେଦ ନିରୂପଣ କରିବା ପାଇଁ ସକ୍ଷମ ହୁଅନ୍ତି । ଏହି ପରଖିବା ଶକ୍ତି କେବଳ ସୂଚନାଗୁଡିକୁ ସଂଗ୍ରହ କରିବା ନୁହେଁ, ଏହା ହେଉଛି ବିଶ୍ଳେଷଣ କରିବା, ଚୟନ କରିବା, ସଂଶ୍ଳେଷଣ କରିବା, ପ୍ରାଥମିକତା ପ୍ରଦାନ କରିବା, ଅନୁମାନ ଲଗାଇବା ଏବଂ ମୂଲ୍ୟାଙ୍କନ କରିବା । ଏହି ଯୋଗ୍ୟତା ଆଧାରରେ ଜଣେ ନିଜ ତଥା ଅନ୍ୟମାନଙ୍କ ବି·ର, ଶବ୍ଦ ଏବଂ କାର୍ଯ୍ୟଗୁଡିକୁ ଯଥାର୍ଥ ମୂଲ୍ୟାଙ୍କନ କରିପାରେ । ଏହି ଶକ୍ତି  ପ୍ରତ୍ୟେକ ବସ୍ତୁକୁ ତା’ର ବାସ୍ତବ ସ୍ବରୂପରେ ଦେଖିବାର କ୍ଷମତା ପ୍ରଦାନ କରିଥାଏ ।

୬. ନିର୍ଣ୍ଣୟ ଶକ୍ତି

ଅନେକ ସମ୍ଭାବନା ମଧ୍ୟରେ ସର୍ବୋମର ଚୟନ କରିବା ହେଉଛି ଉଚିତ ନିର୍ଣ୍ଣୟ । ଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ନ ଜାଣିବା ପର୍ଯ୍ୟନ୍ତ ଉଚିତ ନିର୍ଣ୍ଣୟ ନେବା ସମ୍ଭବ ହୁଏ ନାହିଁ । ନିର୍ଣ୍ଣୟ ଶକ୍ତି ଦ୍ୱାରା ଜଣେ ସ୍ପଷ୍ଟ, ଶୀଘ୍ର, ଯଥାର୍ଥ ଓ ପୁର୍ବାଗ୍ରହ ରହିତ ନିର୍ଣ୍ଣୟ ନେବା ପାଇଁ ସକ୍ଷମ ହୋଇପାରେ ।

୭. ସମ୍ମୁଖୀନ ହେବାର ଶକ୍ତି

ସତ ମାର୍ଗରେ ·ଲିବା ପାଇଁ ଜଣେ ଯେତେବେଳେ ନିର୍ଣ୍ଣୟ ନିଏ ସେତେବେଳେ ଅନେକ ବାଧା ବିଘ୍ନ ତା’ର ପଥ ଓଗାଳନ୍ତି । ଏଗୁଡିକୁ ଅତିକ୍ରମ କରି ଲକ୍ଷ୍ୟ ପର୍ଯ୍ୟନ୍ତ ପହୁିବା ପାଇଁ ସାହସର ଆବଶ୍ୟକତା  ହୁଏ । ସମ୍ମୁଖୀନ ହେବା ଶକ୍ତି ବ୍ୟକ୍ତିକୁ  ସାହସ ପ୍ରଦାନ କରେ । ଏହି ଶକ୍ତି ବଳରେ ସେ ବିକଟ  ପରିସ୍ଥିତିରେ ମଧ୍ୟ ହାର ନ ମାନି ଦୃଢ଼ତା ପୂର୍ବକ ଆଗକୁ ବଢ଼ି·ଲେ । ଏହି ଶକ୍ତି ତାଙ୍କୁ ସମସ୍ୟାବହୁଳ ଓ ଦୁଷ୍କର ମନେ ହେଉଥିବା କାର୍ଯ୍ୟକୁ ସଫଳତା ପୂର୍ବକ ସମ୍ପନ୍ନ କରିବାର ସହାୟକ ହୋଇଥାଏ ।

୮. ସହଯୋଗ ଶକ୍ତି

ସକ୍ରିୟ ଜୀବନ ଯାପନ ପାଇଁ ଏହି ଶକ୍ତି ଏକାନ୍ତ ଆବଶ୍ୟକ । ଏହି ଶକ୍ତି ବ୍ୟକ୍ତିକୁ ଅନ୍ୟମାନଙ୍କ ବିଶେଷତାକୁ ଚିହ୍ନଟ କରି ଓ ସେଗୁଡିକର ଯଥାର୍ଥ ପ୍ରୟୋଗ କରି ପାରିବାର କ୍ଷମତା ଦେଇଥାଏ । ଯେଉଁ ସଙ୍ଗଠନରେ ଲୋକେ ପରସ୍ପରକୁ ସହଯୋଗ କରି ଆଗକୁ ବଢ଼ନ୍ତି ତା’ର ଏକ ସାମୁହିକ ମୂଲ୍ୟ ଥାଏ ଓ ଏହାଦ୍ୱାରା ସମାଜର ଅଶେଷ କଲ୍ୟାଣ ସାଧିତ ହୁଏ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର