(19) ାା ପମ ଅଧ୍ୟାୟ ।ା ରାଜଯୋଗର ସହଜ ସ୍ବରୂପ
ାା ପମ ଅଧ୍ୟାୟ ।ା
ରାଜଯୋଗର ସହଜ ସ୍ବରୂପ
ଜ୍ଞାନ ମାର୍ଗରେ ଆମେ ଯେତିକି ଆଗକୁ ଅଗ୍ରସର ହେବା ସେତିକି ଆମ ପୂର୍ବ କଳ୍ପର ସମସ୍ତ ସ୍ମୃତି ଜାଗ୍ରତ ହେବ । ଯାତ୍ରା ଅନ୍ତିମ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିଲେ ଆମେ ଅବଶ୍ୟ ଦିନେ ନା ଦିନେ ସ୍ମୃତି ସ୍ବରୂପ ବନିଯିବା ; ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ଏହିପରି ମନୋସ୍ଥିତି ଆସିଲେ ଆଉ ଯୋଗାଭ୍ୟାସର ଆବଶ୍ୟକତା ରହିବ ନାହିଁ । କାରଣ ଆମେ ସେତେବେଳେ ଯୋଗ ସ୍ବରୂପ ହୋଇଯାଇଥିବା । ଆମକୁ ଯେତିକି ଆମ ବାସ୍ତବିକ ସ୍ବରୂପର ଆଭାସ ହେଉଥିବ, ସେତିକି ଆମ ପାଇଁ ଯୋଗ ସରଳ ରୂପ ଧାରଣ କରୁଥିବ, ଯୋଗ ଏକ ସ୍ମୃତି ଅଥବା ସଚେତନତା (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ଅଟେ ।
ଏହି ପ୍ରସଙ୍ଗରେ ଶ୍ରୀମଦ୍ଭାଗବତ ବର୍ଣ୍ଣିତ ଗୋପ-ଗୋପୀ ପ୍ରକରଣ ପ୍ରଣିଧାନ ଯୋଗ୍ୟ । ସେମାନେ ତପ,ଜପ,ଧ୍ୟାନ ଓ ଗୃହତ୍ୟାଗ କରି ନ ଥିଲେ । ତଥାପି ମଧ୍ୟ ସେମାନେ ସର୍ବଦା ପ୍ରଭୁ ପ୍ରେମରେ ବିଭୋର ରହୁଥିଲେ । ସେମାନଙ୍କ ମନରେ ଭଗବାନଙ୍କ ଛବି ଲାଖି ରହିଥିଲା । ସେମାନେ ତନୁ, ମନ ଓ ଧନ ସବୁକିଛି ପ୍ରଭୁଙ୍କୁ ସମର୍ପଣ କରି ଅନାସକ୍ତ ଭାବରେ ଗୃହସ୍ଥ ଧର୍ମ ପାଳନ କରୁଥିଲେ । ଅନ୍ୟପକ୍ଷରେ ହଠଯୋଗୀ ସନ୍ୟାସୀଗଣ ଘରଗୃହସ୍ଥ ତ୍ୟାଗ କରି ଅରଣ୍ୟରେ ଜୀବନ ଯାପନ ପୂର୍ବକ କଠିଣ ଯୋଗ ସାଧନା ସେ୍ୱ ମଧ୍ୟ ପ୍ରଭୁ ସାନ୍ନିଧ୍ୟରୁ ବିତ ରହୁଥିଲେ । ଏଥିରୁ ଅନୁମେୟ ଯେ ଏ ଉଭୟଙ୍କ ମଧ୍ୟରୁ କିଏ ପରମ ଭାଗ୍ୟଶାଳୀ; କାହାର ମାର୍ଗ ସରଳ, କାହାର ପ୍ରାପ୍ତି ସର୍ବ ଶ୍ରେଷ୍ଠ?
ଆମେ ରାଜଯୋଗୀଗଣ ମଧ୍ୟ ଉପରୋକ୍ତ ଦୃଷ୍ଟାନ୍ତର ଅନୁକରଣ କରିବା ପୂର୍ବକ ଆମ ଯୋଗକୁ ସରଳ ସ୍ବରୂପ ପ୍ରଦାନ କରି ପାରିବା । ଆମକୁ ମନେ ରଖିବାକୁ ହେବ ଯେ ଆମେ ହିଁ ସେହି ପରମ ସୌଭାଗ୍ୟଶାଳୀ ଗୋପ-ଗୋପୀ ପୁନଶ୍ଚ ବର୍ମାନ ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୋଇ ତାଙ୍କ ପ୍ରତ୍ୟେକ ଦିବ୍ୟ କର୍ବ୍ୟକୁ ଏହି ଚର୍ମ ନେତ୍ରରେ ଅବଲୋକନ କରିବାର ସୁଯୋଗ ପାଇଛୁ । ଆମେ ଯେତେବେଳେ ଗୋପ- ଗୋପୀ ସ୍ବରୂପରେ ସର୍ବ ସମ୍ବନ୍ଧ ସହିତ ପରମପିତା ପରମାତ୍ମାଙ୍କ ସତତ ସାହଚର୍ଯ୍ୟ ଅନୁଭବ କରିବା ସେତେବେଳେ ଆମ ପାଇଁ ଯୋଗ ଆଉ ସାଧନା ବିଷୟ ନ ହୋଇ ସରଳ, ସହଜ ଓ ସ୍ବାଭାବିକ ମନେ ହେବ ଏବଂ ଆମେ ଈଶ୍ୱରୀୟ ବରଦାନ ସ୍ବରୂପ ଅନେକ ଦିବ୍ୟ ଶକ୍ତିର ଅଧିକାରୀ ହୋଇପାରିବା । ଏହିପରି ସହଜ ଯୋଗୀ ହେବା ପାଇଁ ସର୍ବପ୍ରଥମେ ନିଜର ବାସ୍ତବିକ ସ୍ବରୂପ ଜାଣିବା ଦରକାର ଓ ଏକ ପରମାତ୍ମାଙ୍କୁ ହିଁ ନିଜର ସବୁକିଛି ମାନି ତାଙ୍କ ପ୍ରେମରେ ବିଭୋର ହୋଇଯିବାକୁ ପଡିବ । ଏଥିପାଇଁ ନମ୍ନ ପ୍ରଦ ଜ୍ଞାନ ବିନ୍ଦୁଗୁଡ଼ିକ ନିତ୍ୟ ନିରନ୍ତର ସ୍ମରଣ ରଖି ଅନୁଭବ କରିବା ଏକାନ୍ତ ଆବଶ୍ୟକ ।
ମୁଁ କିଏ?
କେବଳ ଏହା ଜାଣିବା ପର୍ଯ୍ୟାପ୍ତ ନୁହେଁ ଯେ ମୁଁ ଏହି ଦେହରୁ ଭିନ୍ନ ଏକ ଚୈତନ୍ୟ ସା ଆତ୍ମା ଅଟେ । ମୁଁ କି ପ୍ରକାର ଆତ୍ମା, ସୃଷ୍ଟି ଆଦିରୁ ଅନ୍ତ ପର୍ଯ୍ୟନ୍ତ ମୋର ଏ ସୃଷ୍ଠି ରଙ୍ଗ ମରେ କି କି ଭୂମିକା ରହିଥିଲା-ଏହି ଆଭାସ ଯେତିକି ଯେତିକି ହେବାକୁ ଲାଗିବ ସେତିକି ସେତିକି ଆତ୍ମିକ ସ୍ଥିତି ସରଳ ରୂପ ଗ୍ରହଣ କରିବ । ଆମର ଏହି ଈଶ୍ୱରୀୟ ନିଶା ବଢ଼ିବାକୁ ଲାଗିବ ଯେ ମୁଁ ହିଁ ସେହି ଦେବାତ୍ମା ଅଟେ ଯାହାଙ୍କୁ ଆଜି ଭକ୍ତ ବିଭିନ୍ନ ମନ୍ଦିରରେ ବରଦାନ ପାଇବା ଆଶାରେ ପ୍ରାର୍ଥନା କରୁଛନ୍ତି । ସୃଷ୍ଟି ଚକ୍ରରେ ନିଜର ମହ୍ୱ ଜ୍ଞାତ ହେଲେ ଜୀବନ ମହାନ ହୋଇଯିବ । ନିଜର ମହାନତା ଅନୁଭବ ହେବାକୁ ଲାଗିଲେ “ମୁଁତ୍ୱ” ଜୀବନରୁ ଦୂର ହେବାକୁ ଲାଗିବ । ଏଣୁ “ମୁଁ କିଏ” ଏହି ଚିନ୍ତନ ପ୍ରତ୍ୟେକ ଯୋଗୀ ଏକାନ୍ତରେ ଅବଶ୍ୟ ଚିନ୍ତନମନନ କରିବା ଉଚିତ ।
ମୋର ପିତା କିଏ ?
“ମୁଁ ଆତ୍ମା” ନିଶ୍ଚୟ କଲା ପରେ ‘ମୁଁ’ କାହାର ସନ୍ତାନ ଏକଥା ବି·ର କରନ୍ତୁ । ମୁଁ କାହାର ଛତ୍ରଛାୟା ତଳେ ଅଛି? ଏ ସଂସାରରେ କୌଣସି ବିଶାଳୀ କିମ୍ବା ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତିର ସନ୍ତାନ ନିଜକୁ ଅନ୍ୟମାନଙ୍କଠାରୁ ବିଶେଷ ଉଚ୍ଚ ବୋଲି ମନେ କରେ । ତେଣୁ ତା’ର ·ଲିଚଳଣ, କଥାବାର୍ା, କର୍ମ, ବି·ର ଆଦିରେ ତା’ର ପିତାଙ୍କ ଶକ୍ତି ବା କ୍ଷମତାର ପ୍ରଭାବ ଦେଖିବାକୁ ମିଳେ । ଏହା ସ୍ବତଃସ୍ଫୁର୍ ହୋଇଥାଏ । ସେଥିପାଇଁ ତାକୁ କୌଣସି ସାଧନା କରିବାକୁ ପଡେ ନାହିଁ । କାରଣ ପ୍ରତି ମୁହୂର୍ରେ ସେ ତା’ର ପାରିବାରିକ ଆଭିଜାତ୍ୟ ଓ ପିତାଙ୍କ ପ୍ରଭୁତ୍ୱ ବିଷୟରେ ସଜାଗ ଥାଏ ଓ ତଦନୁରୂପ ତା’ର ବ୍ୟବହାର ହୋଇଥାଏ । ସେହିପରି ଜଣେ ରାଜଯୋଗୀର ସ୍ମୃତିରେ ଏକଥା ଲାଖି ରହିବା ଉଚିତ ଯେ - “ମୁଁ କାହାର ପୁତ୍ର? ମୋର ପିତା କିଏ.” ଏହି ସ୍ମୃତିର ନିଶା ମନ-ମସ୍ତିଷ୍କରେ ଆଚ୍ଛନ୍ନ ହୋଇଗଲେ ତାହା ଆମ ଜୀବନ ପରିବର୍ନର ଆଧାର ବନି ଯିବ । ମୋର ପିତା ସିଏ ଯାହାକୁ ଭକ୍ତ ଭଗବାନ କହି ମନ୍ଦିର କିମ୍ବା ପାର୍ବତ୍ୟ ଗୁମ୍ପାଗୁଡ଼ିକରେ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ମୋର ପାରଲୌକିକ ପରମପିତା ସିଏ ଯାହାଙ୍କ ସାନ୍ନିଧ୍ୟ ପ୍ରାପ୍ତି ପାଇଁ ମହା ମୁନି, ମହାଋଷିଗଣ ଘୋର ତପସ୍ୟା କରୁଛନ୍ତି । ବର୍ମାନ ସେହି ପରମ ପିତା ସାକ୍ଷାତ ପରମଧାମରୁ ଏ ଧରାପୃଷ୍ଠରେ ଅବତରିତ ହୋଇ ପ୍ରଜାପିତା ବ୍ରହ୍ମା ମାଧ୍ୟମରେ ମୋତେ ପୁତ୍ର ରୂପେ ଗ୍ରହଣ କରି ଈଶ୍ୱରୀୟ ପାଳନା ଦେଉଛନ୍ତି ତଥା ତାଙ୍କ ଜ୍ଞାନ, ଗୁଣ ଓ ଶକ୍ତିର ଉରାଧିକାରୀ ରୂପେ ଚୟନ କରିଛନ୍ତି । ଆହା! ମୁଁ କେତେ ଭାଗ୍ୟବାନ; ଯାହାର ପିତା ସ୍ବଂୟ ଗଭବାନ ।
ମୋର ପରମ ଶିକ୍ଷକ କିଏ?
ସଦା ଏକଥା ସ୍ମରଣ ରହିବା ଉଚିତ ଯେ ମୋର ଶିକ୍ଷାଦାତା କିଏ? ମୋତେ କିଏ ପ୍ରତ୍ୟହ ଶିକ୍ଷା ପ୍ରଦାନ କରନ୍ତି ଯାହାଙ୍କୁ ଲୋକେ ଗୁରୁଦ୍ୱାର, ତୀର୍ଥସ୍ଥଳ, ଅରଣ୍ୟ, ଗିରିକନ୍ଦର ଆଦିରେ ଖୋଜି ଖୋଜି ପାଇ ପାରି ନାହନ୍ତି, ଯାହାଙ୍କ ବାଣୀ ଶୁଣିବା ପାଇଁ ଲୋକେ କ୍ଲିଷ୍ଟ ସାଧନା ସେ୍ୱ ବିଫଳ ହୋଇଛନ୍ତି? ସେହି ପରମ ଶିକ୍ଷକଙ୍କ ମଧୁର ବାଣୀ ପ୍ରତ୍ୟହ ମୋର କର୍ଣ୍ଣ ଯୁଗଳରେ ଗୁଞ୍ଜରିତ ହୋଇ ମୋର ଅଜ୍ଞାନ ଅନ୍ଧକାରକୁ ଦୂର କରୁଛି । ଯେଉଁ ରହସ୍ୟକୁ ମହାନ ବିଦ୍ୱାନଗଣ ମଧ୍ୟ ଭେଦିବାକୁ ଅସମର୍ଥ ହୋଇଛନ୍ତି, ସେଗୁଡିକ ସେହି ପରମ ଶିକ୍ଷକ ଅତି ସହଜ ଭାବରେ ଶୁଣାଇ ମୋତେ ସମସ୍ତ ସନ୍ଦେହରୁ ମୁକ୍ତ କରିଛନ୍ତି । ଯେଉଁ ଜଟିଳ ପ୍ରଶ୍ନଗୁଡିକର ମୀମାଂଶା ଶାସ୍ତ୍ର-ପୁରାଣ ତଥା ମୁନି ଋଷିଗଣ କରିବାକୁ ଏପର୍ଯ୍ୟନ୍ତ ସମର୍ଥ ହୋଇ ନାହାନ୍ତି, ମୋର ପରମ ଶିକ୍ଷକ ଅତି ସରଳ ଭାବରେ ସେଗୁଡିକର ଉର ମୋତେ ବତାଇ ଦେଇଛନ୍ତି । ମୋର ପରମ ଶିକ୍ଷକ ସମସ୍ତ ଜ୍ଞାନର ମହାସାଗର । ସେହି ପରମ ଶିକ୍ଷକଙ୍କ ମୁଁ ଛାତ୍ର । ଏହି ସ୍ମୃତି ନିଶା ପରି ଘାରିଲେ ଆତ୍ମାକୁ ସହଜରେ ଶକ୍ତିଶାଳୀ କରିଦିଏ ।
ମୋର ପରମ ସତ୍ଗୁରୁ କିଏ?
କୌଣସି ଶିଷ୍ୟ ତା’ର ଗୁରୁଙ୍କ ସିଦ୍ଧି ଓ ମହାନ କାର୍ଯ୍ୟ ପାଇଁ ଗର୍ବ କରିଥାଏ । ଏ ଭଳି ପ୍ରସିଦ୍ଧ ଗୁରୁଙ୍କ ସେ ଶିଷ୍ୟ ବୋଲି ସର୍ବତ୍ର ଡିଣ୍ଡିମ ପିଟେ ଓ ଏଥିପାଇଁ ନିଜକୁ ଗୌରବାନ୍ୱିତ ମନେ କରେ । ଏହି ନ୍ୟାୟରେ ପ୍ରତ୍ୟେକ ବ୍ରହ୍ମାବତ୍ସମାନେ ବି·ର କରିବା ଉଚିତ ଯେ ଆମର ଶରଣ ଦାତା କିଏ ? ସେହି ସର୍ବ ଶକ୍ତିବାନ୍, ସର୍ବାତ୍ମାଙ୍କ ମାର୍ଗ ପ୍ରଦର୍ଶକ ମୁକ୍ତି ଦାତା, ଭାଗ୍ୟ ବିଧାତା ଆମ୍ଭମାନଙ୍କର ସଦ୍ଗୁରୁ ଅଟନ୍ତି ଯିଏ ସମସ୍ତ ଗୁରୁଙ୍କ ଉଦ୍ଧାରକ ସେ ଆମକୁ ଶିଷ୍ୟ ରୂପେ ଗ୍ରହଣ କରିଛନ୍ତି । ସେ ଆମକୁ ତାଙ୍କ ଛତ୍ରଛାୟା ତଳେ ସ୍ଥାନ ଦେଇ ସୁରକ୍ଷା ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ ସେ ମଧ୍ୟ ଆମକୁ ବନ୍ଧନ ମୁକ୍ତ କରି ସ୍ବର୍ଗର ଆଭାସ କରାଇଛନ୍ତି । ସଂସାରର ସମସ୍ତ ଗୁରୁ ଯାହାଙ୍କ ଶରଣାଶ୍ରିତ ହେବାକୁ ବ୍ୟାକୁଳ ସେହି ପରମଗୁରୁଙ୍କ ବରଦ ହସ୍ତ ଆମ ମସ୍ତକ ଉପରେ । ତାଙ୍କର କୃପାରେ ଆମର ସମସ୍ତ ଅଜ୍ଞାନତା ଦୂର ହୋଇ ପାରିଛି । ସେ ଆମକୁ ଏପରି ପଥ ପ୍ରଦର୍ଶନ କରିଛନ୍ତି ଯେ ଆମ ପାଇଁ ଆଉ କୌଣସି ବିଷୟ ରହସ୍ୟ ହୋଇ ରହି ନାହିଁ । ଏହି ଭଳି ଈଶ୍ୱରୀୟ ସ୍ମୃତି ·ରଣକୁ ପରମ ସଦ୍ଗୁରୁଙ୍କ ଯଥାର୍ଥ ସ୍ମରଣ କୁହାଯାଏ । ଏହା ଆମକୁ ତାଙ୍କ ଶ୍ରୀମତ ପ୍ରତି ଶ୍ରଦ୍ଧା ଜାଗ୍ରତ କରେ । ଜୀବନଚର୍ଯ୍ୟା ଶ୍ରୀମତ ଆଧାରିତ ହେଲେ ଯୋଗମାର୍ଗ ଅତ୍ୟନ୍ତ ସହଜ ମନେ ହୁଏ ।
ମୋର ପରମ ପ୍ରିୟତମ କିଏ?
ଯେଉଁ ସର୍ବଶକ୍ତିବାନ, ସର୍ବଜ୍ଞାତା, ପରମ କୃପାଳୁ ପରମ ସା ଏହି କଳି କଳ୍ମଷରେ କଳୁଷିତ ମାନବାତ୍ମାଗଣଙ୍କ ତ୍ରାହିତ୍ରାହି ଡାକ ଶୁଣି ଧରାପୃଷ୍ଠରେ ଅବତରଣ ପୂର୍ବକ ଆମକୁ ସମସ୍ତ ବିପଦରୁ ରକ୍ଷା କରିଛନ୍ତି, ଆମ ଆଖିର ଲୁହ ପୋଛି ଦେଇଛନ୍ତି, ପନର ଗର୍ରୁ ଉଦ୍ଧାର କରିଛନ୍ତି, ନିଜ ଛତ୍ରଛାୟା ତଳେ ଶରଣ ଦେଇଛନ୍ତି, ବାଟ ହୁଡିଗଲେ ରାସ୍ତା ଦେଖାଉଛନ୍ତି, ପ୍ରତି ମୁହୂର୍ରେ ଛାଇ ଭଳି ଆମ ସାଙ୍ଗରେ ରହି ଆମକୁ ଆମ ଲକ୍ଷ୍ୟ ପ୍ରତି ସଚେତନ କରୁଛନ୍ତି ସେହି ଜଗବନ୍ଧୁଙ୍କଠାରୁ ବଳି ଆମର ଆଉ କିଏ ପରମ ମିତ୍ର ହୋଇ ପାରେ? ଏଭଳି ସତ୍ ସଙ୍ଗର ସାହଚର୍ଯ୍ୟରେ ମୋର ଜୀବନ ଧନ୍ୟ ହୋଇଯାଇଛି । ଆଜୀବନ ତାଙ୍କ ସହିତ ମୋର ବନ୍ଧୁତ୍ୱ ବଜାୟ ରଖିବି । ତାଙ୍କୁ ଦେଇଥିବା ବଚନ ମୁଁ ଅବଶ୍ୟ ପାଳନ କରିବି । ଶୟନେ, ସ୍ବପନେ ଓ ଜାଗରଣେ ସର୍ବଦା ମୁଁ ତାଙ୍କର ହିଁ ସ୍ମରଣ କରିବି । ଏ ଦୁନିଆର ମିତ୍ର ମଶାଣି ପର୍ଯ୍ୟନ୍ତ କେବଳ ଯାଇପାରେ । ମୋର ପରମ ପ୍ରିୟତମ ଏ ଶରୀରର ଅବସାନ ପରେ ମଧ୍ୟ ମୋ ସହିତ ରହିବେ । ଏହିପରି ଚିନ୍ତନ-ମନନ ଦ୍ୱାରା ଯୋଗ ସହଜ ମନେ ହୋଇଥାଏ ।
ମୋର ରକ୍ଷକ କିଏ?
ସଂସାରର ସମସ୍ତ ଆସୁରୀ ଶକ୍ତି ପରମାତ୍ମାଙ୍କ ଈଶ୍ୱରୀୟ ଶକ୍ତି ନିକଟରେ ନିଷ୍କ୍ରିୟ ହୋଇଯାଏ । ସୂର୍ଯ୍ୟଙ୍କ ଆଗରେ ଯେପରି ଅନ୍ଧକାର ରହିପାରେ ନାହିଁ, ସେହିପରି ପରମାତ୍ମାଙ୍କ ଜ୍ଞାନାଲୋକ ମନୁଷ୍ୟାତ୍ମାର ସମସ୍ତ ଅଜ୍ଞାନ ତିମିରକୁ ତିରୋହିତ କରି ନିର୍ଭୟୀ ବନାଏ । ଏଭଳି ପରମାତ୍ମା ଯା’ର ରକ୍ଷକ ଓ ଆଶ୍ରୟ ଦାତା ତାର ଡର କାହାକୁ? ଏହି ସ୍ମୃତି ଆମକୁ ଦୃଢ଼ ଓ ନିର୍ଭିକ କରାଇବ । ଆମେ ଆମ ରକ୍ଷକଙ୍କୁ ଯେତେବେଳେ ଭୁଲି ଯାଉ ସେତେବେଳେ ହିଁ ଉୟଭୀତ ହୋଇ ପଡୁ । ସର୍ବ ସମର୍ଥ ପରମାତ୍ମା ଦୃଢ଼ତାର ସହିତ ଉଦ୍ଘୋଷଣା କରିଛନ୍ତି, “ହେ ବତ୍ସ! ତୁମେ ଦେହ ଓ ଦେହ ସହିତ ସମ୍ବନ୍ଧିତ ସମସ୍ତ ଧର୍ମ, ସମ୍ବନ୍ଧ, ଘଟଣା, ପରିସ୍ଥିତି ଓ ପ୍ରତିପି ଭୁଲି କେବଳ ମୋତେ ହିଁ ସ୍ମରଣ କର, ମୁଁ ତୁମକୁ ସମସ୍ତ ପାପ ଓ ତାପରୁ ରକ୍ଷା କରିବି ଓ ତୁମକୁ ସ୍ବର୍ଗର ଅଷ୍ଟ ଐଶ୍ୱର୍ଯ୍ୟ ପ୍ରଦାନ କରିବି ।” ଏପରି ଅଭୟ ଦାନ ପରେ ଅନାଗତ ଭବିଷ୍ୟତ ପ୍ରତି ଭୟଭୀତ ହେବାର କୌଣସି କାରଣ ନାହିଁ ।
ଏହିପରି ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧର ସ୍ମୃତି ଆମ ଜୀବନକୁ ଦିବ୍ୟ କରି ଦେବ । ଉପରୋକ୍ତ ଜ୍ଞାନ ବିନ୍ଦୁଗୁଡିକର ସତତ ମନନ ଚିନ୍ତନ ବା ସ୍ମୃତି ·ରଣ ଦ୍ୱାରା ଯୋଗ ଆଉ କଷ୍ଟକର ମନେ ହେବ ନାହିଁ । ଏହା ହେଉଛି ଯୋଗର ସହଜ ସ୍ବରୂପ ।
Comments
Post a Comment