(20) ାା ଷଷ୍ଠ ଅଧ୍ୟାୟ ।ା ରାଜଯୋଗ; ଅନନ୍ୟ ଈଶ୍ୱରୀୟ ଉପହାର

 ାା ଷଷ୍ଠ ଅଧ୍ୟାୟ ।ା

ରାଜଯୋଗ; ଅନନ୍ୟ ଈଶ୍ୱରୀୟ ଉପହାର

ଶ୍ରୀମଦ୍ ଭଗବତ ଗୀତାରେ ‘ରାଜଯୋଗ’କୁ ରାଜ ବିଦ୍ୟା ନାମରେ ନାମିତ କରାଯାଇଛି । ସା ବିଦ୍ୟା ଯା ବିମୁକ୍ତୟେ । ଯାହା ମାନବାତ୍ମାକୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରେ ତାହା ହିଁ ବିଦ୍ୟା । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନକୁ ରାଜ ବିଦ୍ୟା ବା ରାଜଯୋଗ କୁହାଯାଏ । କାରଣ ଏହି ବିଦ୍ୟା ସମସ୍ତ ବିଦ୍ୟାମାନଙ୍କଠାରୁ ଶ୍ରେଷ୍ଠ । ଏହା ତୁଲ୍ୟ ଅନ୍ୟ କୌଣସି ବିଦ୍ୟା ନ ଥିବାରୁ ଏହା ଅନନ୍ୟ (ନ+ଅନ୍ୟ) । ମାନବୀୟ ଜ୍ଞାନ ବିଭିନ୍ନ ମତବାଦ ଉପରେ ଆଧାରିତ । ଏହା ମନୁଷ୍ୟକୁ ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟରେ ବିଭକ୍ତ କରିଛି । ଗୋଷ୍ଠୀ ବିବାଦ ଓ ସାଂପ୍ରଦାୟିକ ବିଦ୍ୱେଷ ଆଦି ମାନବ ସମାଜ ପାଇଁ ବିରାଟ ସମସ୍ୟା ସୃଷ୍ଟି କରୁଛି । ଏପରି ପରିସ୍ଥିତିରେ ଈଶ୍ୱରୀୟ ଜ୍ଞାନ ହିଁ ସର୍ବୋମ ଅବଲମ୍ବନ । ପରମାତ୍ମା ସର୍ବାତ୍ମାଙ୍କ ପିତା ହୋଇଥିବାରୁ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ । ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ପ୍ରୟୋଗ ବିଧିକୁ ରାଜଯୋଗ କୁହାଯାଏ । ରାଜଯୋଗ ହେଉଛି ମାନବ ସମାଜ ପାଇଁ ଏକ ଅନନ୍ୟ ଈଶ୍ୱରୀୟ ଉପହାର । କାରଣ କଳ୍ପରେ ଥରେ ମାତ୍ର ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ ପୂର୍ବକ ପ୍ରତ୍ୟକ୍ଷ ଭାବରେ ଏହା ଶିକ୍ଷା ଦେଇଥାନ୍ତି । ୧୯୩୭ ମସିହାରୁ ପରମାତ୍ମାଙ୍କ ଧରାବତରଣ ହୋଇ ସାରିଥିଲେ ମଧ୍ୟ ବର୍ମାନ ସୁଦ୍ଧା ଅନେକ ଲୋକ ଏହି ଶୁଭ ସମା·ର ପାଇ ନାହାନ୍ତି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସାକ୍ଷାତ ପରମାତ୍ମାଙ୍କ ପ୍ରଦ ରାଜଯୋଗର ପ୍ର·ର- ପ୍ରସାର ଦ୍ୱାରା ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ ଈଶ୍ୱରୀୟ ନିର୍ଦ୍ଧେଶ ଅନୁସାରେ କାର୍ଯ୍ୟ କରି ·ଲିଛି ।

ପ୍ରତି କଳ୍ପର ଅନ୍ତିମ ସମୟରେ ସର୍ବାତ୍ମାଙ୍କ ପିତା ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦେଇଥାନ୍ତି । ଏହି ଶିକ୍ଷାକୁ ଗ୍ରହଣ କରୁଥିବା ମନୁଷ୍ୟାତ୍ମା ମଧ୍ୟରେ ଥିବା କଳିଯୁଗୀୟ ଆସୁରୀ ସଂସ୍କାର ସମାପ୍ତ ହୋଇ ଦୈବୀଗୁଣାବଳୀର ବିକାଶ ହୁଏ । କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମା  କର୍ୃକ ଏହି ମାନବ ଦିବି୍ୟକରଣ କାର୍ଯ୍ୟ ସମାପ୍ତ ହେଲା ପରେ ମହାବିନାଶ ସଂଘଟିତ ହୋଇ ସତ୍ୟଯୁଗର ଆୟମାରମ୍ଭ ହୁଏ । ଈଶ୍ୱରୀୟ ଜ୍ଞାନ ଅନୁସାରେ ସମଗ୍ର କଳ୍ପର ଆୟୁ ପା ହଜାର ବର୍ଷ ଏବଂ ପ୍ରତ୍ୟେକ ଯୁଗର ଅବଧି ସମାନ । କଳ୍ପର ପ୍ରଥମାର୍ଦ୍ଧ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ପରିପୁର୍ଣ୍ଣ ଥିବାରୁ ସେହି କାଳ ଖଣ୍ଡକୁ ସ୍ବର୍ଣ୍ଣ ଯୁଗ ବା ସ୍ବର୍ଗ ବୋଲି କୁହାଯାଏ । ତ୍ରେତୟା ଯୁଗର ଅନ୍ତିମ ପର୍ଯ୍ୟାୟରେ ଏହି ଦୈବୀ ସଭ୍ୟତା ଏକ ବିନାଶକାରୀ ଜଳପ୍ଳାବନ ହେତୁ ନଷ୍ଟ୍ର ଭ୍ରଷ୍ଟ ହୋଇଗଲା । ତେଣୁ ମଣିଷ ପାଖରେ ଏହି ଅବଧିରେ କୌଣସି ପ୍ରାମାଣିକ ଐତିହାସିକ ତଥ୍ୟ ନାହିଁ । କଳ୍ପର ଦ୍ୱିତୀୟାର୍ଦ୍ଧ ଦ୍ୱାପର ଯୁଗରୁ ଆରମ୍ଭ ହୋଇ ବର୍ମାନ କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ଉପନୀତ । ବିଗତ ୨୫୦୦ କାଳଖଣ୍ଡର ଐତିହାସିକ ତଥ୍ୟ ଓ ଘଟଣାବଳୀକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଦିନକୁ ଦିନ ମାନବ ଚରିତ୍ର ହ୍ରାସ ହେବାରେ ଲାଗିଛି ଏବଂ ପରିଣାମ ସ୍ବରୂପ ସମାଜରେ ଦୁଃଖ, ଅଶାନ୍ତି, କଳହ, କ୍ଳେଶ, ହିଂସା ଆଦି ନକାରାତ୍ମକ ପ୍ରବୃିଗୁଡିକ ବୃଦ୍ଧି ପାଉଛି । ତେଣୁ ଏହି କାଳଖଣ୍ଡକୁ ପୌରାଣିକ ଭାଷାରେ ନର୍କ ନାମରେ ଅଭିହିତ କରାଯାଇ ପାରେ ।

ବର୍ମାନ ପରମାତ୍ମା ଶିବଙ୍କ ଧରାବତରଣ ନିକଟ ଭବିଷ୍ୟତରେ ସଂଘଟିତ ହେବାକୁ ଥିବା ମହାବିନାଶର ସୂଚନା ଦିଏ  । ମହାବିନାଶ ସହିତ ସତ୍ୟଯୁଗର ପୁନର୍ସ୍ଥାପନା କାର୍ଯ୍ୟ ମଧ୍ୟ ସମାନ୍ତରାଳ ଭାବରେ ·ଲିଛି । ମହାବିନାଶର ଅବ୍ୟବହିତ ପୂର୍ବରୁ ପରମାତ୍ମା ପ୍ରଜାପିତା ମୁଖକମଳରେ ଗୀତା ଜ୍ଞାନ ପ୍ରଦାନ କରୁଛନ୍ତି । କିନ୍ତୁ ବିଡମ୍ବନା ଏହି ଯେ ଖୁବ୍ କ୍ୱଚିତ ଲୋକ ଏ ସତ୍ୟକୁ ଉପଲବ୍ଧି କରନ୍ତି । ଗୀତାରେ ମଧ୍ୟ ଭଗବାନ କହିଛନ୍ତି, “ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ, ଯତତାମପି ସିଦ୍ଧାନାଂ କଶ୍ଚିନ୍ନାଂ ବେି ତ୍ୱତଃ । (ଗୀ- ଅ ୭/ଶ୍ଳୋ-୩) ଅର୍ଥାତ୍ ହଜାର ହଜାର ମନୁଷ୍ୟ ମଧ୍ୟରେ କ୍ୱଚିତ ଜଣେ ଦୁଇ ଜଣ ସିଦ୍ଧି ଲାଭ ପାଇଁ ଯନô କରନ୍ତି, ଆଉ ମଧ୍ୟ ଯେଉଁମାନେ ଏହିପରି ଯନô କରି ସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ କ୍ୱଚିତ ଜଣେ ଦୁଇ ଜଣ ମୋତେ ମୋର ସମସ୍ତ ତ୍ୱରେ ଜାଣନ୍ତି । ତେଣୁ ବିଶ୍ୱ ଜନ ସମୁଦାୟର ଖୁବ୍ କମ ଭାଗ ଈଶ୍ୱରୀୟ ଅବତରଣକୁ ସ୍ବୀକାର କରିଥିବା ବିଷୟକୁ ଆଧାର କରି  ଈଶ୍ୱର ପ୍ରେମୀମାନଙ୍କ ମନରେ କୌଣସି ସନ୍ଦେହ ସୃଷ୍ଟି ନ ହେଉ । ବର୍ମାନ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି, ସେହି ହାରରେ ଯଦି ଆମେ ପଛକୁ ଫେରିବା ତେବେ ୨୫୦୦ ବର୍ଷ ତଳେ ପୃଥିବୀର ସମୁଦାୟ ଜନସଂଖ୍ୟା ପାଖାପାଖି ତେତ୍ରିଶ କୋଟି ହେବ । ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଦେବୀ ଦେବତାଙ୍କ ସଂଖ୍ୟା ତେତ୍ରିଶ କୋଟି ବୋଲି କୁହାଯାଇଛି । ଏହି ସଂଖ୍ୟକ ଲୋକହିଁ ଈଶ୍ୱରୀୟ ଅବତରଣକୁ ସ୍ବୀକାର କରି ନିଜ ନିଜ ଯୋଗ୍ୟତା ଅନୁସାରେ ପୁରୁଷାର୍ଥ କରିବେ । ପ୍ରତ୍ୟକ୍ଷତାକୁ ପ୍ରମାଣର ଆବଶ୍ୟକତା ନାହିଁ ।

ରାଜଯୋଗ ହେଉଛି ମାନବ ସମାଜ ପାଇଁ ଏକ ଅନନ୍ୟ ଈଶ୍ୱରୀୟ ଉପହାର । ଏହା ଉପରେ ସଂକ୍ଷିପ୍ତ ଆଲୋଚନା କରିବା ଏଠାରେ ପ୍ରାସଙ୍ଗିକ ମନେ  ହୁଏ । ପରମାତ୍ମାଙ୍କ ସହିତ ମନୋମିଳନକୁ “ରାଜଯୋଗ” କୁହାଯାଏ । ତେଣୁ ଆତ୍ମା ଓ ପରମାତ୍ମା ବିଷୟକ ସମସ୍ତ ତଥ୍ୟ ଜାଣିବା ଅନିବାର୍ଯ୍ୟ । ଆତ୍ମାରେ ତିନୋଟି ଶକ୍ତି ଅଛି । ତାହା ହେଲା ମନ, ବୁଦ୍ଧି ଓ ସଂସ୍କାର । ଆତ୍ମାର ବି·ର ଶକ୍ତିର ନାମ ହେଉଛି ‘ମନ’ । ଏହି ଶକ୍ତି ଦ୍ୱାରା ମନୁଷ୍ୟ କଳ୍ପନା କରେ, ଚିନ୍ତା ଓ ବି·ର କରେ । ‘ବୁଦ୍ଧି’ ହେଉଛି ଆତ୍ମାର ତର୍କ ଏବଂ ପରଖିବା ଶକ୍ତି  । ଏହାର କାର୍ଯ୍ୟ ହେଲା- ଚିହ୍ନିବା, ବୁଝିବା, ସ୍ମରଣ କରିବା, ତର୍କ କରିବା, ବିଶ୍ଳେଷଣ କରିବା ଏବଂ ନିର୍ଣ୍ଣୟ ନେବା ।  ମନ ଓ ବୁଦ୍ଧି ଆଧାରରେ ମନୁଷ୍ୟ କରି ସାରିଥିବା କର୍ମର ଯେଉଁ ପ୍ରଭାବ ଆତ୍ମା ଉପରେ ପଡେ ତାହା ସଂସ୍କାର ନାମରେ କଥିତ । ଧାରଣା, ଅଭିରୁଚି, ସଂବେଗ, ଭାବନା, ଦୃଷ୍ଟିକୋଣ, ସ୍ବଭାବ, ବ୍ୟକ୍ତିଗତ ବିଶେଷତା ତଥା ଅଭ୍ୟାସ ସମୂହ ହେଉଛି ସଂସ୍କାର । ମନୁଷ୍ୟର ଆ·ର ଓ ବି·ର ଏହି ସଂସ୍କାର ଶକ୍ତି ଦ୍ୱାରା ନିରୂପିତ ହୁଏ । ଆତ୍ମା ହେଉଛି ପ୍ରକାଶ ଓ ଶକ୍ତିର ଏକ ଅତ୍ୟନ୍ତ ସୂକ୍ଷ୍ମ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ । ଏହା ମନୁଷ୍ୟ ଶରୀରରେ ଭୃକୁଟି ମଧ୍ୟରେ ଅବସ୍ଥାନ କରେ । ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣଠାରୁ ମଧ୍ୟ ଆହୁରି ଉଚ୍ଚତମ ସ୍ଥାନରେ ଅବସ୍ଥିତ ପରମାଧାମରୁ ଆତ୍ମା ଏହି ପୃଥିବୀକୁ ନିଜ କର୍ମ ଫଳ ଭୋଗ କରିବାକୁ ଆସେ ଓ ଶରୀର ଧାରଣ କରେ । ଆତ୍ମାର ମୂଳ ସ୍ବଭାବ ହେଉଛି ଶାନ୍ତି, ଆନନ୍ଦ, ଜ୍ଞାନ, ପ୍ରେମ, ପବିତ୍ରତା ଏବଂ ଶକ୍ତି ।

ପରମାତ୍ମା ମଧ୍ୟ ପରମଧାମ ନିବାସୀ । ସେ ଅତ୍ୟନ୍ତ ସୂକ୍ଷ୍ମ ହୋଇଥିବାରୁ ତାଙ୍କୁ ନିରାକାର କୁହାଯାଏ । ଏହାର ଅର୍ଥ ନୁହେଁ ଯେ ତାଙ୍କର କୌଣସି ରୂପ ନାହିଁ । ଯେଉଁ ବସ୍ତୁର ଅସ୍ତିତ୍ୱ ଥାଏ ତାହାର ରୂପ କିମ୍ବା ଆକାର ଅବଶ୍ୟ ବସ୍ତୁର କୌଣସି ନା କୌଣସି ଗୁଣ କିମ୍ବା ବିଶେଷତା ଥାଏ । ଗୋଟିଏ ଫୁଲରୁ ନିର୍ଗତ ସୁଗନ୍ଧିର କୌଣସି ଆକାର ନ ଥାଏ । କିନ୍ତୁ ଯେଉଁଠାରୁ ଏହି ସୁଗନ୍ଧି ନିର୍ଗତ ହୁଏ ତାର ଆକାର ଥାଏ । ନିରାକାର ଏକ ସାପେକ୍ଷ ଶବ୍ଦ । ପରମାତ୍ମା ମନୁଷ୍ୟାତ୍ମା ପରି ଏକ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ବରୂପ । ସେ ଭୌତିକ କିମ୍ବା ସୂକ୍ଷ୍ମ ଆକାର ପଦାର୍ଥ ତୁଳନାରେ ନିରାକାର ଅଟନ୍ତି । ଶିବ ଲିଙ୍ଗ ପରମ ଆତ୍ମାଙ୍କ ଅଣ୍ଡାକାର ଆକୃତିର ପ୍ରତୀକ । ପରମାତ୍ମା ଆତ୍ମାମାନଙ୍କ ସହିତ ପରମଧାମରେ ରହନ୍ତି । ସେ ଏକଦେଶୀୟ ହୋଇଥିବାରୁ ସର୍ବବ୍ୟାପୀ ନୁହନ୍ତି । ଯଦି ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି ସ୍ବୀକାର କରାଯାଏ ତେବେ ଯୋଗ ଅର୍ଥହୀନ ହୋଇ ଯିବ । କାରଣ ଯୋଗ ଶବ୍ଦର ଅର୍ଥ ହେଉଛି ଦୁଇଟି ପୃଥକ ଅସ୍ତିିତ୍ୱ ଅର୍ଥାତ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ମିଳନ ।

ପରମାତ୍ମା ଜ୍ଞାନ, ଶାନ୍ତି, ପ୍ରେମ, ଆନନ୍ଦ, ପବିତ୍ରତାର ଓ ଶକ୍ତିର ସାଗର । ସେ ଅଜନ୍ମା, ଅକର୍ା, ଅଭୋକ୍ତା ଓ ସର୍ବ ଶକ୍ତିମାନ । ସେ ଅବିନାଶୀ ପରମ ପିତା, ପରମ ଶିକ୍ଷକ ତଥା ସଦଗୁରୁ ଅଟନ୍ତି । ପିତା ରୂପରେ ସେ ସମସ୍ତ ମାନବତାକୁ ଆଧ୍ୟାତ୍ମିକ ଜନ୍ମ ଦିଅନ୍ତି ଏବଂ ସେମାନଙ୍କୁ ଦୈବୀ ସାମ୍ରାଜ୍ୟ ପ୍ରଦାନ କରନ୍ତି । ପରମ ଶିକ୍ଷକ ରୂପରେ ପରମାତ୍ମା ଅତି ଧର୍ମ ଗ୍ଳାନି ସମୟରେ ପୃଥିବୀରେ ଅବତରିତ ହୋଇ ମନୁଷ୍ୟର ବୁଦ୍ଧିକୁ ଦିବ୍ୟ ବନାନ୍ତି । ସେ ନିଜ ତଥା ସୃଷ୍ଟି ବିଷୟରେ ଜ୍ଞାନ ପ୍ରଦାନ କରି ରାଜଯୋଗର ବିଧି ଶିଖାନ୍ତି । ସଦ୍ଗୁରୁ ରୂପରେ ସେ ସମସ୍ତ ମନୁଷ୍ୟାତ୍ମାଙ୍କୁ ମୁକ୍ତି ପ୍ରଦାନ କରନ୍ତି ଓ ସେମାନଙ୍କୁ ସେମାନଙ୍କ ମୂଳ ନିବାସ ସ୍ଥାନ ପରମଧାମ ବା ଶାନ୍ତି ଧାମକୁ ନେଇ ଯାଆନ୍ତି । ପରମାତ୍ମାଙ୍କ ତିନି କର୍ବ୍ୟ ହେଲା- ସ୍ଥାପନ (ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ) ପାଳନା (ଙକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ) ଏବଂ ବିନାଶ (ଊରଗ୍ଦଗ୍ଧକ୍ସଙ୍କମଗ୍ଧସକ୍ଟଦ୍ଭ) । ଏହି ତିନି କର୍ବ୍ୟର ମୂଳ ଅକ୍ଷରକୁ ମିଶାଇଲେ ଇଂରାଜୀରେ ଏଙଊ ଶବ୍ଦ ହୁଏ ଯାହା ପରମାତ୍ମାଙ୍କ ଦ୍ୟୋତକ । ପରମାତ୍ମା ନିଜ ଦିବ୍ୟ କର୍ମ ସମ୍ପାଦନ କରିବା ପାଇଁ  ପ୍ରତ୍ୟେକ କଳ୍ପର ଶେଷ ପର୍ଯ୍ୟାୟରେ ପୃଥିବୀରେ ଅବତରଣ କରନ୍ତି ଓ କଳିଯୁଗୀୟ ପତିତ ସୃଷ୍ଟିର ବିନାଶ କରି ନୂତନ ପବିତ୍ର ଦୈବୀ ସୃଷ୍ଟିର ସ୍ଥାପନା ତଥା ପାଳନା କରନ୍ତି ।

ପରମାତ୍ମାନୁଭୂତି ପାଇଁ ଆତ୍ମା ଓ ପରମାତ୍ମା ଜ୍ଞାନ ବ୍ୟତୀତ ତାଙ୍କ ପ୍ରତି ନିଶ୍ଚୟ ବୁଦ୍ଧି ଓ ତାଙ୍କ ସହିତ ସର୍ବ ସମ୍ବନ୍ଧ ସ୍ଥ୍ାପନ ଆବଶ୍ୟକ । ଜ୍ଞାନ, ସତ୍ୟ ମାର୍ଗକୁ ଆଲୋକିତ କରି ପଥ ପ୍ରଦର୍ଶନ କରେ । କିନ୍ତୁ ଲକ୍ଷ୍ୟ ପ୍ରାପ୍ତି ପଥରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରିବାକୁ ନିଶ୍ଚୟ ବୁଦ୍ଧି ହିଁ ସାହସ, ଉଲ୍ଲାସ ଏବଂ ମନୋବଳ ପ୍ରଦାନ କରେ । ଈଶ୍ୱରୀୟ ଜ୍ଞାନର ସତ୍ୟତା ଯେତିକି ଅନୁଭବ ହେଉଥାଏ ସେତିକି ନିଶ୍ଚୟ ଦୃଢ଼ ହେବାରେ ଲାଗେ । ଜ୍ଞାନ ମାର୍ଗରେ ଅନ୍ଧ ବିଶ୍ୱାସର କୌଣସି ସ୍ଥାନ ନାହିଁ । ବିଜୟ ପ୍ରାପ୍ତିର ଆଧାର ହେଉଛି ଦୃଢ଼ ବିଶ୍ୱାସ ବା ନିଶ୍ଚୟ ବୁଦ୍ଧି । ସମ୍ବନ୍ଧର ସମୀପତା ଓ ଘନିଷ୍ଠତା ଉପରେ ଈଶ୍ୱରୀୟ ସ୍ମୃତିର ଗହନତା ନିର୍ଭର କରେ । ସମ୍ବନ୍ଧ ସ୍ଥାପନ ବିନା ପରମାତ୍ମାଙ୍କଠାରୁ ବା‚ିତ ଲାଭ ମିଳେ ନାହିଁ । ପରମାତ୍ମା ମନୁଷ୍ୟର ପରମ ହିତୈଷୀ, ମିତ୍ର ଓ ସମ୍ବନ୍ଧୀ ଅଟନ୍ତି । ସେ ସମ୍ପୂର୍ଣ୍ଣ ନିଷ୍କାମ, ନିରପେକ୍ଷ, ସର୍ବଶକ୍ତିମାନ, ଶାଶ୍ୱତ ଏବଂ ଚିରନ୍ତନ ଅଟନ୍ତି । ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ ଦ୍ୱାରା ମନୁଷ୍ୟର ସମସ୍ତ ଦୁଃଖର ଅବସାନ ହୁଏ । ପରମାତ୍ମା ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିବାରୁ କେବଳ ମାନସିକ ସ୍ତରରେ  ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରାଯାଇ ପାରେ । ତାଙ୍କୁ ସ୍ମୃତିରେ ନିରନ୍ତର ଧରି ରଖିବାର ଆଧାର ହେଉଛି ଅତି ସ୍ନେହ ଓ ଈଶ୍ୱରୀୟ ଜ୍ଞାନ । ସ୍ନେହାସିକ୍ତ ଈଶ୍ୱରୀୟ ସ୍ମୃତିର ଅନ୍ୟନାମ ହେଉଛି ରାଜଯୋଗ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର