(21) ାା ସପ୍ତମ ଅଧ୍ୟାୟ ।ା ରାଜଯୋଗ:ମନୋବୈଜ୍ଞାନିକ ଦୃଷ୍ଟିକୋଣ

 ାା ସପ୍ତମ ଅଧ୍ୟାୟ ।ା

ରାଜଯୋଗ:ମନୋବୈଜ୍ଞାନିକ ଦୃଷ୍ଟିକୋଣ

ରାଜଯୋଗରେ ବିଜ୍ଞାନ ଓ ଦର୍ଶନର (ଝମସରଦ୍ଭମର ଌ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ) ଯୁଗପତ୍ ସମ୍ମେଳନ ଘଟିଛି । ବିଜ୍ଞାନ ଅପେକ୍ଷା ସତ୍ୟହିଁ ଶ୍ରେଷ୍ଠ । କାରଣ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ଅନେକ କିଛି ଅଛି ଯାହାକୁ ବିଜ୍ଞାନ ପ୍ରତ୍ୟକ୍ଷ ଭାବରେ ପ୍ରମାଣ କରିବାକୁ ସମର୍ଥ ହୋଇପାରିନି । ଏକ ସୂକ୍ଷ୍ମ ବୀଜରୁ ଗୋଟିଏ ମହାଦ୍ରୁମର ଅଭୁ୍ୟଦୟ କିପରି ହେଲା ଏହାକୁ କ’ଣ ପ୍ରତ୍ୟକ୍ଷ କରିବା ସମ୍ଭବପର? ଯଦି ଏହା ସମ୍ଭବପର ନୁହେଁ ତା’ ହେଲେ କ’ଣ ବୃକ୍ଷର ଅସ୍ତିତ୍ୱ ବିଷୟକୁ ଅସ୍ବୀକାର କରାଯିବ? ପ୍ରତ୍ୟକ୍ଷ ଦୃଶ୍ୟ ହେଉ ନ ଥିଲେ ମଧ୍ୟ ରାଜଯୋଗ ଆତ୍ମା ଓ ପରମାତ୍ମାଙ୍କ ଅସ୍ତିତ୍ୱ ବିଷୟକୁ ସ୍ବୀକାର କରେ । ତେଣୁ ଏହା ବିଜ୍ଞାନଠାରୁ ମଧ୍ୟ ଶ୍ରେଷ୍ଠ । ସେହି ସୂକ୍ଷ୍ମ ସତ୍ୟର ଅଧିକାରୀ ହୋଇଥିବାରୁ ବିଧି ପୂର୍ବକ ରାଜଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିମାନେ ସବୁବେଳେ ସବୁକ୍ଷେତ୍ରରେ ସୁଫଳ ଲାଭ କରିଥିବାର ଅଗଣିତ ଦୃଷ୍ଟାନ୍ତ ରହିଛି । ପରୀକ୍ଷାରୁ ଜଣା ଯାଇଛି ଯେ ଦୁଇ ତିନି ମାସ ନିରବଚ୍ଛିନ୍ନ ରାଜଯୋଗ ଅଭ୍ୟାସ ଦ୍ୱାରା ବ୍ୟକ୍ତି ମଧ୍ୟରେ ଯେ କୌଣସି ବିଷୟରେ ଚମକôାରୀ ପରିବର୍ନ ଆସିଥାଏ । ଅସମ୍ଭବ ମନେ କରୁଥିବା ବିଷୟ ତା’ ପାଇଁ ଅତି ସହଜସାଧ୍ୟ ହୋଇଯାଏ । ରାଜଯୋଗ ଅଭ୍ୟାସ ଦ୍ୱାରା ଚମ୍ବଲର ଦସୁ୍ୟ ସମ୍ରାଟ ପମ ସିଂ ମଧ୍ୟରେ ଅଲୌକିକ ପରିବର୍ନ ଆସିପାରିଥିଲା ଓ ସେଥିପାଇଁ ତାକୁ ସରକାର ଜେଲ ଦଣ୍ଡରୁ ମୁକ୍ତ କରି ଦେଇଥିଲେ । ତେବେ ଅନ୍ୟମାନଙ୍କ କଥା କ’ଣ କହିବା? 

ରାଜଯୋଗ ଏକ ମନୋବିଜ୍ଞାନ । ମନର ଉପଯୋଗ ଦ୍ୱାରା ବିଭିନ୍ନ ରୋଗ ଉପରେ ନିୟନ୍ତ୍ରଣ କରାଯାଇ ପାରୁଥିବା କଥା ବିଭିନ୍ନ ପରୀକ୍ଷଣରୁ ଜଣାପଡେ । ରାଜଯୋଗ ସକାରତ୍ମକ ଜୀବନ ଯାପନ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଏ । ଏହା ଏକ ମାନସିକ ପ୍ରକ୍ରିୟା । ଏଥିପାଇଁ କୌଣସି ଶାରୀରିକ କ୍ରିୟାର ଆବଶ୍ୟକ ହେଉ ନଥିବାରୁ ଯେ କେହି ଏହାକୁ ସହଜରେ ଅଭ୍ୟାସ କରି ପାରିବେ । ଆତ୍ମା ଏକ ଚୈତନ୍ୟ ସା । ମାନବାତ୍ମାର ଚୈତନ୍ୟତାକୁ ·ରି ଭାଗରେ ବିଭକ୍ତ କରାଯାଇ ପାରେ । ୧.ଜାଗ୍ରତ ଭାଗ ୨.ଅର୍ଦ୍ଧ ଜାଗ୍ରତ ଭାଗ ୩. ସୁଷୁପ୍ତ ଭାଗ ୪.ପରମ ଜାଗ୍ରତ ଭାଗ । ଚେତନାର କେବଳ ଜାଗ୍ରତ ଭାଗକୁ ଆମେ ବହୁଳ ଭାବରେ ଉପଯୋଗ କରୁଁ । ଆମେ ଯାହା ପଢୁ ବା ଶୁଣୁ ତା’ର ଶତକଡା ୧୦ ଭାଗ ଆମର ମନେ ରହେ । ଏହା ଆମ ଚେତନାର ଜାଗ୍ରତ ଅଂଶରେ ହୁଏ । ବର୍ମାନ ମନେ ପଡୁଥିବା ଅନେକ କଥା ପରେ ହଠାତ୍ ମନେ ପଡିଯାଏ । ଏହି ବିଷୟ ଆମର ଅର୍ଦ୍ଧ ଜାଗ୍ରତ (ଝଙ୍କଭ-ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ ଚବକ୍ସଗ୍ଧ) ଭାଗରେ ସଂରକ୍ଷିତ ଥାଏ । ଏହି ଅଂଶ ହାରାହାରି ଶତକଡା ·ଳିଶ ଭାଗ ଅଟେ । ମନର ଏକାଗ୍ରତା ସମୟରେ ଏହି ଅଂଶରେ ସଂରକ୍ଷିତ ବିଷୟ ଜାଗ୍ରତ ଭାଗରେ ପ୍ରତିଫଳିତ ହୁଏ । ବାକି ଯେଉଁ ପ·ଶ ପ୍ରତିଶତ ରହିଲା ତାକୁ ସୁଷୁପ୍ତ କହନ୍ତି । ଏହା ଜାଗ୍ରତ ଅଂଶକୁ ଆସି ପାରେ ନାହିଁ । ଏହି ଅର୍ଦ୍ଧ ଜାଗ୍ରତ ଓ ସୁଷୁପ୍ତ ଅଂଶ ଆମର ଜୀବନ ଶୈଳୀକୁ ପ୍ରଭାବିତ କରେ । ସୁଷୁପ୍ତ ଅଂଶରେ ପୂର୍ବ ଜନ୍ମର ସଂସ୍କାର ଓ ସ୍ମୃତିଥାଏ । ଏହି ଉଭୟ ଅଂଶ ଶତକଡା ୯୦ ଭାଗ ହୋଇଥିବାରୁ ଏହା ମଧ୍ୟରେ ସନ୍ନିହିତ ବିଷୟାନୁସାରେ ହିଁ ଆମେ କର୍ମରେ ପ୍ରବୃ ହେଉଁ । ଅନେକ ଜନ୍ମର ଅନୁଭବ, ଅଭ୍ୟାସ ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତ ଅଂଶକୁ ପ୍ରତି ମୁହୂର୍ରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଥାଏ । ମନ ଓ ବୁଦ୍ଧି ଚେତନାର ଜାଗ୍ରତ ଅଂଶରେହିଁ କେବଳ କାମ କରେ ।  ଏଥିପାଇଁ ଜାଗ୍ରତ ଅଂଶ ବାସ୍ତବିକତା ଅନୁରୂପ ଚିନ୍ତନ କରେ । ଅର୍ଦ୍ଧ ଜାଗ୍ରତ ଅଂଶରେ ମନ ଓ ବୁଦ୍ଧି ନଥିବାରୁ ତର୍କ ସମ୍ମତ ଚିନ୍ତନ କରିପାରେ ନାହିଁ । ଏହା ଭାବନାତ୍ମକ ଅଟେ । ଭଲ ମନ୍ଦ ନିରୁପଣ କରିବା କ୍ଷମତା ଏଥିରେ ନାହିଁ । ପୂର୍ବରୁ ତାହା ମଧ୍ୟରେ ଯାହା ମୁଦ୍ରିତ ଭାବରେ ରହି ଯାଇଛି ସେହି ଅନୁସାରେ ହିଁ ତା’ର ଅଭିବ୍ୟକ୍ତି ପ୍ରକଟିତ ହୁଏ । ଏଥିପାଇଁ ଆମେ ଅନେକ ଦିନର ଉଶୃଙ୍ଖଳିତ ଜୀବନ ଶୈଳୀକୁ ହଠାତ ପରିବର୍ନ କରିବାରେ ସକ୍ଷମ ହୋଇ ପାରୁ ନାହିଁ । ରାଜଯୋଗ ଏହି  ଅର୍ଦ୍ଧଜାଗ୍ରତ ଭାଗକୁ ପ୍ରଶିକ୍ଷଣ ଦ୍ୱାରା ପରିବର୍ନ କରିବାର ବିଧି ଶିଖାଏ । ଚେତନାର ଏହି ଭାଗ ଏକ ଅବୋଧ ଶିଶୁ ପରି । ଶିଶୁକୁ ସ୍ନେହ ଓ ପ୍ରେମ ଦ୍ୱାରାହିଁ ବଶୀଭୂତ କରି ନିଜ ଅନୁସାରେ ପରି·ଳିତ କରାଯାଇ ପାରେ । ବଳ ପ୍ରୟୋଗ ବା ଭୟ ପ୍ରଦର୍ଶନ ଦ୍ୱାରା ସେହି ଅବୋଧର ସୃଜନୀ ଶକ୍ତିର ବିକାଶ ସମ୍ଭବ ନୁହେଁ । ତେଣୁ ରାଜଯୋଗରେ କେବଳ ସକାରାତ୍ମକ ଚିନ୍ତନ କଥା କୁହାଯାଏ । 

ରାଜଯୋଗ ଅଭ୍ୟାସର ବିଧି:

ପ୍ରାତଃ କାଳରେ ନିତ୍ୟକର୍ମ ସମାପନ ପରେ ଗୃହର ସବୁଠାରୁ ନିର୍ଜନ ଓ ଆରାମପ୍ରଦ ସ୍ଥାନରେ ଉପବେଶନ କରନ୍ତୁ । ବୁଦ୍ଧିରେ ସ୍ପଷ୍ଟ କରନ୍ତୁ ଯେ ଆପଣ କାହିଁକି ବସିଛନ୍ତି? ଯେତେ ସମୟ ଆପଣ ରାଜଯୋଗ ଅଭ୍ୟାସ ପାଇଁ ବସିବେ ସେହି ସମୟରେ ଅନ୍ୟ କୌଣସି ବିଷୟ ମନରେ ସ୍ଥାନ ଦେବା ଉଚିତ ନୁହେଁ । ନିଜର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟହ ଅତି କମ୍ରେ ୪୫ ମିନିଟ ସମୟ ଦେବାକୁ ପଡିବ ।  

ମେରୁ ଦଣ୍ଡକୁ ସିଧା କରି ବସନ୍ତୁ । ଆଖି ଖୋଲା ରଖନ୍ତୁ ଓ ଦୁଇ ଭୃଲତା (ଭୃକୁଟି)  ମଧ୍ୟରେ ଦୃଷ୍ଟିକୁ ଏକାଗ୍ର କରନ୍ତୁ । ମନରେ ଆସୁଥିବା ପ୍ରତ୍ୟେକ ସଂକଳ୍ପ ବିକଳ୍ପଗୁଡିକୁ ଧ୍ୟାନ ପୂର୍ବକ ପରୀକ୍ଷା କରନ୍ତୁ । ଯେଉଁ ସଂକଳ୍ପଗୁଡିକ ମନର ଏକାଗ୍ରତାରେ ବ୍ୟାଘାତ ସୃଷ୍ଟି କରୁଛି ବା ବର୍ମାନ ଯଦି ସେଗୁଡିକର କୌଣସି ଆବଶ୍ୟକତା ନାହିଁ ସେଗୁଡିକୁ ଗୋଟି ଗୋଟି କରି ମନରୁ ବାହାର କରନ୍ତୁ । ଆପଣ ଦେଖିବେ ଏପରି ୨/୩ ମିନିଟ୍ କରିବା ପରେ ଆପଣଙ୍କ ମନରେ ସଂକଳ୍ପଗୁଡିକ ଅନେକ ହ୍ରାସ ହୋଇଯାଇଛି । ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ସହିତ ଆମର ମନ ବୁଦ୍ଧି ସର୍ବଦା ସଂପୃକ୍ତ ଥିବାରୁ ଆମେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାରଗୁଡିକ ଦ୍ୱାରା ଆକ୍ରାନ୍ତ ହୋଇ ପଡିଛୁ । ଏହାହିଁ ମନୋଦୈହିକ ଅସୁସ୍ଥତାର ମୂଳ କାରଣ । ତେଣୁ ରାଜଯୋଗର ମୂଳ ଉଦ୍ଧେଶ୍ୟ ହେଉଛି ବ୍ୟକ୍ତିକୁ ଆତ୍ମ ସଚେତନ କରାଇବା । 

ଶରୀରକୁ ଯେଉଁ ଶକ୍ତି ଚେତନା ପ୍ରଦାନ କରି କାର୍ଯ୍ୟକ୍ଷମ କରୁଛି ତାକୁ ଆଧ୍ୟାତ୍ମିକ  ଭାଷାରେ ଆତ୍ମା କୁହାଯାଏ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଅଲୌକିକ ସନ୍ତାନ । ପରମାତ୍ମା ସମସ୍ତ ଈଶ୍ୱରୀୟ ବା ଦୈବୀ ଗୁଣର ସାଗର, ଆତ୍ମା ସେ ସବୁର ସ୍ବରୂପ ମାତ୍ର । ସେ ଜ୍ୟୋତିର୍ବିନ୍ଦୁ ସ୍ବରୂପ; ଅଜନ୍ମା, ଅଭୋକ୍ତା, ଅକର୍ା, ଅଶରୀରୀ ଓ ପରମଧାମ ନିବାସୀ । ସେ ପତିତ ପାବନ ଓ ଜଗତର କଲ୍ୟାଣକାରୀ ହୋଇଥିବାରୁ ତାଙ୍କର କର୍ବ୍ୟ ବାଚକ ନାମ ଶିବ । ବ୍ୟକ୍ତି ନିଜକୁ ଦେହଠାରୁ ଏକ ପୃଥକ ଆତ୍ମା ରୂପେ ଅନୁଭବ କଲେ ସ୍ବତଃ  ଓ ସହଜ ଭାବରେ ସେ ପରମାତ୍ମାଙ୍କୁ ଅନୁଭବ କରି ପାରିବ । ରାଜଯୋଗରେ ନିଜକୁ ଦେହଠାରୁ  ପୃଥକ ଏକ ଚୈତନ୍ୟ ଆତ୍ମା ବୋଲି ବାରମ୍ବାର ଅଭ୍ୟାସ କରାଯାଏ । କିଛି ଦିନ ଅଭ୍ୟାସ ପରେ ବେଳେ ବେଳେ ଶାରୀରିକ ଓ ସାଂସାରିକ ସମସ୍ତ ସ୍ମୃତି ବିସ୍ମୃତ ହୋଇଯାଏ । ଏପରି ଅବସ୍ଥାରେ ଆମ ଚେତନାର ପରମ ଜାଗ୍ରତ ଅଂଶ (ଝଙ୍କକ୍ଟ୍ରକ୍ସବଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ)ଜାଗ୍ରତ ହୋଇ ଉଠେ । ଏହାହିଁ ଯୋଗୀର ସମାଧି ଅବସ୍ଥା । ଏହା ଆମ ଚେତନାର ସବୁଠାରୁ ଗଭୀରତମ ଅଂଶ । ଏହା ଚେତନାର ମାତ୍ର ୦.୧ ପ୍ରତିଶତ ଅଟେ । ଏହି ଅଂଶ ପରମ ବୁଦ୍ଧିଶାଳୀ ଓ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଅଟେ । ଏହାର ଜାଗୃତି ସମୟରେ ବ୍ୟକ୍ତି ଯାହା, ସଂକଳ୍ପ କରିବ ତାହା ତାକୁ ନିଶ୍ଚୟ ପ୍ରାପ୍ତ ହୋଇଥାଏ । ରାମକୃଷ୍ଣ ପରମହଂସ, ଶ୍ରୀ ଅରବିନ୍ଦ, ସ୍ବାମୀ ବିବେକାନନ୍ଦ ମହାତ୍ମାଗାନ୍ଧୀ ଆଦି ଚେତନାର ଏହି ପରମ ଅଂଶର ବିକାଶ କରିହିଁ ମହାମାନବ ରୂପେ ପୂଜିତ ହୋଇ ପାରିଥିଲେ । 

ବର୍ମାନ ମନରେ ନିମ୍ନପ୍ରକାର ସଂକଳ୍ପଗୁଡିକର ସୃଷ୍ଟି କରନ୍ତୁ ଓ ସେଗୁଡିକୁ ସ୍ପଷ୍ଟ କରି ·ଲନ୍ତୁ । ଯଥା;-ମୁଁ ଏକ ଚୈତନ୍ୟ ଆତ୍ମା ....ମୁଁ ଆତ୍ମା ଦୁଇ ଭୃଲତା ମଧ୍ୟସ୍ଥ  ଭୃକୁଟୀରେ ଅବସ୍ଥାନ କରେ....ମୋର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ,ବୁଦ୍ଧି ଓ ସଂସ୍ଥାର.... ମୁଁ ଆତ୍ମା, ମନ ମାଧ୍ୟମରେ ସଂକଳ୍ପ କରେ, ବୁଦ୍ଧିଦ୍ୱାରା ନିର୍ଣ୍ଣୟ କରେ, ମନ ଓ ବୁଦ୍ଧି ଆଧାରରେ ମୁଁ ଆତ୍ମା ଯେଉଁ କର୍ମ କରେ ତା’ର ଭଲ ବା ମନ୍ଦ ଫଳର ଅଭିଲେଖନ ପ୍ରକି୍ରୟାକୁ ସଂସ୍କାର କୁହାଯାଏ... ମୁଁ ଆତ୍ମା ଜ୍ଞାନ ସ୍ବରୂପ... ଶାନ୍ତି ସ୍ବରୂପ... ସୁଖ ସ୍ବରୂପ... ଆନନ୍ଦ ସ୍ବରୂପ... ଶକ୍ତି ସ୍ବରୂପ.. ପ୍ରେମସ୍ବରୂପ ...(ଏହି ସାତୋଟି ଗୁଣ ହେଉଛି ଆତ୍ମାର ମୂଳ ସ୍ବରୂପ । ପ୍ରତ୍ୟେକ ସ୍ବରୂପକୁ କିଛି କ୍ଷଣ ଲେଖାଁଏ ଏକାଗ୍ର ଓ ଗଭୀର ଭାବରେ ଚିନ୍ତନ କରି ଅନୁଭବ କରନ୍ତୁ) ମୁଁ ଆତ୍ମା, ପରମାତ୍ମାଙ୍କ ସନ୍ତାନ ଅଟେ....ମୋର ପାରଲୌକିକ ପିତା ପରମାତ୍ମା ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ, ନକ୍ଷତ୍ରମାନଙ୍କଠାରୁ ମଧ୍ୟ ଉଦ୍ଧ୍ୱର୍ରେ ସ୍ଥିତ ପରମଧାମ ନିବାସୀ ଅଟନ୍ତି ....ମୁଁ ଆତ୍ମା ମଧ୍ୟ ସେହି ପରମଧାମରୁ ଏହି ସୃଷ୍ଟିକୁ ଆସିଛି କର୍ମଫଳ ଭୋଗ କରିବା ପାଇଁ ....ମୋର ଏ ଶରୀର ଏକ ବସ୍ତ୍ର ତୁଲ୍ୟ...ଏହି ଶରୀର ରୂପୀ ବସ୍ତ୍ର ପରିଧାନ କରି ମୁଁ ପୂର୍ବ ନିର୍ଦ୍ଧାରିତ କର୍ମଫଳ ଅନୁସାରେ ଅଭିନୟ କରୁଛି... । ମୁଁ ଆତ୍ମା, ଏ ଶରୀର ରୂପୀ ବାହନ ଦ୍ୱାରା ଚଳପ୍ରଚଳ ହୁଏ...ସମସ୍ତ ଇନ୍ଦ୍ରିୟଗଣ  ମୋର ଅଜ୍ଞାବହ ସେବକ ..... ସେମାନେ ମୋର ଆଦେଶ ଅନୁସାରେ ପରି·ଳିତ ହୁଅନ୍ତି... ବର୍ମାନ ମୁଁ ନିଜକୁ ଶରୀରଠାରୁ ପୃଥକ ଅନୁଭବ ପରିପାରୁଛି.... ମୋର ଜୀବନରେ ଅଲୌକିକ ପରିବର୍ନ ହେଉଛି...ଯେ କୌଣସି କାର୍ଯ୍ୟ କରିବାର ସାମର୍ଥ ମୋଠାରେ ଅଛି.... ସ୍ବାସ୍ଥ୍ୟ ବର୍ଦ୍ଧକ ପ୍ରତ୍ୟେକ କଥାରେ ମୋର ସଚେତନତା ବୃଦ୍ଧି ପାଉଛି ...ବ୍ୟାୟାମ ପ୍ରତି ମୋର ଆଗ୍ରହ ଧୀରେ ଧୀରେ  ବଢୁଛି.... ଶୁଦ୍ଧ ସା୍ୱିକ ଓ ସ୍ବାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ପ୍ରତି ମୋର ରୁଚି ବଢୁଛି... ପବିତ୍ର ଜୀବନଯାପନ କରିବାକୁ ମୋତେ ଭଲ ଲାଗୁଛି ...ମୋ ଆତ୍ମାରେ ଦିବ୍ୟ ଗୁଣର ସାର ହେଉଛି ... ମୋର ଶରୀର ସମସ୍ତ ରୋଗ ବ୍ୟାଧିରୁ ଧୀରେ ଧୀରେ ମୁକ୍ତ ହେଉଛି ... ଇତ୍ୟାଦି । 

ଉପରୋକ୍ତ ବିଧି ଅନୁସାରେ ଯେଉଁ ସଂକଳ୍ପ ଆପଣ ମନରେ ସୃଷ୍ଟି କରୁଛନ୍ତି  ତା’ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ଓ ତାକୁ ଏକ ଚିତ୍ରରୂପ ଦେଇ ଦେଖିବାକୁ ଚେଷ୍ଟା କରନ୍ତୁ । କାରଣ ମନୋବିଜ୍ଞାନ ଅନୁସାରେ ମଣିଷ ଯାହା ଚିନ୍ତା କରେ ତା’ର ପଚିଶ ପ୍ରତିଶତ ଓ ଦେଖୁଥିବା ବିଷୟର ଶତକଡା ୭୦ ଭାଗ ତା’ ଉପରେ ପ୍ରଭାବ ପକାଏ । ତେଣୁ ଆପଣ ଅତି ସଂକ୍ଷିପ୍ତ ସଂକଳ୍ପ ନିର୍ମାଣ କରନ୍ତୁ ଓ ମନରେ ସେହିପରି ଚିତ୍ର ନିର୍ମାଣ ବେଳେ ସର୍ବଦା ସତର୍କ ରହିବେ ଯେପରି କୌଣସି ନକାରାତ୍ମକ ଶବ୍ଦ ବା ବାକ୍ୟର ପ୍ରୟୋଗ ନ ହୁଏ ।  ଯେପରି ତାମସିକ ଖାଦ୍ୟ ପ୍ରତି ମୋର ଅରୁଚି ଜାଗ୍ରତ ହେଉଛି... ମୋଭିତରେ ଥିବା କୁଅଭ୍ୟାସ ଗୁଡିକ ତ୍ୟାଗ ହେଉଛି...ମୁଁ ଦେହ ନୁହେଁ...ଇତ୍ୟାଦି । ଏହାଦ୍ୱାରା  ବିପରୀତ ପରିଣାମ ପ୍ରାପ୍ତ ହୋଇପାରେ; କାରଣ ଉକ୍ତ ଖାଦ୍ୟ ବା ଦେହ ପ୍ରତି ଆପଣଙ୍କ ଅର୍ଦ୍ଧଜାଗ୍ରତ ମନ ପୁନଶ୍ଚ ଆକର୍ଷିତ ହୋଇଯିବ । ତେଣୁ ସର୍ବଦା ସକାରାତ୍ମକ ଶବ୍ଦର ବ୍ୟବହାର କରିବା ଉଚିତ, “ଅମୁକ ଖାଦ୍ୟ (ତାମସିକ ବା ରୋଗ ବର୍ଦ୍ଧକ) ପ୍ରତି ମୋର ଅରୁଚି ହେଉଛି” ଏହି ନକାରାତ୍ମକ ସଂକଳ୍ପ ନ କରି “ଅମୁକ ଖାଦ୍ୟ (ସ୍ବାସ୍ଥ ବର୍ଦ୍ଧକ) ପ୍ରତି ମୋର ରୁଚି ବୃଦ୍ଧି ହେଉଛି” -ଏପରି ସକାରାତ୍ମକ ଶବ୍ଦାବଳୀ ବ୍ୟବହାର ଚମକôାର ଫଳ ପ୍ରଦାନ କରେ । ଏକାଦିକ୍ରମେ ଅନେକ ବିଷୟ ପରିବର୍ନ ପାଇଁ ସଂକଳ୍ପ ପ୍ରଦାନ କଲେ ତାହା ଅର୍ଦ୍ଧ ଜାଗ୍ରତ ଚେତନାକୁ ପ୍ରଭାବିତ କରି ପାରେ ନାହିଁ । ଏଥିପାଇଁ ପ୍ରଥମେ ଯେକୌଣସି  ଗୋଟିଏ ବିଷୟ ପରିବର୍ନ ବା ଅଭ୍ୟାସ ପାଇଁ ଚୟନ କରି ତାକୁ ସାରାଦିନ ବାରମ୍ବାର ପୁନରାବୃି କରିବା ଆବଶ୍ୟକ । ପ୍ରାରମ୍ଭିକ ପର୍ଯ୍ୟାୟରେ ବୁଦ୍ଧି ବିଚଳିତ ହୋଇପାରେ । ସଂକଳ୍ପରେ ଏକା୍ରଗତା ଆସିନ ପାରେ । ଧୈର୍ଯ୍ୟ ଓ ନିଷ୍ଠା ସହିତ ଅଭ୍ୟାସ କଲେ କ୍ରମେ କ୍ରମେ ଏହି ରାଜଯୋଗର ଚମକôାରୀ ଫଳ ଅନୁଭବ କରିପାରିବେ । ଗଭୀର ଅନୁଭବ ପାଇଁ ଆପଣଙ୍କ ଖାଦ୍ୟଭ୍ୟାସର ପରିବର୍ନ କରି ଶୁଦ୍ଧ ସା୍ୱିକ ଭୋଜନ କରିବା ପୂର୍ବକ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର