ଶ୍ରୀମଦ୍ ଭାଗବତ

୰ଜାନକୀବଲ୍ଲଭ ପଟ୍ଟନାୟକ

(ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ୰ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଶ୍ରୀମଦ୍ଭାଗବତ ଗଦ୍ୟାନୁବାଦ ଗ୍ରନ୍ଥରୁ ଉଦ୍ଧୃତ)


ଭାରତୀୟ ଧାର୍ମିକ ପରମ୍ପରାରେ ଭାଗବତର ସ୍ଥାନ ଅଦ୍ୱିତୀୟ । ବେଦ, ଉପନିଷଦ୍, ରାମାୟଣ, ମହାଭାରତ ଓ ପୁରାଣମାନଙ୍କୁ ପ୍ରାଚୀନ ଭାରତୀୟ ସଂସ୍କୃତିର ଆଧାର ବୋଲି ଗଣାଯାଏ । ବେଦ ହେଉଛି ଭାରତୀୟ ମହାଜାତିର ପ୍ରାଚୀନତମ ସାହିତ୍ୟ । ଏଥିରେ ଏକ ଉଚ୍ଛଳ ପ୍ରାଣଶକ୍ତିର ଅଭିବ୍ୟକ୍ତି ଦେଖିବାକୁ ମିଳେ । ଇହଲୋକରେ ଏକ କର୍ମମୁଖର, ଆନନ୍ଦମୟ ଜୀବନ ଓ ପରଲୋକରେ ସୁଖ ଶାନ୍ତିପାଇଁ ବେଦରେ ବିଭିନ୍ନ ଦେବତାଙ୍କୁ ପ୍ରାର୍ଥନା କରାଯାଇଛି ଏବଂ ଯାଗଯଜ୍ଞାଦିର କଥା କୁହାଯାଇଛି । ଯେଉଁ ଦାର୍ଶନିକ ଚିନ୍ତାଧାରା ପରବର୍ୀ କାଳରେ ପ୍ରକାଶ ପାଇଛି, ତାହାହିଁ ଉପନିଷଦ୍ମାନଙ୍କରେ ରୂପାୟିତ ହୋଇଛି । କିନ୍ତୁ ଦେବ ବା ଉପନିଷଦ୍ ସାଧାରଣଙ୍କ ପାଇଁ ବୋଧଗମ୍ୟ ନୁହେଁ । ସମସ୍ତ ବେଦ ଓ ଉପନିଷଦ୍ର ସାରକଥାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେବା ଛଳରେ ଭଗବତ୍ ଗୀତାରେ ପ୍ରକାଶ କରିଛନ୍ତି ।

ସର୍ବୋପନିଷଦଃ ଗାବଃ ଦୋଗ୍ଧା ଗୋପାଳନନ୍ଦନ

ପାର୍ଥଃ ବତ୍ସଃ ସୁଧୀର୍ଭୋକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍ ।

ସମସ୍ତ ଉପନିଷଦ୍ ହେଲା ଗାଭୀ । ଅର୍ଜୁନ ବତ୍ସା । ଗୋପାଳନନ୍ଦନ ଏମାନଙ୍କର ଦୋହନକାରରୀ ଓ ସୁଧୀମାନେ ସେହି ଅମୃତ ତୁଲ୍ୟ କ୍ଷୀରର ଭୋକ୍ତା । ଏଥିରେ ସୁଧୀମାନଙ୍କର କଥା କୁହାଯାଇଛି । ତେଣୁ ଯେଉଁମାନେ ପଣ୍ଡିତ ନୁହଁନ୍ତି, ସେମାନଙ୍କୁ ଅର୍ଥାତ୍ ସାଧାରଣ ଜନତାକୁ ଶିକ୍ଷା ଦେବା ପାଇଁ ଆଉ କିଛି ଶାସ୍ତ୍ର ଆବଶ୍ୟକ ହେଉଛି । ତାହା ହେଉଛି ଶ୍ରୀମଦ୍ ଭାଗବତ । ଆ·ର୍ଯ୍ୟ ବିନୋବା ଭାବେ କହିଛନ୍ତି, ଗୀତାର କ୍ଷୀରରେ ମହୁ ମିଶାଇଲେ ଯାହା ହେବ, ତାହାହିଁ ଭାଗବତ ।

ଭାଗବତର ମାହାତ୍ମ୍ୟ ବିଷୟରେ କୁହାଯା?ଇଛି -

କ୍ୱ ସୁଧା କ୍ୱ କଥା ଲୋକେ

କ୍ୱ କାଚଃ କ୍ୱ ମଣିର୍ମହାନ୍ ।

ଅମୃତ ହେଉଛି କାଚ ଓ ଶ୍ରୀମଦ୍ଭାଗବତ ହେଉଛି ମଶି । ଦେବତାମାନେ ଶୁକଦେବଙ୍କୁ କହିଲେ, ‘କଥାଂ ସୁଧାଂ ପ୍ରଯଚ୍ଛସ୍ବ ଗୃହୀତ୍ୱୈବ ସୁଧାମିମାମ୍ ।’ ଆମକୁ  କଥାମୃତ ଦିଅ, ଆମେ ତୁମକୁ ଅମୃତ ଦେଉଛୁ । ଶୁକଦେବ ଉର ଦେଲେ, ସେ ଅମୃତରେ କ’ଣ ହେବ? ଅମୃତ ପାନ କଲେ ଲୋକେ ଅମର ହୁଅନ୍ତି; ଅର୍ଥାତ୍ ସ୍ବର୍ଗଲୋକ ଲାଭକରନ୍ତି । କିନ୍ତୁ ପୁଣ୍ୟ ସରିଗଲେ ପୁଣି ମର୍୍ୟଲୋକରେ ଦୁଃଖ ଭୋଗ କରିବାକୁ ହୁଏ । ‘କ୍ଷୀଣେ ପୁଣ୍ୟେ ମ୍ର୍ୟଲୋକଂ ବିଶନ୍ତି ।’ ଦେବତା ହେଲେ ଅମୃତର ଅଧିକାରୀ ହୁଅନ୍ତି । କିନ୍ତୁ ଧନୀ, ଗରିବ, ଜ୍ଞାନୀ, ଅଜ୍ଞାନୀ, ଛୋଟ, ବଡ. ପୁରୁଷ, ସ୍ତ୍ରୀ ସମସ୍ତେ ଭାଗବତ କଥା ଶୁଣିବାକୁ ଅଧିକାରୀ । ତାହା ଶୁଣି ସେମାନେ ଯେଉଁ ଅମରତ୍ୱ ଲାଭ କରନ୍ତି ତାହା ଅମୃତରେ ନାହିଁ । ତେଣୁ ଅମୃତ କାଚରେ ଭାଗବତ ମଣି ।

ପ୍ରେମ ପ୍ରଧାନ ଗ୍ରନ୍ଥ

ବେଦ କର୍ମ ପ୍ରଧାନ । ‘ତ୍ରୈ ଗୁଣ୍ୟ ବିଷୟା ଦେବାଃ’ ବୋଲି ଭଗବାନ କୃଷ୍ଣ ଶ୍ରୀମଦ୍ଭଗବତ ଗୀତାରେ କହିଛନ୍ତି । ଏଥିରେ ଯାଗ ଯଜ୍ଞ ମନ୍ତ୍ର ତନ୍ତ୍ର ଆଦି ନାନା କର୍ମର କଥା କୁହାଯାଇଛି । ଏସବୁ ମାର୍ଗରେ ଧର୍ମ ଅର୍ଥ, କାମ, ମୋକ୍ଷ ଏହି ଚତୁବର୍ଗ ଫଳ ମିଳିପାରିବ । ଉପନିଷଦ ହେଉଛି ଜ୍ଞାନ ମାର୍ଗ । କ୍ଷୁରସ୍ୟଧାରାଃ ନିଶିତା ଦୁରତ୍ୟାୟା, ଦୁର୍ଗପଥଃ ତତ୍ କବୟୋ ବଦନ୍ତି । ଏହା ହେଉଛି ଦୁର୍ଗମ ପଥ । କ୍ଷୁର ଧାର ପରି ଅତିଶୟ ତୀକ୍ଷ୍ମ । ତେଣୁ ଏହା କେବଳ ବିଦ୍ୱାନ୍ ମାନଙ୍କ ପାଇଁ ଉଦ୍ଧିଷ୍ଟ । କିନ୍ତୁ ଭାଗବତ ହେଉଛି ପ୍ରେମ-ପ୍ରଧାନ । ଭକ୍ତିର ମାର୍ଗ । ସାଧାରଣ ଲୋକଙ୍କ ପାଇଁ ଅତିଶୟ ସହଜ । ତାହାକୁ ଗ୍ରହଣ କଲେ କେବେ ଭୁଲ ହେବ ନାହିଁ । ଏ ବାଟ ଏପରି ସରଳ ଯେ ଧାଇଁ ଧାଇଁ ଗଲେ ମଧ୍ୟ ଗୋଡ ଖସିବ ନାହିଁ କି ପଡିବ ନାହିଁ । ‘ଧାବନ୍ ନିମୀଲ୍ୟ ବା ନେତ୍ରେ ନ ସ୍ଖଳେନ୍ନ ପତେଦିହ’ ।

ଯେ ବୈ ଭାଗବତ ପ୍ରୋକ୍ତା ଉପାୟା ହ୍ୟାତ୍ମଲବ୍ଧୟେ

ଅଞ୍ଜଃ ପୁଂସା ଅବିଦୁଷାଂ ବିଦ୍ଧି ଭାଗବତାନ୍ ହି ତାନ୍ ।

ଭଗବାନ ନିଜେ ଭାଗବତ୍ ପ୍ରାପ୍ତିର ଉପାୟ କହୁଛନ୍ତି । ଯେପରିକି ଅଜ୍ଞ ଜନତା ନିଜକୁ ଉପଲବ୍ଧି କରିପାରିବ । ସେଥିପାଇଁ ଅଞ୍ଜଃ ଅର୍ଥାତ୍ ସରଳ ବାଟର କଥା କୁହାଯାଇଛି । ମନୁଷ୍ୟ ସବୁକିଛି ଲାଭ  କରିପାରିବ । ଧନ, ଜନ, ଗୋପଲକ୍ଷ୍ମୀ, ବିଦ୍ୟା, ଯଶ, କିନ୍ତୁ ନିଜକୁ ବା ଆତ୍ମସ୍ବରୂପକୁ ଲାଭକରିବା ସହଜ ନୁହେଁ । ସେଥିପାଇଁ ଭଗବାନ୍ ଆତ୍ମ ସ୍ବରୂପ ବା ଭଗବତ୍ ପ୍ରାପ୍ତି ପାଇଁ ଯେଉଁ ସରଳ ଉପାୟ ବତାଇ ଦେଇଛନ୍ତି, ତାହାର ନାମ ହେଉଛି ଭାଗବତ ବା ଭାଗବତ ଧର୍ମ ।

ସମର୍ପଣ ଭାବ

ଏହି ମାର୍ଗରେ ଗଲେ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ ହେବ । ‘କାୟେନ ବା· ମନସା ଇନ୍ଦି୍ରୟୈଃ ବା ବୁଦ୍ଧ୍ୟାଽତ୍ମନା ବାନୁସୃତ ସ୍ବଭାବାତ୍ । କରୋତି ଯତ୍ ଯତ୍ ସକଳଂ ପରସ୍ମୈ ନାରାୟଣୟେତି ସମର୍ପୟେତ୍ ତତ୍’ । କାୟମନୋବାକ୍ୟରେ ଇନ୍ଦ୍ରିୟ ବା ନିଜ ବୁଦ୍ଧି ବା ସ୍ବଭାବ ଅନୁସାରେ ଯାହା କିଛି କରିବ, ସେ ସମସ୍ତ ନାରାୟଣଙ୍କୁ ସମର୍ପଣ କରିବ । ଭବତର ଏହା ଏକ ପ୍ରସିଦ୍ଧ ଶ୍ଳୋକ । ଭଗବାନଙ୍କୁ ସମର୍ପଣ କଲେ ତାହା ମଧ୍ୟରେ ମନ୍ଦ କର୍ମ ମଧ୍ୟ ଆସିପାରେ । କିନ୍ତୁ ଜାରି ଶୁଣି ମନ୍ଦ କର୍ମ ଭଗବାନଙ୍କୁ ଅର୍ପଣ କରି ପାରିବ ନାହିଁ । ଭୁଲରେ ଅର୍ପଣ କଲେ ମଧ୍ୟ ତା’ର ସଂଶୋନ ହୋଇଯିବ । ଏହି ଆତ୍ମସମର୍ପଣ ଭାବ, ଭଗବାନ୍ ହିଁ ଏକମାତ୍ର ଆଶ୍ରୟ, ତାଙ୍କ ଛଡ଼ା ଅନ୍ୟ କେହି ନାହିଁ - ଏହାହିଁ ଭାଗବତ ତ୍ୱର ମୂଳକଥା ।

ଭଗବାନଙ୍କଠାରେ ଦୃଢ଼ ବିଶ୍ୱାସରଖିଲେ ତାଙ୍କୁ କପରି ଭକ୍ତି କରିବାକୁ ହେବ, ତାହାର ବାଟ ସେ ବତାଇ ଦିଅନ୍ତି । ପା ବର୍ଷର ବାଳକ ଧ୍ରୁବ ଭଗବାନଙ୍କୁ ଲାଭକରିବା ପାଇଁ ବନକୁ ଚାଲିଗଲେ । ତାଙ୍କ ମନରେ ଦୃଢ଼ ବିଶ୍ୱାସ ଅଛି କି ନାହିଁ ଏହା ପରୀକ୍ଷା କରିବା ପାଇଁ ନାରଦ ଆସି ପହôଲେ । ଯେତେବେଳ ବାଳକର ସଂକଳ୍ପ କଥା ଜାଣିଲେ, କିପରି ତପସ୍ୟା କରିବା ପାଇଁ ହେବ ତା’ର ବାଟ ସେ ବତାଇ ଦେଲେ । ପୃଥୁଙ୍କ ବଂଶରେ ଜନ୍ମ ପ୍ରଚେତା ନାମରେ ଦଶ ଜଣ ରାଜପୁତ୍ର ତପସ୍ୟା କରିବା ପାଇଁ ବାହାରିଲେ, କିନ୍ତୁ କିପରି ପ୍ରାର୍ଥନା ଓ ତପସ୍ୟା କରିବାକୁ ହେବ ସେମାନେ ତାହା ଜାଣି ନଥିଲେ । ଭଗବାନ ଶଙ୍କର ତାଙ୍କୁ ବାଟରେ ଦେଖା ଦେଇ ତାହାର ମାର୍ଗ ଦେଖାଇ ଦେଲେ; ଯାହାକି ଭାଗବତରେ ରୁଦ୍ରଗୀତ ନାମରେ ପ୍ରସିଦ୍ଧ । ତେଣୁ ଯେ ତାଙ୍କଠାରେ ସମର୍ପିତ, ଭଗବାନ ତାକୁ ବିଭିନ୍ନ ଉପାୟରେ ଭକ୍ତିର ମାର୍ଗକୁ ଦେଖାଇ ଦିଅନ୍ତି ।

ଅଭିମାନ ଓ ଅହଂକାର ଏହି ସମର୍ପଣ ଭାବର ବିରୋଧୀ । ବିଶ୍ୱର ସୃଷ୍ଟି କରିବା ପାଇଁ ନିଜ ନାଭି କମଳରୁ ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟିକଲେ । ବ୍ରହ୍ମା ତାଙ୍କ ନାଭି କମଳ ଉପରେ ରହି ଦେଖିଲେ ଯେ ପ୍ରଳୟ ଜଳରେ ଚତୁର୍ଦ୍ଧିଗ ଜଳାର୍ଣ୍ଣବ । ତାଙ୍କ ମନରେ କୌତୁହଳ ଜାତ ହେଲା । ତାଙ୍କର ନିଜର କିପରି ସୃଷ୍ଟି ହୋଇଛି, ସେ ଯେଉଁ ପଦ୍ମନାଡର ବସିଛନ୍ତି, ତାହା କେଉଁଠାରୁ କିପରି ସୃଷ୍ଟି ହୋଇଛି, ସେ ଯେଉଁ ପଦ୍ମ ନାଡରେ ବସିଛନ୍ତି, ତାହା  କେଉଁଠାରୁ ଆସିଛି, ତାହା ଜାଣିବା ପାଇଁ ସେ ସେହି ନାଡ ଭିତରେ ପଶିଗଲେ । ବର୍ଷ ବର୍ଷ ଧରି ସେ ନାଡ ଭିତରେ ପଶି ନାଡର ଅନ୍ତ କେଉଁଠି ଓ ଉପôି କେଉଁଠି ତାହା ଜାଣି ପାରିଲେ ନାହିଁ । ଭଗବାନ ଅନନ୍ତ । ତାଙ୍କର ମାୟାର ଅନ୍ତକୁ କିଏ ଜାଣି ପାରିବ? ଯେତେବେଳେ ସେ ନାଡ ଉପରକୁ ଉଠି ଆସି ଭଗବାନଙ୍କଠାରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରି ଦେଲେ ସେତେବେଳେ ଆକାଶବାଣୀ ହେଲା ‘ତପ ତପ’ । ଏହା ଭଗବାନଙ୍କର ନିର୍ଦ୍ଧେଶ ବୋଲି ସେ ମନେ କଲେ ଓ ଦୀର୍ଘକାଳ ତପସ୍ୟା କଲେ । (କ୍ରମଶଃ)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର