ନିର୍ବାଚିତ ·ଣକ୍ୟ ନୀତି (୪)
ସଫଳତାର ମନ୍ତ୍ର
ଉଦ୍ୟୋଗେ ନାସ୍ତି ଦାରିଦ୍ର୍ୟଂ ଜପତୋ ନାସ୍ତି ପାତକମ୍ ।
ମୌନେ ଚ କଳହୋ ନାସ୍ତି ନାସ୍ତି ଜାଗରିତେ ଭୟମ୍ ।ା ୩/୧୧ ।ା
ଅର୍ଥ: ଉଦ୍ୟମ ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ । ଜପ ଦ୍ୱାରା ପାପ ନଷ୍ଟ ହୋଇଥାଏ । ମୌନ ରହିବା ଦ୍ୱାରା କଳହ ହୁଏ ନାହିଁ । ଜାଗ୍ରତ ରହୁଥିବା ବ୍ୟକ୍ତି ଭୟଭୀତ ହୁଏ ନାହିଁ ।
ଅତିର କୁପରିଣାମ
ଅତି ରୂପେଣ ବୈ ସୀତା ଅତି ଗର୍ବେଣ ରାବଣଃ ।
ଅତି ଦାନାତ୍ ବଳିର୍ବଦ୍ଧୋ ଅତି ସର୍ବତ୍ର ବର୍ଜୟେତ୍ ।ା ୩/୧୨ ।ା
ଅର୍ଥ : ଅତ୍ୟନ୍ତ ରୂପ-ସୌନ୍ଦର୍ଯ୍ୟ ସୀତାଙ୍କ ହରଣର କାରଣ ଥିଲା । ଅତ୍ୟନ୍ତ ଗର୍ବ ହେତୁ ରାବଣର ବଧ ହୋଇଥିଲା । ଅତ୍ୟଧିକ ଦାନ ଦେବା ହେତୁ ବଳି ବନ୍ଧନରେ ପଡିଥିଲା । ଏଣୁ ‘ଅତି’କୁ ସର୍ବତ୍ର ତ୍ୟାଗ କରିବା ଉଚିତ ।
ବୁଦ୍ଧିମାନ ବ୍ୟକ୍ତି ପାଇଁ କୌଣସି କାର୍ଯ୍ୟ ଦୁଷ୍କର ନୁହେଁ
କୋହି ଭାରଃ ସମର୍ଥାନାଂ କିଂ ଦୂରଂ ବ୍ୟବସାୟିନାମ୍ ।ା
କୋ ବିଦେଶଃ ସବିଦ୍ୟାନାଂ କଃ ପର ପି୍ରୟବାଦିନାମ୍ ।ା ୩/୧୩ ।ା
ଅର୍ଥ : ସାମର୍ଥ୍ୟବାନ ବ୍ୟକ୍ତି ପାଇଁ କୌଣସି କାର୍ଯ୍ୟ ଦୁଷ୍କର ନୁହେଁ । ବ୍ୟବସାୟୀ ପାଇଁ କୌଣସି ସ୍ଥାନ ଦୂର ନୁହେଁ । ବୁଦ୍ଧିମାନ ବ୍ୟକ୍ତି ପାଇଁ କୌଣସି ଦେଶ ବିଦେଶ ନୁହେଁ । ମିଷ୍ଟଭାଷୀ ପାଇଁ କୌଣସି ବ୍ୟକ୍ତି ପର ନୁହନ୍ତି ।
ସୁପୁତ୍ର କୁଳର ଗୌରବ ଅଟେ
ଏକେନାଽପି ସୁବୃକ୍ଷେଣ ପୁଷ୍ପିତେନ ସୁଗନ୍ଧିନା ।
ବାସିତଂ ତଦ୍ଧନଂ ସର୍ବଂ ସୁପୁତ୍ରେଃ କୁଳଂ ତଥା ।ା ୩/୧୪ ।ା
ଅର୍ଥ :- ଯେପରି ସୁଗନ୍ଧିତ ଫୁଲ ଗୁଡ଼ିକରେ ପରିପୂର୍ଣ୍ଣ ଗୋଟିଏ ଉମ ବୃକ୍ଷ ସମଗ୍ର ବନ ପ୍ରଦେଶକୁ ସୁଗନ୍ଧିତ କରିଦେଇଥାଏ ସେହିପରି ଗୋଟିଏ ମାତ୍ର ଗୁଣୀ ପୁତ୍ର ସମଗ୍ର କୁଳକୁ ସୁଶୋଭିତ କରିଦିଏ ।
ଏକେନାପି ସୁପୁତ୍ରେଣ ବିଦ୍ୟାଯୁକ୍ତେ ଚ ସାଧୁନା
ଆହ୍ଲାଦିତଂ କୁଳଂ ସର୍ବଂ ଯଥା ଚନ୍ଦ୍ରେଣ ଶର୍ବରୀ ।ା ୩/୧୬ ।ା
ଅର୍ଥ :- ଯେପରି ଚନ୍ଦ୍ରମା ଉଦୟ ହେଲେ ରାତି୍ର ପ୍ରକାଶିତ ହୋଇଯାଏ, ସେହିପରି ଜଣେ ବିଦ୍ୟାଯୁକ୍ତ ଓ ସଦା·ରୀ ପୁତ୍ର ।
କିଂ ଜାତୈ ର୍ବହୁଭିଃ ପୁତୈ୍ରଃ ଶୋକସନ୍ତାପ କାରକୈଃ ।
ବରମେକଃ କୁଳାବଳମ୍ବୀ ଯତ୍ର ବିଶ୍ରାମ୍ୟତେ କୁଳମ୍ ।ା୧୭ାା
ଅର୍ଥ : ଶୋକ ସନ୍ତାପକାରକ ଅନେକ ପୁତ୍ର ଜନ୍ମ ହେବାରେ କି ଲାଭ ଅଛି? କୂଳକୁ ଆଶ୍ରୟ ଦାୟକ ଏକ ପୁତ୍ର ହିଁ ଶ୍ରେଷ୍ଠ ଅଟେ ଯାହାର ସାହାରାରେ ସମସ୍ତ କୂଳ ବିଶ୍ରାମ ପାଏ ଓ ସୁଖ ଭୋଗେ ।
ାା ସନ୍ତାନ ଲାଳନ ପାଳନ ବିଧି ।ା
ଳାଳୟେତ୍ ପ ବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେ ତୁ ଷୋଡଶେ ବର୍ଷେ ପୁତ୍ରଂ ମିତ୍ରବଦାଚରେତ୍ ।ା୩ା୧୮ାା
ଅର୍ଥ :- ପା ବର୍ଷ ପର୍ଯ୍ୟନ୍ତ ପୁତ୍ର ଲାଡ ଗେଲ କରି ପାଳନ କରିବା ଉଚିତ । ଦଶବର୍ଷ ପର୍ଯ୍ୟନ୍ତ ତାର ତାଡନ (ଦୁଷ୍ଟାମିକୁ ଉପେକ୍ଷା ନକରି ଦଣ୍ଡ ପ୍ରଦାନ) କରିବା ବିଧେୟ । ଷୋହଳ ବର୍ଷ ପ୍ରାରମ୍ଭରେ ତା ସହିତ ମିତ୍ର ବତ୍ ବ୍ୟବହାର କରିବା ଉଚିତ ।
ାା ସମୟପୋଯୋଗୀ ପଦକ୍ଷେପ ।ା
ଉପସର୍ଗେଽନ୍ୟ ଚକ୍ରେ ଚଦୁର୍ଭିକ୍ଷେ ଚ ଭୟାବହେ ।
ଅସାଧୁଜନ ସଂପର୍କେ ଯଃ ପଳାୟତି ସ ଜୀବତି ।ା୩ ।୧୯ାା
ଅର୍ଥ :- ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ଆଦି ଉପଦ୍ରବ ହେଲେ, ପ୍ରାଣ ଘାତକ ଦୁର୍ଭିକ୍ଷ୍ୟ ହେଲେ ଓ ଦୁଷ୍ଟ ବ୍ୟକ୍ତି ସମ୍ପର୍କରେ ଆସିଲେ ଯିଏ ତତ୍କ୍ଷଣାତ୍ ପଳାୟନ କରେ ସେ ଜୀବିତ ରହେ ।
ାା ପୁରୁଷାର୍ଥ ଦ୍ୱାରା ମଣିଷ ଅମର ହୁଏ ।ା
ଧର୍ମାର୍ଥ କାମ ମୋକ୍ଷାଣାଂ ଯସୈକୋଽପି ନ ବିଦ୍ୟତେ ।
ଜନ୍ମଜନ୍ମାନି ମେର୍୍ୟଷୁ ମରଣଂ ତସ୍ୟ କେବଳମ୍ ।ା ୩ ।୨୦ାା
ଅର୍ଥ :- ଧର୍ମ, ଅର୍ଥ, କାମ ଓ ମୋକ୍ଷ - ଏହି ·ରି ପୁରୁଷାର୍ଥ ମଧ୍ୟରୁ ଯାହା ପାଖରେ ଗୋଟିଏ ମଧ୍ୟ ନାହିଁ, ସେ ବାରମ୍ବାର ଏହି ମର୍୍ୟ ଲୋକରେ ଜନ୍ମ ଗ୍ରହଣ କରି କେବଳ ମୃତୁ୍ୟକୁ ହିଁ ପାଇଥାନ୍ତି ।
।ା ଲକ୍ଷ୍ମୀଙ୍କର ପି୍ରୟ ସ୍ଥାନ ।ା
ମୁର୍ଖା ଯତ୍ର ନ ପୁଜ୍ୟନ୍ତେ ଧାନ୍ୟଂ ଯତ୍ର ସୁସôତମ୍ ।
ଦମ୍ପତ୍ୟେଃ କଳହୋ ନାଽସ୍ତି ତତ୍ର ଶ୍ରୀଃ ସ୍ବୟମାଗତା ।ା୩ ।୨୧ାା
ଅର୍ଥ : ଯେଉଁ ମୁର୍ଖ ବ୍ୟକ୍ତି ପୁଜା ପାଆନ୍ତି ନାହିଁ, ଧାନ୍ୟାଦି ଖାଦ୍ୟ ଶସ୍ୟ ପ୍ରଚୁର ମାତ୍ରାରେ ଗଚ୍ଛିତ ଥାଏ ଏବଂ ପତି-ପନôୀ ମଧ୍ୟରେ ବାଦ-ବିବାଦ ନଥାଏ ସେଠାକୁ ଲକ୍ଷ୍ମୀ (ଧନ-ସମ୍ପି, ଐଶ୍ୱର୍ଯ୍ୟ, ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ, ଶୋଭା ଆଜି) ସ୍ବତଃ ଆସି ବିରାଜମାନ କରନ୍ତି ।
Comments
Post a Comment