ନିର୍ବାଚିତ ·ଣକ୍ୟ ନୀତି (୩)
ାା ବିନାଶର କାରଣ ।ା
ନଦୀ ତୀରେ ଚ ଯେ ବୃକ୍ଷଃ ପରଗେହେଷୁ କାମିନୀ
ମନ୍ତ୍ରିହୀନାଶ୍ଚ ରାଜାନଃ ଶୀଘ୍ରଂ ନଶ୍ୟନ୍ତ୍ୟସଂଶୟମ୍ ।ା୧୫ ।ା
ଅର୍ଥାତ୍ ନଦୀ ତଟରେ ଥିବା ବୃକ୍ଷ, ଅନ୍ୟ ଘରକୁ ଯାଉଥିବା ବା ପର ଘରେ ରହୁଥିବା ସ୍ତ୍ରୀ ତଥା ମନ୍ତ୍ରୀ ରହିତ ରାଜା ଏମାନେ ସମସ୍ତେ ଶୀଘ୍ର ନଷ୍ଟ ହୋଇଯାଆନ୍ତି; ଏହି ବିଷୟରେ କୌଣସି ସଂଶୟ ନାହିଁ ।
ଦୁର୍ଜନ ସହିତ ମିତ୍ରତାର ପରିଣାମ
ଦୁରା·ରୀ ଚ ଦୁରଦୃଷ୍ଟିର୍ଦୁରାଽଽବାସୀ ଚଦୁର୍ଜନଃ
ଯନ୍ମୈତ୍ରୀକି୍ରୟତେପୁମ୍ଭିରଃଶୀଘ୍ରଂ ବିନଶ୍ୟତି ।ା୧୯ାା
ଅର୍ଥ :- ଦୁରା·ରୀ (ଆ·ରହୀନ), କୁଦୃଷ୍ଟି ରଖୁଥିବା ବ୍ୟକ୍ତି, ମନ୍ଦ ସ୍ଥାନରେ ରହୁଥିବା ବ୍ୟକ୍ତି ଓ ଦୁର୍ଜନ ସହିତ ମିତ୍ରତା କରୁଥିବା ମନୁଷ୍ୟ ଶୀଘ୍ର ନଷ୍ଟ ହୋଇଯାଏ ।
ସମାନ ଜନେ ମିତ୍ରପଣ
ସମାନେ ଶୋଭତେ ପ୍ରୀତି ରାଜ୍ଞିସେବାଚଶୋଭତେ
ବାଣିଜ୍ୟବ୍ୟବହାରେଷୁସ୍ତ୍ରୀବିଦ୍ୟାଶୋଭତେଗୃହୋା/୨୦ାା
ଅର୍ଥ :- ସମାନ ସ୍ତରର ବ୍ୟକ୍ତି ସହିତ ପ୍ରେମ ଭାବ (ମିତ୍ରତା) ଶୋଭା ପାଏ । ସେବା ରାଜାଙ୍କୁ ସୁଶୋଭିତ କରେ । ବ୍ୟବସାୟୀମାନଙ୍କ ପାଇଁ ବାଣିଜ୍ୟ ସର୍ବୋମ । ଉମ ଗୁଣ ସମ୍ପନ୍ନ ସ୍ତ୍ରୀ ଘରର ଶୋଭା ଅଟେ ।
ଲକ୍ଷଣରୁ ପରିଚୟ ଜଣାପଡ଼େ
ଆ·ରଃ କୁଳମାଖ୍ୟାତି ଦେଶମାଖ୍ୟାତି ଭାଷଣମ୍ ।ା
ସମ୍ଭ୍ରମଃସ୍ନେହମାଖ୍ୟାତି ବପୁରାଖ୍ୟାତିଭୋଜନମ୍ ।ା୩/୨ାା
ଅର୍ଥ :- ମନୁଷ୍ୟର ଆ·ରରୁ ତାର କୁଳ-ଶୀଳର ପରିଚୟ ମିଳିଥାଏ । କଥାବାର୍ାର ଭାଷାରୁ ତାର ଦେଶ ବିଷୟ ଜଣାପଡ଼େ । ମାନ-ସମ୍ମାନରୁ ତାର ପ୍ରେମ ପ୍ରକଟିତ ହୁଏ । ଶରୀରର ଗଠନ ଦେଖି ତା’ର ଭୋଜନର ପରିଚୟ ମିଳେ ।
ସର୍ପଠାରୁ ମଧ୍ୟ ଦୁର୍ଜନ ବେଶୀ କ୍ଷତିକାରକ
ଦୁର୍ଜନସ୍ୟ ଚ ସର୍ପସ୍ୟ ବରଂ ସର୍ପୋ ନ ଦୁର୍ଜନଃ ।
ସର୍ପଦଂଶତିକାଳେନଦୁର୍ଜନସ୍ତୁ ପଦେ ପଦୋା୩/୪ାା
ଅର୍ଥ :- ଦୁର୍ଜନ (ଦୁଷ୍ଟବ୍ୟକ୍ତି) ଓ ସର୍ପ ମଧ୍ୟରେ ଯଦି ତୁଳନା କରାଯାଏ, ତେବେ ସର୍ପ ଶ୍ରେଷ୍ଠ ଅଟେ; ଦୁର୍ଜନ ଉମ ନୁହେଁ । କାରଣ ସର୍ପ କାଳ ଆସିଲେ ଦଂଶନ କରେ; କିନ୍ତୁ ଦୁଷ୍ଟ ବ୍ୟକ୍ତି ପଦେ ପଦେ କ୍ଷତି କରିଥାଏ ।
ସତ୍ ପୁରୁଷ କୌଣସି ପରିସ୍ଥିତିରେ ମଧ୍ୟ ମର୍ଯ୍ୟାଦା ଲଙ୍ଘନ କରନ୍ତି ନାହିଁ
ପ୍ରଳୟେ ଭିନ୍ନ ମର୍ଯ୍ୟାଦା ଭବନ୍ତି କିଳ ସାଗରାଃ ।
ସାଗରା ଭିନ୍ନ ମିଚ୍ଛନ୍ତି ପ୍ରଳୟେଽପି ନ ସାଧବଃ ।ା ୩/୬ ।ା
ଅର୍ଥ :- ପ୍ରଳୟ ସମୟରେ ସମୁଦ୍ର ନିଜ ମର୍ଯ୍ୟାଦା ତ୍ୟାଗ କରି କୁଳ ଲଙ୍ଘନ କରେ । କିନ୍ତୁ ସତ୍ ପୁରୁଷ ପ୍ରଳୟଙ୍କରୀ ବିପି ସମୟରେ ମଧ୍ୟ ନିଜ ମର୍ଯ୍ୟାଦା ତ୍ୟାଗ କରନ୍ତି ନାହିଁ ।
।ା ମୁର୍ଖଠାରୁ ସର୍ବଦା ଦୂର ରହିବା ଉଚିତ ।ା
ମୁର୍ଖସ୍ତୁ ପରିହର୍ତବ୍ୟଃ ପ୍ରତ୍ୟକ୍ଷୋ ଦ୍ୱିପଦଃ ପଶୁ ।
ଭିନି ବାକ୍ୟଶଲ୍ୟେନଅଦୃଷ୍ଟଃ କକୋ ଯଥାାା ୩/୭ ।ା
ଅର୍ଥ :- ମୁର୍ଖକୁ ତ୍ୟାଗ କରିଦେବା ଉଚିତ । କାରଣ ସେ ପ୍ରତ୍ୟକ୍ଷ ରୂପରେ ଦ୍ୱିପଦ ବିଶିଷ୍ଟ ପଶୁ ଅଟେ । ଅଦୃଶ୍ୟ କା ଶରୀରକୁ ବିଦ୍ଧ କଲା ଭଳି ସେ ତା’ର ବାକ୍ୟ ବାଣ ଦ୍ୱାରା ଅନ୍ୟମାନଙ୍କୁ ଆହତ କରିଥାଏ ।
।ା ବିଦ୍ୟା ହିଁ ମନୁଷ୍ୟର ପ୍ରକୃତ ଶୋଭା ।ା
ରୂପଯୌବନସମ୍ପନ୍ନାଃ ବିଶାଳକୁଳ ସମ୍ଭବାଃ ।
ବିଦ୍ୟାହୀନାନଶୋଭନ୍ତେ ନିର୍ଗନ୍ଧା ଇବ କିଂଶୁକାଃାା ୩/୮ ।ା
ଅର୍ଥ :- ରୂପ ଯୌବନ ସମ୍ପନ୍ନ ଓ ଉଚ୍ଚ କୂଳରେ ଜନ୍ମ ହୋଇ ମଧ୍ୟ ଯଦି କୌଣସି ବ୍ୟକ୍ତି ବିଦ୍ୟାହୀନ ହୋଇଥାଏ । ତେବେ ସେ ସୁଗନ୍ଧହୀନ ପୁଷ୍ପ ସଦୃଶ ସୁଶୋଭିତ ହୁଏ ନାହିଁ ।
ଗୁଣ ହିଁ ପ୍ରକୃତ ରୂପ
କୋକିଳାନାଂ ସ୍ବରୋ ରୂପଂ ସ୍ତ୍ରୀଣାଂ ରୂପଂ ପତିବ୍ରତମ୍ ।
ବିଦ୍ୟା ରୂପଂ କୁରୂପାଣାଂ କ୍ଷମା ରୂପଂ ତପସ୍ବିନାମ୍ ।ା ୩/୯ ।ା
ଅର୍ଥ :- କୋକିଳର ରୂପ ତାର ସ୍ବର, ସ୍ତ୍ରୀର ସୌନ୍ଦର୍ଯ୍ୟ ତା’ର ପତିବ୍ରତ ଧର୍ମ, କୁରୂପ ବ୍ୟକ୍ତିର ରୂପ ହେଉଛି ବିଦ୍ୟା । ତପସ୍ବୀମାନଙ୍କ ଶୋଭା କ୍ଷମାଶୀଳତା ।
ତ୍ୟାଗରେ ହିଁ କଲ୍ୟାଣ ନିହିତ ଥାଏ -
ତ୍ୟଜେଦେକଂ କୁଳସ୍ୟାଽର୍ଥ ଗ୍ରାମସ୍ୟାଽର୍ଥେ କୁଳଂ ତ୍ୟଜେତ୍ ।
ଗ୍ରାମଂ ଜନପଦସ୍ୟାଽର୍ଥେ ଆତ୍ମାଽର୍ଥେ ପୃଥିବୀଂ ତ୍ୟଜେତ୍
ାା ୩/୧୦ ।ା
ଅର୍ଥ - କୁଳର ରକ୍ଷା ପାଇଁ ଏକ ବ୍ୟକ୍ତିକୁ ତ୍ୟାଗ କରିବା ଉଚିତ । ଗ୍ରାମର ସୁରକ୍ଷା ଓ ସୁଖ-ସମୃଦ୍ଧି ପାଇଁ କୁଳକୁ ତ୍ୟାଗ କରିବା ଉଚିତ । ନିଜ ରାଜ୍ୟ ବା ପ୍ରଦେଶର କଲ୍ୟାଣ ପାଇଁ ଗ୍ରାମକୁ ତ୍ୟାଗ କରିବା ଉଚିତ । ଆତ୍ମାର ଉନ୍ନତି ପାଇଁ ପୃଥିବୀର ତ୍ୟାଗ କରିବା ଉଚିତ ।
Comments
Post a Comment