ଜ୍ଞାନ ପ୍ରବାହ (୩୮)
ହଂସଗୁହ୍ୟ ସ୍ତ୍ରେତ୍ରରେ ପରମାତ୍ମାଙ୍କ ସ୍ବରୂପ
ପ୍ରଚେତା ନାମରେ ରାଜା ପ୍ରାଚୀନବର୍ହିଙ୍କର ଦଶପୁତ୍ର ଥିଲେ । ତାଙ୍କ ଔରସରୁ ତାଙ୍କ ପନôୀଙ୍କ ଗର୍ଭରେ ଦକ୍ଷ ପ୍ରଜାପତି ନାମକ ଏକ ପୁତ୍ର ଜନ୍ମହେଲା । ସୃଷ୍ଟିର ବିସ୍ତାର ପାଇଁ ପ୍ରଜାପତି ଦକ୍ଷ ହଂସ ଗୁହ୍ୟ ସ୍ତୋତ୍ରରେ ଅଘମର୍ଷଣ ନାମକ ଏକ ତୀର୍ଥରେ ସ୍ତୁତି କରି ସନ୍ତୁଷ୍ଟ କରିଥିଲେ । ଭଗବାନ ସ୍ବୟଂ ଆବିର୍ଭାବ ହୋଇ ତାଙ୍କୁ ଦର୍ଶନ ଦେଇଥିଲେ ଓ ତାଙ୍କର ପ୍ରକୃତ ସ୍ବରୂପ ବର୍ଣ୍ଣନା କରିଥିଲେ । ସ୍ତବଟି ଏହି ପ୍ରକାର -
ନମଃ ପରାୟାବିତଥାନୁଭେତୟେ ଗୁଣ ତ୍ରୟାଭାସନିମି ବନ୍ଧବେ ।
ଅଦୃଷ୍ଟଧାନ୍ମୋଗୁଣତ୍ୱ ବୁଦ୍ଧିଭି-ନିବୃମାନାୟ ଦଧେ ସ୍ବାୟୟୁବେ ।ା (ଭା- ୬/୪/୨୩)
ଅର୍ଥ- ସମସ୍ତ ବିଷୟରେ ଯାହାଙ୍କର ଅନୁଭୂତି ଅଭ୍ରାନ୍ତ, ଯାହାଙ୍କର ଚିତ୍ଶକ୍ତି ଅମୋଘ, ସମସ୍ତ ଜୀବ ଓ ମାୟାର ଯେ ନିୟନ୍ତା, ଭ୍ରାନ୍ତ ଜୀବଗଣ ତି୍ରଗୁଣାତ୍ମକ ସୃଷ୍ଟିକୁ ସତ୍ୟ ମନେକରି ଯାହାଙ୍କର ସ୍ବରୂପ ଟିକିଏ ହେଲେ ଅନୁଭବ କରି ପାରନ୍ତି ନାହିଁ, ଯେ ଅପରିମେୟ ଓ ସ୍ବୟଂ ପ୍ରକାଶ, ସେହି ସର୍ବଶ୍ରେଷ୍ଠ ଭଗବାନଙ୍କୁ ମୁଁ ନମସ୍କାର କରୁଛି । (ଭା- ୬୮/୪/୨୩)
ନ ଯସ୍ୟ ସଖ୍ୟଂ ପୁରୁଷୋଽବୈତି ସଖୁ୍ୟଃ
ସଖା ବସତ୍ ସଂବସତଃ ପୁରେଽସ୍ମିନ୍ ।
ଗୁଣୋ ଯଥା ଗୁଣିନୋ ବ୍ୟକ୍ତଦୃଷ୍ଟେ-
ତସ୍ମୈ ମହେଶାୟ ନମସ୍କରୋମି । (ଭା- ୬/୪/୨୪)
ଅର୍ଥ- ପ୍ରାଣୀର ସଖାଭାବରେ ଭଗବାନ ତାର ଶରୀରରେ ଅବସ୍ଥାନ କରନ୍ତି । କିନ୍ତୁ ସେହି ପ୍ରିୟ ସଖାଙ୍କୁ ଜାରିପାରେ ନାହିଁ; ଯେପରି ରୂପ, ରସାଦି ବିଷୟ ସମୂହ ସେମାନଙ୍କର ପ୍ରକାଶକ ବନ୍ଧୁ ଚକ୍ଷୁ ଆଦି ଇନ୍ଦି୍ରୟମାନଙ୍କୁ ଜାଣି ପାରନ୍ତି ନାର୍ହି । ଆପଣ ସମସ୍ତ ଜୀବନଙ୍କ ନିୟନ୍ତା, ସର୍ବ ଦ୍ରଷ୍ଟା ଓ ବନ୍ଧୁ । ହେ ମହେଶ୍ୱର, ମୁଁ ଆପଣଙ୍କୁ ନମସ୍କାର କରୁଛି । (ଭା- ୬/୪/୨୪)
ଦେହୋଽସବୋଽକ୍ଷା ମନବୋ ଭୁତମାତ୍ରା
ନାତ୍ମାନମନ୍ୟଂ ଚ ବିଦୁଃ ପରଂ ଯତ୍ ।
ସର୍ବ ପୁମାନ୍ ବେଦ ଗୁଣାଂଶ୍ଚ ତଜ୍ଜେ୍ଞା
ନ ଦେବଦ ସର୍ବଜ୍ଞ ମନନ୍ତମୀତେ । (ଭା- ୬-୪-୨୫)
ଅର୍ଥ - ଦେହ, ପ୍ରାଣ, ଇନ୍ଦି୍ରୟ, ଅନ୍ତଃକରଣ, ପ ମହାଭୁତ ଓ ପ ତନ୍ମାତ୍ର- ଏମାନେ ସମସ୍ତେ ଜଡ ହୋଇଥିବା ଯୋଗୁଁ ଆତ୍ମାର ସ୍ବରୂପକୁ ଜାଣି ପାରନ୍ତି ନାହିଁ; କିନ୍ତୁ ଜୀବ ଚେତନ ହୋଇଥିବା ଯୋଗୁଁ ଏହି ସମସ୍ତଙ୍କୁ ଏବଂ ସେମାନଙ୍କର ମୂଳକାରଣ ସ୍ୱ ଆଦି ତିନିଗୁଣକୁ ଭଲ ଭାବରେ ଜାଣିପାରେ । ଏ ସବୁ ଜାଣି ମଧ୍ୟ ତାର ଶରୀରରେ ଥିବା ସର୍ବାନ୍ତର୍ଯ୍ୟାମୀ ଅନନ୍ତଙ୍କୁ ସେ ଅନୁଭବ କରିପାରେ ନାହିଁ । ତେଣୁ ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ମୁଁ ଆପଣଙ୍କୁ ନମସ୍କାର କରୁଛି ।
(ଭା-୬/୪/୨୫)
ଯ ଦୋପରାମୋ ମନସୋ ନାମରୂପ-
ରୂପସ୍ୟ ଦୃଷ୍ଟସ୍ମୃତି ସମ୍ପ୍ରମୋଷାତ୍ ।
ଯ ଇୟତେ କେବଳୟା ସ୍ବସଂସ୍ଥୟା
ହଂସାୟ ତସ୍ମୈ ଶୁଚିସଦ୍ମନେ ନମଃ । (ଭା- ୬/୪/୨୬)
ଅର୍ଥ- ନାମ ଓ ରୂପକୁ ଯେଉର୍ମନ କଳ୍ପନା କରିଥାଏ, ତାର ସମାଧିକାଳରେ ସେ ଦୁହିଁଙ୍କର ଦର୍ଶନ ଓ ସ୍ମତି ଲୋକ ପାଇଥାଏ, ମନ ନିରସ୍ତ ହେଲେ ମଧ୍ୟ ଆପଣ ସଚେତନ ଓ ଜାଗ୍ରତ ରହି କେବଳ ସ୍ବରୂପ ଜ୍ଞାନ ଦ୍ୱାରା ପ୍ରକାଶ ପାଇଥାନ୍ତି । ତେଣୁ ସେହି ବିଶୁଦ୍ଧ ଏବଂ ଶୁଦ୍ଧ ଚିସ୍ଥ ଆପଣଙ୍କୁ ମୁଁ ନମସ୍କାର କରୁଛି ।
(ଭା- ୬/୪/୨୬)
ମନୀଷିଶୋ-ନ୍ତର୍ହୃଦି ସନ୍ନିବେଶିତଂ ସ୍ବଶକ୍ତିଭିର୍ନବଭିଶ୍ଚ ତି୍ରବୃଦ୍ଭିଃ ।
ବହିଂ ଯଥା ଦାରୁଣି ପାଦଶ୍ୟଂ ମନୀଷୟା ନଷ୍କର୍ଷନ୍ତି ଗୁଢ଼ମ୍ ।ା (ଭା- ୬/୪/୨୭)
ସବୈମମାଶେଷବିଶେଷାମାୟା ନିଦେଧନର୍ବାଣ ସୁପାନୁଭୁତି ।
ସ ସର୍ବନାମା ସ ଚ ବିଶ୍ୱରୂପଃ ପ୍ରସୀଦତାମନିରୁକ୍ତତ୍ମଶକ୍ତିଃ ।ା (ଭା- ୬/୪/୨୮)
ଅର୍ଥ- କାଷ୍ଠ ମଧ୍ୟରେ ଅଗ୍ନି ଳୁକ୍କାୟିତ ଥାଏ । କିନ୍ତୁ ଜ୍ଞାନୀମାନେ ସାମିଧେନୀ ନାମକ ପନ୍ଦରଟି ଋକ୍ ମନ୍ତ୍ର ଦ୍ୱାରା ତାହାକୁ ପ୍ରକାଶ କରନ୍ତି । ସେହିପରି ଆପଣ ପ୍ରକୃତି, ପୁରୁଷ, ମହତ୍ୱ, ଅହଙ୍କାରତ୍ୱ ଓ ପତନ୍ନାତ୍ର - ଏହି ନଅଟି ଶକ୍ତି, ତ୍ୱ, ରଜ ଓ ତମ ଏହି ତିନିଗୁଣ ଏବଂ ଏକାଦା ଇନ୍ଦି୍ରୟ ଓ ପ ମହାଭୁତ - ଏହି ଷୋଳପ୍ରକାର ବିକାର ସ୍ବରୂପ ନିଜର ଶକ୍ତି ସହିତ ଜୀବମାନଙ୍କର ହୃଦୟ ମଧ୍ୟରେ ଅନ୍ତର୍ଯ୍ୟାମୀ ରୂପେ ପ୍ରଚ୍ଛନ୍ନ ଭାବରେ ଥିଲେ ମଧ୍ୟ ଆପଣଙ୍କର ବୈଚିତ୍ର୍ୟମୟ ମାୟାକୁ ଅତିକ୍ରମ କରି ସର୍ବଦା ପରମାନନ୍ଦ ଅନୁଭବ କରନ୍ତି । ବିଶ୍ୱର ସମସ୍ତ ନାମ ରୂପ ଆପଣଙ୍କ ଠାରେ ଆରୋପିତ । ଆପଣଙ୍କର ସ୍ବରୂପ ଶକ୍ତି ଆନିର୍ବାଚନୀୟ । ଭଗବାନ, ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ । (ଭା- ୫/୪/୨୭-୨୮)
ଯଦ୍ୟନ୍ନିରୁକ୍ତଂ ବଚସା ନିରୁପିତଂ ଧିୟାକ୍ଷଭିର୍ବା ମନସା ବୋତ ଯସ୍ୟ ।
ମା ଭୁତ ସ୍ବରୂପଂ ଗୁଣରୂପବଂ ହି ତଉତ୍ସବୈ ଗୁଣାପାୟ ବିସର୍ଗ ଲକ୍ଷଣଃ ।ା
(ଭା-୬/୪/୨୯)
ଅର୍ଥ- ପ୍ରଭୁ, ଆପଣଙ୍କର ସ୍ବରପକୁ କଥାରେ କୁହାଯାଇ ପାରିବ ନାହିଁ, ବୁଦ୍ଧି ଦ୍ୱାରା ନିଋୂପିତ ବା ଇନ୍ଦି୍ରୟ ଦ୍ୱାରା ଅନୁଭୂତ ହୋଇ ପାରିବ ନାହିଁ ବା ମନ ଦ୍ୱାରା ଚିନ୍ତା କରାଯାଇ ପାରିବ ନାହିଁ । କାରର ବୁଦ୍ଧି, ଇନ୍ଦି୍ରୟ ଓ ମନ ଆଦି ଗୁଣରୁ ଉପôନ୍ନ । କିନ୍ତୁ ଆପଣ ହେଉଛନ୍ତି ମାୟାବତୀ ଓ ଗୁଣାତୀତ ଏବଂ ନିତ୍ୟ ସିଦ୍ଧି ରୂପରେ ପ୍ରକଟିତ । (ଭା- ୬/୪/୨୯)
ଯସ୍ମିନ୍ ଯତୋ ଯେନ ଚ ଯସ୍ୟ ଯସ୍ମୈ ଯଦ୍ ଯୋ ଯଥା କୁରୁତେ କାର୍ଯ୍ୟତେ ଚଂ ।
ପରାବରୋଷାଂ ପରମଂ ପ୍ରାକ୍ ପ୍ରସିଦ୍ଧଂ ତତ୍ ବ୍ରହ୍ମ ତଦ୍ଧେତୁରନନ୍ୟଦେକମ୍ ।ା
(ଭା୬/୪/୩୦)
ଅର୍ଥ- ଭଗବାନ, ଏହି ଜଗତ ଆପଣଙ୍କ ଠାରେ ଅଧିଷ୍ଠିତ, ଆପଣଙ୍କ ଠାରୁ ଏହାର ଉପôି, ଏବଂ କାହାରି ସହାୟତା ବିନା ଆପଣ ଏହାକୁ ନିଜେ ନିଜେ ନିର୍ମାଣ କରିଛନ୍ତି । ଏହା ଆପଣଙ୍କର ଓ ଆପଣଙ୍କ ପାଇଁ । ଅପାଣଙ୍କ ରୂପରେ ଏହି ଜଗତ ନିର୍ମିତ ହୋଇଛି, ଅପାଣହିଁ ଏହାକୁ କରି କରାଇଥାନ୍ତି । ଯେତେବେଳ କାର୍ଯ୍ୟକାରଣର ଭେଦ ନ ଥିଲା ସେତେବେଳ ଆପଣ ସ୍ବୟଂସିଦ୍ଧ ଥାଇ ନିଜର ସ୍ବରୂପରେ ଅବସ୍ଥିତ ଥିଲେ । ତେଣୁ ଆପଣଙ୍କ ସମସ୍ତଙ୍କର କାରଣ, ନିଜର ଏବଂ ଜୀବ ଜଗତର ମଧ୍ୟରେ ଥିବା ସମସ୍ତ ଭେଦ ରହିତ ଏକ ଏବଂ ଅଦ୍ୱିତୀ ବ୍ରହ୍ମ । ଆପଣଙ୍କୁ ମୁଁ ନମସ୍କାର କରୁଛି । (ଭା- ୬/୪/୩୦)
ଯଚ୍ଛକ୍ତୟୋ ବବତାଂ ବାଦିନାଂ ବୈ
ବିବାଦ ସମ୍ବାଦ ଭୁବୋ ଭବନ୍ତି ।
କୁର୍ବନ୍ତି ଚୈଷାଂ ମୁହୁରାତ୍ମମୋହଂ
ତସ୍ମୈ ନମୋଽନ୍ତଗୁର୍ଣା ଭୁଶ୍ମେ । (ଭା:୬/୪/୩୧)
ଅର୍ଥ- ପ୍ରଭୁ, ଆପଣଙକର (ମାୟା ଅବିଦ୍ୟା ଅଦି) ଶକ୍ତି ସମୂହ ସମ୍ପର୍କରେ ବାଦୀ ଓ ପ୍ରତିବାଦୀମାନେ କେବେ କେବେ ବିବାଦ କରନ୍ତି ଏବଂ ଏକ ମତ ମଧ୍ୟ ହୁଅନ୍ତି, ତାହା ସେମାନଙ୍କ ଅନ୍ତଃକରଣରେ ବାରମ୍ବାର ମୋହ ଜାତ କରାଏ । ଅନନ୍ତ ଗୁର ସମ୍ପନ୍ନ ମହାମହିମମୟ ଆପଣଙ୍କୁ ମୁଁ ନମସ୍କାର କରୁଛି । (ଭା- ୬/୪/୩୧)
ଅସ୍ତୀତି ନାସ୍ତୀତି ଚ ବସ୍ତୁନିଷ୍ଠୟୋ-
ରେକସ୍ଥୟୋର୍ଭିନ୍ନ ବିରୁଦ୍ଧଧର୍ମୟୋଃ ।
ଅବେକ୍ଷିତଂ କିଶ୍ଚନ ଯୋଗ ସଂଖ୍ୟୟୋଃ
ସମଂପରଂ ହ୍ୟନୁକୂଳଂ ବୃହତ୍ ।ା (ଭା୬/୪/୩୨)
ଅର୍ଥ- ଭଗବାନ, ଭକ୍ତମାନେ ଆପଣଙ୍କର ସାକାର ବିଗ୍ରହ କଥା କହି ଥାନ୍ତି । ଜ୍ଞାନୀମାନେ ଆପଣଙ୍କୁ ନିରାକାର ବୋଲି କହନ୍ତି । ସେହି ଏକ ବସ୍ତୁର ଦୁଇ ପରସ୍ପର ବିରୋଧୀ ଧର୍ମାବଲମ୍ବୀ ଥିଲେ ମଧ୍ୟ ଉଭୟ ମତରେ ଲକ୍ଷ୍ୟ ହେଉଛି ଏକ । କାରଣ ଉଭୟ ମତ ହେଉଛି ଭଗବାନଙ୍କ ପ୍ରତିପାଦକ, ଯେହେତୁ ଆପଣଙ୍କ ଆଧାରଭୂତ ଓ ପୁଣି ନିରାଧାର; ପୁଣି ଉଭୟର ଉଦ୍ଧ୍ୱର୍ରେ ଥିବା ପରମ ବ୍ରହ୍ମରୂପେ ଉଭୟ ସାଧନାର ଅନୁକୂଳ ଅଟନ୍ତି । (ଭା-୬/୪/୩୨)
ଯୋଽନୁଗ୍ରହାର୍ଥ ଭଜତାଂ ପାଦମୂଳ-
ମନାମରୂପୋ ଭଗବାନ ନନ୍ତୁଃ ।
ନାମାନି ରୂପାଣି ଚ ଜନ୍ମକର୍ମଭେି-
ଭୈଜେ ସମହ୍ୟଂ ପରମଃ ପ୍ରସୀତତୁ । (ଭା- ୬/୪/୩୩)
ଅର୍ଥ- ଅନନ୍ତ ବିଭୂତି ସମ୍ପନ୍ନ ଭଗବାନ୍ ପ୍ରାକୃତ ନାମରୂପାଦି ରହିତ ହେଲେ ମଧ୍ୟ ନିଜ ଶ୍ରୀପାଦପଦ୍ମର ଉପାସକମାନଙ୍କ ପ୍ରତି ଅନୁଗ୍ରହ ପ୍ରଦର୍ଶନ ପାଇଁ ଜନ୍ମ ଓ କର୍ମ ଦ୍ୱାରା ନାନା ରୂପ ଓ ନାମ ଧାରଣ କରିଥାନ୍ତି । ସେହି ପରମପୁରୁଷ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ । (ଭା- ୬/୪/୩୩))
ଯଃ ପ୍ରାକୃତୈର୍ଜ୍ଞାନ ପଥୈର୍ଜନାନାଂ
ଯଥାଶୟଂ ଦେହଗଣୋ ବିଭାତି ।
ଯଥାନିଳଃ ପାର୍ଥବମାଶ୍ରିତୋ ଗୁଣଂସଈଶ୍ୱରୋକୁରୁତାନ୍ମନୋରଥମ୍ । (ଭା- ୬/୪/୩୪)
ଅର୍ଥ- ବାୟୁ ଯେପରି ପାର୍ଥବ ବସ୍ତୁରୁ ଆଶ୍ରୟରେ ତାର ଗୁଣ ଗ୍ରହଣ କରି ନାନାବିଧ ଗନ୍ଧଯୁକ୍ତ ଓ ରୂପ ସମ୍ପନ୍ନ ହୋଇଥାଏ, ସେପରି ନିମ୍ନ ସ୍ତରର ସାଧକମାନଙ୍କ କାମନା ଅନୁଯାୟୀ ଭଗମାନ ବିଭିନ୍ନ ଦେବଦେବୀ ମୂିର୍ ଧାରଣ କରି ନାନା ରୂପରେ ପ୍ରକଶିତ ହୁଅନ୍ତି । ସେହି ଭଗବାନ ମୋର ଅଭୀଷ୍ଟ ପୂଣ କରନ୍ତୁ ।
(ଭା- ୬/୪/୩୪)
ଆହୁରି ସରଳ ଓ ସହଜ ଭାବରେ ପରମାତ୍ମାଙ୍କ ସ୍ବରୂପ ବୁଝିବାକୁ ହେଲେ ଶ୍ରୀମଦ୍ଭାଗବତର ଷଷ୍ଠ ଅଧ୍ୟାୟରେ ଅନ୍ତର୍ଭୁକ୍ତ ଚତୁର୍ଥ ଅଧ୍ୟାୟର ଉପରେ ପ୍ରଦ ଶ୍ଲୋକ ୨୩-୩୪ର ଭାବାନୁବାଦ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ନିମ୍ନଲିଖିତ ପଦ୍ୟାବଳୀ ପଠନୀୟ ।
ନମସ୍ତେ ପ୍ରଭୁ ଆଦି ଧାତା । ଜୀବମାୟାର ଯେ ନିୟନ୍ତା ।ା
ଆଦୃଷ୍ଟ ଯାହାର ମହିମା । ଗୁଣ ବୁଦ୍ଧିରେ ନୋହେ ସୀମା ।ା
ଯାହାର ଆଜ୍ଞାରେ ଜଗତ । ନମସ୍ତେ ପ୍ରଭୁ ଆଦି ଭୂତ ।ା ୨୩ାା
ଯାହାର ସଖା ଅଟେ ଜୀବ । ନ ଜାଣେ ତାହାର ପ୍ରଭାବ ।ା
ଏ ଦେହେ ସମାନେ ବସଇ । ତଥାପି ଜୀବ ନ ଜାଣଇ ।ା
ପ୍ରକାଶ ଇନ୍ଦ୍ରିୟ ଗଣର । ଯେହ୍ନେ ବିଷୟ ଅଗୋଚର ।ା
ସଂସାରେ ଅଛି ପୂର୍ଣ୍ଣ ହୋଇ । ସେ ମହେଶ୍ୱରଙ୍କୁ ନମଇଁ ।ା୨୪ାା
ଦେହ ଇନ୍ଦି୍ରୟ ପ୍ରାଣ ମନ । ଯେ ଭୂତ ମାତ୍ରାଦି ପମ ।ା
ଏମାନେ ନିଜ ସ୍ବରୂପକୁ । ନ ଜାଣେ କେହି ଯେ କାହାକୁ ।ା
ଜୀବ ଯେ ଏ ସର୍ବ ଜାଣଇ । ସେ ଜୀବ ଯାକୁ ନ ଜାଣଇ ।ା
ସକଳ ଭୂତରେ ଯେ ଥାଇ । ତାହାକୁ କେହି ନ ଜାଣଇ ।ା
ସର୍ବଜ୍ଞ ଅନନ୍ତ ଅଟଇ । ତାହାକୁ ଦଣ୍ଡବତ ମୁହିଁ ।ା ୨୫ ।ା
ସମାଧି ଯୋଗେ ଦୃଷ୍ଟି ସ୍ମୃତି । ବିନାଶେ ଯେ ହୁଏ ପ୍ରତୀତି ।ା
କେବଳ ସ୍ବରୂପ ଜ୍ଞାନରେ । ଅଶେଷ ଅଟେ ଯେହୁ ପୂରେ ।ା
ଯେ ହଂସ ଶୁଦ୍ଧ ଚି ଘର । ତାହାକୁ ମୋର ନମସ୍କାର ।ା୨୬ାା
ହୃଦପଦ୍ମରେ ଯାକୁ ଧରି । ପଣ୍ଡିତେ ଧ୍ୟାନକୁ ଆଚରି ।ା
ଅଶେଷ ବିଶେଷ ମାୟାର । ନିଷେଧ ଅନୁଭବ ଯାର ।ା
ସେ ସର୍ବରୂପ ସର୍ବନାମ । ସକଳ ଯାହାର ଭିଆଣ ।ା
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବ କାରଣ ଭଗବାନ ।ା ୨୭୪-୨୮ାା
ଭୃଜନ କରନ୍ତି ଯେ ଜନେ । ଏ ବୁଦ୍ଧି ଇନ୍ଦି୍ରୟ ବଚନେ ।ା
ଯେ ପ୍ରଭୁ ଏଥୁଁ ଅଗୋଚର । ତାହାଙ୍କୁ ମୋର ନମସ୍କାର ।ା୨୯ାା
ଯାହା ଠାବରେ ଯାହା ତହୁଁ । ସେ ସର୍ବ ରୂପ ଏକ ଦେହୁ ।ା
ଯେ କାର୍ଯ୍ୟ କରାଇ କରଇ । ଯାହାର ତହୁଁ ଆନ ନାହିଁ ।ା
ପର ଉପରେ ଯେଉଁ ପର । ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର ।ା
ଏମନ୍ତ ଯେହୁ ପରଂବ୍ରହ୍ମ । ତାହାଙ୍କୁ ନମସ୍କାର ମମ ।ା୩୦ାା
ନିଜ ଶକ୍ତିମାନେ ଯାହାର । ବାଦୀ ବିବାଦୀମାନଙ୍କର ।ା
ବିବାଦେ ବିସଂବାଦେ କରି । ପ୍ରାଣୀମାନଙ୍କ ଚି ହରି ।ା
ଏମନ୍ତ ଅନନ୍ତ ଯା ପୁଣ । ନମଇଁ ତାହା ଚରଣ ।ା୩୧ାା
ସଂସାରେ ଅସ୍ତି ନାସ୍ତି ଯେତେ । ବସ୍ତୁର ନିଷ୍ଠା ଏହିମତେ ।ା
ସାଂଖ୍ୟ ଯୋଗରେ ପ୍ରବିର୍ତ । ସେ ସମ ଅଳପ ବହୁତ ।ା
ଭିନ୍ନ ବିରୁଦ୍ଧ ଧର୍ମ ସେହି । ତା ବିନୁ ଆନ କେହି ନାହଁ ।ା୩୨ାା
ପଦ୍ମପାଦରେ ଯେ ଭଜଇ । ତାହାରେ ଅନୁଗ୍ରହ ପାଇଁ ।ା
ଜନମେ ନାମ ରୂପ ଧରି । ଶରୀର ବହଇ ଯେ ହରି ।ା
ସେ ମୋତେ ହୁଅନ୍ତୁ ପ୍ରସନ୍ନ । ସର୍ବକରଣ ଭଗବାନ ।ା୩୩ାା
ପ୍ରାକୃତ ଜ୍ଞାନ ପଥେ କରି । ଯେ ପ୍ରଭୁ ନାନା ରୂପ ଧରି ।ା
ଶୋଭା ପାଉଛି ଅନୁକ୍ଷଣ । ଅଖିଳ ପ୍ରାଣ ନାରାୟଣ ।ା
ପୃଥିବୀ ଗୁଣକୁ ବସାଇ । ଅନିଳ ଯେସନ ବହଇ ।ା
ଯେ ପ୍ରଭୁ ମହିମା ଏମନ୍ତ । ପୂର୍ଣ୍ଣ ମୋ କରୁ ମୋନରଥ ।ା ୩୪ାା
ଅଘମର୍ଷଣ ତୀର୍ଥୟରେ ଦକ୍ଷଙ୍କର ଏହି ସ୍ତବରେ ସନ୍ତୁଷ୍ଟ ହୋଇ ପରମାତ୍ମା ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ । ଦକ୍ଷଙ୍କୁ ସେ ନିମ୍ନ ପ୍ରକାରେ ନିଜ ସ୍ବରୂପ ବିଷୟରେ ଏହିପରି କହିଲେ-
ତପୋମେ ହୃଦୟଂ ବ୍ରହ୍ମଂ ସ୍ତୁବିଦ୍ୟା କ୍ରୟାଽଽକୃତିଃ ।
ଅଙ୍ଗାନି କ୍ରତବୋଜାତା ଧର୍ମ ଆତ୍ମାସବଃ ମୁରାଃ । (ଭା- ୬/୪/୪୬)
ଅହମେବାସମେବାଗ୍ନେ ନାନ୍ୟତ୍ କିାନ୍ତରଂ ବହିଃ ।ସଂଜ୍ଞାନମାତ୍ରମବ୍ୟକ୍ତଂ ପ୍ରସୁପ୍ତମିବ ବିଶ୍ୱତଃ ।ା (ଭା- ୬/୪/୪୭)
ମଧ୍ୟନନ୍ତଗୁଣେଽନନ୍ତେ ଗୁଣତୋ ଗୁଣ ବିଗ୍ରହଃ ।
ଯଦାଽସୀତ୍ ତତ ଏବାଦ୍ଧ୍ୟେଃ ସ୍ବୟମ୍ଭୁଃ ସମଭୁଦଜଃ ।ା (ଭା- ୬/୪/୪୮)
ଅର୍ଥ- ବ୍ରହ୍ମନ୍, ତପସ୍ୟା ମୋର ହୃଦୟ, ବିଦ୍ୟା ଶରୀର, କର୍ମ ଆକୃତି, ଯଜ୍ଞ ମୋର ଅଙ୍ଗ, ଧର୍ମ ମୋର ମନ ଓ ଦେବଗଣ ମୋର ପ୍ରାଣ ସ୍ବରୂପ ।ା୪୬ାା ବିଶ୍ୱସୃଷ୍ଟିର ପୂର୍ବରୁ ମୁଁ କେବଳ ଥିଲି । ମୋ ଛଡା ବାହାରେ ବା ଭିତରେ କେହି ନଥିଲେ । ନା ଦୁଷ୍ଟ ଥିଲା, ନା ଦୃଶ୍ୟ ଥିଲା । ମୁଁ କେବଳ ଅବ୍ୟକ୍ତ ଜ୍ଞାନ ସ୍ବରୂପ ହୋଇ ରହିଥିଲି ।ା ୪୭ାା ପ୍ରିୟ ଦକ୍ଷ, ମୁଁ ଅନନ୍ତ ଏବଂ ଅନନ୍ତଗୁଣର ଆଧାର । ମୋର ମାୟା ଦ୍ୱାରା ଯେତେବେଳ ଏ ତିଗୁଣାତ୍ମକ ବ୍ରହ୍ମାଣ୍ଡ ପ୍ରକାଶିତ ହେଲାଳ, ସେତେବେଳ ଆୟାଜିତ ଆଦିପୁରୁଷ ବ୍ରହ୍ମା ମଧ୍ୟ ଆବିର୍ଭୁତ ହେଲେ । ।ା୪୮ାା
ଦକ୍ଷର ଅର୍ଥ ସମର୍ଥ । ଭଗବାତ୍ ସାକ୍ଷାତକାର ପାଇଁ ପ୍ରଥମେ ନିଜକୁ ଯୋଗ୍ୟ କରିବାକୁ ହେବ । ଉପରେ ବର୍ଣ୍ଣିତ ଭଗବାନଙ୍କ ସ୍ବରପକୁ ଅନନ୍ୟ ଭାବରେ ସତତ ଧ୍ୟାନ ବା ସ୍ମରଣ କଲେ ଅବଶ୍ୟ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ - ଏକଥା ଭାଗବତ ପ୍ରମାଣ କରିଛନ୍ତି ।
Comments
Post a Comment