ଧର୍ମ-କର୍ମର ମର୍ମ

ଗୋରା ମହାନ୍ତ

ପ୍ରଜ୍ଞା, ବିଚାର ଶକ୍ତି ଓ ବିଜ୍ଞାନ ଆଗରେ ଈଶ୍ୱରଙ୍କ ଅସ୍ତିତ୍ୱ କାହିଁ ? ଭଗବାନ ବୋଧହୁଏ ଅଛନ୍ତି ସେହିମାନଙ୍କର ପାଇଁ, ଯେଉଁମାନଙ୍କର ନିଜର ବିଚାରଶକ୍ତି ନାହିଁ - କାର୍ଲମାର୍କସ ।

ହଠାତ୍ କେଜାଣି କାହିଁକି ଏଇଠି ଆମର ଘଡ଼ିଏ ରହିଯିବା ପାଇଁ ବାଧ୍ୟ ବୋଲି ମନେ ହେଲା  । ଅକାରଣେ ନୁହେଁ କାରଣ ଥାଇକି  ।

ଆଉ କେଇଟା ଗଣନାରେ ଦିନ ପରେ, ଗୋଟିଏ ଶତାବ୍ଦୀ ଚାଲିଯିବ  । କେଜାଣି କୋଉ ଶତାବ୍ଦୀରେ ମଣିଷ ପହୁଛି କି ନାହିଁ  । କିନ୍ତୁ କୋଉ ଶତାବ୍ଦୀ, ନା ଏଇ ଶତାବ୍ଦୀରେ ମାର୍କ ଏ କଥା କହି ଯାଇଥିଲେ, ସତରେ କ’ଣ ଆଜି ୟାର କିଛି ସତ୍ୟତା ଅଛି?

ଜନ୍ମାଷ୍ଟମୀ ଛୁଟି, ଆଗକୁ ଆସୁଛି ଆଶ୍ୱିନର ପର୍ବପର୍ବାଣୀ ଦିନ  । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି, ସାହି ସାହି ବୁଲି ୮/୧୦ ବର୍ଷିଆ ପିଲାଙ୍କର ଚାନ୍ଦା ରସିଦ ହାତରେ ଦୁଆର ଦୁଆର ବୁଲିବାଠୁଁ । ଏଣେ ଭକ୍ତିରସରେ ଆକଣ୍ଠ ଆସକ୍ତ ହୋଇ ଶହ ଶହ ଅମରନାଥ ତୀର୍ଥଯାତ୍ରା ସିଧା ସ୍ବର୍ଗାରୋହଣ କଲେ । ଶ୍ରାବଣର ବୋଲବମ୍ ଠାରୁ ଜୟ ରାଧେ କୃଷ୍ଣ ପରେ ଜୟ ଗଣେଶ, ତାପରେ ଜୟ ମାତାଜୀ ଯାଏଁ ନିରନ୍ତର ସୁଅ ଛୁଟିବ  । ଜନ୍ମଭୂମି ଓ ମସଜିଦକୁ ନେଇ ବିବାଦ ସୁଦ୍ଧା ଶାସନତନ୍ତ୍ରକୁ ଗାଦୀଚ୍ୟୁତ କରି ସାରିଛି  । କେବଳ ଏଇ ଧର୍ମକୁ ନେଇ ପୃଥିବୀକୁ ଚମକେଇ ଦବାର ଯୋଉ ଉଦାହରଣଟି ଏଇ ଶତାବ୍ଦୀ ଦେଇଗଲା, ସେଠି ପୁଣି ମାର୍କସ ଉପରୋକ୍ତ କଥାଟି କେମିତି ସେ କହିପାରିଲେ ? ସାଦା କାରଣଟି ଏଇ ଯେ, ସିଏ ଏ ସବୁ ହୁଏତ ଦେଖି, ଭାବି ନ ଥିବେ  ।

ଏଇ କ’ଣ ସେଇ ଭୂମି, ଯୋଉଠି ଗାନ୍ଧୀ, ଅରବିନ୍ଦ ଓ ଶିବାନନ୍ଦଙ୍କ କର୍ମଯୁକ୍ତ ଧର୍ମକୁ ମୋଟେ ଆମେ ଆପଣେଇ ପାରିନୁ? ପବନ, ଆକାଶ ଓ ମାଟିକୁ ଯୋଉଠି ପୂଜା କରାଯାଏ  । ସେଇଥିରୁ ହିଁ ଜୈବିକ ତ୍ୱରୁ ମଣିଷର ଜୈବିକ ସାର ଜନ୍ମ ବୋଲି ଯୋଉଠି ସତ୍ୟ ସ୍ୱୀକାର କରାଯାଏ ।

ଅତୀତ ମାନ ବଦଳି ଯାଇଛନ୍ତି ବୋଲି କିଆଁ ମନେ ହେଲାନି । ସତ ମାନେ ସତିଆ ହୋଇ ରହିଯାଇଛନ୍ତି, ଏଇ କଥାଟି ବେଶୀ ସତ ବୋଲି ଆମ ଆଜନ୍ମ ଅନୁର୍ବର ହୃଦୟଟି କିଆଁ କହିଲା ?

‘ସତ୍ୟମେବ ଜୟତେ' ସବୁଠି କାନ୍ଥରେ କ୍ରୁଶବିଦ୍ଧ ହୋଇଥିବା ଏଇ କଥାଟି ଏବେ ବି ତ ଚାଲିଛି । ତେବେ ସେ ଇ କଥାଟିର ପଛରେ ଲୁଚିଥାଇ ଯୋଉ ଅସଭ୍ୟତା ଆମ ଆଖି ଆଗରେ ଦାନ୍ତ ନିକୁଟୁଛି, ତା'ର ଚେହେରାଟି ଆମ ନିଜ ଭିତରୁ ବାହାରି ଆସିଛି  । ଏ କଥା ଆମେ ଜାଣି ସୁଦ୍ଧା ନିର୍ଲଜ୍ଜଙ୍କ ପରି ତୁନି ହୋଇ ବସିଛୁ । ଡର ଖାଇ ଯାଉଛି, କାଳେ ନିଜ ନିରାପା ବିପନ୍ନ ହୋଇଯିବ । ଏପରି କି ଗଳା ଫଟେଇ ଆଉ ଭାଇ ମାନଙ୍କୁ କହି ପାରିବାକୁ ଡର ମାଡ଼ୁଛି ଯେ, ଏଇ ହେଲା ଭଲ  । ଏବଂ ଧର୍ମଧ୍ୱଜା ଉଡ଼ୁଛି  । ଧର୍ମ ନାମରେ ଜୁଆ ଚୋରୀ, କଳାବଜାରୀ, ଏସବୁ ବି ଚାଲିଛି  । ନଚେତ୍ ଚନ୍ଦ୍ରସ୍ବାମୀ କୋଉଠୁ ଆସନ୍ତେ? ବାବାମାନଙ୍କ ଆଶ୍ରମରୁ ବ୍ଲୁ ଫିଲ୍ମର ଭିଡ଼ିଓ କ୍ୟାସେଟ୍ କେମିତି ଉଦ୍ଧାର କରାଯାନ୍ତା?

ଧର୍ମକୁ କର୍ମ ସହ ଯୋଡିଥିବା ଧର୍ମକୁ ଗୀତାରେ କହିଥିବା ଶ୍ରୀକୃଷ୍ଣ, ତାଙ୍କ ପୂର୍ବରୁ ବେଦ, ଉପନିଷଦ ଏସବୁ ଏଇନେ ପଢି, ବୁଝିବାକୁ ଆମର ସମୟ ନାହିଁ  । ତଥାପି ବି ଧର୍ମ ଅଛି ଏବଂ ଯାହା ଅଛି ତା'ର ସାରକଥା ହେଲା ମନ୍ଦିର, ଠାକୁରପୂଜା, କୀର୍ନ । ଏସବୁ ବାଟରେ ଯିବା ଲାଗି ବତେଇବା ଲୋକ ପୁଣି ଅଛନ୍ତି  । ସେମାନେ ସାଧୁ, ବାବା, ପଣ୍ଡିତେ, ପୁରୋହିତ, ତଥା ଅଲୌକିକ କର୍ମ, ବଚନ ଓ ଭେଳିକି ସବୁ ସୁଦ୍ଧା ଦେଖେଇ ଆମ ମନ ମସ୍ତିଷ୍କକୁ ନୟନ ଓ କଣ୍ଠବାଟେ ବିମୋହିତ କରି ପାରନ୍ତି  । ବିଜ୍ଞାନର ଯୁଗ ଇଏ  । ପରୀକ୍ଷା ନିରୀକ୍ଷଣ ଓ ସିଦ୍ଧାନ୍ତ ଏସବୁ ଦ୍ୱାରା ହିଁ ଆମେ ସତ୍ୟରେ ଉପନୀତ ହେବୁ  । ତେଣୁ ଫଟୋରୁ ବିଭୂତି, ଗଣେଶଙ୍କ କ୍ଷୀର ପାନ, ଏ ସବୁଯାକ ହାତରେ କରି ଆଖିରେ ଦେଖି ଆମେ ଧର୍ମକୁ ପ୍ରତ୍ୟକ୍ଷ କରି ଜାଣିଲୁଣି  । ଆଉ ବାକି ରହିଲା ପୂଜା, ସିଏତ ଏବେ ସବୁଠୁଁ ସହଜ ଉପାୟ, ଯଦ୍ୱାରା ଇଂରାଜୀରେ ଯାହାକୁ କହନ୍ତି, ସୋସିଆଲାଇଜିଂ ସେଇଆ କରିବା ନିମନ୍ତେ ବେଶ୍ ଭଲ  । ଆପଣଙ୍କ ଘରେ ପୂଜା ପାର୍ବଣଟିଏ କରନ୍ତୁ । ବନ୍ଧୁବାନ୍ଧବ, ସାଇପଡିଶା, ହାକିମ, ଚାକର, ସଭିଏଁ ଆପଣଙ୍କ ଘରକୁ ଆସି ଆପଣଙ୍କ ଥାଟ୍ ବାଟ୍, ଖାଇବା ପିଇବା, ସବୁ ଦେଖିବେ  । ତେଣିକି ଠାକୁର, ସିଏ ବିଚରା ତାଙ୍କ ବାଟରେ  । କୌଣସି କଥାରେ ଉଁ କି ଚୁଁ କରନ୍ତି ନାଇଁ  । ତେଣୁ ସଂକ୍ରାନ୍ତି ମେଳା, ଶନିପୂଜା, ଜନ୍ମାଷ୍ଟମୀ, ଏକାଦଶୀ, ଏସବୁକୁ ମଧ୍ୟ ପାରିଲା ଲୋକେ, ଗୋଟେ ଲେଖାଁ ବାହାବ୍ରତ ସମାରୋହଠୁଁ ବଡ଼ କରି ନିଜ ନାଁ ରଖୁଛନ୍ତି  । ଏଇ ଆଳରେ ନିଜ ଚାକିରୀ ପ୍ରମୋସନ ଠୁଁ ଆରମ୍ଭ କରି ଠିକା ପାରମିଟ୍ ଏବଂ ପୁଅଝିଅଙ୍କ ବାହାଘର ସୁଦ୍ଧା ଯୋଗାଡ଼ କରି ଦିଅନ୍ତି  ।

ଏତେ ସବୁ କଥାର ଅବତାରଣାରୁ ଆମେ ମାର୍କ୍ସଙ୍କୁ ନିନ୍ଦା କରୁନୁ, କିମ୍ବା ଭୁଲ ପ୍ରମାଣିତ କରିବାର ତାକତ ରଖିନୁ  । ତେବେ କହିବାର କଥା ଏଇଆ ଯେ, ମଣିଷର ବିଚାର ଶକ୍ତି ଏବେ ଭଗବାନଙ୍କୁ ସୁଦ୍ଧା କଳେବଳେ କୌଶଳେ ନିଜ ଆୟକୁ ଆଣି ଈଶ୍ୱରଙ୍କ ଅସ୍ତିତ୍ୱକୁ ସୁଦ୍ଧା ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଉପଯୋଗ କରିପାରୁଛି  ।ଗୋଟେ ପଟେ ନିର୍ମୋହ ବିଜ୍ଞାନର ବାସ୍ତବତା ମଣିଷକୁ ଉକôଟ ଭାବେ ପାର୍ଥôବ କରି ଗଢୁଥିବା ବେଳେ, ଚିନ୍ମୟ ମିଶନଙ୍କ ପରି, ଦିବ୍ୟ ଜୀବନ ସଂଘ, ଏମାନେ ତଥାପି ଲାଗିଛନ୍ତି, ତପ, ସାଧନା, ଯୋଗ ଓ ଧ୍ୟାନ ବଳରେ ଜୀବନର ପାର୍ଥôବତ୍ୱକୁ ଏଡେଇ ଦେଇ ଜୀବନକୁ ଏକ ଲକ୍ଷ୍ୟ ଓ ଅର୍ଥ ପ୍ରଦାନ କରିବା ଲାଗି  । ସ୍ୱାମୀ ଶିବାନନ୍ଦଙ୍କ ଭାଷାରେ -

‘ପ୍ରକୃତ ଧର୍ମର ମୂଳଦୁଆ ହୃଦୟର ଧର୍ମ ଏବଂ ହୃଦୟରେ ଥିବା ଧର୍ମ ହେଉଛି ପ୍ରେମ, ସତ୍ୟ, ପବିତ୍ରତା, ଆତ୍ମ ସମ୍ମାନ ଓ ତ୍ୟାଗର ଅନୁରାଗ  ।”ଭାରି କ୍ଲିଷ୍ଟ କଥାଗୁଡ଼ିକ  । ଏତେ ସବୁ ଜିନିଷ ଭିତରୁ ଧର୍ମକୁ ଖୋଜିବା କାହିଁକି? ତେଣୁ ଘରେ ଠାକୁରଙ୍କୁ ବସେଇ, କିମ୍ବା ଛକ ଉପରେ ମଣ୍ଡପ, ତୋରଣ, ରୋଷଣୀ ମଝିରେ ପୂଜା ପାର୍ବଣ କରି ନାଁ କମେଇବା, ପାଜଣରେ ଜଣେ ହେବାଟା ବୋଧେ ସବୁଠୁ ଭଲ ଲାଗୁଛି ଆମକୁ  ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର