( 10 ) ାା ତୃତୀୟ ଅଧ୍ୟାୟ ।ା ରାଜଯୋଗର ପ୍ରଥମ ସୋପାନ: ଆତ୍ମାର ପରିଚୟ
ାା ତୃତୀୟ ଅଧ୍ୟାୟ ।ା
ରାଜଯୋଗର ପ୍ରଥମ ସୋପାନ: ଆତ୍ମାର ପରିଚୟ
ରାଜଯୋଗ ସାଧନା କରାୁଥିବା ମୁଁ ସାଧକ କିଏ? ଏହି ପରିଚୟ ପାଇବା ଜଣେ ରାଜଯୋଗୀ ପାଇଁ ପରମ ଆବଶ୍ୟକ । ‘ମୁଁ କିଏ’- ଏହି ପ୍ରଶ୍ନ କେଉଁ ଆବାହମାନ କାଳରୁ ମଣିଷ ପ·ରି ଆସୁଛି । ଏହାର ଉର ଏପର୍ଯ୍ୟନ୍ତ କେହି ଦେଇ ପାରିନାହାନ୍ତି; ତେଣୁ ଆଜି ମଧ୍ୟ ଅନେକଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରେ ।
“ଆପଣ କିଏ?’’ ଏହି ପ୍ରଶ୍ନର ଉରରେ ସାଧାରଣତଃ ପ୍ରତ୍ୟେକ ନିଜ ନାମ, ଲିଙ୍ଗ, ଗୁଣ, ବ୍ୟବସାୟ, ଧର୍ମ ଜାତି ଆଦି ଉଲ୍ଲେଖ କରିଥାନ୍ତି । କିନ୍ତୁ ଏହି ପରିଚୟ ସମ୍ପୂର୍ଣ୍ଣର୍ ନୁହେଁ । ଆପଣ ଯଦି ନିଜକୁ ଏକ ଡାକ୍ତର, ଓକିଲ ବା ବ୍ୟବସାୟୀ ବୋଲି ମନେ କରନ୍ତି, ତେବେ ପୁଣି ପ୍ରଶ୍ନ ଉଠିବ ଯେ ଆପଣ ଏହି ବୃି ଆପଣେଇବା ପୂର୍ବରୁ ଅସ୍ତିତ୍ୱରେ ଥିଲେ କି ନାହିଁ? ଏହି ବୃି ତ୍ୟାଗ କରିଦେବା ପରେ ଆପରଙ୍କ ଅସ୍ତିତ୍ୱ ରହିବ କି ନାହିଁ? ଉଭୟର ଉର ଆସ୍ତିକ ସୂଚକ ହେବ । ଯଦି ଆପଣ କୌଣସି ବୃି ଆପଣେଇବା ପୂର୍ବରୁ ବା ଏହା ତ୍ୟାଗ କରିବା ପରେ ମଧ୍ୟ ସେହି ଏକ ବ୍ୟକ୍ତି, ତେବେ ଆପଣ କିଏ? ଏହିପରି ଶରୀର ସହିତ ସମ୍ବନ୍ଧିତ ସମସ୍ତ ପରିଚୟ ସମ୍ପୂର୍ଣ୍ଣ ନୁହେଁ, କାରଣ ଶରୀର ବିନାଶଶୀଳ ।
ଏହାପରେ ହୁଏତ ଆପଣ କହିପାରନ୍ତି ଯେ “ମୁଁ ପରମାତ୍ମାଙ୍କ ଘରୁ ଆସିଛି; ପୁଣି ସେଠାକୁ ଫେରିଯିବି” । ପୁଣି ଏଠାରେ ପ୍ରଶ୍ନ ଉଠୁଛି ଏହି ଉର ଦେଉଥିବା “ମୁଁ” ଟି କିଏ? ଶରୀର ପରମାତ୍ମାଙ୍କ ଘରୁ ଆସି ନାହିଁ; ଏହା ପ୍ରକୃତିର ପଭୂତରୁ ନିର୍ମିତ ହୋଇଥାଏ । ଶରୀରର ମାତା-ପିତା ଥାଆନ୍ତି । ତଥାପି ମଧ୍ୟ ମନୁଷ୍ୟ ପରମାତ୍ମାଙ୍କୁ “ତ୍ୱମେବ ମାତାଶ୍ଚ ପିତା......” ବୋଲି କାହିଁକି ପ୍ରାର୍ଥନା କରେ?
ଯେତେବେଳେ ଜଣେ କହେ ମୋତେ ଶାନ୍ତି ଦରକାର, ସେତେବେଳେ ମଧ୍ୟ ପ୍ରଶ୍ନ ଉଠେ ଯେ ଶାନ୍ତିର କାମନା କରୁଥିବା ମୁଁ କିଏ? ଜଣକର ମୃତୁ୍ୟ ପରେ ତାଙ୍କର ଆତ୍ମା ଶାନ୍ତି ପାଇବା ପାଇଁ ପୂଜା ଅର୍ଚ୍ଚନା ବା ପ୍ରାର୍ଥନା କରାଯାଏ । ଏଥିରୁ ପ୍ରମାଣିତ ଯେ ଶରୀର ଶାନ୍ତି ·ହୁଁ ନାହିଁ ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ‘ମୁଁ’ କହୁଥିବା ସାଟି ହେଉଛି ‘ଆତ୍ମା’, ଶରୀର ନୁହେଁ । ମୁଁ ଆତ୍ମା ରାଜଯୋଗର ସାଧକ ଓ ଶରୀର ମୋର ଏକ ସାଧନ । ‘ମୁଁ’ ଓ ‘ମୋର’ ଏହି ଦୁଇ ସର୍ବନାମ ପଦ ହିଁ ଶରୀର ଓ ଆତ୍ମା ମଧ୍ୟରେ ଥିବା ଅନ୍ତରକୁ ସ୍ପଷ୍ଟ ସୂଚିତ କରେ । ବର୍ମାନ “ମୁଁ” ପ୍ରଶ୍ନର ସଠିକ ଉର ହେଉଛି ‘ମୁଁ’ ଆତ୍ମା ଓ ଏହା ମୋର ଶରୀର । ଏଠାରେ “ମୁଁ” ସର୍ବନାମ ଆତ୍ମା ପ୍ରତି ଇଙ୍ଗିତ କରୁଛି ଓ ‘ମୋର’ ସର୍ବନାମଟି ଆତ୍ମାର ସାଧନ ଶରୀର ଓ ଏହାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ବୁଝାଏ ।
କଠପୋନିଷଦରେ ଆତ୍ମା ଓ ଶରୀରର ତୁଳନା ରଥ ଓ ରଥି ସହିତ କରାଯାଇଛି । ଯେପରି ରଥରେ ବସି ରଥି ତାକୁ ଚଳାଏ, ସେହିପରି ଆତ୍ମା ମଧ୍ୟ ଶରୀରରେ ରହି ତା’ର ସାଳନ କରେ । ଏଥିରୁ ସ୍ପଷ୍ଟ ହୁଏ ଯେ ରଥ ଓ ରଥି ପରି ଆତ୍ମା ଓ ଶରୀର ମଧ୍ୟ ଦୁଇ ପୃଥକ ସା ଅଟନ୍ତି । ଯେତେବେଳେ ଆତ୍ମା ଓ ଶରୀରର ସମ୍ବନ୍ଧ ହୋଇଥାଏ ସେତେବେଳେ ଆତ୍ମା ଜୀବାତ୍ମା ନାମରେ କଥିତ ହୋଇଥାଏ । ଏହି ଜୀବାତ୍ମାକୁ ମନୁଷ୍ୟ ଆଦି ଶବ୍ଦରେ ନାମିତ କରାଯାଏ । ଆତ୍ମାହିଁ ଦେହର ଇନ୍ଦି୍ରୟମାନଙ୍କ ଦ୍ୱାରା କର୍ମ କରିଥାଏ ଓ ସେହି କର୍ମ ସମୂହର ଫଳ ସୁଖ ବା ଦୁଃଖ ରୂପରେ ସେମାନଙ୍କ ଦ୍ୱାରା ହିଁ ଭୋଗ କରିଥାଏ । ସେଥିପାଇଁ ଗୀତାରେ କୁହାଯାଇଛି, “ଆତ୍ମା ହିଁ ନିଜର ମିତ୍ର ଓ ନିଜର ଶତ୍ରୁ ଅଟେ । “ଆତ୍ମା ହିଁ ଜୀବାତ୍ମା ରୂପରେ କରୁଥିବା କର୍ମ ଆଧାରେ ‘ମହାତ୍ମା’, ‘ପୁଣ୍ୟାତ୍ମା’, ପାପାତ୍ମା’ ଆଦି ନାମରେ କଥିତ ହୁଏ; ଶରୀର ନୁହେଁ । ଶରୀରରେ ଆତ୍ମା ବିଦ୍ୟମାନ ଥିବା ପର୍ଯ୍ୟନ୍ତ ଏହାର ମହ୍ୱ ବା ମୂଲ୍ୟ ଥାଏ, ଶରୀର ବିନା ଆତ୍ମା ସଂସାର ରୂପୀ କର୍ମ କ୍ଷେତ୍ରରେ କୌଣସି କର୍ମ କରିପାରେ ନାହିଁ, ତେଣୁ ଦୁହେଁ ଦୁହିଁଙ୍କ ପାଇଁ ପରମ ଆବଶ୍ୟକ । ସାରାଂଶରେ, ଅନୁଭବ କରୁଥିବା ସାଟି ଆତ୍ମା ଓ ଶରୀର ତା’ର ସାଧକ ବା ମାଧ୍ୟମ ମାତ୍ର ଅଟେ ।
ଆତ୍ମା କ’ଣ?
ଆତ୍ମା ଏକ ଅଜର, ଅମର, ଅବିନାଶୀ ସା ଅଟେ । ଏହା ସତ୍ୟ ଓ ଚୈତନ୍ୟ ସ୍ବରୂପ ଅଟେ । ଗୀତା କହେ ଏହାକୂୁ କୌଣସି ଶାଣିତ ଅସ୍ତ୍ର ଦ୍ୱାରା ଛେଦନ କରାଯାଇ ପାରେ ନାହିଁ, ଏହା ବାୟୁ ଦ୍ୱାରା ଶୁଷ୍କ ହୁଏ ନାହିଁ, ଜଳଦ୍ୱାରା ଆର୍ଦ୍ର ହୁଏ ନାହିଁ ଓ ଅଗ୍ନି ଏହାକୁ ଭସ୍ମ କରିପାରେ ନାହିଁ । ଅର୍ଥାତ ପ୍ରକୃତିର ସ୍ପର୍ଶ ଦ୍ୱାରା ଏହାର କୌଣସି ବାହ୍ୟ ପରିବର୍ନ ହୁଏ ନାହିଁ । ତେବେ ଆତ୍ମାର ସ୍ବରୂପ କ’ଣ? ଆତ୍ମା ସ୍ବୟଂ ଅଳ୍ପଜ୍ଞ ହୋଇଥିବାରୁ ଏହାର ଉର ସଠିକ ଦେଇପାରେ ନାହିଁ । ଯେପରି କୌଣସି ଶିଶୁର ପରିଚୟ କେବଳ ତା’ର ଜନ୍ମଦାତା ପିତା ଦେଇପାରେ, ଠିକ ସେହିପରି ଆତ୍ମାର ପରିଚୟ ମଧ୍ୟ ସର୍ବଜ୍ଞ ଓ ସର୍ବାତ୍ମାଙ୍କ ପରମ ପିତା ପରମାତ୍ମା ହିଁ ଦେବାକୁ ସକ୍ଷମ ଅଟନ୍ତି । ଏହି ଦୃଷ୍ଟିରୁ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ଆଧାରରେ ପରମଧାମ ନିବାସୀ ପରମାତ୍ମା ଅବତରିତ ହୋଇ ଆତ୍ମା ସମ୍ବନ୍ଧୀୟ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେହି ଆଧାରରେ ନିମ୍ନରେ ଆଲୋଚନା କରାଯାଇଛି ।
ଆତ୍ମାର ସ୍ବରୂପ
ଆତ୍ମା ଏକ ସୂକ୍ଷ୍ମ, ଦିବ୍ୟ, ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ଅଟେ । ଆତ୍ମାର ତିନି ମୁଖ୍ୟ ଶକ୍ତି ରହିଛି- ମନ, ବୁଦ୍ଧି ଓ ସଂସ୍କାର । ଏହି ତ୍ରୟ ହେଉଛନ୍ତି ତା’ର ଚୈତନ୍ୟତାର ଆଧାର ।
ମନ: ଏହା ଆତ୍ମାର ବି·ର ଶକ୍ତିର ନାମ । ମନ ରୂପକ ଶକ୍ତି ଦ୍ୱାରା ଆତ୍ମା କଳ୍ପନା କରେ, ସଂକଳ୍ପ କରେ, ଚିନ୍ତା କରେ ଓ ବି·ର କରେ । ବି·ର ପ୍ରକ୍ରିୟା ହେଉଛି ସମସ୍ତ ଇଛା, ଲାଳସା ଓ ଅନୁଭୂତିର ଆଧାର । ଆଲୋକ ଓ ଶବ୍ଦର ଗତିଠାରୁ ମଧ୍ୟ ଏହାର ଗତି ତୀବ୍ର ଅଟେ । ମନ ଏକ ସୂକ୍ଷ୍ମ ଶକ୍ତି ହୋଇଥିବାରୁ ଏହା ସମୟ ଓ ସ୍ଥାନର ସୀମାର ଉଦ୍ଧ୍ୱର୍ରେ । ମନ ମଧ୍ୟରେ ଉପôନ୍ନ ହେଉଥିବା ଦ୍ୱନ୍ଦ୍ୱାତ୍ମକ ସଂକଳ୍ପ ବୁଦ୍ଧି ଦ୍ୱାରା ନିର୍ଣ୍ଣିତ ହୋଇଥାଏ ।
ବୁଦ୍ଧି: ଏହା ଆତ୍ମାର ତର୍କ ଓ ପରଖିବା ଶକ୍ତି ଅଟେ । ଚିହ୍ନୋଟ କରିବା, ବୁଝିବା, ସ୍ମରଣ କରିବା, ତର୍କ ଓ ବିଶ୍ଳେଷଣ କରିବା ଏବଂ ନିର୍ଣ୍ଣୟ ନେବା ହେଉଛି ବୁଦ୍ଧିର କାର୍ଯ୍ୟ । ବୁଦ୍ଧି ଓ ମସ୍ତିଷ୍କ ମଧ୍ୟରେ ଅନ୍ତର ରହିଛି । ମସ୍ତିଷ୍କ ହେଉଛି ଶରୀରର ନିୟନ୍ତ୍ରଣ କକ୍ଷ, ବୁଦ୍ଧି ଆତ୍ମାର ନିର୍ଣ୍ଣୟ ଶକ୍ତି ।
ସଂସ୍କାର: ଏହା ଆତ୍ମା ଦ୍ୱାରା କରାଯାଇଥିବା କର୍ମର ପ୍ରଭାବ ଅଟେ । ଆତ୍ମା ଏହି ସଂସ୍କାର ସହିତ ପୁନର୍ଜନ୍ମ ନେଇଥାଏ । ଏହି ଆଧାରରେ ପରଜନ୍ମରେ ମନରେ ସଂକଳ୍ପ ଉପôନ୍ନ ହୁଏ । ଏହି ଚକ୍ର ଜନ୍ମ ଜନ୍ମାନ୍ତର ·ଲିଥାଏ । ଧାରଣା, ଅଭିରୁଚି, ସଂବେଗ, ଦୃଷ୍ଟିକୋଣ, ସ୍ବଭାବ, ପ୍ରତିଭା, ବ୍ୟକ୍ତିଗତ ବିଶେଷତା, ଓ ଅଭ୍ୟାସଗୁଡିକର ସମୂହ ହେଉଛି ସଂସ୍କାର । ଏହା ଉପରେ ଆତ୍ମାର ବି·ର ଆଧାରିତ । ମନୁଷ୍ୟର ସଂପୂର୍ଣ୍ଣ ବ୍ୟକ୍ତିତ୍ୱ ତାର ସଂସ୍କାର ସମୂହର ହିଁ ପ୍ରତିବିମ୍ବ ଅଟେ ।
ଶରୀରରେ ଆତ୍ମା ସ୍ଥାନ
ଆତ୍ମା ପ୍ରକାଶ ଓ ଶକ୍ତି ସମ୍ପନ୍ନ ଏକ ଅତ୍ୟନ୍ତ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଅଟେ । ଏହା ଦୁଇ ଭୃଲତା ମଧ୍ୟସ୍ଥ “ଭୃକୁଟୀ”ରେ ନିବାସ କରେ । ବିଜ୍ଞାନ ଅନୁସାରେ ଅତି ହାଲୁକା ବସ୍ତୁ ସର୍ବଦା ଉପରେ ରହେ । ଏହି ତଥ୍ୟର ପ୍ରତୀକ ସ୍ବରୂପ ମସ୍ତକର ଏହି ବିଶେଷ ସ୍ଥାନରେ ସିନ୍ଦୁର ବିନ୍ଦୁ ଓ ଚନ୍ଦନ ଟୀକା ଲଗାଇବାର ପ୍ରଥା ରହିଛି । ଯୋଗ ଶାସ୍ତ୍ରରେ ଏହି ସ୍ଥାନକୁ ଆଜ୍ଞାଚକ୍ର କୁହାଯାଏ । ଶଙ୍କରଙ୍କ ତୃତୀୟ ନେତ୍ର ମଧ୍ୟ ଏହି ସ୍ଥାନରେ ଥିବା ଦର୍ଶାଯାଇଥାଏ । ଏହି ସ୍ଥାନକୁ ଦଶମ ଦ୍ୱାର କୁହାଯାଏ । କେତେକଙ୍କ ମତରେ ଆତ୍ମା ହୃଦୟରେ ନିବାସ କରେ । ଏହା ଠିକ ନୁହେଁ । ହୃଦୟ ଶରୀରର ରକ୍ତ ସାଳନ କେନ୍ଦ୍ର ଅଟେ । ଆତ୍ମା ମସ୍ତିଷ୍ମ ଦ୍ୱାରା ସମ୍ପୂର୍ଣ୍ଣ ଶରୀରକୁ ନିୟନ୍ତ୍ରଣ କରିଥାଏ । ଆତ୍ମା ଯେଉଁ ଇନ୍ଦ୍ରିୟ ସମୂହ ଦ୍ୱାରା କାର୍ଯ୍ୟ ଏବଂ ଅନୁଭବ କରେ ସେସବୁ ମସ୍ତକରେ ବିଦ୍ୟମାନ ଥାନ୍ତି । ସେହି ଇନ୍ଦ୍ରିୟଗୁଡିକ ହେଲେ ଚକ୍ଷୁ, ନାକ, କାନ ମୁଖ ।
ଭୃକୁଟୀ ହେଉଛି ଶରୀରରେ ଆତ୍ମାର ଅସ୍ଥାୟୀ ନିବାସ ସ୍ଥାନ । କାରଣ ମୃତୁ୍ୟ ପରେ ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀର ଧାରଣ କରିଥାଏ । ଆତ୍ମା ଓ ଶରୀର ମଧ୍ୟରେ ସମ୍ବନ୍ଧ ଏକ ଅଭିନେତା ଓ ତାର ବସ୍ତ୍ର ସମାନ । ଜଣେ ଅଭିନେତା ଯେପରି ଅଭିନୟ ଅନୁସାରେ ବସ୍ତ୍ର ପରିବର୍ନ କରିଥାଏ, ସେହିପରି ଆତ୍ମା ରୂପୀ ଅଭିନେତା ଏହି ସୃଷ୍ଟି ରୂପୀ ରଙ୍ଗମରେ ନିଜ କର୍ମ ଅନୁସାରେ ଏକ ଦେହ ରୂପୀ ବସ୍ତ୍ର ତ୍ୟାଗ କରି ଅନ୍ୟ ଦେହ ଧାରଣ କରିଥାଏ । ଏହି ଦେହ ତ୍ୟାଗ ଓ ଗ୍ରହଣ ପ୍ରକିୟାକୁ ଜନ୍ମ- ମରଣ କୁହାଯାଏ । କିନ୍ତୁ ଆତ୍ମାର ଜନ୍ମ ବା ମରଣ ନାହିଁ । ରଙ୍ଗମ ଅଭିନେତାର ଘର ନୁହେଁ । ସେ କେବଳ ଅଭିନୟ କରିବା ପାଇର୍ ଘରୁ ଆସିଥାଏ । ସେହି ପ୍ରକାର ଏ ସୃଷ୍ଟି ରୂପୀ ରଙ୍ଗମ ମଧ୍ୟ ଆତ୍ମାର ଘର ନୁହେଁ । ଅନ୍ୟପ୍ରକାରେ କହିଲେ ଆତ୍ମା ଏକ ଯାତ୍ରୀ । ସେ ସଂସାର ରୂପୀ ଏହି ଯାତ୍ରୀନିବାସକୁ ଭଗବାନଙ୍କ ଘରୁ ଏକାକୀ ଆସିଛି ଓ ଏକାକୀ ହିଁ ତାଙ୍କ ନିକଟକୁ ଫେରିଯିବ । ଦୁଃଖ ସମୟରେ ଆତ୍ମା ନିଜ ମୂଳ ବାସସ୍ଥାନକୁ ମନେ ପକାଏ । ସେ ଭଗବାନଙ୍କୁ ପ୍ରାର୍ଥନା କରେ, “ହେ ପ୍ରଭୁ, ମୋତେ ଆପଣଙ୍କ ନିକଟକୁ ଫେରାଇ ନିଅନ୍ତୁ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଅନାଦି ଅବିନାଶୀ ଆତ୍ମାର ସ୍ଥାୟୀ ବାସ- ସ୍ଥାନ ଅନ୍ୟ କେଉଁଠି ଅବଶ୍ୟ ଅଛି । ନିଜ ଅସଲ ଘରକୁ ମନେ ପକାଇବା ସମୟରେ ଆତ୍ମା ଆକାଶ ଆଡକୁୂ ଅନାଏ । ବର୍ମାନ ପରମାତ୍ମା ଆମକୁ ଦିବ୍ୟ ଦୃଷ୍ଟି ପ୍ରଦାନ ପୂର୍ବକ ଆତ୍ମାର ଅସଲ ନିବାସ ସ୍ଥାନର ପରିଚୟ ଦେଇଛନ୍ତି । ଆତ୍ମାର ମୂଳ ବାସ ସ୍ଥାନ ଏ ସ୍ଥୂଳ ପୃଥିବୀ ଉଦ୍ଧ୍ୱର୍ରେ ଥିବା ଚନ୍ଦ୍ର, ସୂର୍ଯ୍ୟ ଓ ତାରାମଣ୍ଡଳ ଏବଂ ସୂକ୍ଷ୍ମପୁରୀଠାରୁ (ଯେଉଁଠି ସୂକ୍ଷ୍ମ ଶରୀରଧାରୀ ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ରହନ୍ତି) ମଧ୍ୟ ଉପରେ ସ୍ଥିତ ପରମଧାମ ଅଟେ । ଏହି ଧାମରୁ ଆତ୍ମାଗଣ ଏ ସାକାର ସୃଷ୍ଟିକୁ ଆସନ୍ତି । ଏହି ଧାମର ବିଭିନ୍ନ ନାମ ଅଛି । ଯଥା:-
(କ) ପରମଧାମ: ଏହି ଧାମ ସର୍ବଶେଷ୍ଠ ଓ ସର୍ବୋପରି ହୋଇଥିବାରୁ ଏହାକୁ ପରମଧାମ କୁହାଯାଏ ।
(ଖ) ମୁକ୍ତିଧାମ: ଏଠାରେ ଆତ୍ମା ତା’ର ମୂଳ ସ୍ବରୂପରେ ମୁକ୍ତା ବସ୍ଥାରେ ରହେ । ତେଣୁ ପରମଧାମକୁ ମୁକ୍ତିଧାମ କୁହାଯାଏ ।
(ଗ) ନିର୍ବାଣଧାମ: ଏହି ଧାମ ନୀରବ- ନିଃଶ୍ଚଳ । ଏଠାରେ ଆତ୍ମା ବାଣୀରୁ ଉଦ୍ଧ୍ୱର୍ ସ୍ଥିତିରେ ରହେ । ତେଣୁ ଏହା ନିର୍ବାଣଧାମ ରୂପେ ପରିଚିତ ।
(ଘ) ଶାନ୍ତିଧାମ: କାରଣ ଏଠାରେ ସର୍ବତ୍ର ଶାନ୍ତି ବିରାଜିତ ।
(ଙ) ମୂଳଧାମ: ହିନ୍ଦିରେ ଏହାକୁ “ମୂଲ୍ ବତନ” କୁହାଯାଏ । କାରଣ ଏହା ହେଉଛି ଆତ୍ମାର ପ୍ରକୃତ ଘର ।
(ଚ) ନିରାକାରୀ ଦୁନିଆ (ଧାମ): ଏଠାରେ ଆତ୍ମାଗଣ ନିରାକାରୀ ଜ୍ୟୋର୍ତିବିନ୍ଦୁ ସ୍ବରୂପରେ ବାସ କରୁଥିବାରୁ ଏପରି ନାମକରଣ କରାଯାଇଛି ।
(ଛ) ବ୍ରହ୍ମଲୋକ: ଏଠାରେ ସର୍ବତ୍ର ବ୍ରହ୍ମ ମହତ୍ୱ ବିରାଜିତ । ଏହା ଲୋହିତ ସୁନେଲୀ ରଙ୍ଗର ଏକ ପ୍ରକାଶ ତ୍ୱ ଯାହାକି ପୃଥିବୀର ପତ୍ୱଠାରୁ ଉଦ୍ଧ୍ୱର୍ରେ । ତେଣୁ ଏହି ବ୍ରହ୍ମ ତ୍ୱ ଷଷ୍ଠ ତ୍ୱ ପର୍ଯ୍ୟାୟ ଭୁକ୍ତ । ଆତ୍ମାଗଣ ହେଉଛନ୍ତି ଏହି ବ୍ରହ୍ମଲୋକ ନିବାସୀ ।
(ଜ) ପରଲୋକ: ଏ ସମସ୍ତ ଲୋକଠାରୁ ବହୁତ ଦୂର ଓ ଉଦ୍ଧ୍ୱର୍ରେ ଥିବାରୁ ଏହାକୁ ପରଲୋକ କୁହାଯାଏ । ପରମଧାମରେ କୌଣସି ସ୍ଥୂଳ ପଦାର୍ଥ ନାହିଁ । ତେଣୁ ସେଠାରେ କୌଣସି ପ୍ରକାର କି୍ରୟା ହୁଏ ନାହିଁ । ସେଠାରେ ଆତ୍ମାଗଣ ସୁଷୁପ୍ତ ଅବସ୍ଥାରେ ନିବାସ କରନ୍ତି । କାରଣ ପ୍ରକୃତି ନଥିବାରୁ ସେଠାରେ ଚେତନାର ମଧ୍ୟ ଅନୁଭୁତି ହୁଏ ନାହିଁ । ଆତ୍ମାଗଣ ପରମ ଶାନ୍ତି ସ୍ଥିତିରେ ରହନ୍ତି । ଏଥିପାଇଁ ପ୍ରତ୍ୟେକ ମନୁଷ୍ୟାତ୍ମା ମୁକ୍ତି ବା ପରମ- ଶାନ୍ତି କାମନା କରନ୍ତି ।
ଆତ୍ମାର କର୍ବ୍ୟ
ପ୍ରାୟ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠେ ଯେ ଯଦି ଆତ୍ମା ଶାନ୍ତି ସ୍ଥିତିରେ ସ୍ଥିତ ଥାଏ; ତେବେ ଏ ସୃଷ୍ଟିକୁ ଆସିବା କ’ଣ ଦରକାର? ଏଠାରେ ମନେରଖିବା ଆବଶ୍ୟକ ଯେ ଆତ୍ମା ଏକ ଅଭିନେତା ରୂପେ ସୃଷ୍ଟି ରଙ୍ଗ ମକୁ ଆସି ଅଭିନୟ କରିଥାଏ । ଅଭିନେତାର ସଜ୍ଞା ତାକୁ ଦିଆଯାଏ ଯିଏ ମକୁ ଆସି ଅଭିନୟ କରେ । ଆତ୍ମାର ଚୈତନ୍ୟତା ସେତେବେଳେ ପ୍ରକଟ ହୋଇଥାଏ ଯେତେବେଳେ ସେ ଶରୀର ରୂପୀ ବସ୍ତ୍ର ପରିଧାନ କରି ସୃଷ୍ଟି ରୂପୀ ରଙ୍ଗମ ବା କର୍ମକ୍ଷେତ୍ରକୁ ଆସେ । ଆତ୍ମାର ଏହା ସ୍ବଭାବିତ କର୍ବ୍ୟ ଯେ ସେ ସୃଷ୍ଟି- ରଙ୍ଗ ମରେ ଶରୀର ରୂପୀ ବସ୍ତ୍ର ଧାରଣ କରି କର୍ମ କରିଥାଏ । କାରଣ ସେ ସ୍ବୟଂ ଅନାଦି ଅବିନାଶୀ ଅଟେ । ତେଣୁ ତାର କର୍ବ୍ୟ ବା କର୍ମ ଓ କର୍ମକ୍ଷେତ୍ର ଉଭୟେ ଅବିନାଶୀ ଅଟନ୍ତି । ଏଥିପାଇଁ ସେ ସର୍ବଦା କର୍ମରୁ ମୁକ୍ତ ହୋଇ ପାରେ ନାହିଁ ।
ଆତ୍ମାର ମୂଳ ସ୍ବଭାବ
ମୂଳ ସଂସ୍କାର: ପ୍ରତ୍ୟେକ ଆତ୍ମାର ମୂଳ ସଂସ୍କାର ହେଉଛି, ପବିତ୍ର ସ୍ବରୂପ, ଶାନ୍ତି ସ୍ବରୂପ, ପ୍ରେମ ସ୍ବରୂପ, ଆନନ୍ଦ ସ୍ବରୂପ, ଶକ୍ତିସ୍ବରୂପ ଇତ୍ୟାଦି । କୌଣସି ବ୍ୟକ୍ତି ଅଶାନ୍ତି, ଦୁଃଖ ଆଦି ·ହେଁ ନାହିଁ । କାରଣ ଏଗୁଡିକ ଆତ୍ମାର ମୂଳ ଗୁଣ ନୁହେଁ ।
ମୂଳ ସଂସ୍କାର ହରାଇବାର କାରଣ: କଳ୍ପ ଆରମ୍ଭରେ ଆତ୍ମା ପବିତ୍ର ଓ ସ୍ୱ ପ୍ରଧାନ ସମ୍ପନ୍ନ ହୋଇ ପରମଧାମରୁ ଏହି ସୃଷ୍ଟି ରୂପୀ କର୍ମକ୍ଷେତ୍ରରେ ଅବତରିତ ହୋଇ ଦେହ ଧାରଣ କରେ । କିନ୍ତୁ ବାରମ୍ବାର ପୁନର୍ଜନ୍ମ ନେଇଥିବା କାରଣରୁ ଆତ୍ମା ଶରୀର ପ୍ରତି ଆସକ୍ତି ହୋଇଯାଏ । ଏହା ଦ୍ୱାରା ଦେହ- ଅଭିମାନ ଉପôନ୍ନ ହୋଇଥାଏ । ଦେହାଭିମାନ ହେଉଛି କାମ କ୍ରୋଧାଦି ମନୋବିକାର ସମୂହର ଜନନୀ । ଆତ୍ମା ମନୋବିକାର ଦ୍ୱାରା ଆକ୍ରାନ୍ତ ହେଲେ ମୂଳ ସଂସ୍କାର ହରାଇ ଦିଏ । ଏହି ବିକାର ହେଉଛି ଆତ୍ମାର ଦୁଃଖ ଓ ଅଶାନ୍ତିର ମୂଳ କାରଣ ।
ଆଜି ପ୍ରତ୍ୟେକ ଆତ୍ମା ନିଜ ସ୍ବରୂପ, ସ୍ବ-ଲକ୍ଷଣ, ସ୍ବ-ଦେଶ, ସ୍ବ-ଧର୍ମ ଓ ନିଜ ପରମପିତା ପରମାତ୍ମା, ଏହି ସମସ୍ତ ବିସ୍ମୃତ ହୋଇଯାଇଛି । ପରିଣାମ ସ୍ବରୂପ ବିଷୟ ବିକାରର ଦାସତ୍ୱ ସ୍ବୀକର କରିଛି । ଏହି ଦାସତ୍ୱର ବନ୍ଧନରୁ ମୁକୁଳିବାର ସମସ୍ତ ପ୍ରୟାସ କରି ମଧ୍ୟ ମଣିଷ ଯେତେବେଳେ ନିରାଶ ଓ ବିକଳ୍ପ- ପନ୍ଥା ହୀନ ହୋଇ ତ୍ରାହି ତ୍ରାହି ଚିକôାର କରେ ସେତେବେଳେ ପରମାତ୍ମାଙ୍କୁ ପରମଧାମ ତ୍ୟାଗ କରି ଏହି ଧରାପୃଷ୍ଠକୁ ଆସିବାକୁ ପଡିଥାଏ । ଆମର ସୌଭାଗ୍ୟ ଯେ ବର୍ମାନ ଆମେ ପରମାତ୍ମାବତରଣର କାଳଖଣ୍ଡ ମଧ୍ୟରେ କାଳାତିପାତ କରୁଛୁ । ପରମପିତା ପରମାତ୍ମା ରାଜଯୋଗ ଶିକ୍ଷା ମାଧ୍ୟମରେ ଆତ୍ମାମାନଙ୍କ ଅନାଦି ଓ ଆଦି ସ୍ବରୂପର ପରିଚୟ ପ୍ରଦାନ ପୂର୍ବକ ସ୍ବ- ଅନୁଭୂତି କରାଉଛନ୍ତି ।
ପ୍ରତ୍ୟେକ ଆତ୍ମାର ସ୍ବଧର୍ମ (ନିଜଗୁଣ) ହେଉଛି ଶାନ୍ତି । ତେଣୁ ଏହାକୁ ବାହାରେ ଖୋଜିବା ନିରର୍ଥକ । ଯେତେବେଳେ ଆତ୍ମ ସ୍ଥିତିର ଅଭ୍ୟାସ ପରିପକ୍ୱ ହୋଇଯାଏ ସେତେବେଳେ ଏହା ନିଜ ମଧ୍ୟରୁ ହିଁ ପ୍ରକଟ ହୋଇଥାଏ । ଏଠାରେ ଏହା ମନେ ରଖିବା ଉଚିତ ଯେ ଗୁଣ କେବେହେଲେ ନଷ୍ଟ ହୁଏ ନାହିଁ । ଦେହ- ଅଭିମାନ ବା ଅଜ୍ଞାନ କଳାପରଦାର ଆଚ୍ଛାଦନ କାରଣରୁ ଏହା ଦୃଶ୍ୟମାନ ହୁଏ ନାହିଁ । ପରଦା ହଟିଗଲା ପରେ ପୁନଶ୍ଚ ଏହା ପ୍ରକଟ ହୋଇଥାଏ ।
“ମୁଁ ଏକ ଆତ୍ମା ଅଟେ”- ଏହି ଶାଶ୍ୱତ ସତ୍ୟ ହୃଦ୍ବୋଧ ହେଲେ ବ୍ୟକ୍ତି ଅନ୍ୟମାନଙ୍କୁ ମଧ୍ୟ ନିଜର ଆତ୍ମିକ ଭାଇ ରୂପେ ଦେଖେ । ଏହି ଭ୍ରାତୃତ୍ୱ ଭାବନା ଆତ୍ମା ମଧ୍ୟରେ ପବିତ୍ରତା ଅନୁଭୂତି କରାଏ । ଯେଉଁଠି ପବିତ୍ରତା ଥାଏ ସେଇଠି ସୁଖ ଓ ଶାନ୍ତି ଏକତ୍ର ବାସ କରନ୍ତି । ତେଣୁ ପବିତ୍ରତାକୁ ସୁଖ ଶାନ୍ତିର ଜନନୀ ବୋଲି କୁହାଯାଇଛି । ପବିତ୍ରତା ଆଧାରରେ ସର୍ବଆତ୍ମା ପ୍ରତି ଆତ୍ମିକ ପ୍ରେମ ଓ ନିଜ ମଧ୍ୟରେ ଆନନ୍ଦର ଅନୁଭୂତି ହୋଇଥାଏ । ଆତ୍ମା ଯେତିକି ଏହି ଗୁଣଗୁଡିକୁ ଧାରଣ କରିବାକୁ ଲାଗେ ସେତିକି ଶକ୍ତି ସମ୍ପନ୍ନ ହୋଇ ବିକାର ସମୂହ ଉପରେ ଅନାୟାସରେ ବିଜୟ ପ୍ରାପ୍ତ କରିବାରେ ସକ୍ଷମ ହୋଇଥାଏ ।
ରାଜଯୋଗର ପ୍ରଥମ ଅବସ୍ଥା- ଆତ୍ମ ସ୍ଥିତି
ରାଜଯୋଗର ପ୍ରଥମାବସ୍ଥା ହେଉଛି ଆତ୍ମ- ସ୍ଥିତି । ଆତ୍ମାର ସମ୍ପୂର୍ଣ୍ଣ ପରିଚୟ ମିଳିଲେ ଆତ୍ମ- ସ୍ମୃତି ଜାଗ୍ରତ ହୁଏ । ଆତ୍ମ- ସ୍ଥିତିରେ ସ୍ଥିତ ରହିବାର ଏହାହିଁ ଆଧାର ଯାହା ଦ୍ୱାରା ଯୋଗର ଗହନ ଅନୁଭୂତି ପାଇଁ ମାର୍ଗ ପ୍ରଶସ୍ତ ହୋଇଯାଏ । ରାଜଯୋଗରେ ହଠ ଯୋଗ ପରି ଆସନ ଆଦିର ଆବଶ୍ୟକତା ନାହିଁ । ସୁଖାସନରେ ଉପବେଶନ ପୂର୍ବକ ଆଖି ଖୋଲା ରଖି ରାଜଯୋଗାଭ୍ୟାସ କରାଯାଉଥିବାରୁ ଏହା ସମସ୍ତ ଯୋଗମାନଙ୍କ ମଧ୍ୟରେ ସହଜ ଓ ଶ୍ରେଷ୍ଠ ଅଟେ । ନିମ୍ନ ପ୍ରଦ ମୁଖ୍ୟତଃ ତିନିଟି କାରଣରୁ ରାଜଯୋଗରେ ଆଖି ଖୋଲା ରଖାଯାଇଥାଏ;
୧) ଏହି ରାଜଯୋଗ ଯୋଗୀକୁ କର୍ମଯୋଗର ପ୍ରେରଣା ଦିଏ । କୌଣସି କର୍ମ ଆଖି ବନ୍ଦ ପୂର୍ବକ ସମ୍ପନ୍ନ କରିବା ସମ୍ଭବ ନୁହେଁ । ରାଜଯୋଗୀ ଆବଶ୍ୟକ ଓ କର୍ବ୍ୟ କର୍ମ ସମ୍ପାଦନ କରୁଥିବା ସମୟରେ ମଧ୍ୟ ଆତ୍ମିକ ସ୍ଥିତି ବଜାୟ ରଖିଥାଏ । ) ମୁଦ୍ରିତ- ଚକ୍ଷୁ ନିଦ୍ରା, ଆଳସ୍ୟ ଓ କ୍ଲାନ୍ତି ସୂଚକ । ତେଣୁ ଆଖି ବନ୍ଦ କରିବା ଅପେକ୍ଷା ନିଜ ମନକୁ ବାହ୍ୟ ବି·ର ସମୂହରୁ ଓହରାଇ ଆଣି ଏକାଗ୍ରତା ପୂର୍ବକ ଆତ୍ମା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ବିନ୍ଦୁଗୁଡିକ ଉପରେ ମନେ କରିବା ଅଧିକ ଲାଭ ଦାୟକ ଅଟେ । ଏହା ଏକ ସାଧାରଣ ଅନୁଭବ ଯେ ବ୍ୟକ୍ତି ଯେତେବେଳେ କୌଣସି ଗହନ ବି·ରରେ ତନ୍ମୟ ଥାଏ, ସେତେବେଳେ ତାର ଆଖି ଖୋଲା ଥିଲେ ମଧ୍ୟ ନିଜ ଚତୁର୍ଦ୍ଧିଗରେ ଘଟୁଥିବା ଘଟଣାଗୁଡିକୁ ସେ ଅନୁଭବ କରି ପାରେ ନାହିଁ ।
୩) ଆଖି ଖୋଲା ରଖି ଯୋଗ କରିବା ଦ୍ୱାରା ଦୃଷ୍ଟି ପବିତ୍ର ହୋଇଯାଏ । କାରଣ ସେହି ସମୟରେ ଯୋଗୀ ସମସ୍ତଙ୍କୁ ଆତ୍ମା ରୂପରେ ଦେଖୁଥାଏ । ସାଧାରଣ ଅବସ୍ଥାରେ ମଧ୍ୟ କୌଣସି ବ୍ୟକ୍ତିର ସମ୍ପର୍କରେ ଆସିଲେ ତା’ ଭୃକୁଟୀ ମଧ୍ୟରେ ଆତ୍ମା ଦେଖିବା ଅଭ୍ୟାସ କଲେ ଦୃଷ୍ଟିର ଚଳତା ସମାପ୍ତ ହୋଇଯାଏ ।
ରାଜଯୋଗ ପାଇଁ ଶ୍ରେଷ୍ଠ ବାତାବରଣ
ରାଜଯୋଗ ଅଭ୍ୟାସ ପାଇଁ ବ୍ରହ୍ମ ମୁହୂର୍ ୪ ରୁ ୫ ଘା ସମୟ ସର୍ବଶ୍ରେଷ୍ଠ । ଏହି ସମୟରେ ଚତୁର୍ଦ୍ଧିଗର ବାତାବରଣ ଅତ୍ୟନ୍ତ ଶାନ୍ତ ଓ ମନ ସତେଜ ଥାଏ । ନିଜ ଘରର କୌଣସି ସ୍ବଚ୍ଛ ଓ ଶାନ୍ତ ପ୍ରକୋଷ୍ଠ ଯୋଗାଭ୍ୟାସ ପାଇଁ ଚୟନ କରନ୍ତୁ, ସେଠାରେ ପ୍ରକାଶ ପାଇଁ ଲାଲ ରଙ୍ଗର ବିଜୁଳି ବତୀର ବ୍ୟବସ୍ଥା କରନ୍ତୁ । ଏହା ପରମଧାମର ପୀତ- ଲୋହିତ ବ୍ରହ୍ମ ମହତ୍ୱର ସ୍କରଣ କରାଇବ । ବାତାବରଣକୁ ସୁଗନ୍ଧିତ କରିବା ପାଇଁ ଅଗରବତୀ ଲଗାନ୍ତୁ । ପ୍ରଥମ ଥର ଆପଣ ଯୋଗାଭ୍ୟାସ କରୁଥିଲେ ଅସ୍ଥିର ମନକୁ ଏକାଗ୍ର କରିବା ପାଇଁ ପ୍ରଭୁ ପ୍ରେମ ଉପôନ୍ନକାରୀ ବାଦ୍ୟ- ସଙ୍ଗୀତ ବା ଗୀତର ରେକର୍ଡ ବଜାଇ ପାରନ୍ତି । ଏହାଦ୍ୱାରା ଯୋଗାନୁକୂଳ ମନୋଦଶା ବନିବା ସରଳ ହେବ । ଏହି ବାହ୍ୟ ସାଧନ ଅପରିହାର୍ଯ୍ୟ ନୁହେଁ; କିନ୍ତୁ ଅନେକ ସମୟରେ ଯୋଗ- ସାଧନା ପାଇଁ ସହାୟକ ହୋଇଥାଏ ।
ସ୍ବ-ସ୍ବରୂପରେ ସ୍ଥିତ ହେବାର ବିଧି
ପ୍ରଥମେ ସ୍ବୟଂକୁୂ ଦେହଠାରୁ ପୃଥକ କରି ଏକ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ନିଶ୍ଚୟ କରନ୍ତୁ । ତା’ପରେ ମନ ଓ ବୁଦ୍ଧିକୁ ଦେହ ସମ୍ପର୍କିତ ସଂସାରଠାରୁ ପୃଥକ କରି ଆତ୍ମା- ଲୋକକୁ ନେଇ ଯାଆନ୍ତୁ ଏବଂ ନିଜକୁ ନିଜ ମୂଳ ସ୍ବରୂପରେ ସ୍ଥିତ କରନ୍ତୁ । ନିମ୍ନ- ଲିଖିତ ମନନ- ଚିନ୍ତନ ଆଧାରରେ ଆତ୍ମ- ସ୍ଥିତିରେ ସ୍ଥିତ ହୁଅନ୍ତୁ;-
ମୁଁ ଏକ ଆତ୍ମା ଅଟେ । ଏହି ଶରୀରକୁ ଚଳାଉଥିବା, ଆଖି ଦ୍ୱାରା ଦେଖୁଥିବା, ମୁହଁ ଦ୍ୱାରା କଥା କହୁଥିବା, କାନ ଦ୍ୱାରା ଶୁଣୁଥିବା, ମୁଁ ଏକ ଚୈତନ୍ୟ ଶକ୍ତି ଅଟେ.... ମୁଁ ଆତ୍ମା ଏକ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ଅଟେ... ଜାଜ୍ୱଲ୍ୟମାନ ଦିବ୍ୟ ତାରକା ଅଟେ... । ମୁଁ ଟେ..... ସତ୍ୟ ଅଟେ...... ଆନନ୍ଦ ସ୍ବରୂପ ଅଟେ.... । ଏହି ଶରୀର ମୋର ରଥ ଅଟେ...... ଏଥିରେ ଆରୋହିତ ମୁଁ ଆତ୍ମା ରଥୀ ଅଟେ..... । ଏହି ଶରୀର ମୋର ବସ୍ତ୍ର ୍ରଅଟେ...... ଏହାକୁ ପରିଧାନ କରି ମୁଁ ଆତ୍ମା ଅଭିନେତା ସଦୃଶ ଏହି ସୃଷ୍ଟି ରଙ୍ଗମରେ ଅଭିନୟ କରୁଛି.... । ମୁଁ ଆତ୍ମା ଭୃକୁଟୀ ମଧ୍ୟରେ ବିରାଜମାନ ହୋଇ ଶରୀରର କର୍ମେନ୍ଦି୍ରୟଗୁଡିକ ଦ୍ୱାରା କର୍ମ କରେ ଏବଂ ଏଗୁଡିକ ଦ୍ୱାରା ସୁଖ ବା ଦୁଃଖ ଅନୁଭବ କରେ..... ।
ମୁଁ ଆତ୍ମା ବାସ୍ତବରେ ଏହି ଭୂଲୋକଠାରୁ ବହୁତ ଦୂରରେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣଠାରୁ ଉପରକୁ... ସୂକ୍ଷ୍ମ ଲୋକଠାରୁ ମଧ୍ୟ ବହୁତ ଉପରେ ଥିବା ...... ଅଖଣ୍ଡ ଜ୍ୟୋତି ବ୍ରହ୍ମମହତ୍ୱ, ଶାନ୍ତିଧାମ, ପରମଧାମର ନିବାସୀ ଅଟେ...... ସେଠାରୁ ଏହି ସୃଷ୍ଟି ମକୁ ଆସି ମୁଁ ଜନ୍ମ- ଜନ୍ମାନ୍ତର ଏଠାରେ ଅନେକ ନାମ ରୂପ ସମ୍ପନ୍ନ ଶରୀର ଧାରଣ କରି ଅଭିନୟ କରିଛି...... । ବର୍ମାନ ମୋତେ ସେହି ଜ୍ୟୋର୍ତିମୟ ଦେଶକୁ ଫେରିଯିବାକୁ ହେବ...... । ମୁଁ ଆତ୍ମା ବର୍ମାନ ବୁଦ୍ଧି ବଳ ଦ୍ୱାରା ନିଜ ଘରକୁ ଯାଉଛି..... । ଆହା! ପଭୂତର ଉପରେ ଥିବା ଏହି ଘରେ ସର୍ବତ୍ର ଶାନ୍ତି..... ପବିତ୍ରତା.... ପ୍ରକାଶ... ନିଃସଂକଳ୍ପତା ........ ଅସୀମ ଶାନ୍ତି...... ବିଦ୍ୟମାନ । ଓହୋ! ଏହା କିପରି ନିର୍ଲିପ୍ତ ଓ ପ୍ରେମ ସ୍ବରୂପ ଅବସ୍ଥା ଅଟେ..... ଏଠାରେ ମୁଁ ଆତ୍ମା ନିଜ ସ୍ବରୂପରେ ସ୍ଥିତ ଅଛି ........ ମୁଁ ଆତ୍ମା ନିଜ ଅନାଦି ସ୍ବରୂପରେ ସ୍ଥିତ ଅଛି..... । ମୁଁ ଶୁଦ୍ଧ ସ୍ବରୂପ ଅଟେ...... ଶାନ୍ତି ସ୍ବରୂପ ଅଟେ..... । ପ୍ରେମ ସ୍ବରୂପ ଅଟେ...... ଆନନ୍ଦ ସ୍ବରୂପ ଅଟେ..... ଶକ୍ତି ସ୍ବରୂପ ଅଟେ..... । ବର୍ମାନ ମୁଁ ଆତ୍ମା ମୋର ନିଜ ଶାନ୍ତ ସ୍ଥିତିର ଅନୁଭବ କରୁଅଛି ।
Comments
Post a Comment